ରମେଶ ମହାନ୍ତି ଜଗତସିଂହପୁର: ଗତକାଲି ତିର୍ତ୍ତୋଲ-ପୋଷଲ ଏବଂ ଜଇପୁର-କଟିକଟା ମହାନଦୀ ଉପରେ ଏହି ୨ଟି ବ୍ରିଜ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ ହେବା ପରେ ଆଜି କୋଟକଣା-ବାନାମ୍ବର ବ୍ରିଜ୍ ନିର୍ମାଣ ପାଇଁ ତେଜିଲା ଆନ୍ଦୋଳନ। କଟକ-ପାରାଦ୍ୱିପ ରାସ୍ତା ଅବରୋଧ କଲେ ଶତାଧିକ ଲୋକ। ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ସ୍ଥିତ କୋଟକଣା ଛକଠାରେ ଆଜି କୋଟକଣା-ବାନାମ୍ବର ସେତୁ କମିଟିର ଆବାହକ ବେଦଦ୍ୟୁତି ପୃଷ୍ଟିଙ୍କ ନେତୃତ୍ୱରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଏକତ୍ରିତ ହୋଇ କୋଟକଣା-ବାନାମ୍ବର ସେତୁ ନିର୍ମାଣ ଦାବିକରି କଟକ-ପାରାଦ୍ୱୀପ ରାସ୍ତା ଅବରୋଧ କରିଥିଲେ। କଟକ-ପାରାଦ୍ୱୀପ ମୁଖ୍ୟ ରାସ୍ତାର କୋଟକଣା ଛକଠାରେ ଆଜି ଦିନ ପ୍ରାୟ ସାଢେ ୯ଟା ସମୟରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଏକତ୍ରିତ ହୋଇ ରାସ୍ତାରୋକ କରିଥିଲେ।ଏହି ରାସ୍ତାରୋକ ପାଖାପାଖି ୪ଘଣ୍ଟା ପର୍ଯ୍ୟନ୍ତ ଚାଲିବାରୁ ଏହି ରାସ୍ତାରେ ଗାଡିମଟର ଚଳାଚଳ ଏକରକମ ଠପ ହୋଇଯାଇଥିଲା, ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା। ଦିନ…
Author: Samikhsya Bureau
ଭୁବନେଶ୍ଵର: ଆଜି ରାଜ୍ୟରୁ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୬୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକରୁ ୪୪୨ ଜଣ, ବାଲେଶ୍ବରରୁ ୨୨୬, ଅନୁଗୁଳରୁ ୨୧୭, ପୁରୀରୁ ୧୮୨, ଜଗତସିଂହପୁରରୁ ୧୭୧, ମୟୂରଭଞ୍ଜରୁ ୧୬୨, ଯାଜପୁରରୁ ୧୫୩, ଝାରସୁଗୁଡାରୁ ୧୫୧, କୋରାପୁଟରୁ ୧୨୬, ସୁନ୍ଦରଗଡରୁ ୧୧୯, ନୟାଗଡରୁ ୧୧୫, କେନ୍ଦ୍ରାପଡାରୁ ୧୧୨, ସମ୍ବଲପୁରରୁ ୧୧୦, କଳାହାଣ୍ଡିରୁ ୧୦୪, ବରଗଡରୁ ୯୭, ଭଦ୍ରକରୁ ୭୪, ମାଲକାନଗିରିରୁ ୭୨, ସୋନପୁରରୁ ୭୦, ବଲାଙ୍ଗିରିରୁ ୬୮, କେନ୍ଦୁଝରରୁ ୫୫, ନୂଆପଡାରୁ ୪୯, ଢେଙ୍କାନାଳରୁ ୪୫, ଗଞ୍ଜାମରୁ ୪୦, ରାୟଗଡରୁ ୨୫, ବୌଦ୍ଧରୁ ୨୦, ଗଜପତିରୁ ୧୫, ଦେବଗଡରୁ ୧୨ ଏବଂ ଷ୍ଟେଟ ପୁଲରୁ ୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ସଂଖ୍ଯାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୧ ଲକ୍ଷ…
ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ିଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବେ ସୁସ୍ଥ ହୋଇଛନ୍ତି। ସେ କରୋନା ସହ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିଲେ। ତେବେ ଆଜି ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଏଥିସହ ସେ ଡେଙ୍ଗୁରୁ ମଧ୍ୟ ସୁସ୍ଥ ହୋଇ ଯାଇଛନ୍ତି। ସେ ସୁସ୍ଥ ହୋଇଯାଇଥିବାରୁ ତାଙ୍କୁ ଆଜି ହସ୍ପିଟାଲ୍ରୁ ଡିସ୍ଚାର୍ଜ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ସେପ୍ଟେମ୍ବର 14 ତାରିଖରେ ମନୀଷ ସିସୋଦିଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ସେ ହୋମ ଆଇସୋଲେସନ୍ରେ ରହିଥିଲେ । ତାଙ୍କର ଅବସ୍ଥା ଟିକେ ଗୁରୁତର ହେବାରୁ ତାଙ୍କୁ ସେପ୍ଟେମ୍ବର 23 ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ କରୋନା ସହ ଡେଙ୍ଗୁରେ ଆକ୍ରାନ୍ତ ଥିବା ଜଣାପଡିଥିଲେ । ତେବେ ପ୍ଲାଜ୍ମା ଥେରାପି ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା । ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବାର ଜଣାପଡିଛି…
ଭୁବନେଶ୍ବର : ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ଓଡ଼ିଆ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ । ଏହି ବିଲ୍କୁ ଉଭୟ କଂଗ୍ରେସ ଓ ବିଜେପି ବିରୋଧ କରିଛନ୍ତି । ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍କୁ କଂଗ୍ରେସ ତରଫରୁ ତୀବ୍ର ବିରୋଧ କରାଯିବା ବିଲ୍କୁ କଳା ବିଲ୍ କହି ଚିରି ଦେଇଛନ୍ତି ତାରା ବାହିନୀପତି । ବିଲ୍କୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦାବି କରିଛନ୍ତି ଦାରା । ସେହିପରି ଏହି ବିଲ୍ ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି କଂଗ୍ରେସ ଦଳ ବିଧାୟକ ନରସିଂହ ମିଶ୍ର । କଂଗ୍ରେସ ଦଳ ବିଧାୟକ ନରସିଂହ ମିଶ୍ର କହିଥିଲେ ଯେ, କରୋନା ସମୟରେ ବୁଲଡୋଜର କରି ଅତି ତରବରିଆ ଭାବେ ବିଲ୍ ପାରିତ କରିବାକୁ ଚାହୁଁଛନ୍ତି। ଏ ବିଲ୍ ସହ କରୋନାର କଣ ସମ୍ପର୍କ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ବିଲକୁ ବିଜେପି ମଧ୍ୟ ବିରୋଧ କରିଛି । ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା…
ନୂଆଦିଲ୍ଲୀ : କରୋନା ଅପଡେଟ୍ ନେଇ କେନ୍ଦ୍ର ସରକାର ପ୍ରେସ ମିଟ୍ କରିଛନ୍ତି । ଦ୍ବିତୀୟ ସେରୋ ସର୍ଭେ ନେଇ ଆଇସିଏମ୍ଆର ଡିଜି ବଳରାମ ଭାର୍ଗବ ସୂଚନା ଦେଇ କହିଛନ୍ତି ଯେ, ଦ୍ବିତୀୟ ସେରୋ ସର୍ଭେ ରିପୋର୍ଟ ଅନୁସାରେ ଏବେ ବି ବହୁଲୋକଙ୍କ ପ୍ରତି କରୋନା ବିପଦ ରହିଛି। ଏବେ ବି ଅନେକ ଲୋକଙ୍କୁ ଭାଇରସ ଛୁଇଁପାରିନି। ଆଗକୁ ଭାଇରସ ସେମାନଙ୍କୁ କବଳିତ କରିବାର ଆଶଙ୍କା ରହିଛି। ଦେଶର ବହୁତ ବଡ ଗୋଷ୍ଠୀରେ ଆଣ୍ଟିବଡି ଡେଭଲପ୍ କରିନି । ଏଯାବତ୍ ମାତ୍ର 7 ପ୍ରତିଶତ ସଂକ୍ରମିତ ରହିଥିବାବେଳେ 90 % ଲୋକ ଏବେବି ସମ୍ବେଦନଶୀଳ । ଆଗକୁ ପାର୍ବଣ ଋତୁ ସହ ଶୀତ ଦିନ ଆସୁଛି । ଏଥିପାଇଁ ପୂର୍ବାପେକ୍ଷା ଅଧିକ ସତର୍କ ହେବାକୁ ପଡିବ । ମାସ୍କ,, ସାମାଜିକ ଦୂରତ୍ବାକୁ ସାମାନ୍ୟ ଖିଲାପ କଲେ ବିପଦ ବଢିପାରେ ବୋଲି ସୂଚନା ଦେଇଛନ୍ତି ଆଇସିଏମ୍ଆର ଡିଜି । ବର୍ତ୍ତମାନ ସୁଦ୍ଧା କରୋନା…
ବିହାର : ମୁଙ୍ଗେରର ଆର୍ ଡି ଏଣ୍ଡ୍ ଡିଜେ କଲେଜ୍ କ୍ୟାମ୍ପସ୍ ନିକଟରେ ଏକ 40 ଫୁଟ୍ ଗଭୀର କୂଅ ଭିତରୁ କିଛି ଆଓ୍ବାଜ୍ ଶୁଣି ଲୋକେ ବହୁତ ଭୟଭୀତ ହୋଇପଡିଥିଲେ। ତେବେ ଲୋକେ ଯେତେବେଳେ ଯାଇ ସେହି ଗହୀର କୂଅ ଭିତରକୁ ଦେଖିଲେ ଜାଣିଲେ ଯେ, ସେହି କୂଅ ଭିତରେ ଏକ ଯୁବକ ପଡି ଯାଇ ସାହାଯ୍ୟ ପାଇଁ ଚିତ୍କାର କରୁଛି । ଶାଦିପୁର ବଡି ଦୁର୍ଗାସ୍ଥାନ ନିବାସୀ ସୋନୁ କୁମାର ଚୌରାସିଆ ନାମକଜଣେ ଯୁବକ 13 ବର୍ଷୀୟ ପୁତ୍ର ଅଭିଷେକ କୁମାରଙ୍କ ସହିତ ପ୍ରତ୍ୟହ ଚାଲିବା ପାଇଁ କଲେଜ୍ କ୍ୟାମ୍ପସ୍ ଯାଉଥିଲେ । ପ୍ରତ୍ୟେକ ଦିନ ପରି ସେଦିନ ସକାଳ ସାଢେ 5ଟା ସମୟରେ ସେ ଚାଲିବା ପାଇଁ ଯାଇଥିଲେ । ପିତା କଲେଜ୍ କ୍ୟାମ୍ପସରେ ଚାଲୁଥିବାବେଳେ ପୁତ୍ର ଅଭିଷେକ କ୍ୟାମ୍ପସ୍ରେ ଲଗା ହୋଇଥିବା ଗଛରୁ ଫୁଲ ତେଳୁଥିଲେ । ଅଚାନକ ଗଛର ଡାଳ ଛିଡିପଡିବାରୁ ସେ 40…
ଭୁବନେଶ୍ବର : ଭୁବନେଶ୍ୱର ପାଣିପାଗ କେନ୍ଦ୍ର ବଜ୍ରପାତ ଆଶଙ୍କା ନେଇ ରାଜ୍ୟର 16ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି । ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା , ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ, ରାୟଗଡା, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ କୋରାପୁଟରେ ବଜ୍ରପାତ ଆଶଙ୍କା ରହିଛି । ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି ।
ପୁରୀ : କରୋନା ପଜିଟିଭ ଚିହ୍ନଟ ହୋଇଥିବା ସେବାୟତଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଛି । ପଜିଟିଭ ଚିହ୍ନଟ ହୋଇଥିବା ସେବାୟତ 17 ଦିନ ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ଯାଇପାରିବେନି । ପଜିଟିଭ ଥାଇ ଶ୍ରୀମନ୍ଦିର ଭିତରକୁ କଲେ ମାମଲା ରୁଜୁ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା । ପଜିଟିଭ ଚିହ୍ନଟ ହୋଇଥିବା ସେବାୟତ ପ୍ରଥମେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇବେ । ଏହାସହ ଶ୍ରୀମନ୍ଦିର ପରିସରରେ ଗୁଟଖା ଓ ପାନଛେପ ପକାଇଲେ ମଧ୍ୟ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଛି । କୋଭିଡ୍ କଟକଣା ପାଳନ ନେଇ କଡାକଡି ନିର୍ଦ୍ଦେଶ ଦିଆଯାଉଥିବାର ସୂଚନା ରହିଛି । ପଜିଟିଭ୍ ଚିହ୍ନଟ ଶ୍ରୀମନ୍ଦିର ପରିସରରେ ପ୍ରବେଶ କଲେ ଏତଲା କରାଯିବ। ଇତିମଧ୍ୟରେ ପୁରୀ ଶ୍ରୀମନ୍ଦିରରେ 450 ଜଣ ସେବାୟତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେବାୟତ ଚିହ୍ନଟ ହେବାପରେ ଏବେ ଶ୍ରୀଜିଉଙ୍କ ନୀତିକାନ୍ତିକୁ ନେଇ…
ନୂଆଦିଲ୍ଲୀ : ନିର୍ବାଚନ ଆୟୋଗ ନିବାଚନ କମିଶନ ମଧ୍ୟପ୍ରଦେଶ, ଗୁଜରାଟ, ଓଡ଼ିଶା, ନାଗାଲାଣ୍ଡ, ମଣିପୁର ସମେତ 56ଟି ବିଧାନସଭା ଆସନ ଓ ଗୋଟିଏ ଲୋକ ସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ଲାଗି ତାରିଖ ଘୋଷଣା କରିଛନ୍ତି । ଏହି ଆସନରେ ନଭେମ୍ବର 3ରେ ଭୋଟ ଗ୍ରହଣ କରାଯିବ ଓ ନଭେମ୍ବର 10ରେ ଗଣତି ହେବ । ତେବେ ଆସାମ, କେରଳ, ତାମିଲନାଡୁ ଓ ପଶ୍ଚିମବଙ୍ଗର 7 ଆସନରେ ଉପନିର୍ବାଚନ ହେବନାହିଁ । ନିର୍ବାଚନ କମିଶନରଙ୍କ ନିଷ୍ପତ୍ତି ଅନୁଯାୟୀ ଆସାମର ରଙ୍ଗାପରା, ଶିବସାଗର, କେରଳର କୁଟ୍ଟନାଦ ଓ ଚାବାରା ଓ ତାମିଲନାଡୁର ତିରୁବୋଟିଓ୍ବର୍ ଗୁଡିଆଟ୍ଟମ୍ ଓ ପଶ୍ଚିମବଙ୍ଗର ଫଲକଟ୍ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ । ଏହି ସମସ୍ତ ରାଜ୍ୟରୁ ମିଳୁଥିବା ଇନ୍ପୁଟ୍ ଯୋଗୁଁ ନିର୍ବାଚନ ହେବା ସମ୍ଭବପର ନୁହେଁ ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି । ଆସାମ, କେରଳ, ତାମିଲନାଡୁ ଓ ପଶ୍ଚିମବଙ୍ଗର ବିଧାନସଭା କାର୍ଯ୍ୟକାଳ…
ବୌଦ୍ଧ : ବୌଦ୍ଧ ଡେପୁଟି କଲେକ୍ଟର ଶରତ ବାଗ ଗିରଫ । ପତ୍ନୀ ନିର୍ଯାତନା ଅଭିଯୋଗରେ ଶରତ ବାଗଙ୍କୁ ଝାରସୁଗୁଡା ଟାଉନ୍ ଥାନା ପୋଲିସ୍ ଗିରଫ କରିଛି। ବିଟିଏମ୍ ଫାଣ୍ଡିରେ ଡେପୁଟି କଲେକ୍ଟରଙ୍କୁ ପଚରାଉଚୁରା କରାଯାଉଛି । ସୂଚନାଯୋଗ୍ୟ, ବୌଦ୍ଧ ଠାରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଝାରସୁଗୁଡ଼ା ଲହଣ୍ଡାବୁଡ଼ ନିବାସୀ ଶରତ ବାଗଙ୍କ ବିରୋଧରେ ତାଙ୍କ ପତ୍ନୀ ଡାଲିଆ ଦେବନାଥ ବିଟିଏମ ଥାନାରେ ଏଫଆଇଆର ଦାୟର କରିଥିଲେ। ସ୍ବାମୀ ଶରତ ତାଙ୍କ ପ୍ରେମିକା ଓ ଅନ୍ୟ ସମ୍ପର୍କୀୟଙ୍କ ସହ ତାଙ୍କୁ ମାଡ଼ଧର ଓ ହତ୍ୟା ଉଦ୍ୟମ କରିଥିବା ନେଇ ଅଭିଯୋଗ କରିଥିଲେ ।
ଭୁବନେଶ୍ବର : ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ କରୋନା । ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ସସ୍ମିତ । ପଜିଟିଭ୍ ଚିହ୍ନଟ ପରେ ଏବେ ହୋମ୍ ଆଇସୋଲେସନ୍ରେ ଥିବା ଜଣାଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଟେଷ୍ଟ କରାଇ ନେବାକୁ କହିଛନ୍ତି । ଆମେ ସମସ୍ତେ ମିଳିମିଶି କରୋନାକୁ ପରାସ୍ତ କରିପାରିବା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଆଜିଠାରୁ ବିଧାନସଭା ମୌସୁମୀ ଅଧିବେଶନ ହୋଇଛି। ଏହା ପୂର୍ବରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଧାୟକ ଓ ମନ୍ତ୍ରୀମାନଙ୍କର କରୋନା ପରୀକ୍ଷା କରାଯାଇଥିଲା। ମୋଟ୍ 19ଜଣ କରୋନାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି 5ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଗତକାଲି 12ଜଣଙ୍କର ରିପୋର୍ଟ ପଜିଟିଭ୍ ଚିହ୍ନଟ ହୋଇଥିଲା । ପ୍ରଥମ ଦିନ 2 ଜଣଙ୍କର ପଜିଟିଭ୍ ରିପୋର୍ଟ ଚିହ୍ନଟ ହୋଇଥିଲା ।
ଭୁବନେଶ୍ବର : ଉପନିର୍ବାଚନ ପାଇଁ ବିଗୁଲ୍ ବାଜିଲା। ରାଜ୍ୟର ଦୁଇ ବିଧାନସଭା ଆସନ ପାଇଁ ଆସନ୍ତା ନଭେମ୍ବର 3 ତାରିଖରେ ହେବ ଭୋଟଗ୍ରହଣ । ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି । ବିଧାୟକ ବିଷ୍ଣୁ ଦାସ ଓ ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ପରେ ରାଜ୍ୟର ଦୁଇ ଆସନ ଫାଙ୍କା ପଡିଛି । ଏହି ଦୁଇ ବାଲେଶ୍ବର ଓ ତିର୍ତ୍ତୋଲ୍ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ନଭେମ୍ବର ତିନି ତାରିଖରେ ବାଲେଶ୍ବର ଓ ତିର୍ତ୍ତୋଲ୍ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ। ନଭେମ୍ବର 3ରେ ଉଭୟ ନିର୍ବାଚନ ମଣ୍ଡଳି ପାଇଁ ଭୋଟ ଗ୍ରହଣ ହେବ । ନଭେମ୍ବର 10ରେ ଉଭୟ ନିର୍ବାଚନ ମଣ୍ଡଳିର ଭୋଟ ଗଣତି ହେବ। ଅକ୍ଟୋବର 9ରେ ଉଭୟ ନିର୍ବାଚନ ମଣ୍ଡଳି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର…
ଖୋର୍ଦ୍ଧା : ଜଟଣୀରେ ଦିନ ଦ୍ବିପ୍ରହରରେ ଚେନ୍ ଲୁଟ ଘଟଣାରେ 2ଜଣଙ୍କୁ ଗିରଫ କରିଛି ପୋଲିସ୍ । ମହିଳାଙ୍କଠାରୁ ଚେନ୍ ଝାମ୍ପି ନେଇଥିବା ବ୍ୟକ୍ତି ଜଟଣୀରୁ ଗିରଫ ହୋଇଛନ୍ତି । ଚୋରି ଚେନ୍କୁ କିଣିଥିବା କଟକର ଆଉ ଜଣେ ବ୍ୟକ୍ତି ମଧ୍ୟ ଗିରଫ ହୋଇଛନ୍ତି। ସିସିଟିଭିରେ କଏଦ ଲୁଟ୍ ବେଳର ଦୃଶ୍ୟ ଦେଖି ଗିରଫ କରିଛି ପୋଲିସ୍ ।
ମୁମ୍ବାଇ : ବଲିଉଡ୍ରେ ପୁଣିଥରେ ମିଠୁ ବିବାଦ ଦେଖାଦେଇଛି । ଲୋକପ୍ରିୟ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ବିରୋଧରେ ଅଭିନେତ୍ରୀ ପାଏଲ୍ ଘୋଷ ମିଠୁ ଅଭିଯୋଗ ଆଣିଛନ୍ତି । ଯୌନଶୋଷଣ ବିବାଦରେ ଛନ୍ଦି ହୋଇପଡିଥିବା ବଲିଉଡ୍ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ମୁସ୍କିଲ୍ ବଢିବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ଅନୁରାଗ କାଶ୍ୟପଙ୍କୁ ମୁମ୍ବାଇ ପୋଲିସ୍ ସମନ ପଠାଇବାର ସମ୍ଭାବନା ରହିଛି । ଅଭିନେତ୍ରୀ ପାୟଲ ଘୋଷ ଅନୁରାଗ କାଶ୍ୟପଙ୍କୁ ବିରୋଧରେ ମୁମ୍ବାଇର ବାର୍ସୋବ ପୋଲିସ୍ ଥାନାରେ ଯୌନଶୋଷଣ ଓ ଦୁଷ୍କର୍ମ ମାମଲା ଦାଏର ହୋଇଛି । ଅନୁରାଗ କାଶ୍ୟପଙ୍କ ବିରୋଧରେ ଆଇପିସି ଧାରା 376, 354, 341 ଓ 342 ଆଧାରରରେ ଏଫଆଇଆର ଦାଏର ରହିଛି । କିନ୍ତୁ ଏପର୍ଯ୍ୟନ୍ତ ମୁମ୍ବାଇ ପୋଲିସ୍ କୌଣସି ଆକ୍ସନ ଗ୍ରହଣ କରିନାହିଁ । ଏହାକୁ ନେଇ ଅଭିନେତ୍ରୀ ପାଏଲ୍ ମଧ୍ୟ ନାରାଜ ରହିଛନ୍ତି । ଯଦି ପୋଲିସ୍ ଅନୁରାଗଙ୍କ ବିରୋଧର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ…
ଭୁବନେଶ୍ବର, ଆଜି ଆରମ୍ଭ ହୋଇଛି ବିଧାନସଭା। କରୋନା ମାହାମାରୀ ସଂକ୍ରାମଣକୁ ରୋକିବା ପାଇଁ ବହୁ ବ୍ୟବସ୍ଥା କରାଯାଇଛି। ଏହି ସୁରକ୍ଷା ଭିତରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହ ଭିତରକୁ ପ୍ରବେଶ କରୁଛନ୍ତି।
ଭୁବନେଶ୍ବର, ଆଜି ବିଧାନସଭା ଆରମ୍ଭ ହୋଇଛି। କୋଭିଡ ମହାମାରୀ ସମୟରେ ଏହା ହେଉଛି ପ୍ରଥମ ଅଧିବେଶନ। ଆଜି ନିର୍ଦ୍ଧାରିତ ସମୟରେ ବାଚସ୍ପତି ବିଧାନସଭା ପରିସରରେ ପହଁଞ୍ଚିବା ପରେ ନିୟମ ଅନୁସାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା।
ଭୁବନେଶ୍ବର, ଆଜି କୋଭିଡ କଟକଣା ଭିତରେ ବିଧାନସଭା ଆରମ୍ଭ ହୋଇ ଅପରାହ୍ନ 3 ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। ଆଜି ନିର୍ଦ୍ଧାରିତ ସମୟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ନବୀନ ନିବାସରୁ ଭିଡିଓ କନଫ୍ରେନସିଂରେ ଯୋଡି ହୋଇଥିବା ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ମୁଖ୍ୟତଃ ଦିଂବଗତ ନେତା, କୋଭିଡ ଯୋଦ୍ଧା ଏବଂ ଶହୀଦଙ୍କ ପାଇଁ ଶୋକ ଆଗତ କରାଯାଇଥିଲା। ଏହାପରେ ଗୃହରେ ଏକ ମିନିଟ ପାଇଁ ନିରବ ପ୍ରାର୍ଥନୀ କରାଯାଇ ଅପରାହ୍ନ 3 ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରାଯାଇଥିଲା।।
ପାଟନା : ପୂର୍ବ କେନ୍ଦ୍ର ମନ୍ତ୍ରୀ ଓ ଆରଏଲ୍ଏସ୍ପି ଅଧ୍ୟକ୍ଷ ଉପେନ୍ଦ୍ର କୁଶଓ୍ବାହା ୟୁପିଏ ସହ ସମ୍ପର୍କ ଛିନ୍ନ କରିଛନ୍ତି । ଔପଚାରିକ ଭାବରେ ଆଜି ଦ୍ବିପ୍ରହରରେ ଏନେଇ ଘୋଷଣା କରିବେ ବୋଲି ସୂଚନା ରହିଛି । ଉପେନ୍ଦ୍ର କୁଶଓ୍ବାହା ବିହାର ନିର୍ବାଚନ ପାଇଁ ବିଏସ୍ପି ଓ ବିଆଇପି ଦଳ ସହ ମିଶି କରି ତୃତୀୟ ମୋର୍ଚ୍ଚା ସମ୍ଭାଳିବେ ବୋଲି ସୂଚନା ରହିଛି । ଏହି ମୋର୍ଚ୍ଚା କୁଶଓ୍ବାହାଙ୍କ ନେତୃତ୍ବରେ ନିର୍ବାଚନ ଲଢିବ । ୟୁପିଏ୍ ସହ ମୋହଭଙ୍ଗ ପରେ ଉପେନ୍ଦ୍ର କୁଶଓ୍ବାହା ଏନ୍ଡିଏ ସମ୍ପର୍କରେ ମଧ୍ୟ ଥିଲେ । କିନ୍ତୁ ଆସନ ବୁଝାମଣା ନେଇ ଅଙ୍କ ଛିଣ୍ଡି ନ ପାରିବାରୁ ଉପେନ୍ଦ୍ର କୁଶଓ୍ବାହା ଏବେ ନୂତନ ଦଳ ଗଠନ ନେଇ ସୂଚନା ଦେଇଛନ୍ତି । ଉପେନ୍ଦ୍ର କୁଶଓ୍ବାହା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ନେତୃତ୍ବକୁ ସ୍ବୀକର କରିବାକୁ ପ୍ରସ୍ତୁତ ନ ଥିଲେ…
ନୂଆଦିଲ୍ଳୀ : ଦିଲ୍ଲୀ ଏମ୍ସରେ ପ୍ରାଣ ହରାଇଛନ୍ତି ହାଥରସ୍ ଗଣଦୁଷ୍କର୍ମ ପୀଡିତା । ସେପ୍ଟେମ୍ବର 14 ତାରିଖରେ ଉଚ୍ଚଜାତିର ଯୁବକଙ୍କ ଦ୍ୱାରା ଗଣ ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀ ଜଣକ ମଙ୍ଗଳବାର ଏମ୍ସରେ ପ୍ରାଣ ହରାଇଛନ୍ତି । ଯୁବତୀଙ୍କ ମେରୁଦଣ୍ଡ ଏବଂ ଶ୍ୱାସନଳୀ ଗଭୀର ଭାବରେ ଆଘାତ ପ୍ରାପ୍ତ ହୋଇଥିଲା । 19 ବର୍ଷୀୟ ଯୁବତୀ ଜଣକ ଗାଇ ପାଇଁ ଚାରା ଆଣିବାକୁ ଯାଇଥିବା ବେଳେ ଉଚ୍ଚ ଜାତିର ପୁରୁଷଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଯୁବତୀଙ୍କ ଭାଇଙ୍କ ଅଭିଯୋଗ କ୍ରମେ ପୋଲିସ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । 22ତାରିଖରେ ଯୁବତୀଙ୍କ ବୟାନ ରେକର୍ଡ ପରେ ପୋଲିସ ଆଉ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ଯୁବତୀଙ୍କ ଓଢଣୀ ସାହାଯ୍ୟରେ ଗଳା ଦବାଇବା ସହିତ ଜିଭକୁ ମଧ୍ୟ କାଟିଦେଇଥିଲେ ।
ଭୁବନେଶ୍ବର : ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକ, ଭୁବନେଶ୍ବର ଓ ବାଲେଶ୍ବରରୁ ସର୍ବାଧିକ 3ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୀରୁ 2 ଜଣ ଆକ୍ରାନ୍ତଙ୍କର ମୃତ୍ୟୁହୋଇଛି । ସେହିପରି ଝାରସୁଗୁଡା, ନବରଙ୍ଗପୁର, ସୁନ୍ଦରଗଡ ଓ ବଲାଙ୍ଗିରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା 828ରେ ପହଞ୍ଚିଛି । ବାଲେଶ୍ବରରୁ ଆଜି ଦୁଇଜଣ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ପୁରୁଷ ଆକ୍ରାନ୍ତ ରହିଛନ୍ତି । ଦୁଇ ମହିଳା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 61 ଓ 70 ବର୍ଷ ରହିଥିବାବେଳେ ପୁରୁଷ ଆକ୍ରାନ୍ତଙ୍କ ବୟସ 56 ବର୍ଷ ବୋଲି ସୂଚନା ରହିଛି । ସେହିପରି ଭୁବନେଶ୍ବରରୁ 73, 50 ଓଙ 60 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେହିପରି କଟକର 40 ବର୍ଷୀୟ ପୁରୁଷ, 68 ବର୍ଷୀୟ ପୁରୁଷ ଓ ଜଣେ 82 ବର୍ଷୀୟା ମହିଳା…
ଚଣ୍ଡୀଗଡ : ବିରୋଧୀଙ୍କ ହଙ୍ଗମା ସତ୍ତ୍ବେ କୃଷି ବିଲ୍ ଆଇନ୍ରେ ପରିଣତ ହୋଇଛି । ଏହାକୁ ନେଇ ପଞ୍ଜାବ ଓ ହରିୟାଣାରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି ।ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ସମାଲୋଚନା କରିଛନ୍ତି ଶିରୋମଣୀ ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲ । ଅମରିନ୍ଦର ଚାଷୀ ଆନ୍ଦୋଳନ ନାମରେ ନାଟକବାଜି କରୁଛନ୍ତି ବୋଲି ବାଦଲ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ନୂତନ କୃଷି ବିଲକୁ ନେଇ ମତଭେଦ ଦେଖାଦେବା ପରେ ଏନଡିଏରୁ ଓହରି ଯାଇଥିଲା ଅକାଳୀ ଦଳ । ଏପରିକି ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ କୌର ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଥିଲେ । ଶାନ୍ତିପୂର୍ଣ୍ଣ ଭାବରେ ଏହି ଆନେ୍ଦାଳନ ଜାରି ରହିଥିବା ବେଳେ ଏହାକୁ ହିଂସକ ରୂପ ଦେବା ପାଇଁ ଅମରିନ୍ଦର ପ୍ରୟାସ କରୁଛନ୍ତି ବୋଲି ବାଦଲ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଖଟକର କାଲାନ ଠାରେ…

