ଭୁବନେଶ୍ବର : ରାଜ୍ୟରେ ଆଜି 3 ହଜାର 67କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1809ଜଣ ଚିହ୍ନଟ ହୋଇଥିବାବେଳେ 1258ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 15ହଜାର676କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 77 ହଜାର 585 ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 37ହଜାର210ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 813ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍ 3ହଜାର 235ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 555ଜଣ ଚିହ୍ନଟ ହୋଇଥିବାବେଳେ…
Author: Samikhsya Bureau
ନୂଆଦିଲ୍ଲୀ : ମାତ୍ର କୋଡିଏ ଟଙ୍କା ପାଇଁ ବ୍ୟକ୍ତିଙ୍କ ହତ୍ୟା ହୋଇଥିବାର ଘଟଣା ସାମ୍ନାକୁ ଆସିଛି । ରାଜଧାନୀ ଦିଲ୍ଲୀଠାରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଏଠାର ବୁରାଡି ଅଞ୍ଚଳରେ କିଛି ବଦମାସ ଜଣେ ବ୍ୟକ୍ତିକୁ ତାଙ୍କର 13 ବର୍ଷର ପୁଅ ସାମ୍ନାରେ ବାଡିରେ ପିଟି ପିଟଇ ମାରି ଦେଇଛନ୍ତି । ଏହି ଘଟଣା ସେପ୍ଟେମ୍ବର 24 ତାରିଖରେ ଘଟିଥିବାର ସୂଚନା ରହିଛି । ଏହି ମାମଲାରେ ପୋଲିସ୍ ଦୁଇଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ ମୃତକ ବ୍ୟକ୍ତିଜଣକ ହେଉଛନ୍ତି 38 ବର୍ଷୀୟ ରୂପେଶ୍ ସନ୍ତ । ରୂପେଶ୍ ସେପ୍ଟେମ୍ବର 24 ତାରିଖରେ ନିଜ ଘର ନିକଟରେ ଥିବା ଏକ ଭଣ୍ଡାରୀ ଦୋକାନକୁ ବାଳ କାଟିବାକୁ ଯାଇଥିଲେ । ଦୋକାନ ମାଲିକ ସନ୍ତୋଷ ବାଳ କାଟିବା ଲାଗି ରୂପେଶଙ୍କୁ ପଚାଶ ଟଙ୍କା ମାଗିଥିଲେ । କିନ୍ତୁ ରୂପେଶ ମାତ୍ର 20 ଟଙ୍କା ଦେଇ ଆଉ ଟଙ୍କା…
ଭୁବନେଶ୍ବର, ଦିନକୁ ଦିନ ଦୁର୍ବତମାନେ କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ ଦେବାରେ ଲାଗିଛନ୍ତି। ଦିନ ଦ୍ବିପହରେ ସେମାନେ ବ୍ୟାଙ୍କରୁ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏହିପରି ଏକ ଘଟଣା ଭୁବନେଶ୍ବରର ମଞ୍ଚେଶ୍ବର ଥାନା ଅଞ୍ଚଳରେ ଘଟିଛି। ବରିମୁଣ୍ଡର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଜଣେ ବନ୍ଧୁକ ଦେଖାଏ 10 ଲକ୍ଷ ଟଙ୍କା ଦିନରେ ଲୁଟି ନେଇଛି। ଘଟଣାଟି ହେଲା ଗତକାଲି ଦ୍ବିପ୍ରହରରେ ଜଣେ ବ୍ୟକ୍ତି ଏକ ମୋଟର ସାଇକେଲରେ ଆସି ବ୍ୟାଙ୍କ ଆଗରେ ରଖିଲା। ହେଲମେଟ ପିନ୍ଧି ବ୍ୟାଙ୍କ ଭିତରେ ପଶିବାକୁ ଉଦ୍ୟମ କଲା। ହେଲେ ସଠାରେ ଥିବା ସିକ୍ୟୁରିଟ ଲଞ୍ଚ ଟାଇମ ହୋଇଗଲାଣି ବୋଲି କହି ଯିବାକୁ ଅନୁମତି ଦେଲା ନାହିଁ। ହେଲେ ସେ ଦୁର୍ବତ ତାଙ୍କୁ ଧକ୍କା ମାରି ଭିତରକୁ ପଶିଲା। ଭିତରେ ମାତ୍ର ତିନି ଜଣ ଗ୍ରାହକ ଦୁଇ ଜଣ କର୍ମଚାରୀ ଥିଲେ। ବ୍ୟାଙ୍କ ଭିତରେ ଦୁର୍ବତ ଦୁଇ ହାତରେ ଦୁଇଟି ବନ୍ଧୁକ କାଢି ବ୍ଲାଙ୍କ ଫାଇରିଂ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୭୦ ହଜାର ୫୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ଲକ୍ଷ ୪୫ ହଜାର ୨୯୨ କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ ଦିନକରେ ୭୭୬ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଦେଶରେ ମୋଟ କୋରୋନଜନିତ ମୃତ୍ୟୁ ସଂଖ୍ୟା ୯୬ ହଜାର ୩୧୮ ରେ ପହଞ୍ଚିଛି। ଦେଶରେ ମୋଟ ସକ୍ରିୟ କେସ ୯ ଲକ୍ଷ ୪୭ ହଜାର ୫୭୬ ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫୧ ଲକ୍ଷ ୧ ହଜାର ୩୯୭ ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ବର, ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ ହେଇଛି। ଏଥର କୋଭିଡ ମହାମାରୀ ପାଇଁ ବିଧାନସଭାର ରୂପରେଖ ପୁରା ବଦଳିଯାଇଛି। ମୋଟ ଆଠିଟି କାର୍ଯ୍ୟ ଦିବସ ଥିବା ଏହି ଅଧିବେସନରେ 7ଟି ସରକାରୀ ଓ ଗୋଟିଏ ବେସରକାର ଦିବସ ରହିଛି। ଏଥିରେ 9ଟି ଅଧ୍ୟାଦେଶ ଏବଂ 16ଟି ବିଲ ପାଶ ହେବ। ତେବେ ମାହାମାରୀ ପାଇଁ ବିଧାନସଭାରେ ବହୁ ପରିବର୍ତ୍ତନ କରାଯାଇଛି। ଏଥର ପ୍ରଥମ ଥର ପାଇଁ ନବୀନ ନିବାସରୁ ରହି ମୁଖ୍ୟମନ୍ତ୍ରୀ ବିଧାନସଭା କାର୍ଯ୍ୟରେ ଯୋଗ ଦେବେ। ସେହିପରି 6 ଜଣ ବିଧାୟକ ସଚିବାଳୟ ଭିଡିଓ କଂନଫ୍ରେସିଂ ହଲରୁ ରହିବେ। 4 ଜଣ ବିଧାୟକ ସେମାନଙ୍କ ଜିଲ୍ଲାରେ ରହି ବିଧାନସଭାରେ ଯୋଗ ଦେବେ। ସାମ୍ବାଦିକମାନେ ବିଧାନସଭା କଂନଫ୍ରେସ ହଲରେ ବସି ରିପୋର୍ଟିଂ କରିବାର ବ୍ୟବସ୍ଥା କରାଯାଇଛି।
ଭୁବନେଶ୍ୱର, ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁୁ କୃଷି ବିଲ ବିରୋଧରେ ଏକ ବିରାଟ ଶୋଭାଯାତ୍ରା କରାଯାଇତିଲା। ଏହି ଶୋଭାଯାତ୍ରା ଗୋପବନ୍ଧୁ ଛକଠାରୁ ବାହାରି ରାଜଭବନ ପର୍ଯ୍ୟନ୍ତ ଯାଇଥିଲା। ସେଠାରୁ ବିଧାୟକ ତାରାବାହିନୀ ପତିଙ୍କ ନେତୃତ୍ୱରେ ଏକ ୫ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କ ପ୍ରତିନିଧିଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ପିସିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଡ. ରାମଚନ୍ଦ୍ର ଖୁଂଟିଆ, ଏଆଇସିସି ସଂପାଦକ ଶରତ ରାଉତ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ କୁମାର ରାଉତରାୟ, ରମେଶ ଜେନା, ଅଧିରାଜ ମୋହନ ପାଣିଗ୍ରାହୀ, ମହମ୍ମଦ ମୋକିମ ପ୍ରମୁଖ ଯୋଗ ଦେଇଥିଲେ।
ହେମାଙ୍ଗ ପ୍ରସାଦ ରାଉଳ ଛତ୍ରପୁର: ଆମେ ନିହାତି ଗରିବ, ଅସହାୟ ଓ ମେହନତି ଖଟିଖିଆ ଶ୍ରେଣୀର ମହିଳା ଅଟୁ। ଆମେ ରାସନ କାର୍ଡ଼ ପ୍ରଦାନ କରିବା ନିମନ୍ତେ ଯୋଗ୍ୟ ହିତାଧିକାରୀ। ତେଣୁ ଆମମାନଙ୍କୁ ତୁରନ୍ତ ରାସନ କାର୍ଡ଼ ପ୍ରଦାନ କରିବା ଦାବି ନେଇ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମପଂଚାୟତ ଅନ୍ତର୍ଗତ ଖଣ୍ଡୁୁରୁ ଗ୍ରାମର ୨୦ରୁ ଉର୍ଦ୍ଧ୍ୱ ମହିଳାମାନେ ଛତ୍ରପୁର ଆସି ସୋମବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି। ସେମାନେ କହିବାନୁସାରେ ଆମେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ପଂଚାୟତ ସରପଂଚ ଓ ବ୍ଲକ କର୍ତୃପକ୍ଷ ରାସନ କାର୍ଡ଼ ପ୍ରଦାନ କରୁନାହାନ୍ତି। ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ରାସନ କାର୍ଡ଼ ପ୍ରଦାନ କରାଯାଇଛି। ତେଣୁ ଆମକୁ ରାସନ କାର୍ଡ଼ ଖଣ୍ଡିଏ ଖଣ୍ଡିଏ ପ୍ରଦାନ କଲେ ଆମେ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ସୁବିଧା ପାଇବୁ। ଏହାସହ ଗ୍ରାମର ରଶ୍ମିତା…
ଭୁବନେଶ୍ଵର: ଆଜି ରାଜ୍ୟରେ ୪୦୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୫୪୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକରୁ ୪୦୪ ଜଣ, ପୁରୀରୁ ୨୯୮, ଜଗତସିଂହପୁରରୁ ୨୧୨, ଯାଜପୁରରୁ ୧୬୭, ମୟୂରଭଞ୍ଜରୁ ୧୫୯, ସମ୍ବଲପୁରରୁ ୧୫୭, ଅନୁଗୁଳରୁ ୧୪୩, ବାଲେଶ୍ବରରୁ ୧୩୧, କନ୍ଧମାଳରୁ ୧୩୦, ଝାରସୁଗୁଡାରୁ ୧୨୪, କେନ୍ଦ୍ରାପଡାରୁ ୧୧୯, ବରଗଡରୁ ୧୧୩, ବୌଦ୍ଧରୁ ୧୧୩, କଳାହାଣ୍ଡିରୁ ୯୦, ଢେଙ୍କାନାଳରୁ ୮୬, ନବରଙ୍ଗପୁରରୁ ୮୬, କୋରାପୁଟରୁ ୮୧, ନୂଆପଡାରୁ ୮୦, ସୋନପୁରରୁ ୭୮, ବଲାଙ୍ଗିରିରୁ ୭୫, ଭଦ୍ରକରୁ ୭୩, କେନ୍ଦୁଝରରୁ ୭୩, ସୁନ୍ଦରଗଡରୁ ୬୮, ମାଲକାନଗିରିରୁ ୫୩, ନୟାଗଡରୁ ୪୨, ଗଞ୍ଜାମରୁ ୪୧, ରାୟଗଡାରୁ ୪୧, ଗଜପତିରୁ ୩୧, ଦେବଗଡରୁ ୧୨ ଏବଂ ଷ୍ଟେଟ ପୁଲରୁ ୧୮୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ୧ ଲକ୍ଷ ୭୭ ହଜାର ୫୮୫ ଜଣ ସୁସ୍ଥ ହୋଇଛନ୍ତି।…
ଭୁବନେଶ୍ବର: ଆସନ୍ତା ଅକ୍ଟୋବର ମାସ ପହିଲା ଓ ତା ପରଠାରୁ ପୂର୍ବତଟ ରେଳପଥ ଦ୍ୱାରା ଚଳାଚଳ କରୁଥିବା ବିଶେଷ ଟ୍ରେନର ଅନ୍ୟ ଷ୍ଟେସନ ମାନଙ୍କ ଠାରେ ଅତିରିକ୍ତ ରହଣି ଏବଂ କେତେକ ବିଶେଷ ଟ୍ରେନକୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଟ୍ରେନ ଗୁଡିକର ସମ୍ପ୍ରସାରଣ ଏବଂ ଅତିରିକ୍ତ ଷ୍ଟପେଜ୍ ପାଇଁ ପ୍ରସ୍ତୁତି କରିବାକୁ ପୂର୍ବତଟ ରେଳପଥ ସମସ୍ତ ସମ୍ପୃକ୍ତ ବିଭାଗ ଗୁଡିକୁ ସମୟ ଦଇଛି। A: ଅକ୍ଟୋବର ମାସ ପହିଲା ଠାରୁ ଟ୍ରେନ ଗୁଡିକର ର ଅତିରିକ୍ତ ରହଣି: 01. ମୁମ୍ବାଇ-ଭୁବନେଶ୍ୱର-ମୁମ୍ବାଇ ସ୍ୱତନ୍ତ୍ର କୋଣାର୍କ ଏକ୍ସପ୍ରେସ 01019/01020 ମୁମ୍ବାଇ-ଭୁବନେଶ୍ୱର-ମୁମ୍ବାଇ ସ୍ୱତନ୍ତ୍ର କୋଣାର୍କ ଏକ୍ସପ୍ରେସ ଉଭୟ ଦିଗରୁ ବାଲୁଗାଁ, ଛତ୍ରପୁର ଏବଂ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ। 02. ସିକନ୍ଦରାବାଦ-ହାଓଡ଼ା-ସିକନ୍ଦରାବାଦ ଫଲକନୁମା ସ୍ୱତନ୍ତ୍ର ଏକ୍ସପ୍ରେସ 02704/02703 ସିକନ୍ଦରାବାଦ-ହାଓଡ଼ା-ସିକନ୍ଦରାବାଦ ଫଲକନୁମା ସ୍ୱତନ୍ତ୍ର ଏକ୍ସପ୍ରେସ ଉଭୟ ଦିଗରୁ ବାଲୁଗାଁ ଏବଂ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ। 03. ଗୌହାଟୀ-ବାଙ୍ଗାଲୋର-ଗୌହାଟୀ ତ୍ରି-ସପ୍ତାହ ବିଶେଷ ଟ୍ରେନ…
ଭୁବନେଶ୍ବର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘ 5 ମାସରୁ ଅଧିକ ହେବ ରାଜ୍ୟରେ ବିଭିନ୍ନ ଧର୍ମାନୁଷ୍ଠାନମାନ ବନ୍ଦ ରହିଛି । ତେବେ ଏବେ ମନ୍ଦିର ଖୋଲିବା ସମ୍ଭବ ନୁହେଁ ବୋଲି ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି ରାଜ୍ୟସରକାର।ବର୍ତ୍ତମାନ ମନ୍ଦିର ଖୋଲିବା ସମ୍ଭବ ନୁହେଁ ବୋଲି ସରକାର ଦର୍ଶାଇଛନ୍ତି। ତେବେ ଗର୍ଭଗୃହ ଛୋଟ ଯୋଗୁଁ ଗହଳି ହେଲେ କରୋନା ସଂକ୍ରମଣ ବଢ଼ିପାରେ ବୋଲି ସରକାର ଦର୍ଶାଇଛନ୍ତି। ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। କରୋନା ସଂକ୍ରମଣ ପାଇଁ ମନ୍ଦିର ବନ୍ଦ ରହିଥିବାବେଳେ ପରମ୍ପରା ରକ୍ଷା ଲାଗି ଠାକୁରଙ୍କ ନୀତିକାନ୍ତି ଚାଲିଛି । ବିନା ଭକ୍ତରେ ଠାକୁରଙ୍କ ପର୍ବ ଓ ପରମ୍ପରା ରକ୍ଷା ହେଉଛି ।
ନେଦରଲ୍ୟାଣ୍ଡ : ଜଣେ ଲୋକ କେତୋଟି ସନ୍ତାନର ଜନକ ହୋଇପାରିବେ । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଜଣେ 89 ବର୍ଷୀୟ ଡାକ୍ତର ତାଙ୍କ ଜୀବନକାଳ ମଧ୍ୟରେ 60ଟି ସନ୍ତାନର ଜନକ ହୋଇଛନ୍ତି । ତେବେ ଏହା କେବଳ ଜଣେ ମହିଳାଙ୍କଠାରୁ ଜନ୍ମିତ ସନ୍ତାନଙ୍କର ପିତା ହୋଇନାହାନ୍ତି । ବରଂ ଭିନ୍ନ ଭିନ୍ନ ମହିଳାଙ୍କଠାରୁ ଜନ୍ମିତ ସନ୍ତାନଙ୍କର ପିତା ହୋଇଛନ୍ତି ସମ୍ପୃକ୍ତ ଡାକ୍ତର ଜଣକ । ଡିଏନ୍ଏ ରିପୋର୍ଟରୁ ଏହି ଘଟଣା ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ, କିଛି ଦମ୍ପତି ସନ୍ତାନ ଜନ୍ମ ନ କରିବାର କାରଣରୁ ଆଇଭିଏଫ୍ର ସାହାରା ନେଇଥା’ନ୍ତି । ତେବେ ସମ୍ପୃକ୍ତ ଡାକ୍ତର ଜଣକ ଏହି ଆଇଭିଏଫ୍ର ଫାଇଦା ଉଠାଇ ଲୋକଙ୍କୁ ଠକିଥିବାର ଅଭିଯୋଗ ହୋଇଛି । ନେଦରଲ୍ୟାଣ୍ଡରେ ଏକ ଆଇଭିଏଫ୍ କ୍ଲିନିକ୍ରେ ମହିଳାଙ୍କ ସହିତ ବଡ ଠକାମୀ ହୋଇଥିବାର ଖବର ସାମ୍ନାକୁ ଆସିଛି । ଏହି କ୍ଲିନିକ୍ର ଜଣେ ଡାକ୍ତର 49 ମହିଳାଙ୍କୁ ଗର୍ଭବତୀ କରାଇବାରେ…
ପାଟନା : ବିହାର ନିର୍ବାଚନୀ ବିଗୁଲ୍ ବାଜି ସାରିଛି । ସମସ୍ତ ଦଳ ନିଜ ନିଜ ସ୍ତରରେ ଶାସନ ହାତେଇବା ପାଇଁ ଅଣ୍ଟା ଭିଡି ସାରିଲେଣି । ବିହାର ବିଧାନସଭା ରାଜନୀତିରେ ଏବେ ଏକ ନୂଆ ନାମ ଚର୍ଚ୍ଚାକୁ ଆସିଛି । ଏହି ନାମଟି ହେଉଛି ପୁଷ୍ପ୍ୟମ୍ ପ୍ରିୟା ଚୌଧୁରୀ । ଛ’ ମାସ ପୂର୍ବରୁ କେହି ଏହି ନାଁକୁ ଜାଣିନଥିବାବେଳେ ଏବେ ରାଜ୍ୟରେ ସବୁଠୁ ଚର୍ଚ୍ଚିତ ନାମ ହେଉଛି ପୁଷ୍ୟମ୍ ପ୍ରିୟା ଚୌଧୁରୀ । ବିହାରର ରାଜନୈତିକ ସରଗରମ ଭିତରେ ଏବେ ଏକ ନୂଆ ଦଳ ‘ପ୍ଲୁରାଲ୍ସ’ ମୁଣ୍ଡ ଟେକିଛି । ବିହାରର ମୁ୍ଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପୁଷ୍ପ୍ୟମ୍ ପ୍ରିୟା ଚୌଧୁରୀ ‘ପ୍ଲୁରାଲ୍ସ’ ଦଳ ତରଫରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଏଥିପାଇଁ ସେ ତୃଣମୂଳସ୍ତରରେ ମଧ୍ୟ ବହୁ କଡା ପରିଶ୍ରମ କରୁଛନ୍ତି । କିଏ ଏହି ପୁଷ୍ୟମ୍ ପ୍ରିୟା ଚୌଧୁରୀ ? ଦରଭଙ୍ଗା ଜିଲ୍ଲା ନିବାସୀ ପୁଷ୍ୟମ୍ ଜେଡିୟୁ ନେତା…
ରମେଶ ମହାନ୍ତି ଜଗତସିଂହପୁର :ତିର୍ତ୍ତୋଲ ବାର୍ ଆସୋସିଏସନର ପ୍ରତିଷ୍ଠାତା ସଭାପତି ତଥା ବରିଷ୍ଠ ଆଇନଜିବୀ ରାଜକିଶୋର ପଟ୍ଟନାୟକଙ୍କ ଗତ ଶନିବାର ତା ୨୬.୯.୨୦ରିଖ ଦିନ ୧୦ଟା୧୫ ମିନିଟରେ ହୃଦଘାତରେ ପରଲୋକ ହେବା ପରେ ଆଜି ତିର୍ତ୍ତୋଲ ବାର୍ ଆସୋସିଏସନ ସଭାଗୃହରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।ପ୍ରଶାନ୍ତ କୁମାର ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶୋକସଭାରେ ଅନ୍ୟମାନଙ୍କ ମଧ୍ୟରେ ଆଲ୍ହାଦ ପରିଜା, ସୁଧିରଖୁଣ୍ଟିଆ, ସରୋଜ ପାଣିଗ୍ରାହି,ଟୁକନ ସେଠୀ,ଶୁଭେନ୍ଦୁ ରାୟ,ଗୋବିନ୍ଦ ସ୍ୱାଇଁ,ଅମର ସାହୁ,ଶାରଦା ଚୈଧୁରୀ,ଦେବେନ୍ଦ ନାୟକ,ସରତ ସାହୁ,ସୁବୋଧ ଖୁଣ୍ଟିଆ,ନାରାୟଣ ମହାନ୍ତି,ରିତା ମାହାନ୍ତି,ପ୍ରକାଶ ରାୟ,ପ୍ରମୁଖ ଆଇନଜିବୀ ଓ ନୃସିଂହ ବ୍ରହ୍ମ,ପ୍ରଦିପ ନାୟକ,ତୁଶାର ରାୟ,ପ୍ରକାଶ ମାହାନ୍ତି,ଲଳିତ ମୋହନ ପାଣି,ନୀରଂଜନ ସାମଲ,ଶିବ ମଲ୍ଲିକ,ତର୍ପଣ ସତପଥି, ମନୋରଂଜନ ନାୟକ,ଅକ୍ଷୟ ପରିଡା,ଜତିନ୍ଦ୍ର ଦାସ,ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯିବା ପରେ ଏହି ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିସହିତ ସ୍ଥାନୀୟ କୋର୍ଟ କାର୍ଯ୍ୟ ଆଜି ଦିନକ ପାଇଁ ବନ୍ଦ ରହିଥିବା ଜଣାପଡ଼ିଛି।
ଭୁବନେଶ୍ବର, ପୂର୍ବ ବିହାର ଏବଂ ପଶ୍ଚିମ ବଂଗର ବଙ୍ଗୋବ ସାଗରରେ ଏକ ବାତ୍ୟାବଳୟ ସୃଷ୍ଟି ହୋଇଥିବାରୁ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ବଳୟଟି ସମୁଦ୍ର ପତନରୁ 3 କିଲୋମିଟର ଉଚ୍ଚର ରହିଛି। ଏହାର ପ୍ରଭାବ ଆସନ୍ତା 30 ତାରିଖୁ ସ୍ଥଳ ଭାଗରେ ଅନୁଭୂତ ହେବ। ଫଳରେ ଓଡିଶାରେ 30 ତାରିଖ ପାଇଁ 16 ଟି ଜିଲ୍ଲାରେ ୱେଲୋ ୱାର୍ଣ୍ଣି ଦିଆଯାଇଛି। ସେହି ଜିଲ୍ଲାଗୁଡିକ ହେଲା ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଜପତି, ଗଂଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଏବଂ ଢେଙ୍କାନାଳ। ତେବେ ସେଦିନ 5ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଗୁଡିକ ହେଲା ଗଂଜାମ, ଗଜପତି, ପୁରୀ, ନୟାଗଡ ଏବଂ କନ୍ଧମାଳ। ଏସବୁ ଦୃଷ୍ଟିରେ ରଖି ଆଜି ଏସଆରସି ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ଚିଠି ଲେଖି ଜଣାଇ ଦେଇଛନ୍ତି।
ଭୁବନେଶ୍ବର: ଆସନ୍ତକାଲି ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଆଜି ମନ୍ତ୍ରୀ ଓ ବିଧାୟକଙ୍କ କରୋନା ଟେଷ୍ଟ ରିପୋର୍ଟ ଆସିଛି। ରାଜ୍ୟର ୧୪ ଜଣ ମନ୍ତ୍ରୀ ଓ ବିଧାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରସୂଚନା ରହିଛି। କାଲି ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଜି ଆଉ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ସମୀର ଦାଶ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଜ୍ୟୋତି ପାଣିଗ୍ରାହୀ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବିଧାୟକ ଅଶୋକ ବଳ, ବିଷ୍ଣୁବ୍ରତ ରାଉତରାୟତ, ଭାଗିରଥୀ ସେଠୀ, ସୁଶାନ୍ତ ବେହେରା, ଉମାକାନ୍ତ ସାମନ୍ତରାୟ, ନାଉରୀ ନାଏକ, ପ୍ରଶାନ୍ତ ଜଗଦ୍ଦେବ ଓ ସୁକାନ୍ତ ନାୟକ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତକାଲି ପ୍ରମିଳା ମଲ୍ଲିକ ଓ ଦେବୀ ମିଶ୍ର ପଜିଟିଭ ଚିହ୍ନଟ ହୋଇଥିଲେ।
ଭୁବନେଶ୍ବର : ଭୁବନେଶ୍ବର ମହାନଗରରୁ ଆଜି ଆଉ 342 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଆଜି ଚିହ୍ନଟ ହୋଇଥିବା ମୋଟ୍ 342 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ରୁ 111ଜଣ ରହିଥିବାବେଳେ 231ଜଣ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଥିବାର ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । https://twitter.com/bmcbbsr/status/1310526186347311104?s=20 ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 21 ହଜାର 197ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 17 ହଜାର 497ରେ ପହଞ୍ଚିଛି । ସେହିପରି 88 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3 ହଜାର 595ଜଣ ।
ମୁମ୍ବାଇ : ଆଉ ନାହାନ୍ତି ଲୋକପ୍ରିୟ ଗୀତିକାର ଅଭିଳାଷ । ପ୍ରସିଦ୍ଧ ଗୀତିକାର ତଥା ଲେଖକ ଅଭିଳାଷଙ୍କ ଦେହାନ୍ତ ହୋଇଯାଇଛି। ବହୁ ଦିନ ହେଲା କ୍ୟାନସରରେ ପୀଡିତ ଥିଲେ । ସୋମବାର ସକାଳ4ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି ଦିନ ହେଲା ସେ ଲିଭର କ୍ୟାନସରରେ ପୀଡିତ ଥିବା ଜଣାପଡିଥିଲା । 1985ମସିହାରେ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଅଙ୍କୁଶର ଲୋପ୍ରିୟ ଗୀତ ‘ଇତ୍ନି ଶକ୍ତି ହମେଁ ଦେନା ଦାତା’ ଲେଖିଥିଲେ । ଏହି ଗୀତ ଦେଶର ଅନେକ ସ୍କୁଲର ପ୍ରାର୍ଥନାରେ ସାମିଲ ହୋଇଛି । ଏହି ଗୀତକୁ ସାରା ଦୁନିଆରେ 8ଟି ଭାଷାରେ ଅନୁବାଦ କରାଯାଇଛି । କଳାଶ୍ରୀ ଆଓ୍ବାର୍ଡରେ ସମ୍ମାନିତ ହୋଇଛନ୍ତି ଅଭିଳାଷ । (ଏଜେନ୍ସି)
ଭୁବନଶ୍ବର, ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଦ୍ବାରା ପରିଚାଳିତ ଇକୋ ପର୍ଯ୍ୟଟନ କ୍ଷେତ୍ର ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଜ୍ୟରେ ଥିବା 42 ଟି ସବୁଜ ପର୍ଯ୍ୟଟନରେ ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। କରୋନା ପାଇଁ ଦୀର୍ଘ ସାତ ମାସ ଧରି ଏହି ପର୍ଯ୍ୟଟନ ସ୍ଥଳ ଗୁଡିକ ବନ୍ଦ କରିଦିଆଯାଇ ଥିଲା। ଏବେ ସରକାର ଅନୁମତି ଦେବା ପରେ ଏହି ସ୍ଥଳଗୁଡିକ ଚଳଚଞ୍ଚଳ ହୋଇ ଉଠିଛି। ଏହି ସବୁଜ ପର୍ଯ୍ୟଟନ ଉପରେ ପ୍ରାୟ ଛଅଶହ ଜଙ୍ଗଲ ଅଞ୍ଚଳର ବାସିନ୍ଧା ବେଶ ଉପକୃତ ହୋଇପାରୁଥିଲା। ହିସାବ ଅନୁସାରେ ଗତ 2015-16 ମସିହାରେ ଏହି ପର୍ଯ୍ୟଟନରୁ ପ୍ରାୟ 47 ଲକ୍ଷ ଆୟ ହୋଇଥିବା ବେଳେ 2019-20ରେ ଏହା 6 କୋଟି 85 ଲକ୍ଷକୁ ବୃଦ୍ଧି ପାଇଥିଲା।
ଅମରାବତୀ, ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୟାଇଏସ ଜଗନ ମୋହନ ରେଡ୍ଡୀ ରାଜ୍ୟର ଚାଷିମାନଙ୍କ ପାଇଁ କରିଛନ୍ତି ବଡ ଘୋଷଣା। ଘୋଷଣା ଅନୁସାରେ ଏହି କାମ ପାଇଁ ଖର୍ଚ୍ଚ ହେବ 2 ହଜାର 3ଶହ 40 କୋଟି ଟଙ୍କା। ଆଉ ଏହି ଯୋଜନାର ନାମ ହେଲା ୱାଇଏସଆର ଜଳକଳ ଯୋଜନା। ଏହି ଯୋଜନା ଅନୁସାରେ ସରକାର ଆସନ୍ତା 4 ବର୍ଷ ମଧ୍ୟରେ ଦୁଇ ଲକ୍ଷ ନଳକୂପ ଖୋଳିବେ। ଯେଉଁ ସ୍ଥାନରେ ଜଳସେଚନ ସୁବିଧା ନାହିଁ ସେହି ସ୍ଥାନରେ ଏହି ନଳକୂପ ଚାଷିଙ୍କ ପାଇଁ ଖୋଳାଯିବ। ଏଥିସହିତ ନଳକୂପଠାରୁ ଜମି ପର୍ଯ୍ୟନ୍ତ ପାଣି ନେବା ପାଇଁ ପାଇପର ମଧ୍ୟ ବନ୍ଦୋବସ୍ତ କରାଯିବ। ଆଜି ଘୋଷଣା ହେବା ପରେ ପରେ ରାଜ୍ୟରେ 163ଟି ନଳକୂପ ଖୋଳିବା ପାଇଁ ସ୍ଥାନ ନିରୂପଣ ହୋଇ ସାରିଛି।
ଭୁବନେଶ୍ବର, ବିଭିନ୍ନ ସମୟରେ ଜଙ୍ଗଲ ବିଭାଗ ତରଫରୁ ଏକ୍ରାମ କାନନକୁ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ଚେଷ୍ଠା କରାଯାଇଛି। ସେହି ପରିପ୍ରେକ୍ଷୀରେ ବର୍ତ୍ତମାନ କମ ଶେଷ ହେବା ପରେ ଏହା ହେଉଛି ଏକ୍ରାମ କାନନର ଦୃଶ୍ୟ।
ଭୁବନେଶ୍ବର, ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ତିର୍ତ୍ତୋଲ ପାଇଁ ଚଳଚଞ୍ଚଳ ହୋଇପଡିଛି ଶାସକ ବିଜେଡି। ଆଜି ସେହି ଅଞ୍ଚଳର ମହାନଦୀ ଉପରେ ଦୁଇଟି ବ୍ରିଜର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୋଟିଏ ହେଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୧୮.୫୬ କୋଟି ଟଙ୍କା ବ୍ୟୟରେ ତିର୍ତ୍ତୋଲ ପୋଷଳ ହାଇ ଲେବେଲ ସେତୁ। ଅନ୍ୟଟି ହେଲା ପୂର୍ତ୍ତ ବିଭାଗ ପକ୍ଷରୁ ମହାନଦୀ ଉପରେ ୮୨ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ଜଇପୁର-କଟିକଟା ହାଇଲେବେଲ ସେତୁ। ଏହି ଦୁଇଟି ସେତୁ ଦ୍ବାରା ତିର୍ତ୍ତୋଲ ସହିତ କଟକ ଓ କେନ୍ଦ୍ରାପଡା ଜିଲ୍ଲାର ୨୮ଟି ଗ୍ରାମ ପଞ୍ଚାୟତର ପ୍ରାୟ ଦେଢ ଲକ୍ଷ ଲୋକ ଉପକାର ପାଇବେ। ଢେଙ୍କାନାଳରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଇସ୍ପାତ, ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଦୃଢ ସଂକଳ୍ପ ନେଇ ଓଡିଶାର ବିକାଶ ପାଇଁ କାମ କରିଆସୁଛନ୍ତି। ଆଜି ଏହି ଦୁଇଟି ସେତୁ…

