Author: Samikhsya Bureau

ନୂଆଦିଲ୍ଲୀ, ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେସନ। ଏହା ଅକ୍ଟୋବର 1 ତାରିଖ ପର୍ଯ୍ୟନ୍ତ ଚାଲିବ। କୋଭିଡ-୧୯ ମହାମାରୀ ମଧ୍ୟରେ ଏହା ହେବ ପ୍ରଥମ ଅଧିବେଶନ। ଏହାକୁ ଦୃଷ୍ଟିରେ ରଖି କୋଭିଡ-୧୯ ପାଇଁ ଜାରି ହୋଇଥିବା ଗାଇଡଲାଇନ ଅନୁଯାୟୀ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତ୍ୟେକ ସଦନରେ ଦୈନିକ ୪ ଘଣ୍ଟା ଲେଖାଏଁ କାର୍ଯ୍ୟକାଳ ରହିବ। ରାଜ୍ୟସଭା ପାଇଁ ପୂର୍ବାହ୍ନ ୯ଟାରୁ ଅପରାହ୍ଣ ୧ଟା ଏବଂ ଲୋକସଭା ପାଇଁ ଅପରାହ୍ଣ ୩ ଟାର ୭ଟା ପର୍ଯ୍ୟନ୍ତ କାର୍ଯ୍ୟ ଚାଲିବ। ତେବେ ୧୪ ତାରିଖ ପ୍ରଥମ ଦିନ ଲୋକସଭା ଅଧିବେଶନ ସକାଳ ବେଳା ଅନୁଷ୍ଠିତ ହେବ। ଶାରୀରିକ ଦୂରତା ରକ୍ଷା ଉଦ୍ଦେଶ୍ୟରେ ସାଂସଦମାନଙ୍କ ବସିବା ସ୍ଥାନରେ ଯଥେଷ୍ଟ ବ୍ୟବଧାନ ରଖାଯିବ। ସାଂସଦମାନେ ଉଭୟ ସଦନର ଚାମ୍ବର ସହିତ ଗ୍ୟାଲେରିରେ ବସିବେ। ସାଂସଦମାନଙ୍କ ଉପସ୍ଥିତି ପଞ୍ଜୀକରଣ କରିବା ଲାଗି ମୋବାଇଲ ଆପର ପ୍ରଚଳନ କରାଯିବ। ସଦନରେ ପଲିକାର୍ବନ ଶିଟ ଜରିଆରେ ଆସନଗୁଡ଼ିକୁ…

Read More

ଦିଲ୍ଲୀପ ହାଲି ଓଡିଆ ଚଳଚିତ୍ର, ଧାରାବାହିକ ଏବଂ ନାଟ୍ୟ ଜଗତର ଜଣେ ପ୍ରତିଭାବାନ ବ୍ୟକ୍ତିତ୍ବ ହେଉଛନ୍ତି ଅଜିତ ଦାସ। ୧୯୪୯ ମସିହା ଜାନୁୟାରୀ ୨୦ ତାରିଖରେ ବାରିପଦାରେ ଜନ୍ମ ଗ୍ରହଣ କରିଥିବା ଅଜିତ ଦାସ ଓଡିଆ ନାଟ୍ୟ ଓ ଚଳଚିତ୍ର ଜଗତରେ ସୃଷ୍ଟି କରିଥିଲେ ଏକ ନୂଆ ଇତିହାସ। ଅଶି ଦଶକରେ ଯେଉଁମାନେ ଓଡିଆ ଚଳଚିତ୍ରରେ ଅଜିତଙ୍କ ଅଭିନୟକୁ ଦେଖିଛନ୍ତି ସେମାନେ ସମସ୍ତେ ତାଙ୍କର କଳାକୁ ମନେ ରଖିଛନ୍ତି। ସେହିପରି ବର୍ତ୍ତମାନ ସମୟର ଚଳଚିତ୍ର ‘ଆମ ଭିତରେ କିଛି ଅଛି କି’ ଯେ ଦେଖିଛି ସେ ମଧ୍ୟ ଅଜିତଙ୍କ ଅଭିନୟ କଳା କଣ ତାହା ବାରିପାରିଛି। ଅଜିତଙ୍କ ଚଳଚିତ୍ର ଯାତ୍ରା ୧୯୭୬ ମସିହାର ସିନ୍ଦୁର ବିନ୍ଦୁ ଚଳଚିତ୍ରରୁ ଆରମ୍ଭ ହୁଏ। ସେହି ଚଳଚିତ୍ର ହିଁ ତାଙ୍କ ପାଇଁ ଆଣି ଦେଇଥିଲା ପ୍ରସିଦ୍ଧି। ଏହା ପରେ ସେ ଗୋଟିଏ ପରେ ଗୋଟିଏ ଚଳଚିତ୍ରରେ ଅଭିନୟ କରି ନିଜର ଏକ ସ୍ଥିତି ଜାହିରି କରିପାରିଥିଲେ…

Read More

ଭୁବନେଶ୍ବର : ଓଲିଉଡର ବର୍ଷିଆନ୍ ଅଭିନେତା ଅଜିତ ଦାଶଙ୍କ ଆଜି ପରଲୋକ ହୋଇଛି । 71ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବର୍ଗତ ଅଜିତ୍‌ ଦାସଙ୍କୁ ଓଡ଼ିଆ ଚଳଚ୍ଚିତ୍ରର ଜଣେ ଅନନ୍ୟ ପ୍ରଭିଭାଧାରୀ ଏବଂ ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ବ୍ୟକ୍ତିତ୍ବ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପରେ ଜଣେ ବହୁମୁଖୀ ଅଭିନେତା ଓ ନିର୍ଦେଶକ ଭାବେ ନିଜ ନିଖୁଣ ଅଭିନୟ ଛାଡ଼ି ଯାଇଛନ୍ତି। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନାଟକ ବିଭାଗର ପୂର୍ବତନ ବିଭାଗ ମୁଖ୍ୟ ଭାବେ ସେ ଓଡ଼ିଶା ଚଳଚ୍ଚିତ୍ର ଶିଳ୍ପ ପାଇଁ ଯେତେଜଣ କଳାକାର ସୃଷ୍ଟି କରିଛନ୍ତି, ସେହି ଅଭାବ ପୂରଣ ପାଇଁ ବହୁ ବର୍ଷ ଲାଗିବ। ଓଡ଼ିଶା ଚଳଚ୍ଚିତ୍ର ପ୍ରେମୀଙ୍କ ହୃଦୟରେ ଅଜିତ୍ ଦାସ ସବୁଦିନ ପାଇଁ ବଞ୍ଚି…

Read More

ମୁମ୍ବାଇ : ଲୋକପ୍ରିୟ ବଲିଉଡ୍‌ କଳାକାର ହିମାନୀ ଶିବପୁରୀଙ୍କୁ କରୋନା। କୋଭିଡ୍‌ ପଜିଟିଭ୍‌ ଥିବା ନେଇ ହିମାନୀ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସୂଚନା ଦେଇଛନ୍ତି। ହିମାନୀ ଏବେ ଲୋକପ୍ରିୟ ଟିଭି ସିରିୟଲ ‘ହପ୍ପୁ କି ଉଲଟନ୍‌ ପଲଟନ୍‌’ରେ ଅଭିନୟ କରୁଛନ୍ତି। ହିମାନୀ ଇନ୍‌ଷ୍ଟାଗ୍ରାମରେ କରୋନା ସଂକ୍ରମିତ ହୋଇଥିବା ନେଇ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ପରୀକ୍ଷା କରାଇନେବାକୁ ଅନୁରୋଧ କରିଛନ୍ତି । ହିମାନୀ 1984 ମସିହାରେ ‘ଅବ ଆଏଗା ମଜା’ ଜରିଆରେ ବଲିଉଡ୍‌ ଡେବ୍ୟୁ କରିଥିଲେ । ଏହା ପରେ ସେ ସୁରଜ କା ସାତବା ଘୋଡ଼ା, ହମ୍‌ ଆପକେ ହେ କୌନ୍‌, ହମ୍‌ ସାଥ୍‌ ସାଥ୍‌ ହେ, କଭି ଖୁସି କଭି ଗମ୍‌, ରାଜା, ବିବି ନମ୍ବର ଓ୍ବାନ୍‌ ପରି ଫିଲ୍ମରେ ଅଭିନୟ କରିଛନ୍ତି।

Read More

ଭୁବନେଶ୍ବର : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ଧୀରେ ଧୀରେ ଅଧିକ ଘନୀଭୂତ ହେବାର ସମ୍ଭାବନା ମଧ୍ୟ ରହିଛି । ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡିଶାର ସମସ୍ତ ସ୍ଥାନରେ ବର୍ଷା ଆଶଙ୍କା ରହିଛି । ଏନେଇ ଦକ୍ଷିଣ ଓଡିଶାର 6ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ମାଲକାନଗିରି, କୋରାପୁଟ, ଗଜପତି ଓ ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ଛଡ଼ା ଓଡ଼ିଶା ଉପକୂଳର ମତ୍ସ୍ୟଜୀବୀଙ୍କ ପାଇଁ ପାଣିପାଗ ବିଭାଗ ପକ୍ଷରୁ13 ତାରିଖ ଠାରୁ ଆସନ୍ତା  ପାଞ୍ଚ ଦିନ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

Read More

ଭୁବନେଶ୍ବର : ଆଉ ନାହାନ୍ତି ଓଡ଼ିଆ ସିନେଜଗତର ବିଶିଷ୍ଟ ଅଭିନେତା ଅଜିତ୍‌ ଦାଶ ।  71 ବର୍ଷ ବୟସରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ମେଡ଼ିକାଲରେ ଅଜିତ୍‌ ଦାସଙ୍କ ପରଲୋକ ହୋଇଛି । କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ଅଜିତ୍‌ ଦାସ । ମୟୂରଭଞ୍ଜ କରଞ୍ଜିଆରେ ଅଜିତ୍‌ ଜନ୍ମଗ୍ରହଣ କରିଥିଲେ ଅଜିତ୍‌ ଦାଶ । ’ସିନ୍ଦୂର ବିନ୍ଦୁ’ରୁ ଫିଲ୍ମର କ୍ୟାରିଅର ଆରମ୍ଭ କରିଥିବା ଅଜିତ୍‌ ଦାଶ 60ରୁ ଉର୍ଦ୍ଧ୍ବ ଫିଲ୍ମରେ ଅଭିନୟ କରିଛନ୍ତି ।‘ହାକିମ ବାବୁ’, ‘ମା’, ‘ତୁଣ୍ଡବାଇଦ’ ପରି ବହୁ ଲୋକପ୍ରିୟ ଚଳଚ୍ଚିତ୍ରରେ ନିଜର ଦମଦାର ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ଛାପ ଛାଡିଯାଇଛନ୍ତି । ଚଳଚ୍ଚିତ୍ର ବ୍ୟତୀତ ନାଟକରେ ମଧ୍ୟ ନିଖୁଣ ଅଭିନୟର ଛାପ ଛାଡିଯାଇଛନ୍ତି ଅଜିତ୍‌ ।ଏନ୍‌ଏସ୍‌ଡିରୁ ଅଭିନୟ ଶିକ୍ଷା ଗ୍ରହଣ କରିଥିଲେ ଅଜିତ୍‌ ।  ‘ଅଜିତ୍‌’ଏକ ନାଟ୍ୟ ଅନୁଷ୍ଠାନ ଗଢିଥିଲେ । ଏହି ନାଟ୍ୟାନୁଷ୍ଠାନ ଅନେକ କ୍ଲାସିକାଲ୍‌ ନାଟକ ଭେଟି ଦେଇଛି ।

Read More

ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାନାୱତଙ୍କର ଶିବସେନା ଓ ମହାରାଷ୍ଟ୍ର ସରକାରଙ୍କୁ ନେଇ ହୋଇଥିବା ବିବାଦକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ମୁହଁ ଖୋଲିଛନ୍ତି । ମହାରାଷ୍ଟ୍ରକୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି ।ସଠିକ୍ ସମୟରେ ଏହା ଉପରେ ପ୍ରତିକ୍ରିୟା ରଖିବି ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି ।କଙ୍ଗନା କିମ୍ବା ସୁଶାନ୍ତଙ୍କ ନାଁକୁ ନେଇ କିଛି ନକହି ସେ କହିଛନ୍ତି ଯେ , ମୋ ନିରବତାକୁ କେହି ଦୁର୍ବଳତା ବୋଲି ନ ଭାବନ୍ତୁ । ଏବେ ମୁଁ ଯେ କୌଣସି ରାଜନୈତିକ ଝଡ଼ର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛି । ରାଜ୍ୟରେ କରୋନା ମୁକାବିଲା ନେଇ ଉଦ୍ଧବ ଠାକରେଙ୍କ ନୂଆ ଅଭିଯାନ ଘୋଷଣା କରିଛନ୍ତି । ଆସନ୍ତା 15 ତାରିଖରୁ ଆରମ୍ଭ ‘ମୋ ପରିବାର, ମୋ ଦାୟିତ୍ୱ’ ଅଭିଯାନ ଆରମ୍ଭ କରିବେ । ଅଭିନେତ୍ରୀ କଙ୍ଗନା ରନୌତ, ଶିବସେନା ଓ ମହାରାଷ୍ଟ୍ର ସରକାର ମଧ୍ୟରେ ବିବାଦ ଲାଗି…

Read More

ସଂପଦ ଦଳାଇ ଭୁବନେଶ୍ବର, ଖୁବ ଶିଘ୍ର ଓଡିଶାରେ ଦୁଇଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ଏହି ଦୁଇଟି ଆସନ ହେଲା ତିର୍ତ୍ତୋଲ ଏବଂ ବାଲେଶ୍ବର ସଦର ଆସନ। ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଧାୟକ ଥିବା ବିଷ୍ଣୁ ଦାସ ଏବଂ ବାଲେଶ୍ବର ସଦରର ବିଧାୟକ ଥିବା ମଦନମୋହନ ଦତ୍ତଙ୍କ ପରଲୋକ ହୋଇଛି। ଫଳରେ ଉଭୟ ଆସନ ବର୍ତ୍ତମାନ ଖାଲିପଡିଥିବାରୁ ଉପନିର୍ବାଚନ ହେବ। ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ଏହି ଉପନିର୍ବାଚନକୁ ନେଇ ବେଶ୍ ତତ୍ପରତା ପ୍ରକାଶ ପାଇଲାଣି। ତେବେ ଏହି ଦୁଇ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବାଲେଶ୍ବର ସଦର ଆସନଟିକୁ ନେଇ ବର୍ତ୍ତମାନ ତିନିଦଳ ମଧ୍ୟରେ ବେଶ୍ ବଳକଶା ହେବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ହେଲା ଏହି ନିର୍ବାଚନ ମଣ୍ଡଳିର ଯେଉଁ ଲୋକସଭା ଆସନଟି ଅଛି ସେହି ଆସନର ତିନି ଦଳର ଲୋକସଭା ନେତା ହେଉଛନ୍ତି ବେଶ୍ ପ୍ରଭାବଶାଳୀ। ସେମାନେ ହେଲେ ବିଜେଡିର ରବିନ୍ଦ୍ର…

Read More

ଭୁବନେଶ୍ବର: ଓଡିଶା କଂଗ୍ରେସର ନୂଆ ପ୍ରଭାରୀ ଡ. ଏ. ଚେଲ୍ଲା କୁମାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନମୁନା ପରୀକ୍ଷା ପରେ ସେ ପଜିଟିଭ୍ ଥିବା ଜଣାପଡିଛି । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ନମୁନା ଟେଷ୍ଟ କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହ ସେ ନିଜେ ହୋମ୍ ଆଇସୋଲେସନରେ ରହିଛନ୍ତି । ଗତକାଲି ତାଙ୍କୁ ଓଡିଶା କଂଗ୍ରେସ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା।

Read More

ଭୁବନେଶ୍ବର :  କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଛି । ଆଜି ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥିତି ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ତେବେ ଗତ ଚାରି ଦିନ ତଳେ ଶ୍ରୀ ମାଝୀଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଥିଲା । ତେବେ ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିଲା । ନିଶ୍ୱସ ପ୍ରସ୍ୱାସ ନେବାରେ ସମସ୍ୟା ଉପୁଜିବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଶ୍ରୀ ମାଝୀ। ପରେ ତାଙ୍କୁ ନବରଙ୍ଗପୁର ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତେବେ ସମ ହସ୍ପିଟାଲରେ ତାଙ୍କ ଚିକିତ୍ସା କରାଯିବା ସହ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।

Read More

ମଧ୍ୟପ୍ରଦେଶ : ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ଉପରେ ରାଗି ନିଜ ତିନି ନିରୀହ ଶିଶୁକୁ ତଣ୍ଟି ଚିପି ହତ୍ୟା କରିବା ସହ ଶେଷରେ ନିଜ ଜୀବନ ଦେଇଛି । ମିଳିଥିବା ସୂଚନା ଅନୁସାରେ, ସ୍ତ୍ରୀଜଣକ ବାପଘରୁ ନ ଆସିବା ଯୋଗୁଁ ରାଗରେ ବ୍ୟକ୍ତିଜଣକ ଏପରି କାଣ୍ଡ ଭିଆଇଛନ୍ତି । ଏହି ଘଟଣା ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ଘଟିଛି ।  ମିଳିଥିବା ସୂଚନା ଅନୁସାରେ କଛାରଟୋଲା ଗ୍ରାମ ନିବାସୀ ଅନ୍ତୁ ଓରଫ୍‌ ଭୁରା ସିଂହ ପୁସାମଙ୍କ ସ୍ତ୍ରୀ ତିନି ଶିଶୁକୁ ନେଇ ବାପଘରକୁ ଯାଇଥିଲେ । ସ୍ତ୍ରୀକୁ ଆଣିବାକୁ ଶଶୁର ଘରକୁ ଯାଇଥିଲେ। କିନ୍ତୁ ସ୍ତ୍ରୀ ଜଣକ ବାପଘରୁ ଆସିବାକୁ ମନା କରିଥିଲେ। ଏହା ପରେ ସ୍ବାମୀ ଜଣକ ତିନି ଶିଶୁଙ୍କ ସହ ସେ ନିଜ ଗ୍ରାମକୁ ଫେରୁଥିଲେ । କିନ୍ତୁ ରାସ୍ତାରେ ସେ ନିଜ ସ୍ତ୍ରୀଙ୍କ ଉପରେ ରାଗରେ ତିନି ଶିଶୁଙ୍କ ତଣ୍ଟି ଚିପିଥିଲେ । ମୃତକଙ୍କ ସମ୍ପର୍କୀୟ ଶିଶୁଙ୍କ…

Read More

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ପରଲୋକ ହୋଇଛ । ଦିଲ୍ଲୀ ଏମ୍‌ସଠାରେ 74 ବର୍ଷ ବୟସରେ ପରଲୋକ ହୋଇଥିବାର ସୂଚନା ରହିଛି । ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ତାଙ୍କୁ ଏମ୍‌ସରେ ଚିକିତ୍ସାଧିନ ଥିଲେ । ସେଠାରେ ଭେଣ୍ଟିଲେଟରରେ ତାଙ୍କୁ ରଖାଯାଇଥିଲା ଆରଜେଡିର ଉପସଭାପତି ଥିଲେ ରଘୁବଂଶ । ରଘୁବଂଶ ପ୍ରସାଦ କରୋନାରେ ମଧ୍ୟ ସଂକ୍ରମିତ ହୋଇଥିଲେ । ତାଙ୍କ ନିଧନରେ ରାଜନୈତିକ ମହଲରେ ଶୋକର ଛାୟା ଖେଲିଯାଇଛି । ନିକଟରେ ସେ ଆରଜେଡିକୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଲାଲୁ ପ୍ରସାଦ ଯାଦବଙ୍କ ନିକଟତର ଥିବା ରଘୁବଂଶ ପ୍ରସାଦ ଆରଜେଡିରୁ ଇସ୍ତଫା ଦେବା ପୂର୍ବରୁ ଏକ ଚିଠି ଦେଇଥିଲେ । ଏହାର ପ୍ରତ୍ୟୁତ୍ତରରେ ବି ଲାଲୁ ରଘୁବଂଶ ପ୍ରସାଦଙ୍କୁ ମଧ୍ୟ ଏକ ଚିଠି ଦେଇଥିଲେ ।

Read More

ରାଜ୍ୟରେ ଆଉ 10 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।  ଖୋର୍ଦ୍ଧାରୁ ସର୍ବାଧିକ 3 ଜଣ ରହିଥିବାବେଳେ କଟକରୁ 2ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଗଞ୍ଜାମ, କଳାହାଣ୍ଡି, ମୟୂରଭଞ୍ଜ, ବାଲେଶ୍ବର ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ତିନି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଦୁଇଜଣ ଭୁବନେଶ୍ବରର ବୋଲି ସୂଚନା ରହିଛି । ଭୁବନେଶ୍ବରରୁ ଦୁଇ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣଙ୍କ ବୟସ ଯଥାକ୍ରମେ 62, 66 ବର୍ଷ । ସେହିପରି ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ଆକ୍ରାନ୍ତଙ୍କ ବୟସ 60 ବର୍ଷ । ସେହିପରି କଟକର ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 45 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 74 ବର୍ଷୀୟ ପୁରୁଷ । ଗଞ୍ଜାମରୁ 55 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବରରୁ 60 ବର୍ଷୀୟ ବ୍ୟକ୍ତି, କଳାହାଣ୍ଡିରୁ 62 ବର୍ଷୀୟ…

Read More

ଭୁବନେଶ୍ବର : ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 3ହଜାର 913 ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 556ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 103, ବାଲେଶ୍ବରରୁ 134, ବରଗଡରୁ 146, ଭଦ୍ରକରୁ 123, ବଲାଙ୍ଗିରରୁ 142, ବୌଦ୍ଧରୁ 61, କଟକରୁ 382, ଦେବଗଡରୁ 15, ଢେଙ୍କାନାଳରୁ 74, ଗଜପତିରୁ 16, ଗଞ୍ଜାମରୁ 86, ଜଗତସିଂହପୁରରୁ 108, ଯାଜପୁରରୁ 128, ଝାରସୁଗୁଡାରୁ 162, କଳାହାଣ୍ଡିରୁ 60, କନ୍ଧମାଳରୁ 86, କେନ୍ଦ୍ରାପଡାରୁ 156, କେଉଁଝରରୁ 76, କୋରାପୁଟରୁ 100, ମାଲକାନଗିରିରୁ 68, ମୟୂରଭଞ୍ଜରୁ 147, ନବରଙ୍ଗପୁରରୁ 112, ନୟାଗଡରୁ 60, ନୂଆପଡାରୁ 128, ପୁରୀରୁ 212, ରାୟଗଡାରୁ 98,  ସମ୍ବଲପୁରରୁ 141, ସୋନପୁରରୁ 91, ସୁନ୍ଦରଗଡରୁ 35 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍‌ପୁଲ୍‌ରୁ 107ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି  3ହଜାର 913କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2348ଜଣ ଚିହ୍ନଟ ହୋଇଥିବାବେଳେ 1565ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  1 ଲକ୍ଷ 50 ହଜାର807 ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 34 ହଜାର849ଜଣ । ସେହିପରି ସୁସ୍ଥ ହୋଇଛନ୍ତି 1 ଲକ୍ଷ 15ହଜାର 279ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 616ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

କେନ୍ଦୁଝର:  କେନ୍ଦୁଝର ଚମ୍ପୁଆ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି ।ଶୋଇଥିବା ଅବସ୍ଥାରେ ମା’ ଓ 7 ବର୍ଷର ଝିଅକୁ ହତ୍ୟା କରାଯାଇଛି । ମା’ ପାଖରେ ଶୋଇଥିବା 5 ବର୍ଷର ପୁ୍ଅ ବର୍ତ୍ତି ଯାଇଥିବା ସୂଚନା ରହିଛି । ଚମ୍ପୁଆ ଥାନା ଶଙ୍କରପୁର ଗାଁ ଧଳାଡିହି ସାହିରେ ଡବଲ୍‌ ମର୍ଡର ହୋଇଛି । ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ଚମ୍ପୁଆ ପୋଲିସ୍‌ ଛାନ୍‌ଭିନ୍‌ କରିଛି।

Read More

ଭୁବନେଶ୍ୱର : ଗତ 24 ଘଣ୍ଟା ମଧ୍ୟରେ ଓଡିଶାରେ 48,000 ରୁ ଅଧିକ କୋଭିଡ-19 ନମୁନା ପରୀକ୍ଷା କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କରୋନାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ପରୀକ୍ଷା ହାରରେ ଉନ୍ନତି ଆଣିବା ଉପରେ ରାଜ୍ୟ ସରକାର ଧ୍ୟାନ ଦେଉଛନ୍ତି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟ 48, 508ଟି ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ ଆଣ୍ଟିଜେନ୍‌ରେ 41, 164,  ଆରଟିପିସିଆରରେ 7,202 ଓ ଟ୍ରୁନଟ୍‌ରେ 138ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Read More

ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନାନୁସାରେ, ଗତ 24 ଘଣ୍ଟାରେ 94 ହଜାର 372ଜଣ ଆକ୍ରାନ୍ତ ରହିଥିବାବେଳେ 1 ହଜାର 114ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା 78 ହଜାର 586ରେ ପହଞ୍ଚିଛି ।  ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 47 ଲକ୍ଷ 54 ହଜାର 357କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ମୋଟ୍‌ ଆକ୍ଟିଭ୍‌ କେସ୍‌  9 ଲକ୍ଷ 73 ହଜାର 175ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 37 ଲକ୍ଷ 02 ହଜାର 596ରେ ପହଞ୍ଚିଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ସାରା ଦେଶରେ କରୋନା ଏବେ ଅଣାୟତ୍ତ। ତେବେ କରୋନା ପରବର୍ତ୍ତୀ ପରିଚାଳନା ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ନୂତନ ପ୍ରୋଟୋକଲ୍‌ ଜାରି କରିଛି । ଏହି ନିୟମାବଳୀ ଅନୁସାରେ  ପ୍ରତ୍ୟହ ହାଲୁକା ବ୍ୟାୟାମ କରିବାକୁ ନୂଆ ଗାଇଡଲାଇନ୍‌ରେ ପରାମର୍ଶ ଦିଆଯାଇଛି। ସାମର୍ଥ୍ୟ ମୁତାବକ ଯୋଗାସନ, ପ୍ରାଣାୟମ୍‌ ଓ ଧ୍ୟାନ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରତ୍ୟହ ମର୍ଣ୍ଣିଂ ଓ ଇଭିନିଂ ଓ୍ବାକ୍‌ କରିବା ସହ ତଟକା ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଛି। ସେହିପରି ଧୂମପାନ ଓ ମଦ୍ୟପାନଠାରୁ ପୂରା ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ମାସ୍କ ପିନ୍ଧିବେ, ସାମାଜିକ ଦୂରତ୍ବ ପାଳନ ସହ ଉଷୁମ ପାଣି ପିଇବାକୁ ପରାମର୍ଶ ଦିଆଯାଇଛି । ନିୟମିତ ଚଓ୍ବନପ୍ରାଶ୍‌ ଖାଇବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୂଷ ମେଡିସିନ୍‌ ନେବେ। ସ୍ବାସ୍ଥ୍ୟର ସାମର୍ଥ୍ୟ ଅନୁସାରେ ଘର ଓ ପେସାଦାର କାମ କରିପାରିବେ। ପ୍ରତିଦିନ ଶରୀରର ତାପମାତ୍ରା, ରକ୍ତଚାପ…

Read More

ଭୁବନେଶ୍ବର : ଆଜି ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା ନିଟ୍‌। କୋଭିଡ୍-19 କଟକଣା ମଧ୍ୟରେ ଅଫଲାଇନରେ ହେଉଥିବା ଏହି ପରୀକ୍ଷାରେ ଦେଶର 15 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବାକୁ ଥିବା ବେଳେ ଓଡ଼ିଶାରୁ 37 ହଜାର 459 ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଓଡ଼ିଶାର 7ଟି ସହରରେ 84ଟି ପରୀକ୍ଷା କେନ୍ଦ୍ର ହୋଇଛି। ଭୁବନେଶ୍ବରରେ ସର୍ବାଧିକ 31ଟି ପରୀକ୍ଷା କେନ୍ଦ୍ରରେ 15 ହଜାର 688 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସମସ୍ତ ଛାତ୍ରଛାତ୍ରୀଙ୍କ ହେବ ଥର୍ମାଲ ସ୍କ୍ରିନିଂ। ପଜିଟିଭ୍‌ ଛାତ୍ରଛାତ୍ରୀଙ୍କୁ ହଲ୍‌କୁ ଏଣ୍ଟି୍ ମନା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ନୂଆ ଏସ୍‌ଓପି ଜାରି ହୋଇଛି । ପରୀକ୍ଷା ପୂର୍ବରୁ ଏସ୍‌ଓପି ଜାରି କରିଛି ଏନ୍‌ଟିଏ । ଯେଉଁ ପରୀକ୍ଷାର୍ଥୀଙ୍କ ରିପୋର୍ଟ ପଜିଟିଭ୍‌ ଆସିବ ସେମାନଙ୍କୁ ଆଜି ପରୀକ୍ଷା ହଲ୍‌ରେ ପଶିବାକୁ ଅନୁମତି ଦିଆଯିବ ନାହିଁ । ପଜିଟିଭ୍‌ ଛାତ୍ରଛାତ୍ରୀ ଅନ୍ୟ ଦିନରେ ପରୀକ୍ଷା ଦେଇପାରିବେ। ଆଜି ପରୀକ୍ଷା…

Read More

ନୂଆଦିଲ୍ଲୀ : ପୁଣି ଥରେ ଏମ୍ସରେ ଭର୍ତ୍ତି ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଗତକାଲି ରାତ୍ରୀ 11ଟାରେ ଅମିତ ଶାହା ଶ୍ଵାସକ୍ରିୟା ଜନିତ ସମସ୍ୟା ଅନୁଭବ କରିବାକୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ସେ ଏମ୍ସର କାର୍ଡିଓ ନ୍ୟୁରୋ ଟାୱାରରେ ଅଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। କିଛି ଦିନ ତଳେ ସେ କରୋନାରୁ ସୁସ୍ଥ ହୋଇ ମେଦାନ୍ତ ହସ୍ପିଟାଲରୁ ଘରକୁ ଫେରିଥିଲେ। ଏମ୍ସ ପକ୍ଷରୁ କୁହାଯାଇଛି ଯେ, କିଛି ଦିନ ହସ୍ପିଟାଲରେ ରହିବା ଗୃହମନ୍ତ୍ରୀଙ୍କ ପାଇଁ ଉଚିତ୍ ହେବ। ସେଠାରେ ତାଙ୍କର ଉଚିତ୍ ଚିକିତ୍ସା କରାଯିବ। ଉଲ୍ଲେଖଯୋଗ୍ୟ ଅମିତ ଶାହ ଗତ କିଛି ଦିନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ଏକ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ। ଚିକିତ୍ସାର ଦୁଇ ସପ୍ତାହ ପରେ ସେ ସୁସ୍ଥ ହୋଇ ଅଗଷ୍ଟ 14ରେ ଘରକୁ ଫେରିଥିଲେ। ତାଙ୍କୁ ବର୍ତ୍ତମାନ ଆଶୋଲେସନରେ…

Read More