Author: Samikhsya Bureau

ପଞ୍ଜାବ : ନୂତନ କୃଷକ ବିଲକୁ ବିରୋଧ କରି ଖାଦ୍ୟ ପ୍ରକ୍ରିୟା କରଣ ମନ୍ତ୍ରୀ ରହିଥିବା ହରସିମରତ କୌର ବାଦଲ ଇସ୍ତଫା ପ୍ରଦାନ କରିଥିଲେ । ଏହାକୁ ନେଇ ଆଜି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନୀଲ ଜଖାର । ହରସିମରତ ଇସ୍ତଫା ପ୍ରଦାନ କରିବା ସହିତ ଚାଷୀଙ୍କ ସମବେଦନା ମଧ୍ୟ ହରାଇଛନ୍ତି ବୋଲି ଜଖାର ମତ ଦେଇଛନ୍ତି । ବିଗତ ଚାରି ମାସ ଧରି ଅକାଳୀ ଦଳ ଚାଷୀଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଥିଲା । ମାତ୍ର ଶେଷରେ ସତ ସାମ୍ନାକୁ ଆସିଥିବା ବେଳେ ହାସ୍ୟାସ୍ପ ହୋଇଛି ଅକାଳୀ ଦଳ । ସେହିପରି ଏନଡିଏ ମେଣ୍ଟରେ ଅକାଳୀ ଦଳ ମଧ୍ୟ ନିଜର ସମସ୍ତ ସମ୍ମାନ ହରାଇ ସାରିଛି । ଚାଷୀଙ୍କ ସମର୍ଥନ ବିନା ଅକାଳୀ ଦଳ ଏନଡିଏ ମେଣ୍ଟ ପାଇଁ ବୋଝ ହୋଇଥିବାରୁ ମୋଦି ଅକାଳୀ ଦଳକୁ ମେଣ୍ଟରୁ ବାହାର କରିବାକୁ ଚାହୁଁଥିଲେ ବୋଲି ସୁନୀଲ ଜଖାର…

Read More

ଚୀନ୍‌ : ଚୀନ୍‌ରୁ ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ସାରା ବିଶ୍ବରେ କୋକୁଆ ଭୟ ସୃଷ୍ଟି କରାଇଥିବାବେଳ ଏବେ ଚୀନ୍‌ରେ ଆଉ ଏକ ଭୟଙ୍କର ବ୍ୟାକ୍ଟେରିଆଲ୍‌ ସଂକ୍ରମଣ ବ୍ୟାପୁଥିବାର ସୂଚନା ରହିଛି । ମିଳିଥିବା ଏକ ରିପୋର୍ଟ ଅନୁସାରେ ଗତ ବର୍ଷ ଏକ ବାୟୋଫାର୍ମାସିଟୁକିଲ୍‌ କମ୍ପାନୀର ଲିକ୍‌ ହେତୁ ପ୍ରାୟ ହଜାର ଲୋକେ ଏହି ବ୍ୟାକ୍ଟେରିଆଲ  ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି। ଗାନ୍ସୁପ୍ରାନ୍ତର ରାଜଧାନୀ ଲଞ୍ଜୋଓର ସ୍ବାସ୍ଥ୍ୟ ଆୟୋଗର ଘୋଷଣାନୁଯାୟୀ ପ୍ରାୟ 3 ହଜାର 245 ଲୋକେ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ପଶୁଙ୍କ ସମ୍ପର୍କରେ ଆସିବା କାରଣରୁ ଏହି ବେମାରୀ ହେଉଥିବାର ସୂଚନା ରହିଛି । ଝୋଙ୍ଗୁମ୍‌ ଲଞ୍ଜୋଓର ଜୈବିକ ଔଷଧ କାରଖାନାରେ ଲିକ୍‌ ହେବା ଯୋଗୁଁ 11401ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ତେବେ ଏ ପର୍ଯ୍ୟନ୍ତ ଏହି ରୋଗରେ କେହି ମୃତ୍ୟୁବରଣ କରିଥିବାର ସୂଚନା ମିଳିପାରିନାହିଁ । ଏହି ରୋଗ ଯୋଗୁଁ ଦେହରେ ଜ୍ବର…

Read More

ଭୁବନେଶ୍ୱର : ବିଜୁ ଜନତା ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଘର ଉପରେ ଆଜି ସିବିଆଇ ରେଡ କରିଛି । ସିସୋର ଚିଟଫଣ୍ଡ ଲିଙ୍କ ମାମଲାରେ ସିବିଆଇ ପକ୍ଷରୁ ଏହି ଚଢାଉ କରାଯାଇଛି । ମିଶ୍ରଙ୍କ ୟୁନିଟ-1 ସ୍ଥିତ ଘରେ ସିବିଆଇ ପକ୍ଷରୁ ଏହି ରେଡ କରାଯାଛି । ପୂର୍ବରୁ ଏହି ମାମଲାରେ ଏକାଧିକ ନେତାଙ୍କ ନାମ ଆସିଥିଲା ଏପରିକି ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ଏହି ମାମଲାରେ ସିବିଆଇ ସମ୍ମୁଖରେ ହାଜର ହୋଇଥିଲେ । ଅନ୍ୟତମ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମଧ୍ୟ ଏହି ମାମଲାରେ ପଚରା ଉଚୁରା କରାଯାଇଥିଲା ।

Read More

ରାୟପୁର : ଛତିଶଗଡର ବିଜାପୁର ଜିଲ୍ଲାରେ ନକ୍ସଲ ମାନେ ଏକ ବର୍ବର କାଣ୍ଡ ଘଟାଇଛନ୍ତି । ଜଣେ ଯବାନଙ୍କୁ ହତ୍ୟା କରି ଗାଁ ମଧ୍ୟରେ ଫୋପାଡିଛନ୍ତି ନକ୍ସଲ ମାନେ । ଛତିଶଗଡ ଆର୍ମଡ ଫୋର୍ସ (ସିଏଏଫ୍)ର ଏହି ଯବାନ ଜଣଙ୍କର ମୃତ ଦେହ ଗଙ୍ଗାଲୁର-ବିଜାପୁର ରାସ୍ତାରୁ ଉଦ୍ଧାର କରାଯାଇଛି । ବିଜାପୁରର ପଡ୍ଡେଲା ଗ୍ରାମରୁ ଯବାନ ଜଣକ ନିଖୋଜ ହୋଇଥିବା ନେଇ ଦାନ୍ତେୱାଡେ ଏସପି କମଳାଲୋଚନ କଶ୍ୟପ ସୂଚନା ଦେଇଛନ୍ତି । ମୃତଦେହ ନିକଟରୁ କିଛି ନକସଲ ପୋଷ୍ଟର ମଧ୍ୟ ଜବତ କରାଯାଇଛି । ଗତ ଏକ ସପ୍ତାହ ମଧ୍ୟରେ ନକ୍ସଲମାନେ ଦୁଇ ଆରକ୍ଷକ, ଜଣେ ଏସଏସ୍‌ଆଇ, ଜଣେ ବନ କର୍ମଚାରୀ ସମେତ ଆଠଜଣଙ୍କର ହତ୍ୟା କରିଥିବା ରସୂଚନା ରହିଛି । ତେବେ ହତ୍ୟା ହୋଇଥିବା ସିଏଏଫ୍‌ ଯବାନ ଜଣକ 5 ଦିନ ତଳୁ ନିଖୋଜ ରହିଥିଲେ । ଯବାନ ଜଣଙ୍କୁ ଅପହରଣ କରିନେବା ବେଳେ ଜନଅଦାଲତ ଦ୍ବାରା ହତ୍ୟା କରିଥିବାର…

Read More

ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍‌ ଅଫ୍‌ ମାର୍କ । କଳାରେ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଥିବାବେଳେ ରେଭେନ୍ସାରେ କଳାରେ 72.5 ପ୍ରତିଶତ କଟ ଅଫ୍‌ ମାର୍କ ରହିଛି । ଦ୍ବିତୀୟ ବିଜେବି କଲେଜ ରହିଛି । ବିଜେବି କଲେଜରେ କଟ୍‌ ଅଫ୍‌ ମାର୍କ 71.83% ରହିଛି । ସେହିପରି ବିଜ୍ଞାନରେ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି।ଏଠାରେ ବିଜ୍ଞାନ ପାଇଁ 89% କଟ୍‌ ଅଫ୍‌ ମାର୍କ ରହିଛି । ସେହିପରି ବିଜ୍ଞାନରେ 88.6% ସହ ଦ୍ବିତୀୟ ବିଜେବି ଜୁନିଅର କଲେଜ । 86.67% ସହ ତୃତୀୟରେ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ମନ୍ଦିର ରହିଛି । ବାଣିଜ୍ୟରେ 75.83% ସହ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଥିବାବେଳେ 75.5% ସହ ଦ୍ବିତୀୟରେ ରାଉରକେଲା ସରକାରୀ ଜୁନିଅର କଲେଜ ରହିଛି । ବାଣିଜ୍ୟରେ 74% ସହ ତୃତୀୟରେ ବିଜେବି…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 13 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 3 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ପୁରୀ  ଓ କେନ୍ଦ୍ରାପଡାରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଗଜପତି, ବଲାଙ୍ଗିର, ବରଗଡ, କଟକ, ମୟୂରଭଞ୍ଜ ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତୁ ସଂଖ୍ୟା 682କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 3 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ତିନି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଭୁବନେଶ୍ବରର 49 ବର୍ଷୀୟ ପୁରୁଷ ରହିଥିବାବେଳେ ଅନ୍ୟ ଦୁଇ ମୃତକଙ୍କ ମଧ୍ୟରେ ଜଣେ 78 ବର୍ଷୀୟା ମହିଳା ଓ ଅନ୍ୟ ଜଣେ 39 ବର୍ଷୀୟ ପୁରୁଷ । ସେହିପରି ପୁରୀର ଦୁଇ ମୃତକଙ୍କ ମଧ୍ୟରେ ଜଣେ 65 ବର୍ଷୀୟ ପୁରୁଷ ରହିଥିବାବେଳେ ଅନ୍ୟ ଜଣେ 79 ବର୍ଷୀୟ…

Read More

ଭୁବନେଶ୍ବର : ରାଜ୍ୟରେ ଆଜି  4 ହଜାର 180କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2466ଜଣ ଚିହ୍ନଟ ହୋଇଥିବାବେଳେ 1714ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  1 ଲକ୍ଷ 71ହଜାର341କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 37 ହଜାର140ଜଣ । ସେହିପରି ସୁସ୍ଥ ହୋଇଛନ୍ତି 1 ଲକ୍ଷ 33ହଜାର 466ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 669ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 4ହଜାର 180ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 688ଜଣ ଚିହ୍ନଟ ହୋଇଥିବାବେଳେ…

Read More

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରାଯାଇଛି । ରାଜଧାନୀ ଭୁବନେଶ୍ୱରର ଭରତପୁର ଅଞ୍ଚଳରୁ ଆଜି ଏପରି ଏକ ବୋଲେରୋରୁ ଜବତ ହୋଇଛି 93 କେଜି ଗଞ୍ଜେଇ। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ 1 କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ପୋଲିସ କହିଛି। ଭରତପୁର ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଏହି ଗଞ୍ଜେଇ ଜବତ କରାଯାଇଛି । ଏକ ବୋଲେରୋ ଗାଡିରେ ଏହି ଗଞ୍ଜେଇ ଚାଲାଣ କରାଯାଉଥିଲା । ଗାଡି ମଧ୍ୟରେ ଚାମ୍ବର କରାଯାଇ ଏହି ଗଞ୍ଜେଇ ଚାଲାଣ କରାଯାଉଥିବା ଜଣାପଡିଛି । ସେହିପରି ବୋଲେରୋ ଗାଡିରୁ ଅନ୍ୟୁନ 16ଟି ନମ୍ବର ପ୍ଲେଟ ଜବତ କରାଯାଇଛି । ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି ।

Read More

ନୂଆଦିଲ୍ଲୀ : ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 96 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ 1174ଜଣଙ୍କର ମୃତ୍ୟୁ ହୋଇଛି ।  ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 52 ଳକ୍ଷ ପାର କରିଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 52 ଲକ୍ଷ 14 ହଜାର 678ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ୍‌ ମୃତ୍ୟୁ ସଂଖ୍ୟା 84 ହଜାର 372ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ 41ଲକ୍ଷ 12 ହଜାର 552 ଜଣ ଆରୋଗ୍ୟ ଲାଭ କରିଥିବା ବେଳେ  ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 10 ଲକ୍ଷ 17ହଜାର 754ରହିଛି । ଏହା ସହିତ ଦେଶରେ ଆରୋଗ୍ୟ ହାର  77.65 ପ୍ରତିଶତରେ ରହିଛି । ବିଗତ 24 ଘଣ୍ଟା ମଧ୍ୟରେ 82 ହଜାର ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 3ଟି ରାଜ୍ୟରେ 60 ପ୍ରତିଶତ ସକ୍ରିୟ ଆକ୍ରାନ୍ତ ରହିଛନ୍ତି  ବୋଲି ସୂଚନା ରହିଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ, ମାତ୍ର କିଛି ଦିନ ପୂବେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ମନ୍ତ୍ରଣାଳୟ ପକ୍ଷରୁ ଧୂପବତୀ ପ୍ରସ୍ତୁତ କରିବା ପାଇଁ ଆଗ୍ରହୀ କାରିଗରମାନଙ୍କୁ ସହାୟତା ପ୍ରଦାନକୁ ସଂପ୍ରସାରଣ ଏବଂ ଦ୍ୱିଗୁଣିତ କରିବା ନିମନ୍ତେ ଘୋଷଣା କରାଯାଇଥିଲା । ଏହି ପ୍ରୟାସକୁ ଆହୁରି ଆଗକୁ ବଢ଼ାଇ ନେବା ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ଏବେ ଆଉ ଦୁଇଟି ନୂଆ ଯୋଜନା ପାଇଁ ମାର୍ଗଦର୍ଶିକା ଘୋଷଣା କରାଯାଇଛି । ସେହି ଦୁଇଟି ଯୋଜନା ହେଲା “ମୃତ୍ତିକା ଶିଳ୍ପ କାର୍ଯ୍ୟକ୍ରମ” ଏବଂ “ ମହୁଚାଷ କାର୍ଯ୍ୟକ୍ରମ” । ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ନୂତନ ଦୁଇଟିଯାକ ପ୍ରୟାସ ହିତାଧିକାରୀମାନଙ୍କ ନିମନ୍ତେ ଆତ୍ମ ନିଯୁକ୍ତି ଯୋଜନା ଭିତ୍ତିକ, ଏବଂ ଏହା ଦ୍ୱାରା ତୃଣମୂଳ ସ୍ତରର ଅର୍ଥନୀତିକୁ ପୁନର୍ଜାଗରିତ କରାଯାଇ ପାରିବ ଏବଂ ଆତ୍ମ ନିର୍ଭର ଭାରତ ଅଭିଯାନ ମଜଭୁତ ହୋଇପାରିବ । “ମୃତ୍ତିକା ଶିଳ୍ପ କାର୍ଯ୍ୟ” ପାଇଁ ସରକାର କୁମ୍ଭାର ଚକ, କାଦୁଅ ଚକଟା…

Read More

ନୂଆଦିଲ୍ଲୀ, କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡି ଭି ସଦାନନ୍ଦ ଗୌଡ଼ା କହିଛନ୍ତି ଯେ ସାଧାରଣ ଜନତା ଏବଂ ବିଶେଷ କରି ଗରିବ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ଯୋଗାଇ ଦେବା ନିମନ୍ତେ ଭାରତ ସରକାର ଦେଶରେ 2025 ମସିହା ମାର୍ଚ୍ଚ ମାସ ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର (ପିଏମବିଜେକେ) ସଂଖ୍ୟାକୁ 10,500ରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହି ସଂଖ୍ୟକ ଜନଔଷଧି କେନ୍ଦ୍ର ସ୍ଥାପିତ ହେବା ଦ୍ୱାରା ଦେଶର ସମସ୍ତ ଜିଲ୍ଲାରେ ଜନଔଷଧି କେନ୍ଦ୍ର ଉପଲବ୍ଧ ହୋଇପାରିବ। ଏହାଦ୍ୱାରା ଦେଶର କୋଣ ଅନୁକୋଣରେ ସମସ୍ତଙ୍କ ନିକଟରେ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ଉପଲବ୍ଧ ହୋଇପାରିବ । 2020 ଅଗଷ୍ଟ 15 ତାରିଖ ସୁଦ୍ଧା ଦେଶରେ ମୋଟ 6603ଟି ଜନଔଷଧି କେନ୍ଦ୍ର ଥିଲା। 2020 ମାର୍ଚ୍ଚ ଠାରୁ ଜୁନ ମାସ ମଧ୍ୟରେ କୋଭିଡ଼ ମହାମାରୀ ଯୋଗୁ ଲକ୍ ଡାଉନ ପରିସ୍ଥିତି ଦୃଷ୍ଟିରୁ ଏବଂ ଏହା ପରେ…

Read More

ନୂଆଦିଲ୍ଲୀ, କରୋନା ସମୟରେ ଚାକିରୀ ହରାଇଥିବା ବ୍ୟକ୍ତିଙ୍କ ପାଇଁ ବଡ଼ ଆଶ୍ୱସ୍ତି। ଇଏସଆଇସି ସଦସ୍ୟ ଥିବା କୌଣସି ବ୍ୟକ୍ତି ଚାକିରି ହରାଇଥିଲେ ସେମାନଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ। ନିକଟରେ ସମ୍ପ୍ରସାରିତ ଅଟଳ ବୀମିତ କଲ୍ୟାଣ ଯୋଜନା ଅନ୍ତର୍ଗତ ଚାକିରି ହରାଇଥିବା କର୍ମଚାରୀମାନେ ସହାୟତା ପାଇବା ଲାଗି ଆବେଦନ ଦାଖଲ କରିବା ନିମନ୍ତେ ଇଏସଆଇ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ସହାୟତା ପାଇବା ଲାଗି ଅନଲାଇନରେ www.esic.in ୱେବସାଇଟରେ ଆବେଦନ ଦାଖଲ କରାଯାଇପାରିବ। ଏଥିସହିତ ଆବେଦନକାରୀ ଏକ ସତ୍ୟପାଠ, ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ବିବରଣୀର ଫଟୋକପି ସହିତ ଅଧିକୃତ ଇଏସଆଇସି ଶାଖା କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ କିମ୍ବା ଡାକ ଯୋଗେ ସେମାନଙ୍କର ଆବେଦନ ଦାଖଲ କରିପାରିବେ। ଏଠାରେ ସୂଚନାଯୋଗ୍ୟ ଯେ ଶ୍ରମ ଏବଂ ନିୟୋଜନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ଇଏସଆଇ ନିଗମ ପକ୍ଷରୁ ଅଟଳ ବୀମିତ କଲ୍ୟାଣ ଯୋଜନାକୁ ଅତିରିକ୍ତ 1…

Read More

ନୂଆଦିଲ୍ଲୀ: ଲଗାତାର ଦୁଇ ଦିନ ଧରି ଦେଶରେ ଆରୋଗ୍ୟ ହାର ଅତି ଉଚ୍ଚରେ ରହିଛି। ବିଗତ ଦୁଇ ଦିନ ମଧ୍ୟରେ 82 ହଜାରରୁ ଅଧିକ କୋଭିଡ ରୋଗୀ ଆରୋଗ୍ୟ ଲାଭ କରି ଛାଡ଼ ପାଇଛନ୍ତି। ବିଗତ 24 ଘଣ୍ଟା ମଧ୍ୟରେ 82,961 ଜଣ ସକ୍ରିୟ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଅଧିକ ସଂଖ୍ୟକ ରୋଗୀ ଆରୋଗ୍ୟ ଲାଭ କରିବା ପରେ ଦେଶରେ ଆରୋଗ୍ୟ ହାର ଲଗାତାର ଉପର ମୁହାଁ ହୋଇଛି। ଆଜି ଏହା 78.64% ପ୍ରତିଶତ ଥିବା ରେକର୍ଡ କରାଯାଇଛି। ବର୍ତ୍ତମାନ ସୁଦ୍ଧା 40 ଲକ୍ଷ (40,25,079) ରୋଗୀ ସୁସ୍ଥ ହୋଇସାରିଲେଣି। ଆଜିସୁଦ୍ଧା ମୋଟ ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ ସଂକ୍ରମିତଙ୍କ ତୁଳନାରେ 30 ଲକ୍ଷରୁ ଅଧିକ(30,15,103)କୁ ଟପିଯାଇଛି ଯାହାକି ୪ ଗୁଣ ଅଧିକ। ଅଧିକ ଉଚ୍ଚ ହାରରେ ଆରୋଗ୍ୟଙ୍କ ସଂଖ୍ୟା ବଢ଼ୁଥିବାରୁ ଏହା ଏବେ ବିଗତ 30 ଦିନ ତୁଳନାରେ ଶତପ୍ରତିଶତ ବୃଦ୍ଧି ପାଇଛି। ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟାର ଏକ ପଞ୍ଚମାଂଶ…

Read More

ସୀତାରାମ ଅଗ୍ରୱାଲ ବାଣପୁର: କରୋନା ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ହୁ ହୁ ହୋଇ ବଢୁଛି। ବିଶେଷ କରି ବାଣପୁର ଗ୍ରାମାଞ୍ଚଳରେ ସ୍ଥିତି ବର୍ତ୍ତମାନ ବେଶ ଗମ୍ଭୀର ଅଛି। ଗତକାଲି ବାଣପୁର ବ୍ଲକର ଏକାଧିକ ଗ୍ରାମ କଣ୍ଟେନମେଣ୍ଟ ଘୋଷଣା ହୋଇଥିବାସ୍ଥଳେ ଆଜି ମଧ୍ୟ ବାଣପୁର ବ୍ଲକର ଏକାଧିକ ଗ୍ରାମଗୁଡିକୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ସେଗୁଡିକ ହେଲା- ନନ୍ଦପୁର ଗ୍ରାମ ପଞ୍ଚାୟତର ସୁନାକେରା ଗ୍ରାମ, ଦେଓଗାଁ ଗ୍ରାମ ପଞ୍ଚାୟତର ଦେଓଗାଁ ଏବଂ ଓଡଗାଁ ଗ୍ରାମ, ନୀଳାଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତର ନୀଳାଦ୍ରିପ୍ରସାଦ ଗ୍ରାମ ଏବଂ ତୁମୁରାପୁଟ ଗ୍ରାମ ପଞ୍ଚାୟତର ପ୍ରତାପ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଗ୍ରାମ ଗୁଡିକରେ ଆଜି ତା ୧୭.୦୯.୨୦ ଠାରୁ ୨୪.୦୯.୨୦ ଯାଏଁ କଟକଣା ଜାରି ରହିବ।

Read More

ଭୁବନେଶ୍ୱର: କୋଭିଡ-୧୯ ମହାମାରୀ ସମୟରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)କୁ “ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର” ରେ ସମ୍ମାନିତ କରାଯାଇଛି। ଗୁରୁବାର ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟଇ) ପକ୍ଷରୁ ସୋଆକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କୋଭିଡ-୧୯ ମୁକାବିଲାକୁ ନେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ଗ୍ରହଣ କରିଥିବା ପଦକ୍ଷେପକୁ ନେଇ ୧୨ଟି ବିଭିନ୍ନ କାଟେଗୋରୀରେ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ୍ ନିଶାଙ୍କ ଏବଂ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନୀଲ୍ ସହସ୍ରବୁଦ୍ଧେ ଉପସ୍ଥିତ ଥିଲେ। ଶ୍ରୀ ପୋଖରିଆଲ୍ ବିଭିନ୍ନ କାଟେଗୋରୀରେ ପୁରସ୍କୃତ ହୋଇଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଶୁଭେଚ୍ଛା ଜଣାଇବା ସହ କରୋନା ମୁକାବିଲା ନେଇ ସେମାନଙ୍କର ଭୂମିକାକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ  ୩ ହଜାର ୬୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୧୦୩୭ ଜଣ ସୁସ୍ଥ ହୋଇଥିବା ବେଳେ ପୁରୀରୁ ୪୧୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୨୯୯, ବଲାଙ୍ଗିରିରୁ ୧୪୦, ମୟୂରଭଞ୍ଜରୁ ୧୨୮, ଯାଜପୁରରୁ ୧୨୭, ବାଲେଶ୍ବରରୁ ୧୧୨, ସୁନ୍ଦରଗଡରୁ ୧୦୭, ଜଗତସିଂହପୁରରୁ ୧୦୫, ନବରଙ୍ଗପୁରରୁ ୧୦୪, ସୋନପୁରରୁ ୧୦୦, ବରଗଡରୁ ୮୪, କେନ୍ଦ୍ରାପଡାରୁ ୮୪, ଝାରସୁଗୁଡାରୁ ୮୨, ରାୟଗଡାରୁ ୮୦, ଗଞ୍ଜାମରୁ ୭୫, କୋରାପୁଟରୁ ୭୫, ସମ୍ବଲପୁରରୁ ୭୧, ନୟାଗଡରୁ ୫୫, ଭଦ୍ରକରୁ ୫୪, ନୂଆପଡାରୁ ୪୪, କେନ୍ଦୁଝରରୁ ୪୩, ମାଲକାନଗିରିରୁ ୩୭, ବୌଦ୍ଧରୁ ୩୦, ଢେଙ୍କାନାଳରୁ ୨୮, ଗଜପତିରୁ ୨୬, କଳାହାଣ୍ଡିରୁ ୧୯, ଦେବଗଡରୁ ୧୮, କନ୍ଧମାଳରୁ ୧୬, ଅନୁଗୁଳରୁ ୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେଇଛନ୍ତି। ରାଜ୍ୟରେ ଆଜି ସୁସ୍ଥ ସଂଖ୍ୟାକୁ…

Read More

ଭୁବନେଶ୍ବର, ଆଜି ଇଲଟ୍ରୋନିକ୍ସ, ଆଇଟି ଏବଂ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ସୋନପୁର ଗସ୍ତରେ ଆସି ଷ୍ଟାଡିୟମ ପରିଦର୍ଶନ କରିଥିଲେ। ଏଥିସହିତ ସ୍ଥାନୀୟ ସର୍କିଟ ହାଉସରେ ଏକ ଉଚ୍ଚସ୍ତରୀୟ ବୈଠକ କରି ଜିଲ୍ଲାର କ୍ରୀଡା ଭତ୍ତିଭୂମି ଉପରେ ଆଲୋଚନା କରିଥିଲେ। ଏଥିରେ ସୋନପୁର ଜିଲ୍ଲାପାଳ ମୋନୀଷା ବାନର୍ଜୀଙ୍କ ସହତି ଜିଲ୍ଲା କ୍ରୀଡା ଅଧିକାରୀ ଉପସ୍ଥିତ ଥିଲେ। ମନ୍ତ୍ରୀ ଜିଲ୍ଲା ଷ୍ଟାଡିୟମର ଭଲବଲ, ଟେନିସ, ସୁଇମିଂ ପୁଲ ପ୍ରଭୃତି ସ୍ଥାନ ବୁଲି ଏହାର ଉନ୍ନତି କରଣ ଉପରେ ଗୁରୁତ୍ବ ଦେଇଥିଲେ।

Read More

ଭୁବନେଶ୍ୱର, ଅଖିଳ ଭାରତ ଯୁବ କଂଗ୍ରେସର ଆହ୍ୱାନକ୍ରମେ ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଡ. ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଂଟିନ୍ ଛକରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଜନ୍ମ ଦିବସକୁ ‘ରାଷ୍ଟ୍ରୀୟ ବେରୋଜଗାର ଦିବସ’ ଭାବେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଏକ ନିଆରା ଢଙ୍ଗରେ ଯୁବ କଂଗ୍ରେସ କର୍ମୀମାନେ ପକୁଡି ଛାଣି ଏବଂ ତାକୁ ବିକ୍ରୟ କରି ଏହି ଦିବସକୁ ପାଳନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନିର୍ବାଚନୀ ଭାଷଣରେ ବର୍ଷକୁ ଦୁଇ କୋଟି ନିଯୁକ୍ତି ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇ ଦେଶର ନିରୀହ ଯୁବ ସମାଜର ଭୋଟ ଲୁଟି ନେଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କର “ପକୋଡା ବିକ୍ରୀ ନିଯୁକ୍ତି” ମନ୍ତବ୍ୟକୁ ପୁଣି ଥରେ ଯୁବ ସମାଜକୁ ମନେପକାଇବା ପାଇଁ ଆଜି ଯୁବ କଂଗ୍ରେସ ପକ୍ଷରୁ ପକୋଡା ବିକ୍ରୀ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା ।

Read More

ଭୁବନେଶ୍ୱର, ଓଡିଆ ସିନେ ଜଗତର ହ୍ୟାଣ୍ଡସମ୍ ଅଭିନେତା, ପୂର୍ବତନ ବିଧାୟକ, ଓଡିଶା ସରକାରଙ୍କ “ମୋ କଲେଜ ଅଧ୍ୟକ୍ଷ” ଆକାଶ ଦାସନାୟକଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ । ପ୍ରତିବର୍ଷ ଏହି ଦିନ ଆକାଶ ଦାସନାୟକ ତାଙ୍କର ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିଆସୁଥିଲେ। ସେ ଅନାଥ ଆଶ୍ରମ, ସେବାଶ୍ରମ, ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ପ୍ରତିବର୍ଷ ଜନ୍ମଦିନ ପାଳନ କରିଆସୁଥିଲେ । କୋଭିଡ୍‌-୧୯ ପାଇଁ ଏ ବର୍ଷ ସେ ତାଙ୍କ ଜନ୍ମଦିନକୁ ସମଦୂରତ୍ୱ ରକ୍ଷା କରିବା ପାଇଁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଏ ବର୍ଷ ସେ ଭିଡିଓ କଲ୍ ମାଧ୍ୟମରେ “ଆଶା କିରଣ” ବୃଦ୍ଧାଶ୍ରମର ଅନ୍ତେବାସୀ ଏବଂ ସେବାଶ୍ରମର ପିଲାମାନଙ୍କ ସହିତ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ବୃଦ୍ଧାଶ୍ରମର ସମସ୍ତ ଅନ୍ତେବାସୀମାନେ ଆକାଶଙ୍କୁ ତାଙ୍କ ଜନ୍ମଦିନ ଉପଲକ୍ଷେ ଭିଡିଓ କଲ୍ ମାଧ୍ୟମରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ତାଙ୍କ ଦୀର୍ଘଜୀବନ ପାଇଁ ଠାକୁରଙ୍କ ପାଖରେ ଶୁଭ…

Read More

ଭୁବନେଶ୍ବର: ୧୯୮୬ ବ୍ୟାଚ୍ ର ଭାରତୀୟ ରେଳବାଇ ଷ୍ଟୋରସ ସର୍ଭିସ (ଆଇଆରଏସଏସ) ର ବରିଷ୍ଠ ଅଧିକାରୀ ପ୍ରଭାକର ବାବୁରାଓ ନିନାୱେ ପୂର୍ବ ତଟ ରେଳପଥର ନୂତନ ପ୍ରମୁଖ ଭଣ୍ଡାର ପ୍ରବନ୍ଧକ (ପିସିଏମଏମ-PCMM) ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ନୂତନ ପଦରେ ଯୋଗଦେବା ପୂର୍ବରୁ ଶ୍ରୀ ନୀନାୱେ ଚେନ୍ନାଇର ପେରାମ୍ବୁରର ଇଣ୍ଟିଗ୍ରେଟେଡ୍ କୋଚ୍ କାରଖାନା (ଆଇସିଏଫ୍) ର ମୁଖ୍ୟ ଭଣ୍ଡାର ପ୍ରବନ୍ଧକ (ସିଏମ୍ଏମ୍) ଭାବରେ କାର୍ଯ୍ୟ କରୁଥିଲେ। ନିନାୱେ ଭାରତୀୟ ରେଳବାଇର ବିଭିନ୍ନ ପଦ ପଦବୀ ଯଥା ପଶ୍ଚିମ ରେଳପଥର ରାଜକୋଟ ଡିଭିଜନର ମଣ୍ଡଳ ରେଳବାଇ ପ୍ରବନ୍ଧକ, ଦକ୍ଷିଣ କେନ୍ଦ୍ରୀୟ ରେଳପଥର ନIନ୍ଦେଡ ଡିଭିଜନର ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ, ସିକନ୍ଦରାବାଦସ୍ଥ ଦକ୍ଷିଣ କେନ୍ଦ୍ରୀୟ ରେଳପଥର ମୁଖ୍ୟ ଭଣ୍ଡାର ପ୍ରବନ୍ଧକ, ଚେନ୍ନାଇସ୍ଥ ଦକ୍ଷିଣ ରେଳପଥ ଏବଂ ମୁମ୍ବାଇ ସ୍ଥିତ କେନ୍ଦ୍ରୀୟ ରେଳପଥରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ କାର୍ଯ୍ୟ କରିଛନ୍ତି। ସେ କେନ୍ଦ୍ରୀୟ ରେଳପଥର ମୁମ୍ବାଇ ଏବଂ ହୁଵୁଲି ସ୍ଥିତ ଦକ୍ଷିଣ ପଶ୍ଚିମ…

Read More

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ତଥା ବିଜେପି ନେତା ଅଶୋକ ଗାସ୍ତିଙ୍କ ପରଲୋକ ଘଟିଛି । ଗାସ୍ତି କରୋନାରେ ଆକ୍ରାନ୍ତ ରହିଥିଲେ ବୋଲି ସୂଚନା ରହିଛି । ସେ 15 ଦିନ ହେବ ଚିକିତ୍ସା ପାଇଁ  ବାଙ୍ଗାଲୋରର ମଣୀପାଲ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ।  ଚଳିତ ବର୍ଷ କର୍ଣ୍ଣାଟକରୁ ରାଜ୍ୟସଭାକୁ ଯାଇଥିଲେ ବିଜେପି ନେତା ଅଶୋକ ଗାସ୍ତି । ଗାସ୍ତି କର୍ଣ୍ଣାଟକ ବିଜେପିର ଜଣେ ଆଗଧାଡ଼ିର ନେତା ଥିଲେ। ଲ’ରେ ସ୍ନାତକ ପାସ୍‌ କରିଥିବା ଅଶୋକ ଗାସ୍ତି ରାଇଚୁର ଜିଲ୍ଲାର ଜିଲ୍ଲା ପରିଷଦ ସଭାପତି ଭାବେ ମଧ୍ୟ ପୂର୍ବରୁ ଦାୟିତ୍ବ ତୁଲାଇଥିଲେ । ଗାସ୍ତିଙ୍କ ନିଧନରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ଲୋକସଭା ବାଚସ୍ପତି ଓମ ବିର୍ଲା ଶୋକ ପ୍ରକାଶ କରିଛନ୍ତି। (ଏଜେନ୍ସି)

Read More