Author: Samikhsya Bureau

ରାଜସ୍ଥାନ : ରାଜସ୍ଥାନର ବାଡମୋରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତା ମହିଳାକୁ ଘରୁ ଦୂର କରିବା ଅର୍ଥାତ୍‌ ଘରୁ ଫେରାର କରାଇବା  ଅଭିଯୋଗରେ ଜନୈକ ଶିକ୍ଷକଙ୍କୁ ବହୁ ମୂଲ୍ୟ ଦେବାକୁ ପଡିଛି । ମିଳିଥିବା ସୂଚନା ଅନୁସାରେ ରାଜସ୍ଥାନର ବାଡମୋର ଜିଲ୍ଲାର ଗୁଡାମାଲାନୀ ଉପଖଣ୍ଡର ଆରଜେଟି ଥାନା ଅନ୍ତର୍ଗତ ଭାଟାଲା ଗ୍ରାମ ନିବାସୀ 48 ବର୍ଷୀୟ ଶିକ୍ଷକ ନୂର ମହମ୍ମଦଙ୍କ ଉପରେ ସେହି ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଫେରାର କରାଇଥିବାର ଅଭିଯୋଗ ରହିଥିଲା । ଏହି ପ୍ରସଙ୍ଗକୁ ନେଇ ବିବାହିତା ମହିଳାଙ୍କ ପରିବାର ଲୋକେ ଉକ୍ତ ଶିକ୍ଷକଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ନାକ ଓ କାନ କାଟି ଦେଇଛନ୍ତି । ଶିକ୍ଷକଜଣଙ୍କୁ ଗୁରୁତର ଅବସ୍ଥାରେ ଗୁଜୁରାଟ ସ୍ଥାନାନ୍ତର କରାଯାଇଛି ।  ଏହି ଘଟଣାରେ ପୋଲିସ୍‌ ତିନି ଅଭିୁଯକ୍ତଙ୍କୁ ଗିରଫ କରିବା ସହିତ ମାମଲାର ତଦନ୍ତ ଜାରି ରଖିଛି । (ଏଜେନ୍ସି)

Read More

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 325 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 325 ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ 101 ଜଣ ଥିବାବେଳେ ଲୋକାଲ୍‌ କେସ୍‌ 224ଟି ରହିଛି ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି । କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 101 ଜଣଙ୍କ ମଧ୍ୟରେ ଭିଏସଏସ ନଗରରୁ 7ଜଣ, ଶହୀଦ ନଗରରୁ 3 ଜଣ, ଡମଣାରୁ 6 ଜଣ ହଂସପାଳରୁ 9ଜଣ ରହିଛନ୍ତି । 224 ଲୋକାଲ କେସ୍‌ ମଧ୍ୟରୁ ରସୁଲଗଡରୁ 11 ଜଣ, ନୟାପଲ୍ଲୀରୁ 8ଜଣ, ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରୁ 4ଜଣ, ଜୟଦେବବିହାରରୁ 7ଜଣ, ଝାରପଡାରୁ 6 ଜଣ, ଡମଣାରୁ 5 ଜଣ ରହିଥିବାବେଳେ ଘରୋଇ ହସ୍ପିଟାଲର 8 ଜଣ କର୍ମଚାରୀ ରହିଛନ୍ତି। ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 420 ଜଣ ସୁସ୍ଥ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟ ରାଜଧାନୀରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 17 ହଜାର 620ରେ ପହଞ୍ଚିଥିବାେବଳେ ସୁସ୍ଥଙ୍କ ସଂଖ୍ୟା…

Read More

ଭୁବନେଶ୍ୱର: କଟକ-ଭୁବନେଶ୍ୱରରେ କରୋନା ନିୟମ ବାରମ୍ବାର ଉଲ୍ଲଂଘନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପରେ ଅମାନିଆଙ୍କୁ ସାବାଡ୍ କରିବା ପାଇଁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ମାର୍କେଟ ଅଂଚଳରେ ଅମାନିଆଙ୍କୁ ସାବାଡ୍‌ କରିବା ପାଇଁ ଗଠନ ହୋଇଛି କୋଭିଡ୍ ଏନଫୋର୍ସମେଣ୍ଟ ଟିମ୍ । ହଟସ୍ପଟ୍ ଉପରେ କଡା ନଜର ରଖାଯିବ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ । ଦୈତ୍ୟନଗରୀରେ ଅଧିକ 50 ଅଫିସର, 5ପ୍ଲାଟୁନ ଆର୍ମଡ ପୋଲିସ ରହିବେ । କୋଭିଡ ଏନଫୋର୍ସମେଣ୍ଟ ଟିମକୁ ଏମାନେ ଅଧିକ କ୍ରିୟାଶୀଳ କରାଇବେ । ଏଥିପାଇଁ ଭୁବନେଶ୍ବରକୁ ତିନୋଟି ଜୋନରେ ବିଭକ୍ତ କରାଯିବ ବୋଲି ପୋଲିସ ଡିଜି କହିଛନ୍ତି । କୋଭିଡ ଏନଫୋର୍ସମେଣ୍ଟ ପାଇଁ ପ୍ରତିଜୋନରେ ଡିସିପି ନେତୃତ୍ୱ ନେବେ ।

Read More

ଭୁବନେଶ୍ବର :  ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଭାରତର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।  20ରେ ଏକ ଲଘୁଚାପ ଆସୁଥିବାରୁ  ଆସନ୍ତା 22 ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ  ଆଜି 13 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ନୂଆପଡା, ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । 20ତାରିଖରୁ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ଯଦି କେହି ମତ୍ସ୍ୟଜୀବୀ ସମୁଦ୍ରରେ ଥିବେ, ତେବେ 20 ସୁଦ୍ଧା ଫେରିଆସିବାକୁ ପରାମର୍ଶ ଦିଆଯାଇଛି ।

Read More

ନୂଆଦିଲ୍ଲୀ: ଏବେ ଦେଶକୁ ମହାମାରୀ କରୋନା ଆସ୍ତବ୍ୟସ୍ତ କରୁଥିବା ବେଳେ 2021 ଆରମ୍ଭରେ ଭାରତରେ ଟିକା ମିଳିବା ସମ୍ଭାବନା ରହିଛି । ଏନେଇ ଆଜି ରାଜ୍ୟସଭାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ପ୍ରଦାନ କରିଛନ୍ତି । ଟିକା ମିଳିବା ନେଇ ଏକ ସୁବିସ୍ତୃତ ଯୋଜନା କରାଯାଇଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଏକ ଏକ୍ସପୋର୍ଟ କମିଟି ଟିକା କଥା ବୁଝୁଛି । ଆଶା କରାଯାଉଛି, 2021 ପ୍ରାରମ୍ଭରେ କରୋନା ଟିକା ମିଳିବ । ସୂଚନାଯୋଗ୍ୟ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 50 ଲକ୍ଷ 18 ହଜାର 253କୁ ବୃଦ୍ଧି ପାଇଛି ।

Read More

ନୂଆଦିଲ୍ଲୀ : ଭାରତ ସରକାର ପିଆଜ ରପ୍ତାନୀ ବନ୍ଦ କରିବା ଫଳରେ ପଡୋଶୀ ରାଷ୍ଟ୍ରରେ  ପିଆଜର ଦର ଅହେତୁକ ବୃଦ୍ଧି ପାଇବାରେ ଲାଗିଛି । ପିଆଜ ରପ୍ତାନୀର ପ୍ରଭାବ ଏବେ ପଡୋଶୀ ଦେଶ ନେପାଳ ଓ ବାଂଲଦେଶ ଉପରେ ପଡିଛି । ଏଠାରେ ପିଆଜର କିଲୋ ପ୍ରତି ମୂଲ୍ୟ 150ଟଙ୍କାରେ ପହଞ୍ଚିଛି । ପୂର୍ବରୁ ଏଠାରେ କିଲୋ ପିଛା20ରୁ 30 ଟଙ୍କା ଭିତରେ ରହିଥିବାବେଳେ ଏବେ ପିଆଜର ମୂଲ୍ୟରେ 5 ଗୁଣା ବୃଦ୍ଧି ହୋଇଛି । ଆଗାମୀ ସମୟରେ ପିଆଜର ଅଧିକ ବୃଦ୍ଧି ହେବ ବୋଲି ଜଣାପଡୁଛି । ପିଆଜ ଉତ୍ପାଦନରେ ଦକ୍ଷିଣ ଏସିଆରେ ଭାରତ ସବୁଠୁ ବଡ ଉତ୍ପାଦକ ରହିଥିବାବେଳେ ପିଆଜ ଦରରେ ଲଗାମ ରଖିବା ପାଇଁ ଭାରତ ଏବେ ପିଆଜର ରାପ୍ତାନୀକୁ ବନ୍ଦ ରଖିଛି । ଯାହା ଫଳରେ ପଡୋଶୀ ଦେଶମାନଙ୍କର ପିଆଜ ଦରରେ ଆକାଶଛୁଆଁ ହୋଇଛି । ନେପାଳ, ବାଂଲାଦେଶ, ଶ୍ରୀଲଙ୍କା, ମାଲେସିଆ ଆଦି ରାଷ୍ଟ୍ରଗୁଡିକ ଭାରତର…

Read More

ନୂଆଦିଲ୍ଲୀ : କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ରାଜ୍ୟମନ୍ତ୍ରୀ ପ୍ରହଲ୍ଳାଦ ସିଂହ ପଟେଲଙ୍କୁ କରୋନା। ଏନେଇ କେନ୍ଦ୍ର ମନ୍ତ୍ରୀ ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ପ୍ରହଲ୍ଲାଦ ସିଂହ ପଟେଲ୍ ଟ୍ବିଟ୍ କରି ଲେଖିଛନ୍ତି ଯେ, ଗତକାଲି ରାତିରେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି। ନିକଟରେ ଯେଉଁମାନେ ତାଙ୍କୁ ସାକ୍ଷାତ କରିଛନ୍ତି ସେମାନେ ଯଥାସମ୍ଭମ ସତର୍କ ରହିବା ସହିତ ପରୀକ୍ଷା କରାଇନେବା ଉଚିତ୍‌ । ଏହା ପୂର୍ବରୁ ଗୃହ ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କାରୀ, ଧର୍ମେନ୍ଦ୍ର ପ୍ରଧାନ, ଅର୍ଜୁନ ରାମ ମେଘଓ୍ବାଲ, ଗଜେନ୍ଦ୍ର ସିଂହ ଶେଖାଓ୍ବତ କରୋନାରେ ସଂକ୍ରମିତ ହୋଇ ସାରିଛନ୍ତି। (ଏଜେନ୍ସି)

Read More

ରମେଶ ମହାନ୍ତି ଜଗତସିଂହପୁର : ଆଗକୁ ତିର୍ତ୍ତୋଲ ଉପନିର୍ବାଚନ ଥିବାବେଳେ କଂଗ୍ରେସ ଦଳକୁ ବଡ୍‌ ଝଟକା ଲାଗିଛି । ହାତ ଛାଡିଛନ୍ତି ରାଜକିଶୋର ବେହେରା। କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ରାଜକିଶୋର ବେହେରା ଇସ୍ତଫା ଦେଇଛନ୍ତି । ପିସିସି ସଭାପତିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ରାଜକିଶୋର । 2009 ଓ 2014 ସାଧାରଣ ନିର୍ବାଚନରେ ତିର୍ତ୍ତୋଲରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ସୂଚନାନୁଯାୟୀ କଂଗ୍ରେସର ହାତ ଛାଡିବା ପରେ ଏବେ ବିଜେପିରେ ଯୋଗଦେଇ ତିର୍ତ୍ତୋଲରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି। ତିର୍ତ୍ତୋଲ ଉପନିର୍ବାଚନ ନେଇ ବିଜେଡି, କଂଗ୍ରେସ ଓ ବିଜେପି ନିଜ ନିଜର ରଣକୌଶଳ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି । ଠିକ୍‌ ଏହି ସମୟରେ ରାଜକିଶୋରଙ୍କ ଇସ୍ତଫା ରାଜନୈତିକ ମହଲରେ ଉଷ୍ମତା ସୃଷ୍ଟି କରିଛି ।

Read More

ନୂଆଦିଲ୍ଲୀ : ଲଦାଖ ସ୍ଥିତି ନେଇ ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତ୍ତି ରଖିଛନ୍ତି । ଭାରତ ଓ ଚୀନ୍‌ ମଧ୍ୟରେ ସୀମା ବିବାଦ ଏଯାଏ ସମାଧାନ ହୋଇନାହିଁ । ଭାରତ ଚାଇନା ମଧ୍ୟରେ ପୂର୍ବ ଲଦାଖରେ ସ୍ଥିତି ଧୀରେଧୀରେ ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି। ଚାଇନା ଏଲ୍‌ଏସି ବାସ୍ତବିକ ସ୍ଥିତିର ଉଲ୍ଲଂଘନ କରୁଛି। ତେବେ ଭାରତୀୟ ଯବାନ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି ଗୁରୁବାର ରାଜ୍ୟ ସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଚାଇନା ଯୋଗୁ ଉତ୍ତେଜନା ବଢୁଥିବା ରାଜନାଥ କହିଛନ୍ତି। ଏହାଦ୍ୱାରା ଦୁଇଦେଶର ଦ୍ୱିପାକ୍ଷିକ ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପଡୁଛି। ଲଦାଖରେ ଚୀନ୍‌ ଭାରତର 38 ହଜାର କିମି କବ୍‌ଜା କରି ରଖିଛି । 90 ହଜାର ବର୍ଗ କିମି ତାର ନିଜର ବୋଲି ଚୀନ୍‌ କହି ଆସୁଛି । ଏଲ୍‌ଏସିରେ ଶାନ୍ତି ଓ ସ୍ଥିରତା ରଖିବା ପାଇଁ ଉଭୟ ଦେଶ…

Read More

ତିର୍ତ୍ତୋଲ : ଆଗକୁ ତିର୍ତ୍ତୋଲ ଉପନିର୍ବାଚନ ଥିବାବେଳେ କଂଗ୍ରେସ ଦଳକୁ ବଡ୍‌ ଝଟକା ଲାଗିଛି । ହାତ ଛାଡିଛନ୍ତି ରାଜକିଶୋର ବେହେରା।କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ରାଜକିଶୋର ବେହେରା ଇସ୍ତଫା ଦେଇଛନ୍ତି । ପିସିସି ସଭାପତିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ରାଜକିଶୋର । 2009 ଓ 2014 ସାଧାରଣ ନିର୍ବାଚନରେ ତିର୍ତ୍ତୋଲରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ଥିଲେ ରାଜକିଶୋର ବେହେରା । ତିର୍ତ୍ତୋଲ ଉପନିର୍ବାଚନ ନେଇ ବିଜେଡି, କଂଗ୍ରେସ ଓ ବିଜେପି ନିଜ ନିଜର ରଣକୌଶଳ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି । ଡିକ୍‌ ଏହି ସମୟରେ ରାଜକିଶୋରଙ୍କ ଇସ୍ତଫା ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି ।

Read More

ଭୁବନେଶ୍ବର : ମାଆକୁ ପିଟି ପିଟି ମାରିଦେଇଛନ୍ତି ଦୁଇ ପୁଅ ।  ଘରୋଇ କଳିରୁ ମାଆକୁ ପିଟିପିଟି ମାରିଦେଲେ ପୁଅ । ଘରୋଇ କଳିରୁ ମାଆକୁ ପିଟି ପିଟି ମାରିଦେଇଛନ୍ତି ଦୁଇ ପୁଅ । ମିଳିଥିବା ସୂଚନା ଅନୁସାରେ ଲୁହାରଡ୍‌ରେପିଟି ପିଟି ଦୁଇ ପୁଅ ମାଆକୁ ମାରିଦେଇଛନ୍ତି । ଦୁଇ ପୁଅ ନାବାଳକ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 15 ଓ 12 ବର୍ଷ ବୋଲି ସୂଚନା ରହିଛି । ଏୟାରଫିଲ୍ଡ ଥାନା ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ଏଭଳି ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି । ନିଶାଗ୍ରସ୍ତ ହୋଇ 2 ପୁଅ ମାଆକୁ ହତ୍ୟା କରିଥିବାର ପୋଲିସ୍‌ ସୂଚନା ଦେଇଛି । ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ 2 ପୁଅକୁ ଅଟକ ରଖି ଛାନ୍‌ଭିନ୍‌ ଆରମ୍ଭ କରିଛି । ମୃତ ମହିଳାଙ୍କ ନାମ ବିନୋଦିନୀ ମିଶ୍ର । ତାଙ୍କ ଘର ଓଲ୍ଡଟାଉନ୍‌ରେ ହୋଇଥିବାବେଳେ ସେ କିଛି ମାସ…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 13 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରୁର ସର୍ବାଧିକ 4ଜଣ ଲେଖାଏଁଙ୍କର ମୃତ୍ୟୁ ହୋଇଥିବାବେଳେ  ମୃତ୍ୟୁ ହୋଇଥିବାବେଳେ  ଗଜପତିରୁ 2 ଜଣ ଓ ବାଲେଶ୍ୱର, କଟକ, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁଙ୍କର ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 669କୁ ବୃଦ୍ଧି ହୋଇଛି ।

Read More

ଭୁବନେଶ୍ବର : ବରିଷ୍ଠ ବିଜେପି ନେତା ଅଶୋକ ସାହୁଙ୍କ ଆଜି ପରଲୋକ ହୋଇଛି। କଟକ ପିଠାପୁର ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଅଶୋକ ସାହୁ । ସପ୍ତାହେ ଧରି ଅସୁସ୍ଥ ରହିଥିବା ଅଶୋକଙ୍କର ଆଜି ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 68 ବର୍ଷ ହୋଇଥିଲା। ଅଶୋକ ସାହୁ କୋରାପୁଟର ଜୟପୁରରେ ଜନ୍ମଗ୍ରହଣ କରିଥିଲେ। ସେ ପ୍ରଥମେ ଆସାମ କ୍ୟାଡରର ଆଇପିଏସ ଅଫିସର ହୋଇଥିଲେ। ଅତିରିକ୍ତ ପୁଲିସ ଡିଜି ଭାବେ କାମ କରିବା ପରେ ସେ ସ୍ୱେଚ୍ଛାକୃତ ଅବସର ନେଇ ଓଡ଼ିଶା ଫେରିଥିଲେ। ଏହାପରେ ବିଜେପିରେ ଯୋଗଦେଇଥିଲେ। 2009 ସାଧାରଣ ନିର୍ବାଚନରେ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ଓ ପରେ 2014ରେ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି  4 ହଜାର 241କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2502ଜଣ ଚିହ୍ନଟ ହୋଇଥିବାବେଳେ 1739ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  1 ଲକ୍ଷ 67ହଜାର161କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 36 ହଜାର580ଜଣ । ସେହିପରି ସୁସ୍ଥ ହୋଇଛନ୍ତି 1 ଲକ୍ଷ 29ହଜାର 859ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 656ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 4ହଜାର 241ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 647ଜଣ ଚିହ୍ନଟ ହୋଇଥିବାବେଳେ…

Read More

ଭୁବନେଶ୍ବର : ରାଜ୍ୟରେ କରୋନା ହୁ ହୁ ହୋଇ ମାଡି ଚାଲିଛି । ସେହିପରି ରାଜ୍ୟରେ କରୋନା ଟେଷ୍ଟିଂ ମଧ୍ୟ ବଢିବାରେ ଲାଗିଛି । ଦୈନିକ 40ରୁ 50 ହଜାର କୋଭିଡ୍‌ ଟେଷ୍ଟ କରାଯାଉଛି । ରାଜ୍ୟରେ ଗତ 24 ଘଣ୍ଟାରେ 51 ହଜାର 824 କରୋନା ଟେଷ୍ଟ ହୋଇଛି । ଏହି ଟେଷ୍ଟ ମଧ୍ୟରେ ଆରଟିପିସିଆର ଜରିଆରେ 9 ହଜାର 352, 42 ହଜାର 366ଟି ଆଣ୍ଟିଜେନ୍‌ ଟେଷ୍ଟ ଓ ଟ୍ରୁନୁଟ୍‌ ଜରିଆରେ 106ଟି ଟେଷ୍ଟ କରାଯାଇଛି । ଏବେ ରାଜ୍ୟରେ ଅଧିକ ସଂଖ୍ୟକ ଟେଷ୍ଟ ହେଉଥିବାରୁ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି ବୋଲି କୁହାଯାଇଛି । କେନ୍ଦ୍ରାପଡ଼ାରେ ସର୍ବାଧିକ4 ହଜାର 666 ଜଣଙ୍କର ନମୁନା ପରୀକ୍ଷା ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ 4 ହଜାର 459ଜଣଙ୍କର ନମୁନା ପରୀକ୍ଷା ହୋଇଛି ।ରାଜ୍ୟରେ କୋଭିଡ ଟେଷ୍ଟ ସଂଖ୍ୟା ଇତିମଧ୍ୟରେ 26 ଲକ୍ଷ ଟପିଛି ବୋଲି ସୂଚନା ରହିଛି ।

Read More

ବଣାଇ : ଘର ଭିତରୁ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି ।ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଦେଢ ବର୍ଷର ଶିଶୁ ପୁତ୍ରଟି ମଧ୍ୟ ମୃତ୍ୟୁବରଣ କରିଛି । ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛି ଶିଶୁଟି । ତେବେ ମହିଳା ଓ ଦେଢବର୍ଷର ଶିଶୁ ପୁତ୍ରର ମୃତ୍ୟୁର କାରଣ ସମ୍ପର୍କରେ କିଛି ସୂଚନା ମିଳିପାରିନାହିଁ । ଅପରପକ୍ଷରେ ମହିଳାଙ୍କ ବାପଘର ଲୋକଙ୍କ ଥାନାରେ ହତ୍ୟା ଅଭିଯୋଗ କରିଥବାବେଳେ ପୋଲିସ୍‌ ଏନେଇ ତଦନ୍ତ ଆରମ୍ଭ କରିଛି ।

Read More

ଭୁବନେଶ୍ବର : ରାଜ୍ୟରେ ପ୍ଲାଜମା ଥେରାପୀ ହଜାରରେ ଅତକ୍ରିମ ପଂହଚିଛି । ଟ୍ୱିଟ କରି ସ୍ୱାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି । ଗୁରୁତର କରୋନା ରୋଗୀଙ୍କ ଦେହରେ ଏହି ପ୍ଲାଜମା ଥେରାପୀ ପ୍ରୟୋଗ ଏକପ୍ରକାର ସଫଳ ସାବ୍ୟସ୍ତ ହୋଇଛି । ଦିଲ୍ଲୀରେ ପ୍ରଥମେ ଏହି ପ୍ଲାଜମା ଥେରାପୀ ଆରମ୍ଭ ହୋଇଥିଲା । ଏହାପରେ ରାଜ୍ୟରେ ଏସସିବିରେ ପ୍ରଥମ ଥର ଲାଗି ପ୍ଲାଜମା ଥେରାପି ଆରମ୍ଭ ହୋଇଥିଲା । ବର୍ତ୍ତମାନ ରାଜ୍ୟର ସବୁ ସରକାରୀ ଓ ଘରୋଇ ମେଡିକାଲରେ ଏହି ପ୍ଲାଜମା ଥେରାପୀ ଉପଲବ୍ଧ ହେଉଛି।

Read More

ନୂଆଦିଲ୍ଲୀ : ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି। ଦେଶରେ 24 ଘଣ୍ଟାରେ କରୋନା 97 ହଜାର 894 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1132 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କରୋନା ଜନିତ ମୃତ୍ୟୁ ସଂଖ୍ୟା 83, 198ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 51ଲକ୍ଷ, 18ହଜାର 254କୁ ବୃଦ୍ଧି ପାଇଛି। ଏହାସହ ମୋଟ ସକ୍ରିୟ କେସ 10 ଲକ୍ଷ 09 ହଜାର 976 ରହିଥିବା ବେଳେ ସୁସ୍ଥ ହୋଇ 40 ଲକ୍ଷ 25 ହଜାର 089 ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଇସିଏମ୍‌ଆର ସୂଚନା ଅନୁସାରେ ସେପ୍ଟେମ୍ବର 16 ତାରିଖ ସୁଦ୍ଧା ମୋଟ୍‌ 6 କୋଟି 5 ଲକ୍ଷ ସାମ୍ପଲ୍‌ ଟେଷ୍ଟ ହୋଇଛି । ଯେଉଁଥିରେ 11ଲକ୍ଷ ସାମ୍ପଲ୍‌ର ଟେଷ୍ଟିଂ କାଲି ହୋଇଛି ।  ସେହିପରି ପଜିଟିଭିଟି ରେଟ୍‌ 7…

Read More

ଶ୍ରୀନଗର, ଆଜି ଶ୍ରୀନଗରର ବାଟାମାଲୁ ଠାରେ ଚାଲିଥିବା ଏନକାଉଣ୍ଟରରେ ଜଣେ ଅଜ୍ଞାତ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି । ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଆତଙ୍କବାଦୀମାନେ ଲୁଚି ରହିଥିବା ସ୍ଥାନରେ ସୁରକ୍ଷା ବାହିନୀ ପ୍ରଥମେ ଲୋକଶୂନ୍ୟ କରିବା ପରେ ଏହି ଏନକାଉଣ୍ଟର କରିଥିଲେ।  ପୋଲିସ କହିଛି, “ଶ୍ରୀନଗରର ବାଟାମାଲୁ ଅଞ୍ଚଳରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ଅଜଣା ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେବି ସେହି ସ୍ଥାନରେ ପୋଲିସ ଏବଂ ସିଆରପିଏଫ ଅନ୍ୟ ଆତଙ୍କବାଦୀଙ୍କୁ ମଧ୍ୟ ଖୋଜୁଛନ୍ତି ବୋଲି ଜଣାପଡିଛି।

Read More

ତାମିଲନାଡୁ, ଗୋଟିଏ କି ଦୁଇଟି ନୁହେଁ, ଏକାଥରେ 28 ମୟୁରଙ୍କ ମୃତ ଦେବ ମିଳିବା ବର୍ତ୍ତମାନ ପକ୍ଷୀ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏପରି ଘଟଣା ତାମିଲନାଡୁର କୋଭିଲପଟ୍ଟୀ ଅଞ୍ଚଳରେ ଘଟିଛି। ଆଜି ସ୍ଥାନୀୟ ଲୋକେ ନିକଟରେ ଥିବା ଜମିରେ ମୟୁରମାନଙ୍କ ମୃତଦେହ ପଡିଥିବାର ଦେଖିବାକୁ ପାଇଲେ। ଧିରେ ଧିରେ ଗୋଟିଏ ପରେ ଗୋଟିଏ ମୃତ ଦେହ ସେହି ସ୍ଥାନରେ ଦେଖିବାକୁ ମିଲିଲା। ଫଳରେ ଲୋକମାନେ ସ୍ଥାନୀୟ ଜଙ୍ଗଲ ବିଭାଗକୁ ଖବର ଦେଲେ। ବର୍ତ୍ତମାନ ଜଙ୍ଗଲ ବିଭାଗ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।    

Read More

ଭୁବନେଶ୍ବର, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ବୁଇଟ କରି ନବୀନ କହିଛନ୍ତି ଯେ, ଆଜି ଆପଣଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା। ଆପଣଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି। ଆଜି ପ୍ରଧାନମନ୍ତ୍ରୀ 70 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତାଙ୍କର ଜନ୍ମଦିନରେ ବିଭିନ୍ନ ମହଲରୁ ସ୍ବାଗତ କରାଯାଉଛି। ଏପରକି ବିଦେଶରୁ ମଧ୍ୟ ଶୁଭେଚ୍ଛାର ବାର୍ତ୍ତା ଆସିବାରେ ଲାଗିଛି।

Read More