ଭୁବନେଶ୍ବର, ପୂର୍ବତନ ସାଂସଦ ତଥା ଦୈନିକ ଖବର କାଗଜ ‘ଧରିତ୍ରୀ’ ର ସଂପାଦକ ତଥାଗତ ଶତପଥୀ ଏକ କନ୍ୟାର ପିତା ହୋଇଛନ୍ତି। ଏ ନେଇ ନିଜେ ତଥାଗତ ଟୁଇଟ୍ କରି ଜଣାଇଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ କନ୍ୟା 12 ତାରିଖ 4 ଟା 42 ମିନିଟ୍ ରେ ଜନ୍ମ ଗ୍ରହଣ କରିଛି। ଏଥିରେ ତଥାଗତ ଝିଅର ପାଦର ଫଟୋଟିଏ ମଧ୍ୟ ଟୁଇଟ କରିଛନ୍ତି। ଝିଅର ନାମ ନିଜ ମାଙ୍କ ନାମକୁ ଯୋଡି ଆଭ୍ୟା ନନ୍ଦିନୀ ଶତପଥୀ ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ତଥାଗତଙ୍କର ପୂର୍ବରୁ ଏକ ପୁଅ ମଧ୍ୟ ଅଛି।
Author: Samikhsya Bureau
ଭୁବନେଶ୍ବର, ଆଜି ରାଜ୍ୟର ପାଞ୍ଚୋଟି ଜିଲ୍ଲାର ପ୍ରବଶ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏହି ଜିଲ୍ଲାଗୁଡିକ ହେଲା କୋରାପୁଟ, ମାଲକାନାଗିରି, ରାୟଗଡା, ଗଜପତି ଏବଂ ନବରଂଗପୁର। ଏହି ଜିଲ୍ଲାଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି। ସେହିପରି 10ଟି ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ସେଗୁଡିକ ହେଲା ଖୋର୍ଦ୍ଧା, କଳାହାଣ୍ଡି, କନ୍ଧମାଳ, ଗଂଜାମ, ପୁରୀ ନୟାଗଡ, ବୌଦ୍ଧ, ସୁନ୍ଦରଗଡ, କେଉଁଝର ଏବଂ ମୟୁରଭଂଜ।
ବ୍ରହ୍ମପୁର, ମାସ ମାସ ଧରି କାମ ନ କରି ଘରେ ରହିବା ପରେ ବର୍ତ୍ତମାନ ପେଟ ପାଇଁ ପୁଣି ଥରେ କର୍ମ କ୍ଷେତ୍ରକୁ ବାହୁଡିବାକୁ ପଡିବ। ଶ୍ରମିକ ଟ୍ରେନରେ ଯିବା ପାଇଁ ବ୍ରହ୍ମପୁର ଷ୍ଟେସନରେ ଧାଡିର ଶ୍ରମିକମାନେ ଅପେକ୍ଷା କରିଛନ୍ତି।
Twenty eight NEET aspirants of our district left for Bhubaneswar today morning on arrangement of district admn. They were provided masks, hand sanitizer, food packets and water bottles. Wish all of them success in their endeavour
Paid homage to son of Mayurbhanj soil Sri. Sudhir Kumar Tudu, who valiantly fought the banned maoists in fierce gun battle at Kalahandi District and laid down his life in the service of the nation. We vow to uphold the integrity of the nation for which he laid down his life.
ସାଲେପୁର, ଆମେରିକା ଇଣ୍ଡିଆ ଫାଉଣ୍ଡେସନ ତରଫରୁ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ଆଶାକର୍ମୀ ମାନଙ୍କୁ କିଟ୍ ପ୍ରଦାନ।କେଭିଡ୍ ସମୟରେ ଆଶା ଭଉଣୀ ମାନେ ଯେଭଳି ଭାବରେ ଅତି ନିଷ୍ଠାର ସହ କାର୍ଯ୍ୟ କରିଚାଲିଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ।
ଭୁବନେଶ୍ବର, ଆଜି ଦୁଇଜଣ ବିଧାୟକ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ସେମାନେ ହେଲେ ପାଟଣାଗଡ ବିଧାୟକ ସରୋଜ ମେହେର ଏବଂ କେନ୍ଦ୍ରପଡା ବିଧାୟକ ଶଶୀଭୂଷଣ ବେହେରା। ଉଭୟ ସେମାନଙ୍କ ଟୁଇଟର ଆକାଉଣ୍ଟରେ ଏହି ସୂଚନା ପ୍ରଦାନ କରିଛନ୍ତି। ତେବେ ଉଭୟଙ୍କ ଶରୀରରେ କୌଣସି ଲକ୍ଷଣ ପ୍ରକାଶ ପାଇ ନାହିଁ। ବର୍ତ୍ତମାନ ଏହି ଦୁଇ ବିଧାୟକ ସୁସ୍ଥ ଅଛନ୍ତି। ହେଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଉଭୟ ବର୍ତ୍ତମାନ ହୋମ କ୍ବାରଣ୍ଟାଇନରେ ଅଛନ୍ତି। ତେବେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ଦୟାକରି ପରୀକ୍ଷା କରାଇ ନିଅନ୍ତୁ ବୋଲି ଉଭୟ ଅନୁରୋଧ କରିଛନ୍ତି।
ମୁଲୁଗୁ, ଧୂମଧାମରେ ବାହାଘର ଚାଲିଛି, ବର କନ୍ୟା ପଣ୍ଡିତଙ୍କ କଥା ଅନୁସାରେ ସବୁ କାମ କରୁଛନ୍ତି। ସେଠାରେ ଉପସ୍ଥିତି ଅତିଥିମାନେ ମଧ୍ୟ ପଣ୍ଡିତଙ୍କ କଥାରେ ବରକନ୍ୟାଙ୍କୁ ଆର୍ଶିବାଦ ଦେଉଛନ୍ତି। ଏହି ସମୟରେ ହଠାତ ଏକ ମାଙ୍କଡ ବେଦୀ ଭିତରକୁ ପଶି ଆସି ବରକନ୍ୟାଙ୍କ ମୁଣ୍ଡ ଉପରେ ବସିପଡିଲା। ଆଶ୍ଚର୍ଯ୍ୟର କଥା ମାଙ୍କଡଟି ବର ମୁଣ୍ଡ ଉପରେ ବସି କନ୍ୟା ମୁଣ୍ଡରେ ହାତ ରଖିଲା। ସେଠାରେ ଉପସ୍ଥିତ ଥିବା ସମସ୍ତ ଅତିଥି ହଠାତ କିଛି ଜାଣିପାରିଲେ ନାହିଁ। ବିଶ୍ବାସ ନ ହେଲେ ମଧ୍ୟ କଥାଟି ସଂପୂର୍ଣ୍ଣ ସତ। ଆଉ ଏହି ଘଟଣାଟି ତେଲଙ୍ଗାନା ରାଜ୍ୟର ମୁଲୁଗୁ ଜିଲ୍ଲାସ୍ଥିତ ମାଙ୍ଗାପେଟ୍ ଗ୍ରାମରେ ଘଟିଛି। ଗତକାଲି ଏକ ବାହାଘର ନୃସିଂହସ୍ବାମୀ ମନ୍ଦିରରେ ଅନୁଷ୍ଠିତ ହେବା ବେଳେ ଏହି ଘଟଣାଟି ଘଟିଛି। ଏହି ମନ୍ଦିରରେ ପୂର୍ବରୁ ବହୁ ବାହାଘର ହୋଇଛି ହେଲେ ଏପରି ଘଟଣା କେବେ ଘଟି ନାହିଁ ବୋଲି ମନ୍ଦିର କର୍ତ୍ତୁପକ୍ଷ କହିଛନ୍ତି। ତେବେ ଏପରି…
ଭୁବନେଶ୍ୱର: ବିଜେପି ଓ ବିଜେଡି ସହ ଲଢେଇ ଜାରି ରଖିବ କଂଗ୍ରେସ । ରାଜ୍ୟରେ ବିଜେପି ଓ ବିଜେଡ଼ି ମିଳିମିଶି ରହିଛନ୍ତି । ଉଭୟ ଦଳ ସହ ଆମର ଲଢେଇ ଜାରି ରହିବ ବୋଲି କହିଛନ୍ତି କଂଗ୍ରେସ ନେତା ଭକ୍ତଚରଣ ଦାସ । ମିଜୋରାମ ଓ ମଣିପୁର ପ୍ରଭାରୀ ନିଯୁକ୍ତ ହେବା ପରେ ଶ୍ରୀ ଦାସ ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ସଂଗଠନ ମଜଭୁତ କରିବାକୁ ନୂଆ ପ୍ରଭାରୀଙ୍କ ସହ କାମ କରାଯିବ। ନୂଆ ପ୍ରଭାରୀ ଚେଲ୍ଲାକୁମାର ଜଣେ ନିଷ୍ଠାବାନ କର୍ମୀ । ସେ କାହା ଦ୍ୱାରା ପ୍ରଭାବିତ ହୁଅନ୍ତିନି । ପୂର୍ବରୁ ଅନେକ ପ୍ରଦେଶର ଦାୟିତ୍ୱ ମୋତେ ମିଳିଥିଲା । ଅଭିଜ୍ଞତା କାମରେ ଲଗାଇବି ବୋଲି ସେ କହିଛନ୍ତି । ଏହାଛଡ଼ା ସିଡବ୍ଲୁ୍ୟସିରେ ସ୍ଥାନ ମିଳିଥିବା ସେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ଦ୍ୱାରା ଦକ୍ଷିଣ ଓ…
ରମେଶ ମହାନ୍ତି ଜଗତସିଂହପୁର:- ଦୃତ ଗତିରେ ବୃଦ୍ଧି ପାଉଥିବା କରୋନା ମହାମାରୀ ପ୍ରଭାବରେ ଦେଶରେ ହାହାକାର ପଡିଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ମହାମାରୀର କୈଣସି ଔଷଧ ନ ବାହାରିବା ସାଧାରଣରେ ଚିନ୍ତାର କାରଣ ହୋଇଛି ।ଏହି ମହାମାରୀରୁ ନିଜକୁ ସୁରକ୍ଷିତ ରଖିବାକୁ ହେଲେ ସାମାଜିକ ଦୂରତ୍ବ ରକ୍ଷା କରିବା ସହିତ ହାତକୁ ବାରମ୍ବାର ଧୋଇବା ଓ ହାତକୁ ସାନିଟାଇଜର କରି ମୁହଁରେ ମାସ୍କ ବାନ୍ଧିବା ଆବଶ୍ୟକ ବୋଲି ସରକାରଙ୍କ ପକ୍ଷରୁ ବିଭିନ୍ନ ଉପାୟରେ ବାରମ୍ବାର ସଚେତନତା ସୃଷ୍ଟି କରାଯାଉଛି । ବନ୍ଦ ହୋଇଥିବା ବିଦ୍ୟାଳୟ ଗୁଡିକ ଖୋଲିଲେ ଛାତ୍ରଛାତ୍ରୀମାନଙ୍କୁ ଜୀବାଣୁମୁକ୍ତ କରିବାକୁ ଏକ ଅଭିନବ ଯୋଜନା ପ୍ରସ୍ତୁତ କରିଛନ୍ତି ଜଗତସିଂପୁରର ଶୁଭ୍ରଜ୍ୟୋତି ମହାନ୍ତି। ପୁରୀ ଘନଶ୍ୟାମ ହେମଲତା ବିଦ୍ୟାମନ୍ଦିରର ୧୦ମ ଶ୍ରେଣୀର ଛାତ୍ର ଶୁଭ୍ରଜ୍ୟୋତି ଦେଢବର୍ଷ ତଳେ ନିଜ ସାଇକେଲକୁ ଘଣ୍ଟାକୁ ୨୦ କିମି ବେଗରେ ବାଇକ୍ ର ପୁରୁଣା ବ୍ୟାଟେରୀ ଦ୍ୱାରା ଚଳାଇ ଚର୍ଚ୍ଚାରେ ରହିଥିଲେ। ଏବେ ପୁଣି…
ମୁମ୍ବାଇ: ପ୍ରଖ୍ୟାତ ବଲିଉଡ୍ କଣ୍ଠଶିଳ୍ପୀ ତଥା ଭଜନ ଗାୟିକା ଅନୁରାଧା ପୋଡ୍ୱାଲଙ୍କ ପୁଅ ଆଦିତ୍ୟ ପୋଡ୍ୱାଲଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 35 ବର୍ଷ ବୟସ ହୋଇଥିଲା। ଆଦିତ୍ୟଙ୍କ ପରଲୋକ ନେଇ ଗାୟକ ତଥା ସଙ୍ଗୀତଜ୍ଞ ଶଙ୍କର ମହାଦେବନ୍ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଅନୁରାଧାଙ୍କ ପୁତ୍ର ଆଦିତ୍ୟ କିଡ୍ନୀ ରୋଗରେ ଆକ୍ରାନ୍ତ ଥିଲେ ଓ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଆଦିତ୍ୟ ଜଣେ ଜଣାଶୁଣା ମ୍ୟୁଜିକ୍ ଆରେଞ୍ଜର ଓ ପ୍ରଡ୍ୟୁସର ଭାବରେ ପରିଚିତ ।
ଭୁବନେଶ୍ବର : ଆଇସୋଲେସନ୍ ରୁମ୍ରେ ବସି ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଦେହରେ ଅଧିକ ତାପମାତ୍ରା ଥିଲେ ବି ଦେଇହେବ ନିଟ୍ ପରୀକ୍ଷା। ଆଇସୋଲେସନ୍ ରୁମ୍ରେ ନିରୀକ୍ଷକମାନେ ପିନ୍ଧିବେ ପିପିଇ କିଟ୍ । ଅନ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରତି ରୁମ୍ରେ 12 ଜଣଙ୍କ ବସିବା ବ୍ୟବସ୍ଥା ହୋଇଛି । ପରୀକ୍ଷା ବ୍ୟବସ୍ଥା ନେଇ ନିଟ୍ ରାଜ୍ୟ ସଂଯୋଜକ ପଲ୍ଲୀ ପଟ୍ଟନାୟକଙ୍କ ସୂଚନା ଦେଇଛନ୍ତି । ଆସନ୍ତାକାଲି ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ । ଜେଇଇ ଭଳି ନିଟର ସଫଳ ପରିଚାଳନା ପାଇଁ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର। ପରୀକ୍ଷାର୍ଥୀଙ୍କ ଯାତାୟତ ଓ ରହଣୀ ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ରବିବାର ଅପରାହ୍ନ 2ଟାରୁ 5ଟା ଯାଏ ପରୀକ୍ଷା ହେବ । ଚଳିତ ବର୍ଷ ଓଡ଼ିଶାର 83ଟି ପରୀକ୍ଷା କେନ୍ଦ୍ରରେ 37 ହଜାର 459 ପରୀକ୍ଷାର୍ଥୀ ନିଟ୍ ଦେବେ ।
ନୂଆଦିଲ୍ଲୀ : ବଜାରରେ ମିଳିବ କରୋନା ଔଷଧ । ସାଧାରଣରେ କରୋନା ଔଷଧ ବିକ୍ରି ପାଇଁ ଡିସିଜିଆଇ ଅନୁମତି ଦେଇଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସକ୍ରିପସନ୍ ଥିଲେ ଔଷଧ କିଣିହେବ ବୋଲି ସୂଚନା ରହିଛି । ତେବେ ସର୍ତ୍ତମୂଳକ ଫେଭିପିରାଭିର୍ ଟାବଲେଟ୍ ବିକ୍ରିକୁ ଅନୁମତି ମିଳିଛି । ସେହିପରି ରେମଡେସିଭିର ଇଞ୍ଜେକସନ୍ ବିକ୍ରିକୁ ମଧ୍ୟ ଅନୁମତି ମିଳିଛି । ଔଷଧ କିଣିବାବେଳେ ଦୋକାନରେ ପ୍ରେସ୍କ୍ରିପସନ୍ ଓ ଅନୁମତି ପତ୍ର ଦେବାକୁ ହେବ । ଔଷଧ ବ୍ୟବହାର ପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନଙ୍କୁ ଅନୁମତି ପତ୍ର ଦେବାକୁ ପଡିବ । ତେବେ ଔଷଧ ବିକିବା ବେଳେ ଖୁଚୁରା ଦୋକାନୀମାନଙ୍କ ପାଇଁ କେତେକ ସର୍ତ୍ତ ଲାଗୁ ହେବ ।ଔଷଧ ବିକ୍ରି ପୂର୍ବରୁ ପ୍ରେସ୍କ୍ରିପସନ୍ର ଫଟୋ କପି ରଖିବା ଜରୁରୀ ବୋଲି ସୂଚନା ରହିଛି ।
ଭୁବନେଶ୍ବର : ଯାତ୍ରା କଳାକାର ଭିକୁସେଠ ଓରଫ୍ ମହେନ୍ଦ୍ର ଦାସ ମାତ୍ର 55 ବର୍ଷ ବୟସରେ ପରଲୋକ ହୋଇଯାଇଛି । ଛାତିରେ ଯନ୍ତ୍ରଣା ପରେ ଚୌଦ୍ବାରରୁ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ପରଲୋକ ନେଇ ମହେନ୍ଦ୍ର ଦାସଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି । ଭିକୁ ସେଠ ଯାତ୍ରା ଜଗତର ଜଣେ ଲୋକପ୍ରିୟ କଳାକାର । ସେ ବହୁ ଚର୍ଚ୍ଚିତ ଯାତ୍ରା ନାଟକ ‘ଶାଗୁଣା ବସିଛି ଡେଣା ମେଲାଇ’ରେ ଭିକୁ ସେଟ୍ ଭୂମିକାରେ ଅଭିନୟ କରି ଷ୍ଟାର୍ ବନିଥିଲେ। ନବେ ଦଶକରେ ଯଲିଉଡ ଷ୍ଟାର୍ ମହେନ୍ଦ୍ର ଦାଶ ଥିଲେ ସବୁଠୁ ଟପ୍ରେ। ଯାହା ମଞ୍ଚରେ ଦର୍ଶକ ତାଙ୍କର ଖଳନାୟକ ରୂପ ଦେଖିବା ଲାଗି ଟିକେଟ୍ କାଟୁଥିଲେ। ଏପରିକି ନାୟକ ଅପେକ୍ଷା ମହେନ୍ଦ୍ର ଦାଶଙ୍କର ଭୂମିକାକୁ ଯାତ୍ରା ନାଟ୍ୟକାର ଓ ନିର୍ଦ୍ଦେଶକମାନେ ଅଧିକ ଗୁରୁତ୍ଵ ଦେଉଥିଲେ । କେବଳ ଯାତ୍ରା ନୁହେଁ ଓଡ଼ିଆ ଚଳଚ୍ଚିତ୍ର ‘ଯଶୋଦା’ରେ ମଧ୍ୟ ଅଭିନୟ…
ନୂଅଦିଲ୍ଲୀ : ଅରୁଣାଚଳ ପ୍ରଦେଶରୁ ନିଖୋଜ ହୋଇଥିବା ପାଞ୍ଚ ଜଣ ଭାରତୀୟଙ୍କୁ ଉଦ୍ଧାର କରିଛି ଭାରତୀୟ ସେନା । ଚୀନର ପିପୁଲସ ଲିବରେସନ ଆର୍ମି ପକ୍ଷରୁ ଏହି 5 ନାଗରିକଙ୍କୁ ହସ୍ତାନ୍ତର କରାଯାଇଛି । ଖିବତୁର ସୀମା ପୋଷ୍ଟରେ ଏହି ଯୁବକ ମାନଙ୍କୁ ହସ୍ତାନ୍ତର କରାଯାଇଛି । ଚୀନ ସେନା ସହିତ ହଟଲାଇନରେ ସମ୍ପର୍କ କରାଯିବା ପରେ ଏହି ଯୁବକ ମାନେ ଫେରୁଥିବା ନେଇ ଶୁକ୍ରବାର କ୍ରୀଡା ମନ୍ତ୍ରୀ କିରଣ ରିଜିଜ୍ଜୁ ପ୍ରକାଶ କରିଥିଲେ । ଏହି ଯୁବକ ମାନେ ଶିକାରୀ ହୋଇଥିବା ବେଳେ ଭୁଲ ବଶତଃ ଚୀନ ସୀମାରେ ପ୍ରବେଶ କରିଯାଇଥିଲେ । ସେପ୍ଟେମ୍ବର 1ରୁ ଯୁବକ ମାନେ ନିଖୋଜ ହୋଇଯାଇଥିଲେ । ଯୁବକ ମାନେ ଶିକାରୀ ବୋଲି ଭାରତୀୟ ସେନା ପକ୍ଷରୁ ବାର୍ତ୍ତା ଜାରି କରାଯାଇଥିବା ବେଳେ ପରିବାର ପକ୍ଷରୁ ସେମାନେ କୁମ୍ବାର ବୋଲି କୁହାଯାଇଛି । (ଏଜେନ୍ସି)
ଉତ୍ତରକୋରିଆ: ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜୋଙ୍ଗ୍ ଉନ୍ଙ୍କ କାର୍ଯ୍ୟକୁ ନେଇ ସର୍ବଦା ଚର୍ଚ୍ଚା ରହିଛି । ଜୋଙ୍ଗ ଉନ୍ଙ୍କ ଅମାନବୀୟ କାର୍ଯ୍ୟଧାରାକୁ ନେଇ ପୁଣି ଥରେ ଚର୍ଚ୍ଚା ଲାଗି ରହିଛି । ନିକଟରେ ତାଙ୍କ ନୀତିକୁ ସମାଲୋଚନା କରିବା ଯୋଗୁଁ 5 ଜଣ କର୍ମଚାରୀଙ୍କୁ ମୃତ୍ୟୁବରଣ କରିବାକୁ ପଡିଛି । ମିଳିଥିବା ସୂଚନା ଅନୁସାରେ ତାଙ୍କ ଦ୍ବାରା ପ୍ରଣୟନ ହୋଇଥିବା ଆର୍ଥିକ ନୀତିର ସମାଲୋଚନା କରିବାରୁ ଅର୍ଥ ମନ୍ତ୍ରାଳୟର ପାଞ୍ଚ ଜଣ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଜୁଲାଇ 30 ତାରିଖରେ ଏହି ଅଧିକାରୀଙ୍କୁ ଗୁଳି କରାଯାଇଥିବାର ସୂଚନା ରହିଛି । ଏକ ରାତ୍ର ଭୋଜନରେ ସେମାନେ କିମ୍ଙ୍କ ନୀତିର କଡ଼ା ସମାଲୋଚନା କରିଥିଲେ। ପରେ ସେମାନଙ୍କୁ ଗିରଫ କରାଯାଇ ଥିଲା। କରୋନା ମହାମାରୀ ସଙ୍କଟ ଯୋଗୁ ଦେଶର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି।
ଭୁବନେଶ୍ବର : ରାଜ୍ୟରେ ଆଉ 11 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକରୁ ସର୍ବାଧିକ 3 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ 2 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ବଲାଙ୍ଗିର, କନ୍ଧମାଳ, ଯାଜପୁର, କେଉଁଝର, ନୟାଗଡ ଓ ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କଟକରୁ ସର୍ବାଧିକ ତିନି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 66ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଦୁଇ ପୁରୁଷ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 88, 45 ବର୍ଷ ବୋଲି ସୂଚନା ରହିଛି । ସେହିପରି ଭୁବନେଶ୍ବରରୁ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 30 ବର୍ଷୀୟ ଯୁବକ ଥିବାବେଳେ ଅନ୍ୟ ଜଣେ 82 ବର୍ଷୀୟ ବ୍ୟକ୍ତି । ବଲାଙ୍ଗିରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 70 ବର୍ଷ ହୋଇଥିବାବେଳେ ଯାଜପୁରରୁ 48 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କେଉଁଝରରୁ 75 ବର୍ଷୀୟ ଆକ୍ରାନ୍ତଙ୍କ ମୃତ୍ୟୁ…
ଭୁବନେଶ୍ବର : ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍ 3ହଜାର 777 ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 815ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 115, ବାଲେଶ୍ବରରୁ 127, ବରଗଡରୁ 139, ଭଦ୍ରକରୁ 67, ବଲାଙ୍ଗିରରୁ 51, ବୌଦ୍ଧରୁ 26, କଟକରୁ 368, ଦେବଗଡରୁ 14, ଢେଙ୍କାନାଳରୁ 67, ଗଜପତିରୁ 13, ଗଞ୍ଜାମରୁ 58, ଜଗତସିଂହପୁରରୁ 100, ଯାଜପୁରରୁ 133, ଝାରସୁଗୁଡାରୁ 70, କଳାହାଣ୍ଡିରୁ 70, କନ୍ଧମାଳରୁ 49, କେନ୍ଦ୍ରାପଡାରୁ 148. କେଉଁଝରରୁ 78, କୋରାପୁଟରୁ 98, ମାଲକାନଗିରିରୁ 26, ମୟୂରଭଞ୍ଜରୁ 58, ନବରଙ୍ଗପୁରରୁ 107, ନୟାଗଡରୁ 71, ନୂଆପଡାରୁ 73, ପୁରୀରୁ 237, ରାୟଗଡାରୁ 75, ସମ୍ବଲପୁରରୁ 112, ସୋନପୁରରୁ 72, ସୁନ୍ଦରଗଡରୁ 148 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍ପୁଲ୍ରୁ 192ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି ।
ଭୁବନେଶ୍ବର : ରାଜ୍ୟରେ ଆଜି 3ହଜାର 777କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 2191ଜଣ ଚିହ୍ନଟ ହୋଇଥିବାବେଳେ 1586ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 46ହଜାର894 ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 34 ହଜାର163ଜଣ । ସେହିପରି ସୁସ୍ଥ ହୋଇଛନ୍ତି 1 ଲକ୍ଷ 12ହଜାର 62ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 605ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ: ରେଟିଂ ଏଜେନ୍ସିଂ ଗୁଡ଼ିକ ଭାରତୀୟ ଅର୍ଥନୀତିକୁ ନେଇ ଯେଉଁ ଆକଳନ କରୁଛନ୍ତି ତାହା ଚିନ୍ତାର ବିଷୟ ପାଲଟିଛି । ଭାରତୀୟ ଅର୍ଥନୀତି ଚଳିତ ଆର୍ଥିକ ବର୍ଷରେ 9 ପ୍ରତିଶତରୁ ଅଧିକ ହ୍ରାସ ପାଇବ ବୋଲି ଅନ୍ୟତମ ପ୍ରମୁଖ ରେଟିଂ ଏଜେନ୍ସିଂ କି୍ରସିଲ ଆକଳନ କରିଥିଲା । ବିଶ୍ୱସ୍ତରୀୟ ରେଟିଂ ଏଜେନ୍ସିଂ ମୁଡିସ ଆକଳନ କରିଛି ଯେ ଭାରତୀୟ ଅର୍ଥନୀତିରେ 11.5 ପ୍ରତିଶତ ହ୍ରାସ ଘଟିବ । ପୂର୍ବରୁ ଏହି ସଂସ୍ଥା କହୁଥିଲା ଭାରତର ଅଭିବୃଦ୍ଧି 4 ପ୍ରତିଶତ କମିବ । ମାତ୍ର ଚଳିତ ଆର୍ଥିକ ବର୍ଷ ପ୍ରଥମ ତିନି ମାସରେ ଅଭିବୃଦ୍ଧି ହାର 23.9ପ୍ରତିଶତ କମିବା ପରେ ମୁଡିସ ଏହାର ଆକଳନ ବଦଳାଇ ଦେଇଛି । ଆର୍ଥିକ ସ୍ଥିତି ଖରାପ ହେବା, ଋଣ ଭାର ବଢ଼ିବା ଓ ଅଭିବୃଦ୍ଧି ହାର କମ ହେବା କାରଣରୁ ଦେଶର କ୍ରେଡିଟ ରେଟିଂ ଉପରେ ଚାପ ସୃଷ୍ଟି ହୋଇଛି । କରୋନା ମହାମାରୀ ଏହି…
ଭୁବନେଶ୍ବର, ବିଭିନ୍ନ ଉନ୍ନୟନ କାମ ପାଇଁ ବିଭିନ୍ନ ବିଭାଗକୁ ଦିଆଯାଇଥିବା କୋଟି କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡି ରହିଛି। ଏ ନେଇ ଅର୍ଥ ବିଭାଗ ସଂପୃକ୍ତ ବିଭାଗକୁ ବାରମ୍ବାର ତାଗିଦ କରିବା ସତ୍ବେ ସେସବୁ ଟଙ୍କା ବିଭାଗ ଖର୍ଚ୍ଚ କରିପାରୁ ନାହାଁନ୍ତି। ଫଳରେ ସେହି ଗଚ୍ଛିତ ଟଙ୍କାକୁ ପୁଣି ଥରେ ଟ୍ରେଜେରୀଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ଅର୍ଥ ବିଭାଗର ହିସାବ ଅନୁସାରେ ବର୍ତ୍ତମାନ ଖର୍ଚ୍ଚ ନ ହୋଇ ବିଭିନ୍ନ ବ୍ୟାଙ୍କରେ ପ୍ରାୟ 7 ହଜାର କୋଟି ଟଙ୍କା ପଡି ରହିଛି। ସେ ମଧ୍ୟରୁ ଅର୍ଥ ବିଭାଗ ମାତ୍ର 2300 କୋଟି ଏକାଠି କରିବାରେ ସକ୍ଷମ ହୋଇଛି। ପରବର୍ତ୍ତ ସମୟରେ ସମସ୍ତ ଟଙ୍କା ଏକାଠି କରି ଟ୍ରେଜେରୀକୁ ଫେରାଇ ଅଣାଯିବ। ସେହି ଟଙ୍କାସବୁ କୋଭିଡ ମୁକିବିଲାରେ ଖର୍ଚ୍ଚ କରାଯିବ ବୋଲି ଅର୍ଥ ବିଭାଗ ନିଷ୍ପତି କିରଛି।

