ନୂଆଦିଲ୍ଲୀ, ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଉନ୍ନୟନ କାର୍ଯ୍ୟ କରାଯିବ। ଦେଶରେ ପ୍ରଥମ ପର୍ଯ୍ୟାୟରେ ଯେଉଁ 8ଟି ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କର୍ଷ କେନ୍ଦ୍ରର ବିକାଶ କରାଯିବ ସେଥିମଧ୍ୟରେ କଳିଙ୍ଗ ଷ୍ଟାଡିୟମ ଅନ୍ତର୍ଭୁକ୍ତ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସମେତ 8ଟି ଏଭଳି କେନ୍ଦ୍ରକୁ ବଛାଯାଇଛି । ଏହାଛଡା ମିଜୋରାମ, ତେଲଙ୍ଗାନା, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ ଓ କେରଳରେ ଏଭଳି ଗୋଟିଏ ଗୋଟିଏ କେନ୍ଦ୍ର ବିକଶିତ କରାଯିବ। ଖେଲୋ ଇଣ୍ଡିଆ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଏକ ପ୍ରମୁଖ କାର୍ଯ୍ୟକ୍ରମ ଏବଂ ଏହା ମାଧ୍ୟମରେ ପ୍ରତିଭା ଚିହ୍ନଟ ଓ ତାହାର ବିକାଶ କାର୍ଯ୍ୟକ୍ରମ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । କଳିଙ୍ଗ ଷ୍ଟାଡିୟମର ବିକାଶ ପାଇଁ 12.02 କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ 4 ବର୍ଷ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତୀ ଶ୍ରୀ କିରେନ୍ ରିଜିଜୁ କହିଛନ୍ତି ।…
Author: Samikhsya Bureau
ନୂଆଦିଲ୍ଲୀ, ଓଡ଼ିଶା ସମେତ ଦେଶର ୨୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରରେ ୩୭ଟି ମେଗା ଫୁଡ଼୍ ପାର୍କକୁ ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି । ଆଜି ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ଏହା କହିଛନ୍ତି। ସେଥିରେ ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଥିବା MITS Mega Food Park Ltd ସାମିଲ। ସେହିସବୁ ଏମଏଫପିଗୁଡ଼ିକ ଏବେ ବିଭିନ୍ନ ପର୍ଯ୍ୟାୟରେ ରହିଛନ୍ତି। ସେଥି ମଧ୍ୟରୁ ୧୯ଟି ମେଗା ଫୁଡ଼ ପାର୍କ ଏବେ ସୁଦ୍ଧା ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇସାରିଛି । ସରକାରଙ୍କ ଦ୍ୱାରା ମୋଟ ୪୨ଟି ମେଗା ଫୁଡ଼ ପାର୍କର ପରିକଳ୍ପନା କରାଯାଇଥିଲା। ଏହି ଯୋଜନାର ନିୟମାବଳୀ ଅନୁସାରେ ପ୍ରତ୍ୟେକ ମେଗା ଫୁଡ଼ ପାର୍କ ସଂପୂର୍ଣ୍ଣ ରୂପେ କାର୍ୟ୍ୟକ୍ଷମ ହେବାପରେ ପ୍ରାୟ ୫୦୦୦ ଜଣଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ କର୍ମନିଯୁକ୍ତିର ସୁଯୋଗ ଯୋଗାଇବ। ଏଭଳି ମେଗା ଫୁଡ଼ ପାର୍କ ସ୍ଥାପନ କରିବାର…
ଭୁବନେଶ୍ବର, ଆଜି ବିଜୁ ଜନତା ଦଳ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳିର ବରିଷ୍ଠ ନେତା ଅଶ୍ବନୀ କୁମାର ଦାସଙ୍କ ଉପରୁ ନିଳମ୍ବନ ଆଦେଶ ଉଠାଇ ନେଇଛି। ଆଜି ଏ ନେଇ ବିଜୁ ଜନତା ଦଳ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ବିଜେଡି ସଭାପତି ନବୀନ ପଟ୍ଟନାୟକ ତିର୍ତ୍ତୋଳ ନିର୍ବାଚନ ମଣ୍ଡଳିର ଅଶ୍ବନୀ ଦାସଙ୍କ ଉପରୁ ନିଳମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି।
ନୂଆଦିଲ୍ଲୀ, ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, କେରଳ, ପଶ୍ଚିମବଂଗ, ରାଜସ୍ଥାନ, ଝାଡଖଣ୍ଡ, ଛତିଶଗଡ, କର୍ଣ୍ଣାଟକ ଏବଂ ହରିଆନା ନିଜ ନିଜ ରାଜ୍ୟରେ କେନ୍ଦ୍ରୀୟ ଯୋଗ ଓ ନେଚରପ୍ୟାଥି ପ୍ରତିଷ୍ଠାନ ଖୋଲିବା ପାଇଁ ଜାଗା ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି । ଓଡିଶା, ହରିଆନା ଓ କର୍ଣ୍ଣାଟକରେ ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ସରକାର ଇତିମଧ୍ୟରେ ପାଣ୍ଠି ଯୋଗାଣ ଆରମ୍ଭ କରିଛନ୍ତି। ଆଜି ରାଜ୍ୟସଭାରେ ଏ ସଂପର୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ଯେ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ୩ଟି ରାଜ୍ୟକୁ ୧୨୧ କୋଟିରୁ ଅଧିକ ଟଙ୍କା ଯୋଗାଇ ଦେଇଛନ୍ତି । ହରିୟାଣାକୁ ଦିଆଯାଇଥିବା ୫୯.୨୧ କୋଟି ଟଙ୍କା ମଧ୍ୟରୁ ୫୬.୫୫ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି । ସେହିଭଳି କର୍ଣ୍ଣାଟକକୁ ଦିଆଯାଇଥିବା ୫୯.୬୭ କୋଟି ଟଙ୍କା ମଧ୍ୟରୁ ୫୬.୩୫ କୋଟି ଟଙ୍କା ବିନିଯୋଗ ହୋଇଛି। ଓଡ଼ିଶା ସରକାରଙ୍କୁ ଏହି…
ନୂଆଦିଲ୍ଲୀ, ବିହାରର ଦରଭଙ୍ଗାଠାରେ ଏକ ନୂତନ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ସ୍ଥାପନ ହେବ। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା (ପିଏମଏସଏସୱାଇ) ଅଧୀନରେ ଏହି ନୂତନ ଏମ୍ସ ସ୍ଥାପନ କରାଯିବ । ଏହି ନୂତନ ଏମ୍ସ ନିମନ୍ତେ କ୍ୟାବିନେଟ ୨,୨୫,୦୦୦ ଟଙ୍କା (ଫିକ୍ସଡ଼୍) ମୌଳିକ ବେତନ ତଥା ଏନପିଏ (ତେବେ ବେତନ + ଏନପିଏର ମୋଟ ପରିମାଣ ୨,୩୭,୫୦୦ ଟଙ୍କାରୁ ଅଧିକ ହେବନାହିଁ)ରେ ଏକ ନିର୍ଦ୍ଦେଶକ ପଦବୀ ସୃଷ୍ଟିକୁ ମଧ୍ୟ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ନୂତନ ଏମ୍ସ ପ୍ରତିଷ୍ଠା ନିମନ୍ତେ ମୋଟ ୧୨୬୪ କୋଟି ଟଙ୍କା ବ୍ୟୟ କରାଯିବ । ଭାରତ ସରକାରଙ୍କ ମଞ୍ଜୁରି ପ୍ରାପ୍ତ ହେବାର ମାତ୍ର ୪୮ ମାସ ମଧ୍ୟରେ ଏହାର ନିର୍ମାଣ ସଂପୂର୍ଣ୍ଣ କରାଯିବାକୁ ସ୍ଥିର ହୋଇଛି ।
ଭୁବନେଶ୍ୱର: ଅର୍ଥନୀତି ଉପରେ କୋଭିଡ-୧୯ ମହାମାରୀର ଗଭୀର ପ୍ରଭାବ ପଡିବା ସତ୍ୱେ ଭାରତରେ ଦୁଗ୍ଧ ଏବଂ ଅଣ୍ଡାର ଉତ୍ପାଦନ ୬% ବୃଦ୍ଧି ପାଇଛି ବୋଲି କହିଛନ୍ତି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର୍)ର ମହା ନିର୍ଦ୍ଦେଶକ ଓ କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ଡ. ତ୍ରିଲୋଚନ ମହାପାତ୍ର। ଏହି ମହାମାରୀ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଥିବା କୃଷକମାନଙ୍କ କାର୍ଯ୍ୟକୁ ବନ୍ଦ କରିପାରି ନାହିଁ କିମ୍ବା ସେମାନଙ୍କର କୃଷି ଉତ୍ପାଦନ କାର୍ଯ୍ୟରେ କୌଣସି ପ୍ରଭାବ ପକାଇ଼ ପାରି ନାହିଁ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରୋ କଲ୍ଚରାଲ୍ ସାଇନ୍ସେସ୍ ପକ୍ଷରୁ ଆୟୋଜିତ ୩ ଦିନିଆ ଇଜାତୀୟ ସମ୍ମିଳନୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଡ. ମହାପାତ୍ର ଏହି ସୂଚନା ଦେଇଛନ୍ତି। କୃଷି କ୍ଷେତ୍ରରେ ବିଭିଧତା ଏକ ସଫଳ କୃଷି ଅର୍ଥନୀତିର ମାନଦଣ୍ଡ ବୋଲି କହିବା ସହ କୃଷି କ୍ଷେତ୍ରରେ ଉତ୍ପାଦନକୁ ବୃଦ୍ଧି…
ଭୁବନେଶ୍ବର, ଦିନକୁ ଦିନ ଭୁବନେଶ୍ବର କରୋନା ପଜେଟିଭ ସଂଖ୍ୟା ବଢିବାରେ ଲାଗିଛି। ଆଜି ରାଜଧାନୀରୁ 342 ଜଣ ନୂଆ କୋଭିଡ19 ପଜେଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 98 ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ହୋଇଥିବା ବେଳେ 244 ଜଣ ସ୍ଥାନୀୟ ଆକ୍ରାନ୍ତ। ଫଳରେ ବର୍ତ୍ତମାନ ଭୁବନେଶ୍ବରରେ କରୋନା ଆକ୍ରାନ୍ତ ସଂଖ୍ୟା 16 ହଜାର 9ଶହ 33 ହୋଇଛି। ସେମାନଙ୍କ ମଧ୍ୟରୁ ଆରୋଗ୍ୟ ହୋଇଛନ୍ତି 12 ହଜାର 288 ଜଣ। ମୃତ୍ୟୁବରଣ କରିଛନ୍ତି 64 ଜଣ। ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା ହେଉଛି 4 ହଜାର 568। ଆଜି ରାଜଧାନୀରେ ଯେଉଁ ସବୁ ସ୍ଥାନରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେହି ସ୍ଥାନଗୁଡିକ ହେଲା
ଭୁବନେଶ୍ବର, ଆଜି ଚନ୍ଦକା-ଡମ ପଡ଼ା ବନ୍ୟ ପ୍ରାଣୀ ଅଭୟାରଣ୍ୟ ମଧ୍ୟରେ କୁମାରଖୁଣ୍ଟିଠାରେ ଜଙ୍ଗଲ ଓ ପରିବେଶ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ହସ୍ତୀ ଥଇଥାନ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କେନ୍ଦ୍ରଟି ପ୍ରାୟ ସାଢ଼େ ଦଶ ହେକ୍ଟର ପରିମିତ ସ୍ଥାନରେ ନିର୍ମାଣ କରାଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କ ମଂଜୁରୀ ମିଳି ସାରିଛି। ପ୍ରାୟ ତିନି ମାସ ମଧ୍ୟରେ ଏହାର କାର୍ଯ୍ୟ ସମାପ୍ତ ହେବ। ଆବଶ୍ୟକ ସ୍ଥଳେ ଏହିଭଳି ୪ଟି ଅସ୍ଥାୟୀ ହାତୀ ଆଶ୍ରୟ ସ୍ଥଳ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଉଦ୍ଧାର କରାଯାଇଥିବା ହାତୀମାନଙ୍କୁ ମଧ୍ୟ ଏଠାରେ ଆଶ୍ରୟ ଦିଆଯାଇ ସେବା ପ୍ରଦାନ କରାଯିବ। ପୃଥକ ହୋଇ ଯାଇଥିବା ହାତୀ ଶାବକମାନଙ୍କୁ ମଧ୍ୟ ଏଠାରେ ରଖାଯିବ। ଅଭିଜ୍ଞ ମାହୁନ୍ତମାନେ ସେମାନଙ୍କ ପାଇଁ ନିୟୋଜିତ କରିବା ପାଇଁ ନିଷ୍ପତି ନିଆଯାଇଛି। ହାତୀ ଚିକିତ୍ସା କ୍ଷେତ୍ରରେ ଅଭିଜ୍ଞତା ହାସଲ କରିଥିବା ଅବସରପ୍ରାପ୍ତ ଡାକ୍ତରଙ୍କୁ ନିୟୋଜିତ କରାଯାଇ ହାତୀ…
ଭୁବନେଶ୍ୱର, ବାଲୁଗାଁ ଏନ.ଏ.ସିର ପୂର୍ବତନ ନଗରପାଳ ତଥା ଖୋର୍ଦ୍ଧା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସତ୍ୟନାରାୟଣ ସେନାପତିଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି। ଜଣେ ଦକ୍ଷ ସଂଗଠକ ଏବଂ ଯୁବନେତା ଭାବେ ସ୍ୱର୍ଗତଃ ସେନାପତି ଅଳ୍ପ ସମୟ ମଧ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସତ୍ୟନାରାୟଣ ଛାତ୍ର ଜୀବନରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସହ ମଧ୍ୟ ଜଡିତ ଥିଲେ ଏବଂ ଏବିଭିପି ବାଣପୁର-ବାଲୁଗାଁ ନଗରର ଶୁଭେଚ୍ଛୁ ମଧ୍ୟ ଥିଲେ। ଛାତ୍ର ଜୀବନରୁ ରାଜନୀତିରେ ପାଦ ଦେଇଥିବା ସ୍ୱର୍ଗତଃ ସେନାପତି ସର୍ବଦା ନିଜ ଦାୟୀତ୍ୱକୁ ସଠିକ୍ ଭାବେ ସଂପାଦନା କରୁଥିଲେ। ତାଙ୍କର ଏହି ଅକାଳ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି। ସ୍ୱର୍ଗତଃ ସେନାପତିଙ୍କ…
ଭୁବନେଶ୍ବର, କୋଭିଡ -୧୯ ଏକ ଆହ୍ୱାନ ଭାବେ ପରିଗଣିତ କରି ଭାରତୀୟ ରେଳବାଇ ମାଲ ପରିବହନ କାର୍ଯ୍ୟକୁ ବଢ଼ବା ପାଇଁ ଅନେକ ପଦକ୍ଷେପ ହାତକୁ ନେଇଛି। ଏହି ମିଶନ ମୋଡରେ, ପୂର୍ବ ତଟ ରେଳ ଉଭୟ ଶୁଳ୍କ ଏବଂ ଅଣ ଶୁଳ୍କ କ୍ଷେତ୍ରରେ ସାମଗ୍ରୀ ପରିବହନ ଆରମ୍ଭ କରିଛି। ଏହି ଆଧାରରେ ଆଜି ମେରାମଣ୍ଡଳୀରେ ଥିବା ଟାଟା ଷ୍ଟିଲ୍ ବିଏସ୍ଏଲ୍ ଲିମିଟେଡ୍ ସାଇଡିଂରୁ ପ୍ରଥମ ଥର ପାଇଁ ୫୮ ୱାଗନ୍ ବିଶିଷ୍ଟ ଏକ ପଣ୍ୟବାହୀ ଟ୍ରେନ ଦ୍ୱାରା ପଶ୍ଚିମବଙ୍ଗର ସଂକ୍ରାଏଲ ସ୍ଥିତ ଆମ୍ବୁଜା ସିମେଣ୍ଟ ଇଷ୍ଟର୍ନ ଲିମିଟେଡ୍କୁ ଫ୍ଲାଏ ଆସ ପରିବହନ କରାଯାଇଅଛି। ଫ୍ଲାଏ ଆସ ବା ପାଉଁଶ ହେଉଛି ଏକ ସୂକ୍ଷ୍ମ ପାଉଡର ଏବଂ ବିଦ୍ୟୁତ୍ ଉତ୍ପାଦନରୁ ବିଦ୍ୟୁତ୍ ଉତ୍ପାଦନରେ ପଲଭରାଇଜଡ୍ କୋଇଲା ଜଳାଇବାର ଏକ ଉପ-ଉତ୍ପାଦ ଅଟେ। ଫ୍ଲାଏ ପାଉଁଶ ହେଉଛି ଏକ ପୋଜଜୋଲାନ୍, ଏକ ପଦାର୍ଥ ଯାହା ଆଲୁମିନିୟସ୍ ଏବଂ ସିଲିସିଅସ ପଦାର୍ଥ ଧାରଣ କରିଥାଏ ଯାହା…
ମୁମ୍ବାଇ : ବଲିଉଡ୍ ଓ ଡ୍ରଗ୍ସ୍ ଲିଙ୍କ୍କୁ ନେଇ ଏବେ ବିବାଦ ବଢିବାରେ ଲାଗିଛି । ଡ୍ରଗ୍ସ କାରାବାରକୁ ନେଇ ରିଆ ଚକ୍ରବର୍ତ୍ତୀ ଏବେ ଗିରଫ ହୋଇଥିବାବେଳେ ଅନେକ ଅଭିନେତ୍ରୀଙ୍କନାମ ମଧ୍ୟ ଏବେ ଏହି ବିବାଦକୁ ଆସିଛି । ଏହି ମାମଲାକୁ ନେଇ ଏବେ ବଲିଉଡ୍ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଯାଇଥିବାର ଦେଖାଯାଇଛି । ତେବେ ବଲିଉଡ୍ ଓ ଡ୍ରଗ୍ସ ଲିଙ୍କ୍କୁ ନେଇ ଆଜି ଗୃହରେ ଜୟା ବଚ୍ଚନ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ଡଗ୍ସ୍ କାରବାର ନେଇ ବଲିଉଡ୍କୁ ବଦନାମ କରାଯିବାର ଯୋଜନା କରାଯାଉଛି ବୋଲି କହିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ।କରୋନା ପାଇଁ ଦେଶର ଆର୍ଥିକ ସ୍ଥିତି ଏବେ ଠିକ୍ ନାହିଁ । ଏହି ପ୍ରସଙ୍ଗରୁ ଧ୍ୟାନ ହଟାଇବା ଲାଗି ବଲିଉଡକୁ ଟାର୍ଗେଟ୍ କରାଯାଉଛି ବୋଲି ଜୟା କହିଥିଲେ । ଏତଦ୍ବ୍ୟତୀତ ଜଣକ ପାଇଁ ବଲିଉଡ୍କୁ ବଦନାମ କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି ।…
ନୂଆଦିଲ୍ଲୀ, କୋଭିଡ -19 ଭୟରେ ବର୍ତ୍ତମାନ ହୃଦରୋଗୀମାନେ ଡାକ୍ତରଖାନା ଆସୁ ନ ଥିବାରୁ ପ୍ରାୟ 20 ପ୍ରତିଶତ ଏହି ରୋଗ ବୃଦ୍ଧି ଘଟିଛି। ଆଜି ନୂଆଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସପିଟାଲ ତରଫରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ କୋଭିଡ -19 ମହାମାରୀ ଆରମ୍ଭ ହେବା ଦିନଠାରୁ ହୃଦ୍ରୋଗରେ ପୀଡିତ ରୋଗୀମାନେ ସେମାନଙ୍କ ନିୟମିତ ଚିକିତ୍ସା ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ଫଳରେ ଏହି ରୋଗୀ ସଂଖ୍ୟା ବୃଦ୍ଧି ଘଟିଛି। ତଥ୍ୟ ଅନୁଯାୟୀ, ଲକଡାଉନ୍ ସମୟରେ ହୃଦଘାତରେ ପୀଡିତ ରୋଗୀଙ୍କ ସଂଖ୍ୟା ବୃଦ୍ଧିର ଆହୁରି ଅନେକ କାରଣ ମଧ୍ୟ ରହିଛି। ତେବେ ମୁଖ୍ୟ କାରଣଗୁଡିକ ହେଲା ଘରେ ବନ୍ଦୀ ପରି ଜୀବନ ବିତାଇବା, ଚଲାବୁଲାର ଅଭାବ, ତମାଖୁ ଏବଂ ମଦ୍ୟପାନର ବ୍ୟବହାର ବୃଦ୍ଧି ଏବଂ ଡାକ୍ତରଙ୍କ ପରାମର୍ଶ ହ୍ରାସ ପ୍ରମୁଖ କାରଣ ବୋଲି କୁହାଯାଇଛି। ପୂର୍ବ ବର୍ଷ ତୁଳନାରେ, ଚଳିତ ବର୍ଷ ହୃଦ୍ରୋଗ ଆକ୍ରାନ୍ତ ବ୍ୟକ୍ତିମାନେ ଔଷଧ ବ୍ୟବହାର,…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଆଜି ପିପୁଲ ଫର ଦି ପବ୍ଲିକ୍ ତରଫରୁ ନୂତନ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିସହ ସଂସ୍ଥା ତରଫରୁ ପୂର୍ବରୁ କରୋନା ପାଇଁ ଚଳିତ ବର୍ଷ ହୋଲଡିଂ ଟେକ୍ସ ଛାଡ କରିବା, ଟେକ୍ସ ବୃଦ୍ଧି କରିବା ପୂର୍ବରୁ ଓଡ଼ିଶା ମହାନଗର ନିଗମ ଆଇନ, ୨୦୦୩ ଅନୁଯାୟୀ ଜନଶୁଣାଣୀ କରିବା ଏବଂ ବ୍ରହ୍ମପୁର ମହାନଗର ନିଗମ ର ସମସ୍ତ ୱ।ର୍ଡରେ କୋଭିଡ କମିଟି ଗଠନ କରାଯାଇ କାର୍ଯ୍ୟକ୍ଷମ କରିବା ବିଷୟରେ ତତ୍କାଳିନ ମହାନଗର ନିଗମ କମିଶନର ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଥୋଡଙ୍କ ପାଖରେ ଦାବି କରାଯାଇଥିଲା । ଆଜିର ଏହି ସମ୍ବର୍ଦ୍ଧନା ସମୟରେ ନୂତନ କମିଶନର ଙ୍ ସହ ଉକ୍ତ ବିଷୟରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଭାପତି ଆଇନଜୀବୀ ଡଃ ସୁବ୍ରତ ସାହୁ, ସମ୍ପାଦକ ସତୀଶ୍ ପାଣିଗ୍ରାହୀ, କୋଷାଧ୍ୟକ୍ଷ କୁନାଲ ସାହୁ, ପେଟ୍ରନ ହେମାଙ୍ଗ ରାଉଳ, ଅଞ୍ଜଳି…
ନୂଆଦିଲ୍ଲୀ : କରୋନା ଅପଡେଟ୍ ନେଇ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । ଦେଶରେ 14ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆକ୍ଟିଭ୍ କେସ୍ 5 ହଜାରରୁ କମ୍ ରହିଛି । 18ଟି ରାଜ୍ୟରେ ଆକ୍ଟିଭ୍ କେସ୍ ସଂଖ୍ୟା 5ରୁ 50 ହଜାର ମଧ୍ୟରେ ରହିଛି । କେବଳ 4ଟି ରାଜ୍ୟରେ 50 ହଜାରରୁ ଅଧିକ ଆକ୍ଟିଭ୍ କେସ୍ ରହିଛି। ସେହିପରି ମୋଟ୍ ଆକ୍ଟିଭ୍ କେସ୍ର 60 ପ୍ରତିଶତ 5 ରାଜ୍ୟରେ ରହିଛନ୍ତି । ସବୁଠୁ ଅଧିକ କ୍ଷତିଗ୍ରସ୍ତ ରାଜ୍ୟ ଭାବେ ମହାରାଷ୍ଟ୍ର ରହିଛି । ଏଠାରେ ସର୍ବାଧିକ ଆକ୍ଟିଭ୍ କେସ୍ 29.5 ପ୍ରତିଶତ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ଦୈନିକ ହାରାହାରି 409 ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି । ତେବେ ତାମିଲନାଡୁରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା କମୁଥିବାର ଦେଖାଯାଇଛି । ପ୍ରତି ନିୟୁତରେ ଭାରତରେ ମୃତ୍ୟୁ ସଂଖ୍ୟା 58 ରହିଛି । ସେହିପରି ଓଡ଼ିଶାରେ ପଜିଟିଭିଟି…
ନୂଆଦିଲ୍ଲୀ : କରୋନା କାରଣରୁ ବିଶ୍ୱ ବ୍ୟାପୀ କୋଟି କୋଟି ଲୋକ ଚାକିରି ହରାଇଥିବା ବେଳେ ଭାରତରେ ସ୍ଥିତି ସଙ୍ଗୀନ ରହିଛି । ତେବେ ଭାରତରେ 70 ହଜାର ନୂତନ ନିଯୁକ୍ତି ସୃଷ୍ଟି କରିବାକୁ ଯାଉଛି ଏକ କମ୍ପାନୀ । ଭାରତୀୟ କମ୍ପାନୀ ଫ୍ଲିପକାର୍ଟ ଆସନ୍ତା ଦୁଇ ମାସ ମଧ୍ୟରେ ଭାରତରେ 70 ହଜାର ନୂତନ ନିଯୁକ୍ତି ସୃଷ୍ଟି କରାଯିବା ନେଇ ଖବର ଆସିଛି । ମଙ୍ଗଳବାର ଦିନ ଫ୍ଲିପକାର୍ଟର ସହଯୋଗୀ କମ୍ପାନୀ ୱାଲମାର୍ଟ ପକ୍ଷରୁ ଏହି ଘୋଷଣା କରାଯାଇଛି । କମ୍ପାନୀର ବ୍ୟବସାୟରେ ଅଭିବୃଦ୍ଧି ଘଟିଥିବାରୁ ଆସନ୍ତା ଦୁଇ ମାସ ମଧ୍ୟରେ 70 ହଜାର ନୂତନ ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି । ଭାରତରେ ସତୁରୀ ହଜାର ନିଯୁକ୍ତି ସୃଷ୍ଟି କରିବ ଏହି କମ୍ପାନୀ ଏପରି ଘୋଷଣା କରିଛି । ଦୀପାବଳି ପୂର୍ବରୁ ଫ୍ଲିପକାର୍ଟର ବିଗ ବିଲିୟନ୍ ଡେ ଆସୁଥିବାରୁ ଏହି ସମୟରେ କମ୍ପାନୀର ଅନଲାଇନ ବ୍ୟବସାୟ ଆଶାତୀତ ବୃଦ୍ଧି…
ଇଣ୍ଡୋନେସିଆ : କରୋନାକୁ ନେଇ ସାରା ବିଶ୍ବରେ ଏବେ କୋକୁଆ ଭୟ । ଏହାକୁ ରୋକିବାକୁ ମାସ୍କ ସହିତ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍ଓ) ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମାସ୍କ ପିନ୍ଧିବା ଜରୁରୀ ବୋଲି କହିଛନ୍ତି । ହୁର ଏହି ପରାମର୍ଶକୁ ସବୁ ଦେଶରେ କଡାକଡି ପାଳନ କରାଯାଉଛି । ବିଶେଷକରି କୋଭିଡ୍ ଗାଇଡଲାଇନ୍ ଜାରି କରାଯାଇଛି । ଗାଇଡଲାଇନର ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ ମଧ୍ୟ କରାଯାଉଛି। କରୋନାକୁ ନେଇ ସଚେତନତା ମଧ୍ୟ କରାଯାଉଛି । ଆମ ଦେଶରେ ମଧ୍ୟ ମାସ୍କକୁ ବାଧ୍ୟତାମୂଳକ କରାଯିବା ସହ ଏହାର ଉଲ୍ଳଂଘନରେ ଦଣ୍ଡ ଦିଆଯିବାର ପ୍ରାବଧାନ ମଧ୍ୟ ରହିଛି । ଇଣ୍ଡୋନେସିଆରେ ଏବେ ଏହି ମାସ୍କ ପିନ୍ଧିବାକୁ ନେଇ ନୂଆ ନିୟମ ଲାଗୁ କରାଯାଇଛି । ଇଣ୍ଡୋନେସିଆର ଇଷ୍ଟ ଜାଭା ଅଞ୍ଚଳରେ ପ୍ରଶାସନ ଘୋଷଣା କରିଛି ଯେ ଯେଉଁମାନେ ମାସ୍କ ନ ପିନ୍ଧିବେ ସେମାନଙ୍କୁ ଦଣ୍ଡ…
ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦକୁ ନେଇ ଲୋକସଭାରେ ବିବୃତ୍ତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଲଦାଖ ସ୍ଥିତି ସମ୍ପର୍କରେ ଗୃହକୁ ଜଣାଇବା ସହ ଶାନ୍ତି ଚାହୁଁଛୁ ବୋଲି କହିଛନ୍ତି ରାଜନାଥ ସିଂହ । ଏଲଏସିରେ ଭାରତୀୟ ଯବାନ ଚାଇନାକୁ କଡା ଜବାବ ଦେଇଛନ୍ତି । ଜୁନ୍ 15ରେ ଗଲଓ୍ବାନରେ ହୋଇଥିବା ସଂଘର୍ଷରେ ଭାରତୀୟ ଯବାନ ଚାଇନାର ବହୁ କ୍ଷତି କରିଛନ୍ତି। ଏଲ୍ଏସିରେ ପୂର୍ବ ସ୍ଥିତିରେ ପରିବର୍ତ୍ତନ ଆଣିବା ଲାଗି ଚାଇନା ସୈନ୍ୟ ଉଦ୍ୟମ କରିଥିଲେ। ତେବେ ଏହାକୁ ଭାରତୀୟ ବୀର ଯବାନ ପଣ୍ଡ କରିଦେଇଥିବା ରାଜନାଥ କହିଛନ୍ତି। ଏପ୍ରିଲ୍ରେ ପୂର୍ବ ଲଦାଖରେ ହଲଚଲ୍ ସୃଷ୍ଟି ହୋଇଥିଲା । ଆମ ଯବାନମାନେ ତତ୍କ୍ଷଣାତ୍ ଏହାର ଜାବବ ଦେଇଥିଲେ। ଏଲଏସିରେ ଚୀନ୍ର ଏକତରଫା ପଦକ୍ଷେପକୁ ଭାରତ ନାପସନ୍ଦ କରୁଛି । ତେବେ ଏଯାଏଁ ଚୀନ୍-ଭାରତ ସୀମା ବିବାଦ ସମାଧାନ ହୋଇନଥିବାର ସ୍ପଷ୍ଟ କରିଛନ୍ତି ରାଜନାଥ ସିଂହ । ଲଦାଖରେ ଆମ ସେନାଙ୍କ…
ନୂଆଦିଲ୍ଲୀ, ଲକ ଡାଉନ ସମୟରେ ବେଆଇନ ମଦ ବିକ୍ରି ଉପରେ କଟକଣା ଜାରି ରହିଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ଚାଲିଥିଲା। ଏହି ଖବର ପାଇଁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରିଥିଲେ। ଏଥିରେ ୧୬,୨୬୨ କ୍ୱାର୍ଟର ବେଆଇନି ଦେଶ ନିର୍ମିତ ମଦ ବୋତଲ ଜବତ କରିଥିଲେ। ଏହାକୁ ନଷ୍ଟ କରିବା ପାଇଁ ପୋଲିସ ଏକ ଜେସିବି ସାହାଯ୍ୟ ନେଇଥିଲା। ଖୋଲା ପଡିଆରେ ମଦ ବୋତଲଗୁଡିକ ଉପରେ ଜେସିବି ଚଢାଇ ନଷ୍ଟ କରାଯାଇଥିଲା।ଗତ ରବିବାର ଦିନ ପୋଲିସ ଓ ଅବକାର ବିଭାଗ ମିଳିତ ଭାବେ ଦିଲ୍ଲୀର କେତକ ଅଞ୍ଚଳରେ ଚଢାଉ କରିଥିଲେ। ଗୋଟିଏ ସ୍ଥାନରୁ ସେମାନେ ପ୍ରାୟ ୧୧ ଶହ କ୍ବାର୍ଟର ବେଆଇି ମଦ ଜବତ କରିଥିଲେ। ଏହି ମାମଲରେ ପୋଲିସ ଜଣଙ୍କୁ ଗିରଫ କରିଛି। ଏହାପୂର୍ବରୁ ସେପ୍ଟେମ୍ବର ୧୨ ରେ ଦୁଇଟି ପୃଥକ ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ…
ଭୁବନେଶ୍ବର : ଓଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀତମ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ନିଜେ ଶ୍ରୀତମ ଟୁଇଟ୍ କରି ସୂଚନା ଦେଇଛନ୍ତି। ଶ୍ରୀତମ ଗତକାଲି ଆଣ୍ଟିଜେନ୍ ଟେଷ୍ଟ କରିଥିଲେ। ସେଥିରେ ତାଙ୍କ ରିପୋର୍ଟ ପଜିଟିଭ୍ ବାହାରିଥିଲା। ଏନେଇ ନିଜେ ଶ୍ରୀତମ ସିଏମ୍ସିକୁ ସୂଚନା ଦେଇଥିଲେ। ବର୍ତ୍ତମାନ ସେ ହୋମ୍ ଆଇସୋଲେସନ୍ରେ ଅଛନ୍ତି। ଶ୍ରୀତମ ସମସ୍ତଙ୍କୁ ସତର୍କ ରହିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ଟେଷ୍ଟ କରାଇନେବାକୁ ଅନୁରୋଧ କରିଛନ୍ତି। ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଇଥିବାବେଳେ ଅନେକ ରାଜନେତା, ଅଭିନେତା ଏହି ସଂକ୍ରମଣର ଶିକାର ହେଉଛନ୍ତି । ପିପିଲ ବିଧାୟକ ପ୍ରଦୀପ ମହାରଥୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ସୋସିଆଲ୍ ମିଡିଆ ଜରିଆରେ ସୂଚନା ଦେଇଛନ୍ତି । ନିକଟରେ ଅଭିନେତା ଅଜିତ ଦାସ କରୋନାରେ ପ୍ରାଣ ହରାଇଛନ୍ତି।
ନୟାଗଡ : ଦୁର୍ଘଟଣା ପରେ ବାଇକ୍ ସହ ଜଳିଗଲେ ଯୁବକ । ଦଶପଲ୍ଲା ରଙ୍ଗମାଟିଆରେ 57 ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଘଟଣା। ଏକ ଆମ୍ବୁଲାନ୍ସ ସହ ମୁହାଁମୁହିଁ ଧକ୍କା ପରେ ଜଳିଗଲେ ସମ୍ପୃକ୍ତ ଯୁବକ। ଖବର ପାଇ ଦଶପଲ୍ଲା ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ତାଙ୍କ ମୃତଦେହକୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। ତେବେ ତାଙ୍କ ପରିଚୟ ମିଳିପାରି ନାହିଁ।
ଲକ୍ଷ୍ନୌ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଉ ଏକ ସ୍ଥାନର ନାମ ପରିବର୍ତ୍ତନ କରିଛନ୍ତି । ତାଜମହଲ ନିକଟରେ ନିର୍ମିତ ହୋଇଥିବା ମୋଗଲ ମ୍ୟୁଜିୟମର ନାମକୁ ପରିବର୍ତ୍ତନ କରିଛନ୍ତି । ଏହି ମ୍ୟୁଜିୟମର ନାମ ପରିବର୍ତ୍ତନ କରି ଛତ୍ରପତି ଶିବାଜୀଙ୍କ ନାମରେ ନାମିତ କରିଛନ୍ତି ଆଦିତ୍ୟନାଥ । ଦେଶକୁ ଆକ୍ରମଣ କରି ଶାସନ କରିଥିବା ମୋଗଲ ମାନେ କିପରି ଆମର ଆଦର୍ଶ ହୋଇପାରିବେ ବୋଲି ଆଦିତ୍ୟନାଥ ପ୍ରଶ୍ନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ,ଯୋଗୀ ସରକାର କ୍ଷମତାକୁ ଆସିବାର ତିନି ବର୍ଷ ମଧ୍ୟରେ ବିଭିନ୍ନ ସ୍ଥାନ ଗୁଡିକର ନାମ ପରିବର୍ତ୍ତନ କରାଇଛନ୍ତି । ଆହ୍ଲାବାଦର ନାମକୁ ପ୍ରୟାଗରାଜ କରାଯାଇଥିବା ବେଳେ ମଥୁରା ଏବଂ ମୁଗଲସରାଇ ଜଙ୍କସନର ନାମ ଦୀନ ଦୟାଲ ଉପାଧ୍ୟାୟଙ୍କ ନାମରେ ନାମିତ କରାଯାଇଥିଲା । (ଏଜେନ୍ସି)

