Author: Samikhsya Bureau

ଭୁବନେଶ୍ବର, ଅନୁଭବ ମହାନ୍ତି ଏବଂ ବର୍ଷା ମଧ୍ୟରେ ବିବାଦ ଛିଡିବା ବଦଳେ ବଢିବାରେ ଲାଗିଛି। ଏ ନେଇ ଅନୁଭବ ମହାନ୍ତି ବାରମ୍ବାର ଟୁଇଟ୍ କରି ତାଙ୍କର କ୍ଷୋଭ ଗାଳିବାରେ ଲାଗିଛନ୍ତି। ବର୍ତ୍ତମାନ ଅନୁଭବ ଏକ ଟୁଇଟ କରି କହିଛନ୍ତି ଯେ, ମୁଁ ବର୍ଷାକୁ ଏ ଜନ୍ମରେ ନୁହଁ, କେଉଁ ଜନ୍ମରେ ମଧ୍ୟ ଗ୍ରହଣ କରିବି ନାହିଁ। ସେତିକି ନୁହେଁ ଅନୁଭବ ବର୍ଷାଙ୍କ ବିରୋଧରେ ମଧ୍ୟ ଏକ ସାଂଘାତିକ ଅଭିଯୋଗ କରିଛନ୍ତି। ତାହା ହେଲା ବର୍ଷା କୁଆଡେ ଅନୁଭବଙ୍କ ବାପାମାଙ୍କୁ ମାରିଦେବାକୁ ଧମକ ଦେଇଥିଲେ। ସେହିପରି ଯେଉଁ ମାନବିକ ଅଧିକାର କର୍ମି ଅନୁଭବଙ୍କ ଘରକୁ ଯାଇଥିଲେ ସେମାନଙ୍କ ବିରୋଧରେ ମଧ୍ୟ ତିବ୍ର ପ୍ରତିକ୍ରିୟା ରଖିଛନ୍ତି ଅନୁଭବ। ତାଙ୍କର କହିବା କଥା ଯେ ଏହି କର୍ମିମାନେ ତାଙ୍କୁ ପ୍ରତାରଣ କରିଛନ୍ତି। ଘରେ କହିଲେ ଯେ ମିଡିଆରେ କୌଣସି କଥା କହିବେ ନାହିଁ, ହେଲେ ସେମାନେ ଘର ବାହାରକୁ ଯାଇ ଓଲଟା କଥା କହିଲେ। ସେମାନଙ୍କୁ…

Read More

ଭୁବନେଶ୍ବର, ରାଜ୍ୟର ସଫେଇ କର୍ମଚାରୀ ମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ‘ଗରିମା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ସେପ୍‌ଟିକ୍ ଟାଙ୍କି ତଥା ଅନ୍ୟ ବିପଦପୂର୍ଣ୍ଣ ସ୍ଥାନରୁ ମଇଳା କାଢୁଥିବା ସଫେଇ କର୍ମଚାରୀମାନେ ଏହାଦ୍ବାରା ଉପକୃତ ହେବେ। ଏଥିପାଇଁ ପ୍ରାଥମିକ ଅବସ୍ଥାରେ ୫୦ କୋଟି ଟଙ୍କାର କର୍ପସ ପାଣ୍ଠି ସହିତ ସଫେଇ କର୍ମଚାରୀଙ୍କ ପାଇଁ ରାଜ୍ୟ କମିଶନ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରାଜ୍ୟ ନଗର ଉନ୍ନୟନ ଓ ଗୃହନିର୍ମାଣ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାରେ ରାଜ୍ୟର ସମସ୍ତ ୧୧୪ଟି ପୌରସଂସ୍ଥାରେ କାର୍ଯ୍ୟକାରୀ ହେବ ଏବଂ ୨୦ ହଜାର ସଫେଇ କର୍ମଚାରୀଙ୍କ ସମେତ ସେମାନଙ୍କର ୧ ଲକ୍ଷ ପରିବାର ସଦସ୍ୟ ଉପକାର ପାଇବେ । ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାରା ବିଶ୍ବ ବର୍ତ୍ତମାନ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି। ମହାତ୍ମା ସାରା ଜୀବନ ସମାଜର…

Read More

ଭୁବନେଶ୍ବର, ନିକଟରେ ହୋଇଥିବା ବନ୍ୟାରେ ଚାଷୀ, ବୁଣାକାର ଏବଂ ଅନ୍ୟମାନଙ୍କ ଜୀବନ ଜୀବିକା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି। ଏଥିରେ ଚାଷୀମାନଙ୍କୁ ପ୍ରାୟ 300 କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ। ଆଜି ବସିଥିବା ଏକ ଉଚ୍ଚ ସ୍ତରୀୟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ତେବେ ଏହି ପ୍ୟାକେଜରେ ଯାହା ରହିଛି ତାହା ହେଲା 1-ବନ୍ୟାରେ 33 ପ୍ରତିଶତରୁ ଅଧିକ କ୍ଷତି ହୋଇଥିବା ଚାଷୀଙ୍କୁ 6800 ଟଙ୍କାରୁ 18000 ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ 2-ଡାଲି ଜାତୀୟ ଫସଲ ଚାଷୀଙ୍କୁ ମିଳିବ 20 ହଜାର ଟଙ୍କାର ମିନି କିଟ୍ 3-50 ପ୍ରତିଶତ ରିହାତିରେ ଦୁଇ ହଜାର ପମ୍ପ ସେଟ୍  ଯୋଗାଇ ଦିଆଯିବ 4-ପାଞ୍ଚ ହଜାର ଶକ୍ତି ଚାଳିତ ସ୍ପ୍ରେୟାର 50 ପ୍ରତିଶତ ରିହାତିରେ ପ୍ରଦାନ 5-ପ୍ରଭାବିତ ଅଞ୍ଚଳ ଚାଷୀଙ୍କୁ 10 କୋଟି ଟଙ୍କା ବିଭିନ୍ନ ସବସିଡ ବାବଦକୁ ପ୍ରଦାନ 6-ଏକ ଲକ୍ଷ ଚାଷିଙ୍କୁ…

Read More

ଭୁବନେଶ୍ବର, ବବି ଦାସ ହେବେ ଓଡିଶାର ଉପମୁଖ୍ୟମନ୍ତ୍ରୀ। ଏପରି ଲେଖାଥିବା ଏକ ସୁନ୍ଦର ବ୍ୟାନର ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏ ଖବରର କୌଣସି ସତ୍ୟତା ନ ଥିଲେ ମଧ୍ୟ ହେଲେ ରାଜ୍ୟ ରାଜନୀତିରେ ଏହା ବେଶ୍ ଚର୍ଚ୍ଚା ବିଷୟ ପାଲଟିଛି। ବର୍ତ୍ତମାନ ଏପରି ବ୍ୟାନର ଯେଉଁ ଫେସବୁକ ପେଜରେ ସେୟାର ହୋଇଛି ତାହାର ନାମ ହେଲା ବବି ଭାଇ ଫ୍ୟାନ କ୍ଲବ। ଏହି ଗ୍ରୁପର ଜଣେ ଫ୍ୟାନ ଏପରି ପୋଷ୍ଟିଂ କରିଛନ୍ତି। ଆଉ ଏହାକୁ ବହୁ ଲୋକ ସେୟାର କରିବା ସହିତ ଲାଇକ ମଧ୍ୟ କରିଛନ୍ତି। ବର୍ତ୍ତମାନ ଓଡିଶା ରାଜନୀତିରେ ବବି ତଥା ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଭୂମିକାରେ ଅବତିର୍ଣ୍ଣ ହୋଇଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପରେ କାହା କଥା ଚିନ୍ତା କରାଯାଏ ତେବେ ସେ ହେଉଛନ୍ତି ବବି ଦାସ। ବିଜୁ ଜନତା ଦଳର ବର୍ତ୍ତମାନ ସେ ହିଁ ହର୍ତ୍ତାକର୍ତ୍ତା। କୁହାଯାଏ…

Read More

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର 14ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷୀ ଅନୁଷ୍ଠିତ ହେବ । ସେପ୍ଟେମ୍ବର 14ରୁ 24 ପର୍ଯ୍ୟନ୍ତ ମାଟ୍ରିକ ଓ ଓପନ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ତାଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ 22 ହଜାର 649 ଜଣ ଛାତ୍ରଛାତ୍ରୀ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ । ଏହାଛଡ଼ା ଓପନ ସ୍କୁଲର 12 ହଜାର 939 ଜଣ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ । ମାଟ୍ରିକ ପାଇଁ 153ଟି ଓ ଓପନ ସ୍କୁଲ ପାଇଁ 88ଟି ପରୀକ୍ଷା କେନ୍ଦ୍ର କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ରଗୁଡ଼ିକ ପ୍ରତିଦିନ ସାନିଟାଇଜ କରାଯିବ । ଏହାଛଡ଼ା ଭିଡ଼ ନହେବାକୁ ମଧ୍ୟ ବ୍ୟବସ୍ଥା କରାଯିବ । କୋଭିଡ ନିୟମ କଡ଼ାକଡ଼ି ପାଳନ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି…

Read More

ଭୁବନେଶ୍ୱର: ଆସନ୍ତା 12 ତାରିଖରେ ପଶ୍ଚିମବଙ୍ଗରୁ ସମ୍ପୂର୍ଣ୍ଣ ଲକଡାଉନ ହଟୁଥିବାରୁ  ଏଣିକି ନିୟମିତ ଟ୍ରେନ ଚାଲିବ । ପୂର୍ବରୁ ବାତିଲ ଟ୍ରେନଗୁଡ଼ିକ ନିୟମିତ ଚାଲିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି । ତଦନୁଯାୟୀ ଭୁବନେଶ୍ୱର-ହାୱଡ଼ା ଜନଶତାବ୍ଦୀ, ହାୱଡ଼ା-ଯଶୋବନ୍ତପୁର ଦୂରନ୍ତ ଟ୍ରେନ ନିୟମିତ ଚାଲିବ। ଏହାଛଡ଼ା ଆଂଶିକ ବାତିଲ ହୋଇଥିବା ଫାଲକନୁମା ଏକ୍ସପ୍ରେସ ମଧ୍ୟ ପୂର୍ବସୂଚୀ ଅନୁସାରେ ଚାଲିବ। ରାଜଧାନୀ ଓ ପୁରୁଷୋତ୍ତମ ଏକ୍ସପ୍ରେସ ମଧ୍ୟ ପୂର୍ବ ନିର୍ଦ୍ଧାରିତ ଷ୍ଟପେଜରେ  ରହିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି । ପ୍ରକାଶ ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ  ଜାରି ଲକଡାଉନ ଯୋଗୁଁ ଅଧିକାଂଶ ଟ୍ରେନକୁ ବାତିଲ କରାଯାଇଥିଲା ।

Read More

ସୀତାରାମ ଅଗ୍ରଓ୍ବାଲ ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀ ଅଶୋକ ବେହୁରିଆଙ୍କ ଅଧ୍ୟକ୍ଷତାରେ ବାଲୁଗାଁ ଏନ.ଏ.ସି ସଭା ଗୃହରେ ଚିଲିକା ନିର୍ବାଚନମଣ୍ଡଳୀରେ ଦୁର୍ଗା ପୂଜା ପାଳନ ସମ୍ବନ୍ଧୀୟ  ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ବାଣପୁର ଏବଂ ବାଲୁଗାଁ ର ବିଭିନ୍ନ ପୂଜା କମିଟିର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ପୂଜା ଗାଇଡ଼ଲାଇନକୁ କଡାକଡି ଭାବେ ପାଳନ କରିବାକୁ ଉପଜିଲ୍ଲାପାଳ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦେବା ସହ ଏହାକୁ ମାନିବା ପାଇଁ ପୂଜା କମିଟିର ପ୍ରତିନଧି ମାନଙ୍କୁ ଅନୁରୋଧ କରିଥିଲେ। ପୂଜା ପାଳନ ପାଇଁ ସବୁ କମିଟି ମାନେ ସ୍ଥାନୀୟ ତହସିଲଦାରଙ୍କଠୁ ଅନୁମତି ଆଣିବା ବାଧ୍ୟତାମୂଳକ ବୋଲି ଉପଜିଲ୍ଲାପାଳ ମନ୍ତବ୍ୟ ଦେଇଥିଲେ। ଯଦି କୌଣସି କମିଟି ସରକାରଙ୍କ ଗାଇଡ଼ଲାଇନକୁ ଉଲଂଘନ କରେ ତାହାଲେ ସ୍ଥାନୀୟ ପୋଲିସ ସେମାନଙ୍କ ନାମରେ ମାମଲା ରୁଜୁ କରିବେ। ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲା ଗୁଇନ୍ଦା ବିଭାଗ ଡ଼ି.ଏସ.ପି  ଅତନୁ…

Read More

ଭୁବନେଶ୍ୱର: କରୋନା ସଂକ୍ରମଣ ନେଇ ବିଭିନ୍ନ ପରୀକ୍ଷା ଏବେ ବାଧାପ୍ରାପ୍ତ ହୋଇଛି । ପରୀକ୍ଷା ବିଳମ୍ବରେ ହେବା ସହ ଫଳ ବି ବିଳମ୍ବରେ ବାହାରୁଛି । ଏହାରି ଭିତରେ ବିପିୟୁଟି ପରୀକ୍ଷା ଅନୁଲାଇନରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ପରୀକ୍ଷା ନିଷ୍ପତ୍ତି ନେଇ ବିପିୟୁଟି ପରୀକ୍ଷା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଇଣ୍ଟର ମିଡିଏଟ ସେମିଷ୍ଟର ପରୀକ୍ଷା ଅନଲାଇନରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଇଣ୍ଟର ମିଡିଏଟ ସେମିଷ୍ଟର ପରୀକ୍ଷା ରେଗୁରାଲ ପରୀକ୍ଷାଭାବେ ବିବେଚିତ ହେବ। ଏଥିରେ ଯେଉଁମାନେ ଫେଲ କିମ୍ବା ଅନୁପସ୍ଥିତ ରହିବେ ସେମାନଙ୍କ ବ୍ୟାକ ପେପର ଲାଗିବ। ବିଟେକ, ବିଫାର୍ମା, ଏମବିଏ, ଏମସିଏ 2ୟ, ସେମିଷ୍ଟର ପରୀକ୍ଷା ବି ସେପ୍ଟେମ୍ବରରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

Read More

ଭୁବନେଶ୍ବର : ଅକ୍ଟୋବରରେ ଖୋଲିପାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ।ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲ୍‌ । ନିର୍ଦ୍ଦିଷ୍ଟ ଭାବେ କେବେ ଖୋଲିବ, କିଛି ସ୍ଥି ର କରାଯାଇନାହିଁ ତେବେ ଅକ୍ଟୋବାରରେ ଖୋଲିବାକୁ ବିଚାର ବିମର୍ଶ ଚାଲୁ ରହିଛି ବୋଲି ସୂଚନା ଦେଇଛନ୍ତି ନିର୍ଦ୍ଦେଶକ । ତେବେ ନନ୍ଦନକାନନ ଖୋଲିବା ନେଇ ଏକ ସ୍ବତନ୍ତ୍ର ଏସ୍‌ଓପି ପ୍ରସ୍ତୁତ କରାଯିବ ଏବଂ କୋଭିଡ୍‌ ଗାଇଡଲାଇନ୍‌କୁ କଡାକଡି ପାଳନ କରାଯିବ । କରୋନା ପାଇଁ ଦୀର୍ଘ ଦିନରୁ ବନ୍ଦ ରହିଛି ନନ୍ଦନକାନନ ।

Read More

ଭୁବନେଶ୍ବର : ନିଟ୍ ପରୀକ୍ଷା ପାଇଁ ଆସନ୍ତା ସେପ୍ଟେମ୍ବର 13 ତାରିଖ ଭୁବନେଶ୍ୱରର ଏକନମ୍ବର ହାଟ ବନ୍ଦ ରହିବ। ପରୀକ୍ଷାର୍ଥୀମାନଙ୍କର ସୁରକ୍ଷାକୁ ଆଖି ଆଗରେ ରଖି ବିଏମସି ଏଭଳି ନିଷ୍ପତ୍ତି ନେଇଛି। ସେପ୍ଟେମ୍ବର 13 ତାରିଖରେ ଏକ ନମ୍ବର ହାଟ ପାଖରେ ଥିବା ମଦର୍ସ ପବ୍ଲିକ ସ୍କୁଲରେ ନିଟ୍ ପରୀକ୍ଷା ହେବ। ଏଥିପାଇଁ ସେଠାରେ ପରୀକ୍ଷାର୍ଥୀମାନେ ବହୁ ସଂଖ୍ୟାରେ ଯୋଗଦେବେ। ଏହି ସମୟରେ ହାଟ ଖୋଲି ରହିଲେ ବ୍ୟବସାୟୀମାନେ ମଧ୍ୟ ଗହଳି କରିବାର ଆଶଙ୍କା ରହିଛି। ତେଣୁ ଏହାକୁ ଆଖି ଆଗରେ ରଖି ଭିଡ଼ ଏଡ଼ାଇବାକୁ ମାର୍କେଟକୁ ଦିନ 11ଟାରୁ ଅପରାହ୍ଣ 5ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ବିଏମସି ନିର୍ଦ୍ଦେଶ ଦେଇଛି। ଉଭୟ ମାର୍କେଟ ଭିତର ଓ ବାହାରର ସମସ୍ତ ଦୋକାନ ଏହି ସମୟରେ ବନ୍ଦ ରହିବ ବୋଲି ବିଏମସି ନୋଟିସ୍ ଜାରି କରିଛି।

Read More

କଟକ : ରାଜ୍ୟ ସରକାରଙ୍କ ପୂଜା ଗାଇଡ୍‌ଲାଇନ୍‌କୁ ଚାଲେଞ୍ଜ କରି କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ମୂର୍ତ୍ତିର ଉଚ୍ଚତା ଓ ଆବଦ୍ଧ ମଣ୍ଡପକୁ ଚାଲେଂଜ କରି ମାମଲା ଦାୟର କରାଯାଇଛି । ସୂଚନାଯୋଗ୍ୟ ଯେ, ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ଦୁର୍ଗା ପୂଜା, କାଳୀ ପୂଜା ଓ ଲକ୍ଷ୍ମୀପୂଜା ପାଳନ ନେଇ ଗାଇଡଲାଇନ ଜାରି କରାଯାଇଥିଲା । ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବରର ପର୍ବପର୍ବାଣୀ ପାଇଁ ରାଜ୍ୟ ସରକାର ଏହି ଗାଇଡଲାଇନ ଜାରି କରାଯାଇଥିଲା । ଏହି ଗାଇଡଲାଇନ୍‌ ଅନୁଯାୟୀ ପୂଜା ମଣ୍ଡପ ତିନି ପାଶ୍ୱର୍ରୁ ସମ୍ପୂର୍ଣ୍ଣ ବନ୍ଦ ଓ ଚତୁର୍ଥ ପାଶ୍ୱର୍ ଆଂଶିକ ବନ୍ଦ ରହିବାକୁ ନିୟମ କରାଯାଇଥିବାବେଳେ ମଣ୍ଡପରେ ମୂର୍ତ୍ତିଗୁଡ଼ିକର ଉଚ୍ଚତା 4 ଫୁଟରୁ କମ ରହିବ ବୋଲି ନିର୍ଦ୍ଦେଶ ରହିଛି ।

Read More

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଆଉ ଜଣେ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଶୁକ୍ରବାର ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ନିଜେ ଟୁକୁନି କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । କୌଣସି ଲକ୍ଷଣ ନଥିବାରୁ ସେ ହୋମ ଆଇସୋଲେସନରେ ରହିଥିବା ଜଣାପଡିଛି । ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ନିଜର କରୋନା ପରୀକ୍ଷଣ କରାଇବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି । ଏହା ପୂର୍ବରୁ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ସମେତ ରାଜ୍ୟର ଏକାଧିକ ମନ୍ତ୍ରୀ ଏବଂ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ ।

Read More

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଛି । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଏବଂ ଡ୍ରଗ୍ସ ଲିଙ୍କ ମାମଲାରେ ଏନସିବି ଦ୍ୱାରା ଗିରଫ ହୋଇଥିବା ରିୟାଙ୍କ ଜାମିନ ପାଇଁ ଆବେଦନ କରାଯାଇଥିଲା । ତେବେ କୋର୍ଟ ଜାମିନ ଆବେଦନକୁ ଖାରଜ କରିବା ସହିତ ରିୟା ଜେଲରେ ରହିବା ସ୍ପଷ୍ଟ ହୋଇଛି । ରିୟାଙ୍କ ବ୍ୟତୀତ ଅନ୍ୟ ପାଞ୍ଚ ଜଣ ଅଭିଯୁକ୍ତଙ୍କ ଜାମିନ ମଧ୍ୟ ନାମଞ୍ଜୁର କରିଛନ୍ତି ସେସନ୍ସ କୋର୍ଟ । ପୂର୍ବରୁ ନିଶା କାରବାରରେ ସମ୍ପୃକ୍ତି ନେଇ ରିୟା ସ୍ୱୀକାର କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବୟାନ ବଦଳାଇବା ସହିତ ଏପରି ବୟାନ ଦେବା ପାଇଁ ତାଙ୍କ ଉପରେ ଚାପ ପକାଯାଇଥିଲା ବୋଲି ମତ ଦେଇଥିଲେ । ରିୟାଙ୍କ ଭାଇ ସୌଭିକ ମଧ୍ୟ ରିୟାଙ୍କ ସପକ୍ଷରେ ବୟାନ ଦେଇଥିଲେ । ତେବେ କୋର୍ଟ ଜାମିନ ଅଗ୍ରାହ୍ୟ କରିବା ପରେ ସମସ୍ତ ଅଭିଯୁକ୍ତ…

Read More

ନ୍ୟୁୟର୍କ : ସିଟିଗ୍ରୁପରେ ପ୍ରଥମ ଥର ପାଇଁ ଜଣେ ମହିଳା ସିଇଓ କାର୍ଯ୍ୟଭାର ଗ୍ରହଣ କରବେ । ଜେନ୍ ଫ୍ରେଜର ସିଟିଗ୍ରୁପର ପ୍ରଥମ ମହିଳା ସିଇଓ ଭାବରେ କାର୍ଯ୍ୟଭାର ଗ୍ରହଣ କରିବାକୁ ଯାଉଛନ୍ତି ଫ୍ରେଜର । ଆସନ୍ତା ଫେବୃୟାରୀ 2021ରେ ଫ୍ରେଜର ସିଇଓ ଭାବରେ ଦାୟିତ୍ୱ ଗ୍ରହଣ କରିବେ । ଗୁରୁବାର ସିଟି ଗ୍ରୁପ ପକ୍ଷରୁ ଏହି ଘୋଷଣା କରାଯିବା ପରେ ଫ୍ରେଜର ଏକ୍ଜକ୍ୟୁଟିଭ୍‌ ବୋର୍ଡକୁ ଧନ୍ୟବାଦ ଜଣାଇଛନ୍ତି । ମାଇକେଲ କୋବାର୍ଟଙ୍କ ସ୍ଥାନରେ ଫ୍ରେଜର ସିଇଓ ଭାବରେ ଦାୟିତ୍ୱ ଗ୍ରହଣ କରିବେ। 2019 ମସିହାରୁ ଗ୍ଲୋବାଲ କଞ୍ଜ୍ୟୁମର ବ୍ୟାଙ୍କିଙ୍ଗର ସିଇଓ ରହିଥିବା ଫ୍ରେଜର ତୁରନ୍ତ ସିଟି ଗ୍ରୁପର ବୋର୍ଡ ସଦସ୍ୟ ଭାବରେ ଯୋଗ ଦେବା ପାଇଁ କୁହାଯାଇଛି । ଏହି ମନୋନୟନ ପାଇଁ ବୋର୍ଡକୁ ଧନ୍ୟବାଦ ଜଣାଇବା ସହିତ ଲାଟିନ ଆମେରିକାରେ ସିଟି ବ୍ୟାଙ୍କର ଅଭିବୃଦ୍ଧି କରିବା ତାଙ୍କର ଯୋଜନା ରହିବ ବୋଲି ଫ୍ରେଜର କହିଛନ୍ତି ।

Read More

ଭୁବନେଶ୍ବର : ଆଜି ରାଜ୍ୟରୁ 14 ଜଣଙ୍କ ଜୀବନ ନେଲା କରୋନା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୀରୁ 3ଜଣ ଓ ମୟୂରଭଞ୍ଜରୁ 2 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ସମ୍ବଲପୁର, କଟକ, କୋରାପୁଟର, କଳାହାଣ୍ଡିରୁ ଜଣେ ଲେଖାଏଁଙ୍କର ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି । ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ 5ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 4ଜଣ ଭୁବନେଶ୍ବରର ବୋଲି ସୂଚନା ରହିଛି ।  ଭୁବନେଶ୍ବରରୁ ଆଜି 2ଜଣ ପୁରୁଷ ଓ 2 ଜଣ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ 49 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ 2 ମହିଳା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 71 ଓ 74 ବର୍ଷ ବୋଲି ସୂଚନା ରହିଛି । ସେହିପରି ଅନ୍ୟ ଦୁଇ ଆକ୍ରାନ୍ତଙ୍କ ବୟସ 51 ଓ 56 ବର୍ଷ । ସେହିପରି…

Read More

ନୂଆଦିଲ୍ଲୀ : ଭାରତୀୟ ସୀମା ମଧ୍ୟକୁ ଚୀନ ସେନାର ଅନୁପ୍ରବେଶକୁ ନେଇ ସରକାରଙ୍କୁ ଘେରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଶୁକ୍ରବାର ଟ୍ୱିଟ୍ଟର ଜରିଆରେ ରାହୁଲ ସରକାରଙ୍କୁ ସମାଲୋଚନା କରିଛନ୍ତି । ଲଦାଖରେ ଚୀନ ସେନା ଅକ୍ତିଆର କରିଥିବା ଭାରତୀୟ ସୀମା କେବେ ଫେରସ୍ତ ଅଣାଯାଉଛି ବୋଲି ରାହୁଲ ପ୍ରଶ୍ନ କରିଥିଲେ । ଏହା ସହିତ କେନ୍ଦ୍ର ସରକାରଙ୍କ ଆକ୍ଟ ଅଫ୍ ଗଡ ମନ୍ତବ୍ୟକୁ ମଧ୍ୟ ସମାଲୋଚନା କରିଛନ୍ତି ରାହୁଲ । ଭାରତ ସରକାର ପୂର୍ବ ଲଦାଖରେ ଚୀନ ଅକ୍ତିଆର କରିଥିବା ସୀମା ଫେରସ୍ତ ଆଣିବ ନା ଆକ୍ଟ ଅଫ ଗଡର ନାମ ନେଇ ଏହି ଭୂମି ଚୀନକୁ ଦେଇ ଦେବ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାହୁଲ । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚୀନ୍ ବୈଦେଶିକ ମନ୍ତ୍ରୀଙ୍କୁ ଋଷରେ ଭେଟିଥିବା ବେଳେ ରାହୁଲ ଏହି ଟ୍ୱିଟ କରିଛନ୍ତି । ଅପରପକ୍ଷରେ ଏଲଏସି ସୀମାରେ ଉତ୍ତେଜନା ହ୍ରାସ…

Read More

ଭୁବନେଶ୍ବର : ଆଜି 30ଟି ଜିଲ୍ଲାରୁ ମୋଟ୍‌ 3 ହଜାର 996 ପଜିଟିଭ୍‌ ଚିହ୍ନଟ ହୋଇଛି। ଖୋର୍ଦ୍ଧାରୁ ସର୍ବାଧିକ 606 ରହିଥିବାବେଳେ ଅନୁଗୁଳୁରୁ 138, ବାଲେଶ୍ବରରୁ 209, ବରଗଡରୁ 97, ଭଦ୍ରକରୁ 112, ବଲାଙ୍ଗିରରୁ 124, ବୌଦ୍ଧରୁ 39, କଟକରୁ 354, ଦେବଗଡରୁ 10,ଢେଙ୍କାନାଳରୁ 87, ଗଜପତିରୁ 25, ଗଞ୍ଜାମରୁ 89, ଜଗତସିଂହପୁରରୁ 122, ଯାଜପୁରରୁ 119, ଝାରସୁଗୁଡାରୁ 79, କଳାହାଣ୍ଡିରୁ 58, କନ୍ଧମାଳରୁ 47, କେନ୍ଦ୍ରାପଡାରୁ 130, କେଉଁଝରରୁ 60, କୋରାପୁଟରୁ 93, ମାଲକାନଗିରିରୁ 47, ମୟୂରଭଞ୍ଜରୁ 160, ନବରଙ୍ଗପୁରରୁ 151, ନୟାଗଡରୁ 77, ନୂଆପଡାରୁ 103, ପୁରୀରୁ 279, ରାୟଗଡାରୁ 105, ସମ୍ବଲପୁରୁ ଓ ସୋନପୁରରୁ 91 ଜଣ ଲେଖାଏଁ ରହିଥିବାବେଳେ ସୁନ୍ଦରଗଡରୁ 88 ଜଣ ରହିଛନ୍ତି । ସେହିପରି ଷ୍ଟେଟପୁଲ୍‌ରୁ 206 ଜଣ ରହିଥିବାର ରାଜ୍ୟ ସୂଚନା ଓ  ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି  3ହଜାର 996କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2359ଜଣ ଚିହ୍ନଟ ହୋଇଥିବାବେଳେ 1637ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  1 ଲକ୍ଷ 43ହଜାର117 ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 34 ହଜାର458ଜଣ । ସେହିପରି ସୁସ୍ଥ ହୋଇଛନ୍ତି 1 ଲକ୍ଷ8 ହଜାର 295ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 580ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ବେଶ୍‌ ଦ୍ରୁତଗତିରେ ବଢିବାରେ ଲାଗିଛି । ସଂକ୍ରମଣ ଦେଶ ତାଲିକାରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ  96 ହଜାର 551 ଜଣ ଆକ୍ରାନ୍ତ ହୋଇଥିବାବେଳେ 1209ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 45 ଲକ୍ଷ 62 ହଜାର 415କୁ ବୃଦ୍ଧି ହୋଇଥିବାବେଳେ ଦେଶରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 9 ଲକ୍ଷ 43 ହଜାର 480 ରହିଛି । ସେହିପରି ସୁସ୍ଥଙ୍କ ସଂଖ୍ୟା 35 ଲକ୍ଷ 42 ହଜାର 663ରେ ପହଞ୍ଚିଛି । ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 76 ହଜାର 271ରେ ପହଞ୍ଚିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟତରଫରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଦେଶରେ 74 ପ୍ରତିଶତ ଆକ୍ରାନ୍ତ ନଟି ରାଜ୍ୟରେ ରହିଛନ୍ତି । ସେହିପରି ଦେଶରେ କରୋନା ଜନିତ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କର 69 ପ୍ରତିଶତ ମହାରାଷ୍ଟ୍ର,…

Read More

ବିନିକା : ଆଜି ସକାଳ 6ଟାରୁ 72 ଘଣ୍ଟା ପର୍ଯ୍ୟନ୍ତ ବିନିକା ସହରକୁ ଶଟଡାଉନ୍‌ ଘୋଷଣା କରାଯାଇଛି । ଶଟଡାଉନ୍‌ ସମୟରେ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଗତ କିଛି ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇଛି। ଏଥିପାଇଁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିନିକା ସହରକୁ ଶଟଡାଉନ୍ ଘୋଷଣା କରାଯାଇଛି। ଶଟଡାଉନ୍ ସମୟରେ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ପାଇଁ ନିଷ୍ପତି ନିଆଯାଇଛି। ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲାରେ କରୋନା ପଜିଟିଉଙ୍କ ସଂଖ୍ୟା 1489ରେ ପହଞ୍ଚି ସାରିଥିବା ବେଳେ ଆକ୍ଟିଭ କେସ 760 ରହିଛି।  ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 726ଜଣ ସୁସ୍ଥ ହୋଇଛନ୍ତି ।

Read More

ରୁଷ୍‌ : ଗତ ଚାରି ମାସ ଧରି ଭାରତ ଓ ଚୀନ୍‌ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ସୀମାରେ ଉତ୍ତେଜନା ବଢିବାରେ ମଧ୍ୟ ଲାଗିଛି । ତେବେ ଏହି ସମସ୍ୟାର ସମାଧାନ ପାଇଁ ବହୁବାର ବୈଠକ ହେବା ସତ୍ତ୍ବେ ଏଥିରେ କିଛି ଫରକ୍‌ ଆସିନାହିଁ । ଦୀର୍ଘ ସମୟ ପରେ ରୁଷରେ ଭାରତ ଓ ଚୀନ୍‌ର ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ଚୀନ୍‌ର ବୈଦେଶିକ ମନ୍ତ୍ରୀ ଓ୍ବାଗ ୟି ସୀମା ବିବାଦକୁ ନେଇ ଚର୍ଚ୍ଚା କରିଥିଲେ । ଏହାପରେ ଏଲ୍‌ଏସିରେ ଉତ୍ତେଜନା ହ୍ରାସ ପାଇଁ ଭାରତ- ଚୀନ୍‌ ମଧ୍ୟରେ 5 ସୂତ୍ରୀ ସହମତି ହୋଇଥିବା ଜଣାପଡିଛି । ମସ୍କୋରେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ଆଲୋଚନା ପରେ ସହମତି ହୋଇଥିବାର ସୂଚନା ରହିଛି । ଅଢେଇ ଘଣ୍ଟାର ଆଲୋଚନା ପରେ ସୈନ୍ୟ ଅପସାରଣ ପାଇଁ ନିଷ୍ପତ୍ତି ନିଆଯାଇଛି ।…

Read More