Author: Samikhsya Bureau

କେଦାର ମିଶ୍ର ପରିଶେଷରେ ଦେଶର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ସ୍ଵୀକାର କରିଛନ୍ତି ଯେ ଦେଶର ଅର୍ଥନୀତି ଚଳିତ ବର୍ଷ ନକରାତ୍ମକ ହେବାକୁ ଯାଉଛି। ଅର୍ଥାତ ପୂର୍ବରୁ ପୃଥିବୀର ବିଭିନ୍ନ ସଂସ୍ଥା ଭାରତର ଅର୍ଥନୀତିର ଦୁରବସ୍ଥା ବିଷୟରେଯେଉଁ ଭବିଷ୍ୟବାଣୀ କରିଥିଲେ, ତାହା ସତ୍ୟ ବୋଲି ପ୍ରଥମ ସରକାରୀ ସ୍ଵୀକାରୋକ୍ତି ଆମକୁ ମିଳିଛି। ତେବେ ଏଥିଲାଗି ଭଗବାନଙ୍କୁ ଦାୟୀ କରିଛନ୍ତି ଆମର ଅର୍ଥମନ୍ତ୍ରୀ। କରୋନା ଭୂତାଣୁ ଦୈବୀ କୃତ ଓ ସେଥିଲାଗି ଅର୍ଥନୀତି ଋଣାତ୍ମକ ଦିଗକୁ ଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। କରୋନା ଭୂତାଣୁ ଭଗବାନଙ୍କ ଦାନ ହୋଇଥାଇପାରେ ହେଲେ ଏହି ଭୂତାଣୁ ର ମୁକାବିଲା କରିବାକୁ ଯାଇ ଦେଶର ଅର୍ଥନୀତି ତାଳି ତଳାନ୍ତ କରିବାରେ ଭଗବାନଙ୍କୁ ଦାୟୀ କରିବା, ଏକ ହାସ୍ୟାସ୍ପଦ ଯୁକ୍ତି। ପୃଥିବୀର ବହୁ ଦେଶ କରୋନା ମୁକାବିଲା ସହିତ ଅର୍ଥନୀତିକୁ ଚଳାଇ ରଖିବାର ସମାନ୍ତରାଳ ରଣନୀତି ତିଆରି କରିଛନ୍ତି। ଆମର ପଡିଶା ବାଂଲାଦେଶ ଓ ପାକିସ୍ତାନ “ଲକ ଡାଉନ” କୁ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ 14ଜଣଙ୍କ କରୋନା ଯୋଗୁଁ ମୃତ୍ୟୁହୋଇଛି। ବାଲେଶ୍ବର, କଟକ ଓ ଜଗତସିଂହପୁର, ଖୋର୍ଦ୍ଧା, ମାଲକାନଗିରିରୁ 2ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ବରଗଡ, ଯାଜପୁର, ପୁରୀ, ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 470କୁ ବୃଦ୍ଧି ହୋଇଛି। ବାଲେଶ୍ବରରୁ ଜଣେ 50 ବର୍ଷୀୟ ପୁରୁଷ,48 ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧାର ଦୁଇ ମୃତକଙ୍କ ମଧ୍ୟରେ ଜଣେ 45 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 77 ବର୍ଷୀୟ ମହିଳା ରହିଛନ୍ତି। ସେହିପରି କଟକର ଦୁଇ ମୃତ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 55 ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ 58 ବର୍ଷୀୟ ମହିଳା ରହିଛନ୍ତି। ଜଗତସିଂହପୁରର ଦୁଇ ମୃତକଙ୍କ ମଧ୍ୟରେ ଜଣେ 56 ବର୍ଷୀୟ ଓ ଅନ୍ୟ ଜଣେ 30 ବର୍ଷୀୟ ବ୍ୟକ୍ତି ବୋଲି ସୂଚନା ରହିଛି। ମାଲକାନଗିରି ଜିଲ୍ଲାରୁ…

Read More

ଭୁବନେଶ୍ବର: ଆଜି 30ଟି ଜିଲ୍ଲାରୁ ମୋଟ୍‌ 3 ହଜାର 252 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧାରୁ ସର୍ବାଧିକ 762 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାୟଗଡାରୁ 450, କଟକରୁ 323,  ଗଞ୍ଜାମରୁ 169, ବରଗଡରୁ 146, ପୁରୀରୁ 135, ମୟୂରଭଞ୍ଜରୁ 123, ନୟାଗଡରୁ 120,  ସୁନ୍ଦରଗଡ ଓ ଢେଙ୍କାନାଳରୁ 94 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଯାଜପୁରରୁ 83,  ବାଲେଶ୍ବରରୁ 78, କେନ୍ଦ୍ରାପଡାରୁ 77, ଭଦ୍ରକରୁ 76, ବଲାଙ୍ଗିରରୁ 64, ସମ୍ବଲପୁରରୁ 63, ଝାରସୁଗୁଡାରୁ 55, କେଉଁଝରରୁ 50, ନବରଙ୍ଗପୁରରୁ 41, ବୌଦ୍ଧ ଓ ସୋନପୁରରୁ 38 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ  ଜଗତସିଂହପୁରରୁ 36,  କନ୍ଧମାଳରୁ 26ଜଣ ଚିହ୍ନଟ ହୋଇଛନ୍ତି। କୋରାପୁଟ ଓ ନୂଆପଡାରୁ 25 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ମାଲକାନଗିରିରୁ 20, ଗଜପତିରୁ 20, ଅନୁଗୁଳରୁ 11, ଦେବଗଡରୁ 7 ଓ କଳାହାଣ୍ଡିରୁ 2 ଜଣ ଚିହ୍ନଟ ହୋଇଛନ୍ତି।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 3 ହଜାର 252 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1987ଜଣ ଚିହ୍ନଟ ହୋଇଥିବାବେଳେ 1265ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  97ହଜାର920 ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 29 ହଜାର 571ଜଣ । ସେହିପରି ସୁସ୍ଥ ହୋଇଛନ୍ତି 67 ହଜାର 826ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 456ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ନୂଆଦିଲ୍ଲୀ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ  ପରବର୍ତ୍ତୀ ପିଢି ବା ନେକ୍‌ଷ୍ଟ ଜେନେରେସନ ଷ୍ଟାର୍ଟଅପ୍ ଚାଲେଞ୍ଜ କଣ୍ଟେଷ୍ଟ ‘ଚୁନୌତି’କୁ ଉଦ୍‌ଘାଟନ କରିଛନ୍ତି । ଷ୍ଟାର୍ଟଅପ୍ ଓ ସଫ୍ଟୱେୟାର ପ୍ରଡକ୍ଟକୁ ପ୍ରୋତ୍ସାହିତ କରିବା ସହ ଦେଶର ଦ୍ୱିତୀୟ ଶ୍ରେଣୀ ସହରଗୁଡିକରେ ଏଥିପାଇଁ ସୁବିଧା ସୁଯୋଗ ସୃଷ୍ଟି ନିମନ୍ତେ ଏହି ଚୁନୌତିର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ୩ବର୍ଷ ନିମନ୍ତେ ବଜେଟରେ ୯୫.୦୩ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ବିଭିନ୍ନ କ୍ଷେତ୍ରରେ କାଯ୍ୟ କରୁଥିବା ପ୍ରାୟ ୩୦୦ ଷ୍ଟାର୍ଟଅପ୍‌କୁ ଚିହ୍ନଟ କରି ସେଗୁଡିକୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସିଡ୍ ଫଣ୍ଡ ଯୋଗାଇବା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଣର ବ୍ୟବସ୍ଥା କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମ ପାଇଁ ଆଇଟି ମନ୍ତ୍ରଣାଳୟ ନିମ୍ନଲିଖିତ ବର୍ଗରେ ଷ୍ଟାର୍ଟଅପ୍‌ଗୁଡିକୁ ଭାଗ ନେବାକୁ ନିମନ୍ତ୍ରଣ କରିବେ । ସେଗୁଡିକ ହେଲା-…

Read More

ନୂଆଦିଲ୍ଲୀ, କେନ୍ଦ୍ର ସରକାରଙ୍କ ପରୀକ୍ଷା, ଚିହ୍ନଟ ଓ ଉପଚାର ରଣନୀତିକୁ ପାଥେୟ କରି ଦେଶରେ ଗତ ୨ ଦିନ ଧରି ଲଗାତାର ୯ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୯,୦୧,୩୩୮ ନମୁନା ପରୀକ୍ଷା କରାଯାଇଥିବା ବେଳେ ଦେଶ ଦିନକୁ ୧୦ ଲକ୍ଷ ପରୀକ୍ଷା ପାଇ କ୍ଷେତ୍ର ପ୍ରସ୍ତୁତ କରିପାରିଛି । ନମୁନା ପରୀକ୍ଷା କ୍ରମାଗତ ବୃଦ୍ଧି ଯୋଗୁଁ ମୋଟ ପରୀକ୍ଷା ସଂଖ୍ୟା ପାଖାପାଖି ୪ କୋଟିରେ ପହଞ୍ଚିଛି । ଆଜିସୁଦ୍ଧା ଏହି ସଂଖ୍ୟା ୩,୯୪,୭୭,୮୪୮ରେ ପହଞ୍ଚିଛି । କେବଳ ଗତ ୨ ସପ୍ତାହ ମଧ୍ୟରେ ୧ କୋଟିରୁ ଊର୍ଦ୍ଦ୍ଵ ପରୀକ୍ଷା ହୋଇଛି । ଏଥିସହ ପ୍ରତି ନିୟୁତ ପିଛା କରୋନା ପରୀକ୍ଷଣ ୨୮,୬୦୭ ଛୁଇଁଛି। ବ୍ୟାପକ ନମୁନା ପରୀକ୍ଷା ଦ୍ଵାରା ହିଁ ପ୍ରାଥମିକ ଅବସ୍ଥାରୁ ସଂକ୍ରମିତଙ୍କୁ ଚିହ୍ନଟ କରି ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଠାବ କରି ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ…

Read More

ନୂଆଦିଲ୍ଲୀ, କେନ୍ଦ୍ର ସରକାରଙ୍କ ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ଭଳି ତ୍ରିମୂଖୀ ରଣନୀତି ଯୋଗୁଁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଗତ ୫ ମାସ ମଧ୍ୟରେ ମୋଟ ସଂକ୍ରମିତଙ୍କ ତିନି ଚତୁର୍ଥାଂଶ କରୋନାରୁ ସୁସ୍ଥ ହୋଇଥିବା ବେଳେ କେବଳ ଏକ ଚତୁର୍ଥାଂଶ ସଂକ୍ରମିତ ଏବେ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି । ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ହସ୍ପିଟାଲ (ଗୁରୁତର ଓ ଜଟିଳ ଲକ୍ଷଣଯୁକ୍ତ) ଓ ଘରୋଇ ଏକାନ୍ତବାସ (ସାଧାରଣ ଓ ସ୍ୱଳ୍ପ ଲକ୍ଷଣଯୁକ୍ତ) ମୁକ୍ତ ହେଉଥିବା ବେଳେ ସୁସ୍ଥ ରୋଗୀଙ୍କ ସଂଖ୍ୟା ପାଖାପାଖି ୨୬ ଲକ୍ଷରେ ପହଞ୍ଚିଛି । କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୬୦,୧୭୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହ ଦେଶରେ ହାରାହାରି ଆରୋଗ୍ୟ ହାର ଶତକଡା ୭୬.୨୮ରେ ପହଞ୍ଚିଛି । ମୋଟ ସଂକ୍ରମିତଙ୍କ ତୁଳନାରେ ୩.୫ଗୁଣ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି,…

Read More

ଭୁବନେଶ୍ବର, ଆଜି କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଦ୍ଵାଦଶ ପ୍ରତିଷ୍ଠା ଦିବସ ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହେବ । ପ୍ରାରମ୍ଭରେ ମହାମହିମ ରାଷ୍ଟ୍ରପତି ତଥା ବିଶ୍ୱବିଦ୍ୟାଳୟର ଭିଜିଟର୍ ରାମନାଥ କୋବିନ୍ଦଙ୍କ ଶୁଭେଚ୍ଛା ବାର୍ତ୍ତା ପାଠ କରାଯିବ। ଏହାପରେ‍ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କର ସ୍ଵତନ୍ତ୍ର ଭିଡିଓ ଶୁଭେଚ୍ଛା ବାର୍ତ୍ତା ଜଣାଇବେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରୀୟାଲ ‘ନିଶଙ୍କ’, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତ୍ରେ ଏହି ଭର୍ଚୁଆଲ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ଅବସରରେ ନୂତନ କେନ୍ଦ୍ରୀୟ ପାଠାଗାର, ଶ୍ରେଣୀଗୃହ, ଷ୍ଟାଫ-କ୍ଵାର୍ଟର୍ସ ଆଦିର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ. ରାମବ୍ରହ୍ମମ୍ ସମାରୋହରେ ସଭାପତିତ୍ଵ କରିବେ। ଭାରତ ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଡ. ସଂଜୀବ ସାନ୍ୟାଲ୍ ପ୍ରତିଷ୍ଠା ଦିବସ ଅଭିଭାଷଣ ପ୍ରଦାନ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି କେସରିୟା ହିନ୍ଦୁ ବାହିନୀ ତରଫରୁ ଗଂଜାମ ଏବଂ ବ୍ରହ୍ମପୁରରେ ସମସ୍ତ ରେଳ ଯାତାୟତ ପୁନଃ ଚାଲୁ କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଗଂଜାମ ଜିଲ୍ଲାରେ କରୋନା ସଂକ୍ରମଣ ଅହରହ ବୃଦ୍ଧି ଯୋଗୁଁ ଜୁଲାଇ ୨୯ ତାରିଖରୁ ବ୍ରହ୍ମପୁର ଏବଂ ବାଲୁଗାଁ ରେଳଷ୍ଟେସନରେ ଯାତ୍ରୀବାହୀ ରେଳ ଚଳାଚଳ ବନ୍ଦ କରାଯାଇଥିଲା। କିନ୍ତୁ ଜନସାଧାରଣ ଭୁବନେଶ୍ୱରରେ ଓହ୍ଲାଇ ଗଂଜାମକୁ କାର୍ କରି ଆସିବା ଅତ୍ୟନ୍ତ ଖର୍ଚ୍ଚାନ୍ତ ଏବଂ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଆଜି ଗଂଜାମ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦ୍ୱାରା ପୁନଃ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି। କେସରୀୟା ହିନ୍ଦୁ ବାହିନୀର ଜିଲ୍ଲା ସଭାପତି ମଧୁସୂଦନ ସାହୁ, ରାଜ୍ୟ ଯୁବ ସଂଯୋଜକ ଗଜେନ୍ଦ୍ର ଚୌଧୁରୀ, ବ୍ରହ୍ମପୁର ମହାନଗର ସଭାପତି ନରେଶ କୁମାର ବେହେରା, ଜିଲ୍ଲା ଶୈକ୍ଷଣିକ ପ୍ରବନ୍ଧକ ପଦ୍ମଚରଣ ଦାସ, ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷ ମନୋରଂଜନ ମହାପାତ୍ର, ଛତ୍ରପୁର ବ୍ଲକ୍…

Read More

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେଇଇ ମେନ ଏବଂ ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ଯେଉଁମାନେ ପରୀକ୍ଷା କେନ୍ଦ୍ରକୁ ଆସିବେ ସେମାନଙ୍କର ଯିବା ଆସିବା ଏବଂ ରହିବା ରାଜ୍ୟ ସରକାର ବହନ କରିବେ। ପରୀକ୍ଷାର୍ଥୀ ନିଜ ଜିଲ୍ଲାର ମୁଖ୍ୟାଳୟରୁ ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ଗାଡିର ବନ୍ଦୋବସ୍ତ କରାଯିବ। ସେହିପରି ପରୀକ୍ଷା କେନ୍ଦ୍ର ନିକଟରେ ରହିବା ପାଇଁ ମଧ୍ୟ ରାଜ୍ୟ ସରକାର ବ୍ୟବସ୍ଥା କରିବେ। ଏହି କାର୍ଯ୍ୟକୁ ପରିଚାଳନା କରିବା ପାଇଁ ସବୁ ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ ଦିଆଯାଇଛି। ପରୀକ୍ଷାର୍ଥୀ ସେମାନଙ୍କୁ ଫୋନ କରି ନିଜର ସମସ୍ତ ତଥ୍ୟ ପ୍ରଦାନ କରିବା ପରେ ତାଙ୍କ ପାଇଁ ସବୁ ପ୍ରକାରର ବନ୍ଦୋବସ୍ତ କରାଯିବ। ସେଥିପାଇଁ ସେମାନେ ଏହି ନୋଡାଲ ଅଫିସରଙ୍କ ସହିତ ଯୋଗାଯୋଗ କରିବା ପାଇଁ କୁହାଯାଇଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସକାଳୁ ବ୍ରଜନଗର ସ୍ଥିତ ମୋ ପରିବାର ଜିଲ୍ଲା ସଂଯୋଜକ ତଥା ରାଜ୍ୟ ସଂପାଦକ ସୁବାସ ମହାରଣାଙ୍କ ତତ୍ତ୍ୱାବଧାନରେ ଓ ସାହି ବାସିନ୍ଧାଙ୍କ ସହଯୋଗରେ ରେଡ଼ିଓ ଷ୍ଟେସନର ବିଭିନ୍ନ ଗଳି ରାସ୍ତାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ସହ ସାହି ବାସିନ୍ଧାଙ୍କୁ ବେଲ, ଅଁଳା, ଡ଼ାଳିମ୍ବ, ନିମ ଗଛ ଚାରା ବଣ୍ଟନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇ, ମମତା ବିଷୋୟୀ, ବିଜୟ ସାମଲ, ମୁକୁନ୍ଦ ଗୌଡ଼, ସଂଜୟ ଜେନା, ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ସୁରେଶ ତ୍ରିପାଠୀ, କୈଳାସ ପଟ୍ଟନାୟକ, ପ୍ରଭାକର ମହାନ୍ତି, ଏଙ୍କଟି ରେଡ଼ି, ସବିତା ବେହେରା, ମମାନି ପାଣି, ବାବୁ ରେଡ଼ିଙ୍କ ସମେତ ସାହିବାସି ଯୋଗ ଦେଇଥିଲେ। ଏହାପରେ ଭାବାନଗର ବିଜେଡ଼ି ଜିଲ୍ଲା କାର୍ଯ୍ୟାଳୟରେ ହିଂଜିଳିକାଟୁ ଅଜୁ ମହାରଣାଙ୍କ ନେତୃତ୍ୱରେ ହିଂଜିଳିବାସୀଙ୍କ ଦ୍ୱାରା ସୁବାସ ମହାରଣା, କୈଳାସ ରଣା ଏବଂ ସଂଘମିତ୍ରା ଦଳେଇଙ୍କୁ ନୂତନ ପଦବୀ ପାଇଁ ସମ୍ବର୍ଦ୍ଧନା କରାଯାଇଥିଲା।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜିଲ୍ଲାରେ କରୋନାର ସ୍ଥିତି ନିୟନ୍ତ୍ରଣରେ ରହିଥିବା ଆଜି ଜିଲ୍ଲାପାଳ ଏକ ଭିଡ଼ିଓ ମାଧ୍ୟମରେ ଜଣାଇଛନ୍ତି। ସେ ଗଂଜାମରେ ସମସ୍ତ ଲୋକ କରୋନା ନିୟମ ମାନୁଥିବାରୁ ଧନ୍ୟବାଦ ଜଣାଇଥିଲେ। ଏହାସହ କରୋନା ନୂଆ ନୂଆଁ ରୂପରେ ଆସି ପୁଣିଥରେ ସଂକ୍ରମିତ ଯେପରି ନ କରିବ ସେଥିପାଇଁ ଅଧିକ ଯତ୍ନବାନ ହେବାକୁ ସେ କହିଛନ୍ତି। ଦୋକାନୀମାନେ ପଞ୍ଚସୂତ୍ର ନିୟମକୁ କଡ଼ାକଡ଼ି ପାଳନ କରନ୍ତୁ। ଯେଉଁ ପର୍ଯ୍ୟନ୍ତ ଭେକ୍‌ସିନ ନ ଆସିଛି ଏହି ଲଢ଼େଇ ଜାରି ରହିବ ବୋଲି ଜିଲ୍ଲାପାଳ ଭିଡ଼ିଓ ବାର୍ତ୍ତାରେ ଜଣାଇଥିଲେ। ଆଜି ମଧ୍ୟ ଗଂଜାମରେ ନୂତନ ୧୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି କାହାରି ମୃତ୍ୟୁ ଘଟିନଥିବାବେଳେ ଆଜିର ଦୁଇଜଣ ମୃତ୍ୟୁ ପୁଣି ଚିନ୍ତା ବଢ଼ାଇଛି। ଆଜିର ସଂକ୍ରମଣ ମଧ୍ୟରେ ଭଂଜନଗର ବ୍ଲକ୍‌ରୁ ୧୧, ଜଗନ୍ନାଥପ୍ରସାଦରୁ ୪, ବୁଗୁଡ଼ାରୁ ୩, ବେଲଗୁଣ୍ଠାରୁ ୧, ସୋରଡ଼ାରୁ ୪, ଧରାକୋଟରୁ ୩, ଆସିକାରୁ ୩,…

Read More

କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ବନଖଣ୍ଡରେ ହାତୀ ଆକ୍ରମଣରେ ଜଣେ ଲୋକର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ ରେଢାଖୋଲ ବନଖଣ୍ଡ ବଡମାଳ ରେଞ ଅଧିନସ୍ଥ ଶାଗଜୁରୀ ଗ୍ରାମରେ ଗତକାଲି ରାତି ୨.୩୦ ମିନିଟରେ ଏକ ହାତୀ ଗାଁ ଆଡକୁ ପଶି ଆସିଥିଲା। ତାକୁ ଘଉଡାଇବାକୁ ବନ ବିଭାଗ ଓ ଗ୍ରାମବାସୀ ବହୁ ଚେଷ୍ଟା କରିବା ସତ୍ତ୍ୱେ ଘଉଡାଇ ପାରି ନ ଥିଲେ ଗ୍ରାମରେ କେତେଜଣଙ୍କର ଘରଦ୍ୱାର ମଧ୍ୟ ଭାଙ୍ଗି ଦେଇଥିଲା  ଗ୍ରାମର ପ୍ରହଲ୍ଲାଦ ମାଝୀ ନାମକ ୬୦ ବର୍ଷିୟ ବ୍ୟକ୍ତି ମଧ୍ୟ ହାତୀ ଘଉଡାଉଥିଲା ହେଲେ ହାତୀ ହାବୁଡରେ ପଡିବାରୁ ହାତୀ ତାକୁ ଦଳି ଚକଟି ମାରିଦେଇଥିଲା। ଘଟଣା ସ୍ଥଳରେ ପ୍ରହଲ୍ଲାଦ ମାଝୀଙ୍କର ମୃତ୍ୟୁ ହୋଇଥିବା ରେଢାଖୋଲ ରେଞ ଅଧିକାରୀ ପ୍ରଦୀପ ସେଠୀ ପ୍ରକାଶ କରିଛନ୍ତି। ମୃତ ବ୍ୟକ୍ତିର ଶବକୁ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ବନ ବିଭାଗ ନେବାରେ ବିଫଳ ହୋଇଥିଲେ। ପରିବାର ଲୋକେ ଶବକୁ ଦାହ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ୨ ହଜାର ୫୦୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୩୬୯ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ୨୮୧ , ଗଞ୍ଜାମରୁ ୨୦୪, ରାୟଗଡାରୁ ୧୩୫, ସମ୍ବଲପୁରରୁ ୧୪୯, ନୟାଗଡରୁ ୧୩୫, ବାଲେଶ୍ବରରୁ ୧୩୨, ମୟୂରଭଞ୍ଜରୁ ୧୦୭, ପୁରୀରୁ ୧୦୨, କୋରାପୁଟରୁ, ୯୫, ଝାରସୁଗୁଡାରୁ ୭୧, ବରଗଡ ଏବଂ ଭଦ୍ରକରୁ ୭୦ ଜଣ ଲେଖାଏଁ, ମାଲକାନଗିରିରୁ ୬୭, କନ୍ଧମାଳରୁ ୫୨, ଗଜପତିରୁ ୪୮, ନବରଙ୍ଗପୁରରୁ ୪୪, କେନ୍ଦ୍ରାପଡାରୁ ୪୩, କଳାହାଣ୍ଡିରୁ ୩୮, ବଲାଙ୍ଗିରିରୁ ୩୬, ଯାଜପୁରରୁ ୩୩, ସୋନପୁରରୁ ୨୬, କେନ୍ଦୁଝରରୁ ୨୧, ଢେଙ୍କାନାଳରୁ ୧୯, ଜଗତସିଂହପୁରରୁ ୧୫, ସୁନ୍ଦରଗଡରୁ ୧୫, ନୂଆପଡାରୁ ୭, ଅନୁଗୁଳରୁ ୩ ଏବଂ ଦେବଗଡରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ସର୍ବମୋଟ ସୁସ୍ଥଙ୍କ ସଂଖ୍ୟା ୬୭  ହଜାର ୮୨୬ରେ ପହଞ୍ଚିଛି।

Read More

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଖୋର୍ଦ୍ଧା ବ୍ଲକରେ ବନ୍ୟାଞ୍ଚଳ ପରିଦର୍ଶନକରିଛନ୍ତି। ଲଘୁଚାପ ବର୍ଷା ଯୋଗୁଁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ମହାନଦୀ ବନ୍ୟାପାଣି ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ବ୍ଲକର ଦୁଇଟି ଗ୍ରାମପଞ୍ଚାୟତର ୧୦ଖଣ୍ଡ ଗାଁରେ ବନ୍ୟା ଜଳ ପ୍ରବାହିତ ହେଵାରୁ ଶହ ଶହ ହେକ୍ଟର ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଓରବରସିଂହ ଗ୍ରାମପଞ୍ଚାୟତର ଡିହଖଳା, ଓରବରସିଂହ, ଦୁର୍ଗାପୁର, ହିରିମୂଳ ସଂପୂର୍ଣ୍ଣ ବାହ୍ୟଜଗତରୁ ବିଛିନ୍ନ। ବନ୍ୟାଘେରରେ ଥିବା ଗାଁକୁ ବୁଲି ଲୋକମାନଙ୍କ ସହିତ ଆଲୋଚନା କଲେ ଖୋର୍ଦ୍ଧା ଜିଲ୍ଲାପାଳ। ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଖୋର୍ଦ୍ଧା ବ୍ଲକର ଓରବରସିଂହ, ଡିହଖଳା, କୃଷ୍ଣପୁର, ଲେଖନପୁର ଓ ନରଣଗଡ ଗ୍ରାମପଞ୍ଚାୟତ ବିଭିନ୍ନ ଗ୍ରାମରେ ବନ୍ୟା ପାଣି ପ୍ରବେଶ କରିଛି।ବନ୍ୟା ପାଣି ମାଡିଆସିବାରୁ ଓରବରସିଂହ ଗ୍ରାମପଞ୍ଚାୟତର ୫ଖଣ୍ଡ ଗ୍ରାମ ସଂପୂର୍ଣ୍ଣ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ଉକ୍ତ ରାସ୍ତାରେ ଏବଂ ଗାଁ ଦାଣ୍ଡରେ ତିନି ଚାରି ଫୁଟ ପାଣି ଚାଲିଛି।…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପୁରୁଷୋତ୍ତମପୁର ବ୍ଲକ୍‌ର ବିଭିନ୍ନ ପଂଚାୟତରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାରେ ଅନିୟମିତତା ହୋଇଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ଏହିକ୍ରମରେ ବ୍ରହ୍ମପୁର ଭିଜିଲାନସ ବିଭାଗର ଏକ ଟିମ୍ ପରିଦର୍ଶନ କରି ଏହି ଦୁର୍ନୀତିର ଅନୁଧ୍ୟାନ କରିଥିଲେ। ସୂଚନାଯୋଗ୍ୟ ଏହି ବ୍ଲକ୍‌ର କେଏନ୍‌ପୁର ପଂଚାୟତର ବିଭିନ୍ନ ଗ୍ରାମରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ୨୦ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା। କିନ୍ତୁ ପଞ୍ଚାୟତର ନିର୍ବାହୀ ଯନ୍ତ୍ରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏଥିରେ ଦୁର୍ନୀତି ହୋଇଥିଲା। କେତେକ ସ୍ଥାନରେ ପୋଲ ପୋତି ଷ୍ଟ୍ରିଟ ଲାଇଟ୍ ଲଗାଇବା ବଦଳରେ ଗ୍ରାମରେ ଥିବା ପୋଲ ଉପରେ ଲଗାଯାଇଛି। କେତେକେ ଗ୍ରାମରେ କିଛି ବି ଲଗାଯାଇନାହିଁ। ଏହିଭଳି ଅନ୍ୟାନ୍ୟ ପଂଚାୟତରେ ମଧ୍ୟ ହୋଇଥିବା ନେଇ ଅଭିଯୋଗ ହୋଇଛି। କେ.ଏନ୍‌ପୁର ପଂଚାୟତର କିଛି ୱାର୍ଡ଼ସଭ୍ୟ ଏହି ଦୁର୍ନୀତି ନେଇ ଜିଲ୍ଲାପାଳ, ଭିଜିଲାନସ ବିଭାଗ ଏବଂ ହାଇକୋର୍ଟରେ ମାମଲା ଦାୟର କରିବା ପରେ ଭିଜିଲାନସକୁ ଏହି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କରୋନା ମହାମାରୀ ପ୍ରାଦୁର୍ଭାବ ବଢ଼ିବାରୁ ପ୍ରବାସୀ ଓଡ଼ିଆମାନେ ଟ୍ରେନ, ବସ୍ ଏବଂ ଅନ୍ୟାନ୍ୟ ସାଧନ ମାଧ୍ୟମରେ ନିଜ ଭିଟାମାଟିକୁ ଫେରି ଆସିଥିଲେ। ଏପରିକି ଗଂଜାମକୁ ପ୍ରାୟ ୮ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରବାସୀ ବିଭିନ୍ନ ରାଜ୍ୟରୁ ଫେରିଛନ୍ତି। ବିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କୁ ଓଡ଼ିଶା ସରକାର ଥଇଥାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜୀବନ ଓ ଜୀବିକା ଦାୟିତ୍ୱ ନେଇ କୁଶଳୀ ଓ ଅଣକୁଶଳୀ କାରିଗରଙ୍କୁ ଥଇଥାନ କରିବେ ବୋଲି ଡ଼ିଣ୍ଡିମ ପିଟିଥିଲେ। କିନ୍ତୁ ବର୍ତ୍ତମାନ ଏହା ପାଣିର ଗାର ହୋଇଯାଇଛି ବୋଲି ଜିଲ୍ଲା ବିଜେପି ଅଭିଯୋଗ କରିଛି। ଦୀର୍ଘ ୪ ମାସ କାଳ ବାହାରୁ ଫେରିଥିବା ପ୍ରବାସୀମାନେ କୌଣସି କାମଧନ୍ଦା ନପାଇ ଖାଲି ବସିଲେ, ସଂଚିତ ଅର୍ଥ ଶେଷ ହେବା ପରେ ବର୍ତ୍ତମାନ ଭୋକ ଦାଉରୁ ରକ୍ଷା ପାଇବା ପାଇଁ ପୁଣି ପ୍ରବାସୀ ଜୀବନ ବିତାଇବାକୁ ବାହାରି ଗଲେଣି। ଅନ୍ୟ ରାଜ୍ୟ କାରଖାନାର ମାଲିକମାନେ ଦଲାଲ…

Read More

ଭୁବନେଶ୍ୱର: ଓଡ଼ିଶାରେ ସବୁଠାରୁ ପସନ୍ଦଯୋଗ୍ୟ ମୋବାଇଲ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ରାଜ୍ୟରେ ପ୍ରଥମ ଦୂରସଂଚାର ଅପରେଟର ଭାବରେ ମୋଟ ରାଜସ୍ୱ କ୍ଷେତ୍ରରେ ୫୦%ରୁ ଅଧିକ ବଜାର ଅଂଶ ହାସଲ କରିଥିବା ଭାରତର ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ)ର ସଦ୍ୟତମ ଆର୍ଥିକ ରିପୋର୍ଟରୁ ଜଣାପଡିଛି। ଜୁନ୍ ସୁଦ୍ଧା ଶେଷହୋଇଥିବା ତ୍ରୟମାସିକ ନିମନ୍ତେ ଟ୍ରାଇ ପକ୍ଷରୁ ଚଳିତ ସପ୍ତାହରେ ପ୍ରକାଶିତ ଆର୍ଥିକ ରିପୋର୍ଟ ଅନୁଯାୟୀ ଓଡିଶା ସମେତ ଦେଶର ଦୁଇଟି ରାଜ୍ୟରେ ରିଲାଏନ୍ସ ଜିଓ ମୋଟ ଟେଲିକମ୍ ରାଜସ୍ୱର ୫୦% ବଜାର ଅଂଶ ହାସଲ କରିଛି। ୨୦୨୦ ଏପ୍ରିଲରୁ ଜୁନ୍ ତ୍ରୟମାସିକ ଅବଧିରେ ଓଡ଼ିଶାରେ ରିଲାଏନ୍ସ ଜିଓର ମୋଟ ରାଜସ୍ୱ ଆୟ ୧୫%ରୁ ଅଧିକ ବୃଦ୍ଧିପାଇ ୫୯୪.୩ କୋଟି ଟଙ୍କା ହୋଇଥିବା ରିପୋର୍ଟରେ କୁହାଯାଇଛି। ଆଲୋଚ୍ୟ ତ୍ରୟମାସିକରେ ରାଜ୍ୟରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱ ସଂଗ୍ରହ ୪.୬% ବୃଦ୍ଧିପାଇ ୧୧୭୪ କୋଟି ଟଙ୍କା ହୋଇଛି। ଏହି ତ୍ରୟମାସିକରେ ବିଏସିଏନଏଲର ମୋଟ ରାଜସ୍ୱରେ ପରିବର୍ତ୍ତନ…

Read More

ସୀତରାମ ଅଗ୍ରଓ୍ବାଲ ବାଣପୁର: ଆଜି ଦିନ ଦ୍ବିପହରରେ ଖୋର୍ଦ୍ଧା ଜିଲ୍ଲା ସ୍ଥିତ ବାଣପୁର ସହରରୁ ଏକ ବଡ ଧରଣର ଡକାୟତି ହୋଇଛି। ଦୁଇ ଜଣ ଡକାୟତ ଲୁଟି ନେଇଛନ୍ତି ଦେଢ଼ ଲକ୍ଷ ଟଙ୍କା ଓ ବହୁ ମୂଲ୍ୟବାନ ଜିନିଷ। ମିଳିଥିବା ସୂଚନା ଅନୁସାରେ ଆଜି ଆଜି ମଧ୍ୟାହ୍ନ ପାଖାପାଖି ୧୨.୩୦ ମିନିଟରେ ବାଣପୁର ଥାନା କୁମାରାଙ୍ଗ ଗ୍ରାମ ଅନ୍ତର୍ଗତ ଗୋଦାବରୀଶ ମହାବିଦ୍ୟାଳୟ ର  ପୂର୍ବତନ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ସତ୍ୟବାଦୀ ମହାପାତ୍ର(୮୭) ତାଙ୍କ ସ୍ତ୍ରୀ ଏବଂ ତିନି ଝିଅ ଙ୍କ ସହ ଏକ ଅଟୋ ରେ ବାଣପୁର ସ୍ଥିତ ୟୁକୋ ବ୍ୟାଙ୍କକୁ ଯାଇ  ନିଜର ପେନସନ ପଇସା ଦେଢ଼ ଲକ୍ଷ ଟଙ୍କା ଉଠାଇଥିଲେ। ଏହାପରେ ସମ୍ପୃକ୍ତ ଟଙ୍କା, ଦୁଇ ଗୋଟି ମୋବଇଲ, ପେନସନ ବହି, ବିଭିନ୍ନ ବ୍ୟାଙ୍କ ପାସ ବୁକ, ଇନକମ ଟାକ୍ସ କାଗଜ, ଚେକ ବହି, ଏ.ଟି.ଏମ ଓ ଅନ୍ୟାନ୍ୟ ଜରୁରୀ ଜିନିଷ ଏକ କଳା ବ୍ୟାଗ ରେ ରଖି…

Read More