ପ୍ରମୋଦ କୁମାର ମାହାକୁଡ କେନ୍ଦୁଝର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ନିକଟରେ ଥିବା ବୈତରଣୀ ସେତୁ ଉପରେ ବନ୍ୟା ଜଳ ପ୍ରବାହିତ ହେବା ଯୋଗୁ ଗତକାଲି ଦୀର୍ଘ ସମୟ ପର୍ଯ୍ୟନ୍ତ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ମଧ୍ୟରେ ଯୋଗାଯୋଗ ବ୍ୟାହତ ହୋଇଥିଲା । ଏହା ଯୋଗୁଁ ରାସ୍ତା କଡରେ ଶହ ଶହ ମାଲବାହୀ ଟ୍ରକ ଛିଡା ହେଇଥିବାର ଦେଖିବାକୁ ମିଳିଥିଲା । ବନ୍ୟା ଜଳ ପ୍ରବାହିତ ହେଉଥିବା ସମୟରେ ଯଶିପୁରରୁ କେନ୍ଦୁଝର ଫେରୁଥିବା ଏକ ଟ୍ରକ ବନ୍ୟା ସ୍ରୋତରେ ଓଲଟି ପଡିଥିଲା । ସ୍ଥାନୀୟ ଲୋକଙ୍କ ଦ୍ଵାରା ଡ୍ରାଇଭର ଉଦ୍ଧାର ହୋଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଅପରପକ୍ଷରେ ଢେଙ୍କିକୋଟ ପାଟଣାକୁ ସଂଯୋଗ କରୁଥିବା ରାସ୍ତାର ସ୍ଵାମନାଳ ପୋଲ ଉପରେ ପ୍ରାୟ ୬…
Author: Samikhsya Bureau
ନୂଆଦିଲ୍ଲୀ : ମହରମ ଶୋଭାଯାତ୍ରାକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଛନ୍ତି । ମହରମ ଶୋଭାଯାତ୍ରା ଆୟୋଜନକୁ ନେଇ ଦାଖଲ କରାଯାଇଥିବା ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଉତ୍ତର ପ୍ରଦେଶର ସୟେଦ କବାଲ ଜୱାଦଙ୍କ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଶୋଭାଯାତ୍ରାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି ସର୍ବୋର୍ଚ୍ଚ ଅଦାଲତ । ଏହି ଶୋଭାଯାତ୍ରାକୁ ଅନୁମତି ପ୍ରଦାନ କରାଗଲେ ଦେଶବ୍ୟାପୀ କରୋନାର ବିସ୍ତାରକୁ ଗୋଟିଏ ନିର୍ଦ୍ଧିଷ୍ଟ ଧର୍ମ ସହିତ ଯୋଡାଯିବ ବୋଲି କହିବା ସହିତ ଅନୁମତି ଦେବାକୁ ମନା କରିଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ମୁ୍ଖ୍ୟ ବିଚାରପତି ଏସ୍ ଏ ବୋବଡେ ଏହି ମାମଲାର ଶୁଣାଣି କରିଥିଲେ । ଏହି ଶୁଣାଣୀ ସମୟରେ ପିଟିସନର ପକ୍ଷରୁ ପୁରୀ ରଥଯାତ୍ରାର ଉଦାହରଣ ନିଆଯାଇଥିଲା । ତେବେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ତାହାକୁ ଖାରଜ କରାଯାଇଥିଲା । ରଥଯାତ୍ରା କେବଳ ଗୋଟିଏ ସ୍ଥାନରେ…
ଯାଜପୁରରେ ବର୍ଷା ପାଣି ମାଡିଯାଇଥିବା ବିଭିନ୍ନ ଅଞ୍ଚଳକୁ ବୁଲି ଦେଖୁଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ
ପୁରୀ : ପୁରୀ ଶ୍ରୀମନ୍ଦିର ଦ୍ବାରରେ ଥିବା କବାଟକୁ ରୁପାରେ ଛାଉଣୀ କରାଯିବ । ଶ୍ରୀମନ୍ଦିର ଭିତର ଓ ବାହାର ଚାରି ଦ୍ୱାର ଓ କବାଟର ମରାମତି କରାଯିବ । ଏହି ମରାମତି ସମୟରେ ସମସ୍ତ ଦ୍ୱାରରେ ରୁପାର ଚାଦର ଦିଆଯିବ । ଶ୍ରୀମନ୍ଦିରର ତିନୋଟି ମୁଖ୍ୟ ଦ୍ବାର କବାଟରେ ଛାଉଣୀ ହେବ ରୁପା । ବେହରଣ, ଜୟବିଜୟ ଏବଂ କଳାହାଟ ଦ୍ବାରରେ ଲାଗିବ ରୁପା । ଏହି ରୂପାକୁ ମହାପ୍ରଭୁଙ୍କର ଜଣେ ଭକ୍ତ ଦାନ କରିବାକୁ ସହମତି ପ୍ରକାଶ କରିଥିବା ଜଣାପଡିଛି । କବାଟରେ ରୂପା ଛାଉଣୀ ପାଇଁ ଡିଜାଇନ୍ ପ୍ରସ୍ତୁତି ଚାଲିଥିବା ସୂଚନା ରହିଛି । ମନ୍ଦିରର ସିଂହଦ୍ୱାର, ଜୟ ବିଜୟ ଦ୍ୱାର, କଳାହାଟ ଦ୍ୱାର, ରତ୍ନଭଣ୍ଡାର ଭିତର ଓ ବାହାର ଦ୍ୱାର, ଏବଂ ବଡ ଦେଉଳର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଦ୍ୱାର ନୂଆ କରି ତିଆରି ହେବ । ଏହି ସବୁ ଦ୍ୱାର ବର୍ମା ଟିକ୍…
ସୀତାରାମ ଅଗ୍ରଓ୍ବାଲ ବାଣପୁର : ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଉଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକରେ ମଧ୍ୟ ଦିନକୁ ଦିନ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ବାଣପୁର ବ୍ଲକରୁ ଚିହ୍ନଟ ପଜିଟିଭଙ୍କ ମଧ୍ୟରେ ବାଣପୁର ତହସିଲଦାର୍ ମନ୍ମଥ ବେହେରା ରହିଛନ୍ତି। ତହସିଲଦାର୍ଙ୍କ ସମେତ ତହସିଲ କାର୍ଯ୍ୟାଳୟର ଅନ୍ୟ ଚାରିଜଣ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ଶ୍ରୀ ବେହେରା ହୋମ୍ କ୍ବାରେଣ୍ଟାଇନ୍ରେ ରହିଥିବାବେଳେ ତାଙ୍କର କରୋନା ପଜିଟିଭ୍ ଆସିଥିବା ନେଇ ସେ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ହୋମ୍ କ୍ବାରେଣ୍ଟାଇନ୍ରେ ରହିବା ସହିତ କରୋନା ପରୀକ୍ଷା କରିବାକୁ ନିବେଦନ କରିଛନ୍ତି। ଜଣେ ଉତ୍ତମ ତହସିଲଦାର ଭାବେ ନିଜ ଦାୟିତ୍ବ ସମ୍ପାଦନ କରୁଥିବା ଶ୍ରୀ ବେହେରା କରୋନା ଆକ୍ରାନ୍ତ ହେବା ପରେ ସ୍ଥାନୀୟ ଜନସାଧାରଣଙ୍କୁ ସତର୍କ ଓ…
ମୁମ୍ବାଇ : ବିରୁଷ୍କାଙ୍କ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ବିରୁଷ୍କା ନୂଆ ବର୍ଷରେ ନୂଆ ଅତିଥିଙ୍କ ସ୍ବାଗତ କରିବେ ବୋଲି ସୂଚନା ଦେଇଛନ୍ତି । ନିଜେ କୋହଲି ଏକ ଟ୍ୱିଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି । ଆସନ୍ତା ଜାନୁୟାରୀ 2021ରେ ଆମେ ଦୁଇରୁ ତିନି ହେବାକୁ ଯାଉଛୁ ବୋଲି କୋହଲି ଟ୍ୱିଟ୍ କରିଛନ୍ତି । https://twitter.com/imVkohli/status/1298856026544906240?s=20 ପୂର୍ବରୁ ଯଦିଓ ଅନୁଷ୍କା ଗର୍ଭବତୀ ହେବାର କଥାଟି ସୋସିଆଲ ମିଡିଆରେ ଘୂରିବୁଲୁଥିଲା କିନ୍ତୁ ଏହାକୁ ନେଇ ଅନୁଷ୍କା କି ବିରାଟ କେହି ମତ ରଖିନଥିଲେ । ତେବେ ବିରାଟ ଏକ ଫଟୋ ଜରିଆରେ ନିଜ ପ୍ରଶଂସକଙ୍କ ସହିତ ଏହି ଖୁସି ଖବରକୁ ସେୟାର କରିଛନ୍ତି । ଏହି ଫଟୋରେ ଅନୁଷ୍କାଙ୍କ ବେବି ବମ୍ପ୍ ମଧ୍ୟ ଜଣାପଡିଛି । ଦୁହେଁ ବେଶ୍ ଖୁସି ଥିବାବେଳେ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି । ଏହି ଖବର ଜଣାପଡିବା ପରେ ବିଭିନ୍ନ ଭାରତୀୟ…
ଭୁବନେଶ୍ବର, ଉତ୍ତର-ପଶ୍ଚିମ ଓଡ଼ିଶା ଏବଂ ଆଖପାଖ ଅଞ୍ଚଳରେ ଲଘୁଚାପ ବର୍ତ୍ତମାନ ଝାଡଖଣ୍ଡ ମୁହାଁ ହେବାରେ ଲାଗିଛି। ଏହା ଦକ୍ଷିଣ-ପଶ୍ଚିମ ଝାଡଖଣ୍ଡ ଉପରେ ପଡିବାର ସମ୍ଭାବନା ସୃଷ୍ଟି ହୋଇଛି। ତେବେ ସମୁଦ୍ର ଭିତରେ ଏହି ଲଘୁଚାପର ବାତ୍ୟା ବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ଦକ୍ଷିଣ-ପଶ୍ଚିମ ଦିଗକୁ 7.6 କିଲୋମିଟର ଉଚ୍ଚତାରେ ପ୍ରବାହିତ ହେଉଛି। ଏହାଦ୍ବାରା ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଗତ ଦୁଇଦିନ ଧରି ଏହାର ପ୍ରଭାବରେ ଅଧିକାଂଶ ସ୍ଥାନରେ ମଧ୍ୟମ ବୃଷ୍ଟିପାତ ହୋଇଛି। ଅନେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲା ଉପରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତ୍ୟଧିକ ପ୍ରବଳ ବର୍ଷା ହୋଇଛି। ସେହିପରି ଅଧିକାଂଶ ସ୍ଥାନରେ ହାଲୁକା କିମ୍ବା ମଧ୍ୟମ ବୃଷ୍ଟିପାତ ହୋଇଛି। ଗତ 24 ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ସହରରେ ରେକର୍ଡ ହୋଇଥିବା ବୃଷ୍ଟିପାତର ମୁଖ୍ୟ ପରିମାଣ ହେଉଛି:…
ସୀତାରାମ ଅଗ୍ରଓ୍ବାଲ ଚିଲିକା : ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଜିଲ୍ଲାର ଏକ ନମ୍ବର ହଟସ୍ପଟ କରୋନା ଅଞ୍ଚଳ ବାଲୁଗାଁ-ବାଣପୁର ଗସ୍ତ କରିଥିଲେ। ଉକ୍ତ ଗସ୍ତରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଜେୟ ପ୍ରତାପ ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ , ଉପଜିଲ୍ଲାପାଳ ଅଶୋକ ବେହୁରିଆ, ବାଲୁଗାଁ ଏସ୍ଡିପିଓ ସୁରେଶ କୁମାର ଦାସ ଏବଂ ଖୋର୍ଦ୍ଧା ଡିଏସ୍ପି ସତୀଶ ଚନ୍ଦ୍ର ପାଢୀ ସାମିଲ୍ ଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବାଲୁଗାଁ ଏବଂ ବାଣପୁର ଏନଏସି କାର୍ଯ୍ୟାଳୟରେ ଦୁଇଟି ପୃଥକ ପୃଥକ ବୈଠକ ହୋଇଥିଲା। ଉକ୍ତ ବୈଠକରେ ଅଞ୍ଚଳର ସରକାରୀ ଅଧିକାରୀମାନଙ୍କ ସହ ସ୍ଥାନୀୟ ବ୍ୟବସାୟୀ ପ୍ରତିନିଧି, ବୁଦ୍ଧିଜୀବୀ, ମହିଳା ସ୍ବୟଂସହାୟକ ଗୋଷ୍ଠୀ ପ୍ରତିନିଧି ଏବଂ କିଛି ସମାଜସେବୀ ଉପସ୍ଥିତ ରହିଥିଲେ। ଜିଲ୍ଲାପାଳ କିପରି ଉଭୟ ଅଞ୍ଚଳରେ କରୋନାକୁ ପ୍ରତିହତ କରିହେବ ସେ ବିଷୟରେ ପୁଙ୍ଖାନୁପୁଙ୍ଗ ଭାବେ ଆଲେଚନା କରିବା ସହିତ ଏ ସମ୍ପର୍କରେ ସ୍ଥାନୀୟ ପ୍ରତିନିଧିମାନଙ୍କ ଠୁ ଅଭିଯୋଗମାନ…
Golden beach #Puri ready with all world class facilities…can’t wait for #Blueflag tag.
ନୂଆଦିଲ୍ଲୀ : ଟିକଟକ ସିଇଓ କେଭିନ ମେୟର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଆମେରିକାରେ ଟିକଟକ ବ୍ୟାନକୁ ନେଇ ଟ୍ରମ୍ପ ସରକାରଙ୍କୁ ନୋଟିସ ଜାରି କରାଯିବାର ଦୁଇ ଦିନ ମଧ୍ୟରେ କେଭିନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । କମ୍ପାନୀର ଜିଏମ ରହିଥିବା ଭାନେସା ପପ୍ପେସଙ୍କୁ ଅନ୍ତରୀଣ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି । କମ୍ପାନୀକୁ ବିଶ୍ୱସ୍ତରରେ ପ୍ରସିଦ୍ଧ କରାଇବା ତାଙ୍କର ଦାୟିତ୍ବ ରହିଥିଲା । ମାତ୍ର ଭାରତ ଏବଂ ଆମେରିକା ପରି ବଜାରରେ କମ୍ପାନୀକୁ ଅଗ୍ରଣୀ ଭାବରେ ରଖିବାରେ ବିଫଳ ହୋଇଥିବାରୁ ସେ ଅବ୍ୟାହତି ନେଉଛନ୍ତି ବୋଲି ମେୟର ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ସେହିପରି ଭାରତ ଏବଂ ଆମେରିକାରେ କମ୍ପାନୀ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ଶୀଘ୍ର ଉଦ୍ୟମ କରାଯିବ ବୋଲି ବାଇଟଡ୍ୟାନ୍ସ କମ୍ପାନୀର ପ୍ରତିଷ୍ଠାତା ୟିମିଙ୍ଗ ଝାଙ୍ଗ ପ୍ରକାଶ କରିଛନ୍ତି । ଚାରି ମାସ ପୂର୍ବରୁ ମେୟର…
ରାୟସେନ : କରୋନା ସଂକ୍ରମଣରୁ ମୁକ୍ତ ପାଇଁ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଏହି ସାମାଜିକ ଦୂରତ୍ବ ଏବେ ସାମାଜିକ ବାସନ୍ଦରେ ପରିଣତ ହେବାକୁ ଲାଗିଲାଣି । ଏପରି ଏକ ଘଟଣା ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରୁ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାର ଓବୁଦୁଲାଗଞ୍ଜ ବ୍ଲକରେ କରୋନାକୁ ନେଇ ସ୍ବାସ୍ଥ୍ୟ ବିଭାଗର ଚରମ ବିଫଳତା ସାମ୍ନାକୁ ଆସିଛି । ଏଠାରେ ଖସରୋଦ ଗ୍ରାମରେ ଜଣେ କରୋନା ସଂକ୍ରମିତ ଯୁବକଙ୍କ ପରିଜନଙ୍କୁ ଏକ ଟାପରିଆରେ ଅଗଷ୍ଟ 17 ତାରିଖରେ ଗାଈ ଓ ବଳଦ ସହିତ ହୋମ୍ କ୍ବାରେଣ୍ଟାଇନ୍ କରିଛନ୍ତି । ଏହା ସହିତ କରୋନା ସଂକ୍ରମିତ ଯୁବକଙ୍କ ପରିଜନଙ୍କ ସହିତ ଗ୍ରାମବାସୀମାନେ ସଉତୁଣୀ ପୂର୍ଣ୍ଣ ବ୍ୟବହାର କରୁଛନ୍ତି । ତାଙ୍କୁ ଏକପ୍ରକାର ବାସନ୍ଦ କରିଥିବାର ସୂଚନା ରହିଛି । ଏପରିକି କ୍ବାରେଣ୍ଟିନ୍ରେ ଥିବା ପରିଜନଙ୍କୁ ରାସନ ନା ପିଇବାକୁ ପାଣି ମିଳୁଛି । ସେମାନେ ବାଧ୍ୟ ହୋଇ ବର୍ଷା…
କେଦାର ମିଶ୍ର ପ୍ରତି ବର୍ଷ ଭାରତର କେନ୍ଦ୍ରୀୟ ବ୍ଯାଙ୍କ ବା ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ ଭାରତ ସରକାରଙ୍କ ନିକଟରେ ଏକ ବାର୍ଷିକ ରିପୋର୍ଟ ଦାଖଲ କରିଥାନ୍ତି। ଏହା ଦେଶର ଅର୍ଥନୀତି ଓ ତାର ଭବିଷ୍ୟତ ବିଷୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ବୋଲି କୁହାଯାଏ। ଏହି ରିପୋର୍ଟର ବ୍ୟାପକ ତର୍ଜମା କରିବା ଗଣମାଧ୍ୟମର ଏକ ପ୍ରାଥମିକ ଦାୟିତ୍ଵ। ତେବେ ଆଜିର ତାରିଖରେ ଆମର ଗଣମାଧ୍ୟମ ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟ କୁ ପୂରା ପଢିବ ଓ ତାର ବିଶ୍ଳେଷଣ କରିବ ବୋଲି ଭାବିବା ବୃଥା। ଅର୍ଥନୀତିର ଯେଉଁ ସବୁ ଅନ୍ଧାର ଦିଗ ବିଷୟରେ ରିଜର୍ଭ ବ୍ୟାଙ୍କର ଏହି ରିପୋର୍ଟ ସୂଚନା ଦେଇଛି, ତାକୁ ଜାଣିଶୁଣି ଆମର ଗଣମାଧ୍ୟମ ଅଣଦେଖା କରୁଛି। କରିବା ସ୍ଵାଭାବିକ। ସବୁକିଛି ଠିକ ଚାଲିଛି ବୋଲି ଯେଉଁ ସରକାରୀ ପ୍ରଚାର ଚାଲିଛି, ସେଥିରେ ଏହି ରିପୋର୍ଟ ଛୁଞ୍ଚି ଫୋଡି ଦେଇଛି। ସେପ୍ଟେମ୍ବର ମାସ ପର୍ୟନ୍ତ ଦେଶର ଋଣାତ୍ମକ ଅଭିବୃଦ୍ଧି…
ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ପ୍ରତ୍ୟେକ ଦିନ ନୂଆ ନୂଆ ମୋଡ ଦେଖିବାକୁ ମିଳିଛି । ସୁଶାନ୍ତଙ୍କ ମୃତ୍ୟୁ ନେଇ ଏବେ ଏନ୍ସିବି ତଦନ୍ତ ଆରମ୍ଭ କରିଥିବାବେଳେ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । ଏହି ପ୍ରସଙ୍ଗରେ କଙ୍ଗନାଙ୍କ ଟୁଇଟ୍ ପୁଣି ଚର୍ଚ୍ଚାକୁ ଆସିଛି । ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍ ସୁଶାନ୍ତଙ୍କ ମାମଲାରେ ଏନ୍ସିବିକୁ ସାହାଯ୍ୟ କରିବାକୁ ଆଗ୍ରହୀ ଥିବାବେଳେ ନିଜ ସୁରକ୍ଷା ପାଇଁ ଦାବି କରିଛନ୍ତି । ଏହାକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏନ୍ସିବିକୁ ସାହାଯ୍ୟ କରିବା ପାଇଁ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ଉତ୍ସୁକ ରହିଛନ୍ତି। କିନ୍ତୁ ସେ ଏଥିପାଇଁ ନିଜର ସୁରକ୍ଷା ପାଇଁ ଦାବି ଜଣାଇଛନ୍ତି । ସୁଶାନ୍ତଙ୍କ ମାମଲାରେ ଏନସିବି ତଦନ୍ତ ଆରମ୍ଭ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କଙ୍ଗନା କହିଛନ୍ତି ଯେ, ସେ ଏହି…
ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ 7 ଜଣଙ୍କ ଜୀବନ ନେଇଛି କରୋନା । ଏହା ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 448କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ସମ୍ବଲପୁରରୁ 3ଜଣ ରହିଥିବା ବେଳେ ବରଗଡରୁ 2 ଜଣ ଆକ୍ରାନ୍ତ ରହିଛନ୍ତି । ଏହା ବ୍ୟତୀତ ଭୁବନେଶ୍ୱର ଏବଂ ଭଦ୍ରକରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି । ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 62 ବର୍ଷ ହୋଇଥିବାବେଳେ ଭଦ୍ରକର ଆକ୍ରାନ୍ତଙ୍କ ବୟସ 60 ବର୍ଷ ବୋଲି ସୂଚନା ରହିଛି । ସେହିପରି ବରଗଡରୁ ଦୁଇ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଥିବାବେଳେ ଜଣେ 76 ବର୍ଷୀୟ ମହିଳା ଓ ଅନ୍ୟ ଜଣେ 65 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ସେହିପରି ଆଜି ସମ୍ବଲପୁରରୁ ତିନିଜଣ ମୃତ୍ୟୁବରଣ କରିଥିବାବେଳେ ମୃତକଙ୍କ ମଧ୍ୟରେ ଜଣେ 60 ବର୍ଷୀୟ…
ଭୁବନେଶ୍ବର : ଆଜି 30ଟି ଜିଲ୍ଲାରୁ ମୋଟ୍ 3 ହଜାର 384 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 587ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ 492, ସମ୍ବଲପୁରରୁ 182, ଗଞ୍ଜାମ ଓ ମୟୂରଭଞ୍ଜରୁ 177ଜଣ ଲେଖାଏଁ, ଯାଜପୁରରୁ 176, ବରଗଡରୁ 157, ରାୟଗଡାରୁ 154, ପୁରୀରୁ 121, ବାଲେଶ୍ବରରୁ 119, ସୁନ୍ଦରଗଡରୁ 101, ବଲାଙ୍ଗିରରୁ 99, ଝାରସୁଗୁଡାରୁ 94, କୋରାପୁଟରୁ 89, ଭଦ୍ରକରୁ 87, କେନ୍ଦ୍ରାପଡା ଓ ନୟାଗଡରୁ 76ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି କେଉଁଝରରୁ 63, ଢେଙ୍କାନାଳରୁ 60, କନ୍ଧମାଳରୁ 58, ମାଲକାନଗିରିରୁ 44, ଜଗତସିଂହପୁରରୁ 43, ସୋନପୁରରୁ 37, ନବରଙ୍ଗପୁରରୁ 31, କଳହାଣ୍ଡିରୁ 27, ନୂଆପଡାରୁ 19,ଦେବଗଡରୁ 16, ଅନୁଗୁଳୁରୁ 13, ଗଜପତିରୁ 9, ବୌଦ୍ଧରୁ 5 ଜଣ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 3 ହଜାର 384 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 2128ଜଣ ଚିହ୍ନଟ ହୋଇଥିବାବେଳେ 1256ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 90ହଜାର986କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 27 ହଜାର 672ଜଣ । ସେହିପରି ସୁସ୍ଥ ହୋଇଛନ୍ତି 62 ହଜାର 813ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 441ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ADM Revenue with BDO / Tahasildar / IIC Tihidi visited submerged areas of Tihidi block on 27/8.
ଭୁବନେଶ୍ବର : ଏକକ ପ୍ରବେଶିକା ପରୀକ୍ଷା ନିଟ୍ ଏବଂ ଜେଇଇ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଫୋନ୍ରେ କଥା ହୋଇଛନ୍ତି । ନିଟ୍ ଓ ଜେଇଇ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ନବୀନ ଚିଠି ଲେଖିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀଙ୍କ ସହିତ ଫୋନରେ ଆଲୋଚନା କରିଛନ୍ତି । ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ଥିବାବେଳେ ବନ୍ୟା ସ୍ଥିତି ମଧ୍ୟ ଜଟିଳ ରହିଛି । ଏପରି ସମୟରେ ନିଟ୍ ଏବଂ ଜେଇଇ ପରି ପ୍ରବେଶିକା ପରୀକ୍ଷା କରାଇବା ଉପଯୁକ୍ତ ହେବ ନାହିଁ ବୋଲି କହିବା ସହିତ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ଅନୁରୋଧ କରିଛନ୍ତି ନବୀନ । । କରୋନା ଏବଂ ବନ୍ୟା ପରସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବା ପାଇଁ ମୋଦିଙ୍କୁ ଅନୁରୋଧ କରିଛନ୍ତି ନବୀନ । ପୂର୍ବରୁ ସମସ୍ତ ଅଣ ବିଜେପି ଶାସିତ ରାଜ୍ୟ ମାନଙ୍କ…
2 hours of rainfall causing this at Saraswati Vihar, Bargarh.
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସିଛି । ଏବେ ଏହି ଘଟଣାର ତଦନ୍ତ ଭିଜିଲାନ୍ସ କରୁଥବାବେଳେ ଆଜି ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଛି । ମାମଲା ଭିଜିଲାନ୍ସ ବିଭାଗ ହାତକୁ ଯିବା ପରେ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନର ଆବେଦନ କରାଯାଇଥିଲା। ଗୁରୁବାର ଭୁବନେଶ୍ୱର ସ୍ଥିତ ଫରେନସିକ୍ ଲାବରେ ଆଜି ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଉଛି। ବିଦ୍ୟାଶ୍ରୀଙ୍କ ବୟାନରେ ତାଳମେଳ ରହୁନଥିବାରୁ ଲାଇ ଡିଟେକ୍ସନ ଟେଷ୍ଟ କରାଯାଉଛି । ସୂଚନାଯୋଗ୍ୟ, ଜୁଲାଇ 7 ତାରିଖ ଦିନ ଆଦିତ୍ୟଙ୍କୁ ଲିଙ୍ଗରାଜ ଟେମ୍ପଲ୍ ରୋଡ୍ ଷ୍ଟେସନ୍ ପାଖ ରେଳଧାରଣା ଉପରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା। ଜୁନ୍ 9 ତାରିଖ ଦିନ ଆଦିତ୍ୟଙ୍କର ବିଦ୍ୟାଶ୍ରୀଙ୍କ ସହ ବିବାହ ହୋଇଥିଲା।
ଭୁବନେଶ୍ବର, ସାରା ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀ ଫୁଲିବାରେ ଲାଗିଛି। ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ରାଜ୍ୟର 4ଟି ନଦୀର ଜଳ ବର୍ତ୍ତମାନ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସେଗୁଡିକ ହେଲା ନରାଜଠାରେ ମହାନଦୀ, ଆନନ୍ଦପୁର ଏବଂ ଆଖୁଆପଦାଠାରେ ବୈତରଣୀ, ଜାମଶୋଳା ଗେଟ ନିକଟରେ ସୁବର୍ଣ୍ଣରେଖା ଏବଂ ଜଳକା ନଦୀ। ଜଳସଂପଦ ବିଭାଗ ଅନୁସାରେ ଏହି ନଦୀଗୁଡିକର ଯେଉଁ ଜଳସ୍ତର ରହିଛା ତାହା ହେଉଛି 1-ମହାନଦୀ (ନରଜାଠାରେ)- ବର୍ତ୍ତମାନ ଜଳ ସ୍ତର 26.41 ରହିଛି, ଏହାର ବିପଦ ସଙ୍କେତ ହେଉଛି 25.93 2-ବୈତରଣୀ ( ଆନନ୍ଦପୁରଠାରେ)- ବର୍ତ୍ତମାନ ଜଳସ୍ତର 40.83,ବିପଦ ସଙ୍କେତ ହେଉଛି 38.35, ଆଖୁଆପଦାରେ- ଜଳସ୍ତର, 19.52, ବିପଦ ସଙ୍କେତ ହେଉଛି 17.83 3-ସୁବର୍ଣ୍ଣରେଖା ( ଜାମଶୋଳାଗେଟ)- ବର୍ତ୍ତମାନ ଜଳସ୍ତର 48.38, ବିପଦ ସଙ୍କେତ-49.15 4-ଜଳକା ନଦୀ ( ମାଥାଳି)- ବର୍ତ୍ତମାନ ଜଳସ୍ତର 7.05, ଏହାର ବିପଦ ସଙ୍କେତ-5.00

