ଭୁବନେଶ୍ବର, ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରୀ ରହିଛି। ପାଣିପାଗ ବିଭାଗ ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟ ୨୧ ଜିଲ୍ଳାରେ ବର୍ଷା ହେଉଛି । ତେବେ ଏହିପରି ପାଗ ଆହୁରି ଦୁଇ ଦିନ ଧରି ଲାଗି ରହିବ ବୋଲି ଜଣାପଡିଛି। ସେଥିପାଇଁ ୯ ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡିକ ହେଲା ସମ୍ବଲପୁର, ସୋନପୁର, ଝାରୁସୁଗୁଡା, ବରଗଡ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ସୁନ୍ଦରଗଡ ଓ ଦେଓଗଡ। ଏହି ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ସେଥିପାଇଁ ବନ୍ୟା ସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ। ସେହିପରି ଅନୁଗୁଳ, ନୂଆପଡା, ନବରଙ୍ଗପୁର, କେନ୍ଦୁଝର, ଢେଙ୍କାନାଳ, ମୟୁରଭଞ୍ଜ ଓ କନ୍ଧମାଳ ଜିଲ୍ଲାଗୁଡୁକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
Author: Samikhsya Bureau
ଭୁବନେଶ୍ୱର, ଆଜି ଭାରତୀୟ ଚାମ୍ବର ଅଫ୍ କମର୍ସ ଆନୁକୂଲ୍ୟରେ ଭାରତ-ଜାପାନ ବ୍ୟବସାୟ ଫୋରମ୍ ଏକ ଭର୍ଚୁଆଲ୍ ବୈଠକରେ ଜାପାନ ସହ ଭାରତର ଓ ସର୍ବୋପରି ଓଡ଼ିଶାର ସାଂସ୍କୃତିକ ସଂ ପର୍କ ଅତି ନିବିଡ଼ ବୋଲି ଶିଳ୍ପ ମନ୍ତ୍ରୀ କ୍ୟାପେଟନ ଦିବ୍ୟଶଙ୍କର ମିଶ୍ର ପ୍ରକାଶ କରିଛନ୍ତି। ଓଡ଼ିଶା ଆଉ ଭାରତର ସୁରକ୍ଷିତ ଗୋପନୀୟତା ହୋଇ ରହିନାହିଁ, ରାଜ୍ୟ ଶିଳ୍ପର ବିକାଶ କ୍ଷେତ୍ରରେ ଯେଉଁ ସୁଯୋଗ ସୃଷ୍ଟି କରିଛି ତାହା ଶିଳ୍ପ ସଂପ୍ରଦାୟମାନଙ୍କୁ ବେଶ୍ ଆକୃଷ୍ଟ କରି ପାରିଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ମନ୍ତ୍ରୀ ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ନିମନ୍ତେ ରହିଥିବା ସୁସ୍ଥ ପରିବେଶ ସହିତ ଅତ୍ୟାଧୁନିକ ଡିଜିଟାଲ୍ ପ୍ଲାଟ୍ଫର୍ମ ଗୋ-ସ୍ୱିଫଫ ଏକକ ବାତାୟନ ଜରିଆରେ ଶିଳ୍ପ ପ୍ରତିଷ୍ଠା ଓ ସଂଚାଳନ ପାଇଁ ସହାୟକ ହୋଇ ପାରିବ ବୋଲି କହିଥିଲେ। ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ଯେଉଁସବୁ ଶିଳ୍ପ ପାର୍କର ବିକାଶ…
ଭୁବନେଶ୍ବର, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ବର୍ତ୍ତମାନ ତାଙ୍କର ବାନ୍ଧବୀ ରିଆ ଚକ୍ରବର୍ତ୍ତି ଛନ୍ଧି ହୋଇପଡିଛନ୍ତି। ଏହାର ତଦନ୍ତ ସିବିଆଇ କରୁଥିବା ବେଳେ ଏବେ ରିଆଙ୍କ ବିରୋଧରେ ଆସିଛି ଆଉ ଏକ ସାଂଘାତିକ ଅଭିଯୋଗ। ଜାତୀୟ ଗଣମାଧ୍ୟମ ‘ଟାଇମସ ନାଓ’ ର ରିପୋର୍ଟ ଅନୁସାରେ ରିଆଙ୍କର କୁଆଡେ ଗଂଜେଇ କାରାବାର ସଂପୃକ୍ତି ରହିଛି। ସୁଶାନ୍ତଙ୍କ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡା ଓ ରିଆଙ୍କ ମଧ୍ୟରେ ହୋଇଥିବା ହ୍ଵାଟ୍ସଆପ ଚାଟରୁ ଏହା ଜଣାପଡିଛି ବୋଲି ଏହି ମିଡିଆ ପ୍ରମାଣିତ କରିଛି। ଏହି ଚାଟରୁ ଜଣାପଡିଛି ଯେ ରିଆ ଦୁଇ ପ୍ୟାକେଟ ଗଞ୍ଜେଇ କିଣିବାକୁ କୁଆଡେ ସୁଶାନ୍ତଙ୍କ ଘରୋଇ ସହାୟକ ଦିପେଶ ସାଓ୍ଵନ୍ତକୁ ୧୭ ହଜାର ଟଙ୍କା ଦେଇଥିଲେ। ତେବେ ରିଆ ଏହି ଚାଟ ବେଳେ ଉଲ୍ଲେଖ କରିଛନ୍ତି ଯେ, ଭୁବନେଶ୍ୱରର ଗଞ୍ଜେଇ ସବୁଠୁ ଭଲ। ତେବେ ପ୍ରକୃତରେ ଏହି ତଥ୍ୟ କେତେ ସତ ତାହା ଜଣାପଡି ନାହିଁ।
ଭୁବନେଶ୍ବର, ଦେଖିଲେ ହସିବେ, ଜଣେ ବ୍ୟକ୍ତି ମାସ୍କ ପରି ତିଆରି କରିଛନ୍ତି ପରଟା, ତାଓରେ ଚାଲିଛି ସେକା
ଭୁବନେଶ୍ବର, ରାଜ୍ୟରେ ବର୍ଷା ଓ ସମ୍ଭାବିତ ବନ୍ୟା ସଂପର୍କରେ ଆଜି ମୁଖ୍ୟମନ୍ତ୍ରୀ ଭିସି ମାଧ୍ୟମରେ ଏକ ଉଚ୍ଚସ୍ତରୀୟ ବୈଠକ କରିତିଲେ। ଏଥିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇ କହିଥିଲେ ଗତ ଦୁଇ ଦିନ ଭିତରେ ରାଜ୍ୟର ୯ଟି ଜିଲ୍ଲାରେ ହାରାହାରି ୧୦୦ ମିଲିମିଟର ବର୍ଷା ହୋଇଛି। ବୈତରଣୀ, ବୁଢାବଳଙ୍ଗ ଓ ସାଳନ୍ଦୀ ନଦୀରେ ଅଧିକ ପାଣି ଆସିଛି। ଆଜି ରାତି ଠାରୁ ଆସନ୍ତା କାଲି ମଧ୍ୟରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ବୈତରଣୀ, ବୁଢାବଳଙ୍ଗ ଓ ତେଲ ଆଦି ନଦୀରେ ମଧ୍ୟମ ଧରଣର ବନ୍ୟା ଆସିବାର ସମ୍ଭାବନା ରହିଛି। ଲୋକଙ୍କୁ ବନ୍ୟା ସମୟରେ ଉଦ୍ଧାର କରିବା ପାଇଁ ୧୦ଟି ODRAF team ଓ ଅଗ୍ନିଶମ ସେବା ୟୁନିଟ୍ ନିୟୋଜିତ ହୋଇଛନ୍ତି। ନଦୀବଂଧ ଗୁଡିକରେ patrolling କରାଯାଉଛି । ଜଳପ୍ଲାବିତ ଅଞ୍ଚଳ ଗୁଡିକରେ ଜଳ ନିଷ୍କାସନର ବ୍ୟବସ୍ଥା…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବୁଗୁଡ଼ା ବଡ଼ଶଙ୍ଖ ଠାରେ ଓଡ଼ିଶା ସରକାର ପୂର୍ତ୍ତବିଭାଗ ରାଜ୍ୟ ଯୋଜନା ପାଣ୍ଠିରୁ ବାଲିପଦର, କରସିଂ ରାଜ୍ୟ ରାଜପଥ-୩୩ କୁସମିସେତୁର ପ୍ରଶସ୍ତିକରଣକୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଆଜି ଶୁଭ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବୁଗୁଡ଼ା ପୂର୍ତ୍ତବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଶାସକଦଳର ପୋଲସରା ହିଁ ବିଧାୟକ ଯିଏକି କରୋନା ସମୟରେ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟସ୍ତ ରହିଥିଲେ। କ୍ୱାରେଣ୍ଟାଇନ୍ରେ ରଖିବା ବେଳେ ହେଉ କିମ୍ବା ସେମାନେ ଫେରିବା ବେଳେ ଟଙ୍କା ଦେବା ବେଳେ ହେଉ। ସେମାନଙ୍କ ଖାଇବା ପିଇବା ବୁଝିବା ସହ ସମସ୍ତ ସମସ୍ୟାମାନ ସମାଧାନ କରିଥିଲେ। ଏଥି ଯୋଗୁଁ ସେ କିଛି ଦିନ ତଳେ କରୋନାରେ ମଧ୍ୟ ଆକ୍ରାନ୍ତ ହୋଇ ଭୁବନେଶ୍ୱରଠାରେ ଚିକିତ୍ସାଧୀନ ହୋଇ ଫେରିଥିଲେ। ଏହି ସେତୁର ପ୍ରଶସ୍ତିକରଣ ପରେ ଯିବା…
ଭୁବନେଶ୍ବର, କୋଭିଡ ପରିଚାଳନା ସଂପର୍କରେ ଆଜି ମୁଖ୍ୟମନ୍ତ୍ରୀ ଏକ ଗରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ କରିଥିଲେ।ଏଥିରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାମାରୀ ସମୟରେ ଆତ୍ମସନ୍ତୋଷ ହିଁ ସବୁଠାରୁ ବଡ ଶତ୍ରୁ। ତେଣୁ ସାଧାରଣ ଲୋକ ହୁଅନ୍ତୁ, ବା ସରକାରୀ କର୍ମଚାରୀ ସମସ୍ତେ ଏଥିପ୍ରତି ସତର୍କ ରହି କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ରାଜ୍ୟରେ ଅଧିକ ପରୀକ୍ଷା କରାଯାଉଥିବା ସହିତ ସଂକ୍ରମଣ ହାର କମିଥିବା ଏବଂ ମୃତ୍ୟୁ ହାର ମଧ୍ୟ କମି ଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ହଟଷ୍ପଟ ଜିଲ୍ଲା ମାନଙ୍କରେ ଯେଉଁ ଅଞ୍ଚଳଭିତ୍ତିକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି, ତାକୁ କଡାକଡ ଭାବରେ ପାଳନ କରିବା ସହିତ ଆଗାମୀ ସପ୍ତାହ ବେଳକୁ ଯେଭଳି ପରିସ୍ଥିତିରେ ଆଖିଦୃଶିଆ ଉନ୍ନତି ଆସିପାରିବ, ସେ ଦିଗରେ କାମ କରିବା ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ଆଞ୍ଚଳିକ କୋଭିଡ ଚିକିତ୍ସାଳୟ ମାନଙ୍କରେ ଆବଶ୍ୟକ ମୁତାବକ ଆଇସିୟୁ ଶଯ୍ୟାର ଉପଲବ୍ଧତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ପୋଲିସ୍ ଏବଂ ବ୍ରହ୍ମପୁର ପୋଲିସ୍ ଦ୍ଵାରା ଅମାନିଆଙ୍କଠାରୁ ଜୋରିମାନା ଆଦାୟ ଜାରି ରହିଛି। ଆଜି ବ୍ରହ୍ମପୁର ପୋଲିସ୍ ଜିଲ୍ଲା ପକ୍ଷରୁ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ ଏବଂ ଚଢ଼ାଉ ଜାରି ରହିଥିଲା। ସାମାଜିକ ଦୂରତା ଉଲ୍ଲଂଘନରେ ୨ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବାବେଳେ ମାସ୍କ ପିନ୍ଧିନଥିବା ୬୫ ଜଣ ଅମାନିଆଙ୍କଠାରୁ ୧୩ ହଜାର ଟଙ୍କା ଆଦାୟ ହୋଇଛି। ଗାଡ଼ି ସମ୍ବନ୍ଧୀୟ ୧୫୪ ଜଣଙ୍କ ଚାଲାଣ କଟି ୭୭ହଜାର ଜୋରିମାନା ଆଦାୟ ହୋଇଛି। ସେହିପରି ଗଂଜାମ ପୋଲିସ୍ ଜିଲ୍ଲା ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ତରଫରୁ ଚଢ଼ାଉ ଏବଂ ପେଟ୍ରୋଲିଂ ମଧ୍ୟ ଜାରି ରହିଛି। ମାସ୍କ ପିନ୍ଧିନଥିବା ଅମାନିଆଙ୍କଠାରୁ ୧ଲକ୍ଷ ୩୧ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି। ସେହପରି ୧୦ଟି ସ୍ଥାନରେ ଅବକାରୀ ଚଢ଼ାଉ ହୋଇ ୪ ଜଣକୁ ଗିରଫ କରାଯାଇଥିବାବେଳେ ୪୯୦ ଲିଟର ବେଆଇନ ମଦ ଜବତ ହୋଇଛି।
ଭୁବନେଶ୍ବର, କୋଭିଡ19 ମୁକାବିଲା ପାଇଁ ଏଣିକି ବିଧାୟକମାନେ ତାଙ୍କର ଆଞ୍ଚଳିକ ବିକାଶ ପାଣ୍ଠିରୁ ମାସ୍କ କିଣିପାରିବେ। ତେବେ କୌଣସି କଂପାନୀରୁ ନୁହେଁ, ନିଜ ଅଞ୍ଚଳର SHG ମା’ମାନଙ୍କଠାରୁ ଏହି ମାସ୍କ କିଣିପାରିବେ। ଆଜି ଏକ ଭିଡିଓ କନଫ୍ରେସିଂ ମାଧ୍ୟମରେ ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତି ନେଇଛନ୍ତି। ଏହାଦ୍ବାରା ମାସ୍କ ତିଆରିରେ ନିୟୋଜିତ ଥିବା SHGର ମା ମନେ ଏହି ସମୟରେ ରୋଜଗାର ପାଇପାରିବେ। ଏଥିସହିତ SHG ମାନେ ଯେପରି ସୁବିଧାରେ ଋଣ ପାଇପାରିବେ, ସେଥିପାଇଁ ମଧ୍ୟ ଦୃଷ୍ଟି ରଖିବା ସହିତ ବ୍ୟାଙ୍କମାନଙ୍କ ସହିତ ଯୋଗାଯୋଗରେ ରହିବା ପାଇଁ ନବୀନ ପରାମର୍ଶ ଦେଇଥିଲେ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଗେଟ୍ବଜାର ମୁଖ୍ୟ ଛକଠାରୁ ବସ୍ ଏବଂ ଭାରିଯାନ ଯିବା ବନ୍ଦ କରି ନୂଆବସ୍ଷ୍ଟାଣ୍ଡ ରୋଡ଼୍ ଗୋକର୍ଣ୍ଣେଶ୍ୱର ମନ୍ଦିର ଦେଇ ଲୋଚାପଡ଼ା ଆଡ଼କୁ ଯିବାର ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ ଏହି ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତାଦେଇ ଅନେକଗୁଡ଼ିଏ ବସ୍ ଏବଂ ଭାରିଯାନ ଯାତାୟତ ହୋଇଥାଏ। ଯାହାକି କିଛି ମାତ୍ରାରେ ଗେଟ୍ବଜାର ଟ୍ରାଫିକ୍ ସମସ୍ୟା ସମାଧାନ ହୋଇପାରିଥିଲା। ରାସ୍ତାର ଅବସ୍ଥା ବର୍ତ୍ତମାନ ଶୋଚନୀୟ। ରାସ୍ତାଟିର କିଛି ଅଂଶ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ହୋଇଥିବାବେଳେ ଅନ୍ୟ କିଛି ରାସ୍ତା ପୂର୍ତ୍ତବିଭାଗ ଅନ୍ତର୍ଭୁକ୍ତ। ମୁଖ୍ୟତଃ ଗୋକର୍ଣ୍ଣେଶ୍ୱର ମନ୍ଦିରରୁ ଆସୁଥିବା ରାସ୍ତା ସାଉଥ୍କୋ ସବ୍ଷ୍ଟେସନ ଏବଂ ବୈକୁଣ୍ଠନଗର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଆଣ୍ଠୁଏ ଗର୍ତ୍ତ। ସାମାନ୍ୟ ବର୍ଷା ହେଲେ ସେହି ଗର୍ତ୍ତରେ ପାଣି ଜମି ରହୁଛି। ସେଗୁଡ଼ିକ ସହଜରେ ଗାଡ଼ି ଚାଳକ ଠିକ୍ସେ ଅନୁମାନ କରିପାରନ୍ତି ନାହିଁ। ଖାସ୍ କରି…
ଭୁବନେଶ୍ବର, ଗ୍ରାମ୍ୟ ଅର୍ଥନୀତିର ପୁନଃରୁଦ୍ଧାର ପାଇଁ ଅଧିକ ଋଣ ସହାୟତା, MSME, କୃଷି, ମତ୍ସ୍ୟ ଓ ପଶୁପାଳନ ଏବଂ SHG ଉପରେ ଅଧିକ ଫୋକସ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି କୋଭିଡ19 ନିୟନ୍ତ୍ରଣ ପାଇଁ ଏକ ଭିଡିଓ କନଫ୍ରେସିଂ ମାଧ୍ୟମରେ ସମୀକ୍ଷା କରିଥିଲେ। ଏହି ବୈଠକରେ ବର୍ତ୍ତମାନ କୋଭିଡ ସମୟରେ ଗ୍ରାମାଞ୍ଚଳ ଅର୍ଥନିତି କିପରି ସୁଦୃଢ ହୋଇପାରିବ ତା ଉପରେ ଆଲୋଚନା କରିଥିଲେ। କୋଭିଡ ପରିସ୍ଥିତି ଯୋଗୁ ଅନ୍ୟ ରାଜ୍ୟରୁ ଆସିଥିବା ଭାଇଭଉଣୀମାନେ ଯେପରି ଓଡିଶାରେ ରୋଜଗାର ପାଇପାରିବେ, ସେଥିପାଇଁ ସେମାନଙ୍କୁ ଛୋଟ ଛୋଟ ବ୍ୟବସାୟ ପାଇଁ ରିହାତିରେ ଋଣ ଯୋଗାଇ ଦିଆଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । ସେହିପରି ନିର୍ମାଣ ଶ୍ରମିକ ଯୋଜନାରେ ସେମାନଙ୍କର ଦକ୍ଷତା ନିରୂପଣ ଓ ପଞ୍ଜିକରଣ ସୁବିଧାରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଛେଳି, କୁକୁଡା ପାଳନ, ମତ୍ସ୍ୟ ଚାଷ ଆଦି ବିଭିନ୍ନ ଜୀବିକା କାର୍ଯ୍ୟକ୍ରମ ଲୋକଙ୍କୁ ରୋଜଗାର…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦିନକୁ ଦିନ କରୋନାର ସ୍ଥିତି ସୁଧୁରିବାରେ ଲାଗିଛି। ଯାହା ପ୍ରଶାସନ ତରଫରୁ ଆସୁଥିବା ସ୍ପଷ୍ଟ ଚିତ୍ରରୁ ଅନୁମାନ କରାଯାଉଛି। ସୂଚନାଥାଉକି ତଳ ଦିନେ ଗଂଜାମ ଜିଲ୍ଲା ଏକ ସଙ୍କଟଜନିତ ମୁହୂର୍ତ୍ତରେ ପହଞ୍ଚିଯାଇଥିଲା। ଏହି ଜିଲ୍ଲାରେ ରେଡ଼୍ ଜୋନ୍ ଥିଲା। କିନ୍ତୁ ବର୍ତ୍ତମାନ କିଛି ଦିନ ହେଲା ଖୋର୍ଦ୍ଧା ଜିଲ୍ଲାର ପଜିଟିଭ୍ ସଂଖ୍ୟା ବଢ଼ୁôଥିବାବେଳେ ଗଂଜାମ ଜିଲ୍ଲାର ମାମଲା ସଂଖ୍ୟା କମିବାରେ ଲାଗିଛି। ଜିଲ୍ଲାପାଳ ତଳ ଦିନେ ପ୍ରେସବିବୃତ୍ତିରେ ସ୍ପଷ୍ଟ କରିଥିଲେ ଯେ ସ୍ଥାନୀୟ ସଂକମ୍ରଣ ନିୟନ୍ତ୍ରଣାଧୀନ। ପ୍ରଶାସନ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁସାରେ ଗଂଜାମରେ ବର୍ତ୍ତମାନ ସୁଦ୍ଧା କରୋନା ପରୀକ୍ଷା ପାଇଁ ୧୯୬୬୬୯ ଲୋକଙ୍କଠାରୁ ସାମ୍ପଲ୍ ସଂଗ୍ରହ କରାଯାଇଛି। ସେଥିମଧ୍ୟରୁ ୧୬୯୩୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ୧୦୬୯୧ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। କିନ୍ତୁ ପ୍ରକୃତ ତଥ୍ୟ ହେଲା ଖୋର୍ଦ୍ଧା ଜିଲ୍ଲା ଖାସ୍ କରି ଭୁବନେଶ୍ୱର ସହରରେ ଟେଷ୍ଟିଂ ବଢ଼ାଇ ଦିଆଯାଇଛି।…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିଥିଲେ। ବର୍ତ୍ତମାନର ପରିସ୍ଥିତିରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଉଦ୍ବେଗକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ପୂଜା ଛୁଟି ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ଯେପରି କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି, ସେଥିରେ ଛାତ୍ରଛାତ୍ରୀମାନେ ଏକଠି ହେବା ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ। ଯେହେତୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରାଯାଇଛି, ତାପୂର୍ବରୁ ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି। ତେବେ ସ୍କୁଲ କଲେଜ କେବେ ଖୋଲିବ ତାହା ପୂଜା ଛୁଟି ପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ସକାଳ ୬.୩୦ ସମୟରେ ବଡ଼ବଜାରରେ ଥବା ବୈକୁଣ୍ଣ ଭବନ ନିକଟସ୍ଥ ଶ୍ରୀରାମ ସିଜନ ଷ୍ଟୋରରେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟି ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି। ସୂଚନାଯୋଗ୍ୟ ଉକ୍ତ ଦୋକାନଟି ୩ ମହଲା ବିଶିଷ୍ଟ ହୋଇଥିବାବେଳେ ମଝି ମହଲାରେ ସକାଳୁ ଫ୍ୟାନରୁ ସର୍ଟସର୍କିଟ ହୋଇ ନିଆଁ ବାହାରି ଅନ୍ୟ ଆଡ଼କୁ ବ୍ୟାପିଥିଲା। ଫଳରେ ଦୋକାନ ମଧ୍ୟରେ ଥିବା ଦୁଇଜଣ କର୍ମଚାରୀ ପ୍ରାଣ ବିକଳରେ ବାହାରକୁ ବାହାରି ଆସିଥିଲେ। ନିଆଁ ଲାଗିବା ବିଷୟ ମାଲିକ କେ. ପ୍ରଦୀପ କୁମାର ପାତ୍ର ଏବଂ ବ୍ରହ୍ମପୁର ଅଗ୍ନିଶମ ବିଭାଗକୁ ଜଣାଯାଇଥିଲା। ତୁରନ୍ତ ଫାୟାର ଅଧିକାରୀ ସନାତନ ମହାପାତ୍ରଙ୍କ ନେତୃତ୍ୱରେ ଦୁଇଟି ନିଆଁଲିଭା ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ସଂପୂର୍ଣ୍ଣ ଆହତ୍ତ କରିଥିଲେ। ଦୋକାନ ମଧ୍ୟରେ ଥିବା ବିଭିନ୍ନ ପ୍ରକାର ସିଜନ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା। ଅଗ୍ନିଶମ ବିଭାଗର ତ୍ୱରିତ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ସନ୍ଧ୍ୟା ସାଢ଼େ ସାତଟା ସମୟରେ ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ କୋଭିଡ଼୍-୧୯ରେ ନିୟୋଜିତ ଥିବା ପଞ୍ଚାୟତ ଆମ୍ବୁଲନସ ଦୁର୍ଘଟଣା ଗସ୍ତ ହୋଇଛି। କାହାର କିଛି କ୍ଷତି ହୋଇନଥିବାବେଳେ ଆମ୍ବୁଲାନସଟିର ଆଗପଟଟି ଭାଙ୍ଗି ଯାଇଛି। ସୂଚନାଥାଉକି ଏହି ରାସ୍ତାଟିରେ ପ୍ରାୟଦିନ ଦୁର୍ଘଟଣାମାନ ଘଟୁôଥିବାବେଳେ ପଞ୍ଚାୟତ ଆମ୍ବୁଲାନସ (ଓଆର୍ ୦୨ ଏଏ ୧୧୨୨)ଟି କ୍ଷୀପ୍ରଗତିରେ ଆସି ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡ଼ିଭାଇଡ଼ରକୁ ପିଟି ହୋଇଥିଲା। ଖବରପାଇ ପିସିଆର୍ ଭ୍ୟାନ ପହଞ୍ଚି ଉଦ୍ଧାର କରିଥିବାବେଳେ ଖବର ଲେଖା ହେବା ସୁଦ୍ଧା କ୍ଷୟକ୍ଷତିର ସୂଚନା ମିଳିନାହିଁ। ତେବେ ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ ଏହି ରାସ୍ତାରେ ପ୍ରତ୍ୟେକ ଦିନ ଛୋଟମୋଟ ଦୁର୍ଘଟଣାମାନ ଘଟୁଛି। କିଛିଦିନ ତଳେ ଏକ ସାରବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଦୋକାନ ଉପରକୁ ମାଡ଼ି ଯାଇଥିଲା। ସୂଚନାଯୋଗ୍ୟ ଦୁର୍ଘଟଣାଗସ୍ତ ଆମ୍ବୁଲାନସ କରୋନା ରୋଗୀ ନେବା ଆଣିବାରେ…
ଭୁବନେଶ୍ବର : ଆଜି ରାଜ୍ୟରୁ ରେକର୍ଡ ସଂଖ୍ୟକ 3 ହଜାର 343ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 732 ଜଣ ସୁସ୍ଥ ହୋଇଥିବାବେଳେ, ସୁନ୍ଦରଗଡରୁ 261, ଭଦ୍ରକରୁ 245ଜଣ, ଗଞ୍ଜାମରୁ 238 ଜଣ, ରାୟଗଡାରୁ 217 ଜଣ, କଟକରୁ 181, ବାଲେଶ୍ବରରୁ 155, ସମ୍ବଲପୁରରୁ 127 ଜଣ, ପୁରୀରୁ 121 ଜଣ, କୋରାପୁଟରୁ 119ଜଣ, ମୟୂରଭଞ୍ଜରୁ112, ସୋନପୁରରୁ 103, ବୌଦ୍ଧରୁ 84, ବରଗଡରୁ 78, କନ୍ଧମାଳରୁ 68, ବଲାଙ୍ଗିରରୁ 65ଜଣ, ନୟାଗଡରୁ 60ଜଣ, କଳାହାଣ୍ଡିରୁ 56ଜଣ, ମାଲକାନଗିରିର 54 ଜଣ, ଢେଙ୍କାନାଳରୁ 49 ଜଣ, ନବରଙ୍ଗପୁର ଓ କେଉଁଝରରୁ 34 ଜଣ, ଯାଜପୁରରୁ 32 ଜଣ, ଗଜପତିରୁ 27 ଜଣ,ଅନୁଗୁଳରୁ 22 ଜଣ, ଝାରସୁଗୁଡାରୁ 20ଜଣ,କେନ୍ଦ୍ରାପଡାରୁ19 ଜଣ, ଜଗତସିଂହପୁରରୁ 16ଜଣ, ନୂଆପଡାରୁ 11 ଜଣ, ଦେବଗଡରୁ ଜଣେ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏବେ ସର୍ବମୋଟ ସୁସ୍ଥଙ୍କ ସଂଖ୍ୟା 62 ହଜାର 813ରେ ପହଞ୍ଚିଛି ।
ଓସାକା : ଜାପାନର ଓସାକାର ଏକ ଅଞ୍ଚଳରେ ଖନନ କରାଯାଉଥିବା ସମୟରେ ପ୍ରାୟ 1500 ନରକଙ୍କାଳ ମିଳିଛି । ଓସାକା ସହର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସହର ବିକାଶ ନିମନ୍ତେ ଖନନ କାର୍ଯ୍ୟ କରାଯାଉଥିବା ସମୟରେ ଏହି କଙ୍କାଳ ଗୁଡିକୁ ଉଦ୍ଧାର କରାଯାଇଛି । ତେବେ ଏକ ସ୍ଥାନରୁ ଏତେ ସଂଖ୍ୟକ କଙ୍କାଳ ମିଳିବା ପରେ ମହାମାରୀରୁ ଯୋଗୁଁ ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଛି । ତେବେ ଏହି ସମସ୍ତ ମରଶରୀର ଗୁଡିକ ୧୮ ଶହ ଶତାବ୍ଦୀର ବୋଲି ଜଣାପଡିଛି । ଏହି ସମସ୍ତ ମୃତ ଶରୀରକୁ ଅଧିକ ପରୀକ୍ଷଣ ପାଇଁ ଖନନ ସ୍ଥଳରୁ ସ୍ଥାନାନ୍ତର କରାଯାଇଛି । ଏହି ମୃତ ଶରୀର ମାନଙ୍କୁ ପରୀକ୍ଷଣ କରାଯାଇ 18ଶହ ଶତାବ୍ଦୀରେ ଲୋକଙ୍କର ଜୀବନଶୈଳୀ ଏବଂ ମୃତ୍ୟୁ ପରର ପରସ୍ଥିତି ସମ୍ପର୍କରେ ଅନୁଶୀଳନ କରାଯିବ ।ଜାପାନର ବଣିକ ବ୍ୟବସାୟୀ ସହର ଓସାକାର ସାତୋଟି ଐତିହାସିକ ସମାଧି ସ୍ଥାନମଧ୍ୟରୁ ଉମେଡା କବର ଖନନ କରାଯାଇଥିଲା। ଆସୋସିଏସନର…
ନୂଆଦିଲ୍ଲୀ : ମୋରାଟୋରିୟମ୍ ଉପରେ ସୁଧ ଛାଡ ପ୍ରସଙ୍ଗକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ମୋରାଟୋରିୟମର ସୁଧଛାଡ ପାଇଁ ସରକାର ଆରବିଆଇ ପଛରେ ଲୁଚି ପାରିବେ ନାହିଁ ବୋଲି ସର୍ବୋଚ୍ଚ କୋର୍ଟ ସ୍ପଷ୍ଟ କରିଛନ୍ତି । ଜଷ୍ଟିସ ଅଶୋକ ଭୂଷଣ, ଆର ସୁଭାଷ ରେଡ୍ଡି ଓ ଏମ୍ ଆର ଶାହାଙ୍କ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଲକଡାଉନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିଲା ତେଣୁ ଏହାର ଦାୟିତ୍ୱ ମଧ୍ୟ ସରକାର ନିଜ ଉପରକୁ ନେବା ଉଚିତ ବୋଲି କହିବା ସହିତ କେନ୍ଦ୍ର ସରକାରଙ୍କ ଉପରେ ଦାୟିତ୍ୱ ଲଦିଛନ୍ତି ସର୍ବୋଚ୍ଚ କୋର୍ଟ । ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ଏହା କେନ୍ଦ୍ର ସରକାରଙ୍କ ପରିସରରେ ରହିଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ନେଇ କୌଣସି ଘୋଷଣା କରିନାହାନ୍ତି । ଋଣ ଉପରେ ସୁଧ ଛାଡ କରିବା ନିଷ୍ପତ୍ତି ସରକାରଙ୍କର ତେଣୁ…
ଭୁବନେଶ୍ବର : ଲଗାଣ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବୃଦ୍ଧି ହେବା ସହିତ ରାସ୍ତାରେ ପାଣି ଚାଲୁଛି । ପ୍ରବଳ ବର୍ଷା ଯୋଗୁଁ ଦୁଇଟି ଟ୍ରକ ଓ ଗୋଟିଏ କାର୍ ଭାସିଯିବା ସହ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । କରଞ୍ଜିଆରେ ବନ୍ୟା ପାଣିରେ ଟ୍ରକ୍ ଭାସିଯାଇଥିବାବେଳେ ଡ୍ରାଇଭରର ମୃତ୍ୟୁ ହୋଇଛି । ଚଢେଇଭଳ ବୈତରଣୀ ନଦୀ ପାଖ ଏକ କଲଭର୍ଟରୁ ଏକ ଟ୍ରକ୍ ଭାସିଯାଇଥିବାର ସୂଚନା ରହିଛି । କଲଭର୍ଟ ଉପରେ ପାଣି ଚାଲୁଥିବାବେଳେ ଟ୍ରକ୍ ନେବାରୁ ଏହି ଅଘଟଣ ଘଟିଛି । ସେହିପରି କେନ୍ଦୁଝରରେ ପ୍ରବଳ ପାଣି ସୁଅରେ ଏକ ଧାନ ବୋଝେଇ ଟ୍ରକ ଭାସିଯାଇଛି । କେନ୍ଦୁଝର ପାଟଣା ଥାନା ସ୍ବାମପାଟଣା ନିକଟରେ ଏହି ଟ୍ରକ୍ଟି ଭାସିଯାଇଥିବାବେଳେ ଡ୍ରାଇଭରକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବାର ସୂଚନା ରହିଛି । ଅପରପକ୍ଷରେ ଆନନ୍ଦପୁର ଜଞ୍ଜାଳି ନିକଟ ଏକ ନାଳରେ ଏକ କାର୍ ଭାସିଯାଇଥିବାବେଳେ ନିକଟ ବୁଦାରୁ ଜଣେ ବ୍ୟକ୍ତିଙ୍କ…
ଭୁବନେଶ୍ୱର : ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହୋଇଥିଲେ ମଧ୍ୟ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ। ଏହା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ତେବେ କେନ୍ଦ୍ରାପଡା, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଅଧିକ ବର୍ଷା ହୋଇଥିବାରୁ ସେଠାକାର ଜିଲ୍ଲାପାଳଙ୍କୁ ଅଧିକ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଭଦ୍ରକ ଓ ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଲରେ ବନ୍ୟା ଆଶଙ୍କା ରହିଛି। ତେବେ ସ୍ଥିତିକୁ ଦେଖି ଭଦ୍ରକ ଓ ଯାଜପୁରକୁ ଗୋଟିଏ ଲେଖାଏଁ ଏନ୍ଡିଆରଏଫ ଓ ଓଡ୍ରାଫ୍ ଟିମ୍ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ଏସ୍ଆର୍ସି। ସେପଟେ ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆସି ପାରେ ବୋଲି ସୂଚନା ରହିଛି । ତେବେ ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡାରେ ବନ୍ୟା ଆଶଙ୍କା ରହିଛି ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଅମାବାସ୍ୟା କିମ୍ବା ପୂର୍ଣ୍ଣିମା ନଥିବାରୁ…
ଲକ୍ଷ୍ନୌ : ଲକ୍ଷ୍ନୌରେ ଘଟିଛି ବଡ ସଡକ ଦୁର୍ଘଟଣା। ଲକ୍ଷ୍ନୌ-ହରଦୋଇ ରୋଡ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁଇଟି ବସ୍ ଓଭରଟେକ୍ ଦେବାରୁ ଧକ୍କା ହୋଇଥିଲା। ଦୁଇ ରୋଡଓ୍ବେଜ୍ ବସ୍ ପରସ୍ପରକୁ ଧକ୍କା ଦେବାରୁ ଏହି ଭୟଙ୍କର ଦୁର୍ଘଟଣା ହୋଇଛି, ଯେଉଁଥିରେ 6 ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଡ୍ରାଇଭର ସମେତ ଚାରିଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବାକି ଦୁଇଜଣ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ 8ରୁ ଅଧିକ ଲୋକେ ଆହତ ହୋଇଥିବା ସୂଚନା ମିଳିଛି। ବସ୍ ଭିତରେ ପାଖାପଖି 20ରୁ 22 ଜଣ ଲୋକ ଉପସ୍ଥିତ ରହିଛନ୍ତି। (ଏଜେନ୍ସି)

