ଭୁବନେଶ୍ବର, ପୁରୀ ପ୍ରଶାସନ ତୁରନ୍ତ ବଗଲା ଧର୍ମଶାଳାକୁ ପ୍ଲଟିଂ ବିକ୍ରୀ ଯୋଜନାରୁ ନିବୃତ ରୁହନ୍ତୁ। ତାହା ନ ହେଲେ ବିଜେପି ତରଫରୁ ତୀବ୍ର ବିରୋଧ କରାଯିବ। ଆଜି ଭୁବନେଶ୍ବରରେ ବିଜେପି କାର୍ଯ୍ୟାଳୟରେ ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ସାମ୍ବାଦିକ ସମ୍ମିଳନୀରେ ପାତ୍ର ଆହୁରି କହିଛନ୍ତି ଯେ, ଏହି ପ୍ଲଟିଂ ଯୋଜନା ପଛରେ ଏକ ବଡ ଷଢଯନ୍ତ୍ର ରହିଛି। ବର୍ତ୍ତମାନ ପୁରୀ ମ୍ୟୁନିସପାଲଟିରେ ନିର୍ବାଚିତ ପ୍ରତିନିଧି ନାହାଁନ୍ତି। ହେଲେ ସେମାନେ କିପରି ଏହି ଜମିକୁ ବିକ୍ରୀ କରିବାକୁ ଗଲେ ତାହା ପ୍ରଶ୍ନ ଉଠିଛି ବୋଲି ସମ୍ବିତ କହିଛନ୍ତି। ବଗଲା ଧର୍ମଶାଳାରେ ଗରୀବ ଶ୍ରେଣୀର ଭକ୍ତମାନେ ରହଣି ପାଇଁ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଜଣେ ବ୍ୟକ୍ତି ଏହି ଜମିକୁ ଦାନ କରିଛନ୍ତି। କୌଣସି ଦାନ ଜମିକୁ କେହି ବି ବିକ୍ରୀ କରିପାରିବେ ନାହିଁ। ତେଣୁ ସରକାର ତୁରନ୍ତ ଏହି ଜମି ବିକ୍ରୀ ପ୍ରକିୟାକୁ ବନ୍ଦ କରନ୍ତୁ ବୋଲି ସମ୍ବିତ କହିଛନ୍ତି।
Author: Samikhsya Bureau
ନୂଆଦିଲ୍ଲୀ, ଜଣେ ମହିଳାଙ୍କ ପେଟରୁ ବାହାରିଲା 50 କେଜି ଓଜନର ଏକ ଟ୍ୟୁମର। ଏହି ଘଟଣାଟି ସମସ୍ତଙ୍କ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତକଥା। ଘଟଣଟି ନୂଆଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ହସପିଟାଲରେ ଘଟିଛି। ପ୍ରାୟ 10 ଜଣିଆ ଡାକ୍ତରୀ ଦଳ ଜଣେ ମହିଳାଙ୍କ ପେଟକୁ ଅପରେସନ କରି ଏହି ବାରଟକାୟ ଟ୍ୟୁମରକୁ ବାହାର କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ଏହି ଡାକ୍ତରୀ ଦଳକୁ ଲାଗିଥିଲା ପ୍ରାୟ ସାଢେ ତିନିଘଣ୍ଟା ସମୟ। ବର୍ତ୍ତମାନ କରୋନା ପରିସ୍ଥିତିରେ ତାଙ୍କ ପେଟକୁ ଓପନ ସର୍ଜରୀ କରିବା ଏକ ବଡ ସଫଳତା ବୋଲି କୁହାଯାଉଛି। ନୂଆଦିଲ୍ଲୀରେ ରହୁଥିବା ଜଣେ ମହିଳା ପେଟରେ ଭୀଷଣ ଯନ୍ତ୍ରଣା ହେବାରୁ ସେ ଡାକ୍ତରଖାନା ଯାଇଥିଲେ। ସେଠାରେ ସେମାନେ ଅଲଟ୍ରାସାଉଣ୍ଡ କରିବା ପରେ ପେଟରେ ଏହି ଟ୍ୟୁମର ଥିବାର ଜାଣିବାକୁ ପାଇଲେ। ତେବେ ସେହି ଟ୍ୟୁମର ଯେଉଁ ଆକାରର ପେଟ ଭିତରେ ଥିଲା ସେଥିରେ ଲାପ୍ରୋସ୍କୋପିକ ସର୍ଜରୀ କରିବା ସମ୍ଭବ ନ ଥିଲା। ଫଳରେ ପ୍ରାୟ…
ରାଉରକେଲା, ଆସନ୍ତାକାଲି ନୂଆଖାଇ ଉପଲକ୍ଷେ ରାଉରକେଲା ସହରକୁ ସପ୍ତାହଅନ୍ତ ସଟ ଡାଉନ ନିୟମରେ କୋହଳ କରାଯାଇଛି। ଏ ନେଇ ଆଜି ସ୍ବତନ୍ତ୍ର ରିଲିଫ କମିସନରଙ୍କ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ କୋଭିଡ19 ନିୟମ ଅନୁସାରେ ରାଜ୍ୟ ସରକାର ପରିସ୍ଥିତିକୁ ଧ୍ୟାନରେ ରଖି ନିୟମରେ ପରିବର୍ତ୍ତନ କରିପାରିବେ। ବର୍ତ୍ତମାନ ରାଉରକେଲା ପରିସ୍ଥିତି ଅନ୍ୟ ସ୍ଥାନଠାରୁ ଭଲରେ ଅଛି। ସେଥିପାଇଁ କେବଳ ରାଉରକେଲା ମୁନିସପାଲଟି ଅଞ୍ଚଳରେ ରବିବାର ଦିନ ସର୍ଟ ଡାଉନକୁ ପ୍ରତ୍ୟାହାର କରାଯାଇଛି। ଏହାଦ୍ବାରା ଲୋକମାନେ ସେଠାରେ ନୂଆଖାଇ ପର୍ବ ଭଲରେ ପାଳନ କରିପାରିବେ। ତେବେ ଲୋକମାନେ ଯେପରି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ପ୍ରଭୃତି ନିୟମ କଡାକଡି ରହିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି। ଏହାକୁ ନଜରରେ ରଖିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି.
ନବରଂଗପୁର, ଦିନକୁ ଦିନ ନବରଂଗପୁର ଜିଲ୍ଲାରେ କରୋନା ସ୍ଥିତି ଅଣାୟତ ହେଉଥିବାରୁ ଜିଲ୍ଲାପାଳ ଦୁଇଦିନ ପାଇଁ ସଟ ଡାଉନ ଘୋଷଣା କରିଛନ୍ତି। ଆସନ୍ତା 25 ଓ 26 ତାରିଖ ରେ ପୁରା ଜିଲ୍ଲା ବନ୍ଦ ରହିବ। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଗଣମାଧ୍ୟମକୁ ଏହି ନିୟମରେ କୋହଳ କରାଯାଇଛି। କୋଭିଡ19 ନିୟମ ଅନୁସାରେ ଜିଲ୍ଲାରେ ସ୍ବାସ୍ଥ୍ୟ କର୍ମିଙ୍କୁ ଅନୁମତି ପ୍ରଦାନ କରାଯିବ।
ରମେଶ ମହାନ୍ତି ଜଗତସିଂହପୁର : ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଚିତିରା ପଞ୍ଚାୟତରେ, ସେ ରାଜଧାନୀର ଏକାମ୍ର ମହାବିଦ୍ୟାଳୟରୁ ସମ୍ପାଦକ ଭାବେ ନିର୍ବାଚିତ ହୋଇ ରାଜନୀତି ଜୀବନ ଆରମ୍ଭ କରି ସମାଜ ସେବାକୁ ବ୍ରତ କରିଥିବା ନାରୀନେତ୍ରୀ ମନ୍ଦାକିନୀ କରଙ୍କ ଉପରେ ବିଜୁ ଜନତା ଦଳର ଗୁରୁ ଦାୟିତ୍ୱ ଦେଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ତାଙ୍କୁ ରାଜ୍ୟ ବିଜୁ ଜନତା ଦଳ ସମ୍ପାଦିକା ଏବଂ ଅତିରିକ୍ତ ରାଜ୍ୟ ଛାତ୍ର ସଙ୍ଗଠନ ଦାୟିତ୍ୱ ମିଳିଛି । ରାଜ୍ୟରେ ଛାତ୍ର,ଛାତ୍ରୀ ମାନଙ୍କ ସଙ୍ଗଠନକୁ ମଜଭୁତ କରିବାକୁ ମନ୍ଦାକିନୀ ଅଣ୍ଟା ଭିଡିବେ ।ଛାତ୍ର ଜୀବନରୁ ନେତୃତ୍ବ ନେବାର ଆଭାସ ବାରି ହେଉଥିଲା ତାଙ୍କର । ୨୦୦୬ରେ ଏକାମ୍ର ମହାବିଦ୍ୟାଳୟ ରେ ସାଧାରଣ ସମ୍ପାଦିକା ଭାବେ ନିର୍ବାଚିତ ହୋଇ ମହାବିଦ୍ୟାଳୟର ଭଲମନ୍ଦ ଓ ଛାତ୍ର ଛାତ୍ରୀଙ୍କର ସୁବିଧା ଅସୁବିଧା ନେଇ ମହାବିଦ୍ୟାଳୟର କତୃପକ୍ଷଙ୍କ ନଜରକୁ ଆଣୁଥିଲେ ମନ୍ଦାକିନୀ । ଭୁବନେଶ୍ବରର ବିଭିନ୍ନ ମହାବିଦ୍ୟାଳୟରେ…
ସମ୍ବଲପୁର, ରାତି ପାହିଲେ ନୂଆଖାଇ। ହେଲେ ପଶ୍ଚିମ ଓଡିଶାର ଏହି ଗଣ ପର୍ବ ଏଥର କରୋନା ଭାଇରସ ପାଇଁ ଜାକଜକମରେ ପାଳନ ହୋଇପାରୁ ନାହିଁ। କରୋନା ପାଇଁ ପ୍ରସିଦ୍ଧ ସମଲେଶ୍ବରୀ ମନ୍ଦିରକୁ ଭକ୍ତମାନେ ଯାଇପାରିବେ ନାହିଁ। ଆଜି ଏହି ଘୋଷଣା ମନ୍ଦିର ଟ୍ରଷ୍ଟ ସଭାପତି ସଂଜୟ ବାବୁ କରିଛନ୍ତି। ସେ କହିଛନ୍ତି ଯେ, କୋଭିଡ 19 କଟକଣା ଅନୁଯାୟୀ ମା ସମଲେଶ୍ବରୀ ମନ୍ଦିରକୁ ଭକ୍ତମାନଙ୍କ ପ୍ରବେଶ ନିଷେଧ କରାଯାଇଛି। କେବଳ ବିଧି ପାଳନ ପାଇଁ ମନ୍ଦିର ଭିତରେ ସେବକମାନେ କାର୍ଯ୍ୟ କରିବେ। ତେବେ ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ମନ୍ଦିର ତରଫରୁ ସୋସିଆଲ ମିଡିଆର ପୂଜାନିତି ସିଧାପ୍ରସାରଣ କରାଯିବ ବୋଲି ସଂଜୟ କହିଛନ୍ତି।
ଭୁବନେଶ୍ବର, କରୋନା ଭାଇରସ ଯୋଗୁଁ ଆଜି ରାଜ୍ୟରେ ୯ ଜଣଙ୍କ ପ୍ରାଣହାନୀ ଘଟିଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୯ ରେ ପହଞ୍ଚିଛି । ନଅ ଜଣଙ୍କ ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ୩ଜଣ, ସୁନ୍ଦରଗଡ଼ରୁ ୨ଜଣ, ବଲାଙ୍ଗୀର, ଗଞ୍ଜାମ, ମାଲକାନିଗିରି ଓ ରାୟଗଡାରୁ ଜଣେ ଲେଖାଏଁ ବାସିନ୍ଦା ଅଛନ୍ତି । ବର୍ତ୍ତମାନ ଗଞ୍ଜାମରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୧ କୁ ବୃଦ୍ଧି ପାଇଛି । କଟକ ଜିଲ୍ଲା- ତିନିଜଣ ମୃତ- ଦୁଇଜଣ ୭୦ ଓ ୫୧ ବର୍ଷୀୟା ମହିଳା ,ଜଣେ ୫୦ ବର୍ଷୀୟ ପୁରୁଷ ଅଛନ୍ତି। ସୁନ୍ଦରଗଡ଼ ଜିଲ୍ଲା- ଦୁଇ ଜଣ ମୃତକ- ୫୪ ଓ ୬୦ ବର୍ଷୀୟ ଦୁଇଜଣ ପୁରୁଷ ଅଛନ୍ତି । ବଲାଙ୍ଗୀର ଜିଲ୍ଲା- ମୃତକ ଜଣେ- ୨୮ ବର୍ଷୀୟ ପୁରୁଷ ଗଞ୍ଜାମ ଜିଲ୍ଲାର- ମୃତକ ଜଣେ ୬୦ ବର୍ଷୀୟ ପୁରୁଷ ରାୟଗଡା ଜିଲ୍ଲା-ଜଣେ- ମୃତକଙ୍କ ବୟସ ୫୧ବର୍ଷ ପୁରୁଷ ମାଲାକାନାଗିରି ଜିଲ୍ଲା-ଜଣେ-…
କେଦାର ମିଶ୍ର ନିଜ ସରକାରର ଭାବମୂର୍ତ୍ତି ବଢାଇବାକୁ ଏକ ବିରାଟ “ମିଡିଆ ପ୍ଯାକେଜ” ଏବେ ସରକାରୀ ସ୍ତରରେ ପ୍ରସ୍ତୁତ ହେଉଛି ବୋଲି ଏବେ ଖବର ମିଳିଛି। ପ୍ରତିଦିନ ହାରାହାରି ହଜାରେ ଲୋକ କରୋନା ଭୂତାଣୁର ଶିକାର ହୋଇ ପ୍ରାଣ ହରାଉଥିବା ବେଳେ, ଏ ପ୍ରକାର ପ୍ରଚାରର ଆବଶ୍ୟକତାକୁ ନେଇ ଅନେକ ପ୍ରଶ୍ନବାଚୀ ଅବଶ୍ୟ ଉଠିବ। ତେବେ କୌଣସି ପ୍ରଶ୍ନବାଚୀ ବା ସମାଲୋଚନାକୁ ଖାତିର କରିବା ଭଳି ଅବସ୍ଥା ମୋଦୀ ସରକାରଙ୍କର ନାହିଁ। ମୋଦୀ ସରକାରର ଗୋଟେ ବିଶିଷ୍ଟ ଗୁଣ ହେଉଛି, ସମାଲୋଚନା କୁ ଆଦୌ ଗୁରୁତ୍ଵ ନଦେବା। ସରକାର ଯାହା କରୁଛନ୍ତି ତାହା ହିଁ ଠିକ ଓ ତାକୁ ଗ୍ରହଣ କରିବାକୁ ଜନତା ବାଧ୍ୟ- ଏମିତି ଏକ ଧାରଣା ଉପରେ ମୋଦୀ ସରକାରର ଅସ୍ତିତ୍ଵ ଗଢା ହୋଇଛି। ଏହା ଏକ ପ୍ରକାର ପ୍ରଚଣ୍ଡ ଆତ୍ମବିଶ୍ଵାସ ବୋଲି କୁହାଯାଇ ପାରିବ। ତେବେ କରୋନା ସମୟରେ କି ପ୍ରକାର ପ୍ରଚାର ବା ସରକାରୀ ଭାବମୂର୍ତ୍ତିର…
ଭଦ୍ରକ, ଆଜି ଭଦ୍ରକର ସାଂସଦ ମଂଜୁଲତା ମଣ୍ଡଳ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ନିଜ ଟୁଇଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି। ତାଙ୍କର କରୋନା ଲକ୍ଷଣ କିଛି ଦେଖାଦେବାରୁ ସେ ସନ୍ଦେହରେ ପରୀକ୍ଷା କରାଇଥିଲେ। ଏହି ପରୀକ୍ଷା ରିପୋର୍ଟ ପଜେଟିଭ ଆସିଛି ବୋଲି ମଂଜୁଲତା କହିଛନ୍ତି। ସେଥିପାଇଁ ସେ ବର୍ତ୍ତମାନ ହୋମ କ୍ବାରଣ୍ଟାଇନରେ ଅଛନ୍ତି। ତେବେ ତାଙ୍କ ସଂପର୍କର ଯେଉଁମାନେ ଆସିଛନ୍ତି ସେମାନେ ପରୀକ୍ଷା କରାଇ ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ଗତକାଲି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ।
Beautiful Photos of Angul Sukinda new Railway Line Construction .
ଭୁବନେଶ୍ବର: ଆଜି ୨୯ଟି ଜିଲ୍ଲାରୁ ମୋଟ୍ ୨ହଜାର ୮୧୯ ଆକ୍ରାନ୍ତ ଚିହ୍ନଟ ହୋଇଛି। ୨୮୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୧୧୨୮ ଜଣ ସ୍ଥାନୀୟ ମାମଲା। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ୫୩୭କୁ ବୃଦ୍ଧି ହୋଇଛି। କୋରୋନରୁ ୫୦୫୦୩ ଜଣ ସୁସ୍ଥ ହୋଇଥିବାବେଳେ ୨୪୫୮୨ ଜଣ ଚିକିତ୍ସାଧୀନ ଅଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୪୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରେ ୨୫୭ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ମୟୂରଭଞ୍ଜରୁ ୨୧୯, ଗଞ୍ଜାମରୁ ୧୯୨, ରାୟଗଡରୁ ୧୪୭, ସମ୍ବଲପୁରରୁ ୧୪୫, ବରଗଡରୁ ୧୩୬, ଯାଜପୁରରୁ ୧୨୦, ପୁରୀରୁ ୧୦୯, ବାଲେଶ୍ବରରୁ ୧୦୫, ଢେଙ୍କାନାଳରୁ ୧୦୦, ମାଲକାନଗିରିରୁ ୮୩, କୋରାପୁଟରୁ ୮୧, ଭଦ୍ରକରୁ ୭୭, ନୟାଗଡରୁ ୬୪, ଝାରସୁଗୁଡାରୁ ୬୩, କେନ୍ଦ୍ରାପଡା ଓ ଗଜପତିରୁ ୬୨ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ ୫୭, ବଲାଙ୍ଗୀରିରୁ ୫୬, କଳାହାଣ୍ଡିରୁ ୫୫, ଜଗତସିଂହପୁରରୁ ୪୮, କନ୍ଧମାଳରୁ ୪୪, ଅନୁଗୁଳରୁ…
ଭୁବନେଶ୍ବର: ଆଜି ୨୯ଟି ଜିଲ୍ଲାରୁ ମୋଟ୍ ୨ହଜାର ୮୧୯ ଆକ୍ରାନ୍ତ ଚିହ୍ନଟ ହୋଇଛି। ୨୮୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୧୧୨୮ ଜଣ ସ୍ଥାନୀୟ ମାମଲା। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ୫୩୭କୁ ବୃଦ୍ଧି ହୋଇଛି। କୋରୋନରୁ ୫୦,୫୦୩ ଜଣ ସୁସ୍ଥ ହୋଇଥିବାବେଳେ ୨୪,୫୮୨ ଜଣ ଚିକିତ୍ସାଧୀନ ଅଛନ୍ତି।
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ରାଜ୍ୟରେ କରୋନା ନମୁନା ପରାକ୍ଷଣ ମଧ୍ୟ ସେହି ଅନୁପାତରେ ବଢିବାରେ ଲାଗିଛି। ଗୋଟିଏ ଦିନରେ ସର୍ବାଧିକ କରୋନା ଟେଷ୍ଟ କରାଯାଇଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ରେକର୍ଡ ସଂଖ୍ୟକ ୬୧ ହଜାର ୩୭୯ ନମୁନା ପରୀକ୍ଷା କରାଯାଇଛି । ମୋଟ୍ ପରୀକ୍ଷା ମଧ୍ୟରୁ ୫୪ ହଜାର ୨୪୩ଟି ଆଣ୍ଟିଜେନ୍ ପରୀକ୍ଷା ହୋଇଥିବାବେଳେ ଆର୍ଟିପିସିଆର ମାଧ୍ୟମରେ ୭ ହଜାର ୫୪ଓ ଟ୍ରୁନାଟ୍ ମାଧ୍ୟମରେ ୮୨ଟି ସାମ୍ପଲ୍ ପରୀକ୍ଷା ହୋଇଥିବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୮୬୦୩ ଜଣ ଙ୍କ ପରୀକ୍ଷା ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨ ଲକ୍ଷ ୩୩ ହଜାର ୮୦୫ ସାମ୍ପଲ ପରୀକ୍ଷା ହୋଇଥିବାର ସୂଚନା ରହିଛି।
ନୂଆଦିଲ୍ଲୀ: ଭାରତର କରୋନା ସଂଖ୍ୟା ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୭୦ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂତନ ୬୯ ହଜାର ୮୭୮ ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହ ୯୪୫ ଜଣଙ୍କ ପ୍ରାଣହାନି ହୋଇଛି। ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ୭୫ ହଜାର ୭୦୨ରେ ପହଞ୍ଚିଛି। ଏହା ସହିତ ମୃତ୍ୟୁ ସଂଖ୍ୟା ୫୫ ହଜାର ୭୯୪ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୨ ଲକ୍ଷ ୨୨ ହଜାର ୫୭୮ ଜଣ ଅକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୬ଲକ୍ଷ ୯୭ ହଜାର ୩୩୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ସ୍ବାସ୍ଥ୍ୟବିଭାଗ ତରଫରୁ ଜାରି କରାଯାଇଥିବା ତଥ୍ୟାନୁସାରେ ଦେଶରେ ମୃତ୍ୟୁ ୧.୯୮ପ୍ରତିଶତ ରହିଛି। ସେହିପରି ଆରୋଗ୍ୟ ହାର ୭୪ ପ୍ରତିଶତ ରହିଛି। (ଏଜେନ୍ସି)
ଭୁବନେଶ୍ବର, ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି ଭୁବନେଶ୍ବରରେ ପହଁଛି ବଗଲା ଧର୍ମଶାଳା ପ୍ରସଂଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରେ ସମ୍ବିତ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ବଗଲା ଧର୍ମଶାଳା ବିକ୍ରୀ ବେଆଇନି। ଜିଲ୍ଲା ପ୍ରଶାସନ ତୁରନ୍ତ ଏହାକୁ ପ୍ରତ୍ୟାହାର କରନ୍ତୁ ବୋଲି ସେ ଦାବୀ କରିଛନ୍ତି। ସମ୍ବିତ ଭୁବନେଶ୍ବର ପହଁଚିବା ପରେ ପୁରୀ ଯାଇଛନ୍ତି। ସେଠାରେ ସେ ପରିସ୍ଥିତି ଅନୁଧ୍ୟାନ କରିବେ। ଏ ନେଇ ଆଜି ଅପରାହ୍ନରେ ସେ ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କହିଛନ୍ତି।
ପୁରୀ, ଆଜି ଗଣେଷ ପୂଜା। ହେଲେ କରୋନା ଯୋଗୁଁ ଯେପରି ଧୂମଧାମରେ ଏହି ପୂଜା ହେବା କଥା ତାହା ହୋଇପାରୁ ନାହିଁ। ତେବେ ଏପରି ପରିସ୍ଥିତରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ଏକ ଭିନ୍ନ ବାର୍ତ୍ତା ଦେଉଛି। ଗଣେଷ ପୂଜା ଅବସରରେ ସୁଦର୍ଶନ ପୁରୀ ବେଳାଭୂମିରେ କରିଛନ୍ତି ଏକ ଗଣେଷ ବାଲୁକା କଳା। ସୁଦର୍ଶନ ଏହି ବିରାଟକାୟ ଗଣେଷ ସ୍ଥାପତ୍ୟ କରିବା ସହିତ କରୋନା ସଚେତନତାର ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ ପ୍ରଭୃ ଗଜାନନଙ୍କୁ ସାରା ବିଶ୍ବକୁ କରୋନାରୁ ମୁକ୍ତି ଦେବା ପାଇଁ ପ୍ରାର୍ଥନା କରିଛନ୍ତି। ଗଣେଷ ପ୍ରତିମୂର୍ତ୍ତିର ଶୁଣ୍ଢ ପାଖରେ ସୁଦର୍ଶନ ଏକ ଗୋଲାକାର ସ୍ଥାପତ୍ୟ କରି ସେଥିରେ ଏହି ବାର୍ତ୍ତା ଲେଖିଛନ୍ତି। ଇଂରାଜୀରେ ଲେଖିଥିବା ଏହି ବାର୍ତ୍ତାର ଓଡିଆରେ କୁହାଯାଇପାରେ ଯେ, କୋରନା ସହିତ ଯୁଦ୍ଧ କରିବା ପାଇଁ ପ୍ରଭୃ ଗଣେଷ ଆମକୁ ଶକ୍ତି ପ୍ରଦାନ କରନ୍ତୁ। ତେବେ ଏହି ବାଲୁକାକଳାକୁ ଅନୁଧ୍ୟାନ କଲେ ପ୍ରଭୃ…
ଭୁବନେଶ୍ବର, ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଧିରେ ଧିରେ ଦାନା ବାନ୍ଧିବାରେ ଲାଗିଛି। ଏହାର ପ୍ରଭାବରେ 22 ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବା ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ତେବେ ଏହା 24 ତାରିଖ ବେଳକୁ ଭୀଷଣ ରୂପରେ ପରିବର୍ତ୍ତନ ହେବାର ସମ୍ଭାବନା ରହଛି। ଯାହା ଫଳରେ 25 ଏବଂ 26 ତାରିଖରେ ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି। ବିଶେଷ କରି ଉପକୂଳ ଓଡିଶା ଏବଂ ଉତ୍ତର ଓଡିଶାର ଏହି ବର୍ଷାର ପ୍ରଭାବ ବେଶୀ ପରିଲକ୍ଷିତ ହେବ।
ଭୁବନେଶ୍ବର, କୋଭିଡ-୧୯ର ମୁକାବିଲା ନିମନ୍ତେ ବୈଷୟିକ ଜ୍ଞାନ ପ୍ରୟୋଗ କରି ଉଦ୍ଭାବନ କରିଥିବା ୩ଟି ସାମଗ୍ରୀ ପାଇଁ ଆଇଟିଆଇ ବ୍ରହ୍ମପୁର ପ୍ୟାଟେଣ୍ଟକୁ ପଞ୍ଜୀକୃତ କରିବା ପାଇଁ ଆବେଦନ କରିଛି । ଏହି ଉଦ୍ଭାବନ ଉପରେ ଆଇଟିଆଇ ବ୍ରହ୍ମପୁରର ଅଗ୍ରାଧିକାର ରହିବ । ଦେଶର ଅନ୍ୟାନ୍ୟ ଆଇଟିଆଇ ଓ ଏନଆଇଟିଗୁଡିକର ପଦାଙ୍କ ଅନୁସରଣ କରି ଆଇଟିଆଇ ବ୍ରହ୍ମପୁର ଦେଶର ଏହି ପ୍ୟାଟେଣ୍ଟ କ୍ଲବରେ ସାମିଲ ଦେଇଛି । ଯେଉଁ ୩ଟି ଉଦ୍ଭାବନ ପ୍ରତିଷ୍ଠାନ କରିଛି, ସେଥିରେ ରହିଛି – 1-ଭ୍ରାମ୍ୟମାଣ ସ୍ଵାବ ସଂଗ୍ରହ କିଓସ୍କ – ନିକଟରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କରୋନା ଭୂତାଣୁ ବାୟୁ ଦ୍ଵାରା ବ୍ୟାପିବାର ଘୋଷଣା କରିଛି। ଜଳୀୟ କଣାଗୁଡିକ ଅଧିକ ସମୟ ବାୟୁ ମଣ୍ଡଳରେ ତିଷ୍ଠି ରହୁଥିବାରୁ ସ୍ଵାବ ସଂଗ୍ରହ ସମୟରେ ସନ୍ଦିଗ୍ଧ ରୋଗୀ ହସ୍ପିଟାଲ ବା ଭ୍ରାମ୍ୟମାଣ କିଓସ୍କର ବାହାରେ ରହିଥାଏ। ସ୍ଵାବ ସଂଗ୍ରହକାରୀ ଟେକନିସିଆନକୁ କିଓସ୍କ ଭିତରେ ରହିବାକୁ ପଡେ । ସେଥିପାଇଁ ସଂକ୍ରମିତ…
ଭୁବନେଶ୍ୱର, କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଅର୍ଜୁନ କ୍ରୀଡା ପୁରସ୍କାର ପାଇଁ ମନୋନୀତ ହୋଇଥିବା ଓଡିଶାର ଦ୍ରୁତତମ ଧାବିକା ଦୂତୀ ଚାନ୍ଦଙ୍କୁ ଇଲୋକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ନିଜର ଅଦମ୍ୟ ଇଚ୍ଛାଶକ୍ତି ଓ ପ୍ରଚେଷ୍ଟା ବଳରେ ସଫଳତାର ପାହାଚ ଚଢି ଚାଲିଥିବା ଦୂତୀ ଆଜି ଅର୍ଜୁନ ପୁରସ୍କାର ବିଜୟୀ ହୋଇ ସମଗ୍ର ଓଡିଶା ପାଇଁ ଯଥେଷ୍ଟ ଗୌରବ ଆଣି ପାରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଆଗାମୀ ଅଲମ୍ପିକ ପାଇଁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ଦୂତୀ କ୍ରୀଡା କ୍ଷେତ୍ରରେ ଆହୁରି ସଫଳତା ଆଣି ଓଡିଶା ତଥା ଆମ ଦେଶ ଭାରତକୁ ଗୌରବାନ୍ୱିତ କରିବେ ବୋଲି ମନ୍ତ୍ରୀ ନିଜର ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି।
ନୂଆଦିଲ୍ଲୀ, ଭାରତର ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତ ପାଇଛନ୍ତି ପୂର୍ବତନ ଅର୍ଥ ସଚିବ ରାଜୀବ କୁମାର। ଏନେଇ ଆଜି ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦରେ ଥିବା ଅଶୋକ ଲାଭାସା ପୂର୍ବରୁ ଇସ୍ତଫା ଦେଇଛନ୍ତି। ତାଙ୍କର କାର୍ଯ୍ୟକାଳ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ରହିଛି। ଏହା ପୂର୍ବରୁ 1984 ବ୍ୟାଚ ଝାଡଖଣ୍ଡ କ୍ୟାଡର ରାଜୀବ କୁମାରଙ୍କୁ ଏହି ନିଯୁକ୍ତି ଦିଆଯାଇଛି।
ଭୁବନେଶ୍ବର, ପୁଣି ଜଣେ ବିଧାୟକଙ୍କୁ କରୋନା ପଜେଟିଭ ଚିହ୍ନଟ ହୋଇଛି। ସେ ହେଉଛନ୍ତି ଭଦ୍ରକର ବିଜେଡି ବିଧାୟକ ସଂଜୀବ ମଲ୍ଲିକ। ସଂଜୀବ ଆଜି ଟୁଇଟ କରି ଏହି ଖବର ଦେଇଛନ୍ତି। ସେ ଅସୁସ୍ଥତା ଅନୁଭବ କରିବାରୁ କୋଭିଡ19 ପରୀକ୍ଷା କରାଇଥିଲେ। ପରୀକ୍ଷା ରିପୋର୍ଟ ପଜେଟିଭ ଆସିଛି ବୋଲି ସେ କହିଛନ୍ତି। ତେବେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ କୋଭିଡ19 ପରୀକ୍ଷା କରାଇ ନିଅନ୍ତୁ। ଟୁଇଟ ମାଧ୍ୟମରେ ଏହି ଅନୁରୋଧ କରିଛନ୍ତି ବିଧାୟକ ସଂଜୀବ।

