ଭୁବନେଶ୍ବର, ଡାକ୍ତରମାନେ ଏଣିକି ରୋଗୀଙ୍କୁ ସ୍ପଷ୍ଟଭାବେ ପ୍ରେସକ୍ରିପସନ ଲେଖିବେ। ଏନେଇ ଓଡିଶା ହାଇକୋର୍ଟ ଏକ ନିର୍ଦ୍ଦେଶ ଜାରୀ କରିଛନ୍ତି। ପୂର୍ବରୁ ଡାକ୍ତରମାନେ ସ୍ପଷ୍ଟ ଭାବେ ଲେଖିବା ପାଇଁ ମେଡିକାଲ କାଉନସଲ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ତାହାକୁ କେହି ପାଳନ କରୁ ନାହାଁନ୍ତି। ମୁଖ୍ୟତଃ ଯେଉଁ ଡାକ୍ତରଙ୍କର ଭଲ ଅକ୍ଷର ହୁଏ ନାହିଁ ସେମାନେ କ୍ୟାପିଟଲ ଲେଟରରେ ଔଷଧର ନାମ ଲେଖିବା ପାଇଁ ନିର୍ଦ୍ଦେଶ ରହିଛି। ମୁଖ୍ୟ ଶାସନ ସଚିବ ଏହା ଉପରେ ଅନୁଧ୍ୟାନ କରି ନିୟମକୁ କଡାକଡି ଭାବେ ଲାଗୁ କରନ୍ତୁ ବୋଲି କୋର୍ଟ କହିଛନ୍ତି। ଏକ ଅନ୍ତରିଣ ଜାମିନୀ ଶୁଣାଣି କରି ଏପରି ରାୟ ପ୍ରକାଶ କରିଛନ୍ତି ଜଷ୍ଟିସ ସଂଜୀବ କୁମାର ପାଣଗ୍ରାହୀ।
Author: Samikhsya Bureau
ଭୁବନେଶ୍ୱର, ରାଜ୍ୟ ସରକାର ଆଜି ଅନୁଷ୍ଠିତ ୪୮ ତମ କ୍ୟାବିନେଟ୍ ବୈଠକରେ ବରଗଡ ଜିଲ୍ଲାର ବିଜେପୁର ଅଂଚଳକୁ ନିଶ୍ଚିତ ଜଳ ସେଚନ ଯୋଗାଇଦେବା ପାଇଁ ଗଙ୍ଗାଧର ମେହେର ଉଠା ଜଳ ସେଚନ ପ୍ରକଳ୍ପ ( ଲିଫ୍ଟ କେନାଲ ସିଷ୍ଟମ) ଟେଣ୍ଡରକୁ ମଞ୍ଜୁର କରିଛନ୍ତି। ଜଳ ପାଇଁ ଅଧିକାଂଶ ସମୟରେ ମରୁଡି ଦ୍ୱାରା କୃଷି ପ୍ରଭାବିତ ହେଉଥିବା ଏହି ଅଂଚଳ ପାଇଁ ୧୧୩୮ କୋଟି ୬୩ ଲକ୍ଷ ଟଙ୍କା ପ୍ରକଳ୍ପର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ରେ ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁର ବ୍ଲକର ୭୭ଟି ଗ୍ରାମର ୧୫,୨୦୦ ହେକ୍ଟର, ସୋହେଲା ବ୍ଲକର ୨୩ ଗୋଟି ଗ୍ରାମର ୬,୪୦୦ ହେକ୍ଟର ଏବଂ ବରପାଲି ବ୍ଲକର ୧୯ ଟି ଗ୍ରାମର ୩,୮୪୦ ହେକ୍ଟର ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର ୫ଟି ଗ୍ରାମର ୧୬୦ ହେକ୍ଟର, ଏସବୁ ମିଶି ସମୁଦାୟ ୧୨୪ଟି ଗ୍ରାମର ୨୫,୬୦୦ ହେକ୍ଟର ଜମିକୁ ଜଳ…
ନୂଆଦିଲ୍ଲୀ, ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୫୬,୧୧୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦକ୍ଷତାପୂର୍ଣ୍ଣ ଆବଧାଞ୍ଚଳ ପରିଚାଳନା, ବ୍ୟାପକ ନମୁନା ପରୀକ୍ଷଣ ଓ ଗୁଣାତ୍ମକ ଉପଚାର ଯୋଗୁଁ ଏହା ସମ୍ଭବ ହୋଇପାରିଛି। କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସମନ୍ଵିତ ଉଦ୍ୟମ ଯୋଗୁଁ ଆରୋଗ୍ୟ ହାର ମଧ୍ୟ ନିୟମିତ ଭାବେ ବୃଦ୍ଧି ପାଉଛି। ଜୁଲାଇ ପ୍ରଥମ ସପ୍ତାହରେ ପ୍ରତିଦିନ ହାରାହାରି ୧୫ ହଜାର ରୋଗୀ ଆରୋଗ୍ୟ ହେଉଥିବା ବେଳେ ଚଳିତ ମାସର ପ୍ରଥମ ସପ୍ତାହରେ ପ୍ରତିଦିନ ଏହା ୫୦ ହଜାରରୁ ଅଧିକ ହୋଇଛି। ଅଧିକ ରୋଗୀ ଆରୋଗ୍ୟ ହୋଇ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ମୁକ୍ତ ହେଉଥିବା ବେଳେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୬ ଲକ୍ଷ ଟପି ୧୬,୩୯,୫୯୯ରେ ପହଞ୍ଚିଛି। ଆରୋଗ୍ୟ ହାର ମଧ୍ୟ ୭୦.୩୮ ପ୍ରତିଶତରେ ପହଞ୍ଚିଛି । ଦେଶରେ ପ୍ରକୃତ ସକ୍ରିୟ ରୋଗୀ ସଂଖ୍ୟା ୬,୪୩,୯୪୮, ଯାହାକି ମୋଟ ପଜିଟିଭ ସଂଖ୍ୟାର…
ନୂଆଦିଲ୍ଲୀ, ୨୦୨୦ ବର୍ଷରେ ୧୨୧ ଜଣ ପୁଲିସ ଅଧିକାରୀଙ୍କୁ “ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ମେଡାଲ” ପ୍ରଦାନ କରାଯାଇଛି। ଅପରାଧିକ ତଦନ୍ତରେ ଉଚ୍ଚ ପେସାଦାର ମାନକକୁ ପ୍ରୋତ୍ସାହିତ କରିବା ସହ ତଦନ୍ତକାରୀ ଅଫିସରଙ୍କ ଦ୍ୱାରା ହୋଇଥିବା ଉତ୍କୃଷ୍ଟ ତଦନ୍ତକୁ ସ୍ୱୀକୃତି ଦେବା ଲକ୍ଷ୍ୟ ନେଇ ୨୦୧୮ରେ ଏହି ମେଡାଲର ସ୍ଥାପନ କରାଯାଇଥିଲା। ଚଳିତ ବର୍ଷ ଏହି ପୁରସ୍କାର ପାଇଥିବା ଅଧିକାରୀଙ୍କ ମଧ୍ୟରେ ସିବିଆଇରୁ ୧୫ ଜଣ ଥିଲା ବେଳେ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ପୁଲିସରୁ ୧୦ ଜଣ ଲେଖାଏଁ, କେରଳ ଓ ପଶ୍ଚିମବଙ୍ଗ ପୁଲିସରୁ ୭ ଜଣ ଲେଖାଏଁ, ଓଡ଼ିଶା ପୁଲିସରୁ ୪ ଜଣ ଏବଂ ବଳକା ପୁଲିସ ଅଧିକାରୀମାନେ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର। ଏଥର ମେଡାଲ ପାଇଥିବା ଅଧିକାରୀଙ୍କ ମଧ୍ୟରେ ୨୧ ଜଣ ମହିଳା ପୁଲିସ ଅଫିସର ଅଛନ୍ତି। “ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ମେଡାଲ”ରେ ପୁରସ୍କୃତ ହୋଇଥିବା ଓଡ଼ିଶା ପୁଲିସର…
ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକା ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଏହି ମହାମାରୀକୁ ରୋକ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ଆଜି ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସମଗ୍ର ନିର୍ବାଚନ ମଣ୍ଡଳୀକୁ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ। ତେବେ ଆଜି ସଟଡାଉନ ପ୍ରଥମ ଦିନରେ ସମଗ୍ର ଅଞ୍ଚଳରେ ସ୍ଥିତି କଣ ରହିଛି ଏବଂ ପ୍ରଶାସନ ପକ୍ଷରୁ କଣ ସବୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି, ତାହା ଉପରେ ଆସନ୍ତୁ ଜାଣିବା- ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ଆଜି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ବାଲୁଗାଁ ଏନ.ଏ.ସି ଏବଂ ଚିଲିକା ବ୍ଲକରୁ ସମୁଦାୟ ୨୫୩ ଟି ସ୍ୱାବ ସଂଗ୍ରହ କରାଯାଇଛି ଯେଉଁଥିରେ ରା଼ପୀଡ଼ ଆଣ୍ଟିଜେନ ଟେଷ୍ଟର ୧୪୩ଟି ସାମ୍ପୁଲ ଥିବାବେଳେ ଆର.ଟି.ପି.ସି.ଆର ରେ ୧୧୦ ଟି ସାମ୍ପୁଲ ରହିଥିବା ସୂଚନା ମିଳିଛି। ଦିନ ତମାମ ଚିଲିକା ତହସିଲଦାର ପୁନମ ମହାପାତ୍ର ଚିଲିକା ବ୍ଲକର…
ନୂଆଦିଲ୍ଲୀ, କୋଭିଡ-୧୯ ସମ୍ଭାବ୍ୟ ଟୀକା ପାଇଁ ଗଠିତ ଜାତୀୟ ବିଶେଷଜ୍ଞ ଦଳର ଏକ ବୈଠକ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି । ନୀତି ଆୟୋଗ ସଦସ୍ୟ ଡଃ ଭି.କେ. ପଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ଏଥିରେ ସହଅଧ୍ୟକ୍ଷତା କରିଥିଲେ। ବିଶେଷଜ୍ଞ ଦଳର ଏହି ବୈଠକରେ କୋଭିଡ-୧୯ ଟୀକାର ପରିକଳ୍ପନାଠାରୁ ଆରମ୍ଭ କରି ଏହାର ଡିଜିଟାଲ ଭିତ୍ତିଭୂମି ପରିଚାଳନା ଓ ଟୀକାକରଣ ନିମନ୍ତେ ଚିହ୍ନଟ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଦେଶରେ କୋଭିଡ-୧୯ ଟୀକା ପରିଚାଳନା ନିମନ୍ତେ ସ୍ଵଚ୍ଛାସେବୀ ଚିହ୍ନଟ ପ୍ରକ୍ରିୟା ଓ ଟୀକାକରଣ ପାଇଁ ଗଠିତ ସ୍ଥାୟୀ ବୈଷୟିକ ପରାମର୍ଶଦାତା ସବକମିଟିର ମତାମତ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଉଭୟ ଦେଶୀୟ ଓ ବିଦେଶୀ ଟୀକା ନିର୍ମାଣ ଏବଂ ଟୀକାକରଣ ପାଇଁ ଜନସଂଖ୍ୟାର ମାନକ ନିର୍ଦ୍ଧାରଣ ଭଳି ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ବିଶେଷଜ୍ଞ ଦଳ କୋଭିଡ-୧୯…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗୋଳନ୍ଥରା ପୋଲିସ୍ ପକ୍ଷରୁ ସୋରଳ ଜଙ୍ଗସନ୍ ନିକଟରେ ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରାଯାଇ ୯ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ ଏହି ଅଂଚଳରେ ବହୁଦିନ ହେବ ଜୁଆଆଡ୍ଡାଟି ଚାଲିଥିଲା। ଆଜି ଗୋଳନ୍ଥରା ପୋଲିସ୍ କୌଣସି ବିଶେଷ ସୂତ୍ରରୁ ଖବର ପାଇ ସୋରଳ ଛକ ଅଂଚଳରେ ଚଢ଼ାଉ କରିଥିଲେ। ୮ ଜଣ ଜୁଆଡ଼ିକୁ ଗିରଫ କରାଯାଇଥିବାବେଳେ ଜୁଆଆଡ୍ଡାରୁ ୧ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି। ୫ଟି ମୋଟର ସାଇକେଲ୍କୁ ମଧ୍ୟ ପୋଲିସ୍ ଜବତ କରିଛି। ଏନେଇ ଗୋଳନ୍ଥରା ଥାନାରେ ୨୧୧/୧୨.୮.୨୦୨୦/ ୩ ଓପିଜି ଆକ୍ଟରେ ମାମଲା ରୁଜୁ ହୋଇଛି।
ମୁମ୍ବାଇ / ଭୁବନେଶ୍ୱର: ଓମନେସ୍ ଗ୍ଲୋବାଲ୍ ଡେଭେଲପ୍ମେଂଟ୍ ଆଣ୍ଡ୍ ପ୍ରସ୍ପରିଟି (ଡବ୍ଲୁ-ଜିଡିପି) ଅଭିଯାନ ଅଧୀନରେ ଭାରତରେ ଲିଙ୍ଗଗତ ଡିଜିଟାଲ୍ ପ୍ରଭେଦ (ବୈଷମ୍ୟ)କୁ ଦୂର କରିବା ଲାଗି ୟୁଏସ୍ ଏଜେନ୍ସି ଫର ଇଟଂରନ୍ୟାସନାଲ୍ ଡେଭେଲପ୍ମେଂଟ୍ (ୟୁଏସ୍ଏଡ୍) ଓ ରିଲାଏନ୍ସ ଫାଉଣ୍ଡେସନ ମଧ୍ୟରେ ନୂତନ ସହଭାଗିତା ସ୍ଥାପନ କରାଯାଇଛି । ଡବ୍ଲୁ-ଜିଡିପି ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ଡେପୁଟି ସେକ୍ରେଟାରି ଅଫ ଷ୍ଟେଟ୍ ଷ୍ଟିଫେନ୍ ବିଏଗନ୍ଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ଏହି ନୂତନ ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି, ଯେଉଁଥିରେ ଆମେରିକା ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଇଭାଙ୍କା ଟ୍ରମ୍ପ୍ ଓ ଡେପୁଟି ୟୁଏସ୍ଏଡ୍ ପ୍ରଶାସକ ବନି ଗ୍ଲିକ୍ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଇଭାଙ୍କା ଟ୍ରମ୍ପ୍ କହିଛନ୍ତି ଯେ, “ମହିଳାମାନଙ୍କ ଅର୍ଥନୈତିକ ସଶକ୍ତିକରଣରେ ଉନ୍ନତି ପାଇଁ ସବୁଠୁ ଅଭିନବ କାର୍ଯ୍ୟକ୍ରମ ସୃଷ୍ଟି କରିବା ଓ ତାହାକୁ ବ୍ୟାପକ କରିବା ଲାଗି ଡବ୍ଲୁ-ଜିଡିପି…
ଅରବିନ୍ଦ କର ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ପଳସା ପଂଚାୟତର ମଳିହା ଗ୍ରାମ ପାଇଁ ଗର୍ବ ଆଉ ଗୌରବ ଆଣିଛନ୍ତି ନିମାଇଁ ବିଶ୍ୱରଂଜନ ବେହେରା। ସେ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ରାଜ୍ୟ ସ୍ତରରେ ଚତୁର୍ଥ ସ୍ଥାନ ହାସଲ କରିପାରିଛନ୍ତି। ଭୁବନେଶ୍ବର ସ୍ଥିତ ବିଜେବି କଲେଜର ଛାତ୍ର ନିମାଇଁ ୯୪% ନମ୍ବର ରଖି ଏହି କୃତିତ୍ୱ ହାସଲ କରିଛନ୍ତି। ବାପା ଜଣେ ମୂର୍ତ୍ତି କଳାକାର ହୋଇଥିବା ବେଳେ ମା’ ଗୃହିଣୀ। ଏକ ଗରିବ ପରିବାରରେ ଜନ୍ମ ହୋଇ ସେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏନେଇ ସାରା ଓଡିଶାରୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ଏ ସଫଳତାକୁ ସେ ବାପା ମା ଓ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଶ୍ରେୟ ଦେଇଛନ୍ତି।
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ଜାତୀୟ ଗଣମାଧ୍ୟମରେ କଂଗ୍ରେସର ପ୍ରଭାବଶାଳୀ ମୁଖପାତ୍ର ରାଜୀବ ତ୍ୟାଗୀ ମୃତ୍ୟୁ ବରଣ କରିଛନ୍ତି। “ଆଜତକ” ଟେଲିଭିଜନ ଚ୍ୟାନେଲରେ ବିତର୍କ ସାରି ଫେରିବା ପରେ ହଠାତ ତାଙ୍କ ଦେହ ଖରାପ ହୋଇଥିଲା। ଡାକ୍ତରଖାନାରେ ପହଞ୍ଚୁ ପହଞ୍ଚୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା।
ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ କୋଭିଡ ସଂକ୍ରମଣ ଓ ଆରୋଗ୍ୟ ହାର ପ୍ରତିଦିନ ପ୍ରାୟ ସମାନ ରହିଛି। ଆଜି ୧୬୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ରାଜ୍ୟ ସରକାର ଦେଇଛନ୍ତି। ଆଜି ଗଞ୍ଜାମରୁ ୩୮୯, ଖୁର୍ଦ୍ଧାରୁ ୧୭୭, ସୁନ୍ଦରଗଡରୁ ୧୬୩, କଟକରୁ ୧୨୬,କୋରପୁଟରୁ ୧୨୦, ପୁରୀରୁ ୧୦୦, ସମ୍ବଲପୁରରୁ ୬୧, ବରଗଡରୁ ୫୦, କେନ୍ଦୁଝର ଓ ରାୟଗଡାରୁ ୪୭, କନ୍ଧମାଳରୁ ୪୬, ନୟାଗଡରୁ ୩୫, ଯାଜପୁରରୁ ୩୪, ଗଜପତିରୁ ୩୩, କେନ୍ଦ୍ରାପଡାରୁ ୩୧, ବାଲେଶ୍ବରରୁ ୩୦, ମାଲକାନଗିରିରୁ ୨୮, ଭଦ୍ରକରୁ ୨୬, ମୟୂରଭଞ୍ଜରୁ ୨୫, ଢେଙ୍କାନାଳରୁ ୨୪, କଳାହାଣ୍ଡିରୁ ୨୧, ବଲାଙ୍ଗୀରରୁ ୧୫, ସୋନପୁରରୁ ୧୪, ନବରଙ୍ଗପୁରରୁ ୧୧, ଜଗତସିଂପୁରରୁ ୮, ଝାରସୁଗୁଡାରୁ ୬, ଅନୁଗୁଳରୁ ୪, ବୌଦ୍ଧ ଓ ନୂଆପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ରାଜ୍ୟରେ ମୋଟ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୩୬୪୭୮ ରେ ପହଞ୍ଚିଛି।
କନ୍ଦର୍ପ ବେହେରା ରେଢ଼ାଖୋଲ: ରେଢ଼ାଖୋଲ ଉପଜିଲ୍ଲାପାଳ ଭାବରେ ପଦ୍ମନାଭ ବେହେରାଙ୍କୁ ରାଜ୍ୟସରକାର ନିଯୁକ୍ତ ଦେଇଥିବା ଜଣାପଡ଼ିଛି। ଏଠାରେ ଉପଜିଲ୍ଲାପାଳ ଥିବା ଡୋଳାମଣି ପଟେଲ ସୋନପୁର DRDA PDଭାବରେ ନିଯୁକ୍ତି ପାଇଛନ୍ତି। ପଦ୍ମନାଭ ବେହେରା ୨୦୧୩-୧୪ ମସିହାରେ ରେଢ଼ାଖୋଲ ବିଡ଼ିଓ ଥିଲେ। ନାକଟିଦେଉଳ ବ୍ଲକ୍ ର ବିଡ଼ିଓ ଦାୟିତ୍ବରେ ମଧ୍ୟ କିଛିମାସ ଅବସ୍ଥାପିତ ଥିଲେ। ସେ ଏହା ପୂର୍ବରୁ ନବରଙ୍ଗପୁର ଉପଜିଲ୍ଲାପାଳ ଥିବାବେଳେ ଗଞ୍ଜାମ ଜିଲ୍ଲା ରେ କୋଭିଡ ପରିଚାଳନା ଦାୟିତ୍ବ ମଧ୍ୟ ତୁଲାଇଛନ୍ତି।
ଯାଜପୁର : ଜମିବାଡି ବିବାଦରୁ ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏପରିକି ଘଟଣାସ୍ଥଳକୁ ଯାଇଥିବା ପୋଲିସ୍କୁ ମଧ୍ୟ ଆକ୍ରମଣ ହୋଇଥିବାର ସୂଚନା ରହିଛି । ପାଣିକୋଇଲି ଥାନା ଅମୃତିଆ ଗ୍ରାମରେ ଏହି ଆକ୍ରମଣ ହୋଇଥିବାର ଖବର ମିଳିଛି । ଟେକାପଥର ମାଡ଼ରେ ପୋଲିସ୍ ପିସିଆର ଭ୍ୟାନ୍ କ୍ଷତିଗ୍ରସ୍ତ ହୋଇଛି । ଆକ୍ରମଣକାରୀମାନେ 2 ଟି ବାଇକ୍କୁ ମଧ୍ୟ ଜାଳି ଦେଇଛନ୍ତି ଆକ୍ରମଣକାରୀ । ଏହି ଘଟଣାରେ ଗୁରୁତର ଆହତ 4 ଜଣ ସଦର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ୍ ମଧ୍ୟ ଘଟଣାସ୍ଥଳରୁ ପଳାଇ ଆସିଥିବା ସୂଚନା ରହିଛି ।
ଜୟପୁର : ଚଳିତ ଥର କରୋନା ଯୋଗୁଁ ଆଇପିଏଲ୍କୁ ସ୍ଥଗିତ ରଖାଯାଇଥିବାବେଳେ ସେପ୍ଟେମ୍ବର 10ରୁ ଏହା ୟୁଏଇରେ ଆରମ୍ଭ ହେବାକୁ ଯାଉଛି। ତେବେ ଆଇପିଏଲ୍ ଆରମ୍ଭ ପୂର୍ବରୁ କରୋନାର ଝଟ୍କା ଲାଗିଛି । ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି ରାଜସ୍ଥାନ ରୟାଲ୍ସର ଫିଲ୍ଡିଂ କୋଚ୍ ଦିଶାନ୍ତ ୟାଗ୍ନିକ । ବୁଧବାର ୟାଗ୍ନିକଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ରାଜସ୍ଥାନ ଟିମ୍ ଅଭ୍ୟାସ ପାଇଁ ମୁମ୍ବାଇରେ ଏକତ୍ରିତ ହୋଇଥିବା ବେଳେ ଆସନ୍ତା ସପ୍ତାହରେ ଦଳ ୟୁଏଇ ନିମନ୍ତେ ଯାତ୍ରା କରିବ । ରାଜସ୍ଥାନର ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଦିଶାନ୍ତ ପୂର୍ବରୁ ରୟାଲ୍ସ ପାଇଁ ଖେଳି ସାରିଛନ୍ତି । ଦିଶାନ୍ତ ଟ୍ୱିଟ୍ଟର ଜରିଆରେ ଏହି ସୂଚନା ଦେଇଥିବା ବେଳେ ବିଗତ 10 ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଆଇସୋଲେସନରେ ରହି ଡାକ୍ତରୀ ପରୀକ୍ଷଣ କରାଇବା ପାଇଁ ଅନୁରୋଧ କରିଛନ୍ତି । ବିସିସିଆଇର ନିୟମ ଅନୁଯାୟୀ ସମସ୍ତ ଖେଳାଳି…
ଭୁବନେଶ୍ବର : କରୋନାକୁ ଦୃଷ୍ଟିରେ ରଖି ଗଞ୍ଜାମ, ଖୋର୍ଦ୍ଧା, କଟକ, ଗଜପତି ଓ ରାଉରକେଲାରେ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିଛି । ତେବେ ଅଗଷ୍ଟ 15ତାରିଖ ଦିନ କିଛି ଘଣ୍ଟା ପାଇଁ କୋହଳ ରହିବ ସପ୍ତାହାନ୍ତ ସଟ୍ଡାଉନ୍ । ଅଗଷ୍ଟ 15 ତାରିଖ ଦିନ 11ଟା ପର୍ଯ୍ୟନ୍ତ ସଟ୍ଡାଉନ୍ କଟକଣା କୋହଳ ରହିବ ବୋଲି ସୂଚନା ରହିଛି । ଅଗଷ୍ଟ 15 ତାରିଖ ଅର୍ଥାତ୍ ସ୍ବାଧୀନତା ଦିବସ ପାଇଁ ଏହି କଟକଣାରେ କୋହଳ କରାଯାଇଛି । ନିଜ ଅଞ୍ଚଳରେ ପତାକା ଉତ୍ତୋଳନ ପାଇଁ କୋହଳ ରହିବ ଏହି କଟକଣା । ତେବେ ଏହି ସମୟରେ ସର୍ତ୍ତମୂଳକ ଭାବେ ପତାକା ଉତ୍ତୋଳନ ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ସ୍ଥାନରେ 10ରୁ ଅଧିକ ଲୋକେ ଏକାଠି ନହେବାକୁ ନିର୍ଦ୍ଦେଶ ରହିଛି । ସେହିପରି ସାମାଜିକ ଦୂରତ୍ବ ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।
ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ‘ନୂଆଖାଇ’ ଲାଗି ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ପାଇଁ ଲଗ୍ନ ନିର୍ଦ୍ଧାରଣ ହୋଇଛି। ଆସନ୍ତା ଅଗଷ୍ଟ 23 ତାରିଖରେ ସମ୍ବଲପୁର ସମେତ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ନୂଆଖାଇ ପାଳନ ହେବ। କୃଷିଭିତ୍ତିକ ପର୍ବ ନୂଆଖାଇ ପାଇଁ ମା’ ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗି ଅଗଷ୍ଟ 23 ତାରିଖ ସକାଳ 9ଟା 35ରୁ 9ଟା 50 ମଧ୍ୟରେ ଲଗ୍ନ ନିର୍ଦ୍ଧାରଣ ହୋଇଛି। ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ପକ୍ଷରୁ ନବାନ୍ନ ଲଗ୍ନ ଘୋଷଣା କରାଯାଇଛି ।
ନାଗପୁର : ମହାରାଷ୍ଟ୍ର ନାଗପୁର ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାଗପୁର ଅଞ୍ଚଳର 57 ବର୍ଷୀୟ ଜଣେ ବ୍ୟକ୍ତି ବିଜୁଳି ବିଲ୍ ପାଇଁ ଆତ୍ମହତ୍ୟା କରିଥିବାର ସୂଚନା ରହିଛି । ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯଶୋଧାରା ଅଞ୍ଚଳରୁ 57 ବର୍ଷୀୟ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ନାମ ଲୀଲାଧର ଲକ୍ଷ୍ମଣ ବୋଲି ସୂଚନା ରହିଛି । ପରିବାର ଲୋକଙ୍କ ମତରେ ଗୋଟିଏ ମାସର ଘରର ବିଜୁଳି ବିଲ୍ 40 ହଜାର ଟଙ୍କା ଆସିଥିବାବେଳେ ଏହାକୁ ଦେଖି ମୃତକ ଜଣକ ଚିନ୍ତାଗ୍ରସ୍ତ ହୋଇପଡିଥିଲେ ଓ ଏହାପରେ ସେ ଆତ୍ମହତ୍ୟା କରିଥିଲେ । ସେହିପରି ଯଶୋଧାରା ପୋଲିସ୍ ଥାନାଧିକାରୀଙ୍କ ମତରେ ବର୍ଦ୍ଧିତ ବିଜୁଳି ବିଲ୍ ଦେଖି ଅତ୍ୟଧିକ ଚିନ୍ତାରେ ଲୀଲାଧର ଅଧିକ ମାତ୍ରାରେ ମଦ ପିଇବା ଆରମ୍ଭ କରି ଦେଇଥିଲେ । ଶନିବାର ଦିନ ଲୀଲାଧର ନିଜ ଉପରେ କିରୋସିନ ତେଲ ପକାଇ ନିଆଁ ଲଗାଇ…
ଭୁବନେଶ୍ୱର : କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଡି ବ୍ରଦର୍ସଙ୍କ ଦୁଇ ସହଯୋଗୀଙ୍କୁ କମିଶନରେଟ୍ ପୋଲିସ୍ ପକ୍ଷରୁ ଗିରଫ କରାଯାଇଛି।ଶଶୀକାନ୍ତ ଖଣ୍ଡେଇ ଓରଫ୍ ଡାନି ଏବଂ ରଣଜିତ ଓରଫ୍ ରଣିଆଙ୍କୁ ଗିରଫ କରାଯାଇଛି । ଉଭୟଙ୍କ ନିକଟରୁ ପୋଲିସ୍ 2ଟି ବନ୍ଧୁକ 3ଟି ମାଗଜିନ୍ ଏବଂ 69 ରାଉଣ୍ଡ ଗୁଳି ଜବତ କରାଯାଇଛି । ଏହା ସହିତ ଗୋଟିଏ ବିଳାଶପୂର୍ଣ୍ଣ କାର ଏବଂ ଗୋଟିଏ ବାଇକ୍ ସହିତ ଦୁଇଟି ମୋବାଇଲ୍ ଜବତ କରାଯାଇଛି । ଧଳ ସାମନ୍ତ ବ୍ରଦର୍ସ ଜେଲରେ ରହିଥିବା ବେଳେ ଏହି ଦୁଇ ଜଣ ସମସ୍ତ କାରବାର ବୁଝାଶୁଝା କରୁଥିବା ଜଣାପଡିଛି ।
ଭୁବନେଶ୍ୱର : ଭାଇରାଲ୍ ଅଡିଓ ମାମଲାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଆଜି ଜାମିନ ମିଳିଛି । ଭୁବନେଶ୍ୱର ସ୍ଥିତ ଏସଡିଜିଏମ୍ କୋର୍ଟରୁ ଉଭୟଙ୍କୁ ଜାମିନ ମିଳିଛି । ଲକ୍ଷ୍ମୀକାନ୍ତ ଓ ବିଶ୍ୱଜିତଙ୍କ ରିମାଣ୍ଡ ଅବଧି ସରିବା ପୂର୍ବରୁ ଆଜି ଉଭୟଙ୍କୁ ଜାମିନ ମିଳିଛି । ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତିଙ୍କୁ ଜଣେ ଜାମିନଦାର ଓ 10ହଜାର ଟଙ୍କା ମୁଚାଲିକାରେ ଜାମିନ ପ୍ରଦାନ କରାଯାଇଛି । ଜାମିନ ନେଇ ଲକ୍ଷ୍ମୀକାନ୍ତଙ୍କ ଓକିଲ ଶିଳାଭଦ୍ର ଶାସ୍ତ୍ରୀଙ୍କ ପକ୍ଷରୁ ପ୍ରକାଶ । ତିନିଦିନିଆ ପୋଲିସ୍ ରିମାଣ୍ଡ ସରିବା ପୂର୍ବରୁ ଉଭୟଙ୍କୁଜାମିନ୍ ମିଳିଛି । କରୋନା ଅନୁଭୂତି ସମ୍ପର୍କିତ ଅଡିଓ ନେଇ ପୋଲିସ୍ ଗିରଫ କରିଥିଲା ।
ଭୁବନେଶ୍ବର : ପଇସା ଅଭାବରୁ କେହି ଜଣେ ବି କୋଭିଡ୍ ରୋଗୀ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ଭିଡିଓ କନଫରେନ୍ସି ଜରିଆରେ କୋଭିଡ୍ ପରିଚାଳନା ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ୍ ଚିକିତ୍ସା ପାଇଁ ରାଜ୍ୟ ସରକାର ରୋଗୀ ମାନଙ୍କୁ ଖାଇବା, ରହିବା, ଔଷଧ ଖର୍ଚ୍ଚ, ପରିବହନ ଆଦି ସବୁ ସୁବିଧା ମାଗଣାରେ ଯୋଗାଇ ଦେଉଛନ୍ତି । ଏ କ୍ଷେତ୍ରରେ ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ କି ଧନୀ, ଗରିବ ସମସ୍ତଙ୍କୁ ମାଗଣା ଚିକିତ୍ସା ଦିଆଯାଉଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଅଧିକରୁ ଅଧିକ ଲୋକଙ୍କ ଜୀବନ ଯେପରି ବଞ୍ଚାଯାଇପାରିବ ସେ ଦିଗରେ ଆମେ ନିଷ୍ଠାର ସହିତ କାର୍ଯ୍ୟ କରୁଛୁ । କରୋନାକୁ ପ୍ରତିହତ କରିବା ପାଇଁ ଟେଷ୍ଟିଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ତେଣୁ ଲକ୍ଷଣ…
ୱାଶିଂଟନ୍ : ଆମେରିକୀୟ ଉପ ରାଷ୍ଟ୍ରପତି ନିର୍ବାଚନ ଦୌଡରେ ସାମିଲ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ୍ । ଆମେରିକାରେ କରୋନା ସଂକଟ ସମୟରେ ରାଷ୍ଟ୍ରପତି ନିର୍ବାଚନର ପ୍ରସ୍ତୁତି ଚାଲିଛି । ନଭେମ୍ବର ତିନି ତାରିଖରେ ହେବାକୁ ଥିବା ଏହି ନିର୍ବାଚନ ପୂର୍ବରୁ ମଙ୍ଗଳବାର ଦିନ ଡେମୋକ୍ରାଟିକ୍ ରାଷ୍ଟ୍ରପତି ପାର୍ଥୀ ବିଡେନ୍ ଉପରାଷ୍ଟ୍ରପତିଙ୍କ ନାମ ଘୋଷଣା କରିଛନ୍ତି । ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍ କମଳାଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଚୟନ କରିଛନ୍ତି । ଆମେରିକା ସିନେଟ୍ରେ କମଲା ସବୁଠୁ କନିଷ୍ଠ ସିନେଟର୍ । କମଲାଙ୍କ ମନୋନୟନକୁ ରାଜନୈତିକ ସମୀକ୍ଷକ ଏବଂ ନେଟିଜେନ୍ ବେଶ୍ ପ୍ରଶଂସା କରିଛନ୍ତି। କମଲା ଭାରତୀୟ ବଂଶଜ ହୋଇଥିବାରୁ ଆମେରିକାରେ ଅବସ୍ଥାନ କରୁଥିବା ଭାରତୀୟ ବଂଶଜଙ୍କ ସମର୍ଥନ ଡେମୋକ୍ରାଟିକ୍ ପାର୍ଟିକୁ ମିଳିବ ବୋଲି ସମୀକ୍ଷକ ମାନେ ମତ ଦେଇଛନ୍ତି । ମନୋନୀତ ହେବାର କିଛି ସମୟ ମଧ୍ୟରେ ହାରିସ୍ ଟ୍ୱିଟ୍ କରି ନିଜର…

