Author: Samikhsya Bureau

ନୂଆଦିଲ୍ଲୀ, ଅଯୋଧ୍ୟାରେ ରାମମନ୍ଦିର ଭୂମି ପୂଜା ପ୍ରାୟ ସମସ୍ତ ଭାରତୀୟଙ୍କୁ ଉତ୍ସାହିତ କରିଛି। ବହୁ ବାଦବିଦାଦ ପରେ ବର୍ତ୍ତମାନ ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ସମ୍ଭବ ହୋଇଥିବାରୁ ତାହା ସମସ୍ତଙ୍କୁ ଖୁସି ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଭୂମିପୂଜନ କରୁଥିଲେ ସେତେବେଳେ କୋଟି କୋଟି ଭାରତୀୟ ଜୟ ଶ୍ରୀରାମଙ୍କୁ ସ୍ମରଣ କରୁଥିଲେ। ସେହିପରି ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ମଧ୍ୟ ବାଦ ପଡି ନାହାଁନ୍ତି। ଉପରାଷ୍ଟ୍ରପତି ଭୂମିପୂଜା ଉପଲକ୍ଷେ ତାଙ୍କ ଉପରାଷ୍ଟ୍ରପତି ଭବନରେ ଗତକାଲି ରାମାୟଣ ପାଠ କରୁଥିଲେ। ପ୍ରଥମେ ଧର୍ମପତ୍ନୀ ଉଷା ନାଇଡୁଙ୍କ ସହିତ ଶ୍ରୀରାମ, ଭାଇ ଲକ୍ଷ୍ଣଣ ଏବଂ ମାତା ସୀତାଙ୍କ ଫଟୋରଖି ପୂଜାପାଠ କରିଥିଲେ। ଏହାପରେ ଉପରାଷ୍ଟ୍ରପତି ଭେଙ୍କୟା ରାମାୟଣ ପାଠ କରିଥିଲେ। ଭୂମି ପୂଜନ ପୂର୍ବରୁ ଉପରାଷ୍ଟ୍ରପତି ପ୍ରଭୃ ଶ୍ରୀରାମଙ୍କ ଉପରେ ଏକ ବିସ୍ତୁତ ଲେଖା ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏହି ଲେଖାକୁ ସେ ବିଭିନ୍ନ ଭାଷାରେ ଅନୁବାଦ କରି ପୋଷ୍ଟ…

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ଦେଉଳିଆପଡା ସ୍ଥିତ ସିଦ୍ଧେସ୍ୱର ମନ୍ଦିର ପରିସରରେ ବେଗୁନିଆପଡା ବ୍ଲକ ଶାଖା ଋଷିକୁଲ୍ୟା ରୟତ ମହାସଭା ତରଫରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ବୃକ୍ଷ ବଞ୍ଚିଲେ ଜୀବ ଜଗତ ବଞ୍ଚିବ ଏହି ନାରାରେ ୫୦ ରୁ ଊର୍ଦ୍ଧ୍ଵ ବୃକ୍ଷରୋପଣ ସହ ୨୦୦ ଗୋଟି ଚାରା ମାଗଣାରେ ବଣ୍ଟନ କରାଯାଇଥିଲା। ବେଗୁନିଆପଡା ବ୍ଲକର ୨୩ ଗୋଟି ପଞ୍ଚାୟତର କୃଷକ ମାନଙ୍କୁ ୫୦ ହଜାର ଚାରା ବଣ୍ଟନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ। ଏଥିରେ ରୟତ ମହାସଭା ବେଗୁନିଆପଡ଼ା ବ୍ଳକ ଶାଖାର ସମ୍ପାଦକ ଭାସ୍କର ନାୟକ, ସଭାପତି ଜୋହନ ସ୍ଵାଇଁ, ଆବାହକ ନବକୃଷ୍ଣ ସ୍ଵାଇଁ, ଖଲ୍ଲିକୋଟ ବନାଞ୍ଚଳ ବନରଖି କମଳ ପତିଆର ସମେତ ବୃକ୍ଷପ୍ରେମୀ…

Read More

କେଦାର ମିଶ୍ର ଗତକାଲି ଭାରତରେ କରୋନା ଜନିତ ମୃତ୍ୟୁ ୪୦ ହଜାର ଟପିଲା। ଚାଳିଶ ହଜାର- ଇଏ କେବଳ ଏକ ସଂଖ୍ୟା। ସରକାରୀ ଖାତାରେ ଏମାନେ କେବଳ ଗୋଟେ ଗୋଟେ ସଂଖ୍ୟା ବାଚକ। ଗୋଟେ ମହାମାରୀ ୪୦ ହଜାର ପରିବାରକୁ ତଳି ତଳାନ୍ତ କରି ଦେଇଛି। ତେବେ ୪୦ ହଜାର ଚୂଡାନ୍ତ ସଂଖ୍ୟା ନୁହେଁ। ସରକାର କହୁଛନ୍ତି, ଆମର ମୃତ୍ୟୁ ହାର କମ। ତେବେ ସରକାରକୁ କହିବ କିଏ ଯେ, ପାକିସ୍ତାନରେ ମୃତ୍ୟୁହାର ଆମଠୁ ମଧ୍ୟ କମ। ଭୁଟାନରେ ଜଣେ ବି ଲୋକ କରୋନାରେ ମୃତ୍ୟୁ ବରଣ କରି ନାହାନ୍ତି। ଦକ୍ଷିଣ କୋରିଆରେ ଏହି ଭୂତାଣୁକୁ ସେମାନେ ସହଜରେ ଆୟତ୍ତ କରିପାରିଥିଲେ, ଯେତେବେଳେ କି ଏହି ଭୂତାଣୁ ବିଷୟରେ କାହାକୁ କିଛି ଜଣା ନଥିଲା। ଆମ ପଡୋଶୀ ପାକିସ୍ତାନରେ ଜୁନ ମାସ ବେଳକୁ ଦୈନିକ ୬୦୦୦ରୁ ଅଧିକ କରୋନା ଆକ୍ରାନ୍ତ ବାହାରୁଥିଲେ। ଏବେ ତାହା ୩୦୦/୪୦୦ କୁ ଖସି ଆସିଛି। ଆମର…

Read More

ଭୁବନେଶ୍ବର, ଆଜି ଭାରତର ଜଣେ ଲୋକପ୍ରିୟ ମହିଳା ନେତ୍ରୀ ସୁଷମା ସ୍ବରାଜଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ। ଠିକ୍ ବର୍ଷକ ତଳେ ସୁଷମା ସମସ୍ତଙ୍କୁ ଛାଡି ପରଲୋକ ଗମନ କରିଥିଲେ। ତାଙ୍କର ସ୍ମତି ଉଦ୍ଦେଶ୍ୟରେ ପୁରୀ ବେଳାଭୂମିରେ ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରିଛନ୍ତି ଏକ ବାଲୁକା କଳା। ସୁଷମାଙ୍କ ମୁଣ୍ଡରେ ବଡ ସିନ୍ଦୁର ଟୋପା ଏବଂ ସିନ୍ଥିରେ ସିନ୍ଦୁରକୁ ସୁଦର୍ଶନ ବେଶ୍ ଆକର୍ଷଣୀୟ ଭାବେ କରିଛନ୍ତି।

Read More

ଭୁବନେଶ୍ବର, ପୁଣି ଏକ ଲଘୁଚାପ ଆସୁଛି। ଆସନ୍ତା 9 ତାରିଖରେ ଏହା ବଙ୍ଗୋସାଗରରେ ସଂଗଠିତ ହେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ସେ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସି ଚିଠି ଲେଖି ସତର୍କ କରାଇ ଦେଇଛନ୍ତି। ଅଗଷ୍ଟ ପ୍ରଥମ ସପ୍ତାହରେ ଉତ୍ତର ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିଲା ଏକ ଲଘୁଚାପ ବଳୟ। ସେଥିପାଇଁ ସାରା ରାଜ୍ୟରେ ଭଲ ବର୍ଷା ହୋଇଛି। ପ୍ରଥମ ସପ୍ତାହ ପରେ ପୁଣି ଦ୍ବିତୀୟ ସପ୍ତାହରେ ଏହି ଲଘୁଚାପ ଆସୁଥିବାରୁ ଚାଷିଙ୍କ ପାଇଁ ଉପଯୁକ୍ତ ହୋଇପାରିବ ବୋଲି ଆଶା କରାଯାଉଛି।

Read More

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦର ଏକ କୋଭିଡ ହସ୍ପିଟାଲରେ ନିଆଁ ଲାଗିଯାଇଛି। ଅହମ୍ମଦାବାଦ ସ୍ଥିତ ଶ୍ରେୟ ହସ୍ପିଟାଲରେ ନିଆଁ ଲାଗିଥିବାର ସୂଚନା ରହିଛି। ଏହି ଅଗ୍ନିକାଣ୍ଡରେ 8 କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। କରୋନାକୁ ଦୃଷ୍ଟିରେ ରଖି ଶ୍ରେୟ ହସ୍ପିଟାଲକୁ କୋଭିଡ ହସ୍ପିଟାଲ ରୂପେ ରୂପାନ୍ତରିତ କରାଯାଇଛି। ଏହି ଅଗ୍ନିକାଣ୍ଡରେ ଜଣେ ମେଡିକାଲ କର୍ମଚାରୀ ମଧ୍ୟ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନାନୁସାରେ ସକାଳ 3.15 ମିନିଟରେ ହସ୍ପିଟଲରେ ନିଆଁ ଲାଗିଥିଲା। 3.22 ସମୟରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଥିଲେ। ନିଆଁ ଲାଗିବା ସମୟରେ ଆଇସିଇଉରେ 10 ଜଣ କରୋନା ରୋଗୀ ଥିଲେ। ସେହିପରି ଉକ୍ତ ହସ୍ପିଟାଲରେ 49 ଜଣ ଆକ୍ରାନ୍ତ ରହିଥିଲେ। ତେବେ ନିଆଁ ଲାଗିବା ପରେ କୋରୋନା ରୋଗୀଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଶର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବାର ସୂଚନା ମିଲଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।  (ଏଜେନ୍ସି)

Read More

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ନୂତନ ରାଜ୍ୟପାଳ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ସ୍ନିହାଙ୍କୁ ଜମ୍ମୁ କାଶ୍ମୀରର ନୂଆ ଉପ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ଗତକାଲି ଗିରୀଶ ଚନ୍ଦ୍ର ମୁର୍ମୁ ଜମ୍ମୁ କାଶ୍ମୀର ଉପ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ। ରାଷ୍ଟ୍ରପତି ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ମନୋଜ ସିହ୍ନା ଏବେ ମୁର୍ମୁଙ୍କ ସ୍ଥାନରେ ଜାମ୍ମୁକାଶ୍ମୀର ଉପରାଜ୍ୟପାଳ  ଦ୍ଵାୟିତ୍ଵ ସମ୍ଭାଳିବେ। ଧାରା 370 ଉଛେଦ ହେବ ପରେ ଜମ୍ମୁ ଓ କାଶ୍ମୀର ରାଜ୍ୟ  ଗତ ବର୍ଷ ଅକ୍ଟୋବର 31 ରେ ଗିରୀଶ ମୁର୍ମୁଙ୍କୁ ଜମ୍ମୁ ଓ କାଶ୍ମୀରର ପ୍ରଥମ ଉପ – ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ତେବେ ଗିରୀଶ ମୁର୍ମ୍ମୁ ପରବର୍ତୀ ସିଏଜି  ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Read More

ଜମ୍ମୁ-କାଶ୍ମୀର ଉପ ରାଜ୍ୟପାଳ ଦାୟିତ୍ଵ ତୁଲାଉଥିବା ଓଡିଆ ଆଇଏଏସ ଅଧିକାରୀ ଗିରୀଶ ଚନ୍ଦ୍ର ମୁର୍ମୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ପରବର୍ତ୍ତୀ କମ୍ପ୍ତ୍ରୋଲର ଆଣ୍ଡ ଅଡିଟର ଜେନେରାଲ ବା ଦେଶର ମହା ଲେଖାକାର ଦାୟିତ୍ଵ ମିଳିପାରେ ବୋଲି ଜଣା ପଡିଛି। ଯଦି ଶ୍ରୀ ମୁର୍ମୁ ଙ୍କ ନିଯୁକ୍ତି ସ୍ପଷ୍ଟ ହୁଏ ତାହେଲେ ପ୍ରଥମ ଓଡିଆ ଭାବରେ ସେ ଏହି ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ହେବେ। ପୂର୍ବରୁ ଗୁଜରାଟ କ୍ୟାଡରର ଆଇଏଏସ ଅଧିକାରୀ ଥିବା ଶ୍ରୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅତ୍ୟନ୍ତ ଘନିଷ୍ଠ ବୋଲି କୁହାଯାଏ।

Read More

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆଜି ରାଜ୍ୟ କ୍ରୀଡା ଓ ଯୁବ କଲ୍ୟାଣ ବିଭାଗ ତରଫରୁ କୋଭିଡ ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଛି। ବିଭାଗର ଶାସନ ସଚିବ ବିଶାଳ ଦେବଙ୍କ ନେତୃତ୍ୟରେ କ୍ରୀଡା ଛାତ୍ରଛାତ୍ରୀ ଏବଂ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Read More

ଭୁବନେଶ୍ବର, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀ। ସେ ଏହି ବିଭାଗର ଅତିରିକ୍ତ ଦାୟିତ୍ବରେ ରହିବେ। ବର୍ତ୍ତମାନ ବିଷ୍ଣୁପଦ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଅଛନ୍ତି। ଏହି ବିଭାଗର ସଚିବ ଭାବେ ମନୋରଂଜନ ପାଣିଗ୍ରାହୀ ପୂର୍ବରୁ କାର୍ଯ୍ୟ କରୁଥିଲେ। ହେଲେ ତାଙ୍କର ଡେପୁଟେସନ ସମୟ ସରିଯିବା ପରେ ସେ ଦିଲ୍ଲୀ ଫେରିଯାଇଛନ୍ତି। ବିଷ୍ଣୁପଦ ଆଜି ଦାୟିତ୍ବ ନେବା ପରେ ତାଙ୍କୁ ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ରେଜିଷ୍ଟାର ଅନନ୍ତ ବିଜୟ ପଟ୍ଟନାୟକ ପ୍ରମୁଖ ସ୍ବାଗତ କରିଛନ୍ତି।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଳରାମପୁର ସାହିକୁ କଂକ୍ରିଟ୍ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନା କରାଯାଇଛି। ଭିଡିଓ କନଫେରେନସ୍ ମାଧ୍ୟମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଉପସ୍ଥିତିରେ ଏହି ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନା କରାଯାଇଛି। ଭୁବନେଶ୍ୱର ସାଂସଦଙ୍କ ହାତ ପାଣ୍ଠିରୁ ମଂଜୁର ହୋଇଥିବା ୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଶ୍ରୀ ଶ୍ରୀ ବଳରାମ ଦେବଙ୍କ ମନ୍ଦିର ନିକଟରୁ ବଳରାମ ପୁର ସାହିକୁ ଏହି କଂକ୍ରିଟ୍ ରାସ୍ତା ନିର୍ମାଣ କରାଯିବ। ଆସନ୍ତା ସେପ୍ଟେମ୍ବର ମାସ ୫ ତାରିଖରେ ଏହି ରାସ୍ତାର ଶୁଭ ଉଦଘାଟନ ହେବାକୁ ସ୍ଥିର କରାଯାଇଛି। ଦୀର୍ଘ ବର୍ଷ ହେଲା ଏହି ରାସ୍ତା ନିର୍ମାଣ କରାଯିବା ପାଇଁ ସ୍ଥାନୀୟ ଲୋକ ମାନେ ଦାବି କରି ଆସୁଥିଲେ। ମାତ୍ର କୌଣସି ରାଜନେତା କିମ୍ବା ସ୍ଥାନୀୟ ପ୍ରଶାସନ ଏଥିପ୍ରତି କେହି ଦୃଷ୍ଟି ଦେଉ ନଥିବା ସାହି ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି। ଆଜିର ଏହି…

Read More

ନୂଆଦିଲ୍ଲୀ, ଗତ 24 ଘଣ୍ଟା ମଧ୍ୟରେ ଦେଶ କରୋନା ସୁସ୍ଥତା ହାରରେ ରେକର୍ଡ ସୃଷ୍ଟି କରିଛି। ଗୋଟିଏ ଦିନରେ 51,706 ଜଣ ରୋଗୀ ସୁସ୍ଥ ହେବାରୁ ସୁସ୍ଥତା ହାର ଏପର୍ଯ୍ୟନ୍ତର ସର୍ବାଧିକ 67.19 ପ୍ରତିଶତରେ ପହଞ୍ଚିଛି । ଦିନକୁ ଦିନ ଏହା ବୃଦ୍ଧି ପାଇବାରେ ଲାଗିଛି। ଏପର୍ଯ୍ୟନ୍ତ 12,82,215 ଜଣ ସୁସ୍ଥ ହୋଇଛନ୍ତି ଯାହାକି ସକ୍ରିୟ ମାମଲାଠାରୁ ଦୁଇଗୁଣରୁ ମଧ୍ୟ ଅଧିକ। ରୋଗୀମାନଙ୍କ ସୁସ୍ଥତା ହାର ବୃଦ୍ଧି ପାଇବାରେ ଲାଗିଛି। ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ପଦ୍ଧତିକୁ ପାଥେୟ କରିବାରୁ ଏହି ଆକାଂକ୍ଷିତ ଫଳ ମିଳିପାରିଛି। ଦ୍ରୁତ ନମୁନା ପରୀକ୍ଷା, ହସ୍ପିଟାଲ ଭିତ୍ତିଭୂମିର ବିକାଶ ଯୋଗୁଁ ସୁସ୍ଥତା ହାର ଗତ 14 ଦିନ ମଧ୍ୟରେ ଶତକଡା 63 ରୁ 67କୁ ବୃଦ୍ଧି ପାଇଛି। ସୁସ୍ଥତା ହାରରେ ନିୟମିତ ଉନ୍ନତି ଯୋଗୁଁ ସୁସ୍ଥ ଓ ସକ୍ରିୟ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ପାଖାପାଖି 7 ଲକ୍ଷରେ ପହଞ୍ଚିଛି। ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ ରୋଗୀ…

Read More

ରମେଶ ମହାନ୍ତି ଜଗତସିଂହପୁର: କୋଭିଡ୍ ଯୋଦ୍ଧାମାନଙ୍କର ନିଷ୍ଠା, ଅହର୍ନିସୀ ସେବା ଓ ସର୍ବୋଚ୍ଚ ତ୍ୟାଗକୁ ପୁନଃସ୍ମରଣ ତଥା ସମ୍ମାନ ପ୍ରଦର୍ଶନ ପୂର୍ବକ ଆଜି ସଂନ୍ଧ୍ୟା ୬ଟା ସମୟରେ ଜିଲ୍ଲା ଓସୱାନ୍ ଭିଡିଓ କନଫରେନ୍ସି ରୁମ୍ ଓ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ୧ମିନିଟ୍ ନିରବ୍ ପାର୍ଥନା ସହ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଓସୱାନ୍ ଭିଡିଓ କନଫରେନ୍ସିଂ କକ୍ଷରେ ଓଡିଶାର ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି, ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ପ୍ରମୁଖ ଉପସ୍ଥିତ ରହି ୧ମିନିଟ୍ ନୀରବ ପ୍ରାର୍ଥନା ଓ ଶପଥପାଠ କରିଥିଲେ। ସେହିପରି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଜିଲ୍ଲାପାଳ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ କୋଭିଡ୍ ଯୋଦ୍ଧାଙ୍କ ସମ୍ମାନାର୍ଥେ ନିରବ…

Read More

ଦେଶରେ କରୋନା ସଂକ୍ରମଣ ଓ ତଜ୍ଜନିତ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନାହିଁ। ଆଜି ବିଭିନ୍ନ ରାଜ୍ୟ ସରକାର ଦେଇଥିବା ତଥ୍ୟ ଅନୁଯାୟୀ ଦେଶର କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦,୦୦୦ ଟପିଛି।ଆଜି ମହାରାଷ୍ଟ୍ରରେ ୩୩୪, ତାମିଲନାଡୁରେ ୧୧୨, କର୍ଣ୍ଣାଟକରେ ୧୦୦, ଆନ୍ଧ୍ରପ୍ରଦେଶରେ ୭୭, ପଶ୍ଚିମବଙ୍ଗରେ ୬୧ ଓ ଉତ୍ତର ପ୍ରଦେଶରେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ବୋଲି ସମ୍ପୃକ୍ତ ରାଜ୍ୟ ସରକାର ଜଣାଇଛନ୍ତି। (ସମୀକ୍ଷା ବ୍ଯୁରୋ)

Read More

ଭୁବନେଶ୍ବର,  ଗତ ୫ ମାସ ଧରି ଓଡିଶା କୋଭିଡ ବିରୁଦ୍ଧରେ ଲଢେଇ ଜାରି ରହିଛି। ଏହି ଲଢେଇର ଆଗଧାଡିରେ ରହିଥିବା କୋଭିଡ ଯୋଦ୍ଧା ମାନଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ସେବା ଯୋଗୁଁ ଆଜି ରାଜ୍ୟର କୋଭିଡ ଆରୋଗ୍ୟଙ୍କ ସଂଖ୍ୟା ୨୫ ହଜାରରେ ପହଞ୍ଚିଛି। ଏହାକୁ କୋଭିଡ ଯୁଦ୍ଧର ଏକ ମହତ୍ବପୂର୍ଣ୍ଣ ଘଟଣା ବୋଲି ବର୍ଣ୍ଣନା କରି ଏହାର ସବୁ ଶ୍ରେୟ କୋଭିଡ ଯୋଦ୍ଧା ଓ ଓଡିଶାବାସୀଙ୍କର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଜୀବନକୁ ବାଜି ଲଗାଇ ସେମାନେ ଯେପରି ସେବା କରିଚାଲିଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଶଂସା ମଧ୍ୟ କରିଛନ୍ତି। ଏହି ଲଢେଇରେ ୨୫ ଜଣ କୋଭିଡ ଯୋଦ୍ଧା ସେମାନଙ୍କ ଜୀବନ ବଳିଦାନ ଦେଇ ସେବା, ତ୍ୟାଗ ଓ ମାନବିକତାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ସେହି ଯୋଦ୍ଧା ମାନଙ୍କର ଅମ୍ଲାନ ସ୍ମୃତି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ସାରା ରାଜ୍ୟ ଆଜି ସଂଧ୍ୟା ୬ଟାରେ ଏକ ମିନିଟ…

Read More

ଭୁବନେଶ୍ବର,  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ନାନ କ୍ରମେ ଆଜି ସଂଧ୍ୟା ୬ ଘଣ୍ଟିକାରେ ବିଜେଡି କାର୍ଯ୍ୟାଳୟରେ ନିରବ ପ୍ରାର୍ଥନା ସହିତ ଶପଥ ପାଠ ହୋଇଯାଇଛି। ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ୧ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ, ସତ୍ୟବ୍ରତ ପାତ୍ର, ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ର, ଜନ୍ମଜୟ ଲେଙ୍କା, ଛାତ୍ର ଜନତା ଦଳ ରାଜ୍ଯ ସଭାପତି ରାଣାପ୍ରତାପ ପାତ୍ର, ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରୀ,ମହିଳା ଜନତା ଦଳର ସାଧାରଣ ସମ୍ପାଦକ ସୁଲତ ଦେଓ,ଭାରତୀ ସିଂ, ସଂଯୁକ୍ତା ମହାନ୍ତି, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଯୁବ ବିଜେଡିର ଦୁର୍ଗା ସାମନ୍ତରାୟ,ମଳୟ ପତି, ଧୃତି ମାର୍ଥ।,ସୁନୀଲ ନାୟକ,ତାରିଣୀ ନାୟକଙ୍କ ସହ ଛାତ୍ର ବିଜେଡି ର ମନୋଜ ସେନାପତି, ସୁଜିତ…

Read More

ଅହମଦାବାଦ୍, ଅଯୋଧ୍ୟାରେ ଏକ ଭବ୍ୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜାନ ଉତ୍ସବରେ ଯୋଗ ଦେବା ବେଳେ ତାଙ୍କ ମା ଘରେ ଟିଭିରେ ତାଙ୍କୁ ଦେଖଉଥିଲେ। ମୋଦି ପ୍ରଥମେ ଯେତେବେଳେ ହନୁମାନ ମନ୍ଦିରରେ ପୂଜା ଅର୍ଚ୍ଚନା କଲେ ସେତେବେଳେ ତାଙ୍କ ମା ହୀରାବେନ୍ ହାତ ଯୋଡି ନମସ୍କାର ମାରୁଥିଲେ। ସେହିପରି ମୋଦି ଭୂମିପୂଜନ କରିବାଠାରୁ ଆରମ୍ଭ କରି ଭାଷଣ ଦେବା ପର୍ଯ୍ୟନ୍ତ ତାଙ୍କ ମା ସିଧାପ୍ରସାରଣ ଦେଖୁଥିଲେ। ଏହି ଫଟୋ ସୋସିଆଲ ମିଡିଆରେ ଆସିବା ପରେ ତାହା ଭାଇରାଲ ହେବାରେ ଲାଗିଛି।

Read More