ମୋହାଲି : ପଞ୍ଜାବର ମୋହାଲୀଠାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଡେରାବସି ସ୍ଥିତ ଇଣ୍ଡସ୍ ଇଣ୍ଟରନ୍ୟାସନାଲ୍ ହସ୍ପିଟାଲରେ ଶବାଗାରରୁ ଜଣେ ମହିଳାଙ୍କ ଶବର ଓଠ ଓ କାନକୁ ମୂଷା ଖାଇ ଦେଇଥିବାର ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନିକ ଅଧିକାର ଓ ହସ୍ପିଟାଲ ପ୍ରଶାସନ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହା ପରେ ଏହି ଘଟଣାକୁ ନେଇ ହଙ୍ଗାମା ସୃଷ୍ଟି ହୋଇଥିଲା । ପରିସ୍ଥିତି ଏପରି ଉପୁଜିଲା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛି । ମିଳିଥିବା ସୂଚନା ଅନୁସାରେ ଇଣ୍ଡସ୍ ଇଣ୍ଟରନ୍ୟାସନାଲ୍ ହସ୍ପିଟାଲରେ ଜଣେ ମହିଳା ସର୍ଜରୀ କରିବା ପାଇଁ ଦୁଇ ଦିନ ପୂର୍ବରୁ ଭର୍ତ୍ତି ହୋଇଥିଲେ । କିନ୍ତୁ ସର୍ଜରୀ ଗୋଟିଏ ଦିନ ପରେ ମହିଳା ଜଣଙ୍କର ମୃତ୍ୟୁ ହୋଇଥିଲା । ମହିଳାଙ୍କ ଶବକୁ ଶବାଗାରରେ ରଖାଯାଇଥିଲା । ତା’ପରଦିନ ମହିଳାଙ୍କ ସମ୍ପର୍କୀୟମାନେ ଉକ୍ତ ମହିଳାଙ୍କ…
Author: Samikhsya Bureau
କେଦାର ମିଶ୍ର ଗତ ମାର୍ଚ୍ଚ ୨୫ ତାରିଖରୁ ଦେଶର ପ୍ରାୟ ସବୁ ଧର୍ମାନୁଷ୍ଠାନରେ ତାଲା ପଡିଛି। ମନ୍ଦିରକୁ ଭକ୍ତ ଯାଉନାହାନ୍ତି। ମସଜିଦରେ ସମୂହ ନମାଜ ପାଠ ହେଉନି। ଗୀର୍ଜାରେ ଶୁକ୍ରବାର ପ୍ରାର୍ଥନା ବନ୍ଦ ରହିଛି। ଗୁରୁଦ୍ୱାର ବି ବନ୍ଦ। ଆମେ ଜାଣୁ, ବର୍ତ୍ତମାନର ମହାମାରୀ କୁ ମୁକାବିଲା କରିବାକୁ ହେଲେ, ଧାର୍ମିକ ଭାବ ପ୍ରବଣତା ଅପେକ୍ଷା ଆମକୁ ବୈଜ୍ଞାନିକ ଚିନ୍ତନର ଆବଶ୍ୟକତା ବେଶୀ। ଈଶ୍ଵର ଭାବରେ ଆମକୁ ଡାକ୍ତର ଓ ବୈଜ୍ଞାନିକମାନେ ହିଁ ବଞ୍ଚାଇ ପାରିବେ। କରୋନା ମହାମାରୀର ମୁକାବିଲା କରିବାକୁ ଯାଇ ଏବେ ପୃଥିବୀର ସବୁ ବୃହତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି। ଜୁଲାଇ ମାସରୁ ଭାରତ ସରକାର କିଛି କିଛି ଧର୍ମାନୁଷ୍ଠାନ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଅନେକ ରାଜ୍ୟ ସରକାର ସେ କଥାକୁ ମାନି ନାହାନ୍ତି। ଓଡିଶାରେ ଗତ ମାର୍ଚ୍ଚ ମାସରୁ ଆମର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ କରାଯାଇଛି। ଏମିତି ଲକ୍ଷ ଲକ୍ଷ…
ଥେନି : ସାରା ଭାରତରେ କରୋନା ମାମଲା ବୃଦ୍ଧି ପାଇଥିବାବେଳେ କରୋନା ଆକ୍ରାନ୍ତଙ୍କୁ ନେଇ ପ୍ରଶାସନର ଅବେହଳା ମଧ୍ୟ ସାମ୍ନକୁ ଆସିଛି । ଠିକ୍ ଏହିପରି ଏକ ଘଟଣା ତାମିଲନାଡୁ ଥେନିରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ବୃଦ୍ଧା ମହିଳା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବାବେଳେ ଆମ୍ବୁଲାନ୍ସ ନ ମିଳିବାରୁ ଟ୍ରଲିରେ ତାଙ୍କ ଶବକୁ ଅନ୍ତିମ ସଂସ୍କାର ପାଇଁ ନିଆଯାଇଛି। କରୋନା ଆକ୍ରାନ୍ତଙ୍କ ଶବକୁ ଟ୍ରଲିରେ ନିଆଯାଉଥିବା ନେଇ ଏକ ଭିଡିଓ ଭାଇରାଲ୍ ହେବା ପରେ ଘଟଣାଟି ସାମ୍ନାକୁ ଆସିଥିଲା । 75 ବର୍ଷୀୟା ମହିଳା ଜଣକ ଥେନିରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। କିଛିଦିନ ହେବ ଏହି ବୃଦ୍ଧାଙ୍କର ସ୍ବାସ୍ଥ୍ୟବସ୍ଥା ଠିକ୍ ରହୁନଥିଲା। ସେ ଡାଇରିଆରେ ପୀଡ଼ିତ ଥିଲେ। ଚିକିତ୍ସା ପରେ ସେ ଘରକୁ ଫେରିଥିଲେ। କିନ୍ତୁ ଘରକୁ ଆସିବାର ଦୁଇ ଦିନ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଥିଲା। ଏହା ପରେ…
ପାଟନା, ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ନେଇ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଉଦ୍ଧବ ଠାକରେ କଂଗ୍ରେସ ଦ୍ବାରା ପ୍ରାୟୋଜିତ ବଲିଉଡ ମାଫିଆଙ୍କ ଦ୍ବାରା ପରିଚାଳିତ। କଂଗ୍ରେସ ଏନସିପି ପରି ଦଳ ସହିତ ସେ ସାମିଲ ହୋଇ ମାଫିଆ ରାଜ ଚଳାଇଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ସାରା ଦେଶର ଲୋକଙ୍କୁ ସ୍ତବ୍ଧ କରିଦେଇଛି। ହେଲେ ମହାରଷ୍ଟ୍ର ସରକାର ଏ ପର୍ଯ୍ୟନ୍ତ କୌଣସି ଆଖି ଦୃଶିଆ ପଦକ୍ଷେପ ନେଉ ନାହାଁନ୍ତି। ସୁଶୀଲ ମୋଦୀ ଆହୁରି କହିଛନ୍ତି ଯେ, ଯଦି ମହାରାଷ୍ଟ୍ର ସରକାର ତଦନ୍ତ କରିବାକୁ ଭୟ କରୁଛନ୍ତି ତେବେ ସେ ଏହି ମାମଲା ସିବିଆଇକୁ କାହିଁକି ଦେଉ ନାହାଁନ୍ତି। ସୁଶାନ୍ତଙ୍କ ମୃତ୍ୟୁର ପ୍ରକୃତ ରହସ୍ୟ କଣ ତାହା ଦିନେ ନା ଦିନେ ପଦାକୁ ଆସିବ। ଏଥିପାଇଁ ବିହାର ସରକାର ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବ ବୋଲି ମୋଦୀ କହିଛନ୍ତି।
Patna: Fans of late actor Sushant Singh Rajput burn an effigy of Maharashtra Chief Minister Uddhav Thackeray as they protest demanding CBI enquiry into the actor’s death, in Patna on Aug 1, 2020. (Photo: IANS)
Bengaluru: Army Band members perform to honour the COVID-19 warriors as they take part in rehearsals for the upcoming Independence Day celebrations at Tippu Sultan’s summer palace, in Bengaluru on Aug 1, 202o. (Photo: IANS)
ସିଓଲୋ : କରୋନା ଭାଇରସ୍କୁ ନେଇ ଭାରତ ସମେତ ଅନ୍ୟାନ୍ୟ ଦେଶଗୁଡିକରେ ଏବେ ହାହାକାର ସୃଷ୍ଟି ହୋଇଛି । ଏହି ମହାମାରୀର ଭୟାବହତାରୁ ରକ୍ଷା ପାଇବା ପାଇଁ ପରିସ୍କାର ରହିବା ଏକାନ୍ତ ଅପରିହାର୍ଯ୍ୟ ହୋଇପଡିଛି । ସାନିଟାଇଜ୍ ହେବା ମାସ୍କ ପିନ୍ଧିବା ତଥା ଦୂରତ୍ବ ରଖିବା ଦ୍ବାରା ଏହି ସଂକ୍ରମଣରୁ ଦୂରେଇ ରହିହେବ । କରୋନାକୁ ନେଇ ମନରେ ଭୟ ଥିବା ସମୟରେ କରୋନାକୁ ଡରି ଲୋକମାନେ ଅଜବ କାଣ୍ଡ ମଧ୍ୟ ଘଟାଉଛନ୍ତି। ନିକଟରେ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି କରୋନା ଡରରେ ଟଙ୍କାକୁ ଓ୍ବାସିଂ ମେସିନ୍ରେ ଧୋଇଛନ୍ତି । ଏଭଳି ଏକ ଅଜବ ଘଟଣା ଦକ୍ଷିଣ କୋରିଆରେ ଘଟିଛି । ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ କୋରିଆର ସିଓଲୋ ନିକଟସ୍ଥ ଅସଂନ ସହରର ଜଣେ ବ୍ୟକ୍ତି କରୋନା ସଂକ୍ରମଣ ଡରରେ ନିଜର ସମସ୍ତ ଟଙ୍କାକୁ ସାନିଟାଇଜ୍ କରିବା ପାଇଁ ଓ୍ବାସିଂମେଶିନ୍ରେ ପକାଇ…
ବାଙ୍ଗାଲୁରୁ, ପାଖେଇ ଆସିଲାଣି ଗଣେଶ ପୂଜା। ଏଥର ପୂଜା ଧୂମଧାମରେ ହେବାର ସମ୍ଭାବନା ନାହିଁ। ହେଲେ ଗଣେଶ ଭକ୍ତଙ୍କ ମନ ବୁଝୁ ନାହିଁ। ସାମାଜିକ ଦୂରତା ସହିତ କୋଭିଡ19 କଟକଣାରେ ଗଣେଶ ପୂଜା କରିବାକୁ ଅଣ୍ଟା ଭିଡିଛନ୍ତି। ହେଲେ ଏଥର କରୋନା ପାଇଁ ଗଣେଶ ମଣ୍ଡପ ଏବଂ ମୂର୍ତ୍ତିରେ ଦେଖିବାକୁ ମିଳିଛି ଭିନ୍ନ ଧରଣର ଥିମ। ଚଳିତ ବର୍ଷ ଗଣେଶ ପୂଜାରେ ଦେଖିବାକୁ ମିଳିବ କରୋନା ଥିମ୍ । କରୋନାକୁ ନେଇ ସାରା ଦୁନିଆ ଭୀତତ୍ରସ୍ତ ହୋଇଥିବାବେଳେ ବିଘ୍ନ ବିନାଶକଙ୍କ ପୂଜାରେ ମଧ୍ୟ କରୋନାର ପ୍ରଭାବ ଦେଖିବାକୁ ମିଳିଛି । କରୋନା ମାଡରେ ଯଦିଓ ଗଣେଶ ପୂଜା ମହାଆଡମ୍ବର ସହକାରେ ହେବ ନାହିଁ, ତେବେ ଗଣେଶ ପୂଜା ପାଇଁ ମୂର୍ତ୍ତି କାରିଗରୀଙ୍କ ଭିତରେ ଉତ୍ସାହ ରହିଛି । ମୂର୍ତ୍ତି କାରିଗରମାନେ ଗଣେଶ ପୂଜାରେ କରୋନାକୁ ଥିମ୍ ଭାବେ ବ୍ୟବହାର କରି ଗଢିଛନ୍ତି ଗଣେଶ ପ୍ରତିମାମାନ । ବାଙ୍ଗାଲୁରୁୁର କାରିଗରମାନେ ଆଦ୍ୟ ଦେବତା…
କୋଚି : କରୋନା ଭାରଇସ୍ ଏବେ ସାରା ଦୁନିଆରେ ଆତଙ୍କ ସୃଷ୍ଟି କରିଛି । ଭାରତରେ ଏହାର ସ୍ଥିତି ବେଶ୍ ଗମ୍ଭୀର ରହିଛି । କରୋନାକୁ ଦେଖି ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି ହୋଇଛି । ନିଜ ଲୋକ ବାହାରୁ ଆସିଲେ ବି ତାଙ୍କୁ ସନ୍ଦେହରେ ଦେଖାଯାଉଛି । ଠିକ୍ ଏହି ସମୟରେ ଏବେ ଟ୍ରେନ୍ରେ ଯାତ୍ରା କରୁଥିବା ସମୟରେ ହଠାତ୍ ଜଣାପଡିଲା ଆପଣଙ୍କ ସହ ଜଣେ କରୋନା ସଂକ୍ରମିତ ଯାତ୍ରା କରୁଛନ୍ତି, ତେବେ ଆପଣ କ’ଣ କରିବେ । ଠିକ୍ ଏହିପରି ଏକ ଘଟଣା ଘଟିଛି କାଝୀକୋଡ –ତିରୁଅନନ୍ତପୁରମ୍ ଜନ ଶତାବ୍ଦୀ ଏକ୍ସପ୍ରେସ୍ରେ । ଯାତ୍ରୀମାନେ ଯାତ୍ରା କରୁଥିବା ସମୟରେ ଟ୍ରେନ୍ରେ ଜଣେ କରୋନା ସଂକ୍ରମିତ ହୋଇଥିବାର ଖବର ଜଣାପଡିଥିଲା । ଏହି ଖବର ମିଳିବା ପରେ ହଇଚଇ ସୃଷ୍ଟି ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ସଂକ୍ରମିତ ବ୍ୟକ୍ତି ଜଣକ କୋଝିକୋଡ-ତିରୁଅନନ୍ତପୁରମ୍ରୁ ଜନ ଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନ୍ରେ ଯାତ୍ରା…
ନୂଆଦିଲ୍ଲୀ, ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇ) ଯୋଗୁଁ ମୋବାଇଲ ଓ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ ନିର୍ମାଣକାରୀ ସଂସ୍ଥାଗୁଡିକୁ ବିରାଟ ସଫଳତା ହାସଲ ହେବ। ଏହା କହିଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଦୂରସଞ୍ଚାର ତଥା ଆଇନ ଓ ନ୍ୟାୟ ମନ୍ତ୍ରୀ ରବି ଶଙ୍କର ପ୍ରସାଦ। ବୃହତ ସ୍ତରରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ପିଏଲଆଇ ଗତ ଏପ୍ରିଲ ପହିଲା ଦିନ ବିଜ୍ଞପିତ ହୋଇଥିଲା। ବିକ୍ରି ବୃଦ୍ଧି ଅନୁସାରେ ପିଏଲଆଇ ଯୋଜନା ଶତକଡା 4 ରୁ 6 ଭାଗ ପର୍ଯ୍ୟନ୍ତ ପ୍ରୋତ୍ସାହନ ଭାରତରେ ଉତ୍ପାଦିତ ସାମଗ୍ରୀ କମ୍ପାନୀଗୁଡ଼ିକୁ ପ୍ରଦାନ କରିବାର ବ୍ୟବସ୍ଥା ଅଛି। ଏହି ଯୋଜନା ପାଇଁ ଆବେଦନର ସମୟ ଜୁଲାଇ 31ଥିବା ବେଳେ ଆଜି ଅଗଷ୍ଟ ପହିଲାରୁ ଏହା ଲାଗୁ ହେଉଛି । ମୋଟ 22ଟି କମ୍ପାନୀ ପିଏଲଆଇ ଯୋଜନା ଅଧୀନରେ ସେମାନଙ୍କ ଆବେଦନପତ୍ର ଦାଖଲ କରିଛନ୍ତି । ଆନ୍ତର୍ଜାତିକ ମୋବାଇଲ ଫୋନ ଉତ୍ପାଦନକାରୀ କମ୍ପାନୀ ଯେଉଁ ମୋବାଇଲ ଫୋନ (ଇନଭଏସ ମୂଲ୍ୟ…
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୭୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୋଟ ୨୧, ୨୭୩ କରୋନା ରୋଗୀଙ୍କୁ ସୁସ୍ଥ କରାଇବାରେ ଆମର ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କର ବିଶେଷ ଭୂମିକା ରହିଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୨, ଗଞ୍ଜାମରୁ ୧୩୯, କଟକରୁ ୭୮, ସୁନ୍ଦରଗଡରୁ ୫୮, ଗଜପତିରୁ ୪୯, ଭଦ୍ରକରୁ ୩୩, କେନ୍ଦୁଝରରୁ ୩୧, ପୁରୀରୁ ୨୮, ନୟାଗଡ ରୁ ୨୨, ରାୟଗଡାରୁ ୨୦, ବାଲେଶ୍ବରରୁ ୧୯, କୋରାପୁଟରୁ ୧୮, ମାଲକାନଗିରିରୁ ୧୬, ନବରଙ୍ଗପୁରରୁ ୧୩, କନ୍ଧମାଳ ଏବଂ ସମ୍ବଲପୁରରୁ ୧୦, କେନ୍ଦ୍ରାପଡା ଓ ଯାଜପୁରରୁ ୯, ଜଗତସିଂପୁରରୁ ୮, ବରଗଡରୁ ୭, ଝାରସୁଗୁଡା ଓ ଢେଙ୍କାନାଳରୁ ୬, କଳାହାଣ୍ଡି ଓ ବଲାଙ୍ଗୀରରୁ ୨, ଅନୁଗୁଳରୁ ଜଣେ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଣାଇଛନ୍ତି। ଏବେ ରାଜ୍ୟରେ ୧୧,୯୮୦ ଜଣ ସକ୍ରିୟ କେସ ଥିବାବେଳେ ୨୧୨୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି।
ଭୁବନେଶ୍ବର, ବହୁ ପ୍ରତିକ୍ଷିତ ହରିଦାସପୁର-ପାରାଦ୍ୱୀପ ରେଳପଥ ନିର୍ମାଣ କାର୍ଯ୍ୟ ଶେଷ ହେବା ଉପରେ। ପରୀକ୍ଷାମୂଳକ ମାଲବାହୀ ଟ୍ରେନ୍ ଚଳାଚଳ ୩୧ ଜୁଲାଇ ୨୦୨୦ରୁ ଆରମ୍ଭ ହୋଇଥିଲା। ପାସେଞ୍ଜର (ଯାତ୍ରୀବାହୀ) ଟ୍ରେନ୍ ଚଳାଚଳ ନିମନ୍ତେ ଏହି ରେଳପଥର ଆଖପାଖ ଅଞ୍ଚଳର ଜନ ସାଧାରଣଙ୍କ ଉଚ୍ଚାଭୀଳାଷକୁ ପୂର୍ବତଟ ରେଳପଥ ପ୍ରଶଂସା କରୁଛି । ପୂର୍ବ ତଟ ରେଳପଥ ନିବେଦନ କରୁଛି ଯେ, ଏହି ରେଳପଥରେ ନିରାପଦ ଟ୍ରେନ୍ ଚଳାଚଳ କରିବାକୁ ହେଲେ ମାଲବାହୀ ଟ୍ରେନ୍ର ପରୀକ୍ଷାମୂଳକ ଚଳାଚଳ ବା ଟ୍ରାଏଲ୍ ରନ୍ ଏକାନ୍ତ ଆବଶ୍ୟକ। ପୂର୍ବ ତଟ ରେଳପଥ ଏଠାରେ ସୂଚାଇ ଦେବାକୁ ଚାହେଁ ଯେ, ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବା ନିମନ୍ତେ ବହୁ ନିରାପତ୍ତା ଭିତ୍ତିକ କାର୍ଯ୍ୟର ଆବଶ୍ୟକତା ରହିଛି ଏବଂ ଯାତ୍ରୀ ସୁବିଧା ଯୋଗାଣ କାର୍ଯ୍ୟ ମଧ୍ୟ କରାଯିବା ଆବଶ୍ୟକ । ପରୀକ୍ଷାମୂଳକ ମାଲ୍ବାହୀ ଟ୍ରେନ୍ ଚଳାଚଳ ହେଉଛି, ପାସେଞ୍ଜର ଟ୍ରେନ୍ ଚଳାଚଳ କରିବା ନିମନ୍ତେ ପ୍ରାଥମିକ ପଦକ୍ଷେପ ଏବଂ ଏଥି…
ନୂଆଦିଲ୍ଲୀ, କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ବ୍ୟାପାର ମନ୍ତ୍ରୀ ଶ୍ରୀ ରାମବିଳାସ ପାଶୱାନ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ଼’ ଯୋଜନାର ପ୍ରଗତି ସମୀକ୍ଷା କରିଛନ୍ତି। ଏହି କାର୍ଡ ବ୍ୟବସ୍ଥାକୁ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଚାଲିଥିବା ଉଦ୍ୟମ ବିଷୟରେ ମନ୍ତ୍ରୀ ଅନୁଧ୍ୟାନ କରିଛନ୍ତି। ଏହି ସମୀକ୍ଷା ଅନୁସାରେ ଆଉ ୩ଟି ରାଜ୍ୟ ମଣିପୁର, ନାଗାଲାଣ୍ଡ ଓ ଉତ୍ତରାଖଣ୍ଡ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ଏହି ନୂଆ ବ୍ୟବସ୍ଥା ପ୍ରବର୍ତ୍ତିତ ହୋଇଥିବା ଜଣାପଡିଛି। ଏଥିପାଇଁ ଯେଉଁ ବୈଷୟିକ ଆବଶ୍ୟକତା ଓ ପ୍ରସ୍ତୁତି ଦରକାର ଥିଲା ତାହା ଏହି 4ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟକ୍ଷମ ହୋଇଛି । ଏହାକୁ ମିଶାଇ ଆଜି ଅର୍ଥାତ୍, 2020 ଅଗଷ୍ଟ ପହିଲା ସୁଦ୍ଧା ଦେଶର 24ଟି ରାଜ୍ୟ ଓ କେନ୍ଦ୍ର…
ମହାରାଷ୍ଟ୍ର : ମହାରାଷ୍ଟ୍ରର ନାଗପୁରରେ ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଥିବା ବାୟୋ ଗ୍ୟାସ୍ ଫ୍ୟାକ୍ଟ୍ରିର ବୟଲର ଫାଟିବା ଯୋଗୁଁ 5 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ମାନସ ଆଗ୍ରୋ ଇଣ୍ଡିଷ୍ଟ୍ରି ଆଣ୍ଡ୍ ଇନ୍ଫାଷ୍ଟ୍ରକଚର୍ ଲିଃ ଫ୍ୟାକ୍ଟ୍ରିରେ ଏହି ଦୁର୍ଘଟଣା ଘଟିଛି । ବେଲା ଗାଁ ନିକଟରେ ଥିବା ବାଓଗ୍ୟାସ ନିକଟରେ ଥିବା ବୟଲରରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ 5ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ପାଞ୍ଚ ମୃତକଙ୍କ ମଧ୍ୟରେ 21 ବର୍ଷୀୟ ମଙ୍ଗେଶ ପ୍ରଭାକର ନୌକାରକର ଥିବାବେଳେ 42 ବର୍ଷୀୟ ଲୀଲାଧର ବାମନରାଓ୍ବ ସିନ୍ଧେ, 30 ବର୍ଷୀୟ ବାସୁଦେବ ଲାଦି, 24 ବର୍ଷୀୟ ସଚିନ ପ୍ରକାଶ ବାଘମାରେ ଓ 25 ବର୍ଷୀୟ ପ୍ରତାପ ପାଣ୍ଡୁରଙ୍ଗ ମୁନ୍ ରହିଛନ୍ତି । ଏହି ସମସ୍ତ ଶ୍ରମିକ ବଡଗ୍ରାମର ବାସିନ୍ଦା ବୋଲି ସୂଚନା ରହିଛି । ତେବେ ବିସ୍ଫୋରଣ କେମିତି ଓ କିପରି ହେଲା…
ରମେଶ ମହାନ୍ତି ଜଗତସିଂହପୁର: ସଙ୍ଗରୋଧ କେନ୍ଦ୍ରରେ ବିଭିନ୍ନ ପ୍ରକାର ଅବ୍ୟବସ୍ଥାକୁ ନେଇ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କଲେ ସଙ୍ଗରୋଧୀ ପ୍ରବାସୀ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ। ସୂଚନା ଯୋଗ୍ୟ ଯେ, ତିର୍ତ୍ତୋଲ ଆଦିକବି ସାରଳାଦାସ କଲେଜରେ ଚାଲୁଥିବା କରୋନା ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଅସ୍ୱାସ୍ଥ୍ୟକର ପରିବେଶ, ନିମ୍ନମାନର ଖାଦ୍ୟ ଦିଆଯିବା ସାଙ୍ଗକୁ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଏପରିକି ଏହି ସଙ୍ଗରୋଧ କେନ୍ଦ୍ରରେ କରୋନା ପଜିଟିଭ ଚିହ୍ନଟ ହେବାପରେ ମଧ୍ୟ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ତେବାସୀଙ୍କୁ କରୋନା ପରୀକ୍ଷା କରାନଯାଇ ଜୋରଜବରଦସ୍ତ ଘରକୁ ପଠାଇଦିଆଯାଉଥିବା ଅଭିଯୋଗ ହୋଇଛି। ପ୍ରଶାସନିକ ଅଧିକାରୀମାନେ ସେମାନଙ୍କ କଥା ଶୁଣୁନାହାଁନ୍ତି ଘରୁ ଉଠାଇଆଣି ଏଠାରେ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ କରିଥିଲେ। ଜିଲ୍ଲାରେ ତିର୍ତ୍ତୋଲ ବ୍ଲକରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଠାରେ କିନ୍ତୁ ପ୍ରଶାସନିକ ଅଧିକାରୀମାନଙ୍କ ମନମାନି ଚାଲିଥିବା କୁହାଯାଉଛି। ସଙ୍ଗରୋଧ କେନ୍ଦ୍ରରେ ତିର୍ତ୍ତୋଲ କଲେଜ ସଙ୍ଗରୋଧ କେନ୍ଦ୍ରରେ…
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନକୁ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଜି ଭୁବନେଶ୍ବରରୁ 126 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଦୁଇଜଣଙ୍କ ଜୀବନ ଯାଇଛି । ଆଜି କରୋନାକୁ ବିଏମ୍ସି କମିଶନର ଏକ ବୈଠକ କରିବା ସହ ଭିଡକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି । ଦୈନିକ ପରିବା କିଣିବାକୁ ନ ଯାଇ 4/5 ଦିନରେ ଥରେ ଯାଆନ୍ତୁ। ଟଙ୍କାଏ ଦୁଇଟଙ୍କା ପାଇଁ ବୁଲି ବୁଲି କିଣନ୍ତୁନି, ଜୀବନ ବଞ୍ଚିବା ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି ବିଏମ୍ସି କମିଶନର । ଆଳୁ ଗଦିର ଜଣେ ସଂକ୍ରମିତଙ୍କ ପାଇଁ 41 ଜଣ ସଂକ୍ରମିତ ହୋଇଛନ୍ତି । ମାଛ ମାର୍କେଟ୍ ବି ବନ୍ଦ କରି ଟେଷ୍ଟ କଲୁ 21ଜଣ ପଜିଟିଭ୍ ବାହାରିଛନ୍ତି। ସେହିପରି ବଜାରକୁ ଗଲାବେଳେ ପୂରା ସୁରକ୍ଷାକୁ ଦୃଷ୍ଟିରେ ରଖି ସପିଂ କରନ୍ତୁ । ଥରେ ଯେଉଁଠି ସଂକ୍ରମିତ ହୋଇଛି, ଆଉ ଯେ ହେବନି, କହି ହେବନି…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ବ୍ରହ୍ମପୁରରେ ଦୁଇଟି କୋଭିଡ ହସ୍ପିଟାଲ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାର କ୍ରମାଗତ ଭାବରେ କମୁଛି। ଗଞ୍ଜାମରେ ଆରୋଗ୍ୟ ହାର ଜାତୀୟ ହାର ଠାରୁ ଅଧିକ ରହିଛି ଏବଂ ଜିଲ୍ଲାର ୮୫ ପ୍ରତିଶତ ଗ୍ରାମାଞ୍ଚଳ ସବୁଜ ଅଞ୍ଚଳରେ ରହିଛି। କିନ୍ତୁ ଯେପର୍ଯ୍ୟନ୍ତ ଟୀକା ବା ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତି ନ ବାହାରିଛି ଏହି ମହାମାରୀ ବିରୁଦ୍ଧରେ ଫଳପ୍ରଦ ଲଢେଇର ଏକମାତ୍ର ଉପାୟ ହେଉଛି ମାସ୍କର ବ୍ୟବହାର, ସାମାଜିକ ଦୂରତ୍ବ ଓ ସରକାରଙ୍କ କୋଭିଡ ନିୟମାବଳୀର ପାଳନ କରିବା ଏବେ ନିତାନ୍ତ ଅପରିହାର୍ଯ୍ଯ। ତେଣୁ ବର୍ତ୍ତମାନ ପରିସ୍ଥିତିରେ ଆତ୍ମସନ୍ତୋଷର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଜନସାଧାରଣ କୋଭିଡ ନିୟମାବଳୀକୁ ହାଲକା ଭାବରେ ନ ନେଇ ଏହାର ଗୁରୁତ୍ବକୁ ଭଲ ଭାବରେ ବୁଝନ୍ତୁ। ନିଜର ଏବଂ ନିଜ ପରିବାରର ସୁରକ୍ଷା ଦୃଷ୍ଟିରୁ ସବୁ…
ମନାଲି : ଆଜିର ସମୟରେ ପୁଅ ଓ ଝିଅ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଲିଙ୍ଗଗତ ବୈଷମ୍ୟତା ଦୂର କରିବା ପାଇଁ ସରକାରଙ୍କ ପକ୍ଷରୁ ବେଟୀ ବଚାଓ, ବେଟୀ ପଢାଓ ଅଭିଯାନ କରାଯାଉଥିବା ବେଳେ ଝିଅମାନଙ୍କ ପାଇଁ ବହୁ କ୍ଷେତ୍ରରେ ସରକାର ବିଭିନ୍ନ ଯୋଜନମାନ ପ୍ରଣୟନ କରିଛନ୍ତି । କିନ୍ତୁ ଆଜିର ସମାଜରେ ବି ଝିଅମାନଙ୍କୁ ନେଇ ଏକ ଘୃଣ୍ୟ ମାନସିକତା ରହି ଆସିଛି । ସରକାରଙ୍କ ସମସ୍ତ ଯୋଜନା ସତ୍ତ୍ବେ ବି ଝିଅଙ୍କୁ ନେଇ ସମାଜରେ ଏବେବି ରୂଢୀବାଦୀ ଚିନ୍ତାଧାରା ରହି ଆସିଛି । ଆଜି ବି ଝିଅ ଜନ୍ମ ହେଲେ କେହି କେହି ବୋଝ ଭାବି ନାକ ଟେକୁଥିବାବେଳେ କେହି କେହି ହତ୍ୟା କରିବାକୁ ବି ପଛାଉ ନାହାନ୍ତି । ଏପରି ଏକ କୁତ୍ସିତ ଘଟଣା ମନାଲି ଅଞ୍ଚଳରେ ଘଟିଥିବାର ଜଣାଯାଇଛି । ପୁଅ ବଦଳରେ ଝିଅ ଜନ୍ମ ହେବାରୁ ନବଜାତ କନ୍ୟା ହତ୍ୟା କରିଛି ପିଶାଚ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ 126 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂତନ 126ଜଣଙ୍କ ମଧ୍ୟରୁ 77 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 49 ଜଣ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । ୟୁନିଟ୍ 1 ତାରିଣୀ ବସ୍ତିରୁ 10 ଜଣ, ୟୁନିଟ୍-9 ବାୟାବାବା ବସ୍ତିରୁ 9 ଜଣ ଚିହ୍ନଟ ହୋଇଥିବାବେଳେ 8 ଜଣ ପୋଲିସ୍ କର୍ମଚାରୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖଣ୍ଡଗିରି ତପୋବନ ବସ୍ତିରୁ 6ଜଣ ଚିହ୍ନଟ ହୋଇଥିବାବେଳେ ବଡଗଡ ବ୍ରିଟ୍ କଲୋନୀରୁ 4 ଜଣ ଚିହ୍ନଟ ହୋଇଛନ୍ତି। ଆଇଗିଣିଆରୁ 3 ଜଣ ରହିଥିବାବେଳେ ନୟାପଲ୍ଲୀ ନୂଆସାହିରୁ 3 ଜଣ ରହିଛନ୍ତି । ସେହିପରି 49 ଲୋକାଲ୍ କଣ୍ଟାକ୍ଟ କେସ୍ରୁ ଭରତପୁର ଦୁର୍ଗା ମଣ୍ଡପ ନିକଟରୁ 3 ଜଣ, ଡୁମୁଡୁମାରୁ 4 ଜଣ, ଘରୋଇ ହସ୍ପିଟାଲରୁ ଜଣେ କର୍ମଚାରୀ ରହିଥିବାବେଳେ ଭୋଇନଗରରୁ ଜଣେ, ଜୟଦେବ ବିହାରରୁ 2 ଜଣ,…
ଭୁବନେଶ୍ବର: ଅନଲକ୍ -3 କଟକଣା ନେଇ ପୋଲିସ୍ କମିଶନର ଚେତାବନୀ ଦେଇଛନ୍ତି। କମିଶନରେଟ ଅଞ୍ଚଳ ଭିତରେ କଟକଣା କଡାକଡି ପାଳନ ହେବ। ରାତି 9ରୁ ସକାଳ 5ଟା ଭିତରେ ଅଣଅତ୍ୟାବଶ୍ୟକ କାର୍ଯ୍ୟକୁ ବାରଣ କରାଯାଇଛି। ଏହି ସମୟ ମଧ୍ୟରେ ବିନା କାରଣରେ ଯା‘ଆାସ କରିବାକୁ ବାରଣ କରାଯାଇଛି। କଟକଣା ମାନିବାକୁ ପରାମର୍ଶ, ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସର୍ବସାଧାରଣଙ୍କ ପାଇଁ ହ୍ବାଟସ୍ଆପ୍ ନମ୍ବର ଜାରି କଲେ ଡିସିପି। କେହି କଟକଣା ଉଲ୍ଲଂଘନ କରୁଥିଲେ ହ୍ବାଟସ୍ଆପ୍ରେ ଜଣାଇପାରିବେ। ହ୍ବାଟସ୍ଆପ୍ ନମ୍ବର 7440006709 ଜରିଆରେ ଜଣାଇହେବ। ଉଲ୍ଲଂଘନକାରୀଙ୍କ ଭିଡିସ, ଟେକ୍ସଟ୍, ଫଟୋ ପଠାଇ ହେବ ବୋଲି ସୂଚନା ରହିଛି।
ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ତଥା ପୂର୍ବତନ ସମାଜବାଦୀ ପାର୍ଟି ନେତା ଅମର ସିଂହଙ୍କ ମୃତ୍ୟୁ ହୋଇଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ରହିଥିବାବେଳେ 64 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ସିଙ୍ଗାପୁରରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିଲେ । କିଛି ଦିନ ପୂର୍ବେ ତାଙ୍କର କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ଦୀର୍ଘ ଦିନ ଧରି ସେ ସିଙ୍ଗାପୁର ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । 1996 ରେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ମନୋନୀତ ହୋଇଥିବା ଅମର ସିଂ ଶେଷ ଥର ପାଇଁ 2016ରେ ଶେଷ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ନିଜ ରାଜନୈତିକ କ୍ୟାରିୟରରେ ଅମର 4 ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । (ଏଜେନ୍ସି)

