Author: Samikhsya Bureau

କେଦାର ମିଶ୍ର କେନ୍ଦ୍ର ସରକାର ଜାତୀୟ ଲକ ଡାଉନ ପ୍ରତ୍ୟାହାର କରିବାର ପ୍ରକ୍ରିୟା ଅବ୍ଯାହତ ରଖିଥିବା ବେଳେ ଓଡିଶା ସରକାର ଲକ ଡାଉନକୁ କରୋନା ସଂକ୍ରମଣ ରୋକିବାର ସହଜ ବାଟ ବୋଲି ଧରି ନେଇଛନ୍ତି। ଗତ ଜୁନ ଓ ଜୁଲାଇ ମାସରେ ଜାତୀୟ ସ୍ତରର ଲକ ଡାଉନ ପ୍ରତ୍ୟାହୃତ ହୋଇ ଅର୍ଥନୈତିକ ଗତିବିଧି ବାଧା ଯାଇଛି। ମାର୍ଚ୍ଚ-ମଇ ରେ ହୋଇଥିବା ସଂପୂର୍ଣ୍ଣ ଲକ ଡାଉନ ଯୋଗୁଁ ଅର୍ଥନୀତିର ଯେଉଁ କ୍ଷତ ସୃଷ୍ଟି ହୋଇଥିଲା ତାହା ଆଜି ବି ଭରଣା ହୋଇନାହିଁ। ତେଣୁ ସଂକ୍ରମଣ ଓ ଅର୍ଥନୈତିକ ଗତିବିଧି ମଧ୍ୟରେ ତାଳମେଳ ରଖି ଆସ୍ତେ ଆସ୍ତେ ଲକ ଡାଉନ ପ୍ରତ୍ୟାହୃତ ହେଉଛି। ଓଡିଶା ସରକାର କିନ୍ତୁ ଗତ ଦୁଇମାସ ଧରି ଓଡିଶାରେ ଲକ ଡାଉନ ପ୍ରତ୍ୟାହାର କରିନାହାନ୍ତି। ବରଂ ଜୁନ ଓ ଜୁଲାଇ ମାସରେ ଲକ ଡାଉନକୁ ଅଧିକ କଡାକଡି କରିଛନ୍ତି। ସ୍ଥାନୀୟ ସ୍ତରରେ “କଣ୍ଟେନମେଣ୍ଟ” ଜୋନ କୁ ନିର୍ଦ୍ଦିଷ୍ଟ ସଂକ୍ରମିତ ଅଞ୍ଚଳରେ…

Read More

ଆଫଗାନିସ୍ତାନ : ଆଫଗାନିସ୍ତାନର ଲୋଗର୍‌ ପ୍ରାନ୍ତରେ ଏକ ବମ୍‌ ବିସ୍ଫୋରଣ ହୋଇଛି  । ଏହି ବିସ୍ଫୋରଣରେ 8ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 30 ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଲୋଗାର ପ୍ରାପ୍ତର ରାଜଧାନୀ ଫୁଲ୍‌-ଏ ଆଲମ୍‌ ସହରର ଆଜାଦୀ ଚୌକିଠାରେ ଏହି ବିସ୍ଫୋରଣ ହୋଇଛି । କାର୍‌ ବମ୍‌ ବିସ୍ଫୋରଣରେ 8 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 30ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଆହତଙ୍କ ସେଣ୍ଟ୍ରାଲ୍‌ ହସ୍ପିଟାଲ ଓ ନାଏବ ଅମିନ୍‌ଉଲ୍ଲା ଖାନ୍‌ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି । ସୂଚନାଯୋଗ୍ୟ, ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଏକ ରିପୋର୍ଟରେ କୁହାଯାଇଥିଲା ଯେ, ଆଫଗାନିସ୍ତାନରେ ଏବେ ପ୍ରାୟ 6ରୁ ସାଢ 6 ହଜାର ପାକିସ୍ତାନୀ ଆତଙ୍କବାଦୀ ରହିଛନ୍ତି । (ଏଜେନ୍ସି)

Read More

କେନ୍ଦ୍ରାପଡା : ନିଆଁରେ ପୋଡି ହୋଇ ଗୋଟିଏ ପରିବାରର 5 ଜଣ ଗୁରୁତର ହୋଇଛନ୍ତି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଘର ଲୋକେ ଶୋଇଥିବାବେଳେ ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ କାଣ୍ଡ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ ଘଟିଛି । ଏହି ଅଗ୍ନିକାଣ୍ଡରେ ଘରେ ଶୋଇଥିବା 20 ଦିନର ଶିଶୁ ସହ ପରିବାରର 5 ଜଣ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଦୁମୁକା ପଞ୍ଚାୟତ ଗିରଙ୍ଗ ଗ୍ରାମରେ ବିଳମ୍ବିତ ରାତ୍ରିରେ ଏହି ଅଗ୍ନିକାଣ୍ଡ ଘଟିଛି । ଘରର ଉଭୟ ପଟରେ ତାଲା ପଡିଥିବାବେଳେ ଘର ଜଳି ଯାଇଛି । ପୂର୍ବ ଶତ୍ରୁତାରୁ କେହି ନିଆଁ ଲଗାଇଥିବାର ଅଭିଯୋଗ ହୋଇଛି । ଘରେ 8 ଜଣ ସଦସ୍ୟ ଥିବାବେଳେ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି ।  ସ୍କାଏ ଲାଇଟ୍‌ ଭାଙ୍ଗି ଗ୍ରାମବାସୀମାନେ ଉକ୍ତ ପରିବାରକୁ ଉଦ୍ଧାର କରିଥିବାର ସୂଚନା ରହିଛି ।

Read More

ଭଦ୍ରକ : ବିରିୟାନି ଖାଇବାକୁ କେନ୍ଦ୍ର କରି ମାରପିଟ୍‌ ହୋଇଛି । ଉଭୟ ପକ୍ଷରୁ 8 ଆହତ ହୋଇଥିବା ବେଳେ 5ଟି ବାଇକ ଭାଙ୍ଗିଛି । ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା  ଜଗନ୍ନାଥସାହି ଗ୍ରାମରେ ଏମିତି ଘଟଣା ଘଟିଛି । ଗାଁରେ ଠେଲାଗାଡି ଲଗାଇ ବିରିୟାନି ବିକ୍ରି ବେଳେ ଗଣ୍ଡଗୋଳ ହୋଇଛି । ବିରିୟାନୀ ବାସି ହୋଇଥିବା ନେଇ କିଛି ବ୍ୟକ୍ତି ଅଭିଯୋଗ କରିଥିଲେ । ଗାଁର କିଛି ଯୁବକ ଏହାକୁ ବିରୋଧ କରିବାରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏହିଗଣ୍ଡଗୋଳରେ 8 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଗଣ୍ଡଗୋଳରେ ଗୋଟିଏ ଘର ସହ 5ଟି ବାଇକ୍‌ ଭାଙ୍ଗିଯାଇଥିବାର ସୂଚନା ରହିଛି । ଘଟଣାସ୍ଥଳରେ ଧୁଷୁରୀ ଥାନା ପୋଲିସ୍‌ ପହଞ୍ଚି ଗଣ୍ଡଗୋଳକାରୀଙ୍କୁ ଖୋଜୁଛି ।

Read More

ହାଇଦ୍ରାବାଦ, ଗୋଦାବରୀ ଓ କ୍ରିଷ୍ଣା ନଦୀର ଗୋଟିଏ ବି ବିନ୍ଦୁ ଜଳ ତେଲାଙ୍ଗାନା ହରାଇବାକୁ ଚାହେଁ ନାହିଁ। ଯେତେ ଯାହା କରିବାକୁ ହେଉ ପଛେ ତେଲାଙ୍ଗାନା ସରକାର କରିବାକୁ ପ୍ରସ୍ତୁତ। ଏ କଥା କହିଛନ୍ତି ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ଗତକାଲି ରାଜ୍ୟ ସରକାରଙ୍କ ଏକ ଉଚ୍ଚ ସ୍ତରୀୟ ବୈଠକ କରାଯାଇ ଏହି ନିଷ୍ପତି ନିଆଯାଇଛି। ଏ ନେଇ ତେଲାଙ୍ଗାନାର ମୁଖ୍ୟ ଶାସନ ସଚିବ କେନ୍ଦ୍ର ଜଳ ସଂପଦ ବିଭାଗକୁ ଚିଠି ଲେଖି ଜଣାଇ ଦେଇଛନ୍ତି। ତୁରନ୍ତ କେନ୍ଦ୍ର ଉଚ୍ଚସ୍ତରୀୟ ବୈଠକ କରି ଏହା ନିଷ୍ପତି କରୁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଆନ୍ଧ୍ର ପ୍ରଦେଶ ଦୁଇଭାଗ ହେବା ପରେ ବର୍ତ୍ତମାନ ଏହି ଦୁଇ ରାଜ୍ୟ ମଧ୍ୟରେ ନଦୀ ଜଳ ନେଇ ବିବାଦ ଲାଗି ରହିଛି। ଆନ୍ଧ୍ର ପ୍ରଦେଶ ନଦୀ ଜଳ ଉପରେ ଆଧିପତ୍ୟ ବିସ୍ତାର କରୁଛି ବୋଲି ପୂର୍ବରୁ ତେଲାଙ୍ଗାନା କହିଆସୁଛି। ବର୍ତ୍ତମାନ ଏହାର ସମାଧାନ ନ ହେଲେ…

Read More

ଭୁବନେଶ୍ବର, କେନ୍ଦ୍ର ସରକାର ଅନଲକ 3.0 ଘୋଷଣା କରିବା ପରେ ବର୍ତ୍ତମାନ ରାଜ୍ୟ ସରକାର କଣ କରିବେ ସେ ନେଇ ସମସ୍ତଙ୍କର ଅପେକ୍ଷା। କେନ୍ଦ୍ର କରିଥିବା ଘୋଷଣା ଅନୁସାରେ ରାଜ୍ୟରେ ଜିମ, ଯୋଗ କେନ୍ଦ୍ରଗୁଡିକ ଖୋଲିବ। ହେଲେ ଓଡିଶାରେ ଯେପରି ପରିସ୍ଥିତି ରହିଛି ସେଥିରେ ଏସବୁ ଖୋଲିବ କି ନାହିଁ ସନ୍ଦେହ। ସେହିପରି କେନ୍ଦ୍ର ରାତ୍ରୀକାଳିନ କର୍ଫୁ ଉଠାଇ ଦେଇଛନ୍ତି। ହେଲେ ତାହା ରାଜ୍ୟ ସରକାର ଲାଗୁ କରିବେ କି ନାହିଁ ଜଣାପଡି ନାହିଁ। ଅନଲକ 3.0 ଆସନ୍ତାକାଲିଠାରୁ ଲାଗୁ ହେଉଥିବାରୁ ରାଜ୍ୟ ସରକାର ଆଜି ତାଙ୍କର ଗାଇଡ ଲାଇନ ପ୍ରକାଶ କରିବେ ବୋଲି ଜଣାପଡିଛି।

Read More

ରମେଶ ମହାନ୍ତି ଜଗତସିଂହପୁର:  ଆଜି ଅପରାହ୍ନରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେଅନୁଷ୍ଠିତ ଏକ ବୈଠକରେ ଯୋଗଦେଇ ରାଜ୍ୟ ଜଳ ସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଏବଂ ଜଗତସିଂହପୁର ବିଧାୟକ  ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଜିଲ୍ଲାରେ କରୋନା ସ୍ଥିତି,ପ୍ଲାଜମା ଥେରାପି ପାଇଁ ପ୍ଲାଜମା ଦାନର ଆବଶ୍ୟକତା ଓ କୋଭିଡ୍ କେୟାର ସେଣର ସମ୍ପର୍କରେ ସମୀକ୍ଷା କରିଛନ୍ତି । କୋଭିଡ୍‌-୧୯ ଚିକିତ୍ସାରେ ପ୍ଲାଜମା ଥେରାପିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗୁରୁତର କୋଭିଡ୍ ରୋଗୀ ଏହି ଚିକିତ୍ସା ଫଳରେ ଶୀଘ୍ର ଆରୋଗ୍ୟ ଲାଭ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ସହ ଯୋଗାଯୋଗ କରି ସେମାନଙ୍କର ପ୍ଲାଜମା ଦାନ କରିବା ପାଇଁ ଉତ୍ସାହିତ କରିବାକୁ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ । ପ୍ଲାଜମା ଦାନ ପାଇଁ ଇଛୁକ ଏବଂ କରୋନାରୁ ଆରୋଗ୍ୟ ଲାଭ କରିଥିବା…

Read More

ବରଗଡ : ଅଗଷ୍ଟ 1 ତାରିଖରୁ  ଅଗଷ୍ଟ ତିନି ତାରିଖ ପର୍ଯ୍ୟନ୍ତ ବରଗଡ ଜିଲ୍ଲା ସଟ୍‌ଡାଉନ ରହିବ । ଏନେଇ ସୂଚନା ଦେଇଛନ୍ତି ବରଗଡ ଜିଲ୍ଲାପାଳ । କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି । ସୂଚନାଯୋଗ୍ୟ, ଆଜି ବରଗଡ ଜିଲ୍ଲାରୁ 12 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ସର୍ବମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 402କୁ ବୃଦ୍ଧି ହୋଇଛି । ସେହିପରି ଜିଲ୍ଲାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 334 ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ଜିଲ୍ଲାରେ 67ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Read More

ରାୟଗଡା : କରୋନା ପାଇଁ ମଣିଷ ନିଜର ମାନବିକତାକୁ ଭୁଲିଯାଇଛି । ଏପରିକି ତା’ ଭିତରେ ଦୟା, ଉଦାରତା ପରି ଭାବନାଗୁଡିକ ମଧ୍ୟ ଉଭେଇ ଗଲାଣି । କରୋନା ଏବେ ଆମକୁ ଅସଭ୍ୟ ଓ ଅଶିକ୍ଷିତ କରି ସାରିଲାଣି । କରୋନାକୁ ଭୟ କରିବା ସହିତ ଆମେ ଲୋକଙ୍କୁ ଘୃଣା କରିବା ଆରମ୍ଭ କଲେଣି । କରୋନା ଯୋଗୁଁ ଆମ ସଭ୍ୟ ଶିକ୍ଷିତ ସମାଜ ନିମ୍ନଗାମୀ ହୋଇପଡିଛି । କରୋନା ଯୋଗୁଁ ଆମ ଭିତରେ ସୃଷ୍ଟି ହୋଇଥିବା ଅମାନବିକତା ଆମକୁ ଦିନକୁ ଦିନ ତଳକୁ ନେଉଥିବାବେଳେ ଆମେ ଏହାକୁ ଅଣଦେଖା କରି ଚାଲିଛୁ । କରୋନା ପରିସ୍ଥିତିରେ ଏକ ଅମାନବୀୟ ଘଟଣା ରାୟଗଡା ଜିଲ୍ଲାରୁ ନଜରକୁ ଆସିଛି । ରୋଗଙ୍କୁ ଘୃଣା କରିବା ଦରକାର, ରୋଗୀକୁ ନୁହେଁ । ଏଠି କିନ୍ତୁ ପରିସ୍ଥିତି ଓଲଟା ହେଉଛି । ରୋଗୀ, କି ରୋଗ ନୁହେଁ ବରଂ ପ୍ରଭାବିତ ଅଞ୍ଚଳକୁ ଯାଇଥିବା ନିଜର ଲୋକଙ୍କୁ…

Read More

ଢେଙ୍କାନାଳ : ଢେଙ୍କାନାଳରେ ଅସଦାଚରଣର ଶିକାର ହୋଇ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭାପୁର ଫାଣ୍ଡି ଏଏସ୍‌ଆଇ ପଦ୍ମନାଭ ସାହୁଙ୍କୁ ନିଲମ୍ବିତ କରାଯାଇଛି । ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଏନେଇ ସୂଚନା ଦେଇଛନ୍ତି । ପୋଲିସର ନିଷ୍କ୍ରିୟତା ଯୋଗୁଁ ଢେଙ୍କାନାଳ ଭାପୁର ଅଞ୍ଚଳରେ ଜଣେ ନାବାଳିକା ଆତ୍ମହତ୍ୟା କରିଥିବାର ଅଭିଯୋଗ ଆସିବା ପରେ ସମ୍ପୃକ୍ତ ଫାଣ୍ଡି ଅଧିକାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୂଚନାଯୋଗ୍ୟ, ଗତ 6 ତାରିଖରେ ଜଣେ ଯୁବକ ପାଣି ପିଇବା ବାହାନାରେ ଘରେ ଏକୁଟିଆ ଥିବା ନାବାଳିକାଙ୍କୁ ଅସଦାଚରଣ କରିଥିଲେ ବୋଲି ମୃତ ନାବାଳିକାଙ୍କ ପରିବାର ଅଭିଯୋଗ କରିଥିଲେ । ଏନେଇ ପରିବାର ପକ୍ଷରୁ ଫାଣ୍ଡିରେ ଏତଲା ମଧ୍ୟ ଦିଆଯାଇଥିଲା । ମାତ୍ର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଅପରପକ୍ଷରେ ମାନସିକ ଅଶାନ୍ତି ଯୋଗୁଁ ନାବାଳିକା ଜଣକ ବିଷ ପିଇ ଆତ୍ମହତ୍ୟା କରିଥିଲା…

Read More

ମହାରାଷ୍ଟ୍ର : ମହରାଷ୍ଟ୍ରର ଅମରାବତୀ ଅଞ୍ଚଳରୁ ଏକ ଲଜ୍ଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଲ୍ୟାବ୍‌ ଟେକ୍‌ନସିଆନ୍‌ କରୋନା ଟେଷ୍ଟ ପାଇଁ ଯୁବତୀଙ୍କ ପ୍ରାଇଭେଟ୍‌ ପାର୍ଟ (ଗୁପ୍ତାଙ୍ଗ)ରୁ ସାମ୍ପଲ୍‌ ଟେଷ୍ଟ ନେଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଯୁବତୀ ଏହି ଘଟଣାକୁ ନେଇ ପୋଲିସ୍‌ରେ ଅଭିଯୋଗ କରିଛନ୍ତି । ପୋଲିସ୍‌ ତରଫରୁ ଦୁଷ୍କର୍ମ ମାମଲା ଅଭିଯୋଗ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ଜଣକ କୋଭିଡ୍‌ ଟ୍ରମା ସେଣ୍ଟରରେ ଲ୍ୟାବ୍‌ ଟେକ୍‌ନିସିଆନ୍‌ ଭାବେ କାର୍ଯ୍ୟରତ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ଯୁବତୀ ଜଣକ ଏକ ସର୍ଭିସ୍‌ ସେଣ୍ଟରରେ କାର୍ଯ୍ୟ କରୁଥିଲେ । ଏକ କୋଭିଡ୍‌ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ଏହି ଷ୍ଟାରର ସମସ୍ତ 28 ଜଣ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯାଇଥିଲା । ଏକ ସରକାରୀ ଲ୍ୟାବରେ ଏହି କରୋନା ଟେଷ୍ଟ କରାଯାଇଥିଲା । ସ୍ବାବ୍‌…

Read More

ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ ରୁ ଜୁନ୍ ୨୦୨୦ ପର୍ଯ୍ୟନ୍ତ ପ୍ରଥମ ତ୍ରୟମାସରେ ରିଲାଏନ୍ସ ଜିଓର ନିଟ୍ ଲାଭରେ ୧୮୩ ପ୍ରତିଶତ ବୃଦ୍ଧି ଘଟି ଏହା ୨୫୨୦ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଗତ ଆର୍ଥିକ ବର୍ଷର ଏହି ସମାନ ତ୍ରୟମାସରେ ଜିଓର ନିଟ୍ ଲାଭ ୮୯୧ କୋଟି ଟଙ୍କା ରହିଥିଲା । କମ୍ପାନୀ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ପାଇଁ ଘୋଷଣା କରାଯାଇଥିବା ଆର୍ଥିକ ଫଳାଫଳ ଅନୁଯାୟୀ ଏପ୍ରିଲ୍ ରୁ ଜୁନ୍ ତ୍ରୟମାସରେ ଜିଓର ପରିଚାଳନାଗତ ରାଜସ୍ୱ ଗତ ବର୍ଷ ତୁଳନାରେ ୩୩.୭ ପ୍ରତିଶତ ବୃଦ୍ଧି ପାଇ ୧୬୫୫୭ କୋଟି ଟଙ୍କା ହୋଇଛି । ୨୦୨୦ ଜୁନ୍ ୩୦ ସୁଦ୍ଧା କମ୍ପାନୀର ମୋଟ ଗ୍ରାହକ ସଂଖ୍ୟା ୩୯.୮୩ କୋଟିରେ ପହଞ୍ଚିଥିବାବେଳେ ଗ୍ରାହକ ପ୍ରତି ରାଜସ୍ୱ (ଆର୍ପୁ) ବୃୃଦ୍ଧି ପାଇ ମାସକୁ ୧୪୦.୩ ଟଙ୍କାରେ ପହଞ୍ଚିଛି । ଏହି ତ୍ରୟମାସରେ କମ୍ପାନୀ…

Read More

ଚେନ୍ନାଇ : କରୋନା ସଂକ୍ରମଣକୁ ଦେଖି ତାମିଲନାଡୁ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଲକ୍‌ଡାଉନ୍‌ର ଅବଧିକୁ ଅଗଷ୍ଟ 31 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ଏହି ଲକ୍‌ଡାଉନର କିଛିଟା କୋହଳ କରାଯାଇଛି । ପୂର୍ବରୁ 50 ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍‌ ଖୋଲିବା ନିୟମରେ ପରିବର୍ତ୍ତନ କରାଯାଇଛି । ଏବେ 75 ପ୍ରତିଶତ  କର୍ମଚାରୀରେ ଅଫିସ୍‌ ଖୋଲାଯିବ ବୋଲି ସୂଚନା ରହିଛି । ତେବେ କଣ୍ଟେନମେଣ୍ଟ ଜୋନ୍‌ରେ କଟକଣା ପୂର୍ବବତ୍‌ ରହିବ ବୋଲି ସୂଚନା ଦିଆଯାଇଛି । ସେହିପରି ନୂତନ ଗାଇଡଲାଇନ ଅନୁଯାୟୀ ଅଗଷ୍ଟ 1 ତାରିଖରୁ ବିନା ଏସି ଥିବା ହୋଟେଲରେ 50 ପ୍ରତିଶତ ଲୋକଙ୍କ ପ୍ରବେଶକୁ ଅନୁମତି ଦିଆଯାଇଛି । ତେବେ ଏଠାରେ ସାମାଜିକ ଦୂରତ୍ବକୁ କଡାକଡି ପାଳନ କରାଯିବ । ସକାଳ 6ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ହୋଟେଲ୍‌ ଖାଦ୍ୟ ଖାଇବା ପାଇଁ ଅନୁମତି ମିଳିଥିବାବେଳେ ପାର୍ସଲ ସୁବିଧା ରାତ୍ରି 9ଟା ପର୍ଯ୍ୟନ୍ତ…

Read More

ଭୁବନେଶ୍ବର  : ଆସନ୍ତାକାଲିଠାରୁ ଭୁବନେଶ୍ବରର ୟୁନିଟ୍‌ -4 ମାର୍କେଟ୍‌ । ଏଥିପାଇଁ ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ୍‌ (ବିଏମ୍‌ସି) ଅନୁମତି ପ୍ରଦାନ କରିଛି । ମାଛ ମାର୍କେଟ୍‌ରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଗତ 16 ତାରିଖରେ ୟୁନିଟ -4 ମାର୍କେଟ୍‌ ବନ୍ଦ ରହିଥିଲା । ଏହା ପରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଯୋଗୁଁ ମାର୍କେଟ ବନ୍ଦ ରହିଥିଲା । ତେବେ ମାର୍କେଟ୍‌ ଖୋଲାଯିବା ପରେ ବ୍ୟବସାୟୀଙ୍କୁ କୋଭିଡ୍‌ ଗାଇଡ୍‌ ଲାଇନ୍‌ ପାଳନ କରିବାକୁ ବିଏମ୍‌ସି ନିର୍ଦ୍ଦେଶ ଦେଇଛି । ଏନେଇ ବ୍ୟବସାୟୀ ସଂଘ ଅଣ୍ଡରଟେକିଂ ଦେଇଛନ୍ତି । ସୂଚନାଯୋଗ୍ୟ ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଆଜି ଭୁବନେଶ୍ବରରୁ 104 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Read More

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦିଲ୍ଲୀର ସର ଗଙ୍ଗାରାମ ହସ୍ପିଟାଲରେ ସୋନିଆ ଗାନ୍ଧି ଭର୍ତ୍ତି ହୋଇଛନ୍ତି । ତେବେ ସେ ରୁଟିନ୍‌ ଚେକ୍‌ଅପ୍‌ ପାଇଁ ହସ୍ପିଟାଲ ଯାଇଥିବାର ସୂଚନା ରହିଛି । ସାର ଗଙ୍ଗାରାମ ହସ୍ପିଟାଲର ଚେୟାରମ୍ୟାନ୍‌ ଡାକ୍ତର ଡିଏସ୍‌ ରାନା କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ସନ୍ଧ୍ୟା 7ଟାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଠାରେ ତାଙ୍କର ରୁଟିନ୍‌ ଚେକଅପ୍‌ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ  ଚେକଅପ୍‌ କରାଯିବ । ତେବେ ତାଙ୍କର ଅବସ୍ଥା ସ୍ଥିର ରହିଛି  ବୋଲି ସୂଚନା ରହିଛି ।

Read More

ବ୍ରହ୍ମପୁର, ଗଂଜାମ ପୋଲିସରେ ପୁଣିଥରେ କୋଭିଡ ଯୋଦ୍ଧାଙ୍କ ମଧ୍ୟରେ ସାହାସ ବୃଦ୍ଧି ପାଇଛି। କାରଣ ହେଲା ନିକଟରେ କୋଭିଡ19 ଆକ୍ରାନ୍ତ ହୋଇପଡିଥିବା 7 ଜଣ ପୋଲିସ ଅଫିସର ଭଲ ହୋଇ ପୁଣି କାମରେ ଯୋଗ ଦେଇଛନ୍ତି। ଗଂଜାମରେ ଯେପରି କରୋନା ଭାଇରସ ସଂକ୍ରାମିତ ହେବାରେ ଲାଗିଛି ସେଥିରେ ଏହି କୋଭିଡ ଯୋଦ୍ଧାମାନେ ମଧ୍ୟ ଛାଡ ପାଇ ନାହାଁନ୍ତି। ଡାକ୍ତର ନର୍ସଙ୍କଠାରୁ ଆରମ୍ଭ କରି ପୋଲିସ ଅଫିସର ଏବଂ ଆଶା କର୍ମିମାନେ ଏହି ଭାଇରସ ଦ୍ବାରା ଆକ୍ରନ୍ତ ହେବାରେ ଲାଗିଛନ୍ତି। ସେହିପରି ଗଂଜାମ ପୋଲିସ ଅଧିନରେ ଥିବା ଭଂଜନଗର ଥାନାର ସାତ ଜଣ ପୋଲିସ ଅଧିକାରୀ କୋଭିଡ ଆକ୍ରାନ୍ତ ହୋଇପଡିଲେ। ତାଙ୍କର ନମୂନା ପଜେଟିଭ ଆସିବା ପରେ ସେମାନଙ୍କୁ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ହେବା ପରେ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଲା। ଏହି ରିପୋର୍ଟ ଆସିବା ପରେ ପରେ ସେମାନେ ତୁରନ୍ତ କାମରେ ଯୋଗ ଦେଇଛନ୍ତି। ସେଥିପାଇଁ ଗଂଜାମ…

Read More

ବିହାର: କରୋନାକୁ ନେଇ ଲୋକଙ୍କ ମନରେ ଏମିତି ଭୟ ବସା ବାନ୍ଧିଛି ଯେ ସେମାନେ ମାନବିକତା ମଧ୍ୟ ଭୁଲି ଯାଉଛନ୍ତି। ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ବିହାରର କଟିୟାରରେ ଦେଖିବାକୁ ମିଳିଛି। ଜଣଙ୍କର ମୃତ୍ୟୁ ହେଲା ପରେ ଗାଁ ଲୋକେ କରୋନା ଭୟରେ ଅନ୍ତିମ ସଂସ୍କାର କରିବାକୁ ଦେଲେ ନାହି। ଫଳସ୍ଵରୂପ ଉକ୍ତ ବ୍ୟକ୍ତିଙ୍କର ଶବ ଆମ୍ବୁଲାନ୍ସ ରେ ୨୪ ଘଣ୍ଟା ରୁ ଅଧିକ ସମୟ ଧରି ପଡି ରହିଥିଲା। ଖବର ଅନୁସାରେ କଟିୟାରରେ ରହୁଥିବା ଏକ ଦମ୍ପତିଙ୍କର କରୋନା ପଜିଟିଭ୍‌ ଆସିଥିଲେ।  ପତି ପତ୍ନୀଙ୍କୁ ଚିକିତ୍ସା ଲାଗି ମାଧେପୁରା ମେଡିକାଲ କଲେଜ ପଠାଇ ଦିଆ ଯାଇଥିଲା  ଏବଂ ସେଠାରେ ପତି ଙ୍କର ମୃତ୍ୟୁ ଘଟିଥିଲା। ସବୁଠାରୁ  ଦୁଃଖ ଦାୟକ ବିଷୟ ଏହା ଥିଲା ଯେ, ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ନିକଟ ସମ୍ପର୍କୀୟମାନେ ମଧ୍ୟ ତାଙ୍କ ଶବ ନେବାକୁ ମନା କରି ଦେଇ ଥିଲେ। ଏହାପରେ ତାଙ୍କର ଅନ୍ତିମ…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସ୍‌ର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କ ଦ୍ୱାରା ଆଜି ମିଳିତଭାବେ ମରିସସ୍ ର ନୂଆ ସୁପ୍ରିମକୋର୍ଟ ଭବନ ଉଦ୍‌ଘାଟନ କରିଛନ୍ତି। ଭିଡିଓ କନଫରେନ୍ସ ବ୍ୟବସ୍ଥାରେ ଏହି କାର୍ଯ୍ୟ ସଂପାଦନ କରାଯାଇଛି। ଭାରତର ଆର୍ଥିକ ସହାୟତାରେ ନିର୍ମିତ ଏହି ସୁପ୍ରିମକୋର୍ଟ ଭବନ ରାଜଧାନୀ ପୋର୍ଟଲୁଇରେ ନିର୍ମାଣ କରାଯାଇଛି। ଏଥିପାଇଁ ଭାରତ ସରକାର 28.12 ନିୟୁତ ଆମେରିକୀୟ ଡଲାର ଅନୁଦାନ ଆକାରରେ ଯୋଗାଇ ଦେଇଛନ୍ତି। କୋଭିଡ୍‌ ମହାମାରୀ ସମୟରେ ପୋର୍ଟ ଲୁଇଠାରେ ଭାରତ ସହାୟତାରେ ନିର୍ମିତ ଓ ଉଦ୍‌ଘାଟିତ ହେବାରେ ମରିସସ୍‌ର ଏହା ପ୍ରଥମ ପ୍ରକଳ୍ପ। ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ଉନ୍ନୟନମୂଳକ ସହଯୋଗିତା ପଛରେ ମାନବ କୈନ୍ଦ୍ରିକ ଆଭିମୁଖ୍ୟ ଓ ଦର୍ଶନ ରହିଛି। ଏଭଳି ଲୋକ କଲ୍ୟାଣକାରୀ ପ୍ରକଳ୍ପମାନ ମିଳିତ ସହଯୋଗରେ ନିର୍ମିତ ହେଲେ ଦୁଇଦେଶ ମଧ୍ୟରେ ସଂପର୍କ ଅଧିକ ନିବିଡ଼ ହେବ। ସେ କହିଛନ୍ତି ଯେ ନୂଆ ସୁପ୍ରିମକୋର୍ଟ ଭବନର…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଶେଷରେ ଗଣଧାରଣାରେ ବସିଲେ ଡାଲଗୁମା ପଞ୍ଚାୟତ ବାସିନ୍ଦା ।ମନରେଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ନେଇ ଗତ 6 ଓ 9 ତାରିଖ ଦିନ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ଦୁର୍ନିତୀରେ ସଂପୃକ୍ତ ବ୍ୟକ୍ତି ଓ ଅଧିକାରୀମାନଙ୍କ ବିରୁଦ୍ଧରେ କୋୖଣସି କାର୍ଯ୍ୟାନଷ୍ଠାନ ଓ ସଠିକ୍ ତଦନ୍ତ ନ ହେବା ନେଇ ଗଣଧାରଣା ଦେଇଥିବା ପ୍ରକାଶ କରିଛନ୍ତି ପଞ୍ଚାୟତ ବାସୀ। ଗତ ସପ୍ତାହ 22 ତାରିଖ ଦିନ ଦୁର୍ନୀତି ରେ ସଂପୃକ୍ତ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ନିରପେକ୍ଷ ତଦନ୍ତ କରିବା ପାଇଁ ବିଡ଼ିଓଙ୍କୁ ଦାବି ପତ୍ର ଦେଇ ଗୋଟିଏ ସପ୍ତାହ ସମୟ ଦେଇଥିଲେ କିନ୍ତୁ ଗୋଟିଏ ସପ୍ତାହ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ନୀରବ ରହିଥିବା ପ୍ରକାଶ କରିଛନ୍ତି ପଞ୍ଚାୟତବାସୀ । ଯେ ପର୍ଯ୍ୟନ୍ତ ଉଚିତ୍ ତଦନ୍ତ ନ ହୋଇ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢୁଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବା ଦେଖିବାକୁ ମିଳୁଛି। ତେବେ ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୯ରେ ପହଂଚିଥିବା ବେଳେ ଗତକାଲି ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ଜିଲ୍ଲାର ଧର୍ମଗଡ ଏନଏସିକୁ ୨୪ ଘଂଟା ପାଇଁ ସଟଡାଉନ ଘୋଷଣା କରାଯାଇଛି। ତେବେ ଏହି ସଟଡାଉନ ସମୟରେ ଧର୍ମଗଡ ଏନଏସିର ୧୪ ଟି ୱାର୍ଡରେ ବସବାସ କରୁଥିବା ୧୬ହଜାର ବାସିନ୍ଦାଙ୍କୁ ଘର ଘର ବୁଲି ସ୍ୱାସ୍ଥ୍ୟକର୍ମ ଅଙ୍ଗନୱାଡି ଆଶା ଦିଦି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କର ସ୍ୱାସ୍ଥ୍ୟଗତ ତଥ୍ୟ ସରକାରଙ୍କ ଠାରେ ପହଂଚାଇବ। ଏଥିପାଇଁ ଧର୍ମଗଡ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ୩୧ ଜଣିଆ ଟିମ ଗଠନ କରାଯାଇଛି ବୋଲି ଧର୍ମଗଡ ଉପଜିଲ୍ଲାପାଳ ଦିବାକର ଟିଏସ ସୁଚନା ଦେଇଛନ୍ତି। ତେବେ ଏହି ସଟଡାଉନ ସମୟରେ…

Read More

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ଉତ୍କଳ ଗୌରବ ମଧୁସୂଦନ ଦାସ ଓ ନାଟ୍ୟକାର ଅସୀମ ବସୁଙ୍କ ପୂର୍ଣ୍ଣାବାୟବ ପ୍ରତିମୂର୍ତ୍ତିର ଅନାବରଣ କରାଯାଇଛି । ଭୁବନେଶ୍ୱରସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ ଭାବେ ଆୟୋଜନ କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ପ୍ରତିମୂର୍ତ୍ତିଗୁଡିକୁ ସୁଇଚ୍‌ ଟିପି ଅନାବରଣ କରିଥିଲେ। ଏହି ଅବସରରେ ଭିଡିଓ ବାର୍ତ୍ତା ଦେଇ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ, ଉତ୍କଳ ଗୌରବ ମଧୁସୂଦନ ଓଡ଼ିଆ ଜାତିର ଅସ୍ମିତା ପାଇଁ ଯେଉଁ ତ୍ୟାଗ ଓ ସଂଘର୍ଷ କରିଯାଇଛନ୍ତି ତାକୁ କୌଣସି ଓଡିଆ କେବେ ବି ଭୁଲି ପାରିବ ନାହିଁ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ଓଡ଼ିଆର ସ୍ୱାଭିମାନ ସକାଶେ ତାଙ୍କ ଅବଦାନ ଥିଲା ଅତୁଳନୀୟ। ସେହି ପରି ନାଟ୍ୟକାର, ନିର୍ଦ୍ଦେଶକ, ଲେଖକ ଶ୍ରୀ ଅସୀମ ବସୁ ଥିଲେ ଜଣେ ଲବ୍ଧ ପ୍ରତିଷ୍ଠ କଳାକାର ।…

Read More