Author: Samikhsya Bureau

ଭୁବନେଶ୍ବର : ରାଜ୍ୟରେ ଆଜି 1384 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 889ଜଣ ଚିହ୍ନଟ ହୋଇଥିବାବେଳେ 495ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 37ହଜାର 681କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 14 ହଜାର 350ଜଣ । ସେହିପରି ସୁସ୍ଥ ହୋଇଛନ୍ତି 23 ହଜାର 073ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 216ଜଣ । ସେହିପରି 41 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ନୂଆଦିଲ୍ଲୀ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ କରୋନା। ସେ ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ତାଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିଛି ଓ ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହା ସହିତ ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକମାନଙ୍କୁ କରୋନା ପରୀକ୍ଷା କରିବା ସହିତ କ୍ବାରେଣ୍ଟାଇନ୍‌ରେ ରହିବାକୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ରାଜନୈତିକ ବ୍ୟକ୍ତିବିଶେଷମାନେ ଏବେ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଦେଶର ଗୃହମନ୍ତ୍ରୀ ଅମିତ୍‌ ଶାହା କରୋନାରେ ଆକ୍ରାନ୍ତ ହେବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦ୍ୟୁରପ୍ପା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଲୋକସଭା ସାଂସଦ କାର୍ତ୍ତି ଚିଦାମ୍ବରମ୍‌ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ ତାମିଲନାଡୁର ରାଜ୍ୟପାଳ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଆଇସୋଲେଟ୍‌ରେ ରହିଛନ୍ତି। (ଏଜେନ୍ସି)

Read More

ଭୁବନେଶ୍ବର : ଆଜି ରାଜ୍ୟରୁ 9ଜଣଙ୍କ ମୁଣ୍ଡ ନେଇଛି କରୋନା। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 6 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପୁରୀ, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଗଞ୍ଜାମରୁ ସର୍ବାଧିକ 6ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ଜଣେ 2 ଜଣ ମହିଳା ଥିବାବେଳେ ଚାରି ଜଣ ପୁରୁଷ ରହିଛନ୍ତି । ମୃତ ପୁରୁଷଙ୍କ ବୟସ ଯଥାକ୍ରମେ 40, 50, 46, 60 ବର୍ଷ ହୋଇଥିବାବେଳେ ଦୁଇ ମହିଳାଙ୍କ ବୟସ ଯଥାକ୍ରମେ  75 ଓ 60 ବର୍ଷ ବୋଲି ସୂଚନା ରହିଛି । ସେହିପରି ପୁରୀରୁ ମୃତ୍ୟୁବରଣ କରିିଥିବା ଆକ୍ରାନ୍ତଙ୍କ ବୟସ୍କ 57 ବର୍ଷ । ଯାଜପୁରର ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 40 ବର୍ଷ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 55 ବର୍ଷ ବୋଲି ଜଣାପଡିଛି ।…

Read More

ଭଦ୍ରକ: ପୂର୍ବ ଶତ୍ରୁତାରୁ ଗତ ରାତିରେ କିଛି ଯୁବକ ଜଣେ ଯୁବକଙ୍କୁ ଘରୁ ଟାଣି ନେଇ ମାଡ ମାରି ଗାଁ ଦାଣ୍ଡରେ ବୁଲାଇଲେ। ମାଡ ମାରିବା ସହ ଲଣ୍ଡା କରି ଜୋତାମାଳ ପିନ୍ଧାଇ ଯୁବକଙ୍କୁ ଗାଁ ବୁଲାଇଥିଲେ। ମାଡ ସହି ନପାରି ଯୁବକ ଜଣକ ଯେତେବେଳେ ପାଣି ମାଗିଥିଲେ ପିଇବାକୁ ତାଙ୍କୁ ପାଣି ବଦଳରେ ପରିସ୍ରା ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ଏନେଇ କାଲି ଥାନାରେ ଅଭିଯୋଗ କରିଛନ୍ତି ଯୁବକଙ୍କ ପତ୍ନୀ। ଏପରି ଏକ ଅମାନବୀୟ କାଣ୍ଡ ଭଦ୍ରକ ତିହିଡି ଥାନା ବାଉଁଶବାଗ ଗ୍ରାମରେ ଘଟିଥିବାର ସୂଚନା ରହିଛି। ତେବେ ଏଭଳି ଅମାନବୀୟ କାଣ୍ଡ କାଲି ରାତ୍ରିଠାରୁ ଘଟିଥିବାବେଳେ ଏହି ଘଟଣାର ପୋଲିସ୍‌ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ। ସୋସିଆଲ ମିଡିଆରେ ଏହି ମାନବୀୟ କାଣ୍ଡର ଭିଡିଓ ଭାଇରାଲ୍‌ ହେବା ପରେ ଭଦ୍ରକ ଜିଲ୍ଲାପାଳ ଘଟଣାର ତଦନ୍ତ ନିମେନ୍ତ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Read More

କେଦାର ମିଶ୍ର ଦୁଇ ସପ୍ତାହର ଲକ ଡାଉନ ପରେ ଗତକାଲି ଭୁବନେଶ୍ୱର ପୁଣି ଖୋଲିଲା। ତେବେ ଲକ ଡାଉନ ଖୋଲିବା ସମୟରେ ରାଜ୍ୟ ସରକାର ଯେଉଁ ଲମ୍ବା ହୁକୁମନାମା ଜାରି କରିଛନ୍ତି, ତାକୁ ପଢିବା ପରେ ବଜାର ସ୍ଵାଭାବିକ ହେବ ବୋଲି ଭାବିବାର କୌଣସି କାରଣ ନାହିଁ। ପୋଲିସର ଜରିମାନା ଓ ନାଲି ଆଖି ଆଗରେ କୌଣସି ବଜାର କେବେ ବି ସ୍ଵାଭାବିକ ଚାଲିପାରିବ ନାହିଁ। ସରକାର କହୁଛନ୍ତି, ଜୀବନ ଓ ଜୀବିକାକୁ ସ୍ଵାଭାବିକ କରିବାର ଲକ୍ଷ୍ୟ ନେଇ ଲକ ଡାଉନ ଉଠାଯାଇଛି। ହେଲେ ସରକାରୀ ନିର୍ଦ୍ଦେଶନାମାରେ ସବୁଠି ଭୟ ଦେଖାଇବାର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ବାରି ହୋଇପଡୁଛି। ଲୋକଙ୍କୁ କୋଭିଡ ନିୟମ ମନାଇବାକୁ ଏହା ଏକମାତ୍ର ଉପାୟ ବୋଲି ସରକାରୀ ବାବୁମାନେ କହୁଛନ୍ତି। କୌଣସି ବି ନିୟମ ମନାଇବାକୁ ଯଦି ଦଣ୍ଡବିଧାନ ସବୁଠୁ ବଡ ଲକ୍ଷ୍ୟ ପାଲଟିଯାଏ, ସେଠାରେ ନିୟମକୁ ଲୋକେ ଭୟ କରନ୍ତି, ହେଲେ ତାର ସଠିକ ଅନୁପାଳନ ହୁଏନାହିଁ।…

Read More

କଟକ, ଗତ କିଛି ଦିନ ହେବ କଟକ ଜିଲ୍ଲାର ବାଙ୍କୀ ସବଡିଭିଜନ ରେ ବିସ୍ମିତ କଲା ଭଳି ଘଟଣା ଦେଖିବାକୁ ମିଳୁଛି। ଏକ ମାଛ ବ୍ୟବସାୟୀ ସହ କିଛି ଧଣ୍ଡ ସାପମାନଙ୍କ ସମ୍ପର୍କ। ସୂଚନା ଯୋଗ୍ୟ ମାଛ ବ୍ୟବସାୟୀ ଦୃଯୋଧ୍ୟନ ବାବୁ ପେଶା ରେ ଜଣେ ଟେଲର, ସେ ଦୀର୍ଘ ଦିନ ହେବ ବାଙ୍କୀ କଲେଜ ରୋଡ଼ସ୍ଥିତ ଏକ ଭଡା ଦୋକାନ ଘରେ ଟେଲର କାମ କରି ନିଜ ପରିବାର ଚଳାଉଥିଲେ କିନ୍ତୁ କୋରନା ମହାମାରୀ ଆସିବା ଦିନ ଠାରୁ ତାଙ୍କ ପୂର୍ବ ଟେଲରିଂ କାମ ଠପ୍ ହେଇଯିବାରୁ ସେ ଏକ ବିକଳ୍ପ ପନ୍ଥା ଯେମିତିକି ସେହି ବଜାର ରେ ମାଛ ଓ ଚିଙ୍ଗୁଡ଼ି ବ୍ୟବସାୟ ଆରମ୍ଭ କରିଥିଲେ। ମାଛ କାଟିଲା ପରେ ମାଛ ର ପୁଟା ଓ ଗାଲିସି କୁ ସେ ଅନ୍ୟତ୍ର ଫୋପାଡ଼ି ଦିଅନ୍ତି । କିନ୍ତୁ ତାଙ୍କ ଅଜଣାତା ସେଗୁଟିକୁ ବିଲେଇ ଖାଇବା ବଦଳ ରେ ଧଣ୍ଡ…

Read More

ଭୁବନେଶ୍ବର, ଉତ୍ତର ବଙ୍ଗୋବ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଫଳରେ ଏହାର ପ୍ରଭାବରେ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଏଥିସହିତ 3ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଣ୍ଟାକୁ 40ରୁ 50 କିମି ବେଗରେ ପବନ ପ୍ରବାହିତ ହେବ ବୋଲି ଜଣାପଡିଛି। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଏହି ଲଘୁଚାପ ବଳୟ ଯୋଗୁଁ ରାଜ୍ୟର ସାତୋଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେଗୁଡିକ ହେଲା କଳାହାଣ୍ଡି, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଦେବଗଡ, କେନ୍ଦୁଝର ଏବଂ କଟକ। ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣି ଦିଆଯାଇଛି। ସେହିପରି ଆଉ ସାତୋଟି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବାରୁ ସେସବୁରେ ଅରେଂଜ ୱାର୍ଣ୍ଣି ଦିଆଯାଇଛି। ସେଗୁଡିକ ହେଲା ବାଲେଶ୍ବର, ଭଦ୍ରକ,ମୟୁରଭଂଜ, ଯାଜପୁର,ଅନୁଗୁଳ, ଢେଙ୍କାନାଳ ଏବଂ ବୈଦ୍ଧ। ଏହି ଲଘୁଚାପ ବଳୟ…

Read More

ମୁମ୍ବାଇ, ପ୍ରଖ୍ୟତ ଚଳଚିତ୍ର ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏକ ନୂଆ ଚଳଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ଯାହାର ନାମ ରଖାଯାଇଛି , “ଅର୍ଣ୍ଣବ-ଦ ପ୍ରଷ୍ଟିଚ୍ୟୁଟ ଅଫ ନ୍ୟୁଜ”। ଏ ନେଇ ରାମ ଗୋପାଳ ତାଙ୍କ ଟୁଇଟରରେ ସିରିଜ ପୋଷ୍ଟିଂ କରିଛନ୍ତି। ମୁଖ୍ୟତଃ ରିପରବ୍ଲିକ ଟିଭିର ଏଡିଟର ଇନ ଚିଫ ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ ହେବ ଏହି ଚଳଚିତ୍ର। ଅର୍ଣ୍ଣବ ନିକଟରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡକୁ ତିବ୍ର ସମାଲୋଚନା କରିଛନ୍ତି। ବଲିଉଡ ସବୁଠାରୁ ଖରାପ ଶିଳ୍ପ ବୋଲି ଅର୍ଣ୍ଣବ ତାଙ୍କ ଡିବେଟ ସୋ ରେ କହିଛନ୍ତି। ବଲିଉଡରେ ଝିଅମାନଙ୍କୁ ଅତ୍ୟାଚାର କରାଯାଏ ବୋଲି ସେ ବାରମ୍ବାର କହୁଛନ୍ତି। ଏହାକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି ରାମ ଗୋପାଳ ବର୍ମା। ତେବେ ଅର୍ଣ୍ଣବ ଗୋସ୍ବାମୀ ପ୍ରକୃତରେ କଣ ତାହାର ମୁଖା ଏହି ଚଳଚିତ୍ର ମାଧ୍ୟମରେ ଖୋଲାଯିବ ବୋଲି ବର୍ମା କହିଛନ୍ତି।

Read More

ନୂଆଦିଲ୍ଲୀ: ଭାରତରେ ବ୍ୟାବସାୟିକ ଭିତ୍ତିରେ କୋଇଲା ଉତ୍ତୋଳନ ପାଇଁ କୋଇଲା ଖଣିଗୁଡିକର ଯେଉଁ ନିଲାମ ପ୍ରକ୍ରିୟା ଚାଲିଛି ସେହି କାର୍ଯ୍ୟଟି ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟର ଏକ ମନୋନୀତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗତ ଜୁନ୍‌ ମାସରେ ଆରମ୍ଭ ହୋଇଥିଲା। ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ବ୍ୟବସାୟିକ ଖନନ ପାଇଁ କୋଇଲା ଖଣିକୁ ମୁକ୍ତ କରି ପ୍ରତ୍ୟକ୍ଷ ପୁଞ୍ଜି ନିବେଶର ସୁଯୋଗ ସୃଷ୍ଟି କରିବା। ସେଥିପାଇଁ 2017ରେ ପ୍ରଣୀତ ହୋଇଥିବା ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ନୀତିରେ ଆବଶ୍ୟକ ସଂଶୋଧନ କରାଯାଇଛି ଏବଂ ଏଥିପାଇଁ କେନ୍ଦ୍ର ସରକାର ପ୍ରେସନୋଟ ଜାରି କରିଛନ୍ତି। ତଦନୁସାରେ କୋଇଲା ଖନନ ଓ ଉତ୍ତୋଳନ ଆଦି କାର୍ଯ୍ୟରେ ଶତପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ କରାଯାଇପାରିବ ଏବଂ ଏହା ଅଟୋମେଟିକ୍‌ ରୁଟ୍‌ରେ କାର୍ଯ୍ୟକାରୀ ହେବ। ଏହି ବିଦେଶୀ ପୁଞ୍ଜି ନିବେଶ ମଧ୍ୟ କୋଇଲା ଖନନ ସହ ସଂପୃକ୍ତ ଭିତ୍ତିଭୂମି, ନିର୍ମାଣ, କୋଇଲା ବିକ୍ରି ଏବଂ ତତ୍‌ସଂକ୍ରାନ୍ତ ଅନ୍ୟାନ୍ୟ କ୍ଷେତ୍ରରେ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବିପୁଳ ବେଆଇନ ଚୋରାଚାଲାଣ ଏବଂ ଗୁଟ୍‌ଖା କାରଖାନା ସଦର ଥାନା ଅଂଚଳରେ ଚାଲିଥିବା ବେଳେ ଗତ କିଛିଦିନ ହେଲା ସଦର ଏସ୍‌ଡ଼ିପିଓ ଜୟନ୍ତ ମହାପାତ୍ର ବ୍ୟାପକ ଚଢ଼ାଉ ଜାରି ରଖିଛନ୍ତି। ଗତକାଲି କିଛି ବାଲିଗାଡ଼ି ଏବଂ ମୋରମ ଗାଡ଼ି ଚୋରାଚାଲାଣ ହେଉଥିବାବେଳେ ଜବତ କରିଥିବାବେଳେ ଆଜି ମଧ୍ୟ କିଛି ଚୋରା ବାଲିଚାଲାଣ ଗାଡ଼ି, ହାଇୱା, ମୋରମ ଚାଲାଣ ଗାଡ଼ି, ଗୁଟ୍‌ଖା କାରଖାନା ଉପରେ ଚଢ଼ାଉ କରିଛନ୍ତି। ଆଜି ସଦର ଏସ୍‌ଡ଼ିପିଓ  ଶ୍ରୀ ମହାପାତ୍ର କୌଣସି ସୂତ୍ରରୁ ମୋରମ ଏବଂ ବେଆଇନ ବାଲି ଚାଲାଣର ଖବର ପାଇଁ ଚଢ଼ାଉ କରିଥିଲେ। ଏଥିରେ ସେ ୪ଟି ହାଇୱା ଟ୍ରକକୁ ଏବଂ ୨ଟି ଟ୍ରାକ୍ଟରକୁ ଜବତ କରିଛନ୍ତି। ଏହା ସହ ୬ ଜଣକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କାଳୁଆ ଅଂଚଳର ସାଗର ଦାଶ, ଦିଲିପ ଦାସ, ହିଂଜିଳି ଥାନା କହଁରର କଂଗ୍ରେସ ଦାଶ, ଗୌଡ଼ଗୋଠ ଗ୍ରାମର ବିଜୟ…

Read More

ନୂଆଦିଲ୍ଲୀ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ ଆଜି ଉଚ୍ଚପ୍ରାଥମିକ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ବିକଳ୍ପ ଶୈକ୍ଷିକ ପାଠ୍ୟକ୍ରମ (କ୍ୟାଲେଣ୍ଡର) ଉନ୍ମୋଚନ କରିଛନ୍ତି । କୋଭିଡ୍ ମହାମାରୀ ସମୟରେ ସ୍କୁଲ ବନ୍ଦ ଯୋଗୁଁ ଘରେ ରହୁଥିବା ଏହି ବର୍ଗର ପିଲାମାନଙ୍କୁ ଯଥାର୍ଥ ଭାବରେ ପାଠପଢ଼ାରେ ନିୟୋଜିତ କରିବା ପାଇଁ ଏହି ବିକଳ୍ପ ପାଠ୍ୟକ୍ରମ ଉଦ୍ଦିଷ୍ଟ । ସେମାନେ ନିଜର ପିତାମାତା ଓ ଶିକ୍ଷକମାନଙ୍କ ଦ୍ୱାରା ସହଜରେ ଏହି ପାଠ ପଢିପାରିବେ । ଏହି ବିକଳ୍ପ ପାଠ୍ୟକ୍ରମ ଉଚ୍ଚ ପ୍ରାଥମିକ ସ୍ତରର ଛାତ୍ରଛାତ୍ରୀ, ସେମାନଙ୍କ ପିତାମାତା ଓ ଶିକ୍ଷକମାନଙ୍କ ପାଇଁ ଉଦ୍ଦିଷ୍ଟ । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଦିଗ୍‌ଦର୍ଶନରେ ଏନ୍‌ସିଇଆରଟି ଏହାକୁ ପ୍ରସ୍ତୁତ କରିଛି । ଏହି ଅବସରରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ କହିଛନ୍ତି ଯେ ନୂଆ ପାଠ୍ୟକ୍ରମ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲର ପ୍ରିନ୍‌ସପାଲଙ୍କୁ ସଶକ୍ତ କରିବ । କୋଭିଡ୍ ସମୟରେ ଘରେ…

Read More

ଭୁବନେଶ୍ୱର: ସାଂପ୍ରତିକ ପରିସ୍ଥିତିରେ ଘରେ ରହି କାର୍ଯ୍ୟ ସଂପାଦନ କରିବା ଏବଂ ଅନଲାଇନ୍ କ୍ଲାସ୍ କରିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ପ୍ରକାର ନିୟମ ହୋଇପଡ଼ିଛିି । ଏଭଳି ସ୍ଥିତିରେ ଲୋକଙ୍କୁ ନିରବଚ୍ଛିନ୍ନ ହାଇ-ସ୍ପିଡ୍ ଇଣ୍ଟରନେଟ୍ ଉପଲବ୍ଧ କରାଇବା ପାଇଁ ରିଲାଏନ୍ସ ଜିଓ ଓଡିଶାର ୧୨ରୁ ଅଧିକ ପ୍ରମୁଖ ସହରକୁ ଏହାର ହାଇସ୍ପିଡ୍ ଜିଓ ଫାଇବର ବ୍ରଡବ୍ୟାଣ୍ଡ ସେବାକୁ ସଂପ୍ରସାରିତ କରିଛି । ଉପଭୋକ୍ତାମାନଙ୍କୁ ସଂକଟ ସମୟରେ ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ସହିତ ସଂଯୁକ୍ତ ରଖିବା ପାଇଁ ଏହାର ପ୍ରତିବଦ୍ଧତା ସ୍ୱରୂପ ଜିଓ ଫାଇବର ଗ୍ରାହକଙ୍କୁ ସର୍ବଶ୍ରେଷ୍ଠ ସେବା, ପରିବର୍ଦ୍ଧିତ ନେଟୱର୍କ କଭରେଜ୍ ଏବଂ ପ୍ରମୁଖ ସହରର ମୁଖ୍ୟ ଅଂଚଳଗୁଡିକରେ ସେବା ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରୁଛି । ପୂର୍ବରୁ ଜିଓ ଫାଇବର ସେବା ଉପଲବ୍ଧ ହୋଇଥିବା ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଏବଂ ବଲାଙ୍ଗିର ଆଦି ସହରଗୁଡିକରେ ଏବେ ଏହା ଅଧିକ ଅଞ୍ଚଳକୁ ପରିବ୍ୟାପ୍ତ ହୋଇଛି । ବିଗତ…

Read More

ନୂଆଦିଲ୍ଲୀ: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଅଷ୍ଟ୍ରାଜେନିକା କଂପାନୀର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଥିବା କୋଭିଡ୍‌-19 ଟିକା କୋଭିସିଲ୍‌ର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପୁଣେ ସ୍ଥିତ ଭାରତୀୟ ସେରମ୍‌ ପ୍ରତିଷ୍ଠାନରେ କରିବା ପାଇଁ ଭେଷଜ ନିୟନ୍ତ୍ରଣ ମହାନିର୍ଦେଶକ (ଡିସିଜିଆଇ) ଅନୁମତି ପ୍ରଦାନ କରିଛନ୍ତି। ଅପରପକ୍ଷରେ ଆକ୍ରାନ୍ତଙ୍କ ମଧ୍ୟରୁ ମୃତକଙ୍କ ସଂଖ୍ୟା କମିବା (ସିଏଫ୍‌ଆର) ଏବଂ ଅଧିକ ସୁସ୍ଥ ହେବା ଘଟଣାରେ ଭାରତ ସମଗ୍ର ବିଶ୍ୱରେ ତାହାର ସଫଳତା ବଜାୟ ରଖିଛି। ଏବେ ଭାରତରେ କୋଭିଡ୍‌ ରୋଗୀଙ୍କ ମୃତ୍ୟୁସଂଖ୍ୟା ଆକ୍ରାନ୍ତଙ୍କ ଅନୁପାତରେ ସର୍ବନିମ୍ନ ସ୍ତରରେ ରହିଛି। ଆଜିର ସର୍ବଶେଷ ତଥ୍ୟ ଅନୁସାରେ ଏହି ମୃତ୍ୟୁହାର ବା ସିଏଫ୍‌ଆର ଆହୁରି ହ୍ରାସ ପାଇ 2.11 ଶତାଂଶରେ ପହଞ୍ଚିଛି। ଭାରତ ସରକାର କୋଭିଡ୍‌ ପରିଚାଳନା ପାଇଁ ଯେଉଁ ପରୀକ୍ଷା, ଚିହ୍ନଟ, ଚିକିତ୍ସା ରଣନୀତି ପ୍ରଣୟନ କରିଛନ୍ତି ଏହି ଉପଲବ୍‌ଧି ତାହାର ସଫଳ କାର୍ଯ୍ୟକାରିତାର ପରିଣତି। ଦେଶରେ ଏବେ କୋଭିଡ୍‌ ପରିଚାଳନା ପାଇଁ ଯେଉଁ ରଣନୀତି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସଦରଥାନା ଅନ୍ତର୍ଗତ ଶକ୍ତିନଗର ତୃତୀୟ ଗଳିରେ ଗତକାଲି ରାତ୍ରରେ କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା । ଯାହାକି ଏତେ ଚରମ ସୀମାରେ ପହଞ୍ଚି ଯାଇଥିଲା ଯେ, ବାଧ୍ୟ ହୋଇ ଶେଷରେ ସ୍ୱାମୀ ଲୋକନାଥ ପାତ୍ର (୩୫) କୌଣସି ବିଷ ଖାଇ ଆତ୍ମହତ୍ୟା କରିଥିଲେ । ସେ ବିଷ ଖାଇଲା ପରେ ଅତିମାତ୍ରାରେ ଗୁରୁତର ହେବା ପରେ ତାଙ୍କୁ ସ୍ଥାନୀୟ ଏମ୍‌କେସିଜି ମେଡ଼ିକାଲ୍‌କୁ ନିଆଯାଇଥିଲା । କିନ୍ତୁ ସେଠାରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଛି । ସୂଚନାଥାଉକି ସେ ଦୀର୍ଘଦିନ ହେଲା ବାହା ହୋଇଥିଲେ ସୁଦ୍ଧା ତାଙ୍କର କୌଣସି ପିଲାଛୁଆ ନଥିଲେ । କେଉଁ କାରଣରୁ ସ୍ୱାମୀ ଲୋକନାଥ ପାତ୍ର ଆତ୍ମହତ୍ୟା କଲେ ତାହା ସଂଦେହ ଘେରରେ । ସୂଚନାଯୋଗ୍ୟ ସେ ଜଣେ ସରକାରୀ କର୍ମଚାରୀ । ସେ କୃଷି ବିଭାଗରେ କାମ କରୁôଥିଲେ । ଏନେଇ ସଦରଥାନାରେ ୨୩/୨୦ ଏକ…

Read More

ରମେଶ ମହାନ୍ତି ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାରୁ ୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିର୍ତ୍ତୋଲ ବ୍ଳକରୁ ୮ଜଣ, ବିରିଡ଼ି ବ୍ଲକରୁ ୪ଜଣ, ବାଲିକୁଦା ବ୍ଲକରୁ ୪ଜଣ, ଜଗତସିଂହପୁରରୁ ୫ଜଣ ଓ ରଘୁନାଥପୁର ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତିର୍ତ୍ତୋଲ ବ୍ଲକରୁ ଚିହ୍ନଟ ହୋଇଥିବା ୮ଜଣ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ସାଉଦିଆରବ, ତାମିଲନାଡୁ, ତେଲେଙ୍ଗାନା, ୱେଷ୍ଟବେଙ୍ଗଲ ଓ ଦୁବାଇ ଫେରନ୍ତା ପ୍ରବାସୀ ହୋଇଥିବା ବେଳେ ସେମାନେ ସମସ୍ତେ କ୍ଲଷ୍ଟର ଲେବଲ୍ ଟି.ଏମ୍.ସି ରେ ଥିଲେ। ବିରିଡ଼ି ବ୍ଲକରୁ ଚିହ୍ନଟ ହୋଇଥିବା ୪ଜଣ ଆଠଗଡ ଫେରନ୍ତା ପ୍ରବାସୀ ହୋଇଥିବା ବେଳେ ବାଲିକୁଦା ବ୍ଲକରୁ ଚିହ୍ନଟ ହୋଇଥିବା ୪ଜଣଙ୍କ ମଧ୍ୟରୁ ଜଣେ କ୍ଲଷ୍ଟର ଲେବଲ୍ ଟିଏମସି ରେ ଥିବା ବେଳେ ଅନ୍ୟ ୩ଜଣ ହୋମ୍ କ୍ୱାରେଣ୍ଟାଇନରେ ଥିଲେ। ଜିଲ୍ଲାରୁ ସମୁଦାୟ ୭୬୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫୯୭ଜଣ ସୁସ୍ଥ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି ଓ ୧୬୨ଜଣ ଆକ୍ରାନ୍ତ ବର୍ତ୍ତମାନ ଆକ୍ଟିଭ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ମୋଟ ୧୧୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନା ରୁ ଘରକୁ ଫେରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟର ସର୍ବାଧିକ ୩୫୪ ଜଣ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହିତ ଖୋର୍ଦ୍ଧାରୁ ୯୭, ଗଜପତିରୁ ୮୩, ଯାଜପୁରରୁ ୭୦, କେନ୍ଦୁଝରରୁ ୫୭, କଟକରୁ ୫୦, ବୌଦ୍ଧରୁ ୪୦, ନୟାଗଡରୁ ୩୭,ରାୟଗଡାରୁ ୩୫, ପୁରୀରୁ ୩୧, ବାଲେଶ୍ବରରୁ ୩୦, ମୟୂରଭଞ୍ଜରୁ ୨୯, ଭଦ୍ରକରୁ ୨୮, ଜଗତସିଂପୁରରୁ ୨୭, ଢେଙ୍କାନାଳରୁ ୨୪, ସୁନ୍ଦରଗଡରୁ ୨୨, କନ୍ଧମାଳରୁ ୧୭, ବଲାଙ୍ଗୀରରୁ ୧୬, ସମ୍ବଲପୁରରୁ ୧୬, ମାଲକାନଗିରିରୁ ୧୫, ନବରଙ୍ଗପୁରରୁ ୧୨, କେନ୍ଦ୍ରାପଡା ରୁ ୧୧, କୋରାପୁଟ ଓ ଅନୁଗୁଳରୁ ୫, ବରଗଡରୁ ୪, ସୋନପୁରରୁ ୩, ଝାରସୁଗୁଡାରୁ ଜଣେ  ଆରୋଗ୍ଯ ଲାଭ କରିଛନ୍ତି। ଏବେ ରାଜ୍ୟରେ  ସମୁଦାୟ ୨୩,୦୭୩ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି।

Read More

ଗୋବିନ୍ଦ ପଟ୍ଟନାୟକ ଦୁନିଆରେ ଏପରି କୌଣସି ସମ୍ପତ୍ତି ନାହିଁ ଯାହା ମାନସିକ ଶାନ୍ତି ସହ ତୁଳନୀୟ। ମାନସିକ ଶାନ୍ତି ହଜିଗଲେ ମଣିଷ ମାନସିକ ଅବସାଦର ଶିକାର ହୁଏ। ଜୀବନ କଣ ବୁଝିବା ପୂର୍ବରୁ ଜୀବନ ଶେଷ ହୋଇଯାଏ। ଦୁଲ୍ଲର୍ଭ ମଣିଷ ଜନମ, ଯାହା ଦେହରେ ଦିବ୍ୟଜ୍ଞାନ ଦେଖି ସ୍ୱୟଂ ଭଗବାନ ସନ୍ତୋଷ ଲାଭ କରିଛନ୍ତି। ସେହି ବିବେକୀ ମାନବ ଜୀବନ ପ୍ରତି ଲୋଭ, ମୋହ କାହିଁକି ଅଧାବାଟରେ ତୁଟିଯାଏ, ସେମାନେ କଣ ପରିବାର, ବନ୍ଧୁ, ସମାଜ ଉପରେ ଆସ୍ଥା ହରାଇ ବସନ୍ତି? ଏମିତି ଅନେକ ପ୍ରଶ୍ନକୁ ନେଇ ସମାଜ ବିଜ୍ଞାନୀ, ମନସ୍ତତ୍ତ୍ୱବିତ୍‌, ସାମାଜିକ କର୍ମୀମାନେ ଏହାର କାରଣ ଖୋଜନ୍ତି। ଅସୁମାରୀ ଆଶା ପଛରେ ଧାଇଁ ଧାଇଁ ଯେତେବେଳେ ସେ ନିରାଶ ହୋଇଯାଉଛି, ଆତ୍ମବିଶ୍ୱାସ ହରାଇ ବସୁଛି। ସନ୍ଦେହ ଓ ଆତ୍ମବିଶ୍ୱାସ ଜାଲରେ ଛନ୍ଦି ହୋଇ ପଡ଼ୁଛି, ନିଜକୁ ଅତୀବ ଅସହାୟ ବୋଲି ଭାବୁଛି। ମାନସିକ ଶାନ୍ତି ମନରୁ ଦୂରେଇଯାଇ ଅଶାନ୍ତିର ଝଡ଼…

Read More

ନୂଆଦିଲ୍ଲୀ : ବିମାନ ଚଳାଚଳ କମ୍ପାନୀ ସ୍ପାଇସ୍ ଜେଟ୍ ଗ୍ରାହକଙ୍କ ନିମନ୍ତେ ଏକ ନୂଆ ଚମତ୍କାର ଅଫର ଆଣିଛି । ଏଣିକି ମାତ୍ର 899 ଟଙ୍କାରେ ଆପଣ ଘରୋଇ ବିମାନ ଯାତ୍ରା କରିପାରିବେ । ଅଗଷ୍ଟ 7 ତାରିଖ ପର୍ଯ୍ୟନ୍ତ ଏହି ଅଫର ଜାରି ରହିବା ସହିତ ଏହି ସମୟରେ ଟିକେଟ କରି ଅକ୍ଟୋବର 15 ପର୍ଯ୍ୟନ୍ତ ଏହି ସୁବିଧାର ଲାଭ ଉଠାଇ ପାରିବେ । ଏହା ସହିତ ଏହି ବିମାନ ଯାତ୍ରା ସମୟରେ ଏକ ଭାଉଚର ପ୍ରଦାନ କରାଯିବ ଯାହାର ମୂଲ୍ୟ ସର୍ବାଧିକ 2000 ପର୍ଯ୍ୟନ୍ତ ରହିବ । ଏହି ଭାଉଚର ନିଜର ଆସନ୍ତା ଯାତ୍ରା ସମୟରେ ବ୍ୟବହାର କରି ହେବ । ହାଇଦ୍ରାବାଦ-ବେଲଗାମ, ଆଜମେର- ଅହମଦାବାଦ ସମେତ ଦେଶର ସମସ୍ତ ଘରୋଇ ବିମାନ ଯାତ୍ରା ପାଇଁ ଏହି ଅଫର ଉପଲବ୍ଧ ହେବ । ଏହା ସହିତ ମିଳିଥିବା ଭାଉଚର ଗୁଡିକ ଅନ୍ତର୍ଜାତୀୟ ଯାତ୍ରା ନିମନ୍ତେ ବ୍ୟବହାର କରିହେବ ବୋଲି…

Read More

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 89 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂତନ 89 ଜଣ ସଂକ୍ରମିତଙ୍କ ମଧ୍ୟରୁ 65ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ସ୍ଥଳେ  24 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଥିବାର ସୂଚନା ଦେଇଛି ବିଏମ୍‌ସି । ଆଜି ଚିହ୍ନଟ ହୋଇଥିବା କ୍ବାରେଣ୍ଟାଇନ୍‌ରୁ 65 ଜଣ ମଧ୍ୟରେ ଗୌତମ ନମର ବସ୍ତିରୁ 5 ଜଣ ଥିବାବେଳେ ରିଜର୍ଭ ପୋଲିସ୍‌ କଲୋନୀରୁ ଅଛନ୍ତି 7 ଜଣ । ସେହିପରି ଆଇଗିଣିଆରୁ ଅଛନ୍ତି 17ଜଣ ପଜିଟିଭ୍‌ । ସେହିପରି ଲୋକାଲ୍‌ 24 କେସ୍‌ ମଧ୍ୟରୁ ପୋଖରୀପୁଟରୁ 34 ବର୍ଷୀୟ ପୁରୁଷ ଥିବାବେଳେ ଗଙ୍ଗନଗରରୁ ଦୁଇଜଣ, ଡୁମୁଡୁମା ଫେଜ୍‌ 2ରୁ ଜଣେ 26 ବର୍ଷୀୟା ମହିଳା ରହିଛନ୍ତି । ରାମେଶ୍ବର ପାଟଣାରୁ ଜଣେ 48 ବର୍ଷୀୟ ପୁରୁଷ ଥିବାବେଳେ  ବରଗଡ ବ୍ରିଟ୍‌ କଲୋନୀରୁ 72 ବର୍ଷୀୟ ବ୍ୟକ୍ତି ରହିଛନ୍ତି ।  ବିଜେବି ନଗରରୁ 2 ଜଣ ରହିଥିବାବେଳେ ସିଆରପି ସ୍କୋୟାରରରୁ…

Read More

ଭୁବନେଶ୍ବର : ଆସନ୍ତାକାଲିଠାରୁ ଗଡିବ ’ମୋ ବସ୍‌’ । ଆସନ୍ତାକାଲିଠାରୁ ବସ୍‌ ଚଳାଚଳ କରିବା ନେଇ ମୋ ବସ ପରିଚାଳନା କରୁଥିବା CRUT ପକ୍ଷରୁ ସୂଚନା ଦିଆଯାଇଛି । 8ଟି ରୁଟ୍‌ରେ ଚଳାଚଳ କରିବ ନନ୍‌ ଏସି ବସ୍‌ । ରୁଟ୍‌ ନମ୍ବର 11, 16, 18, 20, 23, 25, 27, 33ରେ ମୋ’ ବସ୍‌ ଚାଲିବ । ସକାଳ 7ଟାରୁ ସନ୍ଧ୍ୟା 7ଟା ମଧ୍ୟରେ ବସ୍‌ ଚଳାଚଳ କରିବ ବୋଲି ସୂଚନା ରହିଛି । ତେବେ ଅଗଷ୍ଟ ମାସର ସପ୍ତାହାନ୍ତରେ ‘ମୋ ବସ୍‌’ ସେବା ବନ୍ଦ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁଲାଇ 18 ତାରିଖ ରାତ୍ରି 9ଟାରୁ ମାେ’ ବସ୍‌ ସେବା ବନ୍ଦ କରାଯାଇଥିଲା । ଜୁଲାଇ 18 ତାରିଖରୁ ଜୁଲାଇ 31 ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ ଲକ୍‌ଡାଉନ୍‌ ଜାରି ହୋଇଥିଲା । ଏହି ଲକ୍‌ଡାଉନ୍‌ ପରିପ୍ରେକ୍ଷୀରେ ଭୁବନେଶ୍ବରରେ ମୋ’ ବସ୍‌ ସେବାକୁ ବନ୍ଦ…

Read More

ଆଲିଗଡ : ଆଲିଗଡ ର ଥାନା ଅନ୍ତର୍ଗତ ଗାନ୍ଧି ପାର୍କ ଅଞ୍ଚଳରେ ନଗଲା ମାଲୀରେ ଜଣେ ଯୁବତୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ଯୁବତୀ ଜଣକ ରକ୍ଷାବନ୍ଧନ ଉପଲକ୍ଷେ ନିଜ ବାପ ଘରକୁ ଆସିଥିବାବେଳେ ରାତିରେ ଛାତ ଉପରେ ଶୋଇଥିବାବେଳେ ତାଙ୍କ କାନମୁଣ୍ଡାକୁ ଗୁଳିମାରି ହତ୍ୟା କରାଯାଇଛି । ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ୍‌ ପଠାଇବା ପାଇଁ ପଠାଇଛି । ତେବେ ମୃତ ଯୁବତୀଙ୍କ ପରିଜନମାନଙ୍କ କହିବାନୁସାରେ ଯୁବତୀଙ୍କର ପଡୋଶୀର ଜଣେ ରହୁଥିବା କୌଶଳ ନାମକ ଜଣେ ଯୁବକ ସହିତ ପ୍ରେମ ସମ୍ପର୍କ ରହିଥିଲା । କିନ୍ତୁ ଗତ ତିନି ତାରିଖରେ ଯୁବତୀଙ୍କର ବୁଲନ୍ଦସହର ନିବାସୀ ବିଶାଲ ସହିତ ବିବାହ କରିଥିଲେ । ତେବେ  ଯୁବତୀଙ୍କ ବିବାହ ପରେ ତାଙ୍କ ପ୍ରେମିକ ଜଣକ ଏପରି କାଣ୍ଡ କରୁଥିବାର ଅଭିଯୋଗ କରିଛନ୍ତି ମୃତ ଯୁବତୀଙ୍କ ଭଉଣୀ । ମୃତା ଯୁବତୀଙ୍କ ଭଉଣୀଙ୍କ କହିବାନୁସାରେ ବିବାହ ପରେ କୌଶଲ୍‌…

Read More