ଉତ୍ତରପ୍ରଦେଶ : ଦେଶରେ ଏବେ କରୋନା ସ୍ଥିତି ବେଶ୍ ଗମ୍ଭୀର ରହିଛି । ଏହି ରୋଗ କବଳରେ ସାଧାରଣ ଲୋକେ, ରାଜନେତା ସମେସ୍ତ ବଳି ପଡୁଛନ୍ତି । ଆଜି ଜଣେ ରାଜନେତାଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶର କ୍ୟାବିନେଟ୍ ମନ୍ତ୍ରୀ ମଲ ରାନୀ ବରୁଣଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ସେ ଉତ୍ତରପ୍ରଦେଶ ବିଧାନସଭାର ସଦସ୍ୟ ଥିଲେ । ପୂର୍ବରୁ ସେ ସାଂସଦ ରୂପେ ମଧ୍ୟ ରହିଥିଲେ । କମଲ ରାନୀ ବରୁଣ ୟୁପି ସରକାରରେ ବୈଷୟିକ ଶିକ୍ଷା ମନ୍ତ୍ରୀ ଥିଲେ। କମଲ ବରୁଣ କରୋନାରେ ସଂକ୍ରମିତ ହୋଇଥିଲେ ଓ ଲକ୍ଷ୍ନୌରେ ପିଜିଆଇର ତାଙ୍କ ଚିକିତ୍ସା ଚାଲିଥିଲା । ଜୁଲାଇ 18 ତାରିଖରେ କରୋନାରେ ସଂକ୍ରମିତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ଲକ୍ଷ୍ନୌରେ ପିଜିଆଇରେ ଭର୍ତ୍ତି କରାଯାଇଥିଲା । ରବିବାର ଦିନ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । 1958 ମସିହା ମେ 3 ତାରିଖରେ…
Author: Samikhsya Bureau
ଲକ୍ଷୀସରାୟ : କରୋନା ଡରରେ ଡାକ୍ତର ଚିକିତ୍ସା ନ କରିବାରୁ ଜଣେ 16 ବର୍ଷର ଯୁବକର ମୃତ୍ୟୁ ହୋଇଛି । ଏହା ପରେ ଯୁବକଙ୍କ ସମ୍ପର୍କୀୟମାନେ ଏହି ଘଟଣାକୁ ନେଇ ହସ୍ପିଟାଲରେ ହଙ୍ଗାମା କରିଛନ୍ତି । ସଦର ହସ୍ପିଟାଲରେ ଏହି ଘଟଣା ଘଟିଛି। ଯୁବକଙ୍କ ପରିଜନ ମାନେ ଡାକ୍ତରଙ୍କ ହାତ ଗୋଡ ଧରିବା ପରେ ଡାକ୍ତର ଯୁବକର ଚିକିତ୍ସା କରିନଥିଲେ । ଯୁବକକୁ ଥଣ୍ଡା ଓ ଜ୍ବର ରହିଥିବାବେଳେ ସେ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲା । ଏହାପରେ ଯୁବକଙ୍କ ସମ୍ପର୍କୀୟ ତାଙ୍କୁ ସଦର ହସ୍ପିଟାଲ ଆଣି ଥିଲେ । କିନ୍ତୁ ଡାକ୍ତର ଯେତେବେଳେ ଜାଣିଲେ ଏହି ଯୁବକ ଜଣକ କରୋନା ସନ୍ଦିଗ୍ଧ ଚିକିତ୍ସା କରିବାକୁ ମନା କରିଦେଲେ । ଯୁବକଙ୍କ ପରିଜନମାନେ ଡାକ୍ତର ଓ ନର୍ସଙ୍କୁ ହାତ ଯୋଡିକରି ବହୁ ଅନୁନୟ ଓ ବିନୟ ହେବା ସତ୍ତ୍ବେ କେହି ଶଣୁଣିନଥିଲେ । ଯୁବକଟି ପରିଶେଷରେ ମୃତ୍ୟୁବରଣ କରିଥିଲା…
ତିରୁଭନ୍ତପୁରମ୍, ଅଦରକାରୀ ଅସ୍ତ୍ରଶସ୍ତ୍ରକୁ ନେଇ ଏକ ସ୍ଥାପତ୍ୟ କରାଯାଇ ପାରିବ ତାହା କେହି କେବେ ବିଶ୍ବାସ କରିପାରିବ ନାହିଁ। ହେଲେ ଏହିପରି ଏକ କାମକୁ କରି ଦେଖାଇଛନ୍ତି କେରଳ ପୋଲିସ। ତିରୁଅନନ୍ତପୁରମରେ କେରଳ ପୋଲିସ ତରଫରୁ ଉଦଘାଟିତ ହୋଇଯାଇଛି ଏକ ବିରାଟକାୟ ସ୍ଥାପତ୍ୟ। କେବଳ ଅଦରକାରୀ ଅସ୍ତ୍ରଶସ୍ତ୍ରକୁ ନେଇ ନିର୍ମାଣ ହୋଇଛି ଏହି ସ୍ଥାପତ୍ୟ। ଏହାର ନାମ ରଖାଯାଇଛି SHOURYA ବା ‘ଶୌର୍ଯ୍ୟ’ ଯାହାର ଅର୍ଥ ହେଲା ବୀରତ୍ବ। ନଅ ମିଟର ଉଚ୍ଚତା ବିଶିଷ୍ଠ ଏହି ଥ୍ରୀ ଡାଇମେସନ୍ ସ୍ଥାପତ୍ୟରେ ଖଂଜା ଯାଇଛି 14 ଶହ 22 ଟି ଅଦରକାରୀ ଅସ୍ତ୍ରଶସ୍ତ୍ର। ସେଥିରେ ରହିଛି 940ଟି- ରାଇଫେଲ୍ 80ଟି-ମାସକଟ୍ 45ଟି-ରିଭଲଭର୍ 457ଟି- ମାଗାଜିନ୍ ତେବେ ଉପରକୁ ଏହା 9 ମିଟର ଥିବା ବେଳେ ମାଟି ଭିତରକୁ ଏହା 8 ମିଟର ରହିଛି। ତେବେ ସବୁଠାରୁ ବଡ କଥା ହେଉଛି ଏହାର ନିର୍ମାଣ କୌଣସି ସ୍ଥପତି ଦ୍ବାରା କରାଯାଇ ନାହିଁ। କେବେଳ କେରଳ…
ନୂଆଦିଲ୍ଲୀ : ଦେଶରେ କରୋନା ଦିନକୁ ଦିନ ଭୟଙ୍କର ରୂପ ଗ୍ରହଣ କରିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ବିଗତ 24 ଘଣ୍ଟା ମଧ୍ୟରେ 54 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶନିବାର 54 ହଜାର 736କୁ ବୃଦ୍ଧି ହୋଇଛି । ନୂତନ ଆକ୍ରାନ୍ତକୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 17 ଲକ୍ଷ ଅତିକ୍ରମ କରିଛି । ବିଗତ 24 ଘଣ୍ଟା ମଧ୍ୟରେ 853ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ସର୍ବମୋଟ ମୃତ୍ୟୁ ସଂଖ୍ୟା 37 ହଜାର 364ରେ ପହଞ୍ଚିଛି। ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 17ଲକ୍ଷ 50 ହଜାର 724 ରହିଥିବା ବେଳେ ଏହା ମଧ୍ୟରୁ 11 ଲକ୍ଷ 45 ହଜାର 630 ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 5 ଲକ୍ଷ 67 ହଜାର 730ରହିଛି । ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ରାଜ୍ୟ…
ପଞ୍ଜାବ : ପଞ୍ଜାବ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ପ୍ରଦେଶରେ ଏହି ଘଟଣାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା 86କୁ ବୃଦ୍ଧି ହୋଇଛି। ତରନ୍ତାରନ୍ ଜିଲ୍ଲାରୁ ସର୍ବାଧିକ 47ଜଣଙ୍କ ମୃତ୍ୟୁ ହୋଇଛି । ଶନିବାର ଦିନ 48ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଏହି ଘଟଣାରେ ପଞ୍ଜାବ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରାଜ୍ୟର 7 ଅବକାରୀ ଅଧିକାରୀ, 2 ଡିଏସ୍ପି ଓ ଚାରିଜଣ ଏସ୍ଏଚ୍ଓଙ୍କୁ ନିଲମ୍ବିତ କରାଯାଇଛି । ଏହି ଘଟଣାରେ ପଞ୍ଜାବ ପୋଲିସ୍ ଅଭିଯାନ ଚଳାଇ ବହୁ ଜାଗାରେ ରେଡ୍ କରିବା ସହିତ 25ଜଣଙ୍କୁ ଗିରଫ କରିଛି । ଅପରପକ୍ଷରେ ରାଜ୍ୟରେ ମଦମୃତ୍ୟୁକୁ ନେଇ ରାଜନୀତି ବୟାନବାଜି ଆରମ୍ଭ ହୋଇଯାଇଛି । ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳର ନେତା ସୁ୍ଖବୀର୍ ସିଂ ବାଦଲ କଂଗ୍ରେସ ସରକାର ଉପରେ ଅବୈଧ ମଦ କାରବାରଣ କରୁଥିବା ବ୍ୟକ୍ତିଙ୍କୁ ଶରଣ…
କୋରାପୁଟ : କୋରାପୁଟ ଜିଲ୍ଲାରେ ଗତକାଲି ମଧ୍ୟରାତ୍ରିରୁ ଲକଡାଉନ୍ ଜାରି ହୋଇଛି । ଏହି ଲକ୍ଡାଉନ୍ ଆସନ୍ତା 14 ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଲକ୍ଡାଉନ ସମୟରେ ଅତ୍ୟାବଶ୍ୟକ ସେବା ଉପଲବ୍ଧ ରହିବ । ଏହି ସମୟରେ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ନିର୍ଦ୍ଦେଶାବଳୀ ଲାଗୁ କରିଛନ୍ତି ଜିଲ୍ଲା ପ୍ରଶାସନ । ପରିବା, ଗ୍ରୋସାରୀ, ଫଳ, ଦୁଗ୍ଧ, ମାଂସ, ମାଛ, ଅଣ୍ଡା, ଅନ୍ୟାନ୍ୟ ପୋଷାକ ପତ୍ର, ଗହଣା, ସାଇକେଲ, ବ୍ୟାଗ, ପୂଜା ସାମଗ୍ରୀ ଓ ସେଲୁନ୍ଆଦି ସପ୍ତାହର ତିନି ଦିନ ଖୋଲା ରହିବ । ଏହି ସମସ୍ତ ଦେକାନାଗୁଡିକ ସକାଳ 7ଟାରୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ଖୋଲା ରହିବ । ଦିନକୁ ଦିନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ପ୍ରଶାସନ ଏପରି ପଦକ୍ଷେପ ନେଇଛି ।
ମୋହାଲି : ପଞ୍ଜାବର ମୋହାଲୀଠାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଡେରାବସି ସ୍ଥିତ ଇଣ୍ଡସ୍ ଇଣ୍ଟରନ୍ୟାସନାଲ୍ ହସ୍ପିଟାଲରେ ଶବାଗାରରୁ ଜଣେ ମହିଳାଙ୍କ ଶବର ଓଠ ଓ କାନକୁ ମୂଷା ଖାଇ ଦେଇଥିବାର ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନିକ ଅଧିକାର ଓ ହସ୍ପିଟାଲ ପ୍ରଶାସନ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହା ପରେ ଏହି ଘଟଣାକୁ ନେଇ ହଙ୍ଗାମା ସୃଷ୍ଟି ହୋଇଥିଲା । ପରିସ୍ଥିତି ଏପରି ଉପୁଜିଲା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛି । ମିଳିଥିବା ସୂଚନା ଅନୁସାରେ ଇଣ୍ଡସ୍ ଇଣ୍ଟରନ୍ୟାସନାଲ୍ ହସ୍ପିଟାଲରେ ଜଣେ ମହିଳା ସର୍ଜରୀ କରିବା ପାଇଁ ଦୁଇ ଦିନ ପୂର୍ବରୁ ଭର୍ତ୍ତି ହୋଇଥିଲେ । କିନ୍ତୁ ସର୍ଜରୀ ଗୋଟିଏ ଦିନ ପରେ ମହିଳା ଜଣଙ୍କର ମୃତ୍ୟୁ ହୋଇଥିଲା । ମହିଳାଙ୍କ ଶବକୁ ଶବାଗାରରେ ରଖାଯାଇଥିଲା । ତା’ପରଦିନ ମହିଳାଙ୍କ ସମ୍ପର୍କୀୟମାନେ ଉକ୍ତ ମହିଳାଙ୍କ…
କେଦାର ମିଶ୍ର ଗତ ମାର୍ଚ୍ଚ ୨୫ ତାରିଖରୁ ଦେଶର ପ୍ରାୟ ସବୁ ଧର୍ମାନୁଷ୍ଠାନରେ ତାଲା ପଡିଛି। ମନ୍ଦିରକୁ ଭକ୍ତ ଯାଉନାହାନ୍ତି। ମସଜିଦରେ ସମୂହ ନମାଜ ପାଠ ହେଉନି। ଗୀର୍ଜାରେ ଶୁକ୍ରବାର ପ୍ରାର୍ଥନା ବନ୍ଦ ରହିଛି। ଗୁରୁଦ୍ୱାର ବି ବନ୍ଦ। ଆମେ ଜାଣୁ, ବର୍ତ୍ତମାନର ମହାମାରୀ କୁ ମୁକାବିଲା କରିବାକୁ ହେଲେ, ଧାର୍ମିକ ଭାବ ପ୍ରବଣତା ଅପେକ୍ଷା ଆମକୁ ବୈଜ୍ଞାନିକ ଚିନ୍ତନର ଆବଶ୍ୟକତା ବେଶୀ। ଈଶ୍ଵର ଭାବରେ ଆମକୁ ଡାକ୍ତର ଓ ବୈଜ୍ଞାନିକମାନେ ହିଁ ବଞ୍ଚାଇ ପାରିବେ। କରୋନା ମହାମାରୀର ମୁକାବିଲା କରିବାକୁ ଯାଇ ଏବେ ପୃଥିବୀର ସବୁ ବୃହତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି। ଜୁଲାଇ ମାସରୁ ଭାରତ ସରକାର କିଛି କିଛି ଧର୍ମାନୁଷ୍ଠାନ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଅନେକ ରାଜ୍ୟ ସରକାର ସେ କଥାକୁ ମାନି ନାହାନ୍ତି। ଓଡିଶାରେ ଗତ ମାର୍ଚ୍ଚ ମାସରୁ ଆମର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ କରାଯାଇଛି। ଏମିତି ଲକ୍ଷ ଲକ୍ଷ…
ଥେନି : ସାରା ଭାରତରେ କରୋନା ମାମଲା ବୃଦ୍ଧି ପାଇଥିବାବେଳେ କରୋନା ଆକ୍ରାନ୍ତଙ୍କୁ ନେଇ ପ୍ରଶାସନର ଅବେହଳା ମଧ୍ୟ ସାମ୍ନକୁ ଆସିଛି । ଠିକ୍ ଏହିପରି ଏକ ଘଟଣା ତାମିଲନାଡୁ ଥେନିରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ବୃଦ୍ଧା ମହିଳା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବାବେଳେ ଆମ୍ବୁଲାନ୍ସ ନ ମିଳିବାରୁ ଟ୍ରଲିରେ ତାଙ୍କ ଶବକୁ ଅନ୍ତିମ ସଂସ୍କାର ପାଇଁ ନିଆଯାଇଛି। କରୋନା ଆକ୍ରାନ୍ତଙ୍କ ଶବକୁ ଟ୍ରଲିରେ ନିଆଯାଉଥିବା ନେଇ ଏକ ଭିଡିଓ ଭାଇରାଲ୍ ହେବା ପରେ ଘଟଣାଟି ସାମ୍ନାକୁ ଆସିଥିଲା । 75 ବର୍ଷୀୟା ମହିଳା ଜଣକ ଥେନିରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। କିଛିଦିନ ହେବ ଏହି ବୃଦ୍ଧାଙ୍କର ସ୍ବାସ୍ଥ୍ୟବସ୍ଥା ଠିକ୍ ରହୁନଥିଲା। ସେ ଡାଇରିଆରେ ପୀଡ଼ିତ ଥିଲେ। ଚିକିତ୍ସା ପରେ ସେ ଘରକୁ ଫେରିଥିଲେ। କିନ୍ତୁ ଘରକୁ ଆସିବାର ଦୁଇ ଦିନ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଥିଲା। ଏହା ପରେ…
ପାଟନା, ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ନେଇ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଉଦ୍ଧବ ଠାକରେ କଂଗ୍ରେସ ଦ୍ବାରା ପ୍ରାୟୋଜିତ ବଲିଉଡ ମାଫିଆଙ୍କ ଦ୍ବାରା ପରିଚାଳିତ। କଂଗ୍ରେସ ଏନସିପି ପରି ଦଳ ସହିତ ସେ ସାମିଲ ହୋଇ ମାଫିଆ ରାଜ ଚଳାଇଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ସାରା ଦେଶର ଲୋକଙ୍କୁ ସ୍ତବ୍ଧ କରିଦେଇଛି। ହେଲେ ମହାରଷ୍ଟ୍ର ସରକାର ଏ ପର୍ଯ୍ୟନ୍ତ କୌଣସି ଆଖି ଦୃଶିଆ ପଦକ୍ଷେପ ନେଉ ନାହାଁନ୍ତି। ସୁଶୀଲ ମୋଦୀ ଆହୁରି କହିଛନ୍ତି ଯେ, ଯଦି ମହାରାଷ୍ଟ୍ର ସରକାର ତଦନ୍ତ କରିବାକୁ ଭୟ କରୁଛନ୍ତି ତେବେ ସେ ଏହି ମାମଲା ସିବିଆଇକୁ କାହିଁକି ଦେଉ ନାହାଁନ୍ତି। ସୁଶାନ୍ତଙ୍କ ମୃତ୍ୟୁର ପ୍ରକୃତ ରହସ୍ୟ କଣ ତାହା ଦିନେ ନା ଦିନେ ପଦାକୁ ଆସିବ। ଏଥିପାଇଁ ବିହାର ସରକାର ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବ ବୋଲି ମୋଦୀ କହିଛନ୍ତି।
Patna: Fans of late actor Sushant Singh Rajput burn an effigy of Maharashtra Chief Minister Uddhav Thackeray as they protest demanding CBI enquiry into the actor’s death, in Patna on Aug 1, 2020. (Photo: IANS)
Bengaluru: Army Band members perform to honour the COVID-19 warriors as they take part in rehearsals for the upcoming Independence Day celebrations at Tippu Sultan’s summer palace, in Bengaluru on Aug 1, 202o. (Photo: IANS)
ସିଓଲୋ : କରୋନା ଭାଇରସ୍କୁ ନେଇ ଭାରତ ସମେତ ଅନ୍ୟାନ୍ୟ ଦେଶଗୁଡିକରେ ଏବେ ହାହାକାର ସୃଷ୍ଟି ହୋଇଛି । ଏହି ମହାମାରୀର ଭୟାବହତାରୁ ରକ୍ଷା ପାଇବା ପାଇଁ ପରିସ୍କାର ରହିବା ଏକାନ୍ତ ଅପରିହାର୍ଯ୍ୟ ହୋଇପଡିଛି । ସାନିଟାଇଜ୍ ହେବା ମାସ୍କ ପିନ୍ଧିବା ତଥା ଦୂରତ୍ବ ରଖିବା ଦ୍ବାରା ଏହି ସଂକ୍ରମଣରୁ ଦୂରେଇ ରହିହେବ । କରୋନାକୁ ନେଇ ମନରେ ଭୟ ଥିବା ସମୟରେ କରୋନାକୁ ଡରି ଲୋକମାନେ ଅଜବ କାଣ୍ଡ ମଧ୍ୟ ଘଟାଉଛନ୍ତି। ନିକଟରେ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି କରୋନା ଡରରେ ଟଙ୍କାକୁ ଓ୍ବାସିଂ ମେସିନ୍ରେ ଧୋଇଛନ୍ତି । ଏଭଳି ଏକ ଅଜବ ଘଟଣା ଦକ୍ଷିଣ କୋରିଆରେ ଘଟିଛି । ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ କୋରିଆର ସିଓଲୋ ନିକଟସ୍ଥ ଅସଂନ ସହରର ଜଣେ ବ୍ୟକ୍ତି କରୋନା ସଂକ୍ରମଣ ଡରରେ ନିଜର ସମସ୍ତ ଟଙ୍କାକୁ ସାନିଟାଇଜ୍ କରିବା ପାଇଁ ଓ୍ବାସିଂମେଶିନ୍ରେ ପକାଇ…
ବାଙ୍ଗାଲୁରୁ, ପାଖେଇ ଆସିଲାଣି ଗଣେଶ ପୂଜା। ଏଥର ପୂଜା ଧୂମଧାମରେ ହେବାର ସମ୍ଭାବନା ନାହିଁ। ହେଲେ ଗଣେଶ ଭକ୍ତଙ୍କ ମନ ବୁଝୁ ନାହିଁ। ସାମାଜିକ ଦୂରତା ସହିତ କୋଭିଡ19 କଟକଣାରେ ଗଣେଶ ପୂଜା କରିବାକୁ ଅଣ୍ଟା ଭିଡିଛନ୍ତି। ହେଲେ ଏଥର କରୋନା ପାଇଁ ଗଣେଶ ମଣ୍ଡପ ଏବଂ ମୂର୍ତ୍ତିରେ ଦେଖିବାକୁ ମିଳିଛି ଭିନ୍ନ ଧରଣର ଥିମ। ଚଳିତ ବର୍ଷ ଗଣେଶ ପୂଜାରେ ଦେଖିବାକୁ ମିଳିବ କରୋନା ଥିମ୍ । କରୋନାକୁ ନେଇ ସାରା ଦୁନିଆ ଭୀତତ୍ରସ୍ତ ହୋଇଥିବାବେଳେ ବିଘ୍ନ ବିନାଶକଙ୍କ ପୂଜାରେ ମଧ୍ୟ କରୋନାର ପ୍ରଭାବ ଦେଖିବାକୁ ମିଳିଛି । କରୋନା ମାଡରେ ଯଦିଓ ଗଣେଶ ପୂଜା ମହାଆଡମ୍ବର ସହକାରେ ହେବ ନାହିଁ, ତେବେ ଗଣେଶ ପୂଜା ପାଇଁ ମୂର୍ତ୍ତି କାରିଗରୀଙ୍କ ଭିତରେ ଉତ୍ସାହ ରହିଛି । ମୂର୍ତ୍ତି କାରିଗରମାନେ ଗଣେଶ ପୂଜାରେ କରୋନାକୁ ଥିମ୍ ଭାବେ ବ୍ୟବହାର କରି ଗଢିଛନ୍ତି ଗଣେଶ ପ୍ରତିମାମାନ । ବାଙ୍ଗାଲୁରୁୁର କାରିଗରମାନେ ଆଦ୍ୟ ଦେବତା…
କୋଚି : କରୋନା ଭାରଇସ୍ ଏବେ ସାରା ଦୁନିଆରେ ଆତଙ୍କ ସୃଷ୍ଟି କରିଛି । ଭାରତରେ ଏହାର ସ୍ଥିତି ବେଶ୍ ଗମ୍ଭୀର ରହିଛି । କରୋନାକୁ ଦେଖି ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି ହୋଇଛି । ନିଜ ଲୋକ ବାହାରୁ ଆସିଲେ ବି ତାଙ୍କୁ ସନ୍ଦେହରେ ଦେଖାଯାଉଛି । ଠିକ୍ ଏହି ସମୟରେ ଏବେ ଟ୍ରେନ୍ରେ ଯାତ୍ରା କରୁଥିବା ସମୟରେ ହଠାତ୍ ଜଣାପଡିଲା ଆପଣଙ୍କ ସହ ଜଣେ କରୋନା ସଂକ୍ରମିତ ଯାତ୍ରା କରୁଛନ୍ତି, ତେବେ ଆପଣ କ’ଣ କରିବେ । ଠିକ୍ ଏହିପରି ଏକ ଘଟଣା ଘଟିଛି କାଝୀକୋଡ –ତିରୁଅନନ୍ତପୁରମ୍ ଜନ ଶତାବ୍ଦୀ ଏକ୍ସପ୍ରେସ୍ରେ । ଯାତ୍ରୀମାନେ ଯାତ୍ରା କରୁଥିବା ସମୟରେ ଟ୍ରେନ୍ରେ ଜଣେ କରୋନା ସଂକ୍ରମିତ ହୋଇଥିବାର ଖବର ଜଣାପଡିଥିଲା । ଏହି ଖବର ମିଳିବା ପରେ ହଇଚଇ ସୃଷ୍ଟି ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ସଂକ୍ରମିତ ବ୍ୟକ୍ତି ଜଣକ କୋଝିକୋଡ-ତିରୁଅନନ୍ତପୁରମ୍ରୁ ଜନ ଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନ୍ରେ ଯାତ୍ରା…
ନୂଆଦିଲ୍ଲୀ, ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇ) ଯୋଗୁଁ ମୋବାଇଲ ଓ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ ନିର୍ମାଣକାରୀ ସଂସ୍ଥାଗୁଡିକୁ ବିରାଟ ସଫଳତା ହାସଲ ହେବ। ଏହା କହିଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଦୂରସଞ୍ଚାର ତଥା ଆଇନ ଓ ନ୍ୟାୟ ମନ୍ତ୍ରୀ ରବି ଶଙ୍କର ପ୍ରସାଦ। ବୃହତ ସ୍ତରରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ପିଏଲଆଇ ଗତ ଏପ୍ରିଲ ପହିଲା ଦିନ ବିଜ୍ଞପିତ ହୋଇଥିଲା। ବିକ୍ରି ବୃଦ୍ଧି ଅନୁସାରେ ପିଏଲଆଇ ଯୋଜନା ଶତକଡା 4 ରୁ 6 ଭାଗ ପର୍ଯ୍ୟନ୍ତ ପ୍ରୋତ୍ସାହନ ଭାରତରେ ଉତ୍ପାଦିତ ସାମଗ୍ରୀ କମ୍ପାନୀଗୁଡ଼ିକୁ ପ୍ରଦାନ କରିବାର ବ୍ୟବସ୍ଥା ଅଛି। ଏହି ଯୋଜନା ପାଇଁ ଆବେଦନର ସମୟ ଜୁଲାଇ 31ଥିବା ବେଳେ ଆଜି ଅଗଷ୍ଟ ପହିଲାରୁ ଏହା ଲାଗୁ ହେଉଛି । ମୋଟ 22ଟି କମ୍ପାନୀ ପିଏଲଆଇ ଯୋଜନା ଅଧୀନରେ ସେମାନଙ୍କ ଆବେଦନପତ୍ର ଦାଖଲ କରିଛନ୍ତି । ଆନ୍ତର୍ଜାତିକ ମୋବାଇଲ ଫୋନ ଉତ୍ପାଦନକାରୀ କମ୍ପାନୀ ଯେଉଁ ମୋବାଇଲ ଫୋନ (ଇନଭଏସ ମୂଲ୍ୟ…
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୭୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୋଟ ୨୧, ୨୭୩ କରୋନା ରୋଗୀଙ୍କୁ ସୁସ୍ଥ କରାଇବାରେ ଆମର ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କର ବିଶେଷ ଭୂମିକା ରହିଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୨, ଗଞ୍ଜାମରୁ ୧୩୯, କଟକରୁ ୭୮, ସୁନ୍ଦରଗଡରୁ ୫୮, ଗଜପତିରୁ ୪୯, ଭଦ୍ରକରୁ ୩୩, କେନ୍ଦୁଝରରୁ ୩୧, ପୁରୀରୁ ୨୮, ନୟାଗଡ ରୁ ୨୨, ରାୟଗଡାରୁ ୨୦, ବାଲେଶ୍ବରରୁ ୧୯, କୋରାପୁଟରୁ ୧୮, ମାଲକାନଗିରିରୁ ୧୬, ନବରଙ୍ଗପୁରରୁ ୧୩, କନ୍ଧମାଳ ଏବଂ ସମ୍ବଲପୁରରୁ ୧୦, କେନ୍ଦ୍ରାପଡା ଓ ଯାଜପୁରରୁ ୯, ଜଗତସିଂପୁରରୁ ୮, ବରଗଡରୁ ୭, ଝାରସୁଗୁଡା ଓ ଢେଙ୍କାନାଳରୁ ୬, କଳାହାଣ୍ଡି ଓ ବଲାଙ୍ଗୀରରୁ ୨, ଅନୁଗୁଳରୁ ଜଣେ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଣାଇଛନ୍ତି। ଏବେ ରାଜ୍ୟରେ ୧୧,୯୮୦ ଜଣ ସକ୍ରିୟ କେସ ଥିବାବେଳେ ୨୧୨୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି।
ଭୁବନେଶ୍ବର, ବହୁ ପ୍ରତିକ୍ଷିତ ହରିଦାସପୁର-ପାରାଦ୍ୱୀପ ରେଳପଥ ନିର୍ମାଣ କାର୍ଯ୍ୟ ଶେଷ ହେବା ଉପରେ। ପରୀକ୍ଷାମୂଳକ ମାଲବାହୀ ଟ୍ରେନ୍ ଚଳାଚଳ ୩୧ ଜୁଲାଇ ୨୦୨୦ରୁ ଆରମ୍ଭ ହୋଇଥିଲା। ପାସେଞ୍ଜର (ଯାତ୍ରୀବାହୀ) ଟ୍ରେନ୍ ଚଳାଚଳ ନିମନ୍ତେ ଏହି ରେଳପଥର ଆଖପାଖ ଅଞ୍ଚଳର ଜନ ସାଧାରଣଙ୍କ ଉଚ୍ଚାଭୀଳାଷକୁ ପୂର୍ବତଟ ରେଳପଥ ପ୍ରଶଂସା କରୁଛି । ପୂର୍ବ ତଟ ରେଳପଥ ନିବେଦନ କରୁଛି ଯେ, ଏହି ରେଳପଥରେ ନିରାପଦ ଟ୍ରେନ୍ ଚଳାଚଳ କରିବାକୁ ହେଲେ ମାଲବାହୀ ଟ୍ରେନ୍ର ପରୀକ୍ଷାମୂଳକ ଚଳାଚଳ ବା ଟ୍ରାଏଲ୍ ରନ୍ ଏକାନ୍ତ ଆବଶ୍ୟକ। ପୂର୍ବ ତଟ ରେଳପଥ ଏଠାରେ ସୂଚାଇ ଦେବାକୁ ଚାହେଁ ଯେ, ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବା ନିମନ୍ତେ ବହୁ ନିରାପତ୍ତା ଭିତ୍ତିକ କାର୍ଯ୍ୟର ଆବଶ୍ୟକତା ରହିଛି ଏବଂ ଯାତ୍ରୀ ସୁବିଧା ଯୋଗାଣ କାର୍ଯ୍ୟ ମଧ୍ୟ କରାଯିବା ଆବଶ୍ୟକ । ପରୀକ୍ଷାମୂଳକ ମାଲ୍ବାହୀ ଟ୍ରେନ୍ ଚଳାଚଳ ହେଉଛି, ପାସେଞ୍ଜର ଟ୍ରେନ୍ ଚଳାଚଳ କରିବା ନିମନ୍ତେ ପ୍ରାଥମିକ ପଦକ୍ଷେପ ଏବଂ ଏଥି…
ନୂଆଦିଲ୍ଲୀ, କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ବ୍ୟାପାର ମନ୍ତ୍ରୀ ଶ୍ରୀ ରାମବିଳାସ ପାଶୱାନ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ଼’ ଯୋଜନାର ପ୍ରଗତି ସମୀକ୍ଷା କରିଛନ୍ତି। ଏହି କାର୍ଡ ବ୍ୟବସ୍ଥାକୁ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଚାଲିଥିବା ଉଦ୍ୟମ ବିଷୟରେ ମନ୍ତ୍ରୀ ଅନୁଧ୍ୟାନ କରିଛନ୍ତି। ଏହି ସମୀକ୍ଷା ଅନୁସାରେ ଆଉ ୩ଟି ରାଜ୍ୟ ମଣିପୁର, ନାଗାଲାଣ୍ଡ ଓ ଉତ୍ତରାଖଣ୍ଡ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ଏହି ନୂଆ ବ୍ୟବସ୍ଥା ପ୍ରବର୍ତ୍ତିତ ହୋଇଥିବା ଜଣାପଡିଛି। ଏଥିପାଇଁ ଯେଉଁ ବୈଷୟିକ ଆବଶ୍ୟକତା ଓ ପ୍ରସ୍ତୁତି ଦରକାର ଥିଲା ତାହା ଏହି 4ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟକ୍ଷମ ହୋଇଛି । ଏହାକୁ ମିଶାଇ ଆଜି ଅର୍ଥାତ୍, 2020 ଅଗଷ୍ଟ ପହିଲା ସୁଦ୍ଧା ଦେଶର 24ଟି ରାଜ୍ୟ ଓ କେନ୍ଦ୍ର…
ମହାରାଷ୍ଟ୍ର : ମହାରାଷ୍ଟ୍ରର ନାଗପୁରରେ ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଥିବା ବାୟୋ ଗ୍ୟାସ୍ ଫ୍ୟାକ୍ଟ୍ରିର ବୟଲର ଫାଟିବା ଯୋଗୁଁ 5 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ମାନସ ଆଗ୍ରୋ ଇଣ୍ଡିଷ୍ଟ୍ରି ଆଣ୍ଡ୍ ଇନ୍ଫାଷ୍ଟ୍ରକଚର୍ ଲିଃ ଫ୍ୟାକ୍ଟ୍ରିରେ ଏହି ଦୁର୍ଘଟଣା ଘଟିଛି । ବେଲା ଗାଁ ନିକଟରେ ଥିବା ବାଓଗ୍ୟାସ ନିକଟରେ ଥିବା ବୟଲରରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ 5ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ପାଞ୍ଚ ମୃତକଙ୍କ ମଧ୍ୟରେ 21 ବର୍ଷୀୟ ମଙ୍ଗେଶ ପ୍ରଭାକର ନୌକାରକର ଥିବାବେଳେ 42 ବର୍ଷୀୟ ଲୀଲାଧର ବାମନରାଓ୍ବ ସିନ୍ଧେ, 30 ବର୍ଷୀୟ ବାସୁଦେବ ଲାଦି, 24 ବର୍ଷୀୟ ସଚିନ ପ୍ରକାଶ ବାଘମାରେ ଓ 25 ବର୍ଷୀୟ ପ୍ରତାପ ପାଣ୍ଡୁରଙ୍ଗ ମୁନ୍ ରହିଛନ୍ତି । ଏହି ସମସ୍ତ ଶ୍ରମିକ ବଡଗ୍ରାମର ବାସିନ୍ଦା ବୋଲି ସୂଚନା ରହିଛି । ତେବେ ବିସ୍ଫୋରଣ କେମିତି ଓ କିପରି ହେଲା…
ରମେଶ ମହାନ୍ତି ଜଗତସିଂହପୁର: ସଙ୍ଗରୋଧ କେନ୍ଦ୍ରରେ ବିଭିନ୍ନ ପ୍ରକାର ଅବ୍ୟବସ୍ଥାକୁ ନେଇ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କଲେ ସଙ୍ଗରୋଧୀ ପ୍ରବାସୀ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ। ସୂଚନା ଯୋଗ୍ୟ ଯେ, ତିର୍ତ୍ତୋଲ ଆଦିକବି ସାରଳାଦାସ କଲେଜରେ ଚାଲୁଥିବା କରୋନା ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଅସ୍ୱାସ୍ଥ୍ୟକର ପରିବେଶ, ନିମ୍ନମାନର ଖାଦ୍ୟ ଦିଆଯିବା ସାଙ୍ଗକୁ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଏପରିକି ଏହି ସଙ୍ଗରୋଧ କେନ୍ଦ୍ରରେ କରୋନା ପଜିଟିଭ ଚିହ୍ନଟ ହେବାପରେ ମଧ୍ୟ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ତେବାସୀଙ୍କୁ କରୋନା ପରୀକ୍ଷା କରାନଯାଇ ଜୋରଜବରଦସ୍ତ ଘରକୁ ପଠାଇଦିଆଯାଉଥିବା ଅଭିଯୋଗ ହୋଇଛି। ପ୍ରଶାସନିକ ଅଧିକାରୀମାନେ ସେମାନଙ୍କ କଥା ଶୁଣୁନାହାଁନ୍ତି ଘରୁ ଉଠାଇଆଣି ଏଠାରେ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ କରିଥିଲେ। ଜିଲ୍ଲାରେ ତିର୍ତ୍ତୋଲ ବ୍ଲକରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଠାରେ କିନ୍ତୁ ପ୍ରଶାସନିକ ଅଧିକାରୀମାନଙ୍କ ମନମାନି ଚାଲିଥିବା କୁହାଯାଉଛି। ସଙ୍ଗରୋଧ କେନ୍ଦ୍ରରେ ତିର୍ତ୍ତୋଲ କଲେଜ ସଙ୍ଗରୋଧ କେନ୍ଦ୍ରରେ…

