ନୂଆଦିଲ୍ଲୀ, ଶେଷରେ ଭାରତ ମାଟି ଛୁଇଁଲା ଲଢୁଆ ବିମାନ ରାଫେଲ, ଗତକାଲି ଫ୍ରାନ୍ସରୁ ଏହି ବିମାନ ତାହାର ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଆଜି ଅପରାହ୍ନରେ ଏହି ଯୁଦ୍ଧ ବିମାନ ହରିୟାନାର ଆମ୍ବାଲା ଏୟାରବେସରେ ପଦାର୍ପଣ କରିଛି। ପ୍ରଥମ ପର୍ଯ୍ୟାୟରେ ପାଞ୍ଚୋଟି ଯୁଦ୍ଧ ବିମାନ ଭାରତ ଆସିଛି। ଏହି ବିମାନ ଭାରତୀୟ ଏୟାରବେସରେ ପହଁଚିବା ପରେ ବାୟୁସେନା ତରଫରୁ ୱାଟର ସ୍ପ୍ରେ କରାଯାଇ ସାଲୁଟ୍ ଦିଆଯାଇଥିଲା। ଏହି ସମୟରେ ବିମାନ ଘାଟିରେ ବାୟୁସେନା ମୁଖ୍ୟ ଆର.କେ.ଏସ ଭୌଦରିଆ ଉପସ୍ଥିତ ଥିଲେ। ଏଥିସହିତ ପ୍ରତିରକ୍ଷା ମନ୍ତ୍ରୀ ରଜାନାଥ ସିଂ ଏହି ଲଢୁଆ ବିମାନ ଆସିବା ପରେ ଖୁସି ପ୍ରକଟ କରିଛନ୍ତି। ନିଜ ଟୁଇଟରେ ସେ ଏହି ବିମାନ ପଦାର୍ପଣ ଦୃଶ୍ୟକୁ ପୋଷ୍ଟ କରିଛନ୍ତି। ଏହି ବିମାନ ଭାରତୀୟ ସାମରିକ କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆସିଲା। କାରଣ ଏହି ବିମାନ ଦେଶର ସାମରିକ ଶକ୍ତିକୁ ବେଶ୍ ସମୃଦ୍ଧ କରିପାରିବ। ବର୍ତ୍ତମାନ ଆସିଥିବା…
Author: Samikhsya Bureau
କନ୍ଦର୍ପ ବେହେରା ରେଢାଖୋଲ: ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ରେଢାଖୋଲ ସବଡିଭିଜନରେ ସକସେସ୍ ସୁମନ୍ ସାହୁ ୫୪୫ ମାର୍କ ରଖି ଟପ୍ପର ହୋଇଛନ୍ତି। ରେଢାଖୋଲ ବ୍ଲକ୍ ଭରତାପୁର ପଂଚାୟତର ବଡଖୋଳ ଗ୍ରାମର ରବିନ୍ଦ୍ରନାଥ ସାହୁ ଓ ସୁକାନ୍ତି ସାହୁଙ୍କ କନିଷ୍ଠ ପୁତ୍ର ସକସେସ୍ ସୁମନ୍ ସାହୁ ରେଢାଖୋଲ ସ୍ଥିତ ଶ୍ରୀ ଅରବିନ୍ଦ ପୁର୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ପାଠ ପଢୁଥିଲେ। ତାଙ୍କର ଏହି ସଫଳତାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ , ଛାତ୍ରଛାତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ସୁମନଙ୍କୁ ଭବିଷ୍ୟତରେ କଣ ହେବ ବୋଲି ପଚାରିବାରୁ ସେ ବଡ ହେଲେ ଆଇଏଏସ୍ ହେବେ ବୋଲି ପ୍ରକାଶ କରିଛନ୍ତି। ସେ ଦିନକୁ ୫ ରୁ ୬ ଘଂଟା ପଢାପଢି କରନ୍ତି ବୋଲି ପ୍ରକାଶ କରିଛନ୍ତି। ତାଙ୍କର ଏହି ସଫଳତାରେ ସୁମନର ପିତା ମାତା ଖୁସି ଅନୁଭବ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି। ସେ ମୋଟ ୬୦୦ ମାର୍କରୁ ୫୪୫ ମାର୍କ(ଶତକଡା ୯୦.୯୩)ରଖିଛନ୍ତି।
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 137 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି 137 ପଜିଟିଭଙ୍କ ମଧ୍ୟରୁ 98 ଜଣ କ୍ବାରେଣ୍ଟାଇନ୍ ଥିବାବେଳେ 39 ଜଣ ଲୋକାଲ୍ କଣ୍ଟାକ୍ଟ କେସ ବୋଲି ସୂଚନା ଦେଇଛି ବିଏମସି । କ୍ବାରେଣ୍ଟାଇନ୍ରେ ଥିବା 98ଜଣଙ୍କ ମଧ୍ୟରେ ୟୁନିଟ୍ -1 ବସ୍ତି ଅଞ୍ଚଳରୁ 11ଜଣ ଚିହ୍ନଟ ହୋଇଥିବାେବଳେ ସତ୍ୟ ନଗରରରୁ 7ଜଣ ରହିଛନ୍ତି । ସେହିପରି ଏକ ଘରୋଇ ହସ୍ପିଟାଲରୁ 6ଜଣ କର୍ମଚାରୀ ରହିଛନ୍ତି । କଳ୍ପନା ଛକରୁ 5 ଜଣ ରହିଥିବାବେଳେ ଜୟଦୁର୍ଗା ନଗରରୁ 5ଟି କେସ୍ ରହିଛି । ଶହୀଦ ନଗରରୁ 4 ଜଣ, ବାୟାବାବା ବସ୍ତିରୁ ଦୁଇଜଣ, ୟୁନିଟ୍ -9, ଭୋଇନଗରରୁ 2 ଜଣ ରହିଛନ୍ତି । ସେହିପରି ଆଜି ଚିହ୍ନଟ 39 ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ମଧ୍ୟରୁ ଲକ୍ଷ୍ମୀବିହାରରୁ 2 ଜଣ, ବଡଗଡରୁ 2ଜଣ, ଆଇଆରସି ଭିଲେଜରୁ 2 ଜଣ, ଶାସ୍ତ୍ରୀନଗରରୁ 4 ଜଣ, ଭୋଇନଗରରୁ ଜଣେ, ଲକ୍ଷ୍ମୀସାଗରୁର…
ନୂଆଦିଲ୍ଲୀ : ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନାମ ପରିବର୍ତ୍ତନ କରି ଶିକ୍ଷା ମନ୍ତ୍ରାଳୟ କରିବାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି । ଏହା ଛଡା କେନ୍ଦ କ୍ୟାବିନେଟ୍ ନୂତନ ଶିକ୍ଷାନୀତିକୁ ମଧ୍ୟ ଅନୁମୋଦନ ଦେଇଛି । ତେବେ ଅପରାହ୍ନ 4ଟା ସମୟରେ ଏହା ସମ୍ପର୍କରେ ବିସ୍ତୃତ ବିବରଣୀ ଦିଆଯିବ । ନୂତନ ଶିକ୍ଷା ନୀତି ଆଧାରରେ ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଗୋଟିଏ ରେଗୁଲେଟରୀ ବଡି ରହିବ। 1986 ମସିହାରେ ରାଷ୍ଟ୍ରୀୟ ଶିକ୍ଷା ନୀତିର ନିର୍ମାଣ ହୋଇଥିଲା । ଏବଂ 1992 ମସିହାରେ ଏହି ଶିକ୍ଷା ନୀତିରେ କିଛି ପରିବର୍ତ୍ତନ କରାଯାଇଥିଲା । ଏହା ପରେ ତିନି ଦଶକ ପର୍ଯ୍ୟନ୍ତ ଶିକ୍ଷାନୀତିରେ କୌଣସି ପରିବର୍ତ୍ତନ କରାଯାଇନଥିଲା । ଏହି ନୂତନ ଶିକ୍ଷାନୀତି ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବ ବୋଲି ଆଶା କରାଯାଉଛି । ପ୍ରାଥମିକ ସ୍ତରରେ ଦିଆଯାଉଥିବା ଶିକ୍ଷାର ଗୁଣାବତ୍ତା ଲାଗି ସୁଧାରିବା ଲାଗି ନୂତନ ରାଷ୍ଟ୍ରୀୟ ପାଠ୍ୟକ୍ରମର ଫ୍ରେମ୍ଓ୍ବାର୍କ ପ୍ରସ୍ତୁତି…
ପୁରୀ, ଅନ୍ତର୍ଜାତୀୟ ବାଘ ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକ ପୂର୍ବରୁ କରିଥିବା ଏକ ବାଲୁକା କଳା। ଏଥିରେ ସେ ବାଘ ବଂଶ ସଂରକ୍ଷଣ ନେଇ କରିଛନ୍ତି ସଚେତନତା
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଶେରଗଡ଼ ବ୍ଲକ୍ ନରେନ୍ଦ୍ରପୁର ଗ୍ରାମରେ ଜଣେ ୧୦ ବର୍ଷୀୟ ନାବାଳିକା ଝିଅକୁ ଦୁଷ୍କର୍ମ ଘଟିଛି। ଏହି ସମ୍ବେଦନଶୀଳ ଘଟଣା ଗ୍ରାମରେ ପ୍ରଚାର ହେଲାପରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତକୁ ଗୋଟିଏ କଠୋରୀରେ ବନ୍ଦ କରି ହିଂଜିଳି ଥାନାକୁ ଖବର ଦେଇଥିଲେ। ଥାନାଧିକାରୀ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯିବ କହି ଅଭିଯୁକ୍ତଙ୍କୁ ଥାନାକୁ ନେଇଥିଲେ। କିନ୍ତୁ ଅଭିଯୁକ୍ତ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଶାସକଦଳର ଜଣେ ଟାଣୁଆ ଯୁବନେତା ହୋଇଥିବାରୁ କିଛି ସମୟରେ ଉପର ମହଲରୁ ପ୍ରବଳ ଚାପ ହୋଇ ରଫାଦଫା କରିବା ପାଇଁ ସମସ୍ତ ଉଦ୍ୟମ ଆରମ୍ଭ ହୋଇଯାଇଛି। କରୋନା ମହାମାରୀ ସମୟରେ ଏପରି ଘଟଣା ପ୍ରଘଟ ହେଲେ ରାଜନୈତିକ ହଟଚମଟ ସୃଷ୍ଟି ହେବା ସହ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନରେ ଆଞ୍ଚ ଆସିବ, ସେଥିପାଇଁ ଗାଁରେ ବର୍ତ୍ତମାନ ହୁଇପ୍ ଜାରି ହୋଇଛି। ଅଭିଯୁକ୍ତଙ୍କଠାରୁ ମୋଟା ଅଙ୍କରେ ଫାଇନ୍ ଆଦାୟ ହେବ କିନ୍ତୁ କେସ ହେବ ନାହିଁ। ଏହିଭଳି ସମ୍ବେଦନଶୀଳ…
ମୁମ୍ବାଇ : ସୁପରହିଟ୍ ଫିଲ୍ମ କେଜିଏଫ୍-2ରେ ସଞ୍ଜୟ ଦତ୍ତଙ୍କ ଚରିତ୍ରର ଖୁଲାସା ହୋଇଛି । ଆଜି ତାଙ୍କର 61 ତମ ଜନ୍ମଦିବସରେ ଏହି କେଜିଏଫ୍ରେ ଅଭିନୟ କରିଥିବା ତାଙ୍କ ଚରିତ୍ରର ଫାଷ୍ଟ୍ ଲୁକ୍ ରିଲିଜ୍ ହୋଇଛି । ଏହି ଫିଲ୍ମରେ ସଞ୍ଜୟଙ୍କ ଚରିତ୍ରର ନାମ ଅଧୀରା ରହିଛି । ସଞ୍ଜୟ ଏହି ଲୁକ୍ରେ ବେଶ୍ ଭୟଙ୍କର ଲାଗୁଛନ୍ତି । ବହୁ ପ୍ରୀତକ୍ଷିତ ‘କେଜିଏଫ୍-2ର ପ୍ରଥମ ଭାଗଟି ଦର୍ଶକଙ୍କ ଦ୍ବାରା ବେଶ୍ ଆଦୃତ ହୋଇଥଲା । ଏହି ଫିଲ୍ମଟି କେବଳ ଭାରତ ନୁହଷଁ ଭାରତ ବାହାରେ ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଥିଲା । ଏହି ଫିଲ୍ମରେ ରକିଂ ସୁପରଷ୍ଟାର୍ ୟଶ୍ଙ୍କ ସହିତ ସଞ୍ଜୟ ଦତ୍ତ ଓ ରବିନା ଟଣ୍ଡନ୍ ମଧ୍ୟ ମୁଖ୍ୟ ଚରିତ୍ରରେ ଆସୁଛନ୍ତି । ବିଜୟ କିରାଙ୍ଗଦୁରଙ୍କ ଦ୍ବାରା ନିର୍ମିତ ତଥା ପ୍ରଶାନ୍ତ ନୀଲ୍ଙ୍କ ଦ୍ବାରା ନିର୍ଦ୍ଦେଶିତ ’କେଜିଏଫ୍-2’ କନ୍ନଡ, ତାମିଲ୍, ତେଲୁଗୁ, ମଲୟାଲମ୍ ହିନ୍ଦୀ ଭାଷାରେ ରିଲିଜ୍ ହେବ।…
ଭୁବନେଶ୍ବର : ଆଜି ରାଜ୍ୟରୁ ପାଞ୍ଚୋଟି ମୁଣ୍ଡ ନେଇଛି କରୋନା । ପାଞ୍ଚ ମୃତକଙ୍କ ମଧ୍ୟରେ ମାଲ୍କାନଗିରିରୁ ଜଣେ, ଫୁଲବାଣୀରୁ ଜଣେ, ଗଞ୍ଜାମରୁ ଜଣେ, ବାଲେଶ୍ବରରୁ ଜଣେ, ପୁରୀରୁ ଜଣେ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଆଜି ମୃତ୍ୟୁବରଣ କରିଥିବା ମୃତକଙ୍କ ମଧ୍ୟରେ 3ଜଣ ମହିଳା ଓ 2ଜଣ ପୁରୁଷ ରହିଛନ୍ତି । ଗଞ୍ଜାମ ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ମୃତକ ଜଣକ 60 ବର୍ଷ ମହିଳା ବୋଲି ଜଣାପଡିଛି । । ସେହିପରି ଫୁଲବାଣୀରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 50 ବର୍ଷ । ବାଲେଶ୍ବରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 46 ବର୍ଷୀୟ ପୁରୁଷ ହୋଇଥିବାବେଳେ ପୁରୀ ଜିଲ୍ଲାର 55 ବର୍ଷୀୟା ମହିଳା । ସେହିପରି ମାଲ୍କାନଗିରିରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତ ଜଣ 62 ବର୍ଷୀୟା ମହିଳା ବୋଲି ସୂଚନା ରହିଛି । 5 ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ…
ସୀତାରାମ ଅଗ୍ରଓ୍ବାଲ ବାଣପୁର / ବାଲୁଗାଁ: ଆଜି ଚିଲିକା ନିର୍ବାଚନ ମଣ୍ଡଳୀରୁ ୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଦୁର୍ଭାଗ୍ୟର ବିଷୟ ଯେ ଏହି ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ କରୋନା ଯୋଦ୍ଧା ରହିଛନ୍ତି। ମିଳିଥିବା ସୂଚନା ଅନୁସାରେ ବାଣପୁରର ଦୁଇ ଅଗ୍ନିଶମ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଏନେଇ ଆମ ପ୍ରତିନିଧି ଖୋର୍ଦ୍ଧା ସହକାରୀ ଅଗ୍ନିଶମ ଅଧିକାରୀ ଶରତ ଚନ୍ଦ୍ର ମଲ୍ଲିକଙ୍କ ସହ ଯୋଗାଯୋଗ କରିଥିବାସ୍ଥଳେ ସେ ସରକାରୀ ନିର୍ଦ୍ଦେଶାନୁଯାୟୀ ବିହିତ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି। ସାଧାରଣତଃ ଯେଉଁଠାରେ କରୋନା ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ପ୍ରଥମେ ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ସେହି ଅଞ୍ଚଳକୁ ବିଶୋଧନ କରାଯାଇଥାଏ। ଦିନ ରାତି ଏକ କରି ଏହି କର୍ମଚାରୀମାନେ କରୋନା ଲଢେଇରେ ନିଜ ଜୀବନକୁ ବାଜି ଲଗାଉଥିବାବେଳେ ଏହି ଯୋଦ୍ଧାମାନେ କରୋନାରେ ଆକ୍ରାନ୍ତ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ବାଣପୁର ଏବଂ ଚିଲିକାରେ ପ୍ରତିଦିନ କରୋନା…
ଭୁବନେଶ୍ବର : ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ରେଜଲ୍ଟ । ଭିଡିଓ ଜରିଆରେ ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ । ବିଧିବଦ୍ଧଭାବେ ଏନେଇ ଘୋଷଣା କଲେ ମନ୍ତ୍ରୀ ସମୀର ଦାଶ । ଚଳିତ ବର୍ଷ ପୁଅକୁ ପଛରେ ପକାଇଛନ୍ତି ଝିଅ । ଝିଅଙ୍କ ପାସ୍ ହାର 81.98 ପ୍ରତିଶତ ରହିଥିବାବେଳେ ପୁଅଙ୍କ ପାସ୍ ହାର 77 . 8 % ପ୍ରତିଶତ ରହିଛି । ସେହିପରି ଚଳିତ ବର୍ଷ ପାସ୍ ହାର୍ A1ରେ ପାସ୍ ହୋଇଛନ୍ତି 1279ଜଣ । A2ରେ 8 ହଜାର 458 ଜଣ ପାସ୍ ହୋଇଛନ୍ତି । ସେହିପରି B1ରେ 18 ହଜାରର 188ଜଣ B2ରେ 32 ହଜାର 328 ଜଣ ପାସ୍ ହୋଇଛନ୍ତି । 31ଟି ସ୍କୁଲରେ ଶୂନ୍ୟ ଫଳାଫଳ ରହିଛି ।
ଭୁବନେଶ୍ବର : ଆଜି ମୋଟ୍ 28ଟି ଜିଲ୍ଲାରୁ 1068 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 245 ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 194, ସୁନ୍ଦରଗଡରୁ 112, ଗଜପତିରୁ 88, କୋରାପୁଟରୁ 66, କଟକରୁ 61, ନୟାଗଡ ଓ ବାଲେଶ୍ବରରୁ 29 ଜଣ ଲେଖାଏଁ ରହିଛନ୍ତି । ସେହିପରି ବଲାଙ୍ଗିର ଓ ନବରଙ୍ଗପୁରରୁ 26 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡାରୁ 24, ସମ୍ବଲପୁରରୁ 21, ମୟୂରଭଞ୍ଜ ଓ ଅନୁଗୁଳରୁ 20ଜଣ ଲେଖାଏଁ କଳାହାଣ୍ଡିରୁ 19ଜଣ ଚିହ୍ନଟ ହୋଇଛନ୍ତି। ପୁରୀରୁ 16, ଯାଜପୁର ଓ ଝାରସୁଗୁଡାରୁ 12 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନୂଆପଡା ଓ କନ୍ଧମାଳରୁ 11 ଜଣ ଲେଖାଏଁ ରହିଛନ୍ତି । କେନ୍ଦ୍ରାପଡାରୁ 8, ବରଗଡରୁ 5, ଭଦ୍ରକରୁ 4, ଜଗତସିଂହପୁରରୁ 3 ଜଣ ରହିଥିବାବେଳେ ସୋନପୁର ଓ ଦେବଗଡରୁ 2 ଜଣ ଲେଖାଏଁ ରହିଛନ୍ତି । ଢେଙ୍କାନାଳ ଓ ମାଲ୍କାନଗିରିରୁ ଜଣେ…
ଭୁବନେଶ୍ବର : ରାଜ୍ୟରେ ଆଜି 1068 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 662ଜଣ ଚିହ୍ନଟ ହୋଇଥିବାବେଳେ 406ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 29ହଜାର 175କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 10ହଜାର 920ଜଣ। ସେହିପରି ସୁସ୍ଥ ହୋଇଛନ୍ତି 18ହଜାର60ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 154ଜଣ। ସେହିପରି 35 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।
ଭୁବନେଶ୍ବର : ଯୁକ୍ତ ତିନି ଆଡମିଶନ୍ ଲାଗି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଛି । ଗୋଟିଏ ପର୍ଯ୍ୟାୟରେ ତିନି ରାଉଣ୍ଡରେ ଆଡ୍ମିଶନ୍ ହେବ । ସାମସ୍ (SAMS) ପୋର୍ଟାଲ୍ରେ ଛାତ୍ରଛାତ୍ରୀମାନେ ନିଜ ମୋବାଇଲ୍ ଓ ଇ-ମେଲ୍ ଆଇଡି ଦେଇ ଆଡମିଶନ ଲାଗି ଆବେଦନ କରିପାରିବେ । ତେବେ ଆବେଦନ ସମୟରେ ଏଣିକି ମାର୍କ ସିଟ୍ କିମ୍ବା ସାର୍ଟିଫିକେଟ୍ ଆଉ ଅପଲୋଡ୍ କରିବାକୁ ପଡିବନି । ସେହିପରି କଲେଜ କର୍ତ୍ତୃପକ୍ଷ ଆଡମିଶନ୍ ସମ୍ପର୍କରେ କ୍ୟାମ୍ପସ୍ରେ ପୋଷ୍ଟର ଲଗାଇ ସଚେତନ କରିବେ । ଏହା ସହ ହେଲ୍ପ ଡେସ୍କ, ଇଣ୍ଟରନେଟ୍ କେନ୍ଦ୍ର, ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଉପଲବ୍ଧ ରଖିବାକୁ ଡିଗ୍ରୀ କଲେଜ୍ କର୍ତ୍ତୃପକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଲହାେର: ମଣିଷ ଦୁନିଆର ସର୍ବଶ୍ରେଷ୍ଠ ପ୍ରାଣୀ। କିନ୍ତୁ ତା’ ଭିତରେ ରହିଥିବା କୁତ୍ସିତ ମାନସିକତା ତାକୁ ପଶୁଠାରୁ ବି ହୀନ କରି ଦେଉଛି। ମଣିଷ ନିଜର ଯୌନଲାଳସା ଚରିତାର୍ଥ କରିବାକୁ କେତେ ତଳକୁ ଖସିପାରେ, ତାହା ସୀମା ବାହାରେ। ମଣିଷ ଓ ପଶୁ ମଧ୍ୟରେ ପ୍ରଭେଦକୁ ମଧ୍ୟ ସେ ଭୁଲିଯାଏ। ଜାନ୍ତବ କ୍ଷୁଧାର ବର୍ବରତାର ଦୃଶ୍ୟ ଦେଖିବାକୁ ମିଳିଛି। ଏହିପରି ଏକ ମାମଲା ପାକିସ୍ତାନର ଲାହୋରରୁ ଆସିଛି। ଏଠାରେ ଏକ ବିଲେଇ ଛୁଆକୁ ୧୫ ବର୍ଷର ବାଳକ ଓ ତା’ର କେଇଜଣ ସାଥୀ ସାମୂହିକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ସପ୍ତାହେ ପର୍ଯ୍ୟନ୍ତ ବିଲେଇ ସହ ଏପରି କୁକର୍ମ କରିବା ପରେ ବିଲେଇ ଛୁଆର ମୃତ୍ୟୁ ହୋଇଛି। ପାକିସ୍ତାନରେ ପଶୁ ସୁରକ୍ଷା ଏବଂ ଅଧିକାର ଉପରେ କାର୍ଯ୍ୟରତ ଥିବା ଅଧିକାରୀ ଜଣକ ଏ ଘଟଣା କୁ ନିଜର ଫେସବୁକ ହ୍ୟାଣ୍ଡଲରେ ପୋଷ୍ଟ କରିବା ପରେ ଏପରି ଏକ ଜଘନ୍ୟ ଘଟଣା ସାମ୍ନାକୁ…
ଭଦ୍ରକ : ଭଦ୍ରକର ଏକତା ମାର୍କେଟ ଓ କଚେରୀ ବଜାରକୁ 72 ଘଣ୍ଟା ପାଇଁ ସଟ୍ଡାଉନ୍ କରାଯାଇଛି । ଜଣେ ବ୍ୟବସାୟୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଭଦକ୍ର ମ୍ୟୁନିସିପାଲଟି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଆଜି ସକାଳ 5ଟାରୁ ଶନିବାର ସକାଳ 5ଟା ପର୍ଯ୍ୟନ୍ତ ଏହି ସଟ୍ଡାଉନ୍ ବଳବତ୍ତର ରହିବ । ଏହି ସମୟରେ ଏକତା ମାର୍କେଟ ଓ କଚେରୀ ବଜାରକୁ ସାନିଟାଇଜ୍ କରାଯିବା ସହ କଣ୍ଟାକ୍ଟ ଟ୍ରେସିଂ କରାଯିବ ।
କେଦାର ମିଶ୍ର ଗତକାଲି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଜିଏସଟି ଭରଣା ବାବଦକୁ ୧,୬୫,୩୦୨ କୋଟି ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟମାନଙ୍କର ଚାପ ଓ ଅନେକ ରାଜ୍ୟଙ୍କର ଆଇନଗତ କାର୍ଯ୍ୟାନୁଷ୍ଠାନ ଧମକ ପରେ କେନ୍ଦ୍ର ସରକାର ଏହି ଅର୍ଥରାଶି ରାଜ୍ୟମାନଙ୍କୁ ପ୍ରଦାନ କରିଛନ୍ତି। ଜିଏସଟି ନିୟମ ମୁତାବକ ରାଜ୍ୟ ଗୁଡିକୁ ପାଞ୍ଚ ବର୍ଷ ଲାଗି ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ କେନ୍ଦ୍ର ସରକାର ଅର୍ଥ ବରାଦ କରିବାକୁ ବାଧ୍ୟ। ଏହା କେନ୍ଦ୍ର ସରକାରଙ୍କର ସାମ୍ବିଧାନିକ ଦାୟିତ୍ଵ। ଏକ କୋଟି ୬୫ ଲକ୍ଷ ଟଙ୍କା ରାଜ୍ୟଭାଗରୁ ଓଡ଼ିଶାକୁ ୫୧୨୨ କୋଟି ଟଙ୍କା ମିଳିଛି। ତେବେ ଜିଏସଟି ଲାଗୁ ହେବାପରେ ରାଜ୍ୟ ଗୁଡିକ ହରାଇଥିବା ନିଜସ୍ଵ ଟିକସର ଭରଣା ଲାଗି ଏହି ଅର୍ଥ ଦିଆ ଯାଇଛି। ଜିଏସଟି ଫଳରେ ଟିକସ ବ୍ୟବସ୍ଥାର କେନ୍ଦ୍ରୀକରଣ ହୋଇଛି ଓ ରାଜ୍ୟ ଗୁଡିକ ଅତି ମାତ୍ରାରେ ରେ କେନ୍ଦ୍ର ଉପରେ ନିର୍ଭରଶୀଳ ହେଉଛନ୍ତି। ଗତ ଏପ୍ରିଲ ମାସରୁ ଜିଏସଟି ବକେୟା ଅର୍ଥରାଶି…
ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ, ମଧ୍ୟମା (ସଂସ୍କୃତ)ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଫଳ ଦିନ 11ଟା 30ରେ ଜଣାପଡ଼ିବ । 2ଟି ଓ୍ବେବସାଇଟ୍ ଜରିଆରେ ଏହି ରେଜଲ୍ଟ ଛାତ୍ରଛାତ୍ରୀମାନେ ଜାଣିପାରିବ । ଛାତ୍ରଛାତ୍ରୀ ନିଜର ରେଜଲ୍ଟ ୱେବସାଇଟ ‘www.bseodisha.ac.in’ ଓ ‘www.bseodisha.nic.in’ରୁ ଜାଣିପାରିବେ । ଭିଡିଓ କନଫରେନ୍ସିଂ ଜରିଆରେ ମାଟ୍ରିକ୍ ଫଳ ପ୍ରକାଶ କରାଯିବ ବୋଲି ସୂଚନା ରହିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଏତେ ବିଳମ୍ବରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଉଛି । ଫେବ୍ରୁଆରୀ ଶେଷ ସପ୍ତାହରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ପ୍ରଥମ ସପ୍ତାହରେ ଏହା ଶେଷ ହୋଇଥିଲେ ବି କରୋନା ଭାଇରସ ଯୋଗୁଁ ନିର୍ଦ୍ଧାରିତ ସମୟ ମଧ୍ୟରେ ମୂଲ୍ୟାଙ୍କନ ହୋଇପାରି ନଥିବାରୁ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି ।…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଟାଙ୍ଗୀ ତହସିଲ ଅଂଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରା ମାଙ୍କଡା ପଥର କାରବାର। ଚୋରା ପଥର ବେପାରୀ ମାନେ ଧରାକୁ ସରା ନମାନି ଵେଧଡକ ଭାବେ ଚଳାଇଛନ୍ତି ସେମାନଙ୍କର କାରବାର। ଏଭଳି କାରବାରକୁ ରୋକ୍ ଦେଵା ପାଇଁ ଅଣ୍ଟା ଭିଡିଛନ୍ତି ଟାଙ୍ଗୀ ତହସିଲଦାର ଅଶ୍ୱିନୀ ଦାସ। ଲକ ଡାଉନ୍ ସମୟରେ ବେଆଇନ ଭାଵେ ମାଙ୍କଡା ପଥର ଚାଲାଣ କରାଯାଉଥିବା ଵେଳେ ଖଜୁରି ପଡା, ବଡପୋଖରିଆ ଓ ପାତ୍ରପଡା ମୌଜାରେ ଥିବା ବେଆଇନ୍ ମାଙ୍କଡା ପଥର ଖଣିରୁ ୪ ଟି ପଥର ବୋଝେଇ ଟ୍ରକ୍, ଗୋଟିଏ ପଥର ବୋଝେଇ ଟ୍ରାକ୍ଟର ସହ ୬ ଟି ପଥର କଟା ପାୱାର ଟିଲର ଜବତ କରିଛନ୍ତି। ବରିଷ୍ଠ ରାଜସ୍ବ ସହାୟକ ଟାଙ୍ଗୀ ଆରଆଇ, ନିରାକାରପୁର ଆରଆଇ ଓ ତହସିଲର ଅନ୍ୟ କର୍ମଚାରୀମାନେ ଏହି ଜବତରେ ତହସିଲ୍ଦାରଙ୍କ ସହ ସାମିଲ୍ ରହିଥିଲେ । ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତ୍ରିରେ…
ମୁମ୍ବାଇ : ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପିତା ପାଟଣା ନଗର ଥାନାରେ ରିୟାଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି । ସୁଶାଙ୍କ ପିତା ରିୟାଙ୍କ ବିରୋଧରେ ମମାଲା ରୁଜୁ କରିବା ପରେ ପାଟଣାରୁ 4ଟି ପୁଲିସ ଟିମ ମୁମ୍ବାଇରେ ପହଞ୍ଚିଛନ୍ତି। ଏହି ଟିମ୍ ମୁମ୍ବାଇ ପୁଲିସ ସହିତ ଆଲୋଚନା କରି ଡାଏରି ସହିତ ଅନ୍ୟ ଜରୁରୀ କାଗଜ ହାତକୁ ନେବେ। ପାଟଣା ପୁଲିସ ଟିମ୍ରେ ଦୁଇଜଣ ଇନ୍ସପେକ୍ଟର ଓ ଦୁଇଜଣ ସବ-ଇନ୍ସପେକ୍ଟର ସାମିଲ ରହିଛନ୍ତି। ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାରଲୋକ ସୁଶାନ୍ତଙ୍କ ସହ ପ୍ରତାରଣା କରିଛନ୍ତି। ପ୍ରେମ ଜାଲରେ ଫସାଇ ତାଙ୍କ ଠାରୁ ଟଙ୍କା ଆଦାୟ କରିବା ସହ ମାନସିକ ନିର୍ଯାତନା ଦେବା ସହିତ ପରିବାରଲୋକଙ୍କ ସହିତ ସୁଶାନ୍ତଙ୍କୁ ମିଳାମିଶା କରିବାକୁ ଦେଉ ନ ଥିଲେ ବୋଲି ଅଭିଯୋଗ କରିଛନ୍ତି ସୁଶାନ୍ତଙ୍କ ପରିବାର ଲୋକେ ।…
ଭୁବନେଶ୍ୱର: ପ୍ରତିବର୍ଷ କୃଷକ ଏବଂ ଯୁବପିଢ଼ୀଙ୍କ ପାଇଁ କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ଅନୁସନ୍ଧାନ ସଂସ୍ଥା(ସିଫା), କୌଶଲ୍ୟାଗଙ୍ଗରେ ମୁକ୍ତାଚାଷ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏହି ପ୍ରଶିକ୍ଷଣ ପାଇସଫଳତା ହାସଲ କରିଥିବା ଜଣେ ମୁକ୍ତାଚାଷୀଙ୍କୁ ମନ୍କୀବାତ୍-୨.୦ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁୟସୀ ପ୍ରଶଂସା କରିଛନ୍ତି। ବିହାରର ବେଗୁସରାଇ ଅଂଚଳର ଏହି ସରକାରୀ କର୍ମଚାରୀ ତଥା ମୁକ୍ତାଚାଷୀ ଜୟଶଂକର କୁମାର ସିଫାରେ ମୁକ୍ତାଚାଷ ପ୍ରଶିକ୍ଷଣ ନେଇ ନିଜର ମୁକ୍ତାଚାଷ ଆରମ୍ଭ କରିଥିଲେ। ପରବର୍ତୀ ସମୟରେ ‘ସମନ୍ୱିତ କୃଷି’ ପ୍ରଣାଳୀରେମାଛ, କୁକୁଡ଼ା, ବତକ ଓ ଜିଆଖତ ସହ ମୁକ୍ତାଚାଷ ମଧ୍ୟ କରୁଛନ୍ତି । କୁମାର ହେଉଛନ୍ତି ଜଣେ ଉତ୍ସାହୀ, ଅଭିନବ ଚିନ୍ତାଧାରା ପୋଷଣ କରୁଥିବା କୁଶଳୀ ଉଦ୍ୟୋଗୀ ଯିଏ ସିଫା ସହିତ ନିୟମିତ ସଂପର୍କ ରକ୍ଷା କରି ସ୍ୱକୌଶଳ ବିକାଶ କରି ଆସୁଛନ୍ତି । ସେ ଜଣେ ସଫଳ ମୁକ୍ତାଚାଷୀ,ଯେ କି ନିଜେ ମୁକ୍ତାଚାଷ କରିବା ସହ ଅନ୍ୟ ଆଗ୍ରହୀ ଚାଷୀ ତଥା…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ସିମୁଣ୍ଡା ଗ୍ରାମରେ ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଉଛନ୍ତି ବିଷ୍ଣୁପ୍ରିୟା ରାଉତ (୫୦)। ଘଟଣାରୁ ପ୍ରକାଶ ଯେ ସେ ଆଜି ଅପରାହ୍ନ ୪ଟା ସମୟରେ ଜମିରେ କାମ କରୁଥିବାବେଳେ ହଠାତ୍ ବର୍ଷା, ପବନ ଓ ବଜ୍ରପାତ ଘଟିଥିଲା । ବିଷ୍ଣୁପ୍ରିୟା ବଜ୍ରପାତର ଶିକାର ହୋଇ ତଳେ ପଡ଼ିଯାଇଥିଲେ । ପରେ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।

