Shimla: Himachal Pradesh Governor Bandaru Dattatreya met the Kargil war heroes of the Naga regiment at Raj Bhavan on the occasion of Kargil Vijay Divas, in Shimla on July 26, 2020. (Photo: IANS)
Author: Samikhsya Bureau
ଜଳେଶ୍ବର : କ୍ବାରେଣ୍ଟାଇନ୍ କେନ୍ଦ୍ରରେ ଅବ୍ୟବସ୍ଥାମାନ ସାମ୍ନାକୁ ଆସୁଥିବାବେଳେ ମହିଳାଙ୍କୁ ଆକ୍ରମଣ କରାଯାଇଥିବାର ସୂଚନା ମିଳିଛି । କ୍ବାରେଣ୍ଟାଇନ୍ କେନ୍ଦ୍ରରେ ପ୍ରବାସୀ ମହିଳାଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ବାଲିଆପାଳ ବ୍ଲକ ଜାଲିକୁଟି ପଞ୍ଚାୟତ ମହାବଳା ଟିଏମ୍ସିରେ ଏହି ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି। ନିଶାସକ୍ତ ସଫେଇ କର୍ମଚାରୀଙ୍କ ଆକ୍ରମଣରେ ମହିଳାଙ୍କ ମୁଣ୍ଡ ଫାଟିଥିବାର ସୂଚନା ରହିଛି । ତେବେ ଅଭିଯୁକ୍ତକୁ ଗ୍ରାମବାସୀମାନେ ଅଟକ ରଖିଥିବାବେଳ ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି ।
Amritsar: Members of National Human Rights & Crime Control Organization pay tributes to Kargil martyrs on the occasion Kargil Vijay Diwas, in Amritsar on July 26, 2020. (Photo: IANS)
New Delhi: Defence Minister Rajnath Singh, Union MoS Defence Shripad Yesso Naik, Chief of Defence Staff & Secretary Department of Military Affairs General Bipin Rawat, Chief of the Army Staff General M.M. Naravane, Chief of Naval Staff Admiral Karambir Singh and Chief of the Air Staff Air Chief Marshal R.K.S. Bhadauria lay wreath at the National War Memorial on the occasion of the 21st anniversary of Kargil Vijay Diwas, in New Delhi on July 26, 2020. (Photo: IANS/PIB)
ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 24 ଘଣ୍ଟାରେ 49 ହଜାର 931 ଜଣ ଆକ୍ରାନ୍ତ ହୋଇଥିବାବେଳେ 708ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 14 ଲକ୍ଷ 35 ହଜାର 453ରେ ପହଞ୍ଚିଥିବାବେଳେ ଦେଶରେ କରୋନା ମୃତ୍ୟୁସଂଖ୍ୟା 32 ହଜାର 771କୁ ବୃଦ୍ଧି ହୋଇଛି । ଦେଶରେ ଏବେ ସୁଦ୍ଧା ଆକ୍ଟିଭ୍ କେସ୍ 4 ଲକ୍ଷ 85 ହଜାର 114 ଜଣ ରହିଛନ୍ତି । ସୁସ୍ଥ ହୋଇଛନ୍ତି 9 ଲକ୍ଷ 17 ହଜାର 567 ଜଣ । ମହାରାଷ୍ଟ୍ରରେ 3 ଲକ୍ଷ 75 ହଜାର 3799 ଆକ୍ରାନ୍ତ ରହିଥିବାବେଳେ 13 ହଜାର 656ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦିଲ୍ଲୀରୁ ମୃତ୍ୟୁ ସଂଖ୍ୟା 3 ହଜାର 827କୁ ବୃଦ୍ଧି ହୋଇଛି । ତାମିଲନାଡୁରେ 3 ଲକ୍ଷ 494 ଓ ଗୁଜୁରାଟରେ 2 ହଜାର 326ଜଣଙ୍କ ମୃତ୍ୟୁ ହୋଇଛି…
ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ମାମଲା ବୃଦ୍ଧି ଘଟୁଥିବା ଯୋଗୁଁ ଗଞ୍ଜାମ ଜିଲ୍ଲାପାଳ କଡାକଡି ନିୟମ କରିଛନ୍ତି । ତାସ୍ , କ୍ରିକେଟ୍, ଭଲିବଲ୍ ଖେଳିଲେ ଏତଲା ଦିଆଯିବା ସହ 14 ଦିନିଆ କ୍ବାରେଣ୍ଟାଇନରେ ରଖାଯିବ ବୋଲି ସୂଚନା ରହିଛି । ସେହିପରି ଦୋକାନୀମାନଙ୍କ ପାଇଁ ମଧ୍ୟ 5ଟି ନିୟମ ଜାରି କରାଯାଇଛି । ଦୋକାନୀମାନେ ଏହି ନିୟମ ନ ମାନିଲେ ସମ୍ପୃକ୍ତ ଦୋକାନୀଙ୍କ ବିରୋଧରେ ଏତଲା ଦିଆଯିବା ସହିତ ଆବଶ୍ୟକ ସ୍ଥଳେ ମାସେ ପର୍ଯ୍ୟନ୍ତ ଦୋକାନ ବନ୍ଦ କରାଯିବ ବୋଲି ସୂଚନା ରହିଛି । ଲକ୍ଡାଉନ୍ ସମୟରେ ବହୁ ସ୍ଥାନରେ ଲୋକେ ଏକାଠି ହୋଇ ତାସ, ଲୁଡୁ, କ୍ରିକେଟ୍, ଭଲିବଲ୍ ଆଦି ଖେଳୁଥିବାର ନଜର ଆସୁଛି । ଦୋକାନୀମାନଙ୍କ ପାଇଁ ଜାରି କରାଯାଇଥିବା ପାଞ୍ଚଗୋଟି ନିୟମ ଗୁଡିକ ମଧ୍ୟରେ ରହିଛି – ଦୋକାନୀ ସାମ୍ନାରେ ଡବଲ ବ୍ୟାରିକେଡ୍ କରାଯିବାକୁ ପରାମର୍ଶ ଦିଆଯାଇଛି । ନୋ-ମାସ୍କ ନୋ ଗୁଡ୍ସ ସାଇନ୍…
ଚିଲିକା : ଚିଲିକାରେ ଯା‘ ଆସ ପାଇଁ ଭସାପୋଲ ଆସନ୍ତା 7 ଦିନ ପାଇଁ ବନ୍ଦ ରହିବ ବୋଲି ସୂଚନା ରହିଛି । ଦୁଇ ଦିନରେ 39 ଜଣ ପଜିଟିଭ୍ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି । ଭସାପୋଲ 7 ଦିନ ବନ୍ଦ ରହିବା ନେଇ କୃ୍ଷ୍ଣପ୍ରସାଦ ବିଡିଓ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଚିଲିକାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
କେଦାର ମିଶ୍ର କଂଗ୍ରେସ ରାଜନୀତି ବିଷୟରେ ଆଜି ଆଲୋଚନା କଲେ, ପ୍ରଥମ ପ୍ରଶ୍ନ ଉଠିବ- ରାଜସ୍ଥାନରେ ଅଶୋକ ଗେହେଲୋଟ ସରକାର ତିଷ୍ଠିବ ନା ନାହିଁ। ପୂରା ଜୁଲାଇ ମାସ ରାଜସ୍ଥାନରେ ଅସ୍ଥିରତାର ବାତାବରଣ ରହିଛି। ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ତଥା ଗେହେଲୋଟ ସରକାରର ଉପ ମୁଖ୍ୟମନ୍ତ୍ରୀ ନିଜ ଦଳର ସରକାର ଭାଙ୍ଗିବା ଲାଗି ଦଳର ପରମ ଶତ୍ରୁ ବିଜେପି ସହିତ ହାତ ମିଳାଇ ପ୍ରତିଦିନ ନୂଆ ଷଡଯନ୍ତ୍ର ରଚନା କରୁଛନ୍ତି। ତେଣୁ ରାଜସ୍ଥାନ ସରକାରର ଭବିଷ୍ୟତ ହିଁ ବର୍ତ୍ତମାନ ସମୟରେ କଂଗ୍ରେସ ଅସ୍ତିତ୍ଵର କେନ୍ଦ୍ର ପାଲଟି ଯାଇଛି। ତେବେ ରାଜସ୍ଥାନ, କଂଗ୍ରେସ ରାଜନୀତିର ଏକ ବିନ୍ଦୁ ମାତ୍ର। କଂଗ୍ରେସ ରାଜନୀତିରେ ନିଜ ଦଳକୁ ମାଟିରେ ମିଶାଇ ଦେବା ଲାଗି ଦଳର କର୍ମୀ ଓ ନେତାମାନେ ଦୀର୍ଘ ଦିନରୁ ଆତ୍ମହତ୍ୟା ଯୋଜନାରେ ଲାଗି ପଡିଛନ୍ତି!! କଂଗ୍ରେସର ଚେହେରା ଓ ଚରିତ୍ରରେ “ଗୋଷ୍ଠୀବାଦ” ଏକ ସ୍ଵାଭାବିକ ଅଙ୍ଗ । ମୋଟାମୋଟି କଂଗ୍ରେସ କହିଲେ ପରଷ୍ପରକୁ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : “ବୃକ୍ଷ ବିହୁନେ ମାଟି କ୍ଷୟ ବନ୍ୟା ମରୁଡି ବିପର୍ଯ୍ୟାୟ” ଏଭଳି ସ୍ଲୋଗାନରେ ସିମୀତ ହୋଇ ରହୁଛି ବୃକ୍ଷ ସୁରକ୍ଷା ଅଭିଯାନ । ପ୍ରତି ବର୍ଷ ସରକାରୀ ଓ ବେସରକାରୀ ଅନୁଷ୍ଟାନ ତରଫରୁ ଲକ୍ଷ ଲକ୍ଷ ଚାରା ରୋପଣ କରାଯାଉଛି ଅନ୍ୟ ପଟେ ଉନ୍ନତିକରଣ ନାମରେ ଶହ ଶହ ବୃକ୍ଷ ଛେଦନ ହେଉଛି ।ଏଭଳି ଅଭାବନୀୟ ଘଟଣା ବ୍ରହ୍ମପୁର ସହରରେ ନିତି ଦିନିଆ । ରାସ୍ତା ସମ୍ପ୍ରସାରଣ ନାମରେ ଶହଶହ ବୃକ୍ଷ ବଳି ପଡୁଛି ଯାହାକି ପରିବେଶ ଉପରେ କୁ ପ୍ରଭାବ ପଡୁଛି ।ବ୍ରହ୍ମପୁର ହରିଡାଖଣ୍ଡି ଠାରୁ ଅନ୍ଧପସରା ରାସ୍ତା ସମ୍ପ୍ରସାରଣ ହେଉଅଛି ଶହ ଶହ ବୃକ୍ଷ କଟା ଯାଇକି , ସେଥିମଧ୍ୟରେ ବହୁତ ଶତାୟୁ ବର ଗଛ ମଧ୍ୟ ବଳି ପଡିଛି । କିଛି ଦିନ ତଳେ ହରିଡାଖଣ୍ଡି ଷ୍ଚେଟ୍ ବ୍ୟାଙ୍କ ପାଶ୍ବରେ ଥିବା ଶତାୟୁ ବର ଗଛ ଉପରେ ଲୋଲୁପ ଦୃଷ୍ଚି ପଡିଥିଲା…
ସୀତାରାମ ଅଗ୍ରଓ୍ବାଲ ବାଣପୁର: କରୋନା ପରି ଏକ ସଂକଟମୟ ପରିସ୍ଥିତିରେ କରୋନା ଯୋଦ୍ଧା ସାଜିଥିବା ଆମ ପ୍ରଶାସନିକ ଅଧିକାରୀମାନେ ସାଧାରଣ ଜନତାଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇ କେବଳ କରୋନା ସହ ଲଢେଇ କରୁନାହାନ୍ତି। ସାହାଯ୍ୟ ଓ ସହଯୋଗ କରି ନିଜର ମାନବିକତା ପ୍ରଦର୍ଶନ କରୁଛନ୍ତି। ଲକ ଡ଼ାଉନ ସମୟରେ ସମସ୍ତ ଜନସାଧାରଣ ମାନେ ଘରେ ରହୁଥିବାସ୍ଥଳେ କରୋନା ଯୋଦ୍ଧା ମାନେ ନିଜ ଘର ପରିବାର ଛାଡି ଦିନ ରାତି ଏକ କରି ଲାଗିପଡିଛନ୍ତି ଜନସାଧାରଣଙ୍କ ସୁରକ୍ଷାରେ। ନିଜର ମୂଳ କାର୍ଯ୍ୟ ସହ କୋଭିଡର ଅତରିକ୍ତ କାର୍ଯ୍ୟ କରୁଥିବାସ୍ଥଳେ ଭୁଲୁନାହାନ୍ତି ମାନବିକତା। ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରରେ। ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ ତାଙ୍କ କାର୍ଯ୍ୟ ପାଇଁ ବେଶ୍ ପ୍ରଶଂସା ସାଉଁଟିଛନ୍ତି। ବଜ୍ରାଘାତ ଯୁବତୀଙ୍କୁ ନିଜ ବ୍ୟକ୍ତିଗତ ବାହନରେ ହସ୍ପିଟାଲ ନେଇ ଝିଅଟିର ଜୀବନ ରକ୍ଷା କରିଛନ୍ତି ଏନଏସି…
ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ରୋଗୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟ ରୋଗ କାରଣରୁ ମେଡ଼ିସିନ୍ ଜେନେରାଲ୍ ଓ୍ବାର୍ଡରେ ଭର୍ତ୍ତି ହୋଇଥିଲେ ସମ୍ପୃକ୍ତ ରୋଗୀ ଜଣକ । ପୂର୍ବରୁ ରୋଗୀଙ୍କର ସ୍ବାବ୍ ଟେଷ୍ଟ ହୋଇଥିଲା । ଆଜି ରିପୋର୍ଟ ପଜିଟିଭ୍ ଆସିଛି । ଜିଲ୍ଲା ଚିକିତ୍ସାଳୟରୁ ପଜିଟିଭ୍ ଚିହ୍ନଟ ପରେ ପ୍ରଶାସନ ଲାଗି ଏହା ମୁଣ୍ଡବ୍ୟାଥାର କାରଣ ପାଲଟିଛି । ସୂଚନାଯୋଗ୍ୟ, ନିକଟରେ ହସ୍ପିଟାଲରୁ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଏହା ଫଳରେ କରୋନା ଯୋଦ୍ଧାମାନେ ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି । ପୂର୍ବରୁ ପ୍ରାୟ ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟଗୁଡିକରୁ କରୋନା ଚିହ୍ନଟ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡିକର ଓପିଡି ବନ୍ଦ ରଖି ସାନିଟାଇଜେସନ୍ କରାଯାଇଥିଲା। କଟକ ବଡ ମେଡ଼ିକାଲ, ବୁର୍ଲା ମେଡ଼ିକାଲ କଲେଜ, ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ତଥା ଅନ୍ୟାନ୍ୟ ଘରୋଇ ମେଡ଼ିକାଲ କଲେଜରୁ ମଧ୍ୟ କରୋନା ଆକ୍ରାନ୍ତ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସାଧାରଣ ଜନତା ତଥା ଗରିବ, ମଧ୍ୟବର୍ତ୍ତୀ ଶ୍ରେଣୀର ଲୋକଙ୍କ ସମସ୍ୟା ପାଇଁ ଲଢ଼ୁଥିବା ପିଫୁଲ୍ସ ଫର୍ ଦି ପବ୍ଲିକ୍ ସଂଗଠନର ଆଜି ଦ୍ୱିତୀୟ ସାଧାରଣ ବୈଠକ ବାବାଜି ତୋଟା ସାହି ସ୍ଥିତ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ସାମାଜିକ ଦୂରତା ରକ୍ଷା କରାଯାଇ ଅନୁଷ୍ଠିତ ହୋଇଥିଲା। ପୂର୍ବ ବୈଠକରେ ସହରରେ କରୋନା ସମସ୍ୟା ସଂପର୍କରେ ଆଲୋଚନା କରାଯାଇ ପ୍ରଶାସନକୁ ଏକ ତିନିସୂତ୍ରୀ ସମାଧାନ ପନ୍ଥା ନେଇ ମହାନଗର ନିଗମ କମିଶନରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି ବୈଠକରେ ପୂର୍ବରୁ ନିର୍ଦ୍ଧାରିତ ବିଷୟରେ ଆଲୋଚନା ହେବା ସହ ସଦସ୍ୟମାନଙ୍କ ତରଫରୁ ଆଗତ ପ୍ରସ୍ତାବମାନ ଆଲୋଚନା ହୋଇଥିଲା। ପୂର୍ବ ବୈଠକ ତିନିସୂତ୍ରୀ ଦାବି ଯଥା ଦୋକାନୀମାନଙ୍କ କୋଭିଡ଼୍ ଟେଷ୍ଟ, ସଟ୍ଡ଼ାଉନ୍ ନ କରିବା, ଚାଷୀମାନଙ୍କ ଶସ୍ୟ ନଷ୍ଟ ନ କରିବା ବିଷୟରେ ଗଂଜାମ ଜିଲ୍ଲା ପ୍ରଶାସନ ଗୋଟିଏ ପ୍ରସ୍ତାବକୁ ଆଦୃତ କରିଥିବାବେଳେ ଅନ୍ୟ ଦୁଇଗୋଟି ବିଷୟ ଗ୍ରହଣ କରିଛନ୍ତି।…
ଭୁବନେଶ୍ବର : ଆଜି ରାଜ୍ୟରୁ 1376 କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 864 ଜଣ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 432 ଜଣ ସୁସ୍ଥ ହୋଇଥିବାବେଳେ ରାୟଗଡାରୁ 137 ଜଣ, ବରଗଡରୁ 31, ଖୋର୍ଦ୍ଧା ଓ କଟକରୁ 26 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ଭଦ୍ରକରୁ 23, ମୟୂରଭଞ୍ଜରୁ 22, ଯାଜପୁରରୁ 19, କନ୍ଧମାଳରୁ 15, ଗଜପତି ଓ ସମ୍ବଲପୁରୁର 14 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଜଗତସିଂହପୁରୁ 12 ଜଣ ରହିଥିବାବେଳେ ଢେଙ୍କାନାଳରୁ 10, ସୁନ୍ଦରଗଡରୁ 10, ନୟାଗଡରୁ 7 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବାଲେଶ୍ବର, କେନ୍ଦ୍ରାପଡା ଓ ମାଲ୍କାନଗିରିରୁ 6 ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ଝାରସୁଗୁଡା ଓ କୋରାପୁଟରୁ 5 ଜଣ ଲେଖାଏଁ ରହିଛନ୍ତି । ବଲାଙ୍ଗିରରୁ 4 ଜଣ ସୁସ୍ଥ ହୋଇଥିବାବେଳେ ପୁରୀରୁ 3 ଜଣ, ବୌଦ୍ଧରୁ 2 ଜଣ ଓ ସୋନପୁରରୁ ଜଣେ ସୁସ୍ଥ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ପୁର: ୧୯୯୯ ମସିହା କାର୍ଗିଲ୍ ଯୂଦ୍ଧରେ ବହୁ ଭାରତୀୟ ବୀର ଜବାନ ଦେଶ ମାତୃକା ପାଇଁ ପ୍ରାଣବଳି ଦେଇଥିଲେ। ଏଥିରେ ଷଷ୍ଠ ଓଡ଼ିଆ ଭାବେ ଗଂଜାମ୍ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ତଥା ବ୍ରହ୍ମପୁର୍ ସହର ନିକଟବର୍ତ୍ତି ଜଗଦଳପୁର୍ ଗ୍ରାମର ସହୀଦ୍ ଏସ୍.ଶ୍ରୀନିବାସ ପାତ୍ର ମଧ୍ୟ ରହିଥିଲେ। ସେ ଯୁଦ୍ଧରେ ବୀରତ୍ୱର ସହ ଲଢ଼ି ୫.୭.୧୯୯୯ରେ ଶହୀଦ୍ ହୋଇଥିଲେ। ଆଜି କାର୍ଗିଲ୍ ବିଜୟ ଦିବସକୁ ୨୧ ବର୍ଷ ପୂର୍ତ୍ତି ହୋଇଛି। ଜଗଦଳପୁର୍ ଗ୍ରାମ ସ୍ଥିତ ସହୀଦ୍ଙ୍କ ପ୍ରତିମୂତ୍ତିରେ ବିଭିନ୍ନ ଅନୁଷ୍ଠାନ ଏବଂ ସଂଗଠନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ସ୍ମ୍ମୃତିଚାରଣ କରାଯାଇଥିଲା। ବିବାହର କିଛି ଦିନ ପରେ ହିଁ ଶହୀଦ୍ ଶ୍ରୀନିବାସ ଦେଶପାଇଁ ଯୁଦ୍ଧ କରିବାକୁ ଯାଇ ଶହୀଦ୍ ହୋଇଥିଲେ। ବର୍ଷକରେ କେବଳ ଥରେ ଏହି ଦିନ ହିଁ ସବୁ ସଂଗଠନ ଏବଂ ନେତା, ଅଫିସର ଶହୀଦ୍ ଶ୍ରୀନିବାସକୁ ମନେ ପକାଇଥାନ୍ତି। ଦିନେ ଏହି ମାଟିରୁ ଦେଶସେବା…
ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକର 17 କର୍ମଚାରୀ କରୋନା ସଂକ୍ରମିତ । ଏନେଇ ସୂଚନା ଦେଇଛନ୍ତି ବିଡିଓ କର୍ଣ୍ଣଦେବ ସମ୍ମାଦାର । ବ୍ଲକକୁ ଆସିଥିବା ଆଉ 7 ଜଣ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । କରୋନା ଚିହ୍ନଟ ପରେ ବ୍ଲକ କାର୍ଯ୍ୟାଳୟ ବନ୍ଦ ନିଷ୍ପତ୍ତି ନିଆଯାଇଛି। ଏବଂ ସମସ୍ତ କର୍ମଚାରୀଙ୍କୁ ହୋମ୍ ଆଇସୋଲେସନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ, ଆଜି ରାଜ୍ୟରୁ 1376ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କଟକ ଜିଲ୍ଲାରୁ 75 କରୋନା ଆକ୍ରାନ୍ତ ରହିଛନ୍ତି ।
କନ୍ଦର୍ପ ବେହେରା ରେଢାଖୋଲ: ବିଶ୍ୱରେ କରୋନା ଯୋଗୁଁ ଛାତ୍ରଛାତ୍ରୀମାନେ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଛି। ସରକାର ଗତ ମାର୍ଚ୍ଚ ମାସରୁ ବିଦ୍ୟାଳୟ, ମହାବିଦ୍ୟାଳୟ ଗୁଡିକୁ ସଂପୂର୍ଣ ବନ୍ଦ କରିଥିବା ବେଳେ ଛାତ୍ରଛାତ୍ରୀମାନେ ଅନଲାଇନରେ ପାଠ ପଢିବାକୁ ସରକାର ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଗ୍ରାମାଂଚଳର ସମସ୍ତ ପିଲାମାନଙ୍କ ଠାରେ ଏସବୁର ସୁବିଧା ଉପଲବ୍ଧ ହୋଇପାରୁନାହିଁ। ସେମିତି ଏକ ଗାଁ ସମ୍ବଲପୁର ଜିଲ୍ଲାରେ ରହିଛି ଯେଉଁଠି ପିଲାମାନେ ପାଣିଟାଙ୍କି ଉପରକୁ ଚଢି ପାଠପଢୁଥିବାର ଦେଖିବାକୁ ମିଳିଛି। ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକର ଘୋଷରାମାଳ ପଂଚାୟତର ଲାଣ୍ଡିମାଳ ଗ୍ରାମର ଛାତ୍ରଛାତ୍ରୀମାନେ ଗାଁରେ କୌଣସି ନେଟୱର୍କର ସୁବିଧା ନ ଥିବାରୁ ସେମାନେ ବାଧ୍ୟ ହୋଇ ଗ୍ରାମରେ ଥିବା ପାଣି ଟାଙ୍କି ଉପରେ ଚଢି ଜୀବନକୁ ବାଜି ଲଗାଇ ଅନଲାଇନରେ ପାଠ ପଢୁଥିବାର ଦୃଶ୍ୟ ଆମ ପ୍ରତିନିଧିଙ୍କ ନଜରକୁ ଆସିଛି। ସରକାର ପିଲାମାନେ ଅନଲାଇନରେ ପାଠ ପଢିବାକୁ ଶିକ୍ଷକମାନଙ୍କୁ…
କର୍ଣ୍ଣାଟକ : କରୋନା ଯୋଗୁଁ ଲୋକଙ୍କ ଜୀବନ ସଂକଟରେ ପଡିଥିବାବେଳେ ଏବେ ଲୋକଙ୍କୁ ଚାକିରି ଚାଲିଯିବାର ଭୟ ବେଶି ଘାରିଛି । ଚାକିରି ଚାଲିଯିବା ଭୟରେ ଲୋକେ କେଉଁପରି ଚରମ ନିଷ୍ପତ୍ତି ନେଉଛନ୍ତି, ତାହା ଅତ୍ୟନ୍ତ ହୃଦୟବିଦାରକ । କର୍ଣ୍ଣାଟକର ଧାରବାଡ ଜିଲ୍ଲାର ଏକ ପରିବାର ସମସ୍ତ ସଦସ୍ୟ ଚାକିରି ଚାଲିଯିବା ଭୟରେ ଆତ୍ମହତ୍ୟା କରିଛନ୍ତି । ସ୍ବାମୀ-ସ୍ତ୍ରୀଙ୍କ ସମେତ ଏକ ସନ୍ତାନ ଆତ୍ମହତ୍ୟା କରିଥିବାର ସୂଚନା ରହିଛି । ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ । ମୃତକଙ୍କ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମିଳିଛି । ତେବେ ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ନିକଟରେ ଦେଶରେ କରୋନା ମାମଲା ବେଶ ଦ୍ରୁତ ଗତିରେ ବଢୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ସଂକ୍ରମଣକୁ ଦେଖି ବହୁ ସ୍ଥାନରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ପରି କଡା ନିୟମ ପ୍ରଚଳନ କରାଯାଉଛି । ଅପରପକ୍ଷରେ ମଧ୍ୟବିତ୍ତ ଓ ଗରିବ…
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 163 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ୍ ପଜିଟିଭଙ୍କ ମଧ୍ୟରୁ 104 ଜଣ କ୍ବାରେଣ୍ଟାଇନ୍ କେସ୍ ହୋଇଥିବାବେଳେ 59ଟି ଲୋକାଲ୍ କେସ୍ ରହିଛି ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । ଖାରବେଳ ନଗର ଅଞ୍ଚଳରୁ 8 ଜଣ ଆକାନ୍ତ ଚିହ୍ନଟ ହୋଇଥିବାବେଳେ ୟୁନିଟ୍ -4 ମାଛ ମାର୍କେଟରୁ 7 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୟୁନିଟ୍ 1 ଆଖଣ୍ଡମଳମଣି ବସ୍ତିରୁ 5 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ନୟାପଲ୍ଲୀ ତ୍ରିନାଥ ନଗର ବସ୍ତିରୁ 13 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ପାଣ୍ଡାରରୁ 11 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହଟସ୍ପଟ୍ ଜିଲ୍ଲା ଲିଙ୍କ୍ରେ ଭରତପୁରରୁ 7ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି ଆଜି 46 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ସର୍ବମୋଟ ସଂକ୍ରମିତଙ୍କ…
ଆରତୀ ଟିକୋ ସିଂ ନୂଆଦିଲ୍ଲୀ, ଦୀର୍ଘ ଦେଢମାସ ଧରି ଭାରତ ଚୀନ ମଧ୍ୟରେ ସଂର୍ଘଷ ଏବଂ ଚୀନ ଶେଷରେ ପଛକୁ ହଟିବା ପରେ ଏବେ ସ୍ଥିତି ଶାନ୍ତ ପଡିଛି। ଜୁନ 15 ତାରିଖରେ ହୋଇଥିବା ଏହି ସଂଘର୍ଷରେ ଭାରତର 20 ଜଣ ଯବାନ ସହୀଦ ହୋଇଥିଲେ। ସମସ୍ତେ ଭାବେ ନେଲେ ଯେ ଚୀନ ପଛକୁ ହଟିଯାଇ ଚୁପ ବସିରହିଛି। ହେଲେ ତାହା ମିଛ କଥା। ଚୀନ ଭିତରେ ଭିତରେ ଭାରତକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଉଥିବାର ପ୍ରମାଣ ମିଳିଛି। ତାହା ହେଉଛି ଭାରତ ଓ ଚୀନ ଭିତରେ ଥିବା ପାନଗଂଗ ହ୍ରଦକୁ ଘେରି ରହିଥିବା ପାହଡ ଉପରେ ଚୀନ ବହୁ ନିର୍ମାଣ। ମାକ୍ସର ସାଟାଲାଇଟ ମ୍ୟାପରୁ ଜଣାପଡିଛି ଯେ, ଏହି ପାନଗଂଗ ଅଞ୍ଚଳର ଘାଟିର ଶୀର୍ଷରେ ଏହି ନିର୍ମାଣ କରାଯାଇଛି। ଏହା ହେଉଛି ନାଲି ରଂଗର ତାର୍ପିଲିନ ଟେଣ୍ଟ। ଏହି ଟେଣ୍ଟଗୁଡିକ ଚୀନର ବୋଲି ଜଣାପଡିଛି। କାରଣ ଜଣେ ସାମରିକ…
ତେଲେଙ୍ଗାନା : ଦେଶରେ କରୋନା ମହାମାରୀ ଉତ୍କଟ ରୂପ ଧାରଣ କରିଥିବାବେଳେ ବର୍ଷା ବିତ୍ପାତ ମଧ୍ୟ ଦେଶର କିଛି ସ୍ଥାନରେ ବିପତ୍ତି ସୃଷ୍ଟି କରୁଛି। ଆସାମ ଓ ବିହାରରେ ବର୍ଷା ଯୋଗୁଁ ଧନଜୀବନ ନଷ୍ଟ ହେଉଥିବାବେଳେ ଏଥିରେ ଶତାଧିକ ଲୋକେ ପ୍ରଭାବିତ ହୋଇଛନ୍ତି । ତେଲେଙ୍ଗାନାଠାରେ ଜୋର୍ ବର୍ଷା ପାଣିରେ ଭାସି ଯାଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ତେଲେଙ୍ଗାନାରେ ପ୍ରବଳ ବର୍ଷା ଯୋଗୁଁ ୟାଦ୍ରାଦି ଭୁବନଗିରି ଜିଲ୍ଲାର ମୁସି ନଦୀରେ ଉପରେ ଜଳ ପ୍ରବାହିତ ହେଉଛନ୍ତି । ଏହି କାରଣରୁ ୟାତାୟତ ମଧ୍ୟ ପ୍ରଭାବିତ ହେଉଛି । ରାଜ୍ୟରେ ଦୁଇ ଦିନ ଧରି ବର୍ଷା ଲାଗି ରହିଥିବାରୁ ନେଲଗୋଣ୍ଡା ଜିଲ୍ଲା, ଦେବରକୋଣ୍ଡା ନିର୍ବାଚନ କ୍ଷେତ୍ର, ଚିନ୍ତାପଲ୍ଲୀ ମଣ୍ଡଳ ଓ କିସ୍ତରାମପଲ୍ଲୀ ଗ୍ରାମରେ ବନ୍ୟା ଆସିଛି । ମିଳିଥିବା ସୂଚନା ଅନୁସାରେ ତେଲେଙ୍ଗାନା ନଲଗୋଣ୍ଡା ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନରେ ଏକ ଅଟୋ ଫସି ଯାଇଥିଲା…
ନୂଆଦିଲ୍ଲୀ, ସାଧାରଣତଃ ଯେତେବେଳେ ବୋର୍ଡ ପରୀକ୍ଷା ଫଳ ବାହାରେ ସେତେବେଳେ ଯେଉଁମାନେ ଭଲ ପ୍ରଦର୍ଶନ କରିଥାନ୍ତି ସେମାନଙ୍କ ଇଣ୍ଟରୟଭ୍ୟୁ ଟିଭି ରେ ବାହାରେ। ସାମ୍ବାଦିକମାନେ ସେମାନଙ୍କୁ ଖୋଜି ଖୋଜି ତାଙ୍କ ଘରେ ପହଁଚି ଯାଆନ୍ତି। ଆଉ ବିଭିନ୍ନ ପ୍ରଶ୍ନ ପଚାରିଥାନ୍ତି। ଆଜି ଠିକ ସେହିପରି ପରିବେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ନିକଟରେ ପ୍ରକାଶ ପାଇଥିବା ସିବିଏସଇ ର ବୋର୍ଡ ପରୀକ୍ଷାରେ ଯେଉଁମାନେ କୃତକାର୍ଯ୍ୟ ହୋଇଛନ୍ତି ସେମାନଙ୍କର ସାକ୍ଷାତକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଇଥିଲେ। କଣ ଥିଲା ସେହି ପ୍ରଶ୍ନ ଉତ୍ତର ଜାଣନ୍ତୁ। ମୋଦୀ ପ୍ରଥମେ କହିଲେ… ବନ୍ଧୁଗଣ! ବିଶେଷକରି ମୋର ଯୁବବନ୍ଧୁଗଣ, ଆମ ଦେଶ ବଦଳିବାରେ ଲାଗିଛି । ଇଏ କେମିତି ବଦଳୁଛି? କେତେ ଜୋରରେ ବଦଳୁଛି? କୋଉ କୋଉ କ୍ଷେତ୍ରରେ ବଦଳୁଛି? ଏକ ସକାରାତ୍ମକ ବିଚାର ସହିତ ଯଦି ଏସବୁ ଉପରେ ଦୃଷ୍ଟିନିକ୍ଷେପ କରାଯାଏ ତାହାଲେ ଆମକୁ ଆଶ୍ଚର୍ୟ୍ୟ ହେବାକୁ ପଡ଼ିବ…

