ଭୁବନେଶ୍ବର, ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଡଃ ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷଙ୍କ ପ୍ୟାନେଲକୁ ମନୋନୀତ ହୋଇଛନ୍ତି। ବିଗତ 20 ବର୍ଷରେ ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ସାଂସଦ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ପ୍ୟାନେଲକୁ ମନୋନୀତ ହୋଇଛନ୍ତି। ଡଃ ପାତ୍ର ପ୍ରଥମ ଥର ପାଇଁ ରାଜ୍ୟସଭା ସାଂସଦ ହୋଇ ମଧ୍ୟ ଏହି ଗୌରବ ଅର୍ଜନ କରିଛନ୍ତି।
Author: Samikhsya Bureau
କଟକ, କଟକ ସହରରୁ ଆଜି ଆଉ 93 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। 93 ଜଣଙ୍କ ମଧ୍ୟରୁ 75 ହୋମ କ୍ବାରେଣ୍ଟିନରୁ ହୋଇଥିବା ବେଳେ 14 ଜଣ ଲୋକାଲ କଣ୍ଟାକ୍ଟ କେସ୍ ଥିବା ଜଣାପଡିଛି। ବକ୍ସିବଜାର ବାସୁଳି ସାହିରୁ 23 ଜଣ ଓ ଡଗରପଡ଼ା ବାଣୀନଗରରୁ 24 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସହରର ଶଙ୍କରପୁର ଦାସସାହିରୁ 7, ଦୋଳମୁଣ୍ଡାଇରୁ 6, ସିଡିଏ ସେକ୍ଟର-7ରୁ 5, ଜଗତପୁର ପଦ୍ରାସାହିରୁ 3 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ୱର, କୋଭିଡ୍ ପ୍ରଭାବିତ ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ଓଡ଼ିଶା ସରକାର ରାଜ୍ୟ ପାଇଁ ନୂତନ ପୁଞ୍ଜିନିବେଶ ପ୍ରସ୍ତାବ ଆକର୍ଷିତ କରିପାରିଛନ୍ତି। ଆଜି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗିଲ୍ ୱିଣ୍ଡୋ କମିଟି ବୈଠକରେ ୪ ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ନୀତିଗତ ଅନୁମୋଦନ ଦିଆଯାଇଛି। ଅନୁମୋଦିତ ଏହି ୪ ଟି ପ୍ରକଳ୍ପ ମାଧ୍ୟମରେ ସମୁଦାୟ ୨୧୭୨.୯୨ କୋଟି ଟଙ୍କା ବିନିଯୋଗ ହେବା ସହ ୧୧୨୨ ବ୍ୟକ୍ତିଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଡ଼ିଜିଟାଲ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡିକର ବୈୟେିକ, ଆର୍ଥିକ ଏବଂ ଭିତ୍ତିଭୂମି ସଂପର୍କିତ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ପ୍ରକଳ୍ପ ଗୁଡିକୁ ଅନୁମୋଦନ ଦେଇ ସେଗୁଡିକର ଆଶୁ କ୍ଷେତ୍ରାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ତ୍ରିପାଠୀ ଗୁରୁତ୍ୱଆରୋପ କରିଥିଲେ। ଏଥି ପାଇଁ ସମସ୍ତ…
ସୀତାରାମ ଅଗ୍ରୱାଲ ବାଣପୁର: କରୋନା ସଂକଟ ସମୟରେ ବାଣପୁର ଅଞ୍ଚଳରେ ଜୁଆ ଆଡ୍ଡା ଉପରେ ଚଢାଉ। ବାଣପୁର ଥାନା ଅନ୍ତର୍ଗତ ଓଡ଼ଗାଁ ଗାଁ ପାଖ ପାହାଡିଆ ଅଞ୍ଚଳରୁ ଚାଲିଥିବା ଏକ ଜୁଆ ଆଡ୍ଡାରୁ ବହୁ ସଂଖ୍ୟାରେ ଜୁଆ ସାମଗ୍ରୀ, ମୋବାଇଲ, 6ଟି ଦୁଇ ଚକିଆ ଏବଂ ଗୋଟିଏ ଅଟୋ ଜବତ କରାଯାଇଛି। ଏ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଣପୁର ଥାନାଧିକାରୀ ଶ୍ରୀ ସଞ୍ଜୟ କୁମାର ପଟ୍ଟନାୟକ ଗୁରୁବାର ରାତିରେ ସଦଳବଳେ ଓଡଗାଁ ଗାଁ ପାଖରେ ଥିବା ପାହାଡିଆ ଅଞ୍ଚଳରେ ଚଢଉ କରିଥିଲେ। ସେହି ସମୟରେ ଜୁଆ ଖେଳ ଚାଲିଥିଲା। ଆଡ୍ଡାରୁ ପୋଲିସ ୩ ଜଣ ଜୁଆଡ଼ିଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତମାନେ ରାତ୍ରି ଏବଂ ପାହାଡିଆ ଅଞ୍ଚଳର ସୁଯୋଗ ନେଇ ସେଠାରୁ ଖସି ପଳାଇଥିଲେ। ଗିରଫ ଅଭିଯୁକ୍ତ ତିନି ଜଣ ହେଲେ ପଞ୍ଚାନନ ଦାସ (୩୦) ଓ ବଂଗାଳୀ ପ୍ରତିହାରୀ (୫୦)…
Mobile Sampling Units enable health officials to safely collect samples of suspected patients near their doorstep. This units easily get into lanes & by-lanes of densely populated #ContainmentZones and helps avoiding the hassle of taking the suspected ones to the testing centres.
ଭୁବନେଶ୍ବର, କରୋନା ମହାମାରୀ ସଂକଟ ସମୟରେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ଲାଜମା ଦାନକୁ କିପରି ଉତ୍ସାହିତ କରାଯାଇ ପାରିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ବ ବାଣ୍ଟିଛନ୍ତି। ମନ୍ତ୍ରୀମାନେ ଜିଲ୍ଲା ବୁଲି କରୋନା ଆରୋଗ୍ୟମାନଙ୍କୁ ପ୍ଲାଜମା ଦାନ ପାଇଁ କହିବେ। ଆସନ୍ତୁ ନଜର ପକାଇବା କେଉଁ ମନ୍ତ୍ରୀମାନଙ୍କୁ କେଉଁ କେଉଁ ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ନିରଞ୍ଜନ ପୂଜାରୀ-ପୁରୀ ବିକ୍ରମ କେଶରୀ ଆରୁଖ-କନ୍ଧମାଳ ଓ ଗଂଜାମ ପ୍ରଫୁଲ ମଲ୍ଲିକ-ବରଗଡ଼ ରଣେନ୍ଦ୍ର ପ୍ରତାପ ସ୍ବାଇଁ-ଭଦ୍ରକ ଓ କେନ୍ଦ୍ରାପଡ଼ା ପଦ୍ମନାଭ ବେହେରା-ଝାରସୁଗୁଡ଼ା, ବୌଦ୍ଧ ପ୍ରତାପ ଜେନା-ମୟୂରଭଂଜ, କଟକ ଅରୁଣ ସାହୁ-ନୟାଗଡ଼, ଖୋର୍ଦ୍ଧା ସୁଦାମ ମାରାଣ୍ତି-ସୋନପୁର ସୁଶାନ୍ତ ସିଂହ-ବଲାଙ୍ଗିର, ସମ୍ବଲପୁର ନବ ଦାସ-କଳାହାଣ୍ଡି ଓ ନୂଆପଡ଼ା ତୁଷାରକାନ୍ତି ବେହେରା-ମାଲକାନଗିରି
ଭୁବନେଶ୍ବର, ରାଜ୍ୟରେ ଆଉ 808 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 530 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାୟଗଡ଼ାରୁ 61, କଟକରୁ 35, ମାଲକାନଗିରିରୁ 30, ଗଜପତିରୁ 22, ବାଲେଶ୍ବର ଓ ଖୋର୍ଦ୍ଧାରୁ 19 ଜଣ ଲେଖାଏଁ, ବରଗଡ଼ ଓ ଭଦ୍ରକରୁ 18 ଲେଖାଏଁ, ବୌଦ୍ଧରୁ 8 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଝାରସୁଗୁଡା, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝରରୁ 7 ଲେଖାଏଁ ସୁସ୍ଥ ହୋଇଛନ୍ତି। ସମ୍ବଲପୁରରୁ 5,ନବରଙ୍ଗପୁରରୁ 4,ସୁନ୍ଦରଗଡ଼ରୁ 3 ଜଣ ସୁସ୍ଥ ହୋଇଛନ୍ତି। ଅନୁଗୁଳ, ଯାଜପୁର ଓ ପୁରୀରୁ 2 ଜଣ ଲେଖାଏଁ ଏବଂ କୋରାପୁଟ, ନୟାଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା 15 ହଜାର 200କୁ ବୃଦ୍ଧି ପାଇଛି।
ଭୁବନେଶ୍ବର, କରୋନା ଏବେ ରାଜଧାନୀ ଭୁବନେଶ୍ବରର ବସ୍ତି ଅଞ୍ଚଳରେ ହୁ ହୁ ହୋଇ ବଢିବାରେ ଲାଗିଠି। ଆଜି ସର୍ବାଧିକ କରୋନା ଆକ୍ରାନ୍ତ ବସ୍ତି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ବରରେ ଆଉ 248 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସଂଗରୋଧରୁ 207 ଏବଂ ଲୋକାଲ କଣ୍ଟାକ୍ଟ କେସ୍ 41 ଜଣ ରହିଛନ୍ତି। ବିଜେବି ନଗର ମହିଷାଖାଲ ବସ୍ତିରୁ 45 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ସୀତାପୁର ବସ୍ତିରୁ ଆଉ 20 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ ଏକ ଘରୋଇ ହସ୍ପିଟାଲର 27 ଜଣ କର୍ମଚାରୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ଲକ୍ଷ୍ମୀ ବିହାରରୁ 6, ନୟାପଲ୍ଲୀ ତ୍ରିନାଥ ବସ୍ତିରୁ 6 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ଗାନ୍ଧୀ ବସ୍ତିରୁ 6, ୟୁନିଟ 3 ମାଳି ସାହି କଲୋନିରୁ 5 ଜଣ ଚିହ୍ନଟ ହୋଇଛନ୍ତି। ପାଣ୍ଡରା ଜିଜିପି କଲୋନୀରୁ5, ଲକ୍ଷ୍ମୀସାଗରରୁ 5 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆପଲ୍ଲୀ କ୍ରିଷ୍ଣାବଳରାମ…
ଲକ୍ଷ୍ନୌ, ଶୁକ୍ରବାର ଉତ୍ତର ପ୍ରଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂହ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାପରେ ସେ ଲକ୍ଷ୍ନୌ ସ୍ଥିତ ନିଜ ବାସଭବନରେ ସଂଗରୋଧରେ ରହିଛନ୍ତି । ସିଂହ ସାମାନ୍ୟ ଜ୍ୱରରେ ପୀଡିତ ଥିଲେ । ଏହା ପରେ ସେ କୋରୋନା ପରୀକ୍ଷା ପରେ ପଜିଟିଭ୍ ଥିବା ଜଣାପଡିଛି। ଏହାକୁ ସୁନିଶ୍ଚିତ କରିବା ପାଇଁ ତାଙ୍କ ସ୍ବାବ ଲକ୍ଷ୍ନୌର କେଜିଏମୟୁ ଲ୍ୟାବକୁ ମଧ୍ୟ ପଠାଯାଇଛି । ମାର୍ଚ୍ଚରେ ବଲିଉଡ ଗାୟକ କନିକା କପୁର ଯୋଗଦେଇଥିବା ଏକ ପାର୍ଟିରେ ମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ । ପରେ କନିକା କପୁର କୋରୋନାରେ ଆକ୍ରାନ୍ତ ହୋବାପରେ ମନ୍ତ୍ରୀ ସଂଗରୋଧରେ ରହିଥିଲେ । ତେବେ ମନ୍ତ୍ରୀଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଥିଲା । (ଏଜେନସି)
ରମେଶ ମହାନ୍ତି ଜଗତସିଂହପୁର, ଆଜି ଜଗତସିଂହପୁର ଜିଲ୍ଲାରୁ 2 ଜଣ କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାର ମୋଟ ପଜିଟିଭ ସଂଖ୍ୟା 614ରେ ପହଞ୍ଚିଛି। ଏଯାବତ ଜିଲ୍ଲାରେ 425 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା 187 ରହିଛି। ଜିଲ୍ଲାରେ କରୋନାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଚିହ୍ନଟଙ୍କ ମଧ୍ୟରୁ ଜଣେ ଜଗତସିଂହପୁର ଏବଂ ଅନ୍ୟ ଜଣେ ପାରାଦୀପ ମ୍ୟୁନିସିପାଲିଟି ଅଞ୍ଚଳର ବୋଲି ଜଗତସିଂହପୁର ଜିଲ୍ଲାପାଳ ଟୁଇଟ କରି ଜଣାଇଛନ୍ତି।
ନୂଆଦିଲ୍ଲୀ: ଆସନ୍ତା ସେପଟେମ୍ବର 19ରୁ ଆରମ୍ଭ ହେବ ଚଳିତ ବର୍ଷର ଆଇପିଏଲ କ୍ରିକେଟ ଲିଗ୍। ନଭେମ୍ବର 8ରେ ଲିଗର ଫାଇନାଲ ମ୍ୟାଚ୍ ଖେଳାଯିବ। ମିଳିତ ଆରବ ଏମିରେଟସ ଯୁଏଇରେ ଏହି ଲିଗ୍ ଖେଳାଯିବ। କରୋନା ମହାମାରୀ ଯୋଗୁଁ ଦେଶର ସବୁଠାରୁ ଲୋକପ୍ରିୟ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବା ନେଇ ଅନିଶ୍ଚିତତା ଲାଗି ରହିଥିଲା। ବିସିସିଆଇ କହିଛି ଯେ, ଆଇପିଏଲ 19ସେପ୍ଟେମ୍ବରୁ ଆରମ୍ଭ ହେବ ଓ ଫାଇନାଲ ମ୍ୟାଚ ନଭେମ୍ବର 8ରେ ଖେଳାଯିବ । 51 ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଆସନ୍ତା ସପ୍ତାହରେ ବିସିସିଆଇ ଗଭର୍ଣ୍ଣିଂ କାଉସିଲିଂର ବୈଠକ ହେବାକୁ ଅଛି। ସେଥିରେ ଅନ୍ତିମ ନିର୍ଣ୍ଣୟ ପ୍ରକାଶ ପାଇବ ।
ରମେଶ ମହାନ୍ତି ଜଗତସିଂହପୁର : କରୋନା ଭଳି ମହାମାରୀ ସମୟରେ ଅନେକ ପରିବାର ରୋଜଗାର ହରାଇଛନ୍ତି। ଏପରି ଅସମୟରେ ମୂଲ ଲାଗିଥିବା ଏକ ରାଜମିସ୍ତ୍ରୀ ମଜୁରୀ ବାବଦ ଟଙ୍କା ମାଗିବାରୁ ତା ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଗୋଡା ପଞ୍ଚାୟତ ସାଳିଓ ଗ୍ରାମରେ। ରାଜମିସ୍ତ୍ରୀକୁ ବାପ ପୁଅ ତିନିଜଣ ମିଶି ମରଣାନ୍ତକ ଆକ୍ରମଣ କରିଥିବା ବେଳେ ଗୁରୁତର ଅବସ୍ଥାରେ ରାଜମିସ୍ତ୍ରୀ ଏରସମା ମେଡିକାଲରେ ଚିକିତ୍ସିତ ହେଉଛନ୍ତି।ଏରସମା ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ କେବଳ ମାମଲା ରୁଜୁ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ କରୋନା ଲକଡାଉନ ପୁର୍ବରୁ ସାଳିଓ ଗ୍ରାମର ରାଜମିସ୍ତ୍ରୀ ବିଜୟ ଦାସ ସେହି ଗ୍ରାମର ହାରାଧନ ଦାସଙ୍କ କୋଠାଘର ନିର୍ମାଣ କରୁଥିଲେ। କାର୍ଯ୍ୟ ଚାଲିଥିବା ବେଳେ ରାଜମିସ୍ତ୍ରୀ ବିଜୟଙ୍କ ଆଖି ଯନ୍ତ୍ରଣା ହେବାରୁ ସେ ଆଉ କାମ କରିବାକୁ ଯାଇନଥିଲେ। ଡାକ୍ତରଖାନାରେ…
ଜୟପୁର, ସଚିନ ପାଇଲଟ ଓ ତାଙ୍କୁ ସମର୍ଥନ କରୁଥିବା 18 ବିଦ୍ରୋହୀ ବିଧାୟକ ରାଜସ୍ଥାନ ହାଇକୋର୍ଟରୁ ଆଶ୍ବସ୍ତି ପାଇଛନ୍ତି। ବିଧାନସଭା ବାଚସ୍ପତି ଏହିସବୁ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରି ଦେଇଥିବା ନୋଟିସ୍କୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି । କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଧାନସଭା ବାଚସ୍ପତି 18 ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ। ଏଥିସହିତ ରାଜସ୍ଥାନ ହାଇକୋର୍ଟ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରିବା ପାଇଁ ସଚିନ ପାଇଲଟ କରିଥିବା ଆବେଦନକୁ ସ୍ବୀକାର କରିଛନ୍ତି । ପାଇଲଟ ଏବଂ ତାଙ୍କ ସମର୍ଥକ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ନେଇ ଶୁକ୍ରବାର ହାଇକୋର୍ଟରେ ଶୁଣାଣି ହୋଇଛି।
Stricter enforcement on the restrictions of unnecessary vehicular movements by Sorada Police in Ganjam amid lockdown #COVID19 norms.
ପୋଲସରା, ରାଜ୍ୟରେ ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି। ଗଂଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଶ୍ରୀକାନ୍ତଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ ହୋଇଥିବା ସୂଚନା ମିଳିଛି। ଉଭୟଙ୍କୁ କରୋନା ନେଇ ବିଧାୟକ ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତି। ପୂର୍ବରୁ ରାଜ୍ୟର 3 ବିଧାୟକ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ।
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କୁମାରାଙ୍ଗ ପଞ୍ଚାୟତର କେତୋଟି ଗ୍ରାମକୁ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସଟ ଡ଼ାଉନ ଘୋଷଣା କରିଛନ୍ତି ସରପଞ୍ଚ ମନୋଜ କୁମାର ପ୍ରଧାନ। କୁମାରାଙ୍ଗ ପଞ୍ଚାୟତର ଚମ୍ପାଦେଇପୁର ଗ୍ରାମରେ ଦୁଇ ଜଣ ସ୍ଥାନୀୟ ବ୍ୟକ୍ତି କୋଭିଡ ସଂକ୍ରମିତ ହେବାରୁ ଚମ୍ପାଦେଇପୁର ଗ୍ରାମ, ହରିଜନ ସାହି ଏବଂ ପୁଞ୍ଜିଆମା ଶାସନକୁ ଆଜି ମଧ୍ୟାହ୍ନ ୧୨ ଘଟିକାରୁ ୨୭ ତାରିଖ ମଧ୍ୟାହ୍ନ ୧୨ ଘଟିକା ଯାଏଁ ସମ୍ପୂର୍ଣ୍ଣ ସଟ ଡ଼ାଉନ ଘୋଷଣା କରିଛନ୍ତି। ଏହି ସମୟରେ ସବୁ ଗ୍ରାମକୁ ବିଶୋଧନ କରାଯିବା ସହ କଣ୍ଟାକ୍ଟ ଟ୍ରେସିଙ୍ଗ ଏବଂ ସ୍ୱାବ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି। ସଟ ଡ଼ାଉନ କଟକଣା ସମୟରେ କୌଣସି ବ୍ୟକ୍ତି ଘରୁ ନବାହାରିବା ପାଇଁ ଜନସାଧାରଣକୁ ନିବେଦନ କରିଛନ୍ତି ସରପଞ୍ଚ। ଅନୁରୂପ ଭାବେ ଗତକାଲି ଗମ୍ଭାରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ଗ୍ରାମର ଜଣେ ସ୍ଥାନୀୟ ତେଜରାତି…
ଭୁବନେଶ୍ବର : ଓଡ଼ିଶା ବିଧାନସଭାର 5 ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବାଚସ୍ପତି ସୂର୍ଯ୍ୟ ପାତ୍ର ସୂଚନା ଦେଇଛନ୍ତି । ସମ୍ପୃକ୍ତ କର୍ମଚାରୀଙ୍କୁ ହୋମ୍ ଆଇସୋଲେସନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତିନି ତଳେ ସେମାନଙ୍କ ଟେଷ୍ଟ କରାଇଥିଲେ, ରିପୋର୍ଟ ପଜିଟିଭ୍ ଆସିଛି । ଏବେ 31 ତାରିଖ ଯାଏଁ ବିଧାନସଭା ବନ୍ଦ ରହିଥିବା ବାଚସ୍ପତି । ଆସନ୍ତା ମାସ ପହିଲାରୁ ତିନି ଦିନ ସରକାରୀ ଛୁଟି ଥିବାରୁ ବିଧାନସଭା 4 ତାରିଖରେ ଖୋଲିବ । ତେବେ ଏହି ବନ୍ଦ ସମୟରେ ସମ୍ପୂର୍ଣ୍ଣ ପରିସରକୁ ସାନିଟାଇଜ୍ କରାଯିବ । ଏହା ସହ ପଜିଟିଭ୍ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ସମସ୍ତ କର୍ମଚାରୀଙ୍କ ସ୍ବାବ୍ ଟେଷ୍ଟ କରାଯିବ ।
ଜିନ୍ଦ : ହରିୟାଣାର ଜିଲ୍ଲା ଜିନ୍ଦ ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏହି ଜିଲ୍ଲାର ଦିଡ୍ଓ୍ବାଡା ଗ୍ରାମରେ ଜଣଷ ପିତା ତାନ୍ତ୍ରିକର କଥାରେ 5 ବର୍ଷରେ ନିଜର 5ଟି ସନ୍ତାନର ହତା କରିଛି । ଜୁଲାଇ 17 ତାରିଖରେ ଏହି ଗ୍ରାମରୁ ଦୁଇ ଝିଅ ଗାଏବ ହୋଇଥିଲେ । ଏହା ପରେ ଘଟଣାଟି ସାମ୍ନାକୁ ଆସିଥିଲା । ଅଭିଯୁକ୍ତ ଜଣକ ଏହି ଗ୍ରାମର ଜୁମ୍ମା ବୋଲି ସୂଚନା ରହିଛି । ଜୁମ୍ମା ଜଣେ ତାନ୍ତ୍ରିକର କଥାରେ ଏପରି ବୀଭତ୍ସ କାଣ୍ଡ ଘଟାଇଥିବାର ଜଣାପଡିଛି । ମରିଥିବା ସମସ୍ତ ସନ୍ତାନଙ୍କର ବୟସ 11 ବର୍ଷରୁ କମ୍ ରହିଛି । ଏଥିରେ ତିନିଜଣ ଝିଅ ଓ ଦୁଇ ଜଣ ପୁଅ ରହିଛନ୍ତି । ପୂରା ମାମଲା ସାମ୍ନାକୁ ଆସିବା ପରେ ବ୍ୟକ୍ତି ଜଣକ ପଞ୍ଚାୟତ ସାମ୍ନାରେ ଅପରାଧ ସ୍ବୀକାର କରି କ୍ଷମା ପ୍ରାର୍ଥନା କରିଛନ୍ତି । ତେବେ ପୋଲିସ୍ ଅଭିଯୁକ୍ତ…
ଭୁବନେଶ୍ବର : ଆଜି ରାଜ୍ୟରେ ସର୍ବାଧିକ 1594 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ମୋଟ୍ ପଜିଟିଭଙ୍କ ସଂଖ୍ୟା 22 ହଜାର 693ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 120ରେ ପହଞ୍ଚିଛି । ସେହିପରି 33 ଜଣ କୋଭିଡ୍ ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ବିଶେଷ କରି ଗଞ୍ଜାମ, ଖୋର୍ଦ୍ଧା, କଟକ, ସୁନ୍ଦରଗଡ, ଯାଜପୁର, ଗଜପତି, ବାଲେଶ୍ବର ଆଦି ଜିଲ୍ଲାରେ କରୋନା ସ୍ଥିତି ବେଶ ଗମ୍ଭୀର ରହିଛି । ଆଜି 28ଟି ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ 6ଜଣଙ୍କ ଜୀବନ ନେଇଛି କରୋନା । ଜୁଲାଇ ମାସରେ ସଂକ୍ରମଣ ମାମଲା ବେଶ୍ ବୃଦ୍ଧି ପାଇଥିବାବେଳେ ରାଜ୍ୟରେ ଆଣ୍ଟିଜନି ଟେଷ୍ଟ ଓ ପ୍ଲାଜ୍ମା ଥେରାପି ଆରମ୍ଭ କରାଯାଇଛି । ତେବେ ରାଜ୍ୟର କେଉଁ ଜିଲ୍ଲାରେ କରୋନା ସ୍ଥିତି କିପରି ରହିଛି : ଜିଲ୍ଲା ପଜିଟିଭ୍ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ) ଗଞ୍ଜାମ…
ଭୁବନେଶ୍ବର : ରାଜ୍ୟରେ ପ୍ରଥମେ ପ୍ଲାଜମା ନେଇଥିବା ରୋଗୀ ପୁରା ସୁସ୍ଥ ହୋଇଛନ୍ତି । କଟକର ଜଣେ 48 ବର୍ଷୀୟା ମହିଳା ପ୍ଲାଜ୍ମା ନେବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ସମ୍ପୃର୍ଣ୍ଣ ସୁସ୍ଥ ସମ୍ପୃକ୍ତା ମହିଳାଙ୍କୁ ଆଜି ହସ୍ପିଟାଲରୁ ଡିସ୍ଚାର୍ଜ କରାଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗସୂତ୍ରରୁ ସୂଚନା ଦିଆଯାଇଛି ।ପ୍ଲାଜ୍ମା ନେବା ପରେ ସମସ୍ତେ ଦ୍ରୁତ ଆରୋଗ୍ୟ ହେଉଥିବା ସୂଚନା ରହିଛି । ଓଡ଼ିଶାରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ପ୍ଲାଜ୍ମା ବ୍ୟାଙ୍କ ଉଦ୍ଘାଟିତ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଓଡ଼ିଶାର ଚାରୋଟି ପ୍ରମୁଖ ଅନୁଷ୍ଠାନ ଯଥା କଟକ ଏସ୍ସିବି ମେଡିକାଲ କଲେଜ, ଅଶ୍ବିନୀ ହସ୍ପିଟାଲ, ଆଇଏମ୍ଏସ୍ ସମ୍ ହସ୍ପିଟାଲ ଓ କିମ୍ସ ହସ୍ପିଟାଲରେ ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ଆରମ୍ଭ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ 6ଜଣ ଗୁରୁତରଙ୍କୁ ପ୍ଲାଜମା ଦିଆଯାଇଥିଲା । ଏହି ଥେରାପି ଓଡ଼ିଶାରେ ସଫଳ ହୋଇଛି । ଅପରପକ୍ଷରେ ରାଜ୍ୟ…
ଭୁବନେଶ୍ବର : ଆଜି ପୁଣି 6 ଜଣଙ୍କ ଜୀବନ ନେଇଛି କରୋନା । 6 ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ 3 ଜଣ, ରାୟଗଡା, ଗଜପତି ଓ ଭଦ୍ରକରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପାଣିପାଗ ବିଭାଗ ସୂଚନା ଦେଇଛି । ଆଜି ମୃତକଙ୍କ ମଧ୍ୟରେ 4 ଜଣ ପୁରୁଷ ଓ 2 ଜଣ ମହିଳା ରହିଛନ୍ତି । ଗଞ୍ଜାମରୁ ଆଜି ତିନିଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ 2 ଜଣ ମହିଳା ରହିଛନ୍ତି । ମୃତକଙ୍କ ମଧ୍ୟରେ 44 ବର୍ଷୀୟ ପୁରୁଷ ଥିବାବେଳେ ମୃତ ମହିଳାଙ୍କ ବୟସ ଯଥାକ୍ରମେ 59 ଓ 50 ବର୍ଷ ବୋଲି ସୂଚନା ରହିଛି। ସେହିପରି ରାୟଗଡାରୁ ମୃତ୍ୟୁବରଣ କରିଥିବା ମୃତକଙ୍କ ବୟସ 71 ବର୍ଷ ବୋଲି ସୂଚନା ରହିଛି । ଗଜପତିରୁ 53 ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଥିବାବେଳେ ଭଦ୍ରକରୁ 60 ବର୍ଷୀୟ ଜଣେ ପୁରୁଷଙ୍କର ମୃତ୍ୟୁ…

