ବିଭିନ୍ନ ସ୍ଥାନରେ କରାଯାଇଥିବା କୋଭିଡ ହସପିଟାଲକୁ ସାନାଟାଇଜେସନ କରାଯାଉଛି। ସେହି ପରିପ୍ରେକ୍ଷୀରେ ସୁନ୍ଦରଗଡ ମେଡିକାଲ କଲେଜ ଓ ହସପିଟାଲକୁ ସୁନ୍ଦରଗଡ ଅଗ୍ନିଶମ ବିଭାଗ ତରଫରୁ କରାଯାଉଛି ସାନିଟାଇଜେସନ
Author: Samikhsya Bureau
ଭୁବନେଶ୍ବର, ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ଗୁରୁତର ହୋଇଥିବାର ଖବର ମିଳିଛି। ଗୁରୁତର ହେବାରୁ ତାଙ୍କୁ ଘରୁ କେୟାର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ହାଇଦ୍ରାବାଦରୁ ଆସି କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥଲେ। ଆରୋଗ୍ୟ ଲାଭ କରିଥିବାରୁ ସେ ହସ୍ପିଟାଲରୁ ଘରକୁ ଫେରିଥିଲେ। ହାଇଦ୍ରାବାଦରେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବେଳେ ସେ ଓଡ଼ିଶା ଆସିବାକୁ ଇଚ୍ଛା ପ୍ରକାଶ କରିଥିବାରୁ ତାଙ୍କୁ ଏକ ସ୍ବତନ୍ତ୍ର ଆମ୍ବୁଲାନସରେ ଭୁବନେଶ୍ବର ଅଣାଯାଇଥିଲା।
ଭୁବନେଶ୍ବର, ଗଞ୍ଜାମ ଜିଲ୍ଲାର କୋଭିଡ ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ସମୀକ୍ଷା କରିଛନ୍ତି। ଜିଲ୍ଲାରେ ରଣନୀତିକୁ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ପ୍ଲାଜ୍ମା ଥେରାପି ଆରମ୍ଭ କରାଯିବ। ଏହାଦ୍ବାରା ଗଞ୍ଜାମ ଓ ଆଖପାଖ ଜିଲ୍ଲାର ଗୁରୁତର କୋଭିଡ ରୋଗୀମାନେ ପ୍ଲାଜ୍ମା ଥେରାପି ସୁବିଧା ପାଇପାରିବେ ଏବଂ କୋଭିଡ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ ଯେ ଭୁବନେଶ୍ବରର ସମ୍ କୋଭିଡ ହସ୍ପିଟାଲ ଓ କଟକର ଅଶ୍ବିନୀ କୋଭିଡ ହସ୍ପିଟାଲରେ ଗତ ୧୮ ତାରିଖ ଠାରୁ ପ୍ଲାଜ୍ମା ଥେରାପି ଆରମ୍ଭ ହୋଇଛି ଏବଂ ଏହା ସୁଫଳ ମଧ୍ୟ ଦେଇଛି। ସମୁଦାୟ ୬ ଜଣ ରୋଗୀଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇଛନ୍ତି ଓ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସ୍ଥିର ଅଛି। ବ୍ରହ୍ମପୁରର ଅମିତ ହସ୍ପିଟାଲରେ ୧୬ଟି…
ଭୁବନେଶ୍ୱର : କରୋନାରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସତ୍କାର ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି । ଏଣିକି କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶବ ସତ୍କାର କଲେ ମିଳିବ ଆର୍ଥିକ ରାଶି । କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବ ଦାହ ପାଇଁ 7ହଜାର 500 ଟଙ୍କା ଦେବେ ସରକାର । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ କରୋନାରେ ମୃତ୍ୟବରଣ କରିଥିବା ବ୍ୟକ୍ତିଙ୍କ ମୃତଦେହକୁ ଅସମ୍ମାନ ପରେ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି। କେବଳ ସେତିକି ନୁହେଁ କରୋନା ଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରି ଲୋକେ ମୃତଦେହ ପାଖ ମାଡ଼ୁନଥିବା ବି ଅଭିଯୋଗ ହେଉଛି । ଏହି ଘୋଷଣା ପରେ କରୋନା ରୋଗୀଙ୍କ ମୃତଦେହ ସତ୍କାର କ୍ଷେତ୍ରରେ ସଂସ୍କାର ଆସିବ ବୋଲି ଆଶା ରହିଛି ।
ନୂଆଦିଲ୍ଲୀ, କ୍ରିକେଟ ଉପରେ କରୋନା ମାଡ଼। କୋଭିଡ-19 ମହାମାରୀ କାରଣରୁ 2020 ଟି-20 ବିଶ୍ବକପ୍ କ୍ରିକେଟକୁ ସ୍ଥଗିତ ରଖାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆଇସିସି ଆଜି ଏହା ଘୋଷଣା କରିଛି। ଗତ କିଛି ମାସ ଧରି ଟି-20 ବିଶ୍ବକପ୍ ଆୟୋଜନ ନେଇ ବିଚାର ବିମର୍ଷ ଚାଲିଥିଲା। ଏହି ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆରେ ହେବାକୁ ଥିଲା। ଆଉ ଏବେ ଏହା ହେବନାହିଁ।
ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 457 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ 118 ଜଣ ଆରୋଗ୍ୟ ହୋଇଥିବା ବେଳେ ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରେ ନୟାଗଡ଼ରୁ 53, କଟକରୁ 44, ସୁନ୍ଦରଗଡ଼ରୁ 38, ଖୋର୍ଦ୍ଧାରୁ 32, ଗଜପତିରୁ 22, ଯାଜପୁରରୁ 20, ନୂଆପଡ଼ାରୁ 18, ବାଲେଶ୍ବରରୁ 17, ମୟୂରଭଂଜରୁ 15 ଏବଂ ଅନୁଗୁଳ ଓ କୋରାପୁଟରୁ 11 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ମାଲକାନଗିରି ଓ କେନ୍ଦ୍ରାପଡ଼ାରୁ 9 ଲେଖାଏଁ, କେନ୍ଦୁଝରରୁ 7, ଝାରସୁଗୁଡାରୁ 6, ବୌଦ୍ଧରୁ 5, ଦେବଗଡ଼ ଜିଲ୍ଲାରୁ 4 ଜଣ ସୁସ୍ଥ ହୋଇଛନ୍ତି। ବରଗଡ଼, ନବରଙ୍ଗପୁର ଓ ସମ୍ବଲପୁରରୁ 3 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ବଲାଙ୍ଗିର, ପୁରୀ, ରାୟଗଡ଼ାରୁ 2 ଜଣ ଲେଖାଏଁ ଏବଂ ଭଦ୍ରକ,ଢେଙ୍କାନାଳ,ଜଗତସିଂହପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏଯାବତ କରୋନା ଆରୋଗ୍ୟଙ୍କ ସଂଖ୍ୟା 12 ହଜାର 910କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…
ଭୁବନେଶ୍ବର, ରାଜ୍ୟରେ ସବୁଠାରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ଏବଂ ମୃତ୍ୟୁମୁଖରେ ପଡିଥିବା ଗଂଜାମ ଜିଲ୍ଲାରେ ଆସନ୍ତାକାଲିଠାରୁ ପ୍ଲାଜମା ଥେରାପି ଆରମ୍ଭ କରାଯିବ। ଗଞ୍ଜାମ ଜିଲ୍ଲାରେ କୋଭିଡ-19 ସ୍ଥିତିର ସମୀକ୍ଷା ପାଇଁ ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି। ବ୍ରହ୍ମପୁର ନିକଟ ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଥେରାପି ଚିକିତ୍ସା ଆରମ୍ଭ ହେବ। ବ୍ରହ୍ମପୁର ଅମିତ ହସ୍ପଟାଲରେ 100 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ରହିଛି। ଏହାବାଦ୍ ଆଜିର ବୈଠକରେ ଗଂଜାମକୁ 3 ଡିଏସପି, 10 ପ୍ଲାଟୁନ ଫୋର୍ସ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି। ଗଞ୍ଜାମ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 25 କୋଟି ଟଙ୍କା ମଂଜୁର କରାଯାଇଛି।
ନୂଆଦିଲ୍ଲୀ: ବିକାଶ ଦୁବେ ଭଳି ଗ୍ୟାଙ୍ଗଷ୍ଟରକୁ କିଭଳି ଜାମିନ ମିଳିଥିଲା, ସେ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବିସ୍ମୟ ପ୍ରକାଶ କରିଛନ୍ତି। ପ୍ରଶାସନିକ ତ୍ରୁଟି ସମ୍ପର୍କରେ ଟିପ୍ପଣୀ ଦେଇ ସୁପ୍ରିମ୍ କୋର୍ଟ କହିଛନ୍ତି, ଜଘଣ୍ୟ ଅପରାଧ ଘଟାଇଥିବା ଏଭଳି ଜଣେ ବ୍ୟକ୍ତିଙ୍କୁ ଆମେ ଜେଲ୍ରେ ରଖିବାରେ ବିଫଳ ହେଲେ ତାହା ଚିନ୍ତାର ବିଷୟ। ଏ ପ୍ରସଙ୍ଗ ନେଇ ବିକାଶ ଏନକାଉଣ୍ଟର ତଦନ୍ତ କମିଟି ମଧ୍ୟ ଅନୁଶୀଳନ କରିବା ଉଚିତ। ଏନ୍କାଉଣ୍ଟର୍ ତଦନ୍ତ କମିଟିରେ ସାମିଲ ହେବା ଲାଗି ସୁପ୍ରିମ୍ କୋର୍ଟ କୌଣସି କାର୍ଯ୍ୟରତ ବିଚାରପତିଙ୍କୁ ଛାଡ଼ି ପାରିବେ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଉତ୍ତର ପ୍ରଦେଶ ସରକାରଙ୍କୁ କହିଛନ୍ତି। ଏଥିପାଇଁ ସୁପ୍ରିମ୍ କୋର୍ଟରୁ କୌଣସି ଜଣେ ପୂର୍ବତନ ବିଚାରପତି ଏବଂ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ନିଅନ୍ତୁ ବୋଲି ସର୍ବୋଚ୍ଚ ଅଦାଲତ ଉତ୍ତର ପ୍ରଦେଶ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ୍ ପରିସ୍ଥିତି ଯୋଗୁଁ ଅନ୍ୟ…
ଭୁବନେଶ୍ବର, ପରିବହନ କ୍ଷେତ୍ରରେ ପୁଣି ତିନି ମାସ ପାଇଁ ରିହାତି ଘୋଷଣା କରିଛନ୍ତି ରାଜ୍ୟ ସରକାର। ସାମୟିକ ଭାବେ କିଛି ନିର୍ଦ୍ଦିଷ୍ଟ ପରିବହନ ଉପରୁ ମୋଟରଯାନ ଟିକସ ଓ ଅତିରିକ୍ତ ଟିକସ ଛାଡ଼ ଘୋଷଣା କରାଯାଇଛି। ଷ୍ଟେଜ୍ ଓ କଣ୍ଟ୍ରାକ୍ଟ କ୍ୟାରେଜ ଉପରୁ ଟିକସ ଛାଡ଼ ହେବ। ଏବର୍ଷ ଜୁଲାଇରେ 75 ପ୍ରତିଶତ, ଅଗଷ୍ଟରେ 50 ପ୍ରତିଶତ ଓ ସେପ୍ଟେମ୍ବରରେ 25 ପ୍ରତିଶତ ଛାଡ଼ କରାଯିବ। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
ଭୁବନେଶ୍ବର, କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସଙ୍କୁ ପ୍ରୋତ୍ସାହନ ରାଶି ଦିଆଯିବ। ଫାର୍ମାସିଷ୍ଟ, ରେଡିଓଗ୍ରାଫର. ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ମଧ୍ୟ ପ୍ରୋତ୍ସାହନ ରାଶି ଦିଆଯିବ। ଡାକ୍ତରଙ୍କୁ ଦୈନିକ 1 ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ। ନର୍ସ, ଫାର୍ମାସିଷ୍ଟ, ରେଡିଓଗ୍ରାଫର, ଲ୍ୟାବ ଟେକ୍ନସିଆନଙ୍କୁ ଦୈନିକ 5 ଶହ ଟଙ୍କା ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦୈନିକ 2ଶହ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ।
ସମ୍ବଲପୁର, କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ବୁର୍ଲାସ୍ଥିତ ଭିସୁଟକୁ ଜୁଲାଇ 22ରୁ 31 ତାରିଖ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ବଲପୁର ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ଅବଧି ନସରିବା ଯାଏଁ ହୋମ୍ କ୍ବାରେଣ୍ଟିନରେ ଥିବା କର୍ମଚାରୀଙ୍କୁ ବାହାରିବାକୁ ମନା କରାଯାଇଛି। ମୁଖ୍ୟ ଫାଟକକୁ ଛାଡ଼ି ଭିସୁଟର ଅନ୍ୟ ସମସ୍ତ ଗେଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜୟପୁର, ରାଜସ୍ଥାନରେ ରାଜନୈତିକ ହଟଚମଟ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କର ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଆଉ ଏକ କଡା ବାଣ ମାରିଛନ୍ତି। କହିଛନ୍ତି, ପାଇଲଟ୍ ଜଣେ ନିକମା ଓ ନକାରାତ୍ମକ ବ୍ୟକ୍ତି। ପାଇଲଟ ନିଜେ ହିଁ ନିଜ ସରକାର ଭାଙ୍ଗିବାକୁ ଅତି ନୀଚ ଉଦ୍ୟମ କରୁଥବା ଗେହଲଟ କହିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ବେଳେ ସେ କହିଛନ୍ତି, ଏବେ ଦଳରେ ପାଇଲଟଙ୍କ ପ୍ରତି ଆଉ କାହାରି ସମ୍ମାନ ନାହିଁ। ବିଜେପିକୁ ଖୁସି କରିବା ପାଇଁ ସେ ନିଜ ଦଳକୁ ଦୁର୍ବଳ କରିବାରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି ବି କହିଛନ୍ତି ଯେ, ପାଇଲଟଙ୍କ ଶିବିରରେ ଥିବା କିଛି ବିଧାୟକ ଏବେ କହିଛନ୍ତି ଯେ, ସେମାନଙ୍କ ମୋବାଇଲ ଫୋନ ବଳପୂର୍ବକ ସେମାନଙ୍କ ଠାରୁ ଛଡାଇ ନିଆଯାଇଛି। ସେମାନେ ବର୍ତ୍ତମାନ ଦଳକୁ ଫେରି ଆସିବାକୁ ଚାହୁଁଛନ୍ତି। ‘ସତ୍ୟମେବ ଜୟତେ’ କହିବା ସହ ଗେହଲଟ ତାଙ୍କ ଭାଷଣ…
ନୂଆଦିଲ୍ଲୀ: କରୋନା ମହାମାରୀ ସଂକଟ ସମୟରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଭୂମି ପୂଜାର ଆୟୋଜନ। ଏହାକୁ କିନ୍ତୁ କଟୁ ସମାଲୋଚନା କରିଛନ୍ତି ଏନସିପି ମୁଖ୍ୟ ଶରଦ ପାଓ୍ଵାର। ସେ କହିଛନ୍ତି ଯେ ରାମମନ୍ଦିର ନିର୍ମାଣ କରିଦେଲେ ଦେଶରୁ କରୋନା ହଟିଯିବ ବୋଲି କେତେକ ଲୋକ ଭାବୁଛନ୍ତି । ପାଓ୍ଵାରଙ୍କ ଏହି ମନ୍ତବ୍ୟକୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ବି ସମର୍ଥନ କରିଛନ୍ତି। ଅନ୍ୟପକ୍ଷରେ ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପିର ସହଯୋଗୀ ଶିବସେନା କିନ୍ତୁ ରାମ ମନ୍ଦିର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଛି । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଆସନ୍ତା ଅଗଷ୍ଟ ୫ରେ ଭୂମି ପୂଜା କରିବାକୁ ସ୍ଥିର କରାଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ କରାଯାଇଛି। ୫ ତାରିଖରେ ଏହି ଭୂମିପୂଜା ଉତ୍ସବରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ମତି ଦିଆଯିବା ପରେ ତାହାକୁ ଏନସିପି ମୁଖ୍ୟ ଶରଦ ପାଓ୍ଵାର…
ଭୁବନେଶ୍ବର, ଭୁବନେଶ୍ବର ମହାନଗର ଅଞ୍ଚଳରୁ ଆଜି 49 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି 49 ଆକ୍ରାନ୍ତଙ୍କ ସଂଗରୋଧ କେନ୍ଦ୍ରରୁ 34 ଜଣ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ 15 ଜଣ ଚିହ୍ଟଟ ହୋଇଥିବା ଜଣାଯାଇଛି। ସହରର ବରମୁଣ୍ଡା, ଗଙ୍ଗନଗର, ୟୁନିଟ-3ରୁ ଜଣେ ଲେଖାଏଁ ଲୋକାଲ କେସ୍ ଚିହ୍ନଟ ହୋଇଥିବା ବେଳେ ଏଜି ଛକ ନିକଟ ସରକାରୀ ଅଫିସର ଜଣେ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ବିଜେବି ନଗର, କାରଗିଲ ବସ୍ତି, ଲକ୍ଷ୍ମୀସାଗର, ଖଣ୍ଡଗିରି, ନୟାପଲ୍ଲୀ, ଭରତପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆନ୍ଧ୍ର ଫେରନ୍ତା ଏକ ଘରୋଇ ମେଡିକାଲ କଲେଜର 3 କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ନୟାପଲ୍ଲୀରେ ଗୋଟିଏ ପରିବାରର 3 ମହିଳା ଓ ଜଣେ ପୁରୁଷ ସଂକ୍ରମିତ ହୋଇଛନ୍ତି। ମଞ୍ଚେଶ୍ବରରେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ଲୋକଙ୍କ ସଂସ୍ପର୍ଶରେ ଆସି 5 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ…
ନବରଙ୍ଗପୁର, କରୋନା ସଂକ୍ରମଣ ରୋକିବା ପାଇଁ ନବରଙ୍ଗପୁର ଜିଲ୍ଲାକୁ ଆସନ୍ତା ଦୁଇ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି। ଆସନ୍ତାକାଲି ସକାଳ 5ଟାରୁ 22 ତାରିଖ ମଧ୍ୟରାତ୍ର ଯାଏଁ ସଟଡାଉନ ଘୋଷଣା କରାଯାଇଛି। ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବା ପରେ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି। ସଟଡାଉନରେ ସକାଳ 6ରୁ ଦିନ 1ଟା ମଧ୍ୟରେ ଦୋକାନ ଖୋଲା ରହିବ ବୋଲି ଜିଲ୍ଲାପାଳ କହିଛନ୍ତି। କେବଳ କ୍ଷୀର, ପରିବା, ତେଜରାତି ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କରୋନା ଜଟିଳ ଓ ଭୟଙ୍କର ରୂପ ଧାରଣ କରୁଛି । ସେଠାରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ରୂପେ ଭୁଷୁଡି ଗଲାଣି । ମଣିଷମାନଙ୍କ ଜୀବନ ପୋକ ମାଛି ପରି ଝଡ଼ି ପଡ଼ୁଥିବା ବେଳେ ସ୍ୱାସ୍ଥ୍ୟସେବାରୁ ବଂଚିତ ଲୋକଙ୍କ ଜୀବନର ଆର୍ତ୍ତନାଦ ଶୁଣିବାକୁ ସତେ ଯେପରି କେହିନାହାନ୍ତି । କରୋନାର ବିକଟାଳ ସ୍ୱରରେ ସମଗ୍ର ଗଂଜାମର ଛାତି ଥରି ଉଠୁଥିବା ବେଳେ ପ୍ରଶାସନର ଦୁର୍ବଳ ବ୍ୟବସ୍ଥାର ଗୋଟିଏ ଗୋଟିଏ ରୁଗଣ୍ ଚିତ୍ର ବୟାନ କରୁଛି ଗଂଜାମ ଜିଲ୍ଲାର ସ୍ଥିତି କେତେ ସଂଗୀନ । ଦକ୍ଷିଣ ଓଡ଼ିଶାର ବଡ଼ ମେଡ଼ିକାଲ୍ ଏମ୍କେସଜିର ଭିତର କୋଠାର ଅଭାବନୀୟ ଚିତ୍ର ଆଜି ଆମେ କେଡ଼େ ଭୟଙ୍କର ସମୟ ଦେଇ ଗତି କରୁଛୁ ତାହା ବୟାନ କରୁଛି । ତେବେ ଏଠି ପ୍ରଶ୍ନ ଉଠୁଛି, ଗଂଜାମ ଜିଲ୍ଲାରେ ମାଳ ମାଳ ବାବୁ ଓ ହଜାର ହଜାର ସ୍ୱାସ୍ଥ୍ୟକର୍ମୀ ଡ଼ାକ୍ତର…
ଭୁବନେଶ୍ୱର: କୋଭିଡ୍-୧୯ ଭ୍ୟାକ୍ସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ପ୍ରକ୍ରିୟା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ୍ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ୍ରେ ସୋମବାର ଆରମ୍ଭ ହୋଇଛି । ଭାରତର ପ୍ରଥମ କୋଭିଡ-୧୯ ଭ୍ୟାକ୍ସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଦେଶର ୧୨ଟି ଅନୁଷ୍ଠାନକୁ ସ୍ୱୀକୃତି ଦିଆଯାଇଥିବା ବେଳେ ଓଡିଶାର ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ୍କୁ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା ମନୋନୀତ କରଯାଇଛି । ଆଇସିଏମଆର ଓ ଭାରତ ବାୟୋଟେକର ମିଳିତ ସହଯୋଗରେ ଏହି ଭ୍ୟାକସିନ୍ର ପ୍ରସ୍ତୁତି ଚାଲିଥିବା ବେଳେ ସମ୍ ହସ୍ପିଟାଲରେ ଏହାର ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ଭାବେ ପ୍ରିଭେନ୍ଟିଭ ଆଣ୍ଡ ଥେରାପିଉଟିକ୍ କ୍ଲିନିକାଲ୍ ଟ୍ରାଏଲ୍ ୟୁନିଟର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରିଜିଓନାଲ୍ ମେଡିକାଲ ରିସର୍ଚ୍ଚ ସେଂଟର (ଆର୍ଏମ୍ଆର୍ସି)…
ନୂଆଦିଲ୍ଲୀ, 70 ବର୍ଷରେ ପଦାର୍ପଣ କରିଛନ୍ତି ବଲିଉଡର କିମ୍ବଦନ୍ତୀ ଅଭିନେତା ନସିରୁଦ୍ଦିନ ଶାହ। ଏହି ଅବସରରେ ଆଜି ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଚିଛି। ବଲିଉଡର ଅନେକ ଜଣାଶୁଣା କଳାକାର ଏହି ଭେଟେରାନଙ୍କ ଜନ୍ମ ଦିବସରେ ଅଭିନନ୍ଦନ ଜଣାଇଛନ୍ତି। ଅନିଲ କପୁର, ଉର୍ମିଳା ମାତୋନ୍ଦକରସ ରଣଦୀପ ହୁଦା ପ୍ରମୁଖ ନସୁରୁଦ୍ଦିନଙ୍କ କଳା ପ୍ରତିଭାର ଭୂୟସୀ ପ୍ରଶଂସା କରିଛନ୍ତି। ଅନିଲ କପୁର ନସିରୁଦ୍ଦିନଙ୍କ ସହ କାମ କରିଥିବା ‘ଓ ସାତ ଦିନ’ ଚଳଚ୍ଚିତ୍ର ସୁଟିଂ ବେଳର ସ୍ମତି ଚାରଣ କରିଛନ୍ତି। ନସିରୁଦ୍ଦିନ ଶାହ ବଲିଉଡର ଜଣେ ଏଭଳି କଳାକାର, ଯେ କି ତାଙ୍କର ନିଚ୍ଛଟ ଅଭିନୟ ପାଇଁ ତିନି ଥର ନ୍ୟାସନାଲ ଆୱାର୍ଡ ପାଇ ପାରିଛନ୍ତି।
କଟକ, କଟକ ମହାନଗର ନିଗମ ଅଞ୍ଚଳରୁ ଆଜି ଆଉ 16 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ 6 ଜଣ ସରକାରୀ କ୍ବାରେଣ୍ଟିନରୁ, 8 ଜଣ ହୋମ୍ କ୍ବାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ 2ଟି ଲୋକାଲ କଣ୍ଟ୍ରାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି। ଡଗରପଡ଼ାରୁ ଜଣେ ଏବଂ ସୂତାହାଟରୁ ଅନ୍ୟ ଜଣେ ସ୍ଥାନୀୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି।
ଚେନ୍ନାଇ: କୁଖ୍ୟାତ ଚନ୍ଦନକାଠ ତସ୍କର ବୀରାପାନ୍। ଯାହାଙ୍କ ନାଁ ଶୁଣିଲେ ଲୋକଙ୍କ ମନରେ ଆତଙ୍କ ଖେଳି ଯାଉଥିଲା, ଯାହାଙ୍କ ନାଁରେ ଥିଲା ଦେଢଶହରୁ ଅଧିକ ନରହତ୍ୟା ମାମଲା, ଆଜି ସେହି ବୀରାପାନଙ୍କ ଝିଅ ବିଦ୍ୟା ବୀରାପାନଙ୍କୁ ମିଳିଛି ତାମିଲନାଡୁ ରାଜ୍ୟ ଯୁବ ବିଜେପି ଉପସଭାପତି ପଦବୀ। ବୀ୍ରାପାନ୍ର ଝିଅ ତାମିଲନାଡୁ ଯୁବ ବିଜେପିର ଜଣେ ଛାମୁଆଁ ନେତ୍ରୀ ହେବା ଘଟଣା ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି। ଦିନେ ଚନ୍ଦନକାଠ ଚୋରାଚାଲାଣ କରି ବୀରାପାନ ସମଗ୍ର ପଶ୍ଚିମଘାଟ ପର୍ବତମାଳାରେ କୁଖ୍ୟାତ ହୋଇ ଯାଇଥିଲା। ୨୦୦୪ରେ ପୁଲିସ ଗୁଳିରେ ବୀରାପାନର ମୃତ୍ୟୁ ହୋଇଥିଲା। ତେବେ ବୀରାପାନର ୨୯ ବର୍ଷୀୟା ଝିଅ ବିଦ୍ୟା ବୀରାପାନ ଏବେ ତାମିଲନାଡୁ ରାଜ୍ୟ ଯୁବ ବିଜେପିର ଉପ ସଭାପତି ପଦ ସମ୍ଭାଳିଛନ୍ତି। ପୂର୍ବରୁ ବିଦ୍ୟା କ୍ରିଷ୍ଣଗିରିରେ ‘ସ୍କୁଲ୍ ଫର କିଡ୍ସ’ ନାମରେ ଏକ ଶିକ୍ଷାନୁଷ୍ଠାନ ପରିଚାଳନା କରିବା ସହ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ।
ଭୁବନେଶ୍ବର : ଦାୟିତ୍ବ ନେଲେ ଟ୍ବିନିସିଟ୍ର 2 ନବନିଯୁକ୍ତ ଡିସିପି । ଭୁବନେଶ୍ବର ପୋଲିସ୍ ସେବା ଭବନରେ ଏକ କାର୍ଯ୍ୟକ୍ରମରେ ଉଭୟ ଦାୟିତ୍ବ ଗ୍ରହଣ କରିଛନ୍ତି । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ଉପସ୍ଥିତିରେ ଟୁଇନ୍ ସିଟିର ଦୁଇ ଡିସିପି ଦାୟିତ୍ବ ଗ୍ରହଣ କରିଛନ୍ତି । ଡିସିପି ଦାୟିତ୍ୱରେ ଥିବା ଅତିରିକ୍ତ ପୁଲିସ୍ କମିସନର୍ ଅନୁପ କୁମାର ସାହୁ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ନେଲେ ଉମାଶଙ୍କର ଦାଶ ।ସୂଚନାଯୋଗ୍ୟ, ନୂଆ ଡିସିପି ଉମାଶଙ୍କର ଦାଶ ଏହା ପୂର୍ବରୁ ପୁରୀ ଏସପି ଭାବେ କାର୍ଯ୍ୟ କରୁଥିଲେ। ସେହିପରି କଟକ ଡିସିପି ଭାବେ ଦାୟିତ୍ବ ଗ୍ରହଣ କଲେ ପ୍ରତୀକ ସିଂ । ବିଦାୟୀ ଡିସିପି ଅଖିଳେଶ୍ବର ସିଂଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ।ପ୍ରତୀକ ସିଂହ ଏହା ପୂର୍ବରୁ କନ୍ଧମାଳ ଏସପି ଭାବେ କାର୍ଯ୍ୟ କରୁଥିଲେ ।

