Author: Samikhsya Bureau

ନୂଆଦିଲ୍ଲୀ, ବିଶ୍ବ ମହାମାରୀ କରୋନା ଭୂତାଣୁ ରୋକିବା ଲାଗି ସାରା ବିଶ୍ବରେ ବ୍ୟାପକ ପରୀକ୍ଷା ନୀରିକ୍ଷା, ଗବେଷଣା ଜାରି ରହିଛି। ଅନେକ ଦେଶରେ ଟୀକାର ମାନବ ପରୀକ୍ଷଣ ଆଗୁଆ ପର୍ଯ୍ୟାୟରେ ରହିଛି। ଇତିମଧ୍ୟରେ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ ICMR ଓ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ଟୀକା କୋଭାକ୍ସିନର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇ ଯାଇଛି। ଘରୋଇ ଉଦ୍ୟମରେ ପ୍ରସ୍ତୁତ କରାଯାଉଥିବା କୋଭାକ୍ସିନ ଟୀକାର ସଫଳତା ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଆଜି ଟୁଇଟ୍ କରି ସୂଚନା ଦେଇଛନ୍ତି। ତାଙ୍କର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ସେ ଏହି ସୂଚନା ଦେବା ସହ ଆଗକୁ କୋଭାକ୍ସିନର ସଫଳତା ନେଇ ଆଶା ବ୍ୟକ୍ତ କରିଛନ୍ତି। ଏହାର ଦୁଇ ପର୍ଯ୍ୟାୟ ମାନବ ପରୀକ୍ଷଣରେ ବିଶେଷ କିଛି ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ବାୟୋଟେକନୋଲୋଜି ବିଭାଗ ଦ୍ବାରା ମଧ୍ୟ ଗବେଷଣା ଚାଲିଛି। ବିଶ୍ବସ୍ତରରେ ଦେଖିଲେ ଚୀନ କମ୍ପାନି…

Read More

ନୂଆଦିଲ୍ଲୀ, ଆମ୍ ଆଦମୀ ପାର୍ଟି (ଆପ୍) ନେତା ଆତିସି ଆଜି ଦିଲ୍ଲୀର ବସନ୍ତ କୁଞ୍ଜଠାରେ ଥିବା ଇନିଷ୍ଟିଚ୍ୟୁଟ ଅଫ୍ ଲିଭର ଏଣ୍ଡ ବିଲିଆରୀ ସାଇନସେସ୍ (ILBS) ରେ ରକ୍ତ ପ୍ଲାଜମା ଦାନ କରିଛନ୍ତି। ସେ ନିକଟରେ କୋଭିଡ-19 ସଂକ୍ରମଣରୁ ସୁସ୍ଥ ହୋଇଥିଲେ। ଗତ ମାସରେ ପଜିଟିଭ ଜଣାପଡ଼ିବା ପରେ ସେ ଚିକିତ୍ସିତ ହୋଇ ନିକଟରେ ସୁସ୍ଥ ହୋଇଥିଲେ। ପ୍ଲାଜମା ଦାନ କରି କାଲକାଜି ବିଧାୟକ କହିଛନ୍ତି ଯେ, ଯେଉଁମାନେ କରୋନାରେ ଗୁରୁତର ଅଛନ୍ତି ସେମାନଙ୍କୁ ବଞ୍ଚାଇବା ପାଇଁ ପ୍ଲାଜମା ଦାନ କରିବାକୁ ଉତ୍ସାହିତ କରିବା ହେଉଛି ତାଙ୍କର ଉଦ୍ଦେଶ୍ୟ। ଟୀକା ବାହାରିବା ଯାଏଁ ଆମକୁ ଏହିପରି ଭାବେ କୋଭିଡ-19 ଭୂତାଣୁର ମୁକାବିଲା କରିବାକୁ ହିଁ ପଡିବ। ତେଣୁ କରୋନାରୁ ସୁସ୍ଥ ହୋଇଥିବା ସମସ୍ତଙ୍କୁ ସେ ପ୍ଲାଜମା ଦାନ କରିବାକୁ ନିବେଦନ କରିଛନ୍ତି।

Read More

ଭୁବନେଶ୍ବର, କରୋନା ଜାଲରୁ ଏବେ ବି ମୁକୁଳି ପାରୁନାହିଁ ରାଜଧାନୀ ଭୁବନେଶ୍ବର। ପ୍ରାୟ ପ୍ରତିଦିନ ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ ସହରର ବିଭିନ୍ନ ସ୍ଥାନରୁ ଚିହ୍ନଟ ହେଉଛନ୍ତି। ଆଜି ରାଜଧାନୀରୁ 87 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟିନକୁ 41 ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ 46 ଜଣ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟିନ ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ଲୋକାଲ କଣ୍ଟ୍ରାକ୍ଟ କେସ ସଂଖ୍ୟା ଟପିଯାଇଛି। ନୟାପଲ୍ଲି ତ୍ରିନାଥ ନଗର ବସ୍ତିରୁ 4 ଲୋକାଲ କଣ୍ଟ୍ରାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି। ଗୌତମନଗର ହରିହର ଏନକ୍ଲେଭରୁ 3 ଜଣ ଲୋକାଲ କେସ୍, ଗଙ୍ଗନଗର ପିଚୁ ପଡିଆ ବସ୍ତିରୁ 2, ଶୈଳଶ୍ରୀ ବିହାରରୁ 2 ,ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା ଘରୋଇ ହସ୍ପିଚାଲର 2 କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। କାନନବିହାର ଫେଜ-1ରେ ଗୋଟିଏ ପରିବାରରୁ 6 ପଜିଟିଭ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ବ୍ରିଟ୍ କଲୋନୀରୁ 3, ବିଜେବି ନଗରରୁ 3, ଡମଣାରୁ 3, ଲକ୍ଷ୍ମୀସାଗରରୁ…

Read More

ମାଞ୍ଚେଷ୍ଟର, ଓଲଡ ଟ୍ରାଫୋର୍ଡଠାରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଚାଲିଥିବା ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡ ଅଲ ରାଉଣ୍ଡର ବେକ ଷ୍ଟୋକସ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ଏହି ଟେଷ୍ଟରେ ସେ ଦଶମ ଟେଷ୍ଟ ଶତକ ହାସଲ କରିବା ସହିତ ଦେଢଶହ ୱିକେଟ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି। ଟେଷ୍ଟ କ୍ରିକେଟରେ ଏହି ଗୌରବ ହାସଲ କରିବାରେ ଷ୍ଟୋକସ ହେଉଛନ୍ତି ପଞ୍ଚମ ଅଲରାଉଣ୍ଡର। ଦୁଇଟି ଛକା ଓ 17ଟି ଚୌକା ସହାୟତାରେ ସେ 176 କରି ଏକ ଲମ୍ବା ଇନିଂସ ଖେଳିଥିଲେ। ଷ୍ଟୋକସଙ୍କ ପୂର୍ବରୁ ୱେଷ୍ଟ ଇଣ୍ଡିଜ ଅଲରାଉଣ୍ଡର ଗ୍ୟାରୀ ସୋବର୍ସ, ପୂର୍ବତନ ଇଂଲଣ୍ଡ କ୍ରିକେଟର ଇଆନ ବୋଥାମ, ପୂର୍ବତନ ଭାରତୀୟ ଅଲରାଉଣ୍ଡର ରବି ଶାସ୍ତ୍ରୀ ଏବଂ ଦକ୍ଷିଣ ଆଫ୍ରିକାର ଜ୍ୟାକ କାଲିସ ଏହି ଗୌରବ ହାସଲ କରିଛନ୍ତି। ବେନ୍ ଷ୍ଟୋକ୍ସ ଏବଂ ଡୋମିନିକ୍ ଶିବଲେଙ୍କ ଦ୍ବିଶତକ ଭାଗୀଦାରି ବଳରେ ଘରୋଇ ଇଂଲଣ୍ଡ ନିଜ ପ୍ରଥମ ପାଳିକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଦେଇଛି। ଦ୍ବିତୀୟ…

Read More

ଗୋଆଲିୟର(ମଧ୍ୟ ପ୍ରଦେଶ),ଗୋଆଲିୟରରେ ଘଟିଥିବା ଏକ ଦୁଃଖଦ ଘଟଣାରେ ଜଣେ ନାବାଳିକାକୁ ଏକ କୋଚିଂ ସେଣ୍ଟରରେ ଦୁଷ୍କର୍ମ କରାଯାଇଛି। କୋଚିଂ ସେଣ୍ଚର ମାଲିକ ଓ ତାର ସହଯୋଗୀ ନାବାଳିକା ଜଣକୁ ବାରମ୍ବାର ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ କୋଚିଂ ସେଣ୍ଟରର ଶିକ୍ଷକଙ୍କ ସହ ମିଶି ନାବାଳିକ ସହିତ ଆପତ୍ତିଜନକ ଭିଡିଓ କରି ତିନି ବର୍ଷ ହେଲା ବ୍ଲାକମେଲିଂ କରି ଆସୁଥିଲେ। ପୀଡିତା ଜଣକ ଦୁଇଥର ଗର୍ଭପାତ କରିଥିବା ମଧ୍ୟ କହିଛି। ଅଭିଯୋଗ ପାଇବାର ତିନି ଘଣ୍ଚା ମଧ୍ୟରେ ପୋଲିସ ଅଭିଯୁକ୍ତ ମୁକେଶ ଯାଦବ ଓ ରାହୁଲ ଯାଦବଙ୍କୁ ଚିହ୍ନଟ କରିବା ସହ ଗିରଫ କରିଛି।

Read More

ଭୁବନେଶ୍ବର, ସତ୍ୟନଗର ଲେଡିଜ୍ ଫୋରମ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ମହିଳା କମିଶନ କାର୍ଯ୍ୟାଳୟ ନିକଟରେ ଆୟୋଜିତ ଉତ୍ସବରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କରୋନା ମହାମାରୀକୁ ଭୟ ନକରି ନିଜ କର୍ତ୍ତବ୍ୟରେ ଅଟଳ ରହିଥିବା କିଛି ସୈନିକଙ୍କୁ ଏହି ସମ୍ମାନ ଜଣାଇଛି ଲେଡିଜ୍ ଫୋରମ । କର୍ତ୍ତବ୍ୟରତ ଡାକ୍ତର, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି, ଆଇନଜୀବି ଏବଂ କିଛି ରାଜନେତାଙ୍କୁ ଦିଆଯାଇଛି ଏହି ସମ୍ମାନ । ଲେଡିଜ୍ ଫୋରମର ସମ୍ପାଦିକା ଅନୁରାଧା ଦାଶ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେଇ ସମାଜରେ ଏହି ବ୍ୟକ୍ତିବିଶେଷଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଫୋରମ ପକ୍ଷରୁ ଭୁବନେଶ୍ବରରେ ଚଳପ୍ରଚଳ କରୁଥିବା କିଛି ଅଟୋ ଚାଳକଙ୍କୁ ମାସ୍କ, ସାନିଟାଇଜର୍, ସାବୁନ୍ ଓ ଗ୍ଲୋବସ୍ ଦିଆ ଯାଇଥିଲା । ଏହି ସମ୍ମାନ ସଭାରେ ଟ୍ବିନ୍ ସିଟିର ବହୁ ସମ୍ମାନନୀୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । କରୋନାର ଭୟାବହତା ସମୟରେ ଲେଡିଜ୍ ଫୋରମ ପକ୍ଷରୁ ଭୁବନେଶ୍ବରର…

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମାଛ ମାର୍କେଟରୁ ଗତକାଲି ଜଣେ ସ୍ଥାନୀୟ ମାଛ ବେପାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେଲାପରେ ଘଟଣାକୁ ଗୁରୁତର ଭାବେ ନେଇ ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଜେୟ ପ୍ରତାପ ସ୍ୱାଇଁ, ଉପଜିଲ୍ଲାପାଳ ଅଶୋକ ବେଉରିଆ ଏବଂ ଡ଼ି.ଏସ.ପି ସତୀଶ ପାଢ଼ୀ ଆଦି ବାଲୁଗାଁ ଚିଲିକା କୁଳ ସ୍ଥିତ ମାଛ ମାର୍କେଟ ଏବଂ ଖୋର୍ଦ୍ଧା ଜିଲ୍ଲା ଓ ଗଞ୍ଜାମ ଜିଲ୍ଲା ବଡ଼ର ନାଭାଲ ଛକ ପରିଦର୍ଶନ ପାଇଁ ଆସିଥିଲେ । ଜିଲ୍ଲାପାଳ ଚିଲିକା କୁଳ ମାଛ ମାର୍କେଟକୁ ଆଜିଠାରୁ ୭ ଦିନ ଯାଏଁ ସଟ ଡ଼ାଉନ ଘୋଷଣା କରିବା ସହ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସମ୍ପୃକ୍ତ ଆକ୍ରାନ୍ତ ବ୍ୟକ୍ତିଙ୍କ ମାଛ ଗୋଦାମ ଏବଂ ତାଙ୍କର  ସମସ୍ତ ବରଫ ଫାକ୍ଟ୍ରି କୁ ସିଲ କରାଯାଇଛି । ବାଲୁଗାଁ ମାଛ ମାର୍କେଟକୁ ବିଶୋଧନ କରାଯାଇଥିବାବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ଗୋଦାମରେ ଥିବା ସମସ୍ତ…

Read More

ମୁମ୍ବାଇ, କୋଭିଡ-19 ଆକ୍ରାନ୍ତ ହୋଇ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବଲିଉଡ ମହାନାୟକ ଅମିତାଭ ବଚ୍ଚନ କ୍ରମଶଃ ସୁସ୍ଥ ହେଉଛନ୍ତି। ସୁସ୍ଥ ହେବା ପରେ କୋଭିଡ ହସ୍ପିଟାଲରେ ମେଗାଷ୍ଟାର ପୁରୁଣା ଦିନର ସ୍ମୃତି ସବୁ ମନେ ପକାଇ ତାଙ୍କର ସମୟ ବିତାଉଛନ୍ତି। ସେ ତାଙ୍କର ଅତୀତର କଥା ସବୁ ସୋସିଆଲ ମିଡିଆର ବିଭିନ୍ନ ମାଧ୍ୟମରେ ପୋଷ୍ଟ ବି କରୁଛନ୍ତି। ବିଗ ବି ତାଙ୍କର ବ୍ଲଗରେ କରିଥିବା ଏକ ପୋଷ୍ଟରେ ତାଙ୍କ ବାପା ସ୍ବର୍ଗତ କବି ହରିବଂଶ ରାୟ ବଚ୍ଚନ ଲେଖିଥିବା କିଛି ଧାଡ଼ି ଉଲ୍ଲେଖ କରିଛନ୍ତି। ଏଥିସହ ତାଙ୍କଦ୍ବାରା ସେ କିପରି ପ୍ରଭାବିତ ହୋଇଥିଲେ ତାହା କହିଛନ୍ତି। ବିଗ୍ ବି’ ତାଙ୍କ ପୋଷ୍ଟ ଆରମ୍ଭ କରିଛନ୍ତି ଏପରି, ” ବ୍ୟସ୍ତବହୁଳ ଜୀବନ ଭିତରେ ମୁଁ ଯେତେବେଳେ ବି ସମୟ ପାଏ, କେଉଁଠି ବସିବାକୁ, କିଛି ସମୟ ପାଇଁ ଚିନ୍ତା କରିବାକୁ…କଣ ମୁଁ କରିଛି ଏବଂ ମୁଁ କେଉଁଥିରେ ବିଶ୍ବାସ…

Read More

କଟକ : କଟକ ସହରରୁ ଆଜି ଆଉ 11 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ 6 ସରକାରୀ କ୍ବାରେଣ୍ଟାଇନରୁ ହୋମ୍‌ କ୍ବାରେଣ୍ଟାଇନ୍‌ରୁ 3ଜଣ, 2 ଜଣ ଲୋକାଲ୍‌ କେସ୍‌ ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରେ ପୁରୁଣା ରାଉସାପାଟଣାରୁ 2 ଜଣ ରହିଥିବାବେଳେ ଖପୁରିଆରୁ ଜଣେ ଚିହ୍ନଟ ହୋଇଛନ୍ତି ।  ସେହିପରି ବକ୍ସିବଜାରରୁ ଜଣେ ଥିବାବେଳ ଯୋବା ପାରେଶ୍ବର ସାହିରୁ ଜଣେ । ଏସ୍‌ସିବି ମେଡ଼ିକାଲ ଆଇସୋଲେସନ୍‌ ଓ୍ବାର୍ଡରୁ ଜଣେ ଚିହ୍ନଟ ହୋଇଛି । ଅନ୍ୟ ଜିଲ୍ଲାରୁ ଫେରି କ୍ବାରେଣ୍ଟିନ୍‌ରେ ଥିବା 5 ଆକ୍ରାନ୍ତ ଚିହ୍ନଟ । ଆଜି ନୂତନ 11 ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍‌ ଆକ୍ରାନ୍ତ 334ରେ ପହଞ୍ଚିଛି । ସୁସ୍ଥ ହୋଇଛନ୍ତି 188 ଜଣ । ସେହିପରି ଏହି ଜିଲ୍ଲାରେ 7ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସକ୍ରିୟ ରହିଛନ୍ତି 139 ଜଣ ।

Read More

ମୁମ୍ବାଇ, ଆଜିର ବାର୍ଥ ଡେ ଗାର୍ଲ ପ୍ରିୟଙ୍କା ଚୋପ୍ରା। ବଲିଉଡର ଗ୍ଲାମର ଗାର୍ଲ ପ୍ରିୟଙ୍କା ଆଜି 38ରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ବଲିଉଡରୁ ସୋସିଆଲ ମିଡିଆ ସବୁଠି ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ। ତାଙ୍କ ସହିତ ଫିଲମ “ଏତରାଜ”ରେ କାମ କରିଥିବା କରିନା କପୁର “କଫି ଉଇଥ୍ କରନ”ଙ୍କ ସେଟ୍ ରୁ ଏକ ଫଟୋ ପୋଷ୍ଟ କରି ତାଙ୍କ ସହଅଭିନେତ୍ରୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ସେ ଫଟୋ କ୍ୟାପସନରେ ଲେଖିଛନ୍ତି, ସାରା ବିଶ୍ବରୁ ମିଳୁଛି ଶୁଭେଚ୍ଛା, ଆପଣଙ୍କ ପ୍ରେରଣା ସବୁଦିନ ରହିଥାଉ। ଅନୁଷ୍କା ଶର୍ମା ହ୍ୟାପି ବାର୍ଥ ଡେ ଜଣାଇବା ସହ ତାଙ୍କୁ ଜଣେ ଦୃଢମନା, ଲଢୁଆ ଏବଂ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ଭାବେ ବର୍ଣ୍ଣନା କରିଛନ୍ତି। ଏଥିସହିତ “ଦିଲ୍ ଧଡକନ ଦୋ”ର ଏକ ଫଟୋ ପୋଷ୍ଟ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୋନମ କପୁର, ରାକୁଲ ପ୍ରୀତ ସିଂହ, ମନିଷ ପଲ୍ ପ୍ରମୁଖ ପ୍ରିୟଙ୍କାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି।…

Read More

ନୂଆଦିଲ୍ଲୀ, ବିଜେପି ରାଜସ୍ଥାନ ଅଡିଓ ଟେପ୍ ଘଟଣାର ସିବିଆଇ ତଦନ୍ତ ଦାବି କରିଛି। ଏଥିସହିତ ଓଲଟା ରାଜସ୍ଥାନର ଅଶୋକ ଗେହଲଟ୍ ସରକାରଙ୍କୁ ପ୍ରଶ୍ନ କରିଛି ତାଙ୍କ ରାଜ୍ୟରେ କ’ଣ ଫୋନ ଟ୍ୟାପିଂ କରାଯାଉଛି। ଆଜି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରଶ୍ନ ଉଠାଇ କଂଗ୍ରେସକୁ ପାଲଟା ପ୍ରଶ୍ନ ପଚାରିଛନ୍ତି। କଂଗ୍ରେସ ଓ ବିଜେପି ନେତାଙ୍କ ମଧ୍ୟରେ କଥାବାର୍ତ୍ତାର ଏକ ଅଡିଓ ଟେପ୍‌ ଗତ ଦୁଇ ଦିନ ହେବ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। କଂଗ୍ରେସ ଅଭିଯୋଗ ଆଣିଛି ଯେ ଗେହଲଟ୍‌ ସରକାର ଭାଙ୍ଗିବା ପାଇଁ ବିଧାୟକ ଭନୱର ଲାଲ୍‌ ଶର୍ମା ବିଜେପି ସହ କଥା ହେଉଥିବା ବେଳର ଅଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ହେଲେ ବିଜେପି ଏହାର ସିବିଆଇ ତଦନ୍ତ ଦାବି କରିଛି। ବିଜେପି ମୁଖପାତ୍ର ପାତ୍ର କହିଛନ୍ତି କି ‘ବିଜେପି କଥାରେ କ’ଣ ସବୁ କିଛି ହଉଛି? ନିଶ୍ଚିତ ଭାବେ ନା, ଯାହା…

Read More

କଟକ : କଟକ ଜିଲ୍ଲାପାଳଙ୍କ ଅଫିସ୍‌ରେ କରୋନା ସ୍ଥିତି ସମୀକ୍ଷା ବୈଠକ ହୋଇଛି । ବୈଠକ ପରେ କରୋନା ଜିଲ୍ଲା ପର୍ଯ୍ୟବେକ୍ଷକ ସୌରଭ ଗର୍ଗ ପ୍ରତିକ୍ରିୟା ରଖିଛନ୍ତି । ଶିଶୁ ଭବନ, ଏସ୍‌ସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ପାଇଁ ଏସ୍‌ଓପି ଜାରି କରିଛନ୍ତି । ଏହି ତିନି ହସ୍ପିଟାଲର କର୍ତ୍ତୃପକ୍ଷ ସ୍ବତନ୍ତ୍ର ଏସ୍‌ଓପିକୁ କଡାକଡି ପାଳନ କରିବେ । କଟକ ମେଡିକାଲରେ ଯେପରି ପୂର୍ବପରି ସଂକ୍ରମଣ ନ ବ୍ୟାପେ ଦୃଷ୍ଟି ଦିଆଯିବ ବୋଲି ସୂଚନା ଦେଇଛନ୍ତି ସୌରଭ ଗର୍ଗ । ଲକ୍‌ଡାଉନ୍‌ ଚାଲିଛି । ଏହି ସମୟରେ କଟକ ସହର ଓ ମେଡ଼ିକାଲ ଉପରେ ସ୍ବତନ୍ତ୍ର ଦୃଷ୍ଟି ରହିବ । ସ୍ବତନ୍ତ୍ର ଟିମ୍‌ ଦ୍ବାରା କଟକ ସହରରେ ସର୍ଭେଲାନ୍ସ କରାଯିବ । ସ୍ବତନ୍ତ୍ର ଟିମ୍‌ ଦ୍ବାରା କଟକ ସହରରେ ସର୍ଭେଲାନ୍ସ କରାଯିବ ବୋଲି ସୂଚନା ଦେଇଛନ୍ତି ସୌରଭ ଗର୍ଗ ।

Read More

ଭୁବନେଶ୍ବର, ଜାତୀୟ ଗ୍ରୀନ ଟ୍ରିବୁନାଲର ବିଶେଷଜ୍ଞ ସଦସ୍ୟ ତଥା ପୂର୍ବତନ ଡିଜି(ଜଙ୍ଗଲ) ସିଦ୍ଧାନ୍ତ ଦାସଙ୍କୁ ରାଜ୍ୟ ସରକାର ଓଡ଼ିଶା ରିୟଲ ଇଷ୍ଟେଟ୍ ରେଗୁଲେଟୋରୀ ଅଥରିଟି(ଓରେରା) ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି ପଦ ଗତ ମେ ମାସରୁ ଖାଲି ପଡିଥିଲା। ଦାସଙ୍କ ନିଯୁକ୍ତି ସଂକ୍ରାନ୍ତରେ ରାଜ୍ୟ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବିକାଳ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ନୂଆ ନିଯୁକ୍ତି ଓ ତାଙ୍କ ଉପରେ ଆସ୍ଥା ରଖିଥିବା ପାଇଁ ଶ୍ରୀ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାଦ୍ବାରା ସେ ଓଡ଼ିଶାର ପ୍ରଗତି ଏବଂ ରାଜ୍ୟବାସୀଙ୍କ କଲ୍ୟାଣ ଦିଗରେ ପ୍ରତ୍ୟକ୍ଷ ଭାବେ କାମ କରିବାର ସୁଯୋଗ ପାଇବେ ବୋଲି କହିଛନ୍ତି।

Read More

ରମେଶ ମହାନ୍ତି ଜଗତସିଂହପୁର: 22 ଦିନ ପାଇଁ ସଟ୍‌ଡାଉନ୍‌ ହେବ ପାରାଦୀପ ଆଇଓସିଏଲ୍‌। ଜୁଲାଇ 25ରୁ ଅଗଷ୍ଟ 15 ତାରିଖ ଯାଏଁ ସଟ୍‌ଡାଉନ୍‌ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଇଓସିଏଲ୍‌ ତୈଳ ବିଶୋଧାନାଗାର ସଟ୍‌ଡାଉନ୍‌ ନେଇ ଜିଲ୍ଲାପାଳ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ମେଣ୍ଟୋନାନ୍ସ କାର୍ଯ୍ୟ ପାଇଁ ସଟ୍‌ଡାଉନ୍‌ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। 2018 ମାର୍ଚ୍ଚ ପରଠାରୁ ଏଯାବତ୍‌ ମେଣ୍ଟେନାନ୍ସ ହୋଇନି। ଏବେ ମେଣ୍ଟେନାନ୍ସ କାର୍ଯ୍ୟ କରାଯିବ। ସମସ୍ତ ପ୍ରସ୍ତୁତି କରାଯାଇଛି। ଏହି ମେଣ୍ଟେନାନ୍ସ କାର୍ଯ୍ୟରେ ଆଇଓସିଏଲ୍‌ ଆଖପାଖ ଗାଁରେ 7 ଶହରୁ 8 ଶହ ଲୋକ ବି କାମ କରିବେ। ସଟ୍‌ଡାଉନ୍‌ ବେଳେ ଭିଡ ଏଡାଇବାକୁ ଆଇଓସିଏଲ୍‌ ପାଖରେ 144 ଲାଗିବ  ବୋଲି ସୂଚନା ରହିଛି। ଆଇଓସିଏଲ୍‌ ସଟ୍‌ଡାଉନ୍‌ ସମୟରେ କରୋନା ଗାଇଡଲାଇନ୍‌ ପାଳନ ହେବା ସହ ସହଯୋଗ କରିବାକୁ ଜିଲ୍ଲାପାଳ ଆହ୍ବାନ କରିଛନ୍ତି। ଆଇଓସିଏଲ୍‌ରେ ରହିଥିବା ପ୍ରଫେସନାଲ୍‌ ଟେକ୍ନିକାଲ୍‌ ଇଞ୍ଜିନିୟରମାନଙ୍କର ସ୍ବାବ ଟେଷ୍ଟ କରାଯାଉଛି।…

Read More

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ରାଜଧାନୀ ହଜରତଗଞ୍ଜ  କୋତବାଲୀ ଅଞ୍ଚଳର ବିଧାନସଭା ସାମ୍ନା ତଥା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ ସାମ୍ନାରେ ମା’   ଝିଅ ଆତ୍ମହତ୍ୟା କରିବାର ଉଦ୍ୟମ କରିଛନ୍ତି । ଦୁହେଁ ଦେହରେ କିରୋସିନି ଢାଳି ନିଆଁ ଲଗାଇଥିଲେ । ପୋଲିସ୍‌ ଦୁହିଁଙ୍କ ବଞ୍ଚାଇବାକୁ ପ୍ରୟାସ କରିଥିଲା । ମା’ ଝିଅଙ୍କୁ ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ପୀଡ଼ିତା ଦୁହେଁ ଆମେଠିରେ ବୋଲି ସୂଚନା ରହିଛି । ଦୁହେଁ ଅତ୍ୟନ୍ତ କଡା ସୁରକ୍ଷା ବଳୟରେ ରହିଥିବା ସ୍ଥାନରେ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ସ୍ଥାନରେ ଲୋକ ଭବନ  ଓ ବିଧାନ ଭବନ ରହିଛି । ଏଠାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ ମଧ୍ୟ ରହିଛି ।  ଆମେଥିର ଜାମୋ ଅଞ୍ଚଳରେ ମହିଳାଙ୍କର ଜମି ବିବାଦ ଲାଗି ରହିଥିବା ବେଳେ ପୁଲିସ୍‌ ଏନେଇ କୌଣସି ପ୍ରକାର ସହଯୋଗ ନକରିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା କରିବାର ନିଷ୍ପତ୍ତି…

Read More

Remembering the legendary leader & Iconic freedom fighter #NelsonMandela on his birth anniversary. Today is #MandelaDay . “Let’s reflect on ways to follow his call to “make of the world a better place.”  Sand Art Sudarsan Patnaik at Puri Beach ,India .

Read More

ନାଗପୁର :  କ୍ବାରେଣ୍ଟାଇନ୍‌ ବା ସଙ୍ଗରୋଧ କେନ୍ଦ୍ରରେ ରହି କରୋନାରୁ ସୁସ୍ଥ ହେବାକୁ ଉଦ୍ଦିଷ୍ଟ ହୋଇଥିବାବେଳେ କେହି କେହି ଏହାର ଫାଇଦା ଉଠାଇବାକୁ ଚାହୁଁଛନ୍ତି । ନିକଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ସଙ୍ଗରୋଧ କେନ୍ଦ୍ରଗୁଡିକ କରୋନାର ଚିକିତ୍ସା ପାଇଁ ଉଦ୍ଦିଷ୍ଟ ହୋଇଥିବାବେଳେ ଏହି କେନ୍ଦ୍ରରେ ନିଜ ପ୍ରେମୀ ସହ ଏକାଠି ରହିବାର ପ୍ଲାନ୍‌ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ମହିଳା କନେଷ୍ଟବଳ । ମହାରାଷ୍ଟ୍ର ନାଗପୁର ଅଞ୍ଚଳରେ ଏପରି ଏକ ଘଟଣା ସାମ୍ନାକୁଆସିଛି । ଯେଉଁଠାରେ ଜଣେ ମହିଳା କନେଷ୍ଟବଳ ନିଜ ପ୍ରେମିକକୁ ନିଜ ସ୍ବାମୀ ରୂପେ ପରିଚୟ ଦେଇ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏହି ଘଟଣାଟି ବେଶ୍‌ ରୋଚକ୍‌ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁସାରେ ବଜାଜ ନଗର ଥାନାରେ ଜଣେ ମହିଳା କନେଷ୍ଟବଳ ଓ  ତାଙ୍କର ଜଣେ କର୍ମଚାରୀ କରୋନା ପଜିଟିଭ୍‌…

Read More

ନୂଆଦିଲ୍ଲୀ : କରୋନା ମହାମାରୀର ପ୍ରକୋପ ଦ୍ରୁତ ଗତିରେ ବଢିବାରେ ଲାଗିଛି । ପ୍ରାୟ ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ ମାମଲା ସାମ୍ନାକୁ ଆସୁଛି ।  ଗତ 24 ଘଣ୍ଟା ମଧ୍ୟରେ ଦେଶରେ 34 ହଜାରରୁ ଅଧିକ ନୂତନ ମାମଲା ସାମ୍ନାକୁ ଆସିଛି । ସେହିପରି 671 ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ  ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ଗତ 24 ଘଣ୍ଟା ମଧ୍ୟରେ 34 ହଜାର 884 ଜଣ ଆକ୍ରାନ୍ତ ହୋଇଛନ୍ତି । ଦେଶରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା 10 ଲକ୍ଷ 38 ହଜାର 716ରେ ପହଞ୍ଚିଛି ।  ସେହିପରି ଦେଶରେ ମୃତକଙ୍କ ସଂଖ୍ୟା 26 ହଜାର 273ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ୍‌ ସଂକ୍ରମିତଙ୍କ ମଧ୍ୟରୁ 6 ଲକ୍ଷ 53 ହଜାର 751 ଜଣ ସୁସ୍ଥ ହୋଇଥିବାବେଳେ ଏପର୍ଯ୍ୟନ୍ତ ଦେଶରେ 3 ଲକ୍ଷ 58 ହଜାର 692ଜଣ…

Read More

ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି ତିନିଜଣଙ୍କ ମୁଣ୍ଡ ନେଇଛି କରୋନା । ଏହି ମୃତକଙ୍କ ମଧ୍ୟରେ ଦୁଇ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଗଜପତି ଜିଲ୍ଲାରୁ ଜଣେ ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜାମ ଜିଲ୍ଲାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ମଧ୍ୟରେ ଦୁଇଜଣ ରହିଛନ୍ତି । ଜଣେ 63 ବର୍ଷୀୟ ପୁରୁଷ ରହିଥିବାବେଳେ ଅନ୍ୟ ଜଣେ 60 ବର୍ଷୀୟ ପୁରୁଷ । ସେହିପରି ଗଜପତି ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 48 ବର୍ଷ ମହିଳା  ବୋଲି ସୂଚନା ରହିଛି । ରାଜ୍ୟରେ ମୃତକଙ୍କ ସଂଖ୍ୟା 86କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 52କୁ ବୃଦ୍ଧି ହୋଇଛି ।

Read More

ଭୁବନେଶ୍ବର : ଆଜି ରାଜ୍ୟରେ 591 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।  25ଟି ଜିଲ୍ଲାରୁ ମୋଟ୍‌ 591 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 182 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 121, କଟକରୁ 38, ବରଗଡରୁ 35, ଜଗତସିଂହପୁର, ମୟୂରଭଞ୍ଜ, ନବରଙ୍ଗପୁରରୁ 22 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସମ୍ବଲପୁରରୁ 20, ଯାଜପୁରରୁ 19, ସୁନ୍ଦରଗଡରୁ 18, ବାଲେଶ୍ବରରୁ 13, ନୟାଗଡରୁ 11, ବଲାଙ୍ଗିର ଓ ଢେଙ୍କାନାଳରୁ 9 ଜଣ ଲେଖାଏଁ ରହିଛନ୍ତି । ମାଲ୍‌କାନଗିରି, କେନ୍ଦ୍ରାପଡାରୁ 8 ଜଣ ଲେଖାଏଁ ଚିହ୍ନଟ ହୋଇଥିବା ସ୍ଥଳେ ପୁରୀ ଓ କେଉଁଝରର 6 ଜଣ ଲେଖାଏଁ ରହିଛନ୍ତି ।  ବୌଦ୍ଧ ଓ ଝାରସୁଗୁଡାରୁ 5 ଜଣ ଲେଖାଏଁ ରହିଛନ୍ତି । ସେହିପରି କୋରାପୁଟରୁ 4, ଭଦ୍ରକ ଓ ଦେବଗଡରୁ 3ଜଣ ଲେଖାଏଁ ରହିଥିବାବେଳେ ଅନୁଗୁଳ ଓ ରାୟଗଡାରୁ ଜଣେ ଲେଖାଏଁ ରହିଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 591 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 394ଜଣ ଚିହ୍ନଟ ହୋଇଥିବାବେଳେ 197ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 16 ହଜାର 701କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 5ହଜାର 259ଜଣ । ସେହିପରି ସୁସ୍ଥ ହୋଇଛନ୍ତି 11 ହଜାର 330 ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 83ଜଣ । ସେହିପରି 26 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More