ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 4 ଜଣଙ୍କ ଜୀବନ ନେଇଛି କରୋନା । ଆଜି ରାଜ୍ୟରେ 4 ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ଭୁବନେଶ୍ବରରୁ ଜଣେ ଲେଖାଏଁ ରହିଛନ୍ତି । ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ଜଣେ 71 ବର୍ଷ ଆକ୍ରାନ୍ତ ରହିଛନ୍ତି । ସେ ଓରାଲ୍ କ୍ୟାନସରରେ ମଧ୍ୟ ପୀଡ଼ିତ ଥିଲେ । ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ଜଣକ ଖୋର୍ଦ୍ଧା ଜିଲ୍ଲାର 40 ବର୍ଷର ମହିଳା ବୋଲି ଜଣାପଡିଛନ୍ତି । ସେହିପରି ଅନ୍ୟ ଜଣେ ଭୁବନେଶ୍ବରର 71 ବୟସ୍କ ବୋଲି ସୂଚନା ରହିଛି । ସେ ବ୍ଲଡ୍ କ୍ୟାନସରରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି । ଅନ୍ୟ ମୃତକ ଜଣକ ଗଞ୍ଜାମ ଜିଲ୍ଲାର । 80 ବର୍ଷୀୟ ବୃଦ୍ଧ ବ୍ୟକ୍ତି…
Author: Samikhsya Bureau
ଭୁବନେଶ୍ବର: ଆଜି 23ଟି ଜିଲ୍ଲାରୁ 543ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ 188 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 87, ସୁନ୍ଦରଗଡରୁ 52, କଟକରୁ 39, ଗଜପତିରୁ 29, ରାୟଗଡାରୁ 24, ମୟୂରଭଞ୍ଜ ଓ କେଉଁଝରରୁ 22 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଗତସିଂହପୁରର 14, ମାଲ୍କାନଗିରିରୁ 11, କେନ୍ଦ୍ରାପଡାରୁ 10, ବାଲେଶ୍ବରରୁ 8, ପୁରୀ ଓ ବୌଦ୍ଧରୁ 7, ଝାରସୁଗୁଡାରୁ 6, ବଲାଙ୍ଗିରରୁ 5ଜଣ, ବରଗଡରୁ ତିନିଜଣ, ସମ୍ବଲପୁର ଓ ନୟାଗଡାରୁ 2 ଜଣ ଚିହ୍ନଟ ହୋଇଛନ୍ତି। ନୟାଗଡ ଯାଜପୁର, ଅନୁଗୁଳ, ଭଦ୍ରକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। କେଉଁ ଜିଲ୍ଲାରୁ କିପରି ରହିଛି ସ୍ଥିତି: ଜିଲ୍ଲା ପଜିଟିଭ୍ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ) ଗଞ୍ଜାମ 4335 2433 1856 44 2 ଖୋର୍ଦ୍ଧା 1423 935 471 12 5 କଟକ 1060 786 263 8 3 ଯାଜପୁର 914 561 352 1…
ଭୁବନେଶ୍ବର : ରାଜ୍ୟରେ ଆଜି 543 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 354 ଜଣ ଚିହ୍ନଟ ହୋଇଥିବାବେଳେ 189ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 14ହଜାର 280ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 4ହଜାର 929ଜଣ । ସେହିପରି ସୁସ୍ଥ ହୋଇଛନ୍ତି 9ହଜାର255ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 74ଜଣ । ସେହିପରି 22ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ/ବ୍ୟାଙ୍କକ, କରୋନାର ଭୟଙ୍କର ସ୍ଥିତି ପାଇଁ ବର୍ତ୍ତମାନ ସାରା ବିଶ୍ବ ଏକ ପ୍ରକାର ବନ୍ଦ ହୋଇଯାଇଛି। ସ୍କୁଲ କଲେଜଠାରୁ ଆରମ୍ଭ କରି ମଲ ସିନେମା ହଲ ସବୁ ବନ୍ଦ। ହେଲେ ଏପରି ସଙ୍କଟମୟ ପରିସ୍ଥିତିରେ ଥାଇଲାଣ୍ଡ ତରଫରୁ ଛାତ୍ରଛାତ୍ରୀଙ୍କ ପାଇଁ ନିଆଯାଇଛି ଅଭିନବ ପଦକ୍ଷେପ। ପିଲାମାନଙ୍କର ଶିକ୍ଷା ବର୍ଷ ଶେଷ ହେବାକୁ ଯାଉଥିବାରୁ ଥାଇଲାଣ୍ଡ ଏହି ଭିନ୍ନ ପଦକ୍ଷେପ ନେଇ ପିଲାଙ୍କ ପାଠପଢା ପୁଣି ଆରମ୍ଭ କରାଯାଇଛି। ପଦକ୍ଷେପ ଅନୁସାରେ ସ୍କୁଲରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାଇ ରଖାଯଇଛି। ସେତିକି ନୁହେଁ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ଯେପରି କରୋନା ସଂକ୍ରାମଣ ନ ହୁଏ ସେଥିପାଇଁ ସମସ୍ତଙ୍କ ଛାତ୍ରଛାତ୍ରୀଙ୍କ ପାଇଁ ତିଆରି କରାଯାଇଛି ବକ୍ସ। ସେହି ବକ୍ସ ଭିତରେ ଛିଙ୍କିଲେ ବି ତାହା ସେହି ଭିତରେ ହିଁ ସୀମିତ ରହିବ। ସେହିପରି ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟ କରାଯାଇଛି। ସ୍କୁଲକୁ ପ୍ରବେଶ ବେଳେ ସେମାନଙ୍କ ତାପମାତ୍ର ମପା ଯିବା ସହିତ ସାମାଜିକ…
ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଡ଼ତିରା ପଞ୍ଚାୟତର ପଞ୍ଚେଇ ଠାରେ ଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଛୁରାମାଡରେ ଜଣେ ଗୁରୁତର ଆହତ ହୋଇ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ ଜଡ଼ତିରା ପଞ୍ଚାୟତର ପଞ୍ଚେଇ ଠାରେ ଥିବା କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଗତକାଲି (ସୋମବାର) ସଂଧ୍ୟାରେ ସ୍ଥାନୀୟ ବନ୍ଧବାଟି ଗ୍ରାମର ବିରବର ନାଥଙ୍କ ପୁଅ ବଂଶୀଧର ନାଥ (କାଳିଆ) ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ପହଞ୍ଚି ସରପଞ୍ଚ ଓ ତାଙ୍କ ଦିଅରଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ବଡପାଟିରେ ଗାଳିଗୁଲଜ କରୁଥିବା ବେଳେ ଉକ୍ତ ସେଣ୍ଟରରେ ରୋଷେଇ କରି ଖାଦ୍ୟ ଯୋଗାଉଥିବା ପଞ୍ଚେଇ ଗ୍ରାମର ଉପେନ୍ଦ୍ର ସାହୁଙ୍କ ପୁଅ ଅନନ୍ତ ନିଶାସକ୍ତ ଅବସ୍ଥାରେ ଥିବା କାଳିଆକୁ ବୁଝାସୁଝା କରି କେନ୍ଦ୍ର ବାହାରେ ଛାଡିଥିଲା। ପୁନର୍ବାର କାଳିଆ ଏକ ଧାରୁଆ ଛୁରୀ ଧରି ଆସି ଉକ୍ତ କେନ୍ଦ୍ରରେ ପହଞ୍ଚି ଅଶ୍ଳୀଳ…
ନୂଆଦିଲ୍ଲୀ : ଭାରତରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ 28 ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 9 ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 23 ହଜାର 727 ଛୁଇଁଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 28 ହଜାର 498 ନୂତନ ମାମଲା ସାମ୍ନାକୁ ଆସିଛି । ସେହିପରି 553 ଜଣ ପ୍ରାଣ ହରାଇଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 9 ଲକ୍ଷ 06 ହଜାର 752 ରେ ପହଂଚିଛି । ଭାରତରେ 23 ହଜାର 727 କୁ ବୃଦ୍ଧି ହୋଇଛି ମୃତ୍ୟୁ ସଂଖ୍ୟା । ମୋଟ୍ ସଂକ୍ରମିତ ମଧ୍ୟରୁ 5 ଲକ୍ଷ 71…
ତାମିଲନାଡୁ : କରୋନା ମହାମାରୀ ଯୋଗୁଁ ଦେଶ ସାରା ଲକ୍ଡାଉନ୍ ଜାରି ରହିଥିବାବେଳେ ଜୁଲାଇର ପ୍ରଥମାର୍ଦ୍ଧରୁ ଅନେକ ସ୍ଥାନରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ କରୋନା ମାମଲା ବୃଦ୍ଧି ଦେଖି କିଛି କଟକଣା ଜାରି କରାଯାଇଛି । କିନ୍ତୁ ଦେଖାଯାଉଛି କେହି କେହି ଏହାର କଟକଣା ପାଳନ କରୁନାହାନ୍ତି । ନିକଟରେ ତାମିଲନାଡୁର ତିରୁପଟ୍ଟୁର ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ଲକ୍ଡାଉନ୍ ନିୟମର କଟକଣାକୁ ଠିକ୍ ରୂପେ ପାଳନ ନ କରିବାରୁ ପୋଲିସ୍ ଉକ୍ତ ଯୁବକକୁ ଅଟକ ରଖିବା ସହ ତାଙ୍କ ଗାଡିକୁ ଜବତ କରିଥିଲା କିନ୍ତୁ ଯୁବକ ଜଣକ ଏଥିରେ ଉତ୍କ୍ଷିପ୍ତ ହୋଇ ନିଜକୁ ନିଆଁ ଲଗାଇଦେଇଛି । ମିଳିଥିବା ସୂଚନା ଅନୁସାରେ ଯୁବକଟିର ନାମ ମୁଗଲିନ୍ । 27 ବର୍ଷୀୟ ମୁଗଲିନ୍ ଅମ୍ବୁର୍ର ଅାନ୍ନା ନଗରରେ ରହୁଥିଲେ । ରବିବାର ଦିନ ସେ ତାଙ୍କ ଦୁଇ ଚକିଆ ଯାନରେ…
ଖୋର୍ଦ୍ଧା : ପୁଣି ଜଣେ କରୋନା ଯୋଦ୍ଧା କରୋନାରେ ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତରଙ୍କୁ କରୋନା ହୋଇଥିବାର ସୂଚନା ରହିଛି। ଡାକ୍ତରଙ୍କଠାରେ କରୋନା ଚିହ୍ନଟ ହେବା ପରେ ଏଡିଏମ୍ଓ କଟକଣା ଜାରି କରିଛି । କେବଳ ଗୋଟିଏ ଗେଟ୍ ଦେଇ ମେଡ଼ିକାଲକୁ ପ୍ରବେଶ ଅନୁମତି ରହିଛି । ସେହିପରି ରୋଗୀଙ୍କ ସହ ଜଣେ ଆଟେଣ୍ଡାଣ୍ଟଙ୍କୁ ଆସିବାକୁ ଅନୁମତି ରହିଛି । ଓପିଡି ସାନିଟାଇଜ୍ କରିବାକୁ ଏଡିଏମ୍ଓଙ୍କ ନିର୍ଦ୍ଦେଶ ରହିଛି ।
କେଦାର ମିଶ୍ର ଆଜି ଯେତେବେଳେ ଏକ ଭୟଙ୍କର ବିପଦକୁ ଆମେ ସାମ୍ନା କରୁଛେ, ସେତେବେଳେ ସେହି ବିପଦରୁ ରକ୍ଷା ପାଇବାକୁ ଆମକୁ ଏକମାତ୍ର ଔଷଧ ଭାବରେ ସାମାଜିକ ଦୂରତାର ଚିଠା ଧରେଇ ଦିଆ ଯାଇଛି। ସ୍ପର୍ଶ ମାଧ୍ୟମରେ କରୋନା ଭୂତାଣୁ ସଂକ୍ରମିତ ହେଉଥିବାରୁ ଏବେ ପରଷ୍ପରଠାରୁ ଦୂରତା ଅବଲମ୍ବନ କରିବା ଜରୁରୀ ହୋଇପଡିଛି। ତେବେ ଶାରୀରିକ ଦୂରତାକୁ ଆମେ ସାମାଜିକ ଦୂରତା ବୋଲି କହୁଛେ କାହିଁକି? ଏହି ତଥାକଥିତ ସାମାଜିକ ଦୂରତାକୁ କଡାକଡି ଭାବରେ ଲାଗୁ କରିବାକୁ ଯାଇ ଆମ ଭିତରେ କ୍ରମଶଃ କେବଳ ସାମାଜିକ ଖାଇ ତିଆରି ହେଉଛି ତାହା ନୁହେଁ, ଏହା ଆମକୁ ଅନେକାଂଶରେ ଅମଣିଷ ଓ ଅସଭ୍ୟ କରି ଦେଉଛି। ସାମାଜିକ ଦୂରତା ପାଇଁ ଲକ ଡାଉନ ପାଳନ କରିବା ସମୟରେ ମାନବିକତାର ଛୋଟ ଛୋଟ ଦିଗ ପ୍ରତି ଆମେ ଯେଉଁ ଅବହେଳା କରିଛୁ, ସେଥିଲାଗି ଆମକୁ ଏକ ସମାଜ ଭାବରେ ଢେର ମୂଲ୍ୟ ଦେବାକୁ ପଡୁଛି।…
ଭୁବନେଶ୍ବର, କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କ ପାଇଁ ଖାଦ୍ୟ ଖର୍ଚ୍ଚ ସରକାର ନିର୍ଦ୍ଧାରଣ କରିଛନ୍ତି। କୋଭିଡ କେୟାର ସେଣ୍ଟର, କୋଭିଡ ହେଲଥ ସେଣ୍ଟର ଓ କୋଭିଡ ହସ୍ପିଟାଲ ପାଇଁ ଡାକ୍ତର ଏବଂ ପାରା ମେଡିକାଲ କର୍ମଚାରୀଙ୍କ ପାଇଁ ଖାଦ୍ୟ ଖର୍ଚ୍ଚ ନିର୍ଦ୍ଧାରଣ ହୋଇଛି। ଡାକ୍ତର, ପାରାମେଡିକାଲ କର୍ମଚାରୀଙ୍କ ଦୈନିକ ଖାଦ୍ୟ ଖର୍ଚ୍ଚ ବାବଦରେ 240 ଟଙ୍କା ଧାର୍ଯ୍ୟ କରାଯାଇଛି। ଖାଦ୍ୟ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଯୋଗାଇ ଦିଆଯିବ।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ଚିଲିକା ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଆଜି ବାଣପୁରରେ ଆଉ ଏକ ଜଟିଳ ପରିସ୍ଥିତି ଦେଖାଦେଇଛି। ବାଣପୁର ସବ ଜେଲକୁ ମଧ୍ୟ କରୋନା ଭୂତାଣୁ ଛୁଇଁଛି। ଜଣେ ବିଚାରାଧୀନ କଏଦୀଙ୍କୁ କରୋନା ହୋଇଥିବାର ସୂଚନା ରହିଛି। ହେଲେ କଏଦୀ ଜଣକ ଜାମିନୀ ପାଇ ଘରକୁ ଗଲାପରେ ତାଙ୍କ ରିପୋର୍ଟ ପୋଜିଟିଭ ଆସିଥିବାରୁ ସ୍ଥାନୀୟ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି। ବିଚାରାଧୀନ କଏଦୀ ଜଣକ ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରାପୁଟ ଗ୍ରାମର ବୋଲି ଜେଲ ସୁପରିଟେଣ୍ଡେଣ୍ଟ କୋଶଳପଦ୍ମିନୀ ଦଳବେହେରା କହିଛନ୍ତି। ସୂଚନା ନେବାରୁ ଜଣାପଡିଛି ଯେ ବାଣପୁର ସବ ଜେଲରେ ବର୍ତ୍ତମାନ ସମୁଦାୟ ୧୬୬ ଜଣ କଏଦୀ ଅଛନ୍ତି ଯେଉଁଥିରେ ଦୋଷୀ ସାବ୍ୟସ୍ତ କଏଦୀ ୩0 ଜଣ ଥିବା ବେଳେ ବିଚାରାଧୀନ କଏଦୀ ଅଛନ୍ତି ୧୩୬ ଜଣ। କିଛି ଦିନ ତଳେ ଜେଲ କର୍ତ୍ତୃପକ୍ଷ ସମସ୍ତ…
ନୂଆଦିଲ୍ଲୀ, ବର୍ତ୍ତମାନ ସାରା ପୃଥିବୀରେ କୋଭିଡ19 ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ହିସାବ ଅନୁସାରେ ସାରା ବିଶ୍ବରେ ଏହି ସଂଖ୍ୟା ଏକ କୋଟି 30 ଲକ୍ଷ ଟପିଯାଇଛି।
ଜଗତସିଂହପୁର, ଜିଲ୍ଲାର ସୀମା ଶିଖରଘାଟ ଠାରେ ଥିବା ଚେକିଂ ପୋଷ୍ଟରେ ଓଡିଶାକୁ ପ୍ରବେଶ କରୁଥିବା ଯାତ୍ରୀମାନଙ୍କୁ ଯାଞ୍ଚ କରି ପ୍ରବେଶ ଅନୁମତି ଦିଆଯାଉଛି।
କଟକ, କୋଭିଡି19 ଯୁଦ୍ଧରେ ଯୋଦ୍ଧା ସାଜିଥିବା କଟକ ପୋଲିସର ମନୋବଳ ବଢାଇବା ପାଇଁ ଭୁବନେଶ୍ବର @roundtable53 ଏବଂ କଟକ @round137 ତରଫରୁ 45 ହଜାରଟି ଶକ୍ତି ପାନୀୟ ପ୍ରଦାନ କରିଛନ୍ତି।
ଭୁବନେଶ୍ବର, ବିଜୁ ଜନତା ଦଳ ବର୍ତ୍ତମାନ ନିଜର ସଂଗଠନକୁ ସୁଦୃଢ କରିବାରେ ଲାଗିଛି। ନିକଟରେ ଦୁଇ ଥର ବିଭିନ୍ନ ପଦପଦବୀ ସଂପର୍କରେ ଘୋଷଣା କରାଯାଇଛି। ସେହିପରି ଆଜି ଦଳର 31ଟି ସାଂଗଠନିକ ଜିଲ୍ଲା ପାଇଁ ବରିଷ୍ଠ ନେତ୍ରୀଙ୍କୁ ଦାୟିତ୍ବ ବଣ୍ଟା ଯାଇଛି। ଏ ନେଇ ଦଳର ସାଧାରଣ ସଂପାଦକ ମିଡିଆ ସେଲ ମାନସ ମଙ୍ଗରାଜ ଏକ ବିଜ୍ଞପ୍ତି ମାଧ୍ୟମରେ ଅବଗତ କରାଇଛନ୍ତି। ସେହି ବିଜ୍ଞପ୍ତି ଅନୁସାରେ ଯେଉଁମାନଙ୍କୁ ଯେଉଁ ଜିଲ୍ଲା ଦାୟିତ୍ବ ଦିଆଯାଇଛି ତାହା ହେଲା
ବ୍ରହ୍ମପୁର, କରୋନା ସଂକ୍ରମଣକୁ ରୋକିବା ସକାଶେ ବ୍ରହ୍ମପୁର ସହର ସୀମାକୁ ସିଲ୍ କରି ଦିଆଯାଇଛି। ବ୍ରହ୍ମପୁର ମହାନଗର ନିଗମ ବିଏମସି କମିଶନର ଏହି ଘୋଷଣା କରିଛନ୍ତି। ବ୍ରହ୍ପପୁର ସହରକୁ ଚାରି ଦିଗରେ ବନ୍ଦ ଘୋଷଣା କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବ୍ରହ୍ମପୁର ସହର ସବୁ ଦିଗରୁ ବନ୍ଦ ରହିବ ବୋଲି କମିଶନର ଆଜି ଏକ ପ୍ରେସ ମିଟରେ କହିଛନ୍ତି। କୌଣସି ଲୋକ ବ୍ରହ୍ମପୁରକୁ ଆସି ପାରିବେନି କି ସହର ବାହାରକୁ ଯାଇ ପାରିବେନି। କେବଳ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ କଟକଣାରୁ ମୁକ୍ତ ରହିବେ। ମାଲ ପରିବହନକାରୀ ଚାଡିକୁ ଯାତାୟତ ପାଇଁ କେବଳ ଅନୁମତି ମିଳିବ। ରେଳ କିମ୍ବା ବିମାନ ଟିକେଟ ଥିବା ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ଦିଆଯିବ ବୋଲି କମିଶନର କହିଛନ୍ତି।
ଜୟପୁର, ରାଜସ୍ଥାନରେ କଂଗ୍ରେସ ସରକାରଙ୍କୁ ବଞ୍ଚାଇବା ଉଦ୍ୟମରେ ଦଳ ପକ୍ଷରୁ ଭରପୂର ଉଦ୍ୟମ ହୋଇଥିଲେ ହେଁ ତାହା ବିଶେଷ ସଫଳ ହୋଇନାହିଁ। ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିଦ୍ରୋହ ପରେ ରାଜ୍ୟରେ କଂଗ୍ରେସ ପ୍ରତି ଦେଖା ଦେଇଥିବା ବିପଦ ଏବେ ବି ଦୂର ହୋଇନାହିଁ। ଦଳର ବରିଷ୍ଠ ନେତା ତଥା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରଣଦୀପ ସୂର୍ଯ୍ୟେୱାଲା ଜୟପୁରରେ ରହି ସ୍ଥିତି ପ୍ରତି ନଜର ରଖିଛନ୍ତି। କିନ୍ତୁ ପାଇଲଟଙ୍କ ସହ ତାଙ୍କର ଯୋଗାଯୋଗ ହୋଇ ପାରିନାହିଁ। ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ବୁଝାମଣା ନେଇ କୌଣସି ସୂତ୍ର ବାହାରି ପାରିନାହିଁ। କିନ୍ତୁ ବଡ଼ ଘଚଣାକ୍ରମରେ ମୁଖ୍ୟମନ୍ତ୍ରୀ ଗେହଲଟ୍ ଆଜି ଶହେରୁ ଅଧିକ ବିଧାୟକଙ୍କୁ ନେଇ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ସେ ତାଙ୍କ ସରକାରୀ ବାସଭବନରେ ଡାକିଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ୧୩୦ରୁ ୧୦୭ ବିଧାୟକ ଯୋଗ ଦେଇଥିଲେ। ସଚିନ୍ ପାଇଲଟଙ୍କ ସମେତ 23 ଜଣ ବିଧାୟକ ବୈଠକରେ ନଥିଲେ।…
ନୂଆଦିଲ୍ଲୀ, ପ୍ରକୃତ ନିୟନ୍ତ୍ରଣ ରେଖା ଏଲଏସିରେ ଉତ୍ତେଜନା ହ୍ରାସ ପାଇଁ ଭାରତ ଓ ଚୀନ ମଧ୍ୟରେ ଆସନ୍ତାକାଲି ସାମରିକସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ଏଲଏସିର ଭାରତ ପଟେ ପୂର୍ବ ଲଦାଖର ଚୁସୁଲଠାରେ ହେବାକୁ ଥିବା ଏହି ବୈଠକରେ ୨ୟ ପର୍ଯ୍ୟାୟ ସେନା ଅପସାରଣ ନେଇ ଆଲୋଚନା ହେବ। ୪ର୍ଥ ଥର ପାଇଁ ହେଉଥିବା କର୍ପସ କମାଣ୍ଡରସ୍ତରୀୟ ଏହି ବୈଠକରେ ଭାରତୀୟ ସେନା ୧୪-କୋରର କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ଓ ଚୀନ ତରଫରୁ ମେଜର ଜେନେରାଲ ଲିଉ ଲିନ ଯୋଗ ଦେବେ। ବିଶେଷକରି ପେଙ୍ଗୟାଂ ସୋ ହ୍ରଦ ଅଞ୍ଚଳରୁ ଏବେ ବି ହଟିନଥିବା ଚୀନ ସେନା ଅପସାରଣ ନେଇ ବୈଠକରେ ଆଲୋଚନା ହୋଇପାରେ। ଗତ ଜୁନ ୩୦ ତାରିଖରେ ଚୁସୁଲଠାରେ ଅନୁଷ୍ଠିତ ଆଲୋଚନା ବେଳେ ୩ଟି କ୍ଷେତ୍ରରୁ ସେନା ଅପସାରଣ ଲାଗି ସହମତି ହୋଇଥିଲା । ଏହା ପରେ ହଟ ସ୍ପ୍ରିଙ୍ଗ, ଗୋଗ୍ରା ଓ ଗଲଓ୍ଵାନରୁ ଚୀନସେନା ପଛକୁ ହଟିଥିଲେ…
ଭୁବନେଶ୍ୱର: ବରିଷ୍ଠ ଓଏଏସ୍ ଅଫିସର୍ ତଥା ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ଆଜି ଜାମିନ ମିଳିଛି। ମହିଳା ଠିକା କର୍ମଚାରୀଙ୍କୁ ଯୌନ ନିର୍ଯାତନା ମାମଲାରେ ସେ ଗତ ଜୁଲାଇ ୧୦ ତାରିଖରେ ଗିରଫ ହୋଇଥିଲେ । ପୋଲିସ୍ ତାଙ୍କ ବିରୋଧରେ ଲଗାଇଥିବା ମାମଲାରେ ତାଙ୍କୁ ଜାମିନ୍ ନ ମିଳିବାରୁ ଷଡ଼ଙ୍ଗୀଙ୍କୁ ଝାରପଡ଼ା ଜେଲ୍କୁ ପଠାଇ ଦିଆଯାଇଥିଲା। ୩ ଦିନ ଜେଲରେ ରହିବା ପରେ ଆଜି ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି | ପୀଡ଼ିତାଙ୍କୁ ନ ଧମକାଇବା, ପ୍ରମାଣ ନଷ୍ଟ ନ କରିବା ଓ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିବା ଆଦି ଆଦି ସର୍ତ୍ତରେ ତାଙ୍କୁ ଜାମିନ ମିଳିଛି। ସୂଚନାଯୋଗ୍ୟ ଯେ ଶ୍ରୀ ଷଡ଼ଙ୍ଗୀ ନିଜ କ୍ଷମତାର ଅପବ୍ୟବହାର କରି ଜାତୀୟ ଆୟୁଷ ମିସନ୍ର ଜଣେ ଠିକା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେଉଥିବା ନେଇ ଗତ ୬ ତାରିଖରେ ଅଭିଯୋଗ ହୋଇଥିଲା। ଯୁବତୀଜଣଙ୍କ ସମସ୍ତ ତଥ୍ୟ ପ୍ରମାଣ ସହ ଏ ସଂପର୍କରେ…
ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 505 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ଦିନକରେ ସର୍ବାଧିକ 248 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟ ଜିଲ୍ଲା ମାନଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ 71, ଖୋର୍ଦ୍ଧାରୁ 52, କଟକରୁ 45, ପୁରୀରୁ 11, ଗଜପତିରୁ 10, ନବରଙ୍ଗପୁରରେ 9, ଯାଜପୁର ଓ ନୟାଗଡରୁ 8, ଜଗତସିଂହପୁରର 7, ଭଦ୍ରକ ଓ ଢେଙ୍କାନାଳରୁ 6 ଲେଖାଏଁ, ଅନୁଗୁଳରୁ 5 କନ୍ଧମାଳ, କେନ୍ଦ୍ରାପଡ଼ା ଓ କୋରାପୁଟରୁ 4 ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ବରଗଡ଼ 3, କେନ୍ଦୁଝର 2, ରାୟଗଡ଼ା ଓ ଝାରସୁଗୁଡାରୁ ଜଣେ ଲେଖାଏଁ ଆରୋଗ୍ୟ ହୋଇଛନ୍ତି।
ଭୁବନେଶ୍ବର, ଯେ କୌଣସି ସଂସ୍ଥା ଚାହିଁଲେ ଖୋଲି ପାରିବେ କୋଭିଡ୍ କେୟାର ହୋମ୍ । ଘରୋଇ ଅନୁଷ୍ଠାନ, ଘରୋଇ କମ୍ପାନି କିମ୍ବା ଯେକୌଣସି ସଂସ୍ଥା ଚାହିଁଲେ କୋଭିଡ୍ କେୟାର ହୋମ୍ ଖୋଲି ପାରିବେ। ତେବେ ନିଜ ସଂସ୍ଥାର କର୍ମଚାରୀଙ୍କ ସୁବିଧା ଏବଂ ସୁସ୍ଥ ମାନସିକ ସ୍ଥିରତା ପାଇଁ ଛୋଟ, ବଡ ସଂସ୍ଥାମାନେ ନିଜେ ଏମିତି ଆଇସୋଲେସନ ସେଣ୍ଟର ଖୋଲି ସେମାନଙ୍କ କର୍ମଚାରୀଙ୍କୁ ରଖି ଚିକିତ୍ସା କରାଇପାରିବେ। ଓଡ଼ିଶାର ସବୁ ପୌରାଞ୍ଚଳ, ଭୁବନେଶ୍ୱର ଏବଂ ଝାରସୁଗୁଡା ବିମାନ ବନ୍ଦର, ଇଷ୍ଟ କୋଷ୍ଟ ରେଲୱର ସବୁ ସେଣ୍ଟରରେ, ପାରାଦୀପ, ଧାମରା, ଗୋପାଳପୁର ବନ୍ଦରରେ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଧାର୍ମିକ ସଂସ୍ଥା ଓ ଆପାର୍ଟମେଣ୍ଟ ସୋସାଇଟି ଯଦି ଚାହିଁବେ ନିଜ ସୁବିଧାରେ କୋଭିଡ୍ କେୟାର ସେଣ୍ଟର ଖୋଲିପାରିବେ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି। ତେବେ ସରକାରଙ୍କ ଠାରୁ ସେମାନଙ୍କୁ ଆବଶ୍ୟକ ଅନୁମତି ନେବାକୁ ପଡିବ। ଅନୁମତି ନେବାକୁ ହେଲେ ସରକାରଙ୍କ କିଛି ସର୍ତ୍ତ…

