Author: Samikhsya Bureau

ରାଇରଙ୍ଗପୁର :  ରାଇରଙ୍ଗପୁର ଟାଉନ୍‌ ଥାନାଠାରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଟ୍ରାକ୍ଟର ଦୁର୍ଘଟଣାଗସତ ହୋଇଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଟାଉନ୍‌ ଥାନା ପାତେପାଣି ଗାଁ ପାଖରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 2 ଜଣ ଗୁରୁତର ହୋଇଛନ୍ତି । ଟ୍ରାକ୍ଟରରେ ଚାପି ହୋଇ ଚାଳକର ମୃତ୍ୟୁ ହୋଇଥିବା ସ୍ଥଳେ 2 ଶ୍ରମିକ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତର ଶ୍ରମିକ ରାଇରଙ୍ଗପୁର ମେଡ଼ିକାଲରେ ଚିକିତ୍ସାଧୀନ ରହିଛନ୍ତି ।

Read More

ଭୁବନେଶ୍ବର : କରୋନା ମହାମାରୀ ପାଇଁ ଅଗଷ୍ଟ 31 ଯାଏଁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସବୁ ସ୍ପେଶାଲ୍‌ ସ୍କୁଲ ବନ୍ଦ ରହିବ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସବୁ ସ୍ପେଶାଲ୍‌ ସ୍କୁଲ ଗୁଡିକ ଅଗଷ୍ଟ 31 ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏନେି ସମସ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁଚିଠି ଲେଖି ଅବଗତ କରାଇଛି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ । ପୂର୍ବରୁ ଏହି ସ୍ପେଶାଲ୍‌ ସ୍କୁଲକୁ ଜୁଲାଇ 31 ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି  ଏପରି ନିଷ୍ପତ୍ତି ନିଆଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ପେଶାଲ୍‌ ସ୍କୁଲଗୁଡିକୁ ଅଗଷ୍ଟ 31 ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ଓଡ଼ିଶାର 23ଟି ଜିଲ୍ଲାରେ ମୋଟ୍‌ 103ଟି ସ୍ପେଶାଲ୍‌ ସ୍କୁଲ ରହିଛି । (ଏଜେନ୍ସି)

Read More

ପିଣ୍ଟୁ ବିଷୋୟୀ କୋଦଳା – ଗଞ୍ଜାମ ଜିଲ୍ଲାରେ ଦ୍ରୁତ ଗତିରେ ସଂକ୍ରମିତ ହେଉଛି କରୋନା ମହାମାରୀ । ବେଗୁନିଆପଡା ବ୍ଲକ ଓ କୋଦଳା ଏନଏସି ସେହି ତୁଳନାରେ ବଢିବାରେ ଲାଗିଛି ।ରୋଗୀମାନଙ୍କୁ ବିଭି୍ନ୍ନ କୋଭିଡ ମେଡିକାଲ ନ ପଠାଇ ନିଜ ଅଞ୍ଚଳ ରେ ହିଁ ସେମାନଙ୍କୁ ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବା ଲକ୍ଷ୍ୟ ନେଇ ଜିଲ୍ଳା ପ୍ରଶାସନର ନିର୍ଦ୍ଦେଶ କ୍ରମେ କୋଦଳା ଏନଏସି କଲ୍ୟାଣ ମଣ୍ଡପ ପରିସରରେ 20ଶଯ୍ୟା ବିଶିଷ୍ଟ “କୋଭିଡ କେୟାର ହୋମ “ଗ୍ରୁହ ଉଦଘାଟିତ ହୋଇଛି । ସେଠାରେ 7ତାରିଖ ଠାରୁ 13ତାରିଖ ପର୍ଯନ୍ତ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା ।ଜନସାଧାରଣଙ୍କ ଯେପରି କୌଣସି ଅସୁବିଧାର ସମ୍ମୁଖିନ ହେବ ନାହିଁ ଏବଂ ପଜେଟିଭ ବାହାରିଲେ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର ନ କରି ଏହି କୋଭିଡ କେୟାର ହୋମ ରେ ରଖିବା ପାଇଁ ନିଷ୍ପତ୍ତି ହୋଇ ଖାଇବା ମେନୁ , ଟିମ କର୍ମକର୍ତ୍ତାଙ୍କ ସମୟ ସାରଣୀ ଏବଂ ଗୁରୁତ୍ଵପୂର୍ଣ୍ଣ ବିଭାଗ ର ଯୋଗାଯୋଗ…

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓପିଡିକୁ ସାମୟିକ ବନ୍ଦ ହୋଇଥିବା ନେଇ ଏକ ଗୁଜବ ପ୍ରକାଶିତ ହେବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖୋର୍ଦ୍ଧା ସିଡିଏମ୍‌ଓ ବିଶ୍ବରଞ୍ଜନ ପତି। ନିକଟରେ ବାଲୁଗାଁଠାରୁ ଏକ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଥିବାସ୍ଥଳେ ସମ୍ପୃକ୍ତ ବ୍ୟକ୍ତି  ଜଣକ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଯାଇଥିଲେ। ଏହା ଜଣାପଡିବା ପରେ ଗତକାଲି ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଓପିଡିକୁ କିଛି ସମୟ ପାଇଁ ବନ୍ଦ ରଖି ସାନିଟାଇଜେସନ୍‌ କରାଯାଇଥିଲା। ଏହି ଘଟଣାକୁ ନେଇ ରାଜ୍ୟର ଏକ ପ୍ରମୁଖ ଗଣମାଧ୍ୟମ ବାଲୁଗାଁ ଓପିଡି ବନ୍ଦ ହୋଇଛି ବୋଲି ନ୍ୟୁଜ୍‌ ପ୍ରସାରଣ କରିଥିଲେ। ଯାହା ଫଳରେ ସ୍ଥାନୀୟ ଲୋକଙ୍କ ମନରେ ନାନା ପ୍ରକାର ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ  ବାଲୁଗାଁ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଓପିଡି ବନ୍ଦ ହେବା ସମ୍ପୂର୍ଣ୍ଣ ଗୁଜବ ବୋଲି କହିଛନ୍ତି ସିଡିଏମ୍‌ଓ। ଏପରି ନ୍ୟୁଜ୍‌ ପ୍ରସାର କରି ଜନସାଧାରଣଙ୍କୁ ଭୟଭୀତ କରାନ୍ତୁ ନାହିଁ…

Read More

କନ୍ଦର୍ପ ବେହେରା ରେଢାଖୋଲ:  ସାରା ବିଶ୍ୱରେ କରୋନା କାୟାବିସ୍ତାର କରି ଚାଲିଥିବା ବେଳେ ସମ୍ବଲପୁର ଜିଲ୍ଲା ରେଢାଖୋଲ ସବ୍‌ଡିଭିଜନ ଏଥିରୁ ବାଦ୍ ପଡି ନ ଥିବା ଜଣା ପଡିଛି। ବାହାର ରାଜ୍ୟରେ ଶ୍ରମିକ ଭାବରେ କାମ କରୁଥିବା ଲୋକମାନେ ରାଜ୍ୟକୁ ପଳାଇ ଆସିବାରୁ ଏହି ରୋଗ ବ୍ୟାପିବାରେ ଲାଗିଛି । ରେଢାଖୋଲ ସବଡିଭିଜନରେ ଗୋଟିଏ ଦିନରେ ୭ କରୋନା ରୋଗୀ ଚିହ୍ନଟ ହେବା ପରେ ଆଜି ରେଢାଖୋଲ ଅଂଚଳରେ ଲୋକମାନଙ୍କ ମଧ୍ୟରେ ଛନକା ପଶିଯାଇଛି । ପ୍ରକାଶ ଯେ- ରେଢାଖୋଲ ଏନ୍‌ଏସିର ଜଣେ କର୍ମଚାରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ରେଢାଖୋଲ ଡାକ୍ତରଖାନାର ୧୦୮ ର ଜଣେ କର୍ମଚାରୀ , ରେଢାଖୋଲର ଜଣେ ୧୨ ବର୍ଷର ବାଳକ, ରେଢାଖୋଲର ଜଣେ ସ୍ଥାନୀୟ ବାସିନ୍ଦା ଥିବା ଜଣା ପଡିଛି । ଠିକ୍ ସେଇ ପରି ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ରେଢାଖୋଲ ବ୍ଲକ୍ ର ୨ ଜଣ ଥିବା ବେଳେ ନାକଟିଦେଉଳ ବ୍ଲକ…

Read More

କେଦାର ମିଶ୍ର ଓଡିଶା ସରକାର ପୁଣିଥରେ ରାଜ୍ୟର ତିନି ପ୍ରମୁଖ ମହାନଗରୀ କଟକ, ଭୁବନେଶ୍ୱର ଓ ରାଉରକେଲା ସମେତ ଗଞ୍ଜାମ, ଖୁର୍ଦ୍ଧା, କଟକ ଓ ଯାଜପୁର ଜିଲାକୁ ଆସନ୍ତା ଦୁଇ ସପ୍ତାହ ଯାଏ ଲକ ଡାଉନ ଘୋଷଣା କରିଛନ୍ତି। ଲକ ଡାଉନ ଘୋଷଣା ପୂର୍ବରୁ ସ୍ଵାଭାବିକ ଭାବରେ ସରକାରୀ ଅଧିକାରୀମାନେ ଯାହା କହିଛନ୍ତି, ତାହା ଗତ ଚାରିମାସ ହେଲା ଆମେ ଶୁଣି ଆସୁଛୁ। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି, ହେଲେ ସେଥିସହିତ ଦେଶରେ “ଅନଲକ” ପ୍ରକ୍ରିୟା ମଧ୍ୟ ଅବ୍ଯାହତ ରହିଛି। ଜୁନ ଓ ଜୁଲାଇ ମାସରେ ସାରା ଦେଶରେ “ଅନଲକ” ପ୍ରକ୍ରିୟା ଚାଲିଥିବା ବେଳେ ଓଡିଶା ସରକାର ଏହି ଦୁଇ ମାସ ଏକ ପ୍ରକାର ମନମୁଖି ଶୈଳୀ ରେ ୧୦ ଟି ଜିଲ୍ଲାକୁ ୧୨ ଦିନ ପୂରା ଶତ ଡାଉନ କରି ରଖିଥିଲେ। ପ୍ରବାସୀ ଶ୍ରମିକଙ୍କ ଆସିବା ପରେ ସେମାନଙ୍କର ସଠିକ ପରୀକ୍ଷା ନ କରିବା, ସଙ୍ଗରୋଧ ବ୍ୟବସ୍ଥାର…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆସନ୍ତାକାଲି  ଠାରୁ ୨୪ ଜୁଲାଇ ଯାଏଁ ସକାଳ ୯ ଘଟିକାରୁ ଦିବା ୩ ଘଟିକା ଯାଏଁ ବାଲୁଗାଁ ସରଳାପଦର ଛକରୁ ବାଲୁଗାଁ ବଜାର ଦେଇ ବଡକୁଳ ବଜାର ଯାଏଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଉକ୍ତ ସମୟରେ ବାଲୁଗାଁ ୧୧କେଭି ଫିଡ଼ରର ସିଷ୍ଟମ ଇମ୍ପ୍ରୁଭମେଣ୍ଟ କାମ ହେବ ବୋଲି ଟି.ପି.ସି.ଓ.ଡ଼ି.ଲ ବାଲୁଗାଁ ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ଏବଂ ଏହାସହିତ ବାଲୁଗାଁ ସହରର ଜନସାଧାରଣଙ୍କୁ ସହଯୋଗ କରିବାପାଇଁ ସମୀକ୍ଷା ନିୟୁଜ ଜରିଆରେ ନିବେଦନ କରିଛନ୍ତି। ଅନୁରୂପଭାବେ ଏହା ସମ୍ବନ୍ଧରେ ଆଜି ଡ଼ାକବାଜି ଯନ୍ତ୍ର ଦ୍ୱାରା ବାଲୁଗାଁ ଜନସାଧାରଣଙ୍କୁ ଅବଗତ କରାଇଦିଆଯାଇଛି ବୋଲି ଟି.ପି.ସି.ଓ.ଡ଼ି.ଲ ବାଲୁଗାଁ ବିଦ୍ୟୁତ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ବିଜୁ ଛାତ୍ର ଜନତା ଦଳ କଳାହାଣ୍ଡି ତରଫରୁ ଆଜି ଭବାନୀପାଟଣା କଲେଜ ଛକ ଠାରେ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍ ସିଇ ଆର୍ ଟି) ବିପକ୍ଷରେ ବିକ୍ଷୋଭ କରାଯାଇଛି। ଏନ୍ ସିଇ ଆର୍ ଟି ଦ୍ବାରା ପଞ୍ଚମ ଶ୍ରେଣୀ ନିମନ୍ତେ ପ୍ରସ୍ତୁତ ପରିବେଶ ବିଜ୍ଞାନ(ଇଭିଏସ୍) ପୁସ୍ତକ ଓ ନବମ ଶ୍ରେଣୀର ଅର୍ଥଶାସ୍ତ୍ର ର ଫୁଡ ସିକ୍ୟୁରିଟି ଅଫ୍ ଇଣ୍ଡିଆ ବିଷୟରେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଭୁଲ ତଥ୍ୟ ଦେଇ ଅନାହାର ର ଭୂଖଣ୍ଡ ସ୍ବରୂପ ଚିତ୍ରଣ ଘଟଣା କୁ ନେଇ ଜିଲ୍ଲା ଛାତ୍ର ବିଜେଡି ସଭାପତି ଅବିନାଶ ଠାକୁରଙ୍କ ନେତୄତ୍ୱରେ ତିବ୍ର ପ୍ରତିବାଦ ଜଣାଇବା ସହ ଏହି ପାଠ୍ୟ ପୁସ୍ତକ ଗୁଡିକରେ କଳାହାଣ୍ଡି ସମ୍ପର୍କରେ ରଚିତ ଅଧ୍ୟାୟ କୁ ଶିଘ୍ର ପ୍ରତ୍ୟାହାର କରିବା ପାଇଁ ଦାବି କରାଯାଇଛି। ଏ ନେଇ ସମସ୍ତ ତଥ୍ୟ ସହ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦ୍ଧେଶ୍ୟରେ…

Read More

ଭୁବନେଶ୍ୱର, ଆଜି ରାଜ୍ୟରେ 453 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ 220 ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟ ଜିଲ୍ଲା ଗୁଡିକ ମଧ୍ୟରେ ସୁନ୍ଦରଗଡ଼ 41, ନବରଙ୍ଗପୁର 33, ଖୋର୍ଦ୍ଧା 28, ବଲାଙ୍ଗିର 26, କେନ୍ଦୁଝର 17,ବାଲେଶ୍ବର 15,ଜଗତସିଂହପୁର ଓ ମାଲକାନଗିରିରୁ 13 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଯାଜପୁର ଓ ଗଜପତିରୁ 10 ଲେଖାଏଁ, ଅନୁଗୁଳରୁ 9, କେନ୍ଦ୍ରାପଡ଼ା 6, କୋରାପୁଟ 4, କଟକ 3, ଭଦ୍ରକରୁ 2 ଜଣ ସୁସ୍ଥ ହୋଇଛନ୍ତି। ମୟୂରଭଂଜ, ନୟାଗଡ଼ ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଯାବତ ରାଜ୍ୟରେ ମୋଟ 11 ହଜାର 330 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ଏହି ସୂଚନା ଦେଇଛି।

Read More

ଭୁବନେଶ୍ୱର, ହସ୍ପିଟାଲ ଗୁଡିକରେ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏବଂ ଅନେକ କ୍ଷେତ୍ରରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନେ ସଂକ୍ରମିତ ହେଉଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଘରୋଇ ଡାକ୍ତରଖାନାର ଚିକିତ୍ସକଙ୍କ ପାଇଁ ଗାଇଡଲାଇନ ଜାରି କରିଛି । ସମସ୍ତ ନର୍ସିଂହୋମ ଓ କ୍ଲିନିକରେ ସ୍ୱତନ୍ତ୍ର ଫିଭର କ୍ଲିନିକ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ପିନ୍ଧିବା ଓ ହାତ ଧୋଇବା ପାଇଁ ଉତ୍ତମ ବ୍ୟବସ୍ଥା ରହିବ । ରକ୍ତଚାପ ଯାଂଚ ମେସିନ ଓ ଷ୍ଟେଥୋସ୍କୋପ ପ୍ରତି ଯାଂଚରେ ବିଶୋଧନ କରାଯିବ । ସମସ୍ତ ରୋଗୀଙ୍କ ପଂଜୀକରଣ ସହ ହଟସ୍ପଟ ଅଂଚଳରୁ ଆସିଥିବା ରୋଗୀଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର ହେବେ । କରୋନା ସଚେତନତା ନେଇ ଡାକ୍ତରଖାନାରେ ଡିସପ୍ଲେ ବୋର୍ଡ ରହିବ । ନିୟମ ଉଲ୍ଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Read More

ଜୟପୁର: ରାଜସ୍ଥାନ ହାଇକୋର୍ଟ ସଚିନ ପାଇଲଟଙ୍କ ସମେତ ୧୯ ବିଦ୍ରୋହୀ କଂଗ୍ରେସ ବିଧାୟକ କରିଥିବା ମାମଲାର ପରବର୍ତ୍ତୀ ଶୁଣାଣିକୁ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏଥିସହ କଂଗ୍ରେସର ୧୯ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ବାଚସ୍ପତି ଜୁଲାଇ ୨୧ ତାରିଖ ପର୍ଯ୍ୟନ୍ତ କୌଣସି ପ୍ରକାରର ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ସଚିନ ପାଇଲଟଙ୍କ ସମେତ ୧୯ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ସେମାନଙ୍କ ସଦସ୍ୟତାକୁ ରଦ୍ଦ କରି ବିଧାନସଭା ବାଚସ୍ପତି ଜାରି କରିଥିବା ବିଜ୍ଞପ୍ତି ବିରୋଧରେ ଆଗତ ମାମଲାର ଶୁଣାଣି କରି ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଇନ୍ଦ୍ରଜିତ ମହାନ୍ତି ଏବଂ ଜଷ୍ଟିସ ପ୍ରକାଶ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ଶୁଣାଣି ବେଳେ ସଚିନ ପାଇଲଟଙ୍କ ସମେତ ୧୯ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ପାଇଁ ଲଢୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲଭେ କହିଥିଲେ ଯେ…

Read More

ନୂଆଦିଲ୍ଲୀ: ଭାରତର ଇଞ୍ଚଟିଏ ବି ଜମି କେହି ନେଇ ପାରିବେନି। ଏଭଳି କଡା ଭାଷାରେ ଚୀନକୁ ଚେତାବନୀ ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଦୁଇ ଦିନିଆ ଲଦାଖ ଏବଂ ଜମ୍ମୁ ଓ କଶ୍ମୀର ଗସ୍ତରେ ଆସିଥିବା ରାଜନାଥ ଲଦାଖରେ ଅବତରଣ କରିବା ପରେ ଫର୍‌ୱାର୍ଡ ଅଞ୍ଚଳ ପରିଦର୍ଶନ କରିଥିଲେ। ସେଠାରେ ସୈନିକମାନେ ତାଙ୍କୁ ସଶସ୍ତ୍ରବାହିନୀର ପାରାଡ୍ରପିଙ୍ଗ୍ ଦକ୍ଷତା ଦେଖାଇ‌ଥିଲେ। ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟ ଲୁକଙ୍ଗ ପୋଷ୍ଟରେ ଭାରତୀୟ ସେନା ଏବଂ ଆଇଟିବିପି କର୍ମଚାରୀଙ୍କ ସହ କଥାବାର୍ତ୍ତା ବେଳେ ରାଜନାଥ ସିଂ କହିଛନ୍ତି ଯେ, ବିଶ୍ୱର କୌଣସି ଶକ୍ତି ଭାରତର ଏକ ଇଞ୍ଚ ଜମି ମଧ୍ୟ ନେଇପାରିବ ନାହିଁ। ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ଆଲୋଚନା ଚାଲିଛି। କଥାବାର୍ତ୍ତା ମାଧ୍ୟମରେ ଚୀନ୍ ସହ ବିବାଦର ସମାଧାନ ପାଇଁ ଭାରତ ଆଶା ରଖିଥିବା ବେଳେ ଚୂଡ଼ାନ୍ତ ଫଳାଫଳ ଯେ କଣ ହେବ ତାହାର କୌଣସି…

Read More

ଭୁବନେଶ୍ବର, ଏଣିକି ରାଜ୍ୟରେ ଦିନକୁ ହେବ ୧୦ ହଜାର କରୋନା ଟେଷ୍ଟ ।  ୭ ହଜାର ଆରଟିପିସିଆର ଓ  ୩ ହଜାର ଆଂଟିଜେନ ଟେଷ୍ଟ କରାଯିବ । ଓଡିଶାକୁ ଆଉ ୨ ଲକ୍ଷ ଆଟିଂଜେନ କିଟ ଆସିବ ବୋଲି କହିଛନ୍ତି ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ ସାଇନ୍ସେସ୍ (ଆଇଏଲଏସ) ନିର୍ଦ୍ଦେଶକ ଅଜୟ ପରିଡା। କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା ଦୃଷ୍ଟିରୁ ଟେଷ୍ଟ ସଂଖ୍ୟା ବଢାଇବା ପାଇଁ ସ୍ଥିର କରାଯାଇଛି। ସର୍ବାଧିକ ସଂକ୍ରମିତ  ଗଂଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲା ଓ ରାଉରକେଲା ସହରକୁ ଅଧିକ ଫୋକସ କରାଯାଉଛି । ଏହି ଜିଲ୍ଲାଗୁଡିକରୁ ଅଧିକ ପରିମାଣରେ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଆଗାମୀ ଦିନରେ ଏହି ଜିଲ୍ଲାରେ ଟେଷ୍ଟିଂ ,ଟ୍ରେସିଂ, ସର୍ଭେଲାନ୍ସକୁ ଜୋରଦାର କରାଯିବ । ଆଜି ରାତି 9ଟାରୁ ଏହିସବୁ ଜିଲ୍ଲାରେ  ୧୪ ଦିନ ଲକ୍ ଡାଉନ ଆରମ୍ଭ ହେଉଛି।ଏହି ସମୟ ଆମ ସମସ୍ତଙ୍କ ପାଇଁ  ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଇଏଲଏସ୍ ଡାକ୍ତର…

Read More

ଭୁବନେଶ୍ବର, ଲକ ଡାଉନ ଘୋଷଣା ଯୋଗୁଁ ଜୁଲାଇ 31ଯାଏଁ ମୋ ବସ୍ ବନ୍ଦ ରହିବ । ଏୟାରପୋର୍ଟ, ଷ୍ଟେସନ ଯାତ୍ରୀଙ୍କ ପାଇଁ କାଲିଠାରୁ ସଟଲ୍ ସେବା ଚାଲିବ। ମୋ ବସ୍ ପରିଚାଳନାକାରୀ କୃଟ୍ ପକ୍ଷରୁ ଟୁଇଟ୍ ଯୋଗେ ଏହି ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର, ଦିନକୁ ଦିନ ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ବିଶେଷ କରି ଲୋକାଲ କଣ୍ଚ୍ରାକ୍ଟ କେସ୍ ବଢୁଥିବାରୁ ରାଜଧାନୀବାସୀଙ୍କ ପାଇଁ ଚିନ୍ତା ବଢିଯାଇଛି। ଆଜି ଗୋଟିଏ ଦିନରେ ସର୍ବାଧିକ 124 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 124 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 72 କ୍ବାରେଣ୍ଟିନ କେନ୍ଦ୍ରରୁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ 52 ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1043କୁ ବୃ୍ଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ 402 ସୁସ୍ଥ ହୋଇଥିବା ବେଳେ 504 ଆକ୍ରାନ୍ତ ଏବେ ଚିକିତ୍ସାଧିନ ଅଛନ୍ତି। ବର୍ତ୍ତମାନ ସୁଦ୍ଧା କରୋନାରେ 11 ଜଣଙ୍କ ମୃତ୍ୟୁ ହୋଇଛି। ଲକ୍ଷ୍ମୀବିହାର ବସ୍ତି,ଚିନ୍ତାମଣିଶ୍ବର, ବମିଖାଲରୁ ଜଣେ ଲେଖାଏଁ ଲୋକାଲ କେସ୍ ଚିଙ୍ନଟ ହୋଇଛନ୍ତି। ସେହିପରି ବିଶ୍ବଶ୍ବରୀ ବସ୍ତି, ଡୁମୁଡୁମା, ସହିଦ ନଗରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଇଷ୍ଟକୋଷ୍ଟ ରେଲୱେର ଜଣେ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା…

Read More

ବ୍ରହ୍ମପୁର, ଗଞ୍ଜାମ ଜିଲାରେ ଆଜି(ଶୁକ୍ରବାର) ରାତି ୯ ଟାରୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ହେବ। ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଲକ୍‌ଡାଉନ୍‌ ପ୍ରକ୍ରିୟା ଜାରି ରହିବ। ଅପରପକ୍ଷରେ ଗଞ୍ଜାମ ଜିଲ୍ଲାର ୯ଟି ସହରରେ ୨୧ ତାରିଖ ପର୍ଯ୍ୟନ୍ତ ଜାରି ହୋଇଥିବା ସଟ୍‌ଡାଉନ୍‌କୁ ଉଠାଇ ଦିଆଯାଇଛି । ଏଠାରେ କେବଳ ଲକ୍‌ଡାଉନ୍ ବଳବତ୍ତର‌ ରହିବ। ଜିଲାର ଯେଉଁଠି ଯେଉଁଠି କରୋନା ସଂକ୍ରମଣ ବଢ଼ୁଛି ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ସେଠାରେ ପୂର୍ବ ଭଳି କଣ୍ଟେନମେଣ୍ଟ ନିୟମ ବଳବତ୍ତର ରହିବ । ଜିଲାରେ ଆରମ୍ଭ ହେବାକୁ ଥିବା ଲକ୍‌ଡାଉନ୍‌କୁ ସମ୍ପୂର୍ଣ୍ଣ ଭାବେ କଡ଼ାକଡ଼ି କରାଯିବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ଦୋକାନୀମାନେ କୋଭିଡ ନିୟମ ପାଳନ କରି ନିର୍ଦ୍ଧାରିତ ସମୟ ଭିତରେ ବ୍ୟବସାୟ କରିବେ, ଯଦି କେହି ନିୟମ ଉଲ୍ଲଘଂନ କରନ୍ତି ତେବେ ଦୋକାନ ବନ୍ଦ ସହ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ…

Read More

ଭୁବନେଶ୍ବର : କୋଭିଡ୍‌ ଯୋଦ୍ଧା ଅଙ୍ଗନଓ୍ବାଡି ଓ ଆଶା କର୍ମୀଙ୍କ ପରିବାର ପାଇଁ ସରକାର ଆଜି ଏକ ବଡ ଘୋଷଣା କରିଛନ୍ତି । ଡ୍ୟୁଟିରେ ଥାଇ ଅଙ୍ଗନଓ୍ବାଡି, ଆଶା କର୍ମୀଙ୍କ ମୃତ୍ୟୁ ଘଟିଲେ ପରିବାରକୁ ଭତ୍ତା ମିଳିବ ବୋଲି ସୂଚନା ରହିଛି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ 60 ବର୍ଷ ହେବା ଯାଏ ମିଳିବ ଭତ୍ତା  । ମୃତ ଅଙ୍ଗନଓ୍ବାଡି କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ 7500ଟଙ୍କା ମିଳିବ ବୋଲି ସୂଚନା ରହିଛି ।ସେହିପରି ମୃତ ଆଶା କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମିଳିବ ମାସିକ 5 ହଜାର ଟଙ୍କା । ଅଙ୍ଗନଓ୍ବାଡି ଓ ଆଶାଙ୍କସମ୍ପର୍କୀୟଙ୍କୁ ଭତ୍ତା ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନରଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Read More

ଭଦୋଦରା, ସୀମାରେ ଅହରାତ୍ର ପହରା ଦେଉଥିବା ବୀର ଭାରତୀୟ ଯବାନଙ୍କ ପାଇଁ 12 ହଜାରରୁ ଅଧିକ ରାକ୍ଷୀ ସଂଗ୍ରହ କରିଛନ୍ତି ଗୁଜରାଟ ଭଦୋଦରାର ଏକ ମହିଳା ଗୋଷ୍ଠୀ। ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ଏହି ସବୁ ରାକ୍ଷୀ ଆସି ପହଞ୍ଚିଛି ସେମାନଙ୍କ ପାଖରେ। ରକ୍ଷା ବନ୍ଧନରେ ବନ୍ଧନ ଆଗକୁ ଥିବାରୁ ଏସବୁ ରାକ୍ଷୀ ସେମାନଙ୍କୁ ପଠାଇବାକୁ ଯୋଜନା ରଖିଛନ୍ତି ଏହି ମହିଳା ଗୋଷ୍ଠୀ। ଏମାନେ ପ୍ରତିବର୍ଷ ସୀଆଚେନ, କାରଗିଲ ଆଦି ସୀମାରେ ମୁତୟନ ହୋଇଥିବା ଭାରତୀୟ ଯବାନଙ୍କୁ ଭାଇ-ଭଉଣୀର ସମ୍ପର୍କର ଡୋରିରେ ବାନ୍ଧିବା ଏବଂ ସେମାନଙ୍କ ମନୋବଳ ବଢାଇବା ପାଇଁ ରାକ୍ଷୀ ପଠାଇଥାନ୍ତି। ଏବର୍ଷ କାରଗିଲ, ସିଆଚେନ ସମେତ ଗଲୱାନକୁ ମଧ୍ୟ ରାକ୍ଷୀ ପଠାଇବା ଲାଗି ସେମାନଙ୍କର ଯୋଜନା ରହିଛି। ଏଥିପାଇଁ ବିଭିନ୍ନ ସ୍ଥାନରୁ ରାକ୍ଷୀ ବି ଆସି ପହଞ୍ଚିଗଲାଣି। ହେଲେ ଏବର୍ଷ କରୋନା କଟକଣା ଥିବାରୁ ରାକ୍ଷୀ ପଠାଇବା ନେଇ ସେମାନେ ଦ୍ବନ୍ଦ୍ବରେ ଅଛନ୍ତି। ତଥାପି ରାକ୍ଷୀ ପଠାଇବାର ବ୍ୟବସ୍ଥା…

Read More

ମୁମ୍ବାଇ : ନଓ୍ବାଜଉଦ୍ଦିନ ସିଦ୍ଧିକି ଓ ରାଧିକା ଆପ୍ତେଙ୍କ ଅଭିନୀତ ଫିଲ୍ମ ‘ରାତ୍‌ ଅକେଲୀ ହୈ’ର ଟ୍ରେଲର୍‌ ରିଲିଜ୍‌ ହୋଇଛି । ମର୍ଡର ମିଷ୍ଟ୍ରିର ଏହି ଫିଲ୍ମରେ ନଓ୍ବାଜଉଦ୍ଦିନ୍‌ ଜଣେ ପୋଲିସ୍‌ ଭୂମିକାରେ ନଜର ଆସିଛନ୍ତି । ସସ୍‌ପେନ୍ସର ଭରପୂର ଏହି ଟ୍ରେଲରଟିରେ ଫିଲ୍ମର କାହାଣୀ ଏକ ହତ୍ୟାକାଣ୍ଡକୁ ନେଇ ଗତିଶୀଳ ହୋଇଛି । ଟ୍ରେଲର୍‌ରେ ନଜର ଆସିଥିବା ସମସ୍ତ ଚରିତ୍ର କିଛି ନା କିଛି ଲୁଚାଉଥିବାର ନଜର ଆସୁଛନ୍ତି । ଏହି ଫିଲ୍ମଟି ହଲିଉଡ୍‌ ଫିଲ୍ମ ’ନାଇବସ୍‌ ଆଉଟ୍‌’ ସହ ମେଳ ଖାଉଛି ।ଏହି ଫିଲ୍ମରେ ନଓ୍ବାଜ ଉଦ୍ଦିନ୍‌ ଓ ରାଧିକା ଆପ୍ତେଙ୍କ ସମେତ ସୁଧୀର ମିଶ୍ର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି । ଫିଲ୍ମର କାହାଣୀ ଅନୁସାରେ ଘରର ମାଲିକ ଠାକୁର ରଘୁବୀର ସିଂଙ୍କ ମୃତ୍ୟୁ ହୋଇ ଯାଉଛି । ତେବେ ପରବର୍ତ୍ତୀ ସମୟରେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଛି । ଏହି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ…

Read More