ଭୁବନେଶ୍ବର, କନ୍ଧମାଳ ଜିଲ୍ଲାରେ ମାଓ କାର୍ଯ୍ୟକଳାପ ଦମନ କରିବା ନେଇ ଓଡ଼ିଶା ପୋଲିସର ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ କନ୍ଧମାଳ ଏସପିଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରି ତାଙ୍କୁ ଓ ତାଙ୍କ ଟିମକୁ ମାଓ ଦମନରେ ବିଶେଷ ଭୂମିକା ପାଇଁ ସାଧୁବାଦ ଜଣାଇଛନ୍ତି। ଏ ଦିଗରେ ଯେତେ ପ୍ରକାର ସହଯୋଗ ଆବଶ୍ୟକ ସରକାର ତାହା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ଗତ ସପ୍ତାହରେ ଜିଲ୍ଲାରେ ମାଓ ଦମନ ବେଳେ ଜିଲ୍ଲା ପୋଲିସକୁ ବ୍ୟାପକ ସଫଳତା ମିଳିଥିଲା। ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ କୁଖ୍ୟାତ ମାଓ ନେତା ନିହତ ହୋଇଥିବା ବେଳେ ସେମାନଙ୍କ କ୍ୟାମ୍ପରୁ ବିପୁଳ ପରିମାଣରେ ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା।
Author: Samikhsya Bureau
ଗାନ୍ଧିନଗର, ଭେଣ୍ଟିଲେଟରରେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭରତସିଂହ ସୋଲାଙ୍କି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୋଲାଙ୍କିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଚିଲେଟର ସପୋର୍ଟରେ ରଖିବା ସହିତ ଦୁଇ ଥର ପ୍ଲାଜମା ଥେରାପି ଚିକିତ୍ସା କରାଯାଇଛି। 67 ବର୍ଷ ବୟସ୍କ ସୋଲାଙ୍କି କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ତାଙ୍କୁ ଅହମ୍ମଦାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସୋଲାଙ୍କି କେନ୍ଦ୍ରରେ ୟୁପିଏ-2 ସରକାରରେ କେନ୍ଦ୍ର ମନ୍ତ୍ରୀ ଥିଲେ। ଜୁନ୍ 19ରେ ଗୁଜରାଟରେ 4ଟି ଆସନ ପାଇଁ ହୋଇଥିବା ରାଜ୍ୟସଭା ନିର୍ବାଚନରେ ସେ କଂଗ୍ରେସର ଦ୍ବିତୀୟ ନୋମିନି ଥିଲେ। ନିର୍ବାଚନର ଦୁଇ ଦିନ ପରେ ସେ କରୋନା ପଜିଟିଭ ଜଣାପଡିଥିଲା। ସୋଲାଙ୍କି ଜଣେ ଆଜମା ରୋଗୀ ହୋଇଥିବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। (ଏଜେନସି)
ପାଟନା, କିଛି ଦିନ ହେଲା ବିହାରରେ କରୋନା ସଂକ୍ରମଣ ନିୟମିତ ବୃଦ୍ଧି ପାଇବାରେ ଲାଗିଛି। ଏବେ ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘର ଦୁଆରେ ପହଞ୍ଚିଛି କରୋନା ଭୂତାଣୁ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଭାଣିଜୀ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ତାଙ୍କୁ ପାଟନା ଏମସରେ ଭର୍ତ୍ତି କରାଯାଇଛି। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ବିଶୋଧନ କରାଯାଇଛି। ପରିବାରର ଅନ୍ୟ ସମସ୍ତ ସଦସ୍ୟଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ନିକଟରେ ନୀତୀଶ କୁମାର ବିଧାନ ପରିଷଦ ଅଧ୍ୟକ୍ଷ ଅବଧେଶ ନାରାୟଣ ସିଂହ ଓ ତାଙ୍କୁ ପତ୍ନୀଙ୍କୁ ଭେଟିଥିଲେ। ଏହା ପରେ ସିଂହ ଦମ୍ପତି କରୋନା ସଂକ୍ରମିତ ଜଣାପଡିବା ପରେ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ହେଲେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ଇତିମଧ୍ୟରେ ଜେଡିୟୁ-ବିଜେପି ସରକାରକୁ ସମାଲୋଚନା କରି ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ତେଜସ୍ବନୀ ଯାଦବ କହିଛନ୍ତି,…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ବେକାବୁ ହେବାର ଲାଗିଛି। ଜିଲ୍ଲାରେ କରୋନା ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ନିୟମକୁ କଡ଼ାକଡ଼ି କରାଯାଇଛି। କୌଣସି ଦୋକାନୀ ସାମାଜିକ ଦୂରତ୍ୱ ନମାନିଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଯଦି କୌଣସି ଦୋକାନୀ ପ୍ରଥମ ଥର ସାମାଜିକ ଦୂରତ୍ୱ ନିୟମ ଖିଲାପ କଲେ 5000 ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଏହାସହ 15 ଦିନ ଦୋକାନ ବନ୍ଦ କରିବାକୁ ପଡ଼ିବ। ଦୋକାନୀଜଣଙ୍କ ଦ୍ୱିତୀୟ ଥର ନିୟମ ଖିଲାପ କଲେ ଥାନାରେ ତାଙ୍କ ନାଁରେ ଏତଲା ଦିଆଯିବ। ଏହାସହ ମାସେ ଦୋକାନ ବନ୍ଦ ରହିବ। କରୋନା ସ୍ଥିତି ଦେଖି ଗଞ୍ଜାମରେ ଆଣ୍ଟିଜେନ୍ ଟେଷ୍ଟ ହେବ ଏବଂ ଆସନ୍ତାକାଲିଠାରୁ ଗଞ୍ଜାମର ସହରାଞ୍ଚଳରେ ଘର ଘର ବୁଲି ସ୍କ୍ରିନିଂ କରାଯିବ । ସେଥିପାଇଁ ସମସ୍ତେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ଜିଲ୍ଲାପାଳ।…
ଭୁବନେଶ୍ବର : ‘ମୋ ସରକାର’ରେ ସାମିଲ୍ ହେବ କୋଭିଡ୍ ପରିଚାଳନା ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ୍ ମୁକାବିଲା କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । https://www.youtube.com/watch?v=seyn8vDgOLg କୋଭିଡ୍ ପରିଚାଳନାକୁ ଅଧିକ ଉତ୍ତରଦାୟୀ କରିବା ପାଇଁ ଏହାକୁ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ ରୋଗୀ ଏବଂ କୋଭିଡ୍ ଯୋଦ୍ଧା ମାନଙ୍କ ସହିତ ନିୟମିତ ଯୋଗାଯୋଗ କରି ସେମାନଙ୍କଠାରୁ ଫିଡ୍ବ୍ୟାକ୍ ସଂଗ୍ରହ କରିବା ପାଇଁ ଜିଲ୍ଲା କୋଭିଡ୍ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ମଧ୍ୟ କୋଭିଡ୍ ଯୋଦ୍ଧା ଓ ରୋଗୀମାନଙ୍କ ଠାରୁ ଫି୍ଡ୍ବ୍ୟାକ୍ ସଂଗ୍ରହ କରିବେ । ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେହିପରି ରୋଗୀଙ୍କ ପରିବାରକୁ ରୋଗୀର ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ସୂଚନା ଦେବା ପାଇଁ…
ସାଉଥ୍ଆମ୍ପଟନ, ମହାମାରୀ କରୋନା ପାଇଁ ଚାରି ମାସର ବିରତି ପରେ ପୁଣି ଥରେ ଷ୍ଟାଡିୟମକୁ ଫେରିବ ଅନ୍ତର୍ଜାତୀୟ କ୍ରିକେଟ। ଆସନ୍ତାକାଲି ଠାରୁ ସାଉଥ୍ଆମ୍ପଟନ ଠାରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହେବ ତିନି ଟିକିଆ ଟେଷ୍ଟ ସିରିଜ। କୋଭିଡ-19 ପରବର୍ତୀ ଅବସ୍ଥାରେ ଅନ୍ତର୍ଜାତୀୟ ସ୍ତରରେ ଏହା ହେବ ପ୍ରଥମ ଟେଷ୍ଟ ମ୍ୟାଚ୍। ହେଲେ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲର ନୂଆ ନିୟମରେ ଖେଳାଯିବ। ନୂଆ ନିୟମ ଅନୁଯାୟୀ ଖେଳାଳି ମାନେ ବଲରେ ଲାଳ ଲଗାଇ ପାରିବେ ନାହିଁ। ପଡିଆ ଭିତରେ କୌଣସି ପ୍ରକାର ସେଲିବ୍ରେସନ କରିବେ ନାହିଁ। ମ୍ୟାଚ୍ ଖେଳାଯିବା ବେଳେ ଷ୍ଟାଡିୟମରେ ଦର୍ଶକ ରହିବେ ନାହିଁ। କରୋନା ଭୂତାଣୁକୁ ରୋକିବା ସକାଶେ ଆଇସିସିର ପରିବର୍ତ୍ତିତ ନିୟମାବଳୀ ଅନୁଯାୟୀ ମ୍ୟାଚ୍ ଖେଳାଯିବ। ଏହି ଐତିହାସିକ ସିରିଜରେ ସମସ୍ତଙ୍କ ନଜର ଅଲ ରାଉଣ୍ଡର ବେନ ଷ୍ଟୋକସ ଏବଂ ଜାସନ ହୋଲଡରଙ୍କ ଉପରେ ରହିବ। ଦୁଇ ଦଳର ଶକ୍ତି ଦେଖିଲେ ସିରିଜ ଜିତିବା ନେଇ…
ଭୁବନେଶ୍ବର : ମୈତ୍ରୀବିହାର ଅଞ୍ଚଳରେ ଥିବା ଟେକ୍ ମହିନ୍ଦ୍ରା ଅଫିସ୍କୁ ସିଲ୍ କରିଛି ବିଏମ୍ସି । କୋଭିଡ୍ ଗାଇଡଳାଇନ୍ ଉଲ୍ଲଂଘନ ଅଭିଯୋଗରେ ଏହି ଅଫିସ୍ ସିଲ୍ ହୋଇଥିବା ନେଇ ସୂଚନା ରହିଛି । ସମ୍ପୃକ୍ତ ସଂସ୍ଥାର 7 ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେସ ସିଲ୍ କରାଯାଇଛି । ଏହା ପରେ ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟିନ୍ ନିର୍ଦ୍ଦେଶ ଦିଆଯାଇଛି । 20 ତାରିଖ ତାରିଖ ସମସ୍ତ 67 କର୍ମଚାରୀଙ୍କୁ କ୍ବାରେଣ୍ଟିନ୍ରେ ରହିବାକୁ ନିର୍ଦ୍ଦେଶ ରହିଛି । ଏନେଇ ବିଏମ୍ସି ଜୋନାଲ୍ ଡେପୁଟି କମିଶନର ପ୍ରମୋଦ ପୃଷ୍ଟି ସୂଚନା ଦେଇଛନ୍ତି ।
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକରେ ବାଲିସୁଆଁ ଗ୍ରାମରୁ ଉଦ୍ଧାର ହୋଇଛି ଏକ ବିରଳ ଧଳା ରଙ୍ଗର ସାପ । ସମ୍ପୂର୍ଣ୍ଣ ଧଳା ରଙ୍ଗର ଦେହ ଏବଂ କଳା ରଙ୍ଗର ଆଖି ଥିବା ଏହି ସାପଟିକୁ ଗତକାଲି ବାଲିସୁଆଁ ଗାଁ ର ଯୁବକ ଅବିନାଶ ସ୍ୱାଇଁ ରାତି ପ୍ରାୟ 10 ଟା ସମୟରେ ଏକ ରାସ୍ତା ପାର ହେଉଥିବା ବେଳେ ଦେଖିଥିଲେ । ଧଳା ରଙ୍ଗର ଏଭଳି ସାପ ସେ ଆଗରୁ କେବେ ଦେଖି ନଥିଲେ । ତେଣୁ ସେ କୌତୂହଳ ବଶତଃ ଏକ ବାଡ଼ି ସାହାଯ୍ୟରେ ଏକ ପ୍ଲାଷ୍ଟିକ ଡବା ଭିତରେ ପୁରେଇ ଦେଇଥିଲେ । ଡବା ଭିତରୁ ଫଟୋ ଉଠେଇ ସ୍ନେକ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ସେ ସେହି ଫୋଟୋ ଗୁଡିକ ପଠେଇ ସାପ ଟିକୁ ଚିହ୍ନିବା ପାଇଁ କହିଥିଲେ । ଶୁଭେନ୍ଦୁ ଧଳା ଦେହ ଏବଂ କଳା ଆଖି ସହିତ ଏହି ସାପ…
ପୁରୀ, ଆଜି ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ, ସେଥିପାଇଁ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ କରିଛନ୍ତି ବାଲୁକା କଳା। ଧୋନିଙ୍କ ଜନ୍ମଦିନ ପାଇଁ ବିଭିନ୍ନ ସ୍ଥାନରୁ ଶୁଭେଚ୍ଛାର ବାର୍ତ୍ତା ଆସିବାରେ ଲାଗିଛି। ହେଲେ ସୁଦର୍ଶନଙ୍କ ଏହି ବାଲୁକା କଳା ସେ ମଧ୍ୟରୁ ଭିନ୍ନତା ରଖିଛି। ସୁଦର୍ଶନ ତାଙ୍କ କଳାରେ ଏକ ବାଲୁକା ବ୍ୟାଟ ତିଆରି କରିଛନ୍ତି। ସେହି ବ୍ୟାଟ ଭିତରେ ଧୋନିଙ୍କ ପ୍ରତିକୃତିକୁ ସ୍ଥାନିତ କରିଛନ୍ତି। ବ୍ୟାଟ ଶେଷରେ ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ବୋଲି ଲେଖିଛନ୍ତି।
ଭୁବନେଶ୍ବର : ସ୍ବେଚ୍ଛାସେବୀ ଆଦିତ ଦାସଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି । ସୋସିଆଲ ମିଡିଆରେ ଜଣାଶୁଣା ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତଦେହ ଲିଙ୍ଗରାଜ ରେଳଲାଇନ କଡରୁ ଉଦ୍ଧାର ହୋଇଛି। ଗତ ମାସ 9 ତାରିଖରେ କଟକର ଖପୁରିଆଠାରେ ଆଦିତ୍ୟ ଦାସ ବିବାହ କରିଥିବାବେଳେ ଆଜି ତାଙ୍କର ମୃତଦେହ ଉଦ୍ଧାର ହେବା ପରେ ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ତାକୁ ନେଇ ଏବେ ସସ୍ପେନ୍ସ ଲାଗି ରହିଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛ । ତେବେ ଗତକାଲି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା। ଆଦିତ୍ୟ ରାଗରେ ଘର ଫ୍ରିଜ୍ ଭିତରେ ମୋବାଇଲ୍ ଓ ଚାବି ରଖି ସନ୍ଧ୍ୟାବେଳେ ଘରୁ ବାହାରି ଆସିଥିଲେ ବୋଲି ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ। ତେବେ ଆଜି ସକାଳୁ ତାଙ୍କ ମୃତଦେହ ରେଳଧାରଣାରୁ ଉଦ୍ଧାର ହୋଇଥିବାବେଳେ ଏହା ଆତ୍ମହତ୍ୟା…
During enforcement of #SocialDistancing & #Using_mask to contain #COVID19 pandemic, 434 & 237 persons were booked against each for violations under regulations of OUPA Act within last 24 hours.
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଡାକ୍ତରଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଡାକ୍ତରଜଣକ ହେଉଛନ୍ତି ବୀରମିତ୍ରପୁର ସରକାରୀ ଡାକ୍ତରଖାନାର ଡାକ୍ତର ଦେବାଶିଷ ଘୋଷ। ନାବାଳିକାଙ୍କ ଗର୍ଭପାତ କରାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଆଜି ସକାଳେ କ୍ରାଇମବ୍ରାଞ୍ଚ ଟିମ୍ ସମ୍ପୃକ୍ତ ଡାକ୍ତରଙ୍କୁ ପଚରାଉଚରା ପାଇଁ ବୀରମିତ୍ରପୁର ଥାନାକୁ ଡାକିଥିଲା। ସେଠାରେ ଦୀର୍ଘ ସମୟ ଜେରା ପରେ ତାଙ୍କୁ ଗିରଫ କରାଯାଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୀରମିତ୍ରପୁରର ବହିଷ୍କୃତ ପୂର୍ବତନ ଥାନା ଅଧିକାରୀ ଆନନ୍ଦ ମାଝି ପୂର୍ବରୁ ଗିରଫ ହୋଇ ଜେଲ୍ରେ ଥିବା ବେଳେ ଏବେ ଅଭିଯୁକ୍ତ ଡାକ୍ତର ଗିରଫ ହୋଇଛନ୍ତି।
କଟକ : କଟକ ଜିଲ୍ଲାର ନୂଆ 29 ଆକ୍ରାନ୍ତଙ୍କ ମଧ୍ୟରୁ ସିଏମ୍ସିରୁ 5 ଜଣ ଚିହ୍ନଟ ହୋଇଛନ୍ତି । କଟକରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଟାଙ୍ଗୀରୁ ଜଣେ ରହିଥବାବେଳେ କଟକ ସଦରରୁ ଜଣେ, ବାଙ୍କୀରୁ 12 ଜଣ, ବଡ଼ମ୍ବାରୁ 5 ଜଣ, ନରସିଂହପୁର ଦୁଇଜଣ, ନିଆଳିରୁ 2ଜଣ, ସାଲେପୁରରୁ ଜଣେ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 855ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 544 ଜଣ ସୁସ୍ଥ ହୋଇ ସାରିଥିବା ବେଳେ 303 ଜଣ ଚିକିତ୍ସାଧୀନ ଅଛନ୍ତି। କରୋନା ଯୋଗୁ କଟକ ଜିଲ୍ଲାରେ ସମୁଦାୟ 5 ଜଣଙ୍କ ମୃତ୍ୟୁ ହୋଇଛି ।
ଭୁବନେଶ୍ବର : ଆଜି ରାଜ୍ୟରୁ ଚାରିଜଣଙ୍କର ମୁଣ୍ଡ ନେଇଛି କରୋନା । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ତିନି ଜଣ ଥିବାବେଳେ କଟକରୁ ଜଣେ ରହିଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି । ଗଞ୍ଜାମରୁ ମୃତ୍ୟୁବରଣ କରିଥିବା ତିନି ଜଣଙ୍କ ମଧ୍ୟରେ ଜଣେ 70 ବର୍ଷୀୟ ଆକ୍ରାନ୍ତ ଥିବାବେଳେ ସେ ଡାଇବେଟିସ୍ ରୋଗରେ ପୀଡ଼ିତ ଥିଲେ । ଅନ୍ୟ ଜଣଙ୍କ ବୟସ 60 ବର୍ଷ ରହିଥିବାବେଳେ ସେ ମଧ୍ୟ ଡାଇବେଟିସ୍ରେ ପୀଡ଼ିତ ଥିଲେ । ଅନ୍ୟ ଜଣେ 53 ବର୍ଷର ବୋଲି ସୂଚନା ରହିଛି ।ସେହିପରି କଟକରୁ ଆଜି କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 48 ବର୍ଷ । ସେ ଲିଭର ଓ ଡାଇବେଟିସ୍ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି । ରାଜ୍ୟରେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା 42କୁ ବୃଦ୍ଧି ହୋଇଛି । ସେହିପରି ଗଞ୍ଜାମରେ ମୃତ୍ୟୁ ସଂଖ୍ୟା 24କୁ…
ଭୁବନେଶ୍ବର : ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ 571 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 21 ଜିଲ୍ଲାରୁ ଆଜି 571 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ 273 ଚିହ୍ନଟ ହୋଇଥିବାବେଳେ ଗଜପତିରୁ 56, ସୁନ୍ଦରଗଡରୁ 51, ଖୋର୍ଦ୍ଧାରୁ 37, କଟକରୁ 29, ବାଲେଶ୍ବରରୁ 28, ଜଗତସିଂହପୁରରୁ 17, ଯାଜପୁରରୁ 16, ମୟୂରଭଞ୍ଜରୁ 14,ରାୟଗଡାରୁ 10, କେଉଁଝର ଓ ନବରଙ୍ଗପୁରରୁ 7, ସମ୍ବଲପୁରରୁ 6, ବଲାଙ୍ଗିରରୁ 5, ଅନୁଗୁଳ ଓ ପୁରୀରୁ 4, କେନ୍ଦ୍ରାପଡାରୁ 3, ଝାରସଗୁଡା, ନୟାଗଡ, ଭଦ୍ରକ ଓ ଢେଙ୍କାନାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ବର : ରାଜ୍ୟରେ ଆଜି 571 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 403 ଜଣ ଚିହ୍ନଟ ହୋଇଥିବାବେଳେ 168ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 10ହଜାର 97 ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3ହଜାର 557ଜଣ । ସେହିପରି ସୁସ୍ଥ ହୋଇଛନ୍ତି 6ହଜାର4864 । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 38ଜଣ । ସେହିପରି10ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ରାଉରକେଲା : କରୋନା ପାଇଁ ରାଉରକେଲା ମହାନଗର ନିଗମ ଅଫିସ୍ରେ କଟକଣା ଲାଗୁ କରାଯାଇଛି । ଆସନ୍ତା 31 ପର୍ଯ୍ୟନ୍ତ ଆରଏମ୍ସି ନ ଆସିବା ପାଇଁ କମିଶନର ପରାମର୍ଶ ଦେଇଛନ୍ତି । ଆପ୍ଲିକେସନ/ ଅଭିଯୋଗ ଇମେଲ୍ ଯୋଗେ ପଠାଇବାକୁ ନିର୍ଦ୍ଦେଶ ରହିଛି । ଏପରିକି ଅଭିଯୋଗ ଜଣାଇବାକୁ ଟୋଲ୍ ଫ୍ରି ନମ୍ବରକୁ ଫୋନ୍ ପାଇଁ ସୂଚନା ଦିଆଯାଇଛି । ପୂର୍ବରୁ 14ଟି ଜିଲ୍ଲାର ଲୋକଙ୍କୁ ରାଉରକେଲା ଆସିବା ଉପରେ କଟକଣା ଲଗାଯାଇଥିଲା । ଏହି ଜିଲ୍ଲା ଗୁଡିକ ମଧ୍ୟରେ ରହିଛି – ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ଗଜପତି, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଜିଲ୍ଲା । ଏହି ସମସ୍ତ ଜିଲ୍ଲାର ଲୋକେ ରାଉରକେଲା ଆସିଲେ 14 ଦିନ ସରକାରୀ କ୍ୱାରେଣ୍ଟିନ୍ରେ ରହିବା ବାଧ୍ୟତାମୂଳକ କରାଯାଇଛି । ସେହିପରି ଏହି ସବୁ ଜିଲ୍ଲା ଗୁଡ଼ିକୁ ରାଉରକେଲାରୁ କୌଣସି ବ୍ୟକ୍ତି 5 ଘଣ୍ଟା ପାଇଁ ଗଲେ…
କେଦାର ମିଶ୍ର ଯେ କୌଣସି ସଫଳତାର ତାଲିକାରେ ପ୍ରଥମ ତିନୋଟି ସ୍ଥାନରେ ରହିବାର ଅଲଗା ଆନନ୍ଦ ରହିଛି। ହେଲେ କରୋନା ସଂକ୍ରମଣ ର ତାଲିକାରେ ଭାରତ ତୃତୀୟ ସ୍ଥାନରେ ପହଞ୍ଚିବା, କେବଳ ଚିନ୍ତାଜନକ ନୁହେଁ, ଏହା ଅନେକାଂଶରେ ବିପଜ୍ଜନକ। ପୃଥିବୀର ସବୁଠୁ କଠୋର ଲକ ଡାଉନ ଓ ସରକାର କୃତ ମାନବୀୟ ସଙ୍କଟ ପରେ ମଧ୍ୟ ଆମେ କରୋନା ତାଲିକାରେ ତୃତୀୟ ସ୍ଥାନରେ ପହଞ୍ଚିଲେ କେମିତି? ଆଜି ପୃଥିବୀର ଯେଉଁ ତିନୋଟି ଦେଶ ପ୍ରଥମ ତିନୋଟି ସ୍ଥାନରେ ରହିଛନ୍ତି, ସେହି ତିନୋଟି ଦେଶର ନେତୃତ୍ଵ ସବୁବେଳେ କୋଭିଡ-୧୯ ମୁକାବିଲାକୁ ଏକ ଯୁଦ୍ଧ ବୋଲି କହି ଆସିଛନ୍ତି। କରୋନା ମୁକାବିଲାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ, ବ୍ରାଜିଲ ରାଷ୍ଟ୍ରପତି ଜୈର ବଲସାନାରୋ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ୟଶୈଳୀ ପ୍ରାୟ ସମାନ। ଏମାନେ ମହାମାରୀ ମୁକାବିଲାରେ ବିଜ୍ଞାନ ତୁଳନାରେ ରାଜନୀତିକୁ ଅଧିକ ପ୍ରାଧାନ୍ଯ ଦେଇଛନ୍ତି। ଲୋକଙ୍କୁ ସତର୍କ ଓ ସଚେତନ କରିବା…
ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଶିର୍ଲା ଜଙ୍ଗଲରେ ପୁଣି ଏନ୍କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ନିହତ ମାଓବାଦୀ ଜଣକ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନ ସଦସ୍ୟ ବୋଲି କୁହାଯାଉଛି। ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି ଏହାସହ ଶିର୍ଲା ଅଞ୍ଚଳରେ ଏସ୍ଓଜି ଓ ଡିଭିଏଫ୍ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛି। ସୂଚନାଥାଉ କି, ଦିନକ ପୂର୍ବରୁ ଶିର୍ଲା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳିରେ ଚାରି ଜଣ ମାଓବାଦୀ ପ୍ରାଣ ହରାଇଥିଲେ।
ନୂଆଦିଲ୍ଲୀ : ଭାରତରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଭାରତ ସାରା ବିଶ୍ୱରେ କରୋନା ପ୍ରଭାବିତ ଦେଶ ତାଲିକାରେ ଋଷକୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଂଚିଛି । ଆଜି ପୁଣି 22 ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୭ ଲକ୍ଷ ପାର ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 20 ହଜାର ଡେଇଁଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 19 ହଜାର 665ରେ ପହଞ୍ଚିଛି । ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା 20 ହଜାର ଟପିଛି । ଦେଶରେ କରୋନ ମୃତ୍ୟୁସଂଖ୍ୟା 20 ହଜାର 160କୁ ବୃଦ୍ଧି ହୋଇଛି । ଗତ 24 ଘଣ୍ଟାରେ 22ହଜାର 252 ଜଣ ଆକ୍ରାନ୍ତ ହୋଇଥିବାବେଳେ 467ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି…
ଦେବଗଡ଼ :ଭିଜିଲାନ୍ସ ଜାଲରେ ପଡିଛନ୍ତି ଦେବଗଡ ପୌର ପରିଷଦର ଜଣେ ନିର୍ବାହୀ ଅଧିକାରୀ । ଭିଜିଲାନ୍ସ ସମ୍ବଲପୁର ଭିଜିଲାନ୍ସ ଡିଏସ୍ପି ଦାଶରଥୀ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ଉ କରି କାଗଜପତ୍ର ଯାଞ୍ଚ କରୁଥିବା ଜଣାପଡ଼ିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ ଚାଲିଛି। କୁଞ୍ଜବନଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ 4 ଟି ସ୍ଥାନରେ ଭିଜିଲାନ୍ସଟିମ୍ ଚଢ଼ଉ କରୁଛି। ତାଙ୍କ ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ସ୍ଥିତ ଶ୍ୱଶୁର ଘର ଓ ଗଣ୍ଡଗରା ସ୍ଥିତ ପୈତୃକ ଘରେ ବି ଚଢଉ ଚାଲିଛି।

