ଭୁବନେଶ୍ବର : ଆଜି ରାଜ୍ୟର 21ଟି ଜିଲ୍ଲାରୁ 595 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଗଞ୍ଜାମରୁ ସର୍ବାଧିକ 230 ଜଣ ଚିହ୍ନଟ ହୋଇଥିବାବେଳେ ଯାଜପୁରରୁ 97, ଖୋର୍ଦ୍ଧାରୁ 76,କୋରାପୁଟରୁ 44, ମାଲକାନଗିରିରୁ 36, ଗଜପତିରୁ 20, ମୟୂରଭଞ୍ଜରୁ 14, ବାଲେଶ୍ବର, ଭଦ୍ରକ ଓ କଟକରୁ 11 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ପୁରୀରୁ 10, ସୁନ୍ଦରଗଡରୁ 8 ଜଣ ଚିହ୍ନଟ ହୋଇଥିବାବେଳେ ନୟାଗଡ ଓ ଜଗତସିଂହପୁରୁ 5 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି କଳାହାଣ୍ଡିରୁ 4, ବରଗଡ ଓ କେଉଁଝରରୁ 3 ଜଣ ଲେଖାଏଁ ରହିଛନ୍ତି । କେନ୍ଦ୍ରାପଡା, ରାୟଗଡା, ସମ୍ବଲପୁରରୁ 2 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ବଲାଙ୍ଗିରରୁ ଜଣେ ରହିଛନ୍ତି ।
Author: Samikhsya Bureau
ନୂଆଦିଲ୍ଲୀ, ଭାରତୀୟ ଭେଷଜ ମହାନିୟନ୍ତ୍ରକ (ଡିସିଜିଆଇ) କୋଭିଡ-19 ଆକ୍ରନ୍ତଙ୍କ ପାଇଁ ‘ଆଇଟୋଲିଜୁମାବ’ ଔଷଧ ଜରୁରୀକାଳୀନ ସୀମିତ ବ୍ୟବହାରକୁ ଅନୁମତି ପ୍ରଦାନ କରିଛନ୍ତି। ‘ଆଇଟୋଲିଜୁମାବ’ (ଆରଡିଏନ୍ଏ ଅରିଜିନ) ଏକ ମନୋକ୍ଲୋନାଲ ଆଣ୍ଟିବଡି ବା ରୋଗ ପ୍ରତିରୋଧକାରୀ ଔଷଧ। ଏହା ଏବେ ଗୁରୁତର ଏବଂ ପୁରୁଣା ପ୍ଲାକ୍ ସୋରିଆସିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଛି । କୋଭିଡ ଆକ୍ରାନ୍ତଙ୍କୁ ଏହା ଦିଆଯାଇପାରିବ ବୋଲି ପରୀକ୍ଷାମୂଳକ ପ୍ରୟୋଗ ପରେ ଡିସିଜିଆଇ ଅନୁମତି ଦେଇଛନ୍ତି। ବାଇକନ୍ କଂପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ଔଷଧଟି ପ୍ଲାକ୍ ସୋରିଆସିସ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ 2013ରୁ ଆଲ୍ଜୁମାବ ବ୍ରାଣ୍ଡ ନାମରେ ବିକ୍ରି ହେଉଛି । ଏହି ଦେଶୀ ଔଷଧଟିକୁ କୋଭିଡ ଚିକିତ୍ସା ପାଇଁ ପୁନଃଉଦ୍ୟେଶିତ କରାଯାଇଛି । ବାଇକନ କଂପାନୀ ଏହି ଔଷଧର କ୍ଲିନିକାଲ ପରୀକ୍ଷା କରିବା ପରେ ସଂପୃକ୍ତ ରିପୋର୍ଟ ଡିସିଜିଆଇକୁ ଦେଇଥିଲା। ଡିସିଜିଆଇର ବିଶେଷଜ୍ଞ କମିଟି ଏହା ଉପରେ ତର୍ଜମା କରିବା ପରେ କୋଭିଡ ରୋଗୀଙ୍କୁ…
ଭୁବନେଶ୍ବର : ରାଜ୍ୟରେ ଆଜି 595 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 394 ଜଣ ଚିହ୍ନଟ ହୋଇଥିବାବେଳେ 201ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 13ହଜାର 121ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 4ହଜାର 677ଜଣ । ସେହିପରି ସୁସ୍ଥ ହୋଇଛନ୍ତି 8ହଜାର360ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 61ଜଣ । ସେହିପରି18ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଓ୍ବାସିଂଟନ, ଶେଷରେ ମାସ୍କ ପିନ୍ଧିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗତକାଲି ୱାସିଂଟନ ଡିସିର ଏକ ସମାରିକ ହସପିଟାଲ ବୁଲିବାକୁ ଯିବା ବେଳେ ସେ ଏହି ମାସ୍କ ପିନ୍ଧିଥିଲେ। ସେଠାରେ ଆହତ ଆମେରିକୀୟ ଯବାନ, କୋଭିଡ ଯୋଦ୍ଧା ଚିକିତ୍ସିତ ହେଉଥିଲେ। ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ତଦାରଖ କରିବା ପାଇଁ ଟ୍ରମ୍ପ ସେଠାକୁ ଯାଇଥିଲେ। ଏହି ସମୟରେ ସେ ଏବଂ ତାଙ୍କ ସାଥୀରେ ଥିବା କର୍ମଚାରୀମାନେ କଳା ରଂଗର ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ଆମେରିକାରେ କରୋନାଭାଇରସ ସ୍ଥିତି ଜଟିଳ ହୋଇପଡିଥିଲେ ମଧ୍ୟ ଟ୍ରମ୍ପ ମାସ୍କ ବ୍ୟବହାର କରୁ ନ ଥିଲେ। ତାଙ୍କୁ ଆମେରକୀୟ ଅଧିକାରୀମାନେ ଯେତେ ବୁଝାଇବାକୁ ଚେଷ୍ଠା କରିଥିଲେ ମଧ୍ୟ ଟ୍ରମ୍ପ ମାସ୍କ ପିନ୍ଧିବାକୁ ମନା କରୁଥିଲେ। ସେ କୋଭିଡ ସମୟରେ ସବୁବେଳେ କ୍ୟାମେରା ଆଗକୁ ଆସି ସାମ୍ବାଦିକ ସମ୍ମିଳନୀ କରୁଥିଲେ ମଧ୍ୟ ମାସ୍କ ବ୍ୟବହାର କରୁ ନ ଥିଲେ।(ଆଇଏଏନସ)
କେଦାର ମିଶ୍ର ଯୁଦ୍ଧରେ ଜିତିଯାଇଛୁ ବୋଲି ଆମେ କହୁଛୁ, ହେଲେ ଯୁଦ୍ଧକୁ ଅସ୍ଵୀକାର କରୁଛୁ। ଆମେ ରଣଛୋଡ ଅବସ୍ଥାରେ ଯୁଦ୍ଧ ଜିତିବାର ପ୍ରଚାର କରିଚାଲିଛୁ। ପୂରା କରୋନା ମୁକାବିଲା କ୍ଷେତ୍ରରେ ଆମର ସ୍ଥିତି ବର୍ତ୍ତମାନ ଯୁଦ୍ଧ ଆରମ୍ଭ ହେବା ଆଗରୁ ଯୁଦ୍ଧ ଜିତିଛି ବୋଲି ଦାବି କରୁଥିବା ବାଚାଳ ପରି। ପ୍ରତିଦିନ ନୂଆ ପରିସଙ୍ଖ୍ୟାନ ଦେଇ ସରକାର ଆମକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ, ଆମେ ଏବେବି ଆମେରିକା ଠୁ ଭଲ ସ୍ଥିତିରେ ଅଛୁ। ହଁ, ତାହା ହିଁ ଠିକ। ଆମେ ଆମେରିକା ତୁଳନାରେ ଭଲ ସ୍ଥିତିରେ ଅଛୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଏବେ ତାଙ୍କର ନିର୍ବାଚନୀ ପ୍ରଚାରରେ କହୁଛନ୍ତି ଯେ, ଆମେରିକା କୋଭିଡ ବିରୋଧରେ ଯୁଦ୍ଧ ଜିତି ସାରିଛି। ପ୍ରତିଦିନ ୭୦ହଜାରରୁ ଅଧିକ ପଜିଟିଭ କେସ, ୧ ଲକ୍ଷ ୩୭ ହଜାରରୁ ଅଧିକ ମୃତ୍ୟୁ ଏବଂ ୩୩ ଲକ୍ଷରୁ ଅଧିକ ଆକ୍ରାନ୍ତଙ୍କୁ ନେଇ ଆମେରିକା ନିଜକୁ କୋଭିଡ ବିଜୟୀ…
ମୁମ୍ବାଇ : ଅମିତାଭ ବଚ୍ଚନ କରୋନାରେ ପୀଡ଼ିତ ହୋଇ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ତାଙ୍କ ଅବସ୍ଥା ଏବେ ସ୍ଥିର ରହିଥିବାର ସୂଚନା ରହିଛି । ସାମାନ୍ୟ ଲକ୍ଷଣ ଥାଇ ଅମିତାଭ ଆଇସୋଲେସନ ୟୁନିଟରେ ଭର୍ତ୍ତି ହୋଇଛନ୍ତି ବୋଲି ଡାକ୍ତର ସୂଚନା ଦେଇଛନ୍ତି । କାଲି ପଜିଟିଭ୍ ଚିହ୍ନଟ ପରେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଅଛନ୍ତି ଅମିତାଭ । ସେହିପରି ଅଭିଷେକ ବଚ୍ଚନ ମଧ୍ୟ କରୋନାରେ ପୀଡ଼ିତ ହୋଇଛନ୍ତି । ତେବେ ଜୟାବଚ୍ଚନ ଓ ଐଶ୍ବର୍ଯ୍ୟା ବଚ୍ଚନ ରିପୋର୍ଟ ନେଗେଟିଭ୍ ଆସିଥିବାର ସୂଚନା ରହିଛି । ଅଭିଷେକ ବଚ୍ଚନ କରୋନା ପୀଡ଼ିତ ହେବା ପରେ ବ୍ରିଥ୍-2ର ଡବିଂ ଷ୍ଟୁଡିଓକୁ ବନ୍ଦ କରି ଦିଆଯାଇଛି । ଅଭିଷେକ ବଚ୍ଚନ ଓ୍ବେବ ସିରିଜ୍- ବ୍ରିଥ୍-2 ପାଇଁ କାର୍ଯ୍ୟ କରୁଥିଲେ। ଏବେ ଏହାର ସାଉଣ୍ଡ ଓ ଡବିଂ କାର୍ଯ୍ୟ ଚାଲୁ ରହିଥିଲା । ଅଭିଷେକଙ୍କ ପଜିଟିଭ୍ ରିପୋର୍ଟ ପରେ ଏହି ଷ୍ଟୁଡିଓଙ୍କୁ ବନ୍ଦ…
ଭୁବନେଶ୍ବର : ରାଉରକେଲା ସରକାରୀ ଡାକ୍ତରଖାନାର ଓପିଡି ବନ୍ଦ । କାଲିଠୁ 15 ତାରିଖ ପର୍ଯ୍ୟନ୍ତ ଆରଜିଏଚ୍ର ବନ୍ଦ ରହିବ ଓପିଡି । ଗୁରୁତର ରୋଗୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ନ ଆସିବାକୁ ପରାମର୍ଶ । କରୋନା ପଜିଟିଭ୍ ଚିହ୍ନଟ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଏନେଇ ପଦକ୍ଷେପ ଦେଇଛନ୍ତି । ଟ୍ରୋମା ଓ ଏମର୍ଜେନ୍ସି ଓପିଡି ଖୋଲା ରହିବ ବୋଲି କହିଛନ୍ତି ଆରଜିଏଚ୍ ନିର୍ଦ୍ଦେଶକ ।
ମୁମ୍ବାଇ : ମୁମ୍ବାଇ ମହାନଗର ପାଳିକା (ବିଏମ୍ସି)ର 57 ବର୍ଷୀୟ ସହାୟକ ନଗର ଆୟୁକ୍ତ (ଓ୍ବାର୍ଡ ଅଧିକାରୀ)ଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ରବିବାର ଦିନ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ମାର୍ଚ୍ଚମାସରୁ ସେ କରୋନ ବିରୋଧ ଲଢେଇରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । କରୋନା ଯୋଗୁଁ ଏ ପର୍ଯ୍ୟନ୍ତ ପ୍ରାୟ 100 ଜଣ ବିଏମ୍ସି କର୍ମଚାରୀମାନେ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦୁଇହଜାରରୁ ଉଦ୍ଧ୍ବ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ମୃତ ବିଏମ୍ସି ଆସିଷ୍ଟାଣ୍ଟ କମିଶନରଙ୍କ ନାମ ଅଶୋକ ଖୈନାର୍ ଥିଲା ବୋଲି ସୂଚନା ରହିଛି । ଅଶୋକ ଗ୍ରେଟର ମୁମ୍ବାଇ ମହାନଗର ନିଗମର ଆସିଷ୍ଟାଣ୍ଟ କମିଶନର ପଦ ସମ୍ଭାଳି ଥିଲେ । ଫୋର୍ଟିସ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା ହେଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ପରିବାରରେ ପତ୍ନୀ ଓ ଦୁଇ ସନ୍ତାନ ବ୍ୟତୀତ ଅନ୍ୟମାନେ ରହିଥିଲେ । ବିଏମ୍ସିରର ପୂର୍ବ…
ମୁମ୍ବାଇ : ବିଗ୍ ବି ଅମିତାଭ ବଚ୍ଚନଙ୍କୁ କରୋନା । ମେଗାଷ୍ଟାର୍ ଅମିତାଭ ବଚ୍ଚନ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ସେ କରୋନା ସଂକ୍ରମିତ ହୋଇଥିବା ନେଇ 77 ବର୍ଷୀୟ ଅମିତାଭ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । କରୋନା ସଂକ୍ରମିତ ହେବା ପରେ ସେ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଅମିତାଭଙ୍କ ପରିବାରର ଅନ୍ୟ ସମସ୍ତ ସଦସ୍ୟଙ୍କ କରୋନା ଟେଷ୍ଟ କରାଯାଇଥିବାବେଳେ ସେମାନଙ୍କ ରିପୋର୍ଟ ଆସିନାହିଁ । ଗତ 10 ଦିନ ଭିତରେ ଅମିତାଭ ବଚ୍ଚନଙ୍କ ସଂସ୍ପର୍ଶରେ ଯେ କେହି ବି ଆସିଛନ୍ତି, ସେ ସମସ୍ତେ କରୋନା ପରୀକ୍ଷା କରିବାକୁ ଅମିତାଭ ବଚ୍ଚନ ଟୁଇଟ୍ ଯୋଗେ ଅନୁରୋଧ କରିଛନ୍ତି ।
କଟକ : ରାଜ୍ୟର ପ୍ରଥମ ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ରାଜ୍ୟର ପ୍ରଥମ ସମ୍ବାଦପତ୍ର ’ସମାଜ’ ହିଂଜିଳି ପ୍ରତିନିଧିଙ୍କ ପରଲୋକ ହୋଇଛି । ମିଳିଥିବା ସୂଚନା ଅନୁସାରେ ସମାଜ ପେପର୍ର ହିଂଜିଳି ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ପରଲୋକ ହୋଇଛି । କରୋନା ସଂକ୍ରମଣରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିବାର ସୂଚନା ରହିଛି । ଏନେଇ ସମାଜ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି ।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ କରୋନା ଚିହ୍ନଟ ମହିଳା ଜଣଙ୍କ ଭବାନୀପାଟଣାସ୍ଥିତ ମାଁ ମାଣିକେଶ୍ୱରୀ ସୁପର ସ୍ପେଶାଲିଟୀ ହସ୍ପିଟାଲରେ ଚିକିତ୍ସିତ ହୋଇଥିବା ଜଣାପଡିବା ପରେ ଆଜି ଜିଲ୍ଲାପ୍ରଶାସନ ପକ୍ଷରୁ ଉକ୍ତ ହସ୍ପିଟାଲକୁ ସିଲ କରିଦିଆଯାଇଥିବା ଜଣାପଡିଛି। ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡିଛି ଯେ, ଗତ ଜୁଲାଇ ୯ ତାରିଖ ଦିନ ଏହି ହସ୍ପିଟାଲରେ ଚିକିତ୍ସିତ ହୋଇଥିବା ଜଣେ ମହିଳା ପରବର୍ତ୍ତୀ ସମୟରେ ଛତିଶଗଡ ରାଜ୍ୟ ରାୟପୁରସ୍ଥିତ ଏକ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସା ପାଇଁ ଯାଇଥିବା ବେଳେ ସେଠାରେ ତାଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା। ଆଜି ସେହି ରିପୋର୍ଟ ପଜିଟିଭ ଆସିବା ପରେ ସେହି ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ଉକ୍ତ ହସପିଟାଲର ଆଉଟଡୋର ପରୀକ୍ଷଣ ବନ୍ଦ କରିଦିଆଯାଇଥିବା ଜଣାପଡିଛି। ସେହି ଆକ୍ରାନ୍ତ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କର ଏବଂ ହସ୍ପିଟାଲରେ ସେବା ଯୋଗାଇଥିବା କର୍ମଚାରୀ…
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସଂପର୍କରେ ସଲମାନ ଖାନଙ୍କ ପୂର୍ବତନ ମ୍ୟାନେଜର ରେଶମା ଶେଟ୍ଟୀଙ୍କ ବିବୃତ୍ତି ରେକର୍ଡ କରିଛି ମୁମ୍ବାଇ ପୋଲିସ। ଶେଟ୍ଟୀ ବଲିଉଡର ଜଣେ ବରିଷ୍ଠ ସେଲିବ୍ରିଟି ମ୍ୟାନେଜରଙ୍କ ମଧ୍ୟରୁ ଜଣେ। ସୂତ୍ର ଅନୁଯାୟୀ, ବାନ୍ଦ୍ରା ପୋଲିସ ଷ୍ଟେସନରେ ତାଙ୍କୁ ପ୍ରାୟ ପାଞ୍ଚ ଘଣ୍ଟା ପଚରାଉଚରା କରାଯାଇଥିଲା। ପୋଲିସ ଏପର୍ଯ୍ୟନ୍ତ ଶେଟ୍ଟୀଙ୍କ ବିବୃତ୍ତିର ସବିଶେଷ ତଥ୍ୟ ପ୍ରକାଶ କରିନାହିଁ। ୨୦୧୦ ଦଶକରେ ସଲମାନଙ୍କ ମ୍ୟାନେଜର ଭାବରେ ରେଶମା ଖ୍ୟାତି ଅର୍ଜନ କରିଥିଲେ। ସେ ୨୦୧୮ ପର୍ଯ୍ୟନ୍ତ ସଲମାନଙ୍କ କାର୍ଯ୍ୟ ପରିଚାଳନା କରିଥିଲେ, ଯାହା ପରେ ସେ ଅକ୍ଷୟ କୁମାରଙ୍କ ସହ ଜଡିତ ହୋଇଥିଲେ। ଶୀର୍ଷ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ କ୍ୟାଟ୍ରିନା କୈଫଙ୍କ ବୃତ୍ତିଗତ ଆଗ୍ରହକୁ ମଧ୍ୟ ଶେଟ୍ଟୀ ଦେଖିଛନ୍ତି। ସୁଶାନ୍ତ ସିଂ ରାଜପୁତ ମାମଲାରେ ସୁଶାନ୍ତଙ୍କ ଆଗାମୀ ଶେଷ ଚଳଚ୍ଚିତ୍ର “ଦିଲ ବେଚାରା”ର ନିର୍ଦ୍ଦେଶକ, ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରାଙ୍କ…
ନୂଆଦିଲ୍ଲୀ: ହାର୍ଦ୍ଦିକ ପଟେଲଙ୍କୁ ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତି ମିଳିଛି। କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ସୋନିଆ ଗାନ୍ଧୀ ଶନିବାର ଦିନ ହାର୍ଦ୍ଦିକ ପଟେଲଙ୍କୁ ରାଜ୍ୟ ୟୁନିଟର କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ କରିଛନ୍ତି। ଏକ ବିବୃତ୍ତିରେ କଂଗ୍ରେସ ସାଧାରଣ ସମ୍ପାଦକ କେ. ଭେନୁଗୋପାଳ କହିଛନ୍ତି ଯେ ସୋନିଆ ଗାନ୍ଧୀ ଗୁଜୁରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବରେ ପଟେଲଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ୨୦୧୫ ରେ ରାଜ୍ୟରେ ନିଜ ପଟେଲ ସମ୍ପ୍ରଦାୟର ସଂରକ୍ଷଣ ପାଇଁ ଏକ ଆନ୍ଦୋଳନ ଆରମ୍ଭ କରିଥିବା ପାଟିଦାର ନେତା ପଟେଲ ବିଧାନସଭା ନିର୍ବାଚନ ପୂର୍ବରୁ ୨୦୧୭ ରେ କଂଗ୍ରେସରେ ଯୋଗ ଦେଇଥିଲେ। (ଏଜେନ୍ସି)
ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବିଶ୍ଵ ମହାମାରୀ କରୋନା। ଏହା ସହିତ ଭୁବନେଶ୍ୱରରେ କରୋନା ସଂକ୍ରମଣଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢି ଚାଲିଛି। ଆଜି କୋଭିଡ ସ୍ଥିତିକୁ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ। ସେ କହିଛନ୍ତି ଯେ, ହଟସ୍ପଟ ଜିଲ୍ଲାରୁ ବିଭିନ୍ନ କାମ ପାଇଁ ଭୁବନେଶ୍ୱରକୁ ଲୋକ ଆସୁଛନ୍ତି, ଫଳରେ ଭୁବନେଶ୍ୱରରେ ସଂକ୍ରମଣ ସଂଖ୍ୟା ବଢୁଛି। ଏହା ସହ କମିଶନର କହିଛନ୍ତି ଯେ, ଗତ ୧୦ ଦିନରେ ୩୧୭ କେସ ସାମ୍ନାକୁ ଆସିଛି। ଏ ମଧ୍ୟରୁ କେବଳ ୬୧ ଜଣଙ୍କୁ ବିଭିନ୍ନ ଡକ୍ତରଖାନାରୁ ଚିହ୍ନଟ କରାଯାଇଛି। ସଂକ୍ରମଣ କେସ ଚିହ୍ନଟ ହେଲେ ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଇଛି। ବସ୍ତି ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ଏହାକୁ ଧ୍ୟାନର ସହ ମନିଟର କରାଯାଉଛି। ଏନେଇ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ, ହାତ ଧୁଅନ୍ତୁ।’ ବସ୍ତି ଅଞ୍ଚଳରେ ୱାର୍ଡ କମିଟି…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଂଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବେଆଇନ ମାଙ୍କଡା ପଥର କାରବାର। ଚଳିତ ରାତ୍ରୀକାଳୀନ କର୍ଫ୍ୟୁକୁ ଭୃକ୍ଷେପ ନକରି ଚୋରା ପଥର ବେପାରୀମାନେ ଵେଧଡକ ଭାବେ ଚଳାଇଛନ୍ତି ସେମାନଙ୍କର କାରବାର। ଏଭଳି ଚୋରା କାରବାରକୁ ରୋକ୍ ଦେଵା ପାଇଁ ଅଣ୍ଟା ଭିଡିଛନ୍ତି ଟାଙ୍ଗୀ ତହସିଲଦାର। ଆଜି ଟାଙ୍ଗୀ ତହସିଲଦାର ତିନୋଟି ପୃଥକ ପୃଥକ ଅଞ୍ଚଳରେ ଚଢାଉ କରି ୫ ଟି ପଥର ବୋଝେଇ ଗାଡି ଜବତ କରିଛନ୍ତି। ତେବେ ବେଆଇନ ଭାଵେ ମାଙ୍କଡା ପଥର ଚାଲାଣ କରାଯାଉଥିବା ଵେଳେ ଟାଙ୍ଗୀ ବଜାରରୁ ଗୋଟିଏ ପଥର ବୋଝେଇ ୪୦୭ଗାଡି ଜବତ ହୋଇଥିବା ବେଳେ ଉଜ୍ଜଳା ଗୋପୀନାଥପୁର ଗ୍ରାମରୁ ୩ ଟି ପଥର ବୋଝେଇ ଟ୍ରାକ୍ଟର ଏବଂ ପାତ୍ରପଡା ସହଜ ଉପାଯ ମୌଜାରୁ ଗୋଟିଏ ଟ୍ରକ୍ ଜବତ କରିଛନ୍ତି ତହସିଲଦାର। ଆଗକୁ ବେଆଇନ ମାଙ୍କଡା ପଥର କାରବାର ଉପରେ ତିକ୍ଷ୍ନ ନଜର ରଖାଯିବ ବୋଲି ସୂଚନା…
ଭୁବନେଶ୍ବର, ରାଜ୍ୟରେ ଆଜି ଆଉ 388 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ଏହି ସଂଖ୍ୟାକୁ ମିଶାଇ ଏଯାବତ କରୋନାରୁ 8 ହଜାର 360 ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛି। ଗଂଜାମ ଜିଲ୍ଲାରୁ ସର୍ବାଧିକ 187 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ 37, କେନ୍ଦୁଝରରୁ 31, ଯାଜପୁରରୁ 27, କଟକରୁ 26, ନୟାଗଡ଼ରୁ 18, ପୁରୀରୁ 16, ସମ୍ବଲପୁରରୁ 14, ବାଲେଶ୍ବରରୁ 11, ଅନୁଗୁଳରୁ 8 ସୁସ୍ଥ ହୋଇଛନ୍ତି। କେନ୍ଦ୍ରାପଡ଼ାରୁ 6,ଗଜପତି ଓ ଝାରସୁଗୁଡାରୁ 2 ଲେଖାଏଁ ସୁସ୍ଥ ହୋଇଛନ୍ତି। ବରଗଡ଼, ଭଦ୍ରକ ଓ ଦେବଗଡ଼ରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି।
ଭୁବନେଶ୍ବର, କରୋନା ସମୟରେ ମାସ୍କ ବ୍ୟବହାରକୁ ନେଇ ମଧ୍ୟ ସତର୍କ ରହିବା ଉଚିତ୍। ପୁରୁଣା ମାସ୍କ କ’ଣ କରିବେ ତାହା ବି ଜାଣିବା ଉଚିତ୍। ଦିନିକିଆ ମାସ୍କ ବ୍ୟବହାର କରୁଥିଲେ ବ୍ୟବହାର ପରେ ଏହାକୁ ପୋତି ଦିଅନ୍ତୁ କିମ୍ବା ପୋଡ଼ି ଦିଅନ୍ତୁ। ଯଦି ସବୁଦିନିଆ ମାସ୍କ ବ୍ୟବହାର କରୁଛନ୍ତି ତେବେ ଏହାକୁ ନିୟମିତ ଭାବେ ଧୋଇ ଏବଂ ଖରାରେ ଅତି କମରେ ପାଞ୍ଚ ଘଣ୍ଟା ଶୁଖେଇବା ପରେ ବ୍ୟବହାର କରନ୍ତୁ। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଜରିଆରେ ଏଭଳି ପରାମର୍ଶ ଦିଆଯାଇଛି।
ନୂଆଦିଲ୍ଲୀ : ପ୍ରକୃତ ନିୟନ୍ତ୍ରଣ ରେଖା LACରୁ ଭାରତ ଓ ଚୀନ୍ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର କରିବେ। ସୀମା ବିବାଦର ଆପୋସ ସମାଧାନ କରାଯିବ ବୋଲି ଦୁଇ ଦେଶ ମଧ୍ୟରେ ଆଲୋଚନା ହେବା ପରେ ଏବେ ବଦଳିବାରେ ଲାଗିଛି ଚୀନର ମତିଗତି। ଅନ୍ତର୍ଜାତୀୟ ଚାପ ହେଉ, ଭାରତର ବାଣିଜ୍ୟିକ କଟକଣା ହେଉ ବା ଭାରତ ସହିତ ଆମେରିକା, ବ୍ରିଟେନ, ଜାପାନ ଭଳି ଏକାଧିକ ଶକ୍ତିଶାଳୀ ରାଷ୍ଟ୍ର ହାତ ମିଳାଇବା ହେଉ ଏପରି ଏକାଧିକ କାରଣ ରହିଛି, ଯେଉଁଥିପାଇଁ ଚୀନ ହୁଏତ ତାର ସ୍ବର ନରମ କରିବାରେ ଲାଗିଛି। ବିଳମ୍ବରେ ହେଲେ ବି ଚୀନ୍ର ଚେତା ପଶିଛି। ରାଷ୍ଟ୍ରଦୂତ ସନ୍ ୱେଡଙ୍ଗ୍ଙ୍କ ଜରିଆରେ ଭାରତକୁ ଏକ ନୂଆ ବାର୍ତ୍ତା ଦେଇଛି ଚୀନ୍। ଚୀନ୍ କହିଛି ଭାରତ ଶତ୍ରୁ ନୁହେଁ ବରଂ ତାର ଅଂଶୀଦାର ରାଷ୍ଟ୍ର। ସନ୍ ୱେଡଙ୍ଗ୍ କହିଛନ୍ତି, ବିବାଦ ନୁହେଁ, ଭାରତ ଏବଂ ଚୀନ୍ ମଧ୍ୟରେ ଶାନ୍ତି ଆବଶ୍ୟକ। ଭାରତ ଏବଂ…
ନୂଆଦିଲ୍ଲୀ: କରୋନା ସଂକଟ କାରଣରୁ ଦେଶର ଅର୍ଥନୀତି ପ୍ରତି ଯେଉଁ ସଂକଟ ଦେଖାଦେଇଥିଲା, କଟକଣା କୋହଳ ହେବା ପରେ ତାହା କ୍ରମଶଃ ସୁଧୁରୁଛି। ଭାରତୀୟ ଅର୍ଥନୀତି ସ୍ବାଭାବିକ ହେବାର ଲକ୍ଷଣ ଦେଖା ଦେଉଛି। ଏହା କହିଛନ୍ତି ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଶନିବାର ଦିନ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଆୟୋଜିତ ‘ ସପ୍ତମ ବ୍ୟାଙ୍କିଙ୍ଗ୍ ଆଣ୍ଡ୍ ଇକୋନମିକ୍ସ କନ୍କ୍ଲେଭ୍’ରେ ଉଦ୍ବୋଧନ ଦେଇ ସେ କହିଲେ, ଲକ୍ଡାଉନ୍ ସମୟରେ ଦେଶର ଆର୍ଥନୈତିକ ଧାରାକୁ ଜାରି ରଖିବା ନିମନ୍ତେ ରିଜର୍ଭ ବ୍ୟାଙ୍କ୍ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଥିଲା। ମୁଣ୍ଡ ଟେକୁଥିବା ବିପଦକୁ ଚିହ୍ନଟ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ତା’ର ‘ଅଫ୍ସାଇଟ୍ ସର୍ଭିଲେନ୍ସ୍ ମେକାନିଜମ୍’ ସୁଦୃଢ଼ କରିଥିବା ଶ୍ରୀ ଦାସ କହିଛନ୍ତି। ଅର୍ଥନୀତିରେ ସୃଷ୍ଟି ମାନ୍ଦାବସ୍ଥା ଦୂର କରିବା ପାଇଁ କରୋନା ମହାମାରୀ ପୂର୍ବରୁ ହିଁ ରୋପୋ ରେଟ ହ୍ରାସ କରାଯାଇଛି ବୋଲି ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର କହିଛନ୍ତି। ଅର୍ଥନୈତିକ…
ବ୍ରହ୍ମପୁର, ଗଂଜାମରେ ଆଜି ମୋଟ 218 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 43 ଜଣ କରୋନା ଯୋଦ୍ଧା ଅଛନ୍ତି। ଏହି 43 ଜଣଙ୍କ ମଧ୍ୟରେ ଆସିକାରୁ 12, ବେଗୁନିଆପଡାରୁ 2, ବେଲଗୁଣ୍ଠାରୁ 3 ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି। ସେହିପରି କେବଳ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରୁ 7 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଭଞ୍ଜନଗର, ବୁଗୁଡା, ଜଗନ୍ନାଥପ୍ରସାଦ, କୁକୁଡାଖଣ୍ଡି, ରଙ୍ଗେଇଲୁଣ୍ଡା, ସାନଖେମୁଣ୍ଡିରୁ ଜଣେ ଲେଖାଏଁ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି। ଚିକିଟିରୁ 2, ପୋଲସରାରରୁ 7, ସୋରଡାରୁ 3 ଜଣ କରୋନା ଯୋଦ୍ଧା ପଜିଟିଭ ଜଣାପଡ଼ିଛନ୍ତି।
ସୁରଟ, କୋଭିଡ ସାରା ବିଶ୍ବବାସୀଙ୍କ ନିଦ ହଜାଇ ଦେଇଥିବା ବେଳେ କିଛି ଲୋକ ନିଜ ନିଜ ସଉକ ପାଇଁ ଏଥିରୁ ବେଶ ମଜା ଉଠାଉଛନ୍ତି। ମଜା ବି ଏମିତି ସେମିତି ନୁହେଁ। ଏ ବାବଦରେ ଖର୍ଚ୍ଚ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଆମେ କହୁଛୁ କରୋନା ଭୂତାଣୁ ରୋକିବା ପାଇଁ ଲୋକେ ପିନ୍ଧୁଥିବା ମାସ୍କ କଥା। କେହି କେବେ ଭାବି ନଥିଲେ ଯେ ଲୋକଙ୍କ ଆଲମିରାରେ ସ୍ଥାନ ପାଇବ ସୁନା ଅଳଙ୍କାର ପରି ସୁନାରୂପା ଓ ହୀରରେ ତିଆରି ମାସ୍କ। ଆପଣ ବଜାରରେ କେତେ ଟଙ୍କା ଦେଇ ମାସ୍କ କିଣି ପାରିବେ। ଅତି ବେଶୀ ହେଲେ ଶହେ କିମ୍ବା ଦୁଇଶହ ଟଙ୍କା ହେଲେ ଅଧିକ ହୋଇଯିବ । କିନ୍ତୁ ଳୋକ ଏମିତି ବି ଅଛି ତାହା ଜାଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। କିଛି ଦିନ ତଳେ ଜଣେ ପୁଣେର ଜଣେ ଲୋକ ସୁନା ମାସ୍କ ପିନ୍ଧି ବେଶ୍ ଚର୍ଚ୍ଚାକୁ ଆସିଥିଲେ।…

