Author: Samikhsya Bureau

ପୁରୀ: ଆଜିଠୁ ଜିଲ୍ଲା ବାହାରର କୌଣସି ବ୍ୟକ୍ତି ପୁରୀ ଜିଲ୍ଲାକୁ ପ୍ରବେଶ କରିପାରିବେ ନାହିଁ। ଏ ନେଇ କଟକଣା ଜାରି କରାଯାଇଛି। ଅତ୍ୟାବଶ୍ୟକୀୟ ସେବା କିମ୍ବା କୌଣସି ଜରୁରୀ କାର୍ଯ୍ୟ ନ ଥିଲେ ପୁରୀ ଜିଲ୍ଲାକୁ ପ୍ରବେଶ ନିମନ୍ତେ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।ପୁରୀ ଜିଲ୍ଲାର ପ୍ରବେଶ ପଥ ଗୁଡ଼ିକରେ କଡ଼ାକଡ଼ି ଯାଞ୍ଚ କରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି। ଏହାସହ ଲୋକଙ୍କୁ ମଧ୍ୟ ସହଯୋଗ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।

Read More

ପାଟନା, ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସିବିଆଇ ଦ୍ବାରା ତଦନ୍ତ କରାଯାଉ ବୋଲି ପାଟନାରେ ଦାବୀ କରିଛନ୍ତି ସ୍ବର୍ଣ୍ଣ ସେନା। ସେନା ତରଫରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କୁଶପୁତଳିକା ଦାହ କରାଯାଇଛି।

Read More

ନୂଆଦିଲ୍ଲୀ: ପାଣି ବାଲତିରେ ପଡି ଜଣେ ଏକ ବର୍ଷର ଶିଶୁର ମୃତ୍ୟୁ ହୋଇଯାଇଛି। ଏପରି ଏକ ଦୁଃଖଦ ଘଟଣା ଦିଲ୍ଲୀର ମାଣ୍ଡୱାଲିରେ ଘାଟିଯାଇଛି। ପୋଲିସର ସୂଚନାନୁସାରେ ମୃତ ଶିଶୁଟି ଘର ଭିତରେ ଥିବା ପାଣି ବାଲତି ପର୍ଯ୍ୟନ୍ତ ଗୁରୁଣ୍ଡି ଗୁରୁଣ୍ଡି ଯାଇ ସେଥିରେ ଖସିପଡିଥିଲା। ପିତାମାତା ଜାଣିବା ପୂର୍ବରୁ ପିଲାଟି ବୁଡ଼ି ଯାଇଥିଲା। ଶିଶୁଟିକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। (ଏଜେନ୍ସି)

Read More

କନ୍ଦର୍ପ ବେହେରା ରେଢାଖୋଲ: ଗତ ୨୭ ତାରିଖରେ ନାକଟିଦେଉଳ ରେଞ୍ଜ ଜାମୁଜୋରୀ ପଂଚାୟତର ବିନ୍ଦୁପୁର ଗ୍ରାମରେ ଜନୈକ ବ୍ୟକ୍ତିଙ୍କୁ ହାତୀ ମାରି ଦେବା ପରେ ତାକୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ଚିକିତ୍ସାଧିନ ଥିବା ସମୟରେ ଆଜି ସକାଳୁ ତାର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଥିଲା। ମୃତ ବ୍ୟକ୍ତିର ପରିବାରକୁ କ୍ଷତିପୂରଣ ଦାବୀରେ ଶବ ରଖି ଜାମୁଜୋରୀ ଗ୍ରାମପଂଚାୟତ ପାଖରେ ମୂଖ୍ୟରାସ୍ତା ନିକଟରେ ଗ୍ରାମବାସୀ ରାସ୍ତାରୋକ କରିଥିଲେ। ଖବର ପାଇ ନାକଟିଦେଉଳ ଥାନାଧୀକାରୀ ଇସ୍‌ମାଇଲ ଏକ୍କା, ରେଞ୍ଜ ଅଫିସର ଅଶ୍ୱିନୀ କୁମାର ବେହେରା, ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ କୁମାର ସାହୁ, ଜାମୁଜୋରୀ ସରପଂଚ ଅଜୀତ କୁମାରେ ପ୍ରଧାନ ଘଟଣା ସ୍ଥଳକୁ ଯାଇଥିଲେ। ଲୋକମାନଙ୍କୁ ବୁଝାସୁଝା କରିବା ପରେ ଓ ପ୍ରଶାସନ ପ୍ରତିଶୃତି ଦେବା ପରେ ଅପରାହ୍ନ ୪ଟା ୩୦ରେ ଗ୍ରାମବାସୀ ଆନ୍ଦୋଳନରୁ ଓହରି ଯାଇଥିଲେ। ମୃତ ବ୍ୟକ୍ତି ଜଣଙ୍କ ଓାର୍ଡମେମ୍ବର ଥିଲେ ବୋଲି ଜଣା ପଡିଛି। ପ୍ରକାଶ ଯେ ଏକ ମାସ…

Read More

ନୂଆଦିଲ୍ଲୀ, ଆଗାମୀ ଦୁଇ ସପ୍ତାହ ଯାଏଁ  ଦେଶର 6ଟି ଘରୋଇ ବିମାନ ବନ୍ଦରରୁ କୋଲକାତାକୁ କୌଣସି ବିମାନ ଚଳାଚଳ କରିବ ନାହିଁ । ଭାରତୀୟ ବିମାନବନ୍ଦର ପ୍ରାଧୀକରଣ ପରିଚାଳିତ କୋଲକାତା ଏୟାରପୋର୍ଟ ପକ୍ଷରୁ ଏହା କୁହାଯାଇଛି । ଆସନ୍ତା ସୋମବାର ଜୁଲାଇ 6ରୁ 19 ତାରିଖ ଯାଏଁ ଏସବୁ ସ୍ଥାନରୁ କୋଲକାତାକୁ  ବିମାନ ସେବା ବାତିଲ କରି ଦିଆଯାଇଛି। ଏହିସବୁ ସ୍ଥାନ ହେଲା ଦିଲ୍ଲୀ, ମୁମ୍ବାଇ,ପୁଣେ,ନାଗପୁର,ଚେନ୍ନାଇ ଓ ଅହମ୍ମଦାବାଦ । ଜୁଲାଇ 19 କିମ୍ବା ପରବର୍ତ୍ତୀ ଆଦେଶ ଯାଏଁ ବିମାନ ସେବା ବନ୍ଦ ରହିବ ବୋଲି କୋଲକାତା ଏୟାରପୋର୍ଟ ପକ୍ଷରୁ ଏକ ଟୁଇଟରେ କୁହାଯାଇଛି । କୋଭିଡ-19 ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଅନୁରୋଧକୁ ରକ୍ଷା କରି କରୋନା ବ୍ୟାପୁଥିବା ପ୍ରମୁଖ ମହାନଗରୀରୁ କୋଲକାତାକୁ ବିମାନ ଚଳାଚଳ ବାତିଲ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । (ଏଜେନସି)

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ଭେଟେଶ୍ବର ଗ୍ରାମ ପଂଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଓ ପେଣ୍ଡୁରାପଲ୍ଲୀ ଗାଁକୁ ସଟ୍ ଡାଉନ ଘୋଷଣା କରାଯାଇଛି। ଆଜି ସନ୍ଧ୍ୟା ୫ଟାରୁ ୯ ତାରିଖ (ଗୁରବାର) ସକାଳ ୫ଟା ଯାଏଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ପଂଚାୟତ ସରପଞ୍ଚ। ଜଗନ୍ନାଥପୁର ଗାଁର ୩୫ ବର୍ଷୀୟ ଜଣେ ବ୍ୟକ୍ତି କୋଭିଡ ସଂକ୍ରମିତ ହେବା ଜଣାପଡ଼ିବା ପରେ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହା ସମେତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ବାରା ଘୋଷଣା କରାଯାଇଥିବା ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ପୂର୍ବପରି ବଳବତ୍ତର ରହିବ। ସଂକ୍ରମିତ ବ୍ୟକ୍ତି ଜଣଙ୍କ ଗତ ମାସ ୧୧ ତାରିଖରେ ବିଦେଶରୁ ଫେରିଥିଲେ ଏବଂ ଭାପୁରସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୪ ଦିନ ପାଇଁ  କ୍ବାରେଣ୍ଟାଇନରେ ରହିଥିଲେ। ଏହାପରେ ଘରେ ଆଉ ୧୪ ଦିନ ହୋମ କ୍ବାରେଣ୍ଟାଇନରେ ରହିବା ପାଇଁ ସରପଞ୍ଚଙ୍କ ନିର୍ଦ୍ଦେଶ ରହିଥିଲା। କିନ୍ତୁ…

Read More

ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 229 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ସର୍ବାଧିକ 91 ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ 29, ଗଜପତିରୁ 26, ଝାରସୁଗୁଡ଼ାରୁ 15, ବଲାଙ୍ଗିରରୁ 12 ଜଣ ସୁସ୍ଥ ହୋଇଛନ୍ତି । ଜଗତସିଂହପୁର ଓ ମୟୂରଭଂଜରୁ 11 ଜଣ ଲେଖାଏଁ ଏବଂ ଯାଜପୁରରୁ 8 ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ରାପଡ଼ାରୁ 6, କେନ୍ଦୁଝରରୁ 5 ଏବଂ କଟକ ଓ ସୁନ୍ଦରଗଡ଼ରୁ 4 ଲେଖାଏଁ ସୁସ୍ଥ ହୋଇଛନ୍ତି । ଭଦ୍ରକ ଓ ନୟାଗଡ଼ରୁ 3 ଲେଖାଏଁ, ବରଗଡ଼ରୁ ଜଣେ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ 5 ହଜାର 934 ଜଣ ସୁସ୍ଥ ହେଲେଣି ।( ସମୀକ୍ଷା ବ୍ୟୁରୋ)

Read More

ନୂଆଦିଲ୍ଲୀ: କରୋନା ସଂକଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆୟକର ରିଟର୍ଣ୍ଣ ଦାଖଳ ସମୟସୀମା ନଭେମ୍ବର 30 ଯାଏଁ ବୃଦ୍ଧି କରିଛନ୍ତି । ଆୟକର ବିଭାଗ ଟ୍ବିଟ୍ କରି ଏହା ଜଣାଇଛି । ବର୍ତ୍ତମାନ ଅବସ୍ଥାରେ ଟିକସଦାତା ଅସୁବିଧାରେ ଥିବାରୁ ଏହାକୁ ହୃଦୟଙ୍ଗମ କରି ଆୟକର ବିଭାଗ 2019-20 ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମାକୁ ପୁଣି ବୃଦ୍ଧି କରି ନଭେମ୍ବର 30, 2020 ଧାର୍ଯ୍ୟ କରିଛନ୍ତି । ଆୟକର ବିଭାଗର ଏହି ନିଷ୍ପତ୍ତିରେ ଟିକସଦାତା ନିଶ୍ଚିତ ଭାବେ ଉପକୃତ ହେବେ । (ସମୀକ୍ଷା ବ୍ୟୁରୋ)

Read More

କାନପୁର : କାନପୁର ଗୁଳିମାଡ଼ ଘଟଣାରେ ପୋଲିସ ଚୌବେପୁର ଥାନା ଅଧିକାରୀ ବିନୟ ତିୱାରୀଙ୍କୁ ନିଲମ୍ବିତ କରିଛି । ଅପରାଧୀ ବିକାଶ ଦୁବେର କିଛି ସହଯୋଗୀଙ୍କ ଉପରେ ହୋଇଥିବା ଚଢଉ ନେଇ କିଛି ପୋଲିସ ଅଧିକାରୀ ପୂର୍ବରୁ ଦୁବେକୁ ଜଣାଇଥିବା ପୋଲିସ ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି । ଏ ନେଇ କାନପୁର ଆଇଜି ମୋହିତ ଅଗ୍ରୱାଲ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଘଟଣାର ଯାଞ୍ଚ କରୁଛନ୍ତି। ବିକାଶ ଦୁବେ ଘର ଉପରେ ପୋଲିସ ଚଢଉ ନେଇ ତିୱାରି ତାଙ୍କୁ ପୂର୍ବରୁ ସୂଚନା ଦେଇଥିଲେ । ଆଜି କାନପୁର ବିଥୁରସ୍ଥିତ ଦୁବେ ଘରକୁ ପୋଲିସ ଜେସିବି ଲଗାଇ ଭାଙ୍ଗି ଦେଇଛି । ଗତକାଲି ପୋଲିସ ଚଢଉ କରିବାକୁ ଯାଉଥିବା ବେଳେ ଅପରାଧୀଙ୍କ ଆକ୍ରମଣରେ 8 ଜଣ ପୋଲିସ କର୍ମୀ ସହିଦ ହୋଇଥିଲେ । (ଏଜେନ୍ସି)

Read More

ଜଗତସିଂହପୁର : ଆଜି ଜଗତସିଂହପୁର ଅଞ୍ଚଳରୁ 12 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହି ଆକ୍ରାନ୍ତଙ୍କ ମଧ୍ୟରେ ରହିଥିବାବେଳେ 8 ଜଣ ପ୍ରବାସ ଫେରନ୍ତା ଥିବାବେଳେ ଆଉ 4 ଜଣ ପୂର୍ବ ପଜିଟିଭ୍‌ଙ୍କ ଦ୍ବାରା ସଂକ୍ରମିତ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । 8ଜଣ ପ୍ରବାସ ଫେରାନ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ 2 ଜଣ, ଦିଲ୍ଲୀରୁ ଜଣେ, ପଶ୍ଚିମବଙ୍ଗରୁ ଜଣେ ତେଲେଙ୍ଗାନାରୁ 2 ଜଣ ତାମିଲନାଡରୁ 2 ଜଣ ରହିଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଏରସମାରୁ 6ଜଣ ରହିଥିବାବେଳେ ଏମାନେ ସମେସ୍ତ କ୍ବାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ସେହିପରି ଜଗତସିଂହପୁର ବ୍ଲକରୁ ଜଣେ ରହିଥିବାବେଳେ ସେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ରହିଛି । ବିରିଡି ବ୍ଲକରୁ ଚିହ୍ନଟ ଜଣେ ଆକ୍ରାନ୍ତ ଦିଲ୍ଲୀ ଫେରନ୍ତା ହୋଇଥିବାର ସୂଚନା ରହିଛି । ତିର୍ତ୍ତୋଲର  ଦୁଇଜଣ ଆକ୍ରାନ୍ତ କିମ୍ସ ହସ୍ପିଟାଲର ପୂର୍ବ ସଂକ୍ରମିତଙ୍କ…

Read More

ରମେଶ ମହାନ୍ତି ଜଗତସିଂହପୁର :ଦୃତ ଗତିରେ ବ୍ୟାପୁଥିବା କରୋନା ମହାମାରୀ ପ୍ରଭାବରେ ସାରା ଦେଶରେ ମାନ୍ଦାବସ୍ଥା ଦେଖାଦେଇଥିବା ବେଳେ ପଣ୍ୟ କାରବାର କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଦେଶର ବୃହତ୍ତ ବନ୍ଦର ଗୁଡ଼ିକ ମଧ୍ୟରେ ପାରାଦ୍ୱୀପ ପ୍ରଥମ ସ୍ଥାନ ଅଧିକାର କରିଛି। ପ୍ରତିକୂଳ ପରିସ୍ଥିତିରେ ୨୫.୭୩ ମିଲିୟନ ମେଟ୍ରିକ ଟନ୍ ପଣ୍ୟ କାରବାର କରି ଏକ ବିରଳ କୃତିତ୍ବ ହାସଲ କରି ଦେଶର ବୃହତ୍ତ ବନ୍ଦର ଇତିହାସରେ ପାରାଦ୍ବୀପ ବନ୍ଦର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଏହି ସଫଳତା ପାଇଁ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟ ଏବଂ ଉପାଧ୍ୟକ୍ଷ ଏ.କେ.ବୋଷ,କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ଏବଂ ସଚିବ ସଂଜୀବ ରଞ୍ଜନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ମାର୍ଗଦର୍ଶନ ଯୋଗୁଁ ସମ୍ଭବପର ହୋଇପାରିଥିବା ପ୍ରକାଶ କରିବା ସହ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେହିପରି ଏହି ସଫଳତା ପ୍ରତ୍ୟକ୍ଷ ଭାବେ ଜଡ଼ିତ ପ୍ରତ୍ୟେକ କର୍ମଚାରୀ, ଶ୍ରମିକ ସଂଘ,…

Read More

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 45 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂତନ 45 ଜଣ ଆକ୍ରାନ୍ତଙ୍କମଧ୍ୟରୁ 37 ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ୍‌ କେସ୍‌ 8ଟି ରହିଛି ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି । ଆଜି ଖୋର୍ଦ୍ଧା ଜିଲ୍‌ଲାରୁ 50 ଜଣ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ବରରୁ 45ଟି କେସ୍‌ ରହିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ 8ଟି ଲୋକାଲ୍‌ କେସ୍‌ ରହିଛି । 8 ଲୋକାଲ୍‌ ମଧ୍ୟରୁ ବରମୁଣ୍ଡା ଶକ୍ତି ଗେଟ୍‌ ହାଉସ୍‌ ଲିଙ୍କରୁ ଜଣେ 48 ବର୍ଷୀୟ ପୁରୁଷ ଚିହ୍ନଟ ହୋଇଥିବାବେଳେ କେଦାରଗୌରୀ ଅଞ୍ଚଳରୁ ଜଣେ 56 ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି । ସେହିପରି ସାଲିଆ ସାହି ଶନି ମନ୍ଦିର ନିକଟରୁ ଜଣେ 27 ବର୍ଷୀୟା ଯୁବତୀ ଚିହ୍ନଟ ହୋଇଛନ୍ତି । ଖଣ୍ଡଗିରି ଆମ୍ରି ହସ୍ପିଟାଲ ନିକଟରୁ 29 ବର୍ଷୀୟ ପୁରୁଷ ଚିହ୍ନଟ ହୋଇଥିବାବେଳେ ଡୁମୁଡୁମା ସୁବାସ…

Read More

ବ୍ରହ୍ମପୁର : ବ୍ରହ୍ମପୁରରେ ଆୟୋଜିତ ଏକ ବାହାଘର ଭୋଜିକୁ 50 ହଜାର ଜରିମାନା ହୋଇଛି । କନ୍ୟା ଓ ବରପକ୍ଷଙ୍କଠାରୁ 50 ହଜାର ଜରିମାନା ଆଦାୟ କରିଛି ପ୍ରଶାସନ । ବାହାଘର ଶୋଭାଯାତ୍ରାରେ କରୋନା କଟକଣା ଉଲ୍ଲଂଘନ କରିଥିବାରୁ ଏହି ଜରିମାନା ଆଦାୟ କରାଯାଇଛି । ବର ଏବଂ କନ୍ୟା ପକ୍ଷଠାରୁ ଏହି ଜରିମାନା ଆଦାୟ କରାଯାଇଛି । ଜରିମାନା ଆଦାୟ ସହ ଉଭୟ ପକ୍ଷ ନାଁରେ ମାମଲା ରୁଜୁ ହୋଇଛି । ଉଭୟ ପକ୍ଷର 2ଟି ଗାଡି ଜବତ ହେବା ସହିତ ତଦନ୍ତ ପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗୋପାଳପୁରର ଏକ ହୋଟେଲ୍‌ରେ ବାହାଘର କାର୍ଯ୍ୟକ୍ରମ ଚାଲିଥିଲା । ରାସ୍ତାରେ ନାଚି ନାଚି ବରଯାତ୍ରୀ ଯିବା ଦୃଶ୍ୟ ଭାଇରାଲ୍‌ ହୋଇଥିଲା । ବିବାହ ଶୋଭାଯାତ୍ରାରେ କୋଭିଡ୍‌ ନିୟମକୁ ସମ୍ପୂର୍ଣ୍ଣ ଭାବରେ ଉଲ୍ଲଂଘନ କରାଯାଇଥିଲା। ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।…

Read More

ଭୁବନେଶ୍ବର, ଓଡ଼ିଆ ଝିଅ ବୈଶାଳୀ ମହାନ୍ତି ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି। ଜୁଲାଇ ୧ରେ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୨୦୧୬ ମସିହାରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରୁ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍‌ରେ ମାଷ୍ଟର ଡିଗ୍ରି ପରେ ବୈଶାଳୀ ୟୁନାଇଟେଡ୍‌ ନେସନ୍‌ସର ଇଣ୍ଟରନାସନାଲ ସିଭିଲ୍‌ ସର୍ଭିସରେ ଯୋଗ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ୨୦୧୮ରେ ସେ ୟୁଏନ୍‌ ମିସନ୍‌ରେ ଓଆଇଏମ୍‌ ଅଧିକାରୀ ଭାବେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ କାମ କରୁଥିଲେ। ପୂର୍ବତନ ମୁଖ୍ୟଯନ୍ତ୍ରୀ ରାଧାବିନୋଦ ମହାନ୍ତି ଓ ମହିଳା ସାମାଜିକ କର୍ମୀ ତଥା ଲେଖିକା ମାନସୀ ପ୍ରଧାନଙ୍କ ଝିଅ ବୈଶାଳୀଙ୍କ ଜନ୍ମ ପୁରୀରେ। ପୁରୀର ବ୍ଲେସ୍‌ଡ ସେ‌କ୍ରାମେଣ୍ଟ ହାଇସ୍କୁଲ୍‌ ଓ ଭୁବନେଶ୍ବରର କିଟ୍‌ ଇଣ୍ଟରନାସନାଲ ସ୍କୁଲ୍‌ରୁ ସ୍କୁଲ୍‌ଶିକ୍ଷା ଶେଷ କରି ସେ ଦିଲ୍ଲୀର ଲେଡି ଶ୍ରୀରାମ କଲେଜ୍‌ରେ ସ୍ନାତକ ଶିକ୍ଷା ଶେଷ କରିଥିଲେ। ‘ନ୍ୟୁକ୍ଲିୟର ଡିପ୍ଲୋମାସି’ ଉପରେ ନିବନ୍ଧ ପ୍ରସ୍ତୁତ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ଏଥିସହ ବୈଶାଳୀ‌ କେତେକ ଅନ୍ତର୍ଜାତୀୟ…

Read More

କାଠମାଣ୍ଡୁ : ନେପାଳରେ ସୃଷ୍ଚି ହୋଇଥିବା ରାଜନୈତିକ ସଂକଟ ଅଧିକ ଘନିଭୂତ ହେବାରେ ଲାଗିଛି। ଆଜି ହେବାକୁ ଥିବା ନେପାଳ କମ୍ୟୁନିଷ୍ଟ ପାର୍ଟି ଷ୍ଟାଣ୍ଡିଂ କମିଟି ବୈଠକକୁ ସ୍ଥଗିତ ରଖାଯାଇଛି । ନେପାଳ କମ୍ୟୁନିଷ୍ଟ ପାର୍ଟି ନେତା ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଏବଂ ପ୍ରଧାନମନ୍ତ୍ରୀ ଓଲିଙ୍କୁ ଭେଟିବାକୁ ଆସିନଥିଲେ। ଆଜିର ଏହି ଘଟଣା ପରେ ଦଳ ଏବେ ବିଭାଜନ ଆଡକୁ ମୁହାଁଇଥିବା ସ୍ପଷ୍ଚ ହୋଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି ।ଶୁକ୍ରବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଓ ଓଲିଙ୍କ ମଧ୍ୟରେ ଦୀର୍ଘ ତିନି ଘଣ୍ଟା କାଳ ଆଲୋଚନା ହୋଇଥିଲା । କିନ୍ତୁ ଦୁଇ ନେତାଙ୍କ ମଧ୍ୟରେ କୌଣସି ବୁଝାମଣା ହୋଇ ପାରିନାହିଁ । ନେପାଳ କମ୍ୟୁନିଷ୍ଟ ପାର୍ଟି ଷ୍ଟାଣ୍ଡିଂ କମିଟି ବୈଠକ ଆସନ୍ତା ସୋମବାର ଦିନ ବସିବ। ପ୍ରଚଣ୍ଡଙ୍କ ସମର୍ଥକମାନେ ଓଲି ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା…

Read More

ଭୁବନେଶ୍ବର : ଚଳିତ ବର୍ଷ ବୋଲବମ୍‌ ଯାତ୍ରାକୁ ବନ୍ଦ କଲେ ରାଜ୍ୟ ସରକାର । କରୋନା ପାଇଁ ଚଳିତ ବର୍ଷ ବୋଲବମ୍‌ ଯାତ୍ରା ବନ୍ଦ । ବୋଲବମ୍‌ ଯାତ୍ରା ବନ୍ଦ ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଆୟୋଜିତ ଏକ ପ୍ରେସ୍‌ମିଟ୍‌ରେ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ଏନେଇ ସୂଚନା ଦେଇଛନ୍ତି । ଭିଡ ହେବା ଦୃଷ୍ଟିରୁ ଓ ମନ୍ଦିର ବନ୍ଦ ଥିବାରୁ ବୋଲବମ ବନ୍ଦ କରାଯିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । କୌଣସି ଭକ୍ତଙ୍କୁ ବୋଲବମ୍‌ ଯାତ୍ରାରେ ନଯିବାକୁ ସରକାର ତାଗିଦ୍‌ କରିଛନ୍ତି । ଆସନ୍ତା କାଲିଠାରୁ ବୋଲବମ୍‌ ଯାତ୍ରା ଆରମ୍ଭ ହୋଇଥାନ୍ତା । ଶ୍ରାବଣ ମାସରେ ଶ୍ରଦ୍ଧାଳୁମାନେ ଖାଲି ପାଦରେ ଚାଲି ଚାଲି ଶୈବ ପୀଠଗୁଡିକରେ ଜଳଲାଗି କରିଥାନ୍ତି। କିନ୍ତୁ ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜୁଲାଇ 31 ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଥିବାବେଳେ ଭିଡ ନିୟନ୍ତ୍ରଣ…

Read More

କଟକ : କଟକ ସହରକୁ ସଟ୍‌ଡାଉନ୍‌ ଘୋଷଣା କଲା ସିଏମ୍‌ସି । ଆସନ୍ତା 8 ତାରିଖ ଯାଏ କଟକ ସହରକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । 8 ତାରିଖ ମଧ୍ୟରାତ୍ର ଯାଏ କଟକ ସହର ସଟ୍‌ଡାଉନ ହେବ ବୋଲି ସୂଚନା ରହିଛି । ଘୋଷଣା ତତ୍କାଳ ଲାଗୁ ନେଇ ସିଏମ୍‌ସି ପକ୍ଷରୁ ସୂଚନା ରହିଛି । ଏହି ସମୟରେ କୌଣସି ଅଣଅତ୍ୟାବଶ୍ୟକ ପରିବହନକୁ ଅନୁମତି ମିଳିବନି ବୋଲି ସୂଚନା ଦେଇଛି ସିଏମ୍‌ସି। ସେହିପରି ଏହି ସମୟରେ  ସମସ୍ତ ଅଣ ଅତ୍ୟାବଶ୍ୟକ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିବ । ଗ୍ରୋସରୀ, କ୍ଷୀର,  ପରିବା ଦୋକାନ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ରହିଛି । ଏହି ସବୁ ଦୋକାନ ସକାଳ 5ରୁ ସନ୍ଧ୍ୟା 6 ଯାଏ ଖୋଲିବ । ତେବେ ଔଷଧ ଦୋକାନ ଖୋଲାରହିବାକୁ ଅନୁମତି ଥିବାବେଳେ ଅନଲାଇନ୍‌ ଡେଲିଭରି ଚାଲୁ ରହିବ ବୋଲି ସୂଚନା ରହିଛି । ତେବେ ଏହି ସମୟରେ ବିଦ୍ୟୁତ ଓ…

Read More

ଲିଙ୍ଗରାଜ ମିଶ୍ର ବିଶ୍ବ ଦରବାରର କ୍ରମଶଃ ଖୋଲିବାରେ ଲାଗିଛି ଚୀନର ଅସଲ ଚେହେରା।କରୋନା ଭୂତାଣୁଠାରୁ ଆରମ୍ଭ କରି ବିସ୍ତାରବାଦୀ ନୀତି ସବୁ କଥା ଆସ୍ତେ ଆସ୍ତେ ପଦାକୁ ଆସୁଛି। ଗୋଟିଏ ପଟେ ଆମେରିକା, ଅଷ୍ଟ୍ରେଲିଆ, ବ୍ରିଟେନ, ଜାପାନ ଆଦି ରାଷ୍ଟ୍ର ଚୀନର ଦାଦାଗିରିକୁ ଜୋରଦାର ବିରୋଧ କରି ଏକାଠି ହେଉଛନ୍ତି । ଅନ୍ୟ ପଟେ ସୀମା ବିବାଦ ନେଇ ଭାରତ-ଚୀନ ସାମରିକ ଉତ୍ତେଜନା ବଢୁଥିବା ବେଳେ ମୋଦି ଡିପ୍ଲୋମାସୀ ସାରା ବିଶ୍ବର ଦୃଷ୍ଚି ଆକର୍ଷଣ କରିଛି। ଯାହାକି ଚୀନର ମୁଣ୍ଡବ୍ୟଥା ବଢାଇ ଦେଇଛି। ଲଦାଖର ଆଗୁଆ ଘାଟୀ ଗସ୍ତ କରି ସେଠାରୁ ଚୀନକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ତାହା ଅନେକ ବିଶ୍ବ ନେତାଙ୍କୁ ଚକିତ କରି ଦେଇଛି । ଚୀନ ସହିତ ଭାରତର ସୀମା ବିବାଦ ଏବେକାର ନୁହେଁ, ଏହା ବହୁ ବର୍ଷ ଧରି ରହି ଆସିଛି । ବ୍ରିଟିଶ ଶାସନ କାଳରୁ…

Read More

ଭୁବନେଶ୍ବର : କରୋନା ପାଇଁ ବନ୍ଦ ଥିବା କିଛି ଦର୍ଶନୀୟ ସ୍ଥାନ ଖୋଲିବାକୁ ନିଷ୍ପତ୍ତି ନେଇଛି ଏଏସ୍‌ଆଇ । ଆସନ୍ତା 6 ତାରିଖରୁ କିଛି ଦର୍ଶନୀୟ ସ୍ଥାନ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ।  ଏହି କ୍ରମରେ ଖଣ୍ଡଗିରି, ଉଦୟଗିରି ଗୁମ୍ଫା,  ଧଉଳି ଶାନ୍ତି ସ୍ତୂପ, ରାଜାରାଣୀ ମନ୍ଦିର, ବାରବାଟୀ ଦୁର୍ଗ, ଲଳିତଗିରି, ରତ୍ନଗିରି, ଝରିଆଲ ଚଉଷଠି ଯୋଗିନୀ ମନ୍ଦିର, ଅସୁରଗଡ ଦୁର୍ଗ ଖୋଲିବା ନେଇ ସୂଚନା ରହିଛି । ସେହିପରି କୋଣାର୍କ ସୂର୍ଯ୍ୟ ମନ୍ଦିର ଖୋଲିବ ନାହିଁ ବୋଲି ଏଏସ୍‌ଆଇ ସୂଚନା ଦେଇଛି । ପୁରୀ ଜିଲ୍ଲା ପ୍ରଶାସନର କଟକଣା ଥିବାରୁ କୋଣାର୍କ ଖୋଲାଯିବ ନାହିଁ ବୋଲି ସୂଚନା ଦେଇଛି ଏଏସ୍‌ଆଇ ।

Read More

ନୋଏଡା : ହାଇଟେକ ସିଟି କୁହାଯାଉଥିବା ନୋଏଡାର ସେକ୍ଟର 58ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମାତ୍ର ପାଞ୍ଚଟଙ୍କା ପାଇଁ ଜଣେ ସିକ୍ୟୁରିଟି ଗାର୍ଡ ଜଣେ ଫଳ ବିକ୍ରେତାଙ୍କୁ ଗୁଳି ମାରି ଦେଇଛନ୍ତି। ଫଳ ବିକ୍ରେତା ଜଣକ ଗୁରୁତର ରୂପେ ଆହତ ହୋଇଛନ୍ତି । ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଫଳ ବିକ୍ରେତା ଓ ସିକ୍ୟୁରିଟି ଗାର୍ଡଙ୍କ ମଧ୍ୟରେ ମାତ୍ର 5 ଟଙ୍କା ପାଇଁ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ବିବାଦର ପରିଣତି ସ୍ବରୂପ ସିକ୍ୟୁରିଟି ଗାର୍ଡ ନିଜ ଲାଇସେନ୍ସ ବନ୍ଧୁକରୁ ଫଳ ବିକାଳୀ ଉପରକୁ ଗୁଳି ଚଳାଇଥିଲେ । ମିଳିଥିବା ସୂଚନା ଅନୁସାରେ ସେକ୍ଟର 56ରେ ଜଣେ ଫଳ ବିକାଳୀ ଠେଲା ସାହାଯ୍ୟର ଫଳ ବିକ୍ରି କରୁଥିଲେ । ଘରୋଇ କମ୍ପାନୀର ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିବା ସତ୍ୟେନ୍ଦ୍ର ଓ ଫଳ ବିକାଳୀଙ୍କ ମଧ୍ୟରେ ପଇସାକୁ ନେଇ ବିବାଦ ସୃଷ୍ଟି…

Read More