ସମୀକ୍ଷା ବ୍ୟୁରୋ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ‘ହୁ’ ପ୍ରଥମେ କହୁଥିଲା ମହାମାରୀ କରୋନା ବାୟୁ ସଂକ୍ରମିତ ନୁହେଁ । ଏହା କେବଳ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ହିଁ ସଂକ୍ରମଣ ହୋଇଥାଏେ। କିନ୍ତୁ ପବନରେ ବି କରୋନା ଭୂତାଣୁ ସଂକ୍ରମିତ ହେବାର ଆଶଙ୍କା ରହିଛି ବୋଲି ୩୨ଟି ଦେଶର ୨୩୯ ଜଣ ବୈଜ୍ଞାନିକ ମତାମତ ଦେବା ପରେ ‘ହୁ’ ଏଥିରେ ସମ୍ପୂର୍ଣ୍ଣ ଏକମତ ହୋଇନଥିଲେ ସୁଦ୍ଧା ଏହାକୁ ଅଗ୍ରାହ୍ୟ ବି କରିନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଶେଷରେ ସ୍ୱୀକାର କରିଛି ଯେ, କରୋନା ବାୟୁ ବାହିତ । ଅର୍ଥାତ କରୋନା ଭୂତାଣୁ ବାୟୁ ଦ୍ୱାରା ମଧ୍ୟ ପରିବାହିତ ହୋଇପାରେ । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ କରିଛି, ଏହା ଉପରେ ଅଧିକ ଗବେଷଣା ଆବଶ୍ୟକ । କାଶିବା କିମ୍ବା ଛିଙ୍କିବା ଦ୍ୱାରା ଜଣେ ବ୍ୟକ୍ତିଠାରୁ ନିର୍ଗତ ହେଉଥିବା ଡ୍ରପଲେଟ୍ସ ବା ଜଳୀୟ କଣାରେ କରୋନା ଭୂତାଣୁ ସଂକ୍ରମିତ ହୁଏ…
Author: Samikhsya Bureau
ନୂଆଦିଲ୍ଲୀ, ଜୁଲାଇ 11 ଓ 13 ତାରିଖରେ ପ୍ରକାଶ ପାଇବନି ସିବିଏସଇ ଦଶମ ଓ ଦ୍ବାଦଶ ରେଜଲଟ୍ । ଜୁଲାଇ 11 ତାରିଖରେ ଦ୍ବାଦଶ ଏବଂ ଜୁଲାଇ 13 ତାରିଖରେ ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇବ ବୋଲି ପ୍ରକାଶିତ ଖବର ମିଛ ବୋଲି ସିବିଏସଇ ସୂଚନା ଦେଇଛି। ରେଜଲ୍ଟ ପ୍ରକାଶ ତାରିଖ ନେଇ ସିବିଏସଇ ଏଯାଏଁ କୌଣସି ନିଷ୍ପତ୍ତି ନେଇନଥିବା ସୂଚନା ଦେଇଛି। ରେଜଲଟ ବାହାରିବା ନେଇ ଏକ ଏଜେନ୍ସିରୁ ଖବର ପ୍ରକାଶ ପାଇଥିଲା।
ଭୁବନେଶ୍ବର, ଆୟୁଷ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ଗିରଫ କରାଯାଇଛି। ଭୁବନେଶ୍ବର ମହଳା ଥାନା ପୋଲିସ ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଫୋନ୍,ମେସେଜ କରିଥିବା ଅଭିଯୋଗ ଉପରେ ରୁଜୁ ଏକ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଷଡ଼ଙ୍ଗୀ ମହିଳା ଥାନାରେ ହାଜର ହୋଇଥିଲେ।
ଭୋପାଳ : ମଧ୍ୟପ୍ରଦେଶର ବୈତୁଲ୍ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ଯୁବକ ଦୁଇ ଯୁବତୀଙ୍କୁ ବିବାହ କରୁଥିବାର ସୁଚନା ରହିଛି । ବିବାହ ମଣ୍ଡପରେ ଜଣେ ବର ଦୁଇ କନ୍ୟାଙ୍କ ସହ ବିବାହ କରିଛନ୍ତି । ଏହି ବିବାହ ର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି । ଏହି ଭିଡିଓରେ ଜଣେ ବର ଦୁଇ କନ୍ୟାଙ୍କ ସହିତ ସାତ ଫେରା ନେଉଥିବାର ନଜର ରହିଛି । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯୁବକ ଜଣକ ଏହି ଦୁଇ କନ୍ୟାଙ୍କ ମଧ୍ୟରୁ ଜଣକ ପ୍ରେମ ବିବାହ କରୁଥିବାବେଳେ ଅନ୍ୟ ଜଣଙ୍କୁ ଆରେଞ୍ଜଡ୍ ବିବାହ କରୁଛନ୍ତି । ବୈତୁଲ୍ ଅଞ୍ଚଳର ଘୋଡାଡୋଙ୍ଗରୀ ତହସିଲ ଅନ୍ତର୍ଗତ ସଲେୟା ଗ୍ରାମରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ଜୁ୍ନ୍ 29 ତାରିଖରେ ଯୁବକ ଜଣକ ଏକ ମଣ୍ଡପରେ ଦୁଇ କନ୍ୟାଙ୍କ…
ନୂଆଦିଲ୍ଲୀ, ଜୁଲାଇ 11 ଓ 13 ତାରିଖରେ ସିବିଏସଇ ରେଜଲଟ୍ ପ୍ରକାଶ ପାଇବ। ଜୁଲାଇ 11 ତାରିଖରେ ପ୍ରକାଶ ପାଇବ ଦ୍ବାଦଶ ରେଜଲ୍ଟ। ଏହାର ଦୁଇ ଦିନ ପରେ ଜୁଲାଇ 13 ତାରିଖରେ ପ୍ରକାଶ ପାଇବ ଦଶମ ଶ୍ରେଣୀ ରେଜଲ୍ଟ। ରେଜଲ୍ଟ ପ୍ରକାଶ ତାରିଖ ଦିନ ଧାର୍ଯ୍ୟ ନେଇ ସିବିଏସଇ ପକ୍ଷରୁ ଆଜି ସୂଚନା ଦିଆଯାଇଛି। ସମସ୍ତ ପରୀକ୍ଷା ଫଳ ସିବିଏସଇ ୱେବସାଇଟରେ ଦିନ 4ଟାରେ ପ୍ରକାଶ ପାଇବ। ସିବିଏସଇର ଏହି ଘୋଷଣା ପରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଆଶ୍ବସ୍ତି ପ୍ରକାଶ ପାଇଛି। କାରଣ କରୋନା ମହାମାରୀ ନେଇ ପରୀକ୍ଷା ଫଳ ଘୋଷଣାରେ କାଳେ ବିଳମ୍ବ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇ ଆସୁଥିଲା। ଆଭେରେଜ ମାର୍କିଂ ଜରିଆରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ।
ରମେଶ ମହାନ୍ତି ଜଗତସିଂହପୁର : ଦୃତ ଗତିରେ ବୃଦ୍ଧି ପାଉଥିବା କରୋନା ମହାମାରୀରୁ ଲୋକଙ୍କୁ ରକ୍ଷା କରିବା ପାଇଁ ପ୍ରାୟ ପ୍ରତିଦିନ ଲକଡାଉନ୍ ,ସଟଡାଉନ୍ ପରି ବିଭିନ୍ନ କଟକଣା ଲାଗୁ କରାଯାଉଛି। ଜୀବନ ଜୀବିକା ପାଇଁ ସବୁଠି ସଂଘର୍ଷ। ହେଲେ କଟକଣାକୁ ଫୁ କରି ତିର୍ତ୍ତୋଲ ବ୍ଲକ ଅଞ୍ଚଳର ଗାଁ ଗହଳିରେ ଚୋରା ମଦ ବ୍ୟବସାୟୀଙ୍କ ମଧ୍ୟରେ ଚାଲିଛି ଏକରକମ ପ୍ରତିଯୋଗିତା, ବହୁଛି ମଦର ବନ୍ୟା। ଏଥିଯୋଗୁଁ ଗାଁ ଗହଳିରେ ବଢୁଛି ମଦୁଆଙ୍କ ଉପଦ୍ରବ । ଚୋରା ମଦ ବେପାରୀଙ୍କ ଠାରୁ ମାସିକ ମୋଟା ଅଙ୍କର ବଟି ନେଇ ଘୋଡା ମୁହଁରେ ଦାନା ବାନ୍ଧିଲା ପରି ତିର୍ତ୍ତୋଲ ଅବକାରୀ ବିଭାଗ ନିଷ୍କ୍ରିୟ ହୋଇଯାଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଗାଁରେ ଚୋରାମଦ ଦୋକାନ ବନ୍ଦ କରିବାକୁ ଅଣ୍ଟା ଭିଡିଛନ୍ତି ମହିଳା। ଏପରି ଏକ ଘଟଣା ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ କନକପୁର ପଞ୍ଚାୟତର ଝଙ୍କଡ଼ ଶାରଳା ମନ୍ଦିର ନିକଟ କୁଟିଲୋ ଗ୍ରାମଦୟାଲପୁର ଗାଁରେ।…
ଉଜ୍ଜୈନ/କାନପୁର, ଗତ ସପ୍ତାହରେ ଉତ୍ତରପ୍ରଦେଶର କାନପୁରରେ ୮ ଜଣ କାର୍ଯ୍ୟରତ ପୋଲିସ୍ କର୍ମଚାରୀଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିବା କୁଖ୍ୟାତ ଅପରାଧି ବିକାଶ ଦୁବେ ଏବେ ପୋଲିସ୍ କବଜାରେ। ଏତେ ବଡ଼ କାଣ୍ଡ କରି ଗିରଫ ହେବା ପରେ ବି କମିନଥିଲା ଗ୍ୟାଙ୍ଗଷ୍ଟରର ଭାଉ। ପୋଲିସ କବଜାରେ ଥାଇ ବି ଛାତି ଫୁଲାଇ କହିଥିଲା ‘ମୁଁ ବିକାଶ ଦୁବେ … କାନପୁରବାଲା’ । ମଧ୍ୟପ୍ରଦେଶର ପ୍ରସିଦ୍ଧ ମହାକାଳ ମନ୍ଦିର ଦର୍ଶନ କରିବାକୁ ଯିବାବେଳେ ପୋଲିସ ସ୍କାନରକୁ ଆସିଥିଲା ଗ୍ୟାଙ୍ଗଷ୍ଟର ଦୁବେ । ବିକାଶକୁ ଚିହ୍ନି ପୋଲିସକୁ ଖବର ଦେଇଥିଲା ମନ୍ଦିର ଜଗୁଆଳି । ଏହାପରେ ମୋଷ୍ଟୱାଣ୍ଟେଡକୁ ଗିରଫ କରିଥିଲା ମଧ୍ୟପ୍ରଦେଶ ପୋଲିସ୍ । କାନପୁରର ଚୌବେପୁରରେ ୮ ଜଣ ପୋଲିସକୁ ମାରି ଫେରାର୍ ହୋଇଯାଇଥିଲା ଗ୍ୟାଙ୍ଗଷ୍ଟାର୍ । ଗିରଫ ହେବା ପୂର୍ବରୁ ସେ ନିଜେ ହିଁ ପୋଲିସ୍ ଆଗରେ ଆତ୍ମସମର୍ପଣ କରିଥିବା ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି । ପୋଲିସ…
ଯାଜପୁର : ରାସ୍ତା ମଝିରେ ଶିକ୍ଷୟିତ୍ରୀଙ୍କୁ ହାଣି ହତ୍ୟା କରାଯାଇଥିବାର ସୂଚନା ରହିଛି । ଶିକ୍ଷୟିତ୍ରୀଙ୍କୁ ଗୋଡାଇ ଗୋଡାଇ ହାଣି ହତ୍ୟା କରିଛି ଦୁର୍ବୃତ୍ତ । ଯାଜପୁର ରୋଡ୍ ଥାନା ରାଛିପୁର ଛକ ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି । ଆଉ ଜଣେ ଶିକ୍ଷକଙ୍କ ସହ ଯାଉଥିବାବେଳେ ଉଭୟଙ୍କୁ ଆକ୍ରମଣ କରାଯାଇଥିଲା । ଘଟଣାସ୍ଥଳରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଶିକ୍ଷକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ ଶିକ୍ଷୟିତ୍ରୀ ଜଣକ ନିକଟରେ ଥିବା ଏକ ସ୍କୁଲରେ ନିଯୁକ୍ତ ଥିଲେ । ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର୍ ହୋଇଯାଇଛି। ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ଆଉ 32 କରୋନା ପଜିଟିଭ ଚିହ୍ନଟ ହୋଇଛି । 32 ପଜିଟିଭ୍ ମଧ୍ୟରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ 14 ଜଣ ଚିହ୍ନଟ ହୋଇଥିବାବେଳେ 18 ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ସୂଚନା ଦେଇଛି ବିଏମ୍ସି । ଆଜି ଚିହ୍ନଟ 18 ଲୋକାଲ୍ କଣ୍ଟାକ୍ଟ କେସ୍ ମଧ୍ୟରୁ ଜଣେ ନୟାପଲ୍ଲୀ ଆଇଆରସି ଭିଲେଜରୁ, ଅନ୍ୟ ଜଣେ ବ୍ରିଟ୍ କଲୋନୀରୁ ଚିହ୍ନଟ ହୋଇଥିବାବେଳେ ଜଣେ କରୋନା ଆକ୍ରାନ୍ତ ଭୀମଟାଙ୍ଗି ପିପୁଲ୍ସ ବସ୍ତିରୁ ଚିହ୍ନଟ ହୋଇଛନ୍ତି । ସେହିପରି ଚନ୍ଦ୍ରଶେଖରପୁର ଗୋପବନ୍ଧୁ ସ୍କୁଲ ପାଖରୁ ଚିହ୍ନଟ ହୋଇଛି। ସେହିପରି ସେଣ୍ଟ୍ରାଲ୍ ହସ୍ପିଟାଲରୁ ଜଣେ ପୁରୁଷ କର୍ମଚାରୀ ଚିହ୍ନଟ ହୋଇଛନ୍ତି । ୟୁନିଟ୍-2, ମାର୍କେଟ୍ ବିଲିଡିଂରୁ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବରମୁଣ୍ଡାର ମହିମା ମିଶ୍ରା ଲେନ୍ରୁ ଜଣେ ଆକ୍ରାନ୍ତ ରହିଛନ୍ତି । ଗଙ୍ଗନଗର ଅଞ୍ଚଳରୁ ଜଣେ ପୁରୁଷ ଆକ୍ରାନ୍ତ ରହିଥିବାବେଳେ ନୟାପଲ୍ଲୀ ନୂଆସାହିରୁ ଜଣେ, ନୂଆଗାଁ…
ଭୁବନେଶ୍ବର,ଭୀନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସର ଅନ ସ୍ପେଶାଲ ଡ୍ୟୁଟି OSD ଭାବେ ନିଯୁକ୍ତି ଦିଆଯାଇଛି। ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରହି କୋଭିଡ ପରିଚାଳନା କଥା ବୁଝିବେ। ଓଡ଼ିଶା ଖଣି ନିଗମର ଏମଡି, କ୍ରୀଡା ବିଭାଗର ନିର୍ଦେଶକ ଭାବେ ପୂର୍ବ ଦାୟିତ୍ବ ସହ ଓଏସଡି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ।ଭୀନିଲ କ୍ରିଷ୍ଣା OMECLରେ ଏମଡି ମଧ୍ୟ ଅଛନ୍ତି। ଆଉ ଦୁଇ ଅଫିସରଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ମିଳିଛି। ଲାଲା ମନୋଜ କୁମାର ରାୟ ସିଏମଓ ଯୁଗ୍ମ ସଚିବ ନିଯୁକ୍ତ ହୋଇଛନ୍ତି। ଏବେ ସେ ଜଳସମ୍ପଦ ବିଭାଗରେ ଯୁଗ୍ମ ସଚିବ ଥିଲେ। କଟକ ଉପଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ର ସିଏମଓ ଡେପୁଟୀ ସଚିବ ହୋଇଛନ୍ତି। ଶୁଭ୍ରାଂଶୁ ମିଶ୍ରଙ୍କ ସ୍ଥାନରେ ପ୍ରତାପ କୁମାର ବେଉରାଙ୍କୁ କଟକ ଉପଜିଲ୍ଲାପାଳ ପଦରେ ଅବସ୍ଥାପିତ କରାଯାଇଛି।
ଭୁବନେଶ୍ବର : କାଲିଠାରୁ ଭୁବନେଶ୍ବର ଏମ୍ସ ଓପିଡି ବନ୍ଦ ରହିବ । ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି ସୂଚନା ଦେଇଛନ୍ତି । କର୍ମଚାରୀଙ୍କ ଅଭାବ ଦେଖାଦେବା ଯୋଗୁଁ ଓପିଡି ବନ୍ଦ ରହିବ । କିଛି କର୍ମଚାରୀ କରୋନା ପଜିଟିଭ୍ ଆସିଥିବାରୁ କର୍ମଚାରୀ ଅଭାବ ଦେଖାଦେଇଛି । ସେହିପରି ଆଉ କିଛି କର୍ମଚାରୀ କଣ୍ଟେନମେଣ୍ଟ ଜୋନ୍ର ହୋଇଥିବାରୁ ତାଙ୍କୁ ହସ୍ପିଟାଲ ଆସିବାକୁ ବାରଣ କରାଯାଇଛି । ତେବେ ଓପିଡି ବନ୍ଦ ରହୁଥିଲେ ବି ରୋଗୀଙ୍କୁ ଟେଲି ମେଡିସିନ୍ ସୁବିଧା ମିଳିବ । ଏହା ସହ ଏକ ସ୍ବତନ୍ତ୍ର ଆପ୍ ଜରିଆରେ ମଧ୍ୟ ପରାମର୍ଶ ମିଳିପାରିବ । ଏମସ୍ ଭୁବନେଶ୍ବର ସ୍ବାସ୍ଥ୍ୟ ଆପ୍ ଜରିଆରେ ଚିକିତ୍ସା ପରାମର୍ଶ ମିଳିବ ବୋଲି ସୂଚନା ରହିଛି । ଓପିଡି ବନ୍ଦ ରହୁଥିଲେ ବି କାଜୁଆଲ୍ଟି ଓ ଇମର୍ଜେନସି ସେବା ଚାଲୁ ରହିବ । ସେହିପରି ଡାଏଲିସିସ୍ ଓ ରେଡିଓ ଥେରାପି ସେବା ଚାଲୁ ରହିବ ବୋଲି…
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ଗତ କିଛିଦିନ ହେବ ବାଲୁଗାଁ-ବାଣପୁର ଅଞ୍ଚଳରେ ଅବକାରୀ ବିଭାଗ ବେଶ୍ ସକ୍ରିୟ ରହିଥିବାବେଳେ ଆଜି ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି । ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ଏସ୍ଆଇ ମନୋଜ କୁମାର ବାରିକ୍ ଓ ତାଙ୍କ ଟିମ୍ ଆଜି 5 କିଲୋରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛନ୍ତି । କୌଣସି ସୂତ୍ରରୁ ପୂର୍ବରୁ ଖବର ପାଇ ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ଜାତୀୟ ରାଜପଥଠାରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଅବକାରୀ ବିଭାଗ ଛପି ରହିଥିଲେ। ପାଖାପାଖି ସକାଳ 6.30ରେ ଅଭିଯୁକ୍ତ ନବକିଶୋର ପରିଡାଙ୍କୁ ଗଞ୍ଜେଇ ସହ ଧରିବାରେ ସଫଳ ହୋଇଥିଲେ ଅବକାରୀ ବିଭାଗ ।ବାଲୁଗାଁରୁ ତାଙ୍କ ଘର ଟାଙ୍ଗୀ ଅଭିମୁଖେ ଯାଉଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ଅବକାରୀ ବିଭାଗ। ଅଭିଯୁକ୍ତଙ୍କଠାରୁ 5 କିଲୋ 200 ଗ୍ରାମର ଗଞ୍ଜେଇ ସହ ଓଡି25ଏଚ୍2380ନମ୍ବରର ଏକ ଟିଭିଏସ୍ ଜୁପିଟର୍ ସ୍କୁଟି…
ଭୁବନେଶ୍ବର : ସମାଜେସବୀ ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ଏବେ ନୂଆ ମୋଡ ଆସିଛି । ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ହତ୍ୟା ମାମଲା ରୁଜୁ କରାଯାଇଛି । 302 ଦଫାରେ ହତ୍ୟା ମାମଲା ରୁଜୁ କରି ଜିଆରପି ତଦନ୍ତ ଆରମ୍ଭ କରିଛି । ଆଦିତ୍ୟଙ୍କ ସଙ୍ଗଠନର କିଛି ସଦସ୍ୟଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି । ଆଦିତ୍ୟଙ୍କ ପୋଷ୍ଟ ମର୍ଟମ୍ ରିପୋର୍ଟ ଜିଆର୍ପି ହସ୍ତଗତ କରିଛି । ମୁଣ୍ଡରେ ଶକ୍ତ ଆଘାତରୁ ମୃତ୍ୟୁ ଘଟିଥିବା ରିପୋର୍ଟରୁ ସୂଚନା ମିଳିଛି । ଅପରପକ୍ଷରେ ଆଦିତ୍ୟଙ୍କ ଡାଏରୀ ଜବତ ହେବା ପରେ ଜୋରଦାର ଖୋଳତାଡ କରାଯାଉଛି । ବିଭିନ୍ନ ଦିଗକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଆଦିତ୍ୟଙ୍କ ବନ୍ଧୁ । ପ୍ରକାଶଥାଉକି ମଙ୍ଗଳବାର ସକାଳେ ସନ୍ଦେହଜନକ ଭାବେ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର ରେଳ ଲାଇନ୍ରୁ ଉଦ୍ଧାର ହୋଇଥିଲା। ଏହାପରେ ତଦନ୍ତ ଆରମ୍ଭ କରିଥିଲା ଜିଆରପି ପୋଲିସ୍। ଗତ ଜୁନ୍ 9ରେ ଆଦିତ୍ୟ ବିବାହ କରିଥିବାବେଳେ…
କେନ୍ଦୁ୍ଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ସିଲ୍ ହୋଇଛି। ଜଣେ କରୋନା ଯୋଦ୍ଧା ଆକ୍ରାନ୍ତ ପରେ ସମ୍ପୃକ୍ତ ବିଭାଗ ସିଲ୍ କରାଯାଇଛି। ହସ୍ପିଟାଲର ପରିସର ମୁଖ୍ୟ କୋଠାକୁ ସ୍ଥାନାନ୍ତର ହୋଇଛି ସ୍ତ୍ରୀ ଓ ପ୍ରସୂତି ବିଭାଗ । ଆକ୍ରାନ୍ତ ସଂସ୍ପର୍ଶରେ ଆସିଥିବା 40 ଜଣଙ୍କୁ କ୍ବାରେଣ୍ଟିନ୍ ନିର୍ଦ୍ଦେଶ ଦିଆଯାଇଛି । ଆଜି ମୋଟ୍ 2 ଜଣ କରୋନା ଯୋଦ୍ଧା ପଜିଟିଭ୍ ହୋଇଥିବାର ସୂଚନା ରହିଛି । ଆଜି କେନ୍ଦୁଝରରୁ ମୋଟ୍ 48 ଆକ୍ରାନ୍ତଙ୍କୁ ମଧ୍ୟରୁ ବଡବିଲର 34 ଜଣ ରହିଥିବାବେଳେ ଅନ୍ୟ ସବୁ ଲୋକାଲ୍ କେସ୍ ବୋଲି ସୂଚନା ଦେଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍ରେ ।
ପୁଣେ : ମହାରାଷ୍ଟ୍ରର ପୁଣେ ନିକଟ ଗ୍ରାମର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କୋଭିଡ-19 କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେବା କାରଣରୁ ଗ୍ରାମରେ ପ୍ରବେଶ କରିବାକୁ ମନା କରିବାରୁ ଦମ୍ପତି ଦୁହେଁ ବିଷ ଖାଇଦେଇଛନ୍ତି । ଏହି ଘଟଣାରେ 40 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ବାମୀ ଜଣକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗ୍ରାମରେ କରୋନା ଭାଇରସ୍ ମାମଲା ସାମ୍ନାକୁ ଆସିବା ପରେ ପ୍ରବେଶ ଉପରେ କଟକଣା ଲଗାଇଥିଲା । ମିଳିଥିବା ସୂଚନା ଅନୁସାରେ ପୁଣେ ଜିଲ୍ଲାର ଜୁନାର ତହସିଲ୍ ଅନ୍ତର୍ଗତ ଉମ୍ବରାଜ ଗ୍ରାମରେ ଥିବା ନିଜକୁ ଘରକୁ ଯିବା ପାଇଁ ଦମ୍ପତି ଦୁହେଁ ଚାହୁଁଥିବାବେଳେ କଣ୍ଟେନମେଣ୍ଟ ଜୋନ୍ରେ ପ୍ରବେଶକୁ ନେଇ ଦୁହିଁଙ୍କର ପୋଲିସ କର୍ମୀଙ୍କ ସହ ଝଗଡା ହୋଇଥିବାର ସୂଚନା ରହିଛି । ଦମ୍ପତି ଦୁହେଁ ପୋଲିସ୍କର୍ମୀଙ୍କୁ ବ୍ୟାରିକେଡ୍ ହଟାଇବାକୁ କହିଥିଲେ । କିନ୍ତୁ ପୋଲିସ୍ କର୍ମୀ ଓ ସ୍ଥାନୀୟ ଗ୍ରାମ…
ଭୁବନେଶ୍ବର : ସିବିଏସ୍ଇ ନବମରୁ ଦ୍ବାଦଶ ଶ୍ରେଣୀ ପାଠ୍ୟକ୍ରମ 30 ପ୍ରତିଶତ ହ୍ରାସ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ସିବିଏସ୍ଇ ନିଷ୍ପତ୍ତି ଉପରେ ବିଚାର କରାଯିବ କହିଲେ ସମୀର। ଅଗଷ୍ଟରେ ସ୍ଥିତିକୁ ଦେଖି ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହେବ। ସ୍କୁଲ ଖୋଲିବାକୁ ଆଧାର କରି କେତେ ପ୍ରତିଶତ ପାଠ ପଢାଯିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି। ଖାଲି 30% ନୁହେଁ ତା’ଠାରୁ ଅଧିକ ପାଠ୍ୟକ୍ରମ ବି ହ୍ରାସ ହୋଇପାରେ। ସ୍କୁଲ ଖୋଲିନି ତେଣୁ ଏ ବାବଦରେ କହିବା ଠିକ୍ ହେବନି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।
ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାର 83 ଆକ୍ରାନ୍ତଙ୍କ ମଧ୍ୟରୁ 7 କରୋନା ଯୋଦ୍ଧା ରହିଥିବାର ସୂଚନା ରହିଛି । ଏହି 7 କରୋନା ଯୋଦ୍ଧା ମଧ୍ୟରୁ ବିପିୟୁଟିରୁ 4 ଆକ୍ରାନ୍ତ ଚିହ୍ନଟ ହାେଇଥିବାବେଳେ ଅନ୍ୟ ତିନିଜଣ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି । ସେହିପରି ବାହାର ରାଜ୍ୟ ଫେରନ୍ତା ରାଉରକେଲାର 23 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୂର୍ବ ଆକ୍ରାନ୍ତଙ୍କସଂସ୍ପର୍ଶରେ ଆସି 22 ଜଣ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ସେହିପରି ସୁନ୍ଦରଗଡ କ୍ବାରେଣ୍ଟିନ୍ କେନ୍ଦ୍ରରୁ 14 ପଜିଟିଭ୍ ଚିହ୍ନଟ ହୋଇଛି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ତିନି ଜଣ ଗର୍ଭବତୀ ମହିଳା ରହିଛନ୍ତି । ସେହିପରି 2 ଜଣ ଲୋକାଲ୍ କେସ୍ ରହିଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।
ଭୁବନେଶ୍ବର : ରାଜ୍ୟରେ ଆଜି ଆଉ ଚାରୋଟି ମୁଣ୍ଡ ନେଇଛି କରୋନା । ଆଜି ରାଜ୍ୟରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ଓ୍ବେବ୍ସାଇଟ୍ରେ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜାରୁ ତିନିଜଣ ରହିଥିବାବଳେ ଭଦ୍ରକରୁ ଜଣେ ରହିଛନ୍ତି । ଗଞ୍ଜାମରୁ ମୃତକଙ୍କ ମଧ୍ୟରେ ଜଣେ 65 ବର୍ଷୀୟା ମହିଳା ରହିଥିବାବେଳେ ସେ ଡାଇବେଟିସ୍ ଓ ହାଇପର୍ଟେନସ୍ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି । ସେହିପରି ଅନ୍ୟ ଜଣେ ମୃତକ ଗଞ୍ଜାମର 58 ବର୍ଷୀୟ ବୋଲି ସୂଚନା ରହିଛି । ଅନ୍ୟ ଜଣେ ଆକାନ୍ତଙ୍କ ଜଣକ 64 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଥିବାବେଳେ ସେ ମଧ୍ୟ ଡାଇବେଟିସ୍ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି । ସେହିପରି ଭଦ୍ରକ ଜିଲ୍ଲାରୁ କରୋନାରେ ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତଙ୍କ ବୟସ 58 ବର୍ଷ ବୋଲି ସୂଚନା ରହିଛି । ସେ ମଧ୍ୟ ଡାଇବେଟିସ୍ ଓ କିଡ୍ନୀ…
ଭୁବନେଶ୍ବର : ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି 22ଟି ଜିଲ୍ଲାରୁ 577 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 260 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ 83, ଖୋର୍ଦ୍ଧାରୁ 56, କେଉଁଝରରୁ 48, ବାଲେଶ୍ବରରୁ 30, ଗଜପତିରୁ 17, ମୟୂରଭଞ୍ଜ ଓ କଟକରୁ 14 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ 9, ଜଗତସିଂହପୁର ଓ ଅନୁଗୁଳୁରୁ 7 ଜଣ ଲେଖାଏଁ ରହିଥିବାବେଳେ କୋରାପୁଟରୁ 6, ପୁରୀ ଓ ବୌଦ୍ଧରୁ 5 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳରୁ 4, ସମ୍ବଲପୁର ଓ କେନ୍ଦ୍ରାପଡାରୁ 3 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଭଦ୍ରକରୁ ଦୁଇ ଜଣ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା, କନ୍ଧମାଳ, ମାଲ୍କାନଗିରି, ନୟାଗଡରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ପଜିଟିଭ୍ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ) ଗଞ୍ଜାମ 3096 1607…
ଭୁବନେଶ୍ବର: ରାଜ୍ୟରେ ଆଜି 577 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 416 ଜଣ ଚିହ୍ନଟ ହୋଇଥିବାବେଳେ 161ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 11ହଜାର 201ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 4ହଜାର 128ଜଣ। ସେହିପରି ସୁସ୍ଥ ହୋଇଛନ୍ତି 7ହଜାର6ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 48ଜଣ। ସେହିପରି13ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।
ଉଜ୍ଜୈନ୍ : ଉତ୍ତରପ୍ରଦେଶର ମୋଷ୍ଟ ୱାଣ୍ଟେଡ ବିକାଶ ଦୁବେ ଗିରଫ ।ମଧ୍ୟପ୍ରଦେଶ ଉଜୈନରୁ ବିକାଶ ଦୁବେ ଗିରଫ ହୋଇଥିବା ଜଣାପଡ଼ିଛି। ବିକାଶ ଦୁବେ ଉଜୈନର ମହାକାଳ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା। ମିଳିଥିବା ସୂଚନା ଅନୁସାରେ ବିକାଶ ମହାକାଳ ମନ୍ଦିର ଥାନାରେ ପହଞ୍ଚି ନିଜକୁ ‘ସରେଣ୍ଡର କରିଥିଲା ବୋଲି ସୂଚନା ରହିଛି । ପୋଲିସ୍ ବିକାଶ ଦୁବେକୁ ଗିରଫ କରି ତାଙ୍କୁ ମହାକାଳ ଥାନା ନେଇ ଆସିଛନ୍ତି । ବିକାଶ ଦୁବେଙ୍କ ସରେଣ୍ଡର ଖବର ମିଳିବା ପରେ ଏସ୍ଟିଏଫ୍ ଟିମ୍ ଛାନ୍ଭିନ୍ ପାଇଁ ଉଜ୍ଜୈନ ଯାଇଥିବାର ସୂଚନା ରହିଛି। ସୂଚନାଯୋଗ୍ୟ, ଶୁକ୍ରବାର ଦିନ କାନପୁରରେ 8 ଜଣ ପୁଲିସ୍ କର୍ମୀଙ୍କୁ ବିକାଶ ହତ୍ୟା କରିବା ପରେ ଫେରାର ଥିଲା। ଗୁରୁବାର ସକାଳେ ପୋଲିସ ଏନକାଉଣ୍ଟରରେ ବିକାଶ ଦୁବେଙ୍କ ଦୁଇ ସହକର୍ମୀ ନିହତ ହୋଇଛନ୍ତି। (ଏଜେନ୍ସି)

