Author: Samikhsya Bureau

ନୂଆଦିଲ୍ଲୀ : ଦେଶରେ ଦ୍ରୁତ ଗତିରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଆଜି ପୁଣି 24 ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 7 ଲକ୍ଷ 67 ହଜାର ରୁ ଅଧିକ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 21 ହଜାର ପାର ହେଲାଣି  । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 24 ହଜାର 879 ନୂଆ ମାମଲା ସାମନାକୁ ଆସିଛି।  ସେହିପରି 487 ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।  ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 7 ଲକ୍ଷ 67 ହଜାର 297 ରେ ପହଂଚିଛି ।  ଭାରତରେ 21 ହଜାର 129 କୁ ବୃଦ୍ଧି ହୋଇଛି ମୃତ୍ୟୁ ସଂଖ୍ୟା । ମୋଟ୍ ସଂକ୍ରମିତ ମଧ୍ୟରୁ 4 ଲକ୍ଷ 76 ହଜାର 378 ଜଣ ସୁସ୍ଥ ହୋଇଛନ୍ତି।…

Read More

ନୂଆଦିଲ୍ଲୀ : ତଥ୍ୟ ଚୋରି ସନ୍ଦେହରେ ଭାରତୀୟ ସେନା ନିଜ ଯବାନମାନଙ୍କୁ ସ୍ମାର୍ଟଫୋନରୁ 89ଟି ଆପ୍‍ ଡିଲିଟ୍‍ କରିବାକୁ ନିର୍ଦ୍ଦେଶ ଦେଇଛି। କୌଣସି ତଥ୍ୟ କିମ୍ବା ସୂଚନା ଯେପରି ଚୋରି ନ ହେବ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ସେନା ବାହିନୀରେ କାର୍ଯ୍ୟରତ ସମସ୍ତ ଯବାନ ଓ ଅଧିକାରୀଙ୍କୁ ଫେସବୁକ ଓ ଇନଷ୍ଟାଗ୍ରାମ ଭଳି 89ଟି ଆପକୁ ଡିଲିଟ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ 15 ସୁଦ୍ଧା ସମସ୍ତେ ଯେପରି ଏଗୁଡ଼ିକୁ ଡିଲିଟ୍‌ କରିବେ, ସେନେଇ ସେନା ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏହି ଆପ୍‌ଗୁଡ଼ିକ ଦ୍ୱାରା ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବା ସହ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍‌ କରୁଥିବା ଅଭିଯୋଗ ହୋଇଛି। ଏହି କାରଣରୁ ସେନା ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟ କରିବେ ନାହିଁ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଚେତାବନୀ ଦିଆଯାଇଛି। ଏହି ଆପ୍‍ଗୁଡ଼ିକ ମଧ୍ୟରେ…

Read More

ବ୍ରହ୍ମପୁର: ଗଞ୍ଜାମରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ଜୁଲାଇ 13 ଯାଏ ଗଞ୍ଜାମ ଜିଲ୍ଲା ସହରାଞ୍ଚଳରେ ସଟ୍‌ଡାଉନ୍‌ ଘୋଷଣା ହୋଇଛି। ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳିକାଟୁ ମ୍ୟୁନିସିପାଲଟି, ଜିଲ୍ଲାର ସମସ୍ତ ଏନଏସି,, ଜିଲ୍ଲାର 5ଟି ବ୍ଲକ୍ ହେଡ୍‌କ୍ୱାର୍ଟର- ଧରାକୋଟ, ସାନଖେମୁଣ୍ଡି, ଶେରଗ଼ଡ, ପାତ୍ରପୁର ଓ ଜଗନ୍ନାଥ ପ୍ରସାଦକୁ ସମ୍ପୂର୍ଣ୍ଣ ଭାବେ ସଟ୍‌ଡାଉନ୍‌ କରାଯାଇଛି। ଏହି ସମୟରେ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି 7ଲକ୍ଷରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବେ। ଏହି ସମୟରେ ସବୁ ଲୋକ ଘରେ ରହିବାକୁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଯଦି କୌଣସି ବ୍ୟକ୍ତିଙ୍କଠାରେ କରୋନା ଲକ୍ଷଣ ଦେଖାଯାଉଛି, ଏହାକୁ ନ ଲୁଚାଇବା ପାଇଁ ଲୋକମାନଙ୍କୁ ଗଞ୍ଜାମ ଜିଲ୍ଲାପାଳ ଅପିଲ୍‌ କରିଛନ୍ତି। ସର୍ଭେ ନିମନ୍ତେ 200 ଟିମ୍ ଗଠନ କରାଯାଇଛି।

Read More

କେଦାର ମିଶ୍ର ଓଡିଶା ସରକାର କୋଭିଡ ପରବର୍ତ୍ତୀ ସମୟରେ ରାଜ୍ୟର ଆର୍ଥିକ ପରିଚାଳନା ଲାଗି ଏକ ସ୍ପଷ୍ଟ ନୀତି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କଘୋଷଣାନାମା ଦେଖିଲେ ଆମକୁ ୨୦୦୦-୨୦୦୪ ସମୟର ଓଡିଶା କଥା ମନେ ପଡୁଛି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନେବା ବେଳେ ରାଜ୍ୟର ଆର୍ଥିକ ସ୍ଥିତି ଠିକ ଆଜି ଭଳି ରହିଥିଲା। ସେତେବେଳେ ଆର୍ଥିକ ପ୍ରଶାସନରେ ସବୁଠୁ ପ୍ରସିଦ୍ଧ ଶବ୍ଦ ଥିଲା “ଖର୍ଚ୍ଚକାଟ” । ନୂଆ ନିଯୁକ୍ତି ହେବନାହିଁ, ସଭା ଓ ସେମିନାର ହୋଇପାରିବ ନାହିଁ, ଅଧିକାରୀମାନେ ବିଦେଶ ଗସ୍ତରେ ଯିବେ ନାହିଁ, ନୂଆ ଯୋଜନା କିଛି ଘୋଷଣା ହୋଇ ପାରିବ ନାହିଁ ଇତ୍ୟାଦି ଇତ୍ୟାଦି। ସେତେବେଳେ ରାଜ୍ୟ ସରକାର ବିଶ୍ଵ ବ୍ୟାଙ୍କ ଏବଂ ଡିଏଫଆଇଡିର ନିର୍ଦ୍ଧାରିତ ନିୟମ ଅନୁସାରେ ଆର୍ଥିକ ନୀତି ଘୋଷଣା କରୁଥିଲେ। କାରଣ ସେତେବେଳେ ରାଜ୍ୟର ଅର୍ଥନୀତି ସୁଧାରିବାକୁ ଏହି ସବୁ ସଂଗଠନର ସାହାଯ୍ୟ ଦରକାର ପଡୁଥିଲା।୧୫ ବର୍ଷ ପରେ ଆମେ ଠିକ ସେହି…

Read More

କାନପୁର: ଗ୍ୟାଙ୍ଗଷ୍ଟର୍‌ ବିକାଶ ଦୁବେର ଆଉ ଦୁଇ ସହଯୋଗୀଙ୍କୁ ପୋଲିସ୍‌ ଏନକାଉଣ୍ଟର କରିଛି । ମୃତକ ଦ୍ୱୟ ହେଲେ ବାଓ୍ବଆ ଦୁବେ ଓ ପ୍ରଭାତ ମିଶ୍ରା। ଉତ୍ତର ପ୍ରଦେଶ କାନପୁର ଶୁଟଆଉଟର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଆଉ ଦୁଇ ସହଯୋଗୀ ପୁଲିସ୍‌ ଗୁଳିରେ ନିହତ ହୋଇଛନ୍ତି। ନିହତ ହୋଇଥିବା ପ୍ରଭାତ ମିଶ୍ରାକୁ ପୁଲିସ୍‌ ଫରିଦାବାଦ ସ୍ଥିତ ଗୋଟିଏ ହୋଟେଲରୁ ଗିରଫ କରିଥିଲା।  ପୁଲିସ୍‌ ପ୍ରଭାତକୁ ଗିରଫ କରିଥିଲେ ହେଁ ସେ ଖସି ଯିବାକୁ ଉଦ୍ୟମ କରିଥିଲା। ଫଳରେ ପୁଲିସ୍‌ ତା’କୁ ଗୁଳି କରିଦେଇଛି। ସେହିପରି ବିକାଶର ଅନ୍ୟତମ ସହଯୋଗୀ ବାଉଓ୍ବା ଦୁବେକୁ ଇଟାଓ୍ବାଠାରେ ଗୁଳି କରିଛି । ପୋଲିସ ସୂଚନା ଅନୁସାରେ ବାଓ୍ବଆ ବିଳମ୍ବିତ ରାତ୍ରିରେ ମହେବା ନିକଟରେ ହାଇଓ୍ବେଠାରେ ଏକ ସ୍ବିପ୍ଟ ଡିଜାୟାର୍‌ କାର୍‌ ଚୋରି କରୁଥିଲା । ବାଓ୍ବଆ ସହ ତିନିଜଣ ଅପରାଧୀ ରହିଥିଲେ । ପୋଲିସ୍‌କୁ ଏହି ଲୁଟ୍‌ର ଖବର ମିଳିଥିଲା । ବାଓ୍ବଆ…

Read More

ନୂଆଦିଲ୍ଲୀ, ବନ୍ୟପ୍ରାଣୀ ଜଗତରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ଏକ ହାତୀ ଏକାଥରେ ଜାଆଁଳା ଛୁଆ ଜନ୍ମ କରିଛି। ଏହି ଘଟଣାଟି ଶ୍ରୀଲଙ୍କାର ମିନିରିୟା ଜାତୀୟ ଉଦ୍ୟାନରେ ଘଟିଛି। ବର୍ତ୍ତମାନ ମା ଓ ଦୁଇ ଛୁଆ ବେଶ ଭଲ ଅଛନ୍ତି ବୋଲି ବନ୍ୟପ୍ରାଣୀ ବିଭାଗ ତରଫରୁ କୁହାଯାଇଛି। ଏହା ଶ୍ରୀଲଙ୍କାର ପ୍ରଥମ ଘଟଣା ବୋଲି ପ୍ରାଣୀ ବିଶେଷଜ୍ଞମାନେ କହିଛନ୍ତି। ପ୍ରକୃତରେ ବନ୍ୟପ୍ରାଣୀ ଇତିହାସ ଦେଖାଯାଏ ତେବେ ହାତୀ ଜାଆଁଳା ଛୁଆ ଜନ୍ମ କରିବା ଏକ ବିରଳ ଘଟଣା। ବିଶ୍ବରେ ଏହି ଜନ୍ମହାର ଏକ ପ୍ରତିଶତରୁ କମ ବୋଲି ଜଣାପଡିଛି। ଏପରିକି ଦୁଇଟି ଛୁଆ ଜନ୍ମ ହେଲେ ସେମାନେ ବଞ୍ଚିବା ମଧ୍ୟ ବହୁତ କମ ବୋଲି କୁହାଯାଉଛି। ହେଲେ ଶ୍ରୀଲଙ୍କାର ଏହି ଦୁଇଛୁଆ ଭଲ ଥିବାର ଜଣାପଡିଛି।

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସହରାଞ୍ଚଳର ପ୍ରବାସୀ ଓ ଗରିବ ଶ୍ରମିକଙ୍କ ପାଇଁ ସୁଲଭ ଭଡାଘର କମ୍ପ୍ଲେକ୍ସ (ଏଆରଏଚ୍‌ସିଏସ୍‌) ନିର୍ମାଣ କରିବାକୁ ଏକ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳର ଏକ ଉପଯୋଜନା ଭାବେ ଏହା କାର୍ଯ୍ୟକାରୀ ହେବ ଏବଂ  ଏହାର ନାମ ରଖାଯିବ ପିଏମ୍‌ଏୱାଇ-ୟୁ। ଏହା ନିମ୍ନଲିଖିତ ବ୍ୟବସ୍ଥାରେ କାର୍ଯ୍ୟକାରୀ ହେବ। ବର୍ତ୍ତମାନ ଖାଲି ପଡିଥିବା ସମସ୍ତ ସରକାରୀ ଆବାସିକ କମ୍ପ୍ଲେକ୍ସକୁ ଏଆରଏଚସିଏସ୍‌ରେ ପରିଣତ କରାଯିବ। ଏଥିପାଇଁ 25 ବର୍ଷିଆ ରିହାତି ଚୁକ୍ତିରେ ବ୍ୟବସ୍ଥା ରହିବ। ଚୁକ୍ତି ସ୍ୱାକ୍ଷରକାରୀ ଏସବୁ କମ୍ପ୍ଲେକ୍ସକୁ ମରାମତି ଓ ବାସପୋଯୋଗୀ କରିବେ ତଥା କୋଠରୀଗୁଡିକର ରକ୍ଷାଣାବେକ୍ଷଣ ଦାୟିତ୍ୱ ତୁଲାଇବେ। ଜଳଯୋଗାଣ, ସ୍ୱେରେଜ, ସେପ୍ଟେଜ, ପରିମଳ, ରାସ୍ତା ନିର୍ମାଣ ଆଦି କାମ ସଂପୃକ୍ତ କନ୍‌ସେସନାୟରକୁ ବୁଝିବାକୁ ପଡିବ। ଏ କ୍ଷେତ୍ରରେ କନ୍‌ସେସନାୟାର କିଏ ହେବ ରାଜ୍ୟ ସରକାର ନିଲାମ ବ୍ୟବସ୍ଥାରେ ତାହା ଚୂଡାନ୍ତ କରିବେ।…

Read More

କଟକ, ଆଜି କଟକ ତ୍ରିଶୁଳିଆ ବ୍ରିଜ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଅପରାହ୍ନ ଠିକ୍ 5ଟା 30 ବେଳେ ଦୁଇଜଣ ଝିଅ ଆସି ବ୍ରଜ୍ ନିକଟରେ ସ୍କୁଟି ଥୋଇଲେ। ସେଠାରେ ଯିବାଆସିବା କରୁଥିବା ଲୋକେ ଭାବିଲେ ଝିଅ ଦୁଇଟି ସ୍କୁଟି ଥୋଇ ନଦୀ ଦେଖିବେ। ହେଲେ କଣ ହେଲା କେଜାଣି ଦୁଇଜଣ ହଠାତ ବ୍ରିଜ ଉପରୁ ନଦୀ ଭିତରକୁ ଡେଇଁ ପଡିଲେ। ଲୋକେ ପାଟିକରି ସେଠାରେ ଜମା ହେବା ବେଳକୁ କଥା ଶେଷ। ଭାଗ୍ୟଭଲ ସେଠାରେ ମୁତୟନ ହୋଇଥିବା ଅଗ୍ନିଶମ ବିଭାଗ କର୍ମଚାରୀମାନେ ତୁରନ୍ତ ମୋଟର ବୋଟ ମାଧ୍ୟମରେ ନଦୀ ଭିତରକୁ ଗଲେ। ଖୋଜାଖୋଜି କରି ଉଭୟଙ୍କୁ ଉଦ୍ଧାର କଲେ। ଏହାପରେ ଉଭୟଙ୍କୁ ମେଡିକାଲ ପରୀକ୍ଷା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସେମାନେ କଣ ପାଇଁ ଏପରି କାମ କଲେ ତାହା ଜଣାପଡି ନାହିଁ।

Read More

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ ତଥା ବରିଷ୍ଠ ହାସ୍ୟକଳାକାର ଜଗଦୀପଙ୍କ 81 ବର୍ଷ ବୟସରେ ମୃତ୍ୟୁ ହୋଇଛି । ବୟସାଧିକ୍ୟ ରୋଗ କାରଣରୁ ଏହି ଅଭିନେତାଙ୍କ ନିଧନ ହୋଇଛି । ଆଜି ରାତ୍ରି ପ୍ରାୟ 8.40 ମିନିଟ୍‌ରେ ମୁମ୍ବାଇ ସ୍ଥିତ ନିଜ ଘରେ ସେ ପ୍ରାଣ ହରାଇଥିବାର ସୂଚନା ରହିଛି । ଜଗଦୀପଙ୍କ ଅସଲ ନାମ ହେଉଛି ସୈୟଦ୍‌ ଇଶ୍‌ତିଆକ୍‌ ଅହମ୍ମଦ ଜାଫ୍‌ରୀ । 1939 ମସିହା ମାର୍ଚ୍ଚ 29ରେ ଜନ୍ମ ଗହଣ କରିଥିବା ଜଗଦୀପ୍‌ 400ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । 1975 ମସିହାରେ ଆସିଥିବା ଲୋକପ୍ରିୟ ବଲିଉଡ୍‌ ଫିଲ୍ମ ‘ଶୋଲେ’ରେ ଭୋପାଲୀ ଚରିତ୍ରରେ ଅଭିନୟ କରି ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ ଜଗଦୀପ୍‌ ।  ଏହା ବ୍ୟତୀତ ଜଗଦୀପ୍‌ ‘ପୁରାନା ମନ୍ଦିରରେ ’ ମଚ୍ଛର ଭୂମିକା ନିଭାଇଥିବାବେଳେ ‘ଅନ୍ଦାଜ ଅପ୍‌ନା ଅପ୍‌ନା’ରେ ସେ ସଲମାନ ଖାନ୍‌ଙ୍କ ପିତାଙ୍କ ଚରିତ୍ରରେ ନଜର ଆସିଥିଲେ । ଜଗଦୀପ୍‌ ସୁରମା ଭୋପାଲୀ…

Read More

ଶ୍ରୀନଗର: ଜମ୍ମୁକାଶ୍ମୀରର ବାନ୍ଦିପୋରାଠାରେ ଆତଙ୍କବାଦୀମାନେ ଭାରତୀୟ ଜନତା ପାର୍ଟିର ଜଣେ ନେତାଙ୍କୁ ହତ୍ୟା କରିଛନ୍ତି ।ଶେଖ୍‌ ୱାସୀମ ବରୀ ବାନ୍ଦିପୋରାର ଜିଲ୍ଲା ବିଜେପି ଅଧ୍ୟକ୍ଷ ଥିଲେ ।  ବିଜେପି ନେତା ଶେଖ୍‌  ଓ୍ବାସିମ ବରୀ, ତାଙ୍କ ବାପା ଏବଂ ଭାଇଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି। ବିଜେପି ନେତା ତାଙ୍କ ଭାଇ ଓ ପିତାଙ୍କ ସହ ଦୋକାନରେ ଥିବାବେଳେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ ।  ରାତି ପ୍ରାୟ 9ଟା ସମୟରେ ସେ ତାଙ୍କ ଦୋକାନ ସମ୍ମୁଖରେ ଛିଡ଼ା ହୋଇଥିବା ବେଳେ ଆତଙ୍କବାଦୀମାନେ ସିଧାସଳଖ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ବୋଲି ସୂଚନା ରହିଛି । ଏହି ଆକ୍ରମଣରେ ବରିଙ୍କ ଭାଇ ଉମର ଏବଂ ବାପା ବଶୀର ଅହମଦ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ବାନ୍ଦିପୋରା ଜିଲ୍ଲା ହସ୍‌ପିଟାଲକୁ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ବୁଧବାର ରାତି ପ୍ରାୟ ୯ଟାରେ ବାନ୍ଦିପୋରା ଜିଲ୍ଲାରେ ଆତଙ୍କବାଦୀମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ଡିଜିପି ଦିଲ୍‌ବାଗ…

Read More

ନୂଆଦିଲ୍ଲୀ, ଭାରତ ଗ୍ଲୋବାଲ ସପ୍ତାହ 2020ର ଉଦଘାଟନୀ ସମାରୋହକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିବେ । ତିନି ଦିନିଆ ଭର୍ଚୁଆଲ ସମ୍ମିଳନୀର ଶୀର୍ଷକ ‘Be The Revival : India and a Better New World’, ଭାରତ ଗ୍ଲୋବାଲ ସପ୍ତାହ 2020ରେ 30ଟି ଦେଶରୁ 5000 ବିଶ୍ୱସ୍ତରୀୟ ଅଂଶଗ୍ରହଣକାରୀ ଯୋଗଦେବା ସହିତ 75ଟି ଅଧିବେଶନକୁ 250 ବିଶ୍ୱସ୍ତରୀୟ ବକ୍ତାମାନେ ସମ୍ବୋଧିତ କରିବେ । ଉଚ୍ଚ ଖ୍ୟାତି ସମ୍ପନ୍ନ ବକ୍ତାମାନଙ୍କ ମଧ୍ୟରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର, କେନ୍ଦ୍ର ରେଳ ତଥା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ, ଜମ୍ମୁ କଶ୍ମୀର ରାଜ୍ୟପାଳ ଜି.ସି.ମୁର୍ମୁ, ଇଶା ଫାଉଣ୍ଡେସନ ପ୍ରତିଷ୍ଠାତା ସଦଗୁରୁ, ଆଧ୍ୟାତ୍ମିକ ନେତା ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ସହ ବ୍ରିଟେନର ବୈଦେଶିକ ସଚିବ ଡୋମିନିକ ରାବ ଏବଂ ଗୃହ ସଚିବ ପ୍ରୀତି ପଟେଲ, ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ କେନ…

Read More

ନୂଆଦିଲ୍ଲୀ, ଦେଶର ତିନୋଟି ସାଧାରଣ ରାଷ୍ଟ୍ରାୟତ ବୀମା କମ୍ପାନୀକୁ ମୋଟ ୧୨୪୫୦ କୋଟି ଟଙ୍କା ସହାୟତା ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି। ଏହି ତିନୋଟି କଂପାନୀ ହେଲା  ଓରିଏଣ୍ଟାଲ ଇନ୍ୟୁସୁରାନ୍ସ କମ୍ପାନୀ ଲିମିଟେଡ, ନ୍ୟାସନାଲ ଇନ୍ୟୁସୁରାନ୍ସ କମ୍ପାନୀ ଲିମିଟେଡ ଓ ୟୁନାଇଟେଡ ଇଣ୍ଡିଆ ଇନ୍ୟୁସୁରାନ୍ସ କମ୍ପାନୀ ଲିମିଟେଡକୁ  ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଥିରେ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଦାନ କରାଯାଇଥିବା ୨୫୦୦ କୋଟି ଟଙ୍କାର ପୁଞ୍ଜି ସହାୟତା ମଧ୍ୟ ଉପଲବ୍ଧ ରହିଛି। ଏଥିମଧ୍ୟରୁ ୩,୪୭୫ କୋଟି ଟଙ୍କାର ତତ୍କାଳ ସହାୟତା ରାଶି ଜାରି କରି ଦିଆଯିବ। ବାକି ୬,୪୭୫ କୋଟି ଟଙ୍କା ପରେ ଜାରି କରାଯିବ। କ୍ୟାବିନେଟ ଏହି ପୁଞ୍ଜି ଉପଲବ୍ଧତାକୁ ଲାଗୁ କରିବା ନିମନ୍ତେ ଏନଆଇସିଏଲ ପାଇଁ ୭୫୦୦ କୋଟି ଟଙ୍କା ଏବଂ ୟୁଆଇଆଇସିଏଲ ତଥା ଓଆଇସିଏଲ ପାଇଁ ୫୦୦୦ କୋଟି ଟଙ୍କା ପର‌୍ୟ୍ୟନ୍ତ ଅଧିକୃତ ଶେୟାର ପୁଞ୍ଜିରେ…

Read More

ଭୁବନେଶ୍ବର, ବିଜୁ ଜନତା ଦଳ ତରଫରୁ ପୁଣି ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏଥିରେ 15 ଜଣ ବରିଷ୍ଠ ନେତାଙ୍କୁ ବରିଷ୍ଠ ସାଧାରଣ ସଂପାଦକ ଭାବେ ନିଆଯାଇଛି। ତେବେ ଏହି 15 ଜଣଙ୍କୁ ବରିଷ୍ଠ ସାଧାରଣ ସଂପାଦନକ ଭାବେ ବିଭିନ୍ନ ବିଭାଗର ଦାୟିତ୍ବ ଦିଆଯାଇଛି। ଜାଣି ନିଅନ୍ତୁ କାହାକୁ କଣ ଦିଆଯାଇଛି ଦାୟିତ୍ବ।

Read More

ବିହାର, ବିହାରର ରାଜ୍ୟର ଜଣେ ପାରଂପରିକ ଶିଳ୍ପୀ, ହାତବୁଣାରେ ତିଆରି କରିଛନ୍ତି ମାସ୍କ। ଏଥିରେ ସେ ପାରଂପାରିକ ଚିତ୍ରକୁ ବେଶ ଆକର୍ଷଣୀୟ ଭାବେ ସିଲାଇ କରିଛନ୍ତି। ଏହି ମାସ୍କର ଚାହିଦା ବର୍ତ୍ତମାନ ବଜାରରେ ବେଶ ଚାହିଦା ରହିଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ଭେଟେଶ୍ବର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପେଣ୍ଡୁରାପଲ୍ଲୀ ଗାଁର ୩୫ ବର୍ଷୀୟ ଜଣେ ବ୍ୟକ୍ତି କୋଭିଡ ସଂକ୍ରମିତ ହେବାପରେ ପ୍ରଶାସନ ତରଫରୁ କଡା ପଦକ୍ଷେପ ନେବା ସ୍ବରୂପ ସମ୍ପୃକ୍ତ ଅଞ୍ଚଳକୁ ୯ ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ସ୍ବାବ୍‌ ଟେଷ୍ଟ କରାଯାଇଛି। ସେମାନଙ୍କ ମଧ୍ଯରୁ କ୍ବାରେଣ୍ଟାଇନରେ ଥିବା ୨୯ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ପରିବାରର ୫ ସଦସ୍ୟଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ରହିଛି। କ୍ବାରେଣ୍ଟାଇନରେ ଥିବା ୨୯ ଜଣଙ୍କ ମଧ୍ୟରୁ ୭ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ନିଜ ନିଜ ଘରକୁ ପଳାଇଥିଲେ। ସଂକ୍ରମିତ ବ୍ୟକ୍ତି ଜଣକ ଗତ ମାସ ୧୧ ତାରିଖରେ ବିଦେଶରୁ ଫେରିଥିଲେ ଏବଂ ଭାପୁରସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୪ ଦିନ ପାଇଁ କ୍ବାରେଣ୍ଟାଇନରେ ରହିଥିଲେ। ଏହାପରେ ଘରେ ଆଉ ୧୪ ଦିନ ହୋମ…

Read More

ଭୁବନେଶ୍ବର, ପବ୍ଲିକ ସର୍ଭିସରେ ଉନ୍ନତି ଆଣିବା ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି 8 ଟି ନୂଆ ଟେକନୋଲୋଜିର ଶୁଭାରମ୍ଭ କରିଛନ୍ତି। ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ବିଭିନ୍ନ ସରକାରୀ କାମ ଏହାଦ୍ବାରା ଅଧିକ ସରଳ ହେବା ସହ ବିଭିନ୍ନ କାର୍ଯ୍ୟକ୍ରମ ତ୍ବରାନ୍ବିତ ହୋଇ ପାରିବ। ଏହାଦ୍ବାରା ପ୍ରାଶାସନିକ ସଂସ୍କାର ବାବଦ ଲକ୍ଷ୍ୟ ମଧ୍ୟ ସୁବିଧାରେ ହାସକ କରାଯାଇ ପାରିବ। ନୂଆ ଟେକନୋଲୋଜିର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, 5ଟି ମଡେଲ ସହ ମୋ ସରକାର କାର୍ଯ୍ୟକ୍ରମ ଯୋଗୁଁ ରାଜ୍ୟ ପ୍ରଶାସନରେ ଦକ୍ଷତା ଓ ଗୁଣବତ୍ତା ଅନେକାଂଶରେ ବଢି ପାରିଛି। ଭୁବନେଶ୍ବରରେ ସରକାରୀ ଜମିର ସୁରକ୍ଷା ଦିଗରେ ସ୍ପେସ ଟେକନୋଲୋଜି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନସର ବ୍ୟବହାର କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ଏହାଦ୍ବାରା ରାଜଧାନୀର ଯୋଜନାବଦ୍ଧ ବିକାଶ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କୋଭିଡ ସଂକଟ ଯୋଗୁଁ ସମସ୍ତ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲାର ବାଣପୁର ଏବଂ ବାଲୁଗାଁ ଅଞ୍ଚଳରେ କରୋନା ସଂକ୍ରମଣର ଭୟାବହତାକୁ ବେଖାତିର କରି କିଛି ଅମାନିଆ ଆଜି ତଣ୍ଡ ଗଣିଛନ୍ତି। ବାଣପୁର-ବାଲୁଗାଁ ଅଞ୍ଚଳ ବର୍ତ୍ତମାନ ବିପଦ ଜୋନରେ ରହିଥିବାରୁ ପ୍ରଶାସନ ବହୁ ସତର୍କତା ଅବଲମ୍ବନ କରୁଛି।  ସ୍ଥିତି ଖରାପ ହେଉଥିବାରୁ ବାଣପୁର ତହସିଲଦାର ମନ୍ମଥ ବେହେରା ତିନି ଦିନ ହେଲା ତହସିଲର ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଚେକିଂ ଜାରି ରଖିଛନ୍ତି। ବାରମ୍ବାର ଲୋକଙ୍କୁ କରୋନା ନିୟମ ପାଳନ କରିବାକୁ ଅନୁରୋଧ କଲେ ମଧ୍ୟ ଅନେକ ଅମାନିଆ ସରକାରୀ କଟକଣାକୁ ଭୃକ୍ଷେପ କରୁନାହାନ୍ତି। ଗଞ୍ଜାମ ଜିଲ୍ଲା ବର୍ତ୍ତମାନ କରୋନାର ହଟସ୍ପଟ ପାଲଟିଥିବାରୁ ଜିଲ୍ଲା ପ୍ରଶାସନ ଖୋର୍ଦ୍ଧା-ଗଞ୍ଜାମ ଜିଲ୍ଲା ସୀମା ସିଲ କରିଦେଇଛନ୍ତି। ଯାହାର ଗୋଟିଏ ପାର୍ଶ୍ୱ ବାଣପୁର-ଗଞ୍ଜାମ ଶେଷ ସୀମା କୁମାରୀପାରିରେ ରହିଛି। ଆଜି ଦିନ ୧୧ଟାରେ ବାଣପୁର ତହସିଲଦାର ସଦଳବଳେ ବାଣପୁର-ବାଲୁଗାଁ ବାଇପାସ ଠାରେ ପାଖାପାଖି ଦୁଇ ଘଣ୍ଟାଧରି ଜୋରଦାର ଚେକିଂ କରିଥିଲେ। ବିଭିନ୍ନ ଦୋକାନରେ ସାମାଜିକ…

Read More

ରମେଶ ମହାନ୍ତି ଜଗତସିଂହପୁର, ରାଜ୍ୟ ସରକାଙ୍କ ନିର୍ଦେଶ ଅନୁଯାୟୀ କୋଭିଡ-୧୯ ପରିଚାଳନା ରଣନୀତି ସଂକ୍ରାନ୍ତ ସଚେତନତା ପାଇଁ ଗ୍ରାମ ପଂଚାୟତ ଓ ସହରାଞ୍ଚଳ ୱାର୍ଡ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜଗତସିଂହପୁର ଜିଲ୍ଲାର ୮ଟି ବ୍ଲକ ଓ ୨ଟି ପୌର ପରିଷଦରେ ଆରମ୍ଭ ହୋଇଛି। ଆଜିଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ଅନୁଷ୍ଠିତ ହେବ। ସମସ୍ତ ସରପଂଚ, ଗ୍ରାମ ପଞ୍ଚାୟତ, ନୋଡାଲ ଅଧିକାରୀ, ୱାର୍ଡ ଅଫିସର, ସ୍ବଚ୍ଛସାଥୀ ସୁପରଭାଇଜରମାନଙ୍କୁ ଜିଲ୍ଲାସ୍ତରୀୟ ରେସପନସ ଟିମ୍, ବ୍ଲକ ଓ ପୌର ସ୍ତରରେ ସାମାଜିକ ଦୂରତା, ନିଜସ୍ବ ସୁରକ୍ଷା ମାଧ୍ୟମରେ ତାଲିମ ଦିଆଯାଉଛି। ଗତ ୨ ତାରିଖରେ ରାଜ୍ୟ ରିସୋର୍ସ ଟିମ୍ ଜିଲ୍ଲାସ୍ତରୀୟ ଓ ବ୍କକ ସ୍ତରୀୟ ରିସୋର୍ସ ଟିମଙ୍କୁ ଭିଡିଓ କନଫରେନସିଂ ଜରିଆରେ କୋଭିଡ-୧୯ ପରିଚାଳନାର ନୂଆ ବ୍ୟବସ୍ଥା ସମ୍ପରେ ତାଲିମ ଦିଆଯାଉଛି। ବ୍ଲକସ୍ତରୀୟ ରେସପନସ ଟିମ୍ ଗାଁ କଲ୍ୟାଣ ସମିତି ସଦସ୍ୟ, ସ୍ବୟଂ ସହାୟକ ଗୋଷ୍ଠୀର ସଂପାଦକ, ଆଶା ଓ ଅଙ୍ଗନବାଡି…

Read More

ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷା OJEE ଆବେଦନ ଅବଧି ବୃଦ୍ଧି କରାଯାଇଛି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଅନଲାଇନ ଆବେନଦ ଓ ଫି ଦାଖଳ ଅବଧି ବଢାଯାଇଛି। ଅନଲାଇନ ଆବେଦନ ତାରିଖ ଜୁଲାଇ 25 ଯାଏଁ, ଫି ଦାଖଲ ସମୟ ସୀମା ମଧ୍ୟ ଜୁଲାଇ 31 ଯାଏଁ ବୃଦ୍ଧି କରାଯାଇଛି। ଓଜେଇଇ ଅଧ୍ୟକ୍ଷ ଏହି ସୂଚନା ଦେଇଛନ୍ତି।

Read More

ବର୍ତ୍ତମାନ କରୋନା କଟକଣା ପାଇଁ ଟ୍ରେନ ବନ୍ଦ, ଷ୍ଟେସନକୁ ଯାତ୍ରୀ ଆସିବାର ନାହିଁ। ହେଲେ ପ୍ରକୃତି ବିଛାଇ ଦେଇଛି ତାହାର ଲାଲ କାରପେଟ। ଏହା ଦୃଶ୍ୟଟି ହେଉଛି  କେରଳର ମେଲ୍ଲାଟୁର ଷ୍ଟେସନ, ଯେଉଁଠି କୃଷ୍ଣଚୂଡା ଫୁଲ ଷ୍ଟେସନ ସାରା ବିଛେଇ ହୋଇ ଲାଲା କରପେଟର ଭ୍ରମ ସୃଷ୍ଟି କରୁଛି।

Read More

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାର କୌଣସି ଷ୍ଟେସନରେ ପାସେଞ୍ଜର ଟ୍ରେନ ରହିବ ନାହିଁ। ଗୋଟିଏ ଟ୍ରେନ ବାତିଲ କରିବା ସହ ରହଣୀ ଉପରେ କଟକଣା ଲଗାଇଲା ରେଳବାଇ ବିଭାଗ। ଭୁବନେଶ୍ବର-ବ୍ରହ୍ମପୁର-ଭୁବନେଶ୍ବର ସ୍ପେଶାଲ ଟ୍ରେନ ବାତିଲ କରି ଦିଆଯାଇଛି। ଆଉ ଦୁଇଟି ଏକ୍ସପ୍ରେସ ଟ୍ରେନର ଗଂଜାମ ଜିଲ୍ଲାରେ ରହଣୀ ମଧ୍ୟ ବାତିଲ କରି ଦିଆଯାଇଛି। ଏହି ଟ୍ରେନ ଦୁଇଟି ହେଲା ଭୁବନେଶ୍ବର-ଛତ୍ରପତି ଶିବାଜୀ ଟର୍ମିନସ କୋଣାର୍କ ଏବଂ ହାୱଡା-ସିକନ୍ଦରାବାଦ-ସ୍ପେଶାଲ । ଏହି ଦୁଇ ଏକ୍ସପ୍ରେସ ଟ୍ରେନ ବାଲୁଗାଁ, ଛତ୍ରପୁର, ବ୍ରହ୍ମପୁରରେ ରହିବନି। ଜିଲ୍ଲାରେ ବଢୁଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ରେଳବାଇ ଏଭଳି ପଦକ୍ଷେପ ନେଇଛି। ପରବର୍ତ୍ତୀ ନିର୍ଦେଶନାମା ପର୍ଯ୍ୟନ୍ତ ଟ୍ରେନ ରହଣୀ ଉପରେ କଟକଣା ବଳବତ୍ତର ରହିବ। ଗଂଜାମ ଜିଲ୍ଲା ଦେଇ ଯାଉଥିବା ଟ୍ରେନ ରହଣୀ ଉପରେ କଟକଣା ଲଗାଇବାକୁ ରାଜ୍ୟ ସରକାର ଚିଠି କରି ଜଣାଇଥିଲେ। ଏହି ଚିଠି ପାଇବା ପରେ ପୂର୍ବତଟ ରେଲୱେ ଏହି କଟକଣା ଲଗାଇଛି।

Read More