Author: Samikhsya Bureau

ମୁମ୍ବାଇ : ଲକ୍‌ ଡାଉନ୍‌ ସମୟରେ ଟେଲି ଅଭିନେତା ତଥା ବିଗବସ୍‌ର ପୂର୍ବତନ ପ୍ରତିଯୋଗୀ ଗୌତମ ଗୁଲାଟ୍ଟିଙ୍କୁ ବିବାହ କରିଛନ୍ତି  ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା । ଦୁୂହିଁଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି । ଅଭିନେତା ଗୌତମ ଉର୍ବଶୀଙ୍କ ସହ ବିବାହ କରୁଥିବାର ଫଟୋକୁ ସେୟାର କରିଛନ୍ତି । ଏହି ଫଟୋର ଦୁହେଁ ସାତ ଫେରା ନେଉଥିବାର ଦେଖାଯାଇଛି । ସେହିପରି ଆଉ ଏକ ଫଟୋରେ ଦୁହେଁ ବେଶ୍‌ ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ନଜର ଆସିଥିଲେ । ଏହି ଫଟୋକୁ ସେୟାର କରି ଗୌତମ ଲେଖିଛନ୍ତି ଯେ, ‘ବିବାହର ଶୁଭକାମନା ଜଣାଇବେ ନାହିଁକି ?’ ଗୌତମ ଓ ଉର୍ବଶୀଙ୍କ ଏହି ଫଟୋକୁ ଦେଖି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହି ଫଟୋକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଏହି ଫଟୋ ଉପରୁ ଏବେ ରହସ୍ୟ ଉଠିଛି । ସତ କହିବାକୁ ଗଲେ ଏହି ବିବାହ ରିଅଲ୍‌…

Read More

କଟକ : ଆଜି କଟକ ସହରରୁ ନୂତନ 11ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ 5ଜଣ ସରକାରୀ କ୍ବାରେଣ୍ଟିନ୍‌ର ଚିହ୍ନଟ ହୋଇଥିବାବେଳେ 6 ଜଣ ହୋମ୍‌ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଛନ୍ତି । ଆଜି ପଜିଟିଭଙ୍କ ମଧ୍ୟରେକ୍ୟାନସର ହସ୍ପିଟାଲରୁ ପାଞ୍ଚ ଜଣ ରୋଗୀ ଏବଂ ସମ୍ପର୍କୀୟ ଚିହ୍ନଟ ହୋଇଛନ୍ତି । ସେହିପରି  ଆଜି  ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କୋଭିଡ୍‌ ଯୋଦ୍ଧା ଥିବାବେଳେ 5 ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ ବୋଲି ସୂଚନା ରହିଛି । ନୂତନ 11ଜଣ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ଏବେ ମୋଟ୍‌ ପଜିଟିଭ୍‌ଙ୍କ ସଂଖ୍ୟା 116ରେ ପହଞ୍ଚିଛି । ସେହିପରି କଟକ ସହରରେ 2 ଜଣଙ୍କର ମୃତ୍ୟୁ ଘଟିଥବାବେଳେ ସୁସ୍ଥ ହୋଇଛନ୍ତି 22 ଜଣ । ଏବେ ସୁଦ୍ଧା 92 ଜଣ ସକ୍ରିୟ ରହିଛନ୍ତି ।

Read More

ଗଞ୍ଜାମ : କରୋନା ପରିଚାଳନା ପାଇଁ ଗଞ୍ଜାମ ଯିବେ ଦୁଇ ଆଇଏଏସ୍‌ । ଗଞ୍ଜାମ ଜିଲ୍ଲା ପାଇଁ 2 ସ୍ପେଶାଲ୍‌ ଏଡିଏମ୍‌ ନିଯୁକ୍ତି କରିଛନ୍ତି ସରକାର । ଆଇଏଏସ୍‌ ପାରୁଲ୍‌ ପଟାଓ୍ବାରୀ ଓ ବିଶାଲ୍‌ ସିଂହ ହେଲେ ସ୍ପେଶାଲ୍‌ ଏଡିଏମ୍‌ । ପାରୁଲ୍‌ ପଟାଓ୍ବାରୀଙ୍କୁ ଛତ୍ରପୁର ଉପଖଣ୍ଡ କରୋନା ପରିଚାଳନା ଦାୟିତ୍ବ ଦିଆଯାଇଥିବାବେଳେ ବିଶାଲ୍‌ ସିଂହଙ୍କୁ  ଭଞ୍ଜନଗର ଉପଖଣ୍ଡ କରୋନା ପରିଚାଳନା ଦାୟିତ୍ବ ଦିଆଯାଇଛି । 2 ଆଇଏଏସ୍‌ଙ୍କ ଭଳି ଗଞ୍ଜାମ ପାଇଁ 6 ଓଏଏସ୍‌ ନିଯୁକ୍ତ ହୋଇଛନ୍ତି । ଓଏଏସ୍‌ମାନେ କରୋନା ପରିଚାଳନା ନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ କାମ କରିବେ । ଗଞ୍ଜାମ ଯାଇଥିବା 6 ଓଏଏସ୍‌ଙ୍କ ମଧ୍ୟରେ ରହିଛନ୍ତି ଓଏଏସ୍‌ ସୁଧାକର ନାୟକ, ଲୋକନାଥ ଦଳବେହେରା, ଓଏଏସ୍‌ ପଦ୍ମନାଭ ବେହେରା, ଶକ୍ତକାନ୍ତ ରାୟ, ଚିତ୍ତରଞ୍ଜନ ମହାନ୍ତ, ଶୁଭେନ୍ଦ୍ର କୁମାର ସାମଲ୍‌ ପ୍ରମୁଖ । ସୂଚନାଯୋଗ୍ୟ, ଗଞ୍ଜାମରେ କରୋନା ସ୍ଥିତି ଏବେ ସରକାରଙ୍କ ପାଇଁ ମୁଣ୍ଡ ବ୍ୟାଥାର କାରଣ…

Read More

କଟକ : ରାଣୀହାଟ ମାଳିସାହିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କଲା ସିଏମ୍‌ସି । କରୋନା ଆକ୍ରାନ୍ତ ଚିହ୍ନଟ ପରେ କଟକ ମହାନଗର ନିଗମ ଏନେଇ ପଦକ୍ଷେପ ନେଇଛି । କଣ୍ଟେନମେଣ୍ଟ ଜୋନ୍‌ରେ ଗାଡି ଆତଯାତ ମନା । ସେହିପରି ଏହି ଅଞ୍ଚଳରୁ ଘରୁ କେହି ବାହାରିବେନି ବୋଲି ସୂଚନା ରହିଛି । କଟକ ସହରରୁ 100ରୁ ଉର୍ଦ୍ଧ୍ବ କରୋନା ମାମଲା ଚିହ୍ନଟ ହୋଇଥିବାବେଳେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଭୁବନେଶ୍ୱର ଉପକଣ୍ଠ ନୂଆଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ। କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏହାକୁ  କଣ୍ଟେନମେଣ୍ଟ କରାଯାଇଛି। ଗୋଟିଏ ପରିବାରରୁ5 ଜଣ ଆକ୍ରାନ୍ତ ଚିହ୍ନଟ ପରେ ବିଏମ୍‌ସି ଏହି ପଦକ୍ଷେପ ନେଇଛି।

Read More

ସମ୍ବଲପୁର : ସମ୍ବଲପୁର ଭିସୁଟ୍‌ର 4 ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ପୂର୍ବରୁ ଆକ୍ରାନ୍ତ ଜଣେ ଅଧ୍ୟାପିକାଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବାର ସୂଚନା ରହିଛି । ସମ୍ପୃକ୍ତ ଅଧ୍ୟାପିକାଙ୍କ ସ୍ବାମୀଙ୍କ କରୋନାରେ ମୃତ୍ୟୁ ଘଟିଥିଲା । ସ୍ବାମୀଙ୍କ ମୃତ୍ୟୁ ପରେ ଅଧ୍ୟାପିକାଙ୍କ ନମୁନା ବି ପଜିଟିଭ୍‌ ଆସିଥିଲା । ଅଧ୍ୟାପିକା ପଜିଟିଭ୍‌ ଆସିବାରୁ ଭିସୁଯ୍‌ କର୍ମଚାରୀଙ୍କ ସ୍ବାବ୍‌ ନିଆଯାଇଥିଲା । ସଂଗୃହୀତ 60 ସ୍ବାବ୍‌ରୁ 4 ଜଣଙ୍କ ନମୁନା ପଜିଟିଭ୍‌ ଆସିଥିବା ସୂଚନା ରହିଛି । ଭିସୁଟ୍‌ର 4 କର୍ମଚାରୀ ସଂକ୍ରମିତ ନେଇ ଜିଲ୍‌ଲା ପ୍ରଶାସନ ସୂଚନା ଦେଇଛି । ସୂଚନାଯୋଗ୍ୟ, ଭିସୁଟ୍‌ରେ କରୋନା ସଂକ୍ରମିତ ମାମଲା ଆସିବା ପରେ ଭିସୁଟ୍‌କୁ ଆସନ୍ତା 11 ତାରିଖ ଯାଏଁ ବନ୍ଦ କରାଯିବା ନେଇ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ସେହିପରି ସମସ୍ତ କର୍ମଚାରୀଙ୍କୁ ହେଡ୍‌ କ୍ବାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ରହିଛି । ନିୟମ ଉଲ୍ଲଂଘନ…

Read More

ରାଉରେକଲା : କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ରାଉରକେଲାରେ କଟକଣା ଜାରି କରାଯାଇଛି ।13 ଜିଲ୍ଲାରୁ ଆସିଥିବା ବ୍ୟକ୍ତିଙ୍କୁ ସରକାରୀ କ୍ବାରେଣ୍ଟିନ୍‌ ବାଧ୍ୟତାମୂଳକ କରାଯାଇଛି । ଏହି 13ଟିଜିଲ୍ଲା ମଧ୍ୟରେ ରହିଛି ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ବର, ବଲାଙ୍ଗିର, ନୟାଗଡ, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ । ରାଉରକେଲା ପୌରାଞ୍ଚଳ ପକ୍ଷରୁ କଟକଣା ନେଇ ଏଡିଏମ୍‌ ସୂଚନା ଦେଇଛନ୍ତି ।

Read More

ଭୁବନେଶ୍ବର : ଆଜି ରାଜ୍ୟରୁ 5 ଜଣଙ୍କର ମୁଣ୍ଡ ନେଇଛି କରୋନା ।  24 ଘଣ୍ଟା ମଧ୍ୟରେ ରାଜ୍ୟରେ ଆଜି ସର୍ବାଧିକ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ଜିଲ୍ଲାରୁ 3 ଓ ଖୋର୍ଦ୍ଧାରୁ 2 ଜଣ ରହିଛନ୍ତି  ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ରେ ସୂଚନା ରହିଛି ।  ଆଜି ମୃତ୍ୟୁବରଣ କରିଥିବା ସମସ୍ତ ମୃତକ ପୁରୁଷ ବୋଲି ସୂଚନା ରହିଛି । ଗଞ୍ଜାମରୁ ମୃତ୍ୟୁବରଣ କରିଥିବା ତିନିଜଣଙ୍କ ମଧ୍ୟରେ  ଜଣେ 50 ବର୍ଷୀୟ ରହିଥିବାବେଳେ ତାଙ୍କର ଡାଇବେଟିସ୍‌ ସହ ହାଇପର୍ଟେନସନ୍‌ ରହିଥିଲା । ସେହିପରି ଅନ୍ୟ ଦୁଇ ମୃତକଙ୍କ ବୟସ ଯଥାକ୍ରମେ 27 ଓ 35 ବର୍ଷ ବୋଲି ସୂଚନା ରହିଛି । ସେହିପରି ଆଜି ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତମାନେ ଭୁବନେଶ୍ବରର ବୋଲି ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଜଣେ 64 ବର୍ଷୀୟ ଥିବାବେଳେ ସେ ଡାଇବେଟିସ୍‌ରେ…

Read More

ଭୁବନେଶ୍ବର : ଆଜି ରାଜ୍ୟରୁ ନୂତନ 495 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି 24ଟି ଜିଲ୍ଲାରୁ 495 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଆଜି ଗଞ୍ଜାମରୁ ସର୍ବାଧିକ 216 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ  ଖୋର୍ଦ୍ଧାରୁ 50, ସୁନ୍ଦରଗଡରୁ 36, ମୟୂରଭଞ୍ଜରୁ 28, ଅନୁଗୁଳରୁ 24, ପୁରୀରୁ 18ଜଣ ଚିହ୍ନଟ ହୋଇଛନ୍ତି । କଟକ ଓ ବାଲେଶ୍ବରରୁ 13 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଜଗତସିଂହପୁର ଓ ଭଦ୍ରକରୁ 12 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁର ଓ କେନ୍ଦ୍ରାପଡାରୁ 11 ଜଣ ଲେଖାଏଁ ଅକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଝାରସୁଗୁଡା, କନ୍ଧମାଳରୁ 8 ଜଣ ଲେଖାଏଁ ରହିଛନ୍ତି । ଗଜପତିରୁ 7ଜଣ ଚିହ୍ନଟ ହୋଇଥିବାବେଳେ ସମ୍ବଲପୁରରୁ 6, କେଉଁଝର, କୋରାପୁଟ, ମାଲ୍‌କାନଗିରିରୁ 5 ଜଣ ଲେଖାଏଁ ରହିଛନ୍ତି । ସେହିପରି  ବରଗଡଓ ସୋନପୁର 2 ଜଣ ଚିହ୍ନଟ ହୋଇଥିବାବେଳେ ନୟାଗଡ, ଯାଜପୁର, ଢେଙ୍କାନାଳରୁ ଜଣେ…

Read More

ଭୁବନେଶ୍‌ବର : ଜୟଦେବ ଭବନରେ କମିଶନରେଟ୍‌ ପୋଲିସ୍‌ର ଚଢାଉ । ଜୟଦେବ ଭବନ ଓମ୍‌ଫେଡ୍‌ ବୁଥ୍‌ ନିକଟରେ ଖଟି କରୁଥିବାରୁ ଚଢାଉ।  କରୋନା ଗାଇଡଲାଇନ୍‌ ନ ମାନି ଖଟି କରୁଥିବାରୁ ଚଢାଉ । 12 ଜଣଙ୍କଠାରୁ 5 ହଜାର ଟଙ୍କା ଜରିମାନା ଆଦାୟ କରିଛି ପୋଲିସ୍‌ । ସୂଚନାଯୋଗ୍ୟ, ଦେଶରେ ଅନ୍‌ଲକ୍‌ 2.0 ଜାରି ହେବା ପରେ ରାଜ୍ୟସରକାର ମଧ୍ୟ ଅନଲକ2.0କୁ ନେଇ ଦିଶା ନିର୍ଦ୍ଦେଶ ଜାରି କରିଛନ୍ତି ।  ଏହି କ୍ରମରେ କରୋନା ସ୍ଥିତିକୁ ଦେଖି ଜିଲ୍ଲାଗୁଡିକୁ ଜୋନ୍‌1 ଓ ଜୋନ୍‌ 2ରେ ବିଭକ୍ତ କରିବା ସହ ସାମାଜିକ ଦୂରତ୍ବ ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ କରାଯାଉଛି । ସେହିପରି ସର୍ବସାଧାରଣ ସ୍ଥାନରେ 7ରୁ ଏକାଠି ହେବାକୁ ମଧ୍ୟ ବାରଣ କରାଯାଇଛି । ବିଏମ୍‌ସି ଓ ବିଡିଏ ପକ୍ଷରୁ ଗତ ତିନିଦିନ ମଧ୍ୟରେ ସାମାଜିକ ଉଲ୍ଲଂଘନ…

Read More

ଭୁବନେଶ୍ବର : ରାଜ୍ୟରେ ଆଜି 495 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା  ଦିଆଯାଇଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 355ଜଣ ଚିହ୍ନଟ ହୋଇଥିବାବେଳେ 140ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 8ହଜାର 601କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 2 ହଜାର 853ଜଣ । ସେହିପରି ସୁସ୍ଥ ହୋଇଛନ୍ତି 5 ହଜାର 705ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 29ଜଣ । ସେହିପରି 8 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ବେକାବୁ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 48 ହଜାର 315କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 18 ହଜାର 655କୁ ବୃଦ୍ଧି ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ  24 ଘଣ୍ଟାରେ ସର୍ବାଧିକ 22 ହଜାର 771 ଜଣ ଆକ୍ରାନ୍ତ ହୋଇଥିବାବେଳେ 442ଜଣ ମୃତବରଣ କରିଛନ୍ତି । ଦେଶରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 2 ଲକ୍ଷ 35 ହଜାର 433 ଜଣ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 3 ଲକ୍ଷ 94 ହଜାର 226ଜଣ।  ମହାରାଷ୍ଟ୍ରରେ ସର୍ବାଧିକ 1 ଲକ୍ଷ 92 ହଜାର 990ଜଣ ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁସଂଖ୍ୟା 8376କୁ ବୃଦ୍ଧି ହୋଇଛି । ସେହିପରି ଦିଲ୍ଲୀରେ 2ହଜାର 923ଜଣ, ଗୁଜୁରାଟରେ 1 ହଜାର 904ଜଣ, ତାମିଲନାଡୁରେ 1…

Read More

ପାଟନା : ଶ୍ରାବଣ ମାସ ଉପନୀତ । ଏହି ମାସରେ ଶିବଶଙ୍କରଙ୍କ ଜଳଲାଗି ବା କାଉଡି ଯାତ୍ରା ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ କରୋନା ମହାମାରୀ ଯୋଗୁଁ ଏହି ଯାତ୍ରା ବନ୍ଦ ହେବ ବୋଲି ସୂଚନା ଦେଇଛନ୍ତି ବିହାର ସରକାର । ବିହାରରେ କରୋନା ସଂକଟକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଛି । ରାଜଧାନୀ ପାଟନା ସହର କରୋନା ସଂକ୍ରମଣ ପ୍ରଭାବିତ ଅଞ୍ଚଳ ଭାବେ ଉଭା ହୋଇଛି । ଏପରି ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ସାଓ୍ବନ ମାସରେ ଶିବ ମନ୍ଦିରରେ ଭିଡକୁ ରୋକିବା ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ପାଟନା ଜିଲ୍ଲାରେ ରହିଥିବା ସମସ୍ତ ଶିବ ମନ୍ଦିରରେ ସାଓ୍ବନ ଉପଲକ୍ଷେ ମେଳା, ଜଳାଭିଷେକ ଓ କାଉଡି ଯାତ୍ରା ଆଦି ଆୟୋଜନା କରାଯାଇଥାଏ । କିନ୍ତୁ କରୋନା ସଂକଟକୁ ଦୃଷ୍ଟିରେ ରଖି ବିହାର ସରକାର ମନ୍ଦିରଗୁଡିକୁ ଅଗଷ୍ଟ 4ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ।…

Read More

ପୁରୀ, ଗତକାଲି ପ୍ରତିଷ୍ଠିତ କୋରିଓଗ୍ରାଫର ସରୋଜ ଖାନଙ୍କ ଦେହାନ୍ତ ହୋଇଯାଇଛି। ତାଙ୍କ ପରଲୋକରେ ସାରା ଦେଶର ଚଳଚିତ୍ର ପ୍ରେମୀଙ୍କୁ ଆଘାତ ଦେଇଛି। ସେହିପରି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ମଧ୍ୟ ଏହା ବ୍ୟତିଥ କରିଛି। ତେବେ ସୁଦର୍ଶନ ପୁରୀ ବେଳାଭୂମିରେ ସରୋଜଙ୍କ ସ୍ଥାପତ୍ୟ ନିର୍ମାଣ କରି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ସୁଦର୍ଶନ ତାଙ୍କ କଳାରେ ଏକ ସିନେମା ରିଲ ଭିତରେ ସରୋଜଙ୍କ ଏକ ରଂଗୀନ ସ୍ଥାପତ୍ୟ ନିର୍ମାଣ କରିଛନ୍ତି। ଗତକାଲି ତାଙ୍କ ଦେହାନ୍ତ ପରେ ଗୋଟିଏ ଫଟୋ ବେଶ ଭାଇରାଲ ହୋଇଥିଲା। ସେହି ଫଟୋଟିରେ ସରୋଜ ମେରୁନ କଲରର ଚୁଡିଦାର ସହିତ ସବୁଜ ରଂଗର ଓଢଣୀ ପକାଇଥିଲେ। ସୁଦର୍ଶନ ସେହି ଫଟୋଟିର ଅବିକଳ ନକଲ ତାଙ୍କ ବାଲୁକା କଳାରେ ଫୁଟାଇ ପାରିଛନ୍ତି।

Read More

ପିପିଲି, ଆଜି ବିଜେଡି ନେତା, ପୂର୍ବତ୍ତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଜନ୍ମଦିନ। ମହାରଥୀ 1955 ମସିହା ଜୁଲାଇ 4 ତାରିଖରେ ପୁରୀ ଜିଲ୍ଲାରେ ଜନ୍ଣ ଗ୍ରହଣ କରିଥିଲେ।

Read More

କେଦାର ମିଶ୍ର “ଏଠି ଆଜ୍ଞା କେହି କାହା କଥା ମାନୁ ନାହାନ୍ତି। ପ୍ରଶାସନ ଡାଳେ ଡାଳେ ଗଲେ, ଲୋକେ ପତ୍ରେ ପତ୍ରେ ଯାଉଛନ୍ତି। ସବୁ ସାହାଣମେଲା ହେଇ ପଡିଛି। କଣ୍ଟେନମେଣ୍ଟ କହିଲେ ଲୋକ ବୁଝୁଛନ୍ତି, ଖାଲି ବାଉଁଶ ବାଡ ପଡିଛି, ହେଲେ ଭିତରେ ସବୁ ମୁକୁଳା। ସେଥିରେ କରୋନା ଅଟକିବ କେମିତି?”- ଗଞ୍ଜାମ ଦିଗପହଣ୍ଡିରୁ ଜଣେ ଅଧ୍ୟାପକଙ୍କର ଇଏ ହେଉଛି ଆଖି ଦେଖା ବିବରଣୀ। ଓଡିଶାରେ ଗଞ୍ଜାମ ଜିଲା ଏବେ କରୋନା ଆକ୍ରାନ୍ତଙ୍କର ସବୁଠୁ ବଡ ହଟସ୍ପଟ ପାଲଟିଛି। ରାଜ୍ୟର ମୋଟ ୮୧୦୬ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ଭାଗ ହେଉଛି ୧୮୫୦। ପାଖାପାଖି ୧୮% ଆକ୍ରାନ୍ତ କେବଳ ଗୋଟିଏ ଜିଲାରୁ ବାହାରିଛନ୍ତି। ତେବେ ମୃତ୍ୟୁ ସଂଖ୍ଯାରେ ଗଞ୍ଜାମ ସ୍ଥିତି ଅତ୍ୟନ୍ତ ଉଦବେଗଜନକ। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯ ରହିଥିବା ବେଳେ ସେଥିରୁ ସର୍ବାଧିକ ୧୭ ଜଣ ଗଞ୍ଜାମର। ରାଜ୍ୟର ୫୯% କାରୋନାଜନିତ ମୃତ୍ୟୁ କେବଳ ଗଞ୍ଜାମ ଜିଲ୍ଲାରୁ ରିପୋର୍ଟ ହୋଇଛି।…

Read More

ଗଞ୍ଜାମ :  ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଅଂଚଳରେ ମଦକୁ ନେଇ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ଗାଁରେ ଶୁକ୍ରବାର ବିଳମ୍ବିତ ରାତି ମଦ ବିକ୍ରିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ଗୋଟିଏ ଗୋଷ୍ଠୀର ଖଣ୍ଡା ଚୋଟରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ 6 ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଦ ବିକ୍ରିକୁ ବିରୋଧ କରିଥିବାରୁ ମଦ ମାଫିଆର 8 ଜଣ ସହଯୋଗୀ ଉନ୍ମତ୍ତ କାଣ୍ଡ କରିଛନ୍ତି । ଗୁରୁତର ଆହତମାନଙ୍କ ମଧ୍ୟରୁ 3 ଜଣଙ୍କୁ ଖଲ୍ଲିକୋଟ ଦୁଇ ଜଣଙ୍କୁ ବ୍ରହ୍ମପୁର ଓ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ଗିରଫ ହୋଇନଥିବାର ସୂଚନା ରହିଛି ।

Read More

ପୁରୀ, ଆଜି ହେଉଛି ରସଗୋଲା ଦିବସ। ଏହି ଦିବସଟି ମିଠା ବ୍ୟବସାୟୀଙ୍କ ପାଇଁ ଯେତିକି ଗୁରୁତ୍ବ, ଜଗନ୍ନାଥ ପ୍ରେମୀଙ୍କ ପାଇଁ ସେତିକି ଗୁରୁତ୍ବ। କାରଣ ଆଜି  ମା ଲକ୍ଷ୍ମୀଙ୍କ ମାନଭଂଜନ ପାଇଁ ତାଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ ରସଗୋଲା ପ୍ରଦାନ କରିବେ। ଏହି ପରଂପରା କାହିଁ କେଉଁ କାଳରୁ ଜଗନ୍ନାଥ ସଂସ୍କୃତିରେ ପ୍ରଚଳିତ ହୋଇ ଆସୁଛି। ପ୍ରତି ବର୍ଷ ପ୍ରଭୁଙ୍କ ନୀଳାଦ୍ରୀବିଜେ ବେଳେ ଏହି ପର୍ବ ପାଳିତ ହୋଇଥାଏ। ପରଂପରା ଅନୁସାରେ ପ୍ରତିବର୍ଷ ରଥଯାତ୍ରାରେ ତିନିଠାକୁର ଶ୍ରୀମନ୍ଦିର ପରିତ୍ୟାଗ କରି ଗୁଣ୍ଡିଚା ମନ୍ଦିର ଆସିଥାନ୍ତି। ଏହି ସମୟରେ ମା ଲକ୍ଷ୍ମୀଙ୍କୁ ଜଗନ୍ନାଥ ସାଥୀରେ ଆଣନ୍ତି ନାହିଁ। ଫଳରେ ମା ଲକ୍ଷ୍ମୀ ରାଗିଯାଇ ପ୍ରଭୃଙ୍କ ରଥକୁ ଭାଙ୍ଗି ଦିଅନ୍ତି। ମା ଙ୍କ ଏପରି ରାଗ ଦେଖି ପ୍ରଭୁ ମନ୍ଦିର ପ୍ରତ୍ୟାବର୍ତ୍ତନ ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ତାଙ୍କ ରାଗକୁ ଶାନ୍ତ କରାନ୍ତି। ରସଗୋଲା ଦିବସ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ…

Read More

ବାଙ୍କୀ: କଟକ ଜିଲ୍ଲା ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ୍‌ରୁ ଜଣେ ଯୁବକ ମହାନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଯୁବକ ଜଣକ ମହାନଦୀକୁ ଡେଇଁ ପଡ଼ିଥିବାର ସୂଚନା ରହିଛି। ନିଖୋଜ ଯୁବକ ଜଣକ ସୁଣ୍ଠିପାଳ ଗ୍ରାମର ବନମାଳୀ ରାଉତ ବୋଲି ସୂଚନା ରହିଛି । ଯୁବକଙ୍କ ବୟସ 25 ବର୍ଷ  ହେବ ବୋଲି ସୂଚନା ରହିଛି । କେଉଁ କାରଣ ପାଇଁ ସେ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଜଣାପଡ଼ିନାହିଁ।  ନିଖୋଜ ଯୁବକଙ୍କୁ ଖୋଜିବା ନିମନ୍ତେ ଅଗ୍ନିଶମ ବିଭାଗର 2ଟି ଟିମ୍‌ ନିୟୋଜିତ ଥିବା ବେଳେ ତାଙ୍କ ପତ୍ତା ମିଳି ପାରିନି।

Read More

ସମ୍ବଲପୁର : ଆସନ୍ତା 11 ତାରିଖ ଯାଏଁ ବନ୍ଦ ରହିବ ଭିସୁଟ୍‌ । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ କର୍ତ୍ତୃପକ୍ଷ ବନ୍ଦ ଘୋଷଣା କରିଛନ୍ତି । ସମସ୍ତ କର୍ମଚାରୀଙ୍କୁ ହେଡ୍‌ କ୍ବାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ରହିଛି । ନିୟମ ଉଲ୍ଲଂଘନ କଲେ ଶୃଙ୍ଖାଗତ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ କରାଯିବ ବୋଲି ସୂଚନା ରହିଛି ।  ହେଡ୍‌କ୍ବାର୍ଟର ବାହାରେ କର୍ମଚାରୀ ଥିଲେ ସେମାନେ ଫେରିବା ପରେ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ରହିଛି । ସୂଚନାଯୋଗ୍ୟ, ଭିସୁଟ୍‌ର ଜଣେ ଅଧ୍ୟାପିକାଙ୍କ ସ୍ବାମୀ କରୋନାରେ ପ୍ରାଣ ହରାଇବା ପରେ ଭିସୁଟ୍‌କୁ ଗତ ଜୁନ୍‌ 30 ତାରିଖରେ କରୋନା ଦିନକ ପାଇଁ ବନ୍ଦ କରି ଦିଆଯାଇ ଭିସୁଟ୍ ପରିସରକୁ ବିଶୋଧନ କରାଯାଇଥିଲା । ସଂପୃକ୍ତ ଅଧ୍ୟାପିକାଙ୍କ ସ୍ୱାବ ମଧ୍ୟ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଥିବାବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ତେବେ ଭିସୁଟ୍‌କୁ…

Read More

ଭୁବନେଶ୍ୱର : ଚଳିତ ମାସର ସାପ୍ତାହିକ ସଟଡାଉନର ଆଜି ହେଉଛି ପ୍ରଥମ ଦିନ । ଆସନ୍ତାକାଲି ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲା ସଟଡାଉନ ରହିବ । କରୋନା ଭାଇରସ ସଂକ୍ରମଣ ପାଇଁ ଲାଗୁ ହୋଇଥିବା ସାପ୍ତାହିକ ସଟଡାଉନ ସମୟରେ କୌଣସି ଦୋକାନ ବଜାର ଖୋଲିବ ନାହିଁ । ଏ ନେଇ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସଟଡାଉନ ନିୟମ ପାଳନ ପାଇଁ ଜଣାଇଛନ୍ତି । ଅନଲକ୍‌ 2.0ରେ ରାଜ୍ୟକୁ 2ଟି ଜୋନ ଭାବେ ବିଭକ୍ତ କରିଛନ୍ତି ରାଜ୍ୟ ସରକାର ।ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ସରକାର କରୋନା ସଂକ୍ରମଣ ଅଧିକ ଥିବା ଜିଲ୍ଲାକୁ ଜୋନ୍‌1ରେ ପର୍ଯ୍ୟାଭୁକ୍ତ କରି ସପ୍ତାହାନ୍ତ ସଟ୍‌ଡାଉନ୍‌ ପାଇଁ ଘୋଷଣା କରିଥିଲେ । ଏହି ଜୋନ-1ରେ ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ, ମୟୂରଭଂଜ, ଜଗତସିଂହପୁର, ବାଲେଶ୍ୱର, ଝାରସୁଗୁଡ଼ା, କେନ୍ଦୁଝର ଓ ଯାଜପୁର ଜିଲ୍ଲାକୁ ରଖାଯାଇଥିଲା । ଯେଉଁ ସବୁ ଜିଲ୍ଲାରେ 50ରୁ ଅଧିକ କରୋନା ସକ୍ରିୟ ମାମଲା ରହିଥିଲା,…

Read More

ବିଜନ କୁମାର ମହାପାତ୍ର ବିଗତ ଦିନଗୁଡିକରେ ଆମଠାରୁ ବିଦାୟ ନେଇଛନ୍ତି ସିନେମା ଦୁନିଆର ବହୁ ଖ୍ୟାତନାମା ହସ୍ତୀ। ଋଷି କପୁର, ଇରଫାନ ଖାନ ଓ ସଂଗୀତଜ୍ଞ ଓା୍ୱଜିଦ, ନିର୍ଦ୍ଦେଶକ ବାସୁ ଚାଟାର୍ଜୀ, ଉଦୀୟମାନ ଅଭିନେତା ସୁଶାନ୍ତ ସିଂହ ରାଜପୁତ ପ୍ରମୁଖଙ୍କ ବିିୟୋଗର ଦୁଃଖ ଯାଇ ନ ଥିଲା ବେଳେ ଏବେ ଆଉ ଜଣେ ଖ୍ୟାତନାମା କଳାକାର ଆରପାରିକୁ ଚାଲିଯାଇଛନ୍ତି। ବଲିଉଡର ଖ୍ୟାତନାମା ଓ ଲୋକପ୍ରିୟ କୋରିଅଗ୍ରାଫର ଓ ନୃତ୍ୟ ନିର୍ଦ୍ଦେଶିକା ସରୋଜ ଖାନ ଆଉ ନାହାନ୍ତି। ୭୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଭାରତୀୟ ଫିଲ୍ମର ଏହି ମହାନ କୋରିଓଗ୍ରାଫର। ଏହି କିମ୍ବଦନ୍ତୀ କୋରିଓଗ୍ରାଫରଙ୍କ ମୃତ୍ୟୁ ସହ ହିନ୍ଦି ସିନେମା ନୃତ୍ୟ କ୍ଷେତ୍ରରେ ଏକ ଯୁଗର ଅବସାନ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବଲିଉଡର ମାଷ୍ଟରଜୀ ନାମରେ ଜଣାଶୁଣା ସରୋଜ ଖାନ ନିଜର ୪୦ ବର୍ଷ କ୍ୟାରିଅର ମଧ୍ୟରେ ପାଖାପାଖି ୨ ହଜାର ଫିଲ୍ମ ଗୀତର ଥିଲେ କୋରିଓଗ୍ରାଫର। ଶେଷଥର…

Read More