Author: Samikhsya Bureau

ପୁରୀ, ଆଜି ସନ୍ଧ୍ୟାରେ ପୁରୀ ବଡଦାଣ୍ଡରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥରେ ଅଧରପଣା ନୀତି ସମ୍ପନ୍ନ ହୋଇଛି। ବାହୁଡାଯାତ୍ରା ପରେ ରଥରେ ସଂଲଗ୍ନ ଦେବୀ ଦେବତାଙ୍କୁ ମହାପ୍ରଭୁଙ୍କ ଅଧରଲାଗି ପଣା ସମର୍ପଣ କରା ଯାଇଥାଏ। ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅଧର ସ୍ପର୍ଶ କରୁଥିବା ବିଶାଳ ମାଟି ପାତ୍ରରେ ସୁସ୍ଵାଦୁ ପଣା ଭୋଗ ପରେ ଏହି ପାତ୍ରସବୁକୁ ରଥ ଉପରେ ଭାଙ୍ଗି ଦିଆଯାଏ। ପରମ୍ପରା ଅନୁସାରେ ଏହା ରଥର ପାର୍ଶ୍ଵ ଦେବାଦେବୀଙ୍କୁ ଅର୍ପଣ କରାଯାଇଥାଏ। ଏହାପରେ ନୀଳାଦ୍ରୀବିଜେରେ ତିନି ଠାକୁର ଶ୍ରୀମନ୍ଦିର ବିଜେ କରିବେ।

Read More

ଚେନ୍ନାଇ, : ତାମିଲନାଡୁ ଶୁକ୍ରବାର ପର୍ଯ୍ୟନ୍ତ କରୋନା ଭୂତାଣୁ ଦ୍ଵାରା  ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ଏକ ଲକ୍ଷ  ଅତିକ୍ରମ କରିଛି ବୋଲି ତାମିଲନାଡୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି। ଗତ ୨୪ ଘଣ୍ଟା ମଧ୍ୟରେ ତାମିଲନାଡୁରେ ୪୩୨୯ ଜଣ ବ୍ୟକ୍ତି କରୋନା ଭାଇରସ୍ ପାଇଁ ପଜିଟିଭ୍ ବାହାରିଥିଲେ ଓ ଏହା ପରେ  ରାଜ୍ୟରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧୦୨,୭୨୧ ରେ ପହଞ୍ଚିଛି। ତାମିଲନାଡୁରେ  ଗତ ୨୪ ଘଣ୍ଟା ମଧ୍ୟରେ ୬୪ ଜଣ  ମୃତ୍ୟୁବରଣ କରିବା ପରେ ରାଜ୍ୟର କାରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୮୫ ରେ ପହଞ୍ଚିଛି। (ଆଇଏଏନଏସ)

Read More

କୋଲକାତା, : ପଶ୍ଚିମବଙ୍ଗର ଭାରତୀୟ ଜନତା ପାର୍ଟି  ସାଂସଦ ତଥା ଅଭିନେତ୍ରୀ ଲକେଟ୍ ଚାଟାର୍ଜୀ ଶୁକ୍ରବାର ଦିନ କୋଭିଡ -19 ପାଇଁ ପଜିଟିଭ୍ ବୋଲି ଜଣା ପଡିଛି। ହୁଗଲିରୁ ବିଜେପି ଲୋକସଭା ସଦସ୍ୟ ଥିବା ଶ୍ରୀମତି ଚାଟାର୍ଜୀ ଶୁକ୍ରବାର ଅପରାହ୍ନରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଟୁଇଟ୍ କରି କହିଛନ୍ତି ଯେ ମୁଁ ଆଜି ସକାଳେ କୋଭିଡ୍ -19 ପାଇଁ ପଜିଟିଭ୍ ପରୀକ୍ଷା କରିଛି।  ସାମାନ୍ୟ ଜ୍ୱରରେ ଆକ୍ରାନ୍ତ ହୋଇ ଗତ ଏକ ସପ୍ତାହ ଧରି ସେ ନିଜକୁ ଅଲଗା କରି ରଖିଥିଲେ।

Read More

ନୂଆଦିଲ୍ଲୀ,: ଶୁକ୍ରବାର ସନ୍ଧ୍ୟାରେ ରାଜସ୍ଥାନର ଅଲୱାର ଜିଲ୍ଲାରେ ରିଚ୍ଟର ସ୍କେଲରେ 4.7 ମାପ ବିଶିଷ୍ଟ ଏକ ଭୂକମ୍ପ ଘଟିଛି। ଦିଲ୍ଲୀ ଏବଂ ଅନ୍ୟ ସଂଲଗ୍ନ ଅଞ୍ଚଳରେ ମଧ୍ୟ ଏହାର କମ୍ପନ ଅନୁଭୂତ ହୋଇଥିଲା। ରାତି 7 ଟାରେ ଘଟିଥିବା ଏହି ଭୂକମ୍ପ ଭୂପୃଷ୍ଠରୁ 35 କିଲୋମିଟର ଗଭୀରରେ ଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ କ କୌଣସି କ୍ଷୟକ୍ଷତି ର ସୂଚନା ନାହିଁ। (ଆଇଏଏନଏସ)

Read More

ଭୁବନେଶ୍ୱର ତା ୩.୭- ଓଡ଼ିଶା ସରକାର ଭୂମିହୀନ ଚାଷୀଙ୍କପାଇଁ ପୁଣି ବଳରାମ ଯୋଜନା ନାମରେ ଏକ ନୂଆ ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନା ଏକ ନିର୍ବାଚନୀ ଧୂଆଁ ବାଣ ବୋଲି କହି ଓଡିଶା ପ୍ରଦେଶ କଂଗ୍ରେସ କମିଟି ଏହି ଯୋଜନାକୁ କଟାକ୍ଷ କରିଛି। ପ୍ରକାଶ ଥାଉ କି ଏହି ଯୋଜନାରେ ଆଗାମୀ ୨ ବର୍ଷ ଭିତରେ ୭ଲକ୍ଷ ଚାଷୀ ପରିବାର ୧ ହଜାର ୪୦କୋଟି ଟଙ୍କାର ଋଣ ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଠିକ ୧୯ ନିର୍ବାଚନ ପୂର୍ବରୁ ସରକାର କାଳିଆ ନାମରେ ଏକ ଯୋଜନା ପ୍ରଣୟନ କରିଥିଲେ । ଏଥିରେ ୭୫ଲକ୍ଷ ଚାଷୀ ପରିବାରଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ସାହାଯ୍ୟ ଦେବାପାଇଁ ଘୋଷଣା କରିଥିଲେ । ଅଦ୍ୟାବଧି ସରକାର ଏହି ଯୋଜନାରେ ୪୨ଲକ୍ଷ ଚାଷୀ ପରିବାରଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି । ଏହି ତାଲିକାରେ ଅନେକ ଅଯୋଗ୍ୟ ହିତାଧିକାରୀ ଥିବାର ପ୍ରମାଣ ମିଳିବାପରେ ସରକାର ସେମାନଙ୍କଠାରୁ…

Read More

ଭୁବନେଶ୍ବର, ରାଜ୍ୟ ବାହାର ଶ୍ରମିକଙ୍କୁ ଭୁବନେଶ୍ବରରେ କୌଣସି କାମରେ ନିୟୋଜିତ କରିବା ଉପରେ ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନ ବିଏମସି ରୋକ୍ ଲଗାଇଛି। ରାଜ୍ୟ ବାହାରୁ ଆସିଥିବା 34 ଜଣ ଶ୍ରମିକ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଏମସି ଏପରି ପଦକ୍ଷେପ ନେଇଛି। ଏପରିକି ରାଜ୍ୟର ପାଞ୍ଚଟି ହଟସ୍ପଟ୍ ଅଞ୍ଚଳର ଶ୍ରମିକଙ୍କ ଉପରେ ମଧ୍ୟ କଟକଣା ଲଗାଯାଇଛି। ଜୁଲାଇ ଶେଷ ସୁଦ୍ଧା ରାଜ୍ୟ ବାହାର ଏବଂ ହଟସ୍ପଟ ଅଞ୍ଚଳର କୌଣସି ଶ୍ରମିକଙ୍କୁ କାମରେ ନଲଗାଇବା ପାଇଁ କଣ୍ଟ୍ରାକଟର ଓ ଠିକାଦାରମାନଙ୍କୁ ନିର୍ଦେଶ ଦେଇଛି ବିଏମସି । ଏପଟେ ଗୋଟିଏ ପରିବାରର ପାଞ୍ଚ ଜଣ ପଜିଟିଭ ଚିହ୍ନଟ ହେବା ପରେ ବିଏମସି ଶୁକ୍ରବାର ଦିନ ନୂଆଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି। ସୁବାସ ନଗରକୁ କଣ୍ଚେନମେଣ୍ଟ ମୁକ୍ତ କରିଛି ।

Read More

ନୂଆଦିଲ୍ଲୀ, ଜୁଲାଇ 31 ତାରିଖ ଯାଏଁ ଉଡ଼ିବନି ଅନ୍ତର୍ଜାତୀୟ ବିମାନ । ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ DGCA ଶୁକ୍ରବାର ଦିନ ଏନେଇ ଏକ ସର୍କୁଲାର ଜାରି କରିିଛି । ଦେଶରେ କରୋନା ସ୍ଥିତି ଦୃଷ୍ଟିରୁ ଅନ୍ତର୍ଜାତୀୟ କମର୍ସିଆଲ ବିମାନ ଚଳାଚଳ ବାତିଲ ଆଦେଶକୁ ଜୁଲାଇ 31 ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ସପ୍ତାହକ ତଳେ ଅନ୍ତର୍ଜାତୀୟ ବିମାନ ଚଳାଚଳ ବାତିଲ ଆଦେଶକୁ ଜୁଲାଇ 15 ଯାଏଁ ବଢାଯାଇଥିଲା । ତେବେ ଆବଶ୍ୟକତାକୁ ଦେଖି DGCA କିଛି ନିର୍ଦ୍ଦିଷ୍ଟ ରୁଟ୍ ରେ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ଦିଆଯାଇପାରେ ବୋଲି ସର୍କୁଲାରରେ କୁହାଯାଇଛି । କୋଭିଡ ଭୂତାଣୁ ରୋକିବା ଲାଗି ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା ପରେ ମାର୍ଚ୍ଚ 25ରେ ବିମାନ ସେବା ବାତିଲ କରି ଦିଆଯାଇଥିଲା ।

Read More

ନୂଆଦିଲ୍ଲୀ, ତୈଳ ଦର ବୃଦ୍ଧିରେ ବିରତି। ବିଗତ 27 ଦିନ ମଧ୍ୟରୁ 22 ଦିନ ଲଗାତର ପେଟ୍ରୋଲ ଓ ଡିଜେଲ ଦର ବଢିବା ପରେ ଏବେ ଚାରିଦିନ ହେଲା ଏଥିରେ ବିରାମ ଲାଗିଛି । ତୈଳ କମ୍ପାନିଗୁଡ଼ିକ ଗତ ତିନି ଦିନ ପରି ଆଜି ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରଖିଛନ୍ତି । ଶୁକ୍ରବାର ଦିନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା 80 ଟଙ୍କା 43 ପଇସା ଏବଂ ଡିଜେଲ ଦର ଲିଟର ପିଛା 80 ଟଙ୍କା 53 ପଇସା ରହିଛି । ଯଦି ଅନ୍ତର୍ଜାତୀୟ ବଜାରରେ ଦର କମ୍ ରହେ, ତେବେ ଆଗାମୀ ଦିନରେ ତୈଳ ଦର କମିବାର ସମ୍ଭାବନା ରହିଛି ।  ଜୁନ୍ 7 ତାରିଖ ପରଠାରୁ 22 ଦିନ ଭିତରେ ପେଟ୍ରୋଲ ଦର ଲିଟର ପିଛା 9 ଟଙ୍କା 17 ପଇସା ଏବଂ ଡିଜେଲ ଦର 11ଟଙ୍କା 14 ପଇସା ବଢିଛି…

Read More

ଭୁବନେଶ୍ବର, ଆଜି ଭୁବନେଶ୍ବରରୁ ନୂଆ 24 ଜଣ ଓ କଟକ ସହରରୁ 59 ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରରେ କ୍ବାରାଣ୍ଚାଇନରେ ଥିବା 20 ଜଣ ଏବଂ ଲୋକାଲ କେସ୍ ଭାବେ 4 ଜଣ ଚିହ୍ନଚ ହୋଇଛନ୍ତି। ମଞ୍ଚେଶ୍ବରରେ ଥିବା ଏକ ସମ୍ବାଦପତ୍ର କାର୍ଯ୍ୟାଳୟ ନିକଟରୁ ସର୍ବାଧିକ 9 ଜଣ ଚିହ୍ନଟ ହୋଇଛନ୍ତି । ସାଲିଆ ସାହିରୁ, ଏୟାରପୋର୍ଟ, ଶୈଳଶ୍ରୀ ବିହାର, ବରମୁଣ୍ଡା, ନୟାପଲ୍ଲି, ଖଣ୍ଡଗିରି ଅଞ୍ଚଳରୁ ଏସବୁ ପଜିିଟିଭ ଚିହ୍ନଟ ହୋଇଛନ୍ତି । ଲୋକାଲ କେସ୍ ଭାବେ ଏକ ଘରୋଇ ହସପିଚାଲରୁ ତିନି ଜଣ କର୍ମଚାରୀ ଚିହ୍ନଟ ହୋଇଛନ୍ତି । ଆଜି ଭୁବନେଶ୍ବରର 15 ଜଣ ସୁସ୍ଥ ହୋଇଛନ୍ତି ।

Read More

ଭୁବନେଶ୍ୱର: ଜିଓ ପ୍ଲାଟ୍‌ଫର୍ମସ୍‌ରେ ପୁଣି ୧୮୯୪.୫୦ କୋଟି ଟଙ୍କାର ପୁଞ୍ଜିନିବେଶ । ଇଣ୍ଟେଲ କର୍ପୋରେସନର ନିବେଶ ସଂସ୍ଥା ଇଣ୍ଟେଲ୍ କ୍ୟାପିଟାଲ୍ କରିବ ପୁଞ୍ଜି ବିନିଯୋଗ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଗୁରୁବାର ଏହା ଘୋଷଣା କରାଯାଇଛି । ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଏଣ୍ଟରପ୍ରାଇଜ୍‌ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଏହି ପୁଞ୍ଜିନିବେଶ କରାଯାଇଛି । ଇଣ୍ଟେଲ୍ କ୍ୟାପିଟାଲ୍‌ର ଏହି ନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ୦.୩୯% ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ । ଜିଓ ପ୍ଲାଟଫର୍ମସ୍‌ରେ ନିକଟରେ ପୁଞ୍ଜିନିବେଶ କରିଥିବା ବିଶ୍ୱର ବିଶିଷ୍ଟ ନିବେଶକମାନଙ୍କ ତାଲିକାରେ ଏବେ ଇଣ୍ଟେଲ୍ ସାମିଲ୍ ହୋଇଛି । ଏହି ନିବେଶକମାନେ ଜିଓ ପ୍ଲାଟଫର୍ମସରେ ମୋଟ ୧,୧୭,୫୮୮.୪୫ କୋଟି…

Read More

ଲେହ, ଅଚାନକ ଲଦାଖ ଗସ୍ତ କରି ସୀମା ସ୍ଥିତି ଅନୁଧ୍ୟାନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯବାନମାନଙ୍କୁ ଉଦବୋଧନ ଦେଇ ସେମାନଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି। ଆଉ ବିସ୍ତାରବାଦୀ ଚଳିବନି ବୋଲି କହି ଚୀନକୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଇତିହାସ ବିସ୍ତାରବାଦୀଙ୍କ ପରାଜୟ ଦେଖିଛି ବୋଲି କହି ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ବ ଯୁଦ୍ଧ ହେଉ କି ଶାନ୍ତି ବିଶ୍ବ ଆମ ଯବାନଙ୍କ ଧୈର୍ଯ୍ୟ ଓ ବୀରତ୍ବ ବହୁବାର ଦେଖିଛି। ପ୍ରଧାନମନ୍ତ୍ରୀ ଯବାନମାନଙ୍କୁ ମାଟିର ସାହସୀ ବୀର ଭାବେ ବର୍ଣ୍ଣନା କରିବା ସହ କହିଛନ୍ତି ଯେ, ଶତ୍ରୁ ଭାରତୀୟ ଯବାନଙ୍କ ପରାକ୍ରମ ଦେଖି ଆସିଛି। ନିମୁ କ୍ୟାମ୍ପସରେ ଯବାନମାନଙ୍କୁ ଉଦବୋଧନ ଦେଇ ମୋଦି କହିଛନ୍ତି, ଲଦାଖ ଆମର ମସ୍ତକ। ଏହା ଆମ ଦେଶର ଅବିଚ୍ଛେଦ୍ୟ ଅଙ୍ଗ। ଏଠାରେ ଅବସ୍ଥାପିତ ଆପଣମାନେ ଯେଉଁ ତ୍ୟାଗ ଦେଖାଇଛନ୍ତି ତାହା ପ୍ରଶଂସାଯୋଗ୍ୟ। ଯେଉଁମାନେ ଦେଶମାତୃକାର ସେବାରେ ଆତ୍ମବଳି ଦେଇଛନ୍ତି, ସେମାନେ ଆମର ନମସ୍ୟ…

Read More

ଭୁବନେଶ୍ବର, ଆଜି ଭୁବନେଶ୍ବର ମହାନଗର ତରଫରୁ ରାଜଧାନୀର ବିଭିନ୍ନ ଖାଦ୍ୟ ସାମଗ୍ରୀ ଦୋକାନ ଉପରେ ଚଢାଉ କରାଯାଇଛି। ଅଭିଯୋଗ ଥିଲା ଯେ ଏହି ଦୋକାନୀ ଗ୍ରାହକଙ୍କୁ ଖାଦ୍ୟ ପ୍ୟାକେଟ ନ ଦେଇ ସେହିଠାରେ ଖାଇବାକୁ ଦେଉଛନ୍ତି। ଅଭିଯୋଗ ପରେ ବିଏମସିର ଚଢାଉ

Read More

ନୂଆଦିଲ୍ଲୀ, ଭାରତକୁ ଜାପାନର ଦୃଢ ସମର୍ଥନ ଘୋଷଣା । ଲଦାଖ ସୀମାରେ ଚୀନ୍ ସହିତ ସାମରିକ ଉତ୍ତେଜନା ପରିପ୍ରେକ୍ଷୀରେ ଜାପାନଠାରୁ ସମର୍ଥନ ପାଇଛି ଭାରତ । ପ୍ରକୃତ ନିୟନ୍ତ୍ରଣ ରେଖା ବା (ଏଲଏସି)ରେ ସ୍ଥିତାବସ୍ଥା ବଦଳାଇବା ପାଇଁ ଚୀନ କରୁଥିବା ଏକପାଖିଆ ଉଦ୍ୟମକୁ ଜାପାନ ଦୃଢ ବିରୋଧ କରିଛି । ଏଥିପାଇଁ ଚୀନକୁ ଜାପାନ କଡ଼ା ଭାଷାରେ ନିନ୍ଦା କରିଛି । ଗତ ମାସରେ ଚୀନ ସେନାର ଆକ୍ରମଣରେ 20 ଜଣ ଭାରତୀୟ ଯବାନ ସହିଦ ହେବା ପରଠାରୁ ଦୁଇ ଦେଶ ମଧ୍ୟରେ ସାମରିକ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିିଛି  । ନୂଆଦିଲ୍ଲୀରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ ସନ୍ତୋଷୀ ସୁଜୁକି ଶୁକ୍ରବାର ଦିନ କହିଛନ୍ତି ଯେ, ଲଦାଖରେ ଭାରତ-ଚୀନ ବିବାଦର ଶାନ୍ତିପୂର୍ଣ୍ଣ ସମଧାନ ପାଇଁ ଭାରତ ସରକାରଙ୍କ ଉଦ୍ୟମ ସମ୍ପର୍କରେ ଭାରତୀୟ ବୈଦେଶିକ ସଚିବଙ୍କ ସହିତ ତାଙ୍କର କଥାବାର୍ତ୍ତା ହୋଇଛି । ଏହି ଆଲୋଚନା ବେଶ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା ବୋଲି ସୁଜୁକି…

Read More

କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ୍ ଡଇଁଚା ପଂଚାୟତରେ ଜଣେ ମହିଳା କରୋନା ରୋଗୀ ଚିହ୍ନଟ ହୋଇଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ, ନାକଟିଦେଉଳ ବ୍ଲକର ଡଇଁଚା ପଂଚାୟତ ଅନ୍ତର୍ଗତ ତେରବେଡା ଗ୍ରାମର ନୂଆଁସାହିରେ ଦିଲ୍ଲୀ ଫେରନ୍ତା ଜନୈକା ଜଣେ ମହିଳା ଠାରେ କରୋନା ପଜିଟିଭ୍ ରହିଥିବା ଗତକାଲି ଚିହ୍ନଟ ହୋଇଥିବା ଜଣାପଡିଛି ଯା ଫଳରେ ଏ ଅଂଚଳରେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ତେରବେଡା ନୂଆଁସାହିର ମହିଳା ଜଣଙ୍କ ଦିଲ୍ଲୀରେ ଶ୍ରମିକ ଭାବରେ କାମ କରୁଥିଲେ। କିଛି ଦିନ ତଳେ ଦିଲ୍ଲୀରୁ ଟ୍ରେନରେ ଭୂବନେଶ୍ୱର ଦେଇ ନିଜ ଘରକୁ ଫେରିଥିଲେ। କିନ୍ତୁ ମହିଳା ଜଣଙ୍କ ପଂଚାୟତ କତୃପକ୍ଷଙ୍କୁ କିଛି ବି ନ ଜଣାଇ ଘରକୁ ରେଢାଖୋଲରୁ ଏକ ଟେମ୍ପୁ ସାହାଯ୍ୟରେ ଫେରିଥିଲେ। ସେ ସିଧାସଳଖ କ୍ଵାରେଣ୍ଟିନ ସେଣ୍ଟରକୁ ନ ଯାଇ ନିଜ ଘରେ ଦିନ ୧୨ ଟାରୁ ତା ପରଦିନ ୧୨…

Read More

ଟୋକିଓ, ଜାପାନ ଜଳରାଶିରେ ଚୀନ ଯୁଦ୍ଧ ଜାହାଜ। ଏହାକୁ ନେଇ ଚୀନ ନିକଟରେ ଜାପାନ ଦୃଢ ପ୍ରତିବାଦ ଜଣାଇଛି । ପୂର୍ବ ଚାଇନା ସମୁଦ୍ର ନିକଟ ବିବାଦୀୟ ଦ୍ବୀପ ନିକଟ ଜାପାନ ଜଳରାଶିକୁ ଚୀନ ତଟ୍ଟରକ୍ଷୀ ବାହିନୀର ଦୁଇଟି ଜାହାଜ ପ୍ରବେଶ କରିବା ନେଇ ଆପତ୍ତି ଉଠାଇଛି ଜାପାନ । ଗୁରୁବାର ଦିନ ସେନକାକୁ ଦ୍ବୀପ ପାଖାପାଖି ଅଞ୍ଚଳରେ ଚୀନର ଦୁଇଟି ଯୁଦ୍ଧ ଜାହାଜ ଦେଖିବାକୁ ମିଳିଥିଲା । ଏକ ଜାପାନୀ ମାଛଧରା ବୋଟ ଆଡକୁ ସେମାନେ ଆସୁଥିବା ଖବର ମିଳିବା ପରେ ଜାପାନ ତୁରନ୍ତ ଚୀନ ତାର ଯୁଦ୍ଧ ଜାହାଜ ଫେରାଇ ନେବାକୁ ଦାବି କରିଛି । ଜାପାନ ତଟ୍ଟରକ୍ଷୀ ବାହିନୀ ପକ୍ଷରୁ ଚୀନ ଜାହାଜ ଉପରେ କଡ଼ା ନଜର ରଖାଯାଇଛି । ଜୁନ 22 ପରେ ପ୍ରଥମ ଥର ପାଇଁ ଚୀନ ଜାହାଜ ଜାପାନ ଜଳରାଶି ଭିତରକୁ ପ୍ରବେଶ କରିଥିବା ଖବର ମିଳିଛି  । (ଏଜେନସୀ)

Read More

ଭୁବନେଶ୍ବର: ରାଜ୍ୟରେ ଏଣିକି ସମବାୟ ବ୍ୟାଙ୍କ ଜରିଆରେ ଚାଷୀଙ୍କୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ। ବଳରାମ ଯୋଜନାରେ ଚାଷୀଙ୍କୁ ମିଳିବ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ। ଏଥିପାଇଁ ପ୍ରତି ପଞ୍ଚାୟତରେ ଋଣ ପାଇନଥିବା ଚାଷୀଙ୍କ ତାଲିକା ପ୍ରସ୍ତୁତ କରାଯିବ। ରାଜ୍ୟ କୃଷି ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି। ପୂର୍ବରୁ କୃଷି ସମବାୟ ବ୍ୟାଙ୍କରୁ ଚାଷୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ମିଳୁଥିଲା। ଏଥିସହିତ ଏବେ ଭାଗ ଚାଷୀ ଏବଂ ଭୂମିହୀନଙ୍କୁ ମଧ୍ୟ ଋଣ ମିଳିବ ବୋଲି ସୂଚନା ରହିଛି। ଏହା ଫଳରେ ରାଜ୍ୟର ୧୪ ହଜାର ଚାଷୀ ଏହି ଯୋଜନାରୁ ଉପକୃତ ହୋଇପାରିବେ।

Read More

ଭୁବନେଶ୍ବର, ରାଜ୍ୟରେ ଆଉ ଦୁଇ ଜଣଙ୍କ ଜୀବନ ନେଲା ମହାମାରୀ କରୋନା। ଫଳରେ ମୋଟ ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ଶୁକ୍ରବାର ଦିନ ଗଂଜାମ ଜିଲ୍ଲାରେ ଆଉ ଦୁଇ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୃତକ ଦୁଇଜଣଙ୍କ ମଧ୍ୟରୁ ଜଣେ ହେଲେ ୬୬ ବର୍ଷ ବୟସ୍କ ବୃଦ୍ଧ। ସେ ହାଇପର ଟେନସନରେ ମଧ୍ୟ ପୀଡିତ ଥିଲେ। ଅନ୍ୟ ଜଣଙ୍କର ବୟସ ହେଲା ୪୦ ବର୍ଷ। ସେ ମଧୁମେହ ରୋଗରେ ପୀଡିତ ଥିଲେ। ଏହି ଦୁଇ ଜଣଙ୍କୁ ମିଶାଇ ଗଂଜାମ ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୧୭ରେ ପହଞ୍ଚିଛି।

Read More

ନୂଆଦିଲ୍ଲୀ: ଏବର୍ଷ ଶେଷ ବେଳକୁ ହେବାକୁ ଥିବା ଅଷ୍ଟ୍ରେଲିଆ ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା କହିଛନ୍ତି ଭାରତର ବାମହାତୀ ସ୍ପିନ ବୋଲର କୁଲଦୀପ ଯାଦବ। ଆସନ୍ତା ଅକ୍ଟୋବର ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତିନିଟି ଟି-ଟ୍ବେଣ୍ଚି ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ଡିସେମ୍ବରରୁ ଜାନୁଆରୀ ମଧ୍ୟରେ ଉଭୟ ଦଳ ମଧ୍ୟରେ ଚାରି ଟିକିଆ ଟେଷ୍ଟ ସିରିଜ ଖେଳାଯିବ। ଏହାପରେ ଦୁଇ ଦଳ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଅନ୍ତର୍ଜାତୀୟ ସିରିଜ ଖେଳିବେ। କରୋନା ଯୋଗୁଁ ସିରିଜ ହେବା ନେଇ ଅନିଶ୍ଚିତତା ଥିଲେ ସୁଦ୍ଧା ଅଷ୍ଚ୍ରେଲିଆ ସିରିଜ ପାଇଁ ଏବେଠାରୁ ମାନସିକ ସ୍ତରରେ ପ୍ରସ୍ତୁତି ଆବଶ୍ୟକ ବୋଲି ଏକ ସାକ୍ଷାତକାରରେ କୁଲଦୀପ କହିଛନ୍ତି। ୨୦୧୯ରେ ଭଲ ପ୍ରଦର୍ଶନ କରି ପାରିନଥିବା କୁଲଦୀପ ଏବେ ନିଜ ଫର୍ମକୁ ନେଇ ବେଶ ଚିନ୍ତିତ।

Read More

ଭୁବନେଶ୍ବର: ମଧୁବାବୁ ପେନସନ ଯୋଜନାରେ ସାମିଲ ହେବେ ତୃତୀୟ ଲିଙ୍ଗୀ। ଏଣିକି କିନ୍ନରମାନଙ୍କୁ ମଧ୍ୟ ଏହି ଯୋଜନାରେ ପେନସନ ମିଳିବ । ଏହି  ଯୋଜନାରେ 6 ହଜାର କିନ୍ନର ଉପକୃତ ହେବେ । ବୟସାନୁସାରେ କିନ୍ନରମାନେ 5 ଶହରୁ 9 ଶହ ଟଙ୍କା ପର୍ଯ୍ୟନ୍ତ ପେନସନ ପାଇବେ  । ଏହି ଯୋଜନାରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ମିଳିଥିବା ନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା। ଉଭୟ ଅନଲାଇନ ଏବଂ ଅଫ ଲାଇନ ମାଧ୍ୟମରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆବେଦନ କରାଯାଇ ପାରିବ। ମଧୁବାବୁ ପେନସନ ଯୋଜାନାରେ ହିତାଧିକାରୀଙ୍କୁ ମିଳିବ ଆଗୁଆ ଚାରି ମାସର ଟଙ୍କା। ଏହି ଯୋଜନାରେ ୪୮ ଲକ୍ଷ ହିତାଧିକାରୀ ଉପକୃତ ହୋଇପାରିବେ। ଏହାସହିତ ହିତାଧିକାରୀଙ୍କୁ ମିଳିବ ଅତିରିକ୍ତ ଏକ ହଜାର ଟଙ୍କାର ସହାୟତା।

Read More

କୋଚି: ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଏହା ପ୍ରମାଣିତ ହୋଇ ଯାଇଛି କେରଳ ରାଜଧାନୀ କୋଚିରେ। ଜନ୍ମ କଲା ପିତା ଯେ ଏତେ ନିଷ୍ଠୁର ହୋଇପାରେ ତାହା ଏହି ଖବର ପଢିଲେ ଆପଣ ଜାଣିପାରିବେ। ଗତ ମାସରେ ବାପା ସାଇଜୁ ଥୋମାସ ତାର ୫୪ ଦିନର ଝିଅକୁ ତା ମୁଣ୍ଡରେ ଆଘାତ ଦେଇ ତାକୁ ଖଟ ଉପରୁ ତଳକୁ ଫୋପାଡି ଦେଇଥିଲା। ଫଳରେ କୁନି ଝିଅଟିର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପରେ ତାକୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଜୁନ୍ ୧୭ ତାରିଖରେ ଘଟିଥିଲା ଏହି ଘଟଣା। ଚିକିତ୍ସା ପରେ ଜୀବନ ଫେରି ପାଇଥିବା ଶିଶୁଟିକୁ ପୋଲିସ ଏବେ ଚାଇଲଡ କେୟାର ହୋମକୁ ପଠାଇଦେଇଛି। ଶିଶୁଟି ଏବେ ତା ମାଆ ଠାରୁ ଖିର ଖାଇବା ବି ଆରମ୍ଭ କରିଛି। ଅଭିଯୁକ୍ତ ପିତା ଥୋମାସକୁ ପୋଲିସ ଗିରଫ କରି ନେଇଛି। କାନୁର ବାସିନ୍ଦା ଥୋମାସ ତାଙ୍କର ନେପାଳୀ ପତ୍ନୀଙ୍କ ସହ…

Read More

ଲେହ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଚାନକ ଲେହ ଗସ୍ତ। ଲାଇନ ଅଫ ଆକଚୁଆଲ କଣ୍ଚ୍ରୋଲ ବା ପ୍ରକୃତ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢୁଥିବା ବେଳେ ପ୍ରଧାନମନ୍ତ୍ରୀ ହଠାତ୍ ଲେହରେ ପହଞ୍ଚି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଗୋଟିଏ ପଟେ ଏହା ସୀମାନ୍ତରେ ଦିନ ରାତି ଏକ କରି ଦେଇଥିବା ଭାରତୀୟ ଯବାନଙ୍କ ମନୋବଳ ବଢାଇବା ସହିତ ଶତ୍ରୁ ରାଷ୍ଟ୍ର ଚୀନ୍ ସହିତ ପୂରା ବିଶ୍ବକୁ ଏକ ବଡ଼ ବାର୍ତ୍ତା ଦେଇଛି। ମୋଦି ଶୁକ୍ରବାର ସକାଳେ ଲେହରେ ପହଞ୍ଚି ଆଗୁଆ ଘାଟୀରେ ମୁତୟନ ସେନା ବାହିନୀର ଯବାନ ଓ କମାଣ୍ଡରମାନଙ୍କ ସହ ସୀମାରେ ଥିବା ସ୍ଥିତି ନେଇ ଆଲୋଚନା କରିଛନ୍ତି। ଲେହ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ପରୋକ୍ଷରେ ଚୀନକୁ ସ୍ପଷ୍ଟ କରି ଦେଇଛନ୍ତି ଯେ, ଭାରତ କୌଣସି ବି ପରିସ୍ଥିତିରେ ପଛକୁ ହଟିବାର ପ୍ରଶ୍ନ ହିଁ ଉଠୁନାହିଁ। ପ୍ରଧାନମନ୍ତ୍ରୀଙ୍କ ସହିତ ଏହି ଗସ୍ତରେ ଭାରତୀୟ ମିଳିତ ସେନା ବାହିନୀର ମୁଖ୍ୟ ବିପିନ ରାଓତ…

Read More