ଭୁବନେଶ୍ବର: ଆଜି ରାଜ୍ୟରେ ଆଉ 303 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗତ ଦୁଇ ଦିନ ପରି ଆଜି ମଧ୍ୟ ଗଂଜାମ ଜିଲ୍ଲାରୁ ସର୍ବାଧିକ 120 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନ୍ୟ ଜିଲ୍ଲା ଗୁଡିକ ମଧ୍ୟରେ ଯାଜପୁର 46, ଖୋର୍ଦ୍ଧା 28,କଟକ 21,କେନ୍ଦୁଝର 26, ନୟାଗଡ଼ 14, ନବରଙ୍ଗପୁର 9, ପୁରୀ 7, ବରଗଡ଼ 6 ସୁସ୍ଥ ହୋଇଛନ୍ତି। ଏଯାବତ 7006 ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ସାରିଲେଣି ।
Author: Samikhsya Bureau
ବାଣପୁର: ନିଶାମୁକ୍ତ ଗାଁ କରିବାକୁ ଗ୍ରାମବାସୀଙ୍କ ସଫଳ ପ୍ରୟାସ। ଚୋରା ଚାଲାଣ ବେଳେ ପାଖାପାଖି ୧୨୫ ଲିଟର ଦେଶୀ ମଦ ଧରିବା ସହ ଏହି କାରବାର ଚଳାଇଥିବା ମଦବେପାରୀଙ୍କୁ କାବୁ କରିଛନ୍ତି ଗ୍ରାମବାସୀ। ଏହି ଘଟଣା ଘଟିଛି ବାଣପୁର ବ୍ଲକ ଅନ୍ତର୍ଗତ ମୋରାମୋରି ପଂଚାୟତର ମୋରାମୋରି ଗାଁରେ। ଗ୍ରାମବାସୀ ପାଖାପାଖି୧୨୫ ଲିଟର ଦେଶୀ ମଦ ଜବତ କରିଛନ୍ତି। କରୋନା ମହାମାରୀ ବ୍ୟାପିଥିବାରୁ ବିଦେଶୀ ମଦର ମୂଲ୍ୟ ବୃଦ୍ଧି ଯୋଗୁଁ ଦେଶୀ ମଦର ଚାହିଦା ବଢିବା ସହ ଏହାର କଳାବଜାର ଗାଁ ଗହଳିରେ ବଢି ଚାଲିଛି। ଏହାର ସୁଯୋଗ ନେଇ କିଛି ଲୋକ ମଦ ଚୋରା କାରବାର କରି ଆସୁଥିଲେ। ଏହା ଜାଣି ଗ୍ରାମ କମିଟିର ବୈଠକ ବସି ଦେଶୀ ମଦ କାରବାର ରୋକିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ମୋରମୋରି ଗ୍ରାମ କମିଟିର ସଦସ୍ୟମାନେ ଗାଁ ପାଖରେ ଥିବା ଜଙ୍ଗଲରୁ ୧୨୫ ଲିଟର ଦେଶୀ ମଦ ସହିତ ମଦ କାରବାରରେ ଲାଗୁଥିବା…
ପାରଳାଖେମୁଣ୍ଡି, ଗଜପତି ଜିଲ୍ଲାପାଳ ଆଜି ପାରଳାଖେମୁଣ୍ଡି ସହରରୁ 3 ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି। ଶୁକ୍ରବାର, ଶନିବାର ଓ ରବିବାର ଦିନ ସହର ସଟଡାଉନ ରହିବ। କରୋନା ସଂକ୍ରମଣ ବଢୁଥିବାରୁ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି। ପାରଳାଖେମୁଣ୍ଡି ସହରକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ୍ ରହିବ। 60ଟି ମେଡିକାଲ ଟିମ୍ ଦ୍ବାରା ସହରରେ ସ୍କ୍ରିନିଂ କରାଯିବ। ପାରଳାଖେମୁଣ୍ଡି ଏକ ସୀମାନ୍ତ ସହର ହୋଇଥିବାରୁ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଅଞ୍ଚଳକୁ ଏଠାରୁ ରାସ୍ତା ସଂଯୋଗ ରହିଛି। ତେଣୁ ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରିବାକୁ ଜିଲ୍ଲାପାଳ ଆଦେଶ ଦେଇଛନ୍ତ୍ରି। ଗଜପତ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା 521 ଥିବା ବେଳେ 362 ଜଣ ସୁସ୍ଥ ହୋଇଛନ୍ତି ଏବଂ 158 ଜଣ ଆକ୍ଟିଭ କେସ୍ ରହିଛି। ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଛି।
ଭୁବନେଶ୍ବର: ଗତ କିଛି ଦିନ ହେଲା ଭୁବନେଶ୍ବରର ବିଭିନ୍ନ ସ୍ଥାନକୁ କରୋନା ସଂକ୍ରମିତ ହେଉଥିବାରୁ ସ୍ବତନ୍ତ୍ର ପଦକ୍ଷେପ ସ୍ବରୁପ ବାହାର ଅଞ୍ଚଳର ଲୋକଙ୍କୁ ଭୁବନେଶ୍ବରରେ ଥିବା ଅଫିସକୁ ମନା କରାଯାଇଛି। ଖୋର୍ଦ୍ଧା ଓ କଟକ ପୌରାଞ୍ଚଳ ବାହାରୁ ଆସୁଥିବା କର୍ମଚାରୀଙ୍କୁ ଭୁବନେଶ୍ବରରେ ଥିବା ଅଫିସ ମନା କରାଯାଇଛି। କୋଭିଡ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଜୁଲାଇ 31 ପର୍ଯ୍ୟନ୍ତ ଏହି କଟକଣା ଲଗାଯାଇଛି। 4 ପଜିଟିଭ ଚିହ୍ନଟ ହେବା ପରେ ଆଚାର୍ଯ୍ୟ ବିହାର ସ୍ଥିତ ଆରଟିଓ-2 ଅଫିସକୁ ବନ୍ଦ କରି ଦିଆଯାଇଛି। 15 କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରତିଷେଧକମୂଳକ ପଦକ୍ଷେପ ସ୍ବରୁପ ଆଇସିଆଇସିଆଇ ବ୍ୟାଙ୍କର କଟକ ରୋଡ ଶାଖା, ବ୍ୟାଙ୍କର ସେଲସ ସେକସନ, ଶ୍ରୀୟା ଟକିଜ ପାଖରେ ଥିବା ଭୁବନେଶ୍ବର ମୁଖ୍ୟ ଶାଖାକୁ ବନ୍ଦ କରି ଦିଆଯାଇଛି। ବିଏମସି ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଭୁବନେଶ୍ବର, ଭୁବନେଶ୍ବର ସହରରେ ଆଜି ଆଉ 46 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା 46 ଜଣ ପଜିଟିଭରୁ 22 କ୍ବାରେଣ୍ଟିନ ଓ 24 ଲୋକାଲ କଣ୍ଟ୍ରାକ୍ଟ କେସ୍ ରହିଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। 3 ଆକ୍ରାନ୍ତ ଘରୋଇ ହସ୍ପିଟାଲରୁ, 4ଟି ଆରଟିଓ-1 ଅଫିସରୁ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲି, ପାତ୍ରପଡା, କଟକ ରୋଡ, ନୟାପଲ୍ଲି ବେହେରା ସାହି, ବମିଖାଲ, ୟୁନିଟ୍-8 ବଏଜ୍ ହାଇସ୍କୁଲ ନିକଟରୁ, ଘାଟିକିଆ ପର୍ଶୁରାମ ମନ୍ଦିର ନିକଟରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପୋଖରୀପୁର କେଶରୀ ଭିଲ୍ଲା ପାଖରୁ ଜଣେ ଓ କୋଳଥିଆରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜୟଦେବ ବିହାରର ଏକ ଆପାର୍ଟମେଣ୍ଟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏକ ସରକାରୀ ହସ୍ପିଟାଲର 2 ମହିଳା କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ବିଏମସି ସୂଚନା ଦେଇଛି। କଳିଙ୍ଗ ନଗରରୁ ଜଣେ, ୟୁନିଟ-6 ଗଙ୍ଗନଗରର ଜଣେ ଚିହ୍ଟଚ ହୋଇଥିବା ବେଳେ ଏକ ଘରୋଇ…
ଭୁବନେଶ୍ବର, କରୋନା ଯୋଗୁଁ ସୃଷ୍ଟି ହୋଇଥିବା ଆର୍ଥିକ ସଂକଟ କାରଣରୁ ରାଜ୍ୟ ସରକାର ଗତକାଲି ନିଯୁକ୍ତି ନେଇ ଯେଉଁ କଟକଣା ଲାଗୁ କରିଥିଲେ ତାହାକୁ ନେଇ ଦ୍ବିଧା ଉପୁଜିବାରୁ ଅର୍ଥ ବିଭାଗ ପକ୍ଷରୁ ଆଜି ସ୍ପଷ୍ଟୀକରଣ ଦେଇଛନ୍ତି। ଚାଲୁ ରହିଥିବା ସମସ୍ତ ସରକାରୀ ନିଯୁକ୍ତି କାର୍ଯ୍ୟକ୍ରମ ଜାରି ରହିବ। ଖାଲି ପଡୁଥିବା ସମସ୍ତ ସରକାରୀ ପଦବୀରେ ମଧ୍ୟ ନିଯୁକ୍ତି ଦିଆଯିବ। କେବଳ ନୂଆ ପଦବୀ ସୃଷ୍ଟି ଉପରେ ସାମୟିକ କଟକଣା ଜାରି କରାଯାଇଛି ବୋଲି ଅର୍ଥ ବିଭାଗ ଆଜି ଜାରି କରିଥିବା ସ୍ପଷ୍ଟୀକରଣରେ ଉଲ୍ଲେଖ କରିଛି। କରୋନା ସଂକଟ ଦୃଷ୍ଚିରୁ ଦୁଇ ବର୍ଷ ଯାଏଁ କୌଣସି ବିଭାଗରେ ନୂଆ ପଦବୀ ସୃଷ୍ଟି ହେବ ନାହିଁ। କେବଳ ସ୍ବାସ୍ଥ୍ୟ ଓ ପରିବାର ବିଭାଗରେ ନୂଆ ପଦବୀ ବାହାରି ନିଯୁକ୍ତି ଦିଆଯାଇପାରିବ ବୋଲି ଗତକାଲି ଅର୍ଥ ବିଭାଗ ପ୍ରକାଶ କରିଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧ ହେବାରୁ ଏବଂ ଆଜି କଂଗ୍ରେସ ଦଳ…
ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ଭ୍ୟାଲିରେ ପ୍ରକୃତ ନିୟନ୍ତ୍ରଣ ରେଖାରେ ଅତିକ୍ରମଣ କରିଥିବା ଚୀନ୍ ସେନା ଅପସାରଣ ଘୋଷଣାର ଦୁଇ ଦିନ ପରେ ପାଟ୍ରୋଲିଂ ପଏଣ୍ଟ 14, 15ରେ ଆଜି ଦୁଇ କିଲୋମିଟର ପଛକୁ ହଟିଛନ୍ତି। ଏଥିସହିତ ହଟ୍ ସ୍ପ୍ରିଙ୍ଗସରେ ମଧ୍ୟ ଚୀନ ସେନା ପଛକୁ ହଟିଥିବା ଖବର ମିଳିଛି। ପାଟ୍ରୋଲିଂ ପଏଣ୍ଟ 14, 15ରେ ଲଗାଇଥିବା ଟେଣ୍ଟ ହଟାଇ ନେବା ସହିତ ସମସ୍ତ ବେଆଇନ ନିର୍ମାଣକୁ ଭାଙ୍ଗି ଦେଇଛି। ତଥାପି ଚୀନ ସେନାକୁ ସଂପୂର୍ଣ୍ଣ ବିଶ୍ବାସକୁ ନ ନେଇ ଭାରତୀୟ ସେନା ଗ୍ରାଉଣ୍ଡ ଜିରୋରେ ସ୍ଥିତି ସମୀକ୍ଷା କରିବା ସହ ଶତୃ ପକ୍ଷର ଗତିବିଧି ଉପରେ ତୀକ୍ଷଣ ନଜର ରଖିଛି। ଦୁଇ ମାସ ଧରି ଭାରତ ଓ ଚୀନ ମଧ୍ୟରେ ସାମରିକ ଉତ୍ତେଜନା ଲାଗି ରହିବା ପରେ କମାଣ୍ଡର ସ୍ତରୀୟ ଏବଂ କୂଟନୈତିକ ସ୍ତରରେ ଆଲୋଚନା ଶେଷରେ ସମାଧାନର ବାଟ ଫିଟିଥିଲା। ଦୁଇ ଦେଶ ବିବାଦୀୟ ସ୍ଥାନରୁ ନିଜ ନିଜ…
ନିଆଳି: ଡ୍ୟୁଟିରେ ଥିବାବେଳେ ଜଣେ ନର୍ସଙ୍କୁ ଛୁରୀ ଭୁସି ତାଙ୍କ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ନିଆଳି ଅଞ୍ଚଳରୁ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ସମ୍ପୃକ୍ତ ନର୍ସ ଜଣକ ଜଣେ ଗର୍ଭବତୀ ମହିଳାଙ୍କୁ ଟିକା ଦେଉଥିବା ବେଳେ ନର୍ସଙ୍କ ସ୍ୱାମୀ ନର୍ସଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ନର୍ସ ଜଣକ ଆଜି କଟକ ସଦର ଥାନା ମହୁରା ପ୍ରାଥମିକ ସ୍କୁଲରେ ଗର୍ଭବତୀ ମହିଳାଙ୍କୁ ଟୀକା ଦେବାକୁ ଯାଇଥିଲେ। ଟୀକା ଦାନ କାର୍ଯ୍ୟ ଚାଲି ଥିବାବେଳେ ହଠାତ୍ ନର୍ସଙ୍କ ସ୍ୱାମୀ ସେଠାରେ ଯାଇ ପହଞ୍ଚିଥିଲେ। ଏହାପରେ ନର୍ସଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ନର୍ସଙ୍କର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତ ସ୍ବାମୀଙ୍କୁ କାବୁ କରି ପୋଲିସ୍ ଜିମା ଦେଇଛନ୍ତି ଲୋକେ ।
ସମ୍ବଲପୁର, କୋଭିଡ-19 ସଂକ୍ରମଣ ବଢୁଥିବା ଦୃଷ୍ଟିରୁ ସମ୍ବଲପୁର ପ୍ରଶାସନ ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନର କିଛି ଅଞ୍ଚଳରେ ଦୁଇ ଦିନିଆ ସଟ୍ ଡାଉନ୍ ଘୋଷଣା କରିଛନ୍ତି। ଆସନ୍ତାକାଲିଠାରୁ ଏହା ଲାଗୁ ହେବ ବୋଲି ଆଜି ଘୋଷଣା କରାଯାଇଛି। ଏହି ସମୟରେ ବୁର୍ଲା ଅଞ୍ଚଳର ୱାର୍ଡ ନଂ 3ରୁ ୱାର୍ଡ ନଂ 7 ମଧ୍ୟରେ ଆସୁଥିବା ଅଞ୍ଚଳ ସଟ୍ ଡାଉନରେ ରହିବ। ତେବେ ଭୀମସାର କ୍ୟାମ୍ପସକୁ ଏଥିରୁ ବାଦ ଦିଆଯାଇଛି। ସମ୍ବଲପୁରରେ ଏଯାବତ୍ 105 ଜଣ ବ୍ୟକ୍ତି କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ସଟଡାଉନ ସମୟରେ ଅନ୍ତଃ ଜିଲ୍ଲା ପରିବହନ ଉଭୟ ସରକାରୀ ଓ ବେସରକାରୀ, ଲୋକଙ୍କ ଚଳପ୍ରଚଳ ବନ୍ଦ ରହିବ। ଦୋକାନ ବଜାର, ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ହସ୍ପିଟାଲ, ଔଷଧ ଦୋକାନ, ପେଟ୍ରୋଲ ପମ୍ପ, ମିଲକ ବୁଥ୍ ଖୋଲା ରହିବ। ଜରୁରୀ ସେବାରେ ଥିବା କେନ୍ଦ୍ର…
ପିଣ୍ଟୁ ବିଷୋୟୀ ବେଗୁନିଆପଡା : ଜୁଲାଇ ମାସରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ପ୍ରତିଦିନ ୪୦୦ ଉପରେ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଚିନ୍ତା ବଢ଼ିଛି। ଜୁଲାଇ ମାସରେ ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି। ହେଲେ ଗଞ୍ଜାମରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବେଗୁନିଆପଡା ବ୍ଲକ ବେଗୁନିଆପଡା ପଞ୍ଚାୟତର ଜଗତି ଏବଂ ବେଗୁନିଆପଡାକୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏହି ଠାରୁ 10 ଜଣ କରୋନା ପଜେଟିଭ ଚି଼ହ୍ନଟ ହେବା ପରେ ଏହାକୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି ଜିଲ୍ଲାପାଳ । ସଂକ୍ରମଣ ଅଧିକ ନ ବ୍ୟାପିବା ପାଇଁ ଏ ଅଂଚଳରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଜୋନରେ ଅବସ୍ଥିତ ସମସ୍ତ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବ । ଲୋକମାନଙ୍କୁ ଘରୁ ନ ବାହାରିବା…
ଭୁବନେଶ୍ବର, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଭବନକୁ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଜୁଲାଇ 31 ତାରିଖ ଯାଏଁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ରାଜଭବନ କର୍ତ୍ତୃପକ୍ଷ। ଫୋନ୍, ଫ୍ୟାକ୍ସ, ମେଲରେ ଯୋଗାଯୋଗ ପାଇଁ ରାଜଭବନ ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜଧାନୀରେ କରୋନା ସଂକ୍ରମଣ ବଢୁଥିବା କାରଣରୁ ବିଏମସି ପକ୍ଷରୁ ନିକଟରେ ସଭା, ସମତି, ବିକ୍ଷୋଭ ଓ ପ୍ରତିବାଦ ଉପରେ ବି କଟକଣା ଲଗାଇଥିଲା।
ରାଉରକେଲା: ରାଉରକେଲାରେ ସୁପର ସ୍ପ୍ରେଡର! ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୯୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ରାଉରକେଲା ସେକ୍ଟର-୧୬ ଅଞ୍ଚଳର ଜଣେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସି ୯୫ ଜଣ କରୋନା ସଂକ୍ରମିତ ହୋଇଥିବା ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟସ୍ ଟ୍ରେସିଂରୁ ଗତକାଲି ୪୯ ଜଣ ଏବଂ ଆଜି ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳ(ସେକ୍ଟର-୧୬)ରେ ସଂକ୍ରମଣ ନ ବ୍ୟାପିବା ପାଇଁ ସମସ୍ତ ପ୍ରକାରର ଉଦ୍ୟମ କରାଯାଉଛି। ସୁପର୍ ସ୍ପ୍ରେଡରଙ୍କ କଣ୍ଟାକ୍ଟସ୍ ଟ୍ରେସିଂ ଜାରି ରହିଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିପରି ଗୋଲଘର ଓ ବାସନ୍ତୀଘର କଲୋନୀର କିଛି ଅଞ୍ଚଳକୁ କଣ୍ଟନେମେଣ୍ଟ କରାଯାଇଛି।
ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନାଭାଇରସ୍। ଗତ 24 ଘଣ୍ଟା ମଧ୍ୟରେ ଦେଶରେ ପାଖାପାଖି 23ହଜାର ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଦିନକରେ ମୋଟ 22 ହଜାର 752 ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି 24 ଘଣ୍ଟା ଭିତରେ 482 ଜଣ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି। ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 42 ହଜାର 417 ରେ ପହଞ୍ଚିଯାଇଛି। ସେହିପରି ମୃତ୍ୟୁ ସଂଖ୍ୟା 20 ହଜାର 642କୁ ବୃଦ୍ଧି ପାଇଛି। ପ୍ରଭାବିତ ତାଲିକାରେ ଭାରତ ଏବେ ତୃତୀୟ ସ୍ଥାନରେ ରହିଛି । ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଆମେରିକା ପ୍ରଥମ ସ୍ଥାନରେ ଥିବା ବେଳେ ବ୍ରାଜିଲ୍ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି 4 ଲକ୍ଷ 56 ହଜାର 831 ଜଣ ସୁସ୍ଥ ହୋଇସାରିଛନ୍ତି । ସେହିପରି ଏବେବି 2 ଲକ୍ଷ…
କେଦାର ମିଶ୍ର ଗତ ସୋମବାର ଦିନ ହଠାତ ଦିନ ଦୁଇଟା ବେଳେ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସ ର ଚତୁର୍ଥ ମହଲାରୁ ତଳକୁ ଡେଇଁ ପଡି ଜଣେ ୩୭ ବର୍ଷର ଯୁବକ ଆତ୍ମହତ୍ୟା କଲେ। ତାଙ୍କ ନାମ ତରୁଣ ଶିଶୋଦିଆ ଓ ସେ ହିନ୍ଦୀ ଖବର କାଗଜ “ଦୈନିକ ଭାସ୍କର” ର ସାମ୍ବାଦିକ ଥିଲେ।କିଛି ଦିନ ଆଗରୁ ତରୁଣ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ବୋଲି ଜଣା ପଡିଥିଲା ଓ ତାଙ୍କର ଚିକିତ୍ସା ଚାଲିଥିଲା। କରୋନା ଆକ୍ରାନ୍ତ ହେବାପରେ ତାଙ୍କର ମାନସିକ ବିଚଳନ ଆରମ୍ଭ ହୋଇଥିଲା ଓ ତାଙ୍କର ଚାକିରି ଚାଲିଯାଇଥିବାର ଭୟ ତାଙ୍କୁ ବିବ୍ରତ କରୁଥିଲା ବୋଲି ଏବେ ସୂଚନ୍ନ ମିଳିଛି। ଏହା କେବଳ ତରୁଣ ଶିଶୋଦିଆଙ୍କର ବ୍ୟକ୍ତିଗତ କାହାଣୀ ନୁହେଁ, ଆପାତତଃ ଏହାକୁ କୋଭିଡ଼-୧୯ ପରବର୍ତ୍ତୀ ଭାରତୀୟ ସାମ୍ବାଦିକତାର କାହାଣୀ ବୋଲି କୁହାଯାଇପାରିବା। ପ୍ରତିଦିନ ଦେଶରେ ଶହ ଶହ ଗରିବ, ସଂକ୍ରମିତ ଏବଂ…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁର ବ୍ଲକ ସାନହନ୍ତୁଆଡର ଜଣେ ଯୁବକ ଏକ ମୋଟର ସାଇକେଲ୍ରେ ମେଘାମ୍ବରୀ ପଛପଟ କେନାଲ ରୋଡରେ ବାଲୁଗାଁ ଆଡକୁ ଯାଉଥିବାବେଳେ ସାମ୍ନା ପଟୁ ଏକ ଅଟୋ ଗାଡି ଧକ୍କା ଦେଇଥିଲା। ଅଟୋଟି ଦ୍ରୁତଗତିରେ ଥିବାବେଳେ ବେପରୁଆ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ମୋଟର ଚାଳକଙ୍କ ଗୋଡ ମୁହଁ ଓ ଅନ୍ୟ ଜାଗାରେ ମାଡ ହୋଇ ଗୁରୁତର ହୋଇଥିଲେ। ଘଟଣାସ୍ଥଳରେ କିଛି ଭଦ୍ର ବ୍ୟକ୍ତିମାନେ ଉକ୍ତ ଯୁବକ ଉଦ୍ଧାର କରିବା ସହିତ ଅଟୋ ଗାଡି ଓ ଡ୍ରାଇଭରକୁ ଅଟକାଇଥିଲେ। ଗୁରୁତରଙ୍କୁ ବାଣପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଡ୍ରାଇଭର ଜଣକ ନିଜ ଦୋଷ ସ୍ବୀକାର କରି କ୍ଷତିପୂରଣ ଦେବା ପାଇଁ ରାଜି ହୋଇଥିଲେ। ଏଥିପାଇଁ ଅଟୋ ଡ୍ରାଇଭର ଜଣକ ନିଜ ଗାଡିଟିକୁ ସମ୍ପୃକ୍ତ ଗୁରୁତର ଆହତଙ୍କ ଘରେ ରଖି ଫେରିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ଏହି ସମସ୍ୟାର ସମାଧାନ କରିନାହାନ୍ତି।…
ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 6ଟି ମୁଣ୍ଡ ନେଇଛି କରୋନା । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧାରୁ ଜଣେ, ରାୟଗଡାରୁ ଜଣେ ଓ କେନ୍ଦ୍ରାପଡାରୁ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ । ଗଞ୍ଜାମରୁ ଆଜି କରୋନା ଯୋଗୁଁ ମୃତ୍ୟୁବରଣ କରିଥିବା ତିନି ମୃତକଙ୍କ ମଧ୍ୟରେ ଜଣେ 50 ବର୍ଷୀୟା ମହିଳା ରହିଥିବାବେଳେ ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଜଣେ 56 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 64 ବର୍ଷୀୟ ବ୍ୟକ୍ତି ବୋଲି ସୂଚନା ରହିଛି । ସେହିପରି ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବା ମୃତକଙ୍କ ବୟସ 55 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ସେହିପରି ରାୟଗଡା ଅଞ୍ଚଳରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟସ 80 ବର୍ଷ ବୋଲି ସୂଚନା ରହିଛି । ସେହିପରି କେନ୍ଦ୍ରାପଡାରୁ ମୃତ୍ୟୁବରଣ କରିଥିବା ମୃତକଙ୍କ ବୟସ 49 ବୋଲି ସୂଚନା…
ଭୁବନେଶ୍ବର : ଆଜି ରାଜ୍ୟରୁ 527ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । 26ଟି ଜିଲ୍ଲାରୁ ମୋଟ୍ 527 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 215ଜଣ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ 78, ଖୋର୍ଦ୍ଧାରୁ 50, ବାଲେଶ୍ବରରୁ 27, ଯାଜପୁରରୁ 25 ବଲାଙ୍ଗିରରୁ 21, ନୟାଗଡରୁ 18, କଟକରୁ 17, ପୁରୀରୁ 16, ମୟୂରଭଞ୍ଜ 10, କେଉଁଝରରୁ 7, କୋରାପୁଟରୁ 6, କେନ୍ଦ୍ରାପଡା ଓ ସୋନପୁରରୁ 5 ଜଣ ଲେଖାଏଁ ରହିଛନ୍ତି ।, ନୂଆପଡା, ଝାରସଗୁଡା ଓ ଜଗତସିଂହପୁର 4 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ମାଲ୍କାନଗିରି, ନବରଙ୍ଗପୁର ଓ ଗଜପତିରୁ 3, ଭଦ୍ରକରୁ2, ରାୟଗଡା, ସମ୍ବଲପୁର. ଅନୁଗୁଳ,ଢେଙ୍କାନାଳ, ବରଗଡରୁ ଜଣେ ଲେଖାଏଁ ରହିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 527 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 338 ଜଣ ଚିହ୍ନଟ ହୋଇଥିବାବେଳେ 189ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 10ହଜାର 624ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3ହଜାର 860ଜଣ । ସେହିପରି ସୁସ୍ଥ ହୋଇଛନ୍ତି 6ହଜାର703 । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 42ଜଣ । ସେହିପରି12ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ CBSE ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଥିବା ପାଠ୍ୟକ୍ରମରେ ଚଳିତ ବର୍ଷ ପାଇଁ 30 ପ୍ରତିଶତ ହ୍ରାସ କରିଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଳ ନିଶଙ୍କ ଏହା କହିଛନ୍ତି। କୋଭିଡ-19 ସଂକ୍ରମଣକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ, ଶିକ୍ଷକ, ବୋର୍ଡ ସହିତ ବ୍ୟାପକ ବିଚାରବିମର୍ଷ କରି ଏହି ନିଷ୍ପତ୍ତି ନିଆଯାଇଥିବା ପୋଖରିଆଲ କହିଛନ୍ତି । ତେବେ ପରିବର୍ତ୍ତିତ ପାଠ୍ୟକ୍ରମରେ କଣ ରହିଛି ତାହା ଶିକ୍ଷକ, ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ଜାଣିବା ଉଚିତ। 9th ଏବଂ 10th class ଛାତ୍ରଛାତ୍ରୀଙ୍କ ପାଇଁ ପରିବର୍ତ୍ତିତ ସିଲାବସ ଜାଣିବା ପାଇଁ ତଳେ ଥିବା ଲିଙ୍କକୁ କ୍ଲିକ କରନ୍ତୁ। http://cbseacademic.nic.in/revisedcurriculum_2021.html 11th ଏବଂ 12th Class ଛାତ୍ରଛାତ୍ରୀଙ୍କ ପାଇଁ ପରିବର୍ତ୍ତିତ ସିଲାବସ ଜାଣିବା ପାଇଁ ତଳେ ଥିବା ଲିଙ୍କକୁ କ୍ଲିକ କରନ୍ତୁ http://cbseacademic.nic.in/revisedcurriculum_2021.html
ଗଞ୍ଜାମ: ସିଲ୍ ହେଲା ଗଞ୍ଜାମ-ଖୋର୍ଦ୍ଧା ବର୍ଡର। ଏହାସହ କାହାକୁ ଭୁବନେଶ୍ୱର ଯିବା ପାଇଁ ଅନୁମତି ମିଳିବ ନାହିଁ ବୋଲି ଟ୍ୱିଟ୍ କରି ଗଞ୍ଜାମ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି। ଦିନକୁ ଦିନ ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ , ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10ହଜାର ଟପି ଥିବାବେଳେ ମୃତ୍ୟୁ ସଂଖ୍ୟା 42ରେ ପହଞ୍ଚିଛି। ରାଜ୍ୟରେ ସର୍ବାଧିକ ମୃତ୍ୟୁ ଗଞ୍ଜାମରେ ହିଁ ହୋଇଛି।
ଭୁବନେଶ୍ୱର: ଚାରିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଆଚାର୍ଯ୍ୟ ବିହାର ସ୍ଥିତ ଆରଟିଓ କାର୍ଯ୍ୟାଳୟକୁ ବିଏମ୍ସି ପକ୍ଷରୁ ବନ୍ଦ କରାଯାଇଛି। ଏଥିସହ ସଂକ୍ରମିତମାନଙ୍କ ସଂସ୍ପର୍ଶରେ ଆସିଥିବା ଆରଟିଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆଇସିଆଇସିଆଇ ବ୍ୟାଙ୍କର ଦୁଇଟି ଶାଖାକୁ ମଧ୍ୟ ବିଏମ୍ସି ପକ୍ଷରୁ ବନ୍ଦ କରି ଦିଆଯାଇଛି। କଟକ ରୋଡ୍ ଶାଖା ଓ ଶ୍ରୀୟା ଟକିଜ୍ ନିକଟସ୍ଥ ମୁଖ୍ୟାଳୟର ସେଲ୍ସ୍ ସେକ୍ସନକୁ ବନ୍ଦ କରାଯାଇଛି। ଆଇସିଆଇସିଆଇରୁ 15 ଜଣ କରୋନା ପଜିଟିଭ୍ ଚିହ୍ନଟ ପରେ ଭୁବନେଶ୍ୱର ବିଏମସି ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, କରୋନା ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି।

