Author: Samikhsya Bureau

ଭୁବନେଶ୍ୱର, ୫ମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ପଂଚାୟତିରାଜ ଅନୁଷ୍ଠାନ ଏବଂ ସହରାଞ୍ଚଳଗୁଡିକୁ ୨୩,୮୪୮ କୋଟି ଟଙ୍କା ହସ୍ତାନ୍ତର ନିମନ୍ତେ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ପରିଚାଳନା କମିଟି ବୈଠକରେ ଏହା ଚୁଡାନ୍ତ ହୋଇଛି । ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ ମୀନାଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ପାଣ୍ଠି ହସ୍ତାନ୍ତର ସମ୍ବନ୍ଧିତ ବିଷୟ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । ପାଣ୍ଠି ବିନିଯୋଗ ତ୍ଵରାନ୍ୱିତ କରିବା ସହ ଏହାର ସର୍ବାଧିକ ଉନ୍ନୟନମୂଳକ ଫଳାଫଳ ହାସଲ କରିବାକୁ ମୁଖ୍ୟ ଶାସନ ସଚିବ ପଂଚାୟତ ଓ ସହରାଞ୍ଚଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜସ୍ୱ ସୃଷ୍ଟି ସମ୍ଭାବନା ଥିବା କମ୍ୟୁନିଟି ଆବଶ୍ୟକତା ଭିତ୍ତିକ ପ୍ରକଳ୍ପମାନ ହାତକୁ ନେବା ପାଇଁ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ନିଜ ନିଜର ରାଜସ୍ୱ ଆଧାର ସଂପ୍ରସାରିତ କରିବା…

Read More

ଭୁବନେଶ୍ବର : କରୋନା କାରଣରୁ ସୃଷ୍ଟି ହୋଇଥିବା ଆର୍ଥିକ ସଂକଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କିଛି ପଦକ୍ଷେପ ନେଇଛନ୍ତି। କରୋନା ସଂକଟ ଦୃଷ୍ଚିରୁ ଦୁଇ ବର୍ଷ ଯାଏଁ ନୂଆ ପଦବୀ ସୃଷ୍ଟି ହେବ ନାହିଁ। କେବଳ ସ୍ବାସ୍ଥ୍ୟ ଓ ପରିବାର ବିଭାଗରେ ନୂଆ ପଦବୀ ବାହାରି ନିଯୁକ୍ତି ଦିଆଯାଇପାରିବ। ଆସନ୍ତା ଦୁଇ ବର୍ଷ ଭିତରେ କୌଣସି ବିଭାଗ ନୂଆ ଗାଡ଼ି କିଣି ପାରିବେ ନାହିଁ। ସରକାରୀ ଖର୍ଚ୍ଚରେ ଅଫିସରମାନେ ବିଦେଶ ଗସ୍ତ କରିପାରିବେନି। ସରକାରୀ ଖର୍ଚ୍ଚରେ ବିଜିନେସ କ୍ଲାସରେ ବିମାନ ଯାତ୍ରା ଉପରେ କଟକଣା ଲଗାଯାଇଛି। ସରକାରୀ ଅଧିକାରୀଙ୍କୁ ପ୍ରଥମ ଶ୍ରେଣୀ ଏସି ଟ୍ରେନରେ ଯାତ୍ରା ଉପରେ ରୋକ୍ ଲଗାଯାଇଛି। ସେହିପରି ସରକାରୀ ଖର୍ଚ୍ଚରେ ବଡ଼ ହୋଟେଲରେ ମିଟିଂ, ସେମିନାର ଓ କର୍ମଶାଳା ମନା କରାଯାଇଛି। ପ୍ରମୁଖ ସଚିବ ସରକାରଙ୍କ ନିଷ୍ପତ୍ତି ନେଇ ସବୁ ବିଭାଗକୁ ଚିଠି ଲେଖି ଜଣାଇ ଦେଇଛନ୍ତି। ଭିଡିଓ କନଫରେନ୍ସିଂକୁ ବେଶି ପ୍ରାଧାନ୍ୟ ଦେବାକୁ ଚିଠିରେ…

Read More

ଭୁବନେଶ୍ବର, ରାଜ୍ୟରେ ମୋଟର ଗାଡ଼ି ଟ୍ୟାକ୍ସ/ଅତିରିକ୍ତ ଟ୍ୟାକ୍ସ ପୈଠ ଅବଧିକୁ ଆସନ୍ତା 31 ତାରିଖ ଯାଏଁ ବଢାଇ ଦିଆ ଯାଇଛି। ଅତିରିକ୍ତ ଟ୍ୟାକ୍ସ ପୈଠର ଅବଧି ମଧ୍ୟ ସରକାର ବଢାଇଛନ୍ତି। ଏପ୍ରିଲ-ଜୁନର ମାଲବାହୀ ଗାଡ଼ି ଟ୍ୟାକ୍ସ ପୈଠ ଅବଧି 15 ଯାଏଁ ବଢିଛି। ପୂର୍ବରୁ ‘ବାହନ’ ସର୍ଭର କାର୍ଯ୍ୟ ଧିମା ଥିବାରୁ ଅଧିକ ସମୟ ଦିଆଯାଇଥିଲା। ଏହା ଫଳରେ ଲକ୍ ଡାଉନ୍ ପାଇଁ ଗାଡ଼ି ଟିକସ ପୈଠ କରିପାରିନଥିବା ମାଲିକଙ୍କୁ ଆଶ୍ବସ୍ତି ମିଳିଛି।

Read More

ନୂଆଦିଲ୍ଲୀ: ଘୋଷଣା ହେଲା ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାର ବିବାଦୀୟ ସ୍ଥଳରୁ ଚୀନ୍ ସେନା ଅପସାରଣ କରିବ। ଭାରତ ସହ ଶାନ୍ତିପୂର୍ଣ୍ଣ ଆଲୋଚନା ଜରିଆରେ ସୀମା ବୀବାଦର ସମାଧାନ କରାଯିବ। କିନ୍ତୁ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପୂର୍ବ ଲଦାଖର ପଂଗଙ୍ଗ ହ୍ରଦ ଓ ଦେପସାଙ୍ଗରୁ ଚୀନର ପିପୁଲସ ଲିବରେସନ ଆର୍ମି ଆଜି ସୁଦ୍ଧା ବିବାଦୀୟ ଅଞ୍ଚଳରୁ ହଟିବା ଆରମ୍ଭ କରିନାହିଁ। ଭାରତୀୟ ଓ ଚୀନ ସେନା ଗତକାଲି ଗଲୱାନ ଭ୍ୟାଲି, ହଟ ସ୍ପ୍ରିଙ୍ଗସ ଓ ଗୋଗ୍ରା ପୋଷ୍ଟରୁ ଦୁଇ କିଲୋମିଟର ପଛକୁ ହଟିଥିବା ଖବର ଆସିଥିଲା। ତେବେ ଗ୍ରାଉଣ୍ଡ ଜିରୋରେ ଏହା କେତେଦୂର ସତ ତାହା ଯାଞ୍ଚ କରାଯାଇନ ନାହିଁ। ଦୁଇ ମାସ ଧରି ସାମରିକ ଉତ୍ତେଜନା ରହିବା ପରେ ଉଭୟ ପକ୍ଷ କମାଣ୍ଡରସ୍ତରୀୟ ଆଲୋଚନା ପରେ ସେନା ଅପସାରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗଲୱାନ ଭ୍ୟାଲିର ପଏଣ୍ଟ 14ରେ ଚୀନ ସେନା ଟେଣ୍ଟ ହଟାଉଥିବା ଦେଖା ଯାଇଛି।…

Read More

ନୂଆଦିଲ୍ଲୀ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ CBSE ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଥିବା ପାଠ୍ୟକ୍ରମରେ ଚଳିତ ବର୍ଷ ପାଇଁ 30 ପ୍ରତିଶତ ହ୍ରାସ କରିଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଳ ନିଶଙ୍କ ଏହା କହିଛନ୍ତି। କୋଭିଡ-19 ସଂକ୍ରମଣକୁ ଦୃଷ୍ଟିରେ ରଖି ଛାତ୍ର ଛାତ୍ରୀ, ଶିକ୍ଷକ, ବୋର୍ଡ ସହିତ ବ୍ୟାପକ ବିଚାରବିମର୍ଷ କରି ଏହି ନିଷ୍ପତ୍ତି ନିଆଯାଇଥିବା ପୋଖରିଆଲ କହିଛନ୍ତି । କରୋନା କାରଣରୁ ମାର୍ଚ୍ଚ 25ରୁ ଦେଶବ୍ୟାପୀ ଲକ୍ ଡାଉନ୍ ହୋଇଥିବାରୁ ଚଳିତ ବର୍ଷ ପାଠପଢା ବ୍ୟାହତ ହୋଇଛି। ଅନଲାଇନ କ୍ଲାସକୁ ନେଇ ଛାତ୍ରଛାତ୍ରୀ ଓ ଶିକ୍ଷକ ଚିନ୍ତାରେ ଥିବାରୁ ସେମାନଙ୍କୁ ଚାପମୁକ୍ତ କରିବା ପାଇଁ ସରକାର ପାଠ୍ୟକ୍ରମ ବା ସିଲାବସ 30 ପ୍ରତିଶତ କମାଯାଇଛି। ଏହା ଫଳରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଆଶ୍ବସ୍ତ ହେବେ। (ଏଜେନସି)

Read More

ଭୁବନେଶ୍ବର, ଆଜି ରାଜ୍ୟରେ ଆଉ ୨୧୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ଗଂଜାମ ଜିଲ୍ଲାରୁ ସର୍ବାଧିକ ୯୭ ଜଣ । ଅନ୍ୟ ଜିଲ୍ଲା ମଧ୍ୟରେ ଖୋର୍ଦ୍ଧା ୧୮, ବାଲେଶ୍ବର ୧୬, ମୟୂରଭଂଜ ୧୫,ବରଗଡ଼ ୧୩, କେନ୍ଦୁଝର ୧୨, ଝାରସୁଗୁଡ଼ା 8, ମାଲକାନଗିରି 7 , ଯାଜପୁର 6, ଅନୁଗୁଳ ଓ କଟକରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ଢେଙ୍କାନାଳ ଓ ପୁରୀରୁ 4 ଲେଖାଏଁ, ଜଗତସିଂହପୁରରୁ ୩, କେନ୍ଦ୍ରାପଡ଼ା ଓ ସୋନପୁରରୁ ୨ ଲେଖାଏଁ ଏବଂ ବଲାଙ୍ଗିର ଜିଲ୍ଲାରୁ ଜଣେ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା 6703କୁ ବୃଦ୍ଧି ପାଇଛି।

Read More

କାନପୁର, କେବଳ ଗ୍ୟାଙ୍ଗଷ୍ଟର ବିକାଶ ନୁହେଁ, ତାର ପତ୍ନୀ ରିଚା ଦୁବେକୁ ଖୋଜୁଛି ପୋଲିସ। 8 ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା ଘଟଣାରେ ରିଚା ବି ଜଣେ ‘ମୋଷ୍ଟ ୱାଣ୍ଡେଡ’। ଗତ ଶୁକ୍ରବାର ଦିନ ପୋଲିସ ସହ ରକ୍ତାକ୍ତ ସଂଘର୍ଷ ଘଟଣା ପରେ ପରେ ପୁଅକୁ ସାଙ୍ଗରେ ଧରି ଘର ଛାଡ଼ି ଫେରାର ହୋଇ ଯାଇଛି ରିଚା ଦୁବେ। ବିକାଶର ଘର ତଲାସୀ ବେଳେ ପୋଲିସ ଚିଚାର ମୋବଇଲ ଫୋନ ପାଇଥିଲା। ଦୁବେର ଘରେ ଲାଗିଥିବା ସିସିଟିଭି ସହ ଏହି ଫୋନକୁ ସଂଯୋଗ କରା ଯାଇଥିଲା। ଏହି ଫୋନ୍ ଦ୍ବାରା ଗାଁରେ ନଥିବା ବେଳେ ମଧ୍ୟ ସେ ତା ଘରେ କଣ ହେଉଥିଲା ତାହା ରିଚା ଜାଣି ପାରୁଥିଲା। ରିଚାକୁ ଖୋଜିବାକୁ ଯାଇ ପୋଲିସ ତାର ସମସ୍ତ ସମ୍ପର୍କୀୟଙ୍କ ଘରେ ପହଞ୍ଚିଥିଲା, କିନ୍ତୁ କେଉଁଠି ବି ରିଚାର ଖୋଜ ଖବର ପାଇନାହିଁ। ସବୁଠାରୁ ବଡ଼ କଥା ହେଲେ ବିକାଶର ସ୍ତ୍ରୀ ରିଚା…

Read More

ଗଞ୍ଜାମ : କରୋନା ସ୍ଥିତିକୁ ନେଇ ଗଞ୍ଜାମ ଜିଲ୍ଲା ସୋରଡା ଏନଏସିକୁ ସଟ୍‌ଡାଉନ୍‌ କରାଯାଇଛି । କାଲିଠାରୁ 13 ତାରିଖ ଯାଏ ସୋରଡା ଏନଏସି ସଟଡାଉନ୍‌ ହେବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ । ସୂଚନାଯୋଗ୍ୟ, ଗଞ୍ଜାମରେ କରୋନା ସ୍ଥିତି ବେକାବୁ ରହିଥିବାରୁ ଗଞ୍ଜାମ ଜିଲ୍‌ଲା ସହରାଞ୍ଚଳରେ ଗତକାଲିଠାରୁ ଘରକୁ ଘର ବୁଲି ସର୍ଭେ କରାଯିବ । ଏଥିପାଇଁ 200 ଟିମ୍‌ ଗଠନ କରାଯାଇଛି । କରୋନା ଲକ୍ଷଣ ନେଇ ସ୍କ୍ରିନିଂ କରାଯିବ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 24  ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 2000ରୁ ଉର୍ଦ୍ଧ୍ବ ସଂକ୍ରମିତ ମାମଲା ରହିଛି ।

Read More

ରମେଶ ମହାନ୍ତି ଜଗତସିଂହପୁର :ବରିଷ୍ଠ ବିଜେଡି ନେତା ପୁର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ଵିଷ୍ଣୁ ଦାସଙ୍କ ପାର୍ଥିବ ଶରୀରକୁ ଅନ୍ତିମ ବିଦାୟ ଦେଇଛନ୍ତି ଆତ୍ମୀୟ ସ୍ୱଜନ।ବିଷ୍ଣୁ ଦାସଙ୍କ ଗାଁ ମୁକୁନ୍ଦିପୁରରେ ମରଶରୀର ପହଞ୍ଚିଲା ପରେ ଆତ୍ମୀୟ ସ୍ୱଜନଙ୍କ କାନ୍ଦବୋବାଳିରେ ଫାଟି ପଡିଥିଲା ଗାଁଦାଣ୍ଡ।ପତ୍ନୀ ଓ ଭଉଣୀ ମିନତୀ ଦାସଙ୍କ ସମେତ ଆତ୍ମୀୟମାନେ ଆତ୍ମହରା ହୋଇପଡିଥିଲେ। ପରମ୍ପରା ଅନୁଯାୟୀ କର୍ମାଦି କରାଯିବା ପରେ କୋକେଇରେ ମରଶରୀରକୁ ପୈତୃକ ଜନ୍ମମାଟି ଅର୍ପଣ କରିଥିଲେ ଆତ୍ମୀୟସ୍ୱଜନ । ରାମନାମ ସତ୍ୟହେ,ହରିନାମ ସତ୍ୟହେ ଧ୍ୱନି ସାଙ୍ଗକୁ ଏକମାତ୍ର ପୁତ୍ର ବିଜୟ ଶଙ୍କର ଦାସ ଖଇ କଉଡି ଓ ପଇସା ବିଞ୍ଚି ଗ୍ରାମ ପରିକ୍ରମା କରାଇବା ପରେ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ବିଷ୍ଣୁ ଦାସଙ୍କୁ ଅନ୍ତିମ ସତ୍କାର ପାଇଁ ନିଆଯାଇଥିଲା। ଗତକାଲି ଭୂବନେଶ୍ୱର ର ଏକ ଘରୋଇ ହସପିଟାଲରେ ବିଷ୍ଣୁ ଦାସ ପରଲୋକ ଗମନ କରିବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଶାସକ ବିଜେଡି…

Read More

କାନପୁର, ଗତ ଶୁକ୍ରବାର ଦିନ କାନପୁର ଜିଲ୍ଲାର ବିକୃ ଗାଁରେ ପୋଲିସ ପାଟ୍ରୋଲିଂ ଦଳ ଉପରେ ଆକ୍ରମଣ କରି 8 ଜଣଙ୍କୁ ହତ୍ୟା କରିଥିବା ଘଟଣାରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ସାହାଯ୍ୟ କରିଥିବା ତାର ସହଯୋଗୀଙ୍କୁ ଧରିବା ଲାଗି ପୋଲିସ ଫଟୋ ଜାରି କରିଛି। ଇତିମଧ୍ୟରେ ପୋଲିସ ବିଭିନ୍ନ ଦଳରେ ବିଭକ୍ତ ହୋଇ ଦୁବେ ଓ ତାର ସହଯୋଗୀଙ୍କୁ ଧରିବା ଲାଗି ରାଜ୍ୟ ସାରା ତନାଘନା ଚଳାଇଛି। ସମସ୍ତ ଅପରାଧୀ ଏବେ ଫେରାର ଅଛନ୍ତି। ଆକ୍ରମଣକାରୀ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଦୟା ଶଙ୍କର ଅଗ୍ନିହୋତ୍ରୀ ଗତ ରବିବାର ଦିନ ପୋଲିସ ସହିତ ଏକ ଏନକାଉଣ୍ଟର ବେଳେ ଧରା ପଡିଥିଲା। ସାଧାରଣ ଲୋକେ ଅପରାଧୀମାନଙ୍କ ସମ୍ପର୍କରେ ଲୋକଙ୍କଠାରୁ ଖବର ଜାଣିବା ସକାଳେ ପୋଲିସ ସେମାନଙ୍କ ଫଟୋ ଜାରି କରିଛି। ଏବେ ସୋସିଆଲ ମିଡିଆରେ ବିକାଶ ଦୁବେ ଓ ତାର ସହଯୋଗୀଙ୍କ ଫଟୋ ଘୁରି ବୁଲୁଛି। ବିକାଶ ଦୁବେକୁ ତତ୍କାଳୀନ ଏସଏସପି ଅନନ୍ତ ଦେଓ…

Read More

ରମେଶ ମହାନ୍ତି ଜଗତସିଂହପୁର : ଆଜି ଜଗତସିଂହପୁରରୁ 17 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି । 17 ଜଣ ଆକ୍ରାନ୍ତଙ୍କ ତଥ୍ୟ ଦେଇଛି ଜିଲ୍ଲା ପ୍ରଶାସନ । ଏହି ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବାର ସୂଚନା ରହିିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂହପୁର ବ୍ଲକରୁ 11 ଜଣ ଚିହ୍ନଟ ହୋଇଛନ୍ତି । ଏରସମା ବ୍ଲକରୁ 3 ଜଣ, ରଘୁନାଥପୁର ବ୍ଲକରୁ ଜଣେ, ଜଗତସିଂହପୁର ମ୍ୟୁନିସପାଲିଟିରୁ 2ଜଣ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ  ଆକ୍ରାନ୍ତ ପ୍ରବାସ ଫେରନ୍ତା ବୋଲି ସୂଚନା ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଦିଲ୍ଲୀରୁ ଜଣେ, କର୍ଣ୍ଣାଟକରୁ 3 ଜଣ, ମହାରାଷ୍ଟ୍ରରୁ ଜଣେ, ପଶ୍ଚମବଙ୍ଗରୁ 2ଜଣ, ତେଲେଙ୍ଗାନାରୁ 7ଜଣ, ତାମିଲନାଡରୁ ତିନିଜଣ ଫେରିଥିବାର ସୂଚନା ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 357ରେ ପହଞ୍ଚିଥିବାବେଳେ  ସୁଦ୍ଧା ସୁସ୍ଥ ହୋଇଛନ୍ତି 266ଜଣ । ଜିଲ୍ଲାରେ ଏବେ ସୁଦ୍ଧା 91ଟି…

Read More

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 29 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜିର ନୂତନଆକ୍ରାନ୍ତଙ୍କ ମଧ୍ୟରେ 14ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ରହିଥିବାବେଳେ 14 ଜଣ ହୋମ୍‌ କ୍ବାରେଣ୍ଟିନ୍‌ରୁ ଓ ଜଣେ କୋଭିଡ୍‌ ଯୋଦ୍ଧା ରହିଛନ୍ତି ବୋଲି ବିଏମ୍‌ସି ସୂଚନା ଦେଇଛି । ଲୋକାଲ 14 କେସ୍‌ ମଧ୍ୟରୁ ଡୁମୁଡୁମା ସୁବାସ ନଗର ବସ୍ତିରୁ ଜଣେ 45ବର୍ଷୀୟ ପୁରୁଷ ରହିଥିବାବେଳେ ଖଣ୍ଡଗିରିରୁ ଜଣେ 37ବର୍ଷୀୟା ମହିଳା ରହିଛନ୍ତି । ଘରୋଇ ଡାକ୍ତରଖାନାରୁ ତିନିଜଣ କର୍ମଚାରୀ ଚିହ୍ନଟ ହୋଇଛନ୍ତି । ଏହି କର୍ମଚାରୀଙ୍କ ମଧ୍ୟରେ ଦୁଇଜଣ ମହିଳା କର୍ମଚାରୀ ଚିହ୍ନଟ ହୋଇଛନ୍ତି । ଦୁହିଁଙ୍କ ବୟସ ଯଥାକ୍ରମେ 25 ଓ 24 ବର୍ଷ ବୋଲି ସୂଚନା ରହିଛି । ଭରତରପୁର ଜିଏ କଲୋନୀରୁ ଜଣେ 26 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ ଆକ୍ରାନ୍ତ ପାଞ୍ଚ ନମ୍ବର କେଶରୀନଗରର ବସ୍ତିରୁ 33 ବର୍ଷୀୟା ମହିଳା ରହିଛନ୍ତି । ସେହିପରି ୟୁନିଟ୍‌-1 ବାଳକ ଉଚ୍ଚ…

Read More

ଭୁବନେଶ୍ବର, କନ୍ଧମାଳ ଜିଲ୍ଲାରେ ମାଓ କାର୍ଯ୍ୟକଳାପ ଦମନ କରିବା ନେଇ ଓଡ଼ିଶା ପୋଲିସର ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ କନ୍ଧମାଳ ଏସପିଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରି ତାଙ୍କୁ ଓ ତାଙ୍କ ଟିମକୁ ମାଓ ଦମନରେ ବିଶେଷ ଭୂମିକା ପାଇଁ ସାଧୁବାଦ ଜଣାଇଛନ୍ତି। ଏ ଦିଗରେ ଯେତେ ପ୍ରକାର ସହଯୋଗ ଆବଶ୍ୟକ ସରକାର ତାହା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ଗତ ସପ୍ତାହରେ ଜିଲ୍ଲାରେ ମାଓ ଦମନ ବେଳେ ଜିଲ୍ଲା ପୋଲିସକୁ ବ୍ୟାପକ ସଫଳତା ମିଳିଥିଲା। ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ କୁଖ୍ୟାତ ମାଓ ନେତା ନିହତ ହୋଇଥିବା ବେଳେ ସେମାନଙ୍କ କ୍ୟାମ୍ପରୁ ବିପୁଳ ପରିମାଣରେ ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା।

Read More

ଗାନ୍ଧିନଗର, ଭେଣ୍ଟିଲେଟରରେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭରତସିଂହ ସୋଲାଙ୍କି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୋଲାଙ୍କିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଚିଲେଟର ସପୋର୍ଟରେ ରଖିବା ସହିତ ଦୁଇ ଥର ପ୍ଲାଜମା ଥେରାପି ଚିକିତ୍ସା କରାଯାଇଛି। 67 ବର୍ଷ ବୟସ୍କ ସୋଲାଙ୍କି କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ତାଙ୍କୁ ଅହମ୍ମଦାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସୋଲାଙ୍କି କେନ୍ଦ୍ରରେ ୟୁପିଏ-2 ସରକାରରେ କେନ୍ଦ୍ର ମନ୍ତ୍ରୀ ଥିଲେ। ଜୁନ୍ 19ରେ ଗୁଜରାଟରେ 4ଟି ଆସନ ପାଇଁ ହୋଇଥିବା ରାଜ୍ୟସଭା ନିର୍ବାଚନରେ ସେ କଂଗ୍ରେସର ଦ୍ବିତୀୟ ନୋମିନି ଥିଲେ। ନିର୍ବାଚନର ଦୁଇ ଦିନ ପରେ ସେ କରୋନା ପଜିଟିଭ ଜଣାପଡିଥିଲା। ସୋଲାଙ୍କି ଜଣେ ଆଜମା ରୋଗୀ ହୋଇଥିବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। (ଏଜେନସି)

Read More

ପାଟନା, କିଛି ଦିନ ହେଲା ବିହାରରେ କରୋନା ସଂକ୍ରମଣ ନିୟମିତ ବୃଦ୍ଧି ପାଇବାରେ ଲାଗିଛି। ଏବେ ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘର ଦୁଆରେ ପହଞ୍ଚିଛି କରୋନା ଭୂତାଣୁ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଭାଣିଜୀ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ତାଙ୍କୁ ପାଟନା ଏମସରେ ଭର୍ତ୍ତି କରାଯାଇଛି। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ବିଶୋଧନ କରାଯାଇଛି। ପରିବାରର ଅନ୍ୟ ସମସ୍ତ ସଦସ୍ୟଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ନିକଟରେ ନୀତୀଶ କୁମାର ବିଧାନ ପରିଷଦ ଅଧ୍ୟକ୍ଷ ଅବଧେଶ ନାରାୟଣ ସିଂହ ଓ ତାଙ୍କୁ ପତ୍ନୀଙ୍କୁ ଭେଟିଥିଲେ। ଏହା ପରେ ସିଂହ ଦମ୍ପତି କରୋନା ସଂକ୍ରମିତ ଜଣାପଡିବା ପରେ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ହେଲେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ଇତିମଧ୍ୟରେ ଜେଡିୟୁ-ବିଜେପି ସରକାରକୁ ସମାଲୋଚନା କରି ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ତେଜସ୍ବନୀ ଯାଦବ କହିଛନ୍ତି,…

Read More

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ବେକାବୁ ହେବାର ଲାଗିଛି। ଜିଲ୍ଲାରେ କରୋନା ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ନିୟମକୁ କଡ଼ାକଡ଼ି କରାଯାଇଛି। କୌଣସି ଦୋକାନୀ ସାମାଜିକ ଦୂରତ୍ୱ ନମାନିଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଯଦି କୌଣସି ଦୋକାନୀ ପ୍ରଥମ ଥର ସାମାଜିକ ଦୂରତ୍ୱ ନିୟମ ଖିଲାପ କଲେ  5000 ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଏହାସହ 15 ଦିନ ଦୋକାନ ବନ୍ଦ କରିବାକୁ ପଡ଼ିବ। ଦୋକାନୀଜଣଙ୍କ ଦ୍ୱିତୀୟ ଥର ନିୟମ ଖିଲାପ କଲେ ଥାନାରେ ତାଙ୍କ ନାଁରେ ଏତଲା ଦିଆଯିବ। ଏହାସହ ମାସେ ଦୋକାନ ବନ୍ଦ ରହିବ। କରୋନା ସ୍ଥିତି ଦେଖି ଗଞ୍ଜାମରେ ଆଣ୍ଟିଜେନ୍‌ ଟେଷ୍ଟ ହେବ ଏବଂ ଆସନ୍ତାକାଲିଠାରୁ ଗଞ୍ଜାମର ସହରାଞ୍ଚଳରେ  ଘର ଘର ବୁଲି ସ୍କ୍ରିନିଂ କରାଯିବ । ସେଥିପାଇଁ ସମସ୍ତେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ଜିଲ୍ଲାପାଳ।…

Read More

ଭୁବନେଶ୍ବର : ‘ମୋ ସରକାର’ରେ ସାମିଲ୍‌ ହେବ କୋଭିଡ୍‌ ପରିଚାଳନା ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ୍‌ ମୁକାବିଲା କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । https://www.youtube.com/watch?v=seyn8vDgOLg କୋଭିଡ୍‌ ପରିଚାଳନାକୁ ଅଧିକ ଉତ୍ତରଦାୟୀ କରିବା ପାଇଁ ଏହାକୁ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍‌ ରୋଗୀ ଏବଂ କୋଭିଡ୍‌ ଯୋଦ୍ଧା ମାନଙ୍କ ସହିତ ନିୟମିତ ଯୋଗାଯୋଗ କରି ସେମାନଙ୍କଠାରୁ ଫିଡ୍‌ବ୍ୟାକ୍‌ ସଂଗ୍ରହ କରିବା ପାଇଁ ଜିଲ୍ଲା କୋଭିଡ୍‌ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ମଧ୍ୟ କୋଭିଡ୍‌ ଯୋଦ୍ଧା ଓ ରୋଗୀମାନଙ୍କ ଠାରୁ ଫି୍ଡ୍‌ବ୍ୟାକ୍‌  ସଂଗ୍ରହ କରିବେ । ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେହିପରି ରୋଗୀଙ୍କ ପରିବାରକୁ ରୋଗୀର ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ସୂଚନା ଦେବା ପାଇଁ…

Read More

ସାଉଥ୍ଆମ୍ପଟନ, ମହାମାରୀ କରୋନା ପାଇଁ ଚାରି ମାସର ବିରତି ପରେ ପୁଣି ଥରେ ଷ୍ଟାଡିୟମକୁ ଫେରିବ ଅନ୍ତର୍ଜାତୀୟ କ୍ରିକେଟ। ଆସନ୍ତାକାଲି ଠାରୁ ସାଉଥ୍ଆମ୍ପଟନ ଠାରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହେବ ତିନି ଟିକିଆ ଟେଷ୍ଟ ସିରିଜ। କୋଭିଡ-19 ପରବର୍ତୀ ଅବସ୍ଥାରେ ଅନ୍ତର୍ଜାତୀୟ ସ୍ତରରେ ଏହା ହେବ ପ୍ରଥମ ଟେଷ୍ଟ ମ୍ୟାଚ୍। ହେଲେ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲର ନୂଆ ନିୟମରେ ଖେଳାଯିବ। ନୂଆ ନିୟମ ଅନୁଯାୟୀ ଖେଳାଳି ମାନେ ବଲରେ ଲାଳ ଲଗାଇ ପାରିବେ ନାହିଁ। ପଡିଆ ଭିତରେ କୌଣସି ପ୍ରକାର ସେଲିବ୍ରେସନ କରିବେ ନାହିଁ। ମ୍ୟାଚ୍ ଖେଳାଯିବା ବେଳେ ଷ୍ଟାଡିୟମରେ ଦର୍ଶକ ରହିବେ ନାହିଁ। କରୋନା ଭୂତାଣୁକୁ ରୋକିବା ସକାଶେ ଆଇସିସିର ପରିବର୍ତ୍ତିତ ନିୟମାବଳୀ ଅନୁଯାୟୀ ମ୍ୟାଚ୍ ଖେଳାଯିବ। ଏହି ଐତିହାସିକ ସିରିଜରେ ସମସ୍ତଙ୍କ ନଜର ଅଲ ରାଉଣ୍ଡର ବେନ ଷ୍ଟୋକସ ଏବଂ ଜାସନ ହୋଲଡରଙ୍କ ଉପରେ ରହିବ। ଦୁଇ ଦଳର ଶକ୍ତି ଦେଖିଲେ ସିରିଜ ଜିତିବା ନେଇ…

Read More

ଭୁବନେଶ୍ବର : ମୈତ୍ରୀବିହାର ଅଞ୍ଚଳରେ ଥିବା ଟେକ୍‌ ମହିନ୍ଦ୍ରା ଅଫିସ୍‌କୁ ସିଲ୍‌ କରିଛି ବିଏମ୍‌ସି । କୋଭିଡ୍‌ ଗାଇଡଳାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଏହି ଅଫିସ୍‌ ସିଲ୍‌ ହୋଇଥିବା ନେଇ ସୂଚନା ରହିଛି । ସମ୍ପୃକ୍ତ ସଂସ୍ଥାର 7 ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ପରେସ ସିଲ୍‌ କରାଯାଇଛି । ଏହା ପରେ ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟିନ୍‌ ନିର୍ଦ୍ଦେଶ ଦିଆଯାଇଛି ।  20 ତାରିଖ ତାରିଖ ସମସ୍ତ 67 କର୍ମଚାରୀଙ୍କୁ କ୍ବାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ରହିଛି । ଏନେଇ ବିଏମ୍‌ସି ଜୋନାଲ୍‌ ଡେପୁଟି କମିଶନର ପ୍ରମୋଦ ପୃଷ୍ଟି ସୂଚନା ଦେଇଛନ୍ତି ।

Read More

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକରେ ବାଲିସୁଆଁ ଗ୍ରାମରୁ ଉଦ୍ଧାର ହୋଇଛି ଏକ ବିରଳ ଧଳା ରଙ୍ଗର ସାପ । ସମ୍ପୂର୍ଣ୍ଣ ଧଳା ରଙ୍ଗର ଦେହ ଏବଂ କଳା ରଙ୍ଗର ଆଖି ଥିବା ଏହି ସାପଟିକୁ ଗତକାଲି ବାଲିସୁଆଁ ଗାଁ ର ଯୁବକ ଅବିନାଶ ସ୍ୱାଇଁ ରାତି ପ୍ରାୟ 10 ଟା ସମୟରେ ଏକ ରାସ୍ତା ପାର ହେଉଥିବା ବେଳେ ଦେଖିଥିଲେ । ଧଳା ରଙ୍ଗର ଏଭଳି ସାପ ସେ ଆଗରୁ କେବେ ଦେଖି ନଥିଲେ । ତେଣୁ ସେ କୌତୂହଳ ବଶତଃ ଏକ ବାଡ଼ି ସାହାଯ୍ୟରେ ଏକ ପ୍ଲାଷ୍ଟିକ ଡବା ଭିତରେ ପୁରେଇ ଦେଇଥିଲେ । ଡବା ଭିତରୁ ଫଟୋ ଉଠେଇ ସ୍ନେକ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ସେ ସେହି ଫୋଟୋ ଗୁଡିକ ପଠେଇ ସାପ ଟିକୁ ଚିହ୍ନିବା ପାଇଁ କହିଥିଲେ । ଶୁଭେନ୍ଦୁ ଧଳା ଦେହ ଏବଂ କଳା ଆଖି ସହିତ ଏହି ସାପ…

Read More