ଭୁବନେଶ୍ଵର: ଅହମ୍ମଦାବାଦରେ ଚାଲିଥିବା ‘ଓଡ଼ିଶା ପର୍ବ’ର ଦ୍ଵିତୀୟ ଦିବସ ଅବସରରେ ଏକ ହୃଦୟସ୍ପର୍ଶୀ ଓଡ଼ିଆ ପ୍ରବାସୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ଗୁଜରାଟର ବିଭିନ୍ନ ପ୍ରାନ୍ତରେ ରହୁଥିବା ଓଡ଼ିଆ ସମ୍ପ୍ରଦାୟର ସଦସ୍ୟମାନେ ଏକତ୍ରିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ, ଅବସରପ୍ରାପ୍ତ ଆଇଏଏସ୍ ଶ୍ରୀ ମହେଶ୍ୱର ସାହୁ ଏବଂ ଅହମ୍ମଦାବାଦ ଓଡ଼ିଆ ସାମାଜିକ ସାଂସ୍କୃତିକ ସଂଘର ସଭାପତି ଶ୍ରୀ ଏଚ୍.କେ. ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ଶ୍ରୀମତୀ ପରିଡା ଓଡ଼ିଶା ଏବଂ ଗୁଜରାଟ ମଧ୍ୟରେ ବୃଦ୍ଧି ପାଉଥିବା ସମନ୍ୱୟ ଉପରେ ଆଲୋକପାତ କରିଥିଲେ। ସଂସ୍କୃତି, ବାଣିଜ୍ୟ, ପର୍ଯ୍ୟଟନ ଏବଂ ଗୋଷ୍ଠୀଗତ ବିକାଶ କ୍ଷେତ୍ରରେ ସହଯୋଗର ଅନେକ…
Author: Samikhsya Bureau
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମ ଏସିଆ ପରିସ୍ଥିତି ମଧ୍ୟରେ ପେଟ୍ରୋଲିୟମ, ଅଶୋଧିତ ତୈଳ, ଗ୍ୟାସ, ବିଦ୍ୟୁତ୍ ଏବଂ ସାର କ୍ଷେତ୍ରର ସ୍ଥିତି ସମୀକ୍ଷା କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ସାରା ଦେଶରେ ନିରବଚ୍ଛିନ୍ନ ଯୋଗାଣ, ସ୍ଥିର ଲଜିଷ୍ଟିକ୍ସ ଏବଂ ଦକ୍ଷ ବଣ୍ଟନ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର, କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ, ରସାୟନ ଏବଂ ସାର ମନ୍ତ୍ରୀ ଜେପି ନଡ୍ଡା, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ, ଶକ୍ତି ମନ୍ତ୍ରୀ ମନୋହର ଲାଲ ଏବଂ ସୂଚନା ଏବଂ ପ୍ରସାରଣ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ସେ କ୍ଷମତାର ଶୀର୍ଷରେ ରହିବାର ୮,୯୩୧ ଦିନ ପୂରଣ କରିଛନ୍ତି। ସେ ଗୁଜୁରାଟର ମୁଖ୍ୟମନ୍ତ୍ରୀଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ୮,୯୩୧ ଦିନ ପୂରଣ କରିଛନ୍ତି। ଏହିପରି ଲମ୍ବା ସମୟ ପର୍ଯ୍ୟନ୍ତ ସିକିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମଲିଙ୍ଗ ରେକର୍ଡ କରିଥିଲେ। ବର୍ତ୍ତମାନ ତାଙ୍କ ରେକର୍ଡକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଙ୍ଗି ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିକିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମଲିଙ୍ଗଙ୍କ ରେକର୍ଡକୁ ଅତିକ୍ରମ କରି ଭାରତରେ ସବୁଠାରୁ ଅଧିକ ସମୟ ପାଇଁ ଶାସନ ମୁଖ୍ୟ ହୋଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ, ଅମିତ ଶାହ ଏହି ସଫଳତାକୁ ସେବା, କଠିନ ପରିଶ୍ରମ ଏବଂ ଅଟଳ ପ୍ରତିବଦ୍ଧତାରେ ମୂଳ ଏକ ମାଇଲଖୁଣ୍ଟ ଭାବରେ ବର୍ଣ୍ଣନା କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ପ୍ରଥମେ…
ଭୁବନେଶ୍ବର: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଆଜି ସ୍ଥାନୀୟ ଲୋକ ସେବା ଭବନ କନଭେନଶନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଜଳ ସମ୍ପଦ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ସୂଚନା ଯୋଗ୍ୟ ଯେ, ଆଜି ମୁଖ୍ୟମନ୍ତ୍ରୀ ସମୁଦାୟ ୨୬୧୨ କୋଟି ଟଙ୍କାର ବହୁମୂଲ୍ୟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିମଧ୍ୟରୁ ପ୍ରାୟ ୨୨୯୨ କୋଟି ଟଙ୍କାର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଥିବା ବେଳେ ପ୍ରାୟ ୩୨୦ କୋଟି ଟଙ୍କାର ବ୍ୟୟ ବରାଦରେ ସମୁଦାୟ ୧୨୪ ଟି ପ୍ରକଳ୍ପର ଶୁଭ ଉଦଘାଟନ ହୋଇଛି । ଜଳର ଗୋଟିଏ ବୁନ୍ଦା ମଧ୍ୟ ବିଶ୍ୱର ଅନେକ ଲୋକଙ୍କ ପାଇଁ ଦୁର୍ମୂଲ୍ୟ । ତେଣୁ ଜଳର ଗୋଟିଏ ବୁନ୍ଦା ଯେପରି ନଷ୍ଟ ନ ହୁଏ, ସେଥିପାଇଁ ସମସ୍ତଙ୍କୁ ଶପଥ ନେବାକୁ କହି ମୁଖ୍ୟମନ୍ତ୍ରୀ କହିଥିଲେ…
ଭୁବନେଶ୍ୱର: ପୂର୍ବ ତଟ ରେଳପଥ ୨୦ ମାର୍ଚ୍ଚ ୨୦୨୬ ସୁଦ୍ଧା ୨୭୫ ନିୟୁତ ଟନ୍ (MT) ପରିବହନ ଲକ୍ଷ୍ୟ ହାସଲ କରି ପଣ୍ୟ ପରିବହନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି, ଯାହା ନିର୍ଦ୍ଧାରିତ ସମୟର ୧୧ ଦିନ ପୂର୍ବରୁ ଏହି ସଫଳତା ହାସଲ କରିଛି । ଏହି ଉଲ୍ଲେଖନୀୟ ପ୍ରଦର୍ଶନ ଜୋନ୍ର ଦୃଢ଼ ପରିଚାଳନା ଦକ୍ଷତା ଏବଂ ଦେଶର ପଣ୍ୟ ପରିବହନରେ ଏହାର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ପ୍ରତିଫଳିତ କରୁଛି। ପୂର୍ବତଟ ରେଳପଥ ୨୦ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ୨୭୫.୬ ନିୟୁତ ଟନ୍ (MT) ପଣ୍ୟ ପରିବହନ କରିଛି, ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିର ୨୪୯.୬ ନିୟୁତ ଟନ୍ ସହିତ ତୁଳନା କଲେ ୧୦.୪% ଅଭିବୃଦ୍ଧି ଦର୍ଶାଉଛି। ଆଉ ଏକ ପ୍ରମୁଖ ସଫଳତା ସ୍ୱରୂପ, ପୂର୍ବ ତଟ ରେଳପଥ ୨୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ୨୫୦ ନିୟୁତ ଟନ୍ ଅନଲୋଡିଂ ଅତିକ୍ରମ କରିଛି, ଯାହା ଗତ ବର୍ଷର ସମାନ…
ଭୁବନେଶ୍ବର: ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ନୂତନ ରଥ ନିର୍ମାଣ ସମ୍ବନ୍ଧରେ ଆଜି ବଳଦେବ ସେନା ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେନା ପକ୍ଷରୁ କୁହାଯାଇଛି ଯେ ପ୍ରତିବର୍ଷ ହେଉଥିବା ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ସମୟରେ ରଥ ଚଳାଚଳରେ ବିଭିନ୍ନ ବିଭ୍ରାଟ ଦେଖାଦେଉଛି। ଏହାର ପରିଣାମରେ ରଥ ନିର୍ଦ୍ଧାରିତ ସମୟରେ ମାଉସୀମା ମନ୍ଦିର ଓ ବଡ଼ ଦେଉଳରେ ପହଞ୍ଚି ପାରୁନାହିଁ। କେତେକ ଲୋକ ଏହାକୁ ବୈଷୟିକ ତ୍ରୁଟି ବୋଲି କହୁଥିବା ବେଳେ, ଅନ୍ୟମାନେ ଏହାକୁ ଚଳନ ବ୍ୟବସ୍ଥାର ତ୍ରୁଟି ବୋଲି ମତ ପ୍ରକାଶ କରୁଛନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମୀକ୍ଷା କରି ଚଳିତ ବର୍ଷ ନୂତନ ରଥ ନିର୍ମାଣ ପାଇଁ ମୋଟ ଏକ କୋଟି ଟଙ୍କା ମଞ୍ଜୁର କରିଥିବା ସୂଚନା ମିଳିଛି। ଏହି ଘୋଷଣାକୁ ସାଧାରଣ ଲୋକମାନେ ସ୍ୱାଗତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମନ୍ଦିର ପ୍ରଶାସନ ପକ୍ଷରୁ ନୂତନ ରଥ ନିର୍ମାଣ ପାଇଁ କୌଣସି…
ଭୁବନେଶ୍ବର: ୨୪ ତମ ଜାତୀୟ ପାରା ଆଥଲେଟିକ୍ ଚାମ୍ପିୟାନସିପ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ ଠାରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ସମସ୍ତ ବିଜେତା ଆଥଲେଟ ମାନଙ୍କୁ ପୁରସ୍କୃତ କରିବା ସହିତ ଆଗାମୀ ସମୟରେ ସମସ୍ତ ଖେଳରେ ନିଜର ପରିଶ୍ରମ ଅବ୍ୟାହତ ରଖିବାପାଇଁ ପରାମର୍ଶ ଦେଇଥିଲେ । ହାର ଜିତ ତ ସବୁ ଖେଳାଳୀ ଜୀବନରେ ଆସିଥାଏ, କିନ୍ତୁ ପ୍ରକୃତ ଜୀବନର ସଂଘର୍ଷକୁ ଜିତିଯାଇଥିବା ବିଜେତା ହେଉଛନ୍ତି ଆପଣମାନେ । କାରଣ ଆପଣ ମାନେ ନିଜର ଦୁର୍ବଳତାକୁ ନିଜର ଶକ୍ତି କରିଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସମସ୍ତ ଖେଳାଳିଙ୍କୁ ସମ୍ବୋଧନ କରି କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ଆଥଲେଟ ମାନଙ୍କୁ ଆଗାମୀ ଏସିଆନ ପାରା ଗେମ୍ସ ରେ ଦେଶ ପାଇଁ ଗୌରବ ଆଣିବାକୁ କହିଥିଲେ ଏବଂ ଏହି ଅବସରରେ ଓଡିଶା କଣ୍ଟିଜେଣ୍ଟର ୪୦ଜଣ ଆଥଲେଟଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଅଭିନନ୍ଦନ ଜଣାଇଥିଲେ…
ଭୁବନେଶ୍ବର: ବଜେଟ ଆଲୋଚନାରେ ଗତକାଲି ପୂର୍ତ୍ତମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ନିଜ ବିଭାଗର ଖର୍ଚ୍ଚଦାବୀ ଉପସ୍ଥାପିତ କରିଥିଲେ। ଏଥିରେ ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ ୧୫,୦୦୦ କିଲୋମିଟର ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି। ବଜେଟ ଉପସ୍ଥାପନା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ହରିଚନ୍ଦନ ସମସ୍ତ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଏହି ଆର୍ଥିକ ବର୍ଷ ପାଇଁ ପ୍ରଶାସନିକ ବ୍ୟୟ ଅଧୀନରେ ୨୭୨୫.୦୦ କୋଟି ଟଙ୍କା ଏବଂ କାର୍ଯ୍ୟକ୍ରମ ବ୍ୟୟ ଅଧୀନରେ ୧୦୭୨୬.୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଏହା ଅନୁସାରେ, ପୂର୍ତ୍ତ ବିଭାଗ ପାଇଁ ମୋଟ ୧୩୪୫୧.୦୦ କୋଟି ଟଙ୍କାର ବଜେଟ୍ ପ୍ରସ୍ତାବ ରହିଛି। ପୂର୍ତ୍ତ ବିଭାଗ ଆଗାମୀ ୫ ବର୍ଷ ମଧ୍ୟରେ ୧୫,୦୦୦ କିଲୋମିଟର ବିଶ୍ୱସ୍ତରୀୟ ରାସ୍ତା ନେଟୱାର୍କ ଉନ୍ନୟନ ଓ ନିର୍ମାଣ ପାଇଁ ପରିକଳ୍ପନା କରିଛି। ବର୍ତ୍ତମାନ ପୂର୍ତ୍ତ ବିଭାଗ ଅଧୀନରେ ରାଜ୍ୟ ରାଜପଥ ୪୧୧୨ କି.ମି., ପ୍ରମୁଖ…
ଭୁବନେଶ୍ବର: ଓଡିଶା ମାଟି ତଳେ ଯେ, କେବଳ ଲୁହା ଓ ବକ୍ସସାଇଟ ଅଛି ତାହା ନୁହେଁ। ଏହି ମାଟି ତଳେ ମଧ୍ୟ ହୀରା ଓ ମାଣିକ ପଥରର ସନ୍ଧାନ ମିଳିଛି। ଆଜି ବିଧାନ ସଭାରେ ଏହି ଉତ୍ତର ରଖିଛନ୍ତି ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା। ସେ କହିଛନ୍ତି ଯେ, ଓଡିଶାର ନୂଆପଡା ଜିଲ୍ଲାର ନୂଆପଡା ବ୍ଲକ ଅଧିନରେ ଥିବା କାଲମିଦାଦର ଅଞ୍ଚଳରେ ଏହି ସନ୍ଧାନ ମିଳିଛି। ତେବେ ଏ ନେଇ ଅଧିକ ଅନୁସନ୍ଧାନ ଚାଲିଛି। ସେହିପରି ସେ କହିଛନ୍ତି ଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ହିଞ୍ଜିଳିବାହାଲ-ଜିଲିଙ୍ଗିବାର ମାଣିକ ପଥର ଖଣି ଥିବାର ସନ୍ଧାନ ମଧ୍ୟ ମିଳିଛି। ସେ ନେଇ ମଧ୍ୟ ଅଧିକ ଅନୁସନ୍ଧାନ ଚାଲିଛି। ରାଜ୍ୟରେ ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ ଅନ୍ତର୍ଗତ ଆଦାସ-ରାମପାଲ୍ଲୀ ଅଞ୍ଚଳରେ ତମ୍ଵା ପଥର, ଗ୍ରାଫାଇଟ୍, ନିକେଲ ସହିତ ସୁନା ଥିବାର ଜଣାପଡିଛି । ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଅନ୍ତର୍ଗତ ମଦନାସାହି-କାଞ୍ଜିଆ ଅଞ୍ଚଳରେ ତମ୍ବାବାହୀ…
ଭୁବନେଶ୍ବର: ବହୁ ବାଦବିବାଦ ତଥା ଚର୍ଚ୍ଚା ପରେ ଆଜି ବିଜୁ ନବୀନ ଟ୍ରଷ୍ଟକୁ ନେଇ ମୁହଁ ଖୋଲିଛନ୍ତି ବିରୋଧୀ ଦଳର ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ଏ ନେଇ ବିଧାନସଭାର ଶୂନ୍ୟ କାଳରେ ଶାସକ ଦଳର ସଦସ୍ୟ ହୋ ହାଲ୍ଲା କରିଥିଲେ। ଏହି ଟ୍ରଷ୍ଟ କଣ ପାଇଁ ଗଠନ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ। ଏହାର କିଛି ହୀନ ଉଦ୍ଦେଶ୍ୟ ରହିଛି କି ବୋଲି ଜାଣିବାକୁ ଚାହିଁଥିଲେ। ସେତିକି ନୁହେଁ ଏହି ଟ୍ରଷ୍ଟକୁ ନେଇ ଖୋଲାସା କରିଥିବା ନେତ୍ରୀ ଶ୍ରୀମୟୀ ମିଶ୍ର ମଧ୍ୟ ବିଭିନ୍ନ ସମୟରେ ପ୍ରଶ୍ନ କରିବାରେ ଲାଗିଛନ୍ତି। ଟ୍ରଷ୍ଟର ସମସ୍ତ ନଥୀପତ୍ର ତାଙ୍କ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରି ରାଜନୀତିକୁ ସରଗରମ କରିଛନ୍ତି। ଏହି ଟ୍ରଷ୍ଟ ମାଧ୍ୟମରେ କଣ ବିଜେଡି ଟଙ୍କା ହେରଫେର କରାଯିବାର ଯୋଜନା ରହିଛି କି ବୋଲି ପ୍ରଶ୍ନ କରିଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚହଳ ସୃଷ୍ଟି କରିଛି।…
ଭୁବନେଶ୍ୱର: ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସମାରୋହ ସ୍ଥାନୀୟ କୃଷି ଶିକ୍ଷା ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ସଭା କାର୍ଯ୍ୟକ୍ରମରେ କେନ୍ଦ୍ର ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ଡାକ୍ତର ପ୍ରଧାନଙ୍କୁ ଭାରତୀୟ ରାଜନୀତିର ଏକ ଦୀପ୍ତିମନ୍ତ ମୂଳାଧାର ସ୍ତମ୍ଭ ବୋଲି ରକ୍ଷାମନ୍ତ୍ରୀ ଶ୍ରୀ ସିଂହ କହିଥିବା ବେଳେ ତାଙ୍କୁ ଓଡ଼ିଶାର ଜଣେ ସ୍ଥିତପ୍ରଜ୍ଞ ରାଜନେତା ଭାବେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ବର୍ଣ୍ଣନା କରିଥିଲେ । ରକ୍ଷାମନ୍ତ୍ରୀ ଶ୍ରୀ ସିଂହ କହିଥିଲେ ଯେ ସହଜତା, ସରଳତା ଓ ସଠିକ୍ ଭାବ ଡାକ୍ତର ପ୍ରଧାନଙ୍କ କାର୍ଯ୍ୟରେ ପରିଲକ୍ଷିତ ହେଉଥିଲା। ଖୁବ୍ କମ୍ ସମୟ ପାଇଁ ହେଉ ମଧ୍ୟ ତାଙ୍କ ସହିତ ଉଦ୍ବୁଦ୍ଧ ଭାବେ କାମ କରିବାର ସୁଯୋଗ ପାଇଛି ଆଉ ଏହା ମଧ୍ୟ ଜାଣିଛି ଯେ, କହିବା ଏବଂ…
ଭୁବନେଶ୍ବର: ଆଜି ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ସହିତ ବହୁ ବିଜେପି ନେତା ସ୍ବାଗତ କରିଥିଲେ। ସେଠାରୁ ସେ ରାଜ୍ୟ ଅତିଥୀ ଭବନ ଯାଇଥିଲେ। ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ବିଜେପି ପ୍ରଭାରୀ ବିଜୟ ସିଂପାଲ ତୋମାର ପ୍ରମୁଖ ଯୋଗଦେଇଥିଲେ।ଆଜି ସଂଧ୍ୟାରେ ରାଜନାଥ ସିଂ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଯୋଗଦେଉଛନ୍ତି।
ଭୁବନେଶ୍ବର: କଟକ ଏସସିବି ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟଣା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ଗତକାଲି ସେ କଟକ ଯାଇ ଘଟଣାସ୍ଥଳ ଅନୁଧ୍ୟାନ କରିଥିଲେ। ଆଜି ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀ ତୁରୁନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବୀ କରିଛନ୍ତି। ସେ କହିଛନ୍ତି ଯେ, କଟକ ଏସସିବି ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ ମୋତେ ବ୍ଯଥିତ କରିଛି। ଗତକାଲି ମୁଁ କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିଦର୍ଶନ କରିଥିଲି। ସେଠାରେ ମୁଁ ଯାହା ଦେଖିଲି, ତାହା କେବଳ ଏକ ଦୁଃଖଦ ଦୁର୍ଘଟଣାର ଦୃଶ୍ୟ ନଥିଲା, ବରଂ ଆମ ରାଜ୍ୟର ଏହି ପ୍ରମୁଖ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ବିପର୍ଯ୍ୟସ୍ତ ସୁରକ୍ଷା ବ୍ୟବସ୍ଥାର ଏକ ନଗ୍ନ ଚିତ୍ର ଥିଲା। ସୋମବାର ଭୋର ସମୟରେ ଟ୍ରମା କେୟାର ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡ ୧୧ଟି ମୂଲ୍ୟବାନ ଜୀବନ ନେଇଯାଇଛି।…
ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ଶେଷ ହେବା ପରେ ବର୍ତ୍ତମାନ ରାଜନୀତି ଜୋରଦାର ହୋଇପଡିଛି। କାରଣ ହେଲା ବିଧାୟକଙ୍କ କ୍ରସ ଭୋଟିଂ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା। ତେବେ ଏହି କ୍ରସ ଭୋଟିଂ କରିଥିବା କଂଗ୍ରେସ ବିଧାୟକଙ୍କ ବିରୋଧରେ କଂଗ୍ରେସ ପଦକ୍ଷେପ ଆଗମ୍ଭ କରିଛି। ଆଜି ଦଳ ଏହି ତିନି ଜଣଙ୍କୁ ଦଳରୁ ନିଲମ୍ବନ କରିଛି। ସେତିକି ନୁହେଁ ସେମାନଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ କଂଗ୍ରେସ ବାଚସ୍ପତିଙ୍କୁ ଚିଠି ଲେଖି ଜଣାଇଛି। ସେମାନେ ହେଲେ କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦ୍ଦୋଷ, ରମେଶ ଜେନା ଏବଂ ଦାଶରଥି ଗମାଙ୍ଗ। ଏଥିସହିତ ବିଧାନସଭାରେ ଏମାନଙ୍କ ଆସନ ଅଲଗା କରାଯାଉ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏ ନେଇ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଏହି ତିନି ବିଧାୟକ କଂଗ୍ରେସ ଟିକେଟରେ ବିଜୟ ଲାଭ କରିଛନ୍ତି। ସେଥିପାଇଁ ଏମାନେ ଦଳୀୟ ନିୟମ ଭିତରେ ରହିବା କଥା। ହେଲେ ସେମାନେ…
Common PG Entrance Test (CPET) ପରୀକ୍ଷା ପାଇଁ ଆବେଦନ କରିବାର ସମୟ ସୀମାକୁ ବୃଦ୍ଧି କରାଯାଇଛି। ଆବେଦନର ସମୟ ସୀମାକୁ ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। CPET ପରୀକ୍ଷା ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ ମାର୍ଚ୍ଚ ୧୮ ତାରିଖ ରାତି ୧୧.୪୫ ଘଟିକା ପର୍ଯ୍ୟନ୍ତ ସାମ୍ସ (SAMS) ପୋର୍ଟାଲକୁ ଯାଇ ନିଜର Common Application Form (CAF) ପୂରଣ କରିପାରିବେ। ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମସୟସୀମା ଅନୁସାରେ, CPET ପରୀକ୍ଷା ଆବେଦନ ପାଇଁ ମାର୍ଚ୍ଚ ୧୫ ତାରିଖ ଶେଷ ତାରିଖ ରହିଥିଲା। କିନ୍ତୁ, ଛାତ୍ରଛାତ୍ରୀମାନଙ୍କ ବୃହତ୍ତର ସ୍ୱାର୍ଥ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆବେଦନର ସମୟସୀମାକୁ ବୃଦ୍ଧି କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ, ୨୦୨୬-୨୭ ଶିକ୍ଷାବର୍ଷରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନଙ୍କୁ Common PG Entrance Test (CPET) ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ପଡ଼ିବ। ଏପ୍ରିଲ…
ଭୁବନେଶ୍ବର: ଶେଷ ହେଲା ରାଜ୍ୟସଭା ନିର୍ବାଚନ। ଏଥିରେ ବିଜେପିର ଦୁଇ ପ୍ରାର୍ଥୀ ଏବଂ ବିଜେଡିର ଜଣେ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ସେମାନେ ହେଲେ ବିଜେପିର ମନମୋହନ ସାମଲ, ସୁଜିତ କୁମାର। ସେହିପରି ବିଜେଡିର ସନ୍ତୃପ୍ତ ମିଶ୍ର ମଧ୍ୟ ବିଜୟ ହୋଇଛନ୍ତି। ତେବେ ବିଜେପିର ଦୁଇ ପ୍ରାର୍ଥୀ ଜିତିବା ପରେ ସେମାନଙ୍କୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ବିଧାନସଭା ପ୍ରକୋଷ୍ଠରେ ଫୁଲତୋଡା ଦେଇ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିବା ଦଳର ମାନ୍ୟବର ରାଜ୍ୟ ସଭାପତି ଶ୍ରୀମନମୋହନ ସାମଲ,ଦଳର ବରିଷ୍ଠ ନେତା ଶ୍ରୀ ସୁଜିତ କୁମାରଏବଂ ଦଳ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ଦିଲ୍ଲୀପ ରାୟଙ୍କୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ସେ କହିଛନ୍ତି…
ଭୁବନେଶ୍ବର: ଶେଷରେ ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। କ୍ରସ ଭୋଟିଂ କଲେ ଉଭୟ କଂଗ୍ରେସ ଓ ବିଜେଡି ବିଧାୟକ। ସେମାନେ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ନ ଦେଇ ବିରୋଧୀ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି। ଫଳରେ ଓଡିଶା ରାଜନୀତିରେ ଏହା ହଲଚଲ ସୃଷ୍ଟି କରିଛି। ଏହି କ୍ରସ ଭୋଟିଂରୁ ସ୍ପଷ୍ଟ ହୋଇଛି ଯେ, ଚତୁର୍ଥ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟ ଲାଭ କରିବା ନିଶ୍ଚିତ ହୋଇଛି। ନଅ କ୍ରସ ଭୋଟିଂ ମଧ୍ୟରୁ ବିଜେଡିର ଛଅ ଜଣ ଥିବା ବେଳେ କଂଗ୍ରେସରୁ ତିନି ଜଣ ଅଛନ୍ତି। କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକ ଚକ୍ରମଣି କହଁର, ବାଲିଗୁଡ଼ା ବିଧାୟକ ସୌଭିକ ବିଶ୍ବାଳ, କଟକ-ଚୌଦ୍ଵାର ବିଧାୟକ ନବ କିଶୋର ମଲ୍ଲିକ, ଜୟଦେବ ବିଧାୟକ ସୁବାସିନୀ ଜେନା, ବସ୍ତା ବିଧାୟକ ଦେବୀ ରଂଜନ ତ୍ରିପାଠୀ, ବାଙ୍କି ବିଧାୟକ ରମାକାନ୍ତ ଭୋଇ, ତିର୍ତ୍ତୋଲ ବିଧାୟକ କ୍ରସ ଭୋଟି କରିଥିବା କଂଗ୍ରେସ ବିଧାୟକ କଂଗ୍ରେସ…
ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ବିଧାନସଭାର ୫୪ ପ୍ରକୋଷ୍ଠରେ ଆରମ୍ଭ ହୋଇଛି ମତଦାନ ପକ୍ରିୟା। ଏଥିରେ ଚାରିଟି ଖାଲିଥିବା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଆସନ ପାଇଁ ପାଞ୍ଚଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି। ତେବେ ତିନୋଟି ଆସନରେ ବିଜେପି ଓ ବିଜେଡି ପ୍ରାର୍ଥୀ ଜିତୁଥିବା ବେଳେ ଚତୁର୍ଥ ଆସନ କାହାର ହେବ ସେ ନେଇ ଚାଲିଛି ଛକାପଞ୍ଚା। ବର୍ତ୍ତମାନ ବିଧାନସଭାରେ ଉପସ୍ଥିତ ଅଛନ୍ତି ମୁକ୍ୟମନ୍ତ୍ରୀ ମୋହନ ମାଝୀ। ସେହିପରି ବିଜେପିର ବିଧାୟକମାନେ ପାରାଦ୍ବୀପରୁ ଏକାଠି ଆସି ବିଧାନସଭାରେ ପହଞ୍ଚି ସାରିଲେଣି। କଂଗ୍ରେସର ବିଧାୟକମାନେ ମଧ୍ୟ ବାଙ୍ଗାଲୁରୁ ଆସି ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି। ସେମାନେ ମଧ୍ୟ ବିଧାନସଭାରେ ଉପସ୍ଥିତ ଅଛନ୍ତି। କଂଗ୍ରେସ ସଭାପତି ଭକ୍ତ ଦାସ ମତଦାନ ପକ୍ରିୟାକୁ ଅନୁଧ୍ୟାନ କରିବା ପାଇଁ ସେ ମଧ୍ୟ ଉପସ୍ଥିତ ଅଛନ୍ତି। ସେହିପରି ବିଜେଡି ବିଧାୟକମାନେ ସମସ୍ତେ ନବୀନ ନିବାସରେ ଏକାଠି ହୋଇଥିଲେ। ସେମାନେ ମଧ୍ୟ ନବୀନ ନିବାସରୁ ଆସି ବିଧାନସଭା ପରିସରରେ ପହଞ୍ଚି…
ଭୁବନେଶ୍ବର:କଟକ ହସପିଟାରେ ଘଟିଯାଇଥିବା ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, କଟକ ଏସସିବି ମେଡିକାଲରେ ଅଗ୍ନିକାଣ୍ଡ ଘଟି ଏକାଧିକ ଲୋକଙ୍କ ମୃତ୍ୟୁ ହେବା ଅତ୍ୟନ୍ତ ଦୁଃଖଦାୟକ। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ଏଥିସହ ଅଗ୍ନିକାଣ୍ଡରେ ଗୁରୁତର ଆହତ ହୋଇଥିବା ଲୋକଙ୍କ ଆଶୁଆରୋଗ୍ୟ କାମନା କରୁଛି। ରାଜ୍ୟ ସରକାର ସମସ୍ତ ଆହତଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ସୁନିଶ୍ଚିତ କରନ୍ତୁ। ଘଟଣାସ୍ଥଳରେ ପହଞ୍ଚି ସହାୟତା ଯୋଗାଇ ଦେବାକୁ କଟକର ମେୟର ଏବଂ ଟାଙ୍ଗୀ ଚୌଦ୍ୱାର ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛି।
କଟକ: ଏସ ସି ବି ମେଡିକାଲ ଟ୍ରମା କେଆର୍ ଆଇସିୟୁ ରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡ ଘଟଣା ସମ୍ପର୍କ ରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଏହି ଅଗ୍ନିକାଣ୍ଡ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନିକାଣ୍ଡ ରେ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବାସହ ଅନ୍ୟ ରୋଗୀ ମାନଙ୍କୁ ତୁରନ୍ତ ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତରିତ କରି ଚିକିତ୍ସା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ଅଗ୍ନିକାଣ୍ଡ ଯୋଗୁଁ ମୃତ୍ୟୁ ଘଟିଥିବା ପ୍ରତ୍ୟେକଙ୍କ ନିକଟତମ ଆତ୍ମୀୟ ଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ରୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଚିକିତ୍ସିତ ହେଉଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ମାନଙ୍କୁ ଭେଟି ଆଶ୍ଵାସନା ଦେଇଛନ୍ତି । ଆଇ ସି ୟୁ ରୁ…
କଟକ: ଆଜି କଟକ ମେଡିକାଲରେ ଏକ ବଡ ଦୁର୍ଘଟଣା ଘଟିଯାଇଛି। ଏହି ବଡ ହସପିଟାଲର ଏକ ୱାର୍ଡରେ ନିଆଁ ଲାଗିଯିବା ପରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସେଠାରେ ଏକ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି। ନିଆଁ ଲାଗିବା ସମୟରେ ସେଠାରେ ପ୍ରାୟ ବାଇଶ ଜଣ ରୋଗୀ ଚିକିତ୍ସିତ ହେଉଥିଲେ। ତେବେ କେଉଁ କାରଣରୁ ଏପରି ଦୁର୍ଘଟଣା ଘଟିଲା ତାହା ଜଣାପଡି ନାହିଁ। ପ୍ରାରମ୍ଭିକ ସୂଚନା ଅନୁସାରେ ଏହା ସର୍ଟ ସର୍କିଟ ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି ଘଟଣାରୁ ଜଣାପଡିଛି ଯେ, ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ସେତେବେଳେ ରୋଗୀମାନେ ବିଶ୍ରାମ ନେଉଥିଲେ। ହଠାତ ଏପରି ହେବ ବୋଲି କେହି ଜାଣିବା ପୂର୍ବରୁ ସବୁ ଛାରଖାର ହୋଇଯାଇଥିଲା। ଖବର ପାଇ ଦମକଳ ବାହିନୀ ପହଞ୍ଚି ସେଠାରେ ନିଆଁକୁ ନିୟନ୍ତ୍ରଣ କରିଥିଲେ।

