Author: Samikhsya Bureau

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗ ସଚିବ, ବରିଷ୍ଠ ବିଭାଗୀୟ ଅଧିକାରୀ ଯୋଗଦେଇ ରାଜ୍ୟରେ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।ତନ୍ମଧ୍ୟରୁ ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ କାର୍ଯ୍ୟରତ ଆୟୁଷ (ଆୟୁର୍ବେଦିକ ଓ ହୋମିଓପ୍ୟାଥିକ) ଡାକ୍ତର ନିଜ ଟ୍ରେଡ଼ ରେ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଔଷଧ ରୋଗୀଙ୍କୁ ଲେଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏଥିପାଇଁ ଖୁବ ଶୀଘ୍ର ରାଜ୍ୟର ସମସ୍ତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କୁ ବିଭିନ୍ନ ବର୍ଗର ଆୟୁର୍ବେଦ ଓ ହୋମିଓପ୍ୟାଥିକ ଔଷଧ ଲୋକଙ୍କ ଚାହିଦା ମୁତାବକ ପଂହଚାଇଦେବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିଭାଗୀୟ ଅଧିକାରୀ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଆଶା ପୋଷଣ କରିଥିଲେ। ଏ ସମ୍ପର୍କରେ ରାଜ୍ୟର ପୂର୍ବତନ ସ୍ଵାସ୍ଥ୍ୟ ସଚିବ ଆରତୀ ଆହୁଜା ମଧ୍ୟ ପୂର୍ବରୁ ବିଭାଗୀୟ ନୋଟିସ ଜାରି କରିଥିଲେ ଯେ ଆୟୁଷ…

Read More

ନୂଆଦିଲ୍ଲୀ: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଗତକାଲି କେନ୍ଦ୍ର ରାଜପଥ ଓ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରିଙ୍କୁ ସାକ୍ଷାତ କରିଛନ୍ତି। ଏଥିରେ ସେ ତାଙ୍କ ନିର୍ବାଚନ ମଣ୍ଡଳୀ ତଥା ଓଡିଶାର କେତେକ ପ୍ରକଳ୍ପ ପାଇଁ ସେ ଆଲୋଚନା କରିବା ସହିତ ଅନୁମୋଦନ ମଧ୍ୟ କରାଇଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ ରହିଛି ଜାତୀୟ ରାଜପଥ 57 ବ୍ରହ୍ମଗିରିଠାରେ ଏକ ଅଣ୍ଡର ପାସ ନିର୍ମାଣ, ବେଗୁନିଆ, ସୁନାଖଳା ଏବଂ ପୁବୁସାହିରେ ତିନୋଟି ବାଇପାସ, ଖୋର୍ଦ୍ଧା ନୟାଗଡ ଜାତୀୟ ରାଜପଥକୁ ଚାରି ଲେନ ବିଶିଷ୍ଠ କରିବା ପାଇଁ ଆଲୋଚନା କରିଛନ୍ତି। ଏସବୁ କାର୍ଯ୍ୟ କରିବା ପାଇଁ କେନ୍ଦ୍ରମନ୍ତ୍ରୀ 111 କୋଟି ଟଙ୍କା ଅନୁମୋଦନ କରାଇଛନ୍ତି ବୋଲି ନିଜ ସାମାଜିକ ଗଣମାଧ୍ୟମରେ ସାଂସଦ କହିଛନ୍ତି। ପୂର୍ବରୁ ସେ ନୀତିନ ଗଡକରିଙ୍କୁ ସାକ୍ଷାତ କରି ଭୁବନେଶ୍ବର ସଂସଦୀୟ ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟର ଅନୁମୋଦନ କରାଇଥିଲେ।

Read More

ବାଣପୁର: ଆଜି ବାଣପୁରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଭୁବନେଶ୍ବର ବିମାନ ବନ୍ଦରରୁ ଏକ ସ୍ବତନ୍ତ୍ର ହେଲିକାପ୍ଟରରେ ସେ ବାଣପୁରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏବଂ ପୁରୀ ସାଂସଦ ସମ୍ବିତ ପାତ୍ର ସ୍ବାଗତ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କୁ ବାଣପୁର ପଲଟନ ପଡିଆକୁ ପାଛୋଟି ନିଆଯାଇଥିଲା। ସେଠାରେ ସେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଭିତ୍ତପ୍ରସ୍ତର ସ୍ଥାପନ କରିବେ। ଏଥିରେ ରାଜ୍ୟରେ ୧୧୮ଟି ପ୍ରାଥମିକ ବିଦ୍ୟାଳୟକୁ ଏହି ଯୋଜନାରେ ସାମିଲ କରାଯିବ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀଙ୍କ ସହିତ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ, ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ, ପୂର୍ବତ୍ତନ ବିଧାୟକ ବିଭୂତି ଭୂଷଣ ହରିଚନ୍ଦନ, ମୁଖ୍ୟଶାସନ ସଚିବ ଅନୁଗର୍ଗ ପ୍ରମୁଥ ଯୋଗଦେଇଛନ୍ତି।

Read More

Odisha CM Birthday: ଆଜି ହେଉଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମଦିନ। ସେ 1972 ମସିହା ଜାନୁୟାରୀ 6 ତାରିଖରେ ଜନ୍ମଗ୍ରହଣ କରିଥିଲେ। କେଉଁଝରରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ବର୍ତ୍ତମାନ ଓଡିଶାର ମୁଖ୍ୟମନ୍ତ୍ରୀ ଅଛନ୍ତି। ତାଙ୍କର ଜନ୍ମ ଦିନରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କଠାରୁ ଶୁଭେଚ୍ଛା ବାର୍ତ୍ତା ଆସିବାରେ ଲାଗିଛି। ରାଜ୍ୟ ମନ୍ତ୍ରୀମାନେ ଶୁଭେଚ୍ଛା ଦେବା ସହିତ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ଶୁଭେଚ୍ଛା ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଜଣେ ପରିଶ୍ରମି ନେତା ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାର ପରିଶ୍ରମୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ସେ ଓଡ଼ିଶାର ବିକାଶ ପଥକୁ ବୃଦ୍ଧି କରିବା ଏବଂ ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଉଲ୍ଲେଖନୀୟ ପ୍ରୟାସ କରିଛନ୍ତି। ଲୋକଙ୍କ ସେବାରେ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା…

Read More

Electronics Manufacturing Booms: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଗତ ଏଗାର ବର୍ଷ ମଧ୍ୟରେ ଦେଶରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଛଅ ଗୁଣ ବୃଦ୍ଧି ପାଇଛି ଏବଂ ରପ୍ତାନି ଆଠ ଗୁଣ ବୃଦ୍ଧି ପାଇଛି। ଏକ ସୋସିଆଲ ମିଡିଆ ପୋଷ୍ଟରେ, ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଆପଲ୍ 2025 ରେ 50 ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ମୋବାଇଲ୍ ଫୋନ୍ ପଠାଇଛି। ସେ କହିଛନ୍ତି, ଏହି ପ୍ରଗତି ଇଲେକ୍ଟ୍ରୋନିକ୍ସ ଉତ୍ପାଦଗୁଡ଼ିକୁ ଶ୍ରେଷ୍ଠ ତିନୋଟି ରପ୍ତାନି ସାମଗ୍ରୀ ମଧ୍ୟରେ ସ୍ଥାନ ଦେଇଛି। ମନ୍ତ୍ରୀ କହିଛନ୍ତି ଯେ ଲାପଟପ୍, ସର୍ଭର ଏବଂ ଶ୍ରବଣଯୋଗ୍ୟ ଡିଭାଇସ ନିର୍ମାତାଙ୍କ ସମେତ 46ଟି ଉପାଦାନ ଉତ୍ପାଦନ ପ୍ରକଳ୍ପ ଦେଶର ଅର୍ଥନୀତିର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସେ କହିଛନ୍ତି ଯେ ଏହି ବର୍ଷ ଚାରୋଟି ସେମିକଣ୍ଡକ୍ଟର ପ୍ରକଳ୍ପ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ କରିବ। ଶ୍ରୀ ବୈଷ୍ଣବ ଆଲୋକପାତ କରିଥିଲେ ଯେ ଇଲେକ୍ଟ୍ରୋନିକ୍ସ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣାସୀରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୨ତମ ଜାତୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଛନ୍ତି। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ବାରାଣାସୀର ସାଂସଦ ଭାବରେ ସେ ସମସ୍ତ ଖେଳାଳିଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇ ଖୁସି ଅନୁଭବ କରୁଛନ୍ତି। ଜାତୀୟ ଭଲିବଲ୍ ଚାମ୍ପିଅନସିପ୍ ଆଜି ବାରାଣସୀରେ ଆରମ୍ଭ ହେଉଛି। ଖେଳାଳିମାନେ ଅକ୍ଲାନ୍ତ ପରିଶ୍ରମ ପରେ ଏହି ଜାତୀୟ ଟୁର୍ଣ୍ଣାମେଣ୍ଟରେ ପହଞ୍ଚିଛନ୍ତି ଏବଂ ଆଗାମୀ ଦିନରେ ବାରାଣାସୀର ଭୂମିରେ ସେମାନଙ୍କର କଠିନ ପରିଶ୍ରମର ପରୀକ୍ଷଣ କରାଯିବ। ସେ କହିଛନ୍ତି ଯେ ଦେଶର ୨୮ଟି ରାଜ୍ୟର ଦଳ ଏକାଠି ହୋଇଛନ୍ତି, ଯାହାକି ଏକ ଭାରତ, ଶ୍ରେଷ୍ଠ ଭାରତର ଏକ ସୁନ୍ଦର ଚିତ୍ର ଉପସ୍ଥାପନ କରୁଛି। ପ୍ରଧାନମନ୍ତ୍ରୀ  ଏହି ଚାମ୍ପିଅନସିପରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳଙ୍କୁ ତାଙ୍କର ଶୁଭକାମନା ଜଣାଇଥିଲେ। ବାରାଣାସୀରେ ପ୍ରଚଳିତ ଏକ ପ୍ରବାଦକୁ ଉଲ୍ଲେଖ କରି Prime…

Read More

ଭୁବନେଶ୍ବର: ପ୍ରଖ୍ୟାତ ସଂଗୀତଜ୍ଞ ସୁମନ୍ତ ମହାନ୍ତିଙ୍କ ସ୍ମୃତିରେ ଆୟୋଜିତ ହୋଇଛି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ମୃତି ସୁମନ୍ତ ସଂଧ୍ୟା। ଗତ ଶୁକ୍ରବାର ସଂଧ୍ୟାରେ ଭୁବନେଶ୍ବର ରବିନ୍ଦ୍ର ମଣ୍ଡପରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଅତିଥିଗଣ ସ୍ବର୍ଗତ ସୁମନ୍ତ ମହାନ୍ତିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା। ଏଥିରେ ବିଶିଷ୍ଠ ସଂଗୀତ ସାଧକ ଗୁରୁ ଘନଶ୍ୟାମ ପଣ୍ଡା ଏବଂ ଗୁରୁ ରମେଶଚନ୍ଦ୍ର ଦାସଙ୍କୁ ସ୍ମୃତି ସୁମନ୍ତ ସମ୍ମାନ ପ୍ରଦାନ କରାଯାଇଥିଲା। ସଂଗୀତ ସଂଧ୍ୟା କାର୍ଯ୍ୟକ୍ରମରେ ଓଡିଶୀ ସଂଗୀତଜ୍ଞ ଗୁରୁ ବିଜୟ ଜେନା ଓ ନାଜିଆ ଆଲାମ ସୁମନ୍ତ ମହାନ୍ତିଙ୍କୁ ସଂଗୀତ ସଂଯୋଜିତ ଗୀତ ଗୋବିନ୍ଦ ଗାନ କରିଥିଲେ। ଏହାପରେ ପ୍ରଖ୍ୟାତ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ବର ସ୍ବାଇଁ ସଂଯୋଜନାରେ ବାଦ୍ୟବାଣୀ ଗୁରୁକୂଳ ଶିଳ୍ପୀମାନେ ‘ମୁଡ୍ ଅଫ ଦ ରିଦିମ୍’ ପରିବେଷଣ କରିଥିଲେ। ସେହିପରି ଏକକ ନୃତ୍ୟ କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ନୃତ୍ୟଶିଳ୍ପୀ ନିତ୍ୟାନନ୍ଦ ଦାସ ପଂଗୁ ଲଂଘୟତେ ଗିରି ନୃତ୍ୟ ପରିବେଷଣ…

Read More

ଭୁବନେଶ୍ୱର: ଯାତ୍ରୀ ସୁରକ୍ଷାକୁ ଉନ୍ନତ କରିବା ଏବଂ ରେଳ ଭିତ୍ତିଭୂମିର ନିର୍ଭରଯୋଗ୍ୟତା ସୁନିଶ୍ଚିତ କରିବା ପାଇଁ, ପୂର୍ବ ତଟ ରେଳପଥ ଜାନୁଆରୀ ୨୦୨୬ ମଧ୍ୟରେ ୱାଲ୍ଟେୟାର ମଣ୍ଡଳରେ ସୁରକ୍ଷା-ସମ୍ବନ୍ଧୀୟ ଆଧୁନିକୀକରଣ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ କରିବ। ଫଳସ୍ୱରୂପ, ଟ୍ରେନ୍ ଚଳାଚଳରେ ଅସ୍ଥାୟୀ ଭାବରେ ପରିବର୍ତ୍ତନ ହେବ। ଏହି ସମୟ ମଧ୍ୟରେ କିଛି ପାସେଞ୍ଜର ଏବଂ ଏକ୍ସପ୍ରେସ୍ ଟ୍ରେନ୍ ବାତିଲ, ପୁନଃନିର୍ଦ୍ଧାରଣ ଏବଂ ଗନ୍ତବ୍ୟସ୍ଥଳ ଆଗରୁ ସଂକ୍ଷିପ୍ତ ଉତ୍ପତ୍ତି/ ଅବଧି କରାଯିବ । ବାତିଲ ହେଉଥିବା ଟ୍ରେନଗୁଡ଼ିକ: ଜାନୁଆରୀ ୦୫, ୧୨ ଏବଂ ୧୯, ୨୦୨୬ ରେ: * ଟ୍ରେନ ନମ୍ବର ୫୮୫୨୮/୫୮୫୨୭ ବିଶାଖାପାଟଣା-ରାୟପୁର-ବିଶାଖାପାଟଣା ପାସେଞ୍ଜର * ଟ୍ରେନ ନମ୍ବର ୫୮୫୩୭/୫୮୫୩୮ ବିଶାଖାପାଟଣା-କୋରାପୁଟ-ବିଶାଖାପାଟଣା ପାସେଞ୍ଜର * ଟ୍ରେନ ନମ୍ବର ୧୮୫୧୨ ବିଶାଖାପାଟଣା-କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସ୍ ଜାନୁଆରୀ ୦୬, ୧୩ ଏବଂ ୨୦, ୨୦୨୬ ରେ: * ଟ୍ରେନ ନମ୍ବର ୧୮୫୧୧ କୋରାପୁଟ-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ ଟ୍ରେନ୍‌ଗୁଡ଼ିକର ସମୟରେ ପୁନଃନିର୍ଦ୍ଧାରଣ: * ଟ୍ରେନ ନମ୍ବର…

Read More

ଭୁବନେଶ୍ବର: ଝାଡଖଣ୍ଡ ଉଚ୍ଚ ନ୍ୟାୟାଳୟର ଆୟୋଜନରେ ରାଞ୍ଚୀସ୍ଥିତ ‘ଠାକୁର ବିଶ୍ୱନାଥ ସହଦେଓ’ ଇଣ୍ଡୋର ଷ୍ଟାଡିୟମ୍‌ରେ ଦୁଇଦିନିଆ ୨ୟ ଜାତୀୟ ବିଚାରପତି ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ସହ ଦେଶର ୯ଟି ଉଚ୍ଚ ନ୍ୟାୟାଳୟର ୩୧ଜଣ ବିଚାରପତି ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ପୁରୁଷ ସିଙ୍ଗଲ୍ସ,ପୁରୁଷ ଡବଲ୍ସ,ମହିଳା ସିଙ୍ଗଲ୍ସ ଓ ମିକ୍ସଡ୍ ଡବଲ୍ସ,ମୋଟ ୪ଟି ବର୍ଗରେ ମ୍ୟାଚ୍ ଖେଳାଯାଇଥିଲା। ଗତ ୩ ଜାନୁଆରୀ,ଶନିବାର ଦିନ ଝାରଖଣ୍ଡ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ତାରିକ ସିଂହ ଚୌହାନ ଓ ଭାରତୀୟ ମହିଳା ହକି ଦଳର କ୍ୟାପ୍ଟେନ୍ ନିକ୍କି ପ୍ରଧାନ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନ କରିଥିଲେ। ରବିବାର ଦିନ ଫାଇନାଲ୍ ମ୍ୟାଚ୍ ସହିତ ଟୁର୍ଣ୍ଣାମେଣ୍ଟର ସମାପନ ହୋଇଥିଲା। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ନ୍ୟାୟମୂର୍ତ୍ତି ସାବିତ୍ରୀ ରଥ, ନ୍ୟାୟମୂର୍ତ୍ତି ଭି. ନରସିଂହ ଓ ନ୍ୟାୟମୂର୍ତ୍ତି ଚିତ୍ତରଞ୍ଜନ ଦାଶ, ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ମିକ୍ସଡ୍ ଡବଲ୍ସ ଫାଇନାଲ୍‌ରେ ନ୍ୟାୟମୂର୍ତ୍ତି ସବିତ୍ରୀ ରଥ…

Read More

ନୂଆଦିଲ୍ଲୀ: ପ୍ରମାଣ ନଷ୍ଟ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ କେରଳ ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ଆଣ୍ଟୋନି ରାଜୁ ବିଧାନସଭାରେ ତାଙ୍କର ସଦସ୍ୟତା ହରାଇବେ। କୋର୍ଟ ରାୟକପି ମିଳିବା ପରେ ବିଧାନସଭା ସଚିବାଳୟ ଏକ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରିବ। ନେଦୁମଙ୍ଗଡ ବିଚାର ବିଭାଗୀୟ ପ୍ରଥମ ଶ୍ରେଣୀ କୋର୍ଟ ଗତକାଲି ଆଣ୍ଟୋନି ରାଜୁଙ୍କୁ ତିନି ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ତାଙ୍କୁ ଆଗାମୀ ଛଅ ବର୍ଷ ପାଇଁ ନିର୍ବାଚନ ଲଢ଼ିବାରୁ ମଧ୍ୟ ନିଷେଧ କରାଯାଇଛି। ତଥାପି, କୋର୍ଟ ତାଙ୍କ ଆବେଦନର ଶେଷ ନହେବା ପର୍ଯ୍ୟନ୍ତ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତାଙ୍କର ଦଣ୍ଡ ସାତ ବର୍ଷରୁ କମ୍ ଥିବାରୁ ଏହି ଜାମିନ ପ୍ରଦାନ କରାଯାଇଛି।  34 ବର୍ଷ ପୂର୍ବେ ଘଟିଥିବା ଏକ ଘଟଣାର ସହିତ ଜଡିତ ଏକ ଘଟଣାକୁ ନେଇ ସେ ଦଣ୍ଡିତ ହୋଇଛନ୍ତି। ଏହି ମାମଲରେ ଆଣ୍ଟୋନି ରାଜୁ ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗିରଫ ହୋଇଥିବା ଜଣେ…

Read More

ଭୁବନେଶ୍ବର: ନୂଆରୂପ ପାଇବ ଲୋକସେବା ଭବନ। ଏହାର ପୁନର୍ବିନ୍ୟାସ ପାଇଁ ଡିପିଆର ପ୍ରସ୍ତୁତ ହୋଇସାରିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ଚଳିତବର୍ଷ ଶେଷସୁଦ୍ଧା ସଂପୂର୍ଣ୍ଣ ଲୋକସେବା ଭବନର ପୁନର୍ବିନ୍ୟାସ କାମ ଆରମ୍ଭ ହେବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଲୋକସେବା ଭବନର ବିକାଶ ପାଇଁ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। କାର୍‌ ପାର୍କିଂ ପାଇଁ ଭୂତଳ ପାର୍କିଂ ପରିସର ନିର୍ମାଣ କରାଯିବ। ଏଥିରେ ୫୭୩ଟି କାର୍‌ ରଖିବା ପାଇଁ ପର୍ଯ୍ୟାପ୍ତ ସ୍ଥାନର ବ୍ୟବସ୍ଥା କରାଯିବ । ଗାଡ଼ି ପାର୍କିଂ ଏବଂ ନମ୍ବର ଚିହ୍ନଟ ପାଇଁ ଏଆଇ ପ୍ରଯୁକ୍ତିର ବ୍ୟବହାର କରାଯିବ।

Read More

ନୂଆଦିଲ୍ଲୀ: ନିର୍ବାଚନ କମିଶନ ନାଗରିକମାନଙ୍କୁ ECINet ଆପ୍ ଉନ୍ନତ କରିବା ପାଇଁ ପରାମର୍ଶ ଦାଖଲ କରିବାକୁ ଆମନ୍ତ୍ରଣ କରିଛନ୍ତି। ଏହା ହେଉଛି ଭୋଟର ସେବା ଏବଂ ନିର୍ବାଚନ ସମ୍ବନ୍ଧୀୟ ସୂଚନାକୁ ବୃଦ୍ଧି କରିବା ପାଇଁ ଏକ ଏକୀକୃତ ଡିଜିଟାଲ୍ ପ୍ଲାଟଫର୍ମ। ନାଗରିକମାନେ ଜାନୁଆରୀ 10 ପର୍ଯ୍ୟନ୍ତ ECINet ଆପ୍ ରେ ‘ସମର୍ଥନ ଏକ ପରାମର୍ଶ’ ଟ୍ୟାବ୍ ମାଧ୍ୟମରେ ସେମାନଙ୍କର ମତାମତ ସେୟାର କରିପାରିବେ। ନିର୍ବାଚନ କମିଶନଙ୍କ ଅନୁଯାୟୀ, ECINet ଆପ୍‌ର ପରୀକ୍ଷାମୂଳକ ସଂସ୍କରଣ ଉନ୍ନତ ଭୋଟର ସେବା, ମତଦାନ ପ୍ରତିଶତ ଧାରାଗୁଡ଼ିକର ଦ୍ରୁତ ଉପଲବ୍ଧତା ଏବଂ ମତଦାନ ବନ୍ଦ ହେବାର 72 ଘଣ୍ଟା ମଧ୍ୟରେ ଇଣ୍ଡେକ୍ସ କାର୍ଡ ପ୍ରକାଶନ ପ୍ରଦାନ କରେ। ଯାହା ପୂର୍ବରୁ କିଛି ସପ୍ତାହ କିମ୍ବା ମାସ ମଧ୍ୟ ସମୟ ନେଇଥାଏ। ବିହାର ବିଧାନସଭା ନିର୍ବାଚନ 2025 ଏବଂ ପରବର୍ତ୍ତୀ ଉପନିର୍ବାଚନ ସମୟରେ ଏହି ଆପ୍ ସଫଳତାର ସହ ପରୀକ୍ଷଣ କରାଯାଇଥିଲା। କମିଶନ କହିଛନ୍ତି ଯେ ନାଗରିକମାନଙ୍କଠାରୁ ପ୍ରାପ୍ତ…

Read More

ଭୁବନେଶ୍ବର: ଗତକାଲି ଭୁବନେଶ୍ୱର ରୂପାଲି ଛକ ନିକଟରେ ଆମ ବସ ଓ ଅଟୋ ମଧ୍ୟରେ ଧକା ହେବ ଫଳରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ଏ ଘଟଣାରେ ଆହତ ହୋଇଥିବା ଛାତ୍ରୀଙ୍କ ଆଶୁ ଆରୋଗ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି। ତେବେ ‘ଆମ ବସ’ ପରିବହନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ମୁଖ୍ୟମନ୍ତ୍ରୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଆମ ବସ ପରିଚାଳନା ସଂସ୍ଥା CRUT ସହିତ ସମନ୍ୱୟ ରକ୍ଷା କରି ଏ ସମସ୍ୟାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନେବାକୁ ସେ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ଆମ ବସ ଡ଼୍ରାଇଭର ମାନଙ୍କ ଦକ୍ଷତା ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଆରୋପ କରିଛନ୍ତି। ଏଥିପାଇଁ ନିୟମିତ…

Read More

ବାଣପୁର: ଆସନ୍ତା ୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳି ଅନ୍ତର୍ଗତ ବାଣପୁର ଆସିବେ ବୋଲି ଜଣାପଡିଛି। ବାଣପୁର ପଲଟନ ପଡିଆରୁ ମୁଖ୍ୟମନ୍ତ୍ରୀ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ରାଜ୍ୟବ୍ୟାପି ଶୁଭାରମ୍ଭ କରିବେ। ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜନ୍ମସ୍ଥାନ ବାଣପୁରରୁ ଉକ୍ତ ମହତ ଯୋଜନାର ଶୁଭାରମ୍ଭ କରିବେ ରାଜ୍ୟ ସରକାର। ଏଥିପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କିପରି ସଫଳ ହେବ ସେଦିଗରେ ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ଘନ ଘନ ବୈଠକ ଜାରି ରଖିଛନ୍ତି। ବାଣପୁର ଗୋଦାବରୀଶ ବିଦ୍ୟାପୀଠରୁ ଏହି ଯୋଜନାର ଆରମ୍ଭ ହେବାକୁ ଥିବାବେଳେ ରାଜ୍ୟବ୍ୟାପି ପଲଟନ ପଡିଆରୁ ଏହାର ସିଧା ପ୍ରସାରଣ ହେବ ବୋଲି ଜଣାପଡିଛି। ଏହି ଯୋଜନା ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। ସମୁଦାୟ ୬,୭୯୪ଟି ବିଦ୍ୟାଳୟ…

Read More

ଭୁବନେଶ୍ବର: ଆଜି ବର୍ଷର ପ୍ରଥମ ରବିବାରରେ ଆରମ୍ଭ ହୋଇଛି ଭୁବନେଶ୍ବର ପଥ ଉତ୍ସବ। ରାଜଧାନୀବାସୀଙ୍କୁ ବିଭିନ୍ନ ପ୍ରକାରର ମନୋରଂଜନ ଯୋଗାଇ ଦେବା ପାଇଁ ଏହି ଉତ୍ସବର ଆୟୋଜନ କରାଯାଇଛି। ଏହା ଭୁବନେଶ୍ବରର ମାଷ୍ଟରକ୍ୟାଣ୍ଟିନ ଛକରୁ ରାମମନ୍ଦିର ପର୍ଯ୍ୟନ୍ତ ଏହି ଉତ୍ସବ ଆୟୋଜନ କରାଯାଇଛି। ଏଥିରେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଯୋଗଦେଇ ଉତ୍ସବକୁ ଉତ୍ସାହିତ କରିଛନ୍ତି। ମାଷ୍ଟରକ୍ୟାଣ୍ଟିନ ଛକରେ ଆୟୋଜିତ ଏକ ସଭାରେ ମନ୍ତ୍ରୀ ହରିଚନ୍ଦନଙ୍କ ସହିତ ବିଧାୟକ ବାବୁ ସିଂ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ବିଏମସି କମିଶନର ଚଞ୍ଚଳ ରଣା ପ୍ରମୁଖ ଯୋଗଦେଇଥିଲେ। ଆଜି ସକାଳ ଛଅଟାରୁ ଦିନ 11 ଟା ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା। ଏହି ସମୟରେ ଯାନବାହନ ଚଳାଚଳକୁ ବନ୍ଦ କରାଯାଇଥିଲା।

Read More

ଭୁବନେଶ୍ବର: ଆଜି ନୂଆବର୍ଷ ଆରମ୍ଭରୁ Vigilance ଜାଲରେ ଧରାପଡିଛନ୍ତି ଜଣେ ଥାନା ଅଧିକାରୀ। ଜଣେ ମଦ ଦୋକାନୀଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ନୂଆବର୍ଷରେ ମଉଜମଜିଲିସ କରିବା ପରିବର୍ତ୍ତେ ବର୍ତ୍ତମାନ ଜେଲରେ ତାଙ୍କର କଟିବ ଦିନ। ଏହି ଥାନା ଅଧିକାରୀ ହେଉଛନ୍ତି କଟକ ସିଆରଆରଆଇ ଥାନାର ଆଇଆଇସି ବିଜୟ କେତନ ବାରିକ। ବିଜୟ କେତନ ଆଜି ଭୁବନେଶ୍ବର ରାଜମହଲରେ ଜଣେ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନୀଠାରୁ ଚାଲିଶ ହଜାର ଟଙ୍କା ଲାଞ୍ଚି ନେଉଥିବା ବେଳେ ଭିଜିଲାନ୍ସ ଧରିଛି। ତାଙ୍କ ପାଖରୁ ରଙ୍ଗବୋଳା ଟଙ୍କା ଜବତ କରାଯିବା ସହିତ ତାଙ୍କର ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି। ବର୍ତ୍ତମାନ ସୂଚନା ଅନୁସାରେ ତାଙ୍କର ଭୁବନେଶ୍ବର ବାସଭବନରୁ ପାଞ୍ଚ ଲକ୍ଷ ଟଙ୍କା ନଗଦ ମିଳିଛି। ତାଙ୍କୁ ଭିଜିଲାନ୍ସ ଗିରଫ କରିଛି।

Read More

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ, ଓପିସିସିର ପୂର୍ବତନ ସଭାପତି ତଥା ପ୍ରତିଥଯଶା ସାହିତ୍ୟିକ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ କଂଗ୍ରେସ ଭବନ ଠାରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ସଭାପତି ଶ୍ରୀ ଦାସଙ୍କ ସମେତ ଉପସ୍ଥିତ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ପ୍ରଥମେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ବିଶିଷ୍ଟ କଂଗ୍ରେସ ନେତା ମାନସ ଚୌଧୁରୀଙ୍କ ଦ୍ୱାରା ପ୍ରସ୍ତୁତ ଏକ ବୃତ୍ତଚିତ୍ର ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏମ ବିରପ୍ପା ମୋଇଲି, ଏଆଇସିସି ସାଧାରଣ ସମ୍ପାଦକ ତଥା ସାଂସଦ ରଣଦୀପ ସିଂ ସୂର୍ଯେୱାଲା, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଉନ୍ମୋଚନ କରିଥିଲେ। ଶ୍ରଦ୍ଧାସୁମନ ଅର୍ପଣକରି ଏଆଇସିସି ସାଧାରଣ ସମ୍ପାଦକ ଶ୍ରୀ…

Read More

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଅନେକଙ୍କ ପାଇଁ ଜାନକୀବଲ୍ଲଭ ହେଉଛନ୍ତି ଜଣେ ପ୍ରେରଣାଦାୟୀ ଗୁରୁ। ତାଙ୍କ ଜୀବନୀରୁ ସମସ୍ତଙ୍କ ପାଇଁ ସର୍ବଶ୍ରେଷ୍ଠ ଶିକ୍ଷା ହେଉଛି, କୌଣସି ସମସ୍ୟାରେ ବିଚଳିତ ନହୋଇ ନିଜ କର୍ମମୟ ଜୀବନରେ ଆଗକୁ ବଢି ଚାଲିବା। ନିରନ୍ତର କର୍ମ ଓ ଧୈର୍ଯ୍ୟ ହେଉଛି ସଫଳତାର ଅନ୍ୟନାମ। ଆଜି ଭୁବନେଶ୍ବରର କ୍ୟାପିଟାଲ ହାଇସ୍କୁଲ ପଡିଆରେ ଆୟୋଜିତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ବର୍ଗତ ଜାନକୀ ବଲ୍ଲଭ ହେଉଛନ୍ତି ଦୁଇଟି ଦିଗରୁ ପ୍ରଣମ୍ୟ। ପ୍ରଥମଟି ତାଙ୍କ ସାରସ୍ୱତ ଓ ସଂସ୍କୃତି ସଚେତନ ବ୍ୟକ୍ତିତ୍ୱ । ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ବହୁବିଧ କାର୍ଯ୍ୟ କରି ସେ ଓଡ଼ିଆ ଭାଷା ସାହିତ୍ଯର ପ୍ରଚାର ପ୍ରସାର ପାଇଁ ସକ୍ରିୟ ଯୋଗଦାନ କରିଛନ୍ତି । ଦ୍ଵିତୀୟଟି ତାଙ୍କ ନେତୃତ୍ୱର ଦିଗ । ଧୈର୍ଯ୍ୟ, ଯଥାର୍ଥ ସାଙ୍ଗଠନିକ…

Read More

ଭୁବନେଶ୍ବର: ଆଜି ଆକାଶରେ ଦେଖାଯିବ ଏକ ମହାଜାଗତିକ ଦୃଶ୍ୟ। ଯାହାକୁ ଦେଖିବା ପାଇଁ ମହାକାଶ ପ୍ରେମୀ ବେଶ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଆଜି ସଂଧ୍ୟାରେ ଆକଶରେ ଚନ୍ଦ୍ର ବେଶ ବଡ ଦେଖାଯିବା ସହିତ ଉଜ୍ଜଳ ଦେଖାଯିବେ। ଯାହାକୁ ଇଂରାଜୀରେ ସୁପରମୁନ ବୋଲି କୁହାଯାଇଥାଏ। ଆଜି ପୌଷ ପୂର୍ଣ୍ଣିମା ହୋଇଥିବାରୁ ଏହି ଆକାଶରେ ମହାଜାଗତିକ ଦୃଶ୍ୟ ପରିଲକ୍ଷିତ ହେବ। ସୂଚନା ଅନୁସାରେ ଆଜି ଚନ୍ଦ୍ର ଆକାଶରେ ପୂର୍ବ ଅପେକ୍ଷା 14 ପ୍ରତିଶତ ବଡ ଦେଖାଯିବେ। ଏଥିସହିତ ପୂର୍ବ ଅପେକ୍ଷା 30 ପ୍ରତିଶତ ଉଜ୍ଜଳ ଦେଖାଯିବେ। ଫଳରେ ଆକାଶରେ ଚନ୍ଦ୍ରକୁ ଦେଖିବା ପାଇଁ ସମସ୍ତଙ୍କର ଆଗ୍ରହ ସୃଷ୍ଟି ହେବ। କେତେବେଳେ ହେବ ଦୃଶ୍ୟମାନ ରିପୋର୍ଟ ଅନୁସାରେ ଚନ୍ଦ୍ର ଆଜି ଭାରତୀୟ ସମୟ ଅପରାହ୍ନ 4 ଟା ବେଳୁ ଉଜ୍ଜଳ ଦେଖାଦେବେ। ଏହା ଧିରେ ଧିରେ ବୃଦ୍ଧି ପାଇବ। ସଂଧ୍ୟା ବା ରାତି ବେଳକୁ ଏହା ସ୍ପଷ୍ଟ ଦୃଶ୍ୟମାନ ହେବ। ଏହ ସମୟରେ ପୃଥିବୀଠାରୁ…

Read More

ଭୁବନେଶ୍ୱର: ନିକଟରେ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା। ହେଲେ ଏଥିରେ ଓଏଏସ୍, ଓଆର୍‌ଏସ୍ ଆଦି କେତେକ କ୍ୟାଡରରେ ଆଦୌ ପଦବୀ ନଥିବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବାର ଖବର ପ୍ରକାଶିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କରେ ଜାଣିବା ପରେ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ଏହି ସବୁ ପଦବୀ ସମ୍ପର୍କରେ ସମୀକ୍ଷା କରି ଖାଲି ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ଫଳରେ ଓଡିଶା ପ୍ରଶାସନିକ ସେବା (OAS) ରେ ୧୪ଟି, ଓଡିଶା ରାଜସ୍ବ ସେବା (ORS) ରେ ୧୧୩ଟି, ଓଡିଶା ପରିବହନ ସେବା (OTS) ରେ ୧୬ଟି ଓ ଓଡିଶା ମଙ୍ଗଳ ସେବା (OWS) ରେ ୮ଟି ପଦବୀ ପୂରଣ ପାଇଁ ଓଡିଶା ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି। ସମୁଦାୟ ୧୫୧ଟି ଅଧିକ ପଦବୀ ପାଇଁ ଅନୁରୋଧ କରାଯାଇଛି।…

Read More

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଖରିଫ୍‌ ଧାନସଂଗ୍ରହ ଜାରି ରହିଛି । ଧାନ ବିକ୍ରୟ ପାଇଁ ପଞ୍ଜିକୃତ ଚାଷୀ ପ୍ରଦାନ କରିଥିବା ସେମାନଙ୍କ ଚାଷଜମିର ବିବରଣୀକୁ ଆଧାର କରି ଉପଗ୍ରହ ମାଧ୍ୟମରେ ଫଟୋ ଉତ୍ତୋଳିତ କରାଯାଇ ସେହି ପ୍ଲଟଗୁଡ଼ିକର ସବିଶେଷ ତଥ୍ୟ ଗ୍ରହଣ କରାଯାଉଛି। ଏହି ପ୍ରକ୍ରିୟାରେ ଅଣଧାନ, ଅଣକୃଷି ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ମଧ୍ୟ ଚିହ୍ନଟ କରାଯାଉଛି। ଯାହା ଦ୍ୱାରା ଧାନସଂଗ୍ରହରେ ସ୍ୱଚ୍ଛତା ବଜାୟ ରଖିବା ସହ ପ୍ରକୃତ ଚାଷୀ ଲାଭାନ୍ୱିତ ହୋଇପାରିବେ। ଏଥି ନିମନ୍ତେ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୦ଟି ଜିଲ୍ଲାର ୨୬ ଲକ୍ଷ ୧୪ ହଜାର ୧୩୭ଟି ପ୍ଲଟ ମଧ୍ୟରୁ ୨୪ ଲକ୍ଷ ୯୪ ହଜାର ୪୩୭ଟି ପ୍ଲଟର କ୍ଷେତ୍ରୀୟ ସର୍ବେକ୍ଷଣ ଶେଷ ହୋଇଛି। ପଞ୍ଜିକୃତ କୌଣସି ଜମିର ତଥ୍ୟରେ ତ୍ରୁଟି ପରିଲକ୍ଷିତ ହେଲେ ତାହା ସମବାୟ ସମିତିର ଉପନିବନ୍ଧକଙ୍କ ପାଖକୁ କ୍ଷେତ୍ରୀୟ ସ୍ତରରେ ଯାଞ୍ଚ ପାଇଁ ପଠାଯାଏ ।…

Read More