Author: Samikhsya Bureau

ପିଣ୍ଟୁ ବିଷାେୟୀ ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସୁମଣ୍ଡଳ ପଞ୍ଚାୟତର ମେଡିକାଲ ଛକଠାରୁ 6 କରୋନା ପଜିଟିଭ ମିଳିବା ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ସୁମଣ୍ଡଳ ପଞ୍ଚାୟତର ବାଣିଆବାଡ଼ି ଛକଠାରୁ ସୁମଣ୍ଡଳ ମାର୍କେଟ ଲଷ୍ମୀନାରାୟଣ ସାହି, ବାଉରୀ ସାହି, ମେଡିକାଲ ଛକ ବାଣିଆବାଡ଼ିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।ସଂକ୍ରମଣ ଅଧିକ ନ ବ୍ୟାପିବା ପାଇଁ ଏ ଅଂଚଳରେ କଣ୍ଟେନମେଣ୍ଟ ଜୋନ କରାଯାଇଛି । କଣ୍ଟେନମେଣ୍ଟ ଜୋନରେ ଅବସ୍ଥିତ ସମସ୍ତ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବ ।ଲୋକମାନଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଏହାର ପାଖ ପଞ୍ଚାୟତ ବୁରୁଝରୀର କେ ତୋଟାପଡା ଓ ପି ନୂଆଗାଁ ଏବଂ ଶାଙ୍କୁଡ଼ା ପଞ୍ଚାୟତର ତିତିରିଡି, ଚଣ୍ଡପଲି ଓ ଶାଙ୍କୁଡ଼ାକୁ ବଫର ଜୋନ ଭାବେ ଘୋଷଣା କରାଯାଇଛି ।

Read More

ଭୁବନେଶ୍ବର : ଆଜି 14ଟି ଜିଲ୍ଲାରୁ 170 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରେ ମୋଟ୍‌ 170ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପଶ୍ଚିମବଙ୍ଗ ଆମ୍ଫାନ୍‌ ମୁକାବିଲାରୁ ଫେରିଥିବା ଜଣେ  ଏନ୍‌ଡିଆରଏଫ୍‌ କର୍ମଚାରୀ ରହିଛନ୍ତି।  ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 58 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ଓ ନବରଙ୍ଗପୁରର 19 ଜଣ, ରାୟଗଡା ଓ ଗଜପତିରୁ 16 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । କଟକରୁ 14 ଜଣ, କେନ୍ଦ୍ରାପଡା ଓ ପୁରୀରୁ 6 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।  ମାଲ୍‌କାନଗିରିରୁ 5 ଜଣ, ଯାଜପୁର ଙଓ ନୟାଗଡରୁ 3 ଜଣ, ସମ୍ବଲପୁରରୁ 2 ଜଣ, ସେହିପରି କୋରାପୁଟ, ବରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ) ଗଞ୍ଜାମ 1195 811 375 9 0 ଖୋର୍ଦ୍ଧା 771…

Read More

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ 170 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 143ଜଣ ଚିହ୍ନଟ ହୋଇଥିବାବେଳେ 27ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 6ହଜାର350କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1903 ଜଣ। ସେହିପରି ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ରହିଛି 4432 ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 17ଜଣ । ସେହିପରି 7 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

କେଦାର ମିଶ୍ର ହଠାତ ଓଡିଶାର ରାଜନୈତିକ ବାୟୁମଣ୍ଡଳ କିଛିଟା ଚଳଚଞ୍ଚଳ ଲାଗିଲା। କଂଗ୍ରେସ ଓ ବାମପନ୍ଥୀଙ୍କ ସମେତ ରାଜ୍ୟର ଅନ୍ୟ ଛୋଟ ଛୋଟ ରାଜନୈତିକ ଦଳ ଏକାଠି ହୋଇ ସରକାର ବିରୋଧରେ ଧାରଣା ଦେଲେ। ମାର୍ଚ୍ଚ ପରଠୁ ଓଡିଶାରେ ଯେଉଁ ରାଜନୈତିକ ଶିଥିଳତା ଲାଗି ରହିଥିଲା, ସେଥିରେ କିଛିଟା ଉଷ୍ମତା ଦେଖାଦେଲା। ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟମାନେ ସାମାଜିକ ଦୂରତ୍ଵ ନିୟମ ଭାଙ୍ଗି ଆନ୍ଦୋଳନ କରିଥିବାରୁ ପୁଲିସକୁ ସେଥିଲାଗି ଜରିମାନା ମଧ୍ୟ ଦେଲେ। ଅନ୍ତତଃ ତିନିମାସ ପରେ ରାଜ୍ୟରେ ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ ହେବାର ଏହା ଏକ ଉପକ୍ରମ ବୋଲି କୁହା ଯାଇପାରେ।କରୋନା ମହାମାରୀର ସଂକ୍ରମଣ ରୋକିବା ପାଇଁ ଦେଶରେ ଗତ ମାର୍ଚ୍ଚ ୨୪ ତାରିଖରୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ଲାଗୁ ହୋଇଛି। ଏହି ଆଇନ ଅନୁସାରେ କୌଣସି ପ୍ରକାର ରାଜନୈତିକ ସମାବେଶ, ସଭା-ସମିତି ଓ ପ୍ରତିବାଦ ସଭା ପାଇଁ ଅନୁମତି ମିଳୁନାହିଁ। ତେବେ…

Read More

ନୂଆଦିଲ୍ଲୀ : ସାରା ବିଶ୍ବରେ କାୟା ବିସ୍ତାର କରିଛି ମହାମାରୀ କରୋନା । ଦେଶରେ କରୋନାସ୍ଥିତି ବିସ୍ଫୋରକ ସ୍ଥିତି ଆଡ଼େ ଗତି କରୁଛି । ପ୍ରତିଦିନ ଦେଶରେ ଉଦବେଗଜନକ ଭାବେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।  ଆଜି ପୁଣି ଦେଶରେ ପ୍ରାୟ 18 ହଜାର 500 ରୁ ଅଧିକ ମାମଲା ଚିହ୍ନଟ। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 5 ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 15 ହଜାର 500 ପାର ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ 24 ଘଣ୍ଟାରେ 18 ହଜାର 552 ନୂଆ ମାମଲା ସାମନାକୁ ଆସିଛି। 384 ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 5 ଲକ୍ଷ 8  ହଜାର 953 ରେ ପହଂଚିଛି । ଏପର୍ଯ୍ୟନ୍ତ ଭାରତରେ 15 ହଜାର 685 ଜଣଙ୍କ ମୃତ୍ୟୁ…

Read More

ନୂଆଦିଲ୍ଲୀ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ଆଇନ 1989ର ଫର୍ମ-1 ଓ ଫର୍ମ-1 ‘ଏ’ରେ ସଂଶୋଧନ କରାଯାଇଛି । ଏହି ମର୍ମରେ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ଯେଉଁ ନାଗରିକମାନେ ସ୍ୱଳ୍ପ ବା ମଧ୍ୟମ ବର୍ଣ୍ଣାନ୍ଧ (ରଙ୍ଗ ଚିହ୍ନିବାରେ ଅସୁବିଧାର ସମ୍ମୁଖୀନ) ସେମାନେ ଏବେ ଡ୍ରାଇଭିଂ ଲାଇସେନ୍‌ସ ପାଇପାରିବେ । ଜିଏସ୍‌ଆର 401 (ଇ) ଦିନାଙ୍କ 24 ଜୁନ୍‌ 2020ରେ ପ୍ରକାଶିତ ଏହି ବିଜ୍ଞପ୍ତିଟି ଏକ ସାମାଜିକ ଓ ସୁବିଧା ପ୍ରଦାନକାରୀ ନିୟମ । ମନ୍ତ୍ରଣାଳୟ ପକ୍ଷରୁ ଦିବ୍ୟାଙ୍ଗ ନାଗରିକମାନଙ୍କୁ ସମର୍ଥ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ତଦନୁସାରେ ସେମାନେ ପରିବହନ ଜନିତ ସୁବିଧା, ବିଶେଷକରି ଡ୍ରାଇଭିଂ ଲାଇସେନ୍ସ ପାଉଛନ୍ତି । ଏ କ୍ଷେତ୍ରରେ ଠିକ୍‌ଭାବରେ ବର୍ଣ୍ଣ ବା ରଙ୍ଗ  ଚିହ୍ନିପାରୁନଥିବା ଲୋକମାନଙ୍କୁ ଡ୍ରାଇଭିଂ ଲାଇସେନ୍‌ସ ଦେବା କ୍ଷେତ୍ରରେ ଯେଉଁ କଟକଣା…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆଜି ସ୍ଥାନୀୟ ଗାନ୍ଧିପାର୍କଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସହିଦ ଙ୍କୁ ସଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ଗାନ୍ଧିପାର୍କ ଠାରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତ ଚରଣ ଦାସ ଯୋଗ ଦେଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଗଲୱାନ ଘାଟିରେ ଚୀନ ସୈନ୍ୟ ଙ୍କ ବର୍ବରୋଚିତ ଆକ୍ରମଣରେ ସହିଦ ଅମର ଯବାନଙ୍କ ଉଦ୍ଦେଶ୍ୟରେ ମହମବତୀ ପ୍ରଜ୍ବଳନ କରିବା ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରି ସହିଦଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ଶ୍ରୀଦାସ ଏହି ଅବସରରେ ଦେଶବାସୀ ନିକଟରେ ସହିଦ କୋଡିଏ ଜଣ ଅମର ଯବାନଙ୍କ ସହିଦ ଘଟଣା ରେ ପ୍ରଧାନମାନ୍ତ୍ରୀ ଦେଶବାସୀଙ୍କୁ ବିଭ୍ରାନ୍ତ ନ କରି ସତ୍ୟ ତଥ୍ୟ ଉପସ୍ଥାପନ କରିବା ପାଇଁ ଦାବି କରିବା ସହ ଦେଶର ରକ୍ଷା ବିଶେଷଜ୍ଞଙ୍କ ମତ ଓ ଗଣମାଧ୍ୟମର ରିପୋର୍ଟ ସମ୍ପର୍କରେ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗୋଳମୁଣ୍ଡା ଥାନା ଅନ୍ତର୍ଗତ ଡ଼ଃ ବି ଆର ଆମ୍ବେଦକର ଅନାଥ ଆଶ୍ରମର ଶୌଚାଳୟରେ ଏକ ଅନ୍ତେବାସୀ ଛାତ୍ରୀ ରସି ଲଗାଇ ଆତ୍ମହତ୍ୟା କରିବା ଘଟଣା ସାଧାରଣରେ ଚାଞ୍ଚଲ୍ୟ ଖେଳି ଯାଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଚିଚିଆ ପଂଚାୟତ ସ୍ଥିତ ପଣ୍ଡକୁଳ ଗ୍ରାମର ଡ଼ଃ ବି ଆର ଆମ୍ବେଦକର ଅନାଥ ଆଶ୍ରମରେ ଜଣେ ଅନ୍ତେବାସୀ ଛାତ୍ରଛାତ୍ରୀ ଶୌଚାଳୟରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅନ୍ତେବାସୀ ଛାତ୍ରୀ ଜଣକ ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଠନଟ ଗ୍ରାମର ହୋଇଥିବା ବେଳେ ଅନେକ ବର୍ଷ ତଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ମା’ ମଧ୍ୟ ଝିଅ କୁ ଛାଡି କେଉଁଆଡ଼େ ଚାଲିଯାଇଛନ୍ତି। ବାପା ମା ଛେଉଣ୍ଡ ହୋଇଥିବାରୁ ତାଙ୍କୁ ପରିବାର ଲୋକେ ଅନାଥ ଆଶ୍ରମରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଆଶ୍ରମରେ ଦଶପୁର ପୋଲିସ ଫାଣ୍ଡି ଅଧିକାରି ଓ ଗୋଳାମୁଣ୍ଡା…

Read More

ଭୁବନେଶ୍ବର: କରୋନା ଯୋଦ୍ଧାଙ୍କୁ ସମ୍ମାନ ଦାବିରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ପକ୍ଷରୁ ଏକ ଡିଜିଟାଲ ଆନ୍ଦୋଳନ ଆରମ୍ଭ କରାଯାଇଛି। କରୋନା ଭଳି ବିଶ୍ଵ ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ହଜାର ହଜାର ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀମାନେ ଦିନରାତି ଏହାର ମୁକାବିଲା କରିବା ପାଇଁ ଚେଷ୍ଟା କରୁଛନ୍ତି। ଏଭଳି ପରିସ୍ଥିତିରେ ଏହି ଯୁବ କର୍ମଚାରୀମାନେ ଯିଏକି ଆଇଏସ ଏବଂ ଓଏଏସ ମାନଙ୍କ ପରି ଓଡିଶା ପବ୍ଲିକ ସର୍ଭିସ କମିଶନ, ଓଡିଶା ଷ୍ଟାଫ ସିଲ୍ଲେକ୍ସନ କମିଶନ ଓ ଅନ୍ୟାନ ପ୍ରତିଯୋଗିତାମୂଳକ ପରିକ୍ଷାରେ ଉତ୍ତିର୍ଣ୍ଣ ହୋଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଛନ୍ତି। ଏହି ଶ୍ରେଣୀୟ ଯୁବ କର୍ମଚାରୀମାନେ ମାତ୍ର ୮୮୮୦/- ଟଙ୍କା ମାସିକ ବେତନରେ ୬ ବର୍ଷ ପର୍ଯ୍ୟନ୍ତ ଦାଦନ ଖଟୁଛନ୍ତି, ଯାହାକି ସରକାରଙ୍କ ଘୋଷିତ ଦିନମଜୁରିଆରଙ୍କ ପାରିଶ୍ରମିକ ଠାରୁ କମ। ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ଏଭଳି ନିଯୁକ୍ତି ବ୍ୟବସ୍ଥାକୁ ଦୀର୍ଘ…

Read More

ରାଞ୍ଚି:ଝାଡଖଣ୍ଡର କରୋନା ଭାଇରସ୍ ଅପେକ୍ଷା ମାନସିକ ଅବସାଦ ଅଧିକ ବିପଜ୍ଜନକ ପ୍ରମାଣିତ ହେଉଛି। ଲକଡାଉନ୍ ଏବଂ ଅନଲକ୍-୧.୦ ସମୟରେ ରାଜ୍ୟରେ ଘଟିଥିବା ଆତ୍ମହତ୍ୟା ତଥ୍ୟରୁ ଜଣାପଡିଛି ଯେ  ପ୍ରତିଦିନ ଆତ୍ମହତ୍ୟା କରୁଥିବା ଲୋକଙ୍କ ହାରାହାରି ସଂଖ୍ୟା ୫.୫ ଅଟେ। ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ମାର୍ଚ୍ଚ, ଏପ୍ରିଲ ଏବଂ ଜୁନ୍ ୨୫ ତାରିଖ  ପର୍ଯ୍ୟନ୍ତ ୪୪୯  ଜଣ ଆତ୍ମହତ୍ୟା କରିଛନ୍ତି। କେବଳ ଜୁନ୍ ମାସରେ ୧୩୪ ଜଣ ଆତ୍ମହତ୍ୟା କରିଛନ୍ତି। ଝାଡଖଣ୍ଡରେ ପ୍ରତି ୪.୫ ଘଣ୍ଟାରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରୁଥିବା ଜଣାପଡିଛି। ମନସ୍ତତ୍ତ୍ୱବିତ ମାନେ କହିଛନ୍ତି ଯେ ଲକଡାଉନ୍ ଯୋଗୁଁ ମାନସିକ ବିଷାଦ ଲୋକଙ୍କ ମନରେ ଗଭୀର ପ୍ରଭାବ ପକାଊଛି। (ଏଜେନ୍ସି)

Read More

ୱାଶିଂଟନ୍: ଯୁକ୍ତରାଷ୍ଟ୍ର  ଆମେରିକା ଚୀନର ପ୍ରସିଦ୍ଧ  ହୁୱାଇ ଟେକ୍ନୋଲୋଜି ସମେତ ୨୦ ଟି ଚାଇନିଜ୍ କମ୍ପାନୀକୁ ନିଷିଦ୍ଧ କରିବା ଲାଗି ଚିହ୍ନଟ କରିଛି ଏବଂ ତାଲିକାଭୁକ୍ତ କରିଛି। ଏହି କମ୍ପାନୀ ଗୁଡିକ ମୁଖ୍ଯତଃ  ବେଜିଂରେ ସାମରିକ ଶାସନ ଦ୍ୱାରା ନିୟନ୍ତ୍ରିତ। ଚୀନରେ ଆମେରିକାର ପୁଞ୍ଜି ବିନିଯୋଗ ତଥା ଆମେରିକାର  ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଚୀନର ଅନୁ ପ୍ରବେଶକୁ ରୋକିବା ପାଇଁ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ପ୍ରୟାସର ଏକ ଅଂଶ ଭାବରେ ତାଲିକାଭୁକ୍ତ କମ୍ପାନୀଗୁଡିକ ବର୍ତ୍ତମାନ ସମ୍ଭାବ୍ୟ ପ୍ରତିବନ୍ଧକ ସାମ୍ନା କରିବେ। ମିଡିଆ ରିପୋର୍ଟରେ କୁହାଯାଇଛି ଯେ ପେଣ୍ଟାଗନ୍ “ଆମେରିକାରେ କାର୍ଯ୍ୟ କରୁଥିବା କମ୍ୟୁନିଷ୍ଟ ଚାଇନିଜ୍ ସାମରିକ କମ୍ପାନୀ” ର ଏକ ତାଲିକା ଜାରି କରିଛି ଏବଂ ଏଥିରେ ଚୀନ୍ ସରକାର, ସାମରିକ କିମ୍ବା ପ୍ରତିରକ୍ଷା ଶିଳ୍ପ ସହିତ ମାଲିକାନା, ନିୟନ୍ତ୍ରିତ କିମ୍ବା ଅନୁବନ୍ଧିତ ସଂସ୍ଥା ଅନ୍ତର୍ଭୁକ୍ତ। ଏହି ତାଲିକାରେ ଥିବା କମ୍ପାନୀଗୁଡିକ ହେଲେ  ଚୀନ୍ ଆଭିଏସନ୍ ଇଣ୍ଡଷ୍ଟ୍ରି କର୍ପୋରେସନ୍, ଚାଇନା ଏରୋସ୍ପେସ୍ ସାଇନ୍ସ ଆଣ୍ଡ…

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା।ସେହିପରି ଗଞ୍ଜାମ ଜିଲ୍ଲାରେ ମଧ୍ୟ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଂଚାୟତକୁ ସାତ ଦିନ ପଯ୍ୟନ୍ତ ସଟ ଡାଉନ କରିଛନ୍ତି ସ୍ଥାନୀୟ ସରପଞ୍ଚ ସନ୍ତୋଷିନୀ ସାହୁ । ଉକ୍ତ ପଞ୍ଚାୟତରେ କେତେ ଜଣ କରୋନା ପଜେଟିଭ୍‌ ଥିବା ଜାଣିବା ପରେ ଆଜିଠାରୁ ପଞ୍ଚାୟତକୁ ସାତ ଦିନ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ । ଆଜିଠାରୁ ଆସନ୍ତା ଗୁରୁବାର ଯାଏଁ 7 ଦିନିଆ ସଟ୍‌ଡାଉନ୍‌ ରହିବ ସୁମଣ୍ଡଳ ପଂଚାୟତ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ସୁମଣ୍ଡଳ ସରପଞ୍ଚ ସୂଚନା ଦେଇଛନ୍ତି। ଏହି ସଟ୍‌ଡାଉନ୍‌ ମଧ୍ୟରେ ମେଡିସିନ୍‌ ଦୋକାନ ଖୋଲା ରହିବ। ଗତ ସପ୍ତାହଠାରୁ ଜିଲ୍ଲାରେ କୋରନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି।ସଟ୍‌ଡାଉନ୍‌ ସମୟରେ ଘରେ ରହିବା ପାଇଁ ସରପଞ୍ଚ…

Read More

ନୂଆଦିଲ୍ଲୀ : କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଡିସ୍‌ଚାର୍ଜ ହେଲେ ସତ୍ୟେନ୍ଦ୍ର ଜୈନ୍‌। କରୋନା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଡିସ୍‌ଚାର୍ଜ  କରାଯିବ । ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌। ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ଲାଜ୍‌ମା ଥେରାପି ଦିଆଯାଇଥିଲା । ଜୁନ୍‌ 17ରେ ସେ କରୋନା ପଜିଟିଭ୍‌ ଜଣାପଡ଼ିଥିଲେ । ତେବେ ଗତ 22ରେ ଅବସ୍ଥା ଗୁରୁତର ହେବା‌ ପରେ ଅକ୍ସିଜେନ୍‌ ସପୋର୍ଟରେ ଥିଲେ ସତ୍ୟେନ୍ଦ୍ର। ସେ ରାଜୀବ ଗାନ୍ଧି ସୁପର୍‌ ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ସୂଚନାଯୋଗ୍ୟ, ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ବେଶ୍‌ ବୃଦ୍ଧି ଘଟିଛି ।ଦିଲ୍ଲୀରେ ମୋଟ୍‌ 73 ହଜାର 780 ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 2ହଜାର 429କୁ ବୃଦ୍ଧି ହୋଇଛି ।

Read More

କଟକ : କଟକ ସହରରେ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସିଏମ୍‌ସି ପକ୍ଷରୁ ସୂଚନା ରହିଛି । ଆକ୍ରାନ୍ତ ଜଣକ ବାଦାମବାଡି ପରିଡା ସାହିର 25 ବର୍ଷୀୟ ଯୁବକ ବୋଲି ଜଣାପଡିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 33କୁ ବୃଦ୍ଧି ହୋଇଛି । ସେହିପରି ଜଣକର ମୃତ୍ୟୁ ହୋଇଥିବାବେଳେ 21 ଜଣ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା କଟକ ସହରରେ 11ଟି ଆକ୍ଟିଭ୍‌ କେସ୍‌ ରହିଛି ।

Read More

ଭୁବନେଶ୍ବର : କରୋନା କଟକଣାକୁ ବଢାଇଛି ଭୁବନେଶ୍ବର ମହାନଗର ନିଗମ। ଏବେ ସରକାରୀ କ୍ବାରେଣ୍ଟିନ୍‌କୁ ବାଧ୍ୟତାମୂଳକ କରିଛି ବିଏମ୍‌ସି।ଏଣିକି ହଟସ୍ପଟ୍‌ ଜିଲ୍ଲାରୁ ଆସୁଥିବା ଲୋକେ କ୍ବାରେଣ୍ଟିନ୍‌ରେ ରହିବେ। ହଟସ୍ପଟ୍‌ ଜିଲ୍ଲାରୁ ଫେରିଲେ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିପାରିବେନି ।  ହଟସ୍ପଟରୁ ଆସୁଥିବା ଲୋକେ କ୍ବାରେଣ୍ଟିନ୍‌ରେ ରହିବେ ବୋଲି ବିଏମ୍‌ସି କମିଶନର ସୂଚନା ଦେଇଛନ୍ତି । ପୂର୍ବରୁ ବାହାର ଦେଶ ବା ରାଜ୍ୟରୁ ଆସିଲେ କ୍ବାରେଣ୍ଟିନ୍‌ ଯିବାକୁ ପଡୁଥିଲା । ଭୁବନେଶ୍ବରରେ କୋଭିଡ୍‌ ସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ନେଉଛି ବିଏମସି । ଏନେଇ ବିଏମସି ପକ୍ଷରୁ ପ୍ରେସମିଟରେ ସୂଚନା ଦିଆଯାଇଛି । ରାଜଧାନୀର 67ଟି ୱାର୍ଡରେ ୱାର୍ଡ କମିଟି ଗଠନ ହୋଇଛି । ପ୍ରତି ୱାର୍ଡ ସଚେତକ କମିଟିରେ 25ରୁ ଅଧିକ ଲୋକ ଅଛନ୍ତି । ଏଥିରେ ସ୍ୱେଚ୍ଛାସେବୀ, ମେଣ୍ଟର, ଡକ୍ଟର ଆଦି ରହିଛନ୍ତି ରାଜଧାନୀରେ ରହିଥିବା ବସ୍ତି ଅଞ୍ଚଳକୁ ଅଧିକ ଗୁରୁତ୍ବ ଦିଆଯାଉଥିବାର ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ।  ରାଜଧାନୀର…

Read More

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବିମାନ ସେବା ବାତିଲ୍‌ର ସମୟ ସୀମାକୁ ବୃଦ୍ଧି କରାଯାଇଛି । କରୋନା ପାଇଁ ବିମାନ ସେବାକୁ ବାତିଲ୍‌ କଲା ଡିଜିସିଏ । ଦେଶରୁ କିମ୍ବା ଦେଶକୁ ସମସ୍ତ ଅନ୍ତର୍ଜାତୀୟ ବିମାନ ଉଡାଣକୁ ବାତିଳ୍‌ କରାଯାଇଛି । ପୂର୍ବରୁ ଜୁନ୍‌ 30 ଯାଏଁ ବିମାନ ସେବା ବାତିଲ୍‌ ଥିବାବେଳେ ଏବେ ଏହାକୁ ଜୁଲାଇ 15 ଯାଏଁ ବୃଦ୍ଧି କରାଯାଇଛି । ତେବେ କାର୍ଗୋ ବିମାନ ଆତଯାତ ପାଇଁ କୌଣସି କଟକଣା ନାହିଁ । ଅପରପକ୍ଷରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଇଣ୍ଡିଆନ୍ ରେଲେଓ୍ୱ ମଧ୍ୟ ବଡ଼ ନିଷ୍ପତ୍ତି ନେଇଛି । ଆସନ୍ତା ଜୁଲାଇ 1 ତାରିଖରୁ ଅଗଷ୍ଟ 12 ତାରିଖ ମଧ୍ୟରେ ସବୁ ଟାଇମ୍ ଟେବଲ ଟ୍ରେନ୍ ବାତିଲ୍ କରାଯିବାକୁ ନିଷ୍ପତ୍ତି ହୋଇଛି। ହେଲେ ଏବେ ଚାଲୁଥିବା ସ୍ପେଶାଲ ରାଜଧାନୀ- ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ କିନ୍ତୁ ଚାଲିବ।

Read More

ଭୁବନେଶ୍ବର : ଆଜି ଭୁବନେଶ୍ବରରେ ନୂତନ 16 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଦୁଇ ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ ରହିଥିବାବେଳେ ଅନ୍ୟ 14 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛି ବିଏମ୍‌ସି ଟୁଇଟ୍‌ ଜରିଆରେ ସୂଚନା ଦେଇଛି । ଦୁଇ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିବା ଆକ୍ରାନ୍ତଙ୍କ ମଧ୍ୟରେ ଯଦୁପୁରରୁ ଜଣେ 35ବର୍ଷୀୟ ଯୁବକ ରହିଛନ୍ତି । ସେ ନିକଟରେ କୋଲକାତାରୁ ଫେରିଥିବାର ସୂଚନା ରହିଛି । ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ୟୁନିଟ୍‌ -8 ଡେଲ୍‌ଟା କଲୋନୀରୁ ଚିହ୍ନଟ ହୋଇଛନ୍ତି । 21 ବର୍ଷୀୟା ଏହି ଯୁବତୀ ଜଣକ ବିଜୟଓ୍ବାଡାରୁ ଫେରିଥିବାର ସୂଚନା ରହିଛି । ସେହିପରି ଅନ୍ୟ 14 ଲୋକାଲ କଣ୍ଟାକ୍ଟଙ୍କ ମଧ୍ୟରେ ସୁନ୍ଦରପଦାର ଅଭିରାମ ବସ୍ତିରୁ ଜଣେ 50 ବର୍ଷୀୟା ମହିଳା ଚିହ୍ନଟ ହୋଇଛନ୍ତି। ଓଲ୍ଡ ଟାଉନ୍‌ ମହତାବ ରୋଡ୍‌ରୁ ଜଣେ 61 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ସେହିପରି ଘରୋଇ ହସ୍ପିଟାଲରୁ 9ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…

Read More

ଭୁବନେଶ୍ବର : ଆଜି ରାଜ୍ୟରେ 131 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟସ୍ବାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ଗଞ୍ଜାମରୁ ସର୍ବାଧିକ 43 ଜଣ ସୁସ୍ଥ ହୋଇଥିବାବେଳେ ପୁରୀରୁ 28 ଜଣ, ଖୋର୍ଦ୍ଧାରୁ 21 ଜଣ, କନ୍ଧମାଳରୁ 12, ଜଗତସିଂହପୁରରୁ 7, ନବରଙ୍ଗପୁରରୁ 6 ଜଣ, କେନ୍ଦ୍ରାପଡାରୁ 5 ଜଣ, ବାଲେଶ୍ବର ଓ କଟକରୁ 2 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ବରଗଡ, ବଲାଙ୍ଗିର, ଝାରସୁଗୁଡା, କେଉଁଝର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 4,422ରେ ପହଞ୍ଚିଛି ।

Read More

ରମେଶ ମହାନ୍ତି ଜଗତସିଂହପୁର : ଆଜି ଜଗତସିଂହପୁରରୁ 29 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ କରିଛନ୍ତି ଜିଲ୍ଲା ପ୍ରଶାସନ ।  ଆଜି ଚିହ୍ନଟ 29 ଆକ୍ରାନ୍ତଙ୍କ ମଧ୍ୟରୁ 28 ଜଣ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ଜଣେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ପ୍ରବାସ ଫେରନ୍ତା ବୋଲି ସୂଚନା ରହିଛି । ବିରିଡି ବ୍ଲକରୁ 10 ଜଣ ଚିହ୍ନଟ ହୋଇଥିବାବେଳେ  ଚିହ୍ନଟ 10 ଜଣଙ୍କ ମଧ୍ୟରୁ ଝାଡଖଣ୍ଡରୁ ଜଣେ, ତେଲେଙ୍ଗାନାରୁ ଜଣେ, ସାଉଦି ଆରବରୁ ଜଣେ, ତାମିଲନାଡୁରୁ ଜଣେ ଓ ମହାରାଷ୍ଟ୍ରରୁ ତିନିଜଣ ଚିହ୍ନଟ ହୋଇଛନ୍ତି । ସେହପରି ତିର୍ତ୍ତୋଲ୍‌ ବ୍ଲକରୁ ଚିହ୍ନଟ ହୋଇଥିବା 7 ଜଣ ମଧ୍ୟ ପ୍ରବାସ ଫେରାନ୍ତା । ଏହି ସାତଜଣଙ୍କ ମଧ୍ୟରେ ମହାରାଷ୍ଟ୍ରରୁ 5 ଜଣ ଫେରିଥିବାବେଳେ ତାମିଲନାଡରୁ ଜଣେ ଓ ଓମାନରୁ ଜଣେ ଜଣେ ଫେରିଛନ୍ତି । ସେହିପରି ରଘୁନାଥପୁର…

Read More

ପାରଳାଖେମୁଣ୍ଡି : ତିନିଦିନ ପାଇଁ ପାରଳାଖେମୁଣ୍ଡି ସହରକୁ ସଟ୍‌ଡାଉନ୍‌ ଘୋଷଣା କଲେ ଗଜପତି ଜିଲ୍ଲାପାଳ । 28 ତାରିଖରୁଆସନ୍ତା 30 ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ ରହିବ । କେବଳ ଜରୁରୀ ମେଡ଼ିକାଲ କାର୍ଯ୍ୟ ଓ କ୍ଷୀର ପାଇଁ ଅନୁମତି । କରୋନା ଲକ୍ଷଣ ଯାଞ୍ଚ ପାଇଁ 40 ମେଡ଼ିକାଲ ଟିମ୍‌ କାର୍ଯ୍ୟ କରିବେ। ସଟ୍‌ଡାଉନ୍‌ ସମୟରେ  ଜନସାଧାରଣଙ୍କୁ ସହଯୋଗ ପାଇଁ ଟୁଇଟ୍‌ ଯୋଗେ ଜିଲ୍ଲାପାଳ ନିବେଦନ କରିଛନ୍ତି । କାଶୀନଗର ବ୍ଲକ ରାଣୀପେଣ୍ଠ ପଞ୍ଚାୟତ ସଟ୍‌ଡାଉନ୍‌ ରହିବ । ଗୋଷଣୀ ଓ ଗୁମ୍ମା, ବ୍ଲକ ମଧ୍ୟ ସଟ୍‌ଡାଉନ୍‌ ରହିବ। ସ୍ଥାନୀୟ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାପାଳ ବ୍ରହ୍ମପୁର ସହରକୁ 4 ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଜିଲ୍ଲାରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ହେତୁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଛି ।

Read More

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିରେ ଅଧ୍ୟକ୍ଷତା କରି ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଉପରେ ଗୁରୁତ୍ବାରୋପ କରିଛନ୍ତି। ଭିଡିଓ କନ୍‌ଫରେନ୍‌ସିଂ ଦ୍ବାରା ଆୟୋଜିତ ଏହି ବୈଠକରେ ମନ୍ତ୍ରୀମଣ୍ଡଳର ସଦସ୍ୟ, ବିରୋଧୀଦଳ ନେତା, ସାଂସଦ, ବିଧାୟକଗଣ ଅଂଶଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ବିପର୍ଯ୍ୟୟରେ ଯୋଗୁ ଜନସାଧାରଣଙ୍କ ଉପରକୁ ଆସୁଥିବା ବିପଦକୁ କମ୍‌ କରିବା ପାଇଁ ରାଜ୍ୟ ସରକାର ଅନେକ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିଆସିଛନ୍ତି। ଆମର ପ୍ରସ୍ତୁତି ଗତିଶୀଳ, ସାମଗ୍ରିକ ଏବଂ ଭାଗିଦାରୀ ମୂଳକ ହେବା ଉଚିତ। ସେ କହିଥିଲେ ଯେ ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଏବଂ ପୁନର୍ଗଠନ ପାଇଁ ବିଭିନ୍ନ ପଦକ୍ଷେପ ସହିତ ଦୀର୍ଘକାଳୀନ ମୁକାବିଲା କାର୍ଯ୍ୟକ୍ରମ ହେଉଛି ଆମର ବିପର୍ଯ୍ୟୟ ପରିଚାଳନା ଦୃଷ୍ଟିଭଙ୍ଗୀର ମୂଳନୀତି । ରାଜ୍ୟ ପ୍ରଶାସନକୁ ଅଭିଜ୍ଞତା ପ୍ରସୂତ ଏସ୍‌ଓପି ପାଳନ ସହ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ  ପରାମର୍ଶ ଦେଇଛନ୍ତି।…

Read More