ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ ବଢାଗଲା କ୍ବାରେଣ୍ଟାଇନ୍ ଅବଧି । ସରକାରଙ୍କ ନୂତନ ନିୟମ ଅନୁଯାୟୀ ଏଣିକି ପ୍ରବାସୀ ଓଡିଆ ମାନେ 14 ଦିନ ପରିବର୍ତ୍ତେ 21 ଦିନ କ୍ବାରେଣ୍ଟାଇନ୍ ହୋମ୍ରେ ରହିବେ । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟବିଭାଗ ପରାମର୍ଶଦାତା ତଥା ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନର ସଭାପତି ଡ. କେ ଶ୍ରୀନାଥ ରେଡ୍ଡୀ ଗତକାଲି ସରକାରଙ୍କୁ କ୍ବାରେଣ୍ଟାଇନ୍ ଅବଧି ବଢାଇବାର ପରାମର୍ଶ ଦେଇଥିଲେ । ଆଜି ସରକାରଙ୍କ ପକ୍ଷରୁ ଏହା ବଢାଯାଇଥିବା ନେଇ ରାଜ୍ୟ ସରକାରଙ୍କ କୋଭିଡ୍ ମୁଖପାତ୍ର ସୁବ୍ରତ ବାଗ୍ଚୀ ସୂଚନା ଦେଇଛନ୍ତି ।
Author: Samikhsya Bureau
ଭୁବନେଶ୍ବର : ଆଜି ରାଜ୍ୟରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ଭଦ୍ରକର 33 ବର୍ଷୀୟ ପୁରୁଷ ବୋଲି ଜଣାପଡିଛି । ଆକ୍ରାନ୍ତ ଜଣକ ନିକଟରେ ସୁରତରୁ ଫେରିଥିବା ଜଣାପଡିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 246ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟରେ ସମୁଦାୟ 246 ଜଣ କରୋନା ଆକ୍ରାନ୍ତ ରହିଥିବା ବେଳେ ତା ମଧ୍ୟରୁ 63 ଜଣ ସୁସ୍ଥ ହୋଇଛନ୍ତି ଏବଂ ଦୁଇ ଜଣଙ୍କର ପ୍ରାଣହାନି ଘଟିଛି ।
ନୂଆଦିଲ୍ଲୀ : ପ୍ରବାସୀ ଓଡିଆଙ୍କ ପାଇଁ ଆଶ୍ବସ୍ତିର ଖବର । ଗତକାଲି ଓଡିଶା ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ସର୍ବୋଚ୍ଚ କୋର୍ଟ । ଏହା ଫଳରେ ଏଣିକି ପ୍ରବାସୀ ଓଡିଆ ମାନେ ରେଳ ଯୋଗେ ନିଜ ରାଜ୍ୟକୁ ଫେରିପାରିବେ । ଉଲ୍ଲେଖଯୋଗ୍ୟ ଯେ ଗତକାଲି ଓଡିଶା ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଆଜି ସୁରଟରୁ ଆସିବାକୁ ଥିବା 3ଟି ଟ୍ରେନ୍କୁ ବାତିଲ କରାଯାଇଥିଲା । ରାଜ୍ୟ ବାହାରେ ରହିଥିବା ପ୍ରବାସୀ ଓଡିଆଙ୍କ କରୋନା ପରୀକ୍ଷଣ ପରେ ସେମାନଙ୍କୁ ଓଡିଶା ଅଣାଯିବ ବୋଲି ଗତକାଲି ଓଡିଶା ହାଇକୋର୍ଟ ନିଷ୍ପତ୍ତି ନେଇଥିଲେ । ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ଏସ୍ କେ କୌଲ୍ ଏବଂ ଜଷ୍ଟିସ୍ ବି ଆର ଗଭାଇଙ୍କ ମିଳିତ ଖଣ୍ଡପୀଠ ଏହି ସ୍ଥଗିତାଦେଶ ପ୍ରଦାନ କରିଛନ୍ତି । ଏହି ମାମଲା ଭାରତ ସରକାରଙ୍କ ସଲିସିଟର ଜେନେରାଲ ସୁପ୍ରିମକୋର୍ଟଙ୍କ ନିକଟରେ ଉତ୍ଥାପନ କରିଥିଲେ ।
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଲକକ୍ଡାଉନ୍ କାରଣରୁ ଚୋରାମଦ ବେପାର ନିୟମିତ ଭାବରେ ବଢିବାରେ ଲାଗିଛି। ଗୁରୁବାର ସନ୍ଧ୍ୟାରେ ଟାଙ୍ଗୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨୦୦ ଲିଟର ଦେଶୀ ମଦ ସହିତ ୮ ଜଣଙ୍କୁ ଗିରଫ କରାଯାଇଛି। ଏହା ସହିତ ୫ଟି ବାଇକ୍ ମଧ୍ୟ ଜବତ କରାଯାଇଛି। ବାଣପୁର ଥାନା ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଅଞ୍ଚଳରେ ଟାଙ୍ଗୀ ରେଞ୍ଜ ଅବକାରୀ ବିଭାଗ ଇନ୍ସପେକ୍ଟର ନୀନା ବେଉରାଙ୍କ ନେତୃତ୍ବରେ ବାଲୁଗାଁ ଅବକାରୀ ବିଭାଗ ସବ ଇନ୍ସପେକ୍ଟର ମନୋଜ କୁମାର ବାରିକ ଏବଂ ତାଙ୍କ ଟିମ ଚଢାଉ କରିବା ସହିତ ଏହି ସଫଳତା ହାସଲ କରିଛନ୍ତି। ଗିରଫ ଅଭିଯୁକ୍ତ ମାନେ ଗଞ୍ଜାମ, ବାଣପୁର ଏବଂ ଗମ୍ଭାରିମୁଣ୍ଡା ଅଞ୍ଚଳର ବୋଲି ଜଣାପଡିଛି। ଅବକାରୀ ବିଭାଗ ପକ୍ଷରୁ କେସ୍ ନମ୍ବର ୭, ୮, ୯, ୧୦, ୧୧, ୧୨, ୧୩ ଏବଂ ୧୪ ଅନୁଯାୟୀ ଏହି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ରମେଶ ମହାନ୍ତି ଜଗତସିଂହପୁର : ଗୁରୁବାର ପରୀକ୍ଷଣ ପାଇଁ ଯାଇଥିବା ଜଗତସିଂହପୁରର 33ଟି ନମୂନାର ରିପୋର୍ଟ ଆସିଛି । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି 33ଟି ନମୂନା ପରୀକ୍ଷଣ ପାଇଁ ପଠାଯାଇଥିବା ବେଳେ ସମସ୍ତ ନମୂନାର ରିପୋର୍ଟ ନେଗେଟିଭ୍ ଆସିଛି । ଏହି 33 ଜଣ ବ୍ୟକ୍ତି ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରୁ ଫେରିଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ରିପୋର୍ଟ ନେଗେଟିଭ୍ ଆସିବା ପରେ ଏହି ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ଅଞ୍ଚଳର କ୍ବାରେଣ୍ଟାଇନ୍ ସେଣ୍ଟରକୁ ପଠାଇ ଦିଆଯାଇଛି ।
ନୂଆଦିଲ୍ଲୀ : ଏଣିକି ମଦର ହେବ ହୋମ୍ ଡେଲିଭରୀ । ଶୁକ୍ରବାର ସୁପ୍ରିମକୋର୍ଟ ଏହି ଘୋଷଣା କରିଛନ୍ତି । ମଦ ଦୋକାନ ଖୋଲାଯିବା ପରଠାରୁ ଅହେତୁକ ଭିଡ କାରଣରୁ ସମସ୍ତ ରାଜ୍ୟ ସରକାର ହୋମ୍ ଡେଲିଭରୀ ବ୍ୟବସ୍ଥା ଆପଣେଇବା ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମଦ ଦୋକାନରେ ସାମାଜିକ ଦୂରତ୍ବର ପାଳନ ହେଉନଥିବାରୁ ସର୍ବୋଚ୍ଚ କୋର୍ଟ ଏହି ଘୋଷଣା କରିଛନ୍ତି । ତେବେ ଏନେଇ କୌଣସି ଲିଖିତ ନିର୍ଦ୍ଦେଶନାମା ଜାରି କରିନାହାନ୍ତି ସର୍ବୋଚ୍ଚ କୋର୍ଟ । ଜଷ୍ଟିସ୍ ଅଶୋକ ଭୂଷଣ ଏହି ମାମଲାର ବିଚାର କରିବା ସହିତ ରାଜ୍ୟ ମାନେ ହୋମ୍ ଡେଲିଭରୀ ସମ୍ପର୍କରେ ବିଚାର କରିବା ଉଚିତ୍ ବୋଲି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦେଶବ୍ୟାପୀ ଲକ୍ଡାଉନ୍ ସତ୍ତ୍ବେ ମେ 4 ତାରିଖରୁ ମଦ ଦୋକାନ ଖୋଲିବାର ନିର୍ଦ୍ଦେଶ ଦେଇଛନ୍ତି ଗୃହ ମନ୍ତ୍ରାଳୟ । (ଏଜେନ୍ସି)
ବିଶାଖାପଟ୍ଟନମ୍ : ବିଶାଖାପାଟଣାରେ ଗତକାଲି ଘଟିଥିବା ଗ୍ୟାସ୍ ଲିକ୍ ଘଟଣାରେ ଦୋଷୀ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଶୁକ୍ରବାର କମ୍ପାନୀକୁ 50 କୋଟିର ଅର୍ଥଦଣ୍ଡ ପ୍ରଦାନ କରାଯାଇଛି । ଗତକାଲିର ଗ୍ୟାସ୍ ଟ୍ରାଜେଡିରେ 11 ଜଣଙ୍କର ପ୍ରାଣହାନି ଘଟିବା ସହିତ ଶତାଧିକ ଲୋକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଉକ୍ତ ଫ୍ୟାକ୍ଟ୍ରି ଯିବାସହିତ କଡା କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଆଜି କମ୍ପାନୀକୁ ଏହି ଅର୍ଥଦଣ୍ଡ ପ୍ରଦାନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ମୃତ ବ୍ୟକ୍ତିଙ୍କ ପାଇଁ ଆନ୍ଧ୍ର ସରକାରଙ୍କ ପକ୍ଷରୁ 1 କୋଟିର ସହାୟତା ରାଶି ଘୋଷଣା କରାଯାଇଛି । (ଏଜେନ୍ସି)
ନୂଆଦିଲ୍ଲୀ : କରୋନା ଭାଇରସ୍ କାରଣରୁ ସମଗ୍ର ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଏହାକୁ ନେଇ ସରକାରଙ୍କୁ ଘେରିବାର ଉଦ୍ୟମ କରିଛନ୍ତି ରାହୁଲ ଗାନ୍ଧୀ । ଲକ୍ଡାଉନ୍ରୁ ବାହାରିବାର ଏକ ନିଶ୍ଚିନ୍ତ ଉପାୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ରାହୁଲ୍ ମତ ଦେଇଛନ୍ତି । ଲକ୍ଡାଉନ୍ ସମୟରେ ଦେଶବାସୀ କେବଳ ଆର୍ଥିକ ଭାବରେ ନୁହେଁ ମାନସିକ ଭାବରେ ମଧ୍ୟ ପ୍ରଭାବିତ । ଏଥିରୁ ବାହାରିବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯିବା ଆବଶ୍ୟକ । ସରକାର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ପୁନରୁଦ୍ଧାର ପାଇଁ ପ୍ରୟାସ କରିବା ସହିତ ସମସ୍ତ ଗରିବଙ୍କ ଆକାଉଣ୍ଟକୁ ପଇସା ପଠାଇବା ଉଚିତ୍ ବୋଲି ରାହୁଲ ମତ ଦେଇଛନ୍ତି । ସ୍ବିଚ୍ ଅନ୍ ଅଫ୍ ପରି ଲକ୍ଡାଉନ୍ରୁ ବାହାରିବା ସହଜ ନୁହେଁ ତେଣୁ ସରକାର ଏଥିପାଇଁ କିଛି ଠୋସ୍ ଯୋଜନା ପ୍ରସ୍ତୁତ କରିବା ଉଚିତ୍ ବୋଲି ରାହୁଲ ମତ ଦେଇଛନ୍ତି । (ଏଜେନ୍ସି)
ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ 63 ଜଣ ସୁସ୍ଥ ହୋଇଛନ୍ତି । ଆଜି ସକାଳୁ ନୂତନ ଭାବରେ 26 ଜଣ ଆକ୍ରାନ୍ତ ଜଣାପଡିବା ପରେ ଏହା ରାଜ୍ୟବାସୀଙ୍କ ପାଇଁ ସାମାନ୍ୟ ଆଶ୍ବସ୍ତିର ବିଷୟ । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ରାଉରକେଲାର ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟରେ ସମୁଦାୟ 245 ଜଣ କରୋନା ଆକ୍ରାନ୍ତ ରହିଥିବା ବେଳେ ତା ମଧ୍ୟରୁ 63 ଜଣ ସୁସ୍ଥ ହୋଇଛନ୍ତି ଏବଂ ଦୁଇ ଜଣଙ୍କର ପ୍ରାଣହାନି ଘଟିଛି ।
ନ୍ୟୁୟର୍କ : ସାମ୍ବାଦିକ ମାନେ ପୁଲିତଜର ପୁରସ୍କାର ଫେରାଇବା ଉଚିତ୍ ବୋଲି ମନ୍ତବ୍ୟ ଦେଇଛନ୍ତି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଋଷ ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ସର୍ବଦା ମିଥ୍ୟା ଖବର ପ୍ରକାଶନ ପାଇଁ ପ୍ରଦାନ କରାଯାଇଥାଏ ତେଣୁ ଏହି ପୁରସ୍କାରକୁ ସମସ୍ତେ ପ୍ରତ୍ୟାବର୍ତ୍ତନ କରିବା ଉଚିତ୍ ବୋଲି ଟ୍ରମ୍ପ ମତ ଦେଇଛନ୍ତି । ସାମ୍ବାଦିକତା ପାଇଁ ପ୍ରଦତ୍ତ ଏହି ସର୍ବୋଚ୍ଚ ସମ୍ମାନ ନିଜର ନିଜସ୍ବତା ହରାଇ ସାରିଛି ତେଣୁ ଏହି ପୁରସ୍କାରକୁ ଫେରାଇବା ଉଚିତ୍ ବୋଲି ହ୍ବାଇଟ୍ହାଉସ୍ରେ ଏକ ପ୍ରେସ୍ମିଟ୍ରେ ମତ ଦେଇଛନ୍ତି ଟ୍ରମ୍ପ । ମିଥ୍ୟା ଖବର ପାଇଁ ଏଭଳି ପୁରସ୍କାର ପ୍ରଦାନ କରୁଥିବାରୁ ପୁଲିତ୍ଜର କମିଟିକୁ ମଧ୍ୟ ବରଖାସ୍ତ କରାଯିବା ଉଚିତ୍ ବୋଲି ଟ୍ରମ୍ପ ମତ ଦେଇଛନ୍ତି । (ଏଜେନ୍ସି)
ଗୌହ୍ବାଟୀ: ଦେଶରେ କରୋନା ସ୍ଥିତି ସଂକଟଜନକ ଅବସ୍ଥାରେ ରହିଥିବାବେଳେ ଆସାମରେ ମଧ୍ୟ କରୋନ ସଂକ୍ରମଣର ଦ୍ରୁତ ପ୍ରସାର ଦେଖିବାକୁ ମିଳିଛି। ଆସାମ ସରକାର ଗୌହ୍ବାଟୀ ମେଡ଼ିକାଲ କଲେଜକୁ ନୂତନ ରୋଗୀଙ୍କ ପାଇଁ ବନ୍ଦ କରିଛନ୍ତି। ଏହି ମେଡ଼ିକାଲ୍ କଲେଜରେ ଏକ ଡାକ୍ତରଙ୍କଠାରେ କରୋନା ପଜିଟିଭ୍ ମିଳିବା ପରେ ମେଡିକାଲ୍ କଲେଜକୁ ବନ୍ଦ କରାଯାଇଛି। ଆସାମର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହେମନ୍ତ ବିସ୍ଓ୍ବା ଶର୍ମା ଏହି ମେଡିକାଲକୁ କେହି ରୋଗୀ ଆସିପାରିବେ ନାହିଁ ବୋଲି କହିଛନ୍ତି । କିଛି ଦିନ ପାଇଁ ଏହି ହସ୍ପିଟାଲ ଏବେ ବନ୍ଦ ରହିବାର ଘୋଷଣା। ଏହି ମେଡିକାଲ କଲେଜରେ ଜଣେ ପିଜି ଷ୍ଟୁଡେଣ୍ଟଙ୍କ କରୋନା ସଂକ୍ରମିତ ହେବା ପରେ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ସ୍କ୍ରିନିଂ କରାଯିବା ସହ ମେଡ଼ିକାଲ କଲେଜକୁ ସାନିଟାଇଜ କରାଯାଉଛି। ଏହି ହସ୍ପିଟାଲରେ ରହିଥିବା ରୋଗୀମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗୁରୁବାର ଦିନ ଆସାମରେ ନୂତନ ଆଠୋଟି କରୋନା ମାମଲା ସାମ୍ନାକୁ…
ଭୁବନେଶ୍ବର : ରାଜ୍ୟର 2ଟି ରେଳଷ୍ଟେସନ ହେଲା କୋଭିଡ୍ କେୟାର ସେଣ୍ଟର। ଷ୍ଟେସନରେ ଟ୍ରେନ୍ର ବଗିରେ କରାଗଲା କୋଭିଡ୍ କେୟାର ସେଣ୍ଟର୍। ଦେଶରେ 215ଟି କୋଭିଡ୍ ଷ୍ଟେସନରୁ ଓଡ଼ିଶାର 2ଟି ଷ୍ଟେସନ କୋଭିଡ୍ କେୟାର ଷ୍ଟେସନରେ ପରିଣତ ହେଲା। ଏନେଇ ନୋଡାଲ ଅଫିସର ନିଯୁକ୍ତି ଲାଗି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ରେଳ ମନ୍ତ୍ରାଳୟ। ନୋଡାଲ ଅଫିସର ରେଳ କର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ରକ୍ଷା କରିବେ। ଭୁବନେଶ୍ବର ଓ ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ହେବ କୋଭିଡ୍ କେୟାର ସେଣ୍ଟର। ଭୁବନେଶ୍ବର ଓ ଖୋର୍ଦ୍ଧାରେ ରେଲେଓ୍ବରେ ସ୍ବାସ୍ଥ୍ୟ କର୍ମଚାରୀ ଉପସ୍ଥିତ ରହିବେ। ଦେଶରେ 215ଟି କୋଭିଡ୍ ଷ୍ଟେସନରୁ ଓଡ଼ିଶାର 2ଟି ଷ୍ଟେସନ।
ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ବେଶ୍ ଉଦ୍ବେଗଜନକ ରହିଛି। ଲକଡାଉନ୍, କର୍ଫ୍ୟୁ ଓ କଟକଣା ସତ୍ତ୍ବେ କରନୋ ଥମିବାର ନାଁ ଥରୁନାହିଁ। ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 56 ହଜାର ଅତିକ୍ରମ କରିଥିବାବେଳେ ମୃତ୍ୟସଂଖ୍ୟା 1886ରେ ପହଞ୍ଚିଛି। ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ 2 ଘଣ୍ଟାରେ କରୋନା ଯୋଗୁଁ 103 ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଗୋଟିଏ ଦିନରେ 1274 ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ମୃତ୍ୟ ହାର 3.34 ପ୍ରତିଶତ ରହିଥିବାବେଳେ ସୁସ୍ଥ ହାର 29.35 ପ୍ରତିଶତ ରହିଛି। ଦେଶରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 56,342ରେ ପହଞ୍ଚିଛନ୍ତି। କେଉଁ ରାଜ୍ୟରେ କେତେ ରହିଛି ମୃତ୍ୟୁ ସଂଖ୍ୟା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ 694ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 425, ମଧ୍ୟପ୍ରଦଶରେ 193, ରାଜସ୍ଥାନରେ 97, ଦିଲ୍ଲୀରେ 66,. ଉତ୍ତରପ୍ରଦେଶରେ 62, ଆନ୍ଧ୍ରପ୍ରଦେଶରେ 38, ପଶ୍ଚିମବଙ୍ଗରେ 151,…
ଭୁବନେଶ୍ବର : ରାଜ୍ୟରେ ସକାଳୁ ଚିହ୍ନଟ ହୋଇଥିବା 26 ଜଣ ନୂଆ କରୋନା ଆକ୍ରାନ୍ତ ମଧ୍ୟରେ ଗଞ୍ଜାମରୁ 19 ଜଣ, କେନ୍ଦ୍ରାପଡ଼ାରୁ 6 ଓ ଭଦ୍ରକ ଜିଲ୍ଲାରୁ 2 ନୂଆ ଆକ୍ରାନ୍ତ ଅଛନ୍ତି। ଜଣକୁ ଛାଡି ସମସ୍ତେ ସୁରତ ଫେରନ୍ତା ବୋଲି ଜଣାପଡିଥିବାବେଳେ ଅଧିକାଂଶଙ୍କ ଠାରେ ଲକ୍ଷଣ ଥିଲା । ଗଞ୍ଜାମର ସମସ୍ତ 19 ଆକ୍ରାନ୍ତ 18ରୁ 58 ବର୍ଷର ପୁରୁଷ ରହିଥିବାର ସୂଚନା ରହିଛି । ଜଣେ କେବଳ କରେଳରୁ ଫେରିଥିଲେ ଓ ଅନ୍ୟ ସମେସ୍ତ ସୁରତ ଫେରନ୍ତା ବୋଲିଜଣାପଡିି । ସେହିପରି ଭଦ୍ରକର ଦୁଇ ଆକ୍ରାନ୍ତଙ୍କ ବୟସ 21 ଓ 41 ବର୍ଷ ବୋଲି ଜଣାପଡିଛି । କେନ୍ଦ୍ରାପଡ଼ାର ପାଞ୍ଚ ଆକ୍ରାନ୍ତମାନେ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 32,33,27,35, 31 ବର୍ଷ ବୋଲି ଜଣାପଡିଛି । କେନ୍ଦ୍ରାପଡ଼ାରେ ଚିହ୍ନଟ 5 ନୂଆ ଆକ୍ରାନ୍ତ ସୁରତ ଫେରନ୍ତା। ସେମାନେ ସମସ୍ତେ ପଟ୍ଟାମୁଣ୍ଡାଇ ଅଞ୍ଚଳର। ଗତ 3 ତାରିଖରେ ମୋଟ୍…
ଭୁବନେଶ୍ବର : ଆଜି ଚିହ୍ନଟ ଦୁଇ କରୋନା ଆକ୍ରାନ୍ତଙ୍କ ବାବଦରେ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଉଭୟ ଦୁଇ ଆକ୍ରାନ୍ତ ଗୁଜୁରାଟ ଫେରନ୍ତା ବୋଲି ଜଣାପଡିଛି। ଉଭୟ ନିକଟରେ ଗୁଜୁରାଟରୁ ଫେରିଥିଲେ, କ୍ବାରେଣ୍ଟିନ୍ରେ ଥିଲେ। ଜିଲ୍ଲାର ଦୁଇ ଆକ୍ରାନ୍ତ ଧାମନଗର ବ୍ଲକ ଓ ବାସୁଦେବପୁର ପୌରାଞ୍ଚଳର ବୋଲି ଜଣାପଡିଛି। ଭଦ୍ରକରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 23କୁ ବୃଦ୍ଧି ହୋଇଛି। ଭଦ୍ରକରେ 12 ଜଣ ସୁସ୍ଥ ହୋଇଥିବାବେଳେ 11 ଜଣ ଏବେ ଆକ୍ଟିଭ୍ ରହିଛନ୍ତି। ଆଜି ସକାଳୁ 26ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ 2 ଜଣ ଭଦ୍ରକରୁ ରହିଥିବାବେଳେ ଗଞ୍ଜାମରୁ 19 ଓ କେନ୍ଦ୍ରାପଡାରୁ ପାଞ୍ଚ ଜଣ ରହିଛନ୍ତି।
ମୁମ୍ବାଇ : ଦେଶରେ କରୋନା ସଂକଟକୁ ଦେଖି ଲକ୍ ଡାଉନ୍ ଜାରି ରହିଛି । ଏହି ଲକ୍ ଡାଉନ୍ରେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି ପ୍ରବାସୀ ଶ୍ରମିକ । ଦେଶର ଭିନ୍ନ ଭିନ୍ନ ସହରରେ ଫସି ରହିଥିବାବେଳେ ଲକ୍ ଡାଉନ୍ ଯୋଗୁଁ କାମ ଓ ଖାଦ୍ୟ ନ ପାଇ ନିଜ ଭିଟାମାଟିକୁ ଫେରିବାକୁ ଉଦ୍ୟମ କରୁଛନ୍ତି । କେହି କେହି ଚାଲି ଚାଲି ତ କିଏ ସାଇକେଲ୍ରେ ତ ପୁଣି କିଏ ରେଳ ଧାରଣାରେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି ଶ୍ରମିକମାନେ। ମହାରାଷ୍ଟ୍ରର ଔରଙ୍ଗାବାଦଠାରେ ଟ୍ରେନ୍ ଧକ୍କାରେ 16 ଶ୍ରମିକ ମୃତ୍ୟୁବରଣ କରିଛନ୍ତି । ଆଜି ଭୋର୍ ପ୍ରାୟ 6ଟା ବେଳେ ଏଭଳି ଏକ ଅଘଟଣ ଘଟିଥିବାର ସୂଚନା ରହିଛି । ଟ୍ରେନ୍ ଟ୍ରାକ୍ ଯୋଗେ ଘରକୁ ଫେରୁଥିବାବେଳେ ମାଲଗାଡି ଟ୍ରେନ୍ ଧକ୍କାର ଶିକାର ହୋଇଛନ୍ତି ଶ୍ରମିକମାନେ। ଔରଙ୍ଗାବାଦ-ନାନ୍ଦେଡ୍ ରୁଟ୍ର କର୍ମଦ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ସମସ୍ତ…
ପୁରୀ : ପୁରୀ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଧାନବସ୍ତା ପଡିଯିବାରୁ ଜଣେ ମହିଳା ଓ ତାଙ୍କ 12 ବର୍ଷର ଝିଅର ମୃତ୍ୟୁଘଟିଛି। ପୁରୀ ଜିଲ୍ଲା ବ୍ରହ୍ମଗିରିର ଖଜୁରିଆ ନିକଟ ହୋବା ସାହିରେ ଏଭଳି ଅଘଟଣ ଘଟିଯାଇଛି। ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ଘର ଭିତରେ ଥାକ ମାରି ରଖାଯାଇଥିବା ଧାନବସ୍ତାଗୁଡିକ ତାଙ୍କ ଉପରେ ଖସି ପଡିଥିଲା। ଏହା ଫଳରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ତାଙ୍କ ସ୍ବାମୀ ଗୁରୁତର ହୋଇଛନ୍ତି। ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
କେଦାର ମିଶ୍ର ଟେଲିଭିଜନ ଖୋଲିବାକୁ ଆଗରୁ ଭୟ ଲାଗୁଥିଲା। ଏବେ ଫେସବୁକ ବା ଟୁଇଟର ଖୋଲିବାକୁ ବି ଡର ଲାଗିଲାଣି। ଆମ ସମୟର ଖବର ସବୁ ଏତେ ଭୟାନକ ଓ ବିଦ୍ବେଷପୂର୍ଣ୍ଣ ଯେ, ତାକୁ ଦେଖିବାକୁ ବା ପଢିବାକୁ ହେଲେ ପ୍ରଥମେ ନିଜର ରକ୍ତଚାପ ପରୀକ୍ଷା କରିବା ନିତାନ୍ତ ଜରୁରୀ। ଯେ କୌଣସି ଖବରକୁ ଗୋଟେ ନାଟକୀୟ ପୋଷାକ ପିନ୍ଧାଇ ଦେବାର ପାଗଳ ପ୍ରବୃତ୍ତି ଆମ ଗଣମାଧ୍ୟମକୁ ଭୟ ତଥା ଘୃଣା ସୃଷ୍ଟି କରୁଥିବା ଏକ ମେସିନରେ ପରିଣତ କରି ଦେଉଛି। ଆଜିର ସମୟ ଯେତେବେଳେ ଆମଠୁ ଅଧିକ ସାନ୍ତ୍ଵନା ଓ ଆଶ୍ଵାସନା ଆଶା କରୁଛି, ଆମେ ସେତେବେଳେ ଲୋକଙ୍କୁ ଅଧିକରୁ ଅଧିକ ଆଶଙ୍କିତ ତଥା ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛୁ। “ହୁ ହୁ ହୋଇ ବଢୁଛି କରୋନା”, “ସୁରତ ଫେରନ୍ତା ବଢାଇଲେ ରାଜ୍ୟବାସୀଙ୍କ ଚିନ୍ତା”, “କଲିକତି କରୋନା” ଭଳି ଉଦ୍ଭଟ ଶିରୋନାମା ସବୁ ଆମ ମନ-ମସ୍ତିସ୍କରେ ଯାବତୀୟ ଦୁର୍ଭାବନା ତିଆରି…
ଭୁବନେଶ୍ବର : ରାଜ୍ୟରେ ଆଉ 26 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ 19, କେନ୍ଦ୍ରାପଡ଼ାରୁ 5, ଭଦ୍ରକରୁ2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରେ ଏବେ ସର୍ବମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 47ରେ ପହଞ୍ଚିଥିବାବେଳେ ଭଦ୍ରକରେ ଏବେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 23ରେ ପହଞ୍ଚିଛି । ସେହିପରି କେନ୍ଦ୍ରାପଡାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 08ରେ ପହଞ୍ଚଛି । ରାଜ୍ୟର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ଏବେ 245କୁ ବୃଦ୍ଧି ହୋଇଛି। ଗତକାଲି ଏହି ସଂଖ୍ୟା 219 ଥିବାବେଳେ ଆଜି ଆଉ 26 କରୋନା ପଜିଟିଭ୍ ଚିହ୍ନଟ ହୋଇନ୍ତି। ଗତକାଲି ଗୋଟିଏ ଦିନରେ 34 ଜଣ ଚିହ୍ନଟ ହୋଇଥିବାବେଳେ ଆଜି ସକାଳୁ 26 ଜଣ ଚିହ୍ନଟ ହୋଇ ଚିନ୍ତା ବଢାଇ ଦେଇଛନ୍ତି ।
ଭୁବନେଶ୍ବର : ବୟସ୍କ ଓକିଲ ମାନେ କୋର୍ଟ ଆସିବେନି ବୋଲି ସୂଚନା ରହିଛି । 65 ବର୍ଷରୁ ଉର୍ଦ୍ଧ୍ବ ବୟସର ଆଇନଜୀବୀ ହାଇକୋର୍ଟ ନ ଆସିବାକୁ ନିଷ୍ପତ୍ତି ନିଆଯାଇଛି । ଯଦି ଚାହିଁବେ ତା’ହେଲେ ଭିଡିଓ କନଫରେନ୍ସିଂରେ ପକ୍ଷ ରଖିପାରିବେ ବୋଲି ସୂଚନା ରହିଛି । ଏଥିପାଇଁ କେସ ନମ୍ବର, ଆଇଟମ ନମ୍ବର, ଇମେଲ୍ରେ ହାଇକୋର୍ଟଙ୍କୁ ଜଣାଇବେ । ହାଇକୋର୍ଟ ରେଜିଷ୍ଟ୍ରି, ଏଜି ଓ ଓକିଲ ସଂଘଙ୍କ ମିଳିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ ମେ ଚାରି ତାରିଖରୁ ହାଇକୋର୍ଟ ସ୍ବାଭାବିକ ହୋଇଛି । ସପ୍ତାହକୁ ପାଞ୍ଚ ଦିନ କାର୍ଯ୍ୟ କରିବ ହାଇକୋର୍ଟ । ଜୋନ୍କୁ ଦେଖି କୋର୍ଟଙ୍କ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ହାଇକୋର୍ଟ ରେଜିଷ୍ଟ୍ରାର୍ ଜେନେରାଲଙ୍କ ପକ୍ଷରୁ କୋର୍ଟ ଚାଲିବା ନେଇ ଗାଇଡ୍ଲାଇନ୍ ଜାରି କରାଯାଇଛି । ରେଡ୍ ଜୋନ୍ରେ ଥିବା ଜିଲ୍ଲାର ଅଦାଲତ ଘଣ୍ଟାକ ପାଇଁ କାର୍ଯ୍ୟ କରିବ । ଅରେଞ୍ଜ ଜୋନ୍ରେ ଥିବା…
ମୁମ୍ବାଇ : ମୁମ୍ବାଇରେ କରୋନା ସ୍ଥିତି ବେଶ୍ ସଂକଟଜନକ ରହିଛି । ଏଠାରେ କରୋନା ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପୋଲିସ୍ ବିଭାଗରେ ମଧ୍ୟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ମୁମ୍ବାଇର ଆର୍ଥର ରୋଡ୍ ଜେଲ୍ରେ 103 କରୋନା ପଜିଟିଭ୍ ରହିଥିବାର ସୂଚନା ମିଳିଛି । ଏହି ଜେଲ୍ରେ 77 ଜଣ କଏଦୀ ଓ 26 ଜଣ ଜେଲ୍ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । କଏଦୀମାନଙ୍କୁ ଜିଟି ହସ୍ପିଟାଲ ଓ ସେଣ୍ଟ ଜର୍ଜ ହସ୍ପିଟାଲରେ ଭର୍ତ୍ତି କରାଯିବ ବୋଲି ସୂଚନା ରହିଛି । ଶୁକ୍ରବାର ସକାଳେ ସୁରକ୍ଷା ସହକାରେ କଏଦୀମାନଙ୍କୁ ହସ୍ପିଟାଲକୁ ନିଆଯିବ । ସେହିପରି ଜେଲ୍ କର୍ମଚାରୀମାନଙ୍କୁ ଅଲଗା ଏକ ହସ୍ପିଟାଲକୁ ନିଆଯିବାର ସୂଚନା ରହିଛି । ଆର୍ଥର ରୋଡ୍ ଜେଲ୍ ମୁମ୍ବାଇର ସର୍ବପୁରାତନ ଜେଲ୍ ମଧ୍ୟରେ ଅନ୍ୟତମ । ଏହା କସ୍ତୁରବା ହସ୍ପିଟାଲ୍ରେ ସାମ୍ନାରେ ଅବସ୍ଥିତ । କସ୍ତୁରବା ହସ୍ପିଟାଲକୁ କୋଭିଡ୍ -19…