ଭୁବନେଶ୍ବର : ରାଜ୍ୟରେ ଆଜି 135 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ । ଗଞ୍ଜାମରୁ ସର୍ବାଧିକ 49 ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 19, କଳାହାଣ୍ଡିରୁ 16, ଜଗତସିଂହପୁରରୁ 14, ବାଲେଶ୍ବରରୁ 7, କଟକରୁ 6ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଅନୁଗୁଳ, ଯାଜପୁର ଓ ପୁରୀରୁ 4 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡରୁ 3 ଜଣ ସୁସ୍ଥ ହୋଇଥିବାବେଳେ କେଉଁଝର ଓ କେନ୍ଦ୍ରାପଡାରୁ 2 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ବରଗଡ, ଭଦ୍ରକ, ଝାରସୁଗୁଡା, ମୟୂରଭଞ୍ଜ ଓ ସମ୍ବଲପୁରରୁ ଜଣେ ଲେଖାଏଁ ସୁସ୍ଥହୋଇଛନ୍ତି । ନୂତନ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 4123ରେ ପହଞ୍ଚିଛି ।
Author: Samikhsya Bureau
ଭୁବନେଶ୍ବର: ଓଡିଶାରେ ପୁଣି ହେବ ଆଣ୍ଟିବଡ଼ି ଟେଷ୍ଟ । ଏଥିପାଇଁ ଆଇସିଏମଆର ଦ୍ୱାରା ଅନୁମୋଦିତ ଆଣ୍ଟିବଡ଼ି ଟେଷ୍ଟ କିଟ୍ ଆସନ୍ତା ସପ୍ତାହରେ ଓଡ଼ିଶାରେ ପହଞ୍ଚିବ । ତେବେ ଏ ଯାଏଁ ଓଡିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଘରକୁ ଘର ହେଉଥିବା ସର୍ଭେରେ ଆଣ୍ଟିବଡ଼ି ଟେଷ୍ଟ କିଟ୍ ବ୍ୟବହାର କରାଯିବ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ତେବେ ଆସନ୍ତାକାଲି ଓଡ଼ିଶାରେ କିଭଳି ଟେଷ୍ଟିଂ କରାଯିବ ସେ ନେଇ ଏକ ଯୋଜନା ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି । ଏବେ ଯେଉଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସେମାନେ ସଂଗରୋଧ ଓ କୋଭିଡ୍ ଯୋଦ୍ଧା। ତେଣୁ ଓଡ଼ିଶାରେ ଆଲାର୍ମିଂ ପରିସ୍ଥିତି ନାହିଁ। କରୋନା ନେଇ ଓଡ଼ିଶାରେ ଆଲାର୍ମିଂ ପରିସ୍ଥିତି ନାହିଁ ବୋଲି କହିଛନ୍ତି ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡା । ତେବେ ସଚେତନ ରହିବାକୁ ପଡିବ ବୋଲି କହିଛନ୍ତି ଆଇଏଲ୍ଏଲସ ନିର୍ଦ୍ଦେଶକ ଅଜୟ ପରିଡା ।
ପୁରୀ : ପୁରୀ ସେବାୟତଙ୍କର ଦୁଇଥର କୋଭିଡ୍ ଟେଷ୍ଟ ହେବ । ପୁରୀ ସର୍କିଟ ହାଉସରେ ଚାଲିଥିବା ବୈଠକରେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ସେବାୟତଙ୍କର କରୋନା ଟେଷ୍ଟ ଉପରେ ଆଲୋଚନା ଚାଲିଥିଲା । ଅଢେଇ ହଜାର ସେବାୟତଙ୍କର ଦ୍ବିତୀୟ ଥର ପାଇଁ କୋଭିଡ ଟେଷ୍ଟ କରାଯିବ ବୋଲି ସୂଚନା ରହିଛି। 28 ତାରିଖ ରଥ ଦକ୍ଷିଣ ମୋଡ଼ ନେବା ପୂର୍ବରୁ ଟେଷ୍ଟିଂ ପ୍ରକ୍ରିୟା ସରିବ । ରଥଯାତ୍ରରେ ସାମିଲ ହୋଇଥିବା 5ହଜାର ବ୍ୟକ୍ତିଙ୍କର କୋଭିଡ ଟେଷ୍ଟ କରାଯିବ । ସେବାୟତଙ୍କ ବ୍ୟତୀତ ପୋଲିସ୍ କର୍ମଚାରୀ, ସଫେଇ କର୍ମଚାରୀଙ୍କ ମଧ୍ୟ କୋଭିଡ୍ ଟେଷ୍ଟ ହେବ । ଯେଉଁମାନଙ୍କର ନେଗେଟିଭ ଆସିବ ସେମାନେ ହିଁ ବାହୁଡା ଯାତ୍ରାରେ ସାମିଲ ହୋଇପାରିବେ ବୋଲି ଏହି ବୈଠକର ସୂଚନା ଦିଆଯାଇଛି । ଆଜି ଏହି ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ର ଉପସ୍ଥିତ ରହି ଏ ସମ୍ପର୍କରେ…
ଭୁବନେଶ୍ବର : ଆଜି ଭୁବନେଶ୍ବର ମହାନଗରରୁ 22 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ନୂତନ ଆକ୍ରାନ୍ତଙ୍କୁ ମଧ୍ୟରୁ 3 ଜଣ ହୋମ୍ କ୍ବାରେଣ୍ଟାଇନ୍ ଥିବାବେଳେ 19 ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ବୋଲି ସୂଚନା ଦେଇଛି ବିଏମ୍ସି । ହୋମ୍ କ୍ବାରେଣ୍ଟିନ୍ରେ ଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ରେଲଓ୍ବେ କର୍ମଚାରୀ ରହିଛନ୍ତି । 29 ବର୍ଷୀୟ ଏହି କର୍ମଚାରୀ ଜଣକ ନିକଟରେ ଦିଲ୍ଲୀରୁ ଫେରିଥିଲେ । ସେହିପରି ଅନ୍ୟ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଚନ୍ଦ୍ରଶେଖରପୁର ମୈତ୍ରୀବିହାରର 28 ବର୍ଷୀୟ ଯୁବକ ରହିଛନ୍ତି । ସେ ନିକଟରେ କଲିକତାରୁ ଫେରିଥିଲେ । ଅନ୍ୟ ଜଣେ ଭିଏଏସ୍ ନଗରର 24 ବର୍ଷୀୟ ଯୁବକ । 19 ଲୋକାଲ୍ କେସ୍ ମଧ୍ୟରୁ 16 ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ । ଏହି କର୍ମଚାରୀଙ୍କ ମଧ୍ୟରେ 3 ଜଣ ପୁରୁଷ ଥିବାବେଳେ ଅନ୍ୟ 13 ଜଣ ମହିଳା ବୋଲି ଜଣାପଡିଛି ।…
ରମେଶ ମହାନ୍ତି ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ 11 ଜଣ ଚିହ୍ନଟ ହୋଇଛନ୍ତି । ନୂତନ 11 ଜଣ ଆକ୍ରାନ୍ତଙ୍କ ତଥ୍ୟ ଦେଇଛି ଜିଲ୍ଲାପ୍ରଶାସନ । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ 9 ଜଣ ଟିଏମ୍ସିରୁ ଚିହ୍ନଟ ହୋଇଥବାବେଳେ 2 ଜଣ ଟିଏମ୍ସିରୁ ଯିବା ପରେ ହୋମ୍ କ୍ବାରେଣ୍ଟିନ୍ରେ ରହିଥିଲେ । ଏହି ସମସ୍ତ ଆକ୍ରାନ୍ତମାନେ ପ୍ରବାସ ଫେରନ୍ତା ବୋଲି ଜଣାପଡିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଦିଲ୍ଲୀରୁ ତିନିଜଣ ଫେରିଥିବାବେଳେ, କର୍ଣ୍ଣାଟକରୁ ଜଣେ, ମହାରାଷ୍ଟ୍ରରୁ ତିନି ଜଣ, ପଶ୍ଚିମବଙ୍ଗରୁ ଜଣେ, ଉତ୍ତରପ୍ରଦେଶରୁ ଜଣେ ଓ ଗୁଜୁରାଟରୁ 2 ଜଣ ରହିଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତମାନେ ଦୁଇ ଗୋଟି ବ୍ଲକର ବୋଲି ଜଣାପଡିଛି । ଏରସମା ବ୍ଲକରୁ 7 ଜଣ ରହିଥିବାବେଳେ ତିର୍ତ୍ତୋଲ୍ ବ୍ଲକରୁ 4 ଜଣ ରହିଛନ୍ତି । ସେହିପରି ଏରସମା ବ୍ଲକରୁ ଚିହ୍ନଟ ହୋଇଥିବା 7 ଜଣଙ୍କ ମଧ୍ୟରୁ 5 ଜଣ ପଞ୍ଚାୟତସ୍ତରୀୟ ଟିଏମ୍ସି…
ଭୁବନେଶ୍ବର : କୋଭିଡ୍ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ଆଜି ଏକ ହସ୍ପିଟାଲକୁ ସିଲ୍ କରାଯାଇଛି । ଭୁବନେଶ୍ବର ମଞ୍ଚେଶ୍ବରସ୍ଥିତ ଥିବା ବ୍ଲୁ ହ୍ବିଲ୍ ହସ୍ପିଟାଲକୁ ସିଲ୍ କରିଛି ବିଏମ୍ସି । ସରକାରଙ୍କ ଦ୍ବାରା ପ୍ରଦତ୍ତ କୋଭିଡ୍-19 ନିର୍ଦ୍ଦେଶାବଳୀ ଉଲ୍ଲଂଘନ ଅଭିଯୋଗରେ ଏହି ହସ୍ପିଟାଲକୁ ସିଲ୍ କରାଯାଇଛି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ବିଏମ୍ସି । ହସ୍ପିଟାଲରୁ କରୋନା ପଜିଟିଭ୍ ମିଳିବା ପରେ ବିଏମ୍ସି ଏପରି ପଦକ୍ଷେପ ଗ୍ରହଣ କରିଛି । ଗତ 23 ତାରିଖରେ ଏହି ହସ୍ପିଟାଲରୁ 27ଟି ପଜିଟିଭ୍ ମାମଲା ସାମ୍ନାକୁ ଆସିଥିବାରୁ ବିଏମ୍ସି ଏପରି ନିଷ୍ପତ୍ତି ଗ୍ରହଣ କରିଛି ।
ଭୁବନେଶ୍ୱର: ଡୁମୁଡୁମା ସୁବାସନଗର ବସ୍ତିରେ ଉତ୍ତେଜନା ଦେଖାଦେଇଛି। ଏହି ଅଞ୍ଚଳରୁ ଏକାଧିକ ପଜିଟିଭ୍ ଚିହ୍ନଟ ପରେ ବିଏମ୍ସି ତରଫରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। କଣ୍ଟେନମେଣ୍ଟ ଘୋଷଣା ପରେ ଆବଶ୍ୟକ ସୁବିଧା ମିଳୁନଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । କଣ୍ଟେନମେଣ୍ଟରେ ମିଳୁଥବା ସାମଗ୍ରୀ ଦର ଅତ୍ୟଧିକ ହୋଇଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଶ୍ରମିକ ଶ୍ରେଣୀ ଲୋକ ଅତ୍ୟଧିକ ଦରରେ କିଣିବାକୁ ଅସମର୍ଥ ହେଉଥିବାର ଅଭିଯୋଗ ହୋଇଛି। ହନୁମାନ ମନ୍ଦିର ନିକଟରେ ଏକାଠି ହୋଇ ବସ୍ତି ଲୋକ ହୋହଲ୍ଲା କରିଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ୍ ଓ ବିଏମ୍ସି କର୍ତ୍ତୃପକ୍ଷ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରୁଛନ୍ତି ।
କଟକ : ଆଜି କଟକ ସହରରୁ 2 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇଟି ଯାକ ଲୋକାଲ୍ କେସ୍ ବୋଲି ଜଣାପଡିଛି । କ୍ୟାଣ୍ଟନମେଣ୍ଟ ରୋଡ୍ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ 34 ବର୍ଷ ବୋଲି ଜଣାପଡିଛି । ସେ ପୂର୍ବରୁ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ସୂଚନା ରହିଛି । ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ହେଉଛନ୍ତି ରାଣୀହାଟର । ରାଣୀହାଟରୁ ଚିହ୍ନଟ 33 ବର୍ଷୀୟ ଯୁବକ ଜଣକ ମଧ୍ୟ ପୂର୍ବରୁ ଜଣେ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ସୂଚନା ଦେଇଛି ସିଏମ୍ସି । ଆଜି ନୂତନ ଦୁଇ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ଏବେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 32ରେ ପହଞ୍ଚିଛି । ତେବେ କଟକ ସହରରୁ ଜଣକର କରୋନା ଜନିତ ମୃତ୍ୟୁ ହୋଇଥିବାବେଳେ 21 ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ କଟକ ସହରରେ 10ଟି ଆକ୍ଟିଭ୍ କେସ୍ ରହିଛି ।
ବବୁଲୁ ସାହୁ କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅଧିନସ୍ଥ ନୂଆଗାଁ ପଂଚାୟତ ପଦ୍ମପୁର ଗ୍ରାମର ପୂର୍ଣ୍ଣ ଶବରର ମୃତଦେହ ସେହି ଗ୍ରାମର ଜଗବନ୍ଧୁ ଶବରଙ୍କ କୂଅରେ ଭାସୁଥିବା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି । କୂଅରେ ଏକ ଶବ ଭାସୁଥିବାର ଦେଖି ଜଗବନ୍ଧୁ ପାଖ ପଡୋଶୀ ଏବଂ ପୋଲିସକୁ ଖବର ଦେଇଥିଲେ । ସଂଧ୍ୟା ସମୟରେ ପୋଲିସ ଶବ ଉଦ୍ଧାର କରିନପାରି ଆରଦିନ ସକାଳୁ ଅଗ୍ନିଶମ ବିଭାଗ ସହାୟତାରେ କୂଅ ଭିତରୁ ଶବକୁ ଉଦ୍ଧାର କରି ଚିହ୍ନଟ ହେବାପରେ ଡାକ୍ତରୀ ମାଇନା ପାଇଁ ଧର୍ମଗଡ ପଠାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ । ୩୮ ବର୍ଷୀୟ ପୂର୍ଣ୍ଣ ଶବର କେଗାଁ ଆସି ବ୍ୟାଙ୍କରୁ ଟଙ୍କା ଉଠାଣ କରିବା ପରେ ଘରକୁ ଫେରିନଥିବା ବେଳେ ଘର ଲୋକେ ଖୋଜାଖୋଜି କରୁଥିଲେ । ନିଜ ଗ୍ରାମର ଜଗବନ୍ଧୁ ଶବରଙ୍କ କୂଅରେ ଶବ ପଡିଥିବା ବେଳେ ମୃତ ଶରୀରରେ କ୍ଷତଚିହ୍ନ ଓ ଆଖିପତାରେ ରକ୍ତବର୍ଣ୍ଣ…
ରମେଶ ମହାନ୍ତି ଜଗତସିଂହପୁର: ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଛି ଯୁଦ୍ଧ ଭଳି ପରିସ୍ଥିତି ଦେଶପାଇଁ ସହିଦ ହୋଇଛନ୍ତି ଭାରତର ବୀର ଯବାନ୍। ଏଭଳି ପରିସ୍ଥିତିରେ ଦେଶବାସୀ ଚାଇନା ଜିନିଷକୁ ବର୍ଜନ କରିବା ସହ ଚାଇନା ମୋବାଇଲ୍ ଆପ୍ ଟିକ୍ ଟକ୍ ବ୍ୟବହାର ନକରିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଅନେକ ଦାବୀ ହେଉଥିଲେ ମଧ୍ୟ ଯୁବପିଢି କିନ୍ତୁ ଚେତୁନାହାଁନ୍ତି । ସୂଚନାନୁଯାୟୀ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଅନ୍ତର୍ଗତ ମାଛଗାଁ ପଞ୍ଚାୟତ ମଙ୍ଗପୁର ଗାଁରେ । ଟିକ୍ ଟକ୍ କରୁଥିବା ବେଳେ ଦେବୀ ନଦୀରେ ବୁଡିଗଲେ ୩ ଛାତ୍ରୀ ଓ ଜଣେ ଛାତ୍ର ।ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ଓ ଅନ୍ୟ ୨ଜଣ ଛାତ୍ରୀ ଓ ଛାତ୍ର ଗୁରୁତର ରହିଥିବା ଜଣାପଡ଼ିଛି । ମୃତ ଛାତ୍ରୀ ଜଣକ ହେଲେ ଜଗତସିଂହପୁର ଥାନା…
କୋଲକାତା: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ଦଳ (ଟିଏମ୍ସି)ର ବିଧାୟକ ତମୋନାଶ ଘୋଷଙ୍କର ବୁଧବାର ପରଲୋକ ହୋଇଯାଇଛି। ଗତ ମାସ ସେ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଥିଲା । ତମୋନାଶଙ୍କର କରୋନା ଚିକିତ୍ସା ଚାଲିଥିବାବେଳେ ଆଜି ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 60 ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଶୋକ ପ୍ରକଟ କରିଛନ୍ତି । ମମତା ବାନାର୍ଜୀ ଏକ ଟ୍ୱିଟ କରି କହିଛନ୍ତି, ଫଲ୍ଟାରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ତମୋନାଶ ଆଉ ନାହାନ୍ତି। ସେ 1998ରୁ ଦଳର କୋଷାଧ୍ୟକ୍ଷ ରୂପେ ରହିଥିଲେ । 35 ବର୍ଷ ଧରି ଦଳ ପାଇଁ କାର୍ଯ୍ୟ କରିଥିଲେ । ସେ ସର୍ବଦା ଦଳ ଓ ଲୋକଙ୍କ ପ୍ରତି ସମର୍ପିତ ରହିଥିଲେ । ମମତା ବାନାର୍ଜୀ ତାଙ୍କ ପରିବାରକୁ ସମବେଦନା ଜଣାଇ କହିଛନ୍ତି ‘ ତାଙ୍କ ବିୟୋଗରେ ଯେଉଁ କ୍ଷତି ହୋଇଛି ତାହା…
ନୂଆଦିଲ୍ଲୀ : ଦିନକୁ ଦିନ ଭୟଙ୍କର ହେଉଛି ମହାମାରୀ କରୋନା ଭାଇରସ । ଭାରତରେ ମଧ୍ୟ ସ୍ଥିତି ବେକାବୁ ହେଉଛି । ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସର୍ବାଧିକ 15 ହଜାର 968 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 4 ଲକ୍ଷ 56 ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 14 ହଜାର ପାର ହେଲାଣି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 15 ହଜାର 968 ନୂଆ ମାମଲା ସାମନାକୁ ଆସିଛି। ସେହିପରି 465ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା 4ଲକ୍ଷ 56 ହଜାର 183 ରେ ପହଞ୍ଚଥିବାବେଳେ ମୃତ୍ୟୁ ସଂଖ୍ୟା 14 ହଜାର 476କୁ ବୃଦ୍ଧି ହୋଇଛି। ସେହିପରି ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 2 ଲକ୍ଷ 58…
କେଦାର ମିଶ୍ର ମାର୍ଚ୍ଚ ମାସରେ ଆମକୁ କୁହା ଯାଉଥିଲା, ଯଦି ଘରେ ରହିବା ତା ହେଲେ କରୋନା ଆମକୁ ଛୁଇଁ ପାରିବନି। ମାର୍ଚ୍ଚ ୨୨ରେ ଯେତେବେଳେ ଜନତା କର୍ଫ୍ଯୁ କଥା ଉଠିଲା, ସେତେବେଳେ କେତେ ଗପ ଆମେ ଶୁଣିଲୁ। ଯଦି ଗୋଟିଏ ଦିନ ଆମେ ଘରେ ରହିଯିବା ଓ ସନ୍ଧ୍ୟା ପାଞ୍ଚଟାରେ ପାଞ୍ଚ ମିନିଟ ପାଇଁ ଥାଳି ବଜାଇବା, ତା ହେଲେ କରୋନା ଆଉ ଦେଶରେ ରହିପାରିବନି ବୋଲି କୁହାଗଲା। ସେତେବେଳେ ଗୋଟେ ଭାଇରାଲ ଭିଡିଓ କଥା ମନେ ଅଛି। ଦିଆସିଲି କାଠିର ଗୋଟେ ଧାଡିରେ ନିଆଁ ଲାଗିଛି। ସେ ଧାଡିରୁ ଗୋଟେ କାଠି ଅଲଗା ହୋଇଯିବାରୁ ନିଆଁ ର ସଂକ୍ରମଣ କମି ଯାଉଛି। ଆମେ ବି ସେୟା ଆଶା କରୁଥିଲୁ। କରୋନା ସଂକ୍ରମଣ ଭାଙ୍ଗିଯିବାର ଆଶା ରେ ଆମେ ଯାବତୀୟ ଯାତନା ସହିଲୁ। ମାସ ମାସ ଧରି ଘରେ ତାଲା ପକେଇ ରହିଲୁ। ବାହାରକୁ ଆସିଲେ ପୋଲିସ ମାଡ ଖାଇଲୁ।…
ସୋର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝା଼ଡ଼ି ଛକ ନିକଟରେ ଏକ ପ୍ରବାସୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 20ଜଣ ଆହତ ହୋଇଛନ୍ତି। ବସ୍ଟି ପ୍ରବାସୀଙ୍କୁ ପଣ୍ଡିଚେରୀରୁ ବିହାରର ପାଟନା ଯାଉଥିବାବେଳେ ଜାମୁଝା଼ଡ଼ି ଛକ ନିକଟରେ ବସ୍ଟି ଟ୍ରକ୍କୁ ପଛରୁ ଧକ୍କା ଦେଇଥିଲା। ସମସ୍ତ ଆହତଙ୍କୁ ସୋର ମେଡ଼ିକାଲରେ ଚିକିତ୍ସା ନିମେନ୍ତ ଭର୍ତ୍ତି କରାଯାଇଛି ।
ଗଂଜାମ : ଗଂଜାମ ଜିଲ୍ଲାରେ ଆଜିଠାରୁ ସରକାରୀ କାର୍ଯ୍ୟାଳୟ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି । ଆଜିଠାରୁ ଜିଲ୍ଲାରେ ଆଗାମୀ 10 ଦିନ ଯାଏଁ ସମସ୍ତ ସରକାରୀ କାର୍ଯ୍ୟାଳୟ ସର୍ବସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ । ଗଂଜାମରେ ଜଣେ ବରିଷ୍ଠ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ଗଂଜାମ ଜିଲ୍ଲାପାଳ । ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲାରେ ରାଜ୍ୟର ଅଧିକାଂଶ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି । ଆଜି ଜିଲ୍ଲାରେ 75 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ଜିଲ୍ଲାରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1000 ଟପି ସାରିଛି । ସେହିପରି ଜିଲ୍ଲାରେ ସର୍ବାଧିକ 8 ଜଣଙ୍କର ମୃ୍ତ୍ୟୁ ଘଟିଛି ।
ଭୁବନେଶ୍ବର : ଆଜି ଚିହ୍ନଟ 282 ଜଣଙ୍କ ମଧ୍ୟରୁ ସର୍ବାଧିକ ଗଜତିପତିରୁ ଚିହ୍ନଟ ହୋଇଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଆମ୍ପାନ୍ ଉଦ୍ଧାର କାର୍ଯ୍ୟରୁ ଫେରିଥିବା ଏନ୍ଡିଆରଏଫ୍ର 8 ଜଣ ଯବାନ ସାମିଲ୍ ରହିଛନ୍ତି । 17ଟି ଜିଲ୍ଲାରୁ 282 ଜଣ ଚିହ୍ନଟ ହୋଇଛନ୍ତି । ଆଜି ଗଜପତି ଜିଲ୍ଲାରୁ ସର୍ବାଧିକ 76, ଗଞ୍ଜାମ ଜିଲ୍ଲାରୁ 75, ଖୋର୍ଦ୍ଧାରୁ 26, ଝାରସୁଗୁଡାରୁ 23, କନ୍ଧମାଳରୁ 17, ସମ୍ବଲପୁରରୁ 13, ଜଗତସିଂହପୁରର 11, ପୁରୀରୁ 9 ଜଣ ରହିଛନ୍ତି । ମୟୂରଭଞ୍ଜ ଓ ଯାଜପୁରରୁ 6 ଜଣ ଲେଖାଏଁ ରହିଛନ୍ତି । କଟକରୁ 4 ଜଣ ରହିଥିବାବେଳେ ବାଲେଶ୍ବରରୁ 3 ଜଣ ରହିଛନ୍ତି । ସୁନ୍ଦରଗଡ, ଅନୁଗୁଳ, ବଲାଙ୍ଗିର, କୋରାପୁଟ, ନୟାଗଡରୁ ଜଣେ ଲେଖାଏଁ ରହିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 282 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 256ଜଣ ଚିହ୍ନଟ ହୋଇଥିବାବେଳେ 26ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 5,752କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1740। ରାଜ୍ୟରେ ସୁସ୍ଥ ହୋଇଛନ୍ତି 3988 ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 17ଜଣ । ସେହିପରି7ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଲିଙ୍ଗରାଜ ମହାନ୍ତି ବହୁ ବାଦବିବାଦ ପରେ ଶେଷରେ ରଥ ଉପରେ ବିଜେ କଲେ ଠାକୁର ଏବଂ ବଡ ଦାଣ୍ଡରେ ଗଡିଲା ରଥ। ହେଲେ ଜଗତର ନାଥ ଜଗନ୍ନାଥଙ୍କ ଏହି ଲୀଳାକୁ କେହି ବୁଝିପାରିଲେ ନାହିଁ। ବହୁ ନାଟ ଖେଳିବା ପରେ ଶେଷରେ ରଥଯାତ୍ରା ସଂପର୍ଣ୍ଣ ହୋଇଛି। କେବଳ ସେତିକି କହିଲେ ହେବ ନାହିଁ, ବହୁ ଶୃଙ୍ଖଳିତ ଭାବେ ଏଥର ରଥଯାତ୍ରା ସଂପର୍ଣ୍ଣ ହୋଇଛି। ତେବେ ସୁପ୍ରିମକୋର୍ଟଙ୍କ କଟକଣା ପାଇଁ କୌଣସି ଭକ୍ତ ବଡଦାଣ୍ଡକୁ ଯାଇପାରିଲେ ନାହିଁ ସତ, ହେଲେ ଟେଲିଭିଜନ ମାଧ୍ୟମରେ ଜଗନ୍ନାଥଙ୍କ ଏହି ଲୀଳାକୁ ଦେଖି ନିଜ ମନକୁ ଶାନ୍ତ କରିଥିଲେ। ତେବେ ଏଥର ବିରଳ ରଥ ଯାତ୍ରା ବିଭିନ୍ନ କ୍ଷେତ୍ରକୁ ନେଇ ବେଶ୍ ଚମତ୍କାରିତା ମଧ୍ୟ ରହିଛି। ଏହିପରି ଛଅଟି ଚମତ୍କାରିତା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। 1-ଯେତେବେଳ ସୁପ୍ରିମକୋର୍ଟ ରଥଯାତ୍ରାକୁ ବନ୍ଦ କରିବାକୁ ରାୟ ଶୁଣାଇଲେ ସେତେବେଳେ ସାରା ବିଶ୍ବର ଜଗନ୍ନାଥ ପ୍ରେମୀ ହତାଶ ହୋଇ…
ପିଣ୍ଟୁ ବିଷୋୟୀ ବେଗୁନିଆପଡା: କରୋନା ଯୋଦ୍ଧା ଅଙ୍ଗନୱାଡି କର୍ମୀଙ୍କୁ ଜଣେ ପ୍ରବାସୀ ଓଡିଆ ଟଙ୍କା ମିଳିବା ଦାବୀ ସହ ଅଶ୍ଳୀଳ ଭାଷାରେ ଗାଳି କରି ଆକ୍ରମଣ ଉଦ୍ୟମ କରିବା ଅଭିଯୋଗ ହୋଇଛି। ଏହା ସହିତ କର୍ମୀଙ୍କ ପୁଅକୁ ଆକ୍ରମଣ କରି ଅପହରଣ କରିବା ପାଇଁ ଧମକ ଦେବା ଘଟଣା ଆଲୋଡନ ସୃଷ୍ଟି କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ରାହାଡା ଗ୍ରାମରେ ମଣିମାଳା ନାୟକ ଅଙ୍ଗନୱାଡି କର୍ମୀ ଭାବେ କାର୍ଯ୍ୟ କରିବା ସହ କୋଭିଡ-୧୯ ଡ୍ୟୁଟିରେ ଯୋଦ୍ଧା ଭାବେ କାର୍ଯ୍ୟ କରୁଛନ୍ତି। ଆଜି ସେ ନିଜ ଘରେ ରିପୋର୍ଟ ପ୍ରସ୍ତୁତ କରିବା ସମୟରେ ତାଙ୍କ ଘର ଆଗରେ ରହୁଥିବା ପ୍ରବାସୀ ଓଡିଆ ରବି ମହାନ୍ତି ଓରଫ୍ ଭାଗୀ ମଦ ପିଇ ଆସି ତାଙ୍କୁ କାହିଁକି ୨୦୦୦ ଟଙ୍କା ମିଳିନି ଆଉ ତୁରନ୍ତ ଦିଅ କହିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଆକ୍ରମଣ କରିବାକୁ ଉଦ୍ୟତ ହେବା ବେଳେ…
ପୁରୀ: ରଥଯାତ୍ରା ପାଇଁ ପୁରୀ ସହରରେ ଲାଗିଥିବା କର୍ଫ୍ୟୁ କୋହଳ କରାଯାଇଛି। ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟକୁ ଆସିଯାଇଥିବାରୁ ପ୍ରଶାସନ ପକ୍ଷେପ ନେଇଛି। କେବଳ କିଛି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିବ। ଆଜି ସନ୍ଧ୍ୟା 7ଟାରୁ କର୍ଫ୍ୟୁ ଉଠାଯିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବଡଶଙ୍ଖଠାରୁ ମାଟିଆପଡା ବସଷ୍ଟାଣ୍ଡ ଗାେଲେଇ ଅଞ୍ଚଳରେ କର୍ଫ୍ୟୁ ରହିବ। ସୂଚନାଯୋଗ୍ୟ, ଆଜି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ବିନା ଭକ୍ତରେ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି। ସୁପ୍ରିମକୋର୍ଟଙ୍କ ସର୍ତ୍ତ ମୁତାବକ କୋଭିଡ୍କୁ ଦୃଷ୍ଟିରେ ରଖି କେବଳ ସେବାୟତମାନଙ୍କ ଦ୍ବାରା ରଥଟଣା ହୋଇଥିଲା। ଏଥିପାଇଁ ଗତକାଲି ରାତି 9ଟାରୁ ପୁରୀ ସହରକୁ ସଟ୍ଡାଉନ୍ କରାଯାଇଥିଲା। ଏହା ବୁଧବାର ଦିନ 2ଟା ପର୍ଯ୍ୟନ୍ତ କରାଯାଇଥିବାବେଳେ ଆଜି ଏଥିରେ କୋହଳ କରାଯାଇଛି।
ପୁରୀ: ଚଳିତ ବର୍ଷ ରଥଯାତ୍ରା ଇତିହାସରେ ଯୋଡି ହୋଇଛି ଏକ ନୂଆ ଫର୍ଦ୍ଦ । ବିନା ଭକ୍ତରେ ବଡଦାଣ୍ଡରେ ଗଡିଛି ତିନି ରଥ । କୋଭିଡ୍ କଟକଣା ପାଇଁ ବିନାଭକ୍ତରେ ଆଜି ଶ୍ରୀଜୀଉ ନବଦିନାତ୍ମକ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରତ୍ୟେକ ବର୍ଷ ଆଷାଢ ମାସ ଶୁ୍କଳ ଦ୍ବିତୀୟ ଦିନ ଦିନ ଶ୍ରୀଜୀଉମାନେ ରଥଯାତ୍ରା କରିଥାନ୍ତି । ଏହି ଦିନ ରତ୍ନ ସିଂହାସନ ଛାଡି କାଳିଆଠାକୁର ଭକ୍ତଙ୍କ ଗହଣକୁ ଆସିଥାନ୍ତି। କିନ୍ତୁ ଆଜି ଏଠାରେ ଦେଖାଦେଇଛି ବ୍ୟତିକ୍ରମ। ରତ୍ନ ସିଂହାସନ ଛାଡି କଳା ସାଆନ୍ତ ଆସିଛନ୍ତି ବାହାରକୁ । କିନ୍ତୁ ଭକ୍ତ ଯାଇ ପାରିନାହିଁ ତା’ ପ୍ରିୟ ପ୍ରଭୁଙ୍କ ନିକଟକୁ । ପତିତ ଜନଙ୍କୁ ଉଦ୍ଧାରିବା ଲାଗି ପ୍ରତ୍ୟେକ ବର୍ଷ ଏମିତି ଯାତ୍ରା କରିଥା’ନ୍ତି କାଳିଆ ଠାକୁର । ରତ୍ନ ବେଦୀ ଛାଡି ଜନ୍ମବେଦୀକୁ ଯାତ୍ରା କରିଛନ୍ତି ଶ୍ରୀଜୀଉ । ଆଜିଠାରୁ ବାହୁଡା ପର୍ଯ୍ୟନ୍ତ ଚତୁର୍ଦ୍ଧାମୂର୍ତ୍ତି ଗୁଣ୍ଡିଚା ମନ୍ଦିରରେ ପୂଜା ପାଇବେ…

