ପୁରୀ, ଗୋଟିଏ ପଟେ ଘଡଘଡ ନାଦ କରି ପୁରୀ ବଡଦାଣ୍ଡରେ ରଥ ଗଡୁଥିବା ବେଳେ ଅନ୍ୟପଟେ ସମୁଦ୍ର ଗର୍ଜନ ଭକ୍ତଙ୍କୁ ବିମୋହିତ କରିବା କଥା। ହେଲେ କୋଭିଡ19 କଟକଣା ଯୋଗୁଁ ଏଥର ଭକ୍ତଶୂନ୍ୟ ହୋଇ ପଡିଥିଲା ପୁରୀ ବଡଦାଣ୍ଡ ଓ ସମୁଦ୍ରକୂଳ। ତେବେ ଭକ୍ତ ଥାଆନ୍ତୁ କି ନାହିଁ ଗଡିଲା ରଥ। ସେହିପରି ବିନା ଦର୍ଶକରେ ମଧ୍ୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଜଗନ୍ନାଥଙ୍କୁ ପ୍ରଦାନ କରିଛନ୍ତି ଭକ୍ତିପୂତ ଅର୍ଘ୍ୟ। ବିଭିନ୍ନ ଘଟଣାକୁ ନେଇ ବାଲୁକା କଳା ନିର୍ମାଣ କରିବାରେ ସୁଦର୍ଶନ ପଟ୍ଟନାୟକଙ୍କ ବେଶ୍ ଖ୍ୟାତ ଅଛନ୍ତି। ସେହିପରି ଏଥର ରଥଯାତ୍ରାରେ ମଧ୍ୟ ସେ ନିର୍ମାଣ କରିଛନ୍ତି ଏକ ଆକର୍ଷଣୀୟ ବାଲୁକା କଳା। ପୁରୀ ବେଳାଭୂମିରେ ସେ ଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ବାଲୁକାରେ ରଂଗୀନ କଳା ନିର୍ମାଣ କରିଛନ୍ତି। ଏଥିସହିତ ଶ୍ରୀମନ୍ଦିରକୁ ମଧ୍ୟ ସେ ତାଙ୍କ କଳାରେ ସ୍ଥାନିତ କରିଛନ୍ତି। ଏହା ଦେଖିବା ପାଇଁ ଦର୍ଶକ ନ ଥିଲେ ମଧ୍ୟ…
Author: Samikhsya Bureau
ପୁରୀ, ମୁହଁରେ ମାସ୍କ ଲଗାଇ ତିନି ରଥରେ ଛେରା ପହଁରା କରିଛନ୍ତି ଗଜପତି ଦିବ୍ୟସିଂହ ଦେବ। ନିର୍ଦ୍ଧାରିତ ସମୟରେ ତିନିଠାକୁର ରଥରେ ବିଜେ କରିବା ପରେ ଗଜପତି ତାଙ୍କ ଶ୍ରୀନଅରରୁ ବାହାରିଥିଲେ। ଏଥିରେ ଗଜପତି ମୁହଁରେ ମାସ୍କ ପରିଧାନ କରି ପାଲିଙ୍କିରେ ବସିଥିବାର ପରିଲକ୍ଷିତ ହୋଇଥିଲା। ଏପରିକି ପାଲିଙ୍କି ଆଣୁଥିବା ସେବକମାନେ ମଧ୍ୟ ମୁହଁରେ ମାସ୍କ ପିନ୍ଧିଥିବାର ଦେଖାଯାଇ ଥିଲା। କୋଭିଡ19 ପାଇଁ ସ୍ନାନଯାତ୍ରା ବେଳେ ଗଜପତି ଛେରା ପହଁରା କରିବାକୁ ଆସି ନ ଥିଲେ। ବୟସ ଦୃଷ୍ଟିରୁ ସେ ଭିଡ ଭିତରେ ନ ପଶି ତାଙ୍କ ମୁଦିରସ୍ତଙ୍କୁ ଏହି କାର୍ଯ୍ୟ କରିବା ପାଇଁ ପଠାଇଥିଲେ। ହେଲେ ରଥଯାତ୍ରାରେ ସେ ମାସ୍କ ପିନ୍ଧି ଏହି ରାଜକାର୍ଯ୍ୟ କରିଥିଲେ। ସୁପ୍ରିମକୋର୍ଟ କଟକଣା ଏବଂ କୋଭିଡ19ର ଗାଇଡଲାଇନ ଅନୁସାରେ ଗଜପତିଙ୍କ ସହିତ ଶ୍ରୀମନ୍ଦିର ସେବକ ଏବଂ ଶଙ୍କରାଚାର୍ଯ୍ୟ ମଧ୍ୟ ମାସ୍କ ପରିଧାନ କରିଥିଲେ।
ଭୁବନେଶ୍ବର: ଆଜି ରାଜ୍ୟରେ 125ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ 33ଜଣ, ପୁରୀରୁ 17 ଜଣ, କଟକରୁ 14 ଜଣ, ମୟୂରଭଞ୍ଜରୁ 13, ଗଞ୍ଜାମରୁ 10, କେଉଁଝରରୁ 9, ଯାଜପୁରରୁ 8, ନୂଆପଡ଼ାରୁ 6, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରୁ 4 ଜଣ ଲେଖାଏଁ ରହିଛନ୍ତି । ସେହିପରି ସୁନ୍ଦରଗଡ଼ରୁ 3 ଜଣ, ବଲାଙ୍ଗିରରୁ 2 ଜଣ ରହିଛନ୍ତି । କନ୍ଧମାଳ ଓ ମାଲକାନଗିରିରୁ ଜଣେ ଲେଖାଏଁ ରହିଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା 3988ରେ ପହଞ୍ଚିଛି । ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 5,470କୁ ବୃଦ୍ଧି ହୋଇଛି । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 17 ଜଣ । ସେହିପରି 7 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ପୁରୀ, ଗତବର୍ଷ ପରି ଚଳିତ ବର୍ଷ ରଥଯାତ୍ରାରେ ମଧ୍ୟ ଭଳିକି ଭଳି ଫୁଲମାଳାରେ ଝଟକି ଉଠିଥିଲା ଶ୍ରୀମନ୍ଦିର। ଜଣେ ଭକ୍ତଙ୍କ ବଦାନ୍ୟରେ କରାଯାଇଥିଲା ଏହି ଫୁଲର ମନ୍ଦିର।
ଭୁବନେଶ୍ବର, ସମସ୍ତ ଭକ୍ତଙ୍କୁ ବଡଦାଣ୍ଡକୁ ଯିବା ପାଇଁ ମନା କରାଯାଇଛି। ପୁରୀ ଜିଲ୍ଲାରେ କଫ୍ୟୁ ଜାରୀ କରାଯାଇଛି। ସମସ୍ତଙ୍କୁ ଅନୁରୋଧ କରାଯାଇଛି ଘରେ ବସି ଟେଲିଭିଜନରେ ରଥଯାତ୍ରା ଦେଖନ୍ତୁ। ଖୋଦ ସରକାର ଏହି ନିର୍ଦ୍ଦେଶ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଲୋକସେବା ଭବନରେ ରଥଯାତ୍ରାର ସିଧାପ୍ରସାରଣ ଦେଖିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ କାର୍ଯ୍ୟାଳୟରେ ଥିବା ଟେଲିଭିଜନରେ ଡିଡି ଓଡିଆରେ ଏହି ରଥଯାତ୍ରାର ସିଧାପ୍ରସାରଣ ଦେଖିଥିଲେ। ସକାଳୁ ପହଣ୍ଡି ବିଜେଠାରୁ ଆରମ୍ଭ କରି ରଥଟଣା ପର୍ଯ୍ୟନ୍ତ ଘରେ ସିଧାପ୍ରସାରଣ ଦେଖିଥିଲେ। ମଝିରେ ମଝିରେ ନବୀନ ନିଜ ଚେୟାରରୁ ଛିଡା ଜଗନ୍ନାଥଙ୍କୁ ନମସ୍କାର କରିଥିଲେ। ତାଙ୍କ ପାଖରେ ଥିଲେ ଫାଇଭ ଟି ସଚିବ ଭି.କେ ପାଣ୍ଡିୟାନ୍।
ରମେଶ ମହାନ୍ତି ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ 19 ଜଣ ଚିହ୍ନଟ ହୋଇଛନ୍ତି । ନୂତନ 19 ଜଣ ଆକ୍ରାନ୍ତଙ୍କ ତଥ୍ୟ ଦେଇଛି ଜିଲ୍ଲାପ୍ରଶାସନ । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ18 ଜଣ ଟିଏମ୍ସିରୁ ଚିହ୍ନଟ ହୋଇଥବାବେଳେ ଗୋଟିଏ ଲୋକାଲ କେସ୍ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ବାଲିକୁଦା ବ୍ଲକରୁ 4 ଜଣ, ବିରିଡି ବ୍ଲକରୁ 2 ଜଣ, କୁଜଙ୍ଗ ବ୍ଲକରୁ 9 ଜଣ, ନାଉଗାଁ ବ୍ଲକରୁ 3 ଜଣ ଓ ଏରସମା ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କମଧ୍ୟରୁ 15 ଜଣ ପଞ୍ଚାୟତ କ୍ବାରେଣ୍ଟାଇନ୍ ସେଣ୍ଟରରେ ଚିହ୍ନଟ ହୋଇଥିବାବେଳେ ଜଣେ କୋଭିଡ ଯୋଦ୍ଧା ରହିଛନ୍ତି । ସେହିପରି ଅନ୍ୟ ଦୁଇ ଜଣ ଜିଲ୍ଲା ମୁଖ୍ୟାଳୟ , ଆଇସୋଲେସନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ସେହିପରି ଜଣେ ଲୋକାଲ୍ କେସ୍ ନାଉଗାଁରୁ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ…
ପାଟନା : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କ ଦଳ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)କୁ ବଡ ଝଟ୍କା ଲାଗିଛି । ଆର୍ଜେଡିର ଉପାଧ୍ୟକ୍ଷ ରଘୁବଂଶ ପ୍ରସାଦ ସିଂହ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେହିପରି ପାଞ୍ଚ ବିଧାନ ପରିଷଦ ସଦସ୍ୟ (ଏମ୍ଏଲ୍ସି) ମଧ୍ୟ ଦଳର ସାଥ୍ ଛାଡିଛନ୍ତି । ମିଳିଥିବା ସୂଚନା ଅନୁସାରେ ସଞ୍ଜୟ ପ୍ରସାଦ, କମରେ ଆଲମ୍, ରାଧାଚରଣ ସେଠ, ରଣବିଜୟ ସିଂହ ଓ ଦିଲ୍ଲୀପ ରାୟ ଏମ୍ଏଲ୍ସି ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଏନେଇ ବିଧାନସଭ ପରିଷଦ ସଭାପତି ଅବଧେଶ ନାରାୟଣ ସିଂ ସୂଚନା ଦେଇଛନ୍ତି। ଏହି ପାଞ୍ଚ ଜଣ ନେତା ଏବେ ନୀତିଶ୍ଙ୍କ ଦଳ ଜେଡିୟୁରେ ସାମିଲ୍ ହେବେ ବୋଲି ସୂଚନା ରହିଛି । ଇସ୍ତଫା ଦେଇଥିବା ଏମଏଲ୍ସିର ସଦସ୍ୟମାନେ ଲାଲୁ ପ୍ରସାଦ ଯାଦବଙ୍କ ଅତି ପାଖ ଲୋକ ବୋଲି ସୂଚନା ରହିଛି । ଏହି ସମେସ୍ତ ଆର୍ଜେଡିର ପରିବାରବାଦ…
ପୁରୀ : ଗଡିଲା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ। ବଡଦାଣ୍ଡରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷ ଗଡିଛି । ବିଧି ମୁତାବକ ତାଳଧ୍ବଜ, ଦର୍ପଦଳନ ପରେ ପରେ ନନ୍ଦିଘୋଷ ରଥ ଗଡିଛି । ବିନା ଭକ୍ତରେ ଶାନ୍ତି ଶୃଙ୍ଖଳାରେ ଆୟୋଜିତ ହେଉଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଆଜିଠାରୁ ଶ୍ରୀଜୀଉମାନଙ୍କର ନବଦିନାତ୍ମକ ଯାତ୍ରା ଆରମ୍ଭ ହୋଇଛି ।ଗୁଣ୍ଡିଚା ଘର ଅଭିମୁଖେ ଶ୍ରୀଜୀଉମାନେ ଯାତ୍ରା ଆରମ୍ଭ କରିଛନ୍ତି । ଆଗେ ଆଗେ ବଡଭାଇ ବଳଭଦ୍ର ଯାଉଥିବାବେଳେ ମଝିରେ ଯାଉଛନ୍ତି ଦେବୀ ସୁଭଦ୍ରା । ସବା ପଛରେ ଯାଉଛନ୍ତି କାଳିଆଠାକୁର । ଆସନ୍ତୁ ଟିକେ ଜାଣିବା ନନ୍ଦିଘୋଷ ରଥକୁ ମହପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ନାମ ହେଉଛି ନନ୍ଦିଘୋଷ । ଏହା 832 ଖଣ୍ଠ କାଷ୍ଠରେ ନିର୍ମିତ ହୋଇଥିବାବେଳେ ଏଥିରେ 16ଟି ଚକ ରହିଥାଏ । ଏହି ରଥର ଉଚ୍ଚତା ହେଉଛି 22 ହାତ 5 ଆଙ୍ଗୁଳି । ଏହି ରଥର ରକ୍ଷକ ହେଉଛନ୍ତି ଗରୁଡ ।…
ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହୋଇଯାଇଛି । ପୁରୀ ବଡଦାଣ୍ଡରେ ଚାଲିଛି ରଥଟଣା । ମହାରାଜାଙ୍କ ଛେରା ପହଁରା ପରେ ସର୍ବପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜକୁ ଟଣାଯାଇଥିଲା । ଏବେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ସେବାୟତମାନେ ଟାଣି ନେଉଛନ୍ତି । ଆଗେ ଆଗେ ତାଳଧ୍ବଜ ଯାଉଥିବାବେଳେ ପଛେପଛେ ଚାଲିଛି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ସବା ପଛକୁ ଯିବ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ସୁପ୍ରିମ୍କୋର୍ଟଙ୍କ ଅନୁମତି ପରେ ବିନା ଭକ୍ତରେ ଆୟୋଜିତ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା । ସର୍ତ୍ତ ମୁତାବକ କୋଭିଡ୍ କଟକଣାକୁ ଆଖି ଆଗରେ ରଖି ଏହି ରଥଯାତ୍ରାକୁ ପାଳନ କରାଯାଉଛି । ଦର୍ପଦଳନ ରଥ ସମ୍ପର୍କରେ ସଂକ୍ଷିପ୍ତ ସୂଚନା : ଦେବୀ ସୁଭ୍ରଦାଙ୍କ ରଥର ନାମ ହେଉଛି ଦର୍ପଦଳନ । ଏହାର ଉଚ୍ଚତା 31 ହାତ । ଏହା 593 ଖଣ୍ଡ କାଷ୍ଠରେ ନିର୍ମିତ ହୋଇଥିବାବେଳେ ଏହାର ଚକ ହେଉଛି 12ଟି । ରଥର…
କଟକ : ଆଜି କଟକ ସହରରୁ ଜଣେ ନୂତନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତ ଜଣକ ଝାଞ୍ଜିରିମଙ୍ଗଳା ଅଞ୍ଚଳର ହୋଇଥିବାବେଳେ ସେ ନିକଟରୁ ଚେନ୍ନାଇରୁ ଫେରିଥିଲେ । ଆକ୍ରାନ୍ତ ଜଣକ ବୟସ 23 ବର୍ଷ ହୋଇଥିବାବେଳେ ସେ ହୋମ୍ କ୍ବାରେଣ୍ଟିନ୍ରେ ରହିଥିଲେ ବୋଲି ସିଏମ୍ସି ସୂଚନା ଦେଇଛି । ସେହିପରି ଆଜି କଟକ ସହରରୁ ଜଣକର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମୃତକ ଜଣକ ମହାନଦୀ ବିହାରର ବୋଲି ସୂଚନା ରହିଛି । ସେ ଜୁନ୍ 16 ତାରିଖରେ କରୋନା ପଜିଟିଭ୍ ହୋଇଥିବା ସୂଚନା ରହିଛି । ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ 2 ଜଣଙ୍କର ମୃତ୍ୟୁ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଥିଲା । ଏହା ସହିତ ଆଉ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ସେ କରୋନା ଯୋଗୁଁ ନୁହେଁ ବରଂ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା…
ଭୁବନେଶ୍ବରରୁ : ଆଜି ଭୁବନେଶ୍ବରରୁ ଦୁଇ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ହୋମ୍ କ୍ବାରେଣ୍ଟିନ୍ରେ ଥିବାବେଳେ ଆଉ ଜଣେ ଲୋକାଲ୍ କେସ୍ ବୋଲି ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ । ହୋମ୍ କ୍ବାରେଣ୍ଟିନ୍ରେ ଥିବା 39 ବର୍ଷୀୟ ଆକ୍ରାନ୍ତ ଜଣକ ଜୟଦେବ ବିହାର ଅଞ୍ଚଳର ହୋଇଥିବାବେଳେ ନିକଟରେ ସେ ମୁମ୍ବାଇରୁ ଫେରିଥିବାର ସୂଚନା ରହିଛି । ସେହିପରି ଅନ୍ୟ ଆକ୍ରାନ୍ତ ଜଣକ ଶରନପାଲିର ଓ୍ବାର୍ଡ ନଂ 26 ଅଞ୍ଚଳର ବୋଲି ଜଣାପଡିଛି । ଏହି ଆକ୍ରାନ୍ତଙ୍କ ବୟସ 30 ବର୍ଷ ବୋଲି ସୂଚନା ରହିଛି । ସେହିପରି ଆଜି ଭୁବନେଶ୍ବର ମହାନଗରରୁ ପାଞ୍ଚଜଣ ସୁସ୍ଥ ହୋଇଛନ୍ତି । 36 ବର୍ଷୀୟ ରେଳବାଇ କର୍ମଚାରୀ ଜଣେ ସୁସ୍ଥ ହୋଇଥିବାବେଳେ ଡୁମୁଡୁମା ହାଉସିଂ ବୋର୍ଡ କଲୋନୀରୁ ଜଣେ 37 ବର୍ଷୀୟ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ସେହିପରି ଅନ୍ୟ ତିନି ସୁସ୍ଥଙ୍କ ମଧ୍ୟରେ ଜଣେ ସାଲିଆସାହିରୁ…
ବାଲେଶ୍ବର : ନୀଳଗିରି ଉପକାରାଗାରରେ ଥିବା ଜଣେ ବିଚାରାଧୀନ ବନ୍ଦୀଙ୍କର ମୃତ୍ୟୁ ହୋଇଛି। ତାଙ୍କର ନାମ ରାଜୁ ସିଂହ ବୋଲି ଜଣାଯାଇଛି । ତାଙ୍କର ଘର ବାଲେଶ୍ବର ଜିଲ୍ଲାର ନୀଳଗିରି ଥାନା ପ୍ରତାପପୁର ଗ୍ରାମରେ ବୋଲି ସୂଚନା ରହିଛି । ସେ ଏକ ଚୋରି ମାମଲାରେ ଧରାପଡି ନୀଳଗିରି ଜେଲ୍ରେ ରହିଥିଲେ । ଗତ କୋଡିଏ ତାରିଖରେ ଅସୁସ୍ଥ ହେବାରୁ ତାଙ୍କୁ ବାଲେଶ୍ବର ମେଡ଼ିକାଲ ନିଆଯାଇଥିଲା। ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।
ଭୁବନେଶ୍ବର: ରାଜ୍ୟରେ କରୋନା ନେଲା ଆଉ ଦୁଇ ଜଣଙ୍କ ମୁଣ୍ଡ । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ 17 ଜଣଙ୍କ ଜୀବନ ଗଲାଣି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍ରେ ସୂଚନା ପ୍ରଦାନ କରାଯାଇଛି। ତେବେ ଦୁଇ ମୃତକ କଟକ ଜିଲ୍ଲାର ବୋଲି ଜଣାପଡିଛି । ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ମୃତ ବ୍ୟକ୍ତି ଦ୍ବୟ କଟକ ଜିଲ୍ଲାର । ଜଣକ ବୟସ 71 ବର୍ଷ ହୋଇଥିବାବେଳେ କଟକ ସ୍ଥିତ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେ କୋଭିଡ୍-19 ସହ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ । ସଂକ୍ରମିତ ଡାଇବେଟିକ୍ ଫୁଟ୍, ଡାଇବେଟିସ୍ ଏବଂ କ୍ରୋନିକ୍ କିଡନୀ ରୋଗରେ ମଧ୍ୟ ପୀଡିତ ଥିଲେ । ଅନ୍ୟଜଣେ ମଧ୍ୟ କଟକ ଜିଲ୍ଲାର । ତାଙ୍କ ବୟସ 53 ବର୍ଷ । କଟକ ସ୍ଥିତ ହସ୍ପିଟାଲରେ…
ପୁରୀ : ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ଏବେ ବିନା ଭକ୍ତରେ ଘୋଷଯାତ୍ରା ଆରମ୍ଭ ହୋଇଛି । ପରମ୍ପରା ଅନୁସାରେ ଚାଲିଛି ମହାପ୍ରଭୁଙ୍କ ଘୋଷଯାତ୍ରା ନୀତି । ତିନି ଠାକୁରଙ୍କ ପହଣ୍ଡିବିଜେ ନୀତି ସରିବା ପରେ ଗଜପତି ମହାରାଜାଙ୍କ ଦ୍ବାରା ଛେରା ପହଁରା ମଧ୍ୟ ସରିଛି । ଏହାପରେ ପ୍ରଥମେ ବଳଦେବ ମହାପ୍ରଭୁଙ୍କ ରଥ ତାଳଧ୍ବଜକୁ ସେବାୟତମାନେ ଟାଣି ନେଇଛନ୍ତି । ଦିନ 12ଟା ସମୟରେ ରଥ ଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ ହୋଇଥିଲା । ଗୁଣ୍ଡିଚା ଘର ଅଭିମୁଖେ ଯାତ୍ରା କରୁଛନ୍ତି ତିନି ଠାକୁର । ଆଜିଠାରୁ ଶ୍ରୀଜୀଉଙ୍କ ନବଦିନାତ୍ମକ ଯାତ୍ରା ଆରମ୍ଭ ହୋଇଛି । ତାଳଧ୍ବଜ ରଥ ସମ୍ପର୍କରେ ସଂକ୍ଷିପ୍ତ ସୂଚନା : ଶ୍ରୀବଳଭ୍ରଦଙ୍କ ରଥର ନାମ ହେଉଛି ତାଳଧ୍ବଜ । ଏହାର ଉଚ୍ଚତା ହେଉଛି 32 ହାତ 10 ଆଙ୍ଗୁଳି । 763 କାଷ୍ଠରେ ଏହି ରଥ ନିର୍ମିତ ହୋଇଥିବାବେଳେ ଏହାର…
ଭୁବନେଶ୍ବର : କଂଗ୍ରେସ ଭବନରେ ମଙ୍ଗଳବାର ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଛି। ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କାଙ୍କ ନୁଯୁକ୍ତିକୁ ନେଇ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡିଛି । ସ୍ମୃତିଙ୍କୁ ବିରୋଧ କରି ଗୋଟିଏ ଗୋଷ୍ଠୀ ଫାଟକରେ ତାଲା ପକାଇ ଦେଇଥିଲେ । ଏହାପରେ ସ୍ମୃତିଙ୍କ ସମର୍ଥକ ମାନେ ତାଲା ଭାଙ୍ଗି କଂଗ୍ରେସ ଭବନରେ ପ୍ରବେଶ କରିଥିଲେ । ଏହାକୁ ନେଇ ସ୍ମୃତିଙ୍କ ସମର୍ଥକ ଏବଂ ବିରୋଧି ଗୋଷ୍ଠୀ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଯାହାଫଳରେ ଗୋଷ୍ଠୀ ସଙ୍ଘର୍ଷ ହୋଇଥିଲା। ପରିସ୍ଥିତକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଲାଠି ଚାର୍ଜ କରିଥିଲା ।
ଗୋଆ : ଗୋଆରେ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଗୋଆର ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ବଜିତ୍ ରାଣେଙ୍କ ମତରେ 85 ବର୍ଷୀୟ ଜଣେ ବ୍ୟକ୍ତିଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । କୋଭିଡ -19 ଜନିତ ଏହା ହେଉଛି ଗୋଆର ପ୍ରଥମ ମୃତ୍ୟୁ । ଗୋଆରେ ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା 683ରେ ପହଞ୍ଚିଛି । ମାର୍ଚ୍ଚ 25ରେ ଗୋଆରେ ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଏହା ପରେ ଗୋଆା ସର୍ବପ୍ରଥମେ କରୋନା ମୁକ୍ତ ରାଜ୍ୟ ହୋଇଥିଲା ପରେ ପରେ ତେବେ ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ପରେ ଏହି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ଦେଶରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 40 ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 14 ହଜାର ପାର ହେଲାଣି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 4 ଲକ୍ଷ…
ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ବେକାବୁ ହେଉଛି । ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସର୍ବାଧିକ 14 ହଜାର 933 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 40 ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 14 ହଜାର ପାର ହେଲାଣି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ24 ଘଣ୍ଟାରେ 14 ହଜାର 933 ନୂତନ ମାମଲା ଆସିଥିବାବେଳେ 312 ଜଣଙ୍କର ମୃତ୍ୟୁ ଘଟିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 4 ଲକ୍ଷ 40 ହଜାର 215 ରେ ପହଂଚିଛି । ଏପର୍ଯ୍ୟନ୍ତ ଭାରତରେ 14 ହଜାର 011 ଜଣଙ୍କ ମୃତ୍ୟୁ ଘଟିଛି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 2ଲକ୍ଷ 48 ହଜାର 190 ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ…
ଭୁବନେଶ୍ବର : ଆଜି ରାଜ୍ୟରେ 167 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । 18ଟି ଜିଲ୍ଲାରୁ 167 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଜପତିରୁ ସର୍ବାଧିକ 41 ଜଣ ଚିହ୍ନଟ ହୋଇଥିବା ସ୍ଥଳେ ଗଞ୍ଜାମରୁ 30 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଜଗତସିଂହପୁରରୁ 19ଜଣ, ମୟୂରଭଞ୍ଜରୁ 14 ଜଣ, ବାଲେଶ୍ବରରୁ 13ଜଣ, ଢେଙ୍କାନାଳରୁ 9 ଜଣ, ଖୋର୍ଦ୍ଧାରୁ 8 ଜଣ, କେନ୍ଦ୍ରାପଡାରୁ 7 ଜଣ, ରାୟଗଡା ଓ ଯାଜପୁରରୁ 5 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା ଓ କଟକରୁ 3 ଜଣ ଲେଖାଏଁ ଚିହ୍ନଟ ହୋଇଥିବା ସ୍ଥଳେ ନୟାଗଡରୁ 2 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀ, ବଲାଙ୍ଗିର, କଟକ, ବରଗଡ ଓ କୋରାପୁଟରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 167 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି । ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 150ଜଣ ଚିହ୍ନଟ ହୋଇଥିବାବେଳେ 17ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 5,470କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1583। ସେହିପରି ସୁସ୍ଥ ହୋଇଛନ୍ତି 3863 ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 15 ଜଣ । ସେହିପରି 6 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବିଲାଟ ଗ୍ରାମରେ ଗୋଟିଏ ପରିବାରର 6 ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ପୂର୍ବରୁ ଏହି ପରିବାରରେ 2 ଜଣ କରୋନା ପଜିଟିଭ୍ ହୋଇଥିବାବେଳେ ସୁସ୍ଥ ହୋଇ ଫେରିଥିଲେ । କିନ୍ତୁ ଏହି ପରିବାରର ଆଉ 6ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଏହି ପରିବାରର ଜଣେ ବ୍ୟକ୍ତି ତାମିଲନାଡୁରୁ ଫେରିଥିଲେ । କ୍ବାରେଣ୍ଟାଇନ୍ ସେଣ୍ଟରରେ 7 ଦିନ ରହିବା ପରେ ସେ ଘରକୁ ଫେରିଥିଲେ । କିନ୍ତୁ ପରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ଗତ 16 ତାରିଖରେ ପରିବାରର ଅନ୍ୟ ସଦସ୍ୟଙ୍କ ସ୍ବାବ୍ ଟେଷ୍ଟ କରାଯାଇଥିଲା । ଗୋଟିଏ ପରିବାରର ଛଅ ଜଣ ପଜିଟିଭ୍ ଜଣାପଡିବା ପରେ ଉକ୍ତ ଗ୍ରାମକୁ କଣ୍ଟେନେମଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

