Author: Samikhsya Bureau

ଭୁବନେଶ୍ବର : ଆଜି ପୁଣି ବଢିଲା ତେଲ ଦର । ପୁଣି ଥରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ବଢିଛି । ପେଟ୍ରୋଲ୍‌ ଲିଟର ପିଛା 33 ପଇସା ଓ ଡିଜେଲ୍‌ 58 ପଇସାକୁ ବୃଦ୍ଧି ହୋଇଛି । ଲଗାତାର 16 ଦିନ ହେଲା ବଢି ଚାଲିଛି ତେଲ ଦର ।  16 ଦିନରେ ପେଟ୍ରୋଲ୍‌ 9ଟଙ୍କା 21 ପଇସା ବଢିଥିବାବେଳେ ଡିଜେଲ୍‌ 8 ଟଙ୍କା 55 ପଇସା ବଢିଛି। ଆଜି ଭୁବନେଶ୍ବର ଓ କଟକରେ ପେଟ୍ରୋଲ ଦର 80 ଟଙ୍କାରେ ପହଞ୍ଚିଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ 80 ଟଙ୍କା 13ପଇସାରେ ବିକ୍ରି ହେଉଛି। ସେହିପରି ଡିଜେଲର ଦର 77 ଟଙ୍କା 04ପଇସା ରହିଛି। କଟକରେ 80ଟଙ୍କା 39ପଇସା ପେଟ୍ରୋଲ ଦର ରହିଥିବା ବେଳେ ଡିଜେଲ ଲିଟର ପିଛା 77 ଟଙ୍କା 29 ଦରରେ ବିକ୍ରି ହେଉଛି।

Read More

ଭୁବନେଶ୍ବର : ଆଜି ନୂତନ 143 ଆକ୍ରାନ୍ତଙ୍କ ମଧ୍ୟରେ ପଶ୍ଚିମବଙ୍ଗରୁ ଆମ୍ଫାନ୍‌ କାର୍ଯ୍ୟରୁ ଫେରିଥିବା 2 ଏନ୍‌ଡିଆରଏଫ୍‌ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଆଜି 17ଟି ଜିଲ୍‌ଲାରୁ  ଆଜି 143 କରୋନାରେ ଆକ୍ରାନ୍ତ ହୋଇଛନ୍ତି ।  ଗଞ୍ଜାମରୁ ସର୍ବାଧିକ 32 ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ କଟକରୁ 20, ଖୋର୍ଦ୍ଧାରୁ 16ଜଣ ରହିଛନ୍ତି । ସେହିପରି  ନୟାଗଡ, ବାଲେଶ୍ବରରୁ 13 ଜଣ ଲେଖାଏଁ ରହିଥିବାବେଳେ ସୁନ୍ଦରଗଡରୁ 12 ଜଣ, କେନ୍ଦ୍ରାପଡାରୁ 10ଜଣ ରହିଛନ୍ତି । କଳାହାଣ୍ଡିରୁ 6., ସମ୍ବଲପୁରୁର 5, ଭଦ୍ରକରୁ 4, ଢେଙ୍କାନାଳରୁ 3, କେଉଁଝରରୁ 2  ଓ ଝାରସୁଗୁଡା, ବରଗଡ, ବଲାଙ୍ଗିର, ଅନୁଗୁଳ ଓ ଜଗତସିଂହପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 143 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 137ଜଣ ଚିହ୍ନଟ ହୋଇଥିବାବେଳେ 6ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 5,303କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1562। ସେହିପରି ସୁସ୍ଥ ହୋଇଛନ୍ତି 3720 ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 14ଜଣ । ସେହିପରି 5 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ନୂଆଦିଲ୍ଲୀ : ଦେଶରେ ଲକ୍‌ଡାଉନ ଜାରି ରହିଥିବା ସତ୍ତ୍ବେ କରୋନା ହୁ ହୁ ହୋଇ ମାଡି ଚାଲିଛି । ବର୍ତ୍ତମାନ ଦେଶରେ ସଂକ୍ରମିତ କରୋନା ରୋଗୀଙ୍କ ସଂଖ୍ୟା ସାଢେ ଚାରି ଲକ୍ଷ ଅତିକ୍ରମ କରିଛି । ଗତ 24 ଘଣ୍ଟା ମଧ୍ୟରେ ଭାରତରେ ଆହୁରି 445 ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ଏଥି ସହିତ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 14821 ନୂତନ କରୋନା ପଜିଟିଭ ମାମଲା ଚିହ୍ନଟ କରାଯାଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ମୋଟ ପଜିଟିଭ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ଚାରି ଲକ୍ଷ 25 ହଜାର 282 କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ 1 ଲକ୍ଷ 74 ହଜାର ସକ୍ରିୟ ମାମଲା ରହିଥିବାବେଳେ, ଦୁଇ ଲକ୍ଷ 37 ହଜାର କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି ଏବଂ ମୋଟ 13 ହଜାର 699 ଜଣ ଲୋକ ବର୍ତ୍ତମାନ…

Read More

କେଦାର ମିଶ୍ର ଆଜିର ତାରିଖରେ ଓଡିଶାରେ କରୋନାର ସ୍ଥିତି କଣ? ଗତ କାଲି ରାଜ୍ୟରେ ସର୍ବାଧିକ ୩୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜୁନ ମାସ ସାରା ପ୍ରତ୍ୟହ ଓଡିଶାରେ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଓ ଏମାନେ ପ୍ରାୟତଃ ପ୍ରବାସୀ। ଯେଉଁମାନେ ଅନ୍ୟ ରାଜ୍ୟରୁ ଓଡିଶାକୁ ଫେରିଛନ୍ତି ବା ଫେରୁଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଆକ୍ରାନ୍ତ ହେଲେ କେମିତି? ବର୍ତ୍ତମାନ ସମୟରେ ତିନି ମାସରୁ ଅଧିକ ଲକ ଡାଉନରେ ଆମେ ରହି ସାରିଛୁ। ତା ସତ୍ତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ଓ ଏହା ଯେ ଆଗାମୀ ସମୟରେ କମିବ, ସେ ଆଶା ଦିଶୁନାହିଁ। ରାଜ୍ୟ ସରକାର ଆମକୁ କହିଥିଲେ ଜୁନ ଘାଟି ଟପିଗଲେ, ବିପଦ ଟଳି ଯିବା ସତ କହିବାକୁ ଗଲେ, ଜୁନ ପରେ ଆଗକୁ ଆହୁରି ଅନେକ ଘାଟି ଓ ଅନେକ ବିପଦର ସମ୍ଭାବନା ଜଳ ଜଳ ହୋଇ ଦିଶୁଛି।    ସର୍ବାଧିକ ସଂକ୍ରମିତ ପ୍ରବାସୀ ଯାତ୍ରୀଙ୍କ…

Read More

ଭୁବନେଶ୍ବର,ବିଭିନ୍ନ ମହଲରେ ପ୍ରବଳ ସମାଲୋଚନା ଓ ଚାପ ପରେ ଶେଷରେ ରାଜ୍ୟ ସରକାର ମୁଣ୍ଡ ନୁଆଁଇଲେ। ରଥଯାତ୍ରା ରିଟପିଟସନର ହେବାକୁ ଥିବା ଶୁଣାଣି ବେଳେ ରାଜ୍ୟ ସରକାର ତାଙ୍କର ଅନୁକୂଳ ଆଭିମୁଖ୍ୟ ରଖିବେ। ଆଜି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏ କଥା ଆଇନି ବିଭାଗ ତରଫରୁ କୁହାଯାଇଛି। ପୁରୀ ଗଜପତି ରାଜ୍ୟ ସରକାର ଉଚିତ ପଦକ୍ଷେପ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ, କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାଗାବେଗକୁ ଧ୍ୟାନ ରଖି ସରକାର ପଦକ୍ଷେପ ନିଅନ୍ତୁ। ସେହି ଚିଠି ପାଇବା ପରେ ଆଇନି ବିଭାଗ ତର୍ଜମା କରି 7ଟି ପଏଣ୍ଟ ଥିବା ଏକ ପ୍ରେସ ବିଜ୍ଞପ୍ତି ଜାରୀ କରିଛନ୍ତି। ଏହି ପ୍ରେସ ବିଜ୍ଞପ୍ତିରେ ସରକାର କହିଛନ୍ତି ଯେ, ରାଜ୍ୟରେ ବିଭିନ୍ନ ସ୍ଥାନରେ ଯେଉଁ ରଥଯାତ୍ରା ହେଉଛି ସେଥିରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହେଉଛି। ସେଥିପାଇଁ କୋଭିଡ19 ସମୟରେ ତାହା କରିବା ସମ୍ଭବ…

Read More

ପୁରୀ: ଆସନ୍ତାକାଲି ରଥରେ ଆଜ୍ଞାମାଳ ବିଜେ ହେବା ନେଇ ସୂଚନା ରହିଛି। ଏନେଇ ଶ୍ରୀମନ୍ଦିର ପରିଚାଳାନା କମିଟି ତରଫରୁ କୁହାଯାଇଛି। କାଲି ସକାଳ ଧୂପ ପରେ ଆଜ୍ଞାମାଳ ବିଜେ ନୀତି ହେବା ନେଇ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛି ଶ୍ରୀମନ୍ଦିର ପରିଚାଳାନା କମିଟି। ଆଜ୍ଞାମାଳ ପରେ ରଥ ନଗଡିଲେ ନୀତି ବନ୍ଦ ଆଶଙ୍କା ରହିଥିବାରୁ ରଥ ଯାତ୍ରା କରିବା ପାଇଁ ରାଜ୍ୟ ସରକାରକୁ ଅନୁରୋଧ କରାଯାଇଛି। ଏକ୍ଷେତ୍ରରେ ଛତିଶା ନିଯୋଗ ତରଫରୁ ସଂପୂର୍ଣ୍ଣ ସହଯୋଗ କରାଯିବ ବୋଲି କମିଟି ପ୍ରକାଶ କରିଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ରଥଯାତ୍ରା ବିଷୟରେ ନିଜେ ହସ୍ତକ୍ଷେପ କରନ୍ତୁ ବୋଲି କମିଟି ତରଫରୁ ନିବେଦନ କରାଯାଇଛି। ରଥଯାତ୍ରାର କୌଣସି ବିକଳ୍ପ ନଥିବାରୁ ସରକାର ହସ୍ତକ୍ଷେପ କରି ସୁପ୍ରିମ କୋର୍ଟରେ ପୁନଃବିଚାର ପିଟିସନ ଦାଖଲ କରନ୍ତୁ କିମ୍ବା ସରକାର ଆର୍ଡିନାନ୍ସ ମାଧ୍ୟମରେ ରଥଯାତ୍ରା କରନ୍ତୁ ବୋଲି କମିଟି ଅନୁରୋଧ କରିଛି। ବିନା ଭକ୍ତରେ ରଥାଯାତ୍ରା କରାଯାଉ ବୋଲି ଏହି…

Read More

ରମେଶ ମହାନ୍ତି ଜଗତସିଂହପୁର: ଦୃତ ବେଗରେ ସଂକ୍ରମଣ ହେଉଥିବା କରୋନା ମହାମାରୀକୁ ଦୃଷ୍ଟିରେ ରଖି ସପ୍ତାହର ଶନିବାର ଓ ରବିବାର ୨ଦିନ ସରକାରଙ୍କ ପକ୍ଷରୁ ସଟଡାଉନ୍ କଟକଣା ଘୋଷଣା ହୋଇଥିବା ବେଳେ ତିର୍ତ୍ତୋଲ ବ୍ଲକ୍ ଅଞ୍ଚଳରେ ଏହି କଟକଣାକୁ ବେଖାତିର କରାଯାଉଥିବା ଦେଖିବାକୁ ମିଳିଛି। ସଟଡାଉନରେ ଚାଲିଛି ପୋଖରୀ ଖୋଳା କାର୍ଯ୍ୟ। ଜବ୍ କାର୍ଡ ଧାରୀଙ୍କ ବଦଳରେ ଜେସିବିରେ ଖୋଳା ହେଉଛି ପୋଖରୀ। ସୂଚନାନୁଯାୟୀ ସରକାରଙ୍କ ପକ୍ଷରୁ ସଟଡାଉନ୍ କଟକଣା ଜାରୀ ହୋଇଥିଲେ ମଧ୍ୟ ଏହାକୁ ବେଖାତିର କରି ଆଜି (ରବିବାର) ସକାଳୁ ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ପିପ୍ପଳମାଧବ ପଞ୍ଚାୟତର (ଅପରା) ପଞ୍ଚାୟତ ପୋଖରୀକୁ ଜବ୍ କାର୍ଡଧାରୀଙ୍କ ବଦଳରେ ଜେସିବି ଦ୍ୱାରା ଖୋଳା ହେଉଥିବା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର କିଛି ବ୍ୟକ୍ତି ସଟଡାଉନରେ ଏହି ପୋଖରୀ ଖନନ କାର୍ଯ୍ୟକୁ ଦେଖି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ମୁଁ ପୋଖରୀ ଖନନ ବିଷୟରେ କିଛି ଜାଣିନାହିଁ ସରପଞ୍ଚଙ୍କ…

Read More

କନ୍ଦର୍ପ ବେହେରା ରେଢାଖୋଲ: ଭାରତ-ଚୀନ୍ ସୀମା ବିବାଦ ସଂପର୍କରେ କେନ୍ଦ୍ର ସରକାରଙ୍କର ଭୂମିକା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଏ ସଂପର୍କରେ ସମସ୍ତ ତଥ୍ୟକୁ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନା କରିବା ଆବଶ୍ୟକ। ଦିଲ୍ଲୀର ସର୍ବଦଳୀୟ ବୈଠକକୁ ପ୍ରଧାନମନ୍ତ୍ରୀ ଆମ୍ ଅଦମୀ ପାର୍ଟିକୁ ନିମନ୍ତ୍ରଣ ନ କରିବା ଆଦିକୁ ନେଇ ଆମ୍ ଆଦମୀ ପାର୍ଟି ବିରୋଦ୍ଧ ପ୍ରଦର୍ଶନ କରିଛି। ଲଦାଖର ଏଲ୍‌ଏସିରେ ୨୦ ଭାରତୀୟ ଯବାନ ଶହୀଦ ହେବା ତଥା ଅନେକ ଆହତ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏ ସଂକ୍ରାନ୍ତରେ ଦେଶବାସୀ ତଥା ଆମ୍ ଆଦମୀ ପାର୍ଟି ପ୍ରଧାନମନ୍ତ୍ରୀଙ୍କ ଠାରୁ ଉତ୍ତର ଚାହିଁବା ସହିତ ଚୀନର ବର୍ବର କାଣ୍ଡର ଉପଯୁକ୍ତ ଜବାବ ପାଇଁ ଦାବୀ କରୁଛି। ସହିଦ୍ ପରିବାରଙ୍କୁ ୧ କୋଟି ପ୍ରଦାନ, ପରିବାରର ଜଣଙ୍କୁ ନିଯୁକ୍ତି ଦେବା ଓ ୧ ଅପ୍ରେଲ୍ ୨୦୨୦ ପୂର୍ବବତ ସ୍ଥିତି ସୀମାରେ ବାହାର କରିବା ପାଇଁ ଆପ୍ ଦାବୀ କରୁଛି। ଆଜି ରେଢାଖୋଲ ଭୀମଭୋଇ ଛକ ଠାରେ ଆମ୍…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲ୍ଲାରୁ ସର୍ବାଧିକ ୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କନ୍ଧମାଳରୁ ୪୧ଜଣ, ଖୋର୍ଦ୍ଧାରୁ ୩୨ଜଣ, ଗଞ୍ଜାମରୁ ୧୨ଜଣ, ମୟୂରଭଞ୍ଜରୁ ୮ଜଣ, ଅନୁଗୁଳରୁ ୭ଜଣ, କେନ୍ଦୁଝରରୁ ୫ଜଣ, ମାଲକାନଗିରି, ପୁରୀ, ନୟାଗଡରୁ ୪ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ତ ହୋଇଛନ୍ତି। ବାଲେଶ୍ଵର, ଦେବଗଡ, ସୋନପୁରରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ଜଣେ ସୁସ୍ଥ ହୋଇଛନ୍ତି। ଏହି ୧୮୬ ଜଣକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩୭୨୦କୁ ବୃଦ୍ଧି ହୋଇଛି। ତେବେ ରାଜ୍ୟରେ ଏବେ ୧୪୨୧ ସକ୍ରିୟ କେସ ରହିଥିବାବେଳେ ୧୪ ଜଣ ମୃତ୍ୟୁବରଣ କରିଛନ୍ତି।

Read More

ଆଠଗଡ, ଆଜି ବନ ବିଭାଗର କର୍ମଚାରୀମାନେ ପ୍ରାୟ 4 ଘଣ୍ଟା ପରିଶ୍ରମ କରି ଏକ ଗଭୀର କୂଅ ଭିତରୁ ବଜ୍ରକାପ୍ତାକୁ ଉଦ୍ଧାର କରିପାରିଛନ୍ତି। ସକାଳ କେତେକ ଲୋକ ଆଠଗଡର ବୁଧିଆପାଟଣା ଅଞ୍ଚଳର ଏକ କୂଅ ପାଖରେ ଶଦ୍ଦ ହେଉଥିବାର ଶୁଣିବାକୁ ପାଇଥିଲେ। ଏହି ଶଦ୍ଦ କେଉଁଠି ଆସୁଛି ତାହା ଜଣାପଡି ନ ଥିଲେ ମଧ୍ୟ ପରବର୍ତ୍ତି ସମୟରେ କୂଅ ଭିତରୁ ଆସୁଥିବାର ଜଣାପଡିଥିଲା। ଗଭୀର କୂଅ ଭିତରେ ଠିକରେ କଣ ଅଛି ବୋଲି ଜଣାପଡି ନ ଥିଲା। ତେବେ ଏକ ବଡ ପକ୍ଷୀଟିଏ ପଡିଥିବାର ଅନୁମାନ କରାଯାଇ ବନ ବିଭାଗକୁ ଖବର ଦିଆଯାଇଥିଲା। ଆଠଗଡ ବନ ବିଭାଗ କର୍ମଚାରୀମାନେ ଆସି ଦେଖିବା ପରେ ଜଣାପଡିଥିଲା ଯେ ଏହା ଏକ ବଜ୍ରକାପ୍ତା। ଏହାପରେ ଉଦ୍ଧାର କାମ ଆରମ୍ଭ ହୋଇଥିଲା। ଉଦ୍ଧାର ପରେ ତାହାର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଜଙ୍ଗଲରେ ଛାଡି ଦିଆଯାଇ ଥିଲା। ତେବେ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ଯେ, ପ୍ରକୃତରେ…

Read More

ଟାଙ୍ଗୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ସର୍ବସମ୍ମୁଖରେ ମାଡ ମାରିଥିବାର ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମାଟିଆପଡା ଗାଁ ଦାଣ୍ଡରେ ଅନ୍ଧାରୀ ଶାସନରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ରହିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ଘର ଭିତରୁ ଭିଡିଆଣି ଗାଁ ଦାଣ୍ଡରେ ମାଡ ମରାଯାଇଥିବା ନେଇ ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଯୋଗ୍ୟ ଯେ, ମାଟିଆପଡା ଗାଁର ମମତା କାଳସୀଙ୍କୁ ଘର ଭିତରୁ ଟାଣି ଆଣି ସଞ୍ଜୟ କାଳସି, ଭାଗୀରଥି କାଳସି ଓ ତାଙ୍କ ପରିବାରର ସଦସ୍ୟମାନେ ଘର ଭିତରୁ ଭିଡ଼ି ଆଣି ଗାଁ ଦାଣ୍ଡରେ ମାଡ଼ ମାରିଛନ୍ତି। ଘରେ କେହି ପୁରୁଷ ଲୋକ ନଥିବାବେଳେ ମମତାଙ୍କୁ ସମେସ୍ତ ମିଶି ମାଡ ମାରିବା ସହିତ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ଅସଭ୍ୟ ଭାଷାରେ…

Read More

ଭୁବନେଶ୍ବର: ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ନେଇ କାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ। କାଲି ଦିନ ୧୧ଟା ସମୟରେ ଜଣିକିଆ ବେଞ୍ଚରେ ଏହି ଶୁଣାଣି ହେବ। ଜଷ୍ଟିସ୍‌ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ଏନେଇ କାଲି ଶୁଣାଣି ହେବ। ଗତକାଲି ଭିଡିଓକଲ୍‌ ମାଧ୍ୟମରେ ଭର୍ଚୁଆଲ କୋର୍ଟ ନମ୍ବର ୩ରେ ଏହି ମାମଲାର ଶୁଣାଣି ହେବ। ସୁପ୍ରିମ୍‌କୋର୍ଟ ରଥଯାତ୍ରା ସ୍ଥଗିତ ହେବାକୁ ନିର୍ଦ୍ଦେଶ ଦେବା ପରେ ରଥଯାତ୍ରା ଉପରେ ପୁନର୍ବିଚାର କରିବା ପାଇଁ ଏକାଧିକ ପିଟିସନ ଦାୟର କରାଯାଇଛି। ସୂଚନାଯୋଗ୍ୟ, ଗତ ୧୮ ତାରିଖରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ଥର ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ସେବାୟତ, ଅନେକ ବୁଦ୍ଧିଜୀବୀମାନେ ବିରୋଧ କରିଥିଲେ। ସୁପ୍ରିମ୍‌କୋର୍ଟଙ୍କ ରାୟକୁ ସ୍ବାଗତ ଜଣାଇବା ସହିତ ଗଜପତି ମହାରାଜା ଓ ପୁରୀ ଶଙ୍କରାଚାର୍ଯ୍ୟ ବିନା ଭକ୍ତରେ ରଥଯାତ୍ରା ହେବା ନେଇ କହିଥିଲେ। ରଥଯାତ୍ରା ସ୍ଥଗିତକୁ ନେଇ ରାଜ୍ୟ ସରକାରଙ୍କୁ…

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ୨୯ ଜଣ କରୋନା ପଜିଟିଭ୍ ବାହାରିଥିବା ବେଳେ ତନ୍ମଧ୍ୟରୁ ତିର୍ତ୍ତୋଲରୁ ଆଜି ସର୍ବାଧିକ ୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାନୁଯାୟୀ ତିର୍ତ୍ତୋଲ ବ୍ଲକରୁ ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବୋଧେଇ ପଞ୍ଚାୟତରୁ ୨ଜଣ,କୋଲର ପଞ୍ଚାୟତରୁ ଜଣେ, କନିମୁଳ ପଞ୍ଚାୟତରୁ ୫ଜଣ ଏବଂ କୃଷ୍ଣାନନ୍ଦପୁର ପଞ୍ଚାୟତରୁ ୯ଜଣ ଆକ୍ରାନ୍ତ ବାହାରିଥିବା ବ୍ଲକ୍ ପ୍ରଶାସନ ପକ୍ଷରୁ ଜଣାପଡିଛି। ସବୁଠୁ ବଡକଥା ହେଉଛି ଅଜି ଜିଲ୍ଲାରୁ ବାହାରିଥିବା ସମସ୍ତ ୨୯ ଆକ୍ରାନ୍ତଙ୍କ ମଧ୍ୟରୁ କାହାର ଲକ୍ଷଣ ନଥିବା ଜଣାପଡିଛି।ଆକ୍ରାନ୍ତ ମାନଙ୍କୁ ଯଥାଶୀଘ୍ର କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯିବା ନିମନ୍ତେ ବ୍ୟବସ୍ଥା କରାଯାଉଛି।

Read More

ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଛତିଶଗଡ କଙ୍କର ଜିଲ୍ଲାଠାରେ ବିଏସ୍‌ଏଫ୍‌ ଯବାନଙ୍କ ଯୋଗ ପ୍ରଦର୍ଶନ

Read More

ନୂଆଦିଲ୍ଲୀ: ଭାରତ-ଚାଇନା ସୀମା ବିବାଦକୁ ନେଇ ରାହୁଲ୍‌ ଗାନ୍ଧି ମୋଦି ସରକାରଙ୍କୁ ପୁଣି ଥରେ ଟାର୍ଗେଟ୍‌ କରିଛନ୍ତି। ଲଦାଖର ଏଲ୍‌ଏସିରେ ୨୦ ଭାରତୀୟ ଯବାନଙ୍କ ଶହୀଦ ହେବାପରେ ରାହୁଲ୍‌ ଗାନ୍ଧି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି। ଆଜି ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରି ରାହୁଲ‌ କହିଛନ୍ତି ଯେ, ନରେନ୍ଦ୍ର ମୋଦି ଅସଲରେ ସରେଣ୍ଡର ମୋଦି। ଶୁକ୍ରବାର ଦିନ ଆୟୋଜିତ ହୋଇଥିବା ସର୍ବଦଳୀୟ ବୈଠକରେ ରାହୁଲ୍‌ ଚୀନ ସୀମା ବିବାଦକୁ ନେଇ ମଧ୍ୟ ମୋଦିଙ୍କୁ ପନ୍ରଶ୍ନ କରିଥିଲେ। ରାହୁଲଙ୍କ ବ୍ୟତୀତ ଅନ୍ୟ ବିରୋଧୀମାନେ ମଧ୍ୟ ମୋଦିଙ୍କୁ ଏନେଇ ପ୍ରଶ୍ନ କରିଛନ୍ତି। ସର୍ବଦଳୀୟ ବୈଠକରେ ମୋଦି କହିଥିଲେ ଯେ, ଆମ ସୀମାରେ କେହି ଚାଇନା ସୈନ୍ୟ ପ୍ରବେଶ କରିନାହାନ୍ତି କି ଆମର କୌଣସି ପୋଷ୍ଟ କାହା କବ୍‌ଜାରେ ମଧ୍ୟ ନାହାନ୍ତି। କିନ୍ତୁ ଲଦାଖ ସୀମାରେ ୨୦ ଜଣ ଭାରତୀୟ ଯବାନଙ୍କ ଶହୀଦକୁ ନେଇ ରାହୁଲ୍‌ ମୋଦି ସରକାରଙ୍କ ଟାର୍ଗେଟ କରିଛନ୍ତି। ତେବେ ରାହୁଲ୍‌ଙ୍କ ଏହି…

Read More

କଟକ : ଆଜି କଟକ ସହରରୁ ତିନି ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବାର ସୂଚନା ରହିଛି। ଏହି ତିନି ଆକ୍ରାନ୍ତଙ୍କ ମଧ୍ୟରୁ 2 ଜଣ ପେଡ୍‌ କ୍ବାରେଣ୍ଟିନ୍‌ କେନ୍ଦ୍ରର ହୋଇଥିବାବେଳେ ଗୋଟିଏଲ ଲୋକାଲ୍‌ କେସ୍‌ ରହିଛି। କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ଚିହ୍ନଟଙ୍କ ମଧ୍ୟରୁ ଜଣେ 42 ବର୍ଷୀୟ ପୁରୁଷ ଓ 31 ବର୍ଷୀୟ ମହିଳା ରହିଥିବାର ସୂଚନା ରହିଛି।  ଉଭୟଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ମୁମ୍ବାଇ ରହିଥିବା ସୂଚନା ରହିଛି । ସେହିପରି ଲୋକାଲ୍‌ କେସ୍‌ଟି କ୍ୟାଣ୍ଟନମେଣ୍ଟ ରୋଡ୍‌ର 65 ବର୍ଷୀୟ ବୟସ୍କ ବ୍ୟକ୍ତି ହୋଇଥିବାର ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ସିଏମସି। ନୂତନ ତିନି ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ଏବେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 29ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 21 ଜଣ। ଏବେ ସକ୍ରିୟ ରହିଛନ୍ତି 8ଜଣ।

Read More

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ଏକ ଲୋକାଲ୍‌ କେସ୍‌ ବୋଲି ଟୁଇଟ୍‌ କରି  ସୂଚନା ଦେଇଛି ବିଏମ୍‌ସି। ଚନ୍ଦ୍ରଶେଖପରୁରର ନୀଳାଦ୍ରିବିହାରରୁ ଆକ୍ରାନ୍ତ ଜଣକ ଚିହ୍ନଟ ହୋଇଥିବାବେଳେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ସୂଚନା ରହିଛି । ଆଜି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବର ସହରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 185କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥଙ୍କ ସଂଖ୍ୟା 93ରେ ପହଞ୍ଚିଛି । ସେହିପରି 03 ଜଣଙ୍କର ମୃତ୍ୟୁହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 88 ରହିଛି । ସେହିପରି ଆଜି ଭୁବନେଶ୍ବରରୁ 7 ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ରୋଗୀମାନେ ହେଉଛନ୍ତି ପାତ୍ରପଡା କ୍ରିଷ୍ଣନ ବିହାରର 4 ବର୍ଷୀୟ ବାଳକ । ସେହିପରି ନ୍ୟୁ ଫରେଷ୍ଟ ପାର୍କରେ ଜଣଷ 29 ବର୍ଷୀୟ ଯୁବକ । ପାଞ୍ଚ ନମ୍ବରର 47 ବର୍ଷୀୟ ପୁରୁଷ । ସେହିପରି ଡୁମଡୁମା ସୁବାସ ନଗର ବସ୍ତିରୁ ଜଣେ…

Read More

ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁରର ଚିହ୍ନଟ 29 ପଜିଟିଭଙ୍କ ତଥ୍ୟ ଜାରି କରିଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ । ଆଜି ରାଜ୍ୟରେ ସର୍ବାଧିକ 304 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରୁ 29 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତ ପ୍ରବାସ ଫେରନ୍ତା ହୋଇଥିବାବେଳେ ସମେସ୍ତ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ନେଇ ସୂଚନା ରହିଛି । 29 ଆକ୍ରାନ୍ତଙ୍କ ମଧ୍ୟରୁ ତିର୍ତ୍ତୋଲ୍‌ ବ୍ଲକରୁ 17 ଜଣ ରହିଥିବାବେଳେ ଜଗତସିଂହପୁର ବ୍ଲକରୁ 6 ଜଣ, ନୂଆଗାଁ ଓ ରଘୁନାଥପୁର ବ୍ଲକରୁ ତିନି ଜଣ ଲେଖାଏଁ ରହିଛନ୍ତି । ସେହିପରି ତିର୍ତ୍ତୋଲ ବ୍ଲକର ରହିଥିବା 17 ଜଣ ଆକ୍ରାନ୍ତଙ୍କ ମଧ୍ୟରେ ମହାରାଷ୍ଟ୍ରରୁ 10 ଜଣ ଫେରିଥିବାବେଳେ ଉତ୍ତରପ୍ରଦେଶରୁ ଜଣେ, ହରିୟାଣାରୁ ଜଣେ, ତାମିଲନାଡୁରୁ ତିନିଜଣ, କର୍ଣ୍ଣାଟକରୁ ଜଣେ ଓ ପଶ୍ଚିମବଙ୍ଗରୁ ଜଣେ ଫେରିଥିବାର ସୂଚନା ରହିଛି । ଜଗତସିଂହପୁର ବ୍ଲକରୁ ଚିହ୍ନଟ 6 ଆକ୍ରାନ୍ତଙ୍କ ମଧ୍ୟରେ ଦିଲ୍ଲୀରୁ…

Read More