Author: Samikhsya Bureau

ନୂଆଦିଲ୍ଲୀ : ଶ୍ରମିକ ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରମିକ ମାନଙ୍କୁ ଉପହାର ପ୍ରଦାନ କରାଯାଇଛି । ଏହି ଅବସରରେ 5ଟି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ ଚଳାଚଳ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବା ପାଇଁ ଏହି ଟ୍ରେନ୍‌ ଚଳାଇବାକୁ ଘୋଷଣା କରାଯାଇଛି । ଏହି ଟ୍ରେନ୍‌ରେ ପଠାଯିବା ପୂର୍ବରୁ ସମସ୍ତ ଶ୍ରମିକଙ୍କର ସ୍କ୍ରିନିଂ କରାଯିବ । ଲକ୍ଷଣ ନଥିବା ବ୍ୟକ୍ତିଙ୍କୁ ଘରକୁ ପଠାଯିବ । ନିଜ ରାଜ୍ୟରେ ପହଞ୍ଚିବା ପରେ ସାନିଟାଇଜ୍‌ କରାଯାଇଥିବା ବସ୍‌ରେ ସମସ୍ତଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟର ପଠାଯିବ । ମେ 1 ତାରିଖ ବା ଶ୍ରମିକ ଦିବସ ଅବସରରେ 6ଟି ଟ୍ରେନ୍‌ ଚଳାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଟ୍ରେନ୍‌ ଗୁଡିକର ତାଲିକା : 1. ଲିଙ୍ଗମପଲ୍ଲୀରୁ ହାଟିଆ 2. ଆଲୁଭାରୁ ଭୁବନେଶ୍ବର 3. ନାସିକରୁ…

Read More

ବାଲୁଗାଁ: ବର୍ତ୍ତମାନ ଲକଡାଉନ ସମୟରେ ବିଭିନ୍ନ ଅଞ୍ଚଳରେ ଗରୀବ ତଥା ଅଭାବୀମାନଙ୍କ ପାଇଁ ଖାଦ୍ୟ ସମସ୍ୟା ସୃଷ୍ଟି ହୋଇଛି। ଏହିପରି ସମୟରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଠା ମାନସ ମଙ୍ଗରାଜ ବାଲୁଗାଁ ନିକଟସ୍ଥା ସୁନାଖେଳା ଅଞ୍ଚଳରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରୁଛନ୍ତି। ସେ ଏବଂ ତାଙ୍କ ଧର୍ମପତ୍ନୀ ତଥା ସାହିତ୍ୟିକା ଗାୟତ୍ରୀବାଳା ପଣ୍ଡା ମଧ୍ୟ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି।

Read More

ମୁମ୍ବାଇ : କରୋନା ଚିକିତ୍ସାରେ ନୂତନ ସମ୍ଭାବନା ସୃଷ୍ଟି କରିଥିବା ପ୍ଲାଜ୍‌ମା ଥେରାପୀ ବିଫଳ ହୋଇଛି । ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଗତକାଲି ପ୍ଲାଜ୍‌ମା ଥେରାପୀ ଚିକିତ୍ସା ସମ୍ପର୍କରେ ସୂଚନା ଦେଇଥିବା ବେଳେ ଶୁକ୍ରବାର ପ୍ଲାଜ୍‌ମା ଥେରାପୀ ବିଫଳ ହୋଇଥିବା ନେଇ ଖବର ଆସିଛି । ଲୀଲାବତୀ ହସ୍ପିଟାଲର ଚେୟାରମ୍ୟାନ୍‌ ଡ. ରବିଶଙ୍କର ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି । ଲୀଲାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା 53 ବର୍ଷୀୟ ବ୍ୟକ୍ତିଙ୍କମର ପ୍ଲାଜ୍‌ମା ଥେରାପୀରେ ଚିକିତ୍ସା କରାଯାଉଥିବା ବେଳେ ସେ ଶୁକ୍ରବାର ଦିନ ପ୍ରାଣ ହରାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ସମସ୍ତ ରାଜ୍ୟ ମାନଙ୍କୁ ପ୍ଲାଜ୍‌ମା ଥେରାପୀରେ ଚିକିତ୍ସା ନକରିବା ପାଇଁ ଆଇସିଏମ୍‌ଆର ପକ୍ଷରୁ ଚେତାବନୀ ଦିଆଯାଇଥିଲା । (ଏଜେନ୍ସି)

Read More

ଚଣ୍ଡୀଗଡ : ପଞ୍ଜାବର ଏକ ତୀର୍ଥଯାତ୍ରୀ ଦଳରୁ 173 ଜଣ କରୋନା ପଜିଟିଭ୍‌ ବାହାରିବା ପରେ ଏହା ବର୍ତ୍ତମାନ ପଞ୍ଜାବ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ମହାରାଷ୍ଟ୍ରର ନାନ୍ଦେଡ୍‌ରୁ ଫେରିଥିବା 4 ହଜାର ତୀର୍ଥଯାତ୍ରୀଙ୍କ ମଧ୍ୟରୁ ଏକା ଥରକେ 173 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନାନ୍ଦେଡ୍‌ର ହଜୁର ସାହିବ୍‌ ଗୁରୁଦ୍ବାରରୁ ଏହି ତୀର୍ଥଯାତ୍ରୀ ମାନେ ଫେରିଥିଲେ । ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ ବଲ୍‌ବୀର ସିଂ ସିଦ୍ଧୁ ଏହି ସୂଚନା ଦେଇଛନ୍ତି । ଏପ୍ରିଲ୍‌ 22 ତାରିଖରୁ ଏହି ତୀର୍ଥଯାତ୍ରୀ ଦଳ ପଞ୍ଜାବ ଫେରିଥିବା ବେଳେ 5 ଦିନ ପରେ ସେମାନଙ୍କୁ କ୍ବାରେଣ୍ଟାଇନ୍‌ କରାଯାଇଥିଲା । କ୍ବାରେଣ୍ଟାଇନ୍‌ରେ ବିଳମ୍ବ କାରଣରୁ ବର୍ତ୍ତମାନ ଏହି ସଂକ୍ରମଣ ବୃଦ୍ଧି ପାଇଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଅକାଳୀ ଦଳ । ତେବେ ମହାରାଷ୍ଟ୍ର ସରକାରଙ୍କୁ ଏହି ଘଟଣା ପାଇଁ ଦାୟୀ କରିଛନ୍ତି ପଞ୍ଜାବ ସ୍ବାସ୍ଥ୍ୟ ମନ୍ତ୍ରୀ । ମହାରାଷ୍ଟ୍ର…

Read More

ଭୁବନେଶ୍ବର, ଆଜି ରାଜ୍ୟର ଦୁଇଟି ଜିଲ୍ଲାର 12 ବ୍ଲକରେ ଘଡଘଡ ଚଡଚଡି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ତଥ୍ୟ ଦେଇଛି ଆର୍ଥ ନେଟୱେର୍କ। ଏହି ନେଟୱେର୍କ ତରଫରୁ ପ୍ରକାଶିତ ମାନଚିତ୍ରରେ ଏହି ସ୍ପଷ୍ଟ ସୂଚନା ମିଳିଛି। ଏହି ଦୁଇଟି ଜିଲ୍ଲା ହେଲା ଖୋର୍ଦ୍ଧା ଏବଂ କଟକ ଜିଲ୍ଲା। ଏହି ଦୁଇଜିଲ୍ଲାର ଯେଉଁ 12ଟି ବ୍ଲକରେ ଏହି କାଳ ବୈଶାଖୀ ଦେଖାଦେବ ସେଗୁଡିକ ହେଲା ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର, ବେଗୁନିଆ,ବାଲିଅନ୍ତା ଏବଂ ଜଟଣୀ ବ୍ଲକ। ସେହିପରି କଟକ ଜିଲ୍ଲାର କଟକ, ବାଙ୍କି,ବଡମ୍ବା,ତିଗିରିଆ, ଡମପଡା, ଆଠଗଡ, ବାରଙ୍ଗ ଏବଂ କଟକ ସଦର ବ୍ଲକରେ ଏହି ବର୍ଷା ହେବ।

Read More

ନୂଆଦିଲ୍ଲୀ : ସମଗ୍ର ଦେଶ କରୋନା କବଳରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ସିଡିଏସ୍‌ ବିପିନ୍‌ ରାଓ୍ବତ୍‌ ଦେଶବାସୀଙ୍କୁ ସମ୍ବୋଧି୍ତ କରିବାକୁ ଯାଉଛନ୍ତି । ସିଡିଏସ୍‌ ବିପିନ୍‌ ରାଓ୍ବତ୍‌ଙ୍କ ସମେତ ତିନି ସେନାର ମୁ୍‌ଖ୍ୟ ମଧ୍ୟ ଗଣମାଧ୍ୟମ ସହିତ ଆଲୋଚନା କରିବେ । ଏପରି ଘଡିସନ୍ଧି ମୂହୂର୍ତ୍ତରେ ସେନା ପ୍ରମୁଖ କଣ ଘୋଷଣା କରିବେ ଏହାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଅହେତୁକ ଉତ୍କଣ୍ଠା ଦେଖାଦେଇଛି ।

Read More

ଭୁବନେଶ୍ବର : ରାଜ୍ୟରେ ଆଉ 14 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି 14 ଜଣ ସୁସ୍ଥ ହେବା ସହିତ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 55ରେ ପହଞ୍ଚିଛି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ କେନ୍ଦ୍ରାପଡାର ଜଣେ, ଭୁବନେଶ୍ବରର 3 ଜଣ, ବାଲେଶ୍ବରର ତିନି ଜଣ ଏବଂ ଭଦ୍ରକର 7 ଜଣ ବ୍ୟକ୍ତି ରହିଛନ୍ତି । ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 148ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 55 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ପ୍ରାଣହାନି ଘଟିଛି । ଏହା ସହିତ କେନ୍ଦ୍ରାପଡା ଜିଲ୍ଲା ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଛି ।

Read More

ନୂଆଦିଲ୍ଲୀ : ବିରାଟ କୋହଲିଙ୍କ ଭାରତୀୟ ଦଳକୁ ଗାଦିଚ୍ୟୁତ କରି ଟେଷ୍ଟ ମାନ୍ୟତାର ଏକ ନମ୍ବର ସ୍ଥାନରେ ପହଞ୍ଚିଛି ଅଷ୍ଟ୍ରେଲିଆ । ଭାରତ ଏକ ନମ୍ବର ସ୍ଥାନରୁ ତିନି ନମ୍ବର ସ୍ଥାନକୁ ଖସିଥିବା ବେଳେ ପ୍ରଥମ ଦୁଇ ସ୍ଥାନ ଅଧିକାର କରି ନେଇଛନ୍ତି ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ । ବର୍ତ୍ତମାନ ସମସ୍ତ ଟୁର୍ଣ୍ଣାମେଣ୍ଟ ବନ୍ଦ ରହିଥିବା ବେଳେ 2016-17ର ପ୍ରଦର୍ଶନକୁ ଚଳିତ ରାଙ୍କିଂରୁ ବାଦ ଦିଆଯାଇଛି । ଅଷ୍ଟ୍ରେଲିଆ 116 ରେଟିଂ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ 115 ପଏଣ୍ଟ ଏବଂ ଭାରତ 114 ପଏଣ୍ଟରେ ରହିଛି । ଦିନିକିଆରେ ବିଶ୍ବ ଚାମ୍ପିୟନ୍‌ ଇଂଲଣ୍ଡ ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ଇଂଲଣ୍ଡ 127 ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତ 119 ପଏଣ୍ଟରେ ଦ୍ବିତୀୟ ସ୍ଥାନରେ ରହିଛି । ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ବିଜୟ ପରେ…

Read More

ଭୁବନେଶ୍ବର : ରାଜ୍ୟରେ ଆଉଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ଏହି ନୂତନ ଆକ୍ରାନ୍ତଙ୍କ ଚିହ୍ନଟ ପରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 148ରେ ପହଞ୍ଚିଛି । ଯାଜପୁରର ବେହେରାପାଟଣାରୁ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତ ଜଣଙ୍କ 30 ବର୍ଷର ପୁରୁଷ ବୋଲି ଜଣାପଡିଛି । ଯାଜପୁରରେ କରୋନା ସଂକ୍ରମଣ ଦିନକୁ ଦିନ ଭୟାନକ ପରସ୍ଥିତି ସୃଷ୍ଟି କରିବାରେ ଲାଗିଛି । ଏହାକୁ ମିଶାଇ ଯାଜପୁରରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 39ରେ ପହଞ୍ଚିଛି । ଏହି ଯୁବକ ଜଣକ କଲିକତାରୁ ଫେରିଥିବା ଜଣାପଡିଛି ।

Read More

ଭୁବନେଶ୍ବର/ଥିରୁଅନନ୍ତପୁରମ୍‌ : କେରଳରୁ ଓଡିଶା ଅଭିମୁଖେ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯାତ୍ରା ଆରମ୍ଭ କରିବ । ପ୍ରାୟ 1000 ପ୍ରବାସୀ ଶ୍ରମିକଙ୍କୁ ନେଇ ଏହି ଟ୍ରେନ୍‌ଟି ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ କରିବ । କୋଚିର ଆଲୁଭାରୁ ଯାତ୍ରା ଆରମ୍ଭ କରି ଟ୍ରେନ୍‌ଟି ଭୁବନେଶ୍ବରରେ ପହଞ୍ଚିବ । କେରଳରେ ଫସି ରହିଥିବା ଏହି ଓଡିଆ ଶ୍ରମିକ ମାନେ ଆସିବା ପରେ ସେମାନଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯିବ । ଶୁକ୍ରବାର ସନ୍ଧ୍ୟା 6ଟାରେ ଏହି ଟ୍ରେନ୍‌ଟି ଯାତ୍ରା ଆରମ୍ଭ କରିବ । ଟ୍ରେନ୍‌ରେ ପ୍ରବାସୀ ଶ୍ରମିକଙ୍କୁ ଅଣାଯିବା ସମୟରେ ସୋସିଆଲ ଡିଷ୍ଟାନ୍ସିଂ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି କୁହାଯାଇଛି ।

Read More

ଭୁବନେଶ୍ବର : ରାଜ୍ୟରୁ ଆହୁରି ଦୁଇ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ଦୁଇ ନୂତନ ପଜିଟିଭ୍‌ ଚିହ୍ନଟ ହେବା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 147ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 55 ବର୍ଷୀୟ ପୁରୁଷ ଏବଂ ଜଣେ 75 ବର୍ଷୀୟ ମହିଳା ରହିଛନ୍ତି । ଦୁଇ ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନ୍‌ରୁ ବାହାରିଥିବା ବେଳେ ଉଭୟଙ୍କର କୋଲକାତା ଲିଙ୍କ ରହିଛି । ପୁରୁଷ ଜଣକ କୋଲକାତା ଫେରନ୍ତା ହୋଇଥିବା ବେଳେ ମହିଳା ଜଣଙ୍କ କୋଲକାତା ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିଲେ ।

Read More

ହାଇଦ୍ରାବାଦ/ନୂଆଦିଲ୍ଲୀ : ତେଲେଙ୍ଗାନାରୁ ଯାତ୍ରା ଆରମ୍ଭ କରିଛି ଏକ ସ୍ବତନ୍ତ୍ର ଟ୍ରେନ୍‌ । ପ୍ରାୟ 12 ଶହ ଶ୍ରମିକଙ୍କୁ ନେଇ ଏହି ସ୍ବତନ୍ତ୍ର ଟ୍ରେନ୍‌ଟି ଝାରଖଣ୍ଡ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଶୁକ୍ରବାର ଯାତ୍ରା ଆରମ୍ଭ କରିଥିବା ଏହି ଟ୍ରେନ୍‌ଟି ରାଞ୍ଚିର ହାଟିଆ ପର୍ଯ୍ୟନ୍ତ ଯାତ୍ରା କରିବ । ଲିଙ୍ଗମପଲ୍ଲୀ ଷ୍ଟେସନ୍‌ରୁ ଭୋର 5ଟା ସମୟରେ ଟ୍ରେନ୍‌ଟି ଯାତ୍ରା ଆରମ୍ଭ କରିଥିବା ବେଳେ ରାତି 11ଟାରେ ଏହା ହାଟିଆରେ ପହଞ୍ଚିବ । ଏହି ନନ୍‌ଷ୍ଟପ୍‌ ଟ୍ରେନ୍‌ଟିରେ ସୋସିଆଲ୍‌ ଡିଷ୍ଟାନ୍ସିଂକୁ ଧ୍ୟାନ ଦିଆଯାଇଛି । ଟ୍ରେନ୍‌ର ପ୍ରତ୍ୟେକ ବଗିରେ 72 ଜଣଙ୍କ ପରିବର୍ତ୍ତେ 54 ଜଣ ଲେଖାଏଁ ଯାତ୍ରୀ ଯାତ୍ରା କରିବେ ।(ଏଜେନ୍ସି)

Read More

ଭୁବନେଶ୍ବର : ରାଜ୍ୟରେ ଆଉ ଗୋଟିଏ ଜିଲ୍ଲାକୁ ଛୁଇଁଲା କରୋନା । ବଲାଙ୍ଗୀରରେ ଆଜି 2ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ବଲାଙ୍ଗୀରର ଲେଖାରିଆ ଗ୍ରାମରୁ ଏହି ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 145ରେ ପହଞ୍ଚିଛି । ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 22 ଏବଂ 18 ବର୍ଷ ବୋଲି ଜଣାପଡିଛି । ଉଭୟ ଆକ୍ରାନ୍ତ ତାମିଲନାଡୁରୁ ଫେରିଥିବା ବେଳେ ଉଭୟଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

Read More

ନୂଆଦିଲ୍ଲୀ : କରୋନା ମୁକାବିଲା ଲାଗି ଦେଶରେ 40 ଦିନିଆ ଲକ୍‌ଡାଉନ ଜାରି କରାଯାଇଛି। ମେ ତିନି ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ସମାପ୍ତ ହେବ । ଏହି ଲକ୍‌ ଡାଉନ୍‌ ଯୋଗୁଁ  ଅନେକ ଜିଲ୍ଲାର ସ୍ଥିତିରେ ସୁଧାର ଆସିଛି । ଏହାକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ଥିତି ସମୀକ୍ଷା କରି ନୂତନ ତାଲିକା ଘୋଷଣା କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମଗ୍ର ଦେଶକୁ  3ଟି ଜୋନରେ ବିଭକ୍ତ କରିଛନ୍ତି। ଏହି ଜୋନର ତାଲିକା ଆଜି ଜାରି କରାଯାଇଛି । ଏହି  ତାଲିକା ସମସ୍ତ ରାଜ୍ୟର ଶାସନ ସଚିବଙ୍କ ନିକଟକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପଠାଇଛନ୍ତି।  ଏହି ତାଲିକାରେ  ଓଡ଼ିଶାର ତିନୋଟି  ଜିଲ୍ଲାକୁ ରେଡ୍‌ ଜୋନ ଘୋଷଣା କରାଯାଇଛି। ଓଡ଼ିଶାର ରେଡ୍‌  ଜୋନରେ ରହିଛି  ଯାଜପୁର, ଭଦ୍ରକ ଓ ବାଲେଶ୍ୱର। ସେହିପରି ଅରେଞ୍ଜ ଜୋନରେ ଖୋର୍ଦ୍ଧା ସମେତ 6ଟି ଜିଲ୍ଲା ଅଛନ୍ତି। ସେଗୁଡିକ ହେଲା…

Read More

କେଦାର ମିଶ୍ର ମଇ ୩ ତାରିଖରେ ଲକ ଡାଉନକୁ ୪୦ ଦିନ ପୂରିବ। ତେବେ ଲକ ଡାଉନ ସହିତ କରୋନା ମୁକାବିଲାର ସଂପର୍କକୁ ଆମେ କେମିତି ଦେଖିବା, ତାହା ଆଜି ବଡ ପ୍ରଶ୍ନ। ସରକାର କହୁଛନ୍ତି, ଲକ ଡାଉନ ଯୋଗୁଁ ସଂକ୍ରମଣ ସୀମିତ ରହିଛି। ଠିକ କଥା, ତେବେ କରୋନାର ସୀମା କଣ? ସଂକ୍ରମଣ ନିୟନ୍ତ୍ରଣ ଭିତରେ ଅବଶ୍ୟ ରହିଛି, ହେଲେ ଏହାକୁ ନିୟନ୍ତ୍ରଣରେ ରଖିବାକୁ ଯେଉଁ ମୂଲ୍ୟ ଦେବାକୁ ପଡୁଛି, ସେ ମୂଲ୍ୟ ଯେ ପୂରା ଦେଶକୁ ଉଜାଡି ଦେଇପାରେ, ସେ ପ୍ରଶ୍ନ ଆଜି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇ ଯାଉଛି। ଜୀବନ ବଞ୍ଚାଇବାକୁ ଯାଇ କୋଟି କୋଟି ଲୋକଙ୍କର ଜୀବିକା ଉଜାଡି ଦେଲେ, ଜୀବନ ସୁରକ୍ଷିତ ରହିବାର କୌଣସି ସମ୍ଭାବନା ଆଜି ଦିଶୁନାହିଁ। କରୋନା ବିରୋଧରେ ଏକ ଲମ୍ବା ଲଢେଇରେ ଆଜି ଜୀବନ ଆଉ ଜୀବିକା ଉଭୟେ ସୁରକ୍ଷିତ ରହିବା ଜରୁରୀ। ଲକ ଡାଉନ ଆଜି ପୂରା ଦେଶପାଇଁ ଏକ…

Read More

ଭଦ୍ରକ : ରାନ୍ଧିଆ କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଜଣକର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣକ ଝାରଖଣ୍ଡ ଷଢେଇକଳା ଅଞ୍ଚଳର ବୋଲି ସୂଚନା ରହିଛି । ଏପ୍ରିଲ୍‌ 25 ତାରିଖରେ କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ମୃତ୍ୟର କାରଣ ଅସ୍ପଷ୍ଟ ରହିଥିବାବେଳେ ଗ୍ରାମାଞ୍ଚଳ ଥାନା ପୋଲିସ୍‌ ମୃତଦେହକୁ ଜବତ କରିଛି । ସମ୍ପ୍ରତି ରାଜ୍ୟର ଭଦ୍ରକ, ଯାଜପୁର, ବାଲେଶ୍ବରର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ତିନୋଟି ଅଞ୍ଚଳରେ କୋଲକତା ଲିଙ୍କ୍‌ ଯୋଗୁଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହୋଇଛି । ଭଦ୍ରକରେ ଏପର୍ଯ୍ୟନ୍ତ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା 19ରେ ପହଞ୍ଚିଛି । ସେହିପରି କେନ୍ଦ୍ର ଦ୍ବାରା ପ୍ରସ୍ତୁତ ଜୋନ୍‌ ତାଲିକାରେ ଓଡ଼ିଶାର ତିନୋଟି ଜିଲ୍ଲାକୁ ରେଡ୍‌ ଜୋନରେ ରଖାଯାଇଛି । ଭଦ୍ରକ ଜିଲ୍ଲା ଏହି ରେଡ୍‌ ଜୋନ୍‌ରେ ରହିଛି ।

Read More

ପଞ୍ଜାବ : ପଞ୍ଜାବରେ ଏନ୍ଆରଆଇ ଓ ତବଲିଗ୍‌ ଜମାତ ପରେ  ଶିଖ୍‌ ତୀର୍ଥଯାତ୍ରୀମାନେ କରୋନା ଭାଇରସ ଶିକାର ହେଉଛନ୍ତି । ରାଜ୍ୟରେ ଗୁରୁବାର ଆସିଥିବା ସୂଚନା ଅନୁସାରେ 167ଟି ମାମଲା ଆସିଥିବାବେଳେ ଏଥିରୁ 148ଜଣ ଶିଖ୍‌ ତୀର୍ଥଯାତ୍ରୀ ରହିଛନ୍ତି । ଯେଉଁମାନେ ମହାରାଷ୍ଟ୍ରର ନାନ୍ଦୋଡ୍‌ରୁ ଫେରିଥିଲେ । ମିଳିଥିବା ସୂଚନା ଅନୁସାରେ ଏହି ତୀର୍ଥଯାତ୍ରୀମାନେ ଅପ୍ରେଲ 26 ତାରିଖ ପୂର୍ବରୁ ପଞ୍ଜାବ ଫେରିଥିଲେ । ତୀର୍ଥଯାତ୍ରୀମାନେ ନିଜ ବାହନରେ ପଞ୍ଜାବ ଫେରିଥିଲେ । ଏହି ସଂକ୍ରମିତ ତୀର୍ଥଯାତ୍ରୀଙ୍କ ମଧ୍ୟରେ 76ଜଣ ଅମୃତସରରୁ ରହିଥିବାବେଳେ 38 ଜଣ ଲୁଧିଆନା ଓ 10 ଜଣ ମହୋଲୀର ରହିଛନ୍ତି ।  ଗତ ତିନି ଦିନରେ ମୋଟ୍‌ 3500 ଜଣ ତୀର୍ଥଯାତ୍ରୀ ନାନ୍ଦେଡରୁ ପଞ୍ଜାବକୁ ଫେରିଛନ୍ତି । ନାନ୍ଦେଡରେ ରହିଥିବା ହଜୁର୍‌ ସାହିବ ଗୁରୁଦ୍ବାରରେ ପ୍ରାୟ 3700 ଜଣ ତୀର୍ଥଯାତ୍ରୀ ଫସି ରହିଥିଲେ ବୋଲି ସୂଚନା ରହିଥିଲା । ରାଜ୍ୟସରକାର ଏହି ତୀର୍ଥଯାତ୍ରୀଙ୍କ ଫେରାଇ ଆଣିବା ପାଇଁ…

Read More

ଉତ୍ତରପ୍ରଦେଶ : ଲକ୍‌ ଡାଉନ୍‌ ଚାଲୁ ରହିଥିବା ସତ୍ତ୍ବେ ଦେଶରେ କରୋନା ବ୍ୟାପକ ଭାବରେ ବଢିବାରେ ଲାଗିଛି। ତବଲିଗ୍‌ ଜମାତୀଙ୍କ ଯୋଗୁଁ ଦେଶରେ କରୋନା ସଂକ୍ରମିତ ସଂଖ୍ୟାରେ ଅଚାନକ ବୃଦ୍ଧି ଘଟିଥିଲା। ସେହିପରି ଦେଶରେ ରହିଥିବା ତବିଲିଗ୍‌ ଜମାତୀଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇ ଉପଚାର କରାଯାଉଛି।  ଉତ୍ତରପ୍ରଦେଶରେ କ୍ବାରେଣ୍ଟାଇନରେ ରଖାଯାଇଥିବା 11 ଜମାତୀଙ୍କୁ ଜେଲ୍‌କୁ ପଠାଯାଇଛି। ଜେଲ୍‌ ପଠାଯାଇଥିବା ଜମାତୀଙ୍କ ମଧ୍ୟରେ 9 ଥାଇଲାଣ୍ଡର ରହିଛନ୍ତି। ଉତ୍ତରପ୍ରଦେଶ ଶାହାଜହାଁପୁରରେ ରହିଥିବା ସମସ୍ତ 11 ଜମାତୀଙ୍କୁ ରିମାଣ୍ଡରେ ନିଆଯାଇ ଅସ୍ଥାୟୀ ଜେଲରେ ରଖାଯାଇଛି। ଥାଇଲାଣ୍ଡର ଜମାତୀଙ୍କ ବିରୋଧରେ ବିଦେଶୀ ଅଧିନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ କରାଯିବ। ପୋଲିସ୍‌ ଏହି ଘଟଣାର ଯାଞ୍ଚ କରୁଛି। କରୋନା ମାମଲା ସାମ୍ନାକୁ ଆସିବା ପରେ ପୋଲିସ୍‌ ଏକ ମାଦ୍ରାସରୁ ତାଙ୍କୁ ଧରିଥିଲେ। ଏ ସମସ୍ତଙ୍କର କରୋନା ଟେଷ୍ଟ କରାଯାଇଥିଲା। ଟେଷ୍ଟ ପରେ  ଥାଇଲାଣ୍ଡ ନିବାସୀ ଏକ ଜମାତୀ କରୋନାରେ ସଂକ୍ରମିତ ହେବାର ସୂଚନା ରହିଥିଲା। କରୋନା ପଜିଟିଭ୍‌ ଆସିବା ପରେ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 35 ହଜାର ପାର୍‌ କରିସାରିଛି । ସ୍ବାସ୍ଥ୍ୟବିଭାଗ ମିଳିଥିବା ସୂଚନା ଅନୁସାରେ ଏବେ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 35 ହଜାର 43ରେ ପହଞ୍ଚିଛି। ମୃତ୍ୟୁସଂଖ୍ୟା 1,147ରେ ପହଞ୍ଚିଛି। ସେହିପରି 8 ହଜାର 889ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ସର୍ବାଧିକ କରୋନା ରୋଗୀ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ 10 ହଜାର ପାର କରିଛି। ଏଠାରେ 10 ହଜାର 498ଟି ମାମଲା ସୃଷ୍ଟି ହୋଇଛି। ସେହିପରି 459ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି 1773ଜଣ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ର ପରେ ଗୁଜୁରାଟରେ ଅଧିକ କରୋନା ରୋଗୀ ରହିଛନ୍ତି। ଏଠାରୁ 4395ଟି ମାମଲା ଆସିଥିବାବେଳେ 214 ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା 3500 ଡେଇଁଥିବାବେଳେ 59ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ମଧ୍ୟପ୍ରଦେଶରେ 2660 ଜଣ ସଂକ୍ରମିତ ହୋଇଥିବାବେଳେ 137ଜଣଙ୍କର ମୃତ୍ୟୁ ହୋଇଛି। ରାଜସ୍ଥାନରେ 2584 ଜଣ ସଂକ୍ରମିତ ହୋଇଥିବାବେଳେ 58ଜଣଙ୍କର ମୃତ୍ୟୁ…

Read More

ଭୁବନେଶ୍ବର: ଆଜି ପଜିଟିଭ୍‌ ଚିହ୍ନଟ ବ୍ୟକ୍ତି ଜଣକ ବାଲେଶ୍ବର ଜିଲ୍ଲାର 58 ବର୍ଷୀୟ ପୁରୁଷ। କୋଲକାତାରୁ ଫେରିଥିଲେ। ତାଙ୍କର ଲକ୍ଷଣ ନଥିଲା। ସାମ୍ପଲ୍‌ ସଂଗ୍ରହ ପରେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ଏହା ପରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ପଶ୍ଚିମବଙ୍ଗ ଫେରନ୍ତା ନିଜ ଆଡୁ ତଥ୍ୟ ଦିଅନ୍ତୁ ବୋଲି  ସରକାର ଅନୁରୋଧ କରିଛନ୍ତି। ନିକଟରେ ପଶ୍ଚିମବଙ୍ଗରୁ ଫେରିଥିବା ଲୋକେ ଲୁଚିବା ଅନୁଚିତ ବୋଲି କହିଛନ୍ତି ସରକାର।  ସେମାନେ ନମୁନା ପରୀକ୍ଷଣ ପାଇଁ ଆଗେଇ ଆସନ୍ତୁ। ସୁସ୍ଥ ଅନୁଭବ କରୁଥିଲେ ମଧ୍ୟ ସେମାନେ ସଂକ୍ରମିତ ହୋଇଥାଇପାରନ୍ତି। ପଶ୍ଚିମବଙ୍ଗ ଫେରନ୍ତାଙ୍କ ଦ୍ବାରା ସଂକ୍ରମଣ ବଢିବାର ଆଶଙ୍କା ରହିଛି। ସେମାନେ ସ୍ଥାନୀୟ ବିଡିଓ/ତହସିଲଦାର/ସରପଞ୍ଚଙ୍କୁ ଯୋଗାଯୋଗ କରନ୍ତୁ। ଘରେ ଆଇସୋଲେସନ୍‌ରେ ରହି ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରାନ୍ତୁ ବୋଲି କହିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।

Read More