Author: Samikhsya Bureau

ନୂଆଦିଲ୍ଲୀ : ଗୁଜରାଟରେ ବିଜେପି ସରକାରକୁ ସମାଲୋଚନା କରିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ । ସୋସିଆଲ ମିଡିଆ ଟ୍ବିଟ୍ଟର ଜରିଆରେ ଗୁଜରାଟ ବିଜେପିକୁ ଆକ୍ରମଣ କରିଛନ୍ତି ରାହୁଲ । ଦେଶରେ ଗୁଜରାଟ ମଡେଲକୁ ଉପସ୍ଥାପନ କରୁଥିବା ଲୋକ ରୋଗ ନିୟନ୍ତ୍ରଣରେ ଏହି ମଡେଲର ବିଫଳତାକୁ ମଧ୍ୟ ନଜରରେ ରଖନ୍ତୁ ବୋଲି ରାହୁଲ ଟ୍ବିଟ୍‌ କରିଛନ୍ତି । ଗୁଜରାଟରେ କରୋନା ମୃତ୍ୟୁ ହାର 6.25 ପ୍ରତିଶତ ରହିଥିବା ବେଳେ, ମହାରାଷ୍ଟ୍ରରେ 3.73 ପ୍ରତିଶତ, ରାଜସ୍ଥାନରେ 2.32, ପଞ୍ଜାବ 2.17, ପୁଡୁଚେରୀରେ 1.98, ଝାରଖଣ୍ଡରେ 0.5 ଏବଂ ଛତିଶଗଡରେ 0.35 ପ୍ରତିଶତ ରହିଛି । ଏହି ସମସ୍ତ ରାଜ୍ୟ ମାନଙ୍କ ସମ୍ମୁଖରେ ଗୁଜରାଟ ମଡେଲର ମୁଖା ଖୋଲି ଯାଇଛି ବୋଲି ରାହୁଲ ଟ୍ବିଟ୍‌ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗୁଜରାଟରେ ସମୁଦାୟ 24,055 ଜଣ ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 1505ରେ ପହଞ୍ଚିଛି । (ଏଜେନ୍ସି)

Read More

ଲଦାଖ : ଲଦାଖ ସୀମାରେ ଚୀନ୍‌ ସେନା ସହିତ ମୁକାବିଲାରେ 3 ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ସୋମବାର ରାତିରେ ଉଭୟ ପକ୍ଷଙ୍କ ମଧ୍ୟରେ ଏହି ସଂଘର୍ଷ ଘଟିଥିଲା । ଲଦାଖର ଗଲଓ୍ବାଁ ଉପତ୍ୟାକାରେ ଉଭୟ ପକ୍ଷଙ୍କ ମଧ୍ୟରେ ସଂଘର୍ଷ ଘଟି ଏହି ଯବାନ ମାନେ ଶହୀଦ ହୋଇଛନ୍ତି । ଶହୀଦ ସୈନିକଙ୍କ ମଧ୍ୟରେ ଜଣେ କଲୋନେଲ ଏବଂ ଦୁଇ ଜଣ ଯବାନ ରହିଛନ୍ତି । ଗଲଓ୍ବାନରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିବା ବେଳେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ନେଇ ସ୍ଥଳସେନା ମୁଖ୍ୟ ଏମ୍‌ ଏମ୍‌ ନରାଓ୍ବଣେ ମତ ଦେଇଥିଲେ । ତେବେ ଗତକାଲିର ଘଟଣା ପରେ ସୀମାରେ ପୁନର୍ବାର ଉତ୍ତେଜନା ଦେଖାଦେଇଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ଭୟଙ୍କର ରୂପ ନେଉଥିବା ବେଳେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି । ଜ୍ବର ଏବଂ ଶ୍ବାସକ୍ରିୟାରେ ସମସ୍ୟା କାରଣରୁ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏପରିକି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଜୈନଙ୍କ ଆରୋଗ୍ୟ କାମନା କରିଥିଲେ । ଆଜି ଦ୍ବିପ୍ରହରରେ ଜୈନ୍‌ଙ୍କ ସ୍ବାବ୍‌ ଟେଷ୍ଟ ରିପୋର୍ଟ ଆସିଥିବା ବେଳେ ଏହା ନେଗେଟିଭ୍‌ ରହିଛି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା 42 ହଜାର ରହିଛି । ମହାରାଷ୍ଟ୍ର ଏବଂ ତାମିଲନାଡୁ ପଛକୁ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି । (ଏଜେନ୍ସି)

Read More

ଭୁବନେଶ୍ବର/ନୂଆଦିଲ୍ଲୀ : ରଥ ଯାତ୍ରାକୁ ନେଇ ଆଶା ଓ ଆଶଙ୍କା ଦିନକୁ ଦିନ ବଢିବାରେ ଲାଗିଛି । ଏନେଇ ଆସନ୍ତା 18 ତାରିଖରେ ସୁପ୍ରିମକୋର୍ଟରେ ବିଚାର କରାଯିବ । ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ବୋଲି ମଙ୍ଗଳବାର ଜଣାପଡିଛି । ମୁଖ୍ୟ ବିଚାରପତିଙ୍କ ନେତୃତ୍ବରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ବିଚାର କରିବେ । ଓଡିଶା ବିକାଶ ପରିଷଦ ପକ୍ଷରୁ ଦାୟର କରାଯାଇଥିବା ମାମଲା ଏବଂ ଅନ୍ୟ ଦୁଇ ମାମଲାର ବିଚାର ଏକତ୍ର କରାଯିବ ବୋଲି ଜଣାପଡିଛି । ମୂଳ ମାମଲା ସହିତ ଦୁଇଟି କ୍ୟାଭେଟ୍‌ର ଶୁଣାଣି କରାଯିବ ।

Read More

ଭୁବନେଶ୍ବର : ତୈଳଦର ବୃଦ୍ଧିର ପ୍ରଭାବ ଆଜି ଦେଖିବାକୁ ମିଳିଛି । ମଙ୍ଗଳବାରୁ ସରକାର ବସ୍‌ଭଡା ବଢାଇବାର ନିଷ୍ପତ୍ତି ନେଇଛନ୍ତି । ସାଧାରଣ ଓ ଏକ୍ସପ୍ରେସ ଭଡ଼ା କିମି ପିଛା 3 ପଇସା ବଢିଛି । ସାଧାରଣ ବସରେ କିମି ପିଛା 67 ପଇସା ଥିଲା ଯାହାକି 70 ପଇସା ହୋଇଯାଇଛି । ସେହିଭଳି ଏକ୍ସପ୍ରେସ ଭଡା ଥିଲା 70 ଯାହାକି 73 ପଇସାରେ ପହଁଚିଛି। ଏତଦ୍ ବ୍ୟତୀତ ଡିଲକ୍ସ କିମି ପିଛା ଥିଲା 95 ପଇସା ଯାହାକି 1 ଟଙ୍କା ଏକ ପଇସାକୁ ବୃଦ୍ଧି ପାଇଛି ଏବଂ ଏସି ଡିଲକ୍ସ 1.17ଟଙ୍କାରୁ ବୃଦ୍ଧି ପାଇ 1.23 ଟଙ୍କାରେ ପହଞ୍ଚିଛି ।

Read More

ଭୁବନେଶ୍ବର : ରଥଯାତ୍ରା ପାଇଁ କୋର୍ଟରେ ମାମଲା ଚାଲିଥିବା ବେଳେ ରଥ ଅନୁକୂଳ ପାଇଁ ଅନୁମତି ପତ୍ର ପ୍ରଦାନ କରାଯାଇଛି । ରଥଯାତ୍ରାକୁ ନେଇ ଅନିଶ୍ଚିତତଦା ଲାଗି ରହିଥିବା ବେଳେ ସରକାର ଆଉ ଗୋଟିଏ ପାଦ ଆଗକୁ ବଢିଛନ୍ତି । ପୁରୋହିତ ସିଦ୍ଧେଶ୍ବର ମହାପାତ୍ରଙ୍କୁ ସରକାରଙ୍କ ପକ୍ଷରୁ ଅନୁକୂଳ ପାଇଁ ମଙ୍ଗଳବାର ଅନୁମତି ପତ୍ର ପ୍ରଦାନ କରାଯାଇଛି । ଅନୁମତି ପତ୍ର ମିଳିବା ପରେ ପ୍ରତିକ୍ରିୟା ପ୍ରକାଶ କରି ସିଦ୍ଧେଶ୍ବର କହିଛନ୍ତି ବର୍ତ୍ତମାନ ପରସ୍ଥିତିରେ ରଥଯାତ୍ରା ହେବା ନେଇ କେବଳ ଆଶା ରଖିବା ଉଚିତ୍‌ ।

Read More

ଭୁବନେଶ୍ବର : ରାଜ୍ୟରେ ମୌସୁମୀ କାରଣରୁ ବର୍ଷା ଜାରି ରହିଥିବା ବେଳେ 19 ତାରିଖ ସୁଦ୍ଧା ଏକ ଲଘୁଚାପର ଆଶଙ୍କା କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ପ୍ରଭାବରେ 3/4 ଦିନ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । କୋରାପୁଟ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଅନ୍ୟାନ୍ୟ ଜିଲ୍ଲା ମାନଙ୍କରେ ବର୍ଷା ସ୍ବାଭାବିକ ରହିଛି । ସେହିପରି ମଙ୍ଗଳବାର 7ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି । ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ଏହି ସତର୍କ ସୂଚନା ଜାରି କରାଯାଇଛି ।

Read More

ଭୁବନେଶ୍ବର : ଆଜି ରାଜ୍ୟରେ ଆଉ 108 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 108 ଜଣଙ୍କ ମଧ୍ୟରୁ 95 ଜଣ କ୍ବାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟୁ ହୋଇଥିବା ବେଳେ 13 ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି । ଏହା ସହିତ ପଶ୍ଚିମବଙ୍ଗ ଉଦ୍ଧାର କାର୍ଯ୍ୟ ପାଇଁ ଯାଇଥିବା ଅଗ୍ନିଶମ ଅଧିକାରୀଙ୍କ ମଧ୍ୟରୁ 16 ଜଣ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ମାଲକାନଗିରିରୁ ସର୍ବାଧିକ 21 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଝରରୁ 5, ଖୋର୍ଦ୍ଧାରୁ 7, କେନ୍ଦ୍ରାପଡାରୁ 9 ଏବଂ ଅନୁଗୁଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ବରରୁ 4, କଟକରୁ 1, ଜଗତସିଂହପୁରରୁ 9, ଗଞ୍ଜାମରୁ 8, ପୁରୀରୁ 15, ଗଜପତିରୁ 7, ସୁନ୍ଦରଗଡରୁ 2, କଳାହାଣ୍ଡି ଏବଂ ବଲାଙ୍ଗୀରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଆମ୍ପାନ ପରବର୍ତ୍ତୀ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିବା ଅଗ୍ନିଶମ ଅଧିକାରୀଙ୍କ ମଧ୍ୟରୁ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ଖୋର୍ଦ୍ଧା ସବ୍‌ଡିଭିଜନ୍‌ରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ଲକ୍‌ଡାଉନ୍‌ ବଳବତ୍ତର ରହିବ। ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସକାଳ ୬ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲା ରହିବ। କେବଳ ଔଷଧ ଦୋକାନ ଏବଂ ପେଟ୍ରୋଲ ପମ୍ପ ଅନ୍ୟ ସମୟରେ ଖୋଲା ରହିବ। ସାଧାରଣ ଲୋକଙ୍କ ମଧ୍ୟରେ କରୋନା ସଚେତନତା ସୃଷ୍ଟି କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ନେଇ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ସମୀକ୍ଷା ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ତେବେ ବିଏମ୍‌ସିରେ ଏହି ଲକ୍‌ଡାଉନ୍‌ ଲାଗୁ କରାଯିବ ନାହିଁ ବୋଲି ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଏହି ଲକ୍‌ଡାଉନ୍‌ ୪ ଦିନ ରହିବା ନେଇ ଗୁଜବ ପ୍ରଚାର କରାଯାଇଥିଲା।

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସଙ୍କଟ ସମୟରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଉଥରେ ଆଲୋଚନା କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଅପରାହ୍ନ 3.30ରେ ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ସହିତ ମୋଦି ଆଲୋଚନା କରିବୋ । ଆଜି ଏବଂ ଆସନ୍ତା କାଲି ଦୁଇ ଦିନ ପର୍ଯ୍ୟନ୍ତ ଏହି ଆଲୋଚନା କରାଯିବ । ଏହି ଆଲୋଚନାରେ ଅନଲକ୍‌ 1.0 ସମ୍ପର୍କରେ ଆଲୋଚନା କରାଯିବ ଏବଂ ହୁଏତ କେନ୍ଦ୍ର ସରକାର ଲକ୍‌ଡାଉନ୍‌କୁ ସଶକ୍ତ କରିବାର ନିଷ୍ପତ୍ତି ଗ୍ରହଣ କରିବାର ସମ୍ଭାବନା ରହିଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 10667 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 9900 ଅତିକ୍ରମ କରିଛି । ବିଗତ 24 ଘଣ୍ଟା ମଧ୍ୟରେ 325 ଜଣ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 43 ହଜାର 91 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ମଧ୍ୟରୁ 180012 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 9900 ଜଣଙ୍କର ପରଲୋକ ଘଟିଛି । ଦେଶରେ ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 153178 ରହିଛି ।

Read More

କେଦାର ମିଶ୍ର ବସ ଚାଲୁଛି, ହେଲେ ଲୋକ ବସରେ ବସିବାକୁ ଭୟ କରୁଛନ୍ତି। ଦୋକାନ ଖୋଲିଛି, ହେଲେ ଅତ୍ୟାବଶ୍ୟକ ନ ପଡିଲେ, କେହି ଦୋକାନକୁ ଯାଉ ନାହାନ୍ତି। କେହି କେହି କହିପାରନ୍ତି, ରଜ ସମୟରେ ବଜାର ଏତେ ଭିଡ ହେଲା ଯେ ସରକାର ବାଧ୍ୟ ହୋଇ ଭୁବନେଶ୍ବରର ମୁଖ୍ୟ ବଜାରକୁ ସିଲ କରିଦେଲେ। ତେବେ ଏ ଭିଡ ବି ଭୟ ଯୋଗୁଁ। କାଳେ ଆଗକୁ ଦୋକାନ ନ ଖୋଲିବ, କାଳେ ପୁଅ ଝିଅ ନୂଆ ଲୁଗା ଖଣ୍ଡେ ପିନ୍ଧିପାରିବେନି, ସେଇ ଆଶଙ୍କାରୁ ଏ ଭିଡ। ବଜାରକୁ ବାହାରିବା ଆଗରୁ ଲୋକଙ୍କ ଭିତରେ କରୋନା ଭୟ ଠୁ ବେଶୀ ଭୟ ପୋଲିସକୁ। ଏବେ ପୋଲିସ ବାବୁମାନେ ସବୁଠି ହାତରେ ଚାଲାଣ ଧରି ଠିଆ ହୋଇଛନ୍ତି। ଭଲକି ମୁଖା ବାନ୍ଧି ନାହାନ୍ତି ତ ଜରିମାନା ଦିଅନ୍ତୁ। ରାସ୍ତାରେ ପାନ ଖାଇ ଚାଲୁଛନ୍ତି ତ, ଜରିମାନା ଦିଅନ୍ତୁ। ଦୋକାନୀ ପାଖରୁ ବରା ସିଙ୍ଗଡା କିଣି ଖାଉଛନ୍ତି…

Read More

ଶ୍ରୀନଗର: ଭାରତୀୟ ସେନାକୁ ମିଳିଛି ବଡ ସଫଳତା। ସୋପିଆଁରେ ମଙ୍ଗଳବାର ଘଟିଥିବା ଏହି ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ସକାଳୁ ସୋପିଆଁର ତୁର୍କଓ୍ବାଙ୍ଗାନ ଅଞ୍ଚଳରେ ସୁରକ୍ଷା ବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ଘଟିଥିବା ନେଇ ରିପୋର୍ଟ ମିଳିଛି। ତିନି ଆତଙ୍କବାଦୀଙ୍କ ପରିଚୟ ମିଳି ନଥିବା ବେଳେ ସୁରକ୍ଷା ବଳଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। (ଏଜେନ୍ସି)

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ଗାଲୁଆ ପଞ୍ଚାୟତ ଅନ୍ତର୍ଗତ ଭୀମପୁରର ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢାଇଛି ଭୀମପୁର କ୍ରୀଡା ସଂଘ(ବିଏସ୍‌ଏ)। ଅଗ୍ନି ବିପନ୍ନ ପରିବାରକୁ ଭୀମପୁର କ୍ରୀଡା ସଂଘ ପକ୍ଷରୁ ସହାୟତାର ହାତ ବଢାଯାଇଥିବା ବେଳେ କିଛି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଇଛି। ଗ୍ୟାସ୍‌ ସିଲିଣ୍ଡର, ବାସନ ସାମଗ୍ରୀ, ପନିପରିବା, କପଡା ଏବଂ କିଛି ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଜୁନ୍‌ ୧୩ ତାରିଖରେ ଗାଲୁଆ ପଞ୍ଚାୟତର ଭୀମପୁର ଗ୍ରାମର ବଡପାଟଣା ସାହିର ବାଉରୀ ବନ୍ଧୁ ଘଡାଇଙ୍କ ଘରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡରେ ୪ ବଖରା ଘର ସମ୍ପୁର୍ଣ୍ଣ ଭାବରେ ପୋଡି ପାଉଁଶ ହୋଇ ଯାଇଥିବା ବେଳେ ସମସ୍ତ ଆସବାବ ପତ୍ର ନଷ୍ଟ ହୋଇଯାଇଥିଲା। କ୍ରୀଡା ସଂଘର ଏପରି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି।

Read More

ଲଲାଟେନ୍ଦୁ ଶତପଥୀ ପିଲାବେଳ କଥା ମୋର ମନେ ଅଛି ଯେବେ କେହି ଗାଁରେ ମାତାଲ ଅବସ୍ଥାରେ ଟହଲି ଟହଲି ଆସି ଦାଣ୍ଡରେ ଅଭଦ୍ର ଭାଷାରେ ଚିଲ୍ଲାଏ, ଲୋକ ତାଟି କବାଟ ବନ୍ଦ କରି ଦିଅନ୍ତି। ମନ ଭିତରେ ଏକ ଅଜଣା ଆତଙ୍କ ଉଙ୍କି ମାରୁଥାଏ। ସମସ୍ତେ ନିଜ ଘରେ ରହି କେବଳ ସେ ମଦୁଆକୁ ଦେଖନ୍ତି। ବେଶୀରେ ବେଶୀ ସାଇ ପଡିଶା କିଏ ଜଣେ ଅଧେ ବାହାରକୁ ଆସି ତାକୁ ଆକଟ କରିବାକୁ ସାହସ କରନ୍ତି। ଗାଁ ପାଖ ମଦ ଭାଟିର ପାଖ ରାସ୍ତା ସତେ ଯେମିତି ଏକ ଅସାମାଜିକ ଲୋକଙ୍କ ଚରାଭୂଇଁ ଓ ସ୍କୁଲ କଲେଜ୍‌ ଗଲା ବେଳେ ମନରେ ବେଶୀ ଭୟ। ସେ ପରିବାରର ଲୋକେ ସାମାଜିକ ସ୍ତରରେ ପାଉଥିବା ଯନ୍ତ୍ରଣାକୁ ମୁଁ ଅନୁଭବ କରିଛି। ହେଲେ ଆଜି ଦୁଇ ଦଶନ୍ଧି ଭିତରେ ସବୁ କିଛି ବଦଳି ଯାଇଛି। କିଛି ବର୍ଷ ତଳେ ଛୋଟ ଏଇ ସହରରେ ଗୋଟେ…

Read More

ମୁମ୍ବାଇ : ଦେଶବ୍ୟାପୀ କରୋନା ସଙ୍କଟ ଯୋଗୁଁ ଚାକିରୀରୁ ଛଟେଇ ଦେଖିବାକୁ ମିଳୁଥିବା ବେଳେ ଗୋଟିଏ କମ୍ପାନୀ ନିଜ କର୍ମଚାରୀଙ୍କ ବେତନ ବଢାଇଛି । ସାହାରା ଗ୍ରୁପ୍‌ ପକ୍ଷରୁ ସୋମବାର ଦିନ ଏହିପରି ଏକ ଘୋଷଣା କରାଯାଇଛି । କମ୍ପାନୀ ପକ୍ଷରୁ ଏହାର ସମସ୍ତ କର୍ମୀଙ୍କ ବେତନ ବଢାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ସହିତ କମ୍ପାନୀ ତରଫରୁ କୌଣସି ଛଟେଇ କରାଯିବ ନାହିଁ ବୋଲି ମଧ୍ୟ ଘୋଷଣା କରାଯାଇଛି । ସୋମବାର କମ୍ପାନୀ ପକ୍ଷରୁ ଏହାର 4 ଲକ୍ଷ 5 ହଜାର 874 କର୍ମଚାରୀଙ୍କ ବେତନ ବଢାଯାଇଥିବା ବେଳେ 4808 ଜଣଙ୍କୁ ପ୍ରମୋଶନ ପ୍ରଦାନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ସାହାରା ଗ୍ରୁପ୍‌ର ବିଭିନ୍ନ ବ୍ୟବସାୟରେ ଅନ୍ୟୁନ 14 ଲକ୍ଷ ଲୋକ ନିଯୁକ୍ତ ଅଛନ୍ତି । (ଏଜେନ୍ସି)

Read More

ଚିଲିକା, ବିଶ୍ବ ପ୍ରସିଦ୍ଧ ଲୁଣା ହ୍ରଦ ଭିତରେ ଥିବା କାଳିଜାଈର ଶୋଭାରାଶି ବର୍ତ୍ତମାନ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରୁଛି। କାରଣ ବନ ବିଭାଗ ଏହି ପର୍ଯ୍ୟଟନ ସ୍ଥଳର ଉନ୍ନୟନ ହାତକୁ ନେଇ ସୌନ୍ଦର୍ଯ୍ୟକରଣ କରିଛି। ଆକାଶମାର୍ଗରୁ ନିଆଯାଇଥିବା କାଳିଜାଈ ପାହାଡର ଏକ ଫଟୋ

Read More

ବବୁଲୁ ସାହୁ କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି ରାଜୀବ ଜୀ ଉଚ୍ଚ ବିଦ୍ୟାଳୟ, ଗାଈଗାଁ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, କେସିଙ୍ଗା ଥାନା ଅଧିକାରୀ ଅଶୋକ କୁମାର ମହାପାତ୍ର, ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କଁଅର, ଗାଈଗାଁ ପଞ୍ଚାୟତ ସରପଞ୍ଚ, ସ୍ଥାନୀୟ ସ୍ଵେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ । କରୋନା କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖାଯାଇ ଏହି ଶିବିର ପରିଚାଳନା କରାଯାଇଥିଲା । ଏହି ଶିବିରରେ ୨୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ ଗାଈଗାଁ ପଞ୍ଚାୟତ ସରପଞ୍ଚ ବିଜୟ ଶବର ସମେତ ଭବାନୀପାଟଣା ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।

Read More

ନୂଆଦିଲ୍ଲୀ/ଇସଲାମାବାଦ : ପାକିସ୍ତାନରୁ ନିଖୋଜ ହୋଇଥିବା ଦୁଇ ଜଣ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଏକ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଉଭୟ ଅଧିକାରୀଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଏହି ଘଟଣା ପରେ ଉଭୟ ଅଧିକାରୀଙ୍କୁ ମୁକ୍ତ କରିବା ପାଇଁ ଭାରତ ପକ୍ଷରୁ ଦାବି କରାଯାଇଛି । ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ଏ ନେଇ ଚେତାବନୀ ଦିଆଯାଇଛି । ଉଭୟ ଅଧିକାରୀଙ୍କୁ ପଚରା ଉଚୁରା ନକରି ସୁରକ୍ଷିତ ଭାବରେ ଛାଡିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଦାବି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ସକାଳ 8.30ରେ ଉଭୟ ଅଧିକାରୀ ଘରୁ ବାହାରିବା ପରେ ନିଖୋଜ ହୋଇଯାଇଥିଲେ । (ଏଜେନ୍ସି)

Read More

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । ଗତକାଲି ଆତ୍ମହତ୍ୟା କରିଥିବା ସୁଶାନ୍ତଙ୍କ ଶେଷକୃତ୍ୟ ଆଜି ଭିଲେ ପାର୍ଲେ ସ୍ଥିତ ଶ୍ମସାନରେ ଅନୁଷ୍ଠିତ ହୋଇଛି । ସୋମବାର ଭିଲେପାର୍ଲେରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ସମାପନ ହୋଇଛି । ସୁଶାନ୍ତଙ୍କ ଅନ୍ତିମ ଦର୍ଶନରେ ପରିବାର ସଦସ୍ୟଙ୍କ ସମେତ ବଲିଉଡ୍‌ର ବିଭିନ୍ନ କଳାକାର ଉପସ୍ଥିତ ଅଛନ୍ତି । ବଲିଉଡ୍‌ କଳାକାରଙ୍କ ମଧ୍ୟରେ ଶ୍ରଦ୍ଧା କପୁର, କ୍ରିତି ଶାନନ୍‌, ବିବେକ ଓବେରୟ ଏବଂ ମୁକେଶ ଛାବ୍ରା ପ୍ରମୁଖ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ, ସୁଶାନ୍ତ ରବିବାର ଦିନ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । (ଏଜେନ୍ସି)

Read More

କନ୍ଦର୍ପ ବେହେରା ରେଢାଖୋଲ : ଗତକାଲି ରେଢାଖୋଲ ବ୍ଲକ୍ ବଣୀଆଁବନ୍ଧରେ ଭାଲୁ ଆକ୍ରମଣରେ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁହୋଇଥିବା ବେଳେ ଜଣେ ଆହତ ହୋଇଥିଲେ । ଏହି ଖବର ମନ ଭିତରୁ ନ ଲିଭୁଣୁ ଆଜି ଅପରାହ୍ନରେ ଆଉ ଜଣଙ୍କୁ ଭାଲୁ ଆକ୍ରମଣ କରି ମାରିପକାଇଥିବା ଖବର ହସ୍ତଗତ ହୋଇଛି । ଆଜି ବଣୀଆଁବନ୍ଧ ଗ୍ରାମର ସୁରୁ ନାଏକ (୩୨)ନାମକ ଜନୈକ ବ୍ୟକ୍ତି ମହୁ ସଂଗ୍ରହପାଇଁ ଯାଇଥିବା ବେଳେ ଆଜି ପ୍ରାଣ ହରାଇଛନ୍ତି । ଗତକାଲି ଦୁଇ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଆଜି ଜଣଙ୍କର ପ୍ରାଣହାନି ଘଟିଛି । ଗତକାଲି ଆକ୍ରମଣ କରିଥିବା ଭାଲୁଟି ପୁନର୍ବାର ଆକ୍ରମଣ କରିଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତକାଲି ମରିଥିବା ଭାଲୁଟି ଛୁଆଭାଲୁ ଥିଲା ଏବଂ ଦୁଇଟି ଯାକ ଆକ୍ରମଣରେ ମା’ ଭାଲୁ ସମ୍ପୃକ୍ତ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ, ଗତକାଲିର ଭାଲୁ…

Read More