Author: Samikhsya Bureau

ଜଳେଶ୍ବର : ପୁଣି ପ୍ରବାସୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । କେରଳରୁ ମୁର୍ଶିଦାବାଦ ଯାଉଥିବା ଏହି ବସ୍‌ଟି ବସ୍ତା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବବେଳେ ଏହି ଦୁର୍ଘଟଣାରେ 7ଜଣ ଗୁରୁତର ହୋଇଛନ୍ତି । ଏନ୍‌ଏଚ୍‌ 60 ବସ୍ତା ନିକଟରେ ବସ୍‌କୁ ଏକ ଟ୍ରଲର୍‌ ପଛରୁ ଧକ୍କା ଦେଇଛି । ବସ୍‌ଟିରେ ପ୍ରାୟ 40 ଜଣ ପ୍ରବାସୀ ରହିଥିଲେ ବୋଲି ଜଣାପଡିଛି । ଆହତଙ୍କୁ ନିକଟସ୍ଥ ବସ୍ତା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାର ସୂଚନା ରହିଛି । ସୂଚନାଯୋଗ୍ୟ, ଗତକାଲି ମଧ୍ୟ ବାଲେଶ୍ବର ଠାରେ ଏକ ପ୍ରବାସୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ବସ୍‌ଟି କେରଳରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ସମୟରେ 16 ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ତିନି ଜଣ ଗୁରୁତର ହୋଇଥିଲେ ।

Read More

ବନେଶ୍ୱର: ଆସନ୍ତାକାଲି ଅର୍ଥାତ୍‌ ଜୁନ୍‌ 1ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତା ଦେଖା । ଏଥିପାଇଁ 36ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ଦୁଇଟି ପର୍ଯ୍ୟାୟରେ ଓ ଦୁଇଟି ସିଫ୍ଟରେ ଖାତା ଦେଖା ହେବ। ସକାଳ ସାଢ଼େ 7ଟାରୁ ମଧ୍ୟାହ୍ନ ସାଢ଼େ 12 ଟା ଯାଏ ପ୍ରଥମ ସିଫ୍ଟ ଓ ଦିନ 1.30ରୁ ସଂଧ୍ୟା 6ଟା 30 ଯାଏ ଦ୍ୱିତୀୟ ସିଫ୍ଟରେ ଖାତା ଦେଖା ହେବ। ଏବେ କେବଳ ଅନଲାଇନ୍ ବିଷୟର ଖାତା ଦେଖା ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଅଫଲାଇନ୍ ଖାତା ଦେଖା ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା: କୋଭିଡ ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ କରୋନା ଯୋଦ୍ଧାଙ୍କ ସମ୍ମାନରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ଵରେ ବେଗୁନିଆପଡା ବ୍ଲକ ଠାରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି।  ଏହି କାର୍ଯ୍ୟକ୍ରମରେ ବିଧାୟିକା କହିଥିଲେ ନିଜ ଜୀବନକୁ ବାଜି ଲଗାଇ ଡାକ୍ତର, ପୋଲିସ, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡି କର୍ମୀ, ଓ ସ୍ବେଛାସେବୀ ଭଳି କର୍ମଚାରୀ ମାନେ କରୋନା ଯୋଦ୍ଧା ସାଜି ଆମ୍ଭମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ଅହରହ କାର୍ଯ୍ୟ କରୁଛନ୍ତି। ପ୍ରତିଟି କ୍ଷେତ୍ରରେ ସେମାନଙ୍କ ସେବା ପ୍ରଶଂସନୀୟ ହୋଇଛି। ବର୍ତ୍ତମାନ ସମୟରେ ସେମାନଙ୍କ ପ୍ରତି ଆମର ସମ୍ମାନ ପ୍ରେରଣା ଯୋଗାଇବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଡ଼ିଓ ବେଦବର ପ୍ରଧାନ, ବିଜେଡି ସଭାପତି ବିଜୟ କୁମାର ଦୋରା, ବିଜୁ ଶ୍ରମିକ ସାମୁଖ୍ୟ ଉପସଭାପତି ବିଜୟ ନାୟକ, ସରପଞ୍ଚ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ ଓ ଜନସାଧାରଣ ସମୂହ ଯୋଗଦେଇ ସଂଗୀତ ଗାନ କରିଥିଲେ।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ଆସନ୍ତା ୩୧ ତାରିଖରୁ ଗମ୍ଭାରୀମୁଣ୍ଡା ବଜାରକୁ ତିନି ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଗମ୍ଭାରୀମୁଣ୍ଡାରେ ରହିଥିବା କ୍ବାରେଣ୍ଟିନ୍‌ ସେଣ୍ଟରରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା କାରଣରୁ ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ମହାରଥାଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗମ୍ଭାରୀମୁଣ୍ଡା ବଜାର ଉପରେ 5ଖଣ୍ଡ ପଞ୍ଚାୟତ ନିର୍ଭର କରୁଥିବାରୁ ଗୋଷ୍ଠୀ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରପଞ୍ଚ ଏହି ଘୋଷଣା କରିଛନ୍ତି। ଫଳସ୍ବରୂପ ୩୧.୦୫.୨୦୨୦ ସକାଳ ୭ଟା ସମୟରୁ ୩ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ବଜାରକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। କେବଳ ଔଷଧ ଦୋକାନ ବ୍ୟତିତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ ଏବଂ ସାଧାରଣ ଲୋକଙ୍କ ଚଳାଚଳ ଏହି ସମୟରେ ବନ୍ଦ ରହିବ। ଏହା ସହିତ ତିନି ଦିନ ମଧ୍ୟରେ ଏହି ବଜାରଟିକୁ ସମ୍ପୂର୍ଣ୍ଣ ସାନିଟାଇଜ୍‌ କରାଯିବ ବୋଲି ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ମହାରଥା ପ୍ରକାଶ କରିଛନ୍ତି।

Read More

ନୂଆଦିଲ୍ଲୀ : ଦେଶରେ ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଶନିବାର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ 24 ଘଣ୍ଟା ମଧ୍ୟରେ 11264 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ଡବଲିଂ ରେଟ୍‌ 15.40ରେ ପହଞ୍ଚିଛି । ସେହିପରି ଆରୋଗ୍ୟ ହାର ମଧ୍ୟ 47.40 ପ୍ରତିଶତ ଛୁଇଁଛି । ଶନିବାର ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା 82369ରେ ପହଞ୍ଚିଛି । ବିଗତ ଦୁଇ ସପ୍ତାହ ଧରି ଡବଲିଂ ରେଟ୍‌ 13.3 ରହିଥିବା ବେଳେ ଶନିବାର ଏହା 15.4କୁ ବୃଦ୍ଧି ପାଇଛି । ମୃତ୍ୟୁହାର ବର୍ତ୍ତମାନ 2.86ରେ ପହଞ୍ଚିଥିବା ବେଳେ 2.55 ପ୍ରତିଶତ ଆକ୍ରାନ୍ତ ଭେଣ୍ଟିଲେଟରରେ ରହିଛନ୍ତି । ସେହପରି 0.48 ପ୍ରତିଶତ ଆକ୍ରାନ୍ତ ଆଇସିୟୁରେ ରହିଥିବା ବେଳେ 1.96 ପ୍ରତିଶତ ଆକ୍ରାନ୍ତ ଅମ୍ଲଜାନ ସହାୟତାରେ ବଞ୍ଚିଛନ୍ତି । (ଏଜେନ୍ସି)

Read More

ମୁମ୍ବାଇ : କରୋନାକୁ ନେଇ ରାହୁଲ ଗାନ୍ଧୀଙ୍କ ମତାମତକୁ ପ୍ରଧାନମନନ୍ତ୍ରୀ ଗ୍ରହଣ କରିବା ଉଚିତ୍‌ ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ ମତ ଦେଇଛନ୍ତି । ମୋଦି ସରକାର ଏକ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ଦେଶ ବର୍ତ୍ତମାନ କରୋନା ଭାଇରସ୍‌ ସହିତ ସଂଘର୍ଷ କରୁଛି । ସରକାରଙ୍କ ନିକଟରେ ଲକ୍‌ଡାଉନ୍‌ର ବାହାରିବାର କୌଣସି ରାସ୍ତା ନଥିବା ବେଳେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ମତାମତକୁ ମୋଦି ଗ୍ରହଣ କରିବା ଉଚିତ୍‌ ବୋଲି ସଞ୍ଜୟ ସାମ୍ନାରେ ଉଲ୍ଲେଖ କରିଛନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କ ଦେଶ ପ୍ରତି କିଛି ଅବଦାନ ରହିଥାଏ ତେଣୁ ସରକାରଙ୍କ ସପକ୍ଷରେ ରହିଥିବା ବ୍ୟକ୍ତିଙ୍କ ମତାମତ ସହିତ ବିରୋଧୀ ଆସନରେ ବସିଥିବା ବ୍ୟକ୍ତିଙ୍କ ମତାମତ ଗ୍ରହଣ କରିବା ଉଚିତ୍‌ ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ ପ୍ରକାଶ କରିଛନ୍ତି । (ଏଜେନ୍ସି)

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି : ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ବିଭିନ୍ନ ପ୍ରକାରର ନିୟମ ପ୍ରଣୟନ କରାଯାଇଥିବା ବେଳେ ଏହାର ସୁବିଧା ଶ୍ରମିକଙ୍କ ନିକଟରେ ଏହାର ସୁବିଧା ପହଞ୍ଚିପାରୁନାହିଁ । ସରକାରଙ୍କ ପକ୍ଷରୁ ଶ୍ରମିକ ସ୍ପେସିଆଲ ଟ୍ରେନ୍‌ ଚଳାଯାଉଥିବା ବେଳେ ଶ୍ରମିକଙ୍କ ନିକଟରେ ପହଞ୍ଚି ପାରୁନାହାନ୍ତି ସରକାର । ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ ମାନେ ଏହି ସୁବିଧାରୁ ବଞ୍ଚିତ ରହୁଥିବା ବେଳେ ନିଜ ହାତରୁ ଖର୍ଚ୍ଚ କରି ରାଜ୍ୟକୁ ଫେରିଛନ୍ତି । ପ୍ରବାସୀ ଶ୍ରମିକ ମାନଙ୍କୁ ଫେରିବା ପାଇଁ ଓଡିଶା ସରକାର ଅନଲାଇନ ପଂଜୀକରଣ ବ୍ୟବସ୍ଥା କରିବା ସହିତ ବିଭିନ୍ନ ରାଜ୍ୟ ପାଇଁ ବରିଷ୍ଠ ପଦାଧିକାରୀ ମାନଙ୍କୁ ଦାୟୀତ୍ୱ ଦେଇଥିବା ଜଣାପଡିଛି । ଏତେ ସବୁ ବ୍ୟବସ୍ଥା ସତ୍ୱେ ଶହ ଶହ ଶ୍ରମିକ ଚାଲି ଚାଲି, ସାଇକେଲରେ, ଏପରିକି ବର୍ଷ ତମାମ କଷ୍ଟ କରି ଉପାର୍ଜନ କରି ସଂଚିଥିବା ଟଙ୍କା…

Read More

ନୂଆଦିଲ୍ଲୀ : ଖେଳରତ୍ନ ପୁରସ୍କାର ପାଇଁ ବିସିସିଆଇ ପକ୍ଷରୁ ରୋହିତ ଶର୍ମାଙ୍କ ନାମ ସୁପାରିଶ କରାଯାଇଛି । ଅର୍ଜୁନ ପୁରସ୍କାର ପାଇଁ ଅନ୍ୟ 3 ଜଣ ଖେଳାଳିଙ୍କ ନାମ ସୁପାରିଶ କରିଛି ବିସିସିଆଇ । ଏହି ତାଲିକାରେ ଦୁଇ ଜଣ ପୁରୁଷ ଖେଳାଳି ରହିଥିବା ବେଳେ ଜଣେ ମହିଳା ଖେଳାଳି ରହିଛନ୍ତି । ଇଶାନ୍ତ ଶର୍ମା, ଶିଖର ଧଓ୍ବନ୍‌ ଏବଂ ଦୀପ୍ତି ଶର୍ମାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରିଛି ବିସିସିଆଇ । ଭାରତୀୟ ଦିନିକିଆ ଦଳର ଉପ ଅଧିନାୟକ ରହିଥିବା ରୋହିତ ଶର୍ମା କ୍ଷୁଦ୍ର ଫର୍ମାଟରେ ଭାରତର ଏକ ନମ୍ବର ବ୍ୟାଟ୍ସମ୍ୟାନ୍‌ ରହିଛନ୍ତି । ଭାରତୀୟ ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଛି । 2019 କ୍ୟାଲେଣ୍ଡର ବର୍ଷରେ ରୋହିତ ସର୍ବାଧିକ ରନ୍‌ ସଂଗ୍ରହ କରିଥିବା ବେଳେ ବିଶ୍ବକପ୍‌ର 9ଟି ମ୍ୟାଚ୍‌ରେ 648 ରନ୍‌ ସଂଗ୍ରହ କରିଥିଲେ । ଏହା…

Read More

ଭୁବନେଶ୍ବର : ବୋନସ ପାଇବେ କେନ୍ଦୁପତ୍ର ତୋଳାଳି । ଏ ସମ୍ପର୍କରେ ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଲକଡାଉନ ଓ କରୋନା ଭାଇରସ ପାଇଁ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ପ୍ରୟାସ ଦ୍ବାରା ପ୍ରାୟ 7.89 ଲକ୍ଷ କେନ୍ଦୁପତ୍ର ତେଳାଳି ଉପକୃତ ହେବେ । ପଞ୍ଜୀକୃତ କେନ୍ଦୁପତ୍ର ତୋତାଳିଙ୍କ ବ୍ୟତୀତ ଅଣପଞ୍ଜୀକୃତ କେନ୍ଦୁପତ୍ର ତୋଳାଳିମାନେ ମଧ୍ୟ ରାଜ୍ୟ ସରକାରଙ୍କ ଏହି ଘୋଷଣାରୁ ଉପକୃତ ହେବେ । ରାଜ୍ୟରେ ଏବେ 17444 ଜଣ ଅଣପଞ୍ଜୀକୃତ କେନ୍ଦୁପତ୍ର ତୋଳାଳି କାମ କରୁଛନ୍ତି । ଏମାନଙ୍କୁ ମଧ୍ୟ 5 ପ୍ରତିଶତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳିମାନଙ୍କୁ ପାଣି ବୋତଳ କିଣିବାକୁ 200 ଟଙ୍କା ଲେଖାଏଁ ଦେବେ । ଏହି ଆର୍ଥିକ ସହାୟତା ଡିବିଟି ଜରିଆରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ ବୋଲି କୁହାଯାଇଛି…

Read More

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଅବଧିକୁ ଏକ ମାସ ପାଇଁ ବଢାଇ ଦିଆଯାଇଛି । ତେବେ ଏକ ମାସ ପର୍ଯ୍ୟନ୍ତ କେବଳ କଣ୍ଟେନ୍‌ମେଣ୍ଟ ଜୋନ୍‌ର ଲକ୍‌ଡାଉନ୍‌ ଜାରି ରଖିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତେବେ କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ରହିଥିବା ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକୁ ପର୍ଯ୍ୟାୟ କ୍ରମେ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଜୁନ୍‌ 8 ତାରିଖରୁ ସମସ୍ତ ଧାର୍ମିକ ସ୍ଥଳ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ସପିଂ ମଲ୍‌, ହୋଟେଲ ଏବଂ ରେଷ୍ଟୁରାଣ୍ଟ ଖୋଲିବା ନେଇ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏସବୁ ସ୍ଥାନକୁ ଖୋଲିବା ପରେ କିପରି ନିୟମ ପାଳନ କରାଯିବ ସେ ସମ୍ପର୍କରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏସ୍‌ଓପି ପରବର୍ତ୍ତୀ ସମୟରେ ଜାରି କରାଯିବ । ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଶାସନ ସହିତ ଆଲୋଚନା…

Read More

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଂଗ୍ରେସକୁ ସମାଲୋଚନା କରିଛନ୍ତି। କଂଗ୍ରେସ କରୋନା ସଙ୍କଟର ରାଜନୀତିକରଣ କରୁଛି ବୋଲି ନଡ୍ଡା ବୟାନ ଦେଇଛନ୍ତି। ଦେଶ ଏପରି ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଥିବା ବେଳେ କଂଗ୍ରେସ ସମ୍ବେଦନ ହୀନ ରାଜନୀତି କରୁଛି ବୋଲି ନଡ୍ଡା ଅଭିଯୋଗ କରିଛନ୍ତି। ବିଜେପିର ସମସ୍ତ କର୍ମୀ ସେବାରେ ନିୟୋଜିତ ହୋଇଥିବା ବେଳେ କଂଗ୍ରେସ କେବଳ ଅଭିଯୋଗର ରାଜନୀତି କରୁଛି ବୋଲି ଶନିବାର ଦିନ ମତ ଦେଇଛନ୍ତି ନଡ୍ଡା। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ବିଜେପି ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଦୂର କରିବା ପାଇଁ ଚେଷ୍ଟା କରୁଛି ବୋଲି ନଡ୍ଡା ମତ ଦେଇଛନ୍ତି। (ଏଜେନ୍ସି)

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଆଜି 5 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। 5 ଜଣ ଯାକ ଆକ୍ରାନ୍ତ ଗୋଲାମୁଣ୍ଡା ବ୍ଲକର ହୋଇଥିବା ବେଳେ ସେମାନଙ୍କ 2 ଜଣ ମହାରାଷ୍ଟ୍ରରୁ, 2 ଜଣ ତେଲେଙ୍ଗାନାରୁ ଏବଂ ଜଣେ ଗୁଜରାଟରୁ ଫେରିଥିଲେ। ଗତ 17 ତାରିଖ ଦିନ ସେମାନେ ଫେରିବା ପରେ ସେମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା। 19 ତାରିଖ ଦିନ ପରୀକ୍ଷା ପାଇଁ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ 30 ତାରିଖ ଦିନ ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଇତି ମଧ୍ୟରେ ସେମାନଙ୍କ କ୍ୱାରେଣ୍ଟଇନ ଅବଧି ଶେଷ ହେବାପରେ ନିଜ ନିଜ ଘରକୁ ପଠାଇ ଦିଆଯାଇଥିଲା। ସେମାନେ ଘରେ ରହୁଥିବା ସମୟରେ ସେମାନଙ୍କ ପଜିଟିଭ ରିପୋର୍ଟ ଆସିବା ପରେ ହେଲେ 30 ତାରିଖ ଦିନ ସେମାନଙ୍କୁ ନିଜ ନିଜ ଘରୁ ଅଣାଯାଇ ଭବାନୀପାଟଣାସ୍ଥିତ କୋଭିଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି…

Read More

ଭୁବନେଶ୍ବର : କରୋନା ଯୋଦ୍ଧାଙ୍କ ସମର୍ଥନରେ ବନ୍ଦେ ଉତ୍କଳ ଜନନୀ ଗାଇବା ପାଇଁ ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ପୁରପଲ୍ଲୀ ସମେତ ଭାରତ ତଥା ବିଶ୍ବର କୋଣ ଅନୁକୋଣରେ ରହିଥିବା ଓଡିଆ ଏହାକୁ ଗାଇଥିବା ବେଳେ ସ୍ବୟଂ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ସଙ୍ଗୀତ ଗାନ କରିଛନ୍ତି । 5ଟି ସଚିବ ଭି କେ ପାଣ୍ଡିଆନଙ୍କ ସହିତ ନବୀନ ବନ୍ଦେ ଉତ୍କଳ ଜନନୀ ଗାଇଥିଲେ । ସେହିପରି ଲୋକସେବା ଭବନ ଏବଂ କମିଶନରେଟ ପୋଲିସ୍‌ କାର୍ଯ୍ୟାଳୟରେ ମଧ୍ୟ ଏହି ଗୀତ ଗାନ କରାଯାଇଥିଲା । ମୁଖ୍ୟ ଶାସନ ସଚିବ ଏବଂ ପୋଲିସ୍‌ କମିଶନର ଏଥିରେ ଅଂଶଗ୍ରହଣ କରିଥିଲେ । ଅପରପକ୍ଷରେ ଦୁଇ ବଲିଉଡ୍‌ ଗାୟକ ଶଙ୍କର ମହାଦେବନ୍‌ ଏବଂ ଆଶା ଭୋଁସଲେ ମଧ୍ୟ ଏହି ଗୀତ ଗାଇଥିଲେ ।

Read More

ଭୁବନେଶ୍ବର : ପାଣିପାଗ ବିଭାଗ ପକ୍ଷରୁ 10ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି । ଆଜି ରାତି 9ଟା ସୁଦ୍ଧା ବର୍ଷା ଓ ବଜ୍ରପାତ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହା ସହିତ ଏହି ସମୟରେ 50 କିମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି । ସତର୍କ ସୂଚନା ଜାରି କରାଯାଇଥିବା ଜିଲ୍ଲା ଗୁଡିକ ହେଉଛନ୍ତି କଳାହାଣ୍ଡି, ରାୟଗଡା, କନ୍ଧମାଳ, ବଲାଙ୍ଗିର, ନୂଆପଡା, ନବରଙ୍ଗପୁର, ଗଞ୍ଜାମ, ଗଜପତି, ନୟାଗଡ ଓ କୋରାପୁଟ । ଏହି ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Read More

ବାରଣାସୀ : ଟିକ୍‌ଟକ୍‌ ନିଶା ପଡିଲା ମହଙ୍ଗା । ଉତ୍ତର ପ୍ରଦେଶର ବାରଣାସୀରେ ଟିକ୍‌ଟକ୍‌ କରୁଥିବା ସମୟରେ 5 ଜଣ ସାଙ୍ଗ ପ୍ରାଣ ହରାଇଛନ୍ତି । ବାରଣାସୀର ରାମନଗର ଥାନା ଅଞ୍ଚଳର ଗଙ୍ଗା ନଦୀ କୂଳରେ ଏହି ଛାତି ଥରାଇଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଘଟଣାଟି ହେଉଛି ଗଙ୍ଗା କୂଳରେ 5ଜଣ ସାଙ୍ଗ ଗାଧୋଉଥିବା ସମୟରେ ପାଣିରେ ବୁଡିଯାଇ ପ୍ରାଣ ହରାଇଛନ୍ତି । ସୂଚନା ମୁତାବକ ମୃତ୍ୟୁ ହୋଇଥିବା ସମସ୍ତ ଝିଅ ରାମନଗରର ଗଡହୀ ଏବଂ ସିୱାନର ହୋଇଥିବା ବେଳେ ସମସ୍ତେ ସ୍କୁଲ ଛାତ୍ରୀ । ସମସ୍ତଙ୍କ ବୟସ 15 ରୁ 18 ବର୍ଷ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ସେମାନେ ଗାଧୋଇବା ସମୟରେ ଟିକଟକ୍ ଭିଡିଓ କରୁଥିବା ନେଇ ଏଭଳି ଦୁଘର୍ଟଣା ଘଟିଥିବା ସୂଚନା ମିଳିଛି । ପୋଲିସ 5ଟି ଯାକ ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ତଦନ୍ତ ଜାରି ରହିଛି…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି ଆମ ଦେଶର ପୁଲିସ, ପ୍ରଶାସନ, ଡାକ୍ତର, ସଫେଇ କର୍ମଚାରୀ ଓ ସାମ୍ବାଦିକ । ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଓଡିଶା ଦ୍ୱାରା ସମଗ୍ର ରାଜ୍ୟରେ ଏକକାଳୀନ ଭାବେ ପାଖାପାଖି 25000 କାର୍ଯ୍ୟକର୍ତାଙ୍କ ଦ୍ୱାରା 10000 ସ୍ଥାନରେ ପ୍ରାୟ ଏକ ଲକ୍ଷ୍ୟ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିବାର ଲକ୍ଷ୍ୟ ରଖାଯାଇଛି । ଏହି ପରିପ୍ରେକ୍ଷୀରେ ଅନୁରୂପ ଭାବେ କରୋନା ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଏହି କରୋନା ଯୋଦ୍ଧା ମାନଙ୍କୁ ଆଜି ବାଣପୁର- ବାଲୁଗାଁ ଏ.ବି.ଭି.ପି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ କାର୍ଯ୍ୟକର୍ତାଙ୍କ ଦ୍ୱାରା ବାଣପୁର ଅଞ୍ଚଳର ପ୍ରତାପ ଗ୍ରାମର ଆଶା କର୍ମୀ, ତୁମୁରାପୁଟ ପଞ୍ଚାୟତର ସରପଞ୍ଚ, ଗମ୍ଭାରୀମୁଣ୍ଡା ଓ ନାଚୁଣୀ ଅଞ୍ଚଳର କରୋନା ଯୋଦ୍ଧମାନେ ଯଥା ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଗଣ ଓ କର୍ମଚାରୀ, ଗମ୍ଭାରୀମୁଣ୍ଡା ଫାଣ୍ଡି…

Read More

ରମେଶ ମହାନ୍ତି ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ ୬ଜଣ ପଜିଟିଭ୍ ବାହାରିଛନ୍ତି । ସମସ୍ତ ୬ଜଣ ଆକ୍ରାନ୍ତ ଟି.ଏମ୍.ସି କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେମାନେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ତାମିଲନାଡୁ ଫେରନ୍ତା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଉକ୍ତ ୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ବାଲିକୁଦା ଅଂଚଳର ହୋଇଥିବା ବେଳେ ଜଣେ ତିର୍ତ୍ତୋଲ ଅଞ୍ଚଳର ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ତିର୍ତ୍ତୋଲ ବ୍ଲକରୁ ବାହାରିଥିବା ଆକ୍ରାନ୍ତ ଜଣକ ସାମନ୍ତରାପୁର ପଞ୍ଚାୟତ ଅଞ୍ଚଳର ବୋଲି ଜଣାପଡିଛି ।ସମସ୍ତ ୬ଜଣ ଆକ୍ରାନ୍ତଙ୍କୁ ତୁରନ୍ତ କିମ୍ସ୍ ହସପିଟାଲକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Read More

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲୁଥିବା ଶ୍ରମିକ ସ୍ପେସିଆଲ ଟ୍ରେନ୍‌କୁ କରୋନା ଏକ୍ସପ୍ରେସ୍‌ କହିଛନ୍ତି ମମତା । କରୋନା ଆକ୍ରାନ୍ତଙ୍କ ସହିତ ସରକାର ହଜାର ହଜାର ପ୍ରବାସୀଙ୍କୁ ସ୍ଥାନାନ୍ତର କରୁଥିବାରୁ ମମତା ଏହାକୁ ସମାଲୋଚନା କରି କୋନା ଏକ୍ସପ୍ରେସ୍‌ ବୋଲି ଅଭିହିତ କରିଛନ୍ତି । ଶ୍ରମିକ ସ୍ପେସିଆଲ ଟ୍ରେନ୍‌ରେ ପ୍ରବାସୀ ମାନଙ୍କୁ ସ୍ଥାନାନ୍ତର କରିବା ଦ୍ବାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବୋଲି ମମତା କହିଛନ୍ତି । ସେହିପରି ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ ସ୍ବିଡେନ୍‌ ମଡେଲକୁ ଆପଣେଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ମମତା । ପଶ୍ଚିମବଙ୍ଗ ସରକାରଙ୍କ ସ୍ବାସ୍ଥ୍ୟ ପରାମର୍ଶ ଦାତା ଦୀପ୍ତେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି ।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : କରୋନା ତଥ୍ୟ ଲୁଚାଉଥିବା ଅଭିଯୋଗ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଚିଲିକା ନିର୍ବାଚନ ମଣ୍ଡଳୀର ଜଣେ ବ୍ୟକ୍ତି ଗତକାଲି ପ୍ରାଣ ହରାଇଥିବାକୁ ନେଇ ବିଜେପିର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କୋଭିଡ -୧୯ ମୁକାବିଲା ପାଇଁ ରାଜ୍ୟ ସରକାର ବିଶେଷ ପଦକ୍ଷେପ ନେଉଥିବାବେଳେ କରୋନା ଜନିତ ମୃତ୍ୟୁ ତଥ୍ୟକୁ ଲୁଚାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ପୃଥ୍ବୀରାଜ। ଚିଲିକା ବ୍ଲକର ଜଣେ ବ୍ୟକ୍ତି କୋଭିଡ୍‌ ଆକ୍ରାନ୍ତ ହୋଇଥିବାବେଳେ ଗତ ମଙ୍ଗଳବାର ଦିନ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁର ଦୁଇ ଦିନ ପରେ ସରକାର ମୃତକଙ୍କ ସମ୍ପର୍କରେ ଘୋଷଣା କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ କରୋନରେ ନୁହେଁ, ବରଂ ଲିଭର ଓ ଅନ୍ୟ ରୋଗରୁ ମୃତ୍ୟୁ ହୋଇଛି ବୋଲି ଜଣାଇଛନ୍ତି। ଏହାକୁ ନେଇ ପୃଥ୍ବୀରାଜ ସରକାରଙ୍କୁ ନିନ୍ଦା କରିବା ସହ ଲୁଚା ଚୋରା କାମ ବନ୍ଦ କରନ୍ତୁ ବୋଲି କହିଛନ୍ତି। ତଥ୍ୟ ନ…

Read More

ପୁରୀ : ଭକ୍ତ ବତ୍ସଳ ମହାପ୍ରଭୁ କାଳିଆ ଠାକୁର ଏଥର ବିନା ଭକ୍ତରେ କରିବେ ତାଙ୍କର ଯାତ୍ରା। ଭକ୍ତ ପ୍ରିୟ କଳା ରସିକ କଳାଠାକୁର ଏଥର ବିନା ଭକ୍ତରେ ଆସିବେ ସ୍ନାନମଣ୍ଡପକୁ ପୁଣି ଆସିବେ ବଡଦାଣ୍ଡକୁ । କରୋନା କଟକଣା ପାଇଁ ପୁରୀ ଶ୍ରୀମନ୍ଦିର ବନ୍ଦ ରହିଥିବାବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରାକୁ ଅନୁମତି ମିଳିଛି । ମାତ୍ର ଚଳିତ ଥର ସ୍ନାନ ଯାତ୍ରାରେ ଭକ୍ତଙ୍କ ଗହଣରେ ପ୍ରଭୁ ଆସିବେନି ବରଂ ଆସିବେ ସେହି ପଣ୍ଡାମାନଙ୍କ ଗହଣରେ । ଗ୍ରହଣ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ରଥଯାତ୍ରା ଓ ସ୍ନାନଯାତ୍ରା ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ନିଷ୍ପତ୍ତି ନେଇ କମିଟି ଅଧ୍ୟକ୍ଷ ଗଜପତି ମହାରାଜ ସୂଚନା ଦେଇଛନ୍ତି । ସ୍ନାନ ଯାତ୍ରା ବିଧିବିଧାନ ଅନୁସାରେ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବାବେଳେ କୌଣସି ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯାଇପାରିବ ନାହିଁ । ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବାକୁ…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 73 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସକାଳୁ 96 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 73 ଜଣ ସୁସ୍ଥ ହୋଇଛନ୍ତି । 73 ଆକ୍ରାନ୍ତଙ୍କ ମଧ୍ୟରୁ 28 ଜଣ ବୌଦ୍ଧ ଜିଲ୍ଲାରୁ ରହିଛନ୍ତି । ପୁରୀରୁ 11, କେନ୍ଦ୍ରାପଡାରୁ 10, କଟକରୁ 9 ଜଣ, ଖୋର୍ଦ୍ଧାରୁ 7 ଜଣ, ମାଲକାନଗିରି ଏବଂ ଅନୁଗୁଳରୁ 2 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ 1050 ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 760 ରହିଛି ।

Read More