Author: Samikhsya Bureau

ଭୁବନେଶ୍ବର : ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଆଉ 4 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଳିଙ୍ଗ ବିହାର ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିଲେ, ଜଣଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସୂଚନା ରହିଛି । ଅନ୍ୟ ତିନି ଜଣ ସଂକ୍ରମିତ ଲୋକାଲ୍‌ କେସ୍‌ ବୋଲି ଜଣାପଡିଛି ।  ଏମ୍‌ସ୍‌ର ଜଣେ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଇଗିଣିଆ ଓ ଡୁମୁଡୁମାରୁ ଜଣେ ଲେଖାଏଁ ଆକ୍ରାନ୍ତ  ହୋଇଛନ୍ତି ବୋଲି ଟୁଇଟ୍‌ କରି ସୂଚନା ଦେଇଛନ୍ତି ଭୁବନେଶ୍ବର ମହାନଗର ନିଗମ।

Read More

କେନ୍ଦୁଝର : ଗଡ଼ିଆ ପାଣିରେ ବୁଡି ଯାଆଁଳା ଭାଇଙ୍କ ମୃତ୍ୟୁ ହୋଇଛି । ତୁରୁମୁଙ୍ଗା ଥାନା ନୂଆଖମଣ ବାଙ୍କା ସାହିରେ ଦୁଃଖଦ ଘଟଣା ଘଟିଯାଇଛି । ଦୁଇ ଯାଆଁଳା ଭାଇ ଗଡିଆ ପାଣିରେ ଡୁବିଯାଇଛନ୍ତି । ଦୁହିଁଙ୍କ ବୟସ 6 ବର୍ଷ ବୋଲି ଜଣାପଡିଥିବାବେଳେ ଦୁହେଁ ଖେଳିଲା ବେଳେ ବୁଡି ଯାଇଥିବାର ସୂଚନା ରହିଛି । ଦୁହେଁ ଏକାଠି ଦୁନିଆକୁ ଆସିଥିଲେ, ପୁଣି ଏକାଠି ଦୁନିଆରୁ ବିଦାୟ ନେଇଛନ୍ତି ।

Read More

ଭୁବନେଶ୍ବର : 11ଟି ଜିଲ୍ଲାରେ ସପ୍ତାହର ଶେଷ ଦୁଇ ଦିନର ସଟ୍‌ଡାଉନ୍‌ ହେବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।  ତେବେ ସଟ୍‌ଡାଉନ୍‌ ସମୟରେ 11ଟି ଜିଲ୍ଲାରେ ବସ୍‌ ଚାଲିବ ବୋଲି ଟୁଇଟ୍‌ କରି ସ୍ପଷ୍ଟ କରିଛନ୍ତି ରାଜ୍ୟ ସଡକ ପରିବହନ କର୍ତ୍ତୃପକ୍ଷ । ବସଷ୍ଟାଣ୍ଡ୍‌ ଖୋଲା ରହିବ । ପ୍ରାଇଭେଟ୍‌ ଗାଡି ବସ୍‌ ଷ୍ଟାଣ୍ଡ, ରେଳ ଷ୍ଟେସନ, ଏୟାରପୋର୍ଟ ଯିବ  ବୋଲି ସୂଚନା ରହିଛି । ସଂକ୍ରମଣ ବଢିଥିବା 11ଟି ଜିଲ୍ଳାରେ ଜୁନ୍‌ ମାସ ସାରା ସପ୍ତାହକୁ  ଦୁଇଦିନ ସଟ୍‌ ଡାଉନ୍‌ କରାଯିବ ରାଜ୍ୟସରକାର ଘୋଷଣା କରିଛନ୍ତି ।  ଖୋର୍ଦ୍ଧା, ଗଞ୍ଜାମ, ପୁରୀ,ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ବର, ଭଦ୍ରକ,ବଲାଙ୍ଗିର ଆଦି ଜିଲ୍ଲାରେ ସପ୍ତାହକୁ 2 ଦିନ ସଟ୍‌ ଡାଉନ୍‌ କରାଯିବ । ଏହି ସମୟରେ କୌଣସି ଅଫିସ୍‌ ଖୋଲା ଯିବ ନାହିଁ । ଏହି ସମୟରେ ଦୋକାନ ବଜାର ବନ୍ଦ ରହିବ । ତେବେ ଔଷଧ…

Read More

ଭୁବନେଶ୍ବର :  ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଫାଇନ୍‌ ଦେଇଛନ୍ତି । କୋଭିଡ୍‌ ନିୟମ ଭଙ୍ଗ ପାଇଁ ଫାଇନ ଦେଇଛନ୍ତି ସାଂସଦ ଅପରାଜିତା । ସ୍ବେଚ୍ଛାକୃତ ଫାଇନ୍‌ ଦେବା ନେଇ ଟ୍ବିଟ୍‌ରେ ଜଣାଇଛନ୍ତି ଅପରାଜିତା ଷଡଙ୍ଗୀ । ଲୋକଙ୍କ ଆବେଗକୁ ସମ୍ମାନ ଜଣାଇବା ସହ ଏହା ଭଲ ଲକ୍ଷଣ ବୋଲି କହିଲେ । କାଲି ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଘରକୁ ଯାଇଥିଲେ ଅପରାଜିତା । ସେଠାରେ କିଛି ବିଜେପି ନେତା, କର୍ମୀ ଏକାଠି ହୋଇଥିଲେ । ଏକାଧିକ ଲୋକ ଏକାଠି ହେବା ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସୂଚନାଯୋଗ୍ୟ, ଭୁବନେଶ୍ବର ବିଜେପି ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଜଗନ୍ନାଥ ପ୍ରଧାନ ଦଳରୁ ଇସ୍ତଫା ଦେଇଥିଲେ । ମାତ୍ର ତୁଙ୍ଗ ନେତୃବୃନ୍ଦଙ୍କ ହସ୍ତକ୍ଷେପ ପରେ ସେ ତାଙ୍କ ଇସ୍ତଫାପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଏହି ଅବସରରେ ଜଗନ୍ନାଥ ପ୍ରଧାନଙ୍କ ଘରେ ଅପରାଜିତାଙ୍କ ସମେତ ଅନ୍ୟ ତୁଙ୍ଗ ନେତୃବୃନ୍ଦ ମଧ୍ୟ ଉପସ୍ଥିତ…

Read More

ଭବାନୀପାଟଣା : ଟିଏମସିରୁ ମେଡ଼ିକାଲ ସ୍ଥାନାନ୍ତର ବେଳେ ଶିଶୁପୁତ୍ରର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଅସୁସ୍ଥତା ପାଇଁ ଭବାନୀପାଟଣା ମେଡ଼ିକାଲ ସ୍ଥାନାନ୍ତର ବେଳେ ବାଟରେ ମୃତ୍ୟୁବରଣ କଲା ଶିଶୁପୁତ୍ର । ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମିଳିଥିବା ସୂଚନା ଅନୁସାରେ, କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ ରେଗେଡା ଟିଏମ୍‌ସିରେ ପରିବାର ସହ ରହୁଥିଲେ ।  ଅସୁସ୍ଥତା ଯୋଗୁଁ ଶିଶୁ ପୁତ୍ରକୁ ଭବାନୀପାଟଣା ମେଡ଼ିକାଲ ନିଆଯାଉଥିଲା କିନ୍ତୁ ବାଟରେ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ଶବ ସତ୍କାର ହୋଇଥିବାର ସୂଚନା ରହିଛି ।

Read More

ନୂଆଦିଲ୍ଲୀ : ଦେଶର ପ୍ରତିରକ୍ଷା ସଚିବ ଅଜୟ କୁମାର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । 1985 ବ୍ୟାଚ୍‌ ଆଇଏଏସ୍‌ ଅଫିସର ଅଜୟ କୁମାର ଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି । ସାଉଥ ବ୍ଲକର କିଛି ଅଂଶ ସିଲ୍‌ କରାଯିବା ବିଶୋଧନ କାର୍ଯ୍ୟ ଜାରି ରହିଛି। ସାଉଥ୍‌ ବ୍ଲକର ମନ୍ତ୍ରାଳୟର ମୁଖ୍ୟାଳୟରେ କାର୍ଯ୍ୟରତ 35 ଜଣ ଅଧିକାରୀଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି । ଦେଶରେ କରୋନା ମାମଲା ବୃଦ୍ଧି ହୋଇଛି । ରାଷ୍ଟ୍ରପତି ଭବନରେ ମଧ୍ୟ କରୋନା ମାମଲା ଦେଖିବାକୁ ମିଳିଥିଲା । ସେହିପରି ଦିଲ୍ଲୀର ଏଲ୍‌ଜି କାର୍ଯ୍ୟାଳୟରେ ମଧ୍ୟ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । (ଏଜେନ୍ସି)

Read More

ଭୁବନେଶ୍ବର : ଆଜି 13ଟି ଜିଲ୍ଲାରୁ 90 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 25 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ 22, ଢେଙ୍କାନାଳରୁ 10, ଭଦ୍ରକରୁ 9, ନୟାଗଡରୁ 7 ଓ ପୁରୀରୁ 2 ଜଣ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ ଓ କଟକ ଜିଲ୍ଲାରୁ 5 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ, ବାଲେଶ୍ବର, କଳାହାଣ୍ଡି, ବରଗଡ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2478କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ଆକ୍ଟିଭ୍‌ କେସ୍‌ 1053 ରହିଥିବାବେଳେ 1416 ଜଣ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି : ରାଜ୍ୟ ପଜିଟିଭ୍‌ ସୁସ୍ଥ ଆକ୍ଟିଭ୍‌ ମୃତ…

Read More

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ 90 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି । 90 ଆକ୍ରାନ୍ତଙ୍କ ମଧ୍ୟରୁ 79 ଜଣ କ୍ବାରେଣ୍ଟିନ୍‌ର ଚିହ୍ନଟ ହୋଇଥିବାବେଳେ 11ଟି ଲୋକାଲ୍‌ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 2478କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ଏବେ ଆକ୍ଟିଭ୍‌ କେସ୍‌ 1053 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1416 । ତେବେ 7ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ 2ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁଁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି।

Read More

ନୂଆଦିଲ୍ଲୀ : ସାରା ବିଶ୍ବରେ ଏବେ ମହାମାରୀ କରୋନା ସଂକଟ । କରୋନା ମୁକାବିଲା ପାଇଁ ସବୁ ଦେଶ ଉଦ୍ୟମ ଜାରି ରଖିଛନ୍ତି । କରୋନା ମୁକାବିଲା ପାଇଁ ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌କୁ ଡବ୍ଲୁଏଚ୍‌ଓ ଗ୍ରୀନ୍‌ ସିଗନାଲ୍‌ ଦେଇଛି  । କରୋନା ଚିକିତ୍ସାରେ ଏବେ ପୁଣି ହାଇଡ୍ରୋକ୍ସି କ୍ଲୋରୋକୁଇନର ବ୍ୟବହାର ହେବ । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତର ପ୍ରସ୍ତାବକୁ ଗ୍ରହଣ କରିଛି । ପୂର୍ବରୁ ହାଇଡ୍ରୋକ୍ସି କ୍ଲୋରୋକୁଇନ ବ୍ୟବହାର ବିପଦଜନକ ଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହାର ବ୍ୟବହାର କରିବାକୁ ମନା କରାଯାଇଥିଲା । ଆବଶ୍ୟକ ପରୀକ୍ଷଣ ପ୍ରଟୋକଲ ଆଧାରରେ ଭାରତ ପ୍ରସ୍ତାବ ଦେଇଥିଲା। କିନ୍ତୁ କରୋନା ସଂକ୍ରମଣ କମାଇବାକୁ ହାଇଡ୍ରୋକ୍ସି କ୍ଲୋରୋକୁଇନର ସପକ୍ଷରେ ଭାରତ ଦୃଢ ଯୁକ୍ତି ପରେ ଡବ୍ଲୁଏଚଓ ଏବେ ପୂର୍ବ ଆଭିମୁଖ୍ୟ ବଦଳାଇଛି । (ଏଜେନ୍ସି)

Read More

ନୟାଗଡ : ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଷ୍ଟାଫ୍‌ ନର୍ସଙ୍କୁ କରୋନା ସଂକ୍ରମିତ ହୋଇଥିବର ଖବର ମିଳିଛି ।  ଷ୍ଟାଫ୍‌ ନର୍ସ କରୋନାରେ ଆକ୍ରାନ୍ତ ନେଇ ସିଡିଏମ୍‌ଓ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂସ୍ପର୍ଶରେ ଆସିଥିବାରୁ ତାଙ୍କର କରୋନା ପଜିଟିଭ୍‌ ବାହାରିଛି । ସଂପୃକ୍ତ ଷ୍ଟାଫ୍‌ ନର୍ସଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ରହିଛି। ସେହିପରି ମେଡ଼ିକାଲର ସବୁ ଓ୍ବାର୍ଡକୁ ଭଲ ଭାବେ ସାନିଟାଇଜ୍‌ କରାଯାଇଛି । ପୂର୍ବରୁ କେନ୍ଦ୍ରାପଡାର ଅଙ୍ଗନଓ୍ବାଡି କର୍ମୀ, ଆଶା କର୍ମୀ ଓ ସଫେଇ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବାର ଖବର ରହିଥିଲା । ସେହିପରି ବାଲେଶ୍ବରରେ ମଧ୍ୟ ଜଣେ ସରପଞ୍ଚ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି ।

Read More

କେରଳ : କେରଳର ମଲ୍ଲାପୁରମ୍‌ଠାରେ ବାଣଭର୍ତ୍ତି ସପୁରୀ ଖୁଆଇ ଗର୍ଭବତୀ ହାତୀର ଅମାନୁଷିକ ହତ୍ୟା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି । ନିରୀହକୁ ଜୀବକୁ ଅତି ଅମାନୁଷିକ ଭାବେ ହତ୍ୟା କରିବାର ଏହା ଏକ ସବୁଠୁ ଘୃଣ୍ୟ ଉଦାହରଣ । ଏହି ଘଟଣାକୁ ପୂରା ଦେଶରେ ନିନ୍ଦା କରାଯାଉଛି । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ତେବେ ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନେକା ଗାନ୍ଧୀ ଏହି ଘଟଣାର  ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସେ ଏହି ପ୍ରସଙ୍ଗରେ ରାହୁଲ୍‌ ଗାନ୍ଧିଙ୍କ ନିରବତା ଉପରେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି । ରାହୁଲ୍‌ ଗାନ୍ଧିଙ୍କ ନିର୍ବାଚନ କ୍ଷେତ୍ର ଓ୍ବାୟନଡ ହୋଇଥିବାରୁ ସେ ଏହି ପ୍ରସଙ୍ଗରେ ଚୁପ୍‌ ରହିଥିବାରୁ ଏନେଇ ପ୍ରଶ୍ନ କରିଛନ୍ତି ମନେକା । ମନେକା ପ୍ରଥମଥର ପାଇଁ ରାହୁଲ୍‌ ଗାନ୍ଧିଙ୍କ ନାମ ନେଇ…

Read More

ନୂଆଦିଲ୍ଲୀ: ମହାମାରୀ କରୋନା ସାରା ବିଶ୍ବକୁ କବଳିତ କରିଛି । ଭାରତରେ ମଧ୍ୟ କାୟା ବିସ୍ତାର କରିଛି କରୋନା। ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। 24 ଘଣ୍ଟାରେ ପୁଣି 9 ହଜାରରୁ ଅଧିକ ମାମଲା ସାମନାକୁ ଆସିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 2ଲକ୍ଷ 16 ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 6 ହଜାର ପାର ହେଲାଣି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 9 ହଜାର  304 ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଥିବାବେଳେ 260ଜଣଙ୍କ ମୃତ୍ୟୁ ହୋଇଛି । ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 2 ଲକ୍ଷ 16 ହଜାର 919 ରେ ପହଂଚିଛି ।  ସେହିପରି ମୃତ୍ୟୁ ସଂଖ୍ୟା 6 ହଜାର 075ରେ ପହଞ୍ଚିଛି । ମୋଟ୍ ଆକ୍ରାନ୍ତଙ୍କ…

Read More

ଝାରସୁଗୁଡା : ମାଆ ସମେତ 5 ଭାଇ ଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଆଜି ଆଉ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ମାଆ ଓ ଝିଅଙ୍କ ମୃତ୍ୟୁ ଘଟିଛି । ମାଙ୍କ ବୟସ 58 ବର୍ଷ ହୋଇଥିବାବେଳେ ଝିଅର ବୟସ 31 ବର୍ଷ । ଗତକାଲି ବିଳମ୍ବିତ ରାତ୍ରିରେ ଜଣେ ପୁଅର ମୃତ୍ୟୁ ଘଟିଥିଲା ।  ସୂଚନାଯୋଗ୍ୟ, ମାଆ, ତିନି ଭଉଣୀ ଓ ଜଣେ ଭାଇ ଫିନାଇଲ୍‌ ପିଇ ଗୁରୁତର ହୋଇପଡିଥିଲେ । 1 ତାରିଖରେ ବଡ ପୁଅର ମୃତ୍ୟୁ ଘଟିବା ପରେ ଦୁଃଖରେ ମ୍ରିୟମାଣ ହୋଇ ପରିବାରର ସମସ୍ତ 5 ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଝାରସୁଗୁଡା ବିଟିଏମ୍‌ ଫାଣ୍ଡି ଲହଣ୍ଡାବୁଡରେ ଏହି ଅଭାବନୀୟ ଘଟଣା ଘଟିଥିଲା ।

Read More

କେଦାର ମିଶ୍ର ଏ ଯୁଦ୍ଧର ସମୟ ନା ଶାନ୍ତିର ସମୟ? ଏଠି ଜୟ-ପରାଜୟ ବଡ ନା ଜୀବନର ସ୍ଵାଭାବିକତା ବଡ? ମନେ ରଖନ୍ତୁ, ଯୁଦ୍ଧ ମଣିଷର ସ୍ଵାଭାବିକ ଅବସ୍ଥା ନୁହେଁ। କ୍ଷମତାର ଅହଂକାର ଓ ପତିଆରା ପାଇଁ ଯୁଦ୍ଧର ଆୟୋଜନ। ସେଠି ଅହଂକାର ବଡ କଥା। ହେଲେ ପ୍ରକୃତି ସହିତ ମଣିଷର ଅହଂକାର ତିଷ୍ଠିବ କି? ମଣିଷ ଯେତେ କ୍ଷମତା ଓ ଦକ୍ଷତା ହାସଲ କଲେ ମଧ୍ୟ ପ୍ରକୃତି ଆଗରେ ସେ ଅସହାୟ। ତେଣୁ ଅନେକ ସମୟରେ ପ୍ରକୃତିକୁ ଈଶ୍ଵର ବୋଲି ଆମେ ନତ ମସ୍ତକ ହୋଇଛୁ। ଆଜି କରୋନା ମହାମାରୀର ସଂକ୍ରମଣ ସମୟରେ ଆମକୁ ସେହି ପୁରୁଣା ମାନବୀୟ ପ୍ରଜ୍ଞାର ଆବଶ୍ୟକତା ବେଶୀ। ଆମେ କରୋନା ଯୁଦ୍ଧ, କରୋନା ଯୋଦ୍ଧା ଇତ୍ୟାଦି ବିଶେଷଣ ମାଧ୍ୟମରେ ହୁଏତ ଗୋଟେ ଜୋଶ ତିଆରି କରିବାର ଉଦ୍ୟମ କରୁଛୁ, ହେଲେ ଏହା ଯେ ଯୁଦ୍ଧ ନୁହେଁ ଓ ଏଥିରେ କାହାର ଜୟ-ପରାଜୟ ତୁଳନାରେ ମଣିଷର…

Read More

ସୋର : କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଥିବା ଯୁବକଙ୍କ ମେଡ଼ିକାଲରେ ମୃତ୍ୟୁ ହୋଇଛି। ଖଇରା ଜଳଦା କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଥିବା ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ବାଲେଶ୍ବର ଜିଲ୍ଲାର ଖଇରା ଥାନା ଅନ୍ତର୍ଗତ ଜଳଦା ଗ୍ରାମରେ ବୋଲି ଜଣାପଡିଛି । ସେ ମୁମ୍ବାଇର ଫେରିଥିବାବେଳେ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ । ହଠାତ୍‌ ଅସୁସ୍ଥ ହୋଇପଡ଼ିଥିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତରଖାନାରେ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

Read More

ଭୁବନେଶ୍ବର: ରାଜ୍ୟ ନୋଡାଲ ଅଧିକାରୀ ମଧ୍ୟାନଭୋଜନ ରୋଷେଇ ଖର୍ଚ୍ଚ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ପଠାଯିବ ନେଇ ଚିଠି କରିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ମିଳିଥିବା ସୂଚନା ରହିଛି। ୯୦ ଦିନର ରୋଷେଇ ଖର୍ଚ୍ଚ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ପଠାଯିବା। ପ୍ରାଥମିକ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ପଠାଯିବ ୪୭୯ ଟଙ୍କା ଏବଂ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ପଠାଯିବ ୭୧୭ ଟଙ୍କା।

Read More

ଭୁବନେଶ୍ବର: ଆମ୍ଫାନ କ୍ଷୟକ୍ଷତି ଆକଳନ ପାଇଁ ଓଡିଶାରେ ପହଞ୍ଚିଲେ ପାଞ୍ଚ ଜଣିଆ କେନ୍ଦ୍ରୀୟ ଦଳ। ପୂର୍ବରୁ ୨ ଜଣ ଅଧିକାରୀ ଆସିଥିବାବେଳେ ଆଜି ଆଉ ପାଞ୍ଚ ଜଣିଆ କେନ୍ଦ୍ରୀୟ ଦଳ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଆସନ୍ତାକାଲି ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ନେଇ ସୂଚନା ରହିଛି। ଜଗତସିଂହପୁର, ବାଲେଶ୍ଵର, କେନ୍ଦ୍ରାପଡା, ଭଦ୍ରକ ଜିଲ୍ଲା ଗସ୍ତ କରିବେ ଏହି କେନ୍ଦ୍ରୀୟ ଦଳ। ଏହି କେନ୍ଦ୍ରୀୟ ଦଳ ଦୁଇ ଭାଗ ହୋଇ ଉପରୋକ୍ତ ଚାରୋଟି ଜିଲ୍ଲା ପରିଦର୍ଶନ କରିବା ନେଇ ଖବର ମିଳୁଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ଓଡିଶାରେ ଆମ୍ଫାନ କ୍ଷୟକ୍ଷତି ପାଇଁ  ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ।

Read More

ଦୂଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି ତୁଳାପଡା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ନର୍ଲା ଥାନା ଏସ ଆଇ ସଞ୍ଜୟ ମଲ୍ଲିକ, ନର୍ଲା ଥାନା କର୍ମଚାରୀ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ, ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି, ମା ପଝରାଣୀ ସାଂସ୍କୃତିକ ଅନୁଷ୍ଠାନ, ତୁଳାପଡାର କର୍ମକର୍ତ୍ତା ତଥା ସ୍ଥାନୀୟ ସ୍ଵେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ ଓ ଶିବିରରେ COVID-19 କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା। ଏହି ରକ୍ତଦାନ ଶିବିରରେ ୫୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ ନେହରୁ ଯୁବକେନ୍ଦ୍ର ଜାତୀୟ ଯୁବ ସ୍ବେଛାସେବୀ ମିଳନ କୁମାର ଭୋଇ, ହେମସାଗର ସାହୁ , ସୋସିଆଲ ଆକ୍ଟିଭିଷ୍ଟ…

Read More

କନ୍ଦର୍ପ ବେହେରା ରେଢାଖୋଲ: ଦିନକୁ ଦିନ ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ବଢିଚାଲିଥିବା ବେଳେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଂଚଳରେ ଉକ୍ତଟ ପାନୀୟ ଜଳର ଅଭାବ ଦେଖା ଦେଇଛି। ରେଢାଖୋଲ ଏନ୍‌ଏସିର ଶୁଣ୍ଢିମୁଣ୍ଡା ଗ୍ରାମରେ ପାନୀୟ ଜଳର ଅଭାବକୁ ନେଇ ରାସ୍ତା ଅବରୋଧ କରିବାକୁ ଗ୍ରାମବାସୀ ଧମକ ଦେଇଛନ୍ତି। ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଏନ୍‌ଏସିର ଶୁଣ୍ଡିମୁଣ୍ଡା ଗ୍ରାମରେ ପାନୀୟ ଜଳର ଅଭାବ ଯୋଗୁଁ ଗ୍ରାମବାସୀ ପାଣି ମୁନ୍ଦାଏ ପାଇଁ ଡହକ ବିକଳ ହେଉଛନ୍ତି। ରେଢାଖୋଲ ଏନ୍‌ଏସିର ଓାର୍ଡ ନଂ ୨ ର ଏହି ଗ୍ରାମରେ ଶତାଧିକ ଲୋକ ବାସ କରୁଛନ୍ତି। ପାଣି ମୁନ୍ଦାଏ ପାଇଁ ବାଧ୍ୟ ହୋଇ ଗ୍ରାମବାସୀ ନିକଟସ୍ଥ କେରାଣ୍ଡିଜୋରକୁ ପାଣି ପାଇଁ ଯାଉଛନ୍ତି। ସେମାନେ ଅପରିଷ୍କାର ପାଣିକୁ ବାଧ୍ୟ ହୋଇ ବ୍ୟବହାର କରୁଛନ୍ତି। ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖିନ ହେଉଥିବାରୁ ଆଗରୁ ଉଚ୍ଚ କତୃପକ୍ଷଙ୍କୁ ଲିଖିତାକାରରେ ଜଣାଇଥିଲେ ହେଲେ ଏ ପର୍ଯ୍ୟନ୍ତ ପାନୀୟ ଜଳର ସୁବିଧା ହୋଇ…

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଜଡତିରା ପଞ୍ଚାୟତ ସ୍ଥିତ ଜଡତିରା ଗ୍ରାମର ଶୁକାନ୍ତ ନାଥଶର୍ମା (୫୧)ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ତାମିଲନାଡୁ ଯାଇଥିଲେ। କାଙ୍ଗାୟାମ୍ ରୋଡ୍ ପୁଦୁପାଲିୟମଠାରେ ଏକ ବେସରକାରୀ ସଂସ୍ଥାରେ ସେ କାମକରୁଥିଲେ। କରୋନା ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଲକଡାଉନ୍ ପରିସ୍ଥିତି ଉପୁଜିବା କାରଣରୁ ଶୁକାନ୍ତକୁ ନିଜ ଭିଟାମାଟିକୁ ଫେରିବାକୁ ପଡିଲା। ପାଖରେ ଅର୍ଥର ଅଭାବ ସହିତ ଗାଡ଼ି ମଟର ଚାଲୁ ନଥିବାରୁ ସେ କିଛି ହାତ ଉଧାରୀ ଟଙ୍କା ଯୋଗାଡକରି ତାମିଲନାଡୁରୁ ଏକ ସାଇକେଲ କିଣି ସାଇକେଲ ଯୋଗେ ଏକା ଏକା ତାମିଲନାଡୁ ରାଜ୍ୟର ତିରିପୁରୁ କାଙ୍ଗାୟମ୍ ରୋଡ୍ ପୁଦୁପାଲିୟମରୁ ମେ ମାସ ୨୦ ତାରିଖରୁ ବାହାରି ତିର୍ତ୍ତୋଲରେ ଚଳିତ ମାସ ୧ତାରିଖ ସୋମବାର ଦିନ ପହଞ୍ଚିଥିଲେ। ଦିର୍ଘ ୧୨ଦିନ ଧରି ଅବିଶ୍ରାନ୍ତ ଭାବରେ ସାଇକେଲ ଚଳାଇ ତାମିଲନାଡୁରୁ ତିର୍ତ୍ତୋଲ ପଳାଇ ଆସିବା ଖବର ଅଞ୍ଚଳବାସୀଙ୍କୁ ଚକିତ କରିଛି। ସେ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: କ୍ବାରେଣ୍ଟିନ୍‌ ସେଣ୍ଟରରେ ଅବ୍ୟବସ୍ଥାର ଖବର ସାମ୍ନାକୁ ଆସୁଛି। ଏନେଇ ପ୍ରବାସୀ ମାନେ ଅଭିଯୋଗ କରିବା ସହ ଧାରଣା ମଧ୍ୟ ଦେଉଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ନାଚୁଣୀ କ୍ବାରେଣ୍ଟିନ୍‌ ସେଣ୍ଟର ଅବ୍ୟବସ୍ଥାକୁ ନେଇ ଏକ ଚର୍ଚ୍ଚାର ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ନାଚୁଣୀଠାରେ ଥିବା ଏକ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ବ୍ୟାପକ ଅବ୍ୟବସ୍ଥା ନେଇ ପ୍ରବାସୀଙ୍କ ଅଭିଯୋଗ କ୍ରମେ ଜନୈକ ଗଣମାଧ୍ୟମର ସମ୍ପାଦକ ଏନେଇ ସମ୍ପୃକ୍ତ କ୍ବାରେଣ୍ଟାଇନ୍‌ ସେଣ୍ଟରର ଦାୟିତ୍ବରେ ଥିବା ନୋଡାଲ୍‌ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ସମ୍ପୃକ୍ତ ନୋଡାଲ୍‌ ଅଫିସର ଜଣକ ଏ ସମ୍ପର୍କରେ ସେ କିଛି କହିପାରିବେ ନାହିଁ, ଏନେଇ ବିଡିଓଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ। କ୍ବାରେଣ୍ଟାଇନ୍‌ ସେଣ୍ଟରର ଦାୟିତ୍ବ ନୋଡାଲ୍‌ ଅଫିସରଙ୍କ ଅଧୀନରେ ରହୁଥିବାବେଳେ ସେ ନିଜ ଦାୟିତ୍ବକୁ ଅତି ହାଲୁକା ଭାବରେ ଗ୍ରହଣ କରୁଥିବାର ଦେଖାଯାଉଛି। ପରବର୍ତ୍ତୀ ସମୟରେ ଏନେଇ ତାଙ୍କୁ ଅଧିକ ପଚରାଯିବାରୁ…

Read More