ନ୍ୟୁୟର୍କ : ଜଣେ ଘର ମାଲିକ 18 ମହଲା ବିଶିଷ୍ଟ 80ଟି ଆପାର୍ଟମେଣ୍ଟରେ ରହୁଥିବା 200ରୁ ଅଧିକ ଭଡାଟିଆଙ୍କ ଅପ୍ରେଲ ମାସର ଘର ଭଡାକୁ ଛାଡ କରିଛନ୍ତି । ଘର ଭଡା ଛାଡ କରିଥିବା ଘର ମାଲିକ ନ୍ୟୁୟର୍କର । ନ୍ୟୁୟର୍କର ବ୍ରୁକଲିନ୍ରେ ରହୁଥିବା ଏହି ଘର ମାଲିକ ଜଣକ କହିଛନ୍ତି ଯେ, କରୋନା ଭାଇରସ୍ର ପ୍ରକୋପକୁ ଦେଖି ସେ ତାଙ୍କ ଭଡାଟିଆମାନଙ୍କୁ କୌଣସି ପ୍ରକାରର ଚିନ୍ତା ଦେବାକୁ ଚାହାଁନ୍ତି ନାହିଁ । କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରୁଥିବା ଏହି ଘର ମାଲିକଙ୍କ ନାମ ହେଉଛି ମାରିୟୋ ସଲେରନୋ । ସେ ତାଙ୍କ ଆପାର୍ଟମେଣ୍ଟ ବାହାରେ ଏକ ପୋଷ୍ଟର ଦ୍ବାରା ଅପ୍ରେଲ୍ ମାସର ଘର ଭଡା ଛାଡ କରିଛନ୍ତି ବୋଲି ଘୋଷଣା କରିଛନ୍ତି । କରୋନା ମହମାରୀ ଯୋଗୁଁ ଆମେରିକାର ନ୍ୟୁୟର୍କ ସହର ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଅଧିକସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଛି । ଏଠାରେ…
Author: Samikhsya Bureau
ସମୀକ୍ଷା ବ୍ୟୁରୋ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 42ରେ ପହଞ୍ଚିଥିବାବେଳେ ଜଣକଙ୍କର ମୃତ୍ୟୁ ହୋଇଯାଇଛି। ଭୁବନେଶ୍ବରକୁ କରୋନା ହଟସ୍ପଟ୍ ବୋଲି ଚିହ୍ନଟ କରାଯାଇଛି ସର୍ବାଧିକ କରୋନା ରୋଗୀ ଭୁବନେଶ୍ବରରୁ ହିଁ ଚିହ୍ନଟ ହୋଇଛନ୍ତି। ଆଜି ସକାଳୁ ଭୁବନେଶ୍ବରର କେନ୍ଦ୍ରରେ ଥିବା ସତ୍ୟନଗର ଅଞ୍ଚଳକୁ ବିଏମସି ତରଫରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇ ବ୍ୟାପକ ପଦକ୍ଷେପ ନିଆଯାଉଥିବାବେଳେ ଏହି ଅଞ୍ଚଳରୁ କେହି ଆକ୍ରାନ୍ତ ଅଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହି ନାହିଁ। ଓଡ଼ିଶା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଚୁପ୍ ରହିଥିବା ବେଳେ ମହାନଗର ନିଗମର ପଦକ୍ଷେପକୁ ନେଇ ଅନେକ ଦ୍ଵନ୍ଦ୍ଵ ଉପୁଜିଛି। ଭୁବନେଶ୍ବରର ଝାରପଡା, ବମିଖାଲ, ସୂର୍ଯ୍ୟନଗର, କପିଳପ୍ରସାଦ ପରି ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ରୂପେ ଘୋଷଣା କରାଯାଇ ସେହି ସବୁ ଅଞ୍ଚଳକୁ ସିଲ୍ କରାଯାଇଥିଲା। କିନ୍ତୁ ମିଳିଥିବା କରୋନା ଆକ୍ରାନ୍ତଙ୍କ ତଥ୍ୟ ହିସାବରେ ସତ୍ୟନଗରରୁ କେହି ଆକ୍ରାନ୍ତ ରହିଥିବାର ସୂଚନା…
ରାଜକନିକା: ସମଗ୍ର ବିଶ୍ବ ଆଜି ମହାମାରୀ କରୋନା କବଳରେ କବଳିତ। ଭାରତରେ ମଧ୍ୟ କରୋନାର କାୟା ମେଲିସାରିଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 5000 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 149ରେ ପହଞ୍ଚିଛି। ସେହିପରି ରାଜ୍ୟରେ ମଧ୍ୟ କରୋନା ସ୍ଥିତି ବେଶ୍ ସଙ୍ଗୀନ ରହିଛି। ଏପର୍ଯ୍ୟନ୍ତ 42 ଜଣ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବାବେଳେ ଜଣକର ମୃତ୍ୟୁ ହୋଇଯାଇଛି। କରୋନା ସହ ବିଶ୍ବ ଯୁଦ୍ଧ କରୁଥିବାବେଳେ ବିଭିନ୍ନ ମହଲରୁ ସହାୟତାର ସୁଅ ମଧ୍ୟ ଛୁଟୁଛି। ଏହି ଧାରାରେ ନିଜକୁ ସାମିଲ କରିଛନ୍ତି ରାଜକନିକା ବ୍ଲକ୍ ଅନ୍ତର୍ଗତ ଦୁଇ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ। କୋରନ୍ଦ ଗ୍ରାମ ସ୍ଥିତ ମା ଜଞ୍ଜାଳୀ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଜୟ ହନୁମାନ ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ନିରାଶ୍ରୟ ତଥା ଗରିବ ୨୦୦ ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା। ତେବେ ଖାଦ୍ୟ ବଣ୍ଟନ ପୂର୍ବରୁ ସରକାରଙ୍କ ନିର୍ଦ୍ଦେଶିତ କରୋନା କଟକଣାକୁ ମାନିଥିବାର ଦେଖାଯାଇଛି। ସାମାଜିକ ଦୂରତ୍ୱକୁ ଗୁରୁତ୍ବ…
ଇରାନ୍: ଇରାନରେ କରୋନା ଭାରଇସ୍ରେ ମୃତକଙ୍କ ସଂଖ୍ୟା ଏବେ ୩୦୦୦ଛୁଇଁଛି। କିନ୍ତୁ ଏଠାରେ ବିଷାକ୍ତ ଆଲକୋହଲ୍ ପିଇ ୬୦୦ ଜଣଙ୍କର ଜୀବନ ଚାଲିଯାଇଥିବାର ସୂଚନା ମିଳିଛି। ସେହିପରି ଏହି ବିଷାକ୍ତ ଆଲକୋହଲ୍ ପିଇ ୩୦୦୦ ଲୋକ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଲୋକମାନେ କରୋନା ଭାଇରସର ଔଷଧ ଭାବି ନୀଟ୍ ଆଲକୋହଲ୍କୁ ପିଇ ଦେଇଛନ୍ତି। ଏହା ପରେ ବହୁ ସଂଖ୍ୟାରେ ଲୋକେ ରୋଗରେ ପଡିଯାଇଛନ୍ତି। ସେହିପରି ଏହି ବିଷାକ୍ତ ଆଲକୋହଲ୍ ପିଇଥିବା ମୃତକଙ୍କ ସଂଖ୍ୟା ଆଗକୁ ଆହୁରି ବଢିବା ନେଇ ସୂଚନା ରହିଛି। ଏହି ମାମଲାରେ କିଛି ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି। ଏହି ଗିରଫ ହୋଇଥିବା ଲୋକଙ୍କ ଉପରେ ଅପରାଧିକ ଗତିବିଧି ପାଇଁ ମକଦ୍ଦମା ଦାଏର କରାଯାଇଛି। ଇରାନରେ କରୋନ ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାରୁର ଅଧିକ ରହିଛି। ଇରାନ୍ ସଂସଦର ୩୧ ଜଣ ଲୋକ କରୋନା ପଜିଟିଭିରେ ଆକ୍ରାନ୍ତ ହୋଇଛନ୍ତି। ସଂସଦରେ କରୋନା…
ନୂଆଦିଲ୍ଲୀ: ସାଂସଦଙ୍କ ଦରମାରେ ୩୦ ପ୍ରତିଶତ ହ୍ରାସ ହେବା ପରେ ଭତ୍ତାରେ ୨୭ ହଜାର ଟଙ୍କା ହ୍ରାସ ହେବ ବୋଲି ସୂଚନା ମିଳିଛି। କରୋନା ଭାଇରସ୍ ସହ ଲଢିବା ପାଇଁ ଫଣ୍ଡ୍ରେ ଏହି ଅର୍ଥକୁ ବିନିଯୋଗ କରାଯିବ ବୋଲି ଏହି ନିଷ୍ପତ୍ତି ନିଆଯାଇଛି। ସାଂସଦଙ୍କୁ ଏବେ ଆଉ ନିର୍ବାଚନ କ୍ଷେତ୍ର ଭତ୍ତା ଓ କାର୍ଯ୍ୟାଳୟ ଭତ୍ତାରେ ମିଳିଥିବା ୨୭ ହଜାର ଟଙ୍କା ମିଳିବ ନାହିଁ। ପ୍ରତ୍ୟେକ ମାସ ମିଳୁଥିବା ନିର୍ବାଚନ କ୍ଷେତ୍ର ଭତ୍ତା ଓ କାର୍ଯ୍ୟାଳୟ ଭତ୍ତା କାଟିବାକୁ ନେଇ ସରକାରୀ ଆଦେଶ ମିଳିଛି ।ସାଂସଦଙ୍କ ବେତନରୁ ୩୦ ପ୍ରତିଶତ ହ୍ରାସ କରାଯିବ ନେଇ ଆଗରୁ ଘୋଷଣା କରାଯାଇଛି। ଏବେ ପ୍ରତ୍ୟେକ ସାଂସଦଙ୍କୁ ୭୦ ହଜାର ଟଙ୍କା ମିଳିବ। ମିଳିଥିବା ସୂଚନା ଅନୁସାରେ ସାଂସଦଙ୍କୁ ସଂଯୁକ୍ତ ସମିତି ରେ ସରକାରଙ୍କ ସହିତ ବିଚାର ବିମର୍ଶ କରି ପ୍ରତ୍ୟେକ ସାଂସଦଙ୍କୁ ମିଳୁଥିବା ନିର୍ବାଚନ କ୍ଷେତ୍ର ଭତ୍ତାରେ ୩୦ ପ୍ରତିଶତ ହ୍ରାସ କରିବା ନେଇ…
ନୂଆଦିଲ୍ଲୀ: ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 5 ହଜାରକୁ ଟପିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ମୃତ୍ୟୁ ସଂଖ୍ୟା 149ରେ ପହଞ୍ଚିଛି। ଭାରତରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା 5 ହଜାର 194କୁ ବୃଦ୍ଧି ହୋଇଛି। ସେହିପରି 402 ଜଣ ସୁସ୍ଥ ହୋଇଛନ୍ତି। ଗତ 12 ଘଣ୍ଟା ମଧ୍ୟରେ 25 ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି। ମହାରାଷ୍ଟ୍ରରେ ସର୍ବାଧିକ 1018 ଜଣ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବାବେଳେ 64ଜଣଙ୍କର ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ, ଗୁଜୁରାଟ ଓ ମଧ୍ୟପ୍ରଦେଶରେ 13-13ଙ୍କର ମୃତ୍ୟୁ ହୋଇଛି। ରାଜଧାନୀ ଦିଲ୍ଳୀରେ ସାତ, ପଞ୍ଜାବ ଓ ତେଲେଙ୍ଗାନାରେ ବି 7-7ଜଣଙ୍କର ମୃତ୍ୟୁ ହୋଇଛି। ପଶ୍ଚିମବଙ୍ଗରେ 5, ଉତ୍ତରପ୍ରଦେଶ – ରାଜସ୍ଥାନରେ 3-3 ଜଣଙ୍କର ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶରେ 4, ତାମିଲନାଡୁରେ 7, କର୍ଣ୍ଣାଟକରେ 4, ଜମ୍ମୁକାଶ୍ମୀର ଓ କେରଳରୁ ଦୁଇଜଣ ଲେଖାଏଁ, ହିମାଚଳ, ଓଡ଼ିଶା ଓ ବିହାରରେ ଜଣେ ଲେଖାଏଁ…
କେଦାର ମିଶ୍ର ଗୋଟେ ବିଚିତ୍ର ସ୍ଥିତିରେ ବର୍ତ୍ତମାନ ପୂରା ଦେଶ ଠିଆ ହୋଇଛି। ଗତ ମାର୍ଚ୍ଚ ୨୪ ତାରିଖରେ ଦେଶରେ ଆରମ୍ଭ ହୋଇଥିବା ଲକ ଡାଉନ ଇତିମଧ୍ୟରେ ଦୁଇ ସପ୍ତାହ ପୂରଣ କରି ଶେଷ ସପ୍ତାହରେ ପହଞ୍ଚିଛି। ଆସନ୍ତା ଏପ୍ରିଲ ୧୪ ରେ ଲକ ଡାଉନ ସରିବ ନା ଏହା ଆହୁରି କିଛି ସପ୍ତାହ ଅବ୍ୟାହତ ରହିବ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ତେଲେଙ୍ଗାନା ଓ ଉତ୍ତର ପ୍ରଦେଶ ରାଜ୍ୟ ସରକାର ଲକ ଡାଉନ ବଢାଇବା ସପକ୍ଷରେ ମତ ଦେଇଛନ୍ତି। ଉତ୍ତର ପ୍ରଦେଶ ସରକାର କହିବା କଥା ହେଲା ଯେ ପର୍ୟନ୍ତ ନୂଆ କେଶ ଚିହ୍ନଟ ହେଉଥିବ ସେ ଯାଏ, ଲକ ଡାଉନ ଅବ୍ୟାହତ ରହୁ। ତେବେ ଏ ପ୍ରକାର ଲକ ଡାଉନ ବ୍ୟବସ୍ଥାରେ ସରକାର ଚାଲିବ କେମିତି? ରାଜ୍ୟ ସରକାରମାନେ ଭାବୁଛନ୍ତି, ତାଙ୍କୁ କାରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ସୀମିତ ରଖିବାକୁ ପଡିବ। ତେବେ ଏହା ସମ୍ଭବ କି?…
ଭୁବନେଶ୍ବର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟର ଜରୁରୀ ବୈଠକ। ବର୍ତ୍ତମାନ ପରିସ୍ଥିତିରେ ଏହି ବୈଠକ ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଛି। ଏହି ବୈଠକରେ କଣ ଆଲୋଚନା ହେବ ସେ ସଂପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ଏଜେଣ୍ଡା ଦିଆଯାଇ ନାହିଁ। ହେଲେ ବିଶ୍ବସ୍ଥ ସୁତ୍ରର ଖବର ଅନୁସାରେ ରାଜ୍ୟ ସରକାରଙ୍କ କୋଭିଡ19 ମୁକାବିଲା ପାଇଁ ପର୍ଯ୍ୟାପ୍ତ ପାଣ୍ଠିର ଆବଶ୍ୟକତା ରହିଛି। ସେଥିପାଇଁ ବିଧାୟକ ପାଣ୍ଠିକୁ କୋଭିଡ19 ମୁକାବିଲା ପାଣ୍ଠିକୁ ପରିବର୍ତ୍ତନ କରିବେ। ଏହି ପରିବର୍ତ୍ତନ ପାଇଁ କ୍ୟାବିନେଟ ମଞ୍ଜୁରୀର ଆବଶ୍ୟକତା ଥିବାରୁ ରାଜ୍ୟ ସରକାର ଏପରି ଜରୁରୀ ବୈଠକ ଡାକିଛନ୍ତି। ଗତକାଲି ବିରୋଧୀ ଦଳର ନେତା ପ୍ରଦୀପ୍ତ କୁମାର ନାୟକ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଏମଏଲଏ ଲ୍ୟାଡକୁ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରାଯାଉ। ଏହା ପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ଏମପି ଲ୍ୟାଡକୁ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରାଯିବ…
ମୁମ୍ବାଇ : ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ୍ ନିଜ 37ତମ ଜନ୍ମଦିବସ ଅବସରରେ ପ୍ରଶଂସକଙ୍କୁ ଏକ ଖାସ୍ ଉପହାର ଦେଇଛନ୍ତି । ଅଲ୍ଲୁ ଅର୍ଜୁନ୍ ନିଜର ଅପକମିଙ୍ଗ୍ ଫିଲ୍ମ ‘ପୁଷ୍ପା’ର ଘୋଷଣା କରିଛନ୍ତି । ଏହି ଫିଲ୍ମଟି ହିନ୍ଦୀ ଭାଷାରେ ମଧ୍ୟ ରିଲିଜ୍ କରାଯିବ । ତେବେ ଫିଲ୍ମକୁ ନେଇ ବିଶେଷ କିଛି ସୂଚନା ମିଳିପାରିନାହିଁ । ତେବେ ଏହି ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ବିପକ୍ଷରେ ରଶ୍ମିକା ମନ୍ଦନାଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମର ନିର୍ଦ୍ଦେଶନା ସୁକୁମାର ଦେଉଛନ୍ତି । ପୂର୍ବରୁ ଅଲ୍ଲୁଙ୍କ ସହିତ ସୁକୁମାର ଆର୍ଯ୍ୟ ଓ ଆର୍ଯ୍ୟ2 ପରି ସୁପରହିଟ୍ ଫିଲ୍ମ ନିର୍ମାଣ କରିସାରିଛନ୍ତି । ତେବେ ଏହି ଅବସରରେ ଫିଲ୍ମର ଫାଷ୍ଟ ଲୁକ୍ ମଧ୍ୟ ନଜର ଆସିଛି । ଏଥିରେ ଅଲ୍ଲୁଙ୍କ ରାଗ ନଜର ଆସିଛି । ପୋଷ୍ଟରରେ ତାଙ୍କ ଶରୀରରେ କ୍ଷତ ଥିବାବେଳେ ରାଗୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଅଲ୍ଲୁ ।…
ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣରେ ସାରାବିଶ୍ୱ ସହିତ ଭାରତବର୍ଷ ଓ ଓଡ଼ିଶା ରାଜ୍ୟ ବିଶେଷ ପ୍ରଭାବିତ ହୋଇଥିବାରୁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ପୃଥକ ବାସ ଉପରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାରେ ଦୃଢ଼ କଟକଣା ଜାରୀ କରିଛନ୍ତି। ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡିକ ପ୍ରତିଦିନ ସକାଳ ୦୬ଟା ରୁ ୧୧ଟା ପର୍ଯ୍ୟନ୍ତ ଖୋଲାରହିବ। ପ୍ରତ୍ୟେକ ଦୋକାନ ସହିତ ଔଷଧ ଦୋକାନ ଗୁଡିକ ମଧ୍ୟ ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବେ।ସାମାଜିକ ଦୂରତ୍ୱ ବଜାୟ ରଖିବା ଆଇନ ଅବମାନନାକୁ ଜିଲ୍ଲା ପ୍ରଶାସନ ଜିରୋଟଲରାନସ ଭାବରେ ଗ୍ରହଣ କରିଛି। ସାମାଜିକ ଦୂରତ୍ୱ ଅବମାନନା କରୁଥିବା ବ୍ୟକ୍ତିଙ୍କୁ ଅପରାଧି ଭାବେ ବିବେଚନା କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁ ଦୋକାନୀ/ବ୍ୟବସାୟୀ ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତା ନରଖିବେ…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ପୌର ପରିଷଦର ପୂର୍ବତନ ଉପାଧ୍ୟକ୍ଷ ତଥା ପୂର୍ବତନ ଜଗତସିଂହପୁର ବିଜେଡ଼ିର ନଗର ସଭାପତି ରତ୍ନାକର ଲେଙ୍କା(୮୫) ଙ୍କ ର ମଙ୍ଗଳବାର ପରଲୋକ ହୋଇଯାଇଛି। ସେ ୨୦୦୩ ରୁ ୨୦୦୮ ପର୍ଯ୍ୟନ୍ତ ଜଗତସିଂହପୁର ପୌର ପରିଷଦର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ମଙ୍ଗଳବାର ମଧ୍ୟାହ୍ନ ୧୨.୩୦ ସମୟରେ ଗୋପାଳସାଗର ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ବଡ଼ପୁଅ ତଥା ପୂର୍ବତନ କାଉନସିଲର ହେମନ୍ତ କୁମାର ଲେଙ୍କା,ରାଜେନ୍ଦ୍ର କୁମାର ଲେଙ୍କା ସମେତ ପୁତ୍ର ବଧୂ ,ନାତି ନାତୁଣୀ ସୁବ୍ରତ, ସମିତ, ସିଦ୍ଧାର୍ଥ,ସତିଶ, ସୁଦେଶ୍, ଶର୍ମିଷ୍ଠା ଓ ପରିଜନମାନେ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି,ପୂର୍ବତନ ମନ୍ତ୍ରୀ ତଥା ତିର୍ତୋଲ ବିଧାୟକ ବିଷ୍ଣୁ ଦାସ,କଟକ ବାରବାଟୀ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ…
ବ୍ରାଜିଲ୍: କରୋନା ଭାଇରସକୁ ନେଇ ସାରା ବିଶ୍ବ ଏବେ ସଂକଟରେ। ଏହା ମଧ୍ୟରେ ଭାରତ ତରଫରୁ ଅଧିକ ପ୍ରଭାବିତ ଦେଶକୁ ଯଥା ସମ୍ଭବ ସାହାଯ୍ୟ କରାଯାଉଛି। ଆମେରିକା ପରେ ଏବେ ବ୍ରାଜିଲ୍ ଭାରତକୁ ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ବ୍ରାଜିଲ୍ ରାଷ୍ଟ୍ରପତି ଜେର୍ ବୋଲସୋନାରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଧନ୍ୟବାଦ ଜଣାଇଛନ୍ତି। ଏହି ଚିଠିରେ ବ୍ରାଜିଲ୍ ରାଷ୍ଟ୍ରପତି ଭାରତର ସାହାଯ୍ୟକୁ ହନୁମାନଙ୍କ ଦ୍ବାରା ଅଣାଯାଇଥିବା ସଞ୍ଜୀବନୀ ସହିତ ତୁଳନା କରିଛନ୍ତି। ବ୍ରାଜିଲ୍ ରାଷ୍ଟ୍ରପତି ଏପ୍ରିଲ୍ ସାତ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରୋନା ଭାଇରସ୍ ସମ୍ପର୍କରେ ଚିଠି ଲେଖିଥିଲେ। ଏଥିରେ ଭାରତ-ବ୍ରାଜିଲ୍ର ବନ୍ଧୁତ୍ବ କଥାର ଉଲ୍ଲେଖ କରିଥିଲେ। ବ୍ରାଜିଲ୍ ରାଷ୍ଟ୍ରପତି କହିଛନ୍ତି ଯେ, ସଂକଟ ସମୟରେ ଭାରତ ଯେପରି ଭାବରେ ବ୍ରାଜିଲ୍ର ସାହାଯ୍ୟ କରିଛି। ଏପରି ତ ରାମୟାଣରେ ହନୁମାନଜୀ ରାମଙ୍କ ଭାଇ ଲକ୍ଷ୍ମଣଙ୍କ ଜୀବନ ବଞ୍ଚାଇବା ସମୟରେ ସଞ୍ଜିବନୀ ଆଣି କରିଥିଲେ। ଆଜି ଦେଶରେ ହନୁମାନ…
ଉହାନ: କରୋନା ଭାଇରସର କେନ୍ଦ୍ରସ୍ଥଳୀ କୁହାଯାଉଥିବା ଚାଇନା ଦେଶର ହୁବେଇ ରାଜ୍ୟର ଉହାନରୁ ଗତକାଲି ମଧ୍ୟରାତ୍ରିରୁ ଲକ୍ଡାଉନ୍ ହଟିଛି। ଦୀର୍ଘ 76 ଦିନ ପରେ ଚାଇନା ସରକାର ଲକ୍ଡାଉନ୍ ହଟାଇଛନ୍ତି। ଏଣିକି ଉହାନବାସୀ ପୂର୍ବ ଭଳି ନିଜ ନିଜର କାମ କରିପାରିବେ। ଗତବର୍ଷ ଡିସେମ୍ୱର ମାସ ଶେଷ ବେଳକୁ ଏଠାରେ କରୋନା ଭାଇରସ ବ୍ୟାପିଥିଲା। ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଚାଇନା ସରକାର ଜାନୁଆରୀ 23ରେ ଲକ୍ଡାଉନ୍ ଘୋଷଣା କରିଥିଲେ। କରୋନା ଭାଇରସ ପାଇଁ ଚାଇନାରେ 3300ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। 82 ହଜାରରୁ ଅଧିକ ଲୋକ କେବଳ ଉହାନରୁ ସଂକ୍ରମିତ ହୋଇଥିଲେ। ନିକଟରେ ସପ୍ତାହେ ହେବ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି କି ଏହି ମହାମାରୀରେ କେହି ମୃତ୍ୟୁ ବରଣ କରିନଥିବା ଦେଖିବାକୁ ମିଳିଛି। ତେବେ ଲକ୍ଡାଉନ୍ ଉଠିବା ପରେ ସେଠାକାର ଲୋକମାନେ ସେହି ସହର ଛାଡୁଥିବାର ଦେଖାଯାଉଛି । ସେଠାରେ ଟ୍ରେନ୍ ଓ ବିମାନ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସତ୍ୟନଗରକୁ କଣ୍ଟେନ୍ମେଣ୍ଟ ଅଞ୍ଚଳ ଘୋଷଣା କଲା ବିଏମସି । ସତ୍ୟନଗର ଛକରୁ କାଳୀମନ୍ଦରି ଛକ, କାଳୀମନ୍ଦିର ଛକରୁ ପତଞ୍ଜଳି ଷ୍ଟୋର ଛକ ଓ ପତଞ୍ଜଳି ଷ୍ଟୋର ଛକରୁ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅପିସର୍ସ କ୍ବାର୍ଟସ୍ ଛକରୁ ବିଗ୍ବଜାର ଛକକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସମ୍ପୃକ୍ତ ଅଞ୍ଚଳରୁ କେହି ଯାଇପାରିବେନି କି କେହି ପଶି ପାରିବେନି। ସମ୍ପୃକ୍ତ ଅଞ୍ଚଳର ଲୋକଙ୍କୁ ଘରୁ ବାହାରିବ ମନା । ଲୋକଙ୍କର ଜରୁରୀ ଆବଶ୍ୟକ ପୂରଣ ଲାଗି ବିଏମ୍ସିର ଏକ ଟିମ୍ ଗଠନ କରାଯାଇଛି । ବିଏମ୍ସି ତରଫରୁ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କ ଲାଗି ହେଲ୍ପ ଲାଇନ୍ ନମ୍ବର ଜାରି ହୋଇଛି । ଜାରି ହୋଇଥିବା ନମ୍ବରଟି 1929 । ସତ୍ୟ ନଗର ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏହି ପଦକ୍ଷେପ ନିଆଯାଇଛି। ଚିହ୍ନଟ ବ୍ୟକ୍ତିଙ୍କ କୌଣସି ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ନଥିବାରୁ ବିଏମସି ତରଫରୁ…
ନୂଆଦିଲ୍ଲୀ : ଦେଶରେ ଉଦ୍ବେଗଜନକ ଭାବେ ମାଡ଼ି ଚାଲିଛି ମହାମାରୀ କରୋନା। ଗତ 24 ଘଣ୍ଟାରେ ଦେଶରେ କୋଭିଡ୍ ସଂକ୍ରମଣରେ 13ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 124ରେ ପହଞ୍ଚିଛି। ଗତ 24 ଘଣ୍ଟାରେ 508 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା 4789କୁ ବୃଦ୍ଧି ପାଇଥିବାବେଳେ ଆରୋଗ୍ୟଙ୍କ ସଂଖ୍ୟା 353 ରହିଛନ୍ତି । ଦେଶରେ ସର୍ବାଧିକ ଆକ୍ରାନ୍ତଙ୍କ ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 800 ଟପିଥିବାବେଳେ ଏଠାରେ ମୃତ୍ୟୁ ସଂଖ୍ୟାରେ 48କୁ ବୃଦ୍ଧି ହୋଇଛି ସେହିପରି 56 ଜଣ ଆରୋଗ୍ୟ ଲାଭ କରିଛି । ସେହିପରି ଗୁଜୁରାଟରେ ଆକ୍ରାନ୍ତଙ୍କ ସଂଖ୍ୟା 165ରେ ପହଞ୍ଚିଥିବାବେଳ ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି ହୋଇଛି । ଗୁଜରାଟ ଜାମନଗର ଅଞ୍ଚଳରେ କରୋନାରେ ଆକ୍ରାନ୍ତ 14 ମାସ ଶିଶୁର ମୃତ୍ୟୁ ହୋଇଛିା ମିଳିଥିବା ସୂଚନା ଅନୁସାରେ ପ୍ରବାସୀ ଶ୍ରମିକଙ୍କ ଏହି…
ଭୁବନେଶ୍ବର, ଆସନ୍ତକାଲି ଗୁରୁବାର ସକାଳ 10ଟା 45 ମିନିଟରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ତେବେ ଏହି ବୈଠକରେ କଣ ଆଲୋଚନା ହେବ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। କାରଣ ବର୍ତ୍ତମାନ ଅଫିସ ବନ୍ଦ ଥିବାରୁ ଏବଂ ସମସ୍ତେ କରୋନା ମୁକାବିଲାରେ ଲାଗିଥିବାରୁ କ୍ୟାବିନେଟ ଏଜେଣ୍ଡା ଦିଆଯାଇ ନାହିଁ। ହେଲେ ବର୍ତ୍ତମାନ ପରିସ୍ଥିତିରେ କ୍ୟାବିନେଟ ବୈଠକ ଡକାଯାଇଛି ଅର୍ଥ କରୋନା ମୁକାବିଲା ବ୍ୟତିତ ଅନ୍ୟ କିଛି ହୋଇ ନ ଥିବା ବୋଲି ଜଣେ ମନ୍ତ୍ରୀ କହିଛନ୍ତି। ତେବେ ଏହି ବୈଠକରେ ରାଜ୍ୟରେ ଲକଡାଉନ ଅବଧି ଆଉ କିଛି ସପ୍ତାହ ବୃଦ୍ଧି ପାଇଁ ନିଷ୍ପତି ହୋଇପାରେ ବୋଲି ଜଣାପଡିଛି। ଏହି କ୍ୟାବିନେଟ ବୈଠକ ମଧ୍ୟ ରାଜ୍ୟ ରାଜନୀତିରେ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛି। କାରଣ ବର୍ତ୍ତମାନ କୋରନା ପାଇଁ ସମସ୍ତ ବୈଠକ ଏବଂ ଏକାଠି ବସିବା ବାତିଲ କରାଯାଇଥିବାରୁ ଏହା ସଂପୂର୍ଣ୍ଣ ଭିଡିଓ କନଫ୍ରେନସିଂ ମାଧ୍ୟମରେ ହେବ।…
ନୂଆଦିଲ୍ଲୀ: ଆମେରିକାରେ କରୋନା ସ୍ଥିତି ଅସମ୍ଭାଳ। ଗତ 24 ଘଣ୍ଟାରେ ଦୁଇ ହଜାର ଟପିଲା ମୃତ୍ୟୁ ସଂଖ୍ୟା। ଆମେରିକାରେ କରୋନା ରୋଗୀଙ୍କ ସଂଖ୍ୟା 4ଲକ୍ଷକୁ ଟପିଲାଣି। ସେହିପରି ମୃତ୍ୟୁ ସଂଖ୍ୟା 12ହଜାରକୁ ଟପିଛି। ସେହିପରି ଆମେରିକାରେ 21,674ଜଣ ସୁସ୍ଥ ହୋଇଛନ୍ତି। ଆମେରିକାରେ ଜଣେ ମୂଳ ଭାରତୀୟ ସାମ୍ବାଦିକଙ୍କ କରୋନା ଜନିତ ମୃତ୍ୟୁ ଘଟିଛି। ଆମେରିକା ପରି ଇଟାଲୀ, ଫ୍ରାନ୍ସ, ସ୍ପେନ୍, ଜର୍ମାନୀ, ବ୍ରିଟେନ୍ ଆଦି ଦେଶରେ ମଧ୍ୟ କରୋନା ସ୍ଥିତି ବେଶ୍ ଜଟିଳ ରହିଛି। ଚୀନ୍ର ବୁହାନସହରରୁ ଆରମ୍ଭ ହୋଇଥିବା ଏହି କରୋନା ସାରା ବିଶ୍ବରେ ମହାମାରୀ ରୂପ ଧରିଛି। ଇଟାଲୀରେ 17 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଫ୍ରାନ୍ସରେ 10 ହଜାର ଟପିଛି କରୋନା ମୃତ୍ୟୁ ସଂଖ୍ୟା। ସେହିପରି ସ୍ପେନ୍ରେ 14 ହଜାର ଟପିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା। ବର୍ତ୍ତମାନ ବିଶ୍ବରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 82,080 ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 1,431,706ରେ ପହଞ୍ଚିଛି। ସେହିପରି…
ଭୁବନେଶ୍ବର, ଆଜି ପର୍ଯ୍ୟନ୍ତ ରାଜ୍ୟରେ ସର୍ବମୋଟ 2 ହଜାର 4 ଶହ 41ଟି ନମୂନାର କୋଭିଡ19 ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ 42ଟି ପଜେଟିଭ ରିପୋର୍ଟ ଆସିଛି। ଗତକାଲି ରାତି 11 ଟା ସୁଦ୍ଧା ପରୀକ୍ଷା କରାଯାଇଥିଲା 251ଟି ନମୂନା। ସେଥିମଧ୍ୟରୁ ଆରଏମଆରସିରେ 150ଟି, ଏମସରେ 41ଟି ଏବଂ ଏସିବିରେ 60ଟି ନମୂନା ପରୀକ୍ଷା କରାଯାଇଥିଲା। ରାଜ୍ୟ ସ୍ବସ୍ଥ୍ୟ ବିଭାଗ ହିସାବ ଅନୁସାରେ 7 ତାରିଖ ରାତି 11 ଟା ସୁଦ୍ଧା ଓଡିଶାର କୋଭିଡ19 ର ଅପଡେଟ ହେଲା ମୋଟା କୋଭିଡ19 ନମୂନା ପରୀକ୍ଷା- 2441 ଗତକାଲି ରାତି 11 ସୁଦ୍ଧା ପରୀକ୍ଷା- 251 ସେଥିରେ ଆରଏମଆରସିରେ-150ଟି ଏମସରେ- 41ଟି ଏସସିବିରେ-60ଟି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା-42 ଭଲ ହୋଇଛନ୍ତି-2 ଜଣ ମୃତ୍ୟୁବରଣ-01 ବର୍ତ୍ତମାନ ଚିକିତ୍ସିତ ହେଉଥିବା ଆକ୍ରାନ୍ତ ସଂଖ୍ୟା-39
ଗଂଜାମ, କରୋନା ମୁକାବିଲା ପାଇଁ ଗଂଜାମ ଜିଲ୍ଲାର ଗୋରାପଲ୍ଲୀ ଟୋଲ ଗେଟକୁ ସିଲ କରି ଦିଆଯାଇଛି। ଘରୋଇ ଗାଡିକୁ ଛାଡି ଦିଆଯାଉ ନାହିଁ। ଦିନରାତି ପୋଲିସ ତରଫରୁ ପ୍ରହରା ଦିଆଯାଉଛି।
ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ଯୋଗ୍ୟ ରାସନ୍ କାର୍ଡଧାରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିଥିଲେ। ସେହି ଅନୁସାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେଏହି ରାଶି ପ୍ରଦାନ କରାଯାଉଛି। ଏହି କ୍ରମରେ ଆଜି ସୁଦ୍ଧା ୧୫ ଲକ୍ଷ ୯୨ ହଜାର ୩୧୨ ଜଣ କାର୍ଡଧାରୀ ପରିବାରଙ୍କୁ ୧୦୦୦ ଟଙ୍କାର ଲେଖାଏଁ ପ୍ରଦାନ କରାଯାଇଛି। ଏଥିରେ ମୋଟ ୧୫୯ କୋଟି ୨୩ ଲକ୍ଷ ୧୨ହଜାର କୋଟି ଟଙ୍କା ବ୍ୟୟ ହୋଇଛି। ଆଜି ସୁଦ୍ଧା କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୭୮ ପ୍ରତିଶତ ରାସନ୍ କାର୍ଡଧାରୀ ପରିବାରଙ୍କୁ ନଗଦ ଅର୍ଥ ପ୍ରଦାନ କରାଯାଇଥିବାବେଳେ ବାଲେଶ୍ୱର ଜିଲ୍ଲାରେ ୪୪.୫ ପ୍ରତିଶତ କାର୍ଡଧାରୀଙ୍କୁ ଏହି ରାଶି ପ୍ରଦାନ କରାଯାଇଛି।
ଭୁବନେଶ୍ୱର : ଘରୋଇ ରନ୍ଧନ ଗ୍ୟାସ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ଏହାର ଯୋଗାଣ ଓ ପରିବହନକୁ ଏକ ଅତ୍ୟାବଶ୍ୟକ ସେବା ଭାବରେ ଘୋଷଣା କରାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ବା କୋଭିଡ୍-୧୯ ର ମୁକାବିଲା ନିମନ୍ତେ ଓଡ଼ିଶା ସମେତ ସାରା ଦେଶରେ ଲକ୍ଡାଉନ୍ ଜାରି କରାଯାଇଥିଲେ ହେଁ ଘରୋଇ ରନ୍ଧନ ଗ୍ୟାସ ପରିବହନ, ଯୋଗାଣ ଓ ବିତରଣକୁ କୌଣସି ପ୍ରକାର କଟକଣାରୁ ମୁକ୍ତ ରଖାଯାଇଛି। ଏଲ୍ପିଜି ଆଉଟ୍ଲେଟ୍ଗୁଡ଼ିକୁ ଘରୋଇ ରନ୍ଧନ ଗ୍ୟାସର ନିରବଚ୍ଛିନ୍ନ ପରିବହନ ଓ ଯୋଗାଣ ଏବଂ ଖାଉଟିମାନଙ୍କୁ ଘର ନିକଟରେ ଏହାର ବିତରଣକୁ ସୁନିଶ୍ଚିତ କରିବା ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆଜି ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ପୋଲିସ୍ ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ଯୋଗାଣ ଅଧିକାରୀ ଏବଂ ତୈଳ କମ୍ପାନୀଗୁଡ଼ିକୁ ଏ…