ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କପିଳ ପ୍ରସାଦରୁ ଜଣେ ଚିହ୍ନଟ ହୋଇଥିବାବେଳେ ଆଉ ଜଣେ ବମିଖାଲରୁ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତଙ୍କ ଚିହ୍ନଟ ପରେ ଭୁବନେଶ୍ବର ମହାନଗର ନିଗମ ଭୁବନେଶ୍ବରର ସୁନ୍ଦରପଦା ଓ ଯଦୁପୁର ଅଞ୍ଚଳକୁ ସିଲ୍ କରିଛନ୍ତି । ପୂର୍ବରୁ ବମିଖାଲ୍କୁ ସିଲ୍ କରାଯାଇଛି । 67 ନମ୍ବର ଓ୍ବାର୍ଡର କପିଳପ୍ରସାଦରୁ କରୋନା ରୋଗୀ ଚିହ୍ନଟ ହେବା ପରେ ବିଏମସି ତତ୍ପର ହୋଇ ସଂକ୍ରମଣକୁ ରୋକିବା ପାଇଁ ଏପରି ପଦକ୍ଷେପ ନେଇଛି । ଏହି କ୍ରମରେ ସୁନ୍ଦରପଦା ଓ 64 ଓ୍ବାର୍ଡ ନମ୍ବର ଯଦୁପୁର ଅଞ୍ଚଳକୁ ସିଲ୍ କରିଛି । ଏହି ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରଖାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ବିଏମ୍ସି ସୁନ୍ଦରପଦା ପୌର ଚିକିତ୍ସାଳୟଠାରୁ କାଳୁଆସନୀ ମନ୍ଦିର ଓ ପୌର ଚିକିତ୍ସାଳୟଠାରୁ ସରକନ୍ତରା ନୂଆ କଲଭର୍ଟ ଯାଏଁ ସିଲ୍ କରିଛି।…
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ରାତ୍ରି 8ଟା ପରେ 48ଘଣ୍ଟିଆ ସଟ୍ ଡାଉନ୍ ଶେଷ ହୋଇଛି । ତେବେ ଏହି ସଟ୍ ଡାଉନ୍ ଶେଷ ହେବା ପରେ ବି କିଛି ନିୟମକୁ ବେଶ୍ କଡାକଡି କରାଯାଇଛି । ଏଣିକି ଦୋକାନ ଆଗରେ 5 ଫୁଟ ଅନ୍ତରରେ ଗାର ବା ଗୋଲାକାର ଚିହ୍ନ ଟାଣିବେ ଦୋକାନୀ । ଦୋକାନୀ ମାନେ ଯେପରି ଗହଳି ନ ହୁଏ ସେଥିପ୍ରତି ଅଧିକ ଧ୍ୟାନ ଦେବେ । ଯଦି ଦୋକାନୀମାନେ ଏହିସବୁ ନିୟମ ନ ମାନନ୍ତି ତେବେ ସମ୍ପୃକ୍ତ ବ୍ୟବସାୟୀ ବା ଦୋକାନୀଙ୍କ ଟ୍ରେଡ୍ ଲାଇସେନ୍ସ ରଦ୍ଦ କରାଯିବ ବୋଲି କହିଛନ୍ତି ପୋଲିସ୍ କମିଶନର । ଏହାସହିତ ଦୋକାନୀ ବା ବ୍ୟବସାୟୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ସୂଚନା ରହିଛି । କଟକ ଓ ଭୁବନେଶ୍ୱର ସହରରେ ଥିବା ଦୋକାନୀମାନଙ୍କ ପାଇଁ ଆଡ୍ଭାଇଜରି ଜାରି କରାଯାଇଛି। ଲକ୍ଡାଉନ୍ ପରେ ବି ସାମାଜିକ ଦୂରତା…
ବବୁଲୁ ସାହୁ କଳାହାଣ୍ଡି : କରୋନା ସହ ସାରା ବିଶ୍ବ ଆଜି ଯୁଦ୍ଧ କରୁଥିବାବେଳେ ଆମ ଦେଶ ଓ ରାଜ୍ୟ ସରକାର ମଧ୍ୟ ଏହାର ମୁକାବିଲା କରିବା ପାଇଁ ବେଶ୍ କଡା ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଦେଶର ଏପରି ଘଡିସନ୍ଧି ମୁହୂର୍ତ୍ତରେ କରୋନା ସହାୟତା ପାଇଁ ସମେସ୍ତ ହାତ ବଢାଇଛନ୍ତି । ଏହି କ୍ରମରେ ଜଣେ ବୃଦ୍ଧଙ୍କ ସହାୟତା ବେଶ୍ ଚର୍ଚ୍ଚାକୁ ଆସିଛି । 65 ବର୍ଷୀୟ ବୃଦ୍ଧଙ୍କ ପାଖରେ ରହିବା ପାଇଁ ପକ୍କା ଘର ନାହିଁ କି ଚାଷ ପାଇଁ ବିଖଣ୍ଡିଏ ଜମି ନାହିଁ । କିନ୍ତୁ ଦେଶର ଏପରି ବିପତ୍ତି ସମୟରେ ମଧ୍ୟ ସାହାଯ୍ୟର ହାତ ବଢାଇଛନ୍ତି । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରପଦର ପଞ୍ଚାତୟର ତେଲିସରାବାହିଲି ଗ୍ରାମର ବୃଦ୍ଧ ବସନ୍ତ କୁମାର ଓ ତାଙ୍କ ଧର୍ମପତ୍ନୀ ବୁଇକୁମାରଙ୍କ ମହାନତା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି । ନିଃସନ୍ତାନ ଦମ୍ପତି ଦଦରା ମାଟି…
ନୂଆଦିଲ୍ଲୀ : ଦେଶରେ କରୋନାର ବ୍ୟାପକ ପ୍ରସାର ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରତିଭା ପାଟିଲ୍ଙ୍କ ସହ କଥା ହୋଇଛନ୍ତି। ଏହାପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ର ମନେମାହନ ସିଂ ଓ ଏଚଡି ଦେବେଗୌଡାଙ୍କ ସହ ମଧ୍ୟ କରୋନା ସମ୍ପର୍କରେ ଆଲୋଚନା କରିଛନ୍ତି । ପୂର୍ବ ରାଷ୍ଟ୍ରପତି ଓ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ସମେତ ନରେନ୍ଦ୍ର ମୋଦି ଭିନ୍ନ ଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହ ମଧ୍ୟ ଏହା ବିଷୟରେ ଚର୍ଚ୍ଚା କରିଛନ୍ତି । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ମୁଲାୟମ ସିଂ, ଅଖିଳେଶ ଯାଦବ, ମମତା ବାନାର୍ଜୀ, କେ. ଚନ୍ଦ୍ରଶେଖର ରାଓ, ଷ୍ଟାଲିନ୍ ଓ ପ୍ରକାଶ ସିଂ ବାଦଲ୍ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି । ଦେଶରେ କରୋନା ମୁକାବିଲା ନେଇ ସରକାରଙ୍କ ପ୍ରସ୍ତୁତିକୁ ନେଇ ପ୍ରଧାନମନ୍ତ୍ରୀ ଚର୍ଚ୍ଚା କରିଛନ୍ତି । ପୂର୍ବରୁ ନରେନ୍ଦ୍ର ମୋଦି ଭିଡିଓ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭୁବନେଶ୍ବରରୁ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରେ ଆଉ ଦୁଇ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଦୁଇ ଆକ୍ରାନ୍ତ ଜଣକ ଭୁବନେଶ୍ୱରର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି। ଜଣେ କପିଳପ୍ରସାଦରୁ ଚିହ୍ନଟ ହୋଇଥିବାବେଳେ ଆଉଜଣେ ବମିଖାଲର ଚିହ୍ନଟ ହୋଇଛନ୍ତି। କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀ ନିବାସୀ 70 ବର୍ଷୀୟ ଆକ୍ରାନ୍ତ ଜଣକ ନିକଟରେ ଅଷ୍ଟ୍ରେଲିଆରୁ ଫେରିଥିବାବେଳେ ଗତମାସ 22 ତାରିଖରୁ ହୋମ୍ କ୍ବାରେଣ୍ଟାଇନ୍ରେ ରହିଥିଲେ । ସେହିପରି ବମିଖାଲ୍ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ 29 ବର୍ଷ । ବମିଖାଲରେ ସର୍ଭେଲାନ୍ସ ବେଳେ ଚିହ୍ନଟ ହୋଇଛନ୍ତି ଆକ୍ରାନ୍ତ ଜଣକ । ପୂର୍ବରୁ ବମିଖାଲରେ ତିନିଜଣ କରୋନା ଆକ୍ରାନ୍ତ ଚିହ୍ନ୍ନଟ ହୋଇଥିଲେ । ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 23କୁ ବୃଦ୍ଧି ହୋଇଛି । ଗତକାଲି ରାତ୍ରିରେ କଳାହାଣ୍ଡିରୁ ଜଣେ ଆକ୍ରାନ୍ତ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜଧାନୀର ହାଟ ଗୁଡିକୁ ସାନିଟାଇଜ୍ କରାଯିବ । ବିଏମ୍ସି ଓ ଫାୟାର୍ ସର୍ଭିସ୍ ପକ୍ଷରୁ କରାଯିବ ସାନିଟାଇଜ୍ । ୟୁନିଟ୍-1 ହାଟ, ୟୁନିଟ୍ – 4 ମାର୍କେଟ୍ ଓ ମାଛ ମାର୍କେଟ୍, ସହିଦ ନଗର ଡେଲି ମାର୍କେଟ୍, ରୁଚିକା, ଇନ୍ଦ୍ରଧନୁ ମାର୍କେଟ୍, ଡମଣା ହାଟ, ୟୁନିଟ୍-3 ଡେଲି ମାର୍କେଟ୍, ଗଣ୍ଡମୁଣ୍ଡା ଡେଲି ମାର୍କେଟ୍, ବିଜେବି ନଗର ହାଟ ଓ ମା’ କୋଚିଲେଇ ହାଟ ପରି ପ୍ରମୁଖ ମାର୍କେଟ ଗୁଡିକୁ ସାନିଟାଇଜ୍ କରାଯିବ । ସୂଚନାଯୋଗ୍ୟ, ପଞ୍ଚମ ଆକ୍ରାନ୍ତ ଜଣକ ଚିହ୍ନଟ ହେବା ପରେ ସୂର୍ଯ୍ୟନଗରକୁ ସିଲ୍ କରାଯାଇ ସାନିଟାଇଜ୍ କରାଯାଇଥିଲା । ସେହିପରି ବମିଖାଲ ଅଞ୍ଚଳରୁ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ପରେ ସେହି ସବୁ ଅଞ୍ଚଳକୁ ସିଲ୍ କରାଯାଇ ସାନିଟାଇଜ୍ କରାଯାଇଛି ।କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବେଶ୍ କଡା ପଦକ୍ଷେପ ନେଉଛନ୍ତି । କଟକ, ଭୁବନେଶ୍ବର, ଭଦ୍ରକ ଆଦି ସହରକୁ 48 ଘଣ୍ଟିଆ…
ନୂଆଦିଲ୍ଲୀ : ଚୀନରୁ ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ଏବେ ମହାମାରୀ ରୂପ ନେଇ 206ଟି ଦେଶକୁ ବ୍ୟାପି ସାରିଲାଣି। ଏହି ଭୟଙ୍କର କରୋନା ଯୋଗୁଁ 64,791 ଜଣଙ୍କର ପ୍ରାଣ ଯାଇଥିବାବେଳେ 1,204,055 ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି 2, 47,340ଜଣ ସୁସ୍ଥ ହୋଇସାରିଛନ୍ତି । ବର୍ତ୍ତମାନ 8 ଲକ୍ଷ 91 ହଜାର 924 କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ 44 ହଜାର 90 ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାବେଳେ 8 ଲକ୍ଷ 47 ହଜାର 834 ଜଣ ସାମାନ୍ୟ ଆକ୍ରାନ୍ତ ହୋଇଛନ୍ତି। ଆମେରିକାରେ ଦିନକରେ ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା 8,454କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ସଂଖ୍ୟା 3,11,637ରେ ପହଞ୍ଚିଛି। ଫ୍ରାନ୍ସରେ ମଧ୍ୟ ଦିନକରେ ଏକ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି। ଏଠାରେ ମୃତ୍ୟୁ ସଂଖ୍ୟା 7 ହଜାର 953କୁ ବୃଦ୍ଧି ପାଇଛି। ଇଟାଲୀରେ ସର୍ବାଧିକ…
ପୁରୀ, ବର୍ତ୍ତମାନ ଚାରିଆଡେ ଲକଡାଉନ ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଘୋଷଣା ମୁତାବିକ ସରକାରୀ ଅଧିକାରୀମାନେ ଘରକୁ ଘର ବୁଲି ପିଡିଏସ ସାମଗ୍ରୀ ପ୍ରଦାନ କରୁଛନ୍ତି। ଏହା ହେଉଛି ପୁରୀ ଜିଲ୍ଲାର ଗୋପ ବ୍ଲକର ଫଟୋ
ଭଦ୍ରକ, ବର୍ତ୍ତମାନ ଚାରିଆଡେ ଲକଡାଉନ ଚାଲିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଭତ୍ତା ଟଙ୍କା ଠିକ୍ ଭାବେ ବଣ୍ଟନ ଚାଲିଛି। ଏହା ହେଉଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର ତେନ୍ତୁଳିଡିହ ଗ୍ରାମ ପଞ୍ଚାୟତର ଫଟୋ।
ଯାଜପୁର, ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ମିଳିବା ପରେ ଯାଜପୁର ଟାଉନକୁ ସଟ୍ ଡାଉନ ଘୋଷଣା କରାଯାଇଛି। ସେଠାରେ ସ୍ଥିତି କିପରି ଅଛି ତାହାର ତଦାରଖ କରିବା ପାଇଁ ଜିଲ୍ଲା ଗସ୍ତରେ ଅଛନ୍ତି ପୋଲିସ ଡିଜି ଅଭୟ।
ସମୀକ୍ଷା ବ୍ୟୁରୋ ବାଲୁଗାଁ : ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଲୁଗାଁ ଶାଖା ତରଫରୁ ବାଲୁଗାଁ ସହରାଞ୍ଚଳର କରୋନା ଲକ ଡାଉନ ପରିପ୍ରେକ୍ଷୀରେ ବିଭିନ୍ନ ସେବା କାର୍ଯ୍ୟ କରାଯାଇଅଛି। କରୋନା କଟକଣାକୁ ଦୃଷ୍ଟିରେ ରଖି ଏବିଭିପି ଓ ଶ୍ରୀ ପତିତପାବନ ୟୁଥ କ୍ଲବ, ଚାଷଙ୍ଗରାର ସ୍ୱଳ୍ପ କାର୍ଯ୍ୟକର୍ତ୍ତା ଆଜି ସକାଳେ ବାଲୁଗାଁ ପୋଲିସ ଥାନାକୁ ଯାଇ ଲକ୍ ଡାଉନ ସମୟରେ ନିଜର ପରିବାରକୁ ଭୁଲି ଜୀବନର ବାଜି ଲଗାଇ ଆମର ସୁରକ୍ଷା ପାଇଁ ଦିନ ରାତି ପ୍ରହରା ଦେଉଥିବା ପୋଲିସ ଭାଇମାନଙ୍କ ଉଦ୍ଦେଶ୍ୟରେ ବାଲୁଗାଁ ଥାନାଧିକାରୀ ରମାକାନ୍ତ ମାହାଳିକଙ୍କୁ ଭେଟି କିଛି ପଇଡ଼ ଓ ବିସ୍କୁଟ ହସ୍ତାନ୍ତର କରିଥିଲେ। ଏହା ପରେ କାର୍ଯ୍ୟକର୍ତ୍ତାମାନେ ବାଲୁଗାଁ ଉମା ମହେଶ୍ୱର ମନ୍ଦିର ପରିସରରେ ବସବାସ କରୁଥିବା ବହୁ ଭିକ୍ଷୁକ ଓ ବାଲୁଗାଁ ରେଳ ଷ୍ଟେସନ ପାଖେ ବସବାସ କରୁଥିବା ଯାଯାବର ମାନଙ୍କୁ ସାମାଜିକ ଦୂରତା ରକ୍ଷା କରି ବିସ୍କୁଟ ଓ ପାଉଁରୁଟି ବଣ୍ଟନ…
ଧନଦା କାନ୍ତ ମିଶ୍ର ସ୍ୱର୍ଗତ ପ୍ରଫେସର ଆଲ ବାର୍ଟଲେଟ୍ – ଆଣବିକ ପଦାର୍ଥ ବିଜ୍ଞାନୀ ତଥା କଲୋରଡୋ ବିଶ୍ୱବିଦ୍ୟାଳୟର ପ୍ରଫେସର ଏରିମିଟସ୍ ଥରେ କହିଥିଲେ ଯେ “ମାନବ ଜାତିର ଏକ ବଡ ଦୁର୍ବଳତା ହେଉଛି ଏକ୍ସପୋନେନସିଆଲ୍ ଫଙ୍କସନ୍ (ଗାଣିତିକ ସମ୍ପର୍କ) କୁ ବୁଝିବାରେ ଆମର ଅକ୍ଷମତା”। ଯଦି ସେ ଆଜି ଜୀବିତ ଥାନ୍ତେ, ବର୍ତ୍ତମାନର କରୋନା ଭୁତାଣୁ ସଙ୍କଟ ତାଙ୍କ ମତ ପ୍ରମାଣ କରିବା ପାଇଁ ସବୁଠାରୁ ଉପଯୁକ୍ତ ଉଦାହରଣ ପ୍ରମାଣିତ ହୋଇଥାନ୍ତା । ବିଭିନ୍ନ ପ୍ରକାରର ଉଦାହରଣ ବ୍ୟବହାର କରି ଏକ୍ସପୋନ୍ସନାଲ ଫଙ୍କସନ୍ କିପରି ଆମକୁ ସହଜ ରେ ଠକି ପାରେ ତାହା ପ୍ରମାଣ କରିବାକୁ ସେ ଭଲ ପାଉଥିଲେ । ଜନସଂଖ୍ୟା ବୃଦ୍ଧି ଠାରୁ ଆରମ୍ଭ କରି ଅଣ-ନବୀକରଣଯୋଗ୍ୟ ଜୀବାଶ୍ମ ଇନ୍ଧନ ବ୍ୟବହାର ପର୍ଯ୍ୟନ୍ତ ଏହା ପ୍ରଯୁଜ୍ୟ । ମହାମାରୀର ମୁକାବିଲା ପାଇଁ ଇଟାଲୀ, ଇରାନ ଏବଂ ସ୍ପେନ୍ ଭଳି ଦେଶରେ ସାମ୍ପ୍ରତିକ ନୀତି ସୃଷ୍ଟି କରିଥିବା ବିଭୀଷିକା…
ରମେଶ ମହାନ୍ତି ଜଗତସିଂହପୁର :କରୋନା ଭୂତାଣୁ ସଂକ୍ରମଣ ଜନିତ ଭୟାବହତାକୁ ଦୃଷ୍ଟିରେ ରଖି ଶୁକ୍ରବାର ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାରେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥାର ଜରୁରୀ କାଳୀନ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ସାମାଜିକ ଦୂରତା ବଜାୟ ରଖାଯାଇଥିଲା। ବୈଠକରେ ଜିଲ୍ଲାପାଳ ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସଫଳତା କମ୍ ହୋଇଥିବାରୁ ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜିଲ୍ଲାର ସମସ୍ତ ବ୍ଲକ୍ ଓ ମ୍ୟୁନିସିପାଲିଟିରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ, ଗହମ ଉଠାଣର ସ୍ଥିତି ସମୀକ୍ଷା କରିଥିଲେ। ଜିଲ୍ଲାରେ ଥିବା ଡିପୋ ମାନଙ୍କରୁ ସାଧାରଣ ବଣ୍ଟନ ସାମଗ୍ରୀ ଉଠାଣ ଓ ରିଟେଲରଙ୍କ ପାଖରେ ଏପ୍ରିଲ ୧୦ ତାରିଖ ସୁଦ୍ଧା ପହଞ୍ଚାଇବା ଏବଂ ଏପ୍ରିଲ୍ ୧୪ ତାରିଖ ମଧ୍ୟରେ ସମସ୍ତ ହିତାଧିକାରୀମାନଙ୍କୁ ସୁଷମ ବଣ୍ଟନ ବ୍ୟବସ୍ଥାର ସବିଶେଷ ଯୋଜନା ସ୍ଥିରୀକୃତ ହୋଇଥିଲା। ଏହି ଯୋଜନା ମୁତାବକ ଡିପୋ…
କରୋନା ସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଆଜି ଜରୁରୀ ଘୋଷଣା କରିଛନ୍ତି । ଆଜି ରାତ୍ରି 8ଟାରେ 48 ଘଣ୍ଟିଆା ସଟ୍ ଡାଉନ୍ ସରିବା ନେଇ ଘୋଷଣା କରାଯାଇଛି। ଭୁବନେଶ୍ବର, କଟକ, ଭଦ୍ରକରେ ଆଜି ରାତ୍ରି 8ଟାରେ ସରିବ ବୋଲି କହିଛନ୍ତି। ସଟ୍ ଡାଉନ୍ ସରିବା ପରେ ଦୋକାନରେ ଗହଳି ନ କରିବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ। ସେହିପରି ସାମାଜିକ ଦୂରତ୍ବ ରଖିବା ନେଇ ଗୁରୁତ୍ବ ଦେବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ। ସଟ୍ ଡାଉନ୍ ସରିବା ପରେ ପୂର୍ବବର୍ତ୍ତ ଲକ୍ ଡାଉନ୍ ଜାରି ରହିବ। ତେବେ ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ସଟ୍ ଡାଉନ୍ ଜରିଆରେ ଗୋଷ୍ଠୀ ସଂକ୍ରମଣ ସମ୍ପର୍କରେ ଅନୁସନ୍ଧାନ କରାଯାଇଥିଲା ଆଗାମୀ 7ରୁ 10 ଦିନ ଆମ ପାଇଁ ବିଶେଷ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ଏହି ସମୟରେ ଆମେ ସତର୍କ…
ସମୀକ୍ଷା ବ୍ୟୁରୋ କଳାହାଣ୍ଡି : କଳାହାଣ୍ଡି କରୋନା ଆକ୍ରାନ୍ତଙ୍କ ଗାଁ ସିଲ୍ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆକ୍ରାନ୍ତ ଚିହ୍ନଟ ପଞ୍ଚାୟତରେ ଚଳାଚଳକୁ ବାରଣ କରାଯାଇଛି। ଆକ୍ରାନ୍ତ ବ୍ୟକ୍ତିଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆକ୍ରାନ୍ତଙ୍କ କଣ୍ଟାକ୍ଟରେ ପରିବାର ସହ 31 ଜଣ ଆସିଥିବା ସୂଚନା ରହିଛି। କଣ୍ଟାକ୍ଟରେ ଆସିଥିବା ଲୋକଙ୍କୁ କ୍ବାରେଣ୍ଟାଇନ୍ରେ ରଖି ସ୍ବାବ୍ ଟେଷ୍ଟର ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ଗତକାଲି ରାତ୍ରିରେ 21ତମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ରାଜ୍ୟର ପଶ୍ଚିମ ଭାଗରେ ପ୍ରଥମ କରୋନା ଆକ୍ରାନ୍ତ ଭାବେ କଳାହାଣ୍ଡି ଜିଲ୍ଲାର 29 ବର୍ଷୀୟା ଯୁବକ ଚିହ୍ନଟ ହୋଇଛନ୍ତି। ନିକଟରେ ସେ ବାହାରିନରୁ ଫେରିଥିଲେ।
ସମୀକ୍ଷା ବ୍ୟୁରୋ କଟକ : କଟକ କେଶରପୁରରେ ପୋଲିସ ଉପରକୁ ଢେଲା ପଥରମାଡ କରାଯାଇଛି। ସଟଡାଉନ୍ କଟକଣା ଭାଙ୍ଗିଥିବା କିଛି ଲୋକେ ପୋଲିସକୁ ଆକ୍ରମଣ କରିଛନ୍ତି। ଆକ୍ରମଣକାରୀଙ୍କ ଉପରେ ଲାଠି ଚାର୍ଜ କରାଯାଇଛି। ଘଟଣାସ୍ଥଳରେ ପହଞ୍ଚିଛନ୍ତି ଡିସିପି। ସେହିପରି ପୋଲିସକୁ ଆକ୍ରମଣ କରିଥିବା କିଛି ଲୋକଙ୍କୁ ଅଟକ ରଖାଯାଇଥିବାର ସୂଚନା ରହିଛି। ସୂଚନାଯୋଗ୍ୟ, କଟକରୁ ଓଡ଼ିଶାର ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକକୁ ମଧ୍ୟ 48 ଘଣ୍ଟିଆ ସଟ୍ ଡାଉନ୍ ଘୋଷଣା କରାଯାଇଛି। ଆଜି କଟକର ପଟାପୋଲ୍ ଅଞ୍ଚଳକୁ ସିଏମ୍ସି ସିଲ୍ କରିଛି।
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3074ରେ ପହଞ୍ଚିଛି । 2784 ଜଣଙ୍କ ସକ୍ରିୟ ରହିଥିବାବେଳେ 267 ଜଣ ସୁସ୍ଥ ହୋଇ ସାରିଲେଣି। ସେହିପରି କରୋନା ଯୋଗୁଁ ଦେଶରେ 77 ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମହାରାଷ୍ଟ୍ରରେ ସର୍ବାଧିକ 490 ଜଣ ଆକ୍ରାନ୍ତ ରହିଥିବାବେଳେ ଏଠାରେ ମୃତ୍ୟୁ ସଂଖ୍ୟା 24 ରହିଛି । ମହାରାଷ୍ଟ୍ର ପଛକୁ ଦିଲ୍ଲୀରେ 445 ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 6ରେ ପହଞ୍ଚିଛି । ସେହିପରି ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା 485 ରହିଥିବାବେଳେ ଏଠାରେ 3ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା 306 ରହିଥିବାବେଳେ ଏଠାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ତେଲେଙ୍ଗାନାରେ 269 ଜଣ ଆକ୍ରାନ୍ତ ରହିଥିବାବେଳେ ଏଠାରେ ମୃତ୍ୟୁ ସଂଖ୍ୟା 7 ରହିଛି । ସେହିପରି ପଶ୍ଚିମବଙ୍ଗରୁ 3 ଜଣଙ୍କର…
କେଦାର ମିଶ୍ର ଜାନୁଆରୀ ମାସରେ ସାରା ପୃଥିବୀକୁ ଗୋଟେ ସୁଯୋଗ ମିଳିଥିଲା ଚୀନର ଦୁରବସ୍ଥାକୁ ଦେଖି ହସିବା ପାଇଁ। ବିଶ୍ଵ ରାଜନୀତିରେ ସବୁଠୁ ପ୍ରଭାବଶାଳୀ ଦେଶଗୁଡିକ ପରଷ୍ପର ବିରୋଧରେ ଏକ ପରିବେଶ ତିଆରି କରି ନିଜ ନିଜର ଅହଂକାର ଜାହିର କରିବାର ଉଦ୍ୟମ କରିଥାନ୍ତି। ଚୀନରେ ଯେତେବେଳେ କରୋନା ଭୂତାଣୁ ସଂକ୍ରମଣଆରମ୍ଭ ହେଲା, ସେତେବେଳେ ଉହାନ ସହରକୁ ଦେଖି ଅନେକ ଏହାକୁ ଜୀବନ୍ତ ଭୂତ ମାନଙ୍କର ସହର ବୋଲି କହି ହସୁଥିଲେ। ତେବେ ସେତେବେଳେ କିଏ ଜାଣିଥିଲା ଯେ ମାତ୍ର ଷାଠିଏ ଦିନ ଭିତରେ ସାରା ପୃଥିବୀର ଶହ ଶହ ମହାନଗରୀ ଭୂତ ସହର ପାଲଟିଯିବେ! ପୃଥିବୀର ସବୁଠୁ ବେଶୀ ଭିଡ ଜମୁଥିବା ନ୍ୟୁୟର୍କ ସହରର ଟାଇମ ସ୍କୋୟାରରେ ଗୋଟେ ବି ମଣିଷ ଦେଖାଯିବ ନାହିଁ!! କିଏ ଜାଣିଥିଲା ଯେ ପୃଥିବୀର ସବୁଠୁ ଜନଗହଳି ପୂର୍ଣ୍ଣ ହିଥ୍ରୋ ବିମାନ ବନ୍ଦରରେ ମାସ ମାସ ଧରି ଉଡାଜାହାଜ ଗୁଡିକ ଶୋଇ ରହିବେ!! କିଏ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ସମ୍ପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଗାଇଡଲାଇନ୍ ଜାରି କରିଛି । ବିନା ଅନୁମତିରେ କରୋନା ସମ୍ପର୍କିତ ସୂଚନା ନ ଦେବାକୁ ଗାଇଡ୍ଲାଇନ୍ ଜାରି କରାଯାଇଛି । ଏଥିନେଇ ବ୍ୟକ୍ତି, ସଂସ୍ଥା, ପ୍ରିଣ୍ଟ୍, ଇଲେକ୍ଟ୍ରୋନିକ୍ ଓ ସୋସିଆଲ୍ ମିଡିଆ ଉପରେ ଅଙ୍କୁଶ ଲଗାଯାଇଛି । କରୋନା ସମ୍ପର୍କରେ ଯେ କୌଣସି ସୂଚନା ଦେବା ପୂର୍ବରୁ ଅନୁମତି ଆବଶ୍ୟକ । ଏଥିପାଇଁ ଡିଏମ୍ଇଟି, ଡିପିଏଚ୍, ଡିଏଚ୍ଏସ୍ ଓ ଜିଲ୍ଲାପାଳଙ୍କଠାରୁ ଅନୁମତି ଆବଶ୍ୟକ । ମେଡ଼ିକାଲ ଅଧୀକ୍ଷକଙ୍କଠାରୁ ମଧ୍ୟ ଅନୁମତି ଲୋଡିବା ଜରୁରୀ ବୋଲି ସୂଚନା ଦିଆଯାଇଛି । କରୋନାକୁ ନେଇ ବହୁ ଗୁଜବ ତଥ୍ୟ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି । ଏହାକୁ ପ୍ରତିହତ କରିବା ପାଇଁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗତକାଲି ସାମ୍ବାଦିକ ସମ୍ମିଳନୀରେ ଡିଜି ଅଭୟ ସୂଚନା ଦେଇଥିଲେ । କରୋନା ସମ୍ପର୍କିତ ଅପପ୍ରଚାର ନ କରିବାକୁ କୁହାଯାଇଥିବାବେଳେ ଏପରି ମେସେଜ୍କୁ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବିଏମସ୍ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସାମ୍ବାଦିକ ସମ୍ମିଳନୀରେ କରୋନା ଆକ୍ରାନ୍ତଙ୍କ ବାହାର ରାଜ୍ୟ ଲିଙ୍କ୍ ଜଣାପଡିଛି ବୋଲି କହିଛନ୍ତି । ରାଜ୍ୟରୁ ଧରାପଡିଥିବା ପଞ୍ଚମ ଆକ୍ରାନ୍ତ ଜଣକ ଧରାପଡିବା ପରେ ତାଙ୍କୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା । ସେ ରାଜ୍ୟ ବାହାରକୁ ଯାଇନଥିବାବେଳେ ସଂକ୍ରମିତ କିପରି ହେଲା ତାହାକୁ ନେଇ ତନାଘନା କରାଯାଇଥିଲା। ଏଥିପାଇଁ 48 ଘଣ୍ଟିଆ ସଟ୍ଡାଉନ୍ ଘୋଷଣା କରାଯାଇଛି । ସୂର୍ଯ୍ୟନଗରରକୁ ସିଲ୍ କରାଯାଇ ଏହାର ଅନୁସନ୍ଧାନ କରାଯାଉଛି । ତେବେ ସୂର୍ଯ୍ୟନଗର ଆକ୍ରାନ୍ତଙ୍କ ଜଣେ ପରିବାର ସଦସ୍ୟ କୋଲକାତା ଯାଇଥିବା ସ୍ପଷ୍ଟ ହୋଇଛି । ସମ୍ପୃକ୍ତ ସଦସ୍ୟ ଚାରିଦିନ କୋଲକାତାରେ ରହିଥିଲେ। ସମ୍ପୃକ୍ତ ସଦସ୍ୟଙ୍କ ସାମ୍ପଲ୍ ରିପୋର୍ଟ ପଜିଟିଭ୍ ଥିବା ଜଣାପଡିଛି। ସେହିପରି ବମିଖାଲ ଆକ୍ରାନ୍ତଙ୍କର ମଧ୍ୟ ବାହାର ରାଜ୍ୟ ଲିଙ୍କ୍ ରହିଥିବାର ଜଣାପଡିଛି। ଆକ୍ରାନ୍ତ ତିନି ଭାଇଙ୍କ ବାପା ଭୋପାଳରେ ରୁହନ୍ତି। ଭୋପାଳରେ ରହୁଥିବା ବାପା ମଧ୍ୟ କରୋନା…
ସମୀକ୍ଷା ବ୍ୟୁରୋ କଟକ : କଟକର ପଟ୍ଟାପୋଲ ଅଞ୍ଚଳକୁ କଟକ ମହାନଗର ନିଗମ ସିଲ୍ କରିଛି। ଏହି ଅଞ୍ଚଳକୁ ସଂକ୍ରମଣ ଘୋଷଣା କରି ସିଲ୍ କରିଛି ସିଏମସି । ସୂଚନାଯୋଗ୍ୟ ଯେ, କଟକରେ ଷଷ୍ଠତମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ପଟ୍ଟାପୋଲ ଅଞ୍ଚଳରେ ଜଣେ କରୋନା ପଜିଟିଭି ଚିହ୍ନଟ ହେବା ପରେ ଏହି ସିଲ୍ କରାଯାଇଛି । ଏହା ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ପ୍ରଶାସନ ସିଲ୍ କରି କଣ୍ଟାକ୍ଟ ଟ୍ରାସିଂ ପ୍ରକ୍ରିୟା ଆରମ୍ଭ କରିଛି। କଟକର ବକ୍ସି ବଜାର ଛକରୁ ଷ୍ଟିଓ୍ବାର୍ଟ ସାଇନ୍ସ କଲେଜ ଯାଏଁ ସିଲ୍ ରହିବ। ସେହିଭଳି ଷ୍ଟିଓ୍ବାର୍ଟ ସାଇନ୍ସ କଲେଜରୁ ସୂତାହାଟ ମସଜିଦ୍ ଛକ ପର୍ଯ୍ୟନ୍ତ ସିଲ୍ ରହିବ। ସୂତାହାଟ ମସଜିଦ୍ ଛକରୁ ତିନିକୋଣିଆ ବଗିଚା ପାର୍କ ଯାଏ ସିଲ୍ କରାଯିବ। ତିନିକୋଣିଆ ବଗିଚା ପାର୍କରୁ ବକ୍ସି ବଜାର ଛକ ଯାଏ ସିଲ୍ କରାଯିବ। ପଟ୍ଟାପୋଲ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଏବଂ ବେସରକାରୀ…