ମୁମ୍ବାଇ : କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଏବଂ ଏହାର ସିଇଓ ଉଦୟ କୋଟାକ୍ ମିଳିତ ଭାବେ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୫୦କୋଟି ଟଙ୍କା ପ୍ରଦାନ କରିଛନ୍ତି। ରବିବାର ଦିନ ବ୍ୟାଙ୍କ ପକ୍ଷରୁ ଏକ ଟୁଇଟ୍ କରି ଏହା ସ୍ପଷ୍ଟ କର ଯାଇଛି । କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଏବଂ ଉଦୟ କୋଟାକ୍ ବ୍ୟକ୍ତିଗତ ଭାବରେ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ପ୍ରତ୍ୟେକ ୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ୧୦ କୋଟି ତାଙ୍କ ପ୍ରଦାନ କରିଛି।
Author: Samikhsya Bureau
ଲକ୍ଡାଉନ୍ ଡାଏରୀ : ଦେଶରେ ଲକ୍ ଡାଉନ ଜାରି ହୋଇଥିବାବେଳେ ଲୋକଙ୍କୁ ଫିଟ୍ ଓ ସୁସ୍ଥ ରଖିବା ପାଇଁ ଫିଟିନେସ୍ ରୁଟିନ୍ ଓ ଯୋଗ ଭିଡିଓ ସେୟାର କଲେ ମୋଦି
ଆନ୍ଧ୍ରପ୍ରଦେଶର ବସ୍ତି ଅଞ୍ଚଳରେ ମୋବାଇଲ୍ ହ୍ୟାଣ୍ଡ୍ଓ୍ବାସ୍ ସୁବିଧାର ଉପଲବ୍ଧ କରାଯାଇଛି
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବିଧାନସଭାରେ ପାରିତ ହୋଇଛି ବ୍ୟୟମଞ୍ଜୁରୀ ବିଲ୍ । ସର୍ବସମ୍ମତିକ୍ରମେ ଏହି ବିଲ୍ଟି ପାରିତ ହୋଇଥିବାର ସୂଚନା ରହିଛି । ବିଜେଡିର ବରିଷ୍ଠ ବିଧାୟକ ଅମର ଶତପଥୀ ଏହା ସମ୍ପର୍କରେ ସୂଚନା ଦେଇଛନ୍ତି । ପୂର୍ବ ଧାର୍ଯ୍ୟ ପରିମାଣର ବ୍ୟୟ ମଂଜୁରୀକୁ ଅନୁମତି ମିଳିଛି । ବିଲ୍ ପାସ୍ ପରେ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ବ୍ୟୟମଞ୍ଜୁରୀ ବିଲ୍ ପାସ୍ ପାଇଁ ସ୍ବତନ୍ତ୍ର ଦିନିକିଆ ଅଧିବେଶନ ବସିଥିଲା । ରାଜ୍ୟର ତୃତୀୟ କରୋନା ପଜିଟିଭି ଜଣକ ବିଧାନସଭାର ଜଣେ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବାରୁ ବିଧାନସଭାର ଏହି ଅଧିବେଶନଟି ବିଧାନସଭା ଗୃହରେ ନ ହୋଇ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏହି ଅଧିବେଶନ ବସିଥିଲା । (ଏଜେନ୍ସି)
ନୂଆଦିଲ୍ଲୀ: କରୋନା ଭାଇରସ୍ ମୁକାବିଲା ପାଇଁ ସାରା ଦେଶରେ 21ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏବେ ଲୋକଙ୍କ ମନରେ ଏହି ଲକ୍ ଡାଉନ୍କୁ ଆହୁରି ବୃଦ୍ଧି କରାଯିବା ନେଇ ପ୍ରଶ୍ନ ଉଠିଛି। ତେବେ କ୍ୟାବିନେଟ୍ ସଚିବ ରାଜୀବ ଗାଓ୍ବା। ଏହି ଲକ୍ ଡାଉନକୁ ବୃଦ୍ଧି କରାଯିବା ନେଇ କିଛି ଯୋଜନା କରାଯାଇନାହିଁ ବୋଲି କହିଛନ୍ତି। ରାଜୀବ ଗାଓ୍ବା କହିଛନ୍ତି ଯେ, କେନ୍ଦ୍ର ସରକାରରେ ପାଖରେ ଏମିତି କୌଣସି ଯୋଜନା ନାହିଁ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚାଲିଥିବାବେଳେ ଏବେ ଲକ୍ ଡାଉନ୍ ବୃଦ୍ଧି କରାଯିବା ନେଇ ଆକଳନ କରାଯାଉଛି ବୋଲି ପ୍ରଶ୍ନ ଉଠିଥିଲା। ତେବେ ଏହାର ଉତ୍ତରରେ କେନ୍ଦ୍ର କ୍ୟାବିନେଟ୍ ସଚିବ କହିଛନ୍ତି ଯେ, ଦେଶରେ ଲକ୍ ଡାଉନ୍ ବର୍ଦ୍ଧିତ କରିବାକୁ ନେଇ କୌଣସି ପ୍ରସ୍ତାବ ଉପରେ ଆଲୋଚନା କରାଯାଇନାହିଁ। ଦେଶରେ କରୋନା ଭାଇରସ୍ ସହ ମୁକାବିଲା କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 21 ଦିନ ପାଇଁ ଦେଶବ୍ୟାପୀ ଲକ୍ଡାଉନ୍…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜିଠୁ ଲକ୍ଡାଉନ୍ ଉଲ୍ଲଂଘନକାରୀଙ୍କ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ବିନାକାରଣରେ ବାହାରେ ବୁଲିଲେ ରୁଜୁ ହେବ ମାମଲା । ସିଜ୍ ହେବ ଗାଡି । ଏହି ପରିପ୍ରେକ୍ଷୀରେ ପରିବା କିଣିବାକୁ ବାଇକ୍ ନେଇ ଯିବାକୁ ବାରଣ କଲା ପୋଲିସ୍ । ଚାଲିକି ଯାଇ ନିକଟସ୍ଥ ସ୍ଥାନରୁ ପରିବା କିଣିବାକୁ ପରାମର୍ଶ ଦିଆଯାଇଛି। ଦୂରକୁ ବାଇକ୍ ନେଇ ପରିବା କିଣିବା ପାଇଁ ଗଲେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସୂଚନା ମିଳିଛି। ସେହିପରି ପାସ୍କୁ ନବୀକରଣ କରାନଯିବା ନେଇ ପୋଲିସ୍ କମିଶନର ସୂଚନା ଦେଇଛନ୍ତି ।
ଉତ୍ତରପ୍ରଦେଶ : କରୋନା ଭାଇରସ୍ ମୁକାବିଲା ପାଇଁ ସାରା ଦେଶରେ ଲକ୍ଡାଉନ୍ । ଏହାର ପ୍ରଭାବ ସବୁଠୁ ଅଧିକ ଶ୍ରମିକ ବା ଖଟିଖିଆ ଲୋକଙ୍କ ଉପରେ ପଡିଛି । ଏପରି ସଂକଟ ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରମିକା ବା ଖଟିଖିଆଙ୍କୁ 1-1 ହଜାର ଟଙ୍କା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ପ୍ରଦେଶର 27.5 ଲକ୍ଷ ମନରେଗା ଶ୍ରମିକଙ୍କ ଆକାଉଣ୍ଟଙ୍କୁ 611 କୋଟି ଟଙ୍କା ପଠାଯାଇଛି । ସୂଚନାଯୋଗ୍ୟ, କେନ୍ଦ୍ର ସରକାର ମନରେଗା ଶ୍ରମିକଙ୍କ ପାରିଶ୍ରାମିକକୁ 182ରୁ 202ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ପରେ ଉତ୍ତରପ୍ରଦେଶ ସରକାର ଏହି ବର୍ଦ୍ଧିତ ପାରିଶ୍ରାମିକଙ୍କୁ ଶ୍ରମିକଙ୍କୁ ଦେଇଛନ୍ତି । ଏତଦ୍ବ୍ୟତୀତ ଯୋଗୀ ସରକାର 20 ଲକ୍ଷ ଦିନ ମଜୁରିଆଙ୍କୁ 1-1 ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦେଇଛନ୍ତି । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନ୍ତୋଦୟ ଯୋଜନା, ମନରେଗା ଓ ଶ୍ରମ ବିଭାଗରେ ପଂଜୀକୃତ ପ୍ରାୟ ଏକ…
କୋଲକାତା : ପୁଣି ପଶ୍ଚିମବଙ୍ଗରୁ ଆଉ ଜଣଙ୍କ ମୁଣ୍ଡ ନେଲା କରୋନା। ମିଳିଥିବା ସୂଚନା ଅନୁସାରେ କରୋନା ଭାଇରସ୍ ଯୋଗୁଁ ସୋମବାର ଦିନ ଜଣକର ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ୍ ଦୁଇଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବାବେଳେ ରାଜ୍ୟରେ 18ଜଣ ଲୋକେ ସଂକ୍ରମିତ ରହିଛନ୍ତି। ଦେଶରେ ସର୍ବମୋଟ ମୃତ୍ୟୁ ସଂଖ୍ୟା 30କୁ ବୃଦ୍ଧି ପାଇଛି। ପଶ୍ଚିମବଙ୍ଗରେ ଦେଖାଦେଇଥିବା 5ଟି ମାମଲାରେ ଜଣେ 11 ବର୍ଷ ପୁଅ, ଛଅ ବର୍ଷର ଶିଶୁ ଓ 9 ବର୍ଷର ଝିଅଟିଏ ମଧ୍ୟ ସାମିଲ୍ ରହିଛି । ସେହିପରି ରାଜ୍ୟରେ 45 ବର୍ଷୀୟା ଜଣେ ମହିଳାଙ୍କ ସମେତ 27 ବର୍ଷୀୟା ଯୁବତୀ ମଧ୍ୟ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି। ତେବେ ଏମାନେ ଦିଲ୍ଲୀଠାରେ ୟୁକେର ଫେରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଆସି ସଂକ୍ରମିତ ହୋଇଥିଲେ। ସେମାବାର ସକାଳ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 1139 ରହିଥିବାବେଳେ କ୍ରମାଗତ ଭାବେର ଏହା ବୃଦ୍ଧି ପାଉଛି। ଆଜି ମଧ୍ୟପ୍ରଦେଶରୁ 8ଟି ନୂତନ…
ନୂଆଦିଲ୍ଲୀ : ସାରା ବିଶ୍ବରେ ମୃତ୍ୟୁର ତାଣ୍ଡବ ରଚୁଥିବା କରୋନା ଭାରତରେ ମଧ୍ୟ ବ୍ୟାପିବାରେ ଲାଗିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 1000 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 27ରେ ପହଞ୍ଚିଛି । ଦେଶର 27ଟି ରାଜ୍ୟରେ ଏହି କରୋନା ବ୍ୟାପିସାରିଥିବାବେଳେ ସର୍ବାଧିକ ମହାରାଷ୍ଟ୍ର ଓ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛନ୍ତି । ଏହି ରୋଗରୁ 90 ଜଣ ସୁସ୍ଥ ହୋଇଥିବାବେଳେ ମହାରାଷ୍ଟ୍ରର ଓ କେରଳରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଶହ ଟପି ସାରିଛି । ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ସାତ ଜଣ ମୃତ୍ୟୁବରଣ କରିଥିବାବେଳେ ଗୁଜୁରାଟରେ ପାଞ୍ଚ, କର୍ଣ୍ଣାଟକରେ ତିନି, ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ଦୁଇ ଦୁଇ ଜଣ, କେରଳ, ତେଲେଙ୍ଗାନା, ତାମିଲନାଡୁ, ଜମ୍ମୁ-କାଶ୍ମୀର, ପଞ୍ଜାବ, ପଶ୍ଚିମବଙ୍ଗ, ବିହାର ଓ ହିମାଚଳ ପ୍ରଦେଶରେ ଜଣେ ଜଣେ ମୃତ୍ୟୁବରଣ କରିଛନ୍ତି । ସେହିପରି ମହାରାଷ୍ଟ୍ରରେ 25 ଜଣ ରୋଗୀ ସୁସ୍ଥ ହୋଇଥିବାବେଳେ କେରଳେ 16, ଉତ୍ତରପ୍ରଦେଶରେ 11, ହରିୟାଣାରେ 17, କର୍ଣ୍ଣାଟକରେ 5,…
ଜାପାନ : ଜାପାନର ଲୋକପ୍ରିୟ ହାସ୍ୟକଳାକାର କେନ ଶିମୁରାଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି । 70 ଦଶକରୁ କ୍ୟାରିଅର୍ ଆରମ୍ଭ କରିଥିବା ଶିମୁରା 70 ବର୍ଷ ବୟସରେ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି । ଶିମୁରା ଦେଶର ଜଣେ ଲୋକପ୍ରିୟ ହାସ୍ୟକଳାକାର ଭାବେ ପରିଚିତ ହାସଲ କରିଥିଲେ । ପ୍ରଥମ ଜାପାନୀ ସେଲିବ୍ରିଟି ଭାବରେ ଶିମୁରାଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଶିମୁରାଙ୍କ ଅସଲ ନାମ ନାମାସୁନୋରୀ ଶିମୁରା ଥିବାବେଳେ ସେ ଶିମୁରା ନାମରେ ବେଶ୍ ପରିଚିତ । ସେ ବହୁ ଲୋକପ୍ରିୟ ଟିଭି ଶୋ’ରେ ମଧ୍ୟ ନଜର ଆସିଛନ୍ତି । କରୋନା ଭାଇରସ୍ ଏବେ ସାରା ବିଶ୍ବରେ ତାଣ୍ଡବ ରଚୁଥିବାବଳେ ଏହି ରୋଗରେ ସାତ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ସେହିପରି ଏହି ରୋଗରେ ତିରିଶ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । (ଏଜେନ୍ସି)
କେଦାର ମିଶ୍ର ଆମର ମଧ୍ୟବିତ୍ତମାନେ ଭାବନ୍ତି, ସେମାନେ ଇ ଦେଶ। ସେମାନେ ଆୟକର ଦେଇ ସରକାର ଚଳାଉଛନ୍ତି, ତେଣୁ ସରକାର ସେମାନଙ୍କର ବଶଂବଦ। ସରକାର ସେମାନଙ୍କୁ ଯେତିକି ଚାବୁକ ମାରେ ସରକାରକୁ ସେମାନେ ସେତେ ବେଶୀ ଭଲ ପାଆନ୍ତି। ଇଂରାଜୀରେ ଏହାକୁ କହନ୍ତି Masochist citizenry ବା ପୀଡାପ୍ରେମୀ ନାଗରିକତ୍ଵ। ନାଗରିକତାରେ ଭକ୍ତି ଓ ସମର୍ପଣର ଭାବନା ମିଶେଇଦେଲେ ଏ ପ୍ରକାର ଭାବନା ସୃଷ୍ଟି ହୁଏ। ଭାରତୀୟ ସମ୍ବିଧାନ ଆମକୁ ଯେଉଁ ନାଗରିକତାର କଥା କହେ ତାହା ସକ୍ରିୟ ନାଗରିକତା (proactive citizenry)। ନାଗରିକର ଅଧିକାର ସାମାନ୍ୟ କ୍ଷୁଣ୍ଣ ହେଲେ ତାକୁ ବରଦାସ୍ତ ନକରିବା ନାଗରିକର ପ୍ରଥମ ମୌଳିକ କର୍ତ୍ତବ୍ୟ। ହେଲେ ନାଗରିକଙ୍କୁ ପ୍ରଜା ଓ ଭକ୍ତ ବନାଉଥିବା ଶାସକ ଲୋକଙ୍କ ପାଖରେ ସମ୍ବିଧାନକୁ ପହଞ୍ଚାଇବାର ସୁଯୋଗ ଦିଏନାହିଁ। ଆଜି ଯେତେବେଳେ ଦେଶ ଏକ ଭୟଙ୍କର ବିପଦର ସାମ୍ନା କରୁଛି, ସେତେବେଳେ ଆମେ ସକ୍ରିୟ ନାଗରିକ ହେବା ନା ସମର୍ପିତ ଭକ୍ତ…
ୱାସିଂଟନ୍, ଏଣିକି କରୋନା ଭାଇରସକୁ ଭୟ କରିବାର କିଛି ନାହିଁ, ଖୁବ ଶିଘ୍ର ବଜାରକୁ ଆସିବ କୋଭିଡ-19 ନିରାକଣ ଔଷଧ। ଏହା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ରବିବାର ରାତିରେ ଟ୍ରମ୍ପ ହ୍ବାଇଟ ହାଉସରେ ସମ୍ବୋଧିତ କରି ଏହି ତଥ୍ୟ ପ୍ରଦାନ କରିଛନ୍ତି। ଏହି ରୋଗ ଆସିବା ପରେ ଆମେରିକା ତା ପଛରେ କାମ ଆରମ୍ଭ କରିଦେଇଛି। ତାହା ଶେଷ ପର୍ଯ୍ୟାୟରେ ପହଁଚିଛି।ଆଉ କିଛିଦିନ ଅପେକ୍ଷା ପରେ ଏହା ଉପଲବ୍ଧ ହେବ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, କରୋନା ରୋଗୀଙ୍କୁ ମ୍ୟାଲେରିଆ ଔଷଧ ପ୍ରୟୋଗ କରିବା ପରେ ତାହା ବେଶ୍ ଫଳପ୍ରଦ ହୋଇ ପାରିଛି। ସେସବୁକୁ ଆଧାର କରି ବର୍ତ୍ତମାନ ସ୍ବତନ୍ତ୍ର ଭାବେ ଏହି କୋବିଡ-19 ନିରାକରଣ ଔଷଧ ପ୍ରସ୍ତୁତି ଚାଲିଛି। ଏହି ସମ୍ମିଳନୀରେ ଟ୍ରମ୍ପ ମଧ୍ୟ କହିଛନ୍ତି ଯେ, ୱାସିଂଟନରେ ପ୍ରାୟ ଏକ ହଜାର କରୋନା ରୋଗୀଙ୍କୁ ମ୍ୟାଲେରିଆ ପାଇଁ ଦିଆଯାଉଥିବା କ୍ଲୋରକ୍ୟୁଇନ ବଟିକା…
ଭୁବନେଶ୍ୱର: ଆଜି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ବସିବ। ଏହି ଅଧିବେଶନ ବ୍ୟୟମଂଜୁରୀ ବିଲ୍ ପାରିତ ପାଇଁ ବିଧାନସଭା ଅଧିବେଶନ ବସିବ। ଅଧିବେଶନ ପୂର୍ବରୁ କନ୍ଭେନସନ୍ ହଲ୍କୁ ବିଏମ୍ସି ତରଫରୁ ବିଶୋଧନ କରାଯାଇଛି ।ବିଏମସିର ସ୍ୱାସ୍ଥ୍ୟ ବିଭାଗର ଟିମ୍ ଏବଂ ଅଗ୍ନିଶମ ସେବା ସଂସ୍ଥା ଏହାକୁ ବିଶୋଧନ କରିଛନ୍ତି। ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବାରୁ ବିଧାନସଭା ବଦଳରେ ଏବେ ଲୋକସେବା ଭବନର କନଭେନସନ୍ ସେଣ୍ଟରରେ ଅଧିବେଶନ ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି ଏହି କନଭେନସନ ହଲ୍ରେ ୨ ମଧ୍ୟ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯାଇଛି । ଏହି ହଲ୍ରେ ଦୁଇ ମିଟର ଅନ୍ତରରେ ବିଧାୟକ ବସିବେ ବୋଲି ନିଷ୍ପତ୍ତି ନିଆଯାଇଛି । ରାସ୍ତାରେ କୌଣସି ବିଧାୟକଙ୍କୁ ନ ଅଟକାଇବାକୁ ଜିଲ୍ଲାପାଳ, ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ନୂଆଦିଲ୍ଲୀ : ଚୀନରୁ ବୁହାନ ସହରରୁ ବ୍ୟାପିଥିବା କରୋନା ଏବେ ଦେଶର 199ଟି ଦେଶରେ ବ୍ୟାପି ସାରିଛି। ଦେଶର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ଏକଲକ୍ଷ 42 ହଜାରରୁ ଅଧିକ ହୋଇଥିବାବେଳେ ଏହି ମହାମାରୀରେ ମୃତ୍ୟୁବରଣ କଲେଣି ଦୁଇ ହଜାରରୁ ଅଧିକ ଲୋକେ। ସେହିପରି ଇଟାଲୀ ଓ ସ୍ପେନ୍ରେ ମଧ୍ୟ ଉଦ୍ବେଗଜନକ ସ୍ଥିତି ରହିଛି । ବିଶ୍ବରେ ସର୍ବାଧିକ ମୃତ୍ୟୁ ଇଟାଲୀରେ ହୋଇଥିବାବେଳେ ଏହା ପଛକୁ ରହିଛି ସ୍ପେନ୍। ଇଟାଲୀରେ ସର୍ବମୋଟ୍ ମୃତ୍ୟୁ ସଂଖ୍ୟା ଦଶହଜାର ଡେଇଁ ସାରିଲାଣି । ଅପରପକ୍ଷରେ ଅନ୍ୟାନ୍ୟ ରାଷ୍ଟ୍ର ଜର୍ମାନ, ଇରାନରେ ମଧ୍ୟ କାୟା ମେଲୁଛି କରୋନା । ସେହିପରି ଭାରତରେ ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 27ରେ ପହଞ୍ଚିଲାଣି । ତେବେ ସାରା ବିଶ୍ବରେ ଏହି ରୋଗରୁ ସୁସ୍ଥ ହୋଇଛନ୍ତି ପ୍ରାୟ ଦେଢ ଲକ୍ଷରୁ ଅଧିକ ଲୋକେ । ଚୀନ୍ରେ ଏବେ କରୋନାର ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବାବେଳେ ଅନ୍ୟାନ୍ୟ…
ନୂଆଦିଲ୍ଲୀ, କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫଓ ଅନ୍ତର୍ଭୁକ୍ତ ସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ୧୯୫୨ର ସଂଶୋଧନ କରାଯାଇଛି। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏ ସଂପର୍କରେ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ସାମ୍ପ୍ରତିକ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଇପିଏଫଓ କର୍ମଚାରୀଙ୍କୁ ନିଜ ଭବିଷ୍ୟ ପାଣ୍ଠିରୁ ଅଣ ପରିଶୋଧଯୋଗ୍ୟ ଅଗ୍ରୀମ (ନନ ରିଫଣ୍ଡେବଲ ଆଡଭାନ୍ସ) ଉଠାଣର ସୁଯୋଗ ଦେବାପାଇଁ ଏହି ବ୍ୟବସ୍ଥା କରାଯାଇଛି। ବିଜ୍ଞପ୍ତି ଅନୁସାରେ ଇପିଏଫ୍ଓ ସଦସ୍ୟ ନିଜ ଭବିଷ୍ୟନିଧି ପାଣ୍ଠିରୁ ଏକକାଳୀନ ତିନିମାସର ବେତନ ଉଠାଇପାରିବେ। ଏଥିରେ ମୂଳ ଦରମା ଓ ମହଙ୍ଗା ଭତାକୁ କେବଳ ହିସାବକୁ ନିଆଯିବ। ଏହାଛଡ଼ା ପାଣ୍ଠିର ସଦସ୍ୟ ଚାହିଁଲେ ନିଜ ଖାତାରେ ଜମାଥିବା ବ୍ୟକ୍ତିଗତ ରାଶିର ସର୍ବାଧିକ ୭୫ ଶତକଡା ଉଠାଇପାରିବେ। ଏହି ଦୁଇଟି ଉଠାଣ ଗୁଡ଼ିକରୁ ମାତ୍ର ଗୋଟିଏ ବିକଳ୍ପ ଇପିଏଓଫ ସଦସ୍ୟ ପାଇବେ ଏବଂ ସେଥିପାଇଁ ସେମାନଙ୍କୁ ପରବର୍ତୀ ସମୟରେ ସୁଝିବାକୁ ପଡ଼ିବ ନାହିଁ।…
ମାନବ ସମାଜ ଉପରେ କରୋନା ସଂକ୍ରମଣ ଗଭୀର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ମନସ୍ତାତ୍ଵକି ପ୍ରଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧିନସ୍ଥ ‘ନ୍ୟାସନାଲ ବୁକ ଟ୍ରଷ୍ଟ’ ‘କରୋନା ଷ୍ଟଡି ସିରିଜ’ ନାମରେ ପୁସ୍ତକ ପ୍ରସ୍ତୁତ କରିବ। କରୋନା ସଂକ୍ରମଣ ପରବର୍ତ୍ତି କାଳରେ ଏହି ପୁସ୍ତକ ବିଭିିନ୍ନ ବୟସ ପାଠକମାନଙ୍କ ଲାଗି ଅତ୍ୟନ୍ତ ଉପାଦେୟ ରହିବ। ଆମେ ଆଶା କରୁଛୁ ଏହି ଜାତୀୟ ବିପର୍ଯ୍ୟୟ ବିଷୟରେ ବିସ୍ତୁତ ତଥ୍ୟ ସମ୍ବଳିତ ପୁସ୍ତକ ବିଭିନ୍ନ କ୍ଷେତ୍ରର ପାଠକ, ଅଧିକାରୀ,ଗବେଷକମାନଙ୍କ ପାଇଁ ଅତି ଉପାଦେୟ ରହିବ ବୋଲି ନ୍ୟାସନାଲ ବୁକ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଫେସର ଗୋବିନ୍ଦ ପ୍ରସାଦ ଶର୍ମା କହଛିନ୍ତି। ଏଥିପାଇଁ ଟ୍ରଷ୍ଟ କରୋନା ସମ୍ପର୍କିତ ସମସ୍ତ ଘଟଣା ଉପରେ ବିଶେଷ ଦୃଷ୍ଟି ରଖାଯାଇଛି। ସେହିପରି ସରକାରଙ୍କ ବିଭିନ୍ନ ବିଭାଗ ତରଫରୁ କରୋନାକୁ ପ୍ରତିହତ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ମଧ୍ୟ ତଥ୍ୟ ରଖାଯାଉଛି ବୋଲି ଶର୍ମା କହିଛନ୍ତି।…
ନୂଆଦିଲ୍ଲୀ, ଲକଡାଉନ ସମୟରେ ବାହାର ରାଜ୍ୟରୁ ଆସି ଅନ୍ୟ ରାଜ୍ୟରେ କାମ କରୁଥିବା ଶ୍ରମିକମାନଙ୍କୁ ସେମାନଙ୍କ କାର୍ଯ୍ୟସ୍ଥଳୀରେ ରହିବା ଓ ଖାଇବାର ବ୍ୟବସ୍ଥା କର। ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ଏଥିସହିତ ଯେଉଁ ଘରମାଲିକ ଭଡାଟିଆଙ୍କୁ ବାହାର କରିବାକୁ କହୁଛି ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠନ ନିଅ। କ୍ୟାବିନେଟ ସଚିବ ଭିଡିଓ କନଫ୍ରେନସି ଜରିଆରେ ବିଭିନ୍ନ ଅଧିକାରୀଙ୍କ ସହିତ ପରିସ୍ଥିତି ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରମିକମାନଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ଏସଡିଆରଏଫରୁ ଅର୍ଥ ବ୍ୟୟ ଆଦେଶ ଜାରୀ କରିଛନ୍ତି । ଏହି ପାଣ୍ଠିରେ ରାଜ୍ୟ ସରକାରମାନଙ୍କ ମଧ୍ୟ ଯଥେଷ୍ଟ ଅର୍ଥ ମହଜୁଦ ଅଛି। ଲକଡାଉନ କାଳରେ କୌଣସି କାଂଟଛାଂଟ ନକରି ବାହାର ରାଜ୍ୟର ଶ୍ରମିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ଅର୍ଥ ପ୍ରଦାନ କରିବାକୁ କ୍ୟାବିନେଟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ସେମାନଙ୍କ ଠାରୁ ଘର ଭଡା ଦାବି ନକରିବାକୁ ମଧ୍ୟ କୁହାଯାଇଛି । ଶ୍ରମିକ…
ଭୁବନେଶ୍ୱର : ମହାମାରୀ କରୋନାର ମୁକାବିଲା କରିବା ପାଇଁ ଦେଶର ପ୍ରଥମ ଓ ସର୍ବବୃହତ କୋଭିଡ 19 ହସ୍ପିଟାଲ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ସମ ହସ୍ପିଟାଲ ପକ୍ଷରୁ ସ୍ଥାପନ କରାଯାଉଛି। ଏ ନେଇ ରବିବାର ଏହି ନୂତନ ହସ୍ପିଟାଲର ସ୍ଥାପନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି 5ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ, ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ କୃଷି ବିଭାଗର ପ୍ରମୁଖ ସଚିବ ଶ୍ରୀ ସୌରଭ ଗର୍ଗ । ସୋଆର କ୍ୟାମ୍ପସ 2 ର କନଭେନସନ ସେଣ୍ଟରରେ ଆସନ୍ତା 15 ଦିନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଏହି ନୂତନ କୋଭିଡ 19 ହସ୍ପିଟାଲ ପରିଦର୍ଶନ କରିବା ସହ ଭିତ୍ତିଭୂମି ପରଖି ଥିଲେ ରାଜ୍ୟ ସରକାରଙ୍କ ଏହି ବରିଷ୍ଠ ଅଧିକାରୀ ମାନେ। ମୁଖ୍ୟତଃ ସୋଆ ତରଫରୁ ଉଚ୍ଚମାନର ବେଡ୍ ସହିତ ଅତ୍ୟାଧୁନିକ ଉପକରଣ ଦେଖି ଏହି ତଦାରଖ ଟିମ ବେଶ୍ ଖୁସି…
କୋଲକାତା, ଚାରିଆଡେ ଲକ ଡାଉନ ଥିବା ବେଳେ କୋଲକାତାର ଜଣେ ବୃଦ୍ଧା ଘର ପାଇଁ କିଛି ଅତ୍ୟାବଶ୍ୟକ ଜିନିଷ କିଣି ଘରକୁ ଯାଉଛନ୍ତି। ଠିକରେ ଚାଲି ପାରୁ ନ ଥିଲେ ମଧ୍ୟ ମୁଣ୍ଡରେ ବ୍ୟାଗ ଧରି ପରିବାର ସୁରକ୍ଷିତ ରହିବା ପାଇଁ ସେ ନେଇଛନ୍ତି ଏହି ପଦକ୍ଷେପ।
ପାଟନା, ବିହାରରେ ଲକଡାଉନ ଯୋଗୁଁ ଅସୁବିଧାରେ ଥିବା ଲୋକଙ୍କୁ ଅତ୍ୟାବଶ୍ୟକ ଜିନିଷ ପ୍ରଦାନ ପାଇଁ ଚାଲିଛି ପ୍ରସ୍ତୁତି। କରେନା ଭାଇରସକୁ ମୁକାବିଲା କରିବା ପାଇଁ ଓଡିଶା ପରି ବିହାର ରାଜ୍ୟ ମଧ୍ୟ ବେଶ୍ ତତ୍ପର ହୋଇଉଠିଛି।
ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମନ୍ କି ବାତ୍ ରେ ସାରା ଦେଶରେ ଥିବା ଲକଡାଉନ ସଂପର୍କରେ ଉଲ୍ଲେଖ କରିଛନ୍ତି। ଏଥିପାଇଁ ଦେଶବାସୀ ମୋତେ କ୍ଷମା କରନ୍ତୁ ବୋଲି ମୋଦୀ କହିଛନ୍ତି। ଆଜିର ମନ୍ କି ବାତରେ ମୋଦୀ ଯାହା କହିଥିଲେ ସେଥିରୁ କିଛି ଅଂଶ ହେଲା… ମୋର ପ୍ରିୟ ଦେଶବାସୀଗଣ, ସାଧାରଣତଃ ‘ମନ କି ବାତ୍’ରେ ମୁଁ ଅନେକ ପ୍ରସଙ୍ଗ ନେଇ ଆସିଥାଏ। କିନ୍ତୁ ଆଜି, ଦେଶ ଏବଂ ବିଶ୍ୱରେ ସମସ୍ତଙ୍କ ମନରେ ରହିଛି ଗୋଟିଏ ମାତ୍ର କଥା – ତାହାହେଲା – ‘ବିଶ୍ୱ ମହାମାରୀ କରୋନା’ ଦ୍ୱାରା ସୃଷ୍ଟି ହୋଇଥିବା ଭୟଙ୍କର ସଙ୍କଟ। ଏଭଳି ସମୟରେ ମୋର ଅନ୍ୟକିଛି କଥା କହିବା ଉଚିତ ହେବ ନାହିଁ। କିନ୍ତୁ ସର୍ବପ୍ରଥମେ ମୁଁ ମୋର ସବୁ ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି। ଆଜି ମୋର ଆତ୍ମା କହୁଛି ଯେ ଆପଣମାନେ ମୋତେ ନିଶ୍ଚୟ କ୍ଷମା କରିଦେବେ, କାରଣ…