ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପିଏମ କେୟାର୍ସ ପାଣ୍ଠିକୁ ସ୍ଵେଚ୍ଛାକୃତ ଭାବେ ଗୋଟିଏ ଦିନର ଦରମା ପ୍ରାୟ 2.5 କୋଟି ଟଙ୍କା ପ୍ରଦାନ କରିଛନ୍ତି । ଇପିଏଫଓ ବିଶ୍ଵର ସର୍ବବୃହତ ସାମାଜିକ ସୁରକ୍ଷା ସଂସ୍ଥା । କୋଭିଡ-19 ମହାମାରୀର ମୁକାବିଲାରେ ଏହା ସରକାରଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇଦେଉଛି । ଇପିଏଫଓର ଅଧିକାରୀ ଓ କର୍ମଚାରୀମାନେ ଇପିଏଫ ଉଠାଣ ଦାବି ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ କୋଭିଡ-19 ଦାବିର ପ୍ରୋସେସିଂକୁ ତ୍ୱରାନ୍ୱିତ କରିବା ଲାଗି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । (ଏଜେନ୍ସି)
Author: Samikhsya Bureau
କନ୍ଦର୍ପ ବେହେରା ରେଢାଖୋଲ: ସୁରତରେ ଫସିଥିବା ୨୧ ଜଣ ଶ୍ରମିକ ନିଜ ଜନ୍ମମାଟିକୁ ଫେରିଆସିଥିବା ଖବର ଆମର ହସ୍ତଗତ ହୋଇଛି । ସରକାରୀ ସୂତ୍ରରୁ ପ୍ରକାଶ ଯେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଓ ନାକଟିଦେଉଳ ବ୍ଲକର ୨୧ ଜଣ ଶ୍ରମିକ ଗୁଜୁରାଟର ସୁରତରେ ଶ୍ରମିକ ଭାବରେ କାମ କରୁଥିଲେ । ହେଲେ ଦେଶରେ କୋରନା ମହାମାରୀ ବୃଦ୍ଧିପାଇବାରୁ ସରକାର ଲକ୍ ଡାଉନ୍ ଘୋଷଣା କରିବାରୁ ସେମାନେ ନିଜ ରାଜ୍ୟକୁ ଫେରିପାରି ନ ଥିଲେ । ଯା ଫଳରେ ଶ୍ରମିକ ମାନେ ସରକାରଙ୍କୁ ନିଜ ଜନ୍ମ ମାଟିକୁ ଫେରିଯିବାକୁ ଅପିଲ କରିଥିଲେ । ଆଜି ସକାଳେ ରେଢାଖୋଲ ବ୍ଲକର ୪ ଜଣ ଶ୍ରମିକ ବସ୍ ମାଧ୍ୟମରେ ରେଢାଖୋଲ କୁ ଫେରି ଆସିଛନ୍ତି । ରେଢାଖୋଲ ବ୍ଲକର ବଡବାହାଳ ଅସ୍ଥାୟୀ ସ୍ୱାସ୍ଥ୍ୟ ଗୃହରେ ସେମାନେ ରହିବା ପାଇଁ ସବୁପ୍ରକାର ବନ୍ଦୋବସ୍ତ କରାଯାଇଥିବା ରେଢାଖୋଲ ବିଡିଓ ପରୀକ୍ଷିତ ସାହୁ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି…
ରଞ୍ଜିତ ପଣ୍ଡା କୁଜଙ୍ଗ: ଇଣ୍ଡିଆନ କୋଷ୍ଟଗାର୍ଡ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦାନ କରାଯାଇଛି। ଦୁଇ ଘଣ୍ଟା ପର୍ଯ୍ୟନ୍ତ କୋଷ୍ଟଗାର୍ଡର ସମସ୍ତ ଜାହାଜକୁ ଆଲୋକିତ କରାଯିବା ସହିତ ରଙ୍ଗୀନ ଲାଇଟ ଫାୟାର କରାଯାଇଛି। ଓଡିଶା ସମୁଦ୍ରରେ ନିୟୋଜିତ ଥିବା କୋଷ୍ଟଗାର୍ଡର ତିନୋଟି ଜାହାଜ ଆଇଏନଏସ ସୁଜୟା, ଆଇଏନଏସ ବିଜୟା ଓ ଆଇଏନଏସ ବରୋଦା ଏହି ତୋପ ସଲାମୀରେ ସାମିଲ ହୋଇଛନ୍ତି। ଆଇଏନଏସ ସୁଜୟା ପାରାଦ୍ବୀପ ବେଳାଭୂମି ନିକଟ ସମୁଦ୍ରରେ ରଙ୍ଗୀନ ତୋପ ସଲାମୀ ଦେଇଥିବା ବେଳେ ଆଇଏନଏସ ବିଜୟା ପୁରୀ ସମୁଦ୍ର ଓ ଆଇଏନଏସ ବରୋଦା ହଳଦିଆ ବନ୍ଦର ନିକଟରେ ଥାଇ ତୋପ ସଲାମୀରେ ସାମିଲ ହୋଇଛନ୍ତି। ତୋପ ସଲାମୀ ସମୟରେ କୋଷ୍ଟର୍ଗାଡର ଅଫିସର ମାନେ ତାଳି ମାରି କରୋନା ଭାଇରସ୍ ବିପକ୍ଷରେ ଲଢୁଥିବା ସମସ୍ତ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇଥିଲେ।
ଭୁବନେଶ୍ବର : ରାଜ୍ୟ ପାଇଁ ଅଶ୍ବସ୍ତିକର ଖବର ଆସିଛି । ରାଜ୍ୟରେ ଆଉ ଚାରି କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଭଦ୍ରକରୁ ତିନି ଜଣ ସୁସ୍ଥ ହୋଇଥିବାବେଳେ ବାଲେଶ୍ବରରୁ ଜଣେ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ କରୋନା ସୁସ୍ଥଙ୍କ ସଂଖ୍ୟା 60କୁ ବୃଦ୍ଧି ହୋଇଛି। ରାଜ୍ୟରେ ସର୍ବମୋଟ 162 କେସ୍ ରହିଥିବାବେଳେ ଏବେ 101ଟି ଆକ୍ଟିଭ୍ କେଶ୍ ରହିଛି । ରାଜ୍ୟରେ କରୋନା ଜନିତ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଭଦ୍ରକରେ ମୋଟ୍ 19 ଜଣ ସଂକ୍ରମିତ ରହିଥିବାବେଳେ ସୁସ୍ଥ ସଂଖ୍ୟା 12ରେ ପହଞ୍ଚିଛି । ସେହିପରି ବାଲେଶ୍ବରରୁ 21 ଜଣ ସଂକ୍ରମିତ ଥିବାବେଳେ ସୁସ୍ଥଙ୍କ ସଂଖ୍ୟା 4ରେ ପହଞ୍ଚିଛି । ଭଦ୍ରକ ଓ ବାଲେଶ୍ବର ରେଡ୍ ଜୋନରେ ଥିବାବେଳେ ଏହି ଦୁଇ ଜିଲ୍ଲାରୁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସହ ଯୁଦ୍ଧ କରୁଥିବା ଡାକ୍ତରମାନେ ଲଗାତାର ଭାବରେ ସଂକ୍ରମିତ ହେବାର ଖବର ସାମ୍ନାକୁ ଆସୁଛି । ହିନ୍ଦୁ ରାଓ୍ବ ହସ୍ପିଟାଲର ଆଉ ତିନି ଡାକ୍ତର କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ସେହିପରି କସ୍ତୁରବା ଗାନ୍ଧି ହସ୍ପିଟାଲରେ ମଧ୍ୟ ତିନି ଜଣ ଡାକ୍ତର କରୋନା ପଜିଟିଭ୍ ରହିଥିବାର ସୂଚନା ରହିଛି । ଡାକ୍ତରଙ୍କ ସମେତ ଜଣେ ମିଡିଆ କର୍ମୀ, ଜଣେ ଓପିଡିର ରୋଗ ଓ ଆଉ ଜଣେ ବ୍ୟକ୍ତିଠାରେ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ପୂର୍ବରୁ ହିନ୍ଦୁ ରାଓ୍ବ ହସ୍ପିଟାଲର ଜଣେ ନର୍ସଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ନର୍ସଙ୍କ ସମ୍ପର୍କରେ 78 ଜଣ ଆସିଥିଲେ । ଏଥିରୁ 67 ଜଣଙ୍କ ସାମ୍ପଲ୍ ପରୀକ୍ଷା କରାଯାଇଥିଲା। ଏଥିରୁ 65ଟି ରିପୋର୍ଟ ନେଗେଟିଭ୍ ଆସିଥିବାବେଳେ ଦୁଇଟି ପଜିଟିଭ୍ ଆସିଥିଲା । ଏହି ଦୁଇ ପଜିଟିଭଙ୍କ ମଧ୍ୟରେ ଜଣେ ନର୍ସ…
ଭୁବନେଶ୍ବର : ଲକ୍ ଡାଉନ୍ କଟକଣା ନେଇ କେନ୍ଦ୍ରର ଆଧାରରେ ରାଜ୍ୟ ସରକାର ଗାଇଡ୍ ଲାଇନ ଜାରି କରିଛନ୍ତି । ରେଡ୍ ଜୋନ୍ରେ ମଲ୍, ମାର୍କେଟ୍, କମ୍ପ୍ଲେକ୍ସ ଓ ସହରାଞ୍ଚଳରେ ବଜାର ବନ୍ଦ ରହିବ । ସାଇକେଲ୍ ରିକ୍ସା ଓ ଅଟୋ ରିକ୍ସା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । କିଛି କଟକଣା ସହ ଟ୍ୟାକ୍ସି ଓ କ୍ୟାବ୍ ଚାଲିପାରିବ। ତେବେ ଗ୍ରାମାଞ୍ଚଳ ହୋଇଥିଲେ ସମସ୍ତ ପ୍ରକାର ଶିଳ୍ପ କାର୍ଯ୍ୟ ଚାଲିପାରିବ। ସହରାଞ୍ଚଳରେ ଯେଉଁଠାରେ ଶ୍ରମିକ ଉପଲବ୍ଧ ଥିବା ସେଠାରେ ନିର୍ମାଣ କାମ ଲାଗି ଅନୁମତି ଦିଆଯାଇଛି। ତେବେ ଗ୍ରାମାଞ୍ଚଳରେ ନିର୍ମାଣ କାମ ଚାଲିପାରିବ ମାର୍କେଟ କପ୍ଲେକ୍ସ ଥିବା ଅତ୍ୟାବଶକୀୟ ଜିନିଷ ବିକ୍ରେତା ଦୋକାନ ଖୋଲିପାରିବେ। ସେହିପରି ଗୋଟି ଗୋଟିକା ଦୋକାନଗୁଡିକ ବି ଖୋଲାଯାଇପାରିବ। ଗ୍ରାମାଞ୍ଚଳରେ ମଲକୁ ଛାଡି ଅନ୍ୟ ଦେକାନ ଖୋଲା ରହିବ। ଅତ୍ୟାବଶ୍ୟକ ସାମଗ୍ରୀର ଇ-କମର୍ସକୁ ଅନୁମତି ଦିଆଯାଇଛି। ଘରୋଇ ସଂସ୍ଥାଗୁଡିକରେ 33 ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ…
ଭୁବନେଶ୍ବର : ଲକଡାଉନ୍ କଟକଣା ନେଇ କେନ୍ଦ୍ରର ଆଧାରରେ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିବା ସହିତ ବିଭିନ୍ନ ଜୋନ୍ରେ ଜିଲ୍ଲାଗୁଡିକୁ ବର୍ଗୀକରଣ କରିଛନ୍ତି ରାଜ୍ୟ ସରକାର । ରାଜଧାନୀ ଭୁବନେଶ୍ବର ରେଡ୍ ଜୋନରେ ରହିଛି । ସେହିପରି ରେଡ୍ ଜୋନ୍ରେ ରହିଛି ଭଦ୍ରକ, ବାଲେଶ୍ବର, ଯାଜପୁର ଓ ଭୁବନେଶ୍ବର ପୌର ନିଗମ । ଭୁବନେଶ୍ବର ପୌର ନିଗମକୁ ଛାଡି ସମଗ୍ର ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ ଜୋନ୍ରେ ରହିଛି । ସେହିପରି ଅରେଞ୍ଜ ଜୋନ୍ରେ ରହିଛି ସୁନ୍ଦରଗଡ, କେନ୍ଦ୍ରାପଡା, କୋରାପୁଟ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡା, ବଲାଙ୍ଗିର, ଢେଙ୍କାନାଳ, କଳାହାଣ୍ଡି, ଗଞ୍ଜାମ । ଅବଶିଷ୍ଟ 16ଟି ଜିଲ୍ଲା ଗ୍ରୀନ୍ ଜୋନ୍ରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଗ୍ରୀନ୍ ଜୋନରେ ରହିଛି – ଅନୁଗୁଳ, ବରଗଡ, ବୌଦ୍ଧ, ସମ୍ବଲପୁର, ଗଜପତି, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ, ନୂଆପଡା, ରାୟଗଡା, ସୋନପୁର, କଟକ, ପୁରୀ ।
ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି 40 ବିଏସ୍ଏଫ୍ ଯବାନ । ରବିବାର 40 ଜଣ ବିଏସ୍ଏଫ୍ ଯବାନ ପଜିଟିଭ୍ ସାବ୍ୟସ୍ତ ହେବା ସହିତ ସମୁଦାୟ ଆକ୍ରାନ୍ତ ବିଏସ୍ଏଫ୍ ଯବାନଙ୍କ ସଂଖ୍ୟା 42ରେ ପହଞ୍ଚିଛି । ବିଏସ୍ଏଫ୍ର 126 ବାଟାଲିୟନ୍ର ଏହି ଯବାନ ମାନେ ଜାମା ମସ୍ଜିଦ୍ ଅଞ୍ଚଳରେ ନିୟୋଜିତ ଥିଲେ । ସମୁଦାୟ 94 ଜଣଙ୍କ ମଧ୍ୟରୁ 31 ଜଣ ଆକ୍ରାନ୍ତ ହୋଇଥିବା ବେଳେ ଅନ୍ୟମାନଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯାଇଛି । 126 ବାଟାଲିୟନ୍ ବ୍ୟତିତ 178 ବାଟାଲିୟନ୍ର କିଛି ଯବାନ ମଧ୍ୟ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଜି ସକାଳୁ ଜଣେ ସିଆରପିଏଫ୍ ଡ୍ରାଇଭର୍ ପଜିଟିଭ୍ ସାବ୍ୟସ୍ତ ହେବା ପରେ ଦିଲ୍ଲୀ ସ୍ଥିତ ସିଆରପିଏଫ୍ ମୁଖ୍ୟାଳୟକୁ ସିଲ୍ କରିଦିଆଯାଇଛି ।
ଲକ୍ଷ୍ନୌ : ଜମ୍ମୁ କାଶ୍ମୀରର ହଣ୍ଡଓ୍ବାରାରେ ଶହୀଦଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ନିହତ ରାଷ୍ଟ୍ରୀୟ ରାଇଫଲ୍ସ କମାଣ୍ଡର କଲୋନେଲ ଆଶୁତୋଷ ଶର୍ମାଙ୍କ ପାଇଁ ଯୋଗୀ ଏହି ସହୟତା ରାଶି ଘୋଷଣା କରିଛନ୍ତି । ସହକାରୀ ମୁଖ୍ୟ ସଚି ଅବିନାଶ ଅଓ୍ବସ୍ଥି ଏହି ସହାୟତା ସମ୍ପର୍କରେ ଘୋଷଣା କରିବା ସହିତ ଶର୍ମାଙ୍କ ପତ୍ନୀଙ୍କୁ 40 ଲକ୍ଷ ଟଙ୍କା ଏବଂ ପରିବାରକୁ 10 ଲକ୍ଷ ଟଙ୍କା ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରୀୟ ରାଇଫଲ୍ସ କମାଣ୍ଡର କଲୋନେଲ ଆଶୁତୋଷ ଶର୍ମା ବୁଲନ୍ଦସହରର ସ୍ୟାନା ସହରର ବାସିନ୍ଦା ଅଟନ୍ତି । ଏହା ସହିତ ଶହୀଦଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଆଶୁତୋଷ ଶର୍ମାଙ୍କ ସ୍ମୃତିରେ ଏକ ଗୌରବ ଦ୍ବାର ନିର୍ମାଣ କରାଯିବା ନେଇ ମଧ୍ୟ ଯୋଗୀ ଘୋଷଣା କରିଛନ୍ତି । (ଏଜେନ୍ସି)
ମୁମ୍ବାଇ/ମେଲବୋର୍ଣ୍ଣ : ଭାରତୀୟ କ୍ରିକେଟର ମୁରଲୀ ବିଜୟଙ୍କ ଡିନର ପ୍ରସ୍ତାବରେ ରାଜି ହୋଇଛନ୍ତି ଅଷ୍ଟ୍ରେଲୀୟ ମହିଳା କ୍ରିକେଟର ଏଲିସ୍ ପେରୀ । କିଛି ଦିନ ପୂର୍ବରୁ ଏକ ଟ୍ବିଟ୍ଟର ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଏଲିସ୍ ପେରୀଙ୍କ ସହିତ ରାତ୍ରଭୋଜନରେ ଯିବାର ପ୍ରସ୍ତାବ ଦେଇଥିଲେ । ନିକଟରେ ଲକ୍ଡାଉନ୍ ସମୟରେ ସୋନୀ ସ୍ପୋର୍ଟସ୍ ସହିତ ନିଜର ସାକ୍ଷାତକାର ସମୟରେ ପୂର୍ବତନ ଭାରତୀୟ ଓପ୍ନରଙ୍କ ରାତ୍ରଭୋଜନ ଅନୁରୋଧକୁ ଗ୍ରହଣ କରିଛନ୍ତି । ତେବେ ଯଦି ବିଜୟ ବିଲ୍ ପେମେଣ୍ଟ କରନ୍ତି ତେବେ ସେ ଡିନରରେ ଯିବେ ବୋଲି ପେରୀ ସର୍ତ୍ତ ରଖିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅଷ୍ଟ୍ରେଲିଆ ମହିଳା ଦଳ 6ଟି ବିଶ୍ବକପ୍ରେ ବିଜୟୀ ହୋଇଥିବା ବେଳେ ଏଲିସ୍ ପେରୀ 5ଟି ବିଶ୍ବକପ୍ରେ ଅଷ୍ଟ୍ରେଲିଆର ପ୍ରତିନିଧିତ୍ବ କରିଛନ୍ତି । https://twitter.com/i/status/1256546478027350017
ଜୟପୁର : ରାଜସ୍ଥାନର ଜୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ସୀମା ସୁରକ୍ଷା ବଳର ଜନୈକ କନେଷ୍ଟବଳ ନିଜର ଉପରିସ୍ଥ ଅଧିକାରୀଙ୍କୁ ଗୁଳିକରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ଡ୍ୟୁଟିକୁ ନେଇ ନିଜ ଉପରିସ୍ଥ ଅଧିକାରୀଙ୍କ ସହିତ ବଚସା ପରେ ଏପରି କାଣ୍ଡ ଭିଆଇଛନ୍ତି କନେଷ୍ଟବଳ ଶିବ୍ ଚନ୍ଦର । ରବିବାର ଡ୍ୟୁଟିରେ ବିଳମ୍ବରେ ପହଞ୍ଚିବାରୁ ସବ୍ ଇନ୍ସପେକ୍ଟର ଆରପି ସିଂ ଚନ୍ଦରଙ୍କୁ ଗାଳି କରିଥିଲେ । ଏଥିରେ ଉତ୍କ୍ଷିପ୍ତ ଚନ୍ଦର ନିଜ ସରକାରୀ ବନ୍ଧୁକରୁ ଗୁଳି କରି ସିଂଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ ।
ଭୁବନେଶ୍ବର: ବିଶିଷ୍ଟ ସମାଲୋଚକ ଗୋଦାବରୀଶ ମହାପାତ୍ରଙ୍କ ସମ୍ପାଦିତ ନିଆଁଖୁଣ୍ଟା ପତ୍ରିକା ଏବେ ଇଣ୍ଟରନେଟ୍ରେ। ଗୋଟିଏ କ୍ଲିକ୍ରେ ଆପଣ ପାଇପାରିବେ ଏହି ପ୍ରସିଦ୍ଧ ସମାଲୋଚନା ମୂଳକ ପତ୍ରିକାର ପୃଷ୍ଠା। ଭୁବନେଶ୍ୱରର ସୃଜନିକା ନିଆଁଖୁଣ୍ଟାର ସଂଖ୍ୟାଗୁଡ଼ିକୁ ଡିଜିଟାଇଜ୍ କରିଛି। ଏହା ଓଡ଼ିଆ ବିଭବ ୱେବ୍ସାଇଟ୍ (https://odiabibhaba.in)ରେ ଉପଲବ୍ଧ ହେବ। ଏଥିରୁ ଡାଉନ୍ଲୋଡ୍କରି ଯେକୌଣସି ବ୍ୟକ୍ତି ଏହାକୁ ଦେଖି ପାରିବେ। ୧୯୩୮ ମସିହାରେ ଏହି ପତ୍ରିକାର ପ୍ରକାଶନ ଆରମ୍ଭ ହୋଇଥିଲା। ଏହି ପତ୍ରିକାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରାଜ୍ୟରେ ହେଉଥିବା କାମ ବା ଘଟଣାର ଗଠନମୂଳକ ସମାଲୋଚନା କରିବା। ବହୁ କ୍ଷେତ୍ରରେ ରାଜନୀତିର ଭିତିରି କଥାକୁ ବେଶ ରୋଚକ ଢଙ୍ଗରେ ଏହି ପତ୍ରିକାରେ ପ୍ରକାଶ କରାଯାଉଥିଲା। ତେବେ ଏହି ପତ୍ରିକାକୁ ଡିଜିଟାଇଜ୍ କରିବା ପାଇଁ ଗୋଦାବରୀଶ ମହାପାତ୍ରଙ୍କ ପୁଅ ଭବାନୀଶଙ୍କର ମହାପାତ୍ରଙ୍କ ସହଯୋଗ ବିନା ସମ୍ଭବ ହୋଇ ପାରିନଥାନ୍ତା ବୋଲି ସୃଜନିକା ପକ୍ଷରୁ କୁହାଯାଇଛି। ଏବେ ନିଆଁଖୁଣ୍ଟା ବହୁ ସଂଖ୍ୟା ମିଳିପାରି ନାହିଁ। କୌଣସି ବ୍ୟକ୍ତି…
ସଞ୍ଜୟ କୁମାର କର ଖୋର୍ଦ୍ଧା : କୋଚିରୁ ଏକ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ରାଜ୍ୟରେ ପହଞ୍ଚିଛନ୍ତି ପ୍ରବାସୀ ଓଡିଆ । ପ୍ରାୟ 1200 ଓଡିଆଙ୍କୁ ନେଇ କୋଚିର ଆଲୁଭାରୁ ଛାଡିଥିବା ଟ୍ରେନ୍ଟି ରବିବାର ଖୋର୍ଦ୍ଧା ରେଳ ଷ୍ଟେସନରେ ପହଞ୍ଚିଥିଲା । ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ରେ ସମସ୍ତ ପ୍ରବାସୀ ଓଡିଆଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ସମସ୍ତଙ୍କୁ ନିଜ ନିଜ ଜିଲ୍ଲାକୁ ପଠାଯାଇଛି । ବସ୍ ଯୋଗେ ସମସ୍ତ ପ୍ରବାସୀଙ୍କୁ ନିଜ ନିଜ ଜିଲ୍ଲାର କ୍ବାରେଣ୍ଟାଇନ୍ ସେଣ୍ଟରକୁ ପଠାଯାଇଛି । ଏହା ସହିତ ସରକାରଙ୍କ ଏହି ପଦକ୍ଷେପକୁ ପ୍ରବାସୀ ଶ୍ରମିକଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି ।
ହେମାଙ୍ଗ ପ୍ରସାଦ ରାଉଳ ଗଞ୍ଜାମ : ମୋହନା ପୋଲିସ୍କୁ ମିଳିଛି ବଡ ସଫଳତା । ବିଗତ ଦିନରେ ଏକ ମୋବାଇଲ୍ ଦୋକାନରୁ ଚୋରି କରିଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ପୋଲିସ୍ ସକ୍ଷମ ହୋଇଛି । ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମରେ ଗତ 30ତାରିଖରେ ଏକ ମୋବାଇଲ ଦେକାନରୁ ଏବଂ ହାଇସ୍କୁଲରୁ ଚୋରି କରିଥିଲେ । ମୋବାଇଲ୍ ଦୋକାନରେ କଳକାକନା ବୁଲାଇବା ସହିତ ହାଇସ୍କୁଲ ପରିସରରୁ ଏକ କମ୍ପ୍ୟୁଟର ଚୋରି କରି ନେଇଥିଲେ । ଉଭୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ମୋବାଇଲ ଦୋକାନୀ ମୋହନା ଥାନାରେ ଅଭିଯୋଗ କରିଥିଲେ । ସିସିଟିଭି ଫୁଟେଜ୍ ଆଧାରରେ ମୋହନା ପୋଲିସ୍ ଚଢାଉ କରି ଲୁଟେରା ଗ୍ୟାଙ୍ଗକୁ ଗିରଫ କରି ସମସ୍ତ ମୋବାଇଲ ସହିତ କମ୍ପ୍ୟୁଟର ଜବତ କରିଛି । ଆର. ଉଦୟଗିରି ଏସ୍ଡିପିଓ ଅଶୋକ କୁମାର ମହାନ୍ତିଙ୍କ ନେତୃତ୍ବରେ ଏକ ଟିମ୍ ଚଢାଉ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ…
ନୂଆଦିଲ୍ଲୀ : ଦିଲ୍ଲୀ ସିଆରପିଏଫ୍ ମୁଖ୍ୟାଳୟରେ ଜନୈକ ଡ୍ରାଇଭର କରୋନା ପଜିଟିଭ୍ ସାବ୍ୟସ୍ତ ହେବା ପରେ ମୁଖ୍ୟାଳୟକୁ ସିଲ୍ କରି ଦିଆଯାଇଛି । ଗତକାଲି 68 ଯବାନ ସଂକ୍ରମିତ ହୋଇଥିବା ବେଳେ ଆଜି ମୁଖ୍ୟାଳୟର ଜନୈକ ଡ୍ରାଇଭର୍ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି । ଡ୍ରାଇଭର୍ ଜଣକ ସଂକ୍ରମିତ ହେବା ପରେ 40 ଜଣ ସିଆରପିଏଫ୍ ଯବାନ ଏବଂ ଦିଲ୍ଲୀର ସହକାରୀ ଡିଆଇଜିଙ୍କୁ ହୋମ୍ କ୍ବାରେଣ୍ଟାଇନ୍ରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ କେନ୍ଦ୍ରୀୟ ସୁରକ୍ଷା ବଳର ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍ କରିଦିଆଯାଇଛି ।
ପିଣ୍ଟୁ ବିଷୋୟୀ ବେଗୁନିଆପଡା: କ୍ବାରେଣ୍ଟାଇନ୍ ସେଣ୍ଟରରେ ଭଙ୍ଗାରୁଜା କରି ପଳାୟନ କରିଥିବା ପ୍ରବାସୀ ଶ୍ରମିକ ମାନେ ଶେଷରେ କ୍ବାରେଣ୍ଟାଇନ୍ ସେଣ୍ଟରକୁ ଫେରିଛନ୍ତି। ବେଗୁନିଆପଡା ବ୍ଲକର ରାଗପୁର ସ୍ଥିତ ଓଡ଼ିଆ ଆଦର୍ଶ ବିଦ୍ୟାଳୟରେ ୧୮୫ ଜଣ ଏବଂ ଜନତା ହାଇ ସ୍କୁଲରେ ୫୬ ଜଣ ସୁରତ ଫେରନ୍ତା ରହିଥିବା ବେଳେ ଖାଦ୍ୟପାନୀୟ ମିଳୁନଥିବା ଅଭିଯୋଗ କରି ଗେଟ୍ ଡେଇଁ ପଳାୟନ କରିଥିଲେ। ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ୍ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ ଖୋଜିବାର ପ୍ରୟାସ କରାଯାଇଥିବା ବେଳେ ଗ୍ରାମବାସୀଙ୍କ ବିରୋଧ କାରଣରୁ ପ୍ରବାସୀ ଶ୍ରମିକ ମାନେ ଗାଁକୁ ପ୍ରବେଶ କରି ପାରିନଥିଲେ। ଗ୍ରାମବାସୀଙ୍କ ବିରୋଧ ପରେ କିଛି ଶ୍ରମିକ କ୍ବାରେଣ୍ଟାଇନ୍ ସେଣ୍ଟରକୁ ଫେରିଥିବା ବେଳେ ଆହୁରି କିଛି ଶ୍ରମିକ ଏବେବି ବାହାରେ ବୁଲୁଛନ୍ତି। ଉକ୍ତ ପ୍ରବାସୀଙ୍କ ସନ୍ଧାନ ଜାରି ରହିଥିବା ଜଣାପଡିଛି। ତେବେ କ୍ବାରେଣ୍ଟାଇନ୍ରେ ଥିବା ପ୍ରବାସୀମାନଙ୍କ ଏଭଳି ବିଶୃଙ୍ଖଳା ଆଚରଣ କରୋନା ସଂକ୍ରମଣ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି। ରାଜ୍ୟ ସରକାର ଓ ପ୍ରଶାସନ…
ଭୁବନେଶ୍ବର : ବିଭିନ୍ନ ରାଜ୍ୟରୁ ପ୍ରବାସୀ ଶ୍ରମିକ ମାନେ ଫେରୁଥିବା ବେଳେ ଏହାକୁ ନେଇ ବଡ ବୟାନ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ । ଫେରୁଥିବା ପ୍ରବାସୀ ଶ୍ରମିକ ମାନେ ନିୟମର ଉଲ୍ଲଂଘନ କଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରେସ୍ ମିଟ୍ରେ କହିଛନ୍ତି । ଆଜି କିଛି ଶ୍ରମିକ କ୍ବାରେଣ୍ଟାଇନ୍ ସେଣ୍ଟରରେ ଭଙ୍ଗାରୁଜା କରିବା ପରେ ମୁଖ୍ୟ ଶାସନ ସଚିବ ଏହି ମତ ଦେଇଛନ୍ତି । ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ନିକଟରେ ଉପଯୁକ୍ତ ପାସ୍ ନଥିଲେ କିମ୍ବା ଆସୁଥିବା ବସ୍ରେ ସୋସିଆଲ ଡିଷ୍ଟାନ୍ସିଂର ପାଳନ କରାଯାଉନଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବସ୍କୁ ମିଳିଥିବା ରୁଟ୍ ବ୍ୟତିରେକ ଅନ୍ୟାନ୍ୟ ରୁଟ୍ରେ ଗଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରବାସୀ ବିଶୃଙ୍ଖଳିତ ହେଲେ ଜିଲ୍ଲାପାଳ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ବସ୍ରେ ଆବଶ୍ୟକତା…
ଭୁବନେଶ୍ବର : ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । କେନ୍ଦୁଝରରୁ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 162ରେ ପହଞ୍ଚିଛି । କେନ୍ଦୁଝରରୁ ଚିହ୍ନଟ ଏହି ବ୍ୟକ୍ତିଙ୍କ ବୟସ 30 ବର୍ଷ ହୋଇଥିବା ବେଳେ ସେ ହାଟଡିହି ଗ୍ରାମର ଅଟନ୍ତି । ଯୁବକ ଜଣକ କୋଲକାତା ଫରନ୍ତା ହୋଇଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।
ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଏକ ଏନ୍କାଉଣ୍ଟର ଘଟିଛି । ଏହି ଏନ୍କାଉଣ୍ଟର 5 ଜଣ ଯବାନ ଶହୀଦ ହୋଇଥିବା ବେଳେ 2 ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି । ସେହିପରି ଏହି ଏନ୍କାଉଣ୍ଟରରେ ଦୁଇ ଜଣ ଆତଙ୍କୀ ମଧ୍ୟ ନିହତ ହୋଇଛନ୍ତି । ରବିବାର ଦିନ ଜମ୍ମୁ କାଶ୍ମୀରର କୁପଓ୍ବାରା ଜିଲ୍ଲାରେ ଏହି ଏନକାଉଣ୍ଟର ଘଟିଛି । ବିଗତ 20 ଘଣ୍ଟା ଧରି ଏନ୍କାଉଣ୍ଟର ପରେ 5 ଜଣ ଯବାନ ନିହତ ହୋଇଥିବା ନେଇ ଶ୍ରୀନଗରରେ ସେନାର ମୁଖପାତ୍ର ରାଜେଶ କାଲିଆ ସୂଚନା ଦେଇଛନ୍ତି । ଯବାନଙ୍କ ନାମ ପ୍ରକାଶ କରାଯାଇନଥିଲେ ମଧ୍ୟ ରାଷ୍ଟ୍ରୀୟ ରାଇଫଲ୍ସର କମାଣ୍ଡିଙ୍ଗ ଅଫିସର, ରାଜଓ୍ବରର ଜନୈକ ମେଜର, ଜଣେ ଲାନ୍ସ ନାଏକ, ଜଣେ ରାଇଫଲ୍ ମ୍ୟାନ ଏବଂ ଜମ୍ମୁ କାଶ୍ମୀର ଏସ୍ଓଜିର ଜଣେ ଅଫିସର ଶହୀଦ ହୋଇଛନ୍ତି । ହଣ୍ଡଓ୍ବାରାର ଚଞ୍ଜିମୁଲ୍ଲା ଗ୍ରାମରେ ସୁରକ୍ଷା ବଳଙ୍କ ସର୍ଚ୍ଚ ଅପରେସନ୍ ସମୟରେ ଏହି ଏନ୍କାଉଣ୍ଟର…
ଭୀଷ୍ମ ସାହୁ କଳାହାଣ୍ଡି : ନର୍ଲା ଥାନା ଅନ୍ତର୍ଗତ ସାନ୍ତପୁର ପଞ୍ଚାୟତର ବଡ ଚିଚିଙ୍ଗ ଗ୍ରାମରେ ଶନିବାର ଦିନ କୂଅରେ ପଡି ଜଣେ ଯୁବକ ପ୍ରାଣ ହରାଇଛନ୍ତି । ଶନିବାର ୧୧ଟା ସମୟରେ ଉକ୍ତ ଗ୍ରାମର ଗୁଡ଼ ସାହୁଙ୍କ ପୁଅ ପଙ୍କଜ ସାହୁ (୧୯) ପ୍ରତିଦିନ ଭଳି ବିଲରେ ଥିବା କୂଅକୁ ଗାଧେଇବାକୁ ଯାଇଥିଲେ । ମାତ୍ର ଘରକୁ ଫେରିବା ବିଳମ୍ବ ହେବାରୁ ଘରଲୋକେ ଖୋଜାଖୋଜି କରିଥିଲେ । ଶେଷରେ ଉକ୍ତ କୂଅକୁ ଯାଇ ଖୋଜିବା ପରେ ପଙ୍କଜଙ୍କ ମୃତ ଶରୀର ଦେଖିବାକୁ ମିଳିଥିଲା । ଗ୍ରାମର ଦୁଇଜଣ ଯୁବକ ସନ୍ତୋଷ ଗହୀର ଓ ବିଶ୍ୱ ଝାଙ୍କରଙ୍କ ସହଯୋଗରେ କୂଅରୁ ମୃତଦେହ ଉଦ୍ଧାର କରି ସ୍ଥାନୀୟ ସରପଞ୍ଚ ନର୍ଲା ଥାନାକୁ ଜଣାଇବା ପରେ ସ୍ଥାନୀୟ ମାଜିଷ୍ଟ୍ରେଟ ନର୍ଲା ତହସିଲଦାର ଓ ନର୍ଲା ପୋଲିସ ଘଟଣା ସ୍ଥଳକୁ ଯାଇ ସରପଞ୍ଚ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ପ୍ରାଥମିକ ତଦନ୍ତ ସାରି ମୃତ ଦେହକୁ ଶବ…

