Author: Samikhsya Bureau

ଭୁବନେଶ୍ବର : କରୋନା ମହାମାରୀ ଯୋଗୁଁ ସାରା ଦେଶରେ ଲକ୍‌ ଡାଉନ ଜାରି ରହିଛି। ଲକ୍ ଡାଉନ୍‌ ସମୟରେ ମାଲ୍‌ ପରିବହନ ପାଇଁ ଟ୍ରକ୍‌ ଚଳାଚଳ ହେଉଛି। କିନ୍ତୁ ସେମାନେ ଖାଇବା ପାଇଁ ହଇରାଣ ହରକତ ହେଉଛି। ବିଭିନ୍ନ ହୋଟେଲ୍‌ ଓ ଢାବା ଓ ମରାମତି ଦୋକାନ ବନ୍ଦ ରହୁଥିବାରୁ ସେମାନେ ଯିବା ଆସିବା କରିବା ସମୟରେ ହଇରାଣ ହେଉଛନ୍ତି। ଟ୍ରକ୍‌ ଚାଳକଙ୍କ ପାଇଁ ବିଭିନ୍ନ ସ୍ଥାନରେ ଗ୍ୟାରେଜ୍‌ ଓ ଢାବା ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି। ଲକ୍ ଡାଉନ୍‌ ଯୋଗୁଁ ହଇରାଣ ହେଉଥିବା ଟ୍ରକ୍‌ ଚାଳକଙ୍କ ପାଇଁ ଆଶ୍ବସ୍ତି। ବିଭିନ୍ନ ସ୍ଥାନରେ ଖୋଲିବ ଅନୁମତିପ୍ରାପ୍ତ ଢାବା ଓ ଗାଡି ମରାମତି ଦୋକାନ। ବିଭିନ୍ନ ଜିଲ୍ଲାରେ 140 ଢାବା ଓ 223 ମରାମତି ଦୋକାନ ଖୋଲିବ। ରାସ୍ତା କଡରେ ଅଟକୁଥିବା ଟ୍ରକ୍‌ ଚାଳକଙ୍କ ସୁବିଧା ପାଇଁ ବ୍ୟବସ୍ଥା କରାଯାଉଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ଗଞ୍ଜାମ: ଗୋଷାଣୀ ନୂଆଗାଁ ଥାନା ନିକଟବର୍ତ୍ତୀ ନୀଳକଣ୍ଠେଶ୍ବର ମନ୍ଦିର ପରିସରରେ ଜଣେ ୬୦ ବର୍ଷ ବୟସ୍କ ଜଣକ ଆତ୍ମହତ୍ୟା କରିଥିବାର ସୂଚନା ରହିଛି। ଆଜ଼ି ସକାଳେ ନୀଳକଣ୍ଠଶ୍ୱେର ମନ୍ଦିର ପରିସର ଭିତରେ ଜଣେ ୬୦ ବର୍ଷର ବୃଦ୍ଧ ବେକ କାଟି ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ଛବିଲ ମହାରଣା ହୋଇଥିବାବେଳେ ସେ ବୃତ୍ତିରେ ଜଣେ ବଢେଇ ବୋଲି ଜଣାପଡିଛି। ସେ ପିଟାପିଟି ଅଞ୍ଚଳର ବାସିନ୍ଦା ହୋଇଥିବାବେଳେ ନିଜ ହାତରେ ନିହଣ ଧରି ବେକ କାଟିଥିବାର ଜଣାପଡିଛି। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି  ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଏମ୍‌କେସିଜିକୁ ପଠାଇଛି।  ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ବୃଦ୍ଧଙ୍କ ଆତ୍ମହତ୍ୟାରୁ ରହସ୍ୟ ଉଠିପାରେ ବୋଲି ଆଶା କରାଯାଉଛି। କରୋନା ଭାଇରସ୍‌ ସମୟରେ ସାରା ରାଜ୍ୟରେ ଲକ୍ ଡାଉନ୍‌ ଚାଲିଥିବାବେଳେ ଏବେ…

Read More

ଆନ୍ଧ୍ରପ୍ରଦେଶ : କରୋନା ଯୋଗୁଁ ଦେଶରେ ସ୍ଥିତି ଜଟିଳ ରହିଛି।  ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟାଳୟରେ ଏବେ କରୋନା ପହଞ୍ଚିଛି।  ଆନ୍ଧ୍ରପ୍ରଦେଶ ରାଜଭବନର ଚାରି ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଚାରି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସୁରକ୍ଷା ଅଧିକାରୀ, ରାଜ୍ୟପାଳଙ୍କ ବ୍ୟକ୍ତିଗତ ରୋଷୟା, ଜଣେ ନର୍ସ ଓ ଅନ୍ୟ ଜଣେ ଆଟେଣ୍ଟାଣ୍ଟ ରହିଛନ୍ତି। ପଜିଟିଭ୍‌ ଆସିବାପରେ ରାଜଭବନକୁ ବିଶୋଧନ କରାଯାଇଛି। ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ସରକାରୀ ବାସଭବନ ବିଜୟଓ୍ବାଡାରେ ରହିଥିବାବେଳେ ଏହି ଅଞ୍ଚଳଟି ଏବେ କରୋନା ହଟସ୍ପଟ୍‌ ରହିଛି। ଏଠାରେ 100ରୁ ଅଧିକ କରୋନା ସଂକ୍ରମିତ ରହିଛନ୍ତି।  ସୂଚନାଯୋଗ୍ୟ ରାଜ୍ୟରେ 1000ରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 31ରେ ପହଞ୍ଚିଛି। ସେହିପରି ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲ୍‌ ସାଂସଦଙ୍କ ପରିବାରର 6ଜଣ ସଦସ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। କୁର୍ନୁଲ ସାଂସଦ ଡ ସଞ୍ଜୀବ କୁମାରଙ୍କ 83 ବର୍ଷ ବୟସ୍କା ପିତା ଅତି ଗୁରୁତର ଅବସ୍ଥାରେ ହାଇଦ୍ରାବାଦକୁ ସ୍ଥାନାନ୍ତର…

Read More

‌ଅହମ୍ମଦାବାଦ :ଗୁଜୁରାଟ କଂଗ୍ରେସର ବରିଷ୍ଠ ନେତା ତଥା ଅହମ୍ମଦାବାଦ ନଗର ନିଗମର ପାର୍ଷଦ ବଦରୁଦ୍ଦିନ ଶେଖ୍‌ଙ୍କ ଗତକାଲି ରାତ୍ରିରେ ପରଲୋକ ହୋଇଛି । ବଦରୁଦ୍ଦିନ  କରୋନାରେ ସଂକ୍ରମିତ ହୋଇଥିଲେ । ଏସ୍‌ବିପି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । କଂଗ୍ରେସ ଦଳର ବରିଷ୍ଠ ନେତା ଶକ୍ତି ସିଂ ଗୋହିଲ୍‌ ଏ ସମ୍ପର୍କରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି । ବଦରୁଦ୍ଦିନ୍‌ କଂଗ୍ରେସ ପରିବାରର ଜଣେ ବରିଷ୍ଠ ସଭ୍ୟ ଥିବାବେଳେ 40 ବର୍ଷ ଧରି ଦଳ ସହ ଜଡିତ ରହିଥିଲେ । ବଦରୁଦ୍ଦିନ୍‌ ଶେଖ ବେହରାମପୁରାରୁ କଂଗ୍ରେସ ପାର୍ଷଦ ଥିଲେ ।  ଅପ୍ରେଲ୍‌ 15 ତାରିଖରେ ବଦରୁଦ୍ଦିନ୍‌ କରୋନା ସଂକ୍ରମିତ ହୋଇଥିଲେ ବୋଲି ସୂଚନା ମିଳିଥିଲା । ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । 8 ଦିନ ଧରି ଚିକିତ୍ସିତ ହେଉଥିବାବେଳେ ଗତକାଲି ରାତ୍ରିରେ ତାଙ୍କର ମୃତ୍ୟୁ ଘଟିଛି । (ଏଜେନ୍ସି)

Read More

ଭୁବନେଶ୍ବର : ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍‌ ମହମ୍ମଦ ରଫିକ୍‌ । 31 ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ରଫିକ୍‌ । ଭୁବନେଶ୍ବର ଲୋକସେବା ଭବନରେ ଶପଥ ନେଲେ ଜଷ୍ଟିସ୍‌ ରଫିକ୍‌ । ଜଷ୍ଟିସ୍‌ ରଫିକ୍‌ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଶ୍ରୀଗଣେଣୀ ଲାଲ୍‌ । ଏହି ଶପଥ ଉତ୍ସବରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ, ପୋଲିସ ଡିଜି ଅଭୟ, ଆଡଭୋକେଟ୍‌ ଜେନେରାଲ୍‌ ଓ ଅନ୍ୟ ବିଚାରପତି ମଧ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ ।

Read More

ନୂଆଦିଲ୍ଲୀ : ଦିଲ୍ଲୀର ରୋହିଣୀ ସ୍ଥିତି ଅମ୍ବେଦକର ହସ୍ପିଟାଲର 32 ଜଣ ସ୍ବାସ୍ଥ୍ୟକର୍ମୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଏଥିରେ ଡାକ୍ତର ଓ ନର୍ସ ମଧ୍ୟ ସାମିଲ୍‌ ରହିଛନ୍ତି। କିଛି ଦିନ ପୂର୍ବରୁ ଏହି ହସ୍ପିଟାଲକୁ ଜଣେ କରୋନା ସଂକ୍ରମିତ ଗର୍ଭବତୀ ମହିଳା ଆସିଥିଲେ। ସେ ତାଙ୍କ ରୋଗ ସମ୍ପର୍କରେ ଲୁଚାଇଥିଲେ। ପରେ ଏହି ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଗର୍ଭବତୀ ମହିଳାଙ୍କ ସମ୍ପର୍କରେ ଆସି ହସ୍ପିଟାଲର 32 ଜଣ ସ୍ବାସ୍ଥ୍ୟ କର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଦିଲ୍ଲୀର ବହୁ ହସ୍ପିଟାଲରେ ସ୍ବାସ୍ଥ୍ୟ କର୍ମୀମାନେ କରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି। ତେବେ ଆସନ୍ତୁ ନଜର ପକାଇବା କେଉଁ ହସ୍ପିଟାଲରେ କେତେ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏମସ୍‌ରେ ଦୁଇଟି ନର୍ସ ଓ ଜଣେ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। ସଫଦରଗଞ୍ଜ ହସ୍ପିଟାଲରେ 7 ଜଣ ଡାକ୍ତର ଓ 2 ନର୍ସଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ବାବୁ ଜଗଜୀବନ…

Read More

ଭୁବନେଶ୍ବର : ଆଜି  ଚିହ୍ନଟ ହୋଇଥିବା 5 ଜଣ ଆକ୍ରାନ୍ତ ତଥ୍ୟ ଜଣାପଡିଛି । ବାଲେଶ୍ବରର ପାଞ୍ଚ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର । ଟୁଇଟ୍‌ ଯୋଗେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏହି ସୂଚନା ପ୍ରଦାନ କରିଛନ୍ତି । ସମସ୍ତ ଆକ୍ରାନ୍ତ ବାଲେଶ୍ବର କଣ୍ଟେନମେଣ୍ଟ ଜୋନ୍‌ର ବୋଲି ଜଣାପଡିଛି । 5 ଆକ୍ରାନ୍ତଙ୍କ ମଧ୍ୟରୁ 4 ଜଣ ମହିଳା ଓ  ଜଣେ ପୁରୁଷ ଅଛନ୍ତି। ମହିଳାମାନଙ୍କ ବୟସ ଯଥାକ୍ରମେ 55, 22, 23 ଓ 29 ବର୍ଷ ରହିଛି । ଅନ୍ୟ ଜଣେ ଆକ୍ରାନ୍ତ 27 ବର୍ଷୀୟ ଯୁବକ ବୋଲି ଜଣାପଡିଛି । ସମସ୍ତେ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଥିଲେ । କାହାରିଠାରେ ବି ସାମାନ୍ୟତମ ଲକ୍ଷଣ ନଥିଲା  । ଏବେ ଏହି 5 ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି । ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା 108ରେ ପହଞ୍ଚିଥିବାବେଳେ ବାଲେଶ୍ବର ଜିଲ୍ଲାରେ ସଂକ୍ରମିତଙ୍କ…

Read More

କେଦାର ମିଶ୍ର ଆଜି ଯେତେବେଳେ ଏକ ଭୟଙ୍କର ବିପଦକୁ ଆମେ ସାମ୍ନା କରୁଛେ, ସେତେବେଳେ ସେହି ବିପଦରୁ ରକ୍ଷା ପାଇବାକୁ ଆମକୁ ଏକମାତ୍ର ଔଷଧ ଭାବରେ ସାମାଜିକ ଦୂରତାର ଚିଠା ଧରେଇ ଦିଆ ଯାଇଛି। ସ୍ପର୍ଶ ମାଧ୍ୟମରେ କରୋନା ଭୂତାଣୁ ସଂକ୍ରମିତ ହେଉଥିବାରୁ ଏବେ ପରଷ୍ପର ଠାରୁ ଦୂରତା ଅବଲମ୍ବନ କରିବା ଜରୁରୀ ହୋଇପଡିଛି। ତେବେ ଶାରୀରିକ ଦୂରତାକୁ ଆମେ ସାମାଜିକ ଦୂରତା ବୋଲି କହୁଛେ କାହିଁକି? ଏହି ତଥାକଥିତ ସାମାଜିକ ଦୂରତାକୁ କଡାକଡି ଭାବରେ ଲାଗୁ କରିବାକୁ ଯାଇ ଆମ ଭିତରେ କ୍ରମଶଃ କେବଳ ସାମାଜିକ ଖାଇ ତିଆରି ହେଉଛି ତାହା ନୁହେଁ, ଏହା ଆମକୁ ଅନେକାଂଶରେ ଅମଣିଷ ଓ ଅସଭ୍ୟ କରି ଦେଉଛି। ସାମାଜିକ ଦୂରତା ପାଇଁ ଲକ ଡାଉନ ପାଳନ କରିବା ସମୟରେ ମାନବିକତାର ଛୋଟ ଛୋଟ ଦିଗ ପ୍ରତି ଆମେ ଯେଉଁ ଅବହେଳା କରିଛୁ, ସେଥିଲାଗି ଆମକୁ ଏକ ସମାଜ ଭାବରେ ଢେର ମୂଲ୍ୟ ଦେବାକୁ…

Read More

ଭୁବନେଶ୍ବର : 103 ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି କରିଛନ୍ତି ରାଜ୍ୟସରକାର। ଆକ୍ରାନ୍ତ ଜଣକ ରାଉରକେଲା ନାଲା ରୋଡ୍‌ର 60 ବର୍ଷୀୟ ବୃଦ୍ଧ ବୋଲି ଜଣାପଡିଛି । ମାର୍ଚ୍ଚ 22ରୁ ଏପ୍ରିଲ୍‌ 23 ଯାଏଁ ଲକ୍‌ ଡାଉନ୍‌ରେ ଘରେ ରହିଥିବାବେଳେ ଥଣ୍ଡା ହେବାରୁ ଏପ୍ରିଲ୍‌ 21ରୁ 23 ତାରିଖ ଯାଏଁ ଚିକିତ୍ସାଧୀନ ଥିଲେ । ରାଉରେକଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଟ୍ରାଭେଲ୍‌ ହିଷ୍ଟ୍ରି ପାଇଁ ତାଙ୍କ ସାମ୍ପଲ୍‌ ସଂଗ୍ରହ ହୋଇଥିଲେ । 25ରେ ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ ରାଉରକେଲା ହାଇଟେକ୍‌ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

Read More

ଭୁବନେଶ୍ବର : ଆଜି ରାଜ୍ୟରେ ପୁଣି 5 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତ ବାଲେଶ୍ବରରୁ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍‌ସାଇଟରୁ ସୂଚନା ମିଳିଛି । ଏହି ନୂତନ 5 ଜଣ ଚିହ୍ନଟ ହେବା ପରେ ବାଲେଶ୍ବର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 15କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ମୋଟ୍‌ ଆକାନ୍ତଙ୍କ ସଂଖ୍ୟା 108କୁ ବୃଦ୍ଧି ହୋଇଛି । ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ ମୋଟ୍‌ 2287ଟି ନମୁନା ପରୀକ୍ଷା ହୋଇଛି । ଏଯାବତ୍‌ ମୋଟ୍‌ 25 ହଜାର 103ଟି ନମୁନା ପରୀକ୍ଷା ହୋଇଛି । ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 108କୁ ବୃଦ୍ଧି ହୋଇଥିବାବେଳେ 72 ଜଣ ଚିକିତ୍ସାଧୀନ ରହିଛନ୍ତି । 35 ଜଣ ସୁସ୍ଥ ହୋଇଥିବାବେଳେ  ଜଣକର ମୃତ୍ୟୁ ଘଟିଛି ।

Read More

ନୂଆଦିଲ୍ଲୀ : ଦୁନିଆରେ କରୋନା ଭାଇରସ୍‌ ମୃତ୍ୟୁର ତାଣ୍ଡବ ରଚି ଚାଲିଛି । ସାରା ବିଶ୍ବରେ ମୃତ୍ୟୁସଂଖ୍ୟା 2 ଲକ୍ଷ 6ହଜାର ପାର୍‌ କରିଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା 29,94,731ରେ ପହଞ୍ଚିଛି ।  ଗତ 24 ଘଣ୍ଟା ମଧ୍ୟରେ 73,859ଟି ନୂତନ ମାମଲା ସାମ୍ନାକୁ ଆସିଛି । ସେହିପରି ମୃତ୍ୟୁ ସଂଖ୍ୟା 3,751ରେ ବୃଦ୍ଧି ହୋଇଛି । ବିଶ୍ବର 210ଟି ଦେଶକୁ ସଂକ୍ରମିତ ହୋଇଛି । ସେହିପରି 878,701ଜଣସଂକ୍ରମଣ ମୁକ୍ତ ହୋଇଛନ୍ତି । ଏହି ମହାମାରୀ କରୋନା ଯୋଗୁଁ ବିଶ୍ବର ଶକ୍ତିଶାଳୀ ଦେଶଗୁଡିକର ସ୍ଥିତି ବିପନ୍ନ ହୋଇପଡିଛି। ଆମେରିକା ସ୍ଥିତି ଅସମ୍ଭାଳ ହୋଇ ପଡିଛି । ମୃତ୍ୟୁ ସଂଖ୍ୟା 55 ହଜାର 413ରେ ପହଞ୍ଚିଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା 987,160ରେ ପହଞ୍ଚିଛି । ସେହିପରି ସ୍ପେନ୍‌ରେ ସଂକ୍ରମିତଙ୍କ ସଂଖ୍ୟା 2,26,629ରେ ପହଞ୍ଚିବାବେଳେ ମୃତ୍ୟୁ ସଂଖ୍ୟା 23,190ରେ ପହଞ୍ଚିଛି । ଇଟାଲୀରେ ସଂକ୍ରମିତଙ୍କ ସଂଖ୍ୟା 1ଲକ୍ଷ 97 ହଜାର 675…

Read More

ଅସିତ ମହାନ୍ତି ଆମ ନାଟ୍ୟ ଜଗତରେ ‘ଜଣେ ରାଜା ଥିଲେ’। ସେ ରାଜା ଜଣକ ବିଜୟ ମିଶ୍ର। ଆଜି ସେ ଆମଠୁ ଶେଷ ବିଦାୟ ନେଇ ଚାଲିଗଲେ। କିନ୍ତୁ ସେ ରାଜାଙ୍କର ସ୍ମୃତି ଆମ ମନରେ ତାଜା ରହିବ ଚିରକାଳ। ଏଣୁ ତାଙ୍କର ଆଜିର ବିଦାୟ, ବିଦାୟ ନୁହେଁ; ତାଙ୍କ ସ୍ମୃତିର ଗୋଟିଏ ତେଜିୟାନ୍ ତାରିଖ ମାତ୍ର। ଖୁବ୍ ସଂକ୍ଷେପରେ କୁହାଯାଇପାରେ ଯେ ‘ଜନନୀ’ ରୁ ‘ବାନପ୍ରସ୍ଥ’ ହେଉଛି ବିଜୟ ମିଶ୍ରଙ୍କ ଜୀବନ-ମଞ୍ଚ। ଯଦି ଚଳଚ୍ଚିତ୍ର ଓ ଟେଲିଭିଜନକୁ ଦେଖିବା, ତେବେ କହିପାରିବା ଯେ ‘ଜନନୀ’ ରୁ ‘ଶ୍ରୀଜଗନ୍ନାଥ’ ହେଉଛି ତାଙ୍କ ଜୀବନର ପରଦା-ପ୍ରସ୍ଥ। କାରଣ ‘ଜନନୀ’ ତାଙ୍କର ପ୍ରଥମ ନାଟକ, ‘ବାନପ୍ରସ୍ଥ’ ଶେଷ ସାହିତ୍ୟ ପୁରସ୍କାରପ୍ରାପ୍ତ ନାଟକ ଏବଂ ‘ଶ୍ରୀଜଗନ୍ନାଥ’ ଶେଷ ସଫଳ ମେଗା ଧାରାବାହିକ। ଏ ପ୍ରସଙ୍ଗରେ ସୂଚନାଯୋଗ୍ୟ ଯେ ‘ଜନନୀ”ର ରଚନା କାଳ ୧୯୬୦, ଆଉ ‘ବାନପ୍ରସ୍ଥ’ ପାଇଁ ସେ ପାଇଥିଲେ ୨୦୧୩ ମସିହାର ସାହିତ୍ୟ ଅକାଦେମି…

Read More

ପୁରୀ, ଇତିହାସ ରଚିଲା ଚଳିତ ଶତାଦ୍ଦୀରେ ଶ୍ରୀମନ୍ଦିରର ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ନିତି। କରୋନା ପାଇଁ ଚଳିତ ଶତାଦ୍ଦୀର ଶ୍ରୀମନ୍ଦିରର ପୂଜା ନିତିରେ ଘଟିଛି ବଡ ପରିବର୍ତ୍ତନ, ଯାହା କେବେ ହୋଇ ନ ଥିଲା। ଚଳିତ ବର୍ଷ ରଥକାଠ ଅନୁକୂଳ ଏବଂ ଚନ୍ଦନ ଯାତ୍ରା ଦୁଇଟି ନିତି ଶ୍ରୀମନ୍ଦିର ବେଢା ଭିତର ହୋଇଛି। କରୋନା ପାଇଁ ସାମାଜିକ ଦୂରତ୍ବ ରଖାଯାଉଥିବାରୁ ଏପରି ପଦକ୍ଷେପ ନିଆଯାଇଛି। କାରଣ ଏହି ନିତି କରିବା ପାଇଁ ହେଲେ ବହୁ ସେବକଙ୍କର ଏକତ୍ର ହେବାର ଆବଶ୍ୟକତା ରହିଛି। ହେଲେ ବର୍ତ୍ତମାନ ପରିସ୍ଥିତିରେ ସେ ସବୁ କରିବା ସମ୍ଭବ ନ ଥିବାରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଏହି ଦୁଇ ନିତି ମନ୍ଦିର ଭିତରେ କେବଳ ବିଧି ପାଳନ କରାଯାଇଛି। ଏଥର କେମିତି ହେଲା ଠାକୁରଙ୍କ ଚନ୍ଦନ ଯାତ୍ରା ନିତି ସାଧାରଣତଃ ଚନ୍ଦନ ଯାତ୍ରାରେ ଶ୍ରୀମନ୍ଦିରରେ ଥିବା 10 ଚଳନ୍ତି ପ୍ରତିମା ବିମାନରେ ବିଜେ କରି ନରେନ୍ଦ୍ର ପୁଷ୍କରଣୀକୁ…

Read More

ଭୁବନେଶ୍ବର : କୋଭିଡ-19 ମହାମାରୀ ପାଇଁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେଥିପାଇଁ ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି ରାଜ୍ୟ ସରକାର 13 ଜଣ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ଦାୟିତ୍ବ ପ୍ରଦାନ କରିଛନ୍ତି। ସେଗୁଡିକ ହେଲା 1- ସୁରେଶ ମହାପାତ୍ର ଓ ସୌରଭ ଗର୍ଗ- ରାଜ୍ୟରେ କୋଭିଡ୍‌ ହସ୍ପିଟାଲ୍‌ ପ୍ରତିଷ୍ଠା ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେହିପରି ବରିଷ୍ଠ ଅଧିକାରୀ ପ୍ରଦୀପ୍ତ ମହାପାତ୍ରଙ୍କୁ ସାମାଜିକ ଦୂରତ୍ବ ସମ୍ପର୍କିତ ଆଇନ୍‌ ପ୍ରଣୟନର ଚୂଡାନ୍ତୀକରଣ ନିମନ୍ତେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆ ତଥା ଲୋକକଲ୍ୟାଣ ପରିଚାଳନା ନିମେନ୍ତ ସଞ୍ଜୀବ ଚୋପ୍ରାଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। କୋଭିଡ୍‌ -19 ସମ୍ପର୍କିତ ତାଲିମ୍‌ ପ୍ରଦାନ ନିମେନ୍ତ ଅନୁ ଗର୍ଗଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ପ୍ରବାସୀ ଓଡ଼ିଆଙ୍କ ପଞ୍ଜୀକରଣ ଦାୟିତ୍ବକୁ ଅତିରିକ୍ତ ଭାବେ କ୍ରିଷ୍ଣନକୁମାରଙ୍କୁ ଦିଆଯାଇଛି। ଯୋଗାଣ ଏବଂ ଦରକାରୀ ଜିନିଷର…

Read More

ଚଣ୍ଡୀଗଡ : ପବ୍‌ଜୀ ଖେଳିବା ପାଇଁ ମନା କରାଯିବାରୁ ଜଣେ 13 ବର୍ଷୀୟ ବାଳକ ଆତ୍ମହତ୍ୟା କରିଛନ୍ତି । ଏହି ବାଳକ ଜଣକ ଭାକ୍ରା କେନାଲକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଲକ୍‌ଡାଉନ୍‌ ସମୟରେ ଅନ୍‌ଲାଇନ୍‌ରେ ପବ୍‌ଜୀ ଖେଳୁଥିବାରୁ ପରିବାର ଲୋକଙ୍କ ପକ୍ଷରୁ ଗାଳି ଦିଆଯାଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ବାଳକ ଜଣକ ଆତ୍ମହତ୍ୟାର ରାସ୍ତା ଆପଣେଇ ନେଇଥିଲେ । ଗତ 20 ତାରିଖରୁ ବାଳକ ଜଣକ ନିଖୋଜ ଥିଲେ । ପଟିଆଲାରୁ ନିଖୋଜ ଥିବା ବାଳକଙ୍କ ମୃତଦେହ ରବିବାର ଦିନ ଉଦ୍ଧାର କରାଯାଇଥିଲା ।

Read More

ହେମାଙ୍ଗ ପ୍ରସାଦ ରାଉଳ ଛତ୍ରପୁର : ପୁରୁଷୋତ୍ତମପୁର ଏନ୍.ଏ.ସି.ରେ ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ କରାଯାଇଥିବା ୬ଟି କ୍ବାରେଣ୍ଟାଇନ୍ କେନ୍ଦ୍ରକୁ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ସମ୍ପୂର୍ଣ୍ଣ ତଦାରଖ କରିଛନ୍ତି । ପୁରୁଷୋତ୍ତମପୁର ଏନ୍.ଏ.ସିର ପ୍ରାୟ ୩୦୦ ବ୍ୟକ୍ତି ବାହାର ରାଜ୍ୟରୁ ଫେରିବେ । ସୁରଟ, ମୁମ୍ବାଇ ଓ କେରଳରୁ ଅଧିକାଂଶ ଆସିବେ । ଏନ୍.ଏ.ସି.ର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ସ୍ଥାନୀୟ ସିଆରସିସି ଓ ରାଜସ୍ବ ନିରୀକ୍ଷକ କ୍ବାରେଣ୍ଚଟାଇନ୍ କେନ୍ଦ୍ର ଦାୟିତ୍ବରେ ରହିବେ । କେନ୍ଦ୍ର ଗୁଡିକରେ ପାଚେରୀ, ବିଦ୍ୟୁତ୍ ସଂଯୋଗ, ପାନୀୟ ଜଳ, ପରିମଳ ଓ ସ୍ବଚ୍ଛତା ବ୍ୟବସ୍ଥାକୁ ମଧ୍ୟ ଉପଜିଲ୍ଲାପାଳ ଅନୁଧ୍ୟାନ କରିଥିଲେ । କେନ୍ଦ୍ର ଗୁଡିକ ବିଦ୍ୟାଳୟରେ ହୋଇଥିବାରୁ ସେଠାକାର ପ୍ରଧାନ ଶିକ୍ଷକ ଏହାର ପରିଚାଳନା ଦାୟିତ୍ବରେ ରହିବେ । ସକାଳେ ଏବଂ ସଂଧ୍ୟାରେ ଅନ୍ତେବାସୀଙ୍କର ସ୍ବାସ୍ଥ୍ୟ ତଦାରଖ କରାଯିବ । ଡାକ୍ତରଙ୍କ ସହିତ ସ୍ବାସ୍ଥ୍ୟ ପରାମର୍ଶଦାତା ଓ ଯୋଗ ଶିକ୍ଷକ ମଧ୍ୟ ସାମିଲ୍…

Read More

ଭୁବନେଶ୍ବର : ରାଜ୍ୟରେ କୋଲକତା ଲିଙ୍କ ଚିନ୍ତା ବଢାଉଛି। ଗତକାଲି ଚିହ୍ନଟ ହୋଇଥିବା ଛଅ ଆକ୍ରାନ୍ତଙ୍କର ରହିଛି କୋଲକତା ଲିଙ୍କ୍‌। କେସ୍‌ ନଂ 95ରୁ 100 ପର୍ଯ୍ୟନ୍ତ 6 ଜଣ ଆକ୍ରାନ୍ତଙ୍କ କୋଲକାତା ଲିଙ୍କ୍‌ ରହିଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ରାଜ୍ୟରେ 8 ଜଣ କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ତଥ୍ୟ ଜାରି କରିଛନ୍ତି ରାଜ୍ୟ ସରକାର । ଆଜି କେସ୍ ନମ୍ବର 95ରୁ 102 ପର୍ଯ୍ୟନ୍ତ 8 ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି କରାଯାଇଛି। କୋଲକାତା ଲିଙ୍କ୍‌ ଥିବା ସମସ୍ତ ଛଅ ଜଣ ଯାକ ଯାଜପୁର ଜିଲ୍ଲାର ବୋଲି ସୂଚନା ରହିଛି। ଅନ୍ୟ ଦୁଇ କରୋନା ଆକ୍ରାନ୍ତ କେସ୍‌ ନମ୍ବର 101 ଓ 102 ସୁନ୍ଦରଗଡ ଜିଲ୍ଲାର। ଏହି ଦୁଇ ଆକ୍ରାନ୍ତ କେସ୍‌ ନମ୍ବର 69 ଦ୍ବାରା ସଂକ୍ରମିତ ହୋଇଛନ୍ତି। 95 ନମ୍ବର ଆକ୍ରାନ୍ତ 23 ବର୍ଷର ଯୁବକ ହୋଇଥିବା ବେଳେ ସେ 29 ମାର୍ଚ୍ଚରେ ବୋଲେରୋ…

Read More

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ବାବୁ ଜଗଜୀବନ ରାମ ହସ୍ପିଟାଲ୍‌ରେ ଡାକ୍ତରଙ୍କ ସମେତ 40 ଜଣ କର୍ମଚାରୀଙ୍କ ନିକଟରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ଦିଲ୍ଲୀର ଜାହାଙ୍ଗିରୀପୁରୀ ନିକଟରେ ଏହି ହସ୍ପିଟାଲଟି ଅବସ୍ଥିତ। ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ କହିଛନ୍ତି ଯେ, ଯେଉଁ ହସ୍ପିଟାଲ ଗୁଡିକରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ପାଇଁ ଗାଇଡ ଲାଇନ ଜାରି କରାଯାଇଛି। ସୂଚନାଯୋଗ୍ୟ ଜାହାଙ୍ଗିରପୁରୀ ଅଞ୍ଚଳରେ ବହୁ ସଂକ୍ରମିତ ଚିହ୍ନଟ ହୋଇଛି। ଏହି ଅଞ୍ଚଳର  ଗଳିରୁ ମଧ୍ୟ ଏକାଧିକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା 2625ରେ ପହଞ୍ଚିଛି। ଶନିବାର ଦିନ 111ଟି ମାମଲା ଆସିଛି। ତେବେ ପୂର୍ବ  ସ୍ଥିତି ଠାରୁ ଏବେ ସ୍ଥିତିରେ ବହୁତ ଫରକ ଆସିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ପୂର୍ବରୁ ରାଜ୍ୟରେ କରୋନା ଡବଲିଂ ରେଟ ଚାରିରୁ ପାଞ୍ଚ ଦିନ ରହିଥିବାବେଳେ ଏବେ ଏହା 13 ଦିନରେ ରହିଛି…

Read More

ହେମାଙ୍ଗ ପ୍ରସାଦ ରାଉଳ ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ କରୋନାକୁ ପ୍ରତିହତ କରିବାପାଇଁ ଗ୍ରାମାଞ୍ଚଳ ଉପରେ ଯଥେଷ୍ଟ ଧ୍ୟାନ ଦିଆଯିବ । କରୋନା ମୁକାବିଲା ପାଇଁ ଗାଁ ଗହଳିରେ ବିକ୍ରି ହେଉଥିବା ପାନ, ଗୁଟଖା, ସୁପାରି ପ୍ରଭୃତି ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବା ପାଇଁ ଜିଲ୍ଲାପାଳ ସରପଞ୍ଚ ମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ନିର୍ଦ୍ଦେଶ ଅମାନ୍ୟ କଲେ ସରପଞ୍ଚ ମାନେ ଥାନାରେ ଏତେଲା ଦେବେ । ଅବହେଳା କଲେ ସରପଞ୍ଚ ମାନଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିଲ୍ କରାଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ଏଥି ସହିତ କ୍ଷୁଦ୍ର ବ୍ୟବସାୟୀ କିମ୍ବା ଅନ୍ୟାନ୍ୟ ବିକାବାଲା ଯେଉଂ ମାନଙ୍କ ବ୍ୟବସାୟ ସ୍ଥାନରେ ଅଧିକ ଗହଳି ହେଉଛି ସେମାନଙ୍କର ମଧ୍ୟ କରୋନା ସ୍ବାବ୍ ପରୀକ୍ଷା କରାଯିବ । କିଛି ବି ଲକ୍ଷଣ ଥିଲେ ଅନ୍ୟୁନ ୩ ଜଣଙ୍କର ସ୍ବାବ୍ ବ୍ଲକ୍ ମାନଙ୍କରୁ ସରପଞ୍ଚ ମାନଙ୍କ ସୁପାରିଶ୍ କ୍ରମେ ପ୍ରତ୍ୟହ ବ୍ରହ୍ମପୁର…

Read More

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଏକ ହସ୍ପିଟାଲରେ 8 ଜଣ ନର୍ସ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ଦିଲ୍ଲୀର କଳାବତୀ ସରଣ ହସ୍ପିଟାଲରେ ସେବିକା ଭାବରେ କାର୍ଯ୍ୟ କରୁଥିବା ଏହି 8 ଜଣ ନର୍ସ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ଏହି 8 ଜଣ ଯାକ ନର୍ସ ପେଡିଆଟ୍ରିକ ବିଭାଗରେ କାମ କରୁଥିବା ଜଣାପଡିଛି । ଲେଡି ହାର୍ଡିଙ୍ଗ ହସ୍ପିଟାଲରେ ଏହି ନର୍ସ ମାନଙ୍କ ନମୂନା ପଜିଟିଭ୍‌ ଆସିବା ପରେ ଏମାନଙ୍କୁ ଆଇସୋଲେସନ୍‌ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି । ଏହା ସହିତ କଣ୍ଟାକ୍ଟ ଟ୍ରେସିଂ କରାଯାଇ ଉକ୍ତ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି । (ଏଜେନ୍ସି)

Read More

ମୁମ୍ବାଇ : କରୋନା ପାଇଁ ସାରା ଦେଶରେ ଲକ୍ ଡାଉନ୍‌ ଜାରି ରହିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସୁପରଷ୍ଟାର ଓ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ସୋସିଆଲ ମିଡ଼ିଆରେ ବେଶ୍‌ ସକ୍ରିୟ ରହୁଛନ୍ତି । ଲକ୍ ଡାଉନ୍‌ ସମୟରେ ସୋସିଆଲ୍‌ ମିଡିଆରେ ବହୁତ ସାରା ଭାଇରାଲ୍‌ ଟ୍ରେଣ୍ଡ‌ର ଆରମ୍ଭ କରାଯାଇଛି । ନିକଟରେ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ଏପରି ଏକ ଚ୍ୟାଲେଞ୍ଜରେ ଭାଗ ନେଇଥିଲେ । କ୍ବାରେଣ୍ଟିନ୍‌ରେ ରହିଥିବା ଏହି ଅଭିନେତ୍ରୀ ଜଣକ ପିଲୋ ଚ୍ୟାଲେଞ୍ଜ୍‌ରେ ଭାଗ ନେଇ ନିଜର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ଷ୍ଟାଇଲିଶ୍‌ ଅନ୍ଦାଜରେ ଏକ ତକିଆ ଡ୍ରେସ୍‌ ସହିତ ବ୍ଲାକ୍‌ ବେଲ୍ଟ ଓ ରେଡ୍‌ ହାଇହୀଲ୍ସରେ ନଜର ଆସିଛନ୍ତି । ତମନ୍ନାଙ୍କ ଏହି ଇଷ୍ଟେଟିକ୍‌ ଅନ୍ଦାଜ୍‌ ଫ୍ୟାନ୍ସକୁ ବହୁତ ପସନ୍ଦ ଆସିଛି । ତମନ୍ନାଙ୍କ ଏହି ପିଲୋ ଡ୍ରେସ୍‌ର ଫଟୋଟି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ…

Read More