Author: Samikhsya Bureau

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରିବା ପାଇଁ ପ୍ଲାଜ୍‌ମା ଥେରାପୀର ବ୍ୟବହାର କରାଯାଉଛି । ତେବେ ଏହାକୁ ନେଇ ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ପ୍ଲାଜ୍‌ମା ଥେରାପୀ କେବଳ ବେଆଇନ୍‌ ନୁହେଁ ବରଂ କ୍ଷତିକାରକ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । କରୋନା ଚିକିତ୍ସା ଭାବରେ ପ୍ଲାଜ୍‌ମା ଥେରାପୀ ବର୍ତ୍ତମାନ ସୁଦ୍ଧା ସିଦ୍ଧ ହୋଇନଥିବାରୁ ଏହାକୁ ବ୍ୟବହାର କରିବା ପାଇଁ କଟକଣା ଜାରି କରାଯାଇଛି । ଏହା ବର୍ତ୍ତମାନ ପରୀକ୍ଷାମୂଳକ ସ୍ଥିତିରେ ରହିଛି । ଆଇସିଏମ୍‌ଆର୍‌ ପକ୍ଷରୁ ସ୍ପଷ୍ଟୋକ୍ତି ନ ମିଳିବା ପର୍ଯ୍ୟନ୍ତ ପ୍ଲାଜ୍‌ମା ଥେରାପୀର ବ୍ୟବହାର କରାନଯାଉ ବୋଲି ସ୍ବାସ୍ଥ୍ୟ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଉତ୍ତର ପୂର୍ବୀୟ ରାଜ୍ୟ ମିଜୋରାମ କରୋନା ମୁକ୍ତ ହେବା ସହିତ ଷଷ୍ଠ ଭାରତୀୟ ରାଜ୍ୟ ଭାବରେ କରୋନା ମୁକ୍ତ ହୋଇଛି । ରାଜ୍ୟର ଏକମାତ୍ର କରୋନା ପଜିଟିଭ୍‌ଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ମିଜୋରାମ ଏହି ଧାରାରେ ସାମିଲ ହୋଇଛି । ମିଜୋରାମ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଏଚ୍‌ ଲାଲଚୁଙ୍ଗନୁଙ୍ଗା ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆମଷ୍ଟରଡାମରୁ ଆଇଜଲ୍‌ ଫେରିଥିବା ଜନୈକ 50 ବର୍ଷୀୟ ପାଷ୍ଟର ରାଜ୍ୟର ଏକମାତ୍ର କୋଭିଡ୍‌ 19 ସଙ୍କ୍ରମିତ ବ୍ୟକ୍ତି ରହିଥିଲେ । (ଏଜେନ୍ସି)

Read More

ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାଜ ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା 38ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 118ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 38 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ପ୍ରାଣହାନି ଘଟିଛି ।

Read More

ଭୁବନେଶ୍ବର, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଅଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ସେ ନିଜ ଅଫିସ କାମ ଶେଷ କରି ଫେରିବା ବେଳେ ରାସ୍ତାରେ ଓହ୍ଲାଇ ପାରାମାନଙ୍କୁ ଖାଇବାକୁ ଦେଉଛନ୍ତି। ଶ୍ରୀମୟୀ ପକ୍ଷୀମାନଙ୍କୁ ବେଶ୍ ଭଲ ପାଆନ୍ତି। ବର୍ତ୍ତମାନ ଲକଡାଉନ ଯୋଗୁଁ ପକ୍ଷୀମାନେ ଖାଦ୍ୟ ଖାଇବାରେ ସମସ୍ୟା ଦେଖାଦେଇଛି। ତାହାକୁ ଦୃଷ୍ଟିରେ ରଖି ସେ ଏପରି ପଦକ୍ଷେପ ନେଇଛନ୍ତି।

Read More

ମୁମ୍ବାଇ : ବୁଲନ୍ଦସହର ସାଧୁ ହତ୍ୟାକାଣ୍ଡକୁ ସାମ୍ପ୍ରଦାୟିକତାର ରୂପ ନଦେବା ପାଇଁ ମତ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମତ ଦେଇଛନ୍ତି । ମହାରାଷ୍ଟ୍ରର ପାଲଗଡରେ ଘଟିଥିବା ଘଟଣାର ପୁନରାବୃତ୍ତି ଯେପରି ନହୁଏ ସେଥିପ୍ରତି ଧ୍ୟାନ ଦେବା ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଫୋନ୍‌ କରି କହିଛନ୍ତି ଉଦ୍ଧବ ଠାକ୍‌ରେ । ବୁଲନ୍ଦ ସହରରେ ଘଟିଥିବା ଘଟଣା ଅତ୍ୟନ୍ତ ଅମାନବୀୟ ଏପରି ଘଟଣା ଯେପରି ଭବିଷ୍ୟତରେ ନଘଟେ ତା ଉପରେ ଧ୍ୟାନ ଦିଆଯିବା ଉଚିତ୍‌ ବୋଲି ଉଦ୍ଧବ କହିଛନ୍ତି । ଏପରିକି ଶିବସେନା ସାଂସଦ ସଞ୍ଜୟ ରାଉତ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରି ଟ୍ବିଟ୍‌ କରିଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଆଜି ହିମାଚଳପ୍ରଦେଶରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ମଙ୍ଗଳବାର ଅନୁଭୂତ ଏହି ଭୂକମ୍ପର ତୀବ୍ରତା ରିକ୍ଟର 4.0 ରହିଛି । ମଧ୍ୟାହ୍ନ 12.17 ମିନିଟ୍‌ରେ ହିମାଚଳ ପ୍ରଦେଶର ଚାମ୍ବାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ଭୂକମ୍ପର ପ୍ରଭାବ ମାତ୍ର କିଛି ସେକେଣ୍ଡର ରହିଥିଲା । ଭୂକମ୍ପରେ କେହି ମୃତାହତ ହୋଇନଥିଲେ ମଧ୍ୟ କିଛି ଘର ଭାଙ୍ଗିଯାଇଛି । ସେହିପରି ଜୀବନ ବିକଳରେ ଶତାଧିକ ଲୋକ ଘର ବାହାରକୁ ମଧ୍ୟ ପଳାଇ ଆସିଥିଲେ । ଚାମ୍ବାରେ ବିଗତ ଦୁଇ ମାସ ମଧ୍ୟରେ ଏହା ଦ୍ବିତୀୟ ଭୂକମ୍ପ । ଫେବୃୟାରୀ ମାସରେ 3.2 ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା । (ଏଜେନ୍ସି)

Read More

ଭୁବନେଶ୍ବର: ଲକଡାଉନ ପରେ ଓଡ଼ିଶାକୁ ଫେରିବାକୁ ଥିବା ପ୍ରବାସୀ ଶ୍ରମିକଙ୍କ ଚିକିତ୍ସା ଓ କ୍ୱାରେଣ୍ଟିନରେ ରହିବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସବିଶେଷ ସୂଚନା ଦିଆଯାଇଛି। ମେ’ ୩ରେ ଲକଡାଉନ ଅବଧି ସରିବା ପରେ ବାହାରୁ ଫେରିଥିବା ଲୋକଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟିନରେ ରଖାଯିବ। କ୍ୱାରେଣ୍ଟିନରେ ରହିବାବେଳେ ବୟସ୍କ ବ୍ୟକ୍ତିଙ୍କ ଖାଦ୍ୟ ବାବଦକୁ ୧୨୦ ଟଙ୍କା ଓ ଶିଶୁଙ୍କ ଖାଦ୍ୟ ବାବଦକୁ ମୁଣ୍ଡ ପିଛା ୧୦୦ ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ପର୍ସନାଲ ହାଇଜିନିକ କିଟ୍ ବାବଦରେ ୧୪ ଦିନକୁ ୩୦୦ ଟଙ୍କା ଦିଆଯିବ। ଏହି ଟଙ୍କାରେ ଟୁଥ ବ୍ରଶ, ପେଷ୍ଟ, ସାବୁନ, ତେଲ, ରେଜର ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିପାରିବେ। କ୍ୱାରେଣ୍ଟିନ ସେଣ୍ଟରରେ ଗୋଟିଏ ବେଡ୍ ପାଇଁ ୨ଟି ବେଡ ସିଟ୍ ଓ ୨ଟି ତକିଆ ଖୋଳ କିଣାଯିବ। ସେହିଭଳି କ୍ୱାରେଣ୍ଟିନ ସେଣ୍ଟରର ସାନିଟାଇଜେସନ ବାବଦରେ ଦିନକୁ ୨…

Read More

ଭୁବନେଶ୍ବର : କୋରାପୁଟରୁ ଚିହ୍ନଟ ହୋଇଥିବା ରାଜ୍ୟର 110 ନମ୍ବର ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । 110 ନମ୍ବର ଆକ୍ରାନ୍ତ ଜଣକ ପ୍ରାୟ 24 ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବାର ପ୍ରୟାସ ଆରମ୍ଭ କରାଯାଇଛି । 21 ଟି ଟିମ୍‌ ଗଠନ କରାଯାଇ ଘର ଘର ବୁଲି କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି । ଏହା ସହିତ ସମ୍ପୃକ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବରେ ସିଲ୍‌ କରିଦିଆଯାଇଛି ।

Read More

ହେମାଙ୍ଗ ପ୍ରସାଦ ରାଉଳ କୁକୁଡାଖଣ୍ଡି: ଶୌଚାଳୟ କାମରେ ମହା ଦୁର୍ନୀତି। କୁକୁଡାଖଣ୍ଡି ବ୍ଲକରେ ଶୌଚାଳୟ ଦୁର୍ନୀତି ଲୋକ ଲୋଚନକୁ ଆସିଛି। କେବଳ କୁକୁଡାଖଣ୍ଡି ବ୍ଲକ ନୁହଁ ଗଞ୍ଜାମ ଜିଲ୍ଲାରେ ପ୍ରାୟ ପ୍ରତ୍ୟେକ ବ୍ଲକରେ ଶୌଚାଳୟ ନିର୍ମାଣକୁ ନେଇ ଅଭିଯୋଗ ହୋଇ ଆସୁଛି। ବ୍ଲକ କର୍ମଚାରୀଙ୍କୁ ହାତ କରି ଏହି ଦୁର୍ନୀତି କରାଯାଉଛି। ଗୋଟିଏ ଶୌଚାଳୟ ପାଇଁ ବାର ହଜାର ଟଙ୍କା ଅନୁଦାନ ରାଶି ଆସୁଥିବା ବେଳେ କାମ ଅତ୍ୟନ୍ତ ନିମ୍ନ ମାନର କରାଯାଉଛି। ନିମ୍ନ ମାନର କାମ ସାଙ୍ଗକୁ ପିସି କାରବାର ହେବାର ନଜିର ଥିଲା କିନ୍ତୁ ସବୁକିଛିଠୁ ବଳି ଗଲା ଏହି ଦୁର୍ନୀତିର ଆଉ ଏକ ଦିଗ। ଗୋଟିଏ ଶୌଚାଳୟକୁ ରଙ୍ଗକରି ଅନ୍ୟନାମରେ ବିଲ୍‌ କରାଯାଇ ଅର୍ଥକୁ ହରିଲୁଟ୍‌ କରାଯାଉଛି। ବ୍ଲକ୍‌ କର୍ମଚାରୀଙ୍କ ଆଗୋଚରରେ ଏପରି ହେଉଥିବାରୁ ଏହାର ତଦନ୍ତ କରାଯିବା ପାଇଁ ଦାବି କରାଯାଉଛି।

Read More

ମୁମ୍ବାଇ : ସରକାରଙ୍କ ପକ୍ଷରୁ କରୋନାକୁ ନେଇ ସଚେତନତା କରାଯାଉଥିଲେ ମଧ୍ୟ ସାଧାରଣ ଲୋକ ସଚେତନ ହେବାର ନା ନେଉନାହାନ୍ତି । ମୁମ୍ବାଇର ଦାଦରରେ ଏପରି ଏକ ଘଟଣା ଘଟିଛି । ଦାଦରର ଅରବିନ୍ଦ ଯାଦବ ନାମକ ଏହି ଯୁବକ ଜଣଙ୍କୁ ଜ୍ବର ହୋଇଥିଲେ ମଧ୍ୟ କରୋନା ସନ୍ଦେହ କରି କେହିବି ହସ୍ପିଟାଲକୁ ନେଇନଥିଲେ । ଏହାପରେ ନିଜ ପ୍ରୟାସରେ ବ୍ୟକ୍ତି ଜଣକ ହସ୍ପିଟାଲ ଯାଇଥିବା ବେଳେ ହସ୍ପିଟାଲ ସମ୍ମୁଖରେ ହିଁ ପ୍ରାଣ ହରାଇଥିଲେ । ପରେ ଯୁବକଙ୍କ ନମୂନା ପରୀକ୍ଷଣରୁ ସେ କରୋନା ସଂକ୍ରମିତ ନଥିବା ଜଣାପଡିଥିଲା । (ଏଜେନ୍ସି)

Read More

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଥିଙ୍କ ଟ୍ୟାଙ୍କ ନିତି ଆୟୋଗର ଜନୈକ କର୍ମଚାରୀ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ନିତି ଆୟୋଗର ଜନୈକ ବରିଷ୍ଠ ଅଧିକାରୀ କରୋନା ପଜିଟିଭ୍‌ ସାବ୍ୟସ୍ତ ହେବା ପରେ ନିତି ଆୟୋଗ କାର୍ଯ୍ୟାଳୟକୁ ସିଲ୍‌ କରି ଦିଆଯାଇଛି । ଆସନ୍ତା 48 ଘଣ୍ଟା ପାଇଁ ନିତି ଆୟୋଗ କାର୍ଯ୍ୟାଳୟକୁ ସିଲ୍‌ କରି ଦିଆଯାଇଛି । ନିତି ଆୟୋଗର କର୍ମଚାରୀ କରୋନା ପଜିଟିଭ୍‌ ସାବ୍ୟସ୍ତ ହେବା ପରେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ନିତି ଆୟୋଗର ସହକାରୀ ସଚିବ ଅଜିତ୍‌ କୁମାର ଟ୍ବିଟ୍‌ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା 3108 ଜଣ ଲୋକ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । (ଏଜେନ୍ସି)

Read More

ହେମାଙ୍ଗ ପ୍ରସାଦ ରାଉଳ ଗଞ୍ଜାମ : ଗଞ୍ଜାମର ଦୁଇଟି ସ୍ଥାନରେ ଅବକାରୀ ବିଭାଗର ଚଢାଉରେ 2650 ଲିଟର ଦେଶୀ ମଦ ଜବତ କରାଯିବା ସହିତ 9 ଜଣଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗ ପକ୍ଷରୁ ଧରାକୋଟର ଚମ୍ପାପଲ୍ଳୀ ଏବଂ ବଡଗଡର ମାଧପୁର ଓ ବାହାଦରପଦର ଅଞ୍ଚଳରେ ଏହି ଚଢାଉ କରାଯାଇଥିଲା । ଅବକାରୀ ବିଭାଗ ଏବଂ ପୋଲିସ୍‌ର ଏହି ମିଳିତ ଚଢାଉରେ 2650 ଲିଟର ଦେଶୀ ମଦ ଜବତ କରାଯିବା ସହିତ 10ଟି ମାମଲା ରୁଜୁ କରାଯାଇଛି । ଏହା ସହିତ ପୋଲିସ୍‌ 9 ଜଣଙ୍କୁ ଗିରଫ କରିଛି । ଆସ୍କା ଏସ୍‌ଡିପିଓ, ଆଇଆଇସି ଧରାକୋଟ, ଆଇଆଇସି ଗଞ୍ଜାମ ଏହି ରେଡ୍‌ରେ ଅଂଶଗ୍ରହଣ କରିଥିଲେ ।

Read More

ଗୁଜୁରାଟ : ଲକ୍‌ ଡାଉନ୍‌ ସମୟରେ ସମସ୍ତେ ଘରେ ରହୁଥିବାବେଳେ ଲୁଡୁ ଖେଳି ସମୟ ଅତିବାହିତ କରୁଛନ୍ତି । କିନ୍ତୁ ଏହି ଲୁଡୁ ଖେଳ ଏବେ ବେଶ୍‌ ଘାତକ ସାବ୍ୟସ୍ତ ହୋଇଛି ।  ଲୁଡକୁ ନେଇ ଗୁଜୁରାଟର ବଡଦୋରା ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଜଣେ ମହିଳାଙ୍କୁ ଲୁଡୁ ଖେଳିବା ମହାଙ୍ଗା ସାବ୍ୟସ୍ତ ହୋଇଛି । ଲୁଡୁ ଖେଳରେ ସ୍ବାମୀଙ୍କୁ ହରାଇବା ପରେ ତାଙ୍କ ସ୍ବାମୀ ଜଣକ ରାଗରେ ମହିଳାଙ୍କୁ  ଧକ୍କା ମାରିଥିଲେ । ଏଥିରେ ମହିଳାଙ୍କର ମେରୁଦଣ୍ଡ ହାଣ୍ଡ ଭାଙ୍ଗିଯାଇଥିବାର ସୂଚନା ରହିଛି । ସ୍ତ୍ରୀ ଜଣକ ସ୍ବାମୀ ବାହାରେ ଯାଇ ଅନ୍ୟମାନଙ୍କ ସହିତ ସମୟ ନ ବିତାଇବାଠାରୁ ଘରେ ରହିବାକୁ ଚାହୁଁଥିଲେ ଏଥିପାଇଁ  ସେ ତାଙ୍କ ସ୍ବାମୀଙ୍କୁ ଅନ୍‌ ଲାଇନ୍‌ରେ ଲୁଡ ଖେଳିବାକୁ ପ୍ରସ୍ତାବ ଦେଇଥିଲେ । ସ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରି ମୋବାଇଲ୍‌ରେ ଲୁଡୁ ଖେଳିବା ଆରମ୍ଭ କରିଥିଲେ ସ୍ବାମୀ ଜଣକ । କିନ୍ତୁ…

Read More

ଉତ୍ତରପ୍ରଦେଶ : ମହାରାଷ୍ଟ୍ର ପାଲଘରରେ ସାଧୁଙ୍କ ହତ୍ୟା ବିବାଦ ନ ଥମୁଣୁ ଉତ୍ତରପ୍ରଦେଶ ବୁଲନ୍ଦସହରରୁ ପୁଣି ସାଧୁଙ୍କ ହତ୍ୟାର ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ବୁଲନ୍ଦସହରର ଜଣେ ବ୍ୟକ୍ତି ମନ୍ଦିର ପରିସରରେ ଥିବା ଦୁଇ ସାଧୁଙ୍କୁ ଏକ ହତିଆର ସାହାଯ୍ୟରେ ହତ୍ୟା କରିଛନ୍ତି । ସାଧୁମାନେ ଶୋଇଥିବା ସମୟରେ ଅଭିଯୁକ୍ତ ଜଣକ ଦୁଇ ସାଧୁଙ୍କ ହତ୍ୟା କରିଥିବାର ସୂଚନା ରହିଛି । ବୁଲନ୍ଦସହରର ଅନୁପସହର କୋତବାଲୀ କ୍ଷେତ୍ରର ପଗୋନା ଗ୍ରାମର ଏକ ଶିବ ମନ୍ଦିରରେ ରହୁଥିବା 55 ବର୍ଷୀୟ ସାଧୁ ଜଗନଦାସ ଓ 35 ବର୍ଷୀୟ ସାଧୁ ସେବାଦାସଙ୍କୁ ସୋମବାର ରାତ୍ରିରେ ହତ୍ୟା କରାଯାଇଛି । ମଙ୍ଗଳବାର ସକାଳୁ ସକାଳୁ ଦୁଇ ସାଧୁଙ୍କ ଶବକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଗ୍ରାମବାସୀ ମାନେ ଅଭିଯୁକ୍ତଙ୍କୁ ଧରି ଦେଇଥିଲେ। ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ…

Read More

ଉତ୍ତରପ୍ରଦେଶ : ଲକ୍‌ ଡାଉନ୍‌ ସମୟରେ ଜଣେ ଯୁବକ ମୁମ୍ବାଇରୁ ଚାଲି ଚାଲି ପ୍ରାୟ 1600 କିଲୋମଟିର ଦୂର ୟୁପିର ଶ୍ରାବସ୍ତୀ ଜିଲ୍ଲାରେ ପହଞ୍ଚିଛନ୍ତି । ତାଙ୍କ ଗ୍ରାମରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ 14 ଦିନିଆ କ୍ବାରେଣ୍ଟାଇନରେ ରଖିଥିଲେ । କିନ୍ତୁ ରହସ୍ୟମୟ ଅବସ୍ଥାରେ ଛ ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଛି । ଯୁବକ ଜଣକ ସୋମବାର ଦିନ ମୁମ୍ବାଇର ଚାଲି ଚାଲି ଆସି ଶ୍ରାବସ୍ତୀ ଜନପଦ ଅନ୍ତର୍ଗତ ମଲହୀପୁର ଅଞ୍ଚଳର ମଠଖନ୍‌ବା ଗ୍ରାମରେ ପହଞ୍ଚିଥିଲେ । ଯୁବକ ଜଣକୁ କ୍ବାରେଣ୍ଟାଇନ୍‌ ସେଣ୍ଟରେ 14 ଦିନ ପାଇଁ ରଖାଯାଇଥିଲା । କିନ୍ତୁ ସେ ସେଠାରେ 14 ଘଣ୍ଟା ପାଇଁ ମଧ୍ୟ ରହିପାରିଲେ ନାହିଁ । ସୋମବାର ସକାଳ 7ଟା ସମୟରେ ସେ ନିଜ ଗ୍ରାମରେ ପହଞ୍ଚିଥିବାବେଳେ ଦିନ ଗୋଟାଏ ବେଳେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ସେ ଦିନ ଗୋଟାଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ…

Read More

ଉତ୍ତରପ୍ରଦେଶ : କରୋନା ମହାମାରୀ ସହ ଲଢେଇ ପାଇଁ ଦେଶରେ ଜାରି ରହିଛି ଲକ୍‌ ଡାଉନ୍‌ । ଏହି ସମୟରେ ଦେଶରେ ଏପରି କିଛି ଘଟଣା ଘଟୁଛି, ଯାହା ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଆଘାତ ପହଞ୍ଚାଉଛି । ତବଲିଗ୍‌ ଜମାତ ସମ୍ପର୍କିତ କରୋନା ମାମଲା ବାହାରକୁ ଆସିବା ପରେ ଏକ ବର୍ଗ ବିଶେଷଙ୍କୁ ଟାର୍ଗେଟ୍‌ କରାଯାଉଥିବାର ଘଟଣା ସାମ୍ନାକୁ ଆସୁଛି । ତେବେ ଜମାତ ଲିଙ୍କ୍‌ ଜଣାପଡିବା ପରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରମୁଖ ମୋହନ ଭାଗବତ  ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହି ସମଗ୍ର ପରିବେଶରେ ଏକତା ଏବଂ ଭାଇଚାରାକୁ ପ୍ରାଧାନ୍ୟ ଦିଆଯିବା ଉଚିତ । ଏହା ସତ୍ତ୍ବେ କିଛି ଲୋକେ ଏହାକୁ ଗ୍ରହଣ କରୁନଥିବାର ଦେଖାଯାଉଛି । ଭାରତୀୟ ଜନତା ପାର୍ଟିର ଜଣେ ବିଧାୟକଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ କ୍ଷତି ପହଞ୍ଚାଉଥିବାର ଦେଖାଯାଉଛି । ୟୁପିର ଜଣେ ବିଧାୟକ…

Read More

ଭଦ୍ରକ : ଭଦ୍ରକ ଜିଲ୍ଲାର 32ଟି ପଞ୍ଚାୟତକୁ ସର୍ଭେଲାନ୍ସ ଜୋନ୍‌ ଘୋଷଣା କରାଯାଇଛି । ସର୍ଭେଲାନ୍ସ ଜୋନ୍‌ ଘୋଷଣା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଜ୍ଞାନ ଦାସ । ପ୍ରତି ପଞ୍ଚାୟତରେ 10ରୁ ଉର୍ଦ୍ଧ୍ବ କୋଲକାତା ଫେରନ୍ତା ରହିଛନ୍ତି। ସର୍ଭେଲାନ୍ସ ଜୋନ୍‌ରେ ଥିବା 32ଟି ପଞ୍ଚାୟତରେ ଘର ଘର ବୁଲି ସର୍ଭେ ହେବ । ସ୍ବାସ୍ଥ୍ୟ ପରୀକ୍ଷା ସହ ସଚେତନ କରାଯିବ । ଲକ୍ଷଣ ଥିଲେ ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଛି । ସଟ୍‌ ଡାଉନ୍‌ ବେଳେ ସବୁ ବ୍ଲକରେ 2 ଦିନ ସର୍ଭେଲାନ୍ସ କରାଯାଇଥିଲା । ବାହାର ରାଜ୍ୟରୁ ଫେରିଥିବା ଲୋକଙ୍କ ସାମ୍ପଲ୍‌ ସଂଗ୍ରହ କରାଯାଇଥିଲା ।  ଦୁଇ ଦିନରେ ଜିଲ୍ଲାରୁ 1300 ସାମ୍ପଲ୍‌ ସଂଗ୍ରହ ହୋଇଥିଲା । ଆଜି ତିନୋଟି ପଜିଟିଭ୍‌  ଜଣାପଡିଛି । ସବୁ ତିନୋଟି କେସ୍‌ ନୂଆ ନୂଆ ପଞ୍ଚାୟତର ବୋଲି ଜଣାପଡିଛି । ଭଦ୍ରକରେ ଏବେ ମୋଟ୍‌ 19 ଜଣ ସଂକ୍ରମିତ ରହିଛନ୍ତି…

Read More

ନୂଆପଡା, ସିଆରପିଏଫ 216 ବ୍ୟାଟିଲିୟାନ ତରଫରୁ ନୂଆପଡା ଜିଲ୍ଲାର ଖାରୁପାନୀ ରେ ଲୋକମାନଙ୍କୁ ସଚେତନତା ସୃଷ୍ଟି କରାଯାଉଛି। ସେଠାରେ ଲୋକମାନଙ୍କୁ ବିଭିନ୍ନ ସାନାଟାଇଜେସନ ସାମଗ୍ରୀ ମଧ୍ୟ ପ୍ରଦାନ କରାଯାଉଛି।

Read More

କେଦାର ମିଶ୍ର ଏକଥା ସତ ଯେ, ଏକ ଜାତୀୟ ବିପତ୍ତି ସମୟରେ ସରକାରଙ୍କ ପ୍ରତି ଲୋକଙ୍କର ଆସ୍ଥା ବଢିଯାଏ ଓ ଯେତେ ଗଣତାନ୍ତ୍ରିକ ଦେଶ ହେଲେ ମଧ୍ୟ ସରକାର ପ୍ରତି ବିରୋଧର ମାତ୍ରା କମିଯାଏ। ଲୋକଙ୍କର ଏହି ନିଃସର୍ତ୍ତ ଆସ୍ଥାକୁ ସମ୍ମାନ ଦେଇ ସରକାରମାନେ ମଧ୍ୟ ଏହି ସମୟରେ ଅଧିକ ଦାୟିତ୍ଵବାନ ଓ ସ୍ବଚ୍ଛ ହେବାର ଆଶା କରାଯାଏ। ତେବେ ଗତ ଦେଢ ମାସର କରୋନା ମୁକାବିଲା ସମୟରେ ଭାରତ ସରକାର ଓ ବିଭିନ୍ନ ରାଜ୍ୟ ସରକାରମାନେ ଲୋକଙ୍କର ଆସ୍ଥାକୁ ଏକ ପ୍ରକାର ଅନ୍ଧ ସମର୍ଥନ ବୋଲି ଭାବି ନେଇଛନ୍ତି। କରୋନା ସଂକ୍ରମଣ ରୋକିବାକୁ “ଲକ ଡାଉନ” କୁ ଏକମାତ୍ର ବାଟ ବୋଲି ଗ୍ରହଣ କରି ନେଇଥିବା ଆମ ସରକାର ଏହାର ବିକଳ୍ପ ଚିନ୍ତା କରିବାକୁ ପ୍ରସ୍ତୁତ ନୁହନ୍ତି। ପ୍ରଥମେ ୨୧ ଦିନ, ତାପରେ ୪୦ ଦିନର ସଂପ୍ରସାରଣ ପରେ ଓ ଏବେ ଏହାକୁ ମଇ ମାସ ଶେଷ ଯାଏ ବଢାଇବାର…

Read More

ଭୁବନେଶ୍ବର : ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ଚିହ୍ନଟ ନୂଆ 7 ଆକ୍ରାନ୍ତଙ୍କ ତଥ୍ୟ ଜାରି କରାଯାଇଛି । ରାଜ୍ୟରେ ପଶ୍ଚିମବଙ୍ଗ ଲିଙ୍କ୍‌ ଚିନ୍ତା ବଢାଇଛି । ଏହି ନୂତନ 7 ଆକ୍ରାନ୍ତଙ୍କ ମଧ୍ୟରୁ ତିିନିଜଣଙ୍କର ପଶ୍ଚିମବଙ୍ଗ ଲିଙ୍କ୍‌ ରହିଥିବାର ସୂଚନା ରହିଛି । ସାତ ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକର ତିନି ଜଣ ଓ ରାଉରକେଲ ନାଲା ରୋଡ୍‌ର 4 ଜଣ ରହିଛନ୍ତି । ଭଦ୍ରକର ସମସ୍ତ ତିନି ଆକ୍ରାନ୍ତ ପୁରୁଷ ରହିଛନ୍ତି । ଏହି ତିନି ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 45,28 ଓ 29 ବର୍ଷ । ଭଦ୍ରକରୁ ଚିହ୍ନଟ ତିନି ଆକ୍ରାନ୍ତଙ୍କ ମଧ୍ୟରୁ ବାସୁଦେବପୁର ବ୍ଲକର 2 ଜଣ ଓ ବନ୍ତ ବ୍ଲକର ଜଣେ ରହିଛନ୍ତି । ସମସ୍ତ ତିନି ଆକ୍ରାନ୍ତ ପୁରୁଷ ହୋଇଥିବା ସୂଚନା ରହିଛି । ଏହି ତିନି ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ୍‌ ରହିଥିବାର ସୂଚନା ରହିଛି । ସେହିପରି ରାଉରକେଲାର 4…

Read More

ନୂଆଦିଲ୍ଲୀ : ହୋମ୍‌ କ୍ବାରେଣ୍ଟିନ୍‌ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ୍‌ ଜାରି ହୋଇଛି । ସାମାନ୍ୟ ଲକ୍ଷଣ ଥିବା ଡାକ୍ତର ପରାମର୍ଶ କଲେ କ୍ବାରେଣ୍ଟିନ୍‌ରେ ରହିପାରିବେ । ସଙ୍ଗରୋଧ ପାଇଁ ଘରେ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବା ଆବଶ୍ୟକ । ଅସୁସ୍ଥଙ୍କ ଯତ୍ନ ନେଉଥିବା ବ୍ୟକ୍ତି 24 ଘଣ୍ଟା ଉପଲବ୍ଧ ରହିବା ଆବଶ୍ୟକ । କ୍ବାରେଣ୍ଟିନ୍‌ ସମୟରେ ହସ୍ପିଟାଲ୍‌ ସହ ତାଙ୍କର ଯୋଗାଯୋଗ ରହିବା ଆବଶ୍ୟକ । ଯତ୍ନ ନେଉଥିବା ବ୍ୟକ୍ତି, ସମ୍ପର୍କୀୟ ହାଇଡ୍ରୋକ୍ସି କ୍ଲୋରୋକ୍ବିନ୍‌ ସେବନ କରିପାରିବେ । ପ୍ରୋଟୋକଲ୍‌ ଅନୁସାରେ ଡାକ୍ତରଙ୍କ ପରାମର୍ଶରେ ସେବନ କରିପାରିବେ। ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ ଗାଇଡ୍‌ ଲାଇନ୍‌ରେ ପରାମର୍ଶ ଦିଆଯାଇଛି । ସ୍ବାସ୍ଥ୍ୟ ବାବଦରେ ଅପଡେଟ୍‌ ଜିଲ୍ଲା ସର୍ଭେଲାନ୍ସ ଅଫିସରଙ୍କୁ ଜଣାଇବାକୁ ମଧ୍ୟ ପରାମର୍ଶ  ଦିଆଯାଇଛି ।

Read More