Author: Samikhsya Bureau

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ରାଜ୍ୟର ବାରଟି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ରାଜ୍ୟରେ ୭ ତାରିଖ ଯାଏ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।  ଏହା ସହ ଘଡ଼ଘଡ଼ି ମାରିବ। ସେହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଅନୁଗୋଳ, ଢେଙ୍କାନାଳ, କଟକ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡି।” ରାଜ୍ୟରେ ବର୍ଷା ପରେ ତାପମାତ୍ରା ବଢ଼ିବ। ସ୍ବାଭାବିକଠାରୁ ଚଳିତ ବର୍ଷ ଅଧିକ ଗରମ ଅନୂଭୂତ ହେବ ବୋଲି ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ।

Read More

ସମୀକ୍ଷା ବ୍ୟୁରୋ ଭଦ୍ରକ : ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା ରେଲୱେ ଓଭର ବ୍ରିଜ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରଲରକୁ ଏକ କାର୍ ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଛି। କାର୍‌ ଯୋଗେ ଚାରି ଜଣ ଭଦ୍ରକରୁ ବାସୁଦେବପୁର ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଛି।

Read More

କେଦାର ମିଶ୍ର ଗତ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ସବୁକୁ ଆସନ୍ତା ରବିବାର ଦିନ ବନ୍ଦ କରିଦେବାର ଇଚ୍ଛା ପ୍ରକଟ କଲେ, ସ୍ଵାଭାବିକ ଭାବରେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲା। ମୋଦୀଙ୍କ ଭକ୍ତମାନେ ତାଙ୍କୁ ବ୍ୟାକୁଳ ହୋଇ “ଏମିତି କରନ୍ତୁ ନାହିଁ ସାର”  ବୋଲି ଅନୁରୋଧ କରିଥିବା ବେଳେ ବିରୋଧୀମାନେ ଏହାକୁ ନେଇ ଆଶଙ୍କା ପ୍ରକଟ କଲେ। ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ କେବଳ ଏକ ହାଲୁକା ଟୁଇଟ ବୋଲି ଆମେ ଗ୍ରହଣ କରି ଭୁଲିଯିବା ଉଚିତ ହେବ କି? ଏହି ଟୁଇଟର ଅଳ୍ପ କେଇ ଘଣ୍ଟା ପରେ ପ୍ରଧାନମନ୍ତ୍ରୀ କହିଲେ ଯେ, ରବିବାର ଆନ୍ତର୍ଜାତିକ ମହିଳା ଦିବସ ପଡୁଥିବାରୁ ସେଦିନ ତାଙ୍କର ସୋସିଆଲ ମିଡିଆ ଏକାଉଣ୍ଟ ସବୁ ଉଲ୍ଲେଖନୀୟ ମହିଳାମାନଙ୍କ ପାଇଁ ନିବେଦିତ ରହିବ। ଏହି ଦୁଇଟି ଯାକ ଟୁଇଟରେ କେବଳ ଲୋକଙ୍କୁ ଭୁଲାଇବାର ଓ ଆତ୍ମ ପ୍ରଚାରର ଉଦ୍ଦେଶ୍ୟ ବାରି ହୋଇପଡୁଥିଲା।…

Read More

ହାଇଦ୍ରାବାଦ : ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀ ନିଜର ଅପ୍‌କମିଙ୍ଗ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି । କିଶୋର ତିରୁମାଲାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସାଇ ପଲ୍ଲବୀ ଏବଂ ସର୍ବାନନ୍ଦ ଏକତ୍ର ନଜର ଆସିବେ । ଉଭୟ ପୂର୍ବରୁ ଏକତ୍ର ‘ପଡି ପଡି ଲେଚି ମନସୁ’ରେ ନଜର ଆସିଥିଲେ । ଏହି ଅପ୍‌କମିଙ୍ଗ ଫିଲ୍ମର ଟାଇଟଲ୍‌ ଘୋଷଣା ହୋଇନଥିବା ବେଳେ ଫିଲ୍ମଟି ରୋମାଣ୍ଟିକ୍‌ କମେଡି ରହିବ । ଦ୍ବିତୀୟ ଥର ପାଇଁ ଏହି ଯୋଡିକୁ ନେଇ ଫ୍ୟାନ୍‌ ମାନେ ଉତ୍ସାହିତ ଅଛନ୍ତି । ସାଇ ପଲ୍ଲବୀ ଶେଷଥର ପାଇଁ ଧନୁଷଙ୍କ ସହିତ ମାରୀ-2ରେ ନଜର ଆସିଥିବା ବେଳେ ସର୍ବାନନ୍ଦ ଶେଷଥର ପାଇଁ ସାମନ୍ଥାଙ୍କ ସହିତ ଜାନୁରେ ନଜର ଆସିଥିଲେ । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଅଜୟ ଭୂଷଣ ପାଣ୍ଡେଙ୍କୁ ଅର୍ଥ ସଚିବ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି । ମଙ୍ଗଳବାର କ୍ୟାବିନେଟ୍‌ କମିଟି ପକ୍ଷରୁ ପାଣ୍ଡେଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି । ବର୍ତ୍ତମାନର ସଚିବ ରହିଥିବା ରାଜୀବ କୁମାରଙ୍କ ସ୍ଥାନରେ ଅଜୟ ଭୂଷଣ ପାଣ୍ଡେ ଦାୟିତ୍ବ ଗ୍ରହଣ କରିବେ । ମହାରାଷ୍ଟ୍ର କ୍ୟାଡରର 1984 ବ୍ୟାଚ୍ ଆଇଏଏସ୍ ଅଧିକାରୀ ପାଣ୍ଡେ ପୂର୍ବରୁ ଆଧାର (ୟୁଆଇଡିଏଆଇ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟିଏନ୍‌) ବିଭାଗର ସଚିବ ଭାବରେ କାର୍ଯ୍ୟ କରିଥିଲେ । 2018ରେ ପାଣ୍ଡେ ରାଜସ୍ବ ସଚିବ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । (ଏଜେନ୍ସି)

Read More

କୋଲକାତା : ରଣଜୀ ଟ୍ରଫି ସେମିଫାଇନାଲ୍‌ରେ କର୍ଣ୍ଣାଟକକୁ ପରାସ୍ତ କରି ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିଛି ବେଙ୍ଗଲ । କର୍ଣ୍ଣାଟକକୁ 174 ରନ୍‌ରେ ପରାସ୍ତ କରି ବେଙ୍ଗଲ ଫାଇନାଲ୍‌ରେ ପ୍ରବେଶ କରିବା ସହିତ ନିଜର ତୃତୀୟ ଟାଇଟଲ୍‌ ଲକ୍ଷ୍ୟରେ ରହିଛି । ବେଙ୍ଗଲ ପକ୍ଷରୁ ଅନୁସ୍ତୂପ ମଜୁମଦାର ଶତକ ହାସଲ କରିଥିବା ବେଳେ ଇଶାନ ପୋରେଲ 7 ଏବଂ ମୁକେଶ କୁମାର 8 ଓ୍ବିକେଟ ନେଇ ଦଳକୁ ଫାଇନାଲ୍‌ରେ ପହଞ୍ଚାଇଥିଲେ । ପ୍ରଥମ ଇନିଂସରେ ବେଙ୍ଗଲ ଅନୁସ୍ତୂପ ମଜୁମଦାରଙ୍କ ଅପରାଜିତ 149 ରନ୍‌ ସହାୟତାରେ 312 ରନ୍‌ ସଂଗ୍ରହ କରିଥିବା ବେଳେ କର୍ଣ୍ଣାଟକ ମାତ୍ର 122 ରନ୍‌ରେ ଅଲ୍‌ଆଉଟ ହୋଇଥିଲା । ଇଶାନ ପୋରେଲ 5 ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଦ୍ବିତୀୟ ଇନିଂସରେ ବେଙ୍ଗଲ 161 ରନ୍‌ରେ ଅଲ୍‌ଆଉଟ ହୋଇଥିଲା । ପୁନର୍ବାର ମଜୁମଦାର 41 ରନ୍‌ ସଂଗ୍ରହ କରିଥିଲେ । କର୍ଣ୍ଣାଟକ ସମ୍ମୁଖରେ 352 ରନ୍‌ର ବିଜୟ…

Read More

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ମହିଳା ବିଶ୍ବକପ୍‌ର ସେମି ଫାଇନାଲ୍‌ ଲାଇନ୍‌ ଅପ୍‌ ଚୂଡାନ୍ତ ହୋଇଛି । ପୂର୍ବରୁ ସେମି ଫାଇନାଲରେ ପହଞ୍ଚି ସାରିଥିବା ଭାରତୀୟ ଦଳ ଇଂଲଣ୍ଡର ମୁକାବିଲା କରିବାକୁ ଯାଉଛି । ସେହିପରି ଦ୍ବିତୀୟ ସେମି ଫାଇନାଲ୍‌ରେ ଘରୋଇ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପରର ମୁକାବିଲା କରିବାକୁ ଯାଉଛନ୍ତି । ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମୁକାବିଲାରେ 50 ଓଭର ବିଶ୍ବକପ୍‌ ପ୍ରତିଶୋଧ ନେବାର ସୁଯୋଗ ଭାରତ ନିକଟରେ ରହିଛି । ସକାଳ 9.30 ମିନିଟ୍‌ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବାକୁ ଥିବା ବେଳେ ଅପରାହ୍ନ 1.30 ମିନିଟ୍‌ରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ରିଜର୍ଭ ଡେର ଖେଳ ରଖାଯାଇନଥିବାରୁ ଯଦି ମ୍ୟାଚ୍‌ ବର୍ଷାରେ ଧୋଇ ଯାଏ ତେବେ ଅଧିକ ମ୍ୟାଚ୍‌ ଜିତିଥିବା ଦଳ ଫାଇନାଲ୍‌ ଖେଳିବ । ଫାଇନାଲ୍‌ ମ୍ୟାଚ୍‌ ରବିବାର ଦିନ…

Read More

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋସିଆଲ ମିଡିଆ ଡ୍ରାମାକୁ ସମାଲୋଚନା କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ନିଜ ଟ୍ବିଟ୍ଟର ଆକାଉଣ୍ଟକୁ ନେଇ ଡ୍ରାମା କରୁଛନ୍ତି ବୋଲି ରାହୁଲ ପ୍ରକାଶ କରିଛନ୍ତି । କୋରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲୁଥିବା ବେଳେ ପ୍ରଧାନମନ୍ତ୍ରୀ ଏପରି ଡ୍ରାମା କରି ସମୟ ଅପଚୟ କରୁଛନ୍ତି । ଏପରି କହିବା ସହିତ ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ଏକ ଭିଡିଓ କ୍ଲିପ୍‌ ସେୟାର କରିଛନ୍ତି ରାହୁଲ । ଏହି ଭିଡିଓରେ କୋରୋନା ମୁକାବିଲା ପାଇଁ ସିଙ୍ଗାପୁର ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି । (ଏଜେନ୍ସି)

Read More

ମୁମ୍ବାଇ : ଭୋଡାଫୋନ୍‌ ଆଇଡିଆ ପକ୍ଷରୁ ଟେଲିକମ୍‌ ମନ୍ତ୍ରାଳୟକୁ 3 ହଜାର କୋଟିର ବକେୟା ରାଶି ପ୍ରଦାନ କରାଯାଇଛି । ମଙ୍ଗଳବାର ଭୋଡାଫୋନ୍‌ ଏୟାରଟେଲ୍‌ ପକ୍ଷରୁ 3042 କୋଟି ଟଙ୍କା ପ୍ରଦାନ କରାଯାଇଛି । ମଙ୍ଗଳବାର ଏୟାରଟେଲ ପକ୍ଷରୁ ମଧ୍ୟ 2 ହଜାର କୋଟି ପ୍ରଦାନ କରାଯାଇଛି । 2014ରେ ହୋଇଥିବା ଟେଲିକମ୍‌ ନିଲାମୀର ବକେୟା ରାଶି ଟେଲିକମ୍‌ ମନ୍ତ୍ରାଳୟକୁ ପ୍ରଦାନ କରାଯାଇଛି । ଉଲ୍ଳେଖଯୋଗ୍ୟ ଯେ, ଭୋଡାଫୋନ୍‌ ଆଇଡିଆ ପକ୍ଷରୁ 53 ହଜାର କୋଟି ଟଙ୍କାର ବକେୟା ରାଶି ରହିଥିବା ବେଳେ ଏୟାରଟେଲର 35 ହଜାର କୋଟି ବକେୟା ରହିଛି । ଏୟାରଟେଲ୍‌ ପକ୍ଷରୁ 18 ହଜାର କୋଟି ବକେୟା ରାଶି ପ୍ରଦାନ କରାଯାଇଛି । (ଏଜେନ୍ସି)

Read More

ଚେନ୍ନାଇ : ଆଇପିଏଲ୍‌ ପୂର୍ବରୁ ଏକାଠି ହୋଇଛନ୍ତି ମହେନ୍ଦ୍ର ସିଂ ଧୋନୀ ଏବଂ ସୁରେଶ ରାଇନା । ଧୋନୀ-ରାଇନା ଏକାଠି ହେବା ସହିତ ପରସ୍ପରକୁ ଆଲିଙ୍ଗନ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତ୍ରୟୋଦଶ ଆଇପିଏଲ୍‌ ପୂର୍ବରୁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ଏବଂ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଚେନ୍ନାଇ ସୁପର କିଙ୍ଗସ୍‌ର ଶିବିରରେ ଏକତ୍ର ନଜର ଆସିଥିଲେ । ଚେନ୍ନାଇ ଫ୍ରାଞ୍ଚାଇଜି ପକ୍ଷରୁ ଏହି ଭିଡିଓଟିକୁ ସେୟାର କରାଯାଇଥିଲା । ଭିଡିଓଟିକୁ ସେୟାର କରାଯିବା ପରେ ସୋସିଆଲ୍‌ ମିଡିଆରେ ଫ୍ୟାନ୍‌ଙ୍କ ପକ୍ଷରୁ ବଢିଆ ପ୍ରତିକ୍ରିୟା ମିଳିଥିଲା । ଜଣେ ଫ୍ୟାନ୍‌ ଲେଖିଥିଲେ ଥାଲା ମିଟ୍‌ସ ଚିନ୍ନାଥାଲା, ଯାହାର ଅର୍ଥ ହେଉଛି ରାଜାଙ୍କୁ ଭେଟିଲେ ଯୁବରାଜ । ଧୋନୀଙ୍କୁ ଚେନ୍ନାଇ ଫ୍ୟାନ୍‌ ମାନେ ଥାଲା ବୋଲି ସମ୍ବୋଧନ କରିଥାନ୍ତି । (ଏଜେନ୍ସି) https://twitter.com/i/status/1234684530864246784

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ଜନସାଧାରଣଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ସେବା ଯୋଗାଇ ଦେବା ପାଇଁ ନବୀନ ସରକାର ବିଭିନ୍ନ ପ୍ରକାରର  ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ମୋ’ ସରକାର ଯୋଜନା ଚାଲୁକରିଥିବାବେଳେ ଚଳିତ ପାଳିରେ ଫାଇଭ୍‌ ଟିକୁ ବିଶେଷ ଗୁରୁତ୍ବ ଦେଇଛନ୍ତି। ଖୋଦ୍‌ ଫାଇଭ ଟି ସଚିବ ଅଚାନକ ସମସ୍ତ ଜିଲ୍ଲା ଗସ୍ତ କରି ସରକାରୀ କାର୍ଯ୍ୟର ସମୀକ୍ଷା ମଧ୍ୟ କରୁଛନ୍ତି। ତେବେ ସରକାର ସ୍ବାସ୍ଥ୍ୟକୁ ନେଇ ଆକ୍ସନ ମୁଡ୍‌ରେ ଥିବାବେଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ହେଉ ଅଥବା ସରକାରୀ ଡାକ୍ତରଖାନା ଏହାକୁ ନେଇ କେତେଦୂର କାର୍ଯ୍ୟକାରୀ କରୁଛନ୍ତି, ତାହା ଏବେ ପ୍ରଶ୍ନର ବିଷୟ ପାଲଟୁଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରର ଗମ୍ଭାରୀମୁଣ୍ଡା ପଞ୍ଚାୟତରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦିନ ଦ୍ବିପ୍ରହରରେ ତାଲା ଦେଖିବାକୁ ମିଳିଛି। ଏନେଇ ଏକ ଭିଡିଓ ଭାଇରାଲ୍‌ ହୋଇଛି। https://www.youtube.com/watch?v=3RtJ3QqZR30 ମିଳିଥିବା ସୂଚନା ଅନୁସାରେ, ଆଜି  ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଗମ୍ଭାରୀମୁଣ୍ଡା ଅଞ୍ଚଳର ଡାକ୍ତରଖାନା,…

Read More

ହାଇଦ୍ରାବାଦ : ଋଣଭାର ଚାପରେ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି ହାଇଦ୍ରାବାଦର ଜନୈକ ଯୁବକ । ଦୁଇ ଜଣ ପିଲା ଏବଂ ପତ୍ନୀଙ୍କୁ ବିଷ ଦେଇ ହତ୍ୟା କରିବା ପରେ ଏହି ଯୁବକ ଜଣକ ନିଜେ ଆତ୍ମହତ୍ୟା କରିଛନ୍ତି । ଶନିବାର ଦିନ ଏହି ଘଟଣା ଘଟିଥିବା ଜଣାପଡିଛି । ନିହତ ଇଞ୍ଜିନିୟର ଜଣକ ହେଉଛନ୍ତି କେ ପ୍ରଦୀପ୍‌ କୁମାର, ପତ୍ନୀ ଶ୍ବେତା ଏବଂ ଦୁଇ ସନ୍ତାନ ଜୟ କ୍ରିଷ୍ଣା ଏବକଂ କଲ୍ୟାଣ କ୍ରିଷ୍ଣାଙ୍କ ସହିତ ଆତ୍ମହତ୍ୟା କରିଛନ୍ତି । ପ୍ରଦୀପ 22 ଲକ୍ଷ ଟଙ୍କାର ଋଣ କରିଥିଲେ । ଋଣ ଶୁଝିନପାରିବାରୁ ଏପକରି ପଦକ୍ଷେପ ନେଇଥିବା ନେଇ ପ୍ରଦୀପ ନିଜ ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରିଛନ୍ତି । (ଏଜେନ୍ସି)

Read More

ଇଥୋଓପିଆ :ଦୁନିଆରେ କରୋନା ଭାଇରସ୍‌ ଏକ ଆତଙ୍କ ସୃଷ୍ଟି କରିଥିବାବେଳେ ଆଫ୍ରିକାର ଇଥୋଓପିଆ ଅଞ୍ଚଳରେ ଏକ ଅଜଣା ରୋଗର ଆତଙ୍କ ସୃଷ୍ଟି କରିଛି । ଏହି ରୋଗରେ ପୀଡ଼ିତଙ୍କ ନାକ ଓ ମୁହଁରୁ ରକ୍ତ ବାହାରିବା ସହିତ ଆଖି ହଳଦିଆ ପଡିଯାଉଛି । ଏବଂ ଏହା ପରେ ରୋଗୀର ମୃତ୍ୟୁ ଘଟୁଛି । ମିଳିଥିବା ସୂଚନା ଅନସାରେ ଇଥୋଓପିଆର ସୋମାଲୀରେ ଏହି ରହସ୍ୟମୟ ରୋଗରେ ଏପର୍ଯ୍ୟନ୍ତ 15ଜଣଙ୍କର ମୃତ୍ୟୁ ଘଟିଛି। ଚୀନ୍‌ର ତେଲ ଡ୍ରିଲିଙ୍ଗ୍‌ରୁ ବାହାରୁଥିବା ବିଷାକ୍ତ ଆବର୍ଜନା ଯୋଗୁଁ ଏହି ବେମାରୀ ହେଉଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ବେମାରୀ ସର୍ବପ୍ରଥମେ ସୋମାଲିର ଏକ ଗ୍ୟାସ୍‌ ପରିଯୋଜନା ନିକଟରେ ଅବସ୍ଥିତ ଗ୍ରାମରେ ଦେଖାଯାଇଥିଲା । ଏହି ରୋଗରେ ପ୍ରାଥମିକ ଅବସ୍ଥାରେ ଆଖି ହଳଦିଆ ପଡିବା ସହିତ ଶରୀରରେ ବହୁତ କଷ୍ଟ ହୋଇଥାଏ। ଏହା ପରେ ଅଚାନକ ଭାବରେ ଆଖି ଓ ମୁହଁରୁ ରକ୍ତ ବାହାରିଥାଏ । ପରେ…

Read More

ନୂଆଦିଲ୍ଲୀ : ସିଏଏକୁ ନେଇ ସମଗ୍ର ଦେଶରେ ବିରୋଧାଭାସ ଦେଖାଦେଇଥିବା ବେଳେ ମିଳିତ ଜାତିସଂଘ ପକ୍ଷରୁ ବର୍ତ୍ତମାନ ଏହି ମାମଲାରେ ହସ୍ତକ୍ଷେପ କରାଯାଇଛି । ମଙ୍ଗଳବାର ସୁପ୍ରିମକୋର୍ଟରେ ମିଳିତ ଜାତିସଂଘର ମାନବାଧିକାର କମିଶନଙ୍କ ପକ୍ଷରୁ ଏକ ଯାଚିକା ଦାଖଲ କରାଯାଇଛି । ଜେନେଭାରେ ଅବସ୍ଥାପିତ ଭାରତୀୟ ଦୂତାବାସ ଜରିଆରେ ମାନବାଧିକାର କମିଶନ ପକ୍ଷରୁ ଯାଚିକା ଦାଖଲ କରାଯାଇଥିବା ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଜାତିସଂଘର ମାନବାଧିକାର ସେଲ୍‌ ଉଚ୍ଚାୟୁକ୍ତ ମିସେଲ୍ ବାରେଟ୍‌ ପକ୍ଷରୁ ଏହି ଯାଚିକା ଦାଖଲ କରାଯାଇଛି । ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର ଏହି ଯାଚିକା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ଏହା ଭାରତର ଅନ୍ତରୀଣ ମାମଲା ଏବଂ କୌଣସି ବୈଦେଶିକ ଶକ୍ତି ଏଥିରେ ହସ୍ତକ୍ଷେପ କରିବା ଅନୁଚିତ ବୋଲି ମତ ରଖିଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଗତକାଲି ସୋସିଆଲ ମିଡିଆ ଛାଡିବା ନେଇ ଘୋଷଣା କରିବା ପରେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ରାତି 9 ଟା ସମୟରେ ମୋଦି ଏହି ଟ୍ବିଟ୍‌ କରିଥିଲେ । ଆସନ୍ତା ରବିବାର ସମସ୍ତ ସୋସିଆଲ ମିଡିଆରୁ ଦୂରେଇ ରହିବା ପାଇଁ ମୋଦି ଘୋଷଣା କରିଥିଲେ । ଏହାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେ ଆଶଙ୍କା ଦେଖାଯାଇଥିଲା । ବିଭିନ୍ନ ବ୍ୟବହାରକାରୀ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିବା ପରେ ମଙ୍ଗଳବାର ଦିନ ମୋଦି ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି । ଆସନ୍ତା ରବିବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଗୋଟିଏ ଦିନ ପାଇଁ ସୋସିଆଲ ମିଡିଆରୁ ଦୂରେଇ ରହିବାର ନିଷ୍ପତ୍ତି ନେଇଛନ୍ତି । https://twitter.com/narendramodi/status/1234746833831780353 ସମାଜକୁ ନିଜ ଜୀବନ ଏବଂ କାର୍ଯ୍ୟଶୈଳୀ ଦ୍ବାରା ଅନୁପ୍ରାଣିତ କରୁଥିବା ମହିଳାଙ୍କ ଉଦ୍ଦେଶ୍ୟରେ ଗୋଟିଏ ଦିନ ସୋସିଆଲ ମିଡିଆ ଛାଡିବାର ନିଷ୍ପତ୍ତି ନେଇଛନ୍ତି ମୋଦି…

Read More

ଉଦୟପୁର : ଦୁଷ୍କର୍ମ ପରି ଘଟଣା ଥମିବାର ନାଁ ନେଉନାହିଁ। କେଉଁଠି ନାବାଳିକାକୁ ନିଶା ଖୁଆଇ ଦୁଷ୍କର୍ମ କରାଯାଉଛି ତ କେଉଁଠି ଅପହରଣ କରି ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଉଛି । ଏଥିପାଇଁ ଯେତେ କଡା ଆଇନ ଆସିଲେ ମଧ୍ୟ ଏହି ଅପରାଧ କମିବାର ନାଁ ଧରୁନାହିଁ। ନିକଟରେ ଜଣେ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସାମ୍ନାରେ ଚଳନ୍ତା ଗାଡିରେ ଦୁଷ୍କର୍ମ କରିଥିବାର ଖବର ମିଳିଛି। ଏହିପରି ଏକ ଲଜ୍ଜ୍ୟାଜନକ ଘଟଣା ଉଦୟପୁର ସ୍ଥିତ ଗୋବର୍ଦ୍ଧନ ବିଳାସ ଥାନା ଅଞ୍ଚଳରେ ଘଟିଛି । ମିଳିଥିବା ଖବର ଅନୁସାରେ ବନ୍ଧୁକ ଦେଖାଇ 24 ବର୍ଷୟା ଯୁବତୀ ଜଣକୁ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଏକ ହୋଟେଲ୍‌ରୁ ଅପହରଣ କରି ନେଇଥିଲେ । ଏହାପରେ ଅଭିଯୁକ୍ତମାନେ ଉଦୟପୁର ସହରର ଆଖପାଖ ଅଞ୍ଚଳରେ ଦୁହିଁଙ୍କୁ କାର୍‌ରେ ଧରି ଘୂରିବା ସହିତ ଚଳନ୍ତା କାର୍‌ରେ ଯୁବତୀ ଜଣଙ୍କୁ ଦୁଷ୍କର୍ମ କରିଥିଲେ । ତେବେ ଏ ପର୍ଯ୍ୟନ୍ତ ଏହି ଦୁଷ୍କର୍ମ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ବାଣପୁର ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ବିଜେଡି ସଭାପତି ଓ ବାଣପୁର ଏନ୍‌ଏସି ସମସ୍ତ 15ଟି ଓ୍ବାର୍ଡର ବିଜେଡି ସଭାପତି ଚୟନ ହୋଇଛନ୍ତି । ବାଣପୁର ବ୍ଲକର ସଭାପତି ଭାବେ ଭବାନୀ ଶଙ୍କର ବଳିୟାର ସିଂହ ଓ ବାଣପୁର ଏନ୍‌ଏସିର ବିଜେଡିର ଅଶ୍ବିନୀ କୁମାର ଷଡ଼ଙ୍ଗୀ ନିର୍ବାଚିତ ହୋଇଛନ୍ତି । ବାଣପୁର ବ୍ଲକ ଅଧୀନର ରହିଥିବା ସମସ୍ତ 17ଟି ପଞ୍ଚାୟତର ବିଜେଡି ସଭାପତିଙ୍କ ନାମ ନିମ୍ନରେ ପ୍ରଦତ୍ତ ବାଣପୁର ବ୍ଲକ ଅଧୀନରେ ରହିଥିବା ପଞ୍ଚାୟତ ସଭାପତି : 1. ଗମ୍ଭାରୀମୁଣ୍ଡା – ଦାଶରଥୀ ସେଠୀ 2. ଭବାନୀପୁର – ଶରତ ଚନ୍ଦ୍ର ନାୟକ 3. ମୋରାମୋରି – ଧ୍ରୁବଚରଣ ଛତ୍ର 4. ଦେଓଗାଁ – ସୁରେଶ ଚନ୍ଦ୍ର ସାମନ୍ତାରାୟ 5. ତୋରସିଂ – ଗୁରୁ ସାହୁ 6. କୁଲେଇ – ଶୁଭେନ୍ଦୁ କୁମାର ଚମ୍ପତିରାୟ 7. ନାଚୁଣି – ନିର୍ମଳ କୁମାର ମହାପାତ୍ର 8. ଆୟତପୁର…

Read More

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡରେ ଗୁଳିଚାଳନାକାରୀ ଅଭିଯୁକ୍ତକୁ ଗିରଫ କରିଛି ଦିଲ୍ଲୀ ପୋଲିସ୍‌ । ଗୁଳି ଚାଳନାକାରୀ ଶାହରୁଖକୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଉତ୍ତର ପ୍ରଦେଶରୁ ଗିରଫ କରିଛି । ମଙ୍ଗଳବାର ଦିନ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପକ୍ଷରୁ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶାହରୁଖକୁ ଗିରଫ କରାଯିବା ସହିତ ତାର ପରିବାର ଲୋକଙ୍କୁ ଅଟକ ରଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀର ଜାଫରାବାଦରେ ଜାନୁୟାରୀ 24 ତାରିଖରେ ଶାହରୁଖ 8 ରାଉଣ୍ଡ ଗୁଳି ଚଳାଇଥିଲା । ଦିଲ୍ଲୀରେ ହିଂସାକାଣ୍ଡ ଘଟି 47 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 200ରୁ ଅଧିକ ଲୋକ ଆହତ ହୋଇଥିଲେ । 47ଟି ହତ୍ୟା ଅଭିଯୋଗର ତଦନ୍ତ କରି ଦିଲ୍ଲୀ ପୋଲିସ୍‌ ବର୍ତ୍ତମାନ ସୁଦ୍ଧା 24 ଜଣଙ୍କୁ ଗିରଫ କରିଛି । (ଏଜେନ୍ସି)

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସଦରଥାନା ଅନ୍ତର୍ଗତ ଗୁରୁଣ୍ଠି ପଂଚାୟତ ଯୋଗିଆପଲ୍ଲୀ ଗ୍ରାମରେ ଏକ ବଡ଼ଧରଣର ଚୋରି ହୋଇଛି। ଦୁବୃର୍ତ୍ତମାନେ ଏକ ଦୋକାନ ଗୋଦାମ ଘରୁ ଚୋରି କରି ପ୍ରାୟ ୫ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି । ଘଟଣାରୁ ପ୍ରକାଶ ଯେ ଗୁରୁଣ୍ଠି ପଂଚାୟତ ଯୋଗିଆପଲ୍ଲୀ ଗ୍ରାମର ଶ୍ରୀମନ୍ତ କୁମାର ପାଣିଗ୍ରାହୀ ବିକ୍ରି ପାଇଁ ଏକ ଗୋଦାମ ଘର କରିଛନ୍ତି। ଏଥିରେ ସେ ସାବୁନ, ପେଷ୍ଟ, ପାଉଡ଼୍‌ର, ଗୁଟ୍‌ଖା ସାମଗ୍ରୀ ଭଳି ଗ୍ଲୋସେରୀ ସାମଗ୍ରୀ ରଖିଥିଲେ। ଗତକାଲି ରାତି ୧୧ଟାରେ ସେ ତାଲା ପକାଇ ଘରକୁ ଫେରିଥିବାବେଳେ ସକାଳୁ ତାଙ୍କ ଗୋଦାମର ତାଲା ଭାଙ୍ଗିଯାଇଥିବା ଶୁଣି ଗୋଦାମକୁ ଆସିଥିଲେ । ଦୋକାନ ଭିତରେ ପଶି ଦେଖିଲା ବେଳେ ପ୍ରାୟ ୫ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଛି । ଏନେଇ ସେ ସଦରଥାନାରେ ଅଭିଯୋଗ କରିବା ପରେ ଥାନା କେସ ନଂ ୬୭/୧୯ରେ ମାମଲା ରୁଜୁ କରିଛନ୍ତି ।…

Read More