Author: Samikhsya Bureau

ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗୁରୁବାର ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ଡିସଚାର୍ଜ ହୋଇ ହସ୍ପିଟାଲରୁ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଆକ୍ରାନ୍ତ ଜଣକ ଭୁବନେଶ୍ବରର ବୋଲଇ ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 33ରେ ପହଞ୍ଚିଛି । ଉଲ୍ଲେଖମଯୋଗ୍ୟ ଯେ, ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 83ରେ ପହଞ୍ଚିଥିବା ବଳେ ତନ୍ମଧ୍ୟରୁ 33 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି ।

Read More

ଜେନେଭା: ମହାମାରୀ କରୋନା ଭାଇରସର ସଂକ୍ରମଣ କମିଲେ ମଧ୍ୟ ବିଶ୍ୱରେ ଏହା ଅନେକ ଦିନ ଧରି ଆମ ସହ ରହିବ ବୋଲି କହିଛନ୍ତି ଡବ୍ଲୁଏଚ୍‌ଓର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟେସୁ ।  ତେଣୁ କେହି ବି କିଛି ଭୁଲ କରନ୍ତୁ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସବୁ ରାଷ୍ଟ୍ରକୁ ସତର୍କ କରାଯାଇଛି। କରୋନା ଯୋଗୁ ସମଗ୍ର ବିଶ୍ୱରେ ଲକଡାଉନ ଜାରି କରାଯାଇଛି। ଏହାଦ୍ୱାରା ଅର୍ଥନୀତି ଠାରୁ ଆରମ୍ଭ କରି ସାଧାରଣ ଜନଜୀବନ ଗଭୀର ଭାବେ ପ୍ରଭାବିତ ହୋଇଛି। କିଛି ରାଷ୍ଟ୍ର ଏହାକୁ ଦୃଷ୍ଟିରେ ରଖି ଲକଡାଉନ ନିୟମ କୋହଳ କରିବାକୁ ଚିନ୍ତା କରୁଛନ୍ତି। ଏସବୁ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା କେତେ ଭୟଙ୍କର ହୋଇପାରେ, ସେ ବିଷୟରେ ସମସ୍ତଙ୍କୁ ସତର୍କ କରାଇଛି। ଏବେବି ଅନେକ ଦେଶରେ ସଂକ୍ରମଣ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି । କେତେକ ଦେଶରେ ସଂକ୍ରମଣ ହ୍ରାସ ପରେ ବି ପୁଣି ଦେଖାଦେଉଛି । ଆମେରିକା,…

Read More

ମୁମ୍ବାଇ : କରୋନା ସଂକଟ ସହ ଦେଶ ଲଢେଇ କରୁଥିବାବେଳେ ବି ଧର୍ମକୁ ନେଇ ଆମର ମାନସିକତାରେ କିଛି ଉନ୍ନତି ଘଟିନି । ଏମିତି ଏକ ହୀନ ମାନସିକତାର ଘଟଣା ଦେଖିବାକୁ ମିଳିଛି ମୁମ୍ବାଇ ସହରରେ । ଜାତି ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିବା ଜଣେ ବ୍ୟକ୍ତିଙ୍କୁ ଭେଦଭାବର ଶିକାର ହେବାକୁ ପଡିଛି । ଏହିପରି ଏକ ଆଶ୍ଚର୍ଯ୍ୟଜନକ ଖବର ମୁମ୍ବାଇର ମୀରା ରୋଡ୍‌ ଅଞ୍ଚଳରେ ଘଟିଛି । ଜଣେ ମୁସଲମାନ ହୋଇଥିବାରୁ ଏଠାରେ ଏକ ଘରକୁ ଡେଲିଭରୀ ଦେବାକୁ ଆସିଥିବାବେଳେ ତାଙ୍କୁ ଫେରାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଏହି ଅଞ୍ଚଳରେ ଜଣେ ପରିବାର ରାସନ୍‌ ସାମଗ୍ରୀ ଅର୍ଡର ଦେଇଥିବାବେଳେ ଡେଲଭରି ବୟ ଜଣକ ଜଣେ ମୁସଲମାନ ହୋଇଥିବାରୁ ତାଙ୍କୁ ଫେରାଇ ଦେଇଛନ୍ତି । ଡେଲିଭରୀ ବୟ ଜଣକର ଭିଡିଓ ବୟାନ ଆଧାରରେ କାଶୀ ମୀରା ପୁଲିସ୍‌ ଷ୍ଟେସନ୍‌ 51 ବର୍ଷୀୟ ବ୍ୟକ୍ତିଙ୍କ ବିରୁଦ୍ଧରେ 295ଏ ଆଧାରରେ ମାମଲା ରୁଜୁ…

Read More

ଗୁଜୁରାଟ : କରୋନା ସଂକ୍ରମଣ ମାମଲାରେ ମହାରାଷ୍ଟ୍ର ପରେ ଗୁଜୁରାଟ ଦ୍ବିତୀୟ ସ୍ଥାନରେ ପହଞ୍ଚିଯାଇଛି । ଗୁଜୁରାଟରେ ଏବେ ଦୁଇହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 103ରେ ପହଞ୍ଚିଛି । ସେହିପରି ତୃତୀୟ ସ୍ଥାନରେ ରହିଛି ଦିଲ୍ଲୀ । ଏଠାରେ ସଂକ୍ରମିତଙ୍କ ସଂଖ୍ୟା 2,248 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 48କୁ ବୃଦ୍ଧି ଘଟିଛି । ଗୁଜୁରାଟରେ ଅହମ୍ମବାଦଠାରେ ଅଧିକ ରୋଗୀ ରହିଛନ୍ତି । ଏଠାରେ 1501 ଜଣ ରହିଥିବାବେଳେ ସୁରତରେ 415, ବଡଦୋରାରେ 208, ରାଜକୋଟରେ 41, ଭାବନଗରରେ 32, ଆଣନନ୍ଦରେ 30, ଭରୁଚରେ 24, ଗାନ୍ଧିନଗର-ଅମରାବଲୀରେ 17, ବାନାସକାଣ୍ଠାରେ 16 , ପାଟନାରେ 15, ନର୍ମଦା-ମହୀସାଗରରେ 12, ଛୋଟା ଉଦେପୁର-ପଞ୍ଚମହଲରେ 11, ବୋଟାଦାରେ 9, ମେହସାନାରେ 7, କଚ୍ଛରେ 6, ଦୋହାତରେ 4 ରହିଛନ୍ତି । ଦେଶର ଅନ୍ୟ ରାଜ୍ୟଗୁଡିକ ମଧ୍ୟରେ ରାଜସ୍ଥାନରେ 1935ଜଣ ସଂକ୍ରମିତ ରହିଥିବାବେଳେ 27ଜଣଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁରେ 1629ଜଣ ସଂକ୍ରମିତ ହୋଇଥିବାବେଳେ…

Read More

ନ୍ୟୁୟର୍କ : ବିଶ୍ବରେ କରୋନାର ତାଣ୍ଡବ ଜାରି ରହିଛି । ଚୀନର ଉହାନ୍‌ ସହରରୁ ଆରମ୍ଭ ହୋଇଥିବା ଏହି କରୋନା ଏବେ ବିଶ୍ବର ସବୁ ଦେଶରେ ପ୍ରଭାବ ବିସ୍ତାର କରି ସାରିଛି। ଏହା ଏବେ କେବଳ ମଣିଷଙ୍କର ନୁହେଁ ପଶୁଙ୍କଠାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି । ପୂର୍ବରୁ କରୋନାରେ ଏକ ବାଘୁଣୀ ସଂକ୍ରମିତ ହୋଇଥିବାର ଖବର ରହିଥିଲା । ଏବେ ଏହି କରୋନା କବଳରେ ଗୃହ ପାଳିତ ପଶୁମାନେ ମଧ୍ୟ ଶିକାର ହେଲେଣି। ମିଳିଥିବା ସୂଚନା ଅନୁସାରେ ଆମେରିକାଠାରେ ଏକ ଗୃହପାଳିତ ବିଲେଇ ନିକଟରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ତେବେ ଗୃହପାଳିତ ପଶୁଙ୍କ ନିକଟରେ ଏହି ମାମଲା ପ୍ରଥମ ରୂପେ ଦେଖାଯାଇଛି । ନ୍ୟୁୟର୍କରେ ଦୁଇ ବିଲେଇ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଦୁଇ ବିଲେଇ ନିଃଶ୍ବାସ ନେବାର କଷ୍ଟ ଅନୁଭବ କରୁଥିଲେ । ଯେତେବେଳେ ବିଲେଇଙ୍କର ଟେଷ୍ଟ କରାଗଲା ତେବେ ତାଙ୍କଠାରେ କରୋନା…

Read More

ମୁମ୍ବାଇ, ବରିଷ୍ଠ ସାମ୍ବାଦିକ ତଥା ରିପବ୍ଲିକ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗତକାଲି ରାତିରେ ଦୁଇଜଣ ଦୁର୍ବୁତ  ଆକ୍ରମଣ କରିଛନ୍ତି। ଏ ନେଇ ଏକ ଭିଡିଓ ବାର୍ତ୍ତା ଜାରୀ କରି ନିଜେ ଜଣାଇଛନ୍ତି ଅର୍ଣ୍ଣବ ଗୋସ୍ବାମୀ। ଅର୍ଣ୍ଣବ କହିଛନ୍ତି ଯେ, ଗତକାଲି ରାତିରେ ସେ ମୁମ୍ବାଇସ୍ଥିତ ଅଫିସରୁ ଘରକୁ ଫେରିଥିବା ବେଳେ ଏହି ଆକ୍ରମଣ କରାଯାଇଛି। ଘରୁ ମାତ୍ର 5ଶହ ମିଟର ଦୂରରେ ଏହି ଘଟଣା ଘଟିଛି। ସେ ତାଙ୍କର ଟୋଏଟା କଲୋରା ଗାଡିରେ ପତ୍ନୀଙ୍କ ସହିତ ନିଜେ ଡ୍ରାଇଭ କରି ଆସିବା ବେଳେ ଏହି ଆକ୍ରମଣ କରାଯାଇଛି। ଅର୍ଣ୍ଣବ କହିଛନ୍ତି ଯେ, ଦୁଇଜଣ ଦୁର୍ବୁତ ଏକ ବାଇକରେ ତାଙ୍କ କାରକୁ ପିଛା କରି ଆସିଲେ। କିଛି ସମୟ ପରେ ସେମାନେ ତାଙ୍କ କାରର ସମାନ୍ତରଳରେ ଆସି ତାଙ୍କୁ ଭଲ କରି ନୀରିକ୍ଷଣ କଲେ। ଏହାପରେ ସେମାନେ ବାଇକ ଜୋରରେ ଆଗକୁ ନେଇ ହଠାତ ଆଗରେ ରଖିଦେଲେ। ଏପରି ପରିସ୍ଥିତି ଦେଖି…

Read More

ଚଣ୍ଡୀଗଡ଼: ଚଣ୍ଡୀଗଡ ପିଜିଆଇରେ ଜଣେ ଛଅ ମାସର ଶିଶୁ କନ୍ୟାଠାରେ କରୋନା ପଜିଟିଭ୍‌ ମିଳିବା ପରେ ଏହି ମେଡିକାଲ ଇନ୍‌ଷ୍ଟିଚ୍ୟୁଟ୍‌ ର 54 ଜଣ ସ୍ବାସ୍ଥ୍ୟକର୍ମୀ  କ୍ବାରେଣ୍ଟାଇନରେ ରହିଛନ୍ତି । ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜ୍ୟୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଡୁକେସନ ଆଣ୍ଡ ରିସର୍ଚ୍ଚରେ ଜଣେ 6 ମାସର ଶିଶୁ କନ୍ୟା ହାର୍ଟ ସର୍ଜରୀ କରିବା ପାଇଁ ଭର୍ତ୍ତି ହୋଇଥିଲେ । ବୁଧବାର ଦିନ ଶିଶୁଟି କରୋନା ସଂକ୍ରମିତ ହେବାର ଜଣାପଡିବା ପରେ ସ୍ବାସ୍ଥ୍ୟକର୍ମୀଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ 18 ଜଣ ଡାକ୍ତର ଓ 36 ଜଣ ସ୍ବାସ୍ଥ୍ୟକର୍ମୀ ରହିଛନ୍ତି । ଏପ୍ରିଲ ୯ରେ ପଞ୍ଜାବର ଫାଗୱାରାର ଏହି 6 ମାସର ଶିଶୁକନ୍ୟାକୁ ଚିକିତ୍ସା ପାଇଁ ପେଡିଆଟ୍ରିକ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଓପନ ହାର୍ଟ ସର୍ଜରୀ ହେବାର ଥିଲା। ସର୍ଜରୀ ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଥିଲା । ଶିଶୁଟି ଜନ୍ମରୁ…

Read More

ଭୁବନେଶ୍ବର: କରୋନା ସହ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବେଶ୍‌ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସମ୍ପ୍ରତି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲା ପରେ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରୁ ଅଧିକ ସଂଖ୍ୟକ କରୋନା ପଜିଟିଭ୍ ବାହାରୁ ଥିବାରୁ ଏହା ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେଣୁ  ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ୩ ବରିଷ୍ଠ ସଚିବଙ୍କୁ ଏହି ୩ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଏବେ ଯାଜପୁର, ଭଦ୍ରକ ଓ ବାଲେଶ୍ବର ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଛି । ବାଲେଶ୍ବରରେ 8ଜଣ ଚିହ୍ନଟ ହୋଇଥିବାବେଳେ ଭଦ୍ରକ ଜିଲ୍ଲାରେ 11 ଜଣ ଓ ଯାଜପୁରରୁ ମଧ୍ୟ 8 ଜଣ ଚିହ୍ନଟ ହୋଇଛନ୍ତି । ଏହି ସବୁ ଜିଲ୍ଲାମାନଙ୍କରେ ବାହାର ରାଜ୍ୟରୁ ଅଧିକ ଲୋକ ପଶି ଆସିଥିବାର ସୂଚନା ରହିଥିଲା । ଏହାପରେ ଏହି ତିନି ଜିଲ୍ଲା…

Read More

ଖୋର୍ଦ୍ଧା : ରାଜ୍ୟ ବାହାରକୁ ନେଇ ଏବେ ଚିନ୍ତା ବଢିଛି। ନିକଟରେ ଚିହ୍ନଟ ହୋଇଥିବା ସମସ୍ତ କରୋନା ଆକ୍ରାନ୍ତଙ୍କ ରାଜ୍ୟ ବାହାର ଲିଙ୍କ୍‌ ରହିଛି। ଏହାକୁ ନେଇ ରାଜ୍ୟ ସରକାର ବେଶ୍‌ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି କ୍ରମରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ପ୍ରାୟ 20 ହଜାର ଲୋକ ରାଜ୍ୟ ବାହାରେ ଅଛନ୍ତି। ସରକାରୀ ଗାଇଡଲାଇନ୍‌ ଅନୁସାରେ ସମସ୍ତଙ୍କୁ ପଞ୍ଜିକରଣ କରିବାକୁ ପଡିବ । ପଞ୍ଜିକରଣ ନ କଲେ ଜିଲ୍ଲାରେ ପ୍ରବେଶ ଅନୁମତି ମିଳିବ ନାହିଁ ।  ସମସ୍ତଙ୍କୁ ଅନ୍‌ଲାଇନ୍‌ରେ ପଞ୍ଜିକରଣ କରିବାକୁ ପଡିବ। ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଳାପାଳ ସୀତାଂଶୁ ରାଉତ। ସୂଚନାଯୋଗ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏଯାବତ୍‌ ରାଜ୍ୟରେ ମୋଟ୍‌ 82 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 32 ଜଣ ସୁସ୍ଥ ହୋଇଛନ୍ତି । 50 ଜଣ ଚିକିତ୍ସାଧୀନ…

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: କରୋନା ସହ ମୁକାବିଲା କରିବା ନେଇ ରାଜ୍ୟ ସରକାର ଦୃଢ ପଦକ୍ଷେପମାନ ନେଉଛନ୍ତି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏହି ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟନୁଷ୍ଠାନ ସହ ଜରିମାନା ମଧ୍ୟ ଆଦାୟ କରାଯାଉଛି। ଏହି କ୍ରମରେ ବାଲୁଗାଁ ଏନ୍‌ଏସି ଓ ଚିଲିକା ତହସିଲ ପ୍ରଶାସନ ମାସ୍କ ନ ପିନ୍ଧିବା ଅଭିଯୋଗରେ ୩୨ ଜଣଙ୍କଠୁ ଜରିମାନା ଆଦାୟ କରିଛନ୍ତି। ଗତକାଲି ପୂର୍ବାହ୍ନ୧୦ ଟା ସୁଦ୍ଧା ବାଲୁଗାଁ ଗାନ୍ଧି ଛକ ନିକଟରେ ୩୨ଜଣଙ୍କଠାରୁ ୬୪୦୦ ଫାଇନ୍‌ ଆଦାୟ କରାଯାଇଛି। ଏହି ଜରିମାନା ଆଦାୟ ସମୟରେ ଉପସ୍ଥିତ ରହିଥିଲେ ଚିଲିକା ତହସିଲଦାର ଅପର୍ଣ୍ଣା ଭୋଇ। ବାଲୁଗାଁ ରାଜସ୍ବ ନିରୀକ୍ଷକ ଅଧିକାରୀ, ଏନଏସିର ଟ୍ୟାକ୍ସ କଲେକ୍ଟର ସାମନ୍ତ ଅନନ୍ତ ପଟ୍ଟନାୟକ। ପ୍ରତିଦିନ ତହସିଲଦାରଙ୍କ ଉପସ୍ଥିତରେ ଏପରି ଯାଞ୍ଚ କରାଯାଇ ଜରିମାନା ଆଦାୟ କରାଯିବ ବୋଲି ସୂଚନା ରହିଛି। ମାସ୍କକୁ ବାଧ୍ୟତାମୂଳକ କରିବା ପାଇଁ ତହସିଲଦାର ପରାମର୍ଶ…

Read More

 ନୂଆଦିଲ୍ଲୀ, ଅକ୍ଟୋବର 15 ତାରିଖ ପର୍ଯ୍ୟନ୍ତ କରୋନା ଭୂତାଣୁ ସଂକ୍ରମଣ ଯୋଗୁ କୌଣସି ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବ ନାହିଁ ବୋଲି ଏକ ଗୁଜବ। ଏହା ସ୍ପଷ୍ଟ କରିଛି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ। ମନ୍ତ୍ରଣାଳୟ ନାଁରେ ଏ ସଂକ୍ରାନ୍ତରେ ଖବର ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବାରୁ ଏହା ସମଗ୍ର ପର୍ଯ୍ୟଟନ କ୍ଷେତ୍ରରେ ହଇଚଇ ସୃଷ୍ଟି କରିଛି। ଏପରି କୌଣସି ଚିଠି ଜାରି କରାଯାଇ ନାହିଁ ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ସ୍ପଷ୍ଟ କରିବା ସହ ଲୋକମାନେ ଏଭଳି  ମିଥ୍ୟା ଖବରକୁ ବିଶ୍ୱାସ ନ କରିବାକୁ କୁହାଯାଇଛି । ପର୍ଯ୍ୟଟନ ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ ସ୍ପଷ୍ଟୀକରଣ ଦେବା ସହ ମୁମ୍ବାଇ  ପୁଲିସର ସାଇବର ଅପରାଧ ଶାଖାରେ ଅଭିଯୋଗ ଦାଖଲ ମଧ୍ୟ କରିଛି । ପତ୍ର ସୂଚନା କାର୍ଯ୍ୟାଳୟର ଫାକ୍ଟ ଚେକ ୟୁନିଟ ମଧ୍ୟ କିଛି ଦିନ ପୂର୍ବେ ଏ ଖବର ସତ ନୁହେଁ ବୋଲି ଜଣାଇବା ସତ୍ତ୍ୱେ ବିଭିନ୍ନ ସ୍ଥାନରେ…

Read More

ନୂଆଦିଲ୍ଲୀ, ସଂପ୍ରତି ଦେଶର ବିଭିନ୍ନ ଭାଗରେ କାର୍ଯ୍ୟ ସଂପାଦନ ସମୟରେ ଗଣମାଧ୍ୟମର ପ୍ରତିନିଧି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବାରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପ୍ରିଣ୍ଟ୍ ଓ ଇଲଟ୍ରୋନିକ ମିଡିଆ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ରିପୋର୍ଟର, କ୍ୟାମେରାମ୍ୟାନ, ଫଟୋଗ୍ରାଫରଙ୍କ ସମେତ ଗଣମାଧ୍ୟମର ବ୍ୟକ୍ତି ବିଶେଷ ଯେଉଁମାନେ ଦେଶର ବିଭିନ୍ନ  ଭାଗରେ କରୋନା ସଂକ୍ରମଣ ଘଟଣା ସଂପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି ସେମାନେ ଏକାଧିକ ସ୍ଥାନକୁ ଯାଉଛନ୍ତି । ଏଥିରେ ସଂକ୍ରମିତ ଅଞ୍ଚଳ, ହଟସ୍ପଟ ଓ ଅନ୍ୟାନ୍ୟ ସଂବେଦନଶୀଳ ଅଞ୍ଚଳ ଆଦି ରହିଛି । ତେଣୁ ଏହିସବୁ ସ୍ଥାନକୁ ଯିବାବେଳେ ଗଣମାଧ୍ୟମର ପ୍ରତିନିଧି ଓ ବ୍ୟକ୍ତିବିଶେଷ ଉପଯୁକ୍ତ ସ୍ୱାସ୍ଥ୍ୟଗତ ସୁରକ୍ଷା ଓ ସତର୍କତା  ଅବଲମ୍ବନ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । ଆହୁରି ମଧ୍ୟ ସଂଯୁକ୍ତ ମିଡିଆସବୁର ପରିଚାଳନା କର୍ତ୍ତୃପକ୍ଷ ନିଜନିଜର ଅଫିସ କର୍ମଚାରୀ ଓ କ୍ଷେତ୍ରରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ଆବଶ୍ୟକ ଯତ୍ନ ନେବାକୁ…

Read More

ଭୁବନେଶ୍ବର : କରୋନା ସଂକ୍ରମଣ ଚିହ୍ନଟ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ନମୁନା ପରୀକ୍ଷଣ କରାଯାଇଛି। ଏଥିପାଇଁ ଅଧିକରୁ ଅଧିକ ନମୂନା ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଗତକାଲି ରାଜ୍ୟରେ ସର୍ବାଧିକ 2 ହଜାର 209ଟି ସାମ୍ପଲ୍‌ ପରୀକ୍ଷା କରାଯାଇଛି। ଏଥିସହିତ ଗତକାଲି ସୁଦ୍ଧା ରାଜ୍ୟରେ ସମୁଦୟ 15,984 ନମୁନା ପରୀକ୍ଷା ହୋଇଛି। ତେବେ ଗତ 21 ତାରିଖ ସୁଦ୍ଧା 13 ହଜାର 775 ଟି ନମୁନା ପରୀକ୍ଷା ହୋଇଥିଲା। ଗତକାଲି ରାଜ୍ୟରେ 4ଟି ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ବର୍ତ୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 83ରେ ପହଞ୍ଚିଥିବା ବେଳେ 50 ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆଜି ସୁଦ୍ଧା 32 ଜଣ ସୁସ୍ଥ ହୋଇଛନ୍ତି।

Read More

ନୂଆଦିଲ୍ଲୀ : ଦେଶରେ ଲଗାତାର ଭାବରେ କରୋନା ସଂକ୍ରମିତ ସଂଖ୍ୟା ବଢିବାରେ ଲାଗିଛନ୍ତି। ଭାରତରେ ଏବେ ମୋଟ୍‌ 20,471ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ଏପର୍ଯ୍ୟନ୍ତ 652ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦେଶରେ 3959 ଜଣ ସୁସ୍ଥ ହୋଇଛନ୍ତି।  ଗତ 24 ଘଣ୍ଟାରେ କରୋନା ଯୋଗୁଁ 49ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ନୂତନ 1486ଟି ମାମଲା ଆସିଛି । ଦେଶରେ କରୋନା ଯୋଗୁଁ ମହାରାଷ୍ଟ୍ରରେ ସର୍ବାଧିକ 251 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସେହିପରି ମଧ୍ୟପ୍ରଦେଶରେ 80, ଗୁଜୁରାଟରେ 95, ଦିଲ୍ଲୀରେ 47, ରାଜସ୍ଥାନରେ 25, ତେଲେଙ୍ଗାନାରେ 23, ରାଜସ୍ଥାନରେ 25, ତେଲେଙ୍ଗାନାରେ 23 ଜଣଙ୍କ ମୃତ୍ୟୁହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ରହିଛି ।

Read More

କେଦାର ମିଶ୍ର ସାରା ପୃଥିବୀରେ ଯେତେବେଳେ କରୋନା ଭୂତାଣୁ ନିଜର ଅପଚ୍ଛାୟା ଲମ୍ବାଇ ଚାଲିଛି, ସେତେବେଳେ କରୋନାକୁ କେନ୍ଦ୍ର କରି ରାଜନୀତି ମଧ୍ୟ ତୀବ୍ର ହେଉଛି। ବର୍ତ୍ତମାନ ସମୟର ପୃଥିବୀ ରାଜନୀତିର ଚେହେରା ପାଖାପାଖି ଆମ ଓଡିଆ ଯାତ୍ରା ପାର୍ଟିର ନାଟକ ପରି। ଓଡିଆ ଯାତ୍ରା ନାଟକରେ ଖଳନାୟକର କାଟତି ବେଶୀ। ନାୟକ ଅପେକ୍ଷା ଖଳନାୟକ ବେଶୀ ଗୁରୁତ୍ୱପୂର୍ଣ୍ଣ। ବିଶ୍ଵ ରାଜନୀତିରେ ଆଜି କରୋନା ଭୂତାଣୁ ଅପେକ୍ଷା ଏହି ଭୂତାଣୁର ଖଳନାୟକ ବିଷୟରେ ସବୁଠୁ ବେଶୀ ଚର୍ଚ୍ଚା ଚାଲିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ପ୍ରତିଦିନ କରୋନା ଭୂତାଣୁ ଲାଗି ନୂଆ ନୂଆ ଖଳନାୟକ ଆବିଷ୍କାର କରୁଛନ୍ତି। ପ୍ରଥମେ ସେ କହିଲେ ଏଥିପାଇଁ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ବିରୋଧୀ ଡେମୋକ୍ରାଟ ମାନେ ଦାୟୀ। ତା ପରେ କହିଲେ ଚୀନ ଏଥିପାଇଁ ଦାୟୀ। ଶେଷରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସବୁଠୁ ବଡ ଖଳନାୟକ ବୋଲି ଟ୍ରମ୍ଫ କହିଲେ। ତେଣୁ ଟ୍ରମ୍ଫଙ୍କ…

Read More

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସମ୍ପର୍କିତ ସୂଚନା ଓ ସହଯୋଗ ପାଇଁ 104 ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ଏହି ନମ୍ବରକୁ ବର୍ତ୍ତମାନ ଅନେକ ଫେକ୍ କଲ୍ ଆସୁଛି। ଏବେ ଏହି ନମ୍ବରକୁ ଫେକ୍‌ କଲ୍‌ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି। ମୋଟ 38 ଜଣ ଫେକ୍ କଲର୍‌ଙ୍କ ନାଁରେ ଏତଲା ଦିଆଯାଇଛି। କେଉଁ ନମ୍ବରରୁ କେତେଥର କଲ୍ ହୋଇଛି, ସେସବୁର ପୂର୍ଣ୍ଣ ତଥ୍ୟ ସହ ଏତଲା ହୋଇଛି। ଗୋଟେ ଗୋଟେ ନମ୍ବରରୁ ବହୁ ବାର, ଏମିତିକି ଗୋଟିଏ ନମ୍ବରରୁ 279 ଥର କଲ୍ ହୋଇଥିବା ମଧ୍ୟ ଏତଲାରେ ଉଲ୍ଲେଖ କରାଯାଇଛି। ଏଥି ସହ ଅଭିଯୁକ୍ତଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲାରେ ଅପିଲ କରାଯାଇଛି।

Read More

ନୂଆଦିଲ୍ଲୀ : କରୋନାକୁ ନେଇ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରାଯାଇଛି । ଭିନ୍ନ ଭିନ୍ନ ଉପାୟ ଜରିଆରେ ଏହି ମହାମାରୀକୁ ରୋକିବାକୁ ଚେଷ୍ଟା କରାଯାଉଛି । ଭାରତ ମଧ୍ୟ ଏହି ମହାମାରୀର ପ୍ରସାର ରୋକିବା ପାଇଁ ଭିନ୍ନ ରଣନୀତି ପ୍ରସ୍ତୁତ କରାଯାଇଛି । ଏହି କ୍ରମରେ ଏପ୍ରିଲ୍‌ 24 ରେ ଦେଶରେ ଲକ୍‌ ଡାଉନ୍‌ର ଘୋଷଣା କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରୋନା ମୁକାବିଲାକୁ ନେଇ କରୁଥିବା ଭିନ୍ନ ଭିନ୍ନ ପ୍ରୟାସକୁ ପ୍ରଶଂସା କରାଯାଉଛି । ମାଇକ୍ରୋସ୍ପଟ କମ୍ପାନୀର ସଂସ୍ଥାପକ ବିଲ୍‌ ଗେଟସ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ପତ୍ର ଲେଖି କରୋନା ଲଢେଇ ପାଇଁ ଭାରତର ପ୍ରସ୍ତୁତିକୁ ପ୍ରଶଂସା କରିଛନ୍ତି । ଏହି ପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କରୋନା ମହାମାରୀକୁ ନେଇ ସରକାର ଉଠାଇଥିବା ପଦକ୍ଷେପକୁ ଠିକ୍‌ ବୋଳି କହିଛନ୍ତି । ଏହି ପତ୍ରରେ ବିଲ୍‌ ଗେଟସ୍‌ କହିଛନ୍ତି, ’କରୋନା ମହାମାରୀ ସଂକ୍ରମଣକୁ…

Read More

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନାର ପ୍ରକୋପ ଓ ଲକ୍‌ଡାଉନ୍‌ର ସ୍ଥିତିକୁ ନେଇ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଅପ୍ରେଲ୍‌ 27 ତାରିଖରେ ଭିଡିଓ କନଫରେନ୍ସିଂ କରିବେ ବୋଲି ସୂଚନା ରହିଛି । ଏହି ଅବସରରେ ମୋଦି ମୁଖ୍ୟମନ୍ତ୍ରୀଙ୍କଠାରୁ ଫିଡ୍‌ବ୍ୟାକ୍‌ ନେବେ ବୋଲି ଜଣାପଡିଛି । ରାଜ୍ୟ ତରଫରୁ ଫିଡ୍‌ବ୍ୟାକ୍‌ ଆଧାରରେ ଆଗାମୀ ରଣନୀତି ପ୍ରସ୍ତୁତ କରିବେ କେନ୍ଦ୍ର ସରକାର। ଏପ୍ରିଲ୍‌ 11 ତାରିଖରେ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କର ସହ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ କେନ୍ଦ୍ର ସରକାର ଲକ୍‌ ଡାଉନ୍‌ର ଅବଧିକୁ ମଇ ତିନି ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ୍‌ 2 ତାରିଖରେ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିଥିଲେ ।  ଏବେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀମାନଙ୍କ…

Read More

ଭୁବନେଶ୍ବର : କଣ୍ଟେନମେଣ୍ଟ ମୁକ୍ତ ହେଲା ରାଜଧାନୀ ଭୁବନେଶ୍ବର । କଣ୍ଟେନମେଣ୍ଟ ଉଠାଇବାକୁ ବିଏମ୍‌ସି ପକ୍ଷରୁ ଘୋଷଣା କରାଯାଇଛି । ବମିଖାଲ, ସତ୍ୟନଗର, ସୂର୍ଯ୍ୟନଗରରୁ ଉଠିଲା କଣ୍ଟେନମେଣ୍ଟ । କଣ୍ଟେନମେଣ୍ଟ ଉଠିଥିଲେ ବି ଆକ୍ଟିଭ୍‌ ସର୍ଭେଲାନ୍ସ ଜାରି ରହିବ । ଆଗାମୀ 7 ଦିନ ପର୍ଯ୍ୟନ୍ତ ଆକ୍ଟିଭ୍‌ ସର୍ଭେଲାନ୍ସ ଜାରି ରହିବ।  ପ୍ରତିଷେଧମୂଳକ ବ୍ୟବସ୍ଥା ପାଇଁ ଜାରି ରହିବ ଆକ୍ଟିଭ୍‌ ସର୍ଭେଲାନ୍ସ । କରୋନା ପଜିଟିଭ୍‌ ମିଳିବାରୁ କଣ୍ଟେନମେଣ୍ଟ ଘୋଷଣା ହୋଇଥିଲା । ପୂର୍ବରୁ ଯଦୁପୁର ଓ ସୁନ୍ଦରପଦାରୁ ହଟିଥିଲା କଣ୍ଟେନେମଣ୍ଟ । ଭୁବନେଶ୍ବରରୁ ମୋଟ୍‌ 46 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 21 ଜଣ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ୍‌ କେଶ୍‌ ରହିଛି 24  । ଜଣେ ମାତ୍ର ଲୋକଙ୍କର ମୃତ୍ୟୁ ହୋଇଛି।

Read More

ଭୁବନେଶ୍ୱର: ଆଜି ଚିହ୍ନଟ ହୋଇଥିବାର ଭଦ୍ରକର ତିନି ଆକ୍ରାନ୍ତ 80, 81, 82 ନମ୍ବରଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର। 55 ବର୍ଷୀୟ ବୟସ୍କଙ୍କ ଆକ୍ରାନ୍ତଙ୍କ ଘର ଭଦ୍ରକ ବାସୁଦେବପୁର ଲୁଙ୍ଗା ଗାଁରେ। ସେହିପରି 81 ନଂ ଆକ୍ରାନ୍ତ ଜଣକ ହେଉଛନ୍ତି ଭଦ୍ରକ ବାସୁଦେବପୁର ନନ୍ଦପୁରରେ 35 ବର୍ଷ ବୟସ୍କ। ସେହିପରି 40 ବର୍ଷୀୟ 82ନଂ ଆକ୍ରାନ୍ତଙ୍କ  ଘର ଭଦ୍ରକ ବାସୁଦେବପୁର ବନ୍ଧସାହିରେ। ଏହି ତିନି ଜଣ ମାର୍ଚ୍ଚ 30ରେ କୋଲକାତାରୁ ଭଡ଼ାଗାଡ଼ିରେ ଆସିଥିଲେ। ଅନ୍ୟ 15 ସହଯାତ୍ରୀଙ୍କ ସହ ଭଡ଼ାଗାଡ଼ିରେ ନୂତନ ବଜାରରୁ ଆସିଥିଲେ। କାହାରି ଲକ୍ଷଣ ନଥିଲା, ସାମ୍ପଲ ଟେଷ୍ଟ ପରେ ପଜିଟିଭ ବାହାରିଛି।

Read More

ଭୁବନେଶ୍ବର : ଆଉ 5 ଜଣ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଦେଲେ ସରକାର। 70ରୁ 74 ନମ୍ବର ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର। ସମସ୍ତ 5 ଜଣଙ୍କ କୋଲକାତା ଲିଙ୍କ। ବିଭିନ୍ନ ଜାଗା ବୁଲିଥିଲେ ଆକ୍ରାନ୍ତ। 70 ନଂ କୋରେଇରେ 50 ବର୍ଷୀୟ ଆକ୍ରାନ୍ତ 28ରେ କୋଲକାତାରୁ ଫେରିଛନ୍ତି। ଏକ ଭଡା ଗାଡିରେ ଅନ୍ୟ 28 ଜଣଙ୍କ ସହ ହାଓ୍ବଡାରୁ ଆସିଥିଲେ। 31ରେ କୋରେଇ ହସ୍ପିଟାଲ ଯାଇଥିଲେ, 19ଯାଏ ହୋମ୍‌ କ୍ବାରେଣ୍ଟିନ୍‌ରେ ଥିଲେ। ଲକ୍ଷଣ ନଥିଲା, 20ରେ ପଜିଟିଭ୍‌ ପରେ ଟାଟା କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର। 70 ନଂ – ଯାଜପୁର ସଦର ବେହେରା ପାଟଣା ଘର, ବୟସ 28 ବର୍ଷ। କୋଲକତାରୁ ଅନ୍ୟ 11 ଜଣଙ୍କ ସହ ଭଡାଗାଡ଼ିରେ ମାର୍ଚ୍ଚ 29ରେ ଆସିଥିଲେ। ମାର୍ଚ୍ଚ 30ରେ ଯାଜପୁର ହସ୍ପିଟାଲ ଯାଇଥିଲେ, 14 ଯାଏ କ୍ବାରେଣ୍ଟିନ୍‌ରେ ଥିଲେ। 15ରୁ 20 ଯାଏଁ ଯାଜପୁର ମେଡ଼ିକାଲରେ ଆଡମିଶନ ହୋଇଥିଲେ। 20ରେ…

Read More