ବବୁଲୁ ସାହୁ କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଳୁପିଆଠାରେ ପି୍କଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଡ୍ରାଇଭର ଜଣକ ଗୁରୁତର ହୋଇଛନ୍ତି । ଗୁରୁତର ଡ୍ରାଇଭରକୁ ସଙ୍ଗେ ସଙ୍ଗେ କର୍ଲାମୁଣ୍ଡା ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି । ତେବେ ଏହି ଦୁର୍ଘଟଣା କେଉଁ କାରଣରୁ ଘଟିଛି ତାହା ଜଣାପଡିନାହିଁ ।
Author: Samikhsya Bureau
ମୁମ୍ବାଇର ବାନ୍ଦ୍ରା ରେଷ୍ଟୁରାଣ୍ଟଠାରେ ଅଭିନେତ୍ରୀ ଅମ୍ରିତା ଅରୋରା
ମୁମ୍ବାଇଠାରେ ଅଭିନେତ୍ରୀ ମଲାଇକା ଅରେରା
ସମୀକ୍ଷା ବ୍ୟୁରୋ : ଭୁବନେଶ୍ବର : ସଞ୍ଜୟଙ୍କୁ ମିଳିଲା ନୂତନ ଦାୟିତ୍ବ। ସଞ୍ଜୟ ଦାସବର୍ମାଙ୍କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ବ ମିଳିଛି। ନବୀନ ପଟ୍ଟନାୟକ ଏହି ନୂତନ ଦାୟିତ୍ବ ଦେଇଛନ୍ତି। ନୂତନ ଦାୟିତ୍ବ ସହ ସଞ୍ଜୟଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା। ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ବ ପରେ ସଞ୍ଜୟ ଦାସବର୍ମାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯୋଜନା ବୋର୍ଡକୁ କିଭଳି ଅଧିକ କ୍ରିୟାଶୀଳ କରିହେବ ଆଲୋଚନା କରିବେ ବୋଲି କହିଛନ୍ତି। ନୂଆ ରୂପ, ନୂଆ କଳେବରରେ ଯୋଜନା ବୋର୍ଡକୁ ପରିବର୍ତ୍ତନ କରିବା ନେଇ ମତ ରଖିଛନ୍ତି ସଞ୍ଜୟ ଦାସ ବର୍ମା।
ଫିଲ୍ମ ‘ଦୂରଦର୍ଶନ’ର ସ୍କ୍ରିନିଂ ଅବସରରେ ଅଭିନେତ୍ରୀ ମାହି ଗିଲ୍
ନୂଆଦିଲ୍ଲୀ : ପ୍ରାୟତଃ ଗୋଡ ଉପରେ ଗୋଡ ପକାଇବାକୁ ପସନ୍ଦ କରିଥା’ନ୍ତି । ଏହା ବେଶ୍ ଷ୍ଟାଇଲିସ୍ ଲାଗୁଥିବାରୁ ପ୍ରାୟତଃ ସମେସ୍ତ ଏପରି ଭାବରେ ବସିଥା’ନ୍ତି । କେହି କେହି ଏହାକୁ ଆତ୍ମବିଶ୍ବାସର ପ୍ରତୀକ ଭାବରେ ବିବେଚନା କରନ୍ତି । ଆପଣ ବି କ’ଣ ଗୋଡ ଉପରେ ଗୋଡ ପକାଇ ବସିବାକୁ ପସନ୍ଦ କରୁଛନ୍ତି । ଯଦି କରୁଥା’ନ୍ତି ତେବେ ହୋଇଯା’ନ୍ତୁ ସାବଧାନ। ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇପାରେ? ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇପାରନ୍ତି କିନ୍ତୁ ଏହା ସତ ଅଟେ । ଗୋଡ ଉପରେ ଗୋଡ ବା କ୍ରସିଂ ଲେଗ୍ ଷ୍ଟାଇଲ୍ରେ ବସିବା ଯୋଗୁଁ ଉଚ୍ଚ ରକ୍ତଚାପ ହୋଇଥାଏ । ଏହା ସହିତ ଶିରରେ ଚାପ ପଡିବା ଯୋଗୁଁ ରକ୍ତ ପ୍ରବାହରେ ମଧ୍ୟ ବହୁ ଅସୁବିଧା ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏପରି ବସିବା ଦ୍ବାରା ଆଉ କ’ଣ ସବୁ କ୍ଷତି…
ବିହାର : ବାହାଘରରେ ଜଣେ ଜଣକର ଏହି ଜନ୍ମ ପାଇଁ ସାତ ଜନ୍ମ ପାଇଁ ସାଥୀ ହୋଇଥା’ନ୍ତି। କିନ୍ତୁ ବିହାରର ଗୋପାଳଗଞ୍ଜ ନିକଟରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି। ବାହାଘରର ମାତ୍ର ଦୁଇ ଘଣ୍ଟା ପରେ ବର ଜଣକ ଆଉ ଜଣକୁ ବିବାହ କରିଛନ୍ତି। ବିହାରର ଗୋପାଳଗଞ୍ଜର ମାନ୍ଝାଗଢ ଥାନା ଅଞ୍ଚଳର ବର ଓ କନ୍ୟା ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥିରେ ରହିବା ପାଇଁ ପ୍ରତିଜ୍ଞା ନେଇଥିଲେ । କିନ୍ତୁ ଠିକ୍ କନ୍ୟା ବିଦା ହେବା ସମୟରେ କନ୍ୟା ଜଣକ ଫେରାର୍ ହୋଇଯାଇଥିଲେ । ଏହାପରେ ବର ଜଣକ ଅନ୍ୟ ଏକ କନ୍ୟାକୁ ବିବାହ କରିଥିଲେ । ପୋଲିସ୍ ସୂତ୍ରର ମିଳିଥିବା ସୂଚନା ଅନୁସାରେ ଶେଖପରସା ଗ୍ରାମର ଜଣେ ଯୁବତୀଙ୍କ ଉତ୍ତରପ୍ରଦେଶ କୁଶୀନଗର ଜିଲ୍ଲାର ଭଗବାନପୁର ଗ୍ରାମର ଜଣେ ଯୁବକଙ୍କ ସହିତ ବିବାହ ଠିକ୍ ହୋଇଥିଲା । ଗତ ଫେବୃଆରୀ 26 ତାରିଖ ଦିନ ଦୁହେଁ…
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଶାହିନ୍ବାଗ୍ଠାରେ 144 ଧାରା ଲାଗୁ କରାଯାଇଛି। ଏହାସହ ପୋଲିସ ବିରୋଧ ପ୍ରଦର୍ଶନକାରୀଙ୍କୁ ଧାରଣାସ୍ଥଳରୁ ଉଠିଯିବାକୁ ଅନୁରୋଧ କରିଛି। ରାଜଧାନୀ ଦିଲ୍ଲୀର ଶାହୀନ ବାଗରେ ବେଶ୍ କିଛିଦିନ ହେବ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ପାଖାପାଖି ଅଢେଇ ମାସ ହେବ ଶାହୀନ ବାଗଠାରେ ଯାତାୟାତ ପାଇଁ ରାସ୍ତା ବନ୍ଦ ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ 144 ଧାରା ଜାରି କରାଯାଇଥିବା ଜଣାପଡିଛି। ସୁପ୍ରିମ୍କୋର୍ଟ ଶାହିନ୍ ବାଗକୁ ନେଇ ଆସନ୍ତା 23 ତାରିଖରେ ଶୁଣାଣି କରିବେ। ଶାହିନ୍ ବାଗ ମାମଲାର ସମାଧାନ ନିମେନ୍ତ ପୂର୍ବରୁ ସୁପ୍ରିମ୍କୋର୍ଟ ଦୁଇଜଣ ମଧ୍ୟସ୍ଥିଙ୍କୁ ନିଯୁକ୍ତ କରିଥିଲେ। କିନ୍ତୁ ଏଥିରେ କିଛି ସଫଳତା ମିଳିପାରିନାହିଁ। ଶାହିନ୍ ବାଗ ପ୍ରଦର୍ଶନ ଯୋଗୁଁ ଦିଲ୍ଲୀ ଓ ନୋଏଡା ସଂଯୋଗୀକରଣ ରାସ୍ତା ବନ୍ଦ ରହିଛି। ଏଥିପାଇଁ କେତେଗୁଡିଏ ଶୋ’ରୁମ୍ ବି ବନ୍ଦ ରହିଛି। ସୂଚନାଯୋଗ୍ୟ ଯେ, ହିନ୍ଦୁ ସେନା ପକ୍ଷରୁ ଟୁଇଟ୍…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଏକ ଦୁଃଖଦ ଘଟଣାକ୍ରମେ ଜନୈକ ବ୍ୟାଙ୍କ ମ୍ୟାନେଜରଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଭଗବାନ ସାହୁ (୫୪)। ଘଟଣାରୁ ପ୍ରକାଶ ଯେ ଗତକାଲି ନୂତନ ଭାବେ ସୋନପୁର ଗ୍ରାମୀଣ ବ୍ୟାଙ୍କରେ ମ୍ୟାନେଜର ଭାବେ ଯୋଗ ଦେଇ ଆସୁଥିବା ଭଗବାନ ସାହୁ ଏବଂ ସୋନପୁର ବ୍ୟାଙ୍କର ବିଦାୟୀ ମ୍ୟାନେଜର ମହେନ୍ଦ୍ର ତ୍ରିପାଠୀ ଏକ ଗ୍ଳାମର ବାଇକ୍ (ଓଡ଼ି ୦୭ ଜେ ୭୫୨୭) ଯୋଗେ ବ୍ରହ୍ମପୁର ଫେରୁଥିବା ବେଳେ ବିପରୀତ ଦିଗରୁ ଏକ ଟ୍ରକ ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ଚଳାଉଥିବା ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଥିବାବେଳେ ବିଦାୟୀ ମ୍ୟାନେଜର ମହେନ୍ଦ୍ର ତ୍ରିପାଠୀ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।
କୃଷ୍ଣଚନ୍ଦ୍ର ସୁଆସିଆଁ ଶେରଗଡ : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ବରିଷ୍ଠ ନାଗରିକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଉଛି। ଯାହାର ଶ୍ରେୟ ନେବା ପାଇଁ ରାଜନୈତିକ ପ୍ରତିଯୋଗିତା ଦେଖିବାକୁ ମିଳୁଛି। କମ୍ ବୟସର କିଛି ବ୍ୟକ୍ତିମାନଙ୍କୁ ବହୁଦିନ ହେଲା ବାର୍ଦ୍ଧକ୍ୟ ଭତ୍ତା ମିଳୁଛି । କିନ୍ତୁ ଯୋଗ୍ୟ ବ୍ୟକ୍ତିଙ୍କୁ ଭତ୍ତା ମିଳିବାରେ ଅହେତୁକ ବିଳମ୍ବ ଦେଖାଯାଉଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁର କିଛି ବରିଷ୍ଠ ନାଗରିକ ଏନେଇ ପ୍ରଶାସନକୁ ଗୁହାରି ଜଣାଇଛନ୍ତି। ମଧୁବାବୁ ପେନସନ ଯୋଜନା ହେଉ ଅବା ଅନ୍ୟାନ୍ୟ ଯୋଜନାରେ ଖାମଖିଆଲ ମନୋଭାବ ଯୋଗୁଁ ବହୁ ଯୋଗ୍ୟ ବରିଷ୍ଠ ନାଗରିକ ଭତ୍ତା ପାଇବାରୁ ବଞ୍ଚିତ ହେବା ପରିଲକ୍ଷିତ ହେଉଛି। ଯାହା ସେମାନଙ୍କ ପରିଣତ ବୟସରେ ନିତିଦିନିଆ ଆବଶ୍ୟକ ଖର୍ଚ୍ଚ କିମ୍ବା ଚଳିବାରେ ସମସ୍ୟା ଦେଖାଯାଉଛି ବୋଲି ଅଭିଯୋଗ କରିଛନ୍ତି। ଯୋଗ୍ୟ ବରିଷ୍ଠ ନାଗରିକଙ୍କୁ ତୁରନ୍ତ ପ୍ରଶାସନ ଓ ଲୋକପ୍ରତିନିଧି ହସ୍ତକ୍ଷେପ କରି…
ରମେଶ ମହାନ୍ତି ଜଗତସିଂହପୁର : ଗତକାଲି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ୨୦୧୯-୨୦ ଖରିଫ୍ ଋତୁ ପାଇଁ ଧାନ ସଂଗ୍ରହ ନିମନ୍ତେ ଦ୍ୱିତୀୟ ଜିଲ୍ଲାସ୍ତରୀୟ କମିଟି ବୈଠକ ଜିଲ୍ଲାପାଳଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଓଡିଶାର ଜଳସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ । ସେହି ଏହି ବୈଠକରେ ଜଗତସିଂହପୁର ସାଂସଦ ଡ. ରାଜଶ୍ରୀ ମଲ୍ଲିକ ଯୋଗଦେଇ ଗରିବ ଚାଷୀମାନଙ୍କୁ ସାହାଯ୍ୟ ସହଯୋଗ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ରଘୁନାଥପୁର ଠାରେ ଏକ ମୁଗମଣ୍ଡି ଖୋଲିବା ପାଇଁ ସମବାୟ କର୍ମକର୍ତାଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ଅତିଥି ଓ ଜିଲ୍ଲାପାଳ ପଂଚାୟତରେ ହୋଇଥିବା ଅନିୟମିତତା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ସହିତ ଉତର ଶାସନ ପଂଚାୟତଙ୍କୁ ପୁନର୍ବାର ଟୋକନ ଦିଆଯାଇଛି। ଖୁବ୍ଶୀଘ୍ର ଅନ୍ୟ ପଂଚାୟତ ଗୁଡିକୁ ଟୋକନ ପୁନଃ…
ରାଜସ୍ଥାନ : ଦୁନିଆର ସବୁଠୁ ନିରାପଦ ସ୍ଥାନ ହେଉଛି ମା’ର କୋଳ। ମା’ଠାରୁ ଦୁନିଆରେ ଆଉ କେହି ନିଜର ନାହାନ୍ତି। କିନ୍ତୁ ମା’ ଏଠି ସନ୍ତାନର ଶତ୍ରୁ ପାଲଟି ଯାଉଛି। ନିଜ ଜନ୍ମକଲା ସନ୍ତାନର ଜୀବନ ନେଉଛି। ରାଜସ୍ଥାନର ଜିଲ୍ଲାର ଶିକର ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡାର ପରିଣତି ସ୍ବରୂପ ଏକ ନିରୀହ ଜୀବନର ପ୍ରାଣ ଯାଇଛି। ସ୍ତ୍ରୀ ଜଣକ ନିଜ ଜନ୍ମକଲା ପୁଅକୁ ପାଣି ଟାଙ୍କିରେ ବୁଡାଇ ହତ୍ୟା କରିଛନ୍ତି। ବୁଡାନିଆ ଗ୍ରାମର ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ସବୁବେଳେ ଝଗଡା ହେଉଥିଲା। ସ୍ବାମୀ ଜଣକ ସ୍ତ୍ରୀଙ୍କ ଚରିତ୍ରକୁ ନେଇ ପ୍ରାୟ ସମୟରେ ସନ୍ଦେହ କରି ଝଗଡା କରୁଥିଲେ। ଏହି ଝଗଡାରେ ସ୍ତ୍ରୀ ଜଣକ ବ୍ୟତିବ୍ୟସ୍ତ ହୋଇ ଏପରି ଏକ ଅମାନବୀୟ କାର୍ଯ୍ୟ କରିଛନ୍ତି। ରାତ୍ରିରେ ନିଜ ଜନ୍ମିତ 4 ବର୍ଷର ପୁଅକୁ ପାଣି ଟାଙ୍କିରେ ବୁଡାଇ ହତ୍ୟା କରିଛନ୍ତି। ହତ୍ୟା…
ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଦିଲ୍ଲୀରେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବାକୁ ଲାଗିଛି। ଦିଲ୍ଲୀ ହିଂସାରେ 167 ଏଫଆଇଆର ହୋଇଥିବା ବେଳେ 885 ଜଣ ସନ୍ଦିଗ୍ଧ ଧରାପଡ଼ିଛନ୍ତି। ମୃତକଙ୍କ ସଂଖ୍ୟା 43 ହୋଇଥିବା ବେଳେ ଜାତୀୟ ରାଜଧାନୀ ଅନ୍ତର୍ଗତ ଗୁରୁ ତେଗ ବାହାଦୂର ଡାକ୍ତରଖାନା ଓ ଏଲଏନଜେପି ହସ୍ପିଟାଲରେ 200ରୁ ଅଧିକ ଆହତଙ୍କ ଚିକିତ୍ସା ଜାରି ରହିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଶନିବାର ସନ୍ଧ୍ୟାରେ ଦିଲ୍ଲୀ ହିଂସାକୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ଆଜିଠାରୁ ଦିଲ୍ଲୀ ହିଂସାରେ ମୃତକ ଓ ଆହତ ପରିବାରକୁ ଅନୁକମ୍ପା ପ୍ରଦାନ କରାଯିବ। ପୀଡ଼ିତମାନଙ୍କୁ ଫାର୍ମ ପଠାଯାଉଛି। ଯେଉଁଲୋକଙ୍କ ଘର ନାହିଁ, ସେମାନଙ୍କ ପାଇଁ ଆଶ୍ରୟ ଗୃହର ବ୍ୟବସ୍ଥା କରାଯାଉଛି। ଏବେ ଦିଲ୍ଲୀରେ ହିଂସା ନିୟନ୍ତ୍ରଣରେ ରହିଛି। (ଏଜେନ୍ସି)
ଇରାନ : ଚୀନରୁ ବ୍ୟାପିଥିବା ଭୟଙ୍କର କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୨୯୭୭ରେ ପହଞ୍ଚିଛି। ଏହି ଭାଇରସ ଯୋଗୁଁ ବିଶ୍ୱରେ ୮୬ ହଜାର ୬୧୧ ଜଣ ସଂକ୍ରମିତ ଅଛନ୍ତି । କରୋନାର ଭୟାବହତାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚିନ୍ତା ପ୍ରକଟ କରିଛି । ଏହି ଭାଇରସ୍ ଯୋଗୁଁ ଚୀନ ପରେ ଇରାନରେ ଦ୍ୱିତୀୟ ସର୍ବାଧିକ ମୃତ୍ୟୁ ହୋଇଛି । ଏହି ଦେଶରେ ୪୩ ଜଣଙ୍କ ମୃତ୍ୟୁର କାରଣ ହୋଇଛି କରୋନା ଭାଇରସ । ମୋଟ ୫୯୩ ଜଣ ସଂକ୍ରମିତ ଅଛନ୍ତି । ଇଟାଲିରେ ୨୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦକ୍ଷିଣ କୋରିଆରେ ମୃତକଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି । (ଏଜେନ୍ସି)
ତେଲୁଗୁ ଚଳଚ୍ଚିତ୍ର ୟୁରୋକର ସ୍ଥିରଚିତ୍ର
ହାଇଦ୍ରାବାଦଠାରେ ଅଭିନେତ୍ରୀ କ୍ରୀଥି ଗର୍ଗ
ଭାରତର ରେସଲର ଚାମ୍ପିୟନ ରିତୁ ଫୋଗାଟ ଏବଂ ଚାଇନାର ୱୁ ଚିଆଓ ଚେନ୍
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜାତୀୟ ସ୍ୱାସ୍ଥ୍ୟ ମିଶନ ଯଥା ଓଡ଼ିଶାରେ ପ୍ରଚଳିତ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦତ୍ତ କାୟାକଳ୍ପ ପୁରସ୍କାର ଘୋଷିତ ହୋଇଛି। ଏହି ତାଲିକାରେ ଗଂଜାମର ବ୍ରହ୍ମପୁରର ୭ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାନ ପାଇଛନ୍ତି। ଗର୍ବର ବିଷୟ ପ୍ରଥମ ତିନୋଟି ସ୍ଥାନରେ ବ୍ରହ୍ମପୁରର ଚିକିତ୍ସାଳୟଗୁଡ଼ିକ ବାଜିମାତ୍ କରିଛନ୍ତି। ୧୫ଟି ଶୀର୍ଷ ସ୍ଥାନ ମଧ୍ୟରେ ବ୍ରହ୍ମପୁରର ୭ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। ଏଥିପାଇଁ ବ୍ରହ୍ମପୁର ମହାନଗର ନିଗମକୁ ସମସ୍ତେ ଶୁଭେଚ୍ଛାର ପ୍ରଦାନ କରିଛନ୍ତି। କାୟାକଳ୍ପ ପୁରସ୍କାର ୨୦୧୯-୨୦ରେ ବ୍ରହ୍ମପୁରର ଆଗା ସାହି ୟୁପିଏଚ୍ସି ପ୍ରଥମ, ବ୍ରହ୍ମପୁର ଆସିକା ରୋଡ଼୍ ୟୁପିଏଚ୍ସି ଏବଂ ବୈକୁଣ୍ଠନଗର ୟୁପିଏଚ୍ସି ଯୁଗ୍ମ ଭାବେ ପ୍ରଥମ ରନର୍ସଅପ୍ ଭାବେ ରହିଛନ୍ତି। ସେହିପରି ୬ ନମ୍ବରରେ ବ୍ରହ୍ମପୁର ଆମ୍ବପୁଆ ୟୁପିଏଚ୍ସି, ୧୧ତମ ସ୍ଥାନରେ ବ୍ରହ୍ମପୁର ଖୋଡ଼ିସିଂ ୟୁପିଏଚ୍ସି, ୧୩ତମ ସ୍ଥାନରେ ବ୍ରହ୍ମପୁରର ଉତ୍ତରମୁଖୀ ୟୁପିଏଚ୍ସି, ୧୪ତମ ସ୍ଥାନରେ ବ୍ରହ୍ମପୁର ଗୁଡ଼୍ସସେଡ଼୍ ରୋଡ଼୍…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲା ବର୍ତ୍ତମାନ ଜାଲି ସାର୍ଟିଫିକେଟ୍ର ଖଣି ହୋଇଛି। ବର୍ତ୍ତମାନ ସୁଦ୍ଧା ୩୦ରୁ ଉର୍ଦ୍ଧ୍ୱ ଜାଲି ସାର୍ଟିଫିକେଟ୍ ପ୍ରଦାନ କରି ଚାକିରି କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଠାବ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ପରେ ଜାଲି ସାର୍ଟିଫିକେଟ୍ ଯୋଗାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବହୁବାର ଦାବି ହୋଇ ଆସୁଥିଲା। ଏହି କ୍ରମରେ ଆଜି ଗଂଜାମ ପୋଲିସ୍ ପକ୍ଷରୁ ୨ ଜଣ ଜାଲି ସାର୍ଟିଫିକେଟ୍ ପ୍ରଦାନ କରି ଚାକିରି କରୁଥବା ଶିକ୍ଷକଙ୍କ ସହ ୩ ଜଣ ପ୍ରସ୍ତୁତକର୍ତ୍ତା ଦଲାଲଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଛି। ସୂଚନାଯୋଗ୍ୟ ପୂର୍ବରୁ ବହୁବାର ଏନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୋଲିସ୍ ବିଭାଗ ତତ୍ପରତା ଦେଖାଇ ଜାଲି ସାର୍ଟିଫିକେଟ୍ ରାକେଟ୍କୁ ଠାବ କରିବାରେ ସକ୍ଷମ ହୋଇଥିବାବେଳେ ବହୁ ପରିମାଣର ନକଲି ସିଲ୍ ସହ ବହୁ ନକଲି ସାର୍ଟିଫିକେଟ୍ ଜବତ କରିଛି। ଗଂଜାମ ପୋଲିସ୍ର ଆଇପିଏସ୍ ଅଭିଳାଷ ଏବଂ ଆସିକା ଥାନାଧିକାରୀ…
ପେନ୍ସିଲଭାନିଆର ଲାନଷ୍କଟର୍ କାଉଣ୍ଟିରେ ଥିବା ମିଡିଲ୍ କ୍ରିକ୍ ୱାଇଲ୍ଡ ଲାଇଫ୍ ମ୍ୟାନେଜମେଣ୍ଟ ଅଞ୍ଚଳରେ ସ୍ନୋଜିଜ୍
ହାତୀ ମହୋତ୍ସବ ଅବସରରେ ମେକୋଙ୍ଗ ନଦୀର ଏକ ଉପନଦୀରେ ପିଲାମାନେ ହାତୀ ସହିତ ଖେଳୁଛନ୍ତି