Author: Samikhsya Bureau

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯାଇ ପାରିବ ବୋଲି ସୁପ୍ରିମକୋର୍ଟଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟଙ୍କୁ କୁହାଯାଇଛି । ଶନିବାର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ସୂଚନା ଦେଇଛନ୍ତି । ଜଷ୍ଟିସ୍‌ ସୁରେଶ କୁମାର କେତ୍‌ ଏହି ମାମଲାର ବିଚାର କରିଛନ୍ତି । ମୃତ୍ୟୁ ସୁନିଶ୍ଚିତ ବୋଲି ଜାଣିବା ପରେ ଜଣେ ବ୍ୟକ୍ତିଙ୍କୁ ରଖିବା ଅମାନବିକ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବିଚାରପତିଙ୍କ ନିକଟରେ ଯୁକ୍ତି ରଖିଥିଲେ । ମୁକେଶର ଫାଶୀ ପାଇବା ରାସ୍ତା ପ୍ରଶସ୍ତ ହୋଇଥିବା ବେଳେ ପଓ୍ବନ୍‌ ପକ୍ଷରୁ ରାଜକ୍ଷମା କିମ୍ବା କ୍ୟୁରେଟିଭ୍‌ ଯାଚିକା ଦାଖଲ କରାଯାଇନାହିଁ । ଏହି ଦୁଇ ଜଣଙ୍କୁ ଅଲଗା ଫାଶୀ ଦିଆ ଯାଇପାରିବ ବୋଲି ମେହେଟ୍ଟା ଯୁକ୍ତି କରିଥିଲେ । ସେହିପରି ଶୁକ୍ରବାର ଦିନ ରାୟ ପ୍ରଦାନ ସମୟରେ କୋର୍ଟ ବନ୍ଦୀ ଅଧିନିୟମ 834ର ଉଲ୍ଲଂଘନ କରିଛନ୍ତି ବୋଲି ମେହେଟ୍ଟା ପ୍ରକାଶ କରିଛନ୍ତି ।…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଶନିବାର ଆଗତ କେନ୍ଦ୍ରୀୟ ବଜେଟ୍‌କୁ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟ୍‌ରେ ଆଗତ କିଛି ଯୋଜନାକୁ ନବୀନ ପ୍ରଶଂସା କରିଥିବା ବେଳେ କିଛି ଯୋଜନାରେ ସୁଧାରର ପ୍ରସ୍ତା ଦେଇଛନ୍ତି । ଶୀତଳ ଭଣ୍ଡାର ସମ୍ବନ୍ଧୀୟ କୃଷି ରେଲ ଏବଂ କୃଷି ଉଡାନ୍‌ ଯୋଜନାକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଛନ୍ତି । ପିଏମ୍‌ କୁସୁମ ଯୋଜନାରେ 20 ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପ ପ୍ରଦାନ କରିବା ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଛନ୍ତି । କର୍ପୋରେଟ୍‌ ଟ୍ୟାକ୍ସ ହ୍ରାସ ପାଇଁ ଓଡିଶା ପକ୍ଷରୁ ଅନୁରୋଧ କରାଯାଇଥିବା ବେଳେ ଏହାକୁ ହ୍ରାସ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ବ୍ୟାଙ୍କ ବୀମା ରାଶି ପରିମାଣ 1 ଲକ୍ଷରୁ 5 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ଏବଂ ନୂତନ ଶିକ୍ଷାନୀତି ଓ ଶିକ୍ଷା କ୍ଷେତ୍ରରେ ଏଫ୍‌ଡିଆଇକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଛନ୍ତି । କେନ୍ଦ୍ରୀୟ ବଜେଟ୍‌ର…

Read More

ସମୀକ୍ଷା ବ୍ୟୁରୋ ଆଜିର ସମୟରେ ଶବ୍ଦର ଯେଉଁ ପ୍ରଚଣ୍ଡ ଶକ୍ତି ରହିଛି ତାକୁ ଭାରତ ସମେତ ପୃଥିବୀର ବହୁ ରାଜନେତାମାନେ ଦୁରୁପଯୋଗ କରି ମଣିଷ ସମାଜକୁ ବିଭ୍ରାନ୍ତ କରୁଛନ୍ତି। ମଣିଷ ସମାଜକୁ ଏହି ସଙ୍କଟରୁ ରକ୍ଷା କରିବା ସାହିତ୍ୟର ପ୍ରଥମ ଧର୍ମ ବୋଲି ବିଶିଷ୍ଟ ଗୁଜରାଟୀ କବି ତଥା ନାଟ୍ୟକାର ଶୀତାଂଶୁ ଯଶଶ୍ଚନ୍ଦ୍ର କହିଛନ୍ତି। “ଶିକ୍ଷା ଓ ଅନୁସନ୍ଧାନ” ବିଶ୍ୱବିଦ୍ୟାଳୟ ତରଫରୁ ଆୟୋଜିତ ପ୍ରଥମ ସାହିତ୍ୟ ଉତ୍ସବରେ ଭିତ୍ତି ବକ୍ତବ୍ୟ ରଖି ପ୍ରଫେସର ଯଶଶ୍ଚନ୍ଦ୍ର ଶବ୍ଦ ଓ ଅର୍ଥକୁ ନେଇ ଆଜିର ରାଜନୀତି ଭୟଙ୍କର ଭାବରେ ମଣିଷ ଭିତରେ ବିଦ୍ଵେଷ ସୃଷ୍ଟି କରୁଛି ବୋଲି କହିଥିଲେ। ସୋଆ ବିଶ୍ଵ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସାହିତ୍ୟ ଉତ୍ସବରେ ଦେଶର ଶତାଧିକ ଖ୍ୟାତନାମା ଲେଖକ ଓ କଳାକାର ଯୋଗଦାନ କଇଛନ୍ତି। ଫେବ୍ରୁଆରି ୧ ଓ ୨ ତାରିଖ, ଦୁଇ ଦିନ ବ୍ୟାପୀ ହେବାକୁ ଥିବା ଏହି ଉତ୍ସବ ଆଜି ପୂର୍ବାହ୍ନରେ ଉଦଘାଟିତ ହୋଇଛି।…

Read More

ନୂଆଦିଲ୍ଲୀ : ଶନିବାର କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରାଯାଇଥିବା ବେଳେ ବୈଷୟିକ ସଶକ୍ତୀକରଣ ଉପରେ ସରକାର ଗୁରୁତ୍ବ ଦେଇଛନ୍ତି । ବିଭିନ୍ନ ଅନ୍ତର୍ଜାତୀୟ କମ୍ପାନୀ ଯେପରିକି ଗୁଗୁଲ, ଫେସ୍‌ବୁକ୍‌, ଟିକ୍‌ଟକ୍‌, ବିଭିନ୍ନ ମେଲ୍‌ ଏବଂ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଗୁଡିକ ଭାରତୀୟ ସର୍ଭରରେ ନିଜର ସମସ୍ତ ତଥ୍ୟ ଷ୍ଟୋର କରିବେ । ତଥ୍ୟ ଗୁଡିକ ଦେଶ ମଧ୍ୟରେ ଗଚ୍ଛିତ ରଖାଯିବ । ଭାରତ ନେଟ୍‌ ଯୋଜନା ଜରିଆରେ ଦେଶର ଏକ ଲକ୍ଷ୍ୟ ଗ୍ରାମ ପଞ୍ଚାୟତକୁ ବ୍ରଡବ୍ୟାଣ୍ଡ ସଂଯୋଗ କରାଯିବ । ଏହା ସହିତ ସ୍ବାସ୍ଥ୍ୟ କେନ୍ଦ୍ର, ଅଙ୍ଗନଓ୍ବାଡି, ପୋଷ୍ଟ ଅଫିସ୍‌ ଏବଂ ପୋଲିସ୍‌ ଥାନାରେ ମଧ୍ୟ ବ୍ରଡବ୍ୟାଣ୍ଡ ସଂଯୋଗ କରାଯିବ । ଦେଶରେ ସ୍ମାର୍ଟ ପ୍ରିପେଡ ମିଟର ଲଗାଯିବ । ଆୟୁଷ୍ମାନ ଭାରତ ଯୋଜନାରେ ଏଆଇ ଏବଂ ଏମ୍‌ଏଲ୍‌ ପ୍ରଣୟନ କରାଯିବ । ଆଧାର ଅନୁଯାୟୀ ସିଧାସଳଖ ପ୍ରଦାନ କରାଯିବ । ଆଧାର କାର୍ଡ ଥିଲେ ଅନ୍ୟ କୌଣସି ଯାଞ୍ଚ ବ୍ୟତିରେକ…

Read More

କାବୁଲ : ଆଫଗାନିସ୍ତାନରେ 11 ଜଣ ତାଲିବାନୀ ଆତଙ୍କୀ ପ୍ରାଣ ହରାଇଛନ୍ତି । ଦକ୍ଷିଣ ଉରୁଜ୍‌ଗାନ୍‌ରେ ଆଫଗାନୀ ସେନା ପକ୍ଷରୁ ଏହି ଏନ୍‌କାଉଣ୍ଟରରେ 11 ତାଲିବାନୀ ଆତଙ୍କୀ ନିହତ ହୋଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଏନକାଉଣ୍ଟର ଘଟିଥିବା ଜଣାପଡିଛି । ନିକଟରେ ଆଫଗାନ ପୋଲିସ୍‌ ବେସ୍ ଉପରେ ଆକ୍ରମଣ ପ୍ରତିବାଦରେ ଏନ୍‌କାଉଣ୍ଟର କରାଯାଇଥିଲା । ଏହି ଏନ୍‌କାଉଣ୍ଟରରେ 11 ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି । 5 ଜଣ ସୈନ୍ୟ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । (ଏଜେନ୍ସୀ)

Read More

ନୂଆଦିଲ୍ଲୀ : ଶାହିନବାଗରେ ପ୍ରତିବାଦକାରୀଙ୍କ ଉପରକୁ ଗୁଳିଚାଳନା । ଜାତୀୟ ରାଜନୀତିରେ ଗୁଳି ଚଳାଇବା ବର୍ତ୍ତମାନ ଏକ ଫ୍ୟାଶନରେ ପରିଣତ ହୋଇଛି । ଜାମିଆରେ ପ୍ରତିବାଦକାରୀଙ୍କ ଉପରକୁ ଗୁଳିଚାଳନାର ଦୁଇ ଦିନ ପରେ ଆଜି ଶାହିନ୍‌ବାଗରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ଗୁଳିଚାଳନାକାରୀ ଜଣକ ବନ୍ଧୁକ କାଢି ଉପରକୁ ଗୁଳିଚାଳନା କରିଥିଲେ । ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସ୍‌ ପକ୍ଷରୁ ତୁରନ୍ତ ଗିରଫ କରାଯାଇଥିଲା । ଅଭିଯୁକ୍ତଙ୍କ ନାମ ପ୍ରକାଶ କରାଯାଇନଥିବା ବେଳେ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବା ନେଇ ଦିଲ୍ଲୀ ଡିସିପି ଚିନ୍ମୟ କୁମାର ବିଶ୍ବାଳ ସୂଚନା ଦେଇଛନ୍ତି । (ଏଜେନ୍ସୀ)

Read More

ମୁମ୍ବାଇ : ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି । ପାଣ୍ଡ୍ୟାଙ୍କ ପିଠିରେ ହୋଇଥିବା ସର୍ଜରୀର ପରୀକ୍ଷଣ ପାଇଁ ଲଣ୍ଡନ ଗସ୍ତ କରିବା ପରେ ଶନିବାର ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅସ୍ଥିଶଲ୍ୟ ବିଶେଷଜ୍ଞ ଜେମ୍‌ସ ଆଲିବୋନ୍‌ଙ୍କୁ ଭେଟିବା ପାଇଁ ହାର୍ଦ୍ଦିକ ଲଣ୍ଡନ ଗସ୍ତ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପାଣ୍ଡ୍ୟା ଏବଂ ବୁମ୍‌ରା ଏକତ୍ର ଆହତ ହୋଇଥିବା ବେଳେ ଉଭୟ ଏନ୍‌ସିଏରେ ନିଜର ଚିକିତ୍ସା କରାଇବା ପରିବର୍ତ୍ତେ ବ୍ୟକ୍ତିଗତ ଭାବରେ ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓଙ୍କ ନିକଟରେ ଚିକିତ୍ସା କରାଇଥିଲେ । ଏହାପରେ ଏନ୍‌ସିଏ ପକ୍ଷରୁ ଉଭୟଙ୍କ ଫିଟ୍‌ନେସ୍‌ ଟେଷ୍ଟ ନିଆଯାଇନଥିଲା । ଏହାପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ହସ୍ତକ୍ଷେପ ପରେ ଏନ୍‌ସିଏ ଉଭୟଙ୍କ ଫିଟନେସ୍‌ ପରୀକ୍ଷଣ କରିଥିଲେ । ପାଣ୍ଡ୍ୟାଙ୍କ ସହିତ ଏନ୍‌ସିଏ ଫିଜିଓ ଆଶିଷ କୌଶିକ୍‌ ଏହି ଗସ୍ତରେ ରହିଛନ୍ତି । (ଏଜେନ୍ସୀ)

Read More

ନୂଆଦିଲ୍ଲୀ : କେନ୍ଦ୍ରୀୟ ବଜେଟ୍‌ରେ ଦିଲ୍ଲୀକୁ ଗୁରୁତ୍ବ ଦିଆଯାଇନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମତ ଦେଇଛନ୍ତି । ଜାତୀୟ ରାଜଧାନୀ ଦିଲ୍ଲୀକୁ ବିଜେପି ପକ୍ଷରୁ ଗୁରୁତ୍ବ ଦିଆଯାଇନାହିଁ । ଦିଲ୍ଲୀ ବାସୀ ବଜେଟ୍‌ରୁ ଅନେକ କିଛି ଆଶା ରଖିଥିବା ବେଳେ ସରକାର ଦିଲ୍ଲୀ ବାସୀଙ୍କ ଆଶା ମୁତାବକ କିଛି ବି ବଜେଟ୍‌ରେ ଆଣିନାହାନ୍ତି । ଦିଲ୍ଲୀ ବିଜେପି ନେତାଙ୍କ ପାଇଁ ଗୁରୁତ୍ବ ବହନ କରୁନଥିବାରୁ ଦିଲ୍ଲୀ ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଉଛି ବୋଲି କେଜ୍ରିଓ୍ବାଲ କହିଛନ୍ତି । ଦିଲ୍ଲୀ ପୌରପାଳିକା ନିଗମ ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅଧିକ ଅର୍ଥ ଦାବି କରାଯାଇଥିବା ବେଳେ କେନ୍ଦ୍ର ସରକାର ନିରାଶ କରିଛନ୍ତି ବୋଲି କେଜ୍ରିଓ୍ବାଲ ପ୍ରକାଶ କରିଛନ୍ତି ।

Read More

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ କରାଯାଇଥିବା ବଜେଟ୍‌କୁ ଦୁର୍ବଳ ବୋଲି ଅଭିହିତ କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ବଜେଟ୍‌ରେ ସାଧାରଣ ଲୋକଙ୍କ ପାଇଁ କିଛି ବି ଦୃଢ ବ୍ୟବସ୍ଥା କରାଯାଇନାହିଁ । ବେକାରୀ ଦେଶର ବଡ ସମସ୍ୟା ହୋଇଥିବା ବେଳେ ବଜେଟ୍‌ରେ ବେକାରୀ ସମସ୍ୟା ଦୂର କରିବା ପାଇଁ କିଛି ଠୋସ୍‌ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ନୂତନ ନିଯୁକ୍ତି ସୃଷ୍ଟି ପାଇଁ କୌଣସି ଘୋଷଣା କରାଯାଇନଥିବାରୁ ଏହି ବଜେଟ୍‌ ଏକ ଦୁର୍ବଳ ବଜେଟ୍‌ ବୋଲି ରାହୁଲ୍‌ କହିଛନ୍ତି । ସେହିପରି 2008 ମସିହାରେ କଂଗ୍ରେସ ସରକାରଙ୍କ ପରି କୃଷିଋଣ ଛାଡ କରିବା ପାଇଁ ରାହୁଲ ଦାବି କରିଛନ୍ତି । ସେହିପରି ଖାଦ୍ୟ ମାନ୍ଦାବସ୍ଥା 14 ପ୍ରତିଶତ ଅତିକ୍ରମ କରିଥିବା ବେଳେ ସରକାର ଏହା ଉପରେ ନୀରବତା ଅବଲମ୍ବନ କରିବା ନେଇ ରାହୁଲ ପ୍ରଶ୍ନ ଉଠାଇଛନ୍ତି । (ଏଜେନ୍ସୀ)

Read More

ନୂଆଦିଲ୍ଲୀ : ଶନିବାର ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଭାରତୀୟ ରେଳବାଇର ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଡିଜିଟାଲ୍‌ ଇଣ୍ଡିଆ ଯୋଜନାରେ ଓ୍ବାଇଫାଇ ଏବଂ ଅନ୍ୟାନ୍ୟ ଆନୁଷାଙ୍ଗିକ 550 ବ୍ୟବସ୍ଥା ପ୍ରଚଳନ ନେଇ ଘୋଷଣା କରାଯାଇଛି । ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳକୁ ଦ୍ରୁତଗାମୀ ଟ୍ରେନ୍‌ ତେଜସ୍‌ ଜରିଆରେ ସଞ୍ଜୋଗ କରାଯିବ । ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ଏକ ଦ୍ରୁତଗାମୀ ଟ୍ରେନ୍‌ ଚଳାଚଳ ନେଇ ଘୋଷଣା କରାଯାଇଛି । ଘରୋଇ ଟ୍ରେନ୍‌ ଚଳାଚଳ କ୍ଷେତ୍ରରେ 1150ଟି ନୂତନ ଟ୍ରେନ୍‌ ଚଳାଚଳ କରାଯିବ ବୋଲି ଘୋଷଣା କରାଯାଇଛି । ସେହିପରି ବିଭିନ୍ନ କୃଷିଜାତ ସାମଗ୍ରୀର ପରିବହନ ନିମନ୍ତେ କିଷାନ ରେଲ ସେବାର ପ୍ରଚଳନ ନିମନ୍ତେ ଘୋଷଣା କରାଯାଇଛି । 2700 କିମିର ରେଳପଥ ବିଦ୍ୟୁତୀକରଣ ନେଇ ବଜେଟରେ ଘୋଷଣା କରାଯାଇଛି । ବ୍ୟାଙ୍କ୍‌ ଜମାକାରୀଙ୍କୁ ଅଧିକ ସୁରକ୍ଷା ପାଇଁ ଜମାକାରୀଙ୍କ…

Read More

ସମୀକ୍ଷା ବ୍ୟୁରୋ ଭୁବେନଶ୍ବର :ଏୟାରଫିଲ୍‌ଡ଼ ଥାନା ଅଧିନସ୍ଥ ପାଞ୍ଚଗାଁ ଗ୍ରାମରେ ଜନୈକ ଦଳିତ ବିବାହିତା ମହିଳାଙ୍କୁ ସେହି ଗ୍ରାମର ଦୁଇଜଣ ବିବାହିତ ଯୁବକ ସିଦ୍ଧେଶ୍ୱର ସାହୁ ଓ ବଗ ବେହେରା ଦୁଷ୍କର୍ମ କରିଥିବାର ଅଭିଯୋଗ କରିଛନ୍ତି । ତାଙ୍କ କହିବାନୁସାରେ, ଗତ ତା ୨୬.୦୧.୨୦୨୦ ରିଖ ଅପରାହ୍ନ ୫.୩୦ ମିନିଟ୍ ସମୟରେ ଉକ୍ତ ପୀଡ଼ିତା ଯେତେବେଳେ ବିଲରୁ ବେଣା କାଟି ଘରକୁ ଏକାକୀ ଫେରୁଥିବା ସମୟରେ ଉକ୍ତ ଯୁବକମାନେ ବଳପୂର୍ବକ ପୀଡ଼ିତାଙ୍କୁ ଟେକିନେଇ ଦୁଷ୍କର୍ମ କରିବା ସହିତ ତାଙ୍କୁ ମାରଧର ମଧ୍ୟ କରିଥିଲେ । କିନ୍ତୁ କୌଶଳକ୍ରମେ ପୀଡ଼ିତା ସେଠାରୁ ପଳାଇ ଆସି ତାର ଶାଶୁ, ଶଶୂରଙ୍କୁ ଜଣାଇବା ପରେ ସେମାନେ ନିକଟସ୍ଥ ଥାନାକୁ ଆସି ଅଭିଯୁକ୍ତଙ୍କ ନାମରେ ଲିଖିତ ଅଭିଯୋଗ କରିବା ପରେ ଏୟାରଫିଲ୍‌ଡ଼ ଥାନା କେସ୍ ନଂ-୧୧/୨୦ ୟୁ/ଏସ୍‌-୩୪୧/୩୨୩/୩୭୬ଡ଼ି/୩ ତଫସିଲଭୁକ୍ତ ଜାତି ଓ ଉପଜାତି ଦଫା ପିଓଏରେ ରୁଜୁ କରି ପୋଲିସ୍ ନୀରବଦ୍ରଷ୍ଟା ସାଜିଛି! ଯାହା ସ୍ଥାନୀୟ ଅଞ୍ଚଳରେ…

Read More

ଉତ୍ତରପ୍ରଦେଶ : ଆଜି ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଦଶନ୍ଧିର ପ୍ରଥମ ବଜେଟ୍‌କୁ ଉପସ୍ଥାପନ କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ବିତୀୟ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବଜେଟ୍‌ 2020କୁ ନେଇ ବିରୋଧୀ ମାନେ ପ୍ରତିକ୍ରିୟା ରଖିଛନ୍ତି । ଅର୍ଥବ୍ୟବସ୍ଥାର ବିଗିଡିଥିବା ପରିସ୍ଥିତିରେ ରହିଥିବା ଚ୍ୟାଲେଞ୍ଜଙ୍କୁ ସାମ୍ନା କରୁଥିବା ମୋଦି ସରକାରଙ୍କୁ ବିରୋଧୀ ମାନେ ଘେରିଛନ୍ତି । ଏହି କ୍ରମରେ ଉତ୍ତରପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଚଳିତ ବଜେଟ୍‌କୁ ନେଇ କହିଛନ୍ତି ଯେ, ଦେବାଳିଆ ସରକାରଙ୍କ ଦେବାଳିଆ ବଜେଟ୍‌ । ବିଜେପି ଅର୍ଥବ୍ୟବସ୍ଥା ସଜାଡିବାରେ ବିଫଳ ରହୁଛି । ୟୁପିରେ ବିଜେପି ସରକାର ରହିଛି, କିନ୍ତୁ ନିବେଶ ନାମରେ ଏଠି କିଛି ହେବାର ନାହିଁ ରୋଜଗାର କେମିତି ହେବ। ମୋଦି ସରକାର ବେରୋଜଗାର ସମସ୍ୟାକୁ କିପରି ଦୂର କରିବେ । ଏହି ବଜେଟ୍‌କୁ ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଉଦ୍ଦିଷ୍ଟ । ସେହିପରି ଅଭିଷେକ ମନୁ ସିଂଘଭୀ…

Read More

ନୂଆଦିଲ୍ଲୀ : ବଜେଟ୍‌କୁ ନେଇ ଗଭୀର ଭାବରେ ପ୍ରଭାବିତ ହୋଇଛି ଭାରତୀୟ ସେୟାର ବଜାର । ବଜେଟ୍‌ ଆଗତ ସମୟରେ ସେନ୍‌ସେକ୍ସରେ 700 ପଏଣ୍ଟ ହ୍ରାସ ଘଟିଥିଲା । 2020-21ରେ ଆଗତ ବଜେଟ ନିବେଶକଙ୍କ ଆକୃଷ୍ଟ କରିବାରେ ବିଫଳ ହେବାରୁ ସେନ୍‌ସେକ୍ସ 708 ପଏଣ୍ଟ ତଳକୁ ଖସି 40015 ପଏଣ୍ଟରେ ପହଞ୍ଚିଥିଲା । ଏହି ସମୟରେ ନିଫ୍‌ଟୀ ମଧ୍ୟ 220 ପଏଣ୍ଟ ତଳକୁ ଖସି 11741 ପଏଣ୍ଟରେ ରହିଛି । ନିଫ୍‌ଟୀ 50ର 44ଟି କମ୍ପାନୀର ଅଂଶଧନ ମୂଲ୍ୟରେ ହ୍ରାସ ଘଟିଛି । ଏଲ୍‌ ଆଣ୍ଡଟି ଅଂଶଧନ ମୂଲ୍ୟରେ ସର୍ବାଧିକ 3.98 ପ୍ରତିଶତ ହ୍ରାସ ଘଟିଥିବା ବେଳେ ବଜାଜ୍‌ ଫିନ୍‌ସର୍ଭ, ଟାଟା ମୋଟର୍ସ, ଜୀ ଏଣ୍ଟରଟେନମେଣ୍ଟ ଏବଂ ଭାରତ ପେଟ୍ରୋଲିୟମ୍‌ ମଧ୍ୟ କ୍ଷତିର ସମ୍ମୁଖୀନ ହୋଇଛି ।

Read More

ରମେଶ ମହାନ୍ତି ଜଗତସିଂହପୁର: ରାଜ୍ୟ ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି। ମାତ୍ର କିଛି ଅସାଧୁ କର୍ମଚାରୀ ଓ ଦୁର୍ନୀତିଖୋର୍ କୁଜିନେତାଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି ଯୋଜନା ସାଧାରଣ ଲୋକଙ୍କ ପାଖରେ ଅପହଞ୍ଚ । ଏପରିକି ରାଜ୍ୟରେ “5 ଟି”ର ଡିଣ୍ଡିମ ବାଜୁଥିବା ବେଳେ ତିର୍ତ୍ତୋଲ ବ୍ଲକରେ କିନ୍ତୁ ଏହା ପ୍ରହସନ ପାଲଟିଛି। ଏପରିକି ଲୋକର ମୃତ୍ୟୁ ହେବା ପୂର୍ବରୁ ତାଙ୍କ ନାଁରେ ମିଥ୍ୟାବିଲ୍ କରି ମୃତ୍ୟୁ ସହାୟତା ରାଶିକୁ ମଧ୍ୟ ଖାଇଯାଉଛନ୍ତି। ଏହିପରି ଏକ ଘଟଣା ତିର୍ତ୍ତୋଲ ବ୍ଲକ୍ ଜଡତିରା ପଞ୍ଚାୟତରେ ଦେଖିବାକୁ ମିଳିଛି। ସୂଚନାନୂଯାୟୀ ଉକ୍ତ ପଞ୍ଚାୟତର 2ନଂ ୱାର୍ଡର ବାସିନ୍ଦା ଶେଷଦେବ ନାଥଶର୍ମାଙ୍କର 27.01.2019ରେ ମୃତ୍ୟୁ ହୋଇଥିଲା । ଆଶ୍ଚର୍ଯ୍ୟର କଥା ହେଉଛି ଶେଷଦେବଙ୍କ ମୃତ୍ୟୁର 4 ମାସ ପୂର୍ବରୁ 15.9.2018ରେ ହରିଶ୍ଚନ୍ଦ୍ର ଯୋଜନାରେ ମୃତ୍ୟୁ ସହାୟତା ରାଶି ବାବଦକୁ 2000 ଟଙ୍କା ତାଙ୍କ ବୋହୁ ନାଁରେ ଉଠାଇ ନେଇଛନ୍ତି ବୋଲି ପଂଚାୟତ ଅଫିସରେ ବିଲ୍ ହୋଇଛି…

Read More

ହାଇଦ୍ରାବାଦ : ସାଉଥ୍‌ର ଲୋକପ୍ରିୟ ହାସ୍ୟାଭିନେତା ବ୍ରହ୍ମାନନ୍ଦମ୍‌ ବେଶ୍‌ ଜଣାଶୁଣା । କେବଳ ସାଉଥ୍‌ ଇଣ୍ଡଷ୍ଟ୍ରିରେ ନୁହଁନ୍ତି, ସାରା ଭାରତରେ ତାଙ୍କର ପ୍ରଶଂସକ ବେଶ୍‌ ରହିଛନ୍ତି । ବ୍ରହ୍ମାନନ୍ଦମ୍‌ ଆଜି 63ତମ ଜନ୍ମଦିନ ପାଳନ କରୁଛନ୍ତି । ସୋସିଆଲ୍‌ ମିଡିଆରେ ତାଙ୍କ ପ୍ରଶଂସକମାନେ ଟ୍ରେଣ୍ଡ୍‌ କରୁଛନ୍ତି । ହ୍ୟାଜ୍‌ଟ୍ୟାଗ୍‌ ବ୍ରହ୍ମାନନ୍ଦନମ୍‌ ଟ୍ରେଣ୍ଡ୍‌ କରିବା ସହିତ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ବ୍ରହ୍ମାନନ୍ଦମ୍‌ଙ୍କୁ ସାଉଥ୍‌ରେ ସୁପରଷ୍ଟାର୍‌ ବୋଲି କୁହାଯାଇଥାଏ । ସେ ମହେଶ ବାବୁ, ଅଲ୍ଲୁ ଅର୍ଜୁନ୍‌, ପ୍ରଭାସ, ରାମଚରଣ, ନାଗାର୍ଜୁନଙ୍କ ପରି ଲୋକପ୍ରିୟ ସାଉଥ୍‌ ଅଭିନେତାଙ୍କ ସହ ଅଭିନୟ କରି ଚର୍ଚ୍ଚାରେ ରହିଛନ୍ତି ।  ସେ ପାଖାପାଖି 1000ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ସେ 1987ରେ ଆସିଥିବା ଫିଲ୍ମ ‘ଅହା ନା ପାଲଣ୍ଟା’ରୁ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ବ୍ରହ୍ମାନନ୍ଦମ୍‌ଙ୍କ କମେଡି ଆକ୍ଟିଂ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଥାଏ । ତେଲୁଗୁ ସହିତ ତାମିଲ୍‌…

Read More

ନୂଆଦିଲ୍ଲୀ : ନିର୍ଭୟା ଦୋଷୀ ବିନୟ ଶର୍ମାର ରାଜକ୍ଷମା ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦିଲ୍ଲୀର ପଟିଆଲା କୋର୍ଟ ଚାରି ଅଭିଯୁକ୍ତଙ୍କୁ ଫେବୃଆରୀ 1 ତାରିଖରେ ଫାଶୀ ଦିଆଯିବା ନେଇ ଡେଥ୍‌ ଓ୍ବାରେଣ୍ଟ ଜାରି କରିଥିଲେ । କିନ୍ତୁ ବିନୟ ଦୟା ଯାଚିକା ଆବେଦନ କରିଥିବାରୁ ଫାଶୀ ଦଣ୍ଡାଦେଶକୁ ଘୁଞ୍ଚାଯାଇଛି । ଅପରପକ୍ଷେ ଆଜି ଏହି ମାମଲାର ଅନ୍ୟତମ ଦୋଷୀ ମୁକେଶ ଅକ୍ଷୟ ଠାକୁର୍‌ ମଧ୍ୟ ରାଜକ୍ଷମା ଆବେଦନ କରିଛନ୍ତି । ଗତ ସାତ ବର୍ଷ ଧରି ନ୍ୟାୟ ପାଇବା ପାଇଁ ପୀଡ଼ିତାଙ୍କ ପରିବାର ଲଢେଇ କରୁଥିବାବେଳେ ଦୋଷୀମାନେ ସବୁବେଳେ କିଛି ନା କିଛି ଚାଲ ପକାଇ ଫାଶୀ ତାରିଖକୁ ଘୁଞ୍ଚାଇ ଚାଲିଛନ୍ତି । ତେବେ ନିର୍ଭୟା ଦୋଷୀଙ୍କୁ କେବେ ଦଣ୍ଡ ମିଳିବ, ତାହା ଏବେ ଚର୍ଚ୍ଚାର ବିଷୟ । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଶନିବାର ଆୟୋଜିତ କେନ୍ଦ୍ରୀୟ ବଜେଟ୍‌ରେ ସରକାରଙ୍କ ପକ୍ଷରୁ ଆୟକର ଉପରେ ବଡ ରିହାତି ଘୋଷଣା କରାଯାଇଛି । ବଜେଟ୍‌ ଉପସ୍ଥାପନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଏସ୍‌ଟିକୁ ଏକ ଐତିହାସିକ ପଦକ୍ଷେପ ବୋଲି ଅଭିହିତ କରିବା ସହିତ ଆୟକର ସୀମାରେ ହ୍ରାସ ଘୋଷଣା କରିଛନ୍ତି । 5ରୁ 7.5 ଲକ୍ଷକ ମଧ୍ୟରେ ଆୟକାରୀଙ୍କୁ ବର୍ତ୍ତମାନ 10 ପ୍ରତିଶତ ଆୟକର ପ୍ରଦାନ କରିବାକୁ ପଡିବ ଯାହାକି ପୂର୍ବରୁ 20 ପ୍ରତିଶତ ରହିଥିଲା । 7.5 ଲକ୍ଷରୁ 10 ଲକ୍ଷ ମଧ୍ୟରେ ଆୟକାରୀଙ୍କୁ 15 ପ୍ରତିଶତ ଆୟକର ପ୍ରଦାନ କରିବାକୁ ପଡିବ ଯାହାକି ପୂର୍ବରୁ 20 ପ୍ରତିଶତ ରହିଥିଲା । 12.5 ଲକ୍ଷରୁ 15 ଲକ୍ଷ ମଧ୍ୟରେ ଆୟକାରୀଙ୍କୁ 25 ପ୍ରତିଶତ ଆୟକର ପ୍ରଦାନ କରିବାକୁ ପଡିବ ଯାହାକି ପୂର୍ବରୁ 30 ପ୍ରତିଶତ ରହିଥିଲା । ସେହିପରି 15 ଲକ୍ଷରୁ ଅଧିକ ଆୟକାରୀଙ୍କୁ ପୂର୍ବପରି 30 ପ୍ରତିଶତ ଆୟକର ପ୍ରଦାନ…

Read More

ନୂଆଦିଲ୍ଲୀ : ଚଳିତ ସାଧାରଣ ବଜେଟ୍‌ରେ ମୋଦି ସରକାର ସ୍ବଚ୍ଛତା ଓ ସ୍ବାସ୍ଥ୍ୟକୁ ବିଶେଷ ପ୍ରାଧାନ୍ୟ ଦେଇଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ 69 ହଜାର କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଥିବାବେଳେ ସ୍ବଚ୍ଛତା ପାଇଁ 12ହଜାର 300 କୋଟି ଟଙ୍କର ବ୍ୟୟ ବରାଦ ରହିଛି । ଯକ୍ଷ୍ମାମୁକ୍ତ ଭାରତ କରିବା ପାଇଁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି । ପିପିପି ମଡେଲ୍‌ରେ ନୂତନ ହସ୍ପିଟାଲର ନିର୍ମାଣ ହେବ, ଦେଶରେ ଟିବି ହାରିବ, ଦେଶ ଜିତିବ ସ୍ଲୋଗାନକୁ ସଫଳ କରାଯିବ । 2025 ସୁଦ୍ଧା ଭରତକୁ ଟିବି ମୁକ୍ତ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ 6400 କୋଟି ଟଙ୍କାର ପ୍ରସ୍ତାବ ପିଏମ୍‌ ଜନଆରୋଗ୍ୟ ଯୋଜନା ଆଧାରରେ 20 ହଜାରରୁ ଅଧିକ ମେଡ଼ିକାଲ ଅନ୍ତର୍ଭୁକ୍ତ ହେବ । ଏହି ଯୋଜନାରେ ଆର୍ଟିଫିଶିଆଲ୍‌ ଇଣ୍ଟେଲିଜିୟନ୍ସର ବ୍ୟବହାର କରାଯିବ । ଇନ୍ଦ୍ରଧନୁ ଯୋଜନାକୁ ବିସ୍ତାରୀକରଣ କରାଯିବ । ଏଥିରେ ନୂତନ ଟୀକାକୁ…

Read More

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍‌ରେ ସରକାରଙ୍କ ପକ୍ଷରୁ ନାରୀ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି । ବେଟି ବଚାଓ ବେଟୀ ପଢାଓ ଯୋଜନାରେ ପ୍ରାୟ 94 ପ୍ରତିଶତ ମହିଳା ଉପକୃତ ହେଉଥିବା ନେଇ ସୀତାରମଣ ଘୋଷଣା କରିଥିଲେ। ମହିଳାଙ୍କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଯୋଜନା ପାଇଁ ସରକାରଙ୍କ ପକ୍ଷରୁ 28 ହଜାର 6 ଶହ କୋଟି ଟଙ୍କାର ବଜେଟ୍‌ ରଖାଯାଇଛି । ସେହିପରି ମହିଳାଙ୍କ ବିବାହ ବୟସ ପୂର୍ବରୁ କରାଯାଉଥିବା ବିବାହକୁ ରୋକିବା ପାଇଁ ଏକ କମମିଟି ଗଠନ କରାଯିବା ନେଇ ସୀତାରମଣ ଘୋଷଣା କରିଛନ୍ତି। ଅପପୁଷ୍ଟିର ମୁକାବିଲା ପାଇଁ 35600 କୋଟି ଟଙ୍କାର ଘୋଷଣା କରାଯାଇଛି। 2021 ସୁଦ୍ଧା ଦେଶର 10 କୋଟି ପରିବାରକୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ସୀତାରମଣ ପ୍ରକାଶ କରିଛନ୍ତି । ସେହିପରି ଅନୁସୂଚିତ ଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ବିକାଶ ପାଇଁ…

Read More

ନୂଆଦିଲ୍ଲୀ : 2022 ସୁଦ୍ଧା ଚାଷୀମାନଙ୍କ ଆୟ ଦୁଇଗୁଣା କରିବା ଲକ୍ଷ୍ୟ ରଖାଯାଇଛି । 6.11 କୋଟି ଚାଷୀଙ୍କୁ ପାଇଁ ବୀମା ଯୋଜନା । ପିଏମ୍‌ କିଶାନ ଯୋଜନାରୁ ଚାଷୀଙ୍କୁ ସୁବିଧା ମିଳିବ। କୃଷି କ୍ଷେତ୍ର ପାଇଁ 16 ସୂତ୍ରୀୟ ଆକ୍ସନ ପ୍ଲାନ୍‌ କୃଷି କ୍ଷେତ୍ରରେ ମାର୍କେଟିଂ ପ୍ରୋସେସିସିଂ ଉପରେ ଧ୍ୟାନ ଅନ୍ନଦାତାଙ୍କୁ ଶକ୍ତିଦାତା କରିବା ନେଇ ସରକାରଙ୍କ ପଦକ୍ଷେପ ନେଇଛନ୍ତି 2020-21 ପାଇଁ 15 ଲକ୍ଷ କୋଟିର କୃଷି ଋଣ ବଣ୍ଟନ ଲକ୍ଷ୍ୟ କୁସୁମ ଯୋଜନାରେ 20 ଲକ୍ଷ ଚାଷୀଙ୍କୁ ସବସିଡିରେ ସୋଲାର ପମ୍ପ ଦିଆଯିବ । ଅନ୍ୟ 50 ଲକ୍ଷ ଚାଷୀଙ୍କୁ ବିଦ୍ୟୁତ ପମ୍ପ ଯୋଗାଇ ଦିଆଯିବା ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଅଭ୍ୟାସକୁ ପରିବର୍ତ୍ତନ କରାଯିବ ପଚନଶୀଳ ଦ୍ରବ୍ୟ ଚାଲାଣ ପାଇଁ କିଶାନ ରେଳ ଯୋଜନା କୃଷି ଦ୍ରବ୍ୟ ପରିବହନ ପାଇଁ କୃଷି ଉଡାନ ଯୋଜନା କୃଷି ଉଡାନ ଯୋଜନା – ବେସାମରିକ ବିମାନ ଚଳାଚଳ ଆରମ୍ଭ…

Read More

ଚଳିତ ଦଶନ୍ଧିର ପ୍ରଥମ ବଜେଟ୍‌ ଉପସ୍ଥାନ କରୁଛନ୍ତି ନିର୍ମଳା ସୀତାରମଣ । ଏହି ଅବସରରେ ଶିକ୍ଷା ପାଇଁ 99 ହଜାର 300 କୋଟିର ବ୍ୟୟ ବରାଦ ରଖାଯାଇଥିବାବେଳେ ଦେଶରେ ନୂତନ ଶିକ୍ଷା ନୀତି ଆସିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ବହୁତ ଶୀଘ୍ର ନୂତନ ଶିକ୍ଷା ନୀତି ଆସିବ ଦେଶରେ ସାଇବର ଫୋରେନିକ୍‌ ଶିକ୍ଷା ପ୍ରତିଷ୍ଠାନ ଦେଶରେ ନୂଆ 150ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ହେବ ଅନ୍‌ଲାଇନ୍‌ ଡିଗ୍ରୀ ପୋଗ୍ରାମ୍‌ ଷ୍ଟଡି ଇନ୍‌ ଇଣ୍ଡିଆକୁ ପ୍ରୋତ୍ସାହନ ପିପିପି ମୋଡରେ ମେଡିକାଲ କଲେଜରେ ହେବ ନିର୍ମାଣ ସରସ୍ବତୀ ସିନ୍ଧୁ ୟୁନିଭର୍ସିଟି ହେବା ପାଇଁ ଘୋଷଣା କୋଶଳ ବିକାଶ ପାଇଁ 3000 କୋଟିର ବ୍ୟୟବରାଦ ରହିଛି । ଶିକ୍ଷା ସେକ୍ଟରରେ ଏଫ୍‌ଡିଆଇ ଅଣାଯିବ ।

Read More