ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜଧାନୀର ମଲ୍ ଓ ସୁପର ମାର୍କେଟ୍ରେ କରୋନା ସତର୍କତା ଜାରି କରାଯାଇଛି । ଟୁଇଟ୍ କରି ସତର୍କତା ଅବଲମ୍ବନ ପାଇଁ ପୋଲିସ୍ କମିଶନର ପରାମର୍ଶ ଦେଇଛନ୍ତି । ନିର୍ଦ୍ଧାରିତ ସମୟରେ ମଲ୍ ଭିତରକୁ କମ୍ ସଂଖ୍ୟକ ଲୋକ ପ୍ରବେଶ କରନ୍ତୁ ବୋଲି ଉପଦେଶ ଦେଇଛନ୍ତି ପୋଲିସ କମିଶନର । ମଲ୍ ଭିତରେ ଗ୍ରାହକମାନେ ପରସ୍ପରଠାରୁ ଛଅ ଫୁଟ୍ ଦୂରତା ରଖିବା ପରାମର୍ଶ ଦିଆଯାଇଛି । ବିକ୍ରୟ ପାଇଁ କୌଣସି ପ୍ରମୋସନ୍ ବ୍ୟବସ୍ଥା ନ କରିବାକୁ ପରାମର୍ଶ । ସେହିପରି କରେନା ପାଇଁ ବାର୍ରେ ଲାଉଡ୍ ସ୍ପିକର ମନା କରାଯାଇଛି । ଭୁବନେଶ୍ବରର ସମସ୍ତ ବାର୍ ଏବଂ ପବ୍ରେ ବାଜି ପାରିବନି ଲାଉଡ୍ ସ୍ପିକର୍ । ମାର୍ଚ୍ଚ 31 ଯାଏଁ ଲାଉଡ୍ ସ୍ପିକର ଉପରେ ଲାଗିଲା କଟକଣା । ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ।
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଉଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ମାର୍ଚ୍ଚ ୩୧ ଯାଏ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବନ୍ଦ ରଖାଯାଇଛି। ଏହାସହ ବଟାନିକାଲ ଗାର୍ଡେନ୍ ମଧ୍ୟ ବନ୍ଦ ରହିଛି। ଏ ନେଇ ନନ୍ଦନକାନନର ଉପ-ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଥିଲେ। କରୋନା ପାଇଁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ ବୋଲି କହିଥିଲେ। ଏହାସହ ସିନେମା ହଲ୍ ଓ ସୁଇମିଂ ପୁଲ୍ ମଧ୍ୟ ବନ୍ଦ ରହିବ ବୋଲି କହିଥିଲେ।
ରମେଶ ମହାନ୍ତି ଜଗତସିଂହପୁର : ଜନୈକ ବ୍ଲକର ମାତାଲ୍ ଆସିଷ୍ଟାଣ୍ଟ ଇଂଜିନିୟରଙ୍କୁ ନେଇ ଏବେ ଜିଲ୍ଲାସାରା ଚର୍ଚ୍ଚା। ସୂଚନାନୂଯାୟୀ ବ୍ଲକର ପଂଚାୟତ ସମିତି ମେମ୍ବର, ସରପଂଚ ଓ ଜିଲ୍ଲାପରିଷଦ ସଭ୍ୟ ମିଶି ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପିକନିକ୍ କରିବାକୁ ଯାଇଥିଲେ ଆଠଗଡ ଅଂଚଳର ଭଟ୍ଟାରିକା। ଏବର୍ଷ କିନ୍ତୁ ଅତିଥି ଭାବେ ସାଙ୍ଗରେ ଯାଇଥିଲେ ନୂତନ ବ୍ଲକ୍ ସଭାପତି ଓ ବ୍ଲକର ଆସିଷ୍ଟାଣ୍ଟ ଇଂଜିନିୟର। ପିକନିକ୍ ସ୍ଥଳରେ ଅତ୍ୟଧିକ ମଦ୍ୟପାନ କରି ନିଜର ପଦ ମର୍ଯ୍ୟାଦା ତଥା ହିତାହିତ ଜ୍ଞାନ ଭୁଲି ମାତାଲ୍ ଅବସ୍ଥାରେ ଆସିଷ୍ଟାଣ୍ଟ ଇଂଜିନିୟର ଜଣକ ବ୍ଲକ୍ ସଭାପତିଙ୍କ ନିକଟକୁ ଯାଇ ତାଙ୍କୁ ବିଭିନ୍ନ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ଯୋଗୁଁ ଏଥିରେ ଉତ୍ତ୍ୟକ୍ତ ହୋଇ ବ୍ଲକ୍ ସଭାପତିଙ୍କ ସମେତ କେତେକ ପଂଚାୟତ ସମିତି ମେମ୍ବର ଓ ସରପଂଚ ମିଶି ମାତାଲ୍ ଆସିଷ୍ଟାଣ୍ଟ ଇଂଜିନିୟରଙ୍କୁ ନିର୍ଦ୍ଧୁମ ଛେଚିଥିଲେ ବୋଲି ଏବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଛି। ପରେ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ମୋହନା ଥାନା ପୋଲିସ୍ ଚଢ଼ାଉ କରି ୭୬ କେଜି ଗଂଜେଇ ଜବତ କରିଛି । ଗଂଜେଇ ଚାଲାଣ ଅଭିଯୋଗରେ ଅନ୍ଧାରୀଗୁଡ଼ା ଗାଁର ଲମ୍ବୋଦର ଶବରକୁ ଗିରଫ କରିଛି । କୌଣସି ସୂତ୍ରରୁ ଖବରପାଇ ଥାନାଧିକାରୀ ସୁଜିତ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଗୋଠକେଳି ଓ ଅନ୍ଧାରୀଗୁଡ଼ା ଅଂଚଳରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ୩ଟି ବସ୍ତାରେ ଏହି ଗଂଜେଇ ଥିବା ଜାଣି ଜବତ କରିଥିଲା । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୋଲିସ୍ କହିଛି ।
ମୁମ୍ବାଇ : ବଲିଉଡ୍ ଠାରୁ ବଜାର ପର୍ଯ୍ୟନ୍ତ ସବୁଠୁ କରୋନାର ଭୟ ଦେଖିବାକୁ ମିଳୁଛି । କରୋନା ଯୋଗୁଁ ଫିଲ୍ମର ରିଲିଜ୍ ଡେଟ୍କୁ ଘୁଞ୍ଚା ଚାଲିଛି । ଏତଦ୍ବ୍ୟତୀତ ବଲିଉଡ୍ର ବହୁ ହସ୍ତୀ ବଡ ବଡ କାର୍ଯ୍ୟକ୍ରମକୁ ମଧ୍ୟ ରଦ୍ଦ କରିଛନ୍ତି। ସେଲିବ୍ରିଟିମାନେ ମଧ୍ୟ ସାଧାରଣ ଜାଗାରେ ମାସ୍କ ଓ ସାନିଟାଇଜର୍ ବ୍ୟବହାର କରୁଛନ୍ତି । ବଲିଉଡ୍ ଅଭିନେତ୍ରୀ ପୂଜା ହେଗେଡ୍ ଏବେ ମାସ୍କରେ ନଜର ଆସିଛନ୍ତି । ସଲମାନ ଖାନ୍ଙ୍କ ଅପକମିଙ୍ଗ ଫିଲ୍ମ ‘କଭି ଇଦ୍ କଭି ଦିଓ୍ବାଲୀ’ରେ ନଜର ଆସିବାକୁ ଥିବାବେଳେ ନିକଟରେ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମରେ ମଧ୍ୟ ନଜର ଆସିବେ । ଆଗାମୀ ଫିଲ୍ମର ଶୁଟିଂ ପାଇଁ ନିକଟରେ ଜର୍ଜ୍ଜିଆ ଗସ୍ତ କରିଛନ୍ତି ପୂଜା । ନିଜ ଇନ୍ଷ୍ଟାଗାମ୍ ଆକାଉଣ୍ଟରେ ପୂଜା ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଏୟାରପୋର୍ଟରେ ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି । ପୂଜା ଏହି ଫଟରେ ଲଙ୍ଗ ସିଲ୍ଭ ଟି…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରର ହାତୀମୁଣ୍ଡା ନିକଟସ୍ଥ କାୟାତୋଟା ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ବାଲୁଗାଁ ନିକଟସ୍ଥ ଆମ୍ବପଡା ଗ୍ରାମର କୃଷ୍ଣବେହେରାଙ୍କ ପୁତ୍ର ୨୮ ବର୍ଷୀୟ ସନ୍ତୋଷ ବେହେରା, ପପୁ ବେହେରା ଓ ସମ୍ପର୍କୀୟ କାବୁ ବେହେରା ଆଙ୍କୁଲାପଦରରୁ ଯାତ୍ରା ଦେଖି ରତନପୁର ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ରାତ୍ରି ଦୁଇ ଘଟିକାରେ କଲେଜ ଛକଠାରୁ ପ୍ରତାପ ରାସ୍ତା ମଧ୍ୟରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବାଇକ ପଛରେ ବସିଥିବା ସନ୍ତୋଷ ବେହେରା ମୃତ୍ୟୁବରଣ କରିଥିବାବେଳେ ପପୁ ବେହେରା ଗଭୀର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ସେହିପରି ବାଇକ୍ ଚାଳକ କାବୁ ବେହେରାଙ୍କ ହାତ ଭାଙ୍ଗି ଯାଇଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଗାଡିଟିକୁ ଜବତ କରିଛି। ମୃତକଙ୍କ ଶବ ବ୍ୟବଚ୍ଛେଦ ହେବା…
ନୂଆଦିଲ୍ଲୀ : କରୋନା ଭାଇରସ୍ ଯୋଗୁଁ ଏବେ ଆଇପିଏଲ୍ରେ ଲାଗିଛି ଗ୍ରହଣ । ଆଜି ମୁମ୍ବାଇଠାରେ ଇଣ୍ଡିଆନ ପ୍ରିମିୟର ଲିଗ୍ର ଗଭର୍ଣ୍ଣିଂ କାଉନ୍ସିଲିଂ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ କରୋନା ଭାଇରସ୍ ଯୋଗୁଁ ଚଳିତ ସିଜିନ୍ରେ କିଛି ବଡ ଧରଣର ବଦଳ କରିବା ନେଇ ଚର୍ଚ୍ଚା ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହି ବୈଠକରେ ଆଇପିଏଲ୍ର ଅଧିକାରୀଙ୍କ ବ୍ୟତୀତ ସମସ୍ତ ଆଠଟି ଦଳର ପ୍ରତିନିଧିମାନେ ଅଂଶଗ୍ରହଣ କରୁଛନ୍ତି । ଏହି ବୈଠକରେ ସୌରଭ ଗାଙ୍ଗୁଲିଙ୍କ ସହ ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ଆକାଶ ଅମ୍ବାନୀ ଓ କେକେଆର ମାଲିକ ଶାହରୁଖ ଖାନ୍ ମଧ୍ୟ ଉପସ୍ଥିତ ରହିଛନ୍ତି । ସୂଚନାଯୋଗ୍ୟ, ଆଇପିଏଲ୍ର ଗଭର୍ଣ୍ଣିଂ କାଉନ୍ସିଲ୍ ମିଟିଂ ପୂର୍ବରୁ ଚଳିତ ଆଇପିଏଲ୍ ସିଜିନ୍ର ତାରିଖକୁ ଆଗକୁ ବୃଦ୍ଧି କରାଯାଇଛି । କରୋନା ଯୋଗୁଁ ଆଇପିଏଲ୍ର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି । ଆଇପିଏଲ୍ର ନୂଆ ସିଜିନ୍ ମାର୍ଚ୍ଚ 29ରେ ଆରମ୍ଭ ହେବାକୁ ଥିଲା…
ରାଜସ୍ଥାନ : ରାଜସ୍ଥାନର ଯୋଧପୁରଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବାଲୋତରା ଓ ଫଲୋଦି ହାଇଓ୍ବେ ଉପରେ ଟ୍ରକ୍ ଓ ଜିପ୍ ମଧ୍ୟରେ ଧକ୍କା ହେବା ଫଳରେ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 11ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ଟ୍ରକ୍ଟି ଜିପ୍ ସହ ଧକ୍କା ହୋଇ ଜିପ୍ ଉପରେ ଚଢିଯାଇଛି । ଶିଶୁ ସମେତ ଚାରି ପୁରୁଷ ଓ ଛଅ ଜଣ ମହିଳା ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବାବେଳେ ମୃତକଙ୍କ ମଧ୍ୟରେ ନବବିବାହିତା ଯୋଡ଼ି ମଧ୍ୟ ରହିଛନ୍ତି । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲ୍ରେ ପହଞ୍ଚାଇଥିଲା। ଏହି ଘଟଣାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ୍ ଦୁଃଖ ପ୍ରକାଶ କରିବା ସହ ଶୋକାକୁଳ ପରିଜନଙ୍କ ପ୍ରତି ଗଭୀର ସମ୍ବେଦନା ପ୍ରଦାନ କରିଛନ୍ତି। (ଏଜେନ୍ସି)
ଭୋପାଳ : ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଜେପି ସାମିଲ୍ ହେବାପରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂହ ପରିଶେଷରେ ନିଜର ନିରବତା ଭଙ୍ଗ କରିଛନ୍ତି । ଦିଗ୍ବିଜୟ ଟୁଇଟ୍ କରି କହିଛନ୍ତି ଯେ, ମହାରାଜଙ୍କଠାରୁ ଏପରି ଧୋକ୍କା ମିଳିବ ବୋଲି ଆଶା ନଥିଲା । ଦିଗ୍ବିଜୟ କହିଛନ୍ତି ଯେ, ଜ୍ୟୋତିରାଦିତ୍ୟ ସିନ୍ଧିଆ ରାଜ୍ୟସଭା ଆସନ ଓ କ୍ୟାବିନେଟ୍ରେ ଜାଗା ପାଇବା ପାଇଁ କଂଗ୍ରେସ ଓ ଗାନ୍ଧି ପରିବାରକୁ ଧୋକ୍କା ଦେଇଛନ୍ତି। ଦିଗ୍ବିଜୟ ସିଂହ ଟୁଇଟ୍ରେ ଆହୁରି ମଧ୍ୟ ଲେଖିଛନ୍ତି ଯେ, କିଛି ଲୋକଙ୍କର କ୍ଷମତା ଭୋକ ଅଧିକ ଥାଏ, କିନ୍ତୁ ସ୍ବସ୍ଥ ଲୋକତନ୍ତ୍ର ପାଇଁ ବିଶ୍ବସନୀୟତା ଓ ବିଚାରଧାରା ଅତ୍ୟନ୍ତ ଆବଶ୍ୟକ। 18 ବର୍ଷ ଧରି କଂଗ୍ରେସର ରହିବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ଦେଇ ବିଜେପି ସହିତ ମିଶିଛନ୍ତି । ସିନ୍ଧିଆଙ୍କ ଦଳ ଛାଡିବା ପରେ ମଧ୍ୟପ୍ରଦେଶରେ କମଲନାଥ ସରକାର ଏବେ ବିପଦରେ ପଡିଯାଇଛନ୍ତି ।…
ଇଟାଲୀ :ଚୀନ ପରେ ଇଟାଲୀରେ କରୋନା ଭାଇରସ ବ୍ୟାପକ ରୂପ ନେଇଛି । ବିଗତ 24ଘଣ୍ଟା ମଧ୍ୟରେ 250 ଜଣଙ୍କ ମୃତ୍ୟୁ ଘଟିଛି । ଏହା ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ଏଥି ସହ ଇଟାଲୀରେ କରୋନାରେ ମୃତ୍ୟୁ ସଂଖ୍ୟା 1266ରେ ପହଞ୍ଚିଛି । ମୋଟ 17 ହଜାର 660 ଲୋକ ସଂକ୍ରମିତ ହୋଇଛନ୍ତି । ସୂଚନାଯୋଗ୍ୟ, ଇଟାଲୀରେ କରୋନା ଭାଇରସ ଭୟଙ୍କର ରୂପ ନେଇଛି । ଭାରତର କିଛି ଲୋକ ଇଟାଲୀରେ ଫସିଛନ୍ତି । ଇଟାଲୀରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରାଯିବା ପାଇଁ ଯୋଜନା ଚାଲିଛି । ଭାରତର ଏକ ମେଡିକାଲ ଟିମ୍ ଶୁକ୍ରବାର ଇଟାଲୀରେ ପହଞ୍ଚିଛନ୍ତି । ଭାରତର ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ବହୁତ ଶୀଘ୍ର ସନ୍ଦିଗ୍ଧଙ୍କ ଯାଞ୍ଚ କରାଯାଉଛି । ଇଟାଲୀର ସରକାରୀ ତଥ୍ୟ ଅନୁସାରେ ଏକ ଲକ୍ଷ ୬୦ ହଜାରରୁ ଅଧିକ ଭାରତୀୟ ସେଠାରେ…
ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗ ବ୍ଳକରେ କିଛିଦିନ ଧରି ମଧ୍ୟାହ୍ନ ଚାଉଳ ଅଭାବରୁ ୬୦ରୁ ଉର୍ଦ୍ଧ ସ୍କୁଲରେ ମଧ୍ୟାହ୍ନ ଭୋଜନ ବନ୍ଦ ହୋଇଥିବା ଜଣାପଡ଼ିଛି। ଏନେଇ କିଛିଦିନ ଧରି ପ୍ରାୟ ୪ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନେ ଉପବାସରେ ଘରକୁ ଫେରିଥିବା ଜଣାପଡ଼ିଛି । ତେବେ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣ ଦାୟିତ୍ୱ ଥିବା ଠିକାଦାରଙ୍କ ମନମାନୀ କାରଣରୁ ଏହି ସଙ୍କଟ ସୃଷ୍ଟି ହୋଇଛି। ଏହି ସମସ୍ୟା ନିୟମିତଭାବେ ଲାଗି ରହୁଥିଲେ ମଧ୍ୟ ବିଭାଗୟୀ ଅଧିକାରୀ ଏହି ସମସ୍ୟାର ସମାଧାନପାଇଁ କୌଣସି ପଦକ୍ଷେପ ଗ୍ରହଣ ନକରିବା ବୁଦ୍ଧିଜୀବୀ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଅନୁସନ୍ଧାନରୁ ଜଣାପଡ଼ିଛି ଯେ, କୁଜଙ୍ଗ ବ୍ଳକପାଇଁ ଜନୈକ ଠିକାଦାର ଦୀର୍ଘଦିନଧରି ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣ ଦାୟିତ୍ୱରେ ରହିଛନ୍ତି । ତଳୁ ଉପର ପର୍ଯ୍ୟନ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ସନ୍ତୁଷ୍ଟକରି ଏହି ବ୍ୟବସାୟ ସମ୍ପୃକ୍ତ ଠିକାଦାର ଏହି ବ୍ୟବସାୟ ଦୀର୍ଘ ୧୫ ବର୍ଷରୁ ଉରର୍ଦ୍ଧ୍ବ ହେବ…
ଆମେରିକା : ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ଭୟଙ୍କର କରୋନା ଯୋଗୁଁ 41 ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଆମେରିକାର ୪୬ଟି ରାଜ୍ୟ ଏବଂ ୱାସିଂଟନ, ଡିସିରେ କରୋନା ପ୍ରତିକାର ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କରୋନା ସଙ୍କଟ ପାଇଁ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା ପରେ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କୁ ଏ ବାବଦରେ ଦେଶର ଆଇନ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ କ୍ଷମତା ଅର୍ପଣ କରାଯାଇଛି । ଆମେରିକାରେ ୧୯ଟି ରାଜ୍ୟରେ ଏବେ କରୋନା କାୟା ବିସ୍ତାର କରିଛି। କରୋନା ସହ ଲଢିବା ପାଇଁ 37 ହଜାର କୋଟି ଟଙ୍କାର ଘୋଷଣା କରିଛନ୍ତି ଟ୍ରମ୍ପ୍। ଏତଦ୍ବ୍ୟତୀତ ଟ୍ରମ୍ପ୍ ନିଜର କୋରାନା ଯାଞ୍ଚ କରିବେ ବୋଲି କହିଛନ୍ତି । ଆମେରିକାରେ ଦୁଇହଜାରରୁ ଉର୍ଦ୍ଧ୍ବ ଲୋକେ ଏହି ଭାଇରସ୍ କବଳରେ କବଳିତ। ନିକଟରେ ଟ୍ରମ୍ପ୍ ବ୍ରାଜିଲ୍ର ରାଷ୍ଟ୍ରପତି ଜାୟର୍ ବୋଲ୍ସୋନାରୋଙ୍କ ସହ ସାକ୍ଷାତ କରିଥିଲେ। ମିଳିଥିବା ସୂଚନା ଅନୁସାରେ ତାଙ୍କ ପ୍ରତିନିଧିମଣ୍ଡଳରେ ରହିଥିବା…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ପୁଣି ଦନ୍ତା ଆତଙ୍କ ଦେଖାଯାଇଛି। ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ପଞ୍ଚାୟତର ପଙ୍କାଳ ଗ୍ରାମରେ ଆଜି ଦନ୍ତା ଆକ୍ରମଣରେ ଦମ୍ପତି ଗୁରୁତର ହୋଇଥିବାର ଖବର ଆସିଛି। ସେହି ଗ୍ରାମର ଦେବେନ୍ଦ୍ର ପ୍ରଧାନ ଓ ବିଶିକା ପ୍ରଧାନ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଉଭୟଙ୍କ ବୟସ ଯଥାକ୍ରମେ 62 ଓ 58 ବର୍ଷ। ମିଳିଥିବା ସୂଚନା ଅନୁସାରେ ଗତକାଲି ମଧ୍ୟରାତ୍ରରେ ସେମାନେ ପୋଖରୀରେ ମାଛ ଖାଦ୍ୟ ପକାଉଥିବାବେଳେ 20ଟି ହାତୀ ଆସି ତାଙ୍କ ଖାଦ୍ୟ ପଦାର୍ଥକୁ ନଷ୍ଟ କରିବା ସହିତ ଉଭୟ ସ୍ବାମୀ ସ୍ତ୍ରୀକୁ ଶୁଣ୍ଢରେ ଧରି କଚାଡି ପକାଇ ଉଭୟ ହାତୀ ଆକ୍ରମଣରେ ଗୁରୁତର ହୋଇ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଛନ୍ତି। ଉଭୟ ସ୍ବାମୀ ସ୍ତ୍ରୀ ମତ୍ସ୍ୟଚାଷ ପାଳନରେ ସହାୟତା କରି ଜୀବିକା ନିର୍ବାହ କରୁଥିବାବେଳେ ଦନ୍ତା ଆକ୍ରମଣରେ ଗଭୀର ଗୁରୁତର ହୋଇଛନ୍ତି । ଗରିବ ପରିବାରର ଏହି ସ୍ବାମୀ ସ୍ତ୍ରୀଙ୍କୁ ସରକାରୀ ସହାୟତା ମିଳିବା ନେଇ…
ରଂଜିତ୍ ପଣ୍ଡା କୁଜଙ୍ଗ : କୁଜଙ୍ଗ ଥାନା ଅନ୍ତର୍ଗତ ଗଣ୍ଡକିପୁର ଗ୍ରାମରେ ଗତକାଲି ଜନୈକା ମହିଳାଙ୍କୁ ସ୍ଥାନୀୟ ଜଣେ ଯୁବକ ଅସଦାଚରଣ କରିଥିବାନେଇ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ୮୪/୨୦ ସଂଖ୍ୟାରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ଅଭିଯୋଗରୁ ପ୍ରକାଶ ଯେ, ଗତକାଲି ପ୍ରାୟ ରାତି ଦଶଟା ସମୟରେ ମହିଳାଙ୍କ ଘରକୁ ସ୍ଥାନୀୟ ବିକାଶ ବେହେରା ପ୍ରାୟ ରାତି ଦଶଟା ସମୟରେ ଯାଇଥିଲେ। ତାଙ୍କର ସ୍ୱାମୀକୁ ଖୋଜିବା ବାହାନାରେ ଯାଇଥିବା ଏହି ଯୁବକ ଜଣକ ସ୍ୱାମୀ ଘରେ ନଥିବା ଜାଣି ସମ୍ପୃକ୍ତ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ବୋଲି ସେ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ତେବେ ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବା ଜଣାପଡ଼ିଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଗିରିସୋଲାଠାରେ ଚାଲିଥିବା ଏକ ବଡ଼ଧରଣର ଜୁଆଆଡ୍ଡା ଉପରେ ପୋଲିସ୍ ଚଢ଼ାଉ କରିଛି। ଗିରିସୋଲା ଠାରେ ଏହି ଜୁଆଆଡ୍ଡା ଚାଲିଥିବାନେଇ ଗୋଳନ୍ଥରା ପୋଲିସ୍ ବିଶେଷ ସୂଚନା ପାଇଥିଲା । ଗୁରୁବାର ରାତ୍ର ଚଢ଼ାଉ କରି ୪ ଜୁଆଡ଼ିକୁ ଗିରଫ କରିବା ସହ ଉକ୍ତ ଆଡ୍ଡାରୁ ୫ ଲକ୍ଷ ୫୨ ହଜାର ଟଙ୍କା ଏବଂ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଛି। ଗିରଫ ଜୁଆଡ଼ି ମାନେ ହେଲେ ସୁବାସ ଚନ୍ଦ୍ର ବରାଡ଼, ପି. ଜଗନ୍ନାଥ, ଅରୁଣ ବେହେରା ଓ ବିପିନି ସେଠୀ। ଥାନା କେସ ନଂ ୭୭/୨୦ରେ ସମସ୍ତ ଜୁଆଡ଼ିକୁ କୋର୍ଟଚାଲଣ କରାଯାଇଥିବା ଥାନାଧିକାରୀ ବାବୁଲି ସେଠୀ ସୂଚନା ଦେଇଛନ୍ତି ।
କେଦାର ମିଶ୍ର ଗତକାଲି ଖବର କାଗଜର ଶିରୋନାମାରେ ଲେଖା ହୋଇଛି, ଜଗନ୍ନାଥଙ୍କ ଟଙ୍କା ଯିଏ ଖାଇଛି, ତାକୁ କରୋନା ହୋଇଯାଉ। ଏକଥା କେଉଁ ଗାଁ ଦାଣ୍ଡର କଣ୍ଟା ବାଡରେ ଲୁଗା ପକେଇ କଳି କରୁଥିବା ଲୋକର ସଂପାକଟା ନୁହେଁ, ଆମର ମାନ୍ୟବର ବିଧାୟକମାନେ କୁଆଡେ ବିଧାନସଭାର ପବିତ୍ର ଗୃହରେ ଏମିତି କହିଛନ୍ତି। ଆମେ ବିଧାନସଭା ରିପୋର୍ଟର ନୋହୁ, ତେଣୁ ପ୍ରତ୍ୟକ୍ଷ ଭାବେ ଏ କଥା ଶୁଣିନାହୁଁ। ଓଡିଶାର ସର୍ବାଧିକ ପ୍ରସାରିତ ଖବରକାଗଜ, ଯାହାର ସମ୍ପାଦକ ଖୋଦ ଜଣେ ବିଧାୟକ, ତାଙ୍କରି କାଗଜ ସୂତ୍ରରୁ ହିଁ ଆମେ ଏହା ପଢିଛୁ। କାହାକୁ କରୋନା ହୋଇଯାଉ ବୋଲି କହିବା ବା ଭାବିବା, (ସେ ଯିଏ ବି ହେଉ, ଶତ୍ରୁ ବା ମିତ୍ର, ପୂଣ୍ୟବାନ ବା ଅପରାଧୀ) କେତେ ଦୂର ମାନବୀୟ? କରୋନା ଆଜି ସାରା ପୃଥିବୀରେ ଏକ ଭୟଙ୍କର ମହାମାରୀର ରୂପ ନେଇଛି। ସେଇ ମହାମାରୀରୁ ପୃଥିବୀ ଶୀଘ୍ର ମୁକ୍ତ ହେଉ, ମାନବିକତା ପାଇଁ…
ପ୍ରାଥମିକ ପର୍ୟାୟରେ କରୋନା ଭୂତାଣୁ କୁ ଏକ ଅପପ୍ରଚାର ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାବୁଥିଲେ। ଇତି ମଧ୍ୟରେ ଆମେରିକାରେ ୪୧ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିବା ପରେ ଓ ହଜାର ରୁ ଅଧିକ ଲୋକ ଏହା ଦ୍ଵାରା ଆକ୍ରାନ୍ତ ହେବା ପରେ,ଏହାର ମୁକାବିଲା ପାଇଁ ଆମେରିକାରେ ଜାତୀୟ ଜରୁରୀ କାଳୀନ ପରିସ୍ଥିତି ଜାରି କରାଯାଇଛି। ବିଳମ୍ବିତ ପଦକ୍ଷେପ ଯୋଗୁଁ କରୋନା ର ବ୍ୟାପକ ପ୍ରଭାବ ଆମେରିକା ର ଜନଜୀବନ ଓ ଅର୍ଥନୀତି କୁ ପ୍ରବଳ ପ୍ରଭାବିତ କରିଛି।
ଗତକାଲି ରାଜଧାନୀ ନୂଆଦିଲ୍ଲୀରେ କରୋନା ଭୂତାଣୁ ଯୋଗୁଁ ଜଣେ ୬୮ ବର୍ଷ ବୟସ୍କ ମହିଳା ପ୍ରାଣ ହରାଇଛନ୍ତି। ମହିଳାଜଣଙ୍କର ପୁଅ ଇଟାଲି ଓ ସ୍ଵିଜରଲାଣ୍ଡରେ ଏହି ଭୂତାଣୁ ଦ୍ଵାରା ଆକ୍ରାନ୍ତ ହୋଇଥିଲେ। ଗତ ମାର୍ଚ୍ଚ ୭ ତାରିଖ ଦିନ ତାଙ୍କୁ ଦିଲ୍ଲୀ ରାମ ମନୋହର ଲୋହିଆ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ଭାରତରେ ଦ୍ଵିତୀୟ କରୋନା ଜନିତ ମୃତ୍ୟୁ। ଆଜି ସୁଦ୍ଧା ଦେଶରେ ୮୧ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ପ୍ରତିଷେଧକ ବ୍ୟବସ୍ଥା ସ୍ଵରୂପ ଓଡିଶା ସମେତ ବିଭିନ୍ନ ରାଜ୍ୟ ସରକାର ସ୍କୁଲ, କଲେଜ ଓ ସିନେମା ହଲ ବନ୍ଦ କରିଛନ୍ତି। ଏହା ସହିତ ସଭା ସମିତି ଓ ଜନଗହଳି କୁ ରୋକିବାର ବ୍ୟବସ୍ଥା ମଧ୍ୟ କରିଛନ୍ତି।
ମୁମ୍ବାଇ : ଭାରତରେ ଆଇଫୋନ୍ର ଚାହିଦା ବଢିବାରେ ଲାଗିଛି । ବିଗତ ଦୁଇ ମାସ ମଧ୍ୟରେ ଭାରତରେ ଆଇଫୋନ୍ ବିକ୍ରିରେ 55 ପ୍ରତିଶତର ଅଭିବୃଦ୍ଧି ଘଟିଛି । ଶୁକ୍ରବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତୀୟଙ୍କ ମଧ୍ୟରେ ଆପଲ୍ର ଆଇଫୋନ୍ 11ର ଚାହିଦା ଅଧିକ ରହିଛି । କୋରୋନା ଭାଇରସ୍ ପ୍ରଭାବରୁ ଅନ୍ୟ ସମସ୍ତ ଫୋନ୍ର ବିକ୍ରିରେ ହ୍ରାସ ପାଇଥିବା ବେଳେ ଆଇଫୋନ୍ ବିକ୍ରି ଉପରେ ଏହାର କୌଣସି ପ୍ରଭାବ ପଡିନାହିଁ । 2020ର ଜାନୁୟାରୀ ଏବଂ ଫେବୃୟାରୀରେ ଆଇଫୋନ୍ 11 ଏବଂ ଆଇଫୋନ୍ ଏକ୍ସଆରର ଆମଦାନୀ ସର୍ବାଧିକ ରହିଛି । ଇଣ୍ଡଷ୍ଟ୍ରିଆଲ୍ ଇଣ୍ଟେଲିଜେନ୍ସ ପକ୍ଷରୁ ଏହି ସୂଚନା ପ୍ରକାଶ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଭାରତ ପୂର୍ବରୁ ଚୀନ୍ରେ ସର୍ବାଧିକ ଆଇଫୋନ୍ ବିକ୍ରି ହେଉଥିଲା ମାତ୍ର ଚୀନ୍ ବଜାରରେ ଶସ୍ତା ସ୍ମାର୍ଟଫୋନ୍ ଉପଲବ୍ଧ ହେବା କାରଣରୁ ଆପଲ୍ ପକ୍ଷରୁ ଭାରତୀୟ ବଜାରକୁ ପ୍ରାଧାନ୍ୟ ଦିଆଯାଇଥିଲା । (ଏଜେନ୍ସି)
ମୁମ୍ବାଇ : କେଜିଏଫ୍ ଏବଂ ୟଶ୍ ଫ୍ୟାନ୍ଙ୍କ ପାଇଁ ଖୁସି ଖବର । କେଜିଏଫ୍-2କୁ ମିଳିଛି ରିଲିଜ୍ ତାରିଖ । ଫିଲ୍ମର ପ୍ରଯୋଜକଙ୍କ ପକ୍ଷରୁ ଶୁକ୍ରବାର ଦିନ ରିଲିଜ୍ ତାରିଖ ଘୋଷଣା କରାଯାଇଛି । ୟଶ୍ଙ୍କ ବନ୍ଧୁକ ଧରିଥିବା ପୋଷ୍ଟର ସହିତ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରାଯାଇଛି । ପୋଷ୍ଟରରେ ଲେଖାଯାଇଛି ମେ ଆଇ କମ୍ ଇନ୍ । ଆସନ୍ତା ଅକ୍ଟୋବର 23, 2020ରେ ଏହି ଫିଲ୍ମଟି ରିଲିଜ୍ ହେବାକୁ ଯାଉଛି । ମୂଳତଃ କନ୍ନଡ ଫିଲ୍ମ ରହିଥିବା କେଜିଏଫ୍ ହିନ୍ଦି, ତାମିଲ, ତେଲୁଗୁ ଏବଂ ମାଲାୟଲମ୍ରେ ଡବିଂ କରାଯାଇଥିଲା । ହିନ୍ଦିରେ ଫିଲ୍ମଟି ସୁପରହିଟ୍ ହୋଇଥିବାରୁ ଦ୍ବିତୀୟ ଭାଗରେ ଖଳନାୟକ ଚରିତ୍ରରେ ସଞ୍ଜୟ ଦତ୍ତଙ୍କୁ ଦେଖିବାକୁ ମିଳିବ । (ଏଜେନ୍ସି)
ରାଜକୋଟ : 2020-21 ରଣଜୀ ଟ୍ରଫିରେ ଚାମ୍ପିୟନ୍ ହୋଇଛି ସୌରାଷ୍ଟ୍ର । ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ବେଙ୍ଗଲକୁ ପରାସ୍ତ କରି ସୌରାଷ୍ଟ୍ର ବିଜୟୀ ହୋଇଛି । 73 ବର୍ଷ ରଣଜୀ ଟ୍ରଫି ଇତିହାସରେ ପ୍ରଥମ ଥର ପାଇଁ ସୌରାଷ୍ଟ୍ର ଚାମ୍ପିୟନ୍ ହୋଇଛି । ସୌରାଷ୍ଟ୍ର ପ୍ରଥମ ଇନିଂସରେ 425 ରନ୍ କରିଥିବା ବେଳେ ବେଙ୍ଗଲ ପ୍ରଥମ ଇନିଂସରେ 381 ରନ୍ରେ ଅଲ୍ଆଉଟ୍ ହେବା ସହିତ 44 ରନ୍ରେ ପଛୁଆ ରହିଥିଲା । ସୌରାଷ୍ଟ୍ର ଦ୍ବିତୀୟ ଇନିଂସରେ 105 ରନ୍ରେ 4ଟି ଓ୍ବିକେଟ୍ କରିଥିବା ବେଳେ ପଞ୍ଚମ ଦିନର ଖେଳ ସମାପ୍ତ ହୋଇଥିଲା । ପ୍ରଥମ ଇନିଂସ ଅଗ୍ରଣୀ ବଳରେ ସୌରାଷ୍ଟ୍ର ପ୍ରଥମ ଥର ଚାମ୍ପିୟନ୍ ହୋଇଥିଲା । ପ୍ରଥମ ଇନିଂସରେ ସୌରାଷ୍ଟ୍ର 425 ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଅର୍ପିତ୍ ବାସବଦା ସର୍ବାଧିକ 106 ରନ୍ ସଂଗ୍ରହ କରିଥିବା ବେଳେ ଚେତେଶ୍ବର ପୂଜାରା 66 ରନ୍ ସଂଗ୍ରହ…

