ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସଂଶୋଧିତ ମୋଟର ଯାନ ଆଇନକୁ ସମାୟିକ କୋହଳ କରିବା ନିମେନ୍ତ ବାଣିଜ୍ୟ ଓ ପରିବହନ ବିଭାଗକୁ ଚିଠି ଲେଖିଛନ୍ତି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ। ଭାରତ ସରକାରଙ୍କ ଦ୍ବାରା ପ୍ରଣୀତ ନୂତନ ମୋଟର ଯାନ ସଂଶୋଧିତ ଆଇନ 2019 ସମଗ୍ର ଦେଶରେ 2019 ସେପ୍ଟେମ୍ବର 1 ତାରିଖଠାରୁ ଲାଗୁ କରାଯାଇଅଛି । 6 ମାସର ସାମୟିକ କୋହଳ ପରେ ରାଜ୍ୟ ଓଡ଼ିଶାରେ ଚଳିତ ମାର୍ଚ୍ଚ ମାସରୁ କଡାକଡି କରାଯାଇଛି । ଏହାକୁ ନେଇ ଓଡ଼ିଶା ଯୁବ କଂଗ୍ରେସ ବାଣିଜ୍ୟ ଓ ପରିବହନ ବିଭାଗକୁ ଚିଠି ଲେଖିଛି । ଏହି ଚିଠିରେ ବିଭିନ୍ନ ସମସ୍ୟା ସହ ଏହି ସମାଧନାର ପ୍ରତି ସମୟୋଚିତ ପଦକ୍ଷେପ ନେବାକୁ ନିବେଦନ କରାଯାଇଛି । ବିଭିନ୍ନ ସ୍ଥାନରେ ଆରକ୍ଷୀ ଏବଂ ଟ୍ରାଫିକ୍ ଅଧିକାରୀମାନେ କାଗଜପତ୍ର ଯାଞ୍ଚ ବେଳେ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇ ସାଧାରଣ ଲୋକମାନଙ୍କୁ ଦୁଃବ୍ୟବହାର କରାଯାଉଥିବାର ଅଭିଯୋଗ କରାଯାଇଛି ଏହି ପତ୍ର…
Author: Samikhsya Bureau
ନୂଆଦିଲ୍ଲୀ : ରାମ ମନ୍ଦିର ନିର୍ମାଣ ପାଇଁ ମହାରାଷ୍ଟ୍ର ସରକାର 1 କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ । ଅଯୋଧ୍ୟା ଗସ୍ତରେ ରହିଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଶନିବାର ଏହି ଘୋଷଣା କରିଛନ୍ତି । ଅଯୋଧ୍ୟା ଗସ୍ତରେ ରହିଥିବା ଉଦ୍ଧବ ଠାକ୍ରେ ରାମଲାଲାଙ୍କୁ ଦର୍ଶନ ପରେ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଅଯୋଧ୍ୟା ଭ୍ରମଣରେ ଯାଇ ଏହି ବଡ ଘୋଷଣା କରିଛନ୍ତି । ତେବେ ଉଦ୍ଧବଙ୍କ ଏହି ନିଷ୍ପତ୍ତିକୁ ନେଇ ଦୁଇ ସହଯୋଗୀ ଦଳ କଂଗ୍ରେସ ଏବଂ ଏନ୍ସିପିର ପ୍ରତିକ୍ରିୟା ଜଣାପଡିନାହିଁ । (ଏଜେନ୍ସି)
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ୍ଙ୍କ ଭିଡିଓକୁ ନେଇ ଏବେ ଜୋରସୋର୍ରେ ଚର୍ଚ୍ଚା ଲାଗିଛି। ଭାଇରାଲ୍ ହୋଇଥିବା ଏହି ଭିଡିଓରେ ଭିକି କ୍ୟାଟ୍ରିନାଙ୍କୁ ରଙ୍ଗ ଲଗାଉଥିବାର ନଜର ଆସିଛନ୍ତି। ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି। ଭିଡିଓରେ ଭିକି ଓ କ୍ୟାଟ୍ରିନାଙ୍କ ସମେତ ଅନ୍ୟ କଳାକାରମାନେ ମଧ୍ୟ ନଜର ଆସିଛନ୍ତି। ତେବେ ଭିକି ଓ କ୍ୟାଟ୍ରିନାଙ୍କ ସମ୍ପର୍କକୁ ନେଇ ବିଟାଉନ୍ରେ ଅନେକ ଚର୍ଚ୍ଚା ଚାଲିଛି। ପୂର୍ବରୁ କିଛି ପାର୍ଟି ଓ ଇଭେଣ୍ଟରେ ଦୁହିଁଙ୍କୁ ସ୍ପଟ କରାଯାଇଥିବାବେଳେ ପ୍ରଥମ ଥର ପାଇଁ ଏମିତି ମଜାମସ୍ତି କରୁଥିବାର ଭିଡିଓରେ ଦେଖିବାକୁ ମିଳିଛି। ଦୁହେଁ କେବଳ ଭଲ ବନ୍ଧୁ ବୋଲି କହିଛନ୍ତି ଭିକି। https://www.instagram.com/p/B9Z8WOtoJ6W/ କ୍ୟାଟ୍ରିନା କୈଫ୍ଙ୍କ ଅପ୍କମିଙ୍ଗ ଫିଲ୍ମ ‘ସୂର୍ଯ୍ୟବଂଶୀ’ ବହୁତ ଶୀଘ୍ର ପରଦା ଉପରକୁ ଆସିବାକୁ ଥିବାବେଳେ ନିକଟରେ ଭିକିଙ୍କ ହରର୍ ଫିଲ୍ମ ‘ଭୂତ’ ରିଲିଜ୍ ହୋଇଯାଇଛି। ଈଶା ଅମ୍ବାନୀଙ୍କ ଘରେ ହୋଇଥିବା ହୋଲି…
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଶର ମହିଳାଙ୍କ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍ଆଇ) ପକ୍ଷରୁ ନୂତନ ଘୋଷଣା କରାଯାଇଛି । ଏହି ଘୋଷଣା ଅନୁଯାୟୀ ଏଏସ୍ଆଇ ଅଧୀନରେ ରହିଥିବା କୌଣସି ପର୍ଯ୍ୟଟନ ସ୍ଥଳକୁ ରବିବାର ମହିଳା ମାନେ ମାଗଣାରେ ଯାଇପାରିବେ । ଏଏସ୍ଆଇ ପକ୍ଷରୁ ଶନିବାର ଏକ ବିଜ୍ଞପ୍ତି ଜରିଆରେ ଏହି ଘୋଷଣା କରାଯାଇଛି । ସମସ୍ତ ପର୍ଯ୍ୟଟନ ସ୍ଥଳରେ ମହିଳାଙ୍କୁ ଟିକଟ ପଡିବ ନାହିଁ ବୋଲି ଏଏସ୍ଆଇ ପକ୍ଷରୁ ଘୋଷଣା କରାଯାଇଛି । ଭାରତୀୟ ସଂସ୍କୃତିରେ ମହିଳାଙ୍କୁ ଦେବୀଙ୍କ ସହିତ ତୁଳନା କରାଯାଏ ତେଣୁ ମହିଳାଙ୍କ ସମ୍ମାନରେ ଗୋଟିଏ ଦିନ ମାଗଣା ପର୍ଯ୍ୟଟନ ସୁବିଧା ପ୍ରଦାନ କରିବାକୁ ନିଷ୍ପତ୍ତି ପ୍ରଦାନ କରିଥିବା ନେଇ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ତାଜମହଲ ଏବଂ ଲାଲକିଲ୍ଳା ପରି ପର୍ଯ୍ୟଟନ ସ୍ଥଳରେ ଏହି ସୁବିଧା ଲାଗୁ କରାଯାଇଛି । (ଏଜେନ୍ସି)
ନୂଆଦିଲ୍ଲୀ : କୋରୋନା ଭାଇରସ୍ ପ୍ରଭାବରେ ବିଶ୍ବର ଅର୍ଥନୀତି ତଳୁଆ ରହିଥିବା ବେଳେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଘଟିଛି । ଅଶୋଧିତ ତୈଳ ମୂଲ୍ୟ ହ୍ରାସ ଘଟିଥିବା ବେଳେ 2017 ପରଠାରୁ ଏହା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଏହି ସମୟରେ ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟରେ 9 ପ୍ରତିଶତ ହ୍ରାସ ପାଇଛି । ଆମେରିକୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ 45.50 ଡଲାର ରହିଥିବା ବେଳେ ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ 41.11 ଡଲାର ରହିଛି । ଜାନୁୟାରୀ 2020ରେ ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ 71 ଡଲାରରେ ପହଞ୍ଚିଥିବା ବେଳେ ମାତ୍ର ଦୁଇ ମାସ ମଧ୍ୟରେ ଏହାର ମୂଲ୍ୟ 30 ଡଲାର ହ୍ରାସ ପାଇଛି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସଭାର 4ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଭାବେ ସୁବାସ ସିଂ, ମୁନ୍ନା ଖାଁ, ମମତା ମହନ୍ତ ଓ ସୁଜିତ୍ କୁମାରଙ୍କ ନାମକୁ ଘୋଷଣା କରିଛନ୍ତି ନବୀନ। ନିର୍ମାଣ ଶ୍ରମିକ ଅଧ୍ୟକ୍ଷ ସୁବାସ ସିଂଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରାଯିବା ପରେ ଏବେ ତାଙ୍କ ସ୍ଥାନରେ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ସୂଚନାଯାେଗ୍ୟ, 17ଟି ରାଜ୍ୟର 55ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା 26ରେ ନିର୍ବାଚନ ଅନୁଷ୍ଠିତ ହେବ। ମାର୍ଚ୍ଚ 13 ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି।
ପୁଣେ : ମା’ ହେଉଛି ଦୁନିଆର ସବୁଠୁ ବଡ଼ ଯୋଦ୍ଧା । ସନ୍ତାନ ପାଇଁ ସେ ସବୁକିଛି ତ୍ୟାଗ କରିପାରେ । ସେଥିପାଇଁ ସେ ଅନନ୍ୟ । ତାଙ୍କ ସ୍ଥାନ କେହି ନେଇପାରିବେ ନାହିଁ । କିନ୍ତୁ ଆମେ ଏବେ ଜଣେ ବ୍ୟକ୍ତିଙ୍କ ବିଷୟରେ କହୁଛୁ ଯିଏ ଶ୍ରେଷ୍ଠ ମା’ ସମ୍ମାନରେ ସମ୍ମାନିତ ହୋଇଛି । ତେବେ ଆପଣମାନେ ଜଣେ ପୁରୁଷ କେମିତି ଜଣେ ଭଲ ମା’ ହୋଇପାରିଲେ, ସେ ନେଇ ଦ୍ବନ୍ଦ୍ବରେ ଥିବେ । ତେବେ ଏହା ପଛରେ ରହିଛି କାରଣ । ଆସନ୍ତୁ ଜାଣିବା ସେହି କାରଣ ସମ୍ପର୍କରେ – ପୁଣେରେ ରହୁଥିବା ଆଦିତ୍ୟ ତିଓ୍ବାରୀଙ୍କୁ ଶ୍ରେଷ୍ଠ ମା’ର ପୁରସ୍କାର ମିଳିବ । ଅନ୍ତର୍ରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ବେଙ୍ଗାଲୁରର ଏକ କାର୍ଯ୍ୟକ୍ରମରେ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ । 2016 ମସିହାରେ ଆଦିତ୍ୟ ଡାଉନ୍ ସିଣ୍ଡ୍ରୋମ୍ରେ ପୀଡ଼ିତ ଏକ ଶିଶୁକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ…
ରାମପୁର/ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବିଜେପି ନେତ୍ରୀ ଏବଂ ଭେଟେରାନ୍ ଅଭିନେତ୍ରୀ ଜୟା ପ୍ରଦାଙ୍କ ବିରୋଧରେ ଏକ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇଛି । ଗତବର୍ଷ ଲୋକସଭା ନିର୍ବାଚନ ସମୟରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବା ଅଭିଯୋଗରେ ଜୟା ପ୍ରଦାଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି । ଉତ୍ତର ପ୍ରଦେଶର ଏକ କୋର୍ଟ ଜୟାଙ୍କ ନାମରେ ଏହି ପରଓ୍ବାନା ଜାରି କରିଛି । ଉଲ୍ଲେଖଯୋଗ୍ୟ ଯେ, 57 ବର୍ଷୀୟ ଜୟା ପ୍ରଦା ରାମପୁର ଲୋକସଭା ଆସନରୁ ଆଜମ୍ ଖାନ୍ଙ୍କ ନିକଟରୁ ଏକ ଲକ୍ଷ ଅଧିକ ଭୋଟ୍ରେ ପରାଜିତ ହୋଇଥିଲେ । (ଏଜେନ୍ସି)
ନୂଆଦିଲ୍ଲୀ : ଘରେ କେହି ଅଜଣା ଲୋକଙ୍କୁ ଘରର କାର୍ଯ୍ୟ ପାଇଁ ରଖିବା ପୂର୍ବରୁ ଯଥେଷ୍ଟ ଧ୍ୟାନ ଦିଅନ୍ତୁ। ଗୁରୁଗ୍ରାମଠାରେ ଦିନ ଦ୍ବିପ୍ରହରରେ ଜଣେ ଚାକର ଦ୍ବାରା ଲୁଟର ଶିକାର ହୋଇଛନ୍ତି ଘର ମାଲିକ। ଗୁରୁଗ୍ରାମ ସେକ୍ଟର 45ରେ ଜଣେ ଚାକର ତା’ ବନ୍ଧୁମାନଙ୍କ ସହିତ ମିଶି ଘରର ବୃଦ୍ଧା ମାଲିକାଣୀ ଓ ତାଙ୍କ ନାତିକୁ ବନ୍ଦୀ ବନାଇ ଘରେ ରହିଥିବା କ୍ୟାସ୍, ସୁନା, ହୀରା ରୂପାର ଅଳଙ୍କାରମାନ ଚୋରି କରି ଫେରାର ହୋଇଯାଇଛି । ସୂଚନାଯୋଗ୍ୟ, ଘରର ମାଲିକ ଦିଲ୍ଲୀରେ ସୁନା-ରୂପାର କାମ କରନ୍ତି। ଘରେ ତାଙ୍କର ସୁନା, ରୂପା ଓ ହୀରାର ଗହଣାମାନ ରହିଥାଏ। ଘରେ କାମ କରୁଥିବା ଜଣେ ଚାକର ନିଜ ସାଙ୍ଗମାନଙ୍କ ସହିତ ପ୍ରଥମେ ଘରର ବୃଦ୍ଧା ମାଲିକାଣୀ ଓ ତାଙ୍କ ନାତିଙ୍କ ହାତ ଗୋଡକୁ ରଶିରେ ବାନ୍ଧି ବନ୍ଦୀ ବନାଇବା ସହିତ ଘରର ସବୁ ଟଙ୍କା ଓ ଅଳଙ୍କାର ଚୋରି କରିଛି। ପ୍ରାୟ 1…
ବବୁଲୁ ସାହୁ କଳାହାଣ୍ଡି : ଶୁକ୍ରବାର ଅପରାହ୍ନରେ ପ୍ରବଳ ଝଡତୋଫାନ ହୋଇଛି । କାରକା ବୃଷ୍ଟି ସହିତ ପ୍ରବଳ ବର୍ଷା ହେବାରୁ ପ୍ରବଳ କ୍ଷୟୟତି ହୋଇଛନ୍ତି। ପୁରୁଣା ଗଛମାନ ଉପୁଡିବା ସହିତ କିଛି ଲୋକେ ବେସାହରା ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ପଲମ ଗ୍ରାମ ପଞ୍ଚାୟତ ସ୍ଥିତ ପଲମ ଧରଣୀପଡାର ଶ୍ରୀ ହାଡୁ ଜାନୀ (୪୦)। ପରିବାର କହିଲେ ସ୍ତ୍ରୀ ସାଧନୀ ଜାନୀ ଓ ଦୁଇଝିଅ ଓ ଦୁଇପୁଅ। ସେ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ କୁଲି ମଜୁରି କରି ପରିବାର ପରିପୋଷଣ କରିବା ସହିତ ବହୁ କଷ୍ଟରେ ରହିବା ପାଇଁ ଏକ ଘର ତିଆରି କରିଥିଲେ। ହେଲେ ଗତ ଲଘୁଚାପରେ ଶୁକ୍ରବାର ଅପରାହ୍ନରେ ହଠାତ ଝଡତୋଫାନ ସହ ପ୍ରବଳ ବର୍ଷା ହେବାରୁ ହାଡୁ ଜାନୀଙ୍କ ପରିବାର ଘରେ ଥିବା ସମୟରେ ହଠାତ ତାଙ୍କ ରହିବା ଘରର ଛାତ ଉଡିଯାଇ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଓଡ଼ିଶାର ବୃହତ୍ତମ ଜେଲ୍ ଭାବେ ପରିଚିତ ବ୍ରହ୍ମପୁର ମଣ୍ଡଳ କାରାଗାରର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଓଡ଼ିଶାର ଅନ୍ୟ କୌଣସି ସ୍ଥାନରେ ଫାଶୀ ସୁବିଧା ନଥିବାବେଳେ କିନ୍ତୁ ଏଠାରେ ଓଡ଼ିଶାର ଏକମାତ୍ର ଜେଲ୍ ଭାବେ ଫାଶୀର ସୁବିଧା ରହିଛି। ବହୁ କୁଖ୍ୟାତ ଅପରାଧୀ ଏହି ଜେଲ୍ରେ ରହୁଛନ୍ତି। ବିଚରାଧୀନ ବନ୍ଦୀ ଏବଂ ସଜା ପାଇଥିବା ଉଭୟ କଏଦୀ ଏଠାରେ ରହୁଛନ୍ତି। କିନ୍ତୁ କିଛିଦିନ ହେଲା ଜେଲ୍ର ପରିବେଶ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ହୋଇପଡ଼ିଛି। ପରିମଳ ବ୍ୟବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସୂଚନାଯୋଗ୍ୟ ଜେଲ୍ରେ ୬୦୦ କଏଦୀ ରହିବା ପାଇଁ ସୁବିଧା ଥିବାବେଳେ ବର୍ତ୍ତମାନ ଦୁଇଗୁଣାର ଅଧିକ କଏଦୀ ରହୁଛନ୍ତି। ଜେଲ୍ର ପରିବେଶ ଅତ୍ୟନ୍ତ ଖରାପ ଥିବାବେଳେ ଗାଧୋଇବା ଏବଂ ପିଇବା ପାଇଁ ଯେଉଁ ପାଣି ମିଳୁଛି ତାହା ଅତ୍ୟନ୍ତ ଦୂଷିତ ଥିବା କଏଦୀମାନେ ଅଭିଯୋଗ କରିଛନ୍ତି। ଏହି ପାଣିକୁ ଗାଧୋଇବା ଦ୍ୱାରା ନାନା ପ୍ରକାର ରୋଗ…
ମୁମ୍ବାଇ : ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ମୁମ୍ବାଇସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟ ଚଢ଼ଉ କରିଛି। ଡିଏଚଏଫଲ ଦୁର୍ନୀତିକୁ ମାମଲାକୁ ନେଇ ଏହି ଚଢାଉ କରାଯାଇଛି। ଏହା ବ୍ୟତୀତ ରାଣାଙ୍କ ବିରୋଧରେ ଅନ୍ୟ କେତେକ ଅନିୟମିତତା ମଧ୍ୟ ଇଡି ନଜରକୁ ଆସିଛି। ସୂଚନା ଅନୁଯାୟୀ ଡିଏଚଏଫଏଏର 79 ନକଲି କମ୍ପାନୀ ଓ 1 ଲକ୍ଷ ନକଲି ଗ୍ରାହକଙ୍କ ସହଯୋଗରେ ପ୍ରାୟ 13 ହଜାର କୋଟି ଟଙ୍କା ଘୋଟାଲ ହୋଇଥିବାର ଅଭିଯୋଗରହିଛି। ବେନିୟମ ଭାବେ ଅଯୋଗ୍ୟ ହିତାଧିକାରୀଙ୍କୁ ଋଣ ପ୍ରଦାନ କାରଣରୁ ୟେସ୍ ବ୍ୟାଙ୍କ ଏବେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି । ଅନ୍ୟପଟେ ୟେସ ବ୍ୟାଙ୍କରେ ଦେଖାଯାଇଥିବା ଆର୍ଥିକ ସଙ୍କଟକୁ ଦେଖି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ହସ୍ତକ୍ଷେପ କରିଛି। ସେହିପରି ୟେସ୍ ବ୍ୟାଙ୍କର ଆର୍ଥିକ ସଂକଟ ସମୟରେ ଆଇନ ପ୍ରାଧିକରଣ ଅନୁସାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ୟେସ ବ୍ୟାଙ୍କର 49 ପ୍ରତିଶତ ସେୟାର କିଣିବ ବୋଲି…
କୋଏମ୍ବାଟୁର : ତାମିଲନାଡୁର କୋଏମ୍ବାଟୁରର ଏକ ଘରୋଇ କଲେଜର 80 ଜଣ ଛାତ୍ରୀ ନିଜ କେଶ ଦାନ କରିଛନ୍ତି। କର୍କଟ ପୀଡ଼ିତାଙ୍କ ପାଇଁ ସେମାନେ ଏହି କେଶ ଦାନ କରିଛନ୍ତି ।ଏହି କେଶରେ କ୍ୟାନସର୍ ପୀଡ଼ିତାଙ୍କ ପାଇଁ ଓ୍ବିଗ୍ ପ୍ରସ୍ତୁତ ହେବ। ଛାତ୍ରୀମାନେ କହିଛନ୍ତି ଯେ, କର୍କଟ ପୀଡ଼ିତାଙ୍କୁ ଆର୍ଥିକ ସହାୟତା ଦେବାକୁ ସେମାନେ ଅସମର୍ଥ। କିନ୍ତୁ ତାଙ୍କ ମୁହଁରେ ହସ ଫୁଟାଇବା ଲାଗି ସେମାନେ ଏପରି ଏକ ନିଆରା ପଦକ୍ଷେପ ନେଇଛନ୍ତି । କେମୋଥେରାପି ପରେ କର୍କଟ ପୀଡ଼ିତଙ୍କ କେଶ ଉପୁଡି ଯାଇଥାଏ। ତେଣୁ ସେମାନେ ଦାନ କରିଥିବା ଏହି କେଶରେ ସେମାନଙ୍କ ପାଇଁ ଓ୍ବିଗ୍ ପ୍ରସ୍ତୁତ ହେବ। ଏହି ଅଭିଯାନରେ 200 ଜଣ ଛାତ୍ରୀ ସେମାନଙ୍କ କେଶ ଦାନ କରିବେ ବୋଲି ସୂଚନା ରହିଛି।(ଏଜେନ୍ସି)
ରଞ୍ଜିତ୍ ପଣ୍ଡା କୁଜଙ୍ଗ : କୁଜଙ୍ଗ ଥାନାରୁ ଗତକାଲି ବିଳମ୍ବିତ ରାତିରେ ହ୍ୟାଣ୍ଡକଫରୁ ହାତଖସାଇ ଚମ୍ପଟ ମାରିଥିବା ଅଭିଯୁକ୍ତଙ୍କୁ ଆଜି କୁଜଙ୍ଗ ପୁଲିସ ଢିଙ୍କିଆରୁ ଧରିଥିବା ଜଣାପଡ଼ିଛି । ଗତକାଲି ଅପରାହ୍ନରେ ତାଙ୍କୁ ସ୍ଥାନୀୟ ବିଚାରବିଭାଗୀୟ ଅଦାଲତରେ ହାଜର କରାଯାଇଥିଲା । ସେଠାରେ ଜାମିନୀ ଆବେଦନ ନାମଞ୍ଜରୁ ହୋଇଯିବାରୁ ତାଙ୍କୁ ସମାଗୋଳସ୍ଥିତ ଜେଲକୁ ପଠାଇଦିଆଯାଇଛି । ପ୍ରକାଶଯେ, ଗତକାଲି ବାଲିଆସ୍ଥିତ ଏକ ଏୟାରଟେଲ ଟାୱାର ପରିସରମଧ୍ୟରୁ ଦେଢଲକ୍ଷ ଟଙ୍କା ମୂଲ୍ୟର ବ୍ୟାଟେରୀ ଚୋରି ଅଭିଯୋଗରେ କୁଜଙ୍ଗ ପୁଲିସ ଏହିଥାନା ଅଧୀନ ଗଣ୍ଡକିପୁର ମଠସାହି ଅଂଚଳର ବିକାଶ ଭଟ୍ଟଙ୍କୁ ଗିରଫ କରିଥିଲା । ଅଭିଯୁକ୍ତଙ୍କୁ ଗତକାଲି ରାତିରେ ହାଜାତ ବାହାରେ ହ୍ୟାଣ୍ଡ୍କଫ ପକାଯାଇ ରଖାଯାଇଥିଲା । ମାତ୍ର ସମ୍ପୃକ୍ତ ଅଭିଯୁକ୍ତ ଗତକାଲି ପ୍ରାୟ ରାତି ଚାରିଟା ସମୟରେ କୌଣସିପ୍ରକାର ହ୍ୟାଣ୍ଡକଫରୁ ହାତଖସାଇ ଥାନା ମଧ୍ୟରୁ ଚମ୍ପଟ ମାରିବାରେ ସମର୍ଥ ହୋଇଥିଲେ । ଏହା ଜଣାପଡ଼ିବାପରେ ପୁଲିସ ସ୍ଥାନୀୟ ବିଭିନ୍ନ ଅଂଚଳରେ ଛାନଭିନ କରିଥିଲା…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଅଂଚଳରେ ଦିନକୁ ଦିନ ନକଲି ଶିକ୍ଷକ ଧରାପଡ଼ିବାରେ ଲାଗିଛନ୍ତି। ପୂର୍ବରୁ ୩୦ରୁ ଉର୍ଦ୍ଧ୍ୱ ନକଲି ଶିକ୍ଷକ ଧରାପଡ଼ିଥିବାବେଳେ କିଛିଦିନ ତଳେ ଏକ ଜାଲି ସାର୍ଟିଫିକେଟ୍ ପ୍ରସ୍ତୁତ କରୁଥିବା କିଛି ବ୍ୟକ୍ତି, ଦଲାଲ ସହ ନକଲି ଶିକ୍ଷକଙ୍କୁ ଆସିକା ପୋଲିସ୍ ଗିରଫ କରିଥିଲା। ଆଜି ପୁଣି ଦୁଇଜଣ ଶିକ୍ଷକ ଜାଲି ସାର୍ଟିଫିକେଟ୍ ପ୍ରଦାନ କରି ଚାକିରି କରୁଥିବା ଅଭିଯୋଗରେ ପୋଲିସ୍ ଗିରଫ କରିଛି। ଶିକ୍ଷକ ଦ୍ୱୟ ହେଲେ ମଣ୍ଠାପଡ଼ା ହାଇସ୍କୁଲରେ ସହକାରୀ ଶିକ୍ଷକ ଓକିଲ ବିଷୋୟୀ (୫୫) ଘର ପାଟପୁର ବ୍ଳକ୍ କାଉଡ଼ିଆ ଏବଂ କେନ୍ଦୁପଦର ପିୟୁପିଏସ୍ରେ ଚାକିରି କରୁଥିବା ଅଶୋକ ସାହୁ (୪୩) ଘର ମଣ୍ଟାପଡ଼ା। ଉଭୟ ଶିକ୍ଷକଙ୍କୁ ଆସିକା ପୋଲିସ୍ ଥାନା କେସ ନଂ ୪୬୬/୧୯, ୟୁ/ଏସ୍ ୪୬୬/୪୬୭/୪୭୧/୪୨୦ ଆଇପିସିରେ କୋର୍ଟଚାଲଣ କରାଯାଇଛି ।
କାବୁଲ୍ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ଗୁଳିମାଡ଼ ହେବାରୁ ଅତି କମରେ ୩୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପୋଲିସ୍ ଦୁଇ ବନ୍ଧୁକଧାରୀଙ୍କୁ ନିହତ କରିଛି । ଇସଲାମିକ ଷ୍ଟେଟ ସହ ଜଡ଼ିତ ଏକ ଗ୍ରୁପ ନିଜର ୱେବସାଇଟରେ ଏହି ଆକ୍ରମଣ ପାଇଁ ଦାୟୀ ବୋଲି କହିଛି। ଆଫଗାନିସ୍ଥାନରେ ଶିୟା ହାଜ୍ରା ନେତା ଅବ୍ଦୁଲ୍ ଅଲୀ ମଜାରୀଙ୍କ ପୁଣ୍ୟତିଥି ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । 1995 ମସିହାରେ ତାଙ୍କୁ ହତ୍ୟା କରାଯାଇଥିଲା । ଏଥିରେ ସାମିଲ୍ ହୋଇଥିବା ବହୁତ ଲୋକେ ସିୟା ସମୁଦାୟର ରହିଥିଲେ। ନିକଟରେ ଆମେରିକା ଓ ତାଲିବାନ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୁଝାମଣା ହୋଇଥିବାବେଳେ ଏହି ଗୁଳିକାଣ୍ଡ ଘଟିଛି । ଆଫାଗାନିସ୍ଥାନ ଗୃହମନ୍ତ୍ରାଳୟର ପ୍ରବକ୍ତାଙ୍କ କହିବା ଅନୁସାରେ ଏହି ଆକ୍ରମଣ ଘଟଣାରେ 32ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 81 ଜଣ ଆହତ ହୋଇଛନ୍ତି ।…
ନୂଆଦିଲ୍ଲୀ : ଆଜି ଭୋର୍ ସମୟରେ ବିହାରର ମୁଜାଫରପୁରରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 4ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାଣ୍ଟି ଅଞ୍ଚଳରେ ଏକ ସ୍କର୍ପିଓ ଓ ଟ୍ରାକ୍ଟର ମଧ୍ୟରେ ଶକ୍ତ ଧକ୍କା ହେବା ଫଳରେ ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି। ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ସୂଚନା ରହିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଆହତମାନଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।
କେଦାର ମିଶ୍ର ଗତକାଲି ଯେତେବେଳେ ଦେଶର ପ୍ରତିଷ୍ଠିତ ଘରୋଇ ବ୍ୟାଙ୍କ “ୟେସ ବ୍ୟାଙ୍କ” ର ଅବସ୍ଥା ଲୋକଙ୍କ ନଜରକୁ ଆସିଲା, ତାକୁ ନେଇ ଚିନ୍ତା ବଢିବା ସ୍ଵାଭାବିକ। ତେବେ ଯେ କୌଣସି ସଙ୍କଟ ସମୟରେ ସୋସିଆଲ ମିଡିଆ, ଆମକୁ ମନୋରଞ୍ଜନର ଭରପୂର ଖୋରାକ ଦେଇଥାଏ। ପ୍ରଥମେ “ୟେସ ବ୍ୟାଙ୍କ” ବୁଡିବା କଥାକୁ ନେଇ, ଲୋକେ କହିଲେ, ଏଣିକି “ନୋ ବ୍ୟାଙ୍କ”। ବାସ୍ତବରେ ଭାରତୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଯେଉଁ ସ୍ଥିତିରେ ଅଛି, ସେଥିରେ କେଉଁ ବ୍ୟାଙ୍କ ଯେ କେତେବେଳେ ବୁଡିଯିବ ସେ କଥା କହିବା ମୁସ୍କିଲ। ଋଣ ନେଇ ଶୁଝିନଥିବା ଓ ଲକ୍ଷ ଲକ୍ଷ ଟଙ୍କା ଅନାବାଦି ତଥା ଅଫେରା ହୋଇ ପଡିଥିବାର ପରିଣତି ଏବେ ବ୍ୟାଙ୍କ ଗୁଡିକ ଭୋଗ କରୁଛନ୍ତି। ଏହା ସହିତ ୨୦୧୭ରେ ନରେନ୍ଦ୍ର ମୋଦୀଙ୍କ ବିମୂଦ୍ରାକରଣର ଦୂରଗାମୀ ପ୍ରଭାବ ବ୍ୟାଙ୍କଗୁଡିକ ଉପରେ ପଡିଛି। ଏକ ଚାପମୁକ୍ତ ବ୍ୟାଙ୍କ ବ୍ୟବସ୍ଥା, ନୂଆ ଅର୍ଥନୀତିର ମୂଳ ମନ୍ତ୍ର ଥିଲା। ହେଲେ ନରେନ୍ଦ୍ର…
ନୂଆଦିଲ୍ଲୀ : ଦିଲ୍ଲୀରେ ହିଂସାକାଣ୍ଡ ଘଟି 53 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 200ରୁ ଅଧିକ ଆହତ ହୋଇଛନ୍ତି। ଶତାଧିକ ଘର ଏବଂ ସ୍କୁଲରେ ନିଆଁ ଲଗାଯାଇଥିବା ବେଳେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସହାୟତା ରାଶିରେ ବୃଦ୍ଧି ଘୋଷଣା କରାଯାଇଛି। ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ସହାୟତା ରାଶି ସମ୍ପର୍କରେ ଘୋଷଣା କରିଛନ୍ତି। ସମୁଦାୟ 17 ଶହଟି କ୍ଷୟକ୍ଷତିର ଆବେଦନ ଦାଖଲ କରାଯାଇଛି। ପୂର୍ବରୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଘରପୋଡି ପାଇଁ 25 ହଜାର ସହାୟତା ରାଶି ଘୋଷଣା କରିଥିବା ବେଳେ ଶୁକ୍ରବାର ସହାୟତା ରାଶିରେ ବୃଦ୍ଧି ଘଟାଇଛନ୍ତି। ଘରପୋଡି ପାଇଁ ସମୁଦାୟ 5ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି ପୂର୍ବରୁ ସହାୟତା ରାଶି 4 ଲକ୍ଷ ରହିଥିବା ବେଳେ ତନ୍ମଧ୍ୟରୁ ଘର ମାଲିକଙ୍କୁ 3 ଲକ୍ଷ ଏବଂ ଭଡାଟିଆଙ୍କୁ 1 ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଥିଲା। ଏହା ସହିତ ସାମାନ୍ୟ ଭାବରେ ପୋଡି ଯାଇଥିବା…
ନୂଆଦିଲ୍ଲୀ : ଫଳରୁ ଚାର୍ଜ ହେବ ମୋବାଇଲ୍ । ଶୁଣିବାକୁ ଅବିଶ୍ବସନୀୟ ଲାଗୁଥିଲେ ମଧ୍ୟ ଏହା ସତ । ସିଡ୍ନୀ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପକ୍ଷରୁ କରାଯାଇଥିବା ଏକ ପରୀକ୍ଷଣରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଡୁରିଆନ୍ ଏବଂ ପଣସ ପରି ଫଳର ବର୍ଜ୍ୟବସ୍ତୁକୁ ବ୍ୟବହାର କରାଯାଇ ବିଭିନ୍ନ ଇଲେକ୍ଟ୍ରୋନିକ୍ ଉପକରଣ ଯେପରିକି ମୋବାଇଲ୍, ଲାପ୍ଟପ୍ ଏବଂ ଟାବ୍ଲେଟ୍ ପ୍ରଭୃତିକୁ କ୍ଷଣକରେ ଚାର୍ଜ କରାଯାଇପାରିବ । ଏହି ଫଳର ବର୍ଜ୍ୟବସ୍ତୁକୁ ସୁପର କାପାସିଟରରେ ପରିଣତ କରିବାରେ ସକ୍ଷମ ହୋଇଛନ୍ତି ସହକାରୀ ପ୍ରଫେସର ଭିନ୍ସେଣ୍ଟ ଗୋମ୍ସ । କେବଳ ଫଳ ନୁହେଁ ଅନ୍ୟାନ୍ୟ ବର୍ଜ୍ୟବସ୍ତୁକୁ ସୁପର୍ କାପାସିଟରରେ ପରିଣତ କରିବା ପାଇଁ ପରୀକ୍ଷଣ ଜାରି ରଖିଛନ୍ତି । ଏହି ସୁପର୍ କାପାସିଟର୍ ଦ୍ବାରା ସମସ୍ତ ବୈଦ୍ୟୁତିକ ଉପକରଣ ସହଜରେ ଚାର୍ଜ ହୋଇଥାଏ । ସୁପର କାପାସିଟର୍ କଣ : ସୁପର କାପାସିଟର ହେଉଛି ଏକ ଶକ୍ତି ସଂରକ୍ଷକ ଯାହା ଏକ କ୍ଷୁଦ୍ର ବ୍ୟାଟେରୀରେ…
ମୁମ୍ବାଇ : ସଡକ ସୁରକ୍ଷା ଅଭିଯାନ ପାଇଁ କ୍ରିକେଟ ପଡିଆକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ସଚିନ୍ ତେନ୍ଦୁଲକର ଏବଂ ବ୍ରାଏନ୍ ଲାରା ପଡିଆକୁ ଫେରୁଛନ୍ତି । କେବଳ ସଚିନ୍ ଏବଂ ଲାରା ନୁହନ୍ତି ବୀରେନ୍ଦ୍ର ସେହ୍ବାଗ, ଯୁବରାଜ ସିଂ, ଶିବନାରିନ୍ ଚନ୍ଦ୍ରପଲ୍ ଏବଂ ଡ୍ୟାରେନ୍ ଗଙ୍ଗା ମଧ୍ୟ ପଡିଆକୁ ଫେରୁଛନ୍ତି । ଭାରତୀୟ କିମ୍ବଦନ୍ତୀ ଦଳ ଏବଂ ଓ୍ବିଣ୍ଡିଜ୍ କିମ୍ବଦନ୍ତୀ ଦଳ ମଧ୍ୟରେ ଏହି ମ୍ୟାଚ୍ ଆସନ୍ତା କାଲି ଅନୁଷ୍ଠିତ ହେବ । ବୀରେନ୍ଦ୍ର ସେହ୍ବାଗ ଭାରତୀୟ ଦଳର ଅଧିନାୟକ ରହିଥିବା ବେଳେ ବ୍ରାଏନ୍ ଲାରା ଓ୍ବିଣ୍ଡିଜ୍ କିମ୍ବଦନ୍ତୀ ଦଳର ନେତୃତ୍ବ ନେବେ । ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ର ସମସ୍ତ ଅର୍ଥ ସଡକ ସୁରକ୍ଷା ପାଇଁ ପ୍ରଦାନ କରାଯିବ । ଭାରତୀୟ କିମ୍ବଦନ୍ତୀ ଦଳ : ବୀରେନ୍ଦ୍ର ସେହ୍ବାଗ, ସଚିନ ତେନ୍ଦୁଲକର, ଯୁବରାଜ ସିଂ, ମହମ୍ମଦ କୈଫ, ଜାହିର ଖାନ, ସମୀର ଦିଘେ, ଇର୍ଫାନ…

