Author: Samikhsya Bureau

ଭୁବନେଶ୍ବର: ବିଜୁ ଜନତା ଦଳ ଛଅ ଜଣ ନେତାଙ୍କୁ ନୂଆ ପଦପଦବୀରେ ନିଯୁକ୍ତି ଦେଇଛି। ସେଥିରେ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ବିଜେଡି ନୂଆ ନିଯୁକ୍ତି ପ୍ରଦାନ କରିଛି। ତାଙ୍କୁ ଦଳ ବାଙ୍ଗିରପୋଷୀ ବିଧାନସଭା କ୍ଷେତ୍ରର ନିର୍ବାଚନ ସଂଯୋଜକ ଭାବେ ନିଯୁକ୍ତି ପ୍ରଦାନ କରିଛି। ସେହିପରି ଅନ୍ୟମାନେ ହେଲେ.. ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Read More

ଭୁବନେଶ୍ବର: ଆଜି ଦୁଇ ଦିନିଆ ଓଡିଶା ପ୍ରଚାରରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ସେ ବ୍ରହ୍ମପୁର ଓ ନବରଂଗପୁରରେ ପ୍ରଚାର କରିବେ ବୋଲି ଜଣାପଡିଛି। ପୂର୍ବରେ ସେ 6 ତାରିଖରେ ଆସିବେ ବୋଲି କୁହାଯାଇଥିଲା। ତେବେ ସେଥିରେ ପରିବର୍ତ୍ତନ କରାଯାଇ ଆଜି ରାତିରେ ମୋଦୀ ଓଡିଶାରେ ପହଞ୍ଚିବେ। ଓଡିଶା ବିଜେପି କାର୍ଯ୍ୟାଳୟ ଅନୁସାରେ ପ୍ରଧାନମନ୍ତ୍ରୀ ଆଜି ରାତି 9 ଟା 30 ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ଏହାପରେ ପ୍ରଧାନମନ୍ତ୍ରୀ ଓଡିଶା ରାଜଭବନରେ ରାତ୍ରୀ ଯାପନ କରିବେ। ସେ ସୋମବାର ସକାଳୁ ବ୍ରହ୍ମପୁର ଏବଂ ନବରଂଗପୁରରେ ପ୍ରଚାର କରିବାକୁ ଯିବେ। ଏହାପରେ ପୁଣି ପ୍ରଧାନମନ୍ତ୍ରୀ 10 ଏବଂ 11 ତାରିଖରେ ଓଡିଶା ପ୍ରଚାରରେ ଆସିବେ। 10 ତାରିଖରେ ମୋଦୀ ଭୁବନେଶ୍ବରରେ ଏକ ରୋଡ ସୋ କରିବେ। ଏହାପରେ ସେ ବଲାଙ୍ଗିରରେ ଏକ ଜନସମାବେଶକୁ ଉଦବୋଧନ ଦେବେ ବୋଲି ଜଣାପଡିଛି।…

Read More

ଭୁବନେଶ୍ବର: ପ୍ରଥମେ ବିଜେଡିରେ ଥିଲେ। ଟିକେଟ ମିଳିବାର ସମ୍ଭାବନା ନ ଥିବାରୁ ବିଜେପିରେ ମିଶିଲେ। ହେଲେ ବିଜେପିରେ ମଧ୍ୟ ସେଇ କଥା। ତାଙ୍କୁ ବରୀ ଆସନରେ ଟିକେଟ ମିଳିଲା ନାହିଁ। ଫଳରେ ହତାଶ ହୋଇ ସ୍ବାଧୀନରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କଲେ ପୂର୍ବତନ ମନ୍ତ୍ରୀ ଦେବାଶୀଷ ନାୟକ। ମାତ୍ର କଂଗ୍ରେସରୁ ପ୍ରତିଶୃତି ମିଳିବା ପରେ ସେ ଆଜି କଂଗ୍ରେସରେ ହେଲେ ସାମିଲ। କଂଗ୍ରେସ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଦେବାଶିଷ ହାତ ଧରିଛନ୍ତି। ଏହି ମିଶ୍ରଣ ପର୍ବରେ ଓଡିଶା ପ୍ରଭାରୀ ଅଜୟ କୁମାର, ବରିଷ୍ଠ ନେତା ନିରଂଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଦେବାଶୀଷ କହିଛନ୍ତି ଯେ, ମୁଁ କଂଗ୍ରେସରେ ଯୋଗଦେବାକୁ ପୂର୍ବରୁ ଇଚ୍ଛା ପ୍ରକାଶ କରିଥିଲି। ହେଲେ ଟିକିଏ ଭୁଲ ହୋଇଗଲା। ଏଠି ବିଜେଡି ବିଜେପି ଗୋଟିଏ। ଏବେ କଂଗ୍ରେସରେ ଯୋଗଦେଇ ମୁଁ ବେଶ ଖୁସି ବୋଲି ଦେବାଶୀଷ କହିଛନ୍ତି। ତେବେ କଂଗ୍ରେସ ବରୀରୁ…

Read More

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ସର୍ବଦା ଓଡିଶା ରହିଆସିଛି। ଓଡିଶାର ସାମଗ୍ରିକ ବିକାଶ ପାଇଁ ମୋଦିଜୀ ପ୍ରତିଶୃତିବଦ୍ଧ । ବିଶେଷ ଭାବେ ଓଡିଆ ଭାଷା, ଐତିହ୍ୟ, ସଂସ୍କୃତିକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବାରେ ସ୍ୱତନ୍ତ୍ର ଭୁମିକା ଗ୍ରହଣ କରିଛନ୍ତି। ବିଶ୍ୱର ବିତଶୀଳ ରାଷ୍ଟ୍ରମାନଙ୍କୁ ନେଇ ନୂଆଦିଲ୍ଲୀଠାରେ ଆୟୋଜିତ “ଜି-୨୦ ଶିଖର ସମ୍ମିଳନୀ”ରେ କୋଣାର୍କ ଚକ୍ରକୁ ସ୍ଥାନିତ ଓ ପ୍ରଦର୍ଶିତ କରାଇ ମୋଦିଜୀ ଓଡିଶାର ମାନ ଓ ସମ୍ମାନ ବୃଦ୍ଧି କରାଇଛନ୍ତି। ଭୁବନେଶ୍ବରରେ ଆୟୋଜିତ ଏକ ବୁଦ୍ଧିଜୀବି ସମ୍ମିଳନୀରେ ଏହା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ସେ କହିଛନ୍ତି ଯେ, ଗତ ୧୦ବର୍ଷ ମଧ୍ୟରେ କେନ୍ଦ୍ରରୁ ଓଡ଼ିଶାକୁ ଅନେକ ସହଯୋଗ କରିଛନ୍ତି। ଗତ ୧୦ ବର୍ଷରେ ଓଡିଶାକୁ ୧୮ ଲକ୍ଷ ୮୩ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଓ ସହାୟତା ପ୍ରଦାନ କରିଛନ୍ତି । ମୋଦିଜୀଙ୍କ କାର୍ଯ୍ୟକାଳରେ ସାଗରମାଳା ପ୍ରକଳ୍ପ ମାଧ୍ୟମରେ ୫୪ହଜାର କୋଟି ଟଙ୍କା ଓଡ଼ିଶାକୁ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ, ନବରଙ୍ଗପୁର ପରେ ରାୟଗଡା ଓ ପାରଳାଖେମୁଣ୍ଡିରେ ମଧ୍ୟ ମର୍ଯ୍ୟାଦାପୂର୍ଣ୍ଣ ନିର୍ବାଚନ ପ୍ରଚାର କରି ରାଜନୀତିର ପରିଭାଷାକୁ ମାର୍ଜିତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଲୋକଙ୍କ ଭିତରେ ଅଭୂତପୂର୍ବ ଆନନ୍ଦ ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା। ସେମାନେ ସମସ୍ତେ ବିଭୋର ହୋଇ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ୱନୀରେ ସଭାସ୍ଥଳକୁ ପ୍ରକମ୍ପିତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଶାନ୍ତ, ସରଳ ‘ପ୍ରଶ୍ନୋତ୍ତର’ ପ୍ରଚାର ଷ୍ଟାଇଲ ଲୋକଙ୍କ ଭିତରେ ବେଶ ଆଦୃତି ଲାଭ କରିଥିଲା। ରାଜ୍ୟ ସରକାରଙ୍କ ସବୁ ପ୍ରମୁଖ ଯୋଜନାର ନା ଧରି ମୁଖ୍ୟମନ୍ତ୍ରୀ ପଚାରିଲେ ଏ ସବୁ ଭଲ କାମ କରୁଛି ତ? ମୁଖ୍ୟମନ୍ତ୍ରୀ ପ୍ରଥମେ ଖରା ଓ ଗରମରେ ଲୋକମାନେ ଆସିଥିବାରୁ ଧନ୍ୟବାଦ ଜଣାଇଥିଲେ, ତାପରେ ପଚାରିଥିଲେ ‘ଆପଣମାନେ ଭଲ ଅଛନ୍ତି ତ?’। ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଲ କାମ କରୁଛି ତ?’। ମମତା ଯୋଜନା, ଲକ୍ଷ୍ମୀ…

Read More

ଖୋର୍ଦ୍ଧା: ଆଜି ଆମ ଆଦମି ପାର୍ଟି ତରଫରୁ ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ସଂଗ୍ରାମ କେଶରୀ ପରିଡା ଖୋର୍ଦ୍ଧାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ସମର୍ଥକଙ୍କ ସହ ନିରାଡ଼ମ୍ବର ଭାବରେ ଆସି ଏଡିଏମଙ୍କ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସଂଗ୍ରାମ ଜଣେ ଉଚ୍ଚ ଶିକ୍ଷିତ ଏବଂ ଇଞ୍ଜିନିୟରିଂ ଚାକିରୀ ଛାଡି ରାଜନୀତିରେ ପାଦ ଦେଇଛନ୍ତି। ଓଡିଶାକୁ ଏକ ସମୃଦ୍ଧ ରାଜ୍ୟରେ କେବଳ ଆମ ଆଦମୀ ପାର୍ଟି ହିଁ ସୁ ଶାସନ ଦେଇପାରିବ ବୋଲି ସଂଗ୍ରାମ କହିଛନ୍ତି। ଚିଲିକାର ଭୋଟର ବହୁ ସଚେତନ ଅଛନ୍ତି। ଚିଲିକା ପାଇଁ ମୋର ସ୍ୱତନ୍ତ୍ର ଭିଜନ ଅଛି। ଆଇଟି ସେକ୍ଟରରେ ମୁଁ ଏକଲକ୍ଷ୍ୟ ଟଙ୍କାର ଚାକିରୀ ଛାଡି ଅଂଚଳର ଦୁରାବସ୍ତାକୁ ସୁଧାରିବାକୁ ଚେଷ୍ଟିତ ହେବି ବୋଲି ସଂଗ୍ରାମ କହିଛନ୍ତି। ତେଣୁ ଆମ ଆଦମୀ ପାର୍ଟି ଯେଉଁଭଳି ଅନ୍ୟ ରାଜ୍ୟରେ ଶିକ୍ଷା, ସ୍ଵାସ୍ଥ୍ୟ, ପାଣି ଓ ବିଜୁଳି ଉପରେ ଗୁରୁତ୍ୱ ଦେଇ…

Read More

ଭୁବନେଶ୍ୱର: ବିଜେପିର ପ୍ରଚାରକୁ ଶାଣିତ କରିବା ପାଇଁ ଆସନ୍ତା କାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା। ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଆସନ୍ତା କାଲି ଅପରାହ୍ନ ୩ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ । ପଢନ୍ତୁ-ରବିବାରେ ପ୍ରଚାର ପାଇଁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରାହ୍ନ ୩.୩୦ରେ ଶ୍ରୀ ନଡ୍ଡା “ବିଜେପି ସଂକଳ୍ପ ପତ୍ର”କୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ଏହି କାର୍ଯ୍ୟକ୍ରମ ପରେ ଶ୍ରୀ ନଡ୍ଡା ଓଡିଶାରୁ ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: କିଛି ଜଣା ନ ଥିଲା ହଠାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତକାଲି ଓଡିଶା ଆସିବେ ବୋଲି ଜଣାପଡିଛି।ସେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତରେ ସେ ବ୍ରହ୍ମପୁର ଓ ନବରଂଗପୁରରେ ପ୍ରଚାର କରିବେ ବୋଲି ଜଣାପଡିଛି। ପୂର୍ବରେ ସେ 6 ତାରିଖରେ ଆସିବେ ବୋଲି କୁହାଯାଇଥିଲା। ତେବେ ସେଥିରେ ପରିବର୍ତ୍ତନ କରାଯାଇ ଆସନ୍ତାକାଲି ରାତିରେ ମୋଦୀ ଓଡିଶାରେ ପହଞ୍ଚିବେ। ଓଡିଶା ବିଜେପି କାର୍ଯ୍ୟାଳୟ ଅନୁସାରେ ପ୍ରଧାନମନ୍ତ୍ରୀ ରବିବାର ରାତି 9 ଟା 30 ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ବିମାନ ବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ଏକ ରୋଡ ସୋର ଯୋଜନା କରାଯାଉଛି ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀ ରାତ୍ରୀରେ ଓଡିଶା ରାଜଭବନରେ ରହିବେ। ସେ ସକାଳୁ ବ୍ରହ୍ମପୁର ଏବଂ ନବରଂଗପୁରରେ ପ୍ରଚାର କରିବାକୁ ଯିବେ। ଏହାପରେ ସେ ପୁଣି 10 ଏବଂ 11 ତାରିଖରେ ଓଡିଶା ପ୍ରଚାରରେ…

Read More

ଭୁବନେଶ୍ବର: ରାଜନୀତିରେ ନିଜର ସ୍ବଚ୍ଛ ଓ ସରଳ ଚିନ୍ତାଧାରା ପାଇଁ ସାରା ଦେଶରେ ପ୍ରଶଂସିତ ନବୀନ ପଟ୍ଟନାୟକ ଆଜି ନିଆରା ଶୈଳୀରେ କୋରାପୁଟର ଓଏମ୍‌ପି ପଡିଆରେ ନିର୍ବାଚନ ପ୍ରଚାର କରିଛନ୍ତି। ପ୍ରଚାରରେ ଲମ୍ବା ଲମ୍ବା ଭାଷଣ ନ ଥିଲା, କି କାହାକୁ କଟୁ ସମାଲୋଚନା ନ ଥିଲା । ବ୍ୟକ୍ତିଗତ ଆରୋପ ଓ ଆକ୍ଷେପର ପ୍ରଶ୍ନ ଉଠୁ ନ ଥିଲା । ଏହା ହେଉଛି ନବୀନଙ୍କ USP. କଥା କମ୍‌, କାମ ବେଶି ହେଉଛି ତାଙ୍କର ନିଜସ୍ବ ଷ୍ଟାଇଲ। ଆଜି ସେହି ଷ୍ଟାଇଲରେ ମୁଖ୍ୟମନ୍ତ୍ରୀ ମାତ୍ର ଗୋଟିଏ ମିନିଟ୍‌ରେ ତାଙ୍କର ପ୍ରଚାର ଶେଷ କରିଥିଲେ। ଲୋକଙ୍କୁ କାମର ହିସାବ ଦେଲେ ଓ ମତାମତ ଲୋଡିଲେ। ଉପସ୍ଥିତ ବିଶାଳ ଜନସମୁଦ୍ରର ହର୍ଷ ଉଲ୍ଲାସ ଓ କରତାଳି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଚାରିଥିଲେ ୭ଟି ପ୍ରଶ୍ନ। ଆମର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଭଲ ଚାଲିଛି ? ମମତା ଯୋଜନା ଭଲ ଚାଲିଛି ? ମିଶନ…

Read More

ଭୁବନେଶ୍ବର: ପୁରୀ ଲୋକସଭା ଆସନରୁ କଂଗ୍ରେସ ଟିକେଟ ପାଇଥିବା ସୁଚରିତା ମହାନ୍ତି ଟିକେଟ ଫେରାଇବା ଉପରେ ବଡ ବୟାନ ରଖିଛନ୍ତି ପ୍ରଭାରୀ ଅଜୟ କୁମାର। ଆଜି ଗଣମାଧ୍ୟମକୁ ସେ କହିଛନ୍ତି ଯେ, ପୁରୀର ଲୋକସଭା ପ୍ରାର୍ଥୀ ପରିବର୍ତ୍ତନ କରାଯିବ। ସେହି ସୂଚନା ସୁଚରିତା ଜାଣିବା ପରେ ସେ ଟିକେଟ ଫେରାଇ ଦେଲେ ବୋଲି ଅଜୟ କୁମାର କହିଛନ୍ତି। ଗଣମାଧ୍ୟମକୁ ଅଜୟ କୁମାର କହିଛନ୍ତି ଯେ, କଂଗ୍ରେସ ପୁରୀ ଲୋକସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରି ଆଜି କିମ୍ବା ଆସନ୍ତାକାଲି ନୂଆ ନାମ ଘୋଷଣା କରାଯିବ। ତାହା ଜାଣିବା ପରେ ସେ ଟିକେଟ ଫେରାଇ ଦେଇଛନ୍ତି। ତାଙ୍କ ଚିଠିକୁ ସେ ଭାଇରାଲ କରିଛନ୍ତି। ଅଜୟ କୁମାର କହିଛନ୍ତି ଯେ, କଂଗ୍ରେସର ଫଣ୍ଡର କିଛି ଅସୁବିଧା ନାହିଁ। ପାର୍ଟି ଫଣ୍ଡିଂ କରିଥାଆନ୍ତା ଏବଂ କରିବ ମଧ୍ୟ। ହେଲେ ପ୍ରାର୍ଥୀ ପରିବର୍ତ୍ତନ କରାଯିବା କଥା ଜାଣିବା ପରେ ସେ ତାଙ୍କ ଚିଠିକୁ ଭାଇରାଲ କରୁଛନ୍ତି।

Read More

ଭୁବନେଶ୍ବର: ବାଲୁଗାଁ ଅଂଚଳର ବିଶିଷ୍ଟ ମଞ୍ଚ ଓ ସିନେ ଅଭିନେତା ଗୌରାଙ୍ଗ ନାୟକଙ୍କ ୮୫ବର୍ଷ ବୟସରେ ଆଜି ପୂର୍ବାଂହ ରେ ବାଲୁଗାଁ ନିମିକ୍ଷେତା ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ବହୁ ଓଡ଼ିଆ ଚଳଚ୍ଚିତ୍ର ଯଥା ଦଣ୍ଡା ବାଳୁଙ୍ଗା, ଏଇ ସଂଘର୍ଷ, ଜାଗା ହାତରେ ପଘା, କିରାତ ଅର୍ଜୁନ, ଦୁର୍ଗା ଆଦି ସାତଟି ଓଡ଼ିଆ ଚଳଚ୍ଚିତ୍ର ରେ ପାର୍ଶ୍ୱ ଅଭିନେତା ଓ ଭଲ ଅଭିନୟ କରି ବେଶ ପରିଚିତ ଥିଲେ। ବିଭିନ୍ନ ସମୟରେ ବହୁ ଅନୁଷ୍ଠାନ ସହିତ ବିଭିନ୍ନ ବର୍ଗରୁ ସମ୍ମାନିତ ହୋଇଥିଲେ ।ବିଭିନ୍ନ ମଞ୍ଚ ରେ ନାଟ୍ୟ ନିର୍ଦେଶନା, ସଙ୍ଗୀତ ପରିଚାଳନା, ନୃତ୍ୟ ନିର୍ଦେଶନା, ଅଭିନୟ କରି ରାଜ୍ୟ ଓ ରାଜ୍ୟ ବାହାରେ ସମ୍ମାନ ଲାଭ କରିଥିଲେ। ଅର୍ଣ୍ଣପୂର୍ଣା ରଙ୍ଗମଞ୍ଚ ର ସେ ଜଣେ ସ୍ୱୀକୃତି ପ୍ରାପ୍ତ କଳାକାର ଭାବେ ପରିଚିତ ଥିଲେ।ଜଣେ ଆଦର୍ଶ ଶିକ୍ଷକ ଓ ମେଳାପୀ ସ୍ୱଭାବର…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାରରେ ପାରଳାଖେମୁଣ୍ଡି ଗସ୍ତରେ ଯିବେ। ସେ ଗଜପତି ଷ୍ଟାଣ୍ଡିୟମରେ ଆୟୋଜିତ ଏକ ବିଶାଳ ଜନସମାବେଶକୁ ସମ୍ବୋଧୀତ କରିବେ। ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନ 5ଟାରେ ସେ ପାରଳାଖେମୁଣ୍ଡିରେ ପହଞ୍ଚିବେ। ସେଠାରେ ଉଦବୋଧନ ଦେଇ ଅପରାହ୍ନ 5 ଟା 50 ରେ ଭୁବନେଶ୍ବର ଫେରି ଆସିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଗଜପତି ବିଜେଡି ବେଶ ଚଳଚଞ୍ଚଳ ହୋଇ ଉଠିଛି। ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଦଳ ବଡ ପ୍ରସ୍ତୁତି କରିଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଗସ୍ତ କରିବେ।

Read More

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଆସ୍କା ଓ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର କରିଛନ୍ତି। କନ୍ଧମାଳ ନିର୍ବାଚନ ଅନ୍ତର୍ଗତ ଭଞ୍ଜନଗରରେ ଦଳୀୟ ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ ଓ ବିକ୍ରମ କେଶରୀ ଆରୁଖଙ୍କ ପାଇଁ ଭୋଟ ମାଗିଥିବା ବେଳେ, ଆସ୍କା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ, ସାନଖେମୁଣ୍ଡି ବିଧାୟକ ପ୍ରାର୍ଥୀ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ, ପୋଲସରା ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ଓ ସୋରଡା ବିଧାୟକ ପ୍ରାର୍ଥୀ ମଞ୍ଜୁଳା ସ୍ବାଇଁଙ୍କ ସପକ୍ଷରେ ଡବଲ ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ। ନିଜ ଭାଷଣରେ ବିରୋଧୀ ଦଳକୁ ତୀବ୍ର ସମାଲୋଚନା କରି ଶ୍ରୀ ପାଣ୍ଡିଆନ କହିଲେ ଯେ ସେମାନେ ସବୁ କଥାରେ ଓଡିଶାକୁ ବିରୋଧ କରୁଛନ୍ତି। ସେମାନେ ଶାସକ ଦଳର ବିରୋଧୀ ନୁହନ୍ତି, ସେମାନେ ବିକାଶର ବିରୋଧୀ। ଓଡିଶାର ବିକାଶ ସବୁଆଡେ ଦିଶୁଛି। ସବୁ ଓଡିଶାବାସୀଙ୍କୁ ଦେଖାଯାଉଛି। କିନ୍ତୁ ବିରୋଧୀ ଙ୍କୁ…

Read More

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଭୋଗରାଇ ନିର୍ବାଚନମଣ୍ଡଳୀର ତଥା ଓଡିଶାର ପ୍ରତିଷ୍ଠିତ ଫିଲ୍ମ ଓ ସିରିୟଲ ଅଭିନେତ୍ରୀ ଜିନା ସାମଲ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ଜିନା ସାମଲଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ଜିନା ସାମଲଙ୍କ ଯୋଗଦାନ ଫଳରେ ବିଶେଷକରି ଭୋଗରାଇ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଜିନା ସାମଲ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ,  ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ…

Read More

ଲେଖକ-ସୂର୍ଯ୍ୟ ଦେଓ, ସିନେ ସମୀକ୍ଷକ ଆମ ସିନେମାରେ ଉଭା ଯେତିକି ପୋତା ତାହାଠାରୁ ଅଧିକ। ଅର୍ଥାତ ଆମ ଓଡ଼ିଆ ସିନେମାରେ ଅନେକ ଦିଗ ଅଛି, ଯାହା ଉପରେ ଜମାରୁ ଅଧିକାଂଶଙ୍କର ଧାରଣା ହିଁ ନାହିଁ। ଯେମିତିକି ଚୁଟିବନ୍ଧା ଅର୍ଥାତ ଓଡ଼ିଆ ଚଳଚ୍ଚିତ୍ର ନାୟିକାଙ୍କ କେଶ ବିନ୍ୟାସ ସମ୍ବନ୍ଧରେ ଛୋଟ ଲେଖାଟିଏ ବି ନାହିଁ। କିନ୍ତୁ ହିନ୍ଦୀ ଚଳଚ୍ଚିତ୍ରର ନାୟିକା ବା ବଙ୍ଗୀୟ ଚଳଚ୍ଚିତ୍ରର ନାୟିକାଙ୍କ ଚୁଟିବନ୍ଧାକୁ ନେଇ କେତେକେତେ ଲେଖା ହୋଇଛି, କେତେ କେତେ ଗବେଷଣା ବି ହୋଇଛି। କେମିତି ଓ କାହିଁକି ନାୟିକାଙ୍କ କପାଳ ଉପରକୁ ଚୁଟି ଛାଟି ଦେଇ ସାଧନା କଟ୍ ହିନ୍ଦୀ ଚଳଚ୍ଚିତ୍ରରେ ଆରମ୍ଭ ହେଲା। ‘ଲୋ ପନିଟେଲ୍‌’ ଚୁଟିିବନ୍ଧା କେମିତି ଓ କାହିଁକି ସାୟରା ବାନୁ ବାନ୍ଧିଲେ। ବିହାଇଭ ଚୁଟି ବନ୍ଧା କେମିତି ବୈଜୟନ୍ତୀମାଲା, ଶର୍ମିଲା ଓ ହେମାଙ୍କ ପାଇଁ ଫିକ୍ସ ହେଲା। ତା’ପରେ ହିପି ଚୁଟି ବନ୍ଧା ବି ଅଛି। ଯେଉଁ ଚୁଟିବନ୍ଧା ଆମ…

Read More

ଭୁବନେଶ୍ବର: ସମ୍ବଲପୁର ଲୋକସଭା ଆସନରେ ଚାଲିଛି କଡା ଟକ୍କର। ଉଭୟ ଦଳର ହେଭି ୱେଟ ନେତାଙ୍କ ମଧ୍ୟରେ ଚାଲିଛି ଯୁଦ୍ଧ। ବିଜେଡିରୁ ପ୍ରଣବ ପ୍ରକାଶ ଦାସ ଏବଂ ବିଜେପିରୁ ଧର୍ମେନ୍ଦ୍ର ପ୍ରଧାନ। ଉଭୟଙ୍କର ଚାଲିଛି ଦମଦାର ପ୍ରଚାର। ତେବେ ଏହି ପ୍ରଚାର ଭିତରେ ସାମାଜିକ ଗଣମାଧ୍ୟମ ମଧ୍ୟ ବାଦପଡିନି। ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଧର୍ମେନ୍ଦ୍ରଙ୍କୁ କାହିକି ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ନାହିଁ ତାହାର ଏକ ସମାଲୋଚନା କରିଛନ୍ତି। ପ୍ରଣବ ପ୍ରକାଶ କହିଛନ୍ତି ଯେ, ” ଗତ ୧୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖିଲେ, ହେଲେ ତାଙ୍କ ନିଜ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ନାହିଁ। କାରଣ ସେ ଦଳର ବିଶ୍ୱାସ ହରାଇଛନ୍ତି। ତାଙ୍କ ଦଳ ଜାଣିଛି, ଯେଉଁଦିନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା ହୋଇଯିବ, ବିଧାନସଭାରେ ସେମାନଙ୍କର ଆସନ ସଂଖ୍ୟା ୧୦ ରୁ ତଳକୁ ଖସି ଆସିବ।”…

Read More

ଭୁବନେଶ୍ବର: ବର୍ତ୍ତମାନ ଓଡିଶାର ଯେଉଁ କେତୋଟି ଲୋକସଭା ନିର୍ବାଚନ ଟକ୍କର ହେଉଛି ସେଥିମଧ୍ୟରୁ ଗୋଟିଏ ହେଉଛି କେନ୍ଦ୍ରାପଡା। ଏହି ନିର୍ବାଚନ ମଣ୍ଡଳିରେ ବିଜେପିର ଟାଣୁଆ ନେତା ବୈଜୟନ୍ତ ପଣ୍ଡାଙ୍କ ସହିତ ମୁକାବିଲା ହେଉଛି ବିଜେଡିର ଅଂଶୁମାନ ମହାନ୍ତିଙ୍କ ସହିତ। ପ୍ରଚାର ଜୋରଦାର ଚାଲିଥିବା ବେଳେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଅସୁସ୍ଥ ହୋଇଛନ୍ତି। ପ୍ରଚାର ସମୟରେ ବୈଜୟନ୍ତ ହଠାତ ଆଖିରେ ଯନ୍ତ୍ରଣା ଅନୁଭବ କଲେ। ପରେ ଡାକ୍ତରଙ୍କୁ ଦେଖାଇବା ପରେ ତୁରନ୍ତ ଅପରେସନର ଆବଶ୍ୟକତା ରହିଛି ବୋଲି ପରାମର୍ଶ ଦିଆଗଲା। ସେହି ଅନୁସାରେ ଡାକ୍ତର ବୈଜୟନ୍ତ ପଣ୍ଡା ଆଖିରେ ଅପରେସନ କରିଛନ୍ତି। ସେଥିପାଇଁ ସେ କିଛିଦିନ ବିଶ୍ରାମ କରିବେ ବୋଲି ଡାକ୍ତର କହିଥିବାରୁ ସେ ପ୍ରଚାରରୁ ଦୂରେଇ ରହିବେ।

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଅଦବଦଳ କରିଛନ୍ତି। ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ପରେ ମିଶନଶକ୍ତି ସଚିବ ପଦରୁ ହଟିଛନ୍ତି ସୁଜାତା କାର୍ତ୍ତିକେୟନ। ତାଙ୍କୁ ଆଜି ସରକାର ଅର୍ଥ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ନିର୍ବାଚନ କମିଶନର ସୁଜାତାଙ୍କୁ ଲୋକଙ୍କ ସହିତ ଜଡିତ ନ ଥିବା ବିଭାଗକୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସ୍ବାସ୍ଥ୍ୟ ବିଭାଗର ସଚିବ ଶାଳିନୀ ପଣ୍ଡିତଙ୍କୁ ମିସନଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ସେ ମଧ୍ୟ ସୁଜାତାଙ୍କ ପାଖରେ ଥିବା ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ରହିବେ। ମିଶନଶକ୍ତିର ସଚିବ ଥିବା ସୁଜାତା କାର୍ତ୍ତିକେୟନ ହେଉଛନ୍ତି ବିଜେଡି ନେତା ତଥା ପୂର୍ବତନ ଆଇଏଏସ କାର୍ତ୍ତିକ ପାଣ୍ଡିଆନଙ୍କ ଧର୍ମପତ୍ନୀ। ସେ ବିଜେଡି ପାଇଁ କାମ କରୁଛନ୍ତି ବୋଲି ବିଜେପି ତରଫରୁ ଅଭିଯୋଗ ହୋଇଥିଲା।

Read More

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ବିଜେଡି। ଆଜି ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଛନ୍ତି ସସ୍ମିତ ପାତ୍ର। ସେ କହିଛନ୍ତି ଯେ, ଧର୍ମେନ୍ଦ୍ରଙ୍କ ପାଇଁ ବିଦେଶରେ ଅବସ୍ଥାପିତ ଜଣେ ଆଇଏଫଏସ ଅଧିକାରୀ ପ୍ରଚାର ରଣନୀତି କରୁଛନ୍ତି। ସେ ଏକ ମାସ ଛୁଟି ଆଣି ସମ୍ବଲପୁରରେ ରହି ତାଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି। ସସ୍ମିତ କହିଛନ୍ତି ଯେ, ନିୟୁର୍କରେ ଅବସ୍ଥାପିତ କନସୋଲଣ୍ଟିଂ ଜେନେରାଲ ଶ୍ରୀ ବିନୟ ପ୍ରଧାନ ଧର୍ମେନ୍ଦ୍ରଙ୍କ ପ୍ରଚାରରେ ଲାଗିଛନ୍ତି। ସେ ଭାରତ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ। ବିଦେଶରେ ଅବସ୍ଥାପିତ ଥିବା ବେଳେ ସେ ଧର୍ମେନ୍ଦ୍ରଙ୍କ ପାଇଁ କିପରି ପ୍ରଚାର ରଣନୀତି ପ୍ରସ୍ତୁତ କରୁଛନ୍ତି ବୋଲି ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି। ପୂର୍ବରୁ ଧର୍ମେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଥିବା ବେଳେ ତାଙ୍କ ପାଖରେ ସେ ଓଏସଡି ଭାବେ କାର୍ଯ୍ୟ…

Read More

ଭୁୁବନେଶ୍ୱର: ଓଡ଼ିଆ ଅସ୍ମିତା ମହାପ୍ରଭୁ ଜଗନ୍ନାଥଙ୍କ ଠାରୁ ଆରମ୍ଭ ହୁଏ, ଯିଏ କି କେବଳ ଦେବତା ନୁହଁନ୍ତି; ସେ ହେଉଛନ୍ତି ଓଡ଼ିଶାର ହୃଦସ୍ପନ୍ଦନ, ଆମ ପରିଚୟର ସାର। ଯେତେବେଳେ ଶ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହାତକୁ ନେବାକୁ ନିଷ୍ପତ୍ତି ନେଇଥିଲେ, ସେତେବେଳେ ସେ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କୁ ଏହି କାର୍ଯ୍ୟକୁ ସୁରୁଖୁରୁରେ ଶେଷ କରିବା ପାଇଁ ଦାୟିତ୍ୱ ଦେଇଥିଲେ। ଶ୍ରୀ ପାଣ୍ଡିଆନ୍ ଏହି ପ୍ରକଳ୍ପରେ ନିଜର ହୃଦୟ ଓ ଆତ୍ମା ଲଗାଇ ଦେଇଥିଲେ ଏବଂ ସବୁକିଛି ସୁରୁଖୁରୁରେ ଚାଲିବା ପାଇଁ ଅନେକ ଥର ପୁରୀ ଗସ୍ତ କରିଥିଲେ। ସକାଳ ୪ଟା କିମ୍ବା ରାତି ୧୦ଟା ଭଳି ଅସମୟରେ ନିରବରେ କାମ କରୁଥିବା ଦେଖି ପୁରୀବାସୀ ତାଙ୍କର ଅକ୍ଳାନ୍ତ ପ୍ରୟାସ ଓ ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁଁ ପ୍ରତ୍ୟେକ ଓଡ଼ିଆଙ୍କ ଏହି ସ୍ୱପ୍ନର ପ୍ରକଳ୍ପ ପ୍ରତି ତାଙ୍କର ସମର୍ପଣର ସାକ୍ଷୀ ହୋଇଛନ୍ତି, ଦିବ୍ୟ ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ବୋଲି କହିଛନ୍ତି…

Read More

ଭୁବନେଶ୍ବର: ବିଜୁ ଜନତା ଦଳ ତାହାର ଶେଷ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଏଥିରେ ଚାଳିଶ ଜଣ ନେତାଙ୍କୁ ନିଆଯାଇଛି। ପ୍ରଥମେ ଦଳର ସଭାପତି ନବୀନ ପଟ୍ଟନାୟକ ଥିବା ବେଳେ ଦ୍ବିତୀୟରେ ଅଛନ୍ତି କାର୍ତ୍ତିକ ପାଣ୍ଡିଆନ। ସେହିପରି ତୃତୀୟରେ ଅଛନ୍ତି ପ୍ରଣବ ପ୍ରକାଶ ଦାସ। ପୂର୍ବରୁ ଦଳ ଏକ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଥିଲା। ସେଥିରେ ମଧ୍ୟ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରଥମରେ ଥିବା ବେଳେ କାର୍ତ୍ତିକ ପାଣ୍ଡିଆନ ଦ୍ବିତୀୟରେ ରହିଥିଲେ। ପ୍ରଣବ ପ୍ରକାଶ ଦାସ ତୃତୀୟରେ ଥିଲେ।

Read More