ଶ୍ରୀନଗର : ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଜମ୍ମୁ କାଶ୍ମୀରର କାଠୁଆ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଶନିବାର ଅପରାହ୍ନରେ କାଠୁଆର ହୀରାନଗରରେ ଅସ୍ତ୍ରବିରତି ଉଲ୍ଲଂଘନ ନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ଘଟଣାକୁ ନଇ ଉଭୟ ପକ୍ଷରୁ ଗୁଳିଚାଳନା ଜାରି ରହିଛି । ଏହି ଘଟଣାରେ କେହି ମୃତାହତ ହୋଇନଥିବା ବେଳେ କିଛି ଘର ନଷ୍ଟ ହୋଇଛି । (ଏଜେନ୍ସି)
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭୁବନେଶ୍ବରରେ ଧରାପଡ଼ିଲା ଇ-ଟିକେଟ ଠକେଇ । 700ରୁ ଅଧିକ ଟିକେଟ ସହିତ ଏଜେଣ୍ଟ ବିଷ୍ଣୁପ୍ରସାଦ ପଟ୍ଟନାୟକକୁ ପୋଲିସ୍ ଗିରଫ କରିଛି । ବିଷ୍ଣୁ ପ୍ରସାଦ 40ରୁ ଅଧିକ ନକଲି ଆକାଉଣ୍ଟ ଖୋଲି ଏହି ଠକେଇ କରୁଥିଲା । ବିଭିନ୍ନ ଟ୍ରାଭେଲ୍ ଏଜେନ୍ସି ଓ ଯାତ୍ରୀଙ୍କୁ ଏହି ଟିକେଟ ଚଢ଼ା ଦରରେ ବିକୁଥିଲା ଦଲାଲ ।
କୃଷ୍ଣଚନ୍ଦ୍ର ସୁଆଁସିଆ ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ସହିତ ପାଠ୍ୟଚକ୍ର ଅନୁଷ୍ଠିତ ହୋଇଛି। ଓଡ଼ିଆ ବିଭାଗର ମୁଖ୍ୟ ପ୍ରକାଶ ଚନ୍ଦ୍ର ଜେନା ଏହି କାର୍ଯ୍ୟକ୍ରମର ପୌରହିତ୍ୟ କରିଥିଲେ । ଡ. ହରେକୃଷ୍ଣ ନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିବା ବେଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପ୍ରଫେସର ପ୍ରକାଶ ସ୍ବାଇଁ ଏବଂ କଲେଜ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ରାଉତ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ବିଭାଗର ଶେଷବର୍ଷର ବିଦ୍ୟାର୍ଥୀ ଶିକ୍ଷା ସମୟରେ ଗଢିଉଠିଥିବା ଭାବ ଓ ଅମୂଲ୍ୟ ଜ୍ଞାନ ଆହରଣ କରିବାର ସୁନ୍ଦର ଅନୁଭୂତି ପ୍ରକାଶ କରିବା ପରେ ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଭାଗ ଅଧ୍ୟାପକ ସିମାଞ୍ଚଳ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବାଙ୍କୀରେ ଡବଲ ମର୍ଡର ହୋଇଛି । ଜନୈକ ସରପଞ୍ଚଙ୍କ ସ୍ବାମୀ ଏବଂ ତାଙ୍କର ସହଯୋଗୀଙ୍କୁ କିଛି ଦୂର୍ବୁର୍ତ୍ତ ଗୋଡାଇ ଗୋଡାଇ ହତ୍ୟା କରିଛନ୍ତି । ସରପଞ୍ଚଙ୍କ ସ୍ବାମୀ ଏବଂ ସହଯୋଗୀ ବାଇକ୍ରେ ଆସୁଥିବା ବେଳେ କିଛି ଦୂର୍ବୁର୍ତ୍ତ ଖଣ୍ଡା ଓ ଟାଙ୍ଗିଆରେ ଗୋଡେଇ ଗୋଡେଇ ହାଣିଲେ । ସହଯୋଗୀ ଜଣକ ବାଙ୍କୀ ଡାକ୍ତରଖାନାରେ ପ୍ରାଣ ହରାଇଥିବା ବେଳେ ଗୁରୁତର ଅବସ୍ଥାରେ ସରପଞ୍ଚଙ୍କ ସ୍ବାମୀଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଥିଲା । ସରପଞ୍ଚଙ୍କ ସ୍ବାମୀ ଏସ୍ସିବିରେ ପ୍ରାଣ ହରାଇଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ଗ୍ରେଟର ନୋଏଡା : ପିଜୁଳିରେ ଲୁଣ ନ ଲଗାଇବାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ । ଗ୍ରେଟର୍ ନୋଏଡାରେ ଏଭଳି ଏକ ଘଟଣା ଘଟିଛି। ସାମାନ୍ୟ ପିଜୁଳି ପାଇଁ ଜଣେ ବନ୍ଧୁ ଆଉ ଜଣେ ବନ୍ଧୁଙ୍କୁ ହତ୍ୟା କରିଛି । ପୋଲିସ୍ ଏହି ଘଟଣାର ତଦନ୍ତ କରି ଏହାର ଖୁଲାସା କରିଛି । ମୃତକ ବିପିନ୍ର ସାଙ୍ଗ ସଚ୍ଚିନ୍କୁ ଗିରଫ ମଧ୍ୟ କରିଛି। ପିଜୁଳିରେ ଲୁଣ ଲଗାଇବାକୁ ନେଇ ଦୁଇ ସାଙ୍ଗ ମଧ୍ୟରେ ବିବାଦ ଦେଖାଦେଇଥିଲା। ବିବାଦ ଏତେ ଘନେଇଲା ଯେ ଅଭିଯୁକ୍ତ ବନ୍ଧୁ ଜଣକ ଇଟାରେ ପିଟି ପିଟି ସାଙ୍ଗକୁ ମାରିଥିଲେ। ସାଙ୍ଗ ଜଣକ ମରିଯିବା ପରେ ଶବକୁ ଏକ ବ୍ୟାଗ୍ରେ ରଖି ଏକ ଗୃହରେ ରଖିଦେଇ ଫେରାର୍ ହୋଇଯାଇଥିଲେ ଅଭିଯୁକ୍ତ। ହତ୍ୟାର 17 ଦିନ ପରେ ପୁଲିସ୍ ଏହି ଘଟଣାର ପର୍ଦ୍ଦାଫାସ କରି ଅଭିଯୁକ୍ତ ଗିରଫ କରିଛି। ଏହି ଘଟଣାରେ ବ୍ୟବହାର କରାଯାଇଥିବା ଇଟାକୁ ପୋଲିସ୍କୁ ଜବତ ମଧ୍ୟ…
ଚଣ୍ଡୀଗଡ : ପଞ୍ଜାବର ଚଣ୍ଡୀଗଡରେ ଏକ ଅଘଟଣ ଘଟିଛି । ସ୍କୁଲ ଭ୍ୟାନ୍ରେ ନିଆଁ ଲାଗିଯିବା କାରଣରୁ 4 ଜଣ ଛାତ୍ର ଜୀବନ୍ତ ଦଗ୍ଧ ହୋଇଛନ୍ତି । ଭ୍ୟାନ୍ରେ ସମୁଦାୟ 10ରୁ 12 ଜଣ ଛାତ୍ର ରହିଥିବା ବେଳେ ବିଲରେ କାମ କରୁଥିବା ଶ୍ରମିକ ବାକି ଛାତ୍ରଙ୍କୁ ଉଦ୍ଧାର କରିଛନ୍ତି । ସ୍କୁଲରୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ସନ୍ଗ୍ରୁର୍ର ଏକ ସ୍କୁଲରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସନ୍ଗ୍ରୁରର ଡିସିପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଘଟଣାର ଜିଲ୍ଲାପାଳ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । ଘଟଣାର ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀର ପାର୍କ ହୋଟେଲରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ 14 ଜଣ ଆହତ ହୋଇଛନ୍ତି । ଶନିବାର ଘଟିଥିବା ଏହି ଅଗ୍ନିକାଣ୍ଡକୁ ଅଗ୍ନିଶମ ବିଭାଗ ଆୟତ କରିଥିବା ବେଳେ ସମସ୍ତ ଆହତଙ୍କୁ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଅନ୍ୟ 11 ଜଣଙ୍କୁ ଡିସଚାର୍ଜ କରାଯାଇଛି । ହୋଟେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ଅଗ୍ନିକାଣ୍ଡ ନେଇ ପୋଲିସ୍ ଏବଂ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇନଥିବାରୁ ଏହାକୁ ନେଇ ତଦନ୍ତ କରାଯିବ ବୋଲି ଅଗ୍ନିଶମ ମୁଖ୍ୟ ଅତୁଲ ଗର୍ଗ ପ୍ରକାଶ କରିଛନ୍ତି । ଉଲ୍ଳେଖଯୋଗ୍ୟ ଯେ, ସକାଳ 9ଟାରେ ଏହି ଅଗ୍ନିକାଣ୍ଡ ଘଟିଥିଲା । (ଏଜେନ୍ସି)
ବେଙ୍ଗାଲୁରୁ : କର୍ଣ୍ଣାଟକର ବିଦାରରେ ଦେଶଦ୍ରୋହ ମାମଲାରେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଅଟକ ରଖାଯାଇଛି । ପ୍ରତିବାଦ କରୁଥିବା ସମୟରେ ସିଦ୍ଧରମୈୟାଙ୍କ ସମେତ ଅନ୍ୟାନ୍ୟ କଂଗ୍ରେସ ନେତାଙ୍କୁ ଅଟକ ରଖାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଦୀନେଶ ଗୁଣ୍ଡୁ ରାଓ, ରିଜଓ୍ବାନ ଅର୍ଶଦ୍ ଏବଂ କେ ସୁରେଶଙ୍କୁ ବେଙ୍ଗାଲୁରୁ ପୋଲିସ୍ ଅଟକ ରଖିଛି । ଉଲ୍ଲେଖଯୋଗ୍ୟ ଯେ, ବିଦାରର ଏକ ସ୍କୁଲରେ ସିଏଏ ଏବଂ ଏନ୍ଆରସି ବିରୋଧରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ବିଦ୍ୟାଳୟର ପ୍ରିନ୍ସିପାଲ ଏବଂ ଜଣେ ଅଭିଭାବକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବା ସହିତ ଉଭୟଙ୍କୁ ଗିରଫ କରାଯାଇଥିଲା । ଏହା ବିରୋଧରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । (ଏଜେନ୍ସି)
ନୂଆଦିଲ୍ଲୀ : ଜେପି ନଡ୍ଡା ବିଜେପିର ଅଧ୍ୟକ୍ଷ ଭାର ସମ୍ଭାଳିବା ପରେ ପରେ ରାଜ୍ୟରେ ପ୍ରଦେଶ ଅଧ୍ୟକ୍ଷ ଚୟନ ଆରମ୍ଭ ହୋଇଯାଇଛି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସଙ୍ଗଠନରେ କିଛି ପରିବର୍ତ୍ତନ କରିଛନ୍ତି। ଏହି କ୍ରମରେ ଶନିବାର ଦିନ ତିନି ପ୍ରଦେଶର ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ବିଜେପିର ଜାରି ହୋଇଥିବା ଏକ ବୟାନ ଅନୁସାରେ ମଧ୍ୟପ୍ରଦେଶରେ ବିଜେପିର ନୂତନ ପ୍ରଦେଶ ଅଧ୍ୟକ୍ଷ ଭାବରେ ସାଂସଦ ବିଷ୍ଣୁ ଦତ୍ତ ଶର୍ମାଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି କେରଳରେ କେ. ସୁରେନ୍ଦ୍ରନ୍ ଓ ସିକିମ୍ରେ ଦଳ ବାହାଦୂର ଚୌହ୍ବାନଙ୍କ ନିଯୁକ୍ତି ଦିଆଯାଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ମଧ୍ୟପ୍ରଦେଶର ରାକେଶ ସିଂହଙ୍କ ସ୍ଥାନରେ ଖଜୁରାହୋର ସାଂସଦ ବିଷ୍ଣୁଦତ୍ତ ଶର୍ମାଙ୍କୁ ବିଜେପି ଅଧ୍ୟକ୍ଷ ରୂପେ ନିଯୁକ୍ତି ଦେବା । ଶର୍ମା ମୂଳତଃ ମଧ୍ୟପ୍ରଦେଶର ମୁରୈନା ଜିଲ୍ଲାର ନିବାସୀ ଅଟନ୍ତି। 32 ବର୍ଷରୁ ସେ ସକ୍ରିୟ ରାଜନୀତିରେ ରହିଛନ୍ତି। ସେହିପରି ସିକ୍କିମ୍ରେ ଦଳ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : 2019 ଶିକ୍ଷା ବର୍ଷର ପ୍ରକାଶିତ ଏନ୍ଆର୍ଟିଏସ୍ ପରୀକ୍ଷାରେ ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀମାନେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି । ପ୍ରଥମ ରାଙ୍କ ସହ ମୋଟି 4ଟି ରାଙ୍କରେ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀମାନେ ସ୍ଥାନ ଅଧିକାର କରିଛନ୍ତି । ରଙ୍ଗେଇଲୁଣ୍ଡା ବ୍ଲକ ଓ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଜାତୀୟ ଗ୍ରାମାଞ୍ଚଳ ମେଧା ଅନ୍ବେଷଣ (ଏନ୍ଆରଟିଏସ୍) ପରୀକ୍ଷାରେ ଫଳାଫଳ ପ୍ରକାଶ ପାଇଛି । ଏହି ପରୀକ୍ଷା ଫଳାଫଳରେ ପ୍ରଥମ 10ଜଣଙ୍କ ମଧ୍ୟରୁ ଆମ୍ଭ ବିଦ୍ୟାଳୟର ଫାଷ୍ଟ ରାଙ୍କ ସହିତ ମୋଟ୍ ଚାରିଜଣ ଶିଶୁ ରାଙ୍କ ରଖି ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଯୋଗ୍ୟ ଛାତ୍ରଛାତ୍ରୀମାନେ ହେଉଛନ୍ତି 9ମ ଶ୍ରେଣୀର ସୌମ୍ୟ ଜଗନ୍ନାଥ ପାଢୀ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ମାନ୍ୟତା ଚୌଧୁରୀ, ପଞ୍ଚମ ସ୍ଥାନରେ…
ହାଇଦ୍ରାବାଦ : ଜୀବନବୀମା ପାଇଁ ମାମୁଁର ଜୀବନ ନେଲା ଭଣଜା । ଏପରି ଘଟଣା ଘଟିଛି ତେଲେଙ୍ଗାନାର ହାଇଦ୍ରାବାଦରେ । 50 ଲକ୍ଷର ଜୀବନବୀମା ରାଶି ପାଇଁ ଭଣଜା ମାମୁଁକୁ ହତ୍ୟା କରି ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଛି । ରମେଶ ନାମକ ଏହି ଅଭିଯୁକ୍ତ ଜଣକ ଜୀବନବୀମା ରାଶି ପାଇଁ 35 ବର୍ଷୀୟ ମାମୁଁ ସୈଦୁଲୁକୁ ଟ୍ରକ୍ ଚଢାଇ ହତ୍ୟା କରିଥିଲେ। ଏହି ହତ୍ୟା ଘଟଣାରେ ରମେଶକୁ ଏହାର ଦୁଇ ସହଯୋଗୀ ଶୋଭନ୍ ବାବୁ ଏବଂ ମହେଶ ସହାୟତା କରିଥିଲେ । ହତ୍ୟା ଅଭିଯୋଗରେ ପୋଲିସ୍ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ଉଲ୍ଲେଖଯୋଗ୍ୟ ଯେ, ରମେଶ ମାମୁଁଙ୍କ ନାମରେ 50 ଲକ୍ଷ ଟଙ୍କାର ଏକ ଜୀବନବୀମା କରି ଏହାର ପ୍ରିମିୟମ୍ ଭରିଥିଲେ । ରମେଶଙ୍କ ମା ଏହି ବୀମାର ଉପକୃତ ରାଶି ପାଇଁ ମନୋନୀତ ହୋଇଥିଲେ । ଜୁଲାଇ 2019ରେ ଏହି ଜୀବନବୀମାର ପ୍ରିମିୟମ୍ ଭରାଯାଇଥିବାରୁ ପୋଲିସ୍…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଆନ୍ଧ୍ର ବ୍ୟାଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୂଳଭୂଷଣ ଜୈନ୍ଙ୍କ ଦିନିକିଆ ଆନ୍ଧ୍ରବ୍ୟାଙ୍କ ବ୍ରହ୍ମପୁର ଅଞ୍ଚଳ ପରିଦର୍ଶନ ପରିପ୍ରେକ୍ଷୀରେ ଆନ୍ଧ୍ରବ୍ୟାଙ୍କ ଆସ୍କାରୋଡ୍ ଶାଖା ଦ୍ବାରା ସହରାଞ୍ଚଳ ତଳିଆ ଅଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ଅଧୀନସ୍ଥ ଗୃହଋଣ ବଣ୍ଟନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଫାଷ୍ଟ ଗେଟ୍ ନିକଟସ୍ଥ ଧୋବାବନ୍ଧ ହୁଡାଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ପୌରପାଳିକା ଦ୍ବାରା ତିଆରି ହୋଇଥିବା ଘରଗୁଡିକ ପାଇଁ ସହରତିଆ ଅଞ୍ଚଳ ଲୋକଙ୍କ ଥଇଥାନ ଉଦ୍ଦେଶ୍ୟରେ ଗୃହଋଣ ଆବଣ୍ଟନର ବ୍ୟବସ୍ଥା ହୋଇଥିଲା । କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜୈନ୍ଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ରମାକାନ୍ତ ପ୍ରଧାନ (ସିଜିଏମ୍), ଭୁବନେଶ୍ବର ନାୟକ (ଡିଜିଏମ୍), ଅନୋଜ କୁମାର ପ୍ରଧାନ (ଏଜିଏମ୍) ଓ ଆନ୍ଧ୍ର ବ୍ୟାଙ୍କ ଆସ୍କାରୋଡ୍ ଶାଖା ପରିଚାଳକ ବାସୁଦେବ ସ୍ବାଇଁ ଯୋଗଦେଇଥିଲେ। ବ୍ରହ୍ମପୁର ପୌରପାଳିକା ଅଧୀନସ୍ଥ ରାଜୀବ ଆଓ୍ବାସ ଯୋଜନାରେ ନିର୍ମିତ ହୋଇଥିବା ସମସ୍ତ 2000 ଗୃହ ପାଇଁ ଗୃହଋଣ ମଞ୍ଜୁର…
ସମୀକ୍ଷା ବ୍ୟୁରୋ କଟକ : ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ଓଡିଶା । ଝାରଖଣ୍ଡ ବିପକ୍ଷ ଅନ୍ତିମ ଲିଗ୍ ମ୍ୟାଚ୍ରେ ପ୍ରଥମ ଇନିଂସ ଅଗ୍ରଣୀ ସହିତ ଏଲିଟ୍ ଗ୍ରୁପ୍ ସିର ଦ୍ବିତୀୟ ସ୍ଥାନରେ ରହି ଓଡିଶା କ୍ବାର୍ଟରରେ ପ୍ରବେଶ କରିଛି । ଗ୍ରୁପ୍ ସିରୁ ଓଡିଶା 38 ପଏଣ୍ଟ ସହିତ କ୍ବାର୍ଟରରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଓଡିଶା 436 ରନ୍ କରିଥିବା ବେଳେ ଝାରଖଣ୍ଡ 356 ରନ୍ରେ ସମସ୍ତ ଓ୍ବିକେଟ ହରାଇଥିଲା । ପ୍ରଥମ ଇନିଂସରେ 80 ରନ୍ର ଅଗ୍ରଣୀ ହାସଲ କରିଥିବା ଓଡିଶା ଦ୍ବିତୀୟ ଇନିଂସରେ 1 ଓ୍ବିକେଟ ହରାଇ 187 ରନ୍ ସଂଗ୍ରହ କରିଥିବା ବେଳେ ମ୍ୟାଚ୍କୁ ଡ୍ର ଘୋଷଣା କରାଯାଇଥିଲା । ଶୁଭ୍ରାଂଶୁ ସେନାପତି 100 ରନ୍ରେ ଅପରାଜିତ ରହିଥିଲେ । ପ୍ରଥମ ଇନିଂସରେ 156 ରନ୍ର ଇନିଂସ ଖେଳିଥିବା ଦେବାଶିଷ ସାମନ୍ତରାୟଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା…
ବେଙ୍ଗାଲୁରୁ : 14 ବର୍ଷ ଜେଲ୍ରେ ରହି ଡାକ୍ତର ବନିବାର କୃତିତ୍ବ ହାସଲ କରିଛନ୍ତି କର୍ଣ୍ଣାଟକର ଜଣେ ବ୍ୟକ୍ତି । କର୍ଣ୍ଣାଟକର କାଲାବୁରାଗୀ ଅଞ୍ଚଳର ଅଫଜଲପୁରା ଅଞ୍ଚଳର 40 ବର୍ଷୀୟ ସୁଭାଷ ପାଟିଲ ଏହି କୃତିତ୍ବ ହାସଲ କରିଛନ୍ତି । ପାଟିଲ 1997ରେ ଏମ୍ବିବିଏସ୍ ପାଠ୍ୟକ୍ରମରେ ଆଡମିଶନ କରିଥିଲେ । ତୃତୀୟ ବର୍ଷର ଛାତ୍ର ଥିବା ସମୟରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ପାଟିଲଙ୍କୁ 14 ବର୍ଷର କାରାଦଣ୍ଡ ପ୍ରଦାନ କରାଯାଇଥିଲା । ଜେଲ୍ରେ ରହିଥିଲେ ମଧ୍ୟ ପାଟିଲ୍ ଜାଲ୍ର ଓପିଡିରେ କାମ କରୁଥିଲେ । ଏହାପରେ ଭଲ ବ୍ୟବହାର କାରଣରୁ ତାଙ୍କୁ 2016ରେ ଜେଲ୍ରୁ ମୁକ୍ତ କରାଯାଇଥିଲା । ଜେଲ୍ରୁ ମୁକ୍ତ ହେବା ପରେ ସୁଭାଷ 2019ରେ ନିଜର ଏମ୍ବିବିଏସ୍ ଶେଷ କରିଥିଲେ । ଏକ ବର୍ଷିଆ ଇଣ୍ଟର୍ନସିପ୍ ପାଠ୍ୟକ୍ରମ ଶେଷ କରିବା ପରେ ବର୍ତ୍ତମାନ ସୁଭାଷ ଡାକ୍ତର ହୋଇଛନ୍ତି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ କଟକ : କଟକ ବୋର୍ଡ ଅଫ୍ ରେଭିନ୍ୟୁ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି। ବୋର୍ଡ ଅଫ୍ ରେଭିନ୍ୟୁ କୋଠାର ତୃତୀୟ ମହଲାରେ ନିଆଁ ଲାଗିଛି। ନିଆଁକୁ ଆୟତ୍ତ କରିବା ପାଇଁ ଦୁଇଟି ଅଗ୍ନିଶମ ଗାଡ଼ି ଉଦ୍ୟମ ଜାରି ରଖିଛନ୍ତି। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାବେଳେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି। ଅଫିସ କର୍ମଚାରୀ, ସ୍ଥାନୀୟ ଲୋକେମାନେ ନିଆଁ ଲିଭାଇବା ପାଇଁ ଉଦ୍ୟମ କରୁଛନ୍ତି। ନିଆଁ ଅଧିକ ନ ବ୍ୟାପିବା ପାଇଁ ଅଗ୍ନିଶମ ଗାଡି ଉପସ୍ଥିତ ରହିଛି। ପୂର୍ବରୁ ଲୋକସେବା ଭବନର କେୟାଟେକର ରୁମ୍ରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା।
ମୁମ୍ବାଇ : ଝିଅ ମାନେ ହେଉଛନ୍ତି ଲକ୍ଷ୍ମୀଙ୍କ ସ୍ବରୂପ । ଆଜିର ସମୟରେ ଝିଅ ଓ ପୁଅ ମଧ୍ୟରେ କିଛି ବି ପାର୍ଥକ୍ୟ ନଥିବାବେଳେ ଆଜି ବି କିଛି ଲୋକେ ଝିଅ ଓ ପୁଅକୁ ନେଇ ଏକ ଅଦ୍ଭୁତ ମାନସିକତାରେ ରହୁଛନ୍ତି । ଝିଅ ଜନ୍ମ ହେବା ପରେ ମହିଳାଙ୍କୁ ନିର୍ଯାତନା ଦେବା ସହିତ ବାପଘରୁ ଯୌତୁକ ଆଣିବା ପାଇଁ ଚାପ ପ୍ରୟୋଗ କରୁଥିବାର ଦେଖାଯାଉଛି । ଏହିପରି ଏକ ଘଟଣା ମୁମ୍ବାଇଠାରେ ଦେଖିବାକୁ ମିଳିଛି । ମୁମ୍ବାଇର ନାଳସୋପାରାର ଜଣେ ମହିଳା ଶିକ୍ଷୟିତ୍ରୀ ଯୌତୁକର ଶିକାର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ବିବାହର କିଛି ବର୍ଷ ପରେ ମହିଳା ଜଣଙ୍କୁ ତାଙ୍କ ଶାଶୁଘର ଲୋକେ ଶାରିରୀକ, ମାନସିକ ରୂପରେ ଯାତନା ଦେଉଥିଲେ । ମହିଳାଙ୍କ ଦୁଇ ଝିଅ ହେବା ପରେ ତାଙ୍କ ଶାଶୁ ଘର ଲୋକେ ମହିଳା ଜଣଙ୍କୁ ମାନସିକ ନିର୍ଯାତନା ଦେବା ସହ ବାପଘରୁ ଯୌତୁକ ପଇସା…
ଭୁବନେଶ୍ବର : ରାଜ୍ୟରେ ଭିକାରୀ ସଂଖ୍ୟା ନେଇ ବିଧାନସଭାରେ ଉତ୍ତର ରଖାଯାଇଛି । ମନ୍ତ୍ରୀ ଅଶୋକ ପଣ୍ଡା ଉତ୍ତର ରଖି ରାଜ୍ୟର ସମୁଦାୟ ଭିକାରୀ ସଂଖ୍ୟା ସମ୍ପର୍କରେ ସୂଚନା ଦେଇଛନ୍ତି । କଟକରେ ସର୍ବାଧିକ ଭିକାରୀ ରହିଛନ୍ତି ବୋଲି ଆଜି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା । ଓଡ଼ିଶାରେ ରହିଛନ୍ତି ମୋଟ 5950ଜଣ ଭିକାରୀ। କଟକରେ ରହିଛନ୍ତି ସର୍ବାଧିକ ଭିକାରୀ । ମୋଟ 5950ଜଣଙ୍କ ମଧ୍ୟରୁ କଟକରେ ସର୍ବାଧିକ 1060ଜଣ ରହିଛନ୍ତି । ଗଞ୍ଜାମରେ ଦ୍ବିତୀୟ ସର୍ବାଧିକ 545ଜଣ, ସୁନ୍ଦରଗଡରେ 423ଜଣ ଭିକାରୀ, ପୁରୀରେ 366 ଜଣ, ଖୋର୍ଦ୍ଧାରେ 197ଜଣ ଭିକାରୀ ରହିଛନ୍ତି ବୋଲି ବିଧାନସଭାରେ ଆଜି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ଉତ୍ତର ରଖିଛନ୍ତି ।
ସମୀକ୍ଷା ବ୍ୟୁରୋ କେନ୍ଦ୍ରାପଡ଼ା : 11 କେଭି ବିଦ୍ୟୁତ୍ ତା’ର ଯୋଗୁଁ ଗୋଳନ୍ଥରାର ବସ୍ ଟ୍ରାଜେଡି କାହାଣୀ ନ ଲିଭୁଣି ପୁଣିଥରେ ବିଦ୍ୟୁତ୍ ତାର ଜନିତ ଏକ ମୃତ୍ୟ ଖବର ସାମ୍ନାକୁ ଆସିଛି । 11 କେଭି ବିଦ୍ୟୁତ୍ ତାର ଲାଗି ଜଣେ ଡମ୍ପର୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ଅନଲୋଡ ବେଳେ 11 କେଭି ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ, ଗତ ଫେବୃଆରୀ 2 ତାରିଖରେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଟୁଲୁ ରାସ୍ତାରେ 11 କେଭି ବିଦ୍ୟୁତ ତାର ଲାଗି ବସ୍ ଜଳିଯିବାରୁ 10 ଜଣଙ୍କର ମୃତ୍ୟୁ ଘଟିଛି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଡବଲ ମର୍ଡର ମାମଲାରେ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ଅଟକ। ଗତ ରାତିରେ ଡ୍ରାଇଭର ବର୍ଦ୍ଧନଙ୍କୁ ପୋଲିସ୍ ଉଠାଇ ନେଇଛି। ପୋଲିସ୍ ଉଠାଇ ନେଇଥିବା ପରିବାର ଲୋକଙ୍କ ସୂଚନା ଦେଇଛନ୍ତି। ଡବଲ ମର୍ଡର ଘଟଣାରେ ଅନୁପଙ୍କ ଡ୍ରାଇଭରର ସମ୍ପୃକ୍ତି ରହିଥିବା କଥା ପ୍ରେସମିଟ୍ରେ କହିଥିଲେ ରାୟଗଡ଼ ଏସ୍ପି ସନ୍ତୋଷ ସିଂହ। 2016 ମସିହାରେ କଳ୍ପନା ଦାସ ନାମକ ଜଣେ ମହିଳା ଓ ତାଙ୍କ ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ। ଅନ୍ୟପଟେ ଏହି ମାମଲାରେ ଅନ୍ୟ କେହି ସାମିଲ ରହିଛନ୍ତି କି ନାହିଁ ତାକୁ ନେଇ ବି ଖୋଳତାଡ଼ ଜାରି ରହିଛି।
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାରେ ପ୍ରଚଣ୍ଡ ବହୁମତ ପାଇ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ଅରବିନ୍ଦ କେଜରୀଓ୍ବାଲ। ସରକାରୀ ଅଧିସୂଚନା ଅନୁସାରେ ରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ୬ ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପଦ ପାଇଁ ଅରବିନ୍ଦ କେଜରୀଓ୍ବାଲ ଶପଥ ନେବେ। ଦିଲ୍ଲୀର ରାମଲୀଲା ମୈଦାନଠାରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କ ସହିତ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାଶ ଗହଲୋତ, ଇମ୍ରାନ ହୁସେନ ଓ ରାଜେନ୍ଦ୍ର ଗୌତମ ପ୍ରମୁଖ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ କାର୍ଯ୍ୟକ୍ରମ ପାଇଁ ଟ୍ରାଫିକ୍ ପୁଲିସ୍ ଆଡଭରଜାରୀ ଜାରି କରିଛି। ଏଥିରେ ପାର୍କିଂ ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରାଯାଇଛି। ସେହିପରି ରାମଲୀଲା ମୈଦାନ ନିକଟସ୍ଥ କିଛି ରାସ୍ତାକୁ ମଧ୍ୟ ଡାଇଭର୍ଟ କରାଯାଇଛି। ସୂଚନାଯାୟୀ ଚଳିତ ନିର୍ବାଚନରେ ଆପ୍ 62ଟି ଆସନ ଜିତି ବାଜିମାତ୍ କରିଥିବାବେଳେ ବିଜେପି 8ଟି ଆସନ …

