ବେଙ୍ଗାଲୁରୁ : ଦେଶଦ୍ରୋହୀଙ୍କୁ ବିରିୟାନ ଖାଇବାକୁ ଦିଆଯିବା ପରିବର୍ତ୍ତେ ଗୁଳି ମରାଯିବା ଉଚିତ୍ ବୋଲି କର୍ଣ୍ଣାଟକ ମନ୍ତ୍ରୀ ସିଟି ରବି ମତ ଦେଇଛନ୍ତି । ଅନୁରାଗ ଠାକୁରଙ୍କ ‘ଦେଶକେ ଗଦ୍ଦାରୋଙ୍କ ,ଗୋଲୀ ମାରୋ ***’ ମତକୁ ମଧ୍ୟ ସମର୍ଥନ କରିଛନ୍ତି କର୍ଣ୍ଣାଟକ ମନ୍ତ୍ରୀ ରବି । କର୍ଣ୍ଣାଟକର ପର୍ଯ୍ୟଟନ ମନ୍ତ୍ରୀ ରବି ଟ୍ବିଟ୍ଟର ଜରିଆରେ ଅନୁରାଗ ଠାକୁରଙ୍କ ମନ୍ତବ୍ୟ ପ୍ରତି ନିଜର ସମର୍ଥନ ଜାହିର କରିଛନ୍ତି । ଅନୁରାଗଙ୍କ ମନ୍ତବ୍ୟ ପରେ ବିଭିନ୍ନ ମହଲରୁ ତାଙ୍କୁ ସମାଲୋଚନା କରାଯିବା ସହିତ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍ ମଧ୍ୟ ଜାରି କରାଯାଇଛି । ଅନୁରାଗଙ୍କୁ ବିରୋଧ କରୁଥିବା ବ୍ୟକ୍ତି ହେଉଛନ୍ତି ସେମାନେ ଯେଉଁମାନେ କସାବକୁ ଫାଶୀ ଦିଆଯିବା ନିଷ୍ପତ୍ତିକୁ ବିରୋଧ କରୁଥିଲେ । ସିଏଏକୁ ନେଇ ମିଥ୍ୟା ପ୍ରଚାର କରୁଥିବା ବ୍ୟକ୍ତିଙ୍କୁ ବିରିୟାନୀ ଖାଇବାକୁ ଦେବା ପରିବର୍ତ୍ତେ ଗୁଳି ମରାଯିବା ଉଚିତ୍ ବୋଲି ରବି କହିଛନ୍ତି ।
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ତପ୍ତପାଣି ଘାଟିରେ ଏକ ବସ୍ ଓଲଟି 7 ଜଣଙ୍କର ପ୍ରାଣହାନି ଘଟିଛି । ତପ୍ତପାଣିର ପାଳୁଖୋଲାରେ ବସ୍ଟି ଓଲଟଇ ପଡିବାରୁ 7ଜଣଙ୍କ ମୃତ୍ୟୁ ହେବା ସହିତ 30ରୁ ଅଧିକ ଆହତ ହୋଇଛନ୍ତି । ପାଟପୁର ପୋଲିସ୍ ଏବଂ ଚାରିଟି ଅଗ୍ନିଶମ ବିଭାଗ ଗାଡି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଘଟଣାସ୍ଥଳରେ 5 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଡାକ୍ତରଖାନାରେ 2 ଜଣ ମହିଳାଙ୍କ ପ୍ରାଣହାନି ଘଟିଛି । ଆହତ ମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର କାରଣ ଜଣାପଡିନଥିଲେ ମଧ୍ୟ ଘନ କୁହୁଡି କିମ୍ବା ବ୍ରେକ୍ ଫେଲ୍ କାରଣରୁ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି ।
କେଦାର ମିଶ୍ର ଶାସକ ଭାରତୀୟ ଜନତା ପାର୍ଟି ଆଜିକାଲି ଏକ ନୂଆ ସ୍ଲୋଗାନର ଆବିଷ୍କାର କରିଛି। ଏ ସ୍ଲୋଗାନ କୌଣସି ଭଦ୍ରଲୋକ ବା ସାମାନ୍ୟ ମାନବିକତା ଥିବା ଲୋକ ଶୁଣି ପାରିବ ନାହିଁ। “ଦେଶ କେ ଗଦ୍ଦାରୋଂ କୋ, ଗୋଲି ମାରୋ ….କୋ”- ଏହା କୌଣସି ପକେଟମାର ବା ବଟି ଆଦାଯ କରୁଥିବା ଚାରଣିଆ ଗୁଣ୍ଡାର ସ୍ଲୋଗାନ ନୁହେଁ, ଦିଲ୍ଲୀ ବିଧାନସଭା ନିର୍ବାଚନ ମଇଦାନରେ ଏହି ସ୍ଲୋଗାନ ଦେଉଥିବା ଲୋକେ ବିଜେପିର ପ୍ରାର୍ଥୀ ଓ କେହି କେହି କେନ୍ଦ୍ରମନ୍ତ୍ରୀ। ସମ୍ବିଧାନର ଶପଥ ନେଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ଅନୁରାଗ ଠାକୁରଙ୍କ ଶ୍ରୀମୁଖକୁ ଅନୁସରଣ କରି ବିଜେପି କର୍ମୀମାନେ ଏହି ସ୍ଲୋଗାନ ଘୋଷି ଚାଲୁଥିବାର ଦୃଶ୍ୟ ଭାରତୀୟ ରାଜନୀତିର ସବୁଠୁ ଅଶ୍ଳୀଳ ଓ ହିଂସ୍ର ବୋଲି କୁହା ଯାଇପାରେ। ଏହା ପୂର୍ବରୁ ବିଜେପିର ଜନୈକ ବିଧାୟକ ପ୍ରାର୍ଥୀ କପିଲ ମିଶ୍ର ବଡ ଗର୍ବର ସହିତ ଏହି ସ୍ଲୋଗାନ ଦେଇ ଦେଇ ଶୋଭାଯାତ୍ରା କରୁଥିଲେ। (ଅବଶ୍ୟ…
ଭୁବନେଶ୍ବର, ନିକଟରେ ମୃତ୍ୟୁବରଣ କରିଥିବା ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ନାମରେ ପ୍ରତିଷ୍ଠା ହେବ ଏକ ଚେୟାର। ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଏହି ଚେୟାର ପ୍ରତିଷ୍ଠା କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାର ନାମକରଣ ଗୁରୁମା ସୁନନ୍ଦା ପଟ୍ଟନାୟକ ରହିବ। ଏଥିରେ ସଂଗୀତ ଛାତ୍ରଛାତ୍ରୀମାନେ ଶାସ୍ତ୍ରୀୟ ସଂଗୀତ ଉପରେ ଉଚ୍ଚତର ଗବେଷଣା ତଥା ଶିକ୍ଷା ଲାଭ କରିପାରିବେ। ସେହିପରି ପ୍ରତିବର୍ଷ ଓଡିଶା ସଂଗୀତ ନାଟକ ଏକାଡେମୀ ତରଫରୁ ଜଣେ ପ୍ରତିଷ୍ଠିତ ସଂଗୀତଜ୍ଞଙ୍କୁ ସୁନନ୍ଦା ସମ୍ମାନରେ ସମ୍ମାନିତ କରାଯିବ ବୋଲି ମଧ୍ୟ ନିଷ୍ପତି ଗ୍ରହଣ କରାଯାଇଛି। ତାଙ୍କ ସ୍ମୃତିରେ ବୁଧୁବାର ଦିନ ରାଜ୍ୟ ସରକାରଙ୍କ ତରଫରୁ ଏକ ଶୋକସଭାର ମଧ୍ୟ ଆୟୋଜନ କରାଯାଇଛି। ଗୁରୁକେଳୁ ଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ପ୍ରକ୍ଷାଳୟରେ ଏହି ସଭାର ଆୟୋଜନ କରାଯାଇଛି। ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାରଙ୍କର ସୁନନ୍ଦ ପଟ୍ଟନାୟକଙ୍କ ପ୍ରତି ଦରଦ ଉଦୟ ହୋଇଛି। ବିଭିନ୍ନ ମହଲରେ…
ନୂଆଦିଲ୍ଲୀ : ରାଜନୈତିକ ପରାମର୍ଶଦାତା ପ୍ରଶାନ୍ତ କିଶୋରଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି । ପ୍ରଶାନ୍ତ କିଶୋର ଚାହିଁଲେ ଦଳ ଛାଡି ପାରନ୍ତି ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୂଚନା ଦେଇଛନ୍ତି । ବର୍ତ୍ତମାନ ଆପ୍ର ରାଜନୈତିକ ପରାମର୍ଶଦାତା ରହିଥିବାରୁ ପ୍ରଶାନ୍ତ କୁମାର ନୀତିଶଙ୍କ ରୋଷର ଶିକାର ହୋଇଛନ୍ତି । ପ୍ରଶାନ୍ତ କିଶୋର ସିଏଏକୁ ନେଇ ନୀତିଶଙ୍କୁ ଚିଠି ଲେଖିବା ସହିତ ଟ୍ବିଟ୍ ମଧ୍ୟ କରିଥିଲେ । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ନୀତିଶ କହିଛନ୍ତି, ନିଜ ଇଚ୍ଛା ଅନୁସାରେ ପ୍ରଶାନ୍ତ ଚିଠି ଲେଖୁଛନ୍ତି ଏବଂ ଟ୍ବିଟ୍ ମଧ୍ୟ କରିଛନ୍ତି । ଯଦି ପ୍ରଶାନ୍ତ ଚାହାନ୍ତି ତେବେ ସେ ଜେଡିୟୁ ପରିତ୍ୟାଗ କରି ପାରନ୍ତି ବୋଲି ନୀତିଶ କହିଛନ୍ତି । ସେହିପରି ସିଏଏକୁ ନେଇ ପ୍ରଶାନ୍ତ କିଶୋର ଏବଂ ଅମିତ ଶାହାଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଉପରେ ମଧ୍ୟ ମତ ରଖିଛନ୍ତି । ଶାହାଙ୍କ ପରାମର୍ଶରେ…
ମୁମ୍ବାଇ : ମହାରାଷ୍ଟ୍ରରେ ଏକ ପରିତ୍ୟକ୍ତ କୂଅ ମଧ୍ୟକୁ ବସ୍ ଖସି ପଡିବାରୁ 7 ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ନାସିକ ସ୍ଥିତ ମାଲେଗାଓଁରେ ଏହି ଦୁର୍ଘଟଣା ଘଟିଛି । ଏହି ଘଟଣାରେ 25ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏକ ଅଟୋ ସହିତ ଧକ୍କା ଫଳରେ ଭାରସାମ୍ୟ ହରାଇ ବସ୍ଟି କୂଅ ମଧ୍ୟକୁ ଖସି ପଡିଥିଲା । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆହତଙ୍କ ମଧ୍ୟରୁ ଏକାଧିକ ଗୁରୁତର ଅଛନ୍ତି । ବସ୍ଟିକୁ କ୍ରେନ୍ ଯୋଗେ ବାହାର କରାଯାଇଛି ।
ମୁମ୍ବାଇ : ଭାରତୀୟ କାର୍ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକିର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ପ୍ରକାଶ ପାଇଛି । ଏହି ଫଳାଫଳ ଅନୁଯାୟୀ ମାରୁତି ସୁଜୁକିର ଲାଭରେ 5.1 ପ୍ରତିଶତର ଅଭିବୃଦ୍ଧି ଘଟିଛି । ଡିସେମ୍ବର 31, 2019ରେ ମାରୁତିର ତୃତୀୟ ତ୍ରୈମାସିକ ଶେଷ ହୋଇଥିଲା । ବର୍ତ୍ତମାନ କମ୍ପାନୀର ନେଟ୍ ଲାଭ 1564.8 କୋଟି ରହିଛି ଯାହା ଗତ ଆର୍ଥିକ ବର୍ଷରେ 1489.3 କୋଟି ରହିଥିଲା । କମ୍ପାନୀର ସମୁଦାୟ କାରବାର ଏହା ମଧ୍ୟରେ 15648 ମିଲିୟନ୍ ହୋଇଥିବା କମ୍ପାନୀ ଓ୍ବେବ୍ସାଇଟ୍ରେ ପ୍ରକାଶ ପାଇଛି । ସେହିପରି କମ୍ପାନୀର କାର ବିକ୍ରିରେ ମଧ୍ୟ 3.8 ପ୍ରତିଶତର ଅଭିବୃଦ୍ଧି ଘଟିଥିବା ଜଣାପଡିଛି । (ଏଜେନ୍ସୀ)
ଲାହୋର : ପାକିସ୍ତାନର ଲାହୋରରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି । ଲାହୋରର ଏକ ଫ୍ୟାକ୍ଟ୍ରିରେ ଘଟିଥିବା ଅଗ୍ନିକାଣ୍ଡରେ 11 ଜଣଙ୍କର ମୃତ୍ୟୁ ଘଟିଛି । ଏକ ଅତର ପ୍ରସ୍ତୁତକାରୀ କମ୍ପାନୀରେ ଏହି ଦୁର୍ଘଟଣା ଘଟିଛି । 11 ଜଣଙ୍କ ମୃତ ଶରୀର ଉଦ୍ଧାର କରାଯାଇଥିବା ବେଳେ ଆହୁରି ଅନେକ ଲୋକ ନିଆଁରେ ଫସି ରହିଥିବା ନେଇ ଅଗ୍ନିଶମ ବିଭାଗ ଅଧିକାରୀ ରାଣା ଇଜାଜ୍ ଅହମଦ୍ ପ୍ରକାଶ କରିଛନ୍ତି । ଅନେକ ଲୋକ ନିଆଁ ମଧ୍ୟରେ ଫସି ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । (ଏଜେନ୍ସୀ)
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଅନୁରାଗ ଠାକୁର ଏବଂ ପ୍ରବେଶ ବର୍ମାଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ରିପୋର୍ଟ ଦାଖଲ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଠାକୁର ଏକ ରାଲିରେ ଦେଶ କେ ଗଦ୍ଦାରୋ ନାରା ବାଜି କରିଥିବା ବେଳେ ବର୍ମା ଶାହିନ୍ବାଗ୍କୁ ନେଇ ଏକ ଧାର୍ମିକ ଟ୍ବିଟ୍ କରିଥିଲେ । ଉଭୟଙ୍କ ବିରୋଧରେ ଆଦର୍ଶ ଆଚରଣବିଧି ଉଲ୍ଲଂଘନର ଅଭିଯୋଗ ଆସିଥିବାରୁ ଦିଲ୍ଲୀର ମୁଖ୍ୟ ନିର୍ବାଚନ କମିଶନର ଏହାକୁ ନେଇ ନିଜର ରିପୋର୍ଟ ପ୍ରଦାନ କରିଛନ୍ତି । (ଏଜେନ୍ସୀ)
ବେଜିଂ : ଚୀନ୍ରେ କୋରୋନା ଭାଇରସ୍ ମୃତ୍ୟୁ ସଂଖ୍ୟା 107କୁ ବୃଦ୍ଧି ପାଇଥିବା ବେଳେ ବିଦେଶ ଗସ୍ତ ବାତିଲ କରିବା ପାଇଁ ଦେଶବାସୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚୀନ୍ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା 107 ଛୁଇଁଥିବା ବେଳେ ସଙ୍କ୍ରମିତଙ୍କ ସଂଖ୍ୟା 4 ହଜାରରେ ପହଞ୍ଚିଛି । ଉହାନ୍ ପ୍ରଦେଶରେ ସମୁଦାୟ 4100 ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ଭାରତରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା 30କୁ ବୃଦ୍ଧି ପାଇଥିବା ବେଳେ କେରଳରେ 400 ଲୋକଙ୍କୁ ଅବଜର୍ଭେସନ୍ରେ ରଖାଯାଇଛି । ଭାରତ ବ୍ୟତୀତ ଜର୍ମାନୀ, ଥାଇଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ମାଲେସିଆ ପ୍ରଭୃତି ରାଷ୍ଟ୍ରକୁ ସତର୍ମ ସୂଚନା ଜାରି କରାଯାଇଛି । (ଏଜେନ୍ସୀ)
ନୂଆଦିଲ୍ଲୀ : ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ମ୍ୟାଚ୍ ଫିର 15 ପ୍ରତିଶତ କଟାଯାଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳାର ଅନ୍ତିମ ମ୍ୟାଚ୍ରେ ଫାଫ୍ ଡୁପ୍ଲେସିସ୍ଙ୍କ ସହିତ ବ୍ରଡ୍ ଯୁକ୍ତିତର୍କ କରିଥିଲେ । ସାମ୍ କୁରାନ୍ଙ୍କ ଏକ ଥ୍ରୋ ଡୁପ୍ଲେସିସ୍ଙ୍କ ପ୍ୟାଡ୍ରେ ବାଜିଥିଲା । ଏହାପରେ ବ୍ରଡ୍ ଏବଂ ଡୁପ୍ଲେସିସ୍ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ବ୍ରଡ୍ ଆଇସିସି ନିୟମର ଧାରା 2.3ର ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ଆସିଥିଲା । 24 ମାସ ମଧ୍ୟରେ ବ୍ରଡ ଦ୍ବିତୀୟ ଥର ପାଇଁ ଏହି ନିୟମ ଭାଙ୍ଗିଥିବାରୁ ବ୍ରଡ୍ଙ୍କ ମ୍ୟାଚ୍ ଫିର 15 ପ୍ରତିଶତ କାଟିବା ପାଇଁ ମ୍ୟାଚ୍ ରେଫରୀ ଆଣ୍ଡି ପାଇକ୍ରଫ୍ଟ ନିର୍ଦ୍ଦେଶ ଦେଇଥିଲେ ।
ମୁମ୍ବାଇ : ବଲିଉଡ୍ ଅଭିନେତା ସୈଫ୍ ଅଲୀ ଖାନ୍ ନିଜର ଅପ୍କମିଙ୍ଗ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଫିଲ୍ମରେ ସୈଫ୍ଙ୍କ ବ୍ୟତିତ ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଏହି ଫିଲ୍ମର ଟାଇଟଲ୍ ଲଫଡେବାଜ୍ ରଖାଯାଇଛି । ଫରହାନ୍ ଅଖତର ଏବଂ ରୀତେଶ ସିଧଓ୍ବାନୀଙ୍କ ଏକ୍ସେଲ ଏଣ୍ଟରଟେନ୍ମେଣ୍ଟ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବରେ ରହିଛି । ବଣ୍ଟି ଔର ବବ୍ଲୀ-2 ପରେ ସିଦ୍ଧାନ୍ତଙ୍କ ସହିତ ଏହା ତାଙ୍କର ଦ୍ବିତୀୟ ଫିଲ୍ମ । ଏହି ଫିଲ୍ମ ବ୍ୟତିତ ବିକ୍ରମ ବେଧାର ହିନ୍ଦି ରିମେକ୍ରେ ମଧ୍ୟ ସୈଫ୍ ନଜର ଆସିବାକୁ ଯାଉଛନ୍ତି । ସୈଫ୍ଙ୍କ ଫିଲ୍ମ ଜଓ୍ବାନୀ ଜାନେମନ୍ ଚଳିତ ଶୁକ୍ରବାର ଦିନ ରିଲିଜ୍ ହେବାକୁ ଯାଉଛି । (ଏଜେନ୍ସୀ)
କାବୁଲ : ଆଫଗାନିସ୍ତାନର ଏକ ପୋଲିସ୍ ବେସ୍ ଉପରେ ତାଲିବାନ ପକ୍ଷରୁ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ 11 ଜଣ ପୋଲିସ୍ କର୍ମଚାରୀ ନିହତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ଏହି ଆକ୍ରମଣ ହୋଇଥିବା ବେଳେ ମଙ୍ଗଳବାର ଏହି ଆକ୍ରମଣ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ସୋମବାର ବିଳମ୍ବିତ ରାତିରେ ଘଟିଥିବା ଆକ୍ରମଣରେ 11 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 20 ରୁ ଅଧିକ ପୋଲିସ୍ କର୍ମୀ ଆହତ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ତାଲିବାନ ପକ୍ଷରୁ ନିଜକୁ ଦାୟୀ କରାଯାଇଛି । ଗତକାଲି ଆକ୍ରମଣ କରି ଆମେରିକୀୟ ଯୁଦ୍ଧବିମାନ ଖସାଇବା ପରେ ତାଲିବାନ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା । (ଏଜେନ୍ସୀ)
ନାଗପୁର : ଜଣେ ନିର୍ଭୟା ଏବେବି ନ୍ୟାୟ ପାଇଁ ଅପେକ୍ଷାରତ ରହିଥିବାବେଳେ ଦେଶରେ ପୁଣି ଆଉ ଏକ ନିର୍ଭୟା କାଣ୍ଡ ଦେଖିବାକୁ ମିଳିଛି । ଦେଶରେ ଦୁଷ୍କର୍ମ ଭଳି ଅପରାଧମାନ କମିବାରେ ନାଁ ଧରୁନାହିଁ । ନିକଟରେ ନାଗପୁରଠାରେ ପୁଣି ଥରେ ଏକ ନିର୍ଭୟା କାଣ୍ଡ ଦେଖିବାକୁ ମିଳିଛି । କାରଖାନାରେ କାମ କରୁଥିବା ଜଣେ 19 ବର୍ଷୀୟା ଯୁବତୀଙ୍କୁ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିବା ପରେ ଘଟାଇଛନ୍ତି ବର୍ବର କାଣ୍ଡ । କପଡା କାରଖାନାରେ କାମ କରୁଥିବା 19 ବର୍ଷୀୟା ଯୁବତୀଙ୍କୁ ସେହି କାରଖାନାର 52 ବର୍ଷୀୟ ସୁପରଭାଇଜର୍ର ଦୁଷ୍କର୍ମ କରିବା ସହିତ ଯୁବତୀଙ୍କ ଗୁପ୍ତସ୍ଥାନରେ ଲୁହା ରଡ୍ରେ ବର୍ବରକାଣ୍ଡ ଘଟାଇଛନ୍ତି । ଏହି ଘଟଣାଟି ଦିଲ୍ଲୀର ନିର୍ଭୟା କାଣ୍ଡକୁ ମନେପକାଇ ଦେଇଛି। ମିଳିଥିବା ସୂଚନା ଅନୁସାରେ ନାଗପୁରର ପାରଦୀ ଇଲାକାରେ ଗତ 21 ତାରିଖରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ଜଣକ ଫରୋର ରହିଥିବାବେଳେ ପୋଲିସ୍ ତଲାସ ଜାରି…
ଜେହାନାବାଦ : ଜେହାନାବାଦରୁ ଗିରଫ ହୋଇଛନ୍ତି ଶର୍ଜିଲ୍ ଇମାମ୍ । ଦେଶଦ୍ରୋହ ମାମଲାରେ ଦିଲ୍ଲୀ ପୋଲିସ୍ ବିହାରର ଜେହାନାବାଦରୁ ଶର୍ଜିଲଙ୍କୁ ଗିରଫ କରିଛି । ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଏବଂ ଦେଶଦ୍ରୋହ ଅଭିଯୋଗରେ ମଙ୍ଗଳବାର ଦିନ ଦିଲ୍ଲୀ ପୋଲିସ୍ ଶର୍ଜିଲଙ୍କୁ ଗିରଫ କରାଯାଇଛି । ଗତକାଲି ଶର୍ଜିଲ୍ଙ୍କ ବାସଭବନରେ ଚଢାଉ କରାଯାଇ ତାଙ୍କ ମାଙ୍କ ସମେତ ତିନି ଜଣଙ୍କୁ ଅଟକ ରଖି ପଚରା ଉଚୁରା କରାଯାଇଥିଲା । ମଙ୍ଗଳବାର ତାଙ୍କ ଭାଇଙ୍କୁ ପୋଲିସ୍ ଗିରଫ କରିବା ପରେ ମଙ୍ଗଳବାର ଅପରାହ୍ନରେ ଜେହାନାବାଦରୁ ପୋଲିସ୍ ଇମାମଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଉଲ୍ଲେଖଯୋଜ୍ୟ ଯେ, ଆଇଆଇଟି ମୁମ୍ବାଇର କମ୍ପ୍ୟୁଟର ସାଇନ୍ସ ସ୍ନାତକ ସର୍ଜିଲ୍ ଶାହିନବାଗରେ ନିଜ ଭାଷଣରେ ଦେଶବିରୋଧୀ ମନ୍ତବ୍ୟ ଦେଇଥିଲେ । (ଏଜେନ୍ସୀ)
ଜୟପୁର : କଂଗ୍ରେସ ନେତା ରାହୁଲ୍ ଗାନ୍ଧି ରାଜସ୍ଥାନ ଜୟପୁରଠାରେ ଏକ ଯୁବ ଆକ୍ରୋଶ ରାଲିକୁ ସମ୍ବୋଧିତ କରିଛନ୍ତି । କଂଗ୍ରେସ ନେତା ଏହି ରାଲିରେ ମୋଦି ସରକାର ଉପରେ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଛବିକୁ କ୍ଷତି ପହଞ୍ଚାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ରାହୁଲ୍ କହିଛନ୍ତି ଯେ, ଭାରତରେ ରହିଥିବା ଭାଇଚାରର ଛବିକୁ ମୋଦି ନଷ୍ଟ କରୁଛନ୍ତି । ଏହି ରାଲିରେ ରାହୁଲ୍ ଗାନ୍ଧି ବେରୋଜଗାରକୁ ସରକାରକୁ ଘେରିଛନ୍ତି। କଂଗ୍ରେସ ନେତା ରାହୁଲ୍ କହିଛନ୍ତି ଯେ, ଆଜି ନିବେଶକମାନେ ଭାରତରେ ନିବେଶ କରିବାକୁ ଡରୁଛନ୍ତି, କାରଣ ଏଠାରେ ହିଂସା ହେଉଛି । ଭାରତର ସରକାର ହିଂସାକୁ ଅଗ୍ରାଧିକାର ଦେଉଛନ୍ତି । ନରେନ୍ଦ୍ର ମୋଦି ଭାରତର ଭାଇଚାରର ଛବିକୁ ଭାଙ୍ଗି ଛନ୍ତି । ଆଗରୁ ଲୋକେ କହୁଥିଲେ ପାକିସ୍ତାନର ହିଂସାର ମାହୋଲ୍ ବୋଲି । ପାକିସ୍ତାନକୁ ହିଂସାର ଦେଶ କୁହାଯାଉଥିବାବେଳେ ଭାରତକୁ ପ୍ରେମର ଦେଶ ବୋଲି କୁହାଯାଉଥିଲା…
ନୂଆଦିଲ୍ଲୀ : ତିହାର ଜେଲ୍ରେ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ନିର୍ଭୟା ଗଣ ଦୁଷ୍କର୍ମ ମାମଲାର ଅନ୍ୟତମ ଅଭିଯୁକ୍ତ ମୁକେଶ ସିଂ ଅଭିଯୋଗ କରିଛି । 2012 ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଅଭିଯୁକ୍ତ ମୁକେଶ ପକ୍ଷରୁ ସୁପ୍ରିମକୋର୍ଟରେ ଅଭିଯୋଗ କରାଯାଇଛି । 2013ରୁ ତିହାର ଜେଲରେ ବନ୍ଦୀ ରହିଥିବା ମୁକେଶ ସହିତ ନିୟମିତ ଭାବରେ ଏପରି କରାଯାଉଥିବା ଅଭିଯୋଗ କରାଯାଇଛି । ଅନ୍ୟତମ ଅଭିଯୁକ୍ତ ଅକ୍ଷୟ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ବାଧ୍ୟ କରାଯିବା ସହିତ ନିର୍ଯାତନା ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି ।
ଜୟପୁର : ଜୟପୁର ଲିଟେରାରୀ ଫେଷ୍ଟିଭାଲ୍ରେ ବଲିଉଡ୍ ଅଭିନେତ୍ରୀ ଦିୟା ମିର୍ଜା କାନ୍ଦିବା ପରେ ଇଣ୍ଟରନେଟ୍ରେ ଏହାକୁ ସମାଲୋଚନା କରାଯାଇଛି । ପରିବେଶ ପରିବର୍ତ୍ତନକୁ ନେଇ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଦିୟା ମିର୍ଜା କାନ୍ଦି ପକାଇଥିଲେ । ପରିବେଶ ପରିବର୍ତ୍ତନ ଏବଂ ବାସ୍କେଟ୍ବଲ୍ ଖେଳାଳି କୋବ୍ ବ୍ରାୟାଣ୍ଟଙ୍କ ମୃତ୍ୟୁକୁ ନେଇ ଦିୟା କାନ୍ଦିଥିଲେ । ପରିବଶବିତ୍ ଗ୍ରେଟା ଥନ୍ବର୍ଗଙ୍କ ଶସ୍ତା କପି ବୋଲି ଅଭିହିତ କରିଥିଲେ ଟ୍ବିଟ୍ଟର ବ୍ୟବହାରକାରୀ । ଦିୟା ବର୍ତ୍ତମାନ ବଲିଉଡ୍ରେ ଚାଲୁନଥିବାରୁ ଶସ୍ତା ଲୋକପ୍ରିୟତା ପାଇଁ ଦିୟା ଏପରି ପଦକ୍ଷେପ ନେଇଛନ୍ତି ବୋଲି ଟ୍ବିଟ୍ଟର ବ୍ୟବହାରକାରୀଙ୍କ ପକ୍ଷରୁ ମତ ପ୍ରକାଶ ପାଇଥିଲା । (ଏଜେନ୍ସୀ)
ଗ୍ରେଟର ନୋଏଡା : ବିବାହ ପାଇଁ ମନା କରିବା ଯୁବତୀଙ୍କୁ ବେଶ୍ ମହଙ୍ଗା ପଡିଛି । ଜଣେ 18 ବର୍ଷୀୟା ଯୁବତୀ ନିଜଠାରୁ ଦୁଇଗୁଣ ବୟସରେ ବଡ ଜଣେ ବ୍ୟକ୍ତିଙ୍କୁ ବିବାହ କରିବାକୁ ମନା କରିବାରୁ ତାଙ୍କୁ ତାଙ୍କ ଘରଲୋକେ ହାତ ଗୋଡ଼ ବାନ୍ଧି ମାରପିଟ୍ କରିଛନ୍ତି । ଯୁବତୀ ଜଣକ 40 ବର୍ଷୀୟ ବ୍ୟକ୍ତିଙ୍କୁ ବିବାହ ପାଇଁ ମନା କରିବା କାରଣରୁ ତାଙ୍କୁ ଏସବୁ ଭୋଗିବାକୁ ପଡିଛି । ଏହିପରି ଏକ ଅଭାବନୀୟ ଘଟଣାଟି ଉତ୍ତରପ୍ରଦେଶର ନୋଏଡାଠାରେ ଘଟିଛି । ଗ୍ରେଟର୍ ନୋଏଡାର ଥାନା ବିଶରଖ୍ କ୍ଷେତ୍ରର ଏକ ଭାଇରାଲ୍ ଭିଡିଓରୁ ଏହା ଜଣାପଡିଥିଲା । ଯେଉଁଥିରେ ଜଣେ 18 ବର୍ଷୀୟା ଯୁବତୀଙ୍କୁ 40 ବର୍ଷୀୟା ବ୍ୟକ୍ତିଙ୍କ ସହିତ ବିବାହ କରିବାକୁ ବାଧ୍ୟ କରାଯାଉଥିବାବେଳେ ଯୁବତୀ ଜଣକ ରାଜି ନହେବାରୁ ତାଙ୍କ ହାତ ଗୋଡକୁ ବାନ୍ଧି ମାଡ ମରାଯାଉଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହିତ…
ନୂଆଦିଲ୍ଲୀ : ଗୁଜରାଟ ଦଙ୍ଗା ମାମଲାରେ 14 ଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ମଙ୍ଗଳବାର ଜାନୁୟାରୀ 28 ତାରିଖରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ଉଲ୍ଳେଖଯୋଗ୍ୟ ଯେ, ଗୋଧ୍ରା ଦଙ୍ଗାରେ ସର୍ଦ୍ଦାରପୁରାରେ ଏହି ଅଭିଯୁକ୍ତ ମାନେ 33 ଜଣ ମୁସଲିମ୍ଙ୍କୁ ଜୀଅନ୍ତା ଜଳାଇ ଦେଇଥିଲେ । ଦୁଇଟି ପର୍ଯ୍ୟାୟରେ ସମସ୍ତ ଅଭିଯୁକ୍ତଙ୍କୁ ଜାମିନରେ ଛଡାଯିବ । ପ୍ରଥମ ପର୍ଯ୍ୟାୟରେ ଇନ୍ଦୋରରୁ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଜବଲପୁରରୁ ଅଭିଯୁକ୍ତଙ୍କୁ ଜାମିନରେ ଛଡାଯିବ ବୋଲି ଜଣାପଡିଛି । ସମସ୍ତ ଅଭିଯୁକ୍ତଙ୍କୁ ଜାମିନରେ ଛଡାଯାଇଥିବା ବେଳେ ସମାଜସେବା ଏବଂ ଧାର୍ମିକ କାର୍ଯ୍ୟକଳାପରେ ଲିପ୍ତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦଙ୍ଗା ମାମଲାରେ 31 ଜଣ ଅଭିଯୁକ୍ତଙ୍କ ନାମ ରହିଥିବା ବେଳେ ଗୁଜରାଟ ହାଇକୋର୍ଟଙ୍କ ପକ୍ଷରୁ 14ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିବା ବେଳେ 17 ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।
କର୍ଣ୍ଣାଟକ : ସାଉଥ ସୁପରଷ୍ଟାର୍ ରଜୀନକାନ୍ତ ବେୟର୍ ଗ୍ରିଲସ୍ଙ୍କ ଲୋକପ୍ରିୟ ଶୋ’ ମ୍ୟାନ୍ ଭର୍ସେସ୍ ଓ୍ବାଇଲ୍ଡ’ରେ ନଜର ଆସିବେ । କର୍ଣ୍ଣାଟକର ଫରେଷ୍ଟ ଡିପାର୍ଟମେଣ୍ଟ୍ ଏହି ଖବରକୁ କନଫର୍ମ କରିଛନ୍ତି । ଏହି ଶୋ’ର ଶୁଟିଂ କର୍ଣ୍ଣାଟକର ବନ୍ଦିପୁର ଜଙ୍ଗଲରେ ଆରମ୍ଭ ହେଉଛି । ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଶୁଟିଂ ତିନି ଦିନ ଧରି ଚାଲିବ । ଏହି ଶୁଟିଂରେ ରଜନୀକାନ୍ତ ଓ ଗ୍ରିଲ୍ସଙ୍କ ସହ 18ଜଣ କ୍ର୍ୟୁ ମେମ୍ବର ସାମିଲ୍ ରହିଛନ୍ତି । ପୂର୍ବରୁ ନରେନ୍ଦ୍ର ମୋଦି ମଧ୍ୟ ଏହି ଶୋ’ରେ ନଜର ଆସିଥିଲେ । 2019 ଅଗଷ୍ଟ12 ତାରିଖରେ ଡିସ୍କଭରୀ ଚ୍ୟାନେଲ୍ରେ ଏହି ଅଧ୍ୟାୟର ପ୍ରସାରଣ ହୋଇଥିଲା । ଏହା ଜିମ୍ କାର୍ବେଟ୍ ଜଙ୍ଗଲ୍ରେ ଶୁଟିଂ ହୋଇଥିଲା । ‘ମ୍ୟାନ୍ ଭର୍ସେସ୍ ଓ୍ବାଇଲ୍ଡ’ ଦୁନିଆର ସବୁଠୁ ଟ୍ରେଡିଂ ଟେଲିଭିଜନ ଇଭେଣ୍ଟ ।

