ଚୀନ : ଆମର ପଡୋଶୀ ଦେଶରେ ମାରାତ୍ମକ ଭୂତାଣୁ କୋରୋନା ଯୋଗୁଁ ମୃତକଙ୍କ ସଂଖ୍ୟା ଏବେ 25କୁ ବୃଦ୍ଧି ଘଟିଛି। ଏହି ଭୂତାଣୁ ଯୋଗୁଁ 500ରୁ ଅଧିକ ରୋଗରେ ପଡିଛନ୍ତି । ସାଉଦି ଆରବରେ ଜଣେ ଭାରତୀୟ ଏହି ଭୂତାଣୁଗ୍ରସ୍ତ ହୋଇଛନ୍ତି । ସେହିପରି ଚୀନ୍ର ବୁହାନରେ ମଧ୍ୟ କିଛି ଭାରତୀୟ ଏହି ଭୂତାଣୁ ଆକ୍ରମଣର ଶିକାର ହୋଇଛନ୍ତି । ଭାରତୀୟ ଦୂତାବାସ ଏହି ଭାରତୀୟଙ୍କ ବିଷୟରେ ଜାଣିବା ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି କରିଛନ୍ତି । ବୁହାନ ଓ ଆଖପାଖ ଅଞ୍ଚଳରେ ପ୍ରାୟ 700ଜଣ ଭାରତୀୟ ଛାତ୍ର ରହିଛନ୍ତି । ଏହି ସମସ୍ତ ଭାରତୀୟଙ୍କ ବିଷୟରେ ତଥ୍ୟ ଜାଣିବା ପାଇଁ ଭାରତୀୟ ଦୂତାବାସ ଦୁଇଟି ହେଲ୍ପଲାଇନ୍ ଜାରି କରିଛି । +8618612083629 ଓ +8618612083617 । ଏହି ମାରାତ୍ମକ ଭୂତାଣୁ ପାଇଁ କେରଳକୁ ମଧ୍ୟ ଆର୍ଲଟ ଜାରି କରାଯାଇଛି । ସେହିପରି ଦିଲ୍ଲୀ, ମୁମ୍ବାଇ ଓ କୋଲକାତା ବିମାନବନ୍ଦରରେ…
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଯାଜପୁର : ଆଜି ଯାଜପୁର କୋରେଇ ବ୍ଲକର ସମସ୍ତ ସ୍କୁଲ ଛୁଟି ଦିଆଯାଇଛି। ହାତୀ ଭୟରେ ସ୍କୁଲ୍ ଛୁଟି ଘୋଷଣା କରିଛି ଯାଜପୁର ଜିଲ୍ଲା ପ୍ରଶାସନ। କୋରେଇ ଓ ବ୍ୟାସନଗର ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଥିବାରୁ ଆଜି ଏହି ଅଞ୍ଚଳର ସମସ୍ତ ପ୍ରାଇମେରୀ ଓ ହାଇସ୍କୁଲ୍ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଗତ ୪ ଦିନ ହେବ ପଛିକୋଟ ଜଙ୍ଗଲରୁ ଆସିଥିବା ହାତୀ ଆହତ ଅବସ୍ଥାରେ ବ୍ୟାସନଗର ଅଞ୍ଚଳକୁ ପଶି ଆସିଥିଲା। ୩ ଦିନ ପୂର୍ବେ ହାତୀଟି ଜଣଙ୍କୁ ମାରିଥିବା ବେଳେ ଗତକାଲି ଗୋଡ଼ିପାଟଣା ଓ ରାଧାପାଟଣା ଗାଁର ୨ ଜଣଙ୍କୁ ଦଳି ମାରିଛି। ହାତୀ ଆକ୍ରମଣରେ ବନ ବିଭାଗ କର୍ମଚାରୀଙ୍କ ସମେତ ୩ଜଣ ଗୁରୁତର ଆହତ ହୋଇଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବାକୁ ଉଦ୍ୟମ ଜାରି ରହିଛି। (ଏଜେନ୍ସି)
ନୂଆଦିଲ୍ଲୀ : ଭାରତୀୟ ସେନାରେ ଓଡ଼ିଆ ଅଫିସରଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ଲେପ୍ଟନାଣ୍ଟ ଜେନେରାଲ ସିପି ମହାନ୍ତିଙ୍କୁ ଦକ୍ଷିଣାଞ୍ଚଳ କମାଣ୍ଡର ଭାବେ ନିଯୁକ୍ତ କରାଯାଇଛି। ସେ ଲେପ୍ଟନାଣ୍ଟ ଜେନେରାଲ ଏସ.କେ.ସାଇନିଙ୍କ ସ୍ଥାନ ନେବେ । ଲେପ୍ଟନାଣ୍ଟ ଜେନେରାଲ ସାଇନି ଆସନ୍ତା ୨୫ ତାରିଖରେ ଭାରତୀୟ ସେନାରେ ନୂଆ ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ । ପାକିସ୍ତାନ ଓ ଚୀନ ସୀମାରେ ଅପରେସନ୍ ସହିତ ଆସାମ୍ରେ ଅନୁପ୍ରବେଶ ବିରୋଧୀ ମୁକାବିଲାରେ ଲେଫ୍ଟନାଣ୍ଟ ଜେନେରାଲ୍ ସି.ପି. ମହାନ୍ତିଙ୍କ ଅଭିଜ୍ଞତା ରହିଛି । ଭାରତୀୟ ସେନାର କମାଣ୍ଡର ଭାବେ ଦାୟିତ୍ୱ ସମ୍ଭାଳିବାରେ ଦ୍ୱିତୀୟ ଓଡ଼ିଆ ହେଉଛନ୍ତି ସି. ପି. ମହାନ୍ତି । ପୂର୍ବରୁ ଲେଫ୍ଟନାଣ୍ଟ କଲୋନେଲ୍ ଜେ. କେ. ମହାନ୍ତି ମଧ୍ୟ କମାଣ୍ଡର ହୋଇଥିଲେ । (ଏଜେନ୍ସି)
ମୁମ୍ବାଇ: ଫିଲ୍ମି ଫ୍ରାଇଡେ’ରେ ଆଜି ପରଦାକୁ ଆସିଛି ଦୁଇଟି ଚଳଚ୍ଚିତ୍ର । କଙ୍ଗନା ରଣାଓ୍ବତଙ୍କ ‘ପଙ୍ଗା’ ଓ ବରୁଣ-ଶ୍ରଦ୍ଧା ଅଭିନୀତ ଡ୍ୟାନ୍ସ ଆଧାରିତ ଫିଲ୍ମ ‘ଷ୍ଟ୍ରିଟ୍ ଡ୍ୟାନ୍ସର ଥ୍ରିଡି’ । 2013ରେ ପରଦାକୁ ଆସିଥିବା ‘ଏବିସିଡି’ର ତୃତୀୟ ସଂସ୍କରଣ ହେଉଛି ‘ଷ୍ଟ୍ରିଟ୍ ଡ୍ୟାନ୍ସର୍ ଥ୍ରୀଡି’ । ଏହି ଫିଲ୍ମକୁ ରେମୋ ଡି’ସୁଜା ନିର୍ଦ୍ଦେଶନା ଦେଇଥିବାବେଳେ ଏହି ଫିଲ୍ମରେ ବରୁଣ – ଶ୍ରଦ୍ଧାଙ୍କ ବ୍ୟତୀତ ପ୍ରଭୁଦେବା, ନୋରା ଫତେହୀ, ଅପାରଶକ୍ତି ଖୁରାନା, ରାଘବ, ଧର୍ମେଶ, ପୁନୀତ୍ ସମେତ ବହୁ ଡ୍ୟାନ୍ସରମାନେ ଏହି ଫିଲ୍ମରେ ଅଭିନୟ କରିଛନ୍ତି । 70ରୁ 80କୋଟି ବଜେଟ୍ରେ ନିର୍ମିତ ଏହି ଫିଲ୍ମର ନିର୍ମାଣ କରିଛନ୍ତି ଭୂଷଣ କୁମାର । ଏଥିରେ ମୋଟ 11ଟି ଗୀତ ରହିଥିବାବେଳେ ଗୀତ ପାଇଁ 5 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ସେହିପରି ଆଜି ରିଲିଜ ହୋଇଥିବା ଅନ୍ୟ ଏକ ଫିଲ୍ମ ହେଉଛି ପଙ୍ଗା । ଏହି ଫିଲ୍ମରେ କଙ୍ଗନାଙ୍କ ବ୍ୟତୀତ ଋଚା…
କେଦାର ମିଶ୍ର ଚିରକାଳ ବିଜେପିର ବିଚାର ଓ କାର୍ୟଶୈଳୀକୁ ସମାଲୋଚନା କରି ଆସୁଥିବା ମୋ ଭଳି ଜଣେ ସମାଲୋଚକ ପାଖରୁ, ଏମିତି ଏକ ଶୀର୍ଷକ ଦେଖି କେହି କେହି ଚମକି ପଡିବେ ନିଶ୍ଚୟ। ତେବେ ଏ ଶୀର୍ଷକ ଲେଖିବାକୁ ଆମେ ବାଧ୍ୟ, କାରଣ ଭାରତୀୟ ଜନତା ପାର୍ଟିର ଚାଳିଶ ବର୍ଷର ଇତିହାସ ଓ ଏହାର ପୂର୍ବ ଅବତାର ଜନସଙ୍ଘର ୨୫ ବର୍ଷର ଅସ୍ତିତ୍ବରେ ଅମିତ ଶାହାଙ୍କ ଭଳି ସଭାପତି, ସେମାନେ ପାଇନଥିଲେ। ଆଗକୁ ପାଇବେ କି ନା, ସେଥିରେ ସନ୍ଦେହ ରହିଛି। ବିଜେପିକୁ “ଭାତ ଡାଲମା ଓ ଧୋତି କୁର୍ତ୍ତା”ର ଦଳରୁ ସବୁଠୁ “ହାଇ ଟେକ ଓ କର୍ପୋରେଟ ଢାଞ୍ଚା” ର ସଂଗଠନ ଭାବେ ଗଢି ତୋଳିବାରେ ଅମିତ ଶାହାଙ୍କର ଅନନ୍ୟ ଭୂମିକା ରହିଛି। ଏହା କେତେଦୂର ଭଲ ଓ ବିଜେପି ଆଦର୍ଶ ସହିତ ଏହା କେତେଦୂର ଖାପ ଖାଉଛି, ସେ ପ୍ରସଙ୍ଗ ଭିନ୍ନ। ହେଲେ ଏକ ରାଜନୈତିକ ଦଳ ଭାବରେ…
ଭୁବନେଶ୍ବର- ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକରେ ପତାକା ଉତ୍ତୋଳନ କରିବେ ନାହିଁ। ହେଲେ ଭୁବନେଶ୍ବରରେ ରାଜ୍ୟପାଳଙ୍କ ଦ୍ବାରା ହେବାକୁ ଥିବା ପତାକା ଉତ୍ତୋଳନ ଉତ୍ସବରେ ସମ୍ମାନିତ ଅତିଥୀ ଭାବେ ଯୋଗଦେବେ। ଏନେଇ ଆଜି ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାଧାରଣତଃ ଗଣତନ୍ତ୍ର ଦିବସରେ ରାଜ୍ୟ ସ୍ତରୀୟ ପତାକା ଉତ୍ତୋଳନ ଓ ପାରେଡ ଭୁବନେଶ୍ବରର ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହୋଇଥାଏ। ସେଥିରେ ନିୟମ ଅନୁସାରେ ରାଜ୍ୟପାଳ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ପାରେଡରେ ଅଭିବାଦନ ଗ୍ରହଣ କରିଥାନ୍ତି। ସେହିଦିନ ପରଂପରା ଅନୁସାରେ ମୁଖ୍ୟମନ୍ତ୍ରୀ କଟକ ବାରବାଟୀରେ ପତାକା ଉତ୍ତୋଳନ କରିବା ସହିତ ପାରେଡରେ ଅଭିବାଦନ ଗ୍ରହଣ କରନ୍ତି। ହେଲେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ କରାଯାଇଛି। ପ୍ରଥମ ଥର ପାଇଁ ରାଜ୍ୟପାଳଙ୍କ ପତାକା ଉତ୍ତୋଳନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥୀ ଭାବେ ଯୋଗ ଦେବେ। କଟକରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ପତାକା ଉତ୍ତୋଳନ କରିବେ।
ଆଗ୍ରା : ନବ ନିର୍ବାଚିତ ବିଜେପି ସଭାପତି ଜେପି ନଡ୍ଡା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ଗୁରୁବାର ଆଗ୍ରାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାହୁଲ ନାଗରିକତ୍ବ ସଂଶୋଧନ ଆଇନ ସମ୍ପର୍କରେ 10 ଧାଡି କହିବା ପାଇଁ ଆହ୍ବାନ ଦେଇଛନ୍ତି । ଯଦି ରାହୁଲ ସିଏଏ ସମ୍ବନ୍ଧରେ 10 ଧାଡି କହିବାରେ ସକ୍ଷମ ହୁଅନ୍ତି ତେବେ ବିଜେପି ପକ୍ଷରୁ ତାଙ୍କୁ ସମର୍ଥନ କରାଯିବ ବୋଲି ନାଡ୍ଡା କହିଛନ୍ତି । କଂଗ୍ରେସ ନେତୃତ୍ବ ବର୍ତ୍ତମାନ ମାନସିକ ଦେବାଳିଆପଣର ଶିକାର ହୋଇଛି ବୋଲି ନଡ୍ଡା ପ୍ରକାଶ କରିଛନ୍ତି । ଆଗ୍ରାରେ ସିଏଏ ସମର୍ଥିତ ଏକ ସଭାରେ ନାଡ୍ଡା ରାହୁଲଙ୍କ ବିପକ୍ଷରେ ଏହି ମତ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଯୋଗ ଦେଇଥିଲେ ।(ଏଜେନ୍ସୀ)
ନୂଆଦିଲ୍ଲୀ- ଓଡିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଭାବେ ବରିଷ୍ଠ ଆଡଭୋକେଟ ସାବିତ୍ରୀ ରଥଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ କଲୋଜିୟମ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ସେହିପରି ଆଉ ଦୁଇଟି ରାଜ୍ୟର ବିଚାରପତିଙ୍କ ନାମକୁ ମଧ୍ୟ ସୁପ୍ରିମ କୋର୍ଟ କଲୋଜିୟମ ସ୍ବୀକୃତି ପ୍ରଦାନ କରିଛନ୍ତି। ସେମାନେ ହେଲେ ବମ୍ବେ ହାଇକୋର୍ଟର ବିଚାରପତି ଭାବେ ଅଭୟ କୁମାର ଆହୁଜା ଏବଂ ଜାମ୍ମୁ ଓ କାଶ୍ମୀରର ବିଚାରପତି ଜାଭେଦ ଇକବଲ ୱାନିଙ୍କ ନାମକୁ ମଧ୍ୟ ସୁପାରିଶ କରିଛନ୍ତି। ସାବିତ୍ରୀ ରଥ ଓଡିଶା ହାଇକୋର୍ଟରେ ବରିଷ୍ଠ ଓକିଲ ଭାବେ ଦୀର୍ଘ ଦିନ ଧରି ଅଭିଜ୍ଞତା ରହିଛି। ସେହି ଅଭିଜ୍ଞତାକୁ ଆଧାର କରି କୋଲେଜିୟମ ତାଙ୍କୁ ବିଚାରପତି ଭାବେ ମନୋନିତ କରିଛନ୍ତି।
Hyderabad: Stills from Telugu film “Disco Raja” in Hyderabad. (Photo: IANS)
Amritsar: People pay tributes to Netaji Subhas Chandra Bose on his 123rd birth anniversary, in Amritsar on Jan 23, 2020. (Photo: IANS)
Mumbai: Actress Genelia D’Souza seen at a Bandra gym in Mumbai on Jan 21, 2020. (Photo: IANS)
Mumbai: Actress Nushrat Bharucha seen at a Bandra cafe in Mumbai on Jan 21, 2020. (Photo: IANS)
Mumbai: Actress Vaani Kapoor seen at a Bandra gym in Mumbai on Jan 21, 2020. (Photo: IANS)
Mumbai: Actress Anushka Sharma seen at Bandra in Mumbai on Jan 21, 2020. (Photo: IANS)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର- ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କୁ ଆଜି ଭବନୀପାଟଣାରୁ ଭିଜିଲାନସ ଟିମ୍ ଗିରଫ କରିଛି। ପୂର୍ବରୁ ଜୟପୁର ଭିଜିଲାନସ ଟିମ ତାଙ୍କର ସମସ୍ତ ରେକର୍ଡ ପତ୍ର ଏବଂ ବ୍ୟାଙ୍କ ଆକାଉଣ୍ଟ ଗୁପ୍ତ ଭାବେ ଯାଞ୍ଚ କରୁଥିଲେ। ପରବର୍ତ୍ତି ସମୟରେ ସେସବୁ ଆୟ ବର୍ହିଭୂତ ସଂପତ୍ତି ବୋଲି ଜାଣିବା ପରେ ଆଜି ତାଙ୍କ ଘରେ ଚଢାଉ କରିଥିଲେ। ଏହି ଚଢାଉ ବେଳେ ସେସବୁର ପ୍ରମାଣ ମିଳିବା ପରେ ତାଙ୍କୁ ଭିଜିଲାନସ ଟିମ ଗିରଫ କରି କୋର୍ଟ ଚାଲାଣ କରିଛି। ବର୍ତ୍ତମାନ ତାଙ୍କ ପାଖରେ ପ୍ରାୟ 3 କୋଟିରୁ ଅଧିକ ସଂପତ୍ତି ରହିଛି ବୋଲି ଜଣାପଡିଛି। ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ଏକକାଳୀନ 45 ଲକ୍ଷ ଟଙ୍କା ଜମା ହେବା ପରେ ଭିଜିଲାନସ ଟିମର ସନ୍ଦେହ ଦେଖାଦେଇଥିଲା। ତାଙ୍କୁ ଗିରଫ କରିବା ପରେ ମଧ୍ୟ ଏହି ଟଙ୍କାର ସେ କୌଣସି ହିସାବ ଦେଇପାରୁ ନାହାଁନ୍ତି। ଗତ 17 ତାରିଖରେ ଅନାମଙ୍କ…
ଭୋପାଳ : ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂ ଆରଏସ୍ଏସ୍କୁ ସମାଲୋଚନା କରିଛନ୍ତି । ସମସ୍ତ ଭାରତୀୟ ହିନ୍ଦୁ ବୋଲି ଆରଏସ୍ଏସ୍ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟକୁ କଂଗ୍ରେସ ନେତା ଦିଗ୍ବିଜୟ ସିଂଙ୍କ ପକ୍ଷରୁ ସମାଲୋଚନା କରାଯାଇଛି । ଏହି ମନ୍ତବ୍ୟକୁ ସିମାଲୋଚନା କରିବାକୁ ଯାଇ ଦିଗ୍ବିଜୟ କହିଛନ୍ତି, ସେ କୌଣସି ଧର୍ମ ଆଡକୁ ଢଳିକରି ନାହାନ୍ତି, ବରଂ ପ୍ରଥମେ ସେ ଜଣେ ଭାରତୀୟ । ଭାରତୀୟ ହେବା ପାଇଁ ହିନ୍ଦୁ ହେବା ଆଦୌ ଜରୁରୀ ନୁହେଁ । ଆରଏସ୍ଏସ୍ ପକ୍ଷରୁ ଏଭଳି ମନ୍ତବ୍ୟ ଦିଆଯାଇ ହିନ୍ଦୁ ତୁଷ୍ଟୀକରଣର ପ୍ରୟାସ କରାଯାଉଛି ବୋଲି ଦିଗ୍ବିଜୟ କହିଛନ୍ତି । (ଏଜେନ୍ସୀ)
ମୁମ୍ବାଇ : ହଲିଉଡର ଅନ୍ୟତମ ସୁପରହିଟ୍ ଏବଂ ହାଇଏଷ୍ଟ ଗ୍ରସିଙ୍ଗ ଫିଲ୍ମ କ୍ୟାପ୍ଟେନ୍ ମାର୍ଭେଲ୍ର ସିକ୍ବେଲ ରିଲିଜ୍ ନେଇ ଘୋଷଣା କରାଯାଇଛି । ଏହି ଫିଲ୍ମ ପାଇଁ ପ୍ରଥମ ଥର ଡିଜ୍ନୀ ଏବଂ ମାର୍ଭେଲ୍ ଏକାଠି କାମ କରିବାକୁ ଯାଉଛନ୍ତି । କ୍ୟାପ୍ଟେନ୍ ମାର୍ଭେଲ୍ 2022ରେ ରିଲିଜ୍ ନେଇ ଡିଜ୍ନୀ ପକ୍ଷରୁ ଘୋଷଣା କରାଯାଇଛି । ଏହି ଫିଲ୍ମ ବ୍ୟତିତ 2022ରେ ବ୍ଲାକ୍ ଓ୍ବିଡୋ, ଦ ଏଟରନାଲ୍ସ ଏବଂ ଥର୍ର ତୃତୀୟ ଭାଗ ରିଲିଜ୍ ହେବାକୁ ଯାଉଛି । ବ୍ରିଏ ଲାର୍ସନ୍ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଥିବା ବେଳେ ଓ୍ବାଣ୍ଡା ଭିଜନ୍ ସିରିଜ୍ର କାହାଣୀ ଲେଖକ ମେଗାନ୍ ମ୍ୟାକ୍ଡୋନେଲ୍ ଏହି ଭାଗର କାହାଣୀ ଲେଖିଛନ୍ତି । ଏହି ଫିଲ୍ମରେ ମୋନିକା ରାମବ୍ୟୁ ବ୍ରିଏ ଲାର୍ସନଙ୍କ ଛୋଟ ବେଳର ଚରିତ୍ରରେ ନଜର ଆସିବେ । (ଏଜେନ୍ସୀ)
କରାଚୀ : ପାକିସ୍ତାନ ପକ୍ଷରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲଞ୍ଚ କରାଯାଉଥିବା କ୍ଷେପଣାସ୍ତ୍ର ଘଜନଭୀର ଲଞ୍ଚ କରାଯାଇଛି । ଗୁରୁବାର ଆଇଏସ୍ପିଆର ପକ୍ଷରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ଉତ୍କ୍ଷେପଣ କରାଯାଉଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟ ଭେଦ ଦୂରତା 290 କିମି ରହିଛି । ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ ହୋଇଥିବା ନେଇ ପାକିସ୍ତାନ ସେନାର ଲ୍ୟୁଟନାଣ୍ଟ ଜେନେରାଲ ନଦୀମ୍ ଜାକି ମଞ୍ଜ ସୂଚନା ଦେଇଛନ୍ତି । ଏହି କ୍ଷେପଣାସ୍ତ୍ର ପାକିସ୍ତାନ ସେନାରେ ସାମିଲ ହେଲେ ସେନାର ଶକ୍ତି ବୃଦ୍ଧି ହେବ ବୋଲି ମଞ୍ଜ ସୂଚନା ଦେଇଛନ୍ତି । (ଏଜେନ୍ସୀ)
ରଞ୍ଜିତ ପଣ୍ଡା କୁଜଙ୍ଗ: ସମଗ୍ର ଦେଶରେ ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ବିକ୍ଷୋଭ କରାଯାଉଥିବା ବେଳେ ତିର୍ତ୍ତୋଲରେ ମଧ୍ୟ ନାଗରିକତା ଆଇନ ବିରୋଧରେ ଏକ ପ୍ରତିବାଦ ସଭା ଏବଂ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ତିର୍ତ୍ତୋଲ ଯୁବ କଂଗ୍ରେସ ସଭାପତି ବେଦଦ୍ୟୁତି ପୃଷ୍ଟି ସଭାପତିତ୍ବ କରିଥିଲେ । ପ୍ରତିବାଦ ସଭା ପରେ ଏକ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା । ନାଗରିକତ୍ବ ଆଇନକୁ ବିରୋଧ କରି ତିର୍ତ୍ତୋଲର କଟକ ପାରାଦ୍ଵୀପ ରାସ୍ତାରେ ଏକ ଶୋଭାଯାତ୍ରା କରାଯାଇ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।
ନୂଆଦିଲ୍ଲୀ : ସିଏଏ ଏବଂ ଏନ୍ଆରସି ପ୍ରତିବାଦରେ ନୂଆଦିଲ୍ଲୀର ଶାହିନବାଗରେ ସଙ୍ଗଠିତ ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଏକ ଆଇଡିଆ ଦେଇଛନ୍ତି ବିଜେପି ସାାଂସଦ ସୁବ୍ରମଣ୍ୟମ ସ୍ବାମୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଆଇଡିଆ ପ୍ରଣୟନ କରିବାକୁ ଅନୁରୋଧ କରିଛନ୍ତି । ଶାହିନବାଗ ପ୍ରତିବାଦକାରୀଙ୍କ କାରଣରୁ ସାଧାରଣ ଲୋକଙ୍କ ଜୀବନଯାତ୍ରା ବ୍ୟାହାତ ହେଉଛି । ରାତି ଅଧିଆ ପ୍ରଦର୍ଶନକାରୀଙ୍କୁ ଏକ ଖୋଲାସ୍ଥାନକୁ ନେଇ ଛାଡି ଦିଆଯାଉ ଏବଂ ସେମାନଙ୍କ ପାଇଁ ଅସ୍ଥାୟୀ ଟେଣ୍ଟ ମଧ୍ୟ ନିର୍ମାଣ କରାଯାଉ ବୋଲି ସ୍ବାମୀ କହିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ଜାମିଆ ମାଲିଆ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ୍ର ଆକ୍ରମଣ ପରେ ଡିସେମ୍ବର 15 ତାରିଖରୁ ଶାହିନବାଗରେ ପ୍ରତିବାଦ ଜାରି ରହିଛି । ସ୍ବାମୀଙ୍କ ମନ୍ତବ୍ୟ ପୂର୍ବରୁ ପ୍ରତିବାଦକାରୀଙ୍କ ବିପକ୍ଷରେ ଦେଶଦ୍ରୋହର ମାମଲା ରୁଜୁ କରିବା ପାଇଁ ହିନ୍ଦୁ ମହାସଭା ପକ୍ଷରୁ ଦାବି କରାଯାଇଥିଲା ।
ଜୟପୁର : ସିଏଏ ଏବଂ ଏନ୍ଆର୍ସିକୁ ବିରୋଧ କରିଛନ୍ତି ନନ୍ଦିତା ଦାସ । ଜୟପୁର ସାହିତ୍ୟ ଉତ୍ସବରେ ଯୋଗ ଦେବା ଅବସରରେ ନନ୍ଦିତା ଦାସ ଏହି ମତ ଦେଇଛନ୍ତି । ଗୁରୁବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ନନ୍ଦିତା ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ(ଏନ୍ଆରସି)କୁ ସମାଲୋଚନା କରିଛନ୍ତି ଅଭିନେତ୍ରୀ ଏବଂ ନିର୍ଦ୍ଦେଶିକା ନନ୍ଦିତା ଦାସ । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର, ମାତ୍ର ବର୍ତ୍ତମାନ ଦେଶରେ ଘଟୁଥିବା ଘଟଣା ଦେଶର ଧର୍ମନିରପେକ୍ଷତା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ନନ୍ଦିତା କହିଛନ୍ତି । ପ୍ରଥମ ଥର ପାଇଁ ଦେଶରେ ସାମ୍ପ୍ରଦାୟିକତାକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି ନନ୍ଦିତା କହିଛନ୍ତି । ଦେଶର ଅର୍ଥବ୍ୟବସ୍ଥା ବର୍ତ୍ତମାନ ଭୁଷୁଡି ପଡିଥିବା ବେଳେ କେନ୍ଦ୍ର ସରକାର ଧର୍ମ ନାମରେ ଦେଶରେ ଅଶାନ୍ତ ପରସ୍ଥିତି ସୃଷ୍ଟି କରିବା ଗ୍ରହଣୀୟ ନୁହେଁ । ଏହି ଆଇନ ବିପକ୍ଷରେ ଦେଶବାସୀ ଏକତ୍ର ହୋଇ ପ୍ରତିରୋଧ କରିବା ପାଇଁ ନନ୍ଦିତା…

