Author: Samikhsya Bureau

ଆଗ୍ରା : ନବ ନିର୍ବାଚିତ ବିଜେପି ସଭାପତି ଜେପି ନଡ୍ଡା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ଗୁରୁବାର ଆଗ୍ରାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାହୁଲ ନାଗରିକତ୍ବ ସଂଶୋଧନ ଆଇନ ସମ୍ପର୍କରେ 10 ଧାଡି କହିବା ପାଇଁ ଆହ୍ବାନ ଦେଇଛନ୍ତି । ଯଦି ରାହୁଲ ସିଏଏ ସମ୍ବନ୍ଧରେ 10 ଧାଡି କହିବାରେ ସକ୍ଷମ ହୁଅନ୍ତି ତେବେ ବିଜେପି ପକ୍ଷରୁ ତାଙ୍କୁ ସମର୍ଥନ କରାଯିବ ବୋଲି ନାଡ୍ଡା କହିଛନ୍ତି । କଂଗ୍ରେସ ନେତୃତ୍ବ ବର୍ତ୍ତମାନ ମାନସିକ ଦେବାଳିଆପଣର ଶିକାର ହୋଇଛି ବୋଲି ନଡ୍ଡା ପ୍ରକାଶ କରିଛନ୍ତି । ଆଗ୍ରାରେ ସିଏଏ ସମର୍ଥିତ ଏକ ସଭାରେ ନାଡ୍ଡା ରାହୁଲଙ୍କ ବିପକ୍ଷରେ ଏହି ମତ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଯୋଗ ଦେଇଥିଲେ ।(ଏଜେନ୍ସୀ)

Read More

ନୂଆଦିଲ୍ଲୀ- ଓଡିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଭାବେ ବରିଷ୍ଠ ଆଡଭୋକେଟ ସାବିତ୍ରୀ ରଥଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ କଲୋଜିୟମ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ସେହିପରି ଆଉ ଦୁଇଟି ରାଜ୍ୟର ବିଚାରପତିଙ୍କ ନାମକୁ ମଧ୍ୟ ସୁପ୍ରିମ କୋର୍ଟ କଲୋଜିୟମ ସ୍ବୀକୃତି ପ୍ରଦାନ କରିଛନ୍ତି। ସେମାନେ ହେଲେ ବମ୍ବେ ହାଇକୋର୍ଟର ବିଚାରପତି ଭାବେ ଅଭୟ କୁମାର ଆହୁଜା ଏବଂ ଜାମ୍ମୁ ଓ କାଶ୍ମୀରର ବିଚାରପତି ଜାଭେଦ ଇକବଲ ୱାନିଙ୍କ ନାମକୁ ମଧ୍ୟ ସୁପାରିଶ କରିଛନ୍ତି। ସାବିତ୍ରୀ ରଥ ଓଡିଶା ହାଇକୋର୍ଟରେ ବରିଷ୍ଠ ଓକିଲ ଭାବେ ଦୀର୍ଘ ଦିନ ଧରି ଅଭିଜ୍ଞତା ରହିଛି। ସେହି ଅଭିଜ୍ଞତାକୁ ଆଧାର କରି କୋଲେଜିୟମ ତାଙ୍କୁ ବିଚାରପତି ଭାବେ ମନୋନିତ କରିଛନ୍ତି।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର- ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କୁ ଆଜି ଭବନୀପାଟଣାରୁ ଭିଜିଲାନସ ଟିମ୍ ଗିରଫ କରିଛି। ପୂର୍ବରୁ ଜୟପୁର ଭିଜିଲାନସ ଟିମ ତାଙ୍କର ସମସ୍ତ ରେକର୍ଡ ପତ୍ର ଏବଂ ବ୍ୟାଙ୍କ ଆକାଉଣ୍ଟ ଗୁପ୍ତ ଭାବେ ଯାଞ୍ଚ କରୁଥିଲେ। ପରବର୍ତ୍ତି ସମୟରେ ସେସବୁ ଆୟ ବର୍ହିଭୂତ ସଂପତ୍ତି ବୋଲି ଜାଣିବା ପରେ ଆଜି ତାଙ୍କ ଘରେ ଚଢାଉ କରିଥିଲେ। ଏହି ଚଢାଉ ବେଳେ ସେସବୁର ପ୍ରମାଣ ମିଳିବା ପରେ ତାଙ୍କୁ ଭିଜିଲାନସ ଟିମ ଗିରଫ କରି କୋର୍ଟ ଚାଲାଣ କରିଛି। ବର୍ତ୍ତମାନ ତାଙ୍କ ପାଖରେ ପ୍ରାୟ 3 କୋଟିରୁ ଅଧିକ ସଂପତ୍ତି ରହିଛି ବୋଲି ଜଣାପଡିଛି। ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ଏକକାଳୀନ 45 ଲକ୍ଷ ଟଙ୍କା ଜମା ହେବା ପରେ ଭିଜିଲାନସ ଟିମର ସନ୍ଦେହ ଦେଖାଦେଇଥିଲା। ତାଙ୍କୁ ଗିରଫ କରିବା ପରେ ମଧ୍ୟ ଏହି ଟଙ୍କାର ସେ କୌଣସି ହିସାବ ଦେଇପାରୁ ନାହାଁନ୍ତି। ଗତ 17 ତାରିଖରେ ଅନାମଙ୍କ…

Read More

ଭୋପାଳ : ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ ଆରଏସ୍ଏସ୍‌କୁ ସମାଲୋଚନା କରିଛନ୍ତି । ସମସ୍ତ ଭାରତୀୟ ହିନ୍ଦୁ ବୋଲି ଆରଏସ୍‌ଏସ୍‌ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟକୁ କଂଗ୍ରେସ ନେତା ଦିଗ୍‌ବିଜୟ ସିଂଙ୍କ ପକ୍ଷରୁ ସମାଲୋଚନା କରାଯାଇଛି । ଏହି ମନ୍ତବ୍ୟକୁ ସିମାଲୋଚନା କରିବାକୁ ଯାଇ ଦିଗ୍‌ବିଜୟ କହିଛନ୍ତି, ସେ କୌଣସି ଧର୍ମ ଆଡକୁ ଢଳିକରି ନାହାନ୍ତି, ବରଂ ପ୍ରଥମେ ସେ ଜଣେ ଭାରତୀୟ । ଭାରତୀୟ ହେବା ପାଇଁ ହିନ୍ଦୁ ହେବା ଆଦୌ ଜରୁରୀ ନୁହେଁ । ଆରଏସ୍‌ଏସ୍‌ ପକ୍ଷରୁ ଏଭଳି ମନ୍ତବ୍ୟ ଦିଆଯାଇ ହିନ୍ଦୁ ତୁଷ୍ଟୀକରଣର ପ୍ରୟାସ କରାଯାଉଛି ବୋଲି ଦିଗ୍‌ବିଜୟ କହିଛନ୍ତି । (ଏଜେନ୍ସୀ)

Read More

ମୁମ୍ବାଇ : ହଲିଉଡର ଅନ୍ୟତମ ସୁପରହିଟ୍‌ ଏବଂ ହାଇଏଷ୍ଟ ଗ୍ରସିଙ୍ଗ ଫିଲ୍ମ କ୍ୟାପ୍‌ଟେନ୍‌ ମାର୍ଭେଲ୍‌ର ସିକ୍ବେଲ ରିଲିଜ୍‌ ନେଇ ଘୋଷଣା କରାଯାଇଛି । ଏହି ଫିଲ୍ମ ପାଇଁ ପ୍ରଥମ ଥର ଡିଜ୍‌ନୀ ଏବଂ ମାର୍ଭେଲ୍‌ ଏକାଠି କାମ କରିବାକୁ ଯାଉଛନ୍ତି । କ୍ୟାପ୍‌ଟେନ୍‌ ମାର୍ଭେଲ୍‌ 2022ରେ ରିଲିଜ୍‌ ନେଇ ଡିଜ୍‌ନୀ ପକ୍ଷରୁ ଘୋଷଣା କରାଯାଇଛି । ଏହି ଫିଲ୍ମ ବ୍ୟତିତ 2022ରେ ବ୍ଲାକ୍‌ ଓ୍ବିଡୋ, ଦ ଏଟରନାଲ୍ସ ଏବଂ ଥର୍‌ର ତୃତୀୟ ଭାଗ ରିଲିଜ୍‌ ହେବାକୁ ଯାଉଛି । ବ୍ରିଏ ଲାର୍ସନ୍‌ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଥିବା ବେଳେ ଓ୍ବାଣ୍ଡା ଭିଜନ୍‌ ସିରିଜ୍‌ର କାହାଣୀ ଲେଖକ ମେଗାନ୍‌ ମ୍ୟାକ୍‌ଡୋନେଲ୍‌ ଏହି ଭାଗର କାହାଣୀ ଲେଖିଛନ୍ତି । ଏହି ଫିଲ୍ମରେ ମୋନିକା ରାମବ୍ୟୁ ବ୍ରିଏ ଲାର୍ସନଙ୍କ ଛୋଟ ବେଳର ଚରିତ୍ରରେ ନଜର ଆସିବେ । (ଏଜେନ୍ସୀ)

Read More

କରାଚୀ : ପାକିସ୍ତାନ ପକ୍ଷରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲଞ୍ଚ କରାଯାଉଥିବା କ୍ଷେପଣାସ୍ତ୍ର ଘଜନଭୀର ଲଞ୍ଚ କରାଯାଇଛି । ଗୁରୁବାର ଆଇଏସ୍‌ପିଆର ପକ୍ଷରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ଉତ୍‌କ୍ଷେପଣ କରାଯାଉଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟ ଭେଦ ଦୂରତା 290 କିମି ରହିଛି । ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ ହୋଇଥିବା ନେଇ ପାକିସ୍ତାନ ସେନାର ଲ୍ୟୁଟନାଣ୍ଟ ଜେନେରାଲ ନଦୀମ୍‌ ଜାକି ମଞ୍ଜ ସୂଚନା ଦେଇଛନ୍ତି । ଏହି କ୍ଷେପଣାସ୍ତ୍ର ପାକିସ୍ତାନ ସେନାରେ ସାମିଲ ହେଲେ ସେନାର ଶକ୍ତି ବୃଦ୍ଧି ହେବ ବୋଲି ମଞ୍ଜ ସୂଚନା ଦେଇଛନ୍ତି । (ଏଜେନ୍ସୀ)

Read More

ରଞ୍ଜିତ ପଣ୍ଡା କୁଜଙ୍ଗ: ସମଗ୍ର ଦେଶରେ ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ବିକ୍ଷୋଭ କରାଯାଉଥିବା ବେଳେ ତିର୍ତ୍ତୋଲରେ ମଧ୍ୟ ନାଗରିକତା ଆଇନ ବିରୋଧରେ ଏକ ପ୍ରତିବାଦ ସଭା ଏବଂ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ତିର୍ତ୍ତୋଲ ଯୁବ କଂଗ୍ରେସ ସଭାପତି ବେଦଦ୍ୟୁତି ପୃଷ୍ଟି ସଭାପତିତ୍ବ କରିଥିଲେ । ପ୍ରତିବାଦ ସଭା ପରେ ଏକ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା । ନାଗରିକତ୍ବ ଆଇନକୁ ବିରୋଧ କରି ତିର୍ତ୍ତୋଲର କଟକ ପାରାଦ୍ଵୀପ ରାସ୍ତାରେ ଏକ ଶୋଭାଯାତ୍ରା କରାଯାଇ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।

Read More

ନୂଆଦିଲ୍ଲୀ : ସିଏଏ ଏବଂ ଏନ୍‌ଆରସି ପ୍ରତିବାଦରେ ନୂଆଦିଲ୍ଲୀର ଶାହିନବାଗରେ ସଙ୍ଗଠିତ ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଏକ ଆଇଡିଆ ଦେଇଛନ୍ତି ବିଜେପି ସାାଂସଦ ସୁବ୍ରମଣ୍ୟମ ସ୍ବାମୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଆଇଡିଆ ପ୍ରଣୟନ କରିବାକୁ ଅନୁରୋଧ କରିଛନ୍ତି । ଶାହିନବାଗ ପ୍ରତିବାଦକାରୀଙ୍କ କାରଣରୁ ସାଧାରଣ ଲୋକଙ୍କ ଜୀବନଯାତ୍ରା ବ୍ୟାହାତ ହେଉଛି । ରାତି ଅଧିଆ ପ୍ରଦର୍ଶନକାରୀଙ୍କୁ ଏକ ଖୋଲାସ୍ଥାନକୁ ନେଇ ଛାଡି ଦିଆଯାଉ ଏବଂ ସେମାନଙ୍କ ପାଇଁ ଅସ୍ଥାୟୀ ଟେଣ୍ଟ ମଧ୍ୟ ନିର୍ମାଣ କରାଯାଉ ବୋଲି ସ୍ବାମୀ କହିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ଜାମିଆ ମାଲିଆ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ୍‌ର ଆକ୍ରମଣ ପରେ ଡିସେମ୍ବର 15 ତାରିଖରୁ ଶାହିନବାଗରେ ପ୍ରତିବାଦ ଜାରି ରହିଛି । ସ୍ବାମୀଙ୍କ ମନ୍ତବ୍ୟ ପୂର୍ବରୁ ପ୍ରତିବାଦକାରୀଙ୍କ ବିପକ୍ଷରେ ଦେଶଦ୍ରୋହର ମାମଲା ରୁଜୁ କରିବା ପାଇଁ ହିନ୍ଦୁ ମହାସଭା ପକ୍ଷରୁ ଦାବି କରାଯାଇଥିଲା ।

Read More

ଜୟପୁର : ସିଏଏ ଏବଂ ଏନ୍‌ଆର୍‌ସିକୁ ବିରୋଧ କରିଛନ୍ତି ନନ୍ଦିତା ଦାସ । ଜୟପୁର ସାହିତ୍ୟ ଉତ୍ସବରେ ଯୋଗ ଦେବା ଅବସରରେ ନନ୍ଦିତା ଦାସ ଏହି ମତ ଦେଇଛନ୍ତି । ଗୁରୁବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ନନ୍ଦିତା ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ(ଏନ୍‌ଆରସି)କୁ ସମାଲୋଚନା କରିଛନ୍ତି ଅଭିନେତ୍ରୀ ଏବଂ ନିର୍ଦ୍ଦେଶିକା ନନ୍ଦିତା ଦାସ । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର, ମାତ୍ର ବର୍ତ୍ତମାନ ଦେଶରେ ଘଟୁଥିବା ଘଟଣା ଦେଶର ଧର୍ମନିରପେକ୍ଷତା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ନନ୍ଦିତା କହିଛନ୍ତି । ପ୍ରଥମ ଥର ପାଇଁ ଦେଶରେ ସାମ୍ପ୍ରଦାୟିକତାକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି ନନ୍ଦିତା କହିଛନ୍ତି । ଦେଶର ଅର୍ଥବ୍ୟବସ୍ଥା ବର୍ତ୍ତମାନ ଭୁଷୁଡି ପଡିଥିବା ବେଳେ କେନ୍ଦ୍ର ସରକାର ଧର୍ମ ନାମରେ ଦେଶରେ ଅଶାନ୍ତ ପରସ୍ଥିତି ସୃଷ୍ଟି କରିବା ଗ୍ରହଣୀୟ ନୁହେଁ । ଏହି ଆଇନ ବିପକ୍ଷରେ ଦେଶବାସୀ ଏକତ୍ର ହୋଇ ପ୍ରତିରୋଧ କରିବା ପାଇଁ ନନ୍ଦିତା…

Read More

ନୂଆଦିଲ୍ଲୀ : ନିଜର ପତ୍ନୀ ଏବଂ ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ଦିଲ୍ଲୀର ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପରିବାର ସଦସ୍ୟଙ୍କୁ ହତ୍ୟା କରିବା ପରେ ଯୁବକ ଜଣକ ଟ୍ରେନ୍‌ରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ଗୁରୁତର ଭାବରେ ଆହତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉକ୍ତ ବ୍ୟକ୍ତିଙ୍କ ନାମ ହେଉଛି ସଞ୍ଜୟ ଅରୋରା । ସଞ୍ଜୟ ଏକ ଧାରୁଆ ଛୁରୀରେ ପତ୍ନୀ ସରିତା(45), ଝିଅ ସାଞ୍ଚି(20) ଏବଂ 15 ବର୍ଷୀୟ ପୁଅ ଅର୍ଜୁନ୍‌କୁ ହତ୍ୟା କରିଥିଲେ । ପଞ୍ଚକୁଲାର ସେକ୍ଟର 9ରେ ସଞ୍ଜୟ ଏକ ବେକରୀ ଚଳାନ୍ତି । ଋଣ ଭାରରେ ବୁଡି ରହିଥିବା କାରଣରୁ ସଞ୍ଜୟ ପରିବାର ସଦସ୍ୟଙ୍କୁ ହତ୍ୟା ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ପୋଲିସ୍‌ ପକ୍ଷରୁ କୁହାଯାଇଛି । (ଏଜେନ୍ସୀ)

Read More

ରଞ୍ଜିତ ପଣ୍ଡା କୁଜଙ୍ଗ: ନେତାଜୀ ଜୟନ୍ତୀ ଉପଲକ୍ଷେ କୁଜଙ୍ଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆମ ଓଡିଶା ଏବଂ ଏସ୍‌ଟିଇଆର୍‌ ପକ୍ଷରୁ ମିଳିତ ଭାବରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ରକ୍ତଦାନ ଶିବିରରେ ସମୁଦାୟ ୩୪ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ପୂର୍ବତନ ଜଗତସିଂହପୁର ସାଂସଦ କୁଳମଣି ସାମଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ରକ୍ତଦାନ ଏକ ମହତ କାର୍ଯ୍ୟ। ଆଜିର ଯୁବପିଢି ନିଜକୁ ଏହି ଧାରାରେ ସାମିଲ କରିବା ଉଚିତ୍‌ ବୋଲି ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। କୁଜଙ୍ଗ ଥାନାଧିକାରୀ ଦିଲ୍ଲୀପ୍‌ କୁମାର ସାହୁ , ବରିଷ୍ଠ ସାମ୍ବାଦିକ ଦୁଷ୍ମନ୍ତ ମାଝୀ ଏବଂ ଆଇନଜୀବୀ ମଞ୍ଜୁଲତା ରାଉତ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ଏସ୍‌ଟିଇଆର୍‌ ସଂସ୍ଥାର ପ୍ରତିଷ୍ଠାତା ଦୁଷ୍ମନ୍ତ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Read More

ମୁମ୍ବାଇ : ମୋରିସ୍‌ ଗ୍ୟାରେଜ୍‌ର ନୂତନ ଇଲେକ୍ଟ୍ରିକ୍‌ ଏସ୍‌ୟୁଭି କାର୍‌ ଲଞ୍ଚ କରାଯାଇଛି । ଏହି କାର୍‌ଟିର ନାମ ଜେଡ୍‌ ଏସ୍‌ ଇଭି ରଖାଯାଇଛି । ଗୁରୁବାର ଦିନ ଏମ୍‌ଜି ପକ୍ଷରୁ ଏହି ନୂତନ କାର ଲଞ୍ଚ କରାଯାଇଛି । କାରଟିର ମୂଲ୍ୟ 19.88 ଲକ୍ଷ ଟଙ୍କା ରହିଥିବା ବେଳେ ଏକ୍ସକ୍ଲ୍ୟୁସିଭ୍‌ ମଡେଲର ମୂଲ୍ୟ 23.58 ଲକ୍ଷ ଟଙ୍କା ରହିଛି । ପ୍ରଥମ ଥର ପାଇଁ ଏହି କାର୍‌ର ବ୍ୟାଟେରୀରେ ନୂତନ ବୈଷୟିକ କୌଶଳର ବ୍ୟବହାର କରାଯାଇଛି । ବ୍ୟାଟେରୀ ଉପରେ 8 ବର୍ଷର ଓ୍ବାରେଣ୍ଟୀ ସହିତ ଦେଢ ଲକ୍ଷ କିମିର ଯାତ୍ରା ଉପରେ ମଧ୍ୟ ଓ୍ବାରେଣ୍ଟୀ ପ୍ରଦାନ କରାଯାଇଛି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ବର୍ଜ୍ୟବସ୍ତୁ ପରିଚାଳନା ଓ ଅପସାରଣ କ୍ଷେତ୍ରରେ ପୂର୍ବତଟ ରେଳପଥ ଇତିହାସ ରଚିଛି । ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଦେଶର ପ୍ରଥମ ସରକାରୀ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ରେଲୱେ ବୋର୍ଡ ରୋଲିଙ୍ଗ ସ୍ଟକ ସଦସ୍ୟ ଶ୍ରୀ ରାଜେଶ ଅଗ୍ରୱାଲଙ୍କ ଦ୍ୱାରା ପୂର୍ବତଟ ରେଳପଥର ମହାପ୍ରବନ୍ଧଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପ ଉଦ୍ଘାଟିତ ହୋଇଯାଇଛି । ପୂର୍ବତଟ ରେଳପଥ, ଭୁବନେଶ୍ୱରର ମଞ୍ଚେଶ୍ୱର ସ୍ଥିତ ରେଳଡବା ମରାମତି କାରଖାନାଠାରେ ବର୍ଜ୍ୟବସ୍ତୁରୁ ଉର୍ଜା ସଂରକ୍ଷଣ ପ୍ରକଳ୍ପକୁ ରେଲୱେ ବୋର୍ଡ ରୋଲିଙ୍ଗ ଷ୍ଟକ ମେମ୍ବର ଆଜି ଅପରାହ୍ନରେ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ, ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଓ ଅନ୍ୟାନ ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଛନ୍ତି । ଭିତ୍ତିପ୍ରସ୍ତରଠାରୁ କାର୍ଯ୍ୟକ୍ଷମ ପର୍ଯ୍ୟନ୍ତ ମାତ୍ର ତିନି ମାସ ସମୟ ଅବଧିରେ ସମ୍ପୂର୍ଣ୍ଣ ହୋଇପାରିଛି ଏହି ପ୍ରକଳ୍ପଟି ।  ପଲିକ୍ରାକ ବୈଷୟିକ ଓ ପ୍ରଯୁକ୍ତି ପ୍ରଣାଳୀ ବ୍ୟବହୃତ ଏହି ପ୍ରକଳ୍ପରେ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ବାହାଘରର ଏକ ଖୁସିର ଦିନରେ ମୃତ୍ୟୁଖବର କେବଳ ପରିବାର ନୁହେଁ, ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ଏପର ଘଟଣା ଘଟିଯାଇଛି ବାଲୁଗାଁ ନିକଟସ୍ଥ ସରଳାପଦା ଗ୍ରାମରେ। ଗତ ୨୦ତାରିଖରେ ବାହାଘର ପାଇଁ ବରଯାତ୍ରୀ ସହ ପଟୁଆରରେ ଗ୍ରାମ ପରିକ୍ରମା କରାଯାଇଥିଲା। କନ୍ୟା ଘର ଆଗରେ ବାଣ, ରୋଶଣି ସହ ଡିଜେ ସାଉଣ୍ଡରେ ଗାଁ ଉଠପଡ ହେଉଥିବାବେଳେ ଏଭଳି ଶବ୍ଦକୁ ସହ୍ୟ କରିପାରିନଥିଲେ ବରର ପିତା। ଘଟଣାସ୍ଥଳରେ ତଳେ ପଡିଯାଇଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁଖ ସମୟରେ ଏପରି ଦୁଃଖଦ ଘଟଣା ଘଟିଯାଇଥିବାରୁ ସମ୍ପୃକ୍ତ ପରିବାରଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡିଛି। ଶୋକରେ ଆତୁର ଥିବା ଏହି ପରିବାରକୁ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଭେଟିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୃତକ ଜଣକ ହେଉଛନ୍ତି ବାଲୁଗାଁ ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ବିଜୟ ସାହୁ।…

Read More

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ରହିଥିବା ବିଚାରପତିଙ୍କୁ ସୁପ୍ରିମକୋର୍ଟଙ୍କ ବଦଳି କରାଯାଇଛି ।2012 ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡ ଶୁଣାଇଥିବା ବିଚାରପତି ସତୀଶ କୁମାର ଅରୋରାଙ୍କୁ ସୁପ୍ରିମକୋର୍ଟଙ୍କୁ ବଦଳି କରାଯାଇଛି । ଆସନ୍ତା ଏକ ବର୍ଷ ପାଇଁ ଅରୋରାଙ୍କୁ ଡେପୁଟେସନରେ ସର୍ବୋଚ୍ଚ କୋର୍ଟକୁ ପଠାଯାଇଛି । ଦିଲ୍ଲୀ ହାଇକୋର୍ଟରୁ ପଟିଆଲା ହାଉସ୍‌ କୋର୍ଟକୁ ପ୍ରଦାନ କରାଯାଇଥିବା ଚିଠିରେ ସେସନ୍ସ କୋର୍ଟ ବିଚାରପତି ଅରୋରାଙ୍କୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବଦଳି ପୂର୍ବରୁ ଅରୋରାଙ୍କୁ ନିର୍ଭୟା ସମେତ ଅନ୍ୟାନ୍ୟ ମାମଲାର ଶୁଣାଣି କରିବେ । ଅରୋରା ବିଚାର କରୁଥିବା ମାମଲା ପାଇଁ ଅନ୍ୟ ବିଚାରପତି ଖୁବ୍‌ଶୀଘ୍ର ନିଯୁକ୍ତ କରାଯିବ ବୋଲି କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ନିର୍ଭୟା ଗଣ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଫେବୃୟାରୀ 1 ତାରିଖ ସକାଳ 6ଟାରେ ଫାଶୀ ଦଣ୍ଡ ପ୍ରଦାନ କରାଯିବ । (ଏଜେନ୍ସୀ)

Read More