Author: Samikhsya Bureau

ମୁମ୍ବାଇ, 2/1: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର  ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଡିପି ତ୍ରିପାଠୀଙ୍କ ପରଲୋକ ଘଟିଛି।ମୃତ୍ୟୁବେଳକୁ ତାଙ୍କୁ 67 ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ରୋଗାଗ୍ରସ୍ତ ଥିବା କାରଣରୁ ତାଙ୍କର ପରଲୋକ ଘଟିଛି। ଉତ୍ତର ପ୍ରଦେଶର ସୁଲତାନପୁରରେ ଜନ୍ମିତ ଡିପି ତ୍ରିପାଠୀ ଜବାହାରଲାଲ ନେହେରୁ ୟୁନିଭରସିଟି ଛାତ୍ର ସଙ୍ଘର ଅଧ୍ୟକ୍ଷ ମଧ୍ୟ ଥିଲେ। କଂଗ୍ରେସରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ଡିପି ତ୍ରିପାଠୀ ପରେ ଏନ୍‌ସିପିରେ ଯୋଗ ଦେଇଥିଲେ।ଏନ୍‌ସିପିର ମହାସଚିବ ରହିଥିବା ଡିପି ତ୍ରିପାଠୀ ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ଅତି ବିଶ୍ବସନୀୟ ରହିଥିଲେ। ଡିପି ତ୍ରିପାଠୀଙ୍କ ମୃତ୍ୟରେ ସୁପ୍ରିୟା ସୁଲେ ଶୋକବ୍ୟକ୍ତ କରି ଟୁଇଟ୍‌ କରିଛନ୍ତି।  (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋଭୁବନେଶ୍ବର, 2/1: କମିଶନରେଟ୍‌ ପୋଲିସ୍‌ର ଦ୍ବାଦଶ ପ୍ରତିଷ୍ଠା ଦିବସ ଅବସରରେ କମିଶନରେଟ ପୋଲିସ୍‌ ମୁଖ୍ୟାଳୟର ନାମ ପରିବର୍ତ୍ତନ ହେବା ନେଇ ସୂଚନା ରହିଛି। ଏବେ ଏହି ମୁଖ୍ୟାଳୟର ନାମ ‘ପୋଲିସ୍‌ ସେବା ଭବନ’ ନାମରେ ନାମିତ ହେବ। କମିଶନରେଟ୍ ପୋଲିସକୁ ୧୨ ବର୍ଷ ପୂର୍ତ୍ତି ଅବସରରେ ଏହି ଘୋଷଣା କରାଯାଇଛି। ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରତିଷ୍ଠା ଦିବସରେ ଏହି ଘୋଷଣା କରିଛନ୍ତି । କମିଶନରେଟ ପୁଲିସର ପ୍ରତିଷ୍ଠା ଦିବସ ଅବସରରେ ଡିଜିପି ଅଭୟ ଏସପିଓ ୟୁନିଟର ଶୁଭାରମ୍ଭ କରିଛନ୍ତି।  ଏହି ସମୟରେ ଡିଜିପି କହିଛନ୍ତି ଯେ, ମହିଳାଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବ। ମୋ ସରକାର ଯୋଜନାରେ ଭଲ ଫିଡବ୍ୟାକ୍ ମିଳୁଛି। ତ୍ବରିତ ଓ ସମନ୍ବିତ ସେବା ସହରାଞ୍ଚଳ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ରହିଛି ଏଥିପାଇଁ ୟୁନିଫାଏଡ୍ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା ହେବ ବୋଲି ସେ କହିଛନ୍ତି। ସେହିପରି ଏହି ଅବସରରେ ଅପରାଧୀ ବିରୋଧୀ ଦୃଢ କାର୍ଯ୍ୟାନୁଷ୍ଠାନକୁ ଗୁରୁତ୍ବ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,02/01 : ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ସଚିବ ସ୍ତରରେ ଅଦଳବଦଳ କରାଯାଇଛି । କୃଷି ଉତ୍ପାଦନ କମିଶନର ରହିଥିବା ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । 1998 ବ୍ୟାଚ୍‌ର ଆଇଏଏସ୍‌ ଶ୍ରୀ ମହାପାତ୍ର ପୂର୍ବରୁ କୃଷି ଉତ୍ପାଦନ କମିଶନର ରହିଛନ୍ତି । ସେହିପରି ସରକାରଙ୍କ ପ୍ରମୁଖ ସଚିବ ରହିଥିବା 1993 ବ୍ୟାଚ୍‌ର ଆଇଏଏସ୍‌ ନିକୁଞ୍ଜ ବିହାରୀ ଧଳଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ସେହିପରି ସ୍ବାସ୍ଥ୍ୟ ସଚିବ ରହିଥିବା ପ୍ରମୋଦ ମେହେର୍ଦ୍ଦାଙ୍କୁ ପରିବହନ ସଚିବ ଦାୟିତ୍ବ ପ୍ରଦାନ କରାଯାଇଛି । ରାଉରକେଲା ମହାନଗର ନିଗମ କମିଶନର ଏବଂ ଅତିରିକ୍ତ ଭାବରେ ରାଉରକେଲା ସ୍ମାର୍ଟସିଟି ସିଇଓ ରହିଥିବା ୟୁଦୁଲା ବିଜୟଙ୍କୁ ସରକାର ଯୋଜନା ଓ ସଂଯୋଜନା ବିଭାଗର ଉପ ସଚିବ ଦାୟିତ୍ବ ପ୍ରଦାନ କରିଥିବା ବେଳେ ଦିବ୍ୟଜ୍ୟୋତି ପରିଡାଙ୍କୁ ରାଉରକେଲା ମହାନଗର ନିଗମ କମିଶନର…

Read More

ସମୀକ୍ଷା ବ୍ୟୁରୋଭୁବନେଶ୍ବର, 2/1: ପୋଲିସ୍‌ କମିଶନରେଟ୍‌ ପ୍ରତିଷ୍ଠା ଦିବସ ଅବସରରେ ସାଧାରଣ ମହିଳାଙ୍କୁ ନେଇ କମିଶନରେଟ ପୋଲିସ ପକ୍ଷରୁ ଗଠନ କରାଯାଇଛି ଏସପିଓ ଟିମ୍‌।  ଏନେଇ ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ । ଏହି ଟିମ୍‌ରେ ୨୫୦ରୁ ଅଧିକ ମହିଳା ଯୋଗ ଦେଇଛନ୍ତି। ଜଣେ ପୋଲିସ କର୍ମଚାରୀଙ୍କ ଭଳି କ୍ଷମତା ରହିବ ଏସପିଓ ଟିମ ପାଖରେ। ଆବଶ୍ୟକ ପଡ଼ିଲେ ଏସପିଓମାନେ ଅଭିଯୁକ୍ତକୁ ଗିରଫ ମଧ୍ୟ କରିପାରିବେ। କଟକ ଓ ଭୁବନେଶ୍ୱରର ୫୬ରୁ ଅଧିକ ଅନୁଷ୍ଠାନର ମହିଳା ଏହି ଟିମରେ ସାମିଲ ହୋଇଛନ୍ତି। ବିଭିନ୍ନ ଆଇଟି, କଲ ସେଣ୍ଟର ଓ କଲେଜର ଯୁବତୀ ଏଥିରେ ରହିଛନ୍ତି। ଏସପିଓମାନଙ୍କୁ ପଚିଚୟ ପତ୍ର ଓ ଟି ସାର୍ଟ ପ୍ରଦାନ କରାଯାଇଛି। ଏହି କର୍ମୀମାନେ ଅବୈତନିକ ଭାବେ ପୋଲିସ୍‌ ବାହିନୀଙ୍କୁ ସାହାଯ୍ୟ କରିବେ। ପ୍ରଥମେ ୩ମାସ ପାଇଁ ଏହା ନିଯୁକ୍ତି ଦିଆଯାଇଥିବାବେଳେ ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକାଳ ବଢିବ।

Read More

ସମୀକ୍ଷା ବ୍ୟୁରୋ ନାଚୁଣୀ, ୨/୧: ନାଚୁଣୀ ନିକଟସ୍ଥ କହ୍ନେଇପୁର ଛକଠାରେ ଗତକାଲି ଜାତୀୟ ରାଜପଥଠାରେ ଏକ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ବାଇକ୍‌ ଓ କାର୍‌ ଉଭୟ ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଥିବାର ସୂଚନା ମିଳିଛି। ତେବେ ଭାରସାମ୍ୟ ହରାଇ ଗାଡ଼ି ଦୁଇଟି ଓଲଟି ପଡ଼ିଥିବାବେଳେ ଏଥିରେ ଥିବା ଯାତ୍ରୀମାନେ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯିବା ପାଇଁ ଭର୍ତ୍ତି କରାଯାଇଥିଲା। ସୂଚନାରୁ ପ୍ରକାଶ ଯେ,  ଦ୍ରୁତ ଗତିରେ ବାଇକ୍‌ ଚାଳକଜଣକ କାର ସମ୍ମୁଖରେ ଆସି ଯିବାରୁ ହଠାତ୍‌ କାର୍‌ ଜଣକ ଦୁର୍ଘଟଣାକୁ ଏଡାଇବାକୁ ଯାଇ ବ୍ରେକ୍‌ ଦେଇଥିଲେ। ଯାହାଫଳରେ ଉଭୟ ବାଇକ୍‌ ଏବଂ କାର୍‌ ନିକଟସ୍ଥ ରାସ୍ତା ପାର୍ଶ୍ବରେ ପାଣି ଜମିଥିବା ଏକ ବିଲରେ ପଡିଥିଲେ। ଏହି ଦୁର୍ଘଟଣାରେ ଉଭୟ ଗାଡ଼ି ବହୁ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସୌଭାଗ୍ୟବଶତଃ ଏଥିରେ ଥିବା ଯାତ୍ରୀମାନଙ୍କର ବିଶେଷ କିଛି କ୍ଷତି ହୋଇନାହିଁ। ଘଟଣାସ୍ଥଳରୁ ନାଚୁଣୀ ଫାଣ୍ଡି…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,02/01 : ରାଜ୍ୟରେ ଦୁର୍ଘଟଣା ଘଟୁଥିବା ବେଳେ ଏହାକୁ ଏଡାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ଫଳରେ ଜାତୀୟ ରାଜପଥରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ଜଣାପଡିଛି । ଜାତୀୟ ରାଜପଥରେ 52 କିମି ଦୂରତା ପର୍ଯ୍ୟନ୍ତ ଏହି ସିସିଟିଭି ଲଗାଯିବ ବୋଲି ରାଜ୍ୟ ସଡକ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାର ଏହି ସୂଚନା ଦେଇଛନ୍ତି । ଗୁରୁବାର କମିଶନରେଟ୍ ପୋଲିସର 12 ବର୍ଷ ପୂର୍ତ୍ତି ଅବସରରେ ଏହି ଘୋଷଣା କରାଯାଇଛି । ଏହା ସହିତ ରାଜ୍ୟରେ ଟ୍ରାଫିକ୍ ଆଇନକୁ କଡାକଡି କରାଯିବ । ଜୟଦେବ ବିହାର, ନନ୍ଦନକାନନ ରାସ୍ତାର ସମସ୍ୟା ଦୂର ପାଇଁ ଯୋଜନା କରାଯାଉଥିବା ସହିତ ଟେକ୍ନୋସେଭି ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯିବା ଉପରେ ଗୁରୁତ୍ବାରୋପ କରାଯାଇଛି ।

Read More

ନୂଆଦିଲ୍ଲୀ, 2/1: ଦିଲ୍ଲୀର ଉଦ୍ୟୋଗ ନଗରର ପୀରାଗଡି ଅଞ୍ଚଳରେ ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଛି। ଆଜି ସକାଳ 4ଟାରେ ଏହି ନିଆଁ ଲାଗିଥିବାର ସୂଚନା ରହିଛି। ନିଆଁ ଲିଭାଇବା ପାଇଁ ସେଠାରେ 7ଟି ଦମକଳ ଗାଡ଼ି ପହଞ୍ଚିଥିଲେ। ନିଆଁ ଲିଭାଇବା ସମୟରେ ହୋଇଥିବା ଏକ ବିସ୍ଫୋରଣରେ ସମ୍ପୃକ୍ତ କୋଠାଟି ଭୁଶୁଡି ପଡ଼ିଥିଲା। ଏଥିରେ କିଛି ଲୋକଙ୍କ ସହିତ ଅଗ୍ନିଶମ କର୍ମଚାରୀ ଫସିଯାଇଥିଲେ। ଏହି ଘଟଣାରେ ଅଗ୍ନିଶମ କର୍ମଚାରୀଙ୍କ ସମେତ 14ଜଣ ଆହତ ହୋଇଥିବାର ସୂଚନା ରହିଛି। ଏହି ଘଟଣାରେ 35ଟି ଦମକଳ ଗାଡ଼ି ନିୟୋଜିତ ରହିଛି।ବର୍ତ୍ତମାନ ସୁଦ୍ଧା ଦମକଳବାହିନୀ ଓ ଏନଡିଆରଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀରେ ଏକମାସ ମଧ୍ୟରେ ଏହା ତୃତୀୟ ଘଟଣା। ପ୍ରଥମେ ଦିଲ୍ଲୀର ଅନାଜ୍‌ ମଣ୍ଡିଠାରେ ନିଆଁ ଲାଗିଥିବାବେଳେ ଏଥିରେ 43ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ପରେ କିରାଡିଠାରେ ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗି 9ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି 7 ଲୋକକଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀ…

Read More

ପଶ୍ଚିମବଙ୍ଗ, 2/1: ନୂତନ ବର୍ଷ ଆସିବା ସହିତ ଗଣତନ୍ତ୍ର ଦିବସର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ଏହି ପ୍ୟାରଡ୍‌ରେ ପ୍ରଦର୍ଶିତ ହେବାକୁ ଥିବା ରାଜ୍ୟଗୁଡ଼ିକ ପ୍ରଜ୍ଞାପନ ମେଢ ସୂଚୀରୁ ପଶ୍ଚିମବଙ୍ଗ ବାଦ୍‌ପଡିଛି । ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ନେଇ କେନ୍ଦ୍ର ସରକାରଙ୍କୁ ପାଖକୁ ମୋଟ 56ଟି ପ୍ରସ୍ତାବ ଆସିଥିଲା । ଏହି ପ୍ରସ୍ତାବ ମଧ୍ୟରେ ପଶ୍ଚିମବଙ୍ଗର ପ୍ରସ୍ତାବ ମଧ୍ୟ ରହିଥିଲା । କିନ୍ତୁ କେନ୍ଦ୍ର ସରକାର ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଭିନ୍ନ ବିଷୟକୁ ନେଇ ପଶ୍ଚିମବଙ୍ଗ ସରକାର  ଓ କେନ୍ଦ୍ର ସରକାର ମଧ୍ୟରେ ବିବାଦୀୟ ସ୍ଥିତି ଲାଗି ରହିଛି । ତେବେ ନିକଟରେ ଏହି ପ୍ରଜ୍ଞାପନ ମେଢ ବାଦ୍‌ ପଡ଼ିବା ଘଟଣା ଏକ ନୂତନ ବିବାଦର ସୂତ୍ରପାତ କରିପାରେ ବୋଲି ସୂଚନା ମିଳୁଛି ।ଗଣତନ୍ତ୍ର ଦିବସ ପ୍ୟାରେଡ୍‌ ଅବସରରେ  ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ ପ୍ରଦର୍ଶନ ହୋଇଥାଏ। ଏଥିରେ ରାଜ୍ୟ, କେନ୍ଦ୍ର ଶାସିତ ପ୍ରଦେଶ ଓ କେନ୍ଦ୍ରୀୟ…

Read More

ସମୀକ୍ଷା ବ୍ୟୁରୋ ବାଣପୁର, ୨/୧:  ନବବର୍ଷକୁ ପ୍ରାୟ ସମେସ୍ତ ଭୋଜିଭାତ, ନାଚଗୀତ ଆଉ ମଜାମସ୍ତିରେ ପାଳନ କରୁଥିବାବେଳେ ଏହାକୁ ଏକ ଅଭିନବ ଢଙ୍ଗରେ ପାଳନ କରିଛନ୍ତି ସ୍ଥାନୀୟ ଯୁବକ ସଂଘ।  ସାନହନ୍ତୁଆଡର ଅରୁଣିମା ଯୁବକସଂଘର ସଦସ୍ୟମାନେ ଭୋଜିଭାତରେ ମସଗୁଲ୍‌ ନହୋଇ ଏକ ନିଆରାଢଙ୍ଗରେ ନବବର୍ଷକୁ ପାଳନ କରିଛନ୍ତି । ନବବର୍ଷରେ ବାଣପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ଏହି ସଂଘର କର୍ମକର୍ତ୍ତାମାନେ ଫଳ ବଣ୍ଟନ କରିଥିଲେ। ଏତଦ୍‌ବ୍ୟତୀତ ଏହି ସଂଘର କର୍ମକର୍ତ୍ତାମାନେ ବାଣପୁର ଥାନାକୁ ଯାଇ ପୋଲିସ୍‌ ଓ ସାଧାରଣଜନତାଙ୍କ ସହ ନିବିଡିତା ହେବା ଦିଗରେ ଦୀର୍ଘ ସମୟ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଶେଷଦେବ ବରାଳଙ୍କ ସମେତ ପ୍ରାୟ ୩୦ରୁ ଅଧିକ ଯୁବକ ଯୋଗଦେଇଥିଲେ। ଏକ ନିଆରା ଢଙ୍ଗରେ ନବବର୍ଷ ପାଳନ କରି ସମାଜରେ ଏକ ସକାରତ୍ମକ ସନ୍ଦେଶ ପ୍ରଦାନ କରିଛନ୍ତି ଏହି ଯୁବକ ସଂଘ। ଅରୁଣିମା ଯୁବକ ସଂଘର ଏଭଳି ନିଆରା ତଥା ଭିନ୍ନ ନବବର୍ଷ ପାଳନକୁ ସ୍ଥାନୀୟ ବାସିନ୍ଦାଙ୍କ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 2/1: ଏଣିକି ଭତ୍ତା ପାଇଁ ଆଧାର ବାଧ୍ୟତାମୂଳକ । ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ଆଧାର ଲିଙ୍କ୍ ବାଧ୍ୟତାମୂଳକ। ସରକାର ଏଥିପାଇଁ ପୂର୍ବରୁ ଜିଲ୍ଲାପାଳମାନଙ୍କୁ ଅବଗତ କରାଇଥିଲେ। କିନ୍ତୁ ଆଧାର ଲିଙ୍କ୍ ଶତ ପ୍ରତିଶତ ହୋଇ ନଥିବାରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଉଦ୍‌ବେଗ ପ୍ରକାଶ କରିଛି । ବିଭାଗୀୟ ସବୁ ଜିଲ୍ଲାପାଳଙ୍କୁ ଚିଠି ‌ଲେଖି ତାଗିଦ୍ କରିଛନ୍ତି । ମାର୍ଚ୍ଚ 15 ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ନ କଲେ ଏପ୍ରିଲ୍‌ରୁ ଭତ୍ତା ମିଳିବ ନାହିଁ ବୋଲି ଜଣାଇ ଦେଇଛନ୍ତି। ଆସନ୍ତା 15 ତାରିଖରେ ମାସିକ ଭତ୍ତା ନେବାକୁ ଆସୁଥିବା ହିତାଧିକାରୀଙ୍କୁ ସେମାନଙ୍କ ଆଧାର ଲିଙ୍କ୍‌ ନିମେନ୍ତ ଉପଯୁକ୍ତ ପ୍ରମାଣପତ୍ର ସାଙ୍ଗରେ ଆଣିବାକୁ କୁହାଯିବ । ସେହିପରି ଯେଉଁମାନଙ୍କର ଆଧାର କାର୍ଡ ନଥିବ ସେମାନଙ୍କୁ ଜାନୁଆରୀ 15 ତାରିଖରେ ନିକଟସ୍ଥ ବ୍ଲକ କାର୍ଯ୍ୟାଳୟରେ ଆଧାର କାର୍ଡ ପ୍ରସ୍ତୁତ…

Read More

ସମୀକ୍ଷା ବ୍ୟୁରୋ ବାଣପୁର, ୨/୧: ଅଭିନବ ଉପାୟରେ ନବବର୍ଷକୁ ପାଳିଛନ୍ତି ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଯୋଜନାବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ। ଶ୍ରୀ ଜଗଦ୍ଦେବ ନେହୁରୁ ସେବାସଂଘରେ ନବବର୍ଷକୁ ପାଳନ କରିଛନ୍ତି। ନେହୁରୁ ସେବା ସଂଘର ଶିଶୁମାନଙ୍କ ସହ କେକ୍ କାଟି  ନାଚ ଗୀତରେ ଝୁମିଥିଲେ। ଅନାଥ ତଥା ଦିବ୍ୟାଙ୍ଗ ପିଲାମାନଙ୍କୁ ନବବର୍ଷର ଖୁସି ଦେବା ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ କରିଥିଲେ ଚିଲିକା ବିଧାୟକ। ଏହି ଅବସରରେ ଏହି ସେବାସଂଘ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ପିଲାମାନେ ନୃତ୍ୟ ଗୀତରେ ବେଶ୍‌ ମସଗୁଲ୍‌ ରହିଥିଲେ। ସ୍ଥାନୀୟ ବିଧାୟକ ପିଲାମାନଙ୍କ ନୃତ୍ୟରେ ଖୁସି ହୋଇ ପ୍ରତ୍ୟେକ ନୃତ୍ୟକୁ ୫୦୦ଟଙ୍କା ଲେଖାଏଁ ଅର୍ଥରାଶି ସହ ଫୁଲତୋଡା ପ୍ରଦାନ କରିଥିଲେ। ଏହି ଅବସରରେ ପିଲାମାନଙ୍କ ସହ ଫଟୋ ଉଠାଇବା ସହିତ ସମସ୍ତ ଫଟୋକୁ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଥିଲେ ଶ୍ରୀ ଜଗଦ୍ଦେବ। ଏକ ନିଆରା ନବବର୍ଷ ପାଳନ କରିବା…

Read More

ନୂଆଦିଲ୍ଲୀ, 2/1: ମହଙ୍ଗା କେବୁଲ୍‌ ଓ ଡିଟିଏଚ୍‌ର କନ୍‌କେସନ୍‌କୁ ନେଇ ବ୍ୟସ୍ତ ବିବ୍ରତ ଥିବା ଗ୍ରହକଙ୍କୁ ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକକରଣ  (ଟ୍ରାଇ) ଅଫର ଦେଇଛି । ଏବେ ଆପଣ ମାତ୍ର 130ଟଙ୍କାରେ 200ଟି ଚ୍ୟାନେଲ୍‌ ଦେଖିପାରିବେ । ଏହି ନୂତନ ନିୟମ ଅନୁସାରେ  ଜାନୁଆରୀ 15 ଭିତରେ ଆପଣ ଆପଣଙ୍କ ଚ୍ୟାନେଲର ରେଟ୍‌ ପରିବର୍ତ୍ତନ ହେବ । 30 ଜାନୁଆରୀ ଭିତରେ  ସମସ୍ତ ଚ୍ୟାନେଲ୍‌ର ରେଟ୍‌ ନୂତନ ରେଟ୍‌ ଦିଆଯିବ । ଏହା ପରେ ମାର୍ଚ୍ଚ 1 ତାରିଖରୁ ନୂତନ ଦରରେ ଆପଣମାନେ ଚ୍ୟାନେଲ୍‌ ଦେଖିପାରିବେ । 160 ଟଙ୍କାରେ ସମସ୍ତଙ୍କୁ ‘ଫ୍ରି ଟୁ ଏୟାର ଚ୍ୟାନେଲ୍‌’ ଟ୍ରାଇର ସୂଚନା ଅନୁସାରେ ଏହି ନିୟମ ଅନୁସାରେ ସବୁ ବର୍ଗର ଗ୍ରାହକଙ୍କୁ ରିହାତି ମିଳିବ । ଟ୍ରାଇ ବୁଧବାର ଦିନ କେବଲ ଓ ପ୍ରସାରଣ ସେବାର ନୂତନ ନିୟାମକ ରୂପରେଖ ପ୍ରସ୍ତୁତ କରୁଛି । ଏହି ଦ୍ବାରା କେବଲ ଟିଭି ଗ୍ରାହକଙ୍କୁ…

Read More

କେଦାର ମିଶ୍ର ନିର୍ବାଚନ ସମୟରେ ବିଜେପିର ଆଇଟି ସେଲ ବିଭିନ୍ନ ମାଧ୍ୟମରେ ଆମକୁ କହିବାକୁ ଚେଷ୍ଟା କରିଥିଲା ଯେ ବିଦେଶରେ ଥିବା ସବୁତକ କଳାଧନ ଫେରେଇ ଅଣାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଭାଷଣରେ ବୁଲି ବୁଲି କହୁଥିଲେ, ବିଦେଶରେ ଏତେ ପରିମାଣରେ ଭାରତୀୟ  କଳାଧନ ରହିଛି ଯେ, ତାକୁ ଫେରାଇ ଆଣି ପ୍ରତ୍ୟେକ ନାଗରିକଙ୍କ ବ୍ୟାଙ୍କଖାତାରେ ୧୫ ଲକ୍ଷ ଟଙ୍କା ଜମା କରାଯିବ। ୧୫ ଲକ୍ଷ ତ ଦୂରର କଥା ଗତ ସାଢେ ପାଞ୍ଚ ବର୍ଷରେ ଆମକୁ ୧୫ଟଙ୍କା ବି ମିଳିନାହିଁ। ଓଲଟି ଟଙ୍କା ଜମା କମିଗଲେ ବ୍ୟାଙ୍କ ଗୁଡିକ ଗରୀବଲୋକଙ୍କ ଟଙ୍କାକୁ କାଟି ଦେଉଛନ୍ତି। ମୋଦୀ ସରକାର ବ୍ୟାଙ୍କଗୁଡିକୁ ଧନୀଙ୍କ ଲାଗି ମାଗଣା ପଇସା ଲୁଟକେନ୍ଦ୍ର ଭାବେ ଗଢି ତୋଳିଥିବା ବେଳେ, ସାଧାରଣ ଲୋକଙ୍କ ପାଇଁ ଏହାକୁ ଆତଙ୍କର ଅନୁଷ୍ଠାନ କରିଦେଇଛନ୍ତି। ତେବେ ସାଧାରଣ ନାଗରିକ ଆଜି ମଧ୍ୟ ଭାବୁଛି, କାଳେ କେତେବେଳେ ତା ବ୍ୟାଙ୍କଖାତାକୁ ୧୫ ଲକ୍ଷ…

Read More

ନୂଆଦିଲ୍ଲୀ, 2/1: ନରେନ୍ଦ୍ର ମୋଦି ଆଜି ଦେଶର 6 କୋଟି ଚାଷୀଙ୍କୁ ନବବର୍ଷର ଉପହାର ଦେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ପିଏମ୍‌-କିଶାନ ସମ୍ମାନ ନିଧି ଅନ୍ତର୍ଗତ ଡିସେମ୍ବର ମାସର କିସ୍ତି ସ୍ବରୂପ 12,000 କୋଟି ଦେବେ । ମୋଦି କର୍ଣ୍ଣାଟକ ଗସ୍ତ ଅବସରରେ ଚାଷୀମାନଙ୍କୁ ଏହି ଉପହାର ପ୍ରଦାନ କରିବେ । ପିଏମ୍‌-କିଶାନ ସମ୍ମାନ ନିଧି ଯୋଜନାର ଲାଭ ସାରା ଦେଶର ଚାଷୀ ଉଠାଉଛନ୍ତି । କିନ୍ତୁ ଏହା ପଶ୍ଚିମବଙ୍ଗର 70 ଲକ୍ଷ ଚାଷୀ ବଞ୍ଚିତ ରହୁଛନ୍ତି । କାରଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଯୋଜନା ଉପରେ ଆପତ୍ତି ଦର୍ଶାଇବା ସହିତ ଏହି ଯୋଜନାକୁ ରାଜ୍ୟରେ ଲାଗୁ କରିନାହାନ୍ତି । ଏହି ଯୋଜନାରେ ଚାଷୀ ପରିାବରକୁ ବାର୍ଷିକ 6000ଟଙ୍କା ସିଧାସଳଖ ହସ୍ତାନ୍ତର କରାଯିବ । ତିନି ମାସ ମଧ୍ୟରେ ଏହି ରାଶି ଚାଷୀଙ୍କ ପାଖକୁ 2000 ଟଙ୍କା କିସ୍ତି ଆକାରରେ ପହଞ୍ଚିବ । ଏହି ଯୋଜନା ଗତ ବର୍ଷ…

Read More

ନୂଆଦିଲ୍ଲୀ, 1/1: ଲୋକପ୍ରିୟ ଭିଡିଓ ଆପ୍‌ ଟିକ୍‌ଟକ୍‌କୁ ଆମେରିକା ସେନା ନିଷିଦ୍ଧ କରିଛି। ଜାତୀୟ ସୁରକ୍ଷା ଉପରେ ବିପଦ ଥିବା ନେଇ ଆମେରିକା ଚିନ୍ତା ପ୍ରକଟ କରିବା ସହ ଏହି ନିଷ୍ପତ୍ତି ନେଇଛି। ଆମେରିକା ସେନାର ମୁଖପାତ୍ର ଟିକ୍‌ଟକ୍‌କୁ ସାଇବର ଥ୍ରେଟ୍‌ ବୋଲି କହିଛନ୍ତି। ଏହା ପୂର୍ବରୁ ଗତ ଡିସେମ୍ବରରେ ଆମେରିକା ନୌସେନା ମଧ୍ୟ ଟିକ୍‌ଟକ୍‌ ଉପରେ କଟକଣା ଲଗାଇଥିଲା। ଏଥିସହ ମୋବାଇଲରେ କୌଣସି ଆପ୍‌ ଡାଉନ୍‌ଲୋଡ୍‌ କରିବା ପୂର୍ବରୁ ସାବଧାନତା ଅବଲମ୍ବନ କରିବା ପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଭାରତରେ ଟିକ୍‌ଟକ୍‌ର କଣ୍ଟେଣ୍ଟକୁ ନେଇ ବ୍ୟାନ୍‌ କରାଯାଇଥିଲା। ମାଡ୍ରାସ୍‌ ହାଇକୋର୍ଟ ଏହି ଆପ୍‌କୁ ବ୍ୟାନ କରିବା ସହ ଏହା ଛୋଟ ପିଲାଙ୍କ ଉପରେ କୁପ୍ରଭାବ ପକାଉଛି ବୋଲି କହିଥିଲେ। ସୂଚନାଯୋଗ୍ୟ, 2016 ମସିହାରେ ଲଞ୍ଚ ହେବା ପରେ ଟିକଟକର ଲୋକପ୍ରିୟତା ଦ୍ରୁତି ଗତିରେ ବଢିବାରେ ଲାଗିଛି । ଗୁଗୁଲ ଏବଂ ଆପଲ ଷ୍ଟୋରରେ 1.5 ବିଲିୟନରୁ…

Read More