Author: Samikhsya Bureau

ଆଜି ରାମ ଜନ୍ମଭୂମି ମାମଲା ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇଥିବା ବେଳେ ଏହି ରାୟକୁ ବିଜେପିକୁ ଆକ୍ରମଣ କରିଛି ଶିବସେନା । ସୁପ୍ରିମ୍‌କୋର୍ଟ ରାମ ମନ୍ଦିର ନିର୍ମାଣ ନେଇ ସବୁଜ ସଙ୍କେତ ପ୍ରଦାନ କରିଥିବା ବେଳେ ଏହାର ଶ୍ରେୟ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରକୁ ପ୍ରଦାନ କରାଯିବା ଅନୁଚିତ ବୋଲି ଠାକରେ କହିଛନ୍ତି । ପୂର୍ବରୁ ଶିବସେନା ପକ୍ଷରୁ ଏକ ସ୍ବତନ୍ତ୍ର ନିୟମ ଅଣାଯାଇ ମନ୍ଦିର ନିର୍ମାଣର ପ୍ରସ୍ତାବ ରଖାଯାଇଥିଲା ମାତ୍ର ବିଜେପି ସରକାର ଉକ୍ତ ପ୍ରସ୍ତାବକୁ ନେଇ ନୀରବ ରହିଥିଲେ । ତେଣୁ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ଏହାର ଶ୍ରେୟ ବିଜେପି ସରକାର ନେଇ ପାରିବେ ନାହିଁ ବୋଲି ଠାକ୍‌ରେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଜିର ନିଷ୍ପତ୍ତିରେ କୋର୍ଟ ବିବାଦୀୟ ଜମିକୁ ରାମ ମନ୍ଦିର ନିର୍ମାଣ ପାଇଁ ଛାଡିଥିବା ବେଳେ ମସ୍‌ଜିଦ୍‌ ନିର୍ମାଣ ପାଇଁ ଅଯୋଧ୍ୟାରେ 5 ଏକର ଜମି ପ୍ରଦାନ ନିଷ୍ପତ୍ତି ନେଇଛନ୍ତି…

Read More

ବାତ୍ୟା ବୁଲ୍‌ବୁଲ୍‌ ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ, ପାରାଦୀପଠୁ ୯୫ କିମି ଦୂରରେ ରହିଛି ’ବୁଲ୍‌ବୁଲ୍‌’ । ଘଣ୍ଟା ପ୍ରତି ୧୩ କିମି ବେଗରେ ଗତି କରୁଛି ’ବୁଲ୍‌ବୁଲ୍‌’ ।  ଆଜି ଅପରାହ୍ନ ୫ଟରୁ ରାତି ୧୦ଟା ଭିତରେ ଲ୍ୟାଣ୍ଡଫଲ୍‌ କରିପାରେ ବୋଲି ସୂଚନା ଦେଇଛନ୍ତି ଏସ୍‌ଆରସି । ବୁଲ୍‌ବୁଲ୍‌ ପୂର୍ବ ଉତ୍ତର ପୂର୍ବ ଦିଗକୁ ମୋଡ଼ ନେବା ଆରମ୍ଭ କଲାଣି ।  ବୁଲ୍‌ବୁଲ୍‌ ପ୍ରଭାବରେ ଆଉ ୪ରୁ ୫ ଘଣ୍ଟା ଯାଏଁ ବର୍ଷା ଜାରି ରହିବ ବୋଲି ସୂଚନା ରହିଛି । ବିଶେଷ କରି ବାଲେଶ୍ବର, ଭଦ୍ରକରେ ବର୍ଷାର ପରିମାଣ ବଢିପାରେ । ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପ୍ରବଳ ବର୍ଷା ହୋଇଛି ।

Read More

ବହୁ ଚର୍ଚ୍ଚିତ ଅଯୋଧ୍ୟା ରାୟର ଶୁଣାଣି କରିଛନ୍ତି ସୁପ୍ରିମ୍‌କୋର୍ଟ । ସୁପ୍ରିମକୋର୍ଟଙ୍କ ଅଯୋଧ୍ୟ ରାୟକୁ ସମ୍ମାନ କରିଥିଲେ ବି ଏହି ରାୟକୁ ନେଇ ସନ୍ତୁଷ୍ଟ ନାହାନ୍ତି ଅଲ ଇଣ୍ଡିଆ ମୁସଲିମ୍ ପର୍ସନଲ ଲ ବୋର୍ଡ୍। ମୁସଲିମ୍ ପକ୍ଷଙ୍କ ଓକିଲ ଜାଫରୟାବ ଜିଲାନୀ କହିଛନ୍ତି, କୋର୍ଟଙ୍କ ରାୟକୁ ସମ୍ମାନ ଜଣାଉଛୁ, ହେଲେ ରାୟକୁ ନେଇ ସନ୍ତୁଷ୍ଟ ନୋହୁଁ। ଏବେ ମୁସଲିମ୍ ପକ୍ଷ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ମୂଲ୍ୟାଙ୍କନ କରିବେ ଏବଂ ଆଗାମୀ ପଦକ୍ଷେପ ନେବ ବୋଲି ଜଫରୟାବ ଜିଲାନୀ କହିଛନ୍ତି। ତେବେ ଅଯୋଧ୍ୟା ମାମଲା ରାୟ ଆସିବା ପରେ ଏହା କାହାରି ହାର କିମ୍ବା ଜିତ୍‌ ନୁହେଁ ବୋଲ କହିଛନ୍ତି । ତେବେ ଏହା ଉପରେ ପୁନର୍ବିଚାର ଯାଚିକା ଦାଖଲ କରାଯିବା ଉଚିତ୍‌  ବୋଲି ଜିଲାନୀ କହିଛନ୍ତି । ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ବିବାଦୀୟ ଜମିକୁ ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ୍ ରାମ ମନ୍ଦିର ସେହି ସ୍ଥାନରେ ହିଁ ହେବ।…

Read More

ସମୀକ୍ଷା ବ୍ୟୁରୋ ଅଯୋଧ୍ୟା ମାମଲାରେ ଶେଷରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇଛି। ବିବାଦୀୟ ଜମିକୁ ରାମ ଜନ୍ମଭୂମିକୁ ପ୍ରଦାନ କରିବାର ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ଏହା ସହିତ ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ମସ୍‌ଜିଦ୍‌ ନିର୍ମାଣ ପାଇଁ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ଏକର ଜମି ପ୍ରଦାନ କରାଯିବା ସହିତ ମସ୍‌ଜିଦ୍‌ ନିର୍ମାଣରେ ସହାୟତା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହା ସହିତ ବିବାଦୀୟ ଜମିକୁ ଏକ ଟ୍ରଷ୍ଟକୁ ପ୍ରଦାନ କରି ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଆଲ୍ହାବାଦ୍‌ ହାଇକୋର୍ଟଙ୍କ ପକ୍ଷରୁ ୨୦୧୪ରେ ମାମଲାର ରାୟ ପ୍ରକାଶ ପାଇଥିବା ବେଳେ ଏହା ବିରୋଧରେ ସର୍ବୋଚ୍ଚ କୋର୍ଟରେ ୪ଟି ପକ୍ଷଙ୍କ ତରଫରୁ ୧୪ଟି ମାମଲା ରୁଜୁ କରାଯାଇଥିଲା। ମାତ୍ର ଆଜି ନିର୍ମୋହୀ ଆଖଡା ଏବଂ ସିଆ ଓ୍ବାକଫ୍‌ ବୋର୍ଡର ପିଟିସନ୍‌ ଖାରଜ କରାଯାଇଛି। ସିଆ ଓ୍ବାକଫ୍‌ ବୋର୍ଡର ସିଙ୍ଗଲ…

Read More

ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଅଯୋଧ୍ୟା ମାମଲାର ଶୁଣାଣି ଆରମ୍ଭ କରାଯାଇଛି । ଲଗାତାର 40 ଦିନର ଶୁଣାଣି ପରେ 5 ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ପ୍ରକାଶ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ 1 ନମ୍ବର କୋର୍ଟରେ ମାମଲାର ଶୁଣାଣି ଆରମ୍ଭ କରିଛନ୍ତି । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ମାମଲାର ରାୟ ପଢୁଥିବା ବେଳେ ନିର୍ମୋହୀ ଆଖଡା ଏବଂ ସିଆ ଓ୍ବାକଫ୍‌ ବୋର୍ଡର ପିଟିସନ୍‌ ଖାରଜ କରାଯାଇଛି । ସିଆ ଓ୍ବାକଫ୍‌ ବୋର୍ଡର ସିଙ୍ଗଲ ଲିଭ୍‌ ପିଟିସନ୍‌ ଖାରଜ କରାଯାଇଥିବା ବେଳେ ନିର୍ମୋହୀ ଆଖଡା ସେବାୟତ ହୋଇନଥିବାରୁ ନିର୍ମୋହୀ ଆଖଡାର ପିଟିସନ୍‌ ମଧ୍ୟ ଖାରଜ କରାଯାଇଛି ।

Read More

ବାତ୍ୟ ବୁଲ୍‌ବୁଲ୍‌ ପ୍ରଭାବରେ ରାଜ୍ୟର ବିଭିନ୍ନ ଉପକୂଳ ଅଞ୍ଚଳରେ ବର୍ଷାର ପ୍ରକୋପ ବଢିବାରେ ଲାଗିଛି । ଭଦ୍ରକର ଧାମରାରେ ପବନର ବେଗ ବଢିବା ସହିତ ଦୁଇଟି ମାଛଧରା ବୋଟ ବୁଡିଯିବାରୁ 9 ଜଣ ନିଖୋଜ ହୋଇଥିଲେ । ନିଖୋଜଙ୍କ ମଧ୍ୟରୁ ଗୋଟିଏ ବୋଟର 8ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ବୋଟରେ ଜଣଙ୍କର ପ୍ରାଣହାନି ଘଟିଛି । ଧାମରାର ତାଳଚୁଆରେ ପ୍ରବଳ ପବନ କାରଣରୁ ବୋଟରୁ ଖସି ପଡି ଯୁବକ ପ୍ରାଣ ହରାଇଥିବା ଜଣାପଡିଛି । ଏହି ସମୟ ମଧ୍ୟରେ ପାରାଦୀପ ଠାରେ ସର୍ବାଧିକ 159 ମିମି ବର୍ଷା ରେକର୍ଡ଼ କରାଯାଇଛି । ସେହିପରି ଚାନ୍ଦବାଲିରେ 143 ମିମି ଏବଂ ବାଲେଶ୍ୱରରେ 32 ମିମି ବର୍ଷା ରେକର୍ଡ଼ ହୋଇଛି ।

Read More

ଦୀର୍ଘ 70 ବର୍ଷର ଆଇନଗତ ବିବାଦ ପରେ ଆଜି ରାମ ଜନ୍ମଭୂମି ମାମଲାର ରାୟ ପ୍ରକାଶ ପାଇବାକୁ ଯାଉଥିବା ବେଳେ ଏହାକୁ ନେଇ ଉତ୍ତର ପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଶନିବାର 10.30 ମିନିଟ୍‌ ସମୟରେ ମାମଲାର ରାୟ ପ୍ରକାଶ ପାଇବାକୁ ଯାଉଥିବାରୁ ଅଯୋଧ୍ୟାରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି । ଅଯୋଧ୍ୟାରେ ଧାରା 144 ଲାଗୁ କରାଯାଇ ପୋଲିସ୍‌ ଛାଉଣୀରେ ପରିଣତ କରାଯାଇଥିବା ବେଳେ ଆଗ୍ରା ଏବଂ ଆଲିଗଡରେ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି । ସେହିପରି ଉତ୍ତର ପ୍ରଦେଶ-ନେପାଳ ସୀମାକୁ ମଧ୍ୟ ସିଲ୍ କରି ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ସମେତ ଓଡିଶା ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରିୟଙ୍କା ଗାନ୍ଧୀ ଏବଂ ମୋହନ ଭାଗବତ ଲୋକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି ।

Read More

ଶନିବାର ସୁପ୍ରିମ୍‌କୋର୍ଟରେ ଅଯୋଧ୍ୟା ରାୟ ପ୍ରକାଶ ପାଇବ । ଲଗାତାର 40 ଦିନର ଶୁଣାଣି ପରେ 5 ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ପ୍ରକାଶ କରିବେ । ଏହି ଖଣ୍ଡପୀଠରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ସମେତ ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେ, ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‌ ଏସ୍‌ ଅବ୍ଦୁଲ ନାଜୀର ସାମିଲ ଅଛନ୍ତି । ରାୟ ପ୍ରକାଶ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଟ୍ୱିଟ୍‌ କରି ଶାନ୍ତି ରକ୍ଷା ପାଇଁ ନିବେଦନ କରିଛନ୍ତି । ଦେଶବାସୀଙ୍କୁ ଆହ୍ୱାନ କରୁଛି, ଅଯୋଧ୍ୟା ରାୟ ପରେ ଶାନ୍ତି ଏବଂ ଭାଇଚାରାର ପରମ୍ପରାକୁ ଆମେ ଅକ୍ଷୁର୍ଣ୍ଣ ରଖନ୍ତୁ । ବିଭିନ୍ନ ବ୍ୟକ୍ତି ଏବଂ ସଂଗଠନ ଭାଇଚାରାର ବାତାବରଣ ବଜାୟ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ରାୟ ଆସିବା ପରେ ଆମେ ଏହି ସଦ୍‌ଭାବନା କାଏମ ରଖିବା ଉଚିତ ବୋଲି ମୋଦି କହିଛନ୍ତି…

Read More

କେଦାର ମିଶ୍ର ଦୃଶ୍ୟଟି ଦେଖି ଭୟ ଲାଗୁଛି। ଜଣେ ବରିଷ୍ଠ ମହିଳା ପୋଲିସ ଅଧିକାରୀଙ୍କୁ ଦଳେ ଓକିଲ ଗୋଡେଇ ଗୋଡେଇ ବାଡଉଛନ୍ତି। ମହିଳା ଅଧିକାରୀ ଜଣକ ହାତ ଯୋଡି ଆଇନ ଶ୍ରୁଙ୍ଖଳା ନ ଭାଙ୍ଗିବାକୁ ନିବେଦନ କରୁଛନ୍ତି, ହେଲେ କଳା କୋଟ ପିନ୍ଧିଥିବା ଆମ ଆଇନର ମଙ୍ଗୁଆଳମାନେ ତାଙ୍କୁ ବାଡେଇ ଚାଲିଛନ୍ତି। ଏହା ପୁଣି ଘଟୁଛି ଭାରତର ରାଜଧାନୀ ନୂଆଦିଲ୍ଲୀର ପ୍ରାଣକେନ୍ଦ୍ରରେ ଥିବା ତିସ ହଜାରି ଅଦାଲତ ପରିସରରେ। ଗତ ସପ୍ତାହରେ ଏମିତି ଅନେକ ଦୃଶ୍ୟ ଆମେ ଟେଲିଭିଜନ ପରଦାରେ ଓ ସୋସିଆଲ ମିଡିଆରେ ଦେଖି ଆସୁଛୁ।ଅନ୍ୟ ଏକ ଦୃଶ୍ୟରେ ଦେଖାଯାଉଛି, ଜଣେ ପୋଲିସ ଅଧିକାରୀଙ୍କୁ ଦଳେ ଓକିଲ ଘେରିକି ମାରି ଚାଲିଛନ୍ତି। ପ୍ରାଣ ବିକଳରେ ସେ ମୋଟର ସାଇକଲ ଚଳାଇ ପଳାଉଥିବା ବେଳେ ତାଙ୍କୁ ହେଲମେଟ ବାଡେଇ ମରା ହେଉଛି। ଏହା ଦେଶର ରାଜଧାନୀରେ, ଆଇନର ମନ୍ଦିର ପରିସରରେ ଘଟିଛି। ଏହାକୁ ନେଇ ଏବେ ଦିଲ୍ଲୀରେ ପୋଲିସ ଓ ଓକିଲ…

Read More

ବାତ୍ୟା ‘ବୁଲ୍‌ବୁଲ୍‌’ ପାରାଦୀପଠାରୁ 130 କି.ମି. ଦୂରରେ ରହିଛି । ଏହା ପ୍ରଭାବରେ ଧୀରେ ଧୀରେ ପବନର ବେଗ ବଢିଥିବା ବେଳ ଉପକୂଳ ଜିଲ୍ଲା ମାନଙ୍କରେ ବର୍ଷା ହୋଇଛି । ପୁରୀ, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଭଳି କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ଜଗତସିଂହପୁର ଜିଲ୍ଲାରେ 350, ବାଲେଶ୍ୱର ଜିଲ୍ଲାରେ 311 ଓ ଭୋଗରାଇ ସୁବର୍ଣ୍ଣପୁର ଦ୍ୱୀପରୁ 25 ପରିବାରକୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଥିବା ଏସ୍‌ଆରସି ସୂଚନା ଦେଇଛନ୍ତି ।

Read More

KOLKATA, NOV 8 (UNI) – West Bengal Chief Minister Mamata Banerjee, BCCI President Sourav Ganguly and Bollywood actor Shah Rukh Khan lighting the ceremonial lamp at the inauguration of Kolkata International Film Festival at Netaji Indoor Stadium in Kolkata on Friday. UNI PHOTO-88U

Read More

ଭୁବନେଶ୍ୱରେରୁ ଯାତ୍ରୀଙ୍କୁ ନେଇ ମୁମ୍ୱାଇ ଅଭିମୁଖେ ଯାତ୍ରା କରିଥିବା ଏୟାର ଇଣ୍ଡିଆର ବାମ ପାର୍ଶ୍ୱର ଇଞ୍ଜିନରେ ନିଆଁ ଲାଗିଛି । ଭୁବନେଶ୍ୱରରୁ ଉଡାନ ଭରିବାର ୩୦ ମିନିଟ ପରେ ମଝି ଆକାଶରେ ବିମାନରେ କୌଣସି କାରଣରୁ ନିଆଁ ଲାଗିଥିଲା । ବିମାନ ଚାଳକ ଏହା ଜାଣିବା ପାରେ ନିକଟସ୍ଥ ବିମାନ ବନ୍ଦର ରାୟପୁର ସହ ସମ୍ପର୍କ କରି ଜରୁରୀ ଅବତରଣ କରିଥିଲେ । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ତେବେ ନିଆଁ କିପରି ଏବଂ କେଉଁ ପରିସ୍ଥିତିରେ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

Read More

ସମ୍ଭାବ୍ୟ ବାତ୍ୟା ’ବୁଲ୍‌ବୁଲ୍‌’ ଭୟଙ୍କର ରୂପ ଧାରଣ କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇଛି । ୧୦ ତାରିଖ ସୁଦ୍ଧା ସୁନ୍ଦରବନର ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ରହିଛି । ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଥିବା ସିଟି ପରୀକ୍ଷାକୁ ମଧ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଘୁଞ୍ଚାଇ ଦିଆଯାଇଛି । ସେହିପରି ମୌଳିକ ଶିକ୍ଷା ଡିପ୍ଲୋମା ପରୀକ୍ଷା ସଂସ୍କୃତ ପେଡାଗୋଜି ପରୀକ୍ଷା ଘୁଞ୍ଚିଲା, ଏ ବିଷୟର ପରୀକ୍ଷା ନଭେମ୍ବର ୧୩ରେ ପୂର୍ବ ନିର୍ଦ୍ଧାରିତ ସମୟରେ ହେବ ବୋଲି ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ରହିଛି । ସମ୍ଭାବ୍ୟ ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ମଧ୍ୟମଧରଣର ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ ହୋଇଛି । ବାତ୍ୟା ବୁଲ୍‌ବୁଲ୍‌ର ଗତି ବର୍ତ୍ତମାନ ଘଣ୍ଟା ପ୍ରତି ୧୩ କିମି ରହିଥିବାବେଳେ ଆସନ୍ତା କାଲି ୭୦ରୁ ୯୦ କିମି ବେଗରେ ବହିବ ବୋଲି ଆକଳନ କରାଯାଇଛି ।…

Read More