Author: Samikhsya Bureau

ସମୀକ୍ଷା ବ୍ୟୁରୋ କଟକ, 28/12 : ଓଡିଶା ଏବଂ ଉତ୍ତରାଖଣ୍ଡ ମଧ୍ୟରେ ଡ୍ରିମ୍ସରେ ଅନୁଷ୍ଠିତ ମ୍ୟାଚ୍‌ରେ ଓଡିଶା 10 ଓ୍ବିକେଟ୍‌ରେ ବିଜୟୀ ହୋଇଛି । କ୍ରମାଗତ ତୃତୀୟ ମ୍ୟାଚ୍‌ରେ ବିଜୟୀ ହେବା ସହିତ ଓଡିଶା 3 ଟି ମ୍ୟାଚ୍‌ରୁ 21 ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ପହଞ୍ଚିଛି । ଚତୁର୍ଥ ଇନିଂସରେ ଓଡିଶାକୁ ବିଜୟ ପାଇଁ 60 ରନ୍‌ ଆବଶ୍ୟକ ଥିବା ବେଳେ ଦଳ କୌଣସି ଓ୍ବିକେଟ ନହରାଇ 60 ରନ୍‌ ସଂଗ୍ରହ କରିଥିଲା । ଓଡିଶା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ବସନ୍ତ ମହାନ୍ତିଙ୍କ 6 ଓ୍ବିକେଟ୍‌ ଫଳରେ ଉତ୍ତରାଖଣ୍ଡ 117 ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା । ଜବାବରେ ଶାନ୍ତନୁ ମିଶ୍ର(110)ଙ୍କ ଶତକ ସହାୟତାରେ ଓଡିଶା 253 ରନ୍‌ ସଂଗ୍ରହ କରିଥିଲା । 116 ରନ୍‌ର ଅଗ୍ରଣୀ ହାସଲ କରିଥିବା ଓଡିଶା ପକ୍ଷରୁ ତୃତୀୟ ଇନିଂସରେ ସୂର୍ଯ୍ୟକାନ୍ତ ପ୍ରଧାନ 5 ଓ୍ବିକେଟ୍‌…

Read More

ଉତ୍ତରପ୍ରଦେଶ, ୨୮/୧୨: ଉତ୍ତରପ୍ରଦେଶ ସରକାର ଏବେ ତିନି ତଲାକ୍‌ ପୀଡ଼ିତାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଏବେ ୟୁପିରେ ତିନି ତଲାକ୍‌ ପୀଡ଼ିତାଙ୍କୁ ବାର୍ଷିକ ୬,୦୦୦ଟଙ୍କାର ପେନସନ୍‌ ଦିଆଯିବ। ମାସିକ୫୦୦ ଟଙ୍କା ଆକାରରେ ତଲାକ୍‌ ପୀଡ଼ିତା ମହିଳାଙ୍କୁ ପେନ୍‌ସନ୍‌ ଦେବେ ସରକାର। ଏହି ଯୋଜନା ଆସନ୍ତା ନୂଆ ବର୍ଷରୁ ଆରମ୍ଭ କରାଯିବ । ସରକାରୀ ସୂଚକାଙ୍କ ଅନୁସାରେ ୧୦ହଜାର ମହିଳାଙ୍କୁ ପ୍ରଥମ ତିନି ମାସରେ ଏହି ପେନସେନ୍‌ ରାଶି ଦିଆଯିବ। ସୂଚନାଯୋଗ୍ୟ, ତିନି ତଲାକ୍‌କୁ ମୋଦି ସରକାର ବେଆଇନ କରିଦେଇଛନ୍ତି। ଯଦି କେହି ମୁସଲମାନ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ତିନି ତଲାକ୍‌ ଦେଉଛନ୍ତି, ତେବେ ତାଙ୍କୁ ଜେଲ୍‌ ଦଣ୍ଡ ମିଳିବ। ଏହି ଆଇନ କଠୋର ହେବା ପରେ ମଧ୍ୟ ତିନି ତଲାକ୍‌ର ଘଟଣା ସମା୍ନାକୁ ଆସୁଛି। ୟୁପି ସରକାର ଏହାକୁ ଧ୍ୟାନରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି। (ଏଜେନ୍ସି)

Read More

ନୂଆଦିଲ୍ଲୀ,28/12 : 6 ଥର ବିଶ୍ବ ଚାମ୍ପିୟନ୍‌ସିପ୍‌ ବିଜୟିନୀ ଏମ୍‌ସି ମେରୀ କମ୍‌ ଟୋକିଓ 2020 ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । 51 କିଗ୍ରା ବର୍ଗରେ ନିଖତ୍‌ ଜରିନ୍‌ଙ୍କୁ ପରାସ୍ତ କରି ଏହି ଯୋଗ୍ୟତା ଅର୍ଜନ କରିଛନ୍ତି । 9-1 ପଏଣ୍ଟରେ ବିଜୟୀ ହୋଇ ମେରୀ ଚୀନ୍‌ରେ ଅନୁଷ୍ଠିତ ହେବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେହିପରି ଅନ୍ୟ ଦୁଇ ଭାରତୀୟ ଖେଳାଳି ସାକ୍ଷୀ ଚୌଧୁରୀ ଏବଂ ସିମରନ୍‌ଜିତ୍‌ କୌର୍‌ ମଧ୍ୟ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସାକ୍ଷୀ ଚୌଧୁରୀ ଦୁଇ ଥର ବିଶ୍ବ ଚାମ୍ପିୟନସିପ୍‌ ରୌପ୍ୟ ପଦକ ବିଜୟିନୀ ସୋନିଆ ଲାଥରଙ୍କୁ 57 କିଗ୍ରା ବର୍ଗରେ ପରାସ୍ତ କରିଥିଲେ । 60 କିଗ୍ରା ବର୍ଗରେ ଅନ୍ୟତମ ବିଶ୍ବ ଚାମ୍ପିୟନ୍‌ ଏଲ୍‌ ସରିତା ଦେବୀଙ୍କୁ ସିମ୍‌ରନ୍‌ ଜିତ୍‌ କୌର୍‌ ପରାସ୍ତ କରିଛନ୍ତି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ୨୮/୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଠ  ଓ ମନ୍ଦିରର ବିକାଶ ପାଇଁ ବିଭିନ୍ନ ପ୍ରକାରର ଘୋଷଣା କରିଛନ୍ତି। ପୁରୀ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରାଯିବା ପରେ ଲିଙ୍ଗରାଜ ସଂଲଗ୍ନ ବିକାଶ ପାଇଁ ୫ କୋଟି ଟଙ୍କାର ଘୋଷଣା କରିଛନ୍ତି। ଏହି ଅନୁମୋଦିତ ଅର୍ଥରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ଭଜନ ମଣ୍ଡପର ନୂଆ ବିଲିଡିଂ ନିର୍ମାଣ ହେବ। ସେହିପରି ଲିଙ୍ଗରାଜ ଏଣ୍ଟ୍ରି ପ୍ଲାଜା ନିକଟରେ ଲିଙ୍ଗରାଜ ରିସର୍ଚ୍ଚ ସେଣ୍ଟର ପାଇଁ ମଧ୍ୟ ଖର୍ଚ୍ଚ ହେବ। ନିର୍ମାଣ ହେବାକୁ ଥିବା ନୂତନ କୋଠାରେ ଓ୍ବାଚ ଟାଓ୍ବାରର ସୁବିଧା କରାଯିବ।

Read More

ସମୀକ୍ଷା ବ୍ୟୁରୋ କର୍ଲାମୁଣ୍ଡା, ୨୮/୧୨: ଭିନ୍ନକ୍ଷମ ତଥା ଅସହାୟ ଲୋକଙ୍କ ପାଇଁ ସରକାର ବିଭିନ୍ନ ପ୍ରକାରର ସରକାରୀ ସୁବିଧାର ବ୍ୟବସ୍ଥା କରିଥିବାବେଳେ ପ୍ରକୃତ ହିତାଧିକାରୀମାନେ ଏଥିରୁ ବଂଚିତ ହେଉଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡା ଗ୍ରାମପଞ୍ଚାୟତର ରେଗଡା ଗ୍ରାମରେ। ଏହି ଗ୍ରାମର ଜଣେ ବାସିନ୍ଦା ହେଉଛନ୍ତି ବସୁଦେବ ସାହୁ। ବୟସ ତାଙ୍କୁ ୩୨ ବର୍ଷ। ପିତାଙ୍କ ନାମ ହେଉଛି କାର୍ତ୍ତିକ ସାହୁ। ଜନ୍ମରୁ ପୋଲିଓ ଆକ୍ରାନ୍ତ ହୋଇ ଗୋଟିଏ ଗୋଡ ସମ୍ପୂର୍ଣ୍ଣ ଭାବରେ ଅଚଳ ବସୁଦେବଙ୍କର। ଘରେ ତାଙ୍କୁ ମିଶାଇ ୭ଜଣ ଲୋକ। ଦୁଇ ପୁଅ, ସ୍ତ୍ରୀ, ବାପ ମାଆ ଓ ଆଉଜଣେ ଅନ୍ଧ ଭାଇ। ବଡ଼ପୁଅ ହେଉଥିବାରୁ ଘରର ସବୁ ବୋଝ ତାଙ୍କ ମୁଣ୍ଡ ଉପରେ। ରୋଜଗାରର ମାଧ୍ୟମ ହେଉଛି ଏକ ଛୋଟିଆ କେବିନ ଦୋକାନ। ଠିକ୍‌ରେ ଆୟ ହେଉନଥିବାରୁ ଦି ଓଳି ଦି’ ମୁଠା ଆହାର ଯୋଗାଡ କରିବା…

Read More

ନୂଆଦିଲ୍ଲୀ, 28/12 : ସୋମାଲିଆରେ ଏକ କାର ବୋମା ବିସ୍ଫୋରଣରରେ 20 ରୁ ଅଧିକ ଲୋକଙ୍କର ପ୍ରାଣହାନି ଘଟିଛି । ସୋମାଲିଆର ରାଜଧାନୀ ମୋଡିଗାସୁରେ ଶନିବାର ଦିନ ଏହି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଆହୁରି 30ରୁ 40 ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆହତଙ୍କ ମଧ୍ୟରୁ ଏକାଧିକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବିସ୍ଫୋରଣ ନିମନ୍ତେ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନଥିବା ବେଳେ ବିସ୍ଫୋରଣର ତଦନ୍ତ ଜାରି ରହିଛି ବୋଲି ପୋଲିସ୍‌ ଅଧିକାରୀ ଇବ୍ରାହିମ ମହମ୍ମଦ ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Read More

ନୂଆଦିଲ୍ଲୀ,28/12 : ନିଷିଦ୍ଧ ଡ୍ରଗ୍ସ ସେବନ କାରଣରୁ ଭାରତୀୟ ଭାରୋତ୍ତଳିକା ସୀମାଙ୍କୁ 4 ବର୍ଷ ପାଇଁ ବାସନ୍ଦ କରାଯାଇଛି । ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ବିଜୟିନୀ ସୀମାଙ୍କୁ ନାଡା ପକ୍ଷରୁ 4 ବର୍ଷ ପାଇଁ ବାସନ୍ଦ କରାଯାଇଛି । 34 ତମ ଜାତୀୟ ଚାମ୍ପିୟନ୍‌ସିପ୍‌ ସମୟରେ ସୀମାଙ୍କ ନମୂନା ପଜିଟିଭ୍‌ ସାବ୍ୟସ୍ତ ହୋଇଛି । ସୀମାଙ୍କ ନମୂନାରୁ ହାଇଡ୍ରୋକ୍ସି-4, ମିଥୋକ୍ସି ଟେମୋକ୍ସିଫେନ୍‌, ଏଷ୍ଟ୍ରୋଜେନ୍‌ ମଡ୍ୟୁଲାର(ଏସ୍‌ଇଆର୍‌ଏମ୍‌), ମେଟେନୋଲୋନ୍‌, ଏନୋବୋସ୍ରାମ୍‌ ଏବଂ ଆର୍ଡ୍ରୋଜେନ୍‌ ରିସେପ୍ଟର ମଡ୍ୟୁଲାର ମିଳିଥିବା ନେଇ ନାଡା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ସମସ୍ତ ଔଷଧକୁ ଓ୍ବାଡା ପକ୍ଷରୁ 2019ରେ ନିଷିଦ୍ଧ ଘୋଷଣା କରାଯାଇଛି । ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ବିଜୟିନୀ ସୀମା ଗୋଲ୍ଡକୋଷ୍ଟ ସିଡବ୍ଲ୍ୟୁଜିର 75 କିଗ୍ରା ବର୍ଗରେ ଷଷ୍ଠ ସ୍ଥାନରେ ରହିଥିଲେ । (ଏଜେନ୍ସୀ)

Read More

ନୂଆଦିଲ୍ଲୀ, 28/12: କଂଗ୍ରେସ ଦଳ ଆଜି ୧୩୫ତମ ପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି। ଏହି ଦିବସ ଅବସରରେ କଂଗ୍ରେସ ନାଗରିକତା ଆଇନ ବିଷୟକୁ ନେଇ ମୋଦି ସରକାରକୁ ଘେରିଛି। କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଏହାକୁ ଦ୍ବିତୀୟ ନୋଟବନ୍ଦୀ ବୋଲି କହିଛନ୍ତି। ରାହୁଲ୍‌ ଗାନ୍ଧି ଦଳର ମୁଖ୍ୟାଳୟରେ  ଏନ୍‌ଆରସି ଓ ଏନ୍‌ପିଆରକୁ ଦ୍ବିତୀୟ ନୋଟବନ୍ଦୀ ବୋଲି କହିଛନ୍ତି। ଏଥିରେ ଭାରତର ଗରିବ ଲୋକଙ୍କର ବହୁତ କ୍ଷତି ହେବାକୁ ଯାଉଛି। ରାହୁଲ୍‌ କହିଛନ୍ତି ଯେ, ଏନ୍‌ଆରସି ଓ ଏନ୍‌ଆରପି ପ୍ରକ୍ରିୟା ଦ୍ବାରା ସରକାରଙ୍କ କିଛି ପୁଞ୍ଜିପତି ବନ୍ଧୁଙ୍କ ଲାଭ ହେବ। ପୂର୍ବରୁ ରାହୁଲ୍‌ ଗାନ୍ଧି ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରି ’ଆରଏସଏସ୍‌’ର ପ୍ରଧାନମନ୍ତ୍ରୀ ଭାରତ ମାତାଙ୍କୁ ମିଛ କହୁଛନ୍ତି ବୋଲି କହିଥିଲେ। ଆଜି କଂଗ୍ରେସର ପ୍ରତିଷ୍ଠା ଦିବସ ଅବସରରେ ଦଳର ମୁଖ୍ୟ କାର୍ଯ୍ୟାଳୟଠାରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି  ଦଳର ପତାକା ଉତ୍ତୋଳନ କରିଥିଲେ । ଆଜି କଂଗ୍ରେସ ତରଫରୁ…

Read More

ଲକ୍ଷ୍ନୌ, 28/12 : ଆନ୍ଦୋଳନ ରତ ଭିଡକୁ ପାକିସ୍ତାନ ପଳେଇଯାଅ ବୋଲି ସମ୍ବୋଧନ କରି ଅଡୁଆରେ ପଡିଛନ୍ତି ମିରଟ ଏସ୍‌ପି ଅଖିଳେଶ ନାରାୟଣ ସିଂ । ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ବିଭିନ୍ନ ସ୍ଥାନରେ ହିଂସା ଦେଖା ଦେଇଥିବା ବେଳେ ମିରଟର ଏହି ଘଟଣା ସମ୍ମୁଖକୁ ଆସିଛି । ଏହି ଘଟଣାକୁ ନେଇ ଏସ୍‌ପିଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା । ଘଟଣାକୁ ନେଇ ଏସ୍‌ପି ଶନିବାର ପ୍ରତିକ୍ରିୟା ରଖିଛନ୍ତି । କିଛି ଯୁବକ ପାକିସ୍ତାନ ଜିନ୍ଦାବାଦ ନାରା ଦେଉଥିବାରୁ ସେ ଏପରି କହିବାକୁ ବାଧ୍ୟ ହୋଇଥିଲେ ବୋଲି ମିରଟ ଏସ୍‌ପି ପ୍ରକାଶ କରିଛନ୍ତି । ଏହା ସହିତ ଆଇଜି ଆଲୋକ ସିଂ ମଧ୍ୟ ମିରଟ୍‌ ଏସ୍‌ପିଙ୍କୁ ସମର୍ଥନ କରିଛନ୍ତି । 18ରୁ 25 ବର୍ଷ ବୟସ୍କ ଯୁବକ ମାନେ ପାକିସ୍ତାନ ସପକ୍ଷବାଦୀ ନାରା ଦେଉଥିବା ବେଳେ ପୋଲିସ୍‌ର ପ୍ରତିକ୍ରିୟା ସଠିକ୍‌ ରହିଛି ବୋଲି ଆଲୋକ ସିଂ କହିଛନ୍ତି । (ଏଜେନ୍ସୀ)

Read More

ମୁମ୍ବାଇ, 28/12: ବଲିଉଡ୍‌ ବ୍ଲକ୍‌ବଷ୍ଟର ସିମ୍ବାର ରିଲିଜ୍‌କୁ ଏକ ବର୍ଷ ପୁରିଛି। ସିମ୍ବାର ନିର୍ଦ୍ଦେଶକ ରୋହିତ ସେଟ୍ଟୀ ନିଜର ଅପ୍‌କମିଙ୍ଗ ପୋଲିସ୍‌ ଫିଲ୍ମ ସୂର୍ଯ୍ୟବଂଶୀର ଏକ ନୂତନ ପୋଷ୍ଟର ରିଲିଜ୍‌ କରିଛନ୍ତି। ଫିଲ୍ମର ମୁଖ୍ୟ ଅଭିନେତା ଅକ୍ଷୟ କୁମାରଙ୍କ ସହିତ ରଣବୀର ସିଂ ଏବଂ ଅଜୟ ଦେବଗନଙ୍କ ପୋଷ୍ଟର ରିଲିଜ୍‌ କରାଯାଇଛି। ଏହି ଫିଲ୍ମରେ ଅକ୍ଷୟ ଏଟିଏସ ମୁଖ୍ୟ ଭାବରେ ଅଭିନୟ କରିଥିବା ବେଳେ ଅଜୟ ଦେବଗନ ଏବଂ ରଣବୀର ସିଂ କ୍ୟାମିଓ ଭାବରେ ନଜର ଆସିବେ। କ୍ୟାଟ୍ରିନା କୈଫ୍‌ ମୁଖ୍ୟ ଅଭିନେତ୍ରୀ ରହିଥିବା ବେଳେ ଟିପ୍‌ ଟିପ୍‌ ବର୍‌ଷା ପାନି ଗୀତରେ ଉଭୟ ନଜର ଆସିବାକୁ ଯାଉଛନ୍ତି। ସୂର୍ଯ୍ୟବଂଶୀ ଆସନ୍ତା ମାର୍ଚ୍ଚ 27, 2020ରେ ରିଲିଜ୍‌ ହେବ ବୋଲି ଜଣାପଡିଛି। (ଏଜେନ୍ସୀ)

Read More

ନୂଆଦିଲ୍ଲୀ, 28/12 : ଦେଶରେ ସୁଧାର ଗୃହ ପ୍ରତିଷ୍ଠାକୁ ନେଇ ବିଜେପିକୁ ଆକ୍ରମଣ କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ସୁଧାର ଗୃହ ପ୍ରତିଷ୍ଠାକୁ ପ୍ରଧାନମନ୍ତ୍ରୀ ଅସ୍ବୀକାର କରିଥିବା ବେଳେ ଆସାମରେ ଏକ ସୁଧାର ଗୃହ ରହିଛି । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ରାହୁଲ ଏକ ଭିଡିଓ ସେୟାର କରିଥିଲେ, ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ ସହିତ ରାହୁଲ ସୁଧାର ଗୃହର ଭିଡିଓ ମଧ୍ୟ ଜାରି କରିଥିଲେ । ଏହି ଭିଡିଓ ପ୍ରକାଶ ପରେ ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି କି ସତ କହୁଛନ୍ତି ଏହା ଦେଶବାସୀ ନିର୍ଦ୍ଧାରଣ କରନ୍ତୁ ବୋଲି ରାହୁଲ କହିଛନ୍ତି । (ଏଜେନ୍ସୀ)

Read More