ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 25/12: ସାରା ଓଡ଼ିଶାରେ ବେଶ୍ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହେଉଛି ବଡଦିନ। ପ୍ରଭୁ ଯୀଶୁଙ୍କର ଜନ୍ମଦିନ ଅର୍ଥାତ୍ ବଡଦିନ ପାଇଁ ସାରା ରାଜ୍ୟରେ ଏକ ଖୁସିର ଉତ୍ସବ ଲାଗି ରହିଛି। ଏହି ଅବସରରେ ବିଭିନ୍ନ ଚର୍ଚ୍ଚ ପକ୍ଷରୁ ସ୍ବତନ୍ତ୍ର ପ୍ରାର୍ଥନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇଛି। ଆଜି ମଧ୍ୟରାତ୍ରିରେ ପ୍ରଭୁ ଯୀଶୁଙ୍କର ଜନ୍ମ ହୋଇଥିବାବେଳେ ଏହାକୁ ବେଶ୍ ସ୍ବତନ୍ତ୍ର ଢଙ୍ଗରେ ପାଳନ କରିଛନ୍ତି ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀମାନେ। ବଡ଼ଦିନ ଅବସରରେ ରାଜ୍ୟର ବିଭିନ୍ନ ଚର୍ଚ୍ଚଗୁଡ଼ିକରେ ଆଲୋକସଜ୍ଜା କରାଯିବା ସହିତ କ୍ରିସମାସ ଟ୍ରି, ମହମବତୀ ଓ ଘଣ୍ଟି ଦ୍ବାରା ସଜାଯାଇଛି। ଗତକାଲି ମଧ୍ୟରାତ୍ର ପର୍ଯ୍ୟନ୍ତ ବିଭିନ୍ନ ଚର୍ଚ୍ଚଗୁଡ଼ିକରେ ବିଶେଷ ପ୍ରାର୍ଥନା କରାଯାଇଥିଲା। ଏଥିରେ ହଜାର ହଜାର ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଚର୍ଚ୍ଚ ପକ୍ଷରୁ ଭଜନ, ପ୍ରାର୍ଥନା, ଗୀତ ଓ ଉପହାର ଆଦାନ ପ୍ରଦାନ କରାଯାଇଥିଲା। ଭୁବନେଶ୍ବର କଟକ ବ୍ୟତୀତ, ବାଲେଶ୍ବର, ବ୍ରହ୍ମପୁର, ରାଉରକେଲା, କନ୍ଧମାଳ…
Author: Samikhsya Bureau
ସମୀକ୍ଷା ବ୍ୟୁରୋ ମୟୂରଭଞ୍ଜ, 25/12: ମୟୂରଭଞ୍ଜ ବାଙ୍ଗିରୀପୋଷି ଗୋଷାଣିପାଳ ଗାଁରେ ହାତୀ ଆକ୍ରମଣରେ ଆଜି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଶୈାଚ ପାଇଁ ଯାଇଥିବା ସମୟରେ ହାତୀ ତାଙ୍କୁ ଦଳି ଦେଇଥିବା ରସୂଚନା ରହିଛି । ସୂଚନା ଅନୁସାରେ ମୟୂରଭଞ୍ଜ ବାଙ୍ଗିରୀପୋଷି ଗୋଷାଣିପାଳ ଗାଁରେ ଆଜି ଜଣେ ମହିଳା ଭୋର ସକାଳୁ କାତରା ନଦୀକୁ ଶୌଚ ହେବାକୁ ଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସେ ହାତୀପଲ ହାବୁଡ଼ରେ ପଡ଼ି ଯାଇଥିଲେ। ଫଳରେ ହାତୀ ତାଙ୍କୁ କଚାଡ଼ି ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ମୃତା ମହିଳାଜଣକ ହେଉଛନ୍ତି ସ୍ନେହଲତା ସେଠୀ।ଖବର ପାଇ ଘଟଣାସ୍ଥଳରେ ବାଙ୍ଗିରୀପୋଷି ରେଞ୍ଜର ପହଞ୍ଚି ମୃତା ମହିଳାଙ୍କ ପରିବାରକୁ କ୍ଷତିପୂରଣ ଭାବେ ୪୦ ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି ।
ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଅଟଳ ବିହାରୀ ବାଜପେୟୀ ଦେଶ, ଜାତି ଓ ସମାଜ ପାଇଁ ଏକ ସମର୍ପିତ ବ୍ୟକ୍ତିତ୍ୱ। ଏକାଧାରରେ ଜଣେ ସୃଜନଧର୍ମୀ କବି, ଉଚ୍ଚକୋଟୀର ସ୍ତମ୍ଭକାର, ପ୍ରଜ୍ଞାଦୀପ୍ତବାଗ୍ମୀ, ଜାତୀୟବାଦୀ ସାଂସଦ, ସର୍ବୋତ୍ତମ ଶାସକ ଓ ଜାତିପ୍ରାଣ ରାଷ୍ଟ୍ରନାୟକ। ଛାତ୍ରାବସ୍ଥାରେ ୧୯୩୯ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସ୍ୱୟଂସେବକ ଭାବେ ଯୋଗଦେଇଥିଲେ। ୧୯୪୦-୪୪ ଭିତରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଶିକ୍ଷଣ ନେବାପରେ ୧୯୪୭ରେ ଜଣେ ପୂର୍ଣ୍ଣକାଳୀନ ପ୍ରଚାରକଭାବେ କାର୍ଯ୍ୟାରମ୍ଭ କରିଥିଲେ। ୧୯୪୨ରେ ଭାରତ ଛାଡ ଆନ୍ଦୋଳନରେ ଯୋଗଦେଇ ମାତ୍ର ଅଠର ବର୍ଷ ବୟସରେ ତାଙ୍କ ବଡଭାଇ ପ୍ରେମ କୁମାରଙ୍କ ସହିତ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇ କାରାବରଣ କରିଥିଲେ। ୧୯୫୧ରେ ଭାରତୀୟ ଜନସଂଘର ପ୍ରତିଷ୍ଠାତା ସଭାପତି ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଅନୁରୋଧ କ୍ରମେ ଗୁରୁଜୀ ମାଧବ ସଦାଶିବ ଗୋଲୱାଲ କରଙ୍କ ନିର୍ଦ୍ଦେଶକ୍ରମେ ସଂଘ କାର୍ଯ୍ୟରୁ ବିରତ ହୋଇ ପ୍ରତ୍ୟକ୍ଷ ରାଜନୀତିରେ ଯୋଗଦେଇଥିଲେ। ତାଙ୍କୁ ଭାରତୀୟ ଜନସଂଘର ରାଷ୍ଟ୍ରୀୟ ସଂପାଦକ ଦାୟିତ୍ୱ ଅର୍ପଣ କରାଯାଇଥିଲା।…
Mumbai: Actor Salman Khan during actress Saiee Manjrekar’s birthday celebrations in Mumbai on Dec 23, 2019. (Photo: IANS)
Mumbai: Directors Karan Johar, Zoya Akhtar, Anurag Kashyap and Dibakar Banerjee with actors Janhvi Kapoor, Mrunal Thakur, Avinash Tiwary, Raghuvir Yadav, Sobhita Dhulipala, Vijay Varma and Pavail Gulati at the screening of their upcoming Netflix film “Ghost Stories” in Mumbai on Dec 23, 2019. (Photo: IANS)
ନୂଆଦିଲ୍ଲୀ, 25/12: ରାଜଧାନୀ ନୂଆଦିଲ୍ଲୀରେ ତାପମାତ୍ରା ୬ ଡିଗ୍ରୀ ସେଲସିୟସକୁ ଖସିଛି । ବୁଧବାର ପୂର୍ବାହ୍ନ ୬ଟା ଦିଲ୍ଲୀର ତାପମାତ୍ରା ୬ ଡିଗ୍ରୀ ରେକର୍ଡ ହୋଇଛି। କିଛି ଦିନ ହେବ ଦିଲ୍ଲୀର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଉଥିବା ଜଣାପଡ଼ିଛି। ଡିସେମ୍ବର ମାସରେ ଲୋକେ ଭୀଷଣ ଶୀତର ସମ୍ମୁଖୀନ ହୋଇଛନ୍ତି । ଏଯାଏଁ ୨୨ ବର୍ଷର ରେକର୍ଡ ଅତିକ୍ରମ ସାରିଛି । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଶୀତଲହରୀ ଆଗାମୀ କିଛି ଦିନ ଯାଏଁ ଆହୁରି ଜାରି ରହିବ । ସେହିପରି ଦିଲ୍ଲୀରେ ଆହୁରି ତିନି ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହିବ । ଦିଲ୍ଲୀ ବ୍ୟତୀତ ଉତ୍ତର ପ୍ରଦେଶ, ହରିୟାଣା, ପଞ୍ଜାବ ଓ ମଧ୍ୟପ୍ରଦେଶରେ ମଧ୍ୟ ଭୀଷଣ ଶୀତଲହରୀ ଅନୁଭୂତ ହୋଇଛି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 25/12: ଏଥର ଦିଲ୍ଲୀ ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ନୂଆଦିଲ୍ଲୀରେ ହେବାକୁ ଥିବା ଜାତୀୟ ପରେଡରେ ଏହା ପ୍ରଦର୍ଶିତ ହେବ । ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ପାଇଁ ଓଡ଼ିଶା ଯୋଗ୍ୟ ବିବେଚିତ ହୋଇଛି। ଲିଙ୍ଗରାଜ ମନ୍ଦିର ଓ ରୁକୁଣା ରଥ ଉପରେ ନିର୍ମିତ ପ୍ରଜ୍ଞାପନ ମେଢ଼ ପରେଡ଼ରେ ପ୍ରଦର୍ଶିତ ହେବ। ଏଥର ପ୍ରଜ୍ଞାପନ ମେଢ଼ର ଡିଜାଇନ ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏଥିପାଇଁ ଅନୁମତି ମିଳିବା ସହ ଅଂଶଗ୍ରହଣ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ଆସିଛି । ଏଥର ମୋଟ୍ ୧୬ଟି ରାଜ୍ୟକୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ପାଇଁ ଅନୁମତି ମିଳିଛି।
ସମୀକ୍ଷା ବ୍ୟୁରୋ ରାୟଗଡା, 25/12: ରାୟଗଡ଼ା ଗୁଣପୁର ତିଣ୍ଡିକୋଣା ଛକରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗର ମୃତ୍ୟୁ ଘଟିଛି । ପୁରୁଷୋତ୍ତମ ଗତକାଲି (ମଙ୍ଗଳବାର)ବିଳମ୍ବିତ ରାତିରେ କୋର୍ଟରୁ ଘରକୁ ଫେରୁଥିବା ସମୟରେ ରାମନାଗୁଡ଼ା-ଗୁଣୁପୁର ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣାରେ ଗୁରୁତର ଭାବରେ ଆହାତ ହୋଇଥିବା ପୁରୁଷୋତ୍ତମ ଗମାଙ୍ଗଙ୍କୁ ସ୍ଥାନୀୟଲୋକେ ଗୁରୁତର ଅବସ୍ଥାରେ ରାସ୍ତାରୁ ଉଦ୍ଧାର କରି ଶ୍ରୀକାକୁଲମ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୭ ମାର୍ଚ୍ଚ ୧୨ ତାରିଖରେ ହୋଇଥିବା ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଓ ନିର୍ବାଚନକୁ ରାୟଗଡ଼ା ଜିଲ୍ଲା ଦୌରାଜଜ୍ ସୋମ ଶେଖର ଜେନା ଗତକାଲି ପୁଣି ଅସିଦ୍ଧ ଘୋଷଣା କରିଥିଲେ ।
ନୂଆଦିଲ୍ଲୀ,25/12: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ 95ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀ ସ୍ମୃତି ସ୍ଥଳରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ, ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ତଥା ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତୃବୃନ୍ଦମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ମୋଦି ହିନ୍ଦୀରେ ଏକ ମିନିଟ୍ର ଏକ ଭିଡିଓ ସନ୍ଦେଶ ଟୁଇଟ୍ କରିଛନ୍ତି । ଏହି ଭିଡିଓରେ ମୋଦି କହିଛନ୍ତି ଯେ, ବାଜପେୟୀଙ୍କ ଶବ୍ଦମାନେ ଶକ୍ତିଶାଳୀ ଥିଲେ । କିନ୍ତୁ ତାଙ୍କ ନିରବତା ଅଧିକ ଶକ୍ତିଶାରୀ ରହିଥିଲା। ସେହିପରି ଗୃହମନ୍ତ୍ରୀ ଅମିତ୍ ଶାହା ଏକ ଟୁଇଟ୍ କରି କହିଛନ୍ତି ଯେ, ରାଷ୍ଟ୍ରବାଦୀ ଚିନ୍ତାଧାରା, ତ୍ରୁଟିହୀନ ଛବି ଓ ରାଷ୍ଟ୍ରକୁ ସମର୍ପିତ ଜୀବନ ସହିତ ଅଟଳଜୀ ଭାରତୀୟ ରାଜନୀତିରେ ଏକ ଅମିଳନ ଛାପ ପକାଇଛନ୍ତି । ଅଟଳଜୀଙ୍କ ଜୀବନ ବିଚାରଧାର ଓ…
ନୂଆଦିଲ୍ଲୀ, 25/12: ମୋଦି କ୍ୟାବିନେଟ୍ ଭାରତର ଜନଗଣନା 2021ର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟାର (ଏନ୍ପିଆର)ର ମଞ୍ଜୁରୀ ଦେଇଛନ୍ତି । ଏହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ଯେ, ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର (ଏନ୍ପିଆର) ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର (ଏନ୍ଆରସି) ମଧ୍ୟରେ କୌଣସି ସମ୍ପର୍କ ନାହିଁ । ଆହୁରି ମଧ୍ୟ କହିଛନ୍ତି ଯେ, ଏନ୍ପିଆର୍ରେ ନାମ ନଥିଲେ ମଧ୍ୟ କାହାର ବି ନାଗରିକତ୍ବ ଅବୈଧ ହେବ ନାହିଁ । ବା ନାଗରିକତା ଯିବ ନାହିଁ । ଏହାକୁ ନେଇ ବିରୋଧୀ ଭ୍ରମ ସୃଷ୍ଟି କରାଉଛନ୍ତି । ସେହିପରି ସଂଖ୍ୟାଲଘୁଙ୍କୁ ଏନ୍ପିଆରକୁ ନେଇ ଡରିବାର କୌଣସି ଆବଶ୍ୟକତା ନାହିଁ । ସେହିପରି ଅମିତ୍ ଶାହା ପୂରା ଭାରତ ବର୍ଷରେ ଏନ୍ଆରସିକୁ ନେଇ ଚାଲିଥିବା ତର୍କର କିଛି ଆବଶ୍ୟକତା ନାହିଁ । କାରଣ ଏହା ଉପରେ କୌଣସି ଚର୍ଚ୍ଚା ହୋଇନଥିବା କହିଛନ୍ତି ଗୃହନ୍ତ୍ରୀ । ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ, 25/12: ଜମ୍ମ୍ମ କାଶ୍ମୀରରୁ ଅର୍ଦ୍ଧସୈନିକ ବଳର 72ଟି କମ୍ପାନୀକୁ ସରକାର ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିରେ ସିଆରପିଏଫ୍ର 24, ବିଏସ୍ଏଫ୍, ଆଇଟିବିପି, ସିଆଇଏସ୍ଏଫ୍ ଓ ଏସ୍ଏସ୍ବିର12-12 କମ୍ପାନୀ ସାମିଲ୍ ରହିଥିଲେ । ପ୍ରତ୍ୟେକ କମ୍ପାନୀରେ 90ରୁ 100 କର୍ମୀ ରହିଥିଲେ । ଘାଟିରେ ଏବେ ସ୍ବାଭାବିକ ଅବସ୍ଥାକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏବେ ଘାଟିରୁ 7000ରୁ ଅଧିକ ଅର୍ଦ୍ଧସୈନିକ ବଳ ଫେରାଇ ନିଆଯିବାର ଆଦେଶ ରହିଛି । କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ସଂଖ୍ୟାରେ ସୁରକ୍ଷାବଳ ମୁତୟନ କରାଯାଇଥିଲା।ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପୂର୍ବରୁ କେନ୍ଦ୍ର ସରକାର ସମ୍ଭାବିତ ବିରୋଧ-ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଘାଟୀରେ କଟକଣା ଲଗାଯାଇଥିଲା। ସେହିପରି କିଛି ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରି ଦିଆଯାଇଥିଲା। ଏହାକୁ ଧୀରେ ଧୀରେ ହଟାଇ ଦିଆଯାଉଛି। (ଏଜେନ୍ସି)
ମୁମ୍ବାଇ, 25/12: ନାଗରିକତା ସଂଶୋଧନ ଆଇନ ଓ ଏନ୍ଆରସିକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବାବେଳେ ସେହିପରି ବିଜେପିର କିଛି ସହଯୋଗୀ ଦଳ ମଧ୍ୟ ବିରୋଧ କରିଛନ୍ତି । ଇତିମଧ୍ୟରେ ଶିବସେନା ପୁଣିଥରେ ସରକାରଙ୍କୁ ସମର୍ଥନ କରିବାର ନଜର ଆସିଛି । ଶିବସେନାର ମୁଖ୍ୟ ଉଦ୍ଧବ ଠାକ୍ରେ କହିଛନ୍ତି ଯେ, ରାମଲୀଲା ମଇଦାନରେ ପ୍ରଧାନମନ୍ତ୍ରୀ ଦେଇଥିବା ବୟାନ ଉପରେ ତାଙ୍କର ଭରସା ରହୈିଛି । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ମୁସଲମାନ ନେତାଙ୍କ ସହିତ ସାକ୍ଷାତ କରି ବୟାନ ଦେଇ କହିଛନ୍ତି ଯେ, ମୋତେ ପ୍ରଧାନମନ୍ତ୍ରୀଙ୍କ କଥା ଉପରେ ଭରସା ଅଛି । ରାମଲୀଲା ମଇଦାନରେ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଉପରେ ଶିବସେନା ଭରସା କରିଥିବାର କହିଛନ୍ତି ଉଦ୍ଧବ । ମୁସଲମାନ ନେତାଙ୍କ ସାକ୍ଷାତ ସମୟରେ ଉଦ୍ଧବଙ୍କ ସହିତ ସମାଜବାଦୀ ପାର୍ଟିର ନେତା ଅବୁ ଆଜ୍ମୀ ମଧ୍ୟ ସାମିଲ୍ ରହିଥିଲେ । ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ ଦେଶର ବିଭିନ୍ନ ଅଞ୍ଚଳରେ…
କେଦାର ମିଶ୍ର ଗତ ରବିବାର ଦିଲ୍ଲୀରେ ଏକ ବିଶାଳ ଜନସଭାକୁ ଉଦବୋଧନ ଦେଇ ଆମର ପ୍ରଧାନମନ୍ତ୍ରୀ କହିଲେ, ତାଙ୍କ ସରକାର ବିରୋଧରେ ମିଛ ଅପପ୍ରଚାର ଚାଲିଛି। ବିରୋଧୀ ଦଳ ଓ “ଅର୍ବାନ ନକ୍ସଲ’’ (ଭଗବାନ ଜାଣନ୍ତି, ଏହାର ଅର୍ଥ କଣ) ମାନେ ଜାତୀୟ ନାଗରିକତା ପଞ୍ଜୀକରଣ ଓ ନାଗରିକତାରୁ ବାଦ ପଡିଥିବା ଲୋକଙ୍କୁ ଅଟକ ରଖିବା ପାଇଁ ତିଆରି ହେଉଥିବା ଜେଲ ବିଷୟରେ ମିଛ କହୁଛନ୍ତି ବୋଲି ସେ ବଡ ଆବେଗଭରା ଭାଷଣ ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣି ଗୋଟେ ଓଡିଆ ଟେଲିଭିଜନ ଚାନେଲ ଲେଖିଲା- “ଦେଶ ଦେଖିଲା ପ୍ରଧାନମନ୍ତ୍ରୀଙ୍କ ରୌଦ୍ର ରୂପ”। ଏହି ତଥାକଥିତ ରୌଦ୍ର ରୂପ ଯେ କେବଳ ମିଛ ଓ ଛଳନାର ଭାଷଣ ଥିଲା, ସେକଥା ତୁରନ୍ତ ଧରା ପଡିଗଲା । ପ୍ରଧାନମନ୍ତ୍ରୀ କହିଥିବା କୌଣସି କଥା ଯେ ସତ୍ୟ ଓ ତଥ୍ୟ ଆଧାରିତ ନଥିଲା, ସେକଥା ଦେଶ ଓ ବିଦେଶର ଗଣମାଧ୍ୟମ ଆଖି ଚିରି ଦେଖାଇଦେଲେ।…
ସମୀକ୍ଷା ବ୍ୟୁରୋ ପୁରୀ-ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁଣି ଥରେ ଏକ ନୂଆ ରେକର୍ଡ କରିବାକୁ ଯାଉଛନ୍ତି। ତାହା ହେଉଛି ସୁଦର୍ଶନ ପ୍ରତିବର୍ଷ ପରି ଏଥର ମଧ୍ୟ ନିର୍ମାଣ କରିଛନ୍ତି ଏକ ଭିନ୍ନ ବାଲୁକା ଶାନ୍ତାକ୍ଲଜ୍। ପ୍ରତି ବର୍ଷ ସେ ପୁରୀବେଳା ଭୂମିରେ ଯେଉଁ ଶାନ୍ତାକ୍ଲଜ ନିର୍ମାଣ କରନ୍ତି ତାହା ଶୋଇକରି ଥାଏ। ହେଲେ ଏଥର ସେ ନୂଆ ରେକର୍ଡ କରିଛନ୍ତି। ତାହା ହେଉଛି ସୁଦର୍ଶନ ଏଥର ନିର୍ମାଣ କରିଛନ୍ତି ପୁରା ବାଲି ମୂର୍ତ୍ତି। ଯାହାକୁ କୁହାଯିବ ଥ୍ରୀ ଡି ବାଲୁକା ଶାନ୍ତାକ୍ଲଜ୍। ତେବେ ଆଶ୍ଚର୍ଯ୍ୟର କଥା ତାହା ଶହେ ଫୁଟ କିମ୍ବା ହଜାରେ ଫୁଟ ଉଚ୍ଚତାର ନୁହେଁ, ପୁରା ଅଢେଇ ହଜାର ଫୁଟ ଉଚ୍ଚତାର ବାଲୁକା ଶାନ୍ତାକ୍ଲଜ ସେ ନିର୍ମାଣ କରିଛନ୍ତି। ଯେ କେହି ଦେଖିଲେ ସେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇପଡିବ। କାରଣ ମାଟିରେ ମୂର୍ତ୍ତି ନିର୍ମାଣ କରି ହେବ। ହେଲେ ବାଲିରେ ଛିଡା ହେବା ମୂର୍ତ୍ତି ନିର୍ମାଣ କରିବା…
ଭୁବନେଶ୍ବର, ଭୁବନେଶ୍ବରରେ ଆୟୋଜିତ ତୋଷାଳି ମେଳା ଦଶମ ଦିନରେ ପହଁଚିଛି। ଆଜି ବଲିଉଡ କାଳାକାର ପ୍ରତିଭା ସିଂ ବାଘେଲା ତାଙ୍କର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଦଶମ ଦିନ ସୁଦ୍ଧା ପ୍ରାୟ 4 କୋଟି ଟଙ୍କାର ବ୍ୟବସାୟ ହୋଇଥିବାର ଜଣାପଡିଛି।
ସମୀକ୍ଷା ବ୍ୟୁରୋ ନୂଆଦିଲ୍ଲୀ: ଶେଷରେ ସ୍ବପ୍ନ ସତ ହେଲା। ଗଡିଲା ଗାଡି ଗ୍ୟାସ ଗାଡି। ପ୍ରଥମ ଥର ପାଇଁ ଭାରତରେ ଲୋକାର୍ପିତ ହୋଇଛି ଦୂରଗାମୀ ସିଏନଜି ଚାଳିତ ବସ। ନୂଆଦିଲ୍ଲୀର ଜବହାରଲାଲ ନେହୁର ଷ୍ଟାଡିୟମରେ ଏହି ଗାଡିକୁ ଲୋକାର୍ପିତ କରିଛନ୍ତି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଗାଡିର ବିଶେଷତ୍ବ ହେଉଛି ଏହା ସଂପୂର୍ଣ୍ଣ ଭାବେ ସିଏନଜି ଇନ୍ଧନରେ ଚାଲିବ। ସେଥିପାଇଁ ବସଗୁଡିକ ପାଇଁ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ ନିର୍ମାଣ କରିଛନ୍ତି ଏକ ବିରାଟକାୟ ସ୍ବତ୍ୱନ୍ତ୍ର ସୁରକ୍ଷିତ ଗ୍ୟାସ୍ ଟାଙ୍କି। ସାଧାରଣତଃ ଘରୋଇ ଗ୍ୟାସ ଟାଙ୍କିଠାରୁ ଏହା ହଜାରେ ଗୁଣରେ ବଡ। ଗୋଟିଏ ଟାଙ୍କିରେ ଗ୍ୟାସ ଭର୍ତ୍ତି କରିଦେଲେ ତାହା ହଜାର କିଲୋମିଟର ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ନୂଆଦିଲ୍ଲୀରୁ ଡେରାଡୁନ ପର୍ଯ୍ୟନ୍ତ 5ଟି ବସ୍ କୁ ଚଳାଚଳ କରିବା ପାଇଁ ଅନୁମତି ଦିଆଯାଇଛି। ପରବର୍ତ୍ତି ସମୟରେ ଦିଲ୍ଲୀରୁ ଜୟପୁର, ଚଣ୍ଡିଗଡ ଏବଂ ଆଗ୍ରାକୁ ସିଏନଜି ବସ…
ସମୀକ୍ଷା ବ୍ୟୁରୋ ବ୍ରହ୍ମପୁର: ବହୁ ପ୍ରତୀକ୍ଷିତ ଗୋପାଳପୁର ବେଳାଭୂମି ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ଏହାକୁ ଉଦ୍ଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ସନ୍ଧ୍ୟା ୪ ଘଣ୍ଟା ସମୟରେ ଗୋପାଳପୁରଠାରେ ଥିବା ଅସ୍ଥାୟୀ ହେଲିପେଡ଼ରେ ଅବତରଣ କରି ସେଠାରୁ ସିଧା କାର୍ଯ୍ୟକ୍ରମ ସ୍ଥଳକୁ ଯାଇଥିଲେ। ଉପସ୍ଥିତ ନେତା, ଅଧିକାରୀଙ୍କ ଗହଣରେ ଗୋପାଳପୁର ମହୋତ୍ସବକୁ ଲୋକଙ୍କ ଉଦ୍ଦେଶ୍ୟରେ ଉଦ୍ଘାଟିତ କରିଥିଲେ। ଏହା ସହ ହର୍ବାଲ ମେଳା ଏବଂ ପଲ୍ଲିଶ୍ରୀ ମେଳାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ରୂପେ ଜଂଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଅଶୋକ ଚନ୍ଦ୍ର ପଣ୍ଡା, ପୋଲସରା ବିଧାୟକ ତଥା ଗଂଜାମ ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, କବିସୂର୍ଯ୍ୟନଗର ବିଧାୟିକା ଲତିକା…
ସମୀକ୍ଷା ବ୍ୟୁରୋ ପାରାଦୀପ/କୁଜଙ୍ଗ, ୨୪/୧୨: ନିଯୁକ୍ତି ଆଶାୟୀଙ୍କ ଦ୍ଵାରା ଜେଏସ୍ଡବ୍ଲ୍ୟୁ ଇନଫ୍ରାଷ୍ଟ୍ରକଚର ଲିମିଟେଡ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାରେ ୧୦ଜଣ ଛାତ୍ରକୁ ପୋଲିସ ଗିରଫ କରିଛି। ଆଦର୍ଶ ଥାନା ପୋଲିସ ଉକ୍ତ ଛାତ୍ରମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉଲ୍ଲେଖଯୋଗ୍ୟ ଯେ ଆଜି ସକାଳେ ପାରାଦୀପରେ ରହିଥିବା ଜେଏସ୍ଡବ୍ଲ୍ୟୁ ଇନଫ୍ରାଷ୍ଟ୍ରକଚର ଲିମିଟେଡ କାର୍ଯ୍ୟାଳୟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ୨୦୦ରୁ ଅଧିକ ଇଞ୍ଜିନିୟରିଂ ଛାତ୍ର କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଥିଲା। ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇନଥିବାରୁ ଏହି ଆନ୍ଦୋଳନ କରାଯାଇଥିଲା ବୋଲି ସୂଚନା ରହିଛି। ଛାତ୍ରଛାତ୍ରୀମାନେ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରି କୈଫିୟତ ମାଗିବା ସହିତ ବିଭିନ୍ନ ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ଆଇନ ବିରୋଧ କାର୍ଯ୍ୟ କରିବା ଅଭିଯୋଗରେ କିଛି ଛାତ୍ରଛାତ୍ରୀଙ୍କୁ ପୋଲିସ୍ ଅଟକ ରଖିଥିଲା। ଏନେଇ ଅନ୍ୟ ଛାତ୍ରଛାତ୍ରୀମାନେ ଥାନାକୁ ଯାଇ ପାଟିତୁଣ୍ଡ କରିଥିଲେ। ସମ୍ପୃକ୍ତ ଘଟଣାରେ ପୋଲିସ…
Mumbai: Actress Kangana Ranaut at the trailer launch of her upcoming film “Panga” in Mumbai on Dec 23, 2019. (Photo: IANS)
Hyderabad: Stills from Telugu film “Amrutha Ramam” in Hyderabad. (Photo: IANS)
(191223) — TORONTO, Dec. 23, 2019 (Xinhua) — Two ladies pose for photos at a light display during the 2019 Aurora Winter Festival at Ontario Place in Toronto, Canada, Dec. 22, 2019. (Photo by Zou Zheng/Xinhua)

