JAMMU, NOV 4 (UNI)- Jammu and Kashmir Lt Governor G C Murmu inspecting Guard of Honour on the opening day of the Darbar Move offices at Civil Secretariat in Jammu on Monday.UNI PHOTO-1U
Author: Samikhsya Bureau
ତିସ୍ ହଜାରୀ କୋର୍ଟରେ ପୋଲିସ ଏବଂ ଆଇଜୀବୀଙ୍କ ମଧ୍ୟରେ ଉତ୍ତେଜନା ଯୋଗୁ ସୋମବାର ଆଇନଜୀବୀମାନେ ହରତାଳ କରିଛନ୍ତି। ଇତିମଧ୍ୟରେ ସ୍ଥାନୀୟ କଡ଼କଡ଼ଡ଼ୋମା କୋର୍ଟରେ କେତେକ ଆଇନଜୀବୀ ଜଣେ ପୋଲିସଙ୍କ ମଧ୍ୟରେ ପାଟିତୁଣ୍ଡ ତଥା ଝଗଡା ହୋଇଥିବାର ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ କିଛି ଓକିଲ ପୋଲିସ୍ କର୍ମୀଙ୍କୁ ମାରପିଟ୍ ମଧ୍ୟ କରିଛନ୍ତି । ଖବର ପାଇ ଉଚ୍ଚ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଉତ୍ତର ଆଣ୍ଡାମାନ ଓ ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ କ୍ରମେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଏହା ଦୁଇ ତିନି ମଧ୍ୟରେ ଘନୀଭୂତ ହୋଇ ଡିପ୍ରେସନ୍ ରୂପ ନେଇପାରେ ବୋଲି ସୂଚନା ରହିଛି । ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଡିପ୍ରେସନ୍ ରୂପ ନେଇପାରେ ବୋଲି ସୂଚନା ରହିଛି । ଘନୀଭୂତ ପରେ ଉତ୍ତର, ଉତ୍ତର –ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି । ଏହା ପ୍ରଭାବରେ ଆସନ୍ତା ୯ ତାରିଖରୁ ଓଡ଼ିଶା ଉପକୂଳରେ ବର୍ଷା ସମ୍ଭାବନା ରହିଛି ।
ସମୀକ୍ଷା ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ୧୬ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ନାଚୁଣୀ ନିକଟସ୍ଥ କହ୍ନେଇପୁରଠାରେ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ସ୍କୁଟିରେ ଏକ ମହିଳା ଯାଉଥିବା ବେଳେ ଏକ କାର ତାଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ସ୍କୁଟି ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ତାଙ୍କର ଦୁଇ ଶିଶୁ ଏବଂ ନଣନ୍ଦେଇ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଆହତଙ୍କୁ ବାଲୁଗାଁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ଧକ୍କା ଦେଇଥିବା କାର୍ଟିର ନଂ ଓଡି-୦୨ଏଜି ୧୪୪୪। ଏହି କାରଟି ସାନଖେମୁଣ୍ଡିର ପୂର୍ବତନ ବିଧାୟକ ନନ୍ଦିନୀ ଦେବୀଙ୍କର ବୋଲି ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର ଡ୍ରାଇଭରକୁ ଅଟକ ରଖିଥିବା ସୂଚନା ରହିଛି। ମୃତ ମହିଳା ଜଣକ ନୟାଗଡ ଜିଲ୍ଲା ଓଡଗାଁ ଶଙ୍ଖେଇର ଶୈଳା ବୋଲି ଜଣାପଡିଛି। ମହିଳା ଜଣକ ତାଙ୍କ ଭାଇଙ୍କ ଦଶାହ…
ମୁମ୍ବାଇ-ପୁଣେ ହାଇଓ୍ବେରେ ସୋମବାର ସକାଳୁ ଏକ ସଡକ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ୫ଜଣ ମୃତ୍ୟୁବରଣ କରିଥିବାବେଳେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଭୋର ଘାଟ ପାଖରେ ଡ୍ରାଇଭରଙ୍କ ଦାୟିତ୍ବହୀନତା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି । ଆହତ ଲୋକଙ୍କୁ ନିକଟସ୍ଥ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଡ୍ରାଇଭର ଜଣକ ଗାଡ଼ି ଚଳାଇବାବେଳେ ସନ୍ତୁଳନ ହରାଇବସିଥିଲେ, ଯାହା ଫଳରେ ଗାଡ଼ିଟି ଯାଇ ସିଧାରେ ଖାଇରେ ପଡ଼ିଯାଇଥିଲା ।
Prime Minister, Narendra Modi at the Golden Jubilee celebrations of Aditya Birla Group, in Bangkok, Thailand on Sunday.
କେଦାର ମିଶ୍ର କେବେବି କୌଣସି ମୁହୂର୍ତ୍ତରେ ରାମ ଜନ୍ମଭୂମି ମାମଲାର ଚୂଡାନ୍ତ ରାୟ ସୁପ୍ରିମ କୋର୍ଟ ପ୍ରକାଶ କରିବେ। ଆସନ୍ତା ୧୮ ନଭେମ୍ବରରେ ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଅବସର ନେବା ପୂର୍ବରୁ ଏହି ମାମଲାର ରାୟ ପ୍ରକାଶ ପାଇବ। ଭାରତ ଇତିହାସରେ ଏକ ରାୟ ପ୍ରକାଶ ପାଇବା ପୂର୍ବରୁ ଏହା ଆମ ସପକ୍ଷରେ ଯିବ ବୋଲି ବହୁ ବିଜେପି ନେତା ଓ ସଂଘ ପରିବାରର ସଦସ୍ୟ ଖୋଲାଖୋଲି କହି ସାରିଛନ୍ତି। ତେବେ ଏହି ପ୍ରସଙ୍ଗରେ ଆଇନ କଣ କରିବ ତାହା ରାୟ ପ୍ରକାଶ ପାଇଲା ପରେ ଜଣାପଡିବ, ହେଲେ ଏହାଯେ ବିଜେପିର ରାଜନୀତି ଲାଗି ଏକ ଉର୍ବର ଭୂମି ତିଆରି କରିବ, ଏଥିରେ ସନ୍ଦେହ ନାହିଁ। ସପକ୍ଷରେ ଗଲେ ଏହା ବିଜେପିର ସଫଳତା ଓ ବିପକ୍ଷରେ ଗଲେ ଏହା ହିନ୍ଦୁଙ୍କ ବିରୋଧରେ ଷଡଯନ୍ତ୍ର ବୋଲି କହି ବିଜେପି ତାର ରାଜନୀତି ଅବ୍ୟାହତ ରଖିବ। ଏ ପ୍ରସଙ୍ଗରେ ଜାତୀୟ…
Defence Minister Rajnath Singh and Uzbekistan Defence Minister Maj Gen Bakhodir Nizamovich Kurbanov signing an MoU, in Tashkent on Saturday.
IGP Jammu Zone Mukesh Singh and Div Comm Sanjeev Verma calling on J&K Lt Guv Girish Chander Murmu at Raj Bhawan in Jammu on Sunday.
A view of near India Gate Air pollution in New Delhi on Sunday.
GANGTOK, NOV 3 (UNI):- President Ram Nath Kovind at the convocation of Sikkim University, in Gangtok on Sunday. UNI PHOTO-44U
BHOPAL, NOV 3 (UNI):- Newly appointed Chief Justice of Madhya Pradesh High Court Ajay Kumar Mittal being congratulated by the Madhya Pradesh Chief Minister Kamal Nath, in Bhopal on Sunday. UNI PHOTO-33U
ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଅନିଶ୍ଚିତତା ତଥା ଛକାପଞ୍ଝା ଚାଲିଥିବାବେଳେ ଶିବସେନା ଓ ଏନ୍ସିପିର ମେସେଜ୍ ରାଜନୀତି ଏହି ବିଷୟକୁ ଆହୁରି ସରଗରମ କରୁଛି । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି)ର ନେତା ଅଜିତ୍ ପାଓ୍ବାର କହିଛନ୍ତି ଯେ, ଶିବସେନାର ସଞ୍ଜୟ ରାଉତ ତାଙ୍କୁ ମେସେଜ୍ ପଠାଇଛନ୍ତି । ସଞ୍ଜୟ ରାଉତ ‘ଜୟ ମହାରାଷ୍ଟ୍ର’ର ଏକ ବାର୍ତ୍ତା ପଠାଇଛନ୍ତି । ସଞ୍ଜୟ ଶିବସେନା ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି ବୋଲି କହିଥିବାବେଳେ ଏବେ ଏନ୍ସିପିକୁ ମେସେଜ୍ ପଠାଇବା ନେଇ ନୂତନ ରାଜନୈତିକ ସମୀକରଣର ଆଭାସ ମିଳୁଛି । ଆସନ୍ତାକାଲି ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ଓ କଂଗ୍ରେସର କାମଚଳା ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ମହାରାଷ୍ଟ୍ରର ସରକାର ଗଠନକୁ ନେଇ ଆଲୋଚନା କରାଯିବ । ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ହୋଇ ନିର୍ବାଚନକୁ ଓହ୍ଲାଇଥିବାବେଳେ କଂଗ୍ରେସ – ଏନ୍ସିପି ମଧ୍ୟ…
ସ୍ବଚ୍ଛ ଭାରତ ଅଭିଯାନ ଜରିଆରେ ନେତାମାନେ ଝାଡୁ ଲଗାଉ ଥିବାବେେଳେ ଏହି କ୍ଷେତ୍ରରେ ଆଉ ଟିକେ ଆଗକୁ ପାଦ ବଢାଇଛନ୍ତି କମଲନାଥ ସରକାରଙ୍କ ଜଣେ ମନ୍ତ୍ରୀ। ନାଳ ସଫା କରିବା ପାଇଁ ନିଜେ ନାଳ ଭିତରେ ପଶି ନାଳ ସଫା କରିଛନ୍ତି। ରବିବାର ମଧ୍ୟପ୍ରଦେଶର ଖାଦ୍ୟ ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂହ ତୋମାର୍ ଗ୍ବାଲିୟରର ବିର୍ଲା ନଗର ଅଞ୍ଚଳର ଏକ ଅପରିଷ୍କାର ନାଳକୁ ସଫା କରିଛନ୍ତି। ଏହି ନାଳଟି ଅଳିଆ ଆବର୍ଜନାରେ ପୋତି ହୋଇପଡିଥିବାରୁ ରାସ୍ତାରେ ନର୍ଦ୍ଦମା ପାଣି ବୋହୁଥିଲା। ଏହାକୁ ଦେଖି ମନ୍ତ୍ରୀ ନିଜେ ନାଳରେ ପଶି କୋଦାଳ ସାହାଯ୍ୟରେ ଆବର୍ଜନାକୁ ସଫା କରିଛନ୍ତି। ଏହା ଦେଖି ଅନ୍ୟମାନେ ମଧ୍ୟ ମନ୍ତ୍ରୀଙ୍କୁ ଏହି ସଫେଇ କାର୍ଯ୍ୟରେ ସାହାଯ୍ୟ କରିଥିଲେ। ମନ୍ତ୍ରୀଙ୍କ ଏପରି କାର୍ଯ୍ୟକୁ ବେଶ୍ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକେ। ପୂର୍ବରୁ ଗ୍ବାଲିୟରର ରେଳଷ୍ଟେସନର ଶୌଚାଳୟ ମଧ୍ୟ ସଫା କରିଥିଲେ ପ୍ରଦ୍ୟୁମ୍ନ। ଦେଶରେ କିଛି ଦିନ ଧରି ନାଳ ତଥା ସ୍ବେରାଜ…
ସମୀକ୍ଷା ବ୍ୟୁରୋ ବିବାହ ଏକ ପବିତ୍ର ସମ୍ପର୍କ। ସ୍ବାମୀ ସ୍ତ୍ରୀ ଦୁହେଁ ଏହି ବନ୍ଧନକୁ ସ୍ନେହ ଓ ପ୍ରେମ ଦ୍ବାରା ବାନ୍ଧି ରଖିଥାନ୍ତି। କିନ୍ତୁ ବଦଳୁଥିବା ସମୟରେ ଏହି ବନ୍ଧନ ଆଉ ସେପରି ଶକ୍ତ ହୋଇ ରହୁନାହିଁ। ଏଥିରେ ଦେଖାଯାଉଛି ଅନେକ ବ୍ୟତିକ୍ରମ। ସ୍ତ୍ରୀ ଅନ୍ୟ ପୁରୁଷ ସହ ରୋମାନ୍ସ କରୁଥିବାବେଳେ ସ୍ବାମୀ ଏହାକୁ ଦେଖି ସହ୍ୟ କରିପାରିନଥିଲେ।ତା’ପରେ ଘଟାଇଥିଲେ ନିର୍ମମ କାଣ୍ଡ। ଗ୍ରେଟର ନୋଏଡାର ସୁରଜପୁରଠାରେ ଏକ ମାମଲା ସାମ୍ନାକୁ ଆସିଛି। ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସ୍ବାମୀଙ୍କୁ ତାଙ୍କ ସ୍ତ୍ରୀ ଅନ୍ୟ କାହା ସହିତ ସମ୍ପର୍କ ରଖିଛନ୍ତି ବୋଲି ସନ୍ଦେହ କରୁଥିଲେ। ମିଳିଥିବା ସୂଚନା ଅନୁସାରେ ୟୁପିର ଶାହଜାହାନପୁର ନିବାସୀ ସମ୍ପୃକ୍ତ ଅଭିଯୁକ୍ତ ସ୍ବାମୀ ଜଣକ ତାଙ୍କ ସ୍ତ୍ରୀଙ୍କୁ ଅନ୍ୟ ପୁରୁଷଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ। ଏହାପରଠାରୁ ଦୁହିଙ୍କ ମଧ୍ୟରେ ବିବାଦ ଚାଲିଥିଲା। ଏହି ଘଟଣାକୁ ନେଇ ଦୁହିଁଙ୍କ ଝଗଡା…
ଅନିଶ୍ଚିତତା ଭିତରେ ଭାରତ-ବାଂଲାଦେଶ ଟି-୨୦ କ୍ରିକେଟ ମ୍ୟାଚ। ଆଜି ନୂଆଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିଅମରେ ଭାରତ-ବାଂଲାଦେଶ ପ୍ରଥମ ଟି-୨୦ କ୍ରିକେଟ ମ୍ୟାଚ ଖେଳାଯିବ। କିନ୍ତୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବିପଜ୍ଜନକ ଅବସ୍ଥାରେ ରହିଥିବାରୁ ଖେଳ ହେବା ନେଇ ସନ୍ଦେହ ଦେଖାଯାଇଛି। ପ୍ରଦୂଷଣ କମ୍ କରିବା ପାଇଁ ସରକାର ତରଫରୁ ପାଣି ସିଞ୍ଚନ ବ୍ୟବସ୍ଥା କରାଯାଉଥିଲେ ମଧ୍ୟ କୌଣସି ସଫଳ ମିଳୁନାହିଁ। ଗତକାଲି ଦୁଇଦେଶର ସମସ୍ତ ଖେଳାଳି ମାସ୍କ ଲଗାଇ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଥିଲା। ତେଣୁ ଏପରି ଭୟାନକ ବାୟୁ ପ୍ରଦୂଷଣରେ ଖେଳାଳିଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବାରୁ ଖେଳ ହେବା ନେଇ ସନ୍ଦେହ ଦେଖାଯାଇଛି। ଏପରି ପରିସ୍ଥିତିରେ ଆଜିର ମ୍ୟାଚ ଅନୁଷ୍ଠିତ ହେବକି ନାହିଁ ରେଫରୀଙ୍କ ଦ୍ଵାରା ନିର୍ଦ୍ଧାରଣ କରାଯିବ।
ଦିପାବଳୀ ପରଠାରୁ ଦିଲ୍ଲୀର ପ୍ରଦୂଷଣ ମାତ୍ରା ଅତ୍ୟଧିକ ବଢିଯାଇଛି। ବାୟୁର ଗୁଣବତ୍ତା ଏବେ ଖରାପସ୍ଥିତିରେ ପହଞ୍ଚିଛି। ପ୍ରାୟ ଅଞ୍ଚଳରେ ଏୟାରକ୍ବାଲିଟି ଇଣ୍ଡେକ୍ସ ୯୦୦ ଉପରେ ପହଞ୍ଚିଛି। ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଓ ଫରିଦାବାଦ ଆଦି ଅଞ୍ଚଳରେ ବାୟୁ ଏବେ ପୂରା ବିଷ ପାଲଟିଯାଇଛି। ସେହିପରି ପଞ୍ଜାବ ଓ ହରିୟାଣାରେ ମଧ୍ୟ ସମାନ ଅବସ୍ଥା ଜାରି ରହିଛି। ଏହି ସମସ୍ୟାର ସମାଧାନ ପାଇଁ ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ଦିଲ୍ଲୀର ପ୍ରଦୂଷଣର ମାତ୍ରା ଅତ୍ୟଧିକ ବଢିଯିବା ଯୋଗୁଁ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦିଆଯାଇଥିବାବେଳେ ସ୍କୁଲଗୁଡ଼ିକୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଛୁଟି କରାଯାଇଛି। ତେବେ ମିଳିଥିବା ସୂଚନା ଅନୁସାରେ ପ୍ରଦୂଷଣ ସ୍ତର ବଢିବା ପରେ ପରେ ଦିଲ୍ଲୀ ଏମସ୍ରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି।
ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳ ବାହାରିବାର ୧୦ ଦିନ ପରେ ମଧ୍ୟ ରାଜ୍ୟରେ ସରକାର ଗଠନ ହୋଇ ପାରୁନାହିଁ। ବିଜେପି-ଶିବସେନା ମେଣ୍ଟ ପାଖରେ ସରକାର ଗଢିବା ଲାଗି ଆବଶ୍ୟକ ସମର୍ଥନ ରହିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ୫୦:୫୦ ଅନୁପାତରେ ବାଣ୍ଟିବାକୁ ନେଇ ଦୁଇ ଦଳ ଭିତରେ ପ୍ରବଳ ଗଣ୍ଡଗୋଳ ଆରମ୍ଭ ହୋଇଛି। ଆଜି ହଠାତ ଶିବସେନା ଦାବି କରିଛି ଯେ ସରକାର ଗଠନ ଲାଗି ତାଙ୍କ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପିର ୧୦୫, ଶିବସେନାର ୫୬, ଏନସିପିର ୫୪, କଂଗ୍ରେସର ୪୪ ଓ ଅନ୍ୟାନ୍ୟ ୨୯ ବିଧାୟକ ରହିଛନ୍ତି। ଶିବସେନା ଓ ବିଜେପି ଭିତରେ ବଢୁଥିବା କନ୍ଦଳ ଯୋଗୁଁ ଏବେ ପ୍ରତି ମୁହୂର୍ତ୍ତରେ ରାଜ୍ୟର ରାଜନୈତିକ ସମୀକରଣ ବଦଳି ଚାଲିଛି। ଆଜି ହଠାତ ବିଜେପିକୁ ଅଡୁଆରେ ପକାଇ ଶିବସେନା ଘୋଷଣା କରିଛି ଯେ, ତାଙ୍କ ପାଖରେ ସରକାର ଗଢିବା…