ପ୍ରବଳ ବର୍ଷା କାରଣରୁ କାଲିମେଳା ଜଳଭଣ୍ଡାର ବିପଦ ସଙ୍କେତ ଛୁଇଁବା ପରେ ରବିବାର ଦିନ କାଲିମେଳାର ଦୁଇଟି ଗେଟ୍ ଖୋଲାଯାଇଛି । ଗତ 48 ଘଣ୍ଟା ମଧ୍ୟରେ ମାଲକାନଗିରିରେ ହାରାହାରି 166 ମିମି ବର୍ଷା ହୋଇଛି । ବର୍ଷା ଯୋଗୁଁ ମାଲକାନଗିରି – ମୋଟୁ ମଧ୍ୟରେ ସଡ଼କ ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ ଆଜି ଦୁଇଟି ଗେଟ୍ ଖୋଲାଯାଇଛି ।
Author: Samikhsya Bureau
ସଂପଦ ଦଳାଇ ଦେଶରେ ଦେଖାଦେଇଥିବା ମାନ୍ଦା ଅବସ୍ଥା କେବଳ ଶିଳ୍ପ ବା ବାଣିଜ୍ୟ ଉପରେ ନୁହେଁ ପର୍ବପର୍ବାଣୀରେ ମଧ୍ୟ ଏହାର ପ୍ରଭାବ ପଡିଛି। ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ଚଳିତ ବର୍ଷ ଧନତରାସ। ସାଧାରଣତଃ ଧନତରାସରେ ହିନ୍ଦୁମାନେ ସୁନା,ରୂପା କିମ୍ବା କୌଣସି ମେଟାଲ ପଦାର୍ଥ କିଣିବାର ପ୍ରଥା ରହିଛି। ବିଶ୍ବାସ ରହିଛି ଏହି ଧନତରାସ ଦିନରେ ସୁନାରୂପା କିଣିଲେ ମା ଲକ୍ଷ୍ମୀ ଆର୍ଶିବାଦ କରିଥାନ୍ତି। ଘରେ ଧନ ସଂପତ୍ତି ବୃଦ୍ଧି ଘଟିଥାଏ। ସେଥିପାଇଁ ଏହି ଧନତରାସକୁ ହିନ୍ଦୁ ଭକ୍ତମାନେ ଏବଂ ସୁନା ବେପାରୀମାନେ ଅପେକ୍ଷା କରି ରହିଥାନ୍ତି। ହେଲେ ଚଳିତ ବର୍ଷ ଧନତରାସ ସୁନା ବେପାରୀଙ୍କ ପାଇଁ ସବୁଠାରୁ “ହତୋତ୍ସାହ ଧନତରାସ” ଥିଲା। ଦେଶରେ ମାନ୍ଦା ଅବସ୍ଥା ଯୋଗୁଁ ଚଳିତ ବର୍ଷ ସୁନା ବିକ୍ରିର ପରିମାଣ ଗତ ଦଶ ବର୍ଷ ବ୍ୟବସାୟକୁ ତୁଳନାରେ ସବୁଠାରୁ କମ ବ୍ୟବସାୟ ହୋଇଛି। ଅର୍ଥାତ ଚଳିତ ବର୍ଷ ୪୦ ପ୍ରତିଶତ ବିକ୍ରି ହ୍ରାସ ପାଇଛି। କନଫେଡ୍ରେସନ…
ALAPPUZHA,OCT 26 (UNI):-Artist performing Cultural programmes during Champions Boat League at Kainakary in Alappuzha on Saturday.UNI PHOTO-133U
People light earthen lamps on the banks of River Saryu during Deepotsav celebrations in Ayodhya on Saturday.
ଯାଜପୁର ଜିଲ୍ଲାରେ 40 ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ 2 ଜଣ ଯୁବକ ଗିରଫ ହୋଇଛନ୍ତି । ବହୁ ଲୋକଙ୍କ ଠାରୁ ଏହି ଯୁବକ ଠକି ଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ଆଜି ଯାଜପୁର ପୋଲିସ 40 ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ 2 ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ହୋଇଥିବା 2 ଜଣ ଯୁବକ ମାହାଙ୍ଗାର ପ୍ରିୟରଞ୍ଜନ ପଟ୍ଟନାୟକ ଓ ବଡ଼ଚଣାର ଅକ୍ଷୟ ସାମଲ । ଉଭୟଙ୍କ ଠାରୁ ଗୋଟିଏ ଦାମୀ କାର, ସୁନା ଗହଣା ଓ ମାରଣାସ୍ତ୍ର ଜବତ ହୋଇଛି । ବାଲେଶ୍ୱରର ଜଣେ ମହିଳାଙ୍କୁ 5 ଲକ୍ଷ ଟଙ୍କା ଠକିବା ନେଇ ପ୍ରଥମେ ଅଭିଯୋଗ ହୋଇଥିଲା ।
ଗଞ୍ଜାମ ଜିଲ୍ଲା ପୋଲସରାରେ ସିରିଜ୍ ବୋମାମାଡ଼ ହୋଇଛି । ଗତକାଲି ରାତି ପ୍ରାୟ 9ଟା ବେଳେ କିଛି ଦୁର୍ବୃତ୍ତ ବାଇକ୍ରେ ଆସି ଏଠାକାର ମୁଖ୍ୟ ରାସ୍ତାରେ 5ଟି ବୋମା ଫିଙ୍ଗି ଥିଲେ । ପ୍ରଥମେ ଦୁର୍ବୃତ୍ତମାନେ ପୋଲସରା ବଜାର ଛକରେ ଥିବା ସରକାରୀ ବିଦେଶୀ ମଦ ଦୋକାନକୁ ଲକ୍ଷ୍ୟ କରି 2ଟି ବୋମା ଫିଙ୍ଗି ଥିଲେ । ଏହାପରେ ରାଣୀପଡ଼ା ଓ ବାଲିଘାଇ ଛକରେ ଆଉ ୩ଟି ବୋମା ଫିଙ୍ଗି ଥିଲେ । ପୋଲସରା ବଜାର ଛକରେ ହୋଇଥିବା ବୋମାମାଡ଼ରେ ଅନିଲ କୁମାର ମଲ୍ଲିକ ଓ ଶଙ୍କର ବେହେରା ନାମକ ଦୁଇ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ବୋମାମାଡ଼ର କାରଣ ଜଣାପଡ଼ି ନଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଚଳାଇଛି ।
Candles are arranged inside a cricket stadium on the eve of Diwali, the Hindu festival of lights in Prayagraj on Saturday.
Devotees light lamp in Keshev Dev temple premises at Sri Krishna Janamsthan on the occasion of Diwali Festival in Mathura
କେଦାର ମିଶ୍ର ଆଜି ସାରାଦେଶ ଦୀପାବଳି ପାଳନ କରୁଥିବା ବେଳେ ହରିଆଣାରେ ମୁଖ୍ୟମନ୍ତ୍ରୀ ଭାବେ ମନୋହର ଲାଲ ଖଟ୍ଟର ଦ୍ଵିତୀୟ ଥର ଶପଥ ନେବେ। ହରିଆଣା ନିର୍ବାଚନ ପ୍ରଚାର ବେଳେ ବିଜେପି ସଭାପତି ତଥା ଗୃହମନ୍ତ୍ରୀ ଅମିତ ଶାହା ୭୫+ର ଏକ ମିଶନ ଘୋଷଣା କରିଥିଲେ। ତେବେ ଫଳ ବାହାରିଲା ବେଳକୁ ବିଜେପିକୁ ମିଳିଲା ମାତ୍ର ୪୦ ଆସନ। ପାଞ୍ଚ ବର୍ଷର ବିଜେପି ଶାସନ, ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ପ୍ରଚାର ଓ ଗଣମାଧ୍ୟମର ନିଃସର୍ତ୍ତ ସମର୍ଥନ ଥାଇ ମଧ୍ୟ ଖଟ୍ଟର ସରକାର ସଂଖ୍ୟା ଗରିଷ୍ଠତା ପାଇଲେ ନାହିଁ। ଅଗତ୍ୟା ସ୍ଵାଧୀନ ଓ ଜନନାୟକ ଜନତା ପାର୍ଟିର ବିଧାୟକଙ୍କ ସମର୍ଥନରେ ବିଜେପି ସରକାର ଗଢୁଛି। ତେବେ କିଏ ଏହି ଜେଜେପି ଓ ଏହାର ନେତା ଦୂଷ୍ୟନ୍ତ ଚୌତାଲା? ହରିଆଣା ରାଜନୀତିରେ ଯେଉଁ ତିନି “ଲାଲ”ଙ୍କ ଉତ୍ତରାଧିକାର ରହିଆସିଛି(ବଂଶୀ ଲାଲ, ଦେବୀ ଲାଲ ଓ ଭଜନ ଲାଲ) ରହିଆସିଛି, ସେଥିରୁ ଦେବୀ ଲାଲଙ୍କ ପରିବାରର ସାନ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର:-ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଦ୍ବାରା ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଆୟୋଜିତ ଟୋରାକୋଟା ହସ୍ତଶିଳ୍ପ ପ୍ରଦର୍ଶନୀ “ମୃତ୍ତିକା ” ଶେଷ ହୋଇଛି। ଆଠ ଦିନ ଚାଲିଥିବା ଏହି ପ୍ରଦର୍ଶନୀରେ ମୋଟ ୧ କୋଟି ୨୮ ଲକ୍ଷ ଟଙ୍କାର କାରବାର ହୋଇଥିବାର ଜଣାପଡିଛି। ଗତବର୍ଷ ଏହି ପ୍ରଦର୍ଶନୀରେ ୧ କୋଟି ୧୫ ଲକ୍ଷ୍ୟ ଟଙ୍କାର କାରାବାର ହୋଇଥିଲା।ଚଳିତ ବର୍ଷ ଏହା ଦେଢ କୋଟି ରେ ପହଁଚିବାର ଥିଲା। ହେଲେ ଲଗାଣ ବର୍ଷା ଯୋଗୁଁ ଶେଷ ଦୁଇଦିନ କୌଣସି କାରବାର ହୋଇପାରି ନ ଥିଲା। ଏଥର ଏହି ପ୍ରଦର୍ଶନୀରେ ୧୦୦ ଗୋଟି ଷ୍ଟଲ୍ରେ ୧୭୭ ଜଣ କାରିଗର ସେମାନଙ୍କ ହସ୍ତଶିଳ୍ପକୁ ପ୍ରଦର୍ଶନ ଓ ବିକ୍ରୟ କରିଥିଲେ । ଏଥିରେ ଛୋଟ ମାଟି ଦ୍ବୀପଠାରୁ ଆରମ୍ଭ କରି ଟେରାକୋଟାର ବଡବଡ ହାତୀ, ଘୋଡା ସହିତ ଫୁଲ ଦାନୀ ପ୍ରଭୃତି ପ୍ରଦର୍ଶିତ ହୋଇଥିଲା। ଚଳିତ ବର୍ଷ ଏହି ମେଳାକୁ ୨ ଲକ୍ଷ ୩୦…
ସମୀକ୍ଷା ବ୍ୟୁରୋ ବାଣପୁର:-ପଞ୍ଚସଖା ଯୁଗର ଅନ୍ୟତମ ସାଧକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ 133 ତମ ଜୟନ୍ତୀ ବାଣପୁରରେ ପାଳିତ ହୋଇଯାଇଛି। ଠିକ ଆଜିର ଦିନରେ ଅର୍ଥାତ ଅକ୍ଟୋବର 26 ତାରିଖ 1886 ମସିହାରେ ପଣ୍ଡିତ ଗୋଦାବରୀଶ ମିଶ୍ର ବାଣପୁରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଜନ୍ମମାଟି ବାଣପୁରସ୍ଥିତ ନେହୁର ସେବା ସଂଘରେ ଏହି ଜୟନ୍ତୀ ପାଳିତ ହୋଇଛି। ଏଥିରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଯୋଗଦେଇ ପଣ୍ଡିତ ମିଶ୍ରଙ୍କ ରାଜନୈତିକ ଜୀବନ ସଂପର୍କରେ ଅବଗତ କରାଇଥିଲେ। ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ସାହିତ୍ୟିକ ଦେବେନ୍ଦ୍ରନାଥ ମାନସିଂହ ମଧ୍ୟ ଯୋଗଦେଇ ପଣ୍ଡିତ ମିଶ୍ରଙ୍କ ସାହିତ୍ୟ ସଂପର୍କରେ ଆଲୋଚନା କରିଥିଲେ। ଗୋଦାବରୀଶ ମିଶ୍ରଙ୍କ ରଚିତ କାଳିଜାଈ କବିତା କିପରି ଓଡିଶାର ଜନମାନସରେ ଏକ ସ୍ବତନ୍ତ୍ର ଛାପ ସୃଷ୍ଟି କରିଛି ତାହାର ଦୃଷ୍ଟାନ୍ତ ପ୍ରତିପାଦନ କରାଇଥିଲେ। ଓଡିଶା ସାହିତ୍ୟ ଏକାଡେମୀ ଏବଂ ଶାଳିଆ ସାଂସ୍କୃତିକ ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁଶାନ୍ତ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର, ଆସନ୍ତା 28 ତାରିଖ ଦିନ ଯାଜପୁର ସ୍ମିତାରାଣୀ ମୃତ ଘଟଣାରେ ମହିଳା କମିଶନ ଅଫିସ ଘେରାଉ କରିବ ବିଜେପି ମହିଳା ମୋର୍ଚ୍ଚା। ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତି ପରିଡା। ତାଙ୍କ କହିବା ଅନୁସାରେ ଯାଜପୁରରେ ସ୍ମିତାରାଣି ବିଶ୍ୱାଳଙ୍କୁ ଯେଉଁ ଭଳି ଭାବରେ ବଳାତ୍କାର ପରେ ହତ୍ୟାକରା ଗଲା ସେତେବେଳେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ପ୍ରଥମେ ଚୁପ ରହିଲେ । ଯେତେବେଳେ ଗଣମାଧ୍ୟମ ଓ ବିରୋଧୀଦଳ ମହିଳା କମିଶନର ନିରବତାକୁ ନେଇ ପ୍ରଶ୍ନ ଉଠାଇଲେ ସେତେବେଳେ ମହିଳା କମିଶନ କହିଲେ ସେ ନିରପେକ୍ଷ ତଦନ୍ତ ସାରିଛନ୍ତି । ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେବେ । ଗତ ୧୯ ତାରିଖରେସେ ଯାଜପୁର ଯାଇ ତଦନ୍ତ କରିଛନ୍ତି ବୋଲି କହୁଛନ୍ତି ଯାହା ସମ୍ପୃର୍ଣ୍ଣ ମିଛ । ଯଦି ସେ ତଦନ୍ତ କରିବା ପାଇଁ ଯାଇଥିଲେ ତାହେଲେ…
ଜାପାନ/ଭୁବନେଶ୍ୱର, ଅକ୍ଟୋବର ୨୬ – ଭାରତରେ ବଢୁଥିବା ଇସ୍ପାତ୍ ଚାହିଦା ଇସ୍ପାତ୍ ଶିଳ୍ପକୁ ଦ୍ରୁତ ବିକାଶ ଆଡକୁ ନେବ ବୋଲି ପାଂଚଦିନିଆ ବିଦେଶ ଗସ୍ତର ଅନ୍ତିମ ଦିନରେ ଜାପାନର ରାଜଧାନୀ ଟୋକିଓ ଠାରେ ଆୟୋଜିତ ଇସ୍ପାତ ଶିଳ୍ପର କ୍ଷମତା ବୃଦ୍ଧି ଉପରେ ଗ୍ଲୋବାଲ ଫୋରମ (ଜିଏଫ୍ଏସ୍ଇଏସ୍)ର ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍ତି ଯେ ଭାରତରେ ଇସ୍ପାତ ବ୍ୟବହାରକୁ ବଢାଇବା ତଥା ବିଶେଷ ଭାବରେ ଇସ୍ପାତ୍ ଚାହିଦାକୁ ବୃଦ୍ଧି କରିବା ଉପରେ ଆମେ ଗୁରୁତ୍ୱ ଦେଉଅଛୁ। ୨୦୩୦ ସୁଦ୍ଧା ଇସ୍ପାତ୍ର ଉତ୍ପାଦନ ବୃଦ୍ଧି କରିବା ପାଇଁ ସରକାରଙ୍କ ଯୋଜନା ରହିଛି । ସେ କହିଛନ୍ତି ଯେ କୋଟି କୋଟି ଭାରତୀୟଙ୍କ ସ୍ୱପ୍ନକୁ ନଜରରେ ରଖି ଭାରତ ସରକାର ଆଗାମୀ ୫ ବର୍ଷ ମଧ୍ୟରେ ପ୍ରାୟ ୧.୪ ଟ୍ରିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରି ଦେଶର ଭିତିଭୂମି ବିକାଶ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।…
ଦିଲ୍ଲୀ ସରକାର ଦୀପାବଳି ଅବସରରେ ରିଲିଜ ହୋଇଥିବା ବଲିଉଡ୍ ଫିଲ୍ମ ସାଣ୍ଡ କି ଆଂଖ ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି। ଏହି ଫିଲ୍ମରେ ତାପସୀ ପନ୍ନୁ ଏବଂ ଭୂମି ପେଡନେକର ମୁଖ୍ୟ ଭୂମିକାରେ ଅଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟ୍ଵିଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି। ଦେଶର ସାର୍ପ ସୁଟର ପ୍ରକାଶୀ ତୋମାର ଏବଂ ଚନ୍ଦ୍ରା ତୋମାରଙ୍କ ଏହି ଫିଲ୍ମଟି ଆଧାରିତ। କେବଳ ଦିଲ୍ଲୀ ନୁହେଁ ଉତ୍ତର ପ୍ରଦେଶରେ ମଧ୍ୟ ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରାଯାଇଛି। ତୁଷାର ହୀରାନନ୍ଦିନୀଙ୍କ ଦ୍ଵାରା ନିର୍ଦ୍ଦେଶିତ ଫିଲ୍ମ ସାଣ୍ଡ କି ଆଂଖରେ ଭୂମି ପେଡନେକର ଏବଂ ତାପସୀ ପନ୍ନୁଙ୍କ ବ୍ୟତୀତ ପ୍ରକାଶ ଝା, ବିନୀତ କୁମାର ସିଂହ ଏବଂ ପବନ ଚୋପଡା ମୁଖ୍ୟ ଭୂମିକାରେ ଅଛନ୍ତି। ଦର୍ଶକଙ୍କ ନିକଟରେ ଏହି ଫିଲ୍ମଟି ବେଶ୍ ଆଦୃତ ହୋଇଛି।