Author: Samikhsya Bureau

ମୁମ୍ବାଇ,18/12: ରେମୋ ଡିସୌଜାଙ୍କ ନିର୍ଦ୍ଦେଶିତ ଫିଲ୍ମ ଷ୍ଟ୍ରିଟ୍‌ ଡ୍ୟାନ୍ସର-3ଡିର ଟ୍ରେଲର ରିଲିଜ୍‌ ହୋଇଛି । ଏବିସିଡି ଏବଂ ଏବିସିଡି-2ର ତୃତୀୟ ଭାଗରେ ବରୁଣ ଧଓ୍ବନ ଏବଂ ଶ୍ରଦ୍ଧା କପୁର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ନୋରା ଫତେହୀ, ଅପାରଶକ୍ତି ଖୁରାନା ଏବଂ ପ୍ରଭୁ ଦେବା ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିଛନ୍ତି । ଫିଲ୍ମରେ ଭାରତ ପାକ୍‌ ସମ୍ପର୍କର ତିକ୍ତତା ଦେଖାଇଛନ୍ତି ରେମୋ । ଏହା ସହିତ 90 ଦଶକର ଲୋକପ୍ରିୟ ଗୀତ ମୁକାବିଲାରେ ପ୍ରଭୁଦେବା ନାଚୁଥିବା ଟ୍ରେଲରରେ ଦେଖିବାକୁ ମିଳିଛି । ହଲିଉଡ୍‌ ଫିଲ୍ମ ଷ୍ଟେପ୍‌ଅପ୍‌-3ରେ କିଛି ସିନ୍‌ କପି କରାଯାଇଥିବା ଦେଖିବାକୁ ମିଳିଛି । ଫିଲ୍ମଟି ଜାନୁୟାରୀ 24, 2020ରେ ରିଲିଜ ହେବାକୁ ଯାଉଛି ।

Read More

New Delhi: Actors Akshay Kumar, Kareena Kapoor, Diljit Dosanjh and Kiara Advani during the Group Photoshoot of the starcast of upcoming film “Good Newwz” in New Delhi on Dec 18, 2019. (Photo: Amlan Paliwal/IANS)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,18/12 : ଓଡିଶାର ଖ୍ୟାତନାମା କଥାଶୀଳ୍ପି ତରୁଣକାନ୍ତି ମିଶ୍ରଙ୍କୁ ଚଳିତବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଦିଆଯିବ ବୋଲି ଏକାଡେମୀ ପକ୍ଷରୁ ଘୋଷଣା କରାଯାଉଛି। ତାଙ୍କର ଗଳ୍ପ ପୁସ୍ତକ “ଭାସ୍ବତୀ” ପାଇଁ ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ ବୋଲି ଏକାଡେମୀ ତରଫରୁ ସୂଚନା ମିଳିଛି। ଶ୍ରୀ ମିଶ୍ର ଓଡ଼ିଆ ଭାଷାରେ ଗତ ଚାଳିଶ ବର୍ଷ ଧରି ଗଳ୍ପ ଓ ଉପନ୍ୟାସ ରଚନା କରି ଆସୁଛନ୍ତି। ତାଙ୍କର ଚର୍ଚ୍ଚିତ ପୁସ୍ତକ ଗୁଡିକ ଭିତରୁ “କୋମଳ ଗାନ୍ଧାର”, “ଶରଦ ଶତମ୍”, “ଭାସ୍ବତୀ” ଇତ୍ୟାଦି ବେଶ ପାଠକୀୟ ଆଦୃତି ପାଇଛି।

Read More

ବିଶାଖାପଟ୍ଟନମ୍‌, 18/12 : ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜ୍‌ର ଦ୍ବିତୀୟ ଦିନିକିଆରେ ଓ୍ବିଣ୍ଡିଜ୍‌ ସମ୍ମୁଖରେ 388 ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଭାରତ ପକ୍ଷରୁ ଦୁଇ ଓପ୍ନର ରୋହିତ ଶର୍ମା(159) ଏବଂ ରାହୁଲ(102) ଶତକ ହାସଲ କରିଥିଲେ । ରୋହିତ ନିଜ ଅନ୍ତର୍ଜାତୀୟ କ୍ୟାରିୟରର 28 ତମ ଶତକ ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ ଆୟାର (53) ଏବଂ ଋଷଭ ପନ୍ତ(39) ରନ୍‌ ସଂଗ୍ରହ କରିଥିଲେ । ପ୍ରଥମ ଓ୍ବିକେଟରେ ରାହୁଲ-ରୋହିତ 227 ରନ୍‌ ଯୋଡିଥିଲେ । ରୋହିତ 135 ବଲ୍‌ର ସମ୍ମୁଖୀନ ହୋଇ 17ଟି ଚୌକା ଏବଂ 5 ଛକ୍କା ସହାୟତାରେ 159 ରନ୍‌ କରିଥିବା ବେଳେ ରାହୁଲ 104 ଟି ବଲ୍‌ର ସମ୍ମୁଖୀନ ହୋଇ 8ଟି ଚୌକା ଏବଂ 3ଟି ଛକ୍କା ସହାୟତାରେ 102 ରନ୍‌ ସଂଗ୍ରହ କରିଥିଲେ । ଶେଷ ଭାଗରେ ପନ୍ତ 16ଟି ବଲ୍‌ର ସମ୍ମୁଖୀନ ହୋଇ…

Read More

ମୁମ୍ବାଇ,18/12 : ଓସ୍କାର ଦୌଡରେ ରହିଥିବା ଏକମାତ୍ର ଭାରତୀୟ ଚଳଚିତ୍ର ଗଲିବୟ ଓସ୍କାର ଦୌଡରୁ ବାଦ ପଡିଛି । ମଙ୍ଗଳବାର ଓସ୍କାର କମିଟି ପକ୍ଷରୁ ଫିଲ୍ମଟି ବାଦ ପଡିଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ଏହାପରେ ଫିଲ୍ମ ପ୍ରଶଂସକ ଭାରତୀୟ ଜୁରିକୁ ଦୋଷ ଦେବା ଆରମ୍ଭ କରିଥିଲେ । ଅନ୍ଧାନ୍ଧୁନ ଏବଂ ତୁମ୍ବାଡ ପରି ଫିଲ୍ମକୁ ବାଦ ଦେଇ ଜୁରୀ ପକ୍ଷରୁ ଗଲିବୟକୁ ମନୋନୀତ କରାଯାଇଥିଲା । ବିଦେଶୀ ଫିଲ୍ମ ବର୍ଗରେ ବଙ୍ଗ ଜୁନ୍‌ ହୁଙ୍କ ପାରାସାଇଟ୍‌ ରହିଥିବା ବେଳେ ଗଲିବୟ ଏହି ତାଲିକାରୁ ବାଦ ପଡିଛି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ସମ୍ବଲପୁର,18/12 : ସମ୍ବଲପୁର କମିଶନରେଟ ପୁଲିସ ମହିଳାଙ୍କ ସୁରକ୍ଷା ପାଇଁ ଅଭିନବ ବ୍ୟବସ୍ଥା ଆପଣେଇଛି । ଏଣିକି ମହିଳାଙ୍କ ସୁରକ୍ଷା ପାଇଁ ମହିଳା ପୁଲିସ୍‌ କର୍ମଚାରୀ ଚଳାଇବେ ପିସିଆର୍‌ ଭ୍ୟାନ୍ ଓ ବାଇକ୍ ସମ୍ବଲପୁରରେ ମହିଳାଙ୍କ ସୁରକ୍ଷା ପାଇଁ ପୁଲିସ୍‌ ପକ୍ଷରୁ ଏଭଳି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବୁଧବାର ଡିଆଇଜି ହିମାଂଶୁ ଲାଲ୍ ପିସିଆର୍ ଭ୍ୟାନ୍ ଏବଂ ବାଇକ୍‌ର ଶୁଭାରମ୍ଭ କରିଛନ୍ତି । ମୋଟ୍ 10ଟି ପିସିଆର ବାଇକ୍ ମଧ୍ୟରୁ 2ଟି ବାଇକ୍ ମହିଳାଙ୍କ ପାଇଁ ରହିଥିବା ବେଳେ 2ଟି ପିସିଆର ଭ୍ୟାନ୍‌ ମଧ୍ୟ ମହିଳା ଚଲାଇବେ ବୋଲି ଜଣାପଡିଛି ।

Read More

ବିଶାଖାପଟ୍ଟନମ,18/12: ବିଶାଖାପଟ୍ଟନମରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆରେ ଭାରତୀୟ ଓପ୍‌ନର ଚମତ୍କାର ବ୍ୟାଟିଂ କରିଛନ୍ତି । ଉଭୟ ବ୍ୟାଟ୍ସମ୍ୟାନ୍‌ ଶତକ ହାସଲ କରିବା ସହିତ ପ୍ରଥମ ଓ୍ବିକେଟରେ ଦ୍ବିଶତକୀୟ ଭାଗିଦାରୀ କରିଥିଲେ । 36 ଓଭର ସୁଦ୍ଧା ଭାରତ 220 ରନ୍‌ ସଂଗ୍ରହ କରିଥିବା ବେଳେ ରୋହିତ(114) ଏବଂ ରାହୁଲ (102) ରନ୍‌ରେ ବ୍ୟାଟିଂ କରୁଛନ୍ତି । ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ପକ୍ଷରୁ ଦୁଇ ଓପ୍‌ନର ରୋହିତ ଶର୍ମା ଏବଂ କେଏଲ୍‌ ରାହୁଲ ସତର୍କତାର ସହିତ ଇନିଂସ ଆରମ୍ଭ କରିଥିଲେ । ପ୍ରାରମ୍ଭରୁ ରାହୁଲ ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ବେଳେ ରୋହିତ ଜଗି ରଖି ଖେଳିଥିଲେ । ପରେ ରୋହିତ ରନ୍‌ଗତି ବଢାଇବା ସହିତ 33 ତମ ଓଭରରେ 108 ବଲ୍‌ରୁ 11ଟି ଚୌକା ଏବଂ 2 ଛକ୍କା ସହାୟତାରେ ନିଜର ଶତକ ପୂରଣ କରିଥିଲେ । ଏହା ବ୍ୟତିତ ରାହୁଲ 102ଟି ବଲ୍‌ର ସମ୍ମୁଖୀନ ହୋଇ 8ଟି…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,18/12 : ଭୁବନେଶ୍ବର ସ୍ଥିତ ରେଳବାଇ ଅଡିଟୋରିୟମ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଳସାଥୀ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି । ଏହା ସହିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଜଳଯୋଗାଣ ପରିଚାଳନା ଦାୟିତ୍ବ ନିର୍ବାହ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମହିଳା ମାନେ ଛତୁଆ ତିଆରି, ବିଦ୍ୟୁତ୍‌ ମିଟର ରିଡିଙ୍ଗ ଏବଂ ଧାନ ସଂଗ୍ରହ ପରି କାର୍ଯ୍ୟକ୍ରମରେ ସଫଳ ଯୋଗଦାନ ଦେଇଥିବା ବେଳେ ଏଣିକି ଜଳଯୋଗାଣ ପ୍ରକଳ୍ପରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ରାଜ୍ୟର ପ୍ରତ୍ୟୋକ ଘରକୁ ପିଇବା ପାଣି ଯୋଗାଣ କାର୍ଯ୍ୟକ୍ରମକୁ ଜଳସାଥୀ ମାନେ ସଫଳତାର ସହିତ ଆଗକୁ ନେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଜଳସାଥୀ ମାନଙ୍କୁ ଜଳର ମାନ ପରୀକ୍ଷଣ କିଟ୍‌ ଏବଂ ପିଓଏସ୍‌ ମେସିନ୍‌ ବଣ୍ଟନ କରିଥିଲେ । ନୂତନ ଜଳ ସଂଯୋଗ ସହିତ ମାସିକ…

Read More

ସମୀକ୍ଷା ବ୍ୟୁରୋ ବାଣପୁର,୧୮/୧୨ : ବାଣପୁର ସ୍ଥିତ ଏକତା ବିଦ୍ୟା ନିକେତନରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ କ୍ରୀଡା ସହିତ ନୃତ୍ୟ, ପ୍ରବନ୍ଧ, କୁଇଜ୍‌ ଏବଂ ବିତର୍କ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ବାଣପୁର ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ବାଣପୁର ବ୍ଲକ୍‌ର ବିଧାୟକ ପ୍ରତିନିଧି ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ମହାରଣା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଓଡିଶୀ ନୃତ୍ୟଗୁରୁ ମାଧବ ଚରଣ ପଲାଇ, ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଲାଇବ୍ରେରୀଆନ ଗୋଦାବରୀଶ ସାହୁ, ଅବସରପ୍ରାପ୍ତ କ୍ରୀଡା ପ୍ରଶିକ୍ଷକ ବୈରାଗୀ ଚରଣ ବଳ, ସ୍କୁଲର ପ୍ରତିଷ୍ଠାତା ମନୋଜ କୁମାର ମହାପାତ୍ର ପ୍ରମୁଖ ଏହି ଉଦ୍‌ଯାପନୀ ସଭାରେ ଉପସ୍ଥିତ ରହି କୃତୀ ଛାତ୍ରଙ୍କୁ…

Read More

ନୂଆଦିଲ୍ଲୀ,18/12 : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଅକ୍ଷୟ ସିଂର ପୁନର୍ବିଚାର ଯାଚିକାକୁ ଖାରଜ କରିଛନ୍ତି ସର୍ବୋଚ୍ଚ କୋର୍ଟ । ଜଷ୍ଟିସ୍‌ ଆର ଭାନୁମତୀ, ଅଶୋକ ଭୂଷଣ ଏବଂ ଏ ଏସ୍‌ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଯାଚିକାକୁ ଖାରଜ କରିବା ସହିତ ଖଣ୍ଡପୀଠ ମାମଲାର ପୂର୍ବ ରାୟକୁ ବଳବତ୍ତର ରଖିଛନ୍ତି । ଫଳସ୍ବରୂପ ଖୁବ୍‌ ଶୀଘ୍ର ନିର୍ଭୟା କାଣ୍ଡର ଦୋଷୀଙ୍କୁ ଫାଶୀ ଦଣ୍ଡ ପ୍ରଦାନ କରାଯିବ ବୋଲି ଜଣାପଡିଛି । ମାମଲାର ବିଚାର ପ୍ରକ୍ରିୟା ପୂର୍ବରୁ ସରିଛି ଏବଂ ବର୍ତ୍ତମାନ ଏହା ଉପରେ ସମୟ ଅପଚୟ କରାଯିବା ଅନୁଚିତ ବୋଲି ରାୟ ଶୁଣାଇବା ସମୟରେ ଜଷ୍ଟିସ୍‌ ଆର ଭାନୁମତୀ ପ୍ରକାଶ କରିଥିଲେ । ଅପର ପକ୍ଷରେ ରାୟ ପ୍ରକାଶ ପାଇବା ପରେ ଅଭିଯୁକ୍ତଙ୍କ ଓକିଲ କୋର୍ଟକୁ ଦୋଷାରୋପ କରିଛନ୍ତି । ରାଜନୈତିକ ଚାପ କାରଣରୁ କୋର୍ଟ ଶୀଘ୍ର ଫାଶୀ ଦେବାର ନିଷ୍ପତ୍ତି ନେଉଛନ୍ତି…

Read More

ବିଶାଖାପଟ୍ଟନମ୍‌, 18/12 : ଭାରତ ଏବଂ ଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ବିଶାଖାପଟ୍ଟନମ୍‌ରେ ଖେଳା ଯାଉଛି । ଦ୍ବିତୀୟ ଦିନିକିଆରେ ଓ୍ବିଣ୍ଡିଜ୍‌ ଅଧିନାୟକ ପୋଲାର୍ଡ ଟସ୍‌ ଜିତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଭାରତ ଏହି ମ୍ୟାଚ୍‌ରେ ବିଜୟୀ ହୋଇ ସିରିଜ୍‌କୁ ପ୍ରତ୍ୟାବର୍ତ୍ତନର ଲକ୍ଷ୍ୟ ରଖିଥିବା ବେଳେ ଇଣ୍ଡିଜ ସିରିଜ୍‌ ବିଜୟର ଲକ୍ଷ୍ୟ ରଖିଛି । ଦୁଇଟି ପରିବର୍ତ୍ତନ ସହ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ପଡିଆକୁ ଓହ୍ଲାଇଥିବା ବେଳେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ସୁନୀଲ ଅମ୍ବ୍ରିସ୍‌ଙ୍କ ସ୍ଥାନରେ ଏଭିନ୍‌ ଲୁଇସ୍‌ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଖେରୀ ପିୟର ହେଡେନ୍‌ ଓ୍ବାଲ୍ସଙ୍କ ସ୍ଥାନରେ ଖେଳୁଛନ୍ତି । ସେହିପରି ଶିବମ ଦୁବେଙ୍କ ସ୍ଥାନରେ ଭାରତ ଶାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ସାମିଲ କରାଯାଇଛି । (ଏଜେନ୍ସୀ)

Read More